ଜ୍ଞାନ ଗଙ୍ଗା
ପ୍ରଜ୍ଞାପ୍ରାକାରଣସଂଯୁକ୍ତ ମସ୍ଥିସ୍ଥୂଳତାଂ ପୂରଂ ମହତ୍ ।
ଚର୍ମଭିି ମହାରୋଧଂମାଂସଶୋଣିତ ଲେପନମ୍ ।ା
(ଅର୍ଥ:- ଏହି ଶରୀର ଏକ ବଡ ନଗର ସଦୃଶ । ପ୍ରଜ୍ଞା ଏହାର ପ୍ରାଚୀର । ଏହା ହାଡ ନିର୍ମିତ ଖମ୍ବ ଉପରେ ଦଣ୍ଡାୟମାନ । ଚମଡା ଏହାର କାନ୍ଥ । ଏହା ସମଗ୍ର ନଗରକୁ ଧରି ରଖିଛି । ଏହା ଉପରେ ରକ୍ତ ଓ ମାଂସର ପଙ୍କ ବୋଳା ଯାଇଛି । )
ନବ ଦ୍ୱାରଂ ମହାୟାସଂ ସର୍ବତଃ ସ୍ନାୟୁ ବେଷ୍ଟିତମ୍
ନୃପଶ୍ଚ ପୁରୁଷ ସ୍ତତ୍ର ଚେତନାବାନ ବସ୍ଥିତଃ ।
(ଅର୍ଥ: ଏଥିରେ ନଅଟି ଦ୍ୱାର ଅଛି । ଏହା ଅତି ଯନôର ସହିତ ସୁରକ୍ଷିତ, ଶିରା ପ୍ରଶିରା ଏହାକୁ ଘେରି ରହିଛି । ଚେତନ ପୁରୁଷ ଏଇ ନଗରର ରାଜା ଅଟେ ।)
ମନ୍ତ୍ରିଣୌ ତସ୍ୟ ବୁଦ୍ଧିଶ୍ଚ ମନ ଶ୍ଚୈବ ବିରୋଧନୌ ।
ଯତେତେ ବୈରନାଶାୟ ତାବୁ ଭାବିତରେ ତରମ୍ ।ା
(ଅର୍ଥ:- ଏହି ରାଜାଙ୍କର ଦୁଇ ଜଣ ମନ୍ତ୍ରୀ ଅଛନ୍ତି । ସେମାନେ ହେଲେ ମନ ଓ ବୁଦ୍ଧି । ମନ୍ତ୍ରୀ ଦୁହେଁ ପରସ୍ପର ବିରୋଧୀ । ଜଣେ ଜଣଙ୍କର ପ୍ରତିଶୋଧ ନେବାକୁ ସର୍ବଦା ଅନାଇ ବସିଛନ୍ତି ।)
ନୃପସ୍ୟ ତସ୍ୟ ଚତ୍ୱାରୋ ନାଶମିଚ୍ଛନ୍ତି ବିଦ୍ଧ୍ୱିଷଃ
କାମଃ କ୍ରୋଧ ସ୍ତଥା ଲୋଭୋ ମୋହଶ୍ଚାନ୍ୟ ସ୍ତଥା ରିପୁଃ ।ା
(ଅର୍ଥ:- ସେହି ରାଜାଙ୍କର ·ରି ଜଣ ଶତ୍ରୁ । ସେମାନେ ହେଲେ କାମ, କ୍ରୋଧ, ଲୋଭ ଓ ମୋହ । ଏଇ ·ରି ଜଣ ରାଜାଙ୍କର ସର୍ବନାଶ କରିବାକୁ ସର୍ବଦା ତିଆରି ହୋଇ ରହିଛନ୍ତି ।
ଯଦାତୁ ସନୃପସ୍ତାନି ଦ୍ୱାରାଣ୍ୟା ବୃତ୍ୟ ତିଷ୍ଠତି ।
ତଦାସ ସ୍ଥବଳ ଶ୍ଚୈବ ନିରାତଙ୍କଶ୍ଚ ଜାୟତେ ।
(ଅର୍ଥ:- ଯେତେବେଳେ ରାଜା ନଅଟି ଦ୍ୱାରକୁ ବନ୍ଦ କରି ରଖେ ସେତେବେଳେ ତାହାର ଶକ୍ତି ସୁରକ୍ଷିତ ହୋଇ ରହେ ଏବଂ ସେ କାହାକୁ ଭୟ କରେ ନାହିଁ)
ଯଦାତୁ ସର୍ବଦ୍ୱାରାଣି ବିବୃ ତାନି ସ ମୁତି ।
ରାଗୋ ନାମ ତଦା ଶତ୍ରୁ ନୈତ୍ର ଦିଦ୍ୱର ମୃଚ୍ଛତି ।ା
(ଅର୍ଥ:- କିନ୍ତୁ ଯେତେବେଳେ ସେ ଏଇ ନଅଟି ଦ୍ୱାରକୁ ଖୋଲି ଦିଏ, ସେତେବେଳେ କ୍ରୋଧ ନାମକ ଶତ୍ରୁ ନେତ୍ରାଦି ଦ୍ୱାରା ଆକ୍ରମଣ କରେ । )
ସର୍ବ ବ୍ୟାପୀ ମହାୟାମଃ ପ ଦ୍ୱାର ପ୍ରବେଶନଃ
ତସ୍ୟାନୁମାର୍ଗଂ ବିଶତି ତ ଦ୍ୱୈ ଘୋରଂ ରିପୁତ୍ରୟମ୍ ।ା
(ଅର୍ଥ:- ଏହା ସର୍ବବ୍ୟାପକ ଓ ଅତି ବିଶାଳ । ସେ ପାଟି ଦ୍ୱାର ଦେଇ ପ୍ରବେଶ କରେ । ତାହା ପଛେ ଅନ୍ୟ ତିନି ଜଣ ଭୟଙ୍କର ଶତ୍ରୁ ପ୍ରବେଶ କରନ୍ତି ।)
ପ୍ରବିଶ୍ୟାଥ ସବୈ ତତ୍ର ଦ୍ୱାରୈରିନ୍ଦ୍ରିୟଜ୍ଞକୈଃ ।
ରାଗଃ ସଂଶ୍ଲେଷମାୟାତି ମନସା ଚ ସହେତରୈଃ ।ା
(ଅର୍ଥ:କ୍ରୋଧ ପ ଇନ୍ଦ୍ରିୟ ଦ୍ୱାର ଦେଇ ପ୍ରବେଶକରି ମନ ଓ ଅନ୍ୟାନ୍ୟ ଇନ୍ଦ୍ରିୟମାନଙ୍କସହିତ ନିଜର ସମ୍ବନ୍ଧ ସ୍ଥାପନ
କରେ । )
ଇନ୍ଦ୍ରିୟାଣି ମନଶ୍ଚୈବ ବଶେ କୃତ୍ୱା ଦୁରା ସଦଃ
ଦ୍ୱାରାଣି ଚ ବଶେ କୃତ୍ୱା ପ୍ରାକାରଂ ନାଶୟତ୍ୟଥ ।ା
(ଅର୍ଥ:- ଇନ୍ଦ୍ରିୟ ଓ ମନକୁ ବଶ କରି ଏହା ଦୁର୍ଜେୟ ହୋଇଯାଏ ଏବଂ ସକଳ ଦ୍ୱାରକୁ ଅଧିକାର କରି ପ୍ରଜ୍ଞା ରୂପକ ପ୍ରାଚୀରକୁ ନଷ୍ଟ କରି ଦିଏ ।)
ମନସ୍ତ ସ୍ୟାଶ୍ରିତଂ ଦୃଷ୍ଟ୍ୱା ବୁଦ୍ଧି ର୍ନଶ୍ୟତି ତତ୍ କ୍ଷଣାତ୍ ।
ଅମାତ୍ୟ ରହିତ ସ୍ତତ୍ର ଗୌରବର୍ଗୋଜ୍ଝିତ ସ୍ତ ଥା ।
(ଅର୍ଥ:- ମନ କ୍ରୋଧର ଅଧୀନ ହେବା ଦେଖି ବୁଦ୍ଧି ମଧ୍ୟ ନଷ୍ଟ ହୋଇଯାଏ । ମନ୍ତ୍ରୀମାନଙ୍କ ଅଭାବରୁ ଅନ୍ୟ ପୁର ବାସୀମାନେ ମଧ୍ୟ ଏହାକୁ ଛାଡି ·ଲିଯାଆନ୍ତି ।)
Comments
Post a Comment