ନିପୁଣତା ଏବଂ କୌଶଲ୍ୟ

ଓøପଚାରିକତା ନିର୍ବାହ ପାଇଁ କୌଣସି କାର୍ଯ୍ୟ ସାମାନ୍ୟ ଭାବରେ ସମ୍ପାଦନ କରିବାରେ କର୍ାର ବିଶେଷତା ନ ଥାଏ । ଯେଉଁ କାର୍ଯ୍ୟରେ କୌଣସି ନବୀନତା ନାହିଁ ତାହା ଆକର୍ଷକ ହୋଇ ନଥାଏ । ଏଥି ପ୍ରତି ଲୋକଙ୍କ ଧ୍ୟାନ ଆକର୍ଷଣ ହୁଏ ନାହିଁ । ଲୋକେ କାର୍ଯ୍ୟକର୍ା ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । କାର୍ଯ୍ୟର କୌଶଳ ଏବଂ ତହିଁରେ ପ୍ରବୀଣତା ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇଥାଏ । ଜଣେ ଚିତ୍ରକାର ପୂର୍ଣ୍ଣ ଏକାଗ୍ରତା ସହ ଯେତେବେଳେ ଗୋଟିଏ ସୁନ୍ଦର ଚିତ୍ର ବନାଏ ସେତେବେଳେ ତାର ଜୀବଶ୍ୟତା ଓ ଲାବଶ୍ୟତା ଦେଖି ଲୋକେ ସ୍ତବ୍ଧ ହୋଇଯାଆନ୍ତି । ସମସ୍ତଙ୍କ ମୁହଁରୁ ଗୋଟିଏ ପ୍ରଶ୍ନ ବାହାରେ, “କିଏ ଏହି ଚିତ୍ରର ସ୍ରଷ୍ଟା? ଏହିପରି କଳାକାରର କଳାକୁ, ତାର କୌଶଲ୍ୟକୁ ଲୋକେ ନମନ କରନ୍ତି । ଏହା ତାର ନିପୁଣତାର ପରାକାଷ୍ଠା । ଏଥିପାଇଁ ପ୍ରତ୍ୟେକ ପୁରୁଷାର୍ଥୀଙ୍କୁ କୌଣସି କାର୍ଯ୍ୟ କିମ୍ବା ବ୍ୟବହାର କରିବା ସମୟରେ ତାଙ୍କୁ ସୁନ୍ଦର ଓ ଆକର୍ଷକ ଢ଼ଙ୍ଗରେ ସମ୍ପାଦନ କରିବାର ଲକ୍ଷ୍ୟ ରଖିବା ବିଧେୟ । କାର୍ଯ୍ୟ କୁ କୁଶଳତା ପୂର୍ବକ କରିବା ବ୍ୟକ୍ତିଙ୍କୁ କାର୍ଯ୍ୟ କୁଶଳ ଏବଂ ବ୍ୟବହାରରେ କୁଶଳତା ଆଶିବାର ବ୍ୟକ୍ତିଙ୍କୁ ବ୍ୟବହାର କୁଶଳ କୁହାଯାଏ । ବାଣୀର କୌଶଳ ମଧ୍ୟ କୌଣସି ଗୁଣରେ କମ ନୁହେଁ । ଜଣକର ବାକ ପଟୁତା ଓ ବାଣୀର ସମ୍ମୋହନ ଶକ୍ତି ଲୋକଙ୍କୁ ହତପ୍ରଭ କରିଦିଏ । ସେମାନଙ୍କ ହୃଦୟ ଓ ମନ ପରିବର୍ନ କରିଦିଏ ତଥା ବିରୋଧୀମାନଙ୍କୁ ସହଯୋଗ ବନାଇ ଦିଏ ।

କୌଣସି କାର୍ଯ୍ୟ ବିଷୟରେ ସମ୍ପୁର୍ଣ୍ଣ ଜ୍ଞାନ ହେବା ପର୍ଯ୍ୟନ୍ତ ତାକୁ ଉମ ଭାବରେ ସମ୍ପାଦନ କରିବା ସମ୍ଭବ ନୁହେଁ । ଜ୍ଞାନର ଅଭାବ ବା ଅପୂର୍ଣ୍ଣ ଜ୍ଞାନ କୌଣସି କାର୍ଯ୍ୟରେ ସଫଳତା ପାଇଁ ବାଧକ ଅଟେ । ବିଷୟର ପୂର୍ଣ୍ଣ ଜ୍ଞାନ ଥିଲେ ସଂପୃକ୍ତ କାର୍ଯ୍ୟକୁ ଅଧିକ ତନ୍ମୟ ଓ ସମର୍ପଣ ଭାବରେ ଅଧିକ ସମୟ ପର୍ଯ୍ୟନ୍ତ କରିବା ପାଇଁ କର୍ା ସକ୍ଷମ ହୁଏ । ଏକାଗ୍ରତା ଓ ତନ୍ମୟତା ସେହି କାର୍ଯ୍ୟକୁ ଅବଶ୍ୟ ସାର୍ଥକ ଓ ସଫଳ ବନାଇ ଦିଏ ।

ନିରବଚ୍ଛିନ୍ନ ପ୍ରୟାସ ଏବଂ ସତତ ଅଭ୍ୟାସ ଦ୍ୱାରା ଯେକୌଣସି କାର୍ଯ୍ୟରେ ନିପୁଣତା ଓ କଳାରେ ଦକ୍ଷତା ପ୍ରାପ୍ତ ହୋଇଥାଏ । ଜଣେ ସଙ୍ଗିତଜ୍ଞ ନିୟମିତ ଅଭ୍ୟାସ ବିନା ଗୀତ ବା ବାଦ୍ୟରେ ନିପୁଣ ହୋଇପାରେ ନାହିଁ । ସେହିପରି ଯେତେ ଉଚ୍ଚ ଶିକ୍ଷା ପ୍ରାପ୍ତି ହୋଇଥାଆନ୍ତୁ ନା କାହିଁକି ନିରନ୍ତର ଅଭ୍ୟାସ ବିନା ଜଣେ ବୈଜ୍ଞାନିକ ବା ଚିକିସôକ ନିଜ କ୍ଷେତ୍ର ବିଶେଷରେ ପାରଙ୍ଗମ ହୋଇପାରନ୍ତି ନାହିଁ । ଅନ୍ୟ ଅର୍ଥରେ ସୈଦ୍ଧାନ୍ତିକ ଜ୍ଞାନ ସହିତ ବ୍ୟବହାରିକ ଜ୍ଞାନ ଏବଂ ସିଦ୍ଧାନ୍ତର ପାଳନ ଅତ୍ୟନ୍ତ ଆବଶ୍ୟକ । ଏହାର ଅଭାବରେ ନିପୁଣତା ଆଦୌ ଆସେ ନାହିଁ ।

ଯଦି ଆମେ ନିଜ କାର୍ଯ୍ୟ ଏବଂ ବ୍ୟବହାର କ୍ଷେତ୍ରରେ ନିପୁଣ ବନିବାକୁ ଚାହୁଁ ତେବେ ଆମେ ଏକଥା ମନରୁ ବାହାର କରିଦେବା ଉଚିତ ଯେ ମୁଁ ନିଜ କ୍ଷେତ୍ର ବିଷୟରେ ସବୁକିଛି ଜାଣେ । ସର୍ବଦା ନିଜକୁ ଶିକ୍ଷାର୍ଥୀ ଓ ପ୍ରଶିକ୍ଷାର୍ଥୀ ମନେ କରି ସମସ୍ତଙ୍କଠାରୁ କିଛି ନା କିଛି ଶିଖିବା ଆବଶ୍ୟକ । ଅନ୍ୟମାନଙ୍କର ନିକଟରେ ସର୍ବଦା ଗୁଣ ଦେଖିବାର ଅଭ୍ୟାସ ଦ୍ୱାରାହିଁ ଶିଖିବାର ବୃି ସୃଷ୍ଟି ହୋଇଥାଏ । ଏଥିପାଇଁ ସର୍ବଦା ଅନ୍ୟମାନଙ୍କର ଭଲଗୁଣ ଦେଖିବାର ଅଭ୍ୟାସ କରିବା ଉଚିତ ।

କାର୍ଯ୍ୟରେ ନିପୁଣ ବା କୌଶଲ୍ୟ ସେତେବେଳେ ପ୍ରକଟିତ ହୁଏ ଯେତେବେଳେ ତାହା ଚିର ସଂପୂର୍ଣ୍ଣ ଏକାଗ୍ରତା ଓ ମନର ଶାନ୍ତି ସହ ସମ୍ପାଦିତ ହୋଇଥାଏ । ଅସ୍ଥିର ଚିରେ କରାଯାଇଥିବା କାର୍ଯ୍ୟ କେବେ ମଧ୍ୟ ସ୍ବୟଂ ତଥା ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରେ ନାହିଁ । ସମସ୍ତଙ୍କ ସନ୍ତୁଷ୍ଟତାହିଁ କାର୍ଯ୍ୟକର୍ାର ନିପୁଣତାର ପ୍ରମାଣ । ଯଦି ଜଣେ କୌଣସି କାର୍ଯ୍ୟରେ ପାଣ୍ଡିତ୍ୟ ଏବଂ ଦକ୍ଷତା ପ୍ରାପ୍ତି କରିବାକୁ ତାହାନ୍ତି ତେବେ ତାଙ୍କୁ ସଂପୃକ୍ତ କାର୍ଯ୍ୟ ବିଷୟରେ ଯେଉଁଠାରୁ ଯାହାବି ଜ୍ଞାନ ମିଳିଯାଏ ତାକୁ ବିନା ଦ୍ୱିଧାରେ ତୁରନ୍ତ ଗ୍ରହଣ କରିନେବା ଆବଶ୍ୟକ । ସେ ଲୋକଙ୍କଠାରୁ କେତେ ଶୁଣିଛନ୍ତି ଓ ଜାଣିଛନ୍ତି? ଗୁରୁଙ୍କଠାରୁ କେତେ ଶିଖିଛନ୍ତି? ଏହି ସବୁ କେବଳ ଶୁଣିବା ବା  ଜାଣିବା ପର୍ଯ୍ୟନ୍ତ ନୁହେଁ, ସବୁଠାରୁ ମହ୍ୱପୂର୍ଣ୍ଣ ହେଲା ସେଗୁଡ଼ିକୁ ବ୍ୟବହାରିକ ଜୀବନରେ ଅନୁସରଣ କରିବା । ବୌଦ୍ଧିକ ସମ୍ପନ୍ନତାର ଆଧାର ହେଉଛି ଏକାଗ୍ରତା ଓ ଗ୍ରାହ୍ୟତା (ଗ୍ରାହ୍ୟଶକ୍ତି) । ଜଣକୁ ପ୍ରତ୍ୟେକ କ୍ଷେତ୍ରରେ ଅନୁଭବୀ ବନାଇବାର ଏହା ହେଉଛି ମୂଳ ସ୍ରୋତ । 

ନିପୁଣତା ଓ କୌଶଳର ମୂଲ୍ୟାଙ୍କନ ପ୍ରସ୍ତୁତି ଆଧାରରେ ହୁଏ । ଜଣେ ବହୁତ କିଛି ଜାଣିଛି, ଶିଖିଛି ଓ ଧାରଣ ମଧ୍ୟ କରିଛି ସେ ବୁଦ୍ଧିମାନ ଓ ଅନୁଭବୀ ମଧ୍ୟ । କିନ୍ତୁ ଯେ ପର୍ଯ୍ୟାନ୍ତ ସେ ବିନା ଦ୍ୱିଧା ଓ ସଂକୋଚରେ ଜନସମୁଦାୟଙ୍କ ସମକକ୍ଷରେ ନିଜ ଯୋଗ୍ୟତା ଓ କଳାର ପ୍ରସ୍ତୁତି ନ କରିଛି ସେ ପର୍ଯ୍ୟନ୍ତ ତାର କାର୍ଯ୍ୟ ବ୍ୟବହାରରେ ଅନ୍ୟମାନଙ୍କୁ ଆକର୍ଷିତ କରିପାରେ ନାହିଁ । ଏଣୁ ଆଲୋଚିତ  ସମସ୍ତ ବିନ୍ଦୁଗୁଡ଼ିକୁ ଧ୍ୟାନରେ ରଖି ସତତ ପରିଶ୍ରମ ଓ ମନଯୋଗ ସହିତ କାର୍ଯ୍ୟକ୍ଷେତ୍ରରେ ନିଷ୍ଣାତ ସାଧକ ବନିବାର ପ୍ରୟାସ କରିବା ବିଧେୟ ।


Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର