ପରିବର୍ନ ପଥେ


ଏହି ଅଖିଳ ବ୍ରହ୍ମାଣ୍ଡରେ ପରିବର୍ନ ହିଁ ଏକମାତ୍ର ସତ୍ୟ । ଗୋଟିଏ ଘାରେ କା ନିରବିଚ୍ଛିନ୍ନ ଭାବରେ ଆଗକ ଆଗକୁ ଗତି କରୁଥାଏ । ସେହିପରି ସଂସାରରେ ପ୍ରତି ମୁହୂର୍ର ପରିବର୍ନ ଘଟି ·ଲିଛି । ଆମେ ସମସ୍ତେ ପରିବର୍ନ ପଥରେ ଆଗେଇ ·ଲିଛୁ । କିନ୍ତୁ ଗୋଟିଏ ପ୍ରକାର ପୁନରାବୃ ହୋଉଥିବା ପରିବର୍ନରେ ଆମକୁ କୌଣସି ନବୀନତା ଅନୁଭବ ହୁଏ ନାହିଁ । ସୂର୍ଯ୍ୟର ଉଦୟ ଓ ଅସ୍ତ ହେବା, ସୂର୍ଯ୍ୟଙ୍କ ·ରିପଟେ ପୃଥିବୀ ଘୁରିବା, ମନୁଷ୍ୟ, ଶିଶୁ, ବାଲ୍ୟ, ଯୁବା ଏବଂ ବୃଦ୍ଧାବସ୍ଥାପ୍ରାପ୍ତ ହେବା ଆଦି ସତତ ପରିବର୍ନ ପ୍ରକ୍ରିୟାକୁ ଆମେ ବିଶେଷ ମହତ୍ୱ ଦେଇ ନଥାଉ । ଏହି ପରିବର୍ନ ଏକ ନିଶ୍ଚିତ ପ୍ରାକୃତିକ ନିୟମ ଅନୁସାରେ ସ୍ବୟଂକ୍ରିୟ ଭାବେ ସଂଘଟିତ ହେଉଥାଏ । ତେଣୁ ଏହି ସୁନିଶ୍ଚିତ ପରିବର୍ନ ଆମ ଦୃଷ୍ଟିକୁ  ବିଶେଷଭାବରେ ଆକର୍ଷିତ ପରିପାରେ ନାହିଁ

ନଦୀର ଜଳ ନିମ୍ନାଭିମୁଖୀ ହେବା ଏକ ସ୍ବଭାବିକ ଧର୍ମ । ଯଦି ବନ୍ଧ ଦ୍ୱାରା ଏହି ଜଳପ୍ରବାହକୁ ରୋକି ଦିଆଯାଏ, ତେବେ ଜଳ ସ୍ତର ଉଦ୍ଧ୍ୱର୍ାଭିମୁଖୀ ହୁଏ । ଏହି ଉଦ୍ଧ୍ୱର୍ଗାମୀ ଜଳସ୍ତର ବିଜୁଳି ନିର୍ମାଣ ପାଇଁ କାମରେ ଆସେ । ଏହା ହେଉଛି ଆସାମାନ୍ୟ ପରିବର୍ନ । ଏହା ସ୍ବତଃ ହୋଇ ନାହିଁ । ଏଥିପାଇଁ ଭିନ୍ନ ପ୍ରକାର ଅନୁକୂଳ ପରିସ୍ଥିତି ନିର୍ମିତ କରିବାକୁ ପଡେ । ମହାନ୍ ବୈଜ୍ଞାନିକ ସାର ଆଇଜାକ୍ ନ୍ୟୁଟନଙ୍କ ଗତିର ପ୍ରଥମ ନିୟମ ଅନୁସାରେ ‘କୌଣସି ବସ୍ତୁ ନିଜ ସ୍ଥିର ଅବସ୍ଥା କିମ୍ବା ଗତିର ଅବସ୍ଥାକୁ ସେହି ବେଗରେ ସେତେବେଳ ପର୍ଯ୍ୟନ୍ତ ବଜାୟ ରଖେ, ଯେ ପର୍ଯ୍ୟନ୍ତ ତା ଉପରେ କୌଣସି ବାହ୍ୟବଳ ଆରୋପିତ କରାଯାଇ ନଥାଏ ।’ ବସ୍ତୁର ଏହି ଗୁଣଧର୍ମକୁ ତାହାର ‘ଜଡ଼ତ୍ୱ’ କୁହାଯାଏ । ଠିକ୍ ଏହିପରି ମନୁଷ୍ୟ ମଧ୍ୟ ଗତାନୁଗତିକ ମାର୍ଗରେ ଏପରି ·ଲୁଥାଏ । ଏହାହିଁ ତାର ଜଡ଼ତା । ଅନ୍ୟ ଅର୍ଥରେ ଏହା ହେଉଛି ତାର ସଂସ୍କାରର ଜଡ଼ତ୍ୱ ।

ସଂପ୍ରତି ମାନବ ମନୋବିକାର ସମୂହ ଦ୍ୱାରା ଆକ୍ରାନ୍ତ । ସେ ପତନଗାମୀ ପରିବର୍ନ ଅଭିମୁଖେ ଆଗ୍ରସର ହେଉଛି । ତାର ସମସ୍ତ ଓ ଯଥାର୍ଥ ଉତ୍ଥାନ ହେତୁ ଶୁଭ ପ୍ରେରଣାର ଆବଶ୍ୟକତା ରହିଛି । କିନ୍ତୁ କୁସଂସ୍କାରକୁ ସୁସଂସ୍କାରରେ ପରିବର୍ନ କରିବା ଏତେ ସହଜସାଧ୍ୟ ନୁହେଁ । ମନେକରନ୍ତୁ ଆପଣଙ୍କର କ୍ରୋଧର ସଂସ୍କାର ଅଛି । ଆପଣ ବାରମ୍ବାର କ୍ରୋଧ କରୁଛନ୍ତି । ଏହାଦ୍ୱାରା ଆପଣଙ୍କର ସଂସ୍କାର ପରିବର୍ନ ହେବା ସଂଗେ ସଂଗେ ଏହା କ୍ରମଶଃ ଦୃଢ଼ ହେବାକୁ ଲାଗିବ । କୌଣସି କ୍ରୋଧ ଉଦ୍ରେକ ପରିସ୍ଥିତିରେ ଶାନ୍ତ ରହିବାର ସାଧନା ପୂର୍ଣ୍ଣତା ବିପରୀତ ପରିବର୍ନ । ଏଥିପାଇଁ ଆମକୁ ଦୃଢ଼ ମନୋବଳ ଆବଶ୍ୟକତା ପଡ଼ିଥାଏ । ଏହାର ବିପରୀତ ସ୍ବଭାବିକ ପରିବର୍ନ ସ୍ବତଃ ହୋଇଥାଏ ।

ଆଜି ମନୁଷ୍ୟକୁ ଏହିପରି ପରିବର୍ନ ପଥରେ ଅଗ୍ରସର ହୋଇ ଆବଶ୍ୟକତା ରହିଛି, ଯାହାଦ୍ୱାରା ସେ ବ୍ୟସନରୁ ଦୁର୍ବ୍ୟସନମୁକ୍ତ, ବିକାରୀରୁ ନିର୍ବିକାରୀ, ପତିତରୁ ପାବନ, ଅବଗୁଣୀରୁ ସଦ୍ଗୁଣୀ, ହିସ୍ରକରୁ ଅହିଂସକ, ସ୍ବାର୍ଥୀରୁ ପରମାର୍ଥୀ, ଅଧିନରୁ ଅଧିକାରୀ ତଥା ଦେହ ଅଭିମାନୀରୁ ଦେହୀ ଅଭିମାନୀ ହୋଇଯିବ ।

ଏହି ପରିବର୍ନ ‘ସତ୍ୟଜ୍ଞାନ’ ଆଧାରରେ ‘ସତତ ଧ୍ୟାନ’ର ଅଭ୍ୟାସ ଦ୍ୱାରା ହିଁ ସମ୍ଭବ ହୋଇପାରିବ । ସତତ ‘ଧ୍ୟାନ’ର ଅର୍ଥ ସତତ ‘ସ୍ୃତି’ । ଯେତେବେଳ ଆମେ ଏହିପରି ପରିବର୍ନ ପଥରେ ଅଗ୍ରସର ହେବ । ସେତେବେଳ ଆମର ପୁରୁଣା ସଂସ୍କାର, ପୁରୁଣା ବକ୍ତୃତ ସ୍ମୃତି ସମୂହକୁ ବାରମ୍ବାର ମାନସ ପଟଳରେ ଉଧ୍ଭାସିତ ହେବ । ଏହିପରି ନୂତନ ସ୍ମୃତି ଓ ପୁରୁଣା ସ୍ମୃତି ମଧ୍ୟରେ ଭୀଷଣ ସଂଘର୍ଷ ହୋଇଥାଏ । ଯେଉଁ ସୃତିର ଶକ୍ତି ଅଧିକ ଥାଏ, ପରିଶେଷରେ ତାର ହିଁ ବିଜୟ ହୋଇଥାଏ । ଏଥିପାଇଁ ପରିବର୍ନ ପଥରେ ଦୃଢ଼ତା ପୂର୍ବକ ଆଗକୁ ବଢ଼ିବାକୁ ହେଲେ ସର୍ବଦା ସଂଯମ ଓ ସାବଧାନ ପୂର୍ବକ ସକାରାତ୍ମକ ଚିନ୍ତନ ଓ ସ୍ମରଣ ଅବ୍ୟାହତ ରଖିବା ଉଚିତ୍ ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର