ସମୟାନୁବିର୍ତା
ବିଚିତ୍ରବର୍ଣ୍ଣା ମନୁଷର ଜୀବନ କାଳ ଅତି ସଂକ୍ଷିପ୍ତ । ସେ ତା’ର ସମୟ ସୀମା ଭିତରେ ବହୁକାର୍ଯ୍ୟ ସମାଧାନ କରିଥାଏ । ଏହି ସମୟ ତା’ ପାଇଁ ଖୁବ୍ ମୂଲ୍ୟବାନ୍ । ତେଣୁ ମନୁଷ୍ୟ ସମୟ ନଷ୍ଟ ନକରି ଉମ ସମୟ ମଧ୍ୟରେ ଉମ କାର୍ଯ୍ୟ ସମ୍ପାଦାନ କରିବା ବିଧେୟ । ଏ ପ୍ରସଙ୍ଗରେ ପୋପ୍ଙ୍କ ଉକ୍ତ ହେଉଛି, - “ଞଷର ଗ୍ଧସଜ୍ଞର ମକ୍ଟଦ୍ଭକ୍ତଙ୍କରକ୍ସଗ୍ଦ ବକ୍ଷକ୍ଷ ବଦ୍ଭୟ ଙ୍ଗର ଜ୍ଞଙ୍କଗ୍ଦଗ୍ଧ କ୍ଟଭରଚ୍ଚ”. ସମୟ କାହାକୁ ଅପେକ୍ଷା କରେ ନାହିଁ । ସେ ଗତାନୁଗତିକ ରୀତିରେ ଗଡ଼ି ·ଲିଥାଏ । ପ୍ରତ୍ୟେକ ବିବେକୀ ପୁରୁଷ ଏହାକୁ ହୃଦୟଙ୍ଗ କରିଥାଏ । ଆଲୋଚନା ପ୍ରସଙ୍ଗରେ ଇଂରାଜୀରେ ଅନ୍ୟ ଏକ ପ୍ରବଚନକୁ ଏଠାରେ ଉଦ୍ଧାର କରାଯାଇପାରେ - “ଞସଜ୍ଞର ବଦ୍ଭୟ ଗ୍ଧସୟର ଙ୍ଗବସଗ୍ଧଗ୍ଦ ଲକ୍ଟକ୍ସ ଦ୍ଭକ୍ଟଦ୍ଭର”. ଅର୍ଥାତ୍ ସମୟ ଓ ସ୍ରୋତ କାହାରି ପାଇଁ ଅପେକ୍ଷା କରେ ନାହିଁ । ତେଣୁ ସମୟ ଆମ୍ଭମାନଙ୍କର ଅନୁବର୍ୀ ନୁହେଁ । ମାତ୍ର ସମୟର ମହାର୍ଘତା ଦୃଷ୍ଟିରୁ ଆମ୍ଭମାନଙ୍କୁ ସମୟର ଅନୁବର୍ୀ ହେବାକୁ ପଡ଼ିଥାଏ । ଏହି କାର୍ଯ୍ୟ କରିବା ପ୍ରଣାଳୀକୁ ‘ସମୟାନୁବିର୍ତା’ କୁହାଯାଏ । ଏହି ସମୟାନୁବିର୍ତା ହେଉଛି ଏକ ଆଦର୍ଶ ବ୍ୟକ୍ତିର ଏକ ମହାନ୍ ଗୁଣ । ବ୍ୟକ୍ତିର ସକଳ ପ୍ରକାର ପ୍ରଗତି ମୂଳରେ ସମୟାନୁବିର୍ତା ବିଦ୍ୟମାନ ।
ସାମ୍ପ୍ରତିକ ଯୁଗରେ ପ୍ରତ୍ୟେକ ବ୍ୟକ୍ତି ସମୟାନୁବର୍ୀତା ହେବା ଉଚିତ । କାରଣ ବ୍ୟକ୍ତି ଉପଯୁକ୍ତ ସମୟରେ ନିଜର କାର୍ଯ୍ୟ ସମ୍ପାଦନ ନକଲେ ସେ ଭବିଷ୍ୟତରେ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏପରିକି ନିଜର ଦୈନନ୍ଦିନ କାର୍ଯ୍ୟରେ ବ୍ୟକ୍ତି ସମୟର ଅନୁବର୍ୀ ହେବା ଉଚିତ । ଶଯ୍ୟାତ୍ୟାଗ, ପ୍ରାତଃକୃତ୍ୟ, ଦେବତା ବନ୍ଦନା, ବ୍ୟାୟାମ, ଭୋଜନ, ବିଦ୍ୟାଭ୍ୟାସ, ନିଜର କାର୍ଯ୍ୟ ସମ୍ପାଦନ ଓ ଶୟନାଦି ନିୟମିତ ଭାବରେ ଯଥା ସମୟରେ ସମାହିତ କରିବା ଏକାନ୍ତ ଆବଶ୍ୟକ । ଏତଦ୍ ବ୍ୟତୀତ ନିଜର ଦାୟିତ୍ୱ ଓ ସମ୍ପାଦନ କରିବାକୁ ଥିବା କାର୍ଯ୍ୟରେ ମନୋନିବେଶ କରି ଯଥା ସମୟରେ ଶେଷ କରିବା ବିଧେୟ । ସମୟାନୁବିର୍ତା କାର୍ଯ୍ୟକାରୀ କରିବା ପାଇଁ ଲୋକେ ପୂର୍ବ ଯୁଗରେ ଦିନରେ ସୂର୍ଯ୍ୟ ଓ ରାତି୍ରରେ ଚନ୍ଦ୍ରର ଗତି ଦେଖି କାର୍ଯ୍ୟ ସମ୍ପାଦନ କରୁଥିବା ସ୍ଥଳେ ସାମ୍ପ୍ରତିକ ଯୁଗରେ ଘା ପ୍ରଧାନ ସହାୟକ ହୋଇଛି । ସମୟାନୁବିର୍ତାର ପ୍ରୟୋଗ ନିମି ମନୁଷ୍ୟ ଆଳସ୍ୟକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରିବାକୁ ପଡ଼ିବ । କାରଣ ମନୁଷ୍ୟ ଯେ ପର୍ଯ୍ୟନ୍ତ ଆଳସ୍ୟର ବଶବର୍ୀ ହୋଇଥାଏ, ସେ ପର୍ଯ୍ୟନ୍ତ ତା’ ଠାରେ ସମୟାନୁବିର୍ତା ଆଦୌ ସମ୍ଭବ ହୁଏ ନାହିଁ । ଏଣୁ ମନୁଷ୍ୟର ସମୟାନୁବିର୍ତା ନିମି ନିଜର ନିଷ୍ଠା ଓ ଦୃଢ଼ ମନୋବଳ ଆବଶ୍ୟକ ।
ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମୟାନୁବିର୍ତା ତାଙ୍କୁ ମହାମାନବ କରି ଗଢ଼ି ତୋଳିବାରେ ସହାୟକ ହୋଇଥିଲା । ସେ କିପରି ନିର୍ଦ୍ଧାରିତ ସମୟରେ ନିର୍ଦ୍ଧିଷ୍ଟ କାର୍ଯ୍ୟମାନ କରୁଥିଲେ ତାହା ତାଙ୍କ ଜୀବନ ଇତିହାସ ପାଠ କଲେ ଜଣାଯାଏ । ସେ ଏଥିପାଇଁ ସର୍ବଦା ଘାର ସାହାଯ୍ୟ ନେଉଥିଲେ । ବାସ୍ତବରେ ସମୟାନୁବର୍ୀ ତା ଗାନ୍ଧିଜୀଙ୍କ ଜୀବନକୁ ଶୃଙ୍ଖଳିତ କରିବା ସେଙ୍ଗ ସେଙ୍ଗ ମହାମାନବ ଉପାଧିର ଅଧିକାରୀ କରିପାରିଥିଲା । ସେଥିପାଇଁ ସମୟାନୁବର୍ୀତା ହେଲେ ବିଭିନ୍ନ କାର୍ଯ୍ୟରେ ସାଫଲ୍ୟ ମିଳେ । ଏପରିପ୍ରେକ୍ଷୀରେ ପ୍ରକୃତି କବି ଗଙ୍ଗାଧରଙ୍କ ରଚିତ କବିତାର କିୟଦାଂଶକୁ ଏଠାରେ ଉଦ୍ଧାର କରାଯାଇପାରେ -
“ସମୟକୁ ଯେଉଁ ଲୋକ କରେ ଅବହେଳା
ଏ ସଂସାର ସାଗର ତରେଙ୍ଗ ବୁଡ଼ି ଯାଏ କର୍ମଭେଳା ।’’
ସମୟର ସଦ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିର ଏକ ପ୍ରଧାନ କର୍ବ୍ୟ । ଜୀବନରେ ଉନ୍ନତି କରିବାକୁ ହେଲେ ମନୁଷ୍ୟକୁ କେତେଗୁଡ଼ିଏ ସୁଗୁଣକୁ ଆୟ କରିବା ନିମନ୍ତେ ସର୍ବଦା ଅଭ୍ୟାସ କରିବା ବିଧେୟ । ଏପରିକି ଦୈନନ୍ଦିନ ଜୀବନରେ ମନୁଷ୍ୟ ସମୟାନୁବିର୍ତା ପାଳନ କଲେ ତା’ର ସ୍ବାସ୍ଥ୍ୟହାନି ଘଟେ ନାହିଁ । ସମୟାନୁବିର୍ତାର ମୂଲ୍ୟ ମଧ୍ୟରେ ସମୟର ମୂଲ୍ୟ ଓତଃପ୍ରୋତ ଭାବରେ ଜଡ଼ିତ ଥାଏ । ଏଣୁ ସମୟାନୁବିର୍ତା ଫଳରେ ମନୁଷ୍ୟର କୌଣସି ସମୟ ବୃଥା ଯାଏ ନାହିଁ । ମନୁଷ୍ୟ ନିଜର ସôତ ସମୟ ମଧ୍ୟରେ ସେ ଅଧିକ ବିଦ୍ୟା ଓ ଧନ ଉପାର୍ଜନ କରିପାରେ । ଏଥିପାଇଁ ଇଂରାଜୀରେ ଗୋଟିଏ ପ୍ରବାଦ ଅଛି ଯେ, - “ଇ ଗ୍ଦଗ୍ଧସମଷ ସଦ୍ଭ ଗ୍ଧସଜ୍ଞର ଗ୍ଦବଙ୍ଖରଗ୍ଦ ଦ୍ଭସଦ୍ଭର”. ଅର୍ଥାତ୍ ଯଥା ସମୟରେ ଗୋଟିଏ ସିଲେଇ ନଅଟି ସିଲେଇକୁ ରକ୍ଷା କରେ । ଏଣୁ ମନୁଷ୍ୟ ଯଥା ସମୟରେ ଜୀର୍ଣ୍ଣ ସଂସ୍କାର ନ କଲେ ବହୁ ଜୀର୍ଣ୍ଣ ସଂସ୍କାରକୁ ବରଣ କରିବାକୁ ବାଧ୍ୟ ହୋଇଥାଏ । ଏଣୁ ଯଥା ସମୟରେ କାର୍ଯ୍ୟାନୁଷ୍ଠାନ କରିବା ହେଉଛି ସମୟାନୁବର୍ୀତାର ଏକ ପ୍ରଧାନ ଅଙ୍ଗ । ବ୍ୟକ୍ତି ଠିକ୍ ସମୟରେ ନିଜର ନିତ୍ୟକର୍ମ କରିବା, ରୋଗୀ ଠିକ୍ ସମୟରେ ଔଷଧ ସେବନ କରିବା, ଛାତ୍ରଛାତ୍ରୀ ଠିକ୍ ସମୟରେ ବିଦ୍ୟାଧ୍ୟୟନ କରିବା, ଚାକିରିଆ, ଶିକ୍ଷକ, ଡାକ୍ତର, ଓକିଲ ପ୍ରମୁଖ ବ୍ୟକ୍ତିବିଶେଷ ଠିକ୍ ସମୟରେ ନିଜର କାର୍ଯ୍ୟ ବା କର୍ବ୍ୟ ସମ୍ପାଦନା କରିବା ହେଉଛି ସମୟାନୁବିର୍ତାର ପ୍ରଧାନ ଲକ୍ଷଣ । ଫଳରେ ମନୁଷ୍ୟ ସୁଖ, ସମୃଦ୍ଧି ଓ ବିକାଶ ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଥାଏ ।
ସମୟାନୁବିର୍ତା ଅଭାବରେ ମନୁଷ୍ୟ ଯେ କେବଳ ନିଜେ ଦୁର୍ଗତି ଲାଭ କରେ, ସେତିକି ନୁହେଁ, ସେ ମଧ୍ୟ ନିଜର ଦେଶ, ଜାତି ଓ ସମାଜକୁ ଦୁର୍ଗତିର ଅତଳ ଗହ୍ୱରକୁ ଟାଣି ନିଏ । ଭାରତବର୍ଷରେ ଏହି କାରଣରୁ ଅକାଳ ମୃତୁ୍ୟର ପ୍ରାଦୁର୍ଭାବ ବେଶୀ । ଏପରିକି ସ୍ନାନ, ଭୋଜନ, ଶୟନ ଓ କ୍ରୀଡ଼ା ଦିଗରେ ସମୟାନୁବିର୍ତାର ଅଭାବ ଦେଖାଦେଲେ କ୍ରମଶଃ ମନୁଷ୍ୟର ସ୍ବାସ୍ଥ୍ୟହାନି ଘଟି ଅକାଳ ମୃତୁ୍ୟ ମୁଖରେ ପତିତ ହୋଇଥାନ୍ତି । ସ୍ବାସ୍ଥ୍ୟହାନି ଘଟିଲେ ବ୍ୟକ୍ତି ନିଜର ସାଧନ କରିବା ନିମି ଅକ୍ଷମ ହୋଇଥାଏ । ତା’ ଫଳରେ ତା’ର କର୍ବ୍ୟ କ୍ଷେତ୍ରରେ ଦକ୍ଷତା ହ୍ରାସ ପାଏ ଓ କର୍ମକ୍ଷେତ୍ରରେ କୌଣସି ଉନ୍ନତି ଘଟିବା ସମ୍ଭବପର ହୋଇନଥାଏ ।
ସମୟାନୁବିର୍ତା ମାନବ ଜୀବନକୁ ଶୃଙ୍ଗଳିତ କରିଥାଏ । ସମୟ ଜ୍ଞାନ ଥିବା ବ୍ୟକ୍ତି ହୁଏ ସମ୍ମାନର ଅଧିକାରୀ । ସମୟର ଅସଦ୍ ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କୁ ଏ ବିଷୟରେ ସଚେତନ କରାଇବା ସର୍ବାଦୌ ବିଚାର୍ଯ୍ୟ । ଏଣୁ ସମୟାନୁବିର୍ତାକୁ ହୃଦୟଙ୍ଗମ କରି କର୍ମପଥରେ ଅଗ୍ରସର ହେଲେ ନିଜର ତଥା ସମାଜର ବିଶେଷ କଲ୍ୟାଣ ସାଧିତ ହୋଇଥାଏ ।
Comments
Post a Comment