ତିରସ୍କାର ଓ ପୁରସ୍କାର 


ଧନ ସମ୍ପି, ପଦ ମର୍ଯ୍ୟାଦା, ପୁରସ୍କାର ଓ ପ୍ରଶଂସା ପ୍ରାପ୍ତିର ଆକାଂକ୍ଷା ରଖିବା ପ୍ରତ୍ୟେକ ମନୁଷ୍ୟର ସହଜ ପ୍ରବୃି ଅଟେ । ନିଜର ପ୍ରଶସ୍ତି ଗାନ ଶୁଣି ଓ ପୁରସ୍କାର ପ୍ରାପ୍ତ ହୋଇ ପ୍ରାୟ ଲୋକ ଗର୍ବରେ ଆତ୍ମ ବିଭୋର ହୋଇ ପଡନ୍ତି । ନିଜର ଉପଲବ୍ଧି ପାଇଁ ତାଙ୍କ ମନରେ ଅହକାଂର ଜାତ ହୁଏ । ସେମାନେ  ଅନ୍ୟମାନଙ୍କୁ ନିଜ ଠାରୁ  ତୁଛ ମନେ କରିବାକୁ ଲାଗନ୍ତି । ଅପର ପକ୍ଷରେ ଯେତେବେଳେ ବ୍ୟକ୍ତିକୁ ନିଜର ଅସଫଳତା ପାଇଁ ଆଲୋଚନାର ସମ୍ମୁଖୀନ ହେବାକୁ ପଡେ ଏବଂ ତାଙ୍କୁ ପୁରସ୍କୃତ କରିବା ପରିବେର୍ ଲୋକେ ତିରସ୍କାର କରନ୍ତି ତେବେ ଏପରି ସ୍ଥିତିରେ ସେ ବିଚଳିତ ହେଇପଡନ୍ତି । ତାଙ୍କ ମନରେ କ୍ରୋଧ ଜାତ ହୁଏ । ସେ ଉେଜିତ ହୋଇପଡନ୍ତି । ତାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ରୋଷପୁର୍ଣ୍ଣ ଭାବରେ ପ୍ରତିବାଦ କରନ୍ତି । ମୋର ପ୍ରତିଷ୍ଠା ହ୍ରାସ କରିବା ପାଇଁ ମୋ ବିରୁଦ୍ଧରେ ଷଡଯନ୍ତ୍ର ହୋଇଛି ବୋଲି କହି ବୁଲନ୍ତି । ଅନ୍ୟମାନଙ୍କ ସାମନାରେ ନିଜର ପ୍ରଶସ୍ତି ଗାନ କରିବାକୁ ଲାଗନ୍ତି । ଏହି ପରି ବ୍ୟକ୍ତି ଆଲୋଚନା ଓ ଅପମାନ ସହିବା ପାଇଁ ଏବଂ ଆତ୍ମ ସଂଶୋଧନ କରିବା ପାଇଁ ଚାହାନ୍ତି ନାହିଁ ବା ଏଥିପାଇଁ ତାଙ୍କର ମାନସିକ ପ୍ରସ୍ତୁତି ନ ଥାଏ । ବାସ୍ତବରେ ଦେଖିବାକୁ ଗଲେ “ପୁରସ୍କାର ଓ ତିରସ୍କାର” ଗୋଟିଏ ମୁଦ୍ରାର ଉଭୟ ପାଶ୍ୱର୍ ଅଟେ ଏବଂ ଜୀବନ ଚକ୍ରର ଏକ ନିଶ୍ଚିତ ବକ୍ର ଗତି ବା ପଥ ଅଟେ । ସଂସାରରେ ଏପରି  କୌଣସି ବ୍ୟକ୍ତି ନାହିଁ ଯିଏ ସର୍ବଦା ପୁରସ୍କାର ପାଉଥାଏ କିମ୍ବା କୌଣସି ଏପରି ବ୍ୟକ୍ତି ନାହିଁ ଯାହାକୁ ସର୍ବଦା ତିରସ୍କାର ମିଳୁଥାଏ । ଜୀବନର ଏହି ଉଭୟ ପାଶ୍ୱର୍କୁ ବୁଝି ଆମକୁ ପ୍ରତ୍ୟେକ ପରିସ୍ଥିତିରେ ସାମଞ୍ଜସ୍ୟ ରକ୍ଷା କରିବାର ପ୍ରଯନô କରିବା ଉଚିତ ।

ଜଣେ ଖେଳାଳୀ ଖେଳ ଜିତିବା ପାଇଁ ତାର ସମସ୍ତ ସାମର୍ଥ୍ୟ ସହ ଖେଳିଥାଏ । କିନ୍ତୁ ସବୁବେଳେ ଯେ ସେ ଖେଳରେ ଜିତି ପୁରସ୍କାର ପାଇବ ଏହା ସମ୍ଭବ ନୁହେଁ । କାରଣ ହାରିବା ଓ ଜିତିବା ଉଭୟ ସ୍ଥିତିର ସମ୍ମୁଖୀନ ହେବାକୁ ପଡିଥାଏ । ବାସ୍ତବରେ ଜଣେ ପ୍ରକୃତ ଖେଳାଳୀ ପୁରସ୍କାର ପାଇବା ପାଇଁ ଖେଳି ନ ଥାଏ । ସେ ଖେଳିବା ପାଇଁ ଖେଳେ । ଏହିପରି ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଏକ ଖେଳ ଅଟେ । ଏଥିରେ ପ୍ରତ୍ୟେକ ପଦକ୍ଷେପରେ ଜୟ-ପରାଜୟ, ମାନ-ଅପମାନ, ହାନି-ଲାଭ, ସୁଖ-ଦୁଃଖ, ପ୍ରାପ୍ତି-ଅପ୍ରାପ୍ତି,ପୁରସ୍କାର-ତିରସ୍କାର ଆଦି ସମସ୍ତ ପ୍ରକାର ଅବସର ଆସିଥାଏ । ଏଥିପାଇଁ ଜୀବନର ପ୍ରତ୍ୟେକ କ୍ଷଣକୁ, ପ୍ରତ୍ୟେକ ମୋଡକୁ, ପ୍ରତ୍ୟେକ ଲକ୍ଷ୍ୟକୁ ଖେଳର ଉାନ-ପନ ରୂପରେ ଦେଖି ତଟସ୍ଥ ଭାବ ରଖିବା ଉଚିତ । ଯାହାକିଛି ମଧ୍ୟ ଘଟୁଛି ତାକୁ ଦେଖି ମନରେ କେବେ ହେଲେ ମଧ୍ୟ ଦୁଃଖ, ଅବସାଦ, କୁଣ୍ଠା, ଚାପ ଆଦି ନକରାତ୍ମକଭାବ ଉପôନ୍ନ ହେବାକୁ ଦେବା ଅନୁଚିତ । ମନ ସର୍ବଦା ସନ୍ତୋଷ ଓ ଖୁସିର ତରଙ୍ଗରେ ତରଙ୍ଗାୟିତ  ହେବା ବିଧେୟ । ଜୀବନର ପ୍ରତ୍ୟେକ ଖେଳର ରସାସ୍ବାଦନ ପୂର୍ବକ ସର୍ବଦା ମନୋରଞ୍ଜରେ ଅତିବାହିତ କରିବା ଉଚିତ ।

ପ୍ରକୃତିର ନିୟମ ହୋଇଛି ଯେପର୍ଯ୍ୟନ୍ତ ଜଣକୁ ଧକ୍କା ଲାଗେ ନାହିଁ ସେ ପର୍ଯ୍ୟନ୍ତ ସେ ସାବଧାନରେ ଚାଲିବା ଶିଖେ ନାହିଁ । ଠିକ୍ ସେହିପରି ହଳରେ ଯୋଚା ହୋଇଥିବା ବଳଦ ପାହାର ନ ଖାଇବା ପର୍ଯ୍ୟନ୍ତ ଆଗକୁ ବଢ଼େ ନାହିଁ । ଖେତ ଯଦି ହଳ ନ ହେବ ତେବେ ଚାଷ ହେବ କେମିତି? ଏହିପରି ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଆଲୋଚନା, ଅବରୋଧ ଏବଂ ତିରସ୍କାର ଆସିବା ଆବଶ୍ୟକ । କାରଣ ଏହି ଅବସରରେ ହିଁ ବ୍ୟକ୍ତିର ମିଥ୍ୟା ଅହଂକାର ଚୁରମାର ହୁଏ ଏବଂ ସେ ଆତ୍ମ ବିଶ୍ଳେଷଣ କରିବା ପାଇଁ ବାଧ୍ୟ ହୋଇଥାଏ ।ଲୋକେ କାହିଁକି ତାକୁ ପସନ୍ଦ କରୁନାହାନ୍ତି; ସେ ବିଷୟରେ ସେ ପରଖିବାର ପ୍ରୟାସ କରେ । ଏପରି ଅବସରରେ ହିଁ ବ୍ୟକ୍ତି ନିଜକୁ ନିଜେ ପ୍ରଶ୍ନ ପଚାରିବାର ସୁଯୋଗ ପାଏ ଯେ ଲୋକେ କାହିଁକି ତାକୁ ଉପେକ୍ଷା କରୁଛନ୍ତି? ମୁଁ କ’ଣ ଏମିତି ଭୁଲ କରିଛି? ଅନ୍ୟମାନଙ୍କର କି ଅନିଷ୍ଟ ହୋଇଗଲା ଯାହାଦ୍ୱାରା ସେମାନେ ମୋର ଗ୍ଳାନି କରୁଛନ୍ତି? ଏହିପରି ଆତ୍ମାଲୋଚନା ଦ୍ୱାରା ବ୍ୟକ୍ତି ନିଜ କାର୍ଯ୍ୟ ଏବଂ ବ୍ୟବହାରରେ ବା‚ିତ ପରିବର୍ନ ଆଣିପାରେ । ଅନ୍ୟ ଅର୍ଥରେ ଯଦି ତାକୁ ତିରସ୍କାରର ଆଘାତ ନ ଲାଗିବ ତେବେ ତାର ଭୁଲର ସଂଶୋଧନ ଏବଂ ତ୍ରୁଟି ପରିଷ୍କରଣ କେବେ ହୋଇ ପାରିବ ନାହିଁ । ଜୀବନର ଏହି ଖେଳରେ ପ୍ରଗତି ପଥରେ ସେ ଆଗକୁ ବଢ଼ିବା ପରିବେର୍ ପଛ ଘୁା ଦେବ କିମ୍ବା ରହିଯିବ ।

ଯଦି କେହି ଆମର ତିରସ୍କାର କରେ, ସେ ଆମର ସାହାସ ଓ ଉତ୍ସାହର ବୃଦ୍ଧି କରିବା ପାଇଁ ଆହ୍ୱାନ ଦେଉଛି ବୋଲି ଭାବିବାକୁ ହେବ । ମାଠିଆରେ କ୍ଷୁଦ୍ର ପ୍ରସ୍ତର ଖଣ୍ଡଟିଏ ପକାଇବା ପରେ ହିଁ ତା’ର ଗଭୀରତା ବିଷୟରେ ଜାଣି ହୁଏ । ଏହିପରି ଲୋକଙ୍କ କଟୁ ବଚନ, ନିନ୍ଦା,ବିରୋଧ ଏବଂ ଅବରୋଧ ଆମ ମନୋବଳର ଗଭୀରତା ଆକଳନର ମାପଦଣ୍ଡ ଅଟେ । ଏଗୁଡିକୁ ଆମେ ଯେତେ ସକାରତ୍ମକ ଆହ୍ୱାନ ରୂପେ ସ୍ବୀକାର କରିବା ସେତେ ସଫଳ ହୋଇ ରହିବା । ଏହା ମଧ୍ୟ ସମ୍ଭବ ଯେ ଆଜି ତିରସ୍କାର କରୁଥିବା ବ୍ୟକ୍ତି ଆସନ୍ତା କାଲି ଆମକୁ ପୁରସ୍କୃତ କରିପାରେ । ଏଥିପାଇଁ ଜୀବନରେ ଧୈର୍ଯ୍ୟ ଓ ସାହାସ ହରାଇବା ଅନୁଚିତ ।


Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର