ସଂକଳ୍ପ ଶକ୍ତି

ଆମେ ସ୍ଥୂଳତଃ ସଂସାରକୁ ଯେପରି ଦେଖୁ ବାସ୍ତବରେ ତାହା ନୁହେଁ । ଏହା ଶକ୍ତିର ସ୍ଥୂଳ ରୂପ ଅଟେ । ବିଜ୍ଞାନ ଅନୁସାରେ ସଂସାର ହେଉଛି ଶକ୍ତି ସ୍ୱରୂପ । ସମ୍ପୂର୍ଣ୍ଣ ଦୁନିଆର ସୂକ୍ଷ୍ମ ପ୍ରକମ୍ପନଗୁଡିକୁ ଦେଖିପାରୁଥିବା କୌଣସି ଯନ୍ତ୍ରରେ ଯଦି ଦେଖାଯାଏ ତେବେ ପ୍ରକାଶ ତରଙ୍ଗ ବ୍ୟତୀତ ଆଉ କିଛି ଦେଖାଯିବ ନାହିଁ । ସେତେବେଳେ ଆମକୁ ଏ ସଂସାର ସ୍ୱପ୍ନବତ୍ ମନେ ହେବ । ଯେଉଁ ପ୍ରକମ୍ପନ ସମୁହରେ ଏହି ସଂସାର ନିର୍ମିତ ତା’ଠାରୁ ମଧ୍ୟ ଅତି ସୂକ୍ଷ୍ମ ପ୍ରକାଶ ତରଙ୍ଗଗୁଡ଼ିକ ଦ୍ୱାରା ସୂକ୍ଷ୍ମଲୋକର ପ୍ରକୃତି ଗଠିତ । ଏହି ଭୌତିକ ସଂସାରରେ କୌଣସି ନିର୍ମାଣ ପାଇଁ ଯେଉଁ କି୍ରୟାଶକ୍ତିର ଆବଶ୍ୟକତା ପଡେ ତାହା ଅତି ସ୍ଥୂଳ ପରମାଣୁ ସମୂହ ସମ୍ପନ୍ନ ପ୍ରକୃତିର ସଂସାର ଅଟେ । ସୂକ୍ଷ୍ମ ଲୋକର ପ୍ରକୃତି ଓ ତ୍ୱ ଏତେ ସୂକ୍ଷ୍ମ ଯେ ସେଠାରେ କେବଳ ସଂକଳ୍ପ ଶକ୍ତି ଦ୍ୱାରା ସବୁକିଛି ନିର୍ମାଣ ହୋଇଯାଏ । ଆମର ମନସ୍ତ୍ୱ ସେହି ଅତି ସୂକ୍ଷ୍ମ ତ୍ୱ ବା ତରଙ୍ଗ ଦ୍ୱାରା ପ୍ରଭାବିତ ହୋଇଥାଏ । ସେଥିପାଇଁ ଯଦି କେହି ସେହି ଜଗତରେ ପ୍ରବେଶ କରି ସ୍ୱୀୟ ସଂକଳ୍ପ ଶକ୍ତିର ପ୍ରୟୋଗ ଏହି ଭୌତିକ ସଂସାରରେ କରେ ତେବେ ତାର ପ୍ରଭାବ ଅତ୍ୟଧିକ ଶକ୍ତିଶାଳୀ ହୋଇଥାଏ । କିନ୍ତୁ ସେହି ମାନସିକ ଶକ୍ତିକୁ ଆମେ ଏଠାରେ ହିଁ ବିକଶିତ କରିପାରିବା । କାରଣ ସେହି ସୂକ୍ଷ୍ମ ତରଙ୍ଗ ବା ପ୍ରକୃତିର ସଂସାର ଏଠାରେ ମଧ୍ୟ ବ୍ୟାପ୍ତ ଅଛି । ଏହି ତରଙ୍ଗ ବିଜ୍ଞାନ ତାର ମାଧ୍ୟମରେ ସ୍ୱୀୟ ଚୈତନ୍ୟ ପ୍ରଭାବ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରେରଣ କରିଥାଏ ।

ମାନସ ଜଗତର ପ୍ରକୃତିରେ ଉପôନ୍ନ କମ୍ପନ ଦ୍ୱାରା ମନୁଷ୍ୟ ଚେତନା ଉପରେ ଯେଉଁ ପ୍ରଭାବ ବା ପରିବର୍ନ ହୁଏ ତାକୁ ସଂକଳ୍ପ ବା ବି·ରକୁହାଯାଏ । ସୂକ୍ଷ୍ମ ଲୋକର ପ୍ରକୃତି ମଧ୍ୟ ସ୍ୱୀୟ ଅର୍ନ୍ତଭାଗଗୁଡିକରେ କ୍ରମଶଃ ସ୍ଥୂଳରୁ ସୂକ୍ଷ୍ମ ଭାବରେ ବିଦ୍ୟମାନ ଥାଏ । ଏହାଦ୍ୱାରା ଭିନ୍ନ ଭିନ୍ନ ପ୍ରକାରାର ପ୍ରଭାବ ପରିଦୃଷ୍ଟ ହୋଇଥାଏ । ମାନସ ଶରୀର ବି·ର ସମୂହକୁ ବ୍ୟକ୍ତ କରିବାର ମାଧ୍ୟମ ଅଟେ । ମନୁଷ୍ୟ ଯେପରି ସଂକଳ୍ପ କରେ ସେପରି ବନିଯାଏ । ଆମ ମଧ୍ୟରୁ ଖୁବ୍ କ୍ୱଚିତ ଲୋକେ ସଂକଳ୍ପ (ବି·ର)ର ପ୍ରଭାବ ବିଷୟରେ ଜାଣନ୍ତି । ବି·ର ଏକ କି୍ରୟା ଶକ୍ତି । ତରଙ୍ଗ ରୂପରେ ଏହାର ପ୍ରଭାବ ବେଶୀ ହୋଇଥାଏ । କୌଣସି କାମ ସମ୍ପାଦନ ମୂଳରେ ସଂକଳ୍ପ ଶକ୍ତି ଥାଏ । ଯେପରି ମୋଟର ଚଳାଇବା ପାଇଁ ବିଦୁ୍ୟତ ଶକ୍ତି ଆବଶ୍ୟକ ହୋଇଥାଏ ସେହିପରି କର୍ମରୂପୀ ମୋଟରକୁ କି୍ରୟାନ୍ୱିତ କରିବା ପାଇଁ ବି·ର ରୂପୀ ବିଦୁ୍ୟତର ଆବଶ୍ୟକତା ପଡେ ।

ଭିନ୍ନ ଭିନ୍ନ ବି·ରର (ସଂକଳ୍ପ) ତରଙ୍ଗର ପ୍ରଭାବ ଏବଂ ସେଗୁଡ଼ିକର ଆକାର-ପ୍ରକାର ମଧ୍ୟ ପୃଥକ ହୋଇଥାଏ । ସେଗୁଡ଼ିକର ରଙ୍ଗ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ । ପ୍ରତି ସେକେଣ୍ଡ ଅନୁପାତ ଓ କମ୍ପନର ଦୈର୍ଘ୍ୟ ସେହି ବି·ରର ପ୍ରକାର ଉପରେ ନିର୍ଭର କରିଥାଏ । ସ୍ପଷ୍ଟ ବୁଝିବା ପାଇଁ ଲୋଭର ଉଦାହରଣ ନିଆଯାଉ । ଲୋଭର କେତେକ ବି·ର ଏପରି ଅଟେ ଯେ ଥରେ ପ୍ରକମ୍ପନ ଆରମ୍ଭ ହୋଇଗଲେ ଆପେ ଆପେ ସେଗୁଡ଼ିକର ପୁନରାବୃି ହୋଇ·ଲେ । ଏଥିପାଇଁ ପ୍ରୟାସ କରିବାକୁ ପଡେ ନାହିଁ । ତାହା ମନୁଷ୍ୟର ମାନସିକ ଅଭ୍ୟାସର ରୂପ ଧାରଣ କରି ନିଏ ଯାହାଠାରୁ ମୁକୁଳିବା ମୁସ୍କିଲ ହୋଇଯାଏ ।  ବାରମ୍ବାର ପୁନରାବୃି ହେଉଥିବା ଅଭ୍ୟାସ ଆମ ସଚେତନ ମନରେ ତତ୍ ସମ୍ବନ୍ଧିତ ପ୍ରକମ୍ପନ ଗ୍ରନ୍ଥି ବା ସଂସ୍କାର ରୂପରେ ସ୍ଥାପିତ ହେବାକୁ ଲାଗେ । ଏହି କାରଣରୁ ସଂପୃକ୍ତ ବ୍ୟକ୍ତିର ବି·ର ଅନୁରୂପ ତାର କର୍ମର ସ୍ୱଭାବ ବନିଯାଏ ଓ ତଦନୁରୂପ ତାର ଚରିତ୍ର ଗଠନ ହୁଏ ।

ଅନନ୍ତ ଆକାଶ ପରି ଅତି ସୂକ୍ଷ୍ମ ପ୍ରକାଶ ଓ ଇଥର ଠାରୁ ମଧ୍ୟ ଅତ୍ୟଧିକ ସୂକ୍ଷ୍ମ ତ୍ୱ ଅର୍ଦ୍ଧଚେତନ ଅବସ୍ଥାରେ ଆମର ଚତୁର୍ଦ୍ଧିଗରେ ପରିବ୍ୟାପ୍ତ । ଏହାକୁ ମନସ ତ୍ୱ କୁହାଯାଏ । ଯେତେବେଳେ କୌଣସି ବ୍ୟକ୍ତି ସଂକଳ୍ପ କରେ, ତତ୍କ୍ଷଣାତ୍ ତତ୍ ସମ୍ବନ୍ଧିତ ପ୍ରକମ୍ପନ ସମଗ୍ର ବ୍ରହ୍ମାଣ୍ଡରେ ପ୍ରସାରିତ ହୋଇଯାଏ । ଏହାର ତୀବ୍ରତା ସେହି ବ୍ୟକ୍ତିର ମାନସିକ କେନ୍ଦ୍ର ଉପରେ ସର୍ବାଧିକ ହୋଇଥାଏ । ଏହି ପ୍ରକି୍ରୟାକୁ ପୁଷ୍କରିଣୀର ସ୍ଥିର ଦଳରେ ଏକ ଟେକା ଫୋପାଡିବା ଦ୍ୱାରା ଉପôନ୍ନ ହେଉଥିବା ଲହଡି ସହିତ ତୁଳନା କରାଯାଇପାରେ । ଜଳର ଯେଉଁ ଅଂଶରେ ଟେକା ପଡେ ତାହା ହେଉଛି କେନ୍ଦ୍ର । ଏଠାରୁ ତୀବ୍ରତା ସହ ତରଙ୍ଗ ଉପôନ୍ନ ହୋଇ ତାର ଚତୁଃପାଶ୍ୱର୍ର ପରିଧି ଅଭିମୁଖେ ପ୍ରବାହିତ ହୋଇ କ୍ରମଶଃ କ୍ଷୀଣ ହୋଇଥାଏ । ସେହିପରି ବି·ରର ପ୍ରକମ୍ପନ ବାୟୁମଣ୍ଡଳରେ ପ୍ରବାହିତ ହୋଇ କ୍ରମଶଃ କ୍ଷୀଣ ହୋଇଯାଏ । ସେହିପରି ବି·ରର ପ୍ରକମ୍ପନ ବାୟୁମଣ୍ଡଳରେ ପ୍ରବାହିତ ହୋଇ ଅନ୍ୟମାନଙ୍କ ମାନସ ଶରୀରରେ ପ୍ରବେଶ କରିଯାଏ । ସେହି ବି·ର ବା ସଂକଳ୍ପ ଅନୁକୂଳ ସଂସ୍କାର ଥିବା ବ୍ୟକ୍ତିମାନେ ଏହାଦ୍ୱାରା ବିଶେଷ ପ୍ରଭାବିତ ହୁଅନ୍ତି । ଆମ ମନରେ ଉପôନ୍ନ ହେଉଥିବା ଏହି ସଂକଳ୍ପ ଏକ ବା ଅନେକ ପ୍ରକାରର ମିଶ୍ରଣ ବି ହୋଇପାରେ । ମିଶ୍ରିତ ଭାବ ଓ ବି·ରର ପ୍ରଭାବ ଭିନ୍ନ ଭିନ୍ନ ମାନସିକ ସ୍ତରକୁ ପ୍ରଭାବିତ କରିଥାଏ । ଉଚ୍ଚ ବି·ରରେ ଉପôନ୍ନ ତରଙ୍ଗ ମନୋବୃିର ଶକ୍ତିକୁ ଦିବ୍ୟ ଓ ତେଜସ୍ୱୀ ବନାଇ ଦିଏ । ସାଧାରଣ ଓ ମିଶ୍ରିତ ବି·ରର ପ୍ରଭାବ ଆମର ନିମ୍ନ ତଥା ସାଧାରଣ ଭାବନା ଓ କାମନା ସମ୍ପନ୍ନ ମନୋବୃିକୁ ପ୍ରଭାବିତ କରିଥାଏ । ଉଚ୍ଚ, ମଧ୍ୟମ ଓ ନିମ୍ନ ଏହି ତିନି ପ୍ରକାରର ବି·ରର ପ୍ରଭାବ ଅନ୍ୟମାନଙ୍କୁ ସେହି କ୍ରମରେ ପ୍ରଭାବିତ କରିଥାଏ ।

ବି·ର ପ୍ରକମ୍ପନ ସହିତ କେବଳ ଭାବ ଯାଏ । ବିଷୟବସ୍ତୁ ନୁହେଁ । ଉଦାହରଣ ସ୍ୱରୂପ ଜଣେ ଭକ୍ତି ବିଭୋର ହୋଇ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରୁଛନ୍ତି । ଏହି ବି·ର ତରଙ୍ଗ ଯେତେବେଳେ କୌଣସି କୃଷ୍ଣ ଭକ୍ତଙ୍କୁ ସ୍ପର୍ଶ କରିବ ତେବେ ତାଙ୍କ ଭକ୍ତି ଭାବ ଗାୟତ୍ରୀଙ୍କ ପ୍ରତି ନହୋଇ କୃଷ୍ଣଙ୍କ ପ୍ରତି ଆହୁରି ବୃଦ୍ଧି ପାଇବ । ଏହା ଯେତେବେଳେ କୌଣସି ନାସ୍ତିକ ବ୍ୟକ୍ତିଙ୍କ ମାନସିକ ଅବସ୍ଥାକୁ ସ୍ପର୍ଶ କରିବ ତେବେ ତାଙ୍କ ମନରେ ଉଚ୍ଚ ଆଦର୍ଶମୟ ବି·ର ସମୂହ ସୃଷ୍ଟି କରିବ । ଠିକ୍ ସେହି ପ୍ରକାର କ୍ରୋଧ, ଇର୍ଷା ବା ସ୍ୱାର୍ଥ ଆଦି ନକାରାତ୍ମକ ପ୍ରକମ୍ପନ ମଧ୍ୟ ତଦନୁକୂଳ ସମସ୍ତ ମନୋବୃି ସମ୍ପନ୍ନ ବ୍ୟକ୍ତିଙ୍କ ମଧ୍ୟରେ ଏହି ଭାବ ତରଙ୍ଗ ସୃଷ୍ଟି କରିବ । ଏହି ତରଙ୍ଗର ପ୍ରଭାବ ଅନାୟାସ ଯଦି କୌଣସି ବ୍ୟକ୍ତି ମଧ୍ୟରେ ବୃଦ୍ଧି ପାଇଯାଏ ତେବେ ସେ ଅନ୍ୟର ସାଧାରଣ ଭୁଲରେ ମଧ୍ୟ କ୍ରୋଧାଭିଭୂତ ହୋଇ ହତ୍ୟା କରିଦେଇପାରନ୍ତି । ପରେ ଯେତେବେଳେ ସେ ଶାନ୍ତ ହୋଇଯିବେ ତାଙ୍କ ଭିତରେ ପଶ୍ଚାାପ ଆସିପାରେ । ସେ ନିଜକୁ ନିଜେ ଭାବିବାକୁ ଲାଗିବେ ବା ଅନ୍ୟ କାହା ଆଗରେ ପ୍ରକାଶ କରିବେ ଯେ ସେ ଏ ହତ୍ୟା କରିବାକୁ ଭାବି ନଥିଲେ । କେଜାଣି କେମିତି ଏଭଳି ଜଘନ୍ୟ କାର୍ଯ୍ୟ କରିଦେଲି । ଏହି ପ୍ରକାର ବି·ର ତରଙ୍ଗର ପ୍ରଭାବ ସକାରାତ୍ମକ ତଥା ନକାରାତ୍ମକ ଉଭୟ ଦିଗରେ ପଡିଥାଏ ।

ଆଗରୁ କୁହାଯାଇଛି ଆମ ଚତୁର୍ଦ୍ଧିଗରେ ଥିବା ବ୍ରହ୍ମାଣ୍ଡରେ ଏକ ସୂକ୍ଷ୍ମ ଅର୍ଦ୍ଧଚେତନ ପ୍ରକୃତି ପରିବ୍ୟାପ୍ତ । ଆମର ବି·ର ପ୍ରକମ୍ପନର ଆଉ ଏକ ପ୍ରଭାବ ହେଉଛି ଆକୃତି ନିର୍ମାଣ । ଆମେ ଯେତେବେଳେ କୌଣସି ସଂକଳ୍ପ କରୁ ତହିଁରୁ ଉପôନ୍ନ ପ୍ରକମ୍ପନ ଏହି ସୂକ୍ଷ୍ମ ଅର୍ଦ୍ଧଚେତନ ପ୍ରକୃତିରେ ତଦନୁରୂପ ଆକୃତି ନିର୍ମାଣ କରେ । ଏହି ଆକୃତି ଚେତନଶୀଳ । ତେଣୁ ନିଜ ଭାବ ବା ବି·ର ଅନୁକୂଳ ତୀବ୍ରତା ପୂର୍ବକ କାମ କରିବାର ସାମର୍ଥ୍ୟ ଏଥିରେ ଥାଏ । ଉଦାହରଣ ସ୍ୱରୂପ ସହସ୍ରାଧିକ ମାଇଲ ଦୂରରେ ଥିବା କୌଣସି ବ୍ୟକ୍ତି ପାଇଁ ଯଦି ଜଣେ ଘୃଣାର ଭାବ ରଖେ ତେବେ ତାଙ୍କଠାରୁ ଉପôନ୍ନ କୃତ୍ରିମ ସଜୀବ ଆକୃତି ଏହି ସଂସାରରେ କେବଳ ସେହି ବ୍ୟକ୍ତିଙ୍କୁ ଅନ୍ୱେଷଣ କରି ତାର ମନୋବୃି ବା ବି·ର ଅନୁସାରେ କ୍ଷତି ପହୁାଇବ । ସେହିପରି ଯଦି ଆମେ କରୁଣା, ପ୍ରେମ, ସ୍ନେହ ଆଦି କୌଣସି ମହାନ ସଂକଳ୍ପ କାହା ପାଇଁ କରିବା ତେବେ ତତ୍କ୍ଷଣାତ ଆମର ଦେବ ସ୍ୱରୂପ ଆକୃତି ସଂପୃକ୍ତ ବ୍ୟକ୍ତିଙ୍କ ନିକଟରେ ପହô ତାଙ୍କର କଲ୍ୟାଣ କରିବ । ମା’ର ନିଜ ସନ୍ତାନ ପ୍ରତି ସ୍ନେହ । ମୁନିଋଷିମାନଙ୍କର ବରଦାନ ବା ଅଭିଶାପ ମଧ୍ୟ ଆକୃତି ରୂପରେ ଲକ୍ଷିତ ସ୍ଥାନରେ ପହô ସଂକଳ୍ପିତ କାର୍ଯ୍ୟ ସମ୍ପାଦନା କରିଥାଏ, ଏହି ଆକୃତିରେ ସ୍ୱଜ୍ଞାନ ତଥା ସୁଖ-ଦୁଃଖର ବୋଧ ରହେ ନାହିଁ । ଏହା ବି·ର ଓ ମନୋଭାବ ଦ୍ୱାରା ପ୍ରଭାବିତ ହୋଇ ସୁନ୍ଦର ରୂପ ବା କୁତ୍ସିତ ରୂପ ଧାରଣ କରିଥାଏ ।

ବି·ରର ଗୁଣ ଓ ଧର୍ମ ଆଧାରରେ ଆକୃତିର ରଙ୍ଗ ନିର୍ମାଣ ହୋଇଥାଏ । ପ୍ରେମ ଭାବର ରଙ୍ଗ ଗୋଲାପୀ । ଭକ୍ତି ଭାବର ରଙ୍ଗ ହଳଦିଆ । ଯେତିକି ସ୍ପଷ୍ଟ, ପବିତ୍ର ଏବଂ ନିର୍ମଳ ଭାବ ବା ବି·ର ହେବ ସେତିକି ସୁନ୍ଦର ଓ ସ୍ପଷ୍ଟ ଆକୃତିର ନିର୍ମାଣ ହେବ । ଏହି ଆକୃତିର ସମୟାବଧି ସେହି ବି·ରର ଦୃଢ଼ତା ଓ ତୀବ୍ରତା ଉପରେ ନିର୍ଭର କରେ । ଏହାର ଆୟୁଷ କିଛି କ୍ଷଣ, ମାସାଧିକ ଓ ବର୍ଷାଧିକ ହୋଇପାରେ । ଯଦି, କିଛି କ୍ଷଣ ମଧ୍ୟରେ ହିଁ ସୂକ୍ଷ୍ମ ପ୍ରକୃତିରେ ମିଳାଇ ଯାଏ ।

ପ୍ରତ୍ୟେକଙ୍କ ଚତୁଃପାଶ୍ୱର୍ରେ ଏକ ଆଭା ମଣ୍ଡଳ ଥାଏ । ଯେତେବେଳେ ଜଣେ କାହାରି ବିଷୟରେ ସକାରାତ୍ମକ ଓ ନକାରାତ୍ମକ ବି·ର କରେ ତାହା ଆକୃତି ରୂପରେ ସମ୍ବନ୍ଧିତ ବ୍ୟକ୍ତିର ଆଭା ମଣ୍ଡଳ ବା ଓରା ନିକଟରେ ପହôଯାଏ । ଯଦି ସେହି ବ୍ୟକ୍ତି ଖାଲି ବସିଥାଏ ତେବେ ସେହି କ୍ଷଣି ତାର ଆଭାମଣ୍ଡଳରେ ପ୍ରବେଶ କରି ଅନୁରୂପ ପ୍ରକମ୍ପନ ସୃଷ୍ଟି କରିଥାଏ । ଯଦି ସେହି ବ୍ୟକ୍ତି ସମାନ ବି·ର ଭାବ ବା ବି·ରରେ ବସିଥାଏ ତେବେ ଏହି ପ୍ରକମ୍ପନର ତୀବ୍ରତା ଖୁବ ବଢ଼ିଯାଏ । ଯଦି ବ୍ୟକ୍ତି କୌଣସି କାର୍ଯ୍ୟରେ ବ୍ୟସ୍ତ ଥାଏ ତେବେ ସେହି ବି·ର ଆକୃତି ତାର କର୍ମ ସମାପ୍ତି ପର୍ଯ୍ୟନ୍ତ ପ୍ରତୀକ୍ଷା କରେ । ଏହି ପ୍ରକାର ଭଲ ବା ମନ୍ଦ ଭାବଯୁକ୍ତ ବି·ରର ପ୍ରଭାବ ସପୃକ୍ତ ବ୍ୟକ୍ତି ଉପରେ ସେତେବେଳେ ପଡ଼େ, ଯେତେବେଳେ ତାର ଆରାମଣ୍ଡଳ ଆକୃତି ଅନୁକୂଳ ଥାଏ । ଅନ୍ୟପକ୍ଷରେ କୌଣସି ମନ୍ଦ ବି·ର ଯଦି ଜଣେ ପବିତ୍ର ଓ ମହାନ ବ୍ୟକ୍ତିଙ୍କୁ ପ୍ରେରଣ କରାଯାଏ ତେବେ ସେହି ଆକୃତି ନିଜ ଅନୁକୂଳ ହୋଇନଥିବାରୁ ତାଙ୍କ ନିର୍ମଳ ଆଭାମଣ୍ଡଳରେ ଧକ୍କା ଖାଇ ପ୍ରେରକଙ୍କ ନିକଟକୁ ଫେରିଯାଏ । ଏହାଦ୍ୱାରା ପ୍ରେରକଙ୍କ ଭୟଙ୍କର କ୍ଷତି ହୋଇଥାଏ । ଯଦି ଏପରି ବି·ର ନିଜ ପାଇଁ କରାଯାଏ ତେବେ ସେହି ଆକୃତି ତାଙ୍କ ଚତୁଃପାଶ୍ୱର୍ରେ ଘୂରୁ ଥାଏ ଓ  ଅନୁକୂଳ ସମୟ ଦେଖି ଅନୁରୂପ କମ୍ପନ ସୃଷ୍ଟି କରେ । ସେଥିପାଇଁ କୁହାଯାଏ ଯେ ରିକ୍ତ ମନ ଶୈତାନର ଘର, ବ୍ୟକ୍ତି ନିଜେ ନିଜର ଶତ୍ରୁ ଓ ମିତ୍ର ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର