ନିର୍ବାଚିତ ·ଣକ୍ୟ ନୀତି (୫)

ପୁରୁଷାର୍ଥ ଦ୍ୱାରା ଭାଗ୍ୟ ନିର୍ମାଣ ହୁଏ

ଆୟୁଃ କର୍ମ ଚ ବିଂ ଚ ବିଦ୍ୟା ନିଧନମେବ ଚ ।

ପେ÷ତାନି ହି ସୃଜ୍ୟନ୍ତେ ଗର୍ଭସ୍ତସୈବ ଦେହିନଃ ।ା

ଅର୍ଥ : ଆୟୁ ତଥା କର୍ମ ଏବଂ ଧନ, ବିଦ୍ୟା ଓ ମୃତୁ୍ୟ- ଏହି ପା ବିଷୟ ଶରୀରଧାରୀ ଜୀବର ଗର୍ଭରେ ଅବସ୍ଥାନ ହେବା ସମୟରେ ହିଁ ନିଶ୍ଚିତ ହୋଇଯାଇଥାଏ ।

ଭାବାର୍ଥ : ପୂର୍ବଜନ୍ମର କର୍ମଫଳ ବା ସଂସ୍କାର ନେଇ ଜୀବାତ୍ମା ମାତୃଗର୍ଭରେ ପ୍ରବେଶ କରିଥାଏ । ତଦନୁସାରେ ତାର ଆୟୁ, କର୍ମ, ଧନ, ବିଦ୍ୟା ଓ ମୃତୁ୍ୟ ଏ ପା ବିଷୟ ତାର ନିଶ୍ଚିତ ହୋଇଯାଏ । ମନୁଷ୍ୟ ନିଜ ଭାଗ୍ୟର ସ୍ବୟଂ ନିର୍ମାତା ଓ ବିଧାତା । ସେ ତାର ପୁରୁଷାର୍ଥ ଦ୍ୱାରା ହିଁ ଇହ ବା ପର ଲୋକରେ ଧନ ଓ ବିଦ୍ୟା ପ୍ରାପ୍ତ କରିଥାଏ ।

ସତ୍ସଙ୍ଗ ଦ୍ୱାରା ସଦଗତି ପ୍ରାପ୍ତ ହୁଏ

ସାଧୁମ୍ୟସ୍ତେ ନିବର୍ତନ୍ତେ ପୁତ୍ରା ମିତ୍ରାଣି ବାନ୍ଧବାଃ

ୟେଚ ତୈଃ ସହ ଗନ୍ତାର ସ୍ତବ୍ଧର୍ମାତ୍ସୁକୃତଂ କୁଳମ୍ ।ା

ଅର୍ଥ : ପୁତ୍ର, ମିତ୍ର, ବନ୍ଧୁ ଓ ବାନ୍ଧବ ସତ୍ସଙ୍ଗ ପ୍ରତି ବିମୁଖ ହୋଇ ପଡ଼ନ୍ତି । ଯେଉଁମାନେ ସାଧୁ-ମହାତ୍ମାଙ୍କ ସଙ୍ଗତରେ ରହି ସେମାନଙ୍କଠାରୁ ସଦୁପୋଦେଶ ଶୁଣନ୍ତି, ସେମାନଙ୍କ ପ୍ରତି ଅନୁକୂଳ ଆଚରଣ କରନ୍ତି, ତଦ୍ଜନିତ ପୁଣ୍ୟଫଳ ହେତୁ ତାଙ୍କର କୁଳ ଓ ପରିବାର ପବିତ୍ର ହୋଇଯାଏ ।

ଭାବାର୍ଥ : ସାଧୁ ସନ୍ଥଙ୍କ ସତ୍ସଙ୍ଗ ଦ୍ୱାରା ବ୍ୟକ୍ତି ଈଶ୍ୱରାଭିମୁଖୀ ହୁଏ । ତାର ମନ ବଚନ ଓ କର୍ମ ପବିତ୍ର ହୁଏ । ତା ମଧ୍ୟରେ ଦିବ୍ୟଗୁଣର ସାର ହୁଏ । ସେ ପୁଣ୍ୟାତ୍ମା ହୋଇଯାଏ । ଏହାଦ୍ୱାରା ତାର ପରିବାର ସହିତ ସମଗ୍ର ବଂଶ ପବିତ୍ର ହୋଇଯାଏ । ଏଣୁ ସାଧୁ ସଙ୍ଗରୁ କେବେହେଳେ ବିମୁଖ ହେବା ଉଚିତ ନୁହେଁ ।

ଦର୍ଶନ ଧ୍ୟାନ ସଂସ୍ପର୍ଶୈର୍ମତ୍ସୀ କୂର୍ମୀ ଚ ପକ୍ଷିଣୀ

ଶିଶୁ ପାଳୟତେ ନିତ୍ୟଂ ତଥା ସଜ୍ଜନ ସଂଗତିଃ ।ା

ଅର୍ଥ : ଯେପରି ମାଛ, ମା’ କଇଁଛ ଓ ମା ପକ୍ଷୀ ନିଜ ନିଜ ଶାବକମାନଙ୍କର ପାଳନ କ୍ରମଶଃ ଦର୍ଶନ, ଧ୍ୟାନ ଓ ସ୍ପର୍ଶ ଦ୍ୱାରା କରିଥାନ୍ତି, ସେହିପରି ଉମ ପୁରୁଷମାନଙ୍କ ସଙ୍ଗତି ମଧ୍ୟ ମନୁଷ୍ୟମାନଙ୍କ ପାଳନ କରିଥାଏ ଓ ସେମାନଙ୍କର ମଙ୍ଗଳ କରିଥାଏ ।

ଭାବାର୍ଥ : ମାଛ ଦର୍ଶନ ଦ୍ୱାରା, ମାଁ  କଇଁଛ ଧ୍ୟାନ ଦ୍ୱାରା ଓ ମା ପକ୍ଷୀ ସ୍ପର୍ଶ ଦ୍ୱାରା ନିଜ ନିଜ ସନ୍ତାନ-ସନ୍ତତିଙ୍କ ପାଳନ ପୋଷଣ କରିଥାନ୍ତି । ଏହିପରି ଉମ ପୁରୁଷ ତାଙ୍କ ସଙ୍ଗତିରେ ଥିବା ମନୁଷ୍ୟମାନଙ୍କୁ ଦୃଷ୍ଟିଶକ୍ତି, ଧ୍ୟାନଶକ୍ତି ଓ ସ୍ପର୍ଶ ଶକ୍ତି ଦ୍ୱାରା ପାଳନ-ପୋଷଣ କରିଥାନ୍ତି । ସାଧୁ ସଙ୍ଗ ଦ୍ୱାରା ମନୁଷ୍ୟ ମଧ୍ୟରେ ଥିବା ସମସ୍ତ ଦୁର୍ଗୁଣ ସମାପ୍ତ ହୋଇଯାଏ ଓ ସେ ଶ୍ରେଷ୍ଠ ମନୁଷ୍ୟ ବନିଯାଏ । ସେଥିପାଇଁ ଭାଗବତରେ କୁହାଯାଇଛି, “ସାଧୁ ସଙ୍ଗରେ ସଙ୍ଗ ଯାର, ସେ କରେ ଉମ ବେଭାର ।”

ଯୌବନ ଅବସ୍ଥାରେ ପୁଣ୍ୟ କର୍ମ 

କରିବା  ଉଚିତ

ଯାବତ୍ସ୍ବସ୍ଥୋହ୍ୟୟଂ ଦେହୋଯାବନ୍ ମୃତୁ୍ୟଶ୍ଚ ଦୂରତଃ ।

ତାବ ଦାତ୍ମହିତଂ କୁର୍ଯ୍ୟାତ୍ ପ୍ରାଣାନ୍ତେ କିଂ କରିିଷ୍ୟତି ।ା

ଅର୍ଥ : ଏହିି ଶରୀର ଯେଉଁ ପର୍ଯ୍ୟନ୍ତ ସୁସ୍ଥ, ରୋଗ ରହିତ ଓ ମୃତୁ୍ୟଠାରୁ ଦୂରରେ ଥାଏ, ସେ ପର୍ଯ୍ୟନ୍ତ ଆତ୍ମାର କଲ୍ୟାଣ, ଧର୍ମାଚରଣ ଓ ପୁଣ୍ୟକର୍ମ କରିନେବା ଉଚିତ୍ । ପ୍ରାଣର ଅନ୍ତ ସମୟରେ କ’ଣ କରିବ?

ଭାବାର୍ଥ : ବୃଦ୍ଧାବସ୍ଥାରେ ସମସ୍ତ ଇନ୍ଦ୍ରିୟ ଶିଥିଳ ହୋଇଯାଏ । ଶରୀର ଦୁର୍ବଳ ହୋଇଯାଏ । ନାନା ପ୍ରକାର ରୋଗ ଆକ୍ରମଣ କରେ । ଯେପରି ଛିଦ୍ରଯୁକ୍ତ ପାତ୍ରରୁ ଧୀରେ ଧୀରେ ପାଣି ଝରି ସମାପ୍ତ ହୋଇଯାଏ, ସେପରି କ୍ରମଶଃ କ୍ଷୀଣ ହୋଇ ମନୁଷ୍ୟ ମୃତୁ୍ୟ ପ୍ରାପ୍ତ ହୁଏ । ଏପରି ଅବସ୍ଥାରେ ମଣିଷ ଆତ୍ମକଲ୍ୟାଣ କାରକ ପରୁଷାର୍ଥ କରିବାକୁ ସମର୍ଥ ହୁଏ ନାହିଁ । ଏଣୁ ଯୌବନ ଅବସ୍ଥାରେ ହିଁ ଆତ୍ମ କଲ୍ୟାଣ ବା ପୁଣ୍ୟ କର୍ମ କରିବା ଉଚିତ୍ ।

ବିଦ୍ୟା କାମଧେନୁ ସମାନ ଫଳଦାୟୀ

କାମଧେନୁ ଗୁଣା ବିଦ୍ୟା ହ୍ୟକାଳେ ଫଳଦାୟିନୀ ପ୍ରବାସେ ମାତୃ ସଦୃଶୀ ବିଦ୍ୟା ଗୁପ୍ତଂ ଧନଂ ସ୍ମୃତମ୍ ।ା

ଅର୍ଥ : ବିିଦ୍ୟା କାମଧେନୁ ସମଗୁଣ ସମ୍ପନ୍ନ । କାରଣ ଏହା ଅସମୟରେ ମଧ୍ୟ ଫଳ ପ୍ରଦାନ କରିଥାଏ । ଏହି ବିଦ୍ୟା ବିଦେଶ ପ୍ରବାସ ସମୟରେ ମା ସଦୃଶ ମଙ୍ଗଳକାରୀ ଓ ରକ୍ଷାକର୍ା ଅଟେ । ଏଣୁ ବିଦ୍ୟାକୁ ଗୁପ୍ତଧନ କୁହାଯାଏ ।

ଭାବାର୍ଥ : ବିଦ୍ୟା କାମଧେନୁ ଓ କଳ୍ପବୃକ୍ଷ ସମ ସମସ୍ତ ଇଚ୍ଛା ପୂରଣ କରିଥାଏ । ବିଦ୍ୟା ମା’ ସମାନ ରକ୍ଷାକରେ, ପିତା ସମାନ କଲ୍ୟାଣକର କାର୍ଯ୍ୟରେ ପ୍ରେରିତ କରେ, ଦୁଃଖ ସମୟରେ ପନôୀ ସମାନ ଧୈର୍ଯ୍ୟ ପ୍ରଦାନ କରି ମନରେ ଆନନ୍ଦର ସାର କରେ, ଚତୁର୍ଦ୍ଧିଗରେ ଯଶ ଓ କୀର୍ୀ ପ୍ରସାରିତ କରେ ତଥା ଧନ ପ୍ରାପ୍ତି କରାଏ । ବିଦ୍ୟାକୁ େ·ର େ·ରି କରିି ପାରେ ନାହିଁ, ଜ୍ଞାତିକୁଟୁମ୍ବମାନେ ଭାଗ ନେଇ ପାରନ୍ତି ନାହିଁ ଓ ଯେତେ ଦାନ କଲେ ମଧ୍ୟ ଏହା ସମାପ୍ତ ହୁଏ ନାହିଁ । ତେଣୁ ବିଦ୍ୟାକୁ ମହାନ ଧନ ମଧ୍ୟ କୁହାଯାଏ ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର