ସମୟାନୁବିର୍ତା

ବିଚିତ୍ରବର୍ଣ୍ଣା ମନୁଷର ଜୀବନ କାଳ ଅତି ସଂକ୍ଷିପ୍ତ । ସେ ତା’ର ସମୟ ସୀମା ଭିତରେ ବହୁକାର୍ଯ୍ୟ ସମାଧାନ କରିଥାଏ । ଏହି ସମୟ ତା’ ପାଇଁ ଖୁବ୍ ମୂଲ୍ୟବାନ୍ । ତେଣୁ ମନୁଷ୍ୟ ସମୟ ନଷ୍ଟ ନକରି ଉମ ସମୟ ମଧ୍ୟରେ ଉମ କାର୍ଯ୍ୟ ସମ୍ପାଦାନ କରିବା ବିଧେୟ । ଏ ପ୍ରସଙ୍ଗରେ ପୋପ୍ଙ୍କ ଉକ୍ତ ହେଉଛି, - “ଞଷର ଗ୍ଧସଜ୍ଞର ମକ୍ଟଦ୍ଭକ୍ତଙ୍କରକ୍ସଗ୍ଦ ବକ୍ଷକ୍ଷ ବଦ୍ଭୟ ଙ୍ଗର ଜ୍ଞଙ୍କଗ୍ଦଗ୍ଧ କ୍ଟଭରଚ୍ଚ”. ସମୟ କାହାକୁ ଅପେକ୍ଷା କରେ ନାହିଁ । ସେ ଗତାନୁଗତିକ ରୀତିରେ ଗଡ଼ି ·ଲିଥାଏ । ପ୍ରତ୍ୟେକ ବିବେକୀ ପୁରୁଷ ଏହାକୁ ହୃଦୟଙ୍ଗ କରିଥାଏ । ଆଲୋଚନା ପ୍ରସଙ୍ଗରେ ଇଂରାଜୀରେ ଅନ୍ୟ ଏକ ପ୍ରବଚନକୁ ଏଠାରେ ଉଦ୍ଧାର କରାଯାଇପାରେ - “ଞସଜ୍ଞର ବଦ୍ଭୟ ଗ୍ଧସୟର ଙ୍ଗବସଗ୍ଧଗ୍ଦ ଲକ୍ଟକ୍ସ ଦ୍ଭକ୍ଟଦ୍ଭର”. ଅର୍ଥାତ୍ ସମୟ ଓ ସ୍ରୋତ କାହାରି ପାଇଁ ଅପେକ୍ଷା କରେ ନାହିଁ । ତେଣୁ ସମୟ ଆମ୍ଭମାନଙ୍କର ଅନୁବର୍ୀ ନୁହେଁ । ମାତ୍ର ସମୟର ମହାର୍ଘତା ଦୃଷ୍ଟିରୁ ଆମ୍ଭମାନଙ୍କୁ ସମୟର ଅନୁବର୍ୀ ହେବାକୁ ପଡ଼ିଥାଏ । ଏହି କାର୍ଯ୍ୟ କରିବା ପ୍ରଣାଳୀକୁ ‘ସମୟାନୁବିର୍ତା’ କୁହାଯାଏ । ଏହି ସମୟାନୁବିର୍ତା ହେଉଛି ଏକ ଆଦର୍ଶ ବ୍ୟକ୍ତିର ଏକ ମହାନ୍ ଗୁଣ । ବ୍ୟକ୍ତିର ସକଳ ପ୍ରକାର ପ୍ରଗତି ମୂଳରେ ସମୟାନୁବିର୍ତା ବିଦ୍ୟମାନ ।

ସାମ୍ପ୍ରତିକ ଯୁଗରେ ପ୍ରତ୍ୟେକ ବ୍ୟକ୍ତି ସମୟାନୁବର୍ୀତା ହେବା ଉଚିତ । କାରଣ ବ୍ୟକ୍ତି ଉପଯୁକ୍ତ ସମୟରେ ନିଜର କାର୍ଯ୍ୟ ସମ୍ପାଦନ ନକଲେ ସେ ଭବିଷ୍ୟତରେ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏପରିକି ନିଜର ଦୈନନ୍ଦିନ କାର୍ଯ୍ୟରେ ବ୍ୟକ୍ତି ସମୟର ଅନୁବର୍ୀ ହେବା ଉଚିତ । ଶଯ୍ୟାତ୍ୟାଗ, ପ୍ରାତଃକୃତ୍ୟ, ଦେବତା ବନ୍ଦନା, ବ୍ୟାୟାମ, ଭୋଜନ, ବିଦ୍ୟାଭ୍ୟାସ, ନିଜର କାର୍ଯ୍ୟ ସମ୍ପାଦନ ଓ ଶୟନାଦି ନିୟମିତ ଭାବରେ ଯଥା ସମୟରେ ସମାହିତ କରିବା ଏକାନ୍ତ ଆବଶ୍ୟକ । ଏତଦ୍ ବ୍ୟତୀତ ନିଜର ଦାୟିତ୍ୱ ଓ ସମ୍ପାଦନ କରିବାକୁ ଥିବା କାର୍ଯ୍ୟରେ ମନୋନିବେଶ କରି ଯଥା ସମୟରେ ଶେଷ କରିବା ବିଧେୟ । ସମୟାନୁବିର୍ତା କାର୍ଯ୍ୟକାରୀ କରିବା ପାଇଁ ଲୋକେ ପୂର୍ବ ଯୁଗରେ ଦିନରେ ସୂର୍ଯ୍ୟ ଓ ରାତି୍ରରେ ଚନ୍ଦ୍ରର ଗତି ଦେଖି କାର୍ଯ୍ୟ ସମ୍ପାଦନ କରୁଥିବା ସ୍ଥଳେ ସାମ୍ପ୍ରତିକ ଯୁଗରେ ଘା ପ୍ରଧାନ ସହାୟକ ହୋଇଛି । ସମୟାନୁବିର୍ତାର ପ୍ରୟୋଗ ନିମି ମନୁଷ୍ୟ ଆଳସ୍ୟକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରିବାକୁ ପଡ଼ିବ । କାରଣ ମନୁଷ୍ୟ ଯେ ପର୍ଯ୍ୟନ୍ତ ଆଳସ୍ୟର ବଶବର୍ୀ ହୋଇଥାଏ, ସେ ପର୍ଯ୍ୟନ୍ତ ତା’ ଠାରେ ସମୟାନୁବିର୍ତା ଆଦୌ ସମ୍ଭବ ହୁଏ ନାହିଁ । ଏଣୁ ମନୁଷ୍ୟର ସମୟାନୁବିର୍ତା ନିମି ନିଜର ନିଷ୍ଠା ଓ ଦୃଢ଼ ମନୋବଳ ଆବଶ୍ୟକ ।

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମୟାନୁବିର୍ତା ତାଙ୍କୁ ମହାମାନବ କରି ଗଢ଼ି ତୋଳିବାରେ ସହାୟକ ହୋଇଥିଲା । ସେ କିପରି ନିର୍ଦ୍ଧାରିତ ସମୟରେ ନିର୍ଦ୍ଧିଷ୍ଟ କାର୍ଯ୍ୟମାନ କରୁଥିଲେ ତାହା ତାଙ୍କ ଜୀବନ ଇତିହାସ ପାଠ କଲେ ଜଣାଯାଏ । ସେ ଏଥିପାଇଁ ସର୍ବଦା ଘାର ସାହାଯ୍ୟ ନେଉଥିଲେ । ବାସ୍ତବରେ ସମୟାନୁବର୍ୀ ତା ଗାନ୍ଧିଜୀଙ୍କ ଜୀବନକୁ ଶୃଙ୍ଖଳିତ କରିବା ସେଙ୍ଗ ସେଙ୍ଗ ମହାମାନବ ଉପାଧିର ଅଧିକାରୀ କରିପାରିଥିଲା । ସେଥିପାଇଁ ସମୟାନୁବର୍ୀତା ହେଲେ ବିଭିନ୍ନ କାର୍ଯ୍ୟରେ ସାଫଲ୍ୟ ମିଳେ । ଏପରିପ୍ରେକ୍ଷୀରେ ପ୍ରକୃତି କବି ଗଙ୍ଗାଧରଙ୍କ ରଚିତ କବିତାର କିୟଦାଂଶକୁ ଏଠାରେ ଉଦ୍ଧାର କରାଯାଇପାରେ -

“ସମୟକୁ ଯେଉଁ ଲୋକ କରେ ଅବହେଳା

ଏ ସଂସାର ସାଗର ତରେଙ୍ଗ ବୁଡ଼ି ଯାଏ କର୍ମଭେଳା ।’’

ସମୟର ସଦ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିର ଏକ ପ୍ରଧାନ କର୍ବ୍ୟ । ଜୀବନରେ ଉନ୍ନତି କରିବାକୁ ହେଲେ ମନୁଷ୍ୟକୁ କେତେଗୁଡ଼ିଏ ସୁଗୁଣକୁ ଆୟ କରିବା ନିମନ୍ତେ ସର୍ବଦା ଅଭ୍ୟାସ କରିବା ବିଧେୟ । ଏପରିକି ଦୈନନ୍ଦିନ ଜୀବନରେ ମନୁଷ୍ୟ ସମୟାନୁବିର୍ତା ପାଳନ କଲେ ତା’ର ସ୍ବାସ୍ଥ୍ୟହାନି ଘଟେ ନାହିଁ । ସମୟାନୁବିର୍ତାର ମୂଲ୍ୟ ମଧ୍ୟରେ ସମୟର ମୂଲ୍ୟ ଓତଃପ୍ରୋତ ଭାବରେ ଜଡ଼ିତ ଥାଏ । ଏଣୁ ସମୟାନୁବିର୍ତା ଫଳରେ ମନୁଷ୍ୟର କୌଣସି ସମୟ ବୃଥା ଯାଏ ନାହିଁ । ମନୁଷ୍ୟ ନିଜର ସôତ ସମୟ ମଧ୍ୟରେ ସେ ଅଧିକ ବିଦ୍ୟା ଓ ଧନ ଉପାର୍ଜନ କରିପାରେ । ଏଥିପାଇଁ ଇଂରାଜୀରେ ଗୋଟିଏ ପ୍ରବାଦ ଅଛି ଯେ, - “ଇ ଗ୍ଦଗ୍ଧସମଷ ସଦ୍ଭ ଗ୍ଧସଜ୍ଞର ଗ୍ଦବଙ୍ଖରଗ୍ଦ ଦ୍ଭସଦ୍ଭର”. ଅର୍ଥାତ୍ ଯଥା ସମୟରେ ଗୋଟିଏ ସିଲେଇ ନଅଟି ସିଲେଇକୁ ରକ୍ଷା କରେ । ଏଣୁ ମନୁଷ୍ୟ ଯଥା ସମୟରେ ଜୀର୍ଣ୍ଣ ସଂସ୍କାର ନ କଲେ ବହୁ ଜୀର୍ଣ୍ଣ ସଂସ୍କାରକୁ ବରଣ କରିବାକୁ ବାଧ୍ୟ ହୋଇଥାଏ । ଏଣୁ ଯଥା ସମୟରେ କାର୍ଯ୍ୟାନୁଷ୍ଠାନ କରିବା ହେଉଛି ସମୟାନୁବର୍ୀତାର ଏକ ପ୍ରଧାନ ଅଙ୍ଗ । ବ୍ୟକ୍ତି ଠିକ୍ ସମୟରେ ନିଜର ନିତ୍ୟକର୍ମ କରିବା, ରୋଗୀ ଠିକ୍ ସମୟରେ ଔଷଧ ସେବନ କରିବା, ଛାତ୍ରଛାତ୍ରୀ ଠିକ୍ ସମୟରେ ବିଦ୍ୟାଧ୍ୟୟନ କରିବା, ଚାକିରିଆ, ଶିକ୍ଷକ, ଡାକ୍ତର, ଓକିଲ ପ୍ରମୁଖ ବ୍ୟକ୍ତିବିଶେଷ ଠିକ୍ ସମୟରେ ନିଜର କାର୍ଯ୍ୟ ବା କର୍ବ୍ୟ ସମ୍ପାଦନା କରିବା ହେଉଛି ସମୟାନୁବିର୍ତାର ପ୍ରଧାନ ଲକ୍ଷଣ । ଫଳରେ ମନୁଷ୍ୟ ସୁଖ, ସମୃଦ୍ଧି ଓ ବିକାଶ ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଥାଏ ।

ସମୟାନୁବିର୍ତା ଅଭାବରେ ମନୁଷ୍ୟ ଯେ କେବଳ ନିଜେ ଦୁର୍ଗତି ଲାଭ କରେ, ସେତିକି ନୁହେଁ, ସେ ମଧ୍ୟ ନିଜର ଦେଶ, ଜାତି ଓ ସମାଜକୁ ଦୁର୍ଗତିର ଅତଳ ଗହ୍ୱରକୁ ଟାଣି ନିଏ । ଭାରତବର୍ଷରେ ଏହି କାରଣରୁ ଅକାଳ ମୃତୁ୍ୟର ପ୍ରାଦୁର୍ଭାବ ବେଶୀ । ଏପରିକି ସ୍ନାନ, ଭୋଜନ, ଶୟନ ଓ କ୍ରୀଡ଼ା ଦିଗରେ ସମୟାନୁବିର୍ତାର ଅଭାବ ଦେଖାଦେଲେ କ୍ରମଶଃ ମନୁଷ୍ୟର ସ୍ବାସ୍ଥ୍ୟହାନି ଘଟି ଅକାଳ ମୃତୁ୍ୟ ମୁଖରେ ପତିତ ହୋଇଥାନ୍ତି । ସ୍ବାସ୍ଥ୍ୟହାନି ଘଟିଲେ ବ୍ୟକ୍ତି ନିଜର ସାଧନ କରିବା ନିମି ଅକ୍ଷମ ହୋଇଥାଏ । ତା’ ଫଳରେ ତା’ର କର୍ବ୍ୟ କ୍ଷେତ୍ରରେ ଦକ୍ଷତା ହ୍ରାସ ପାଏ ଓ କର୍ମକ୍ଷେତ୍ରରେ କୌଣସି ଉନ୍ନତି ଘଟିବା ସମ୍ଭବପର ହୋଇନଥାଏ । 

ସମୟାନୁବିର୍ତା ମାନବ ଜୀବନକୁ ଶୃଙ୍ଗଳିତ କରିଥାଏ । ସମୟ ଜ୍ଞାନ ଥିବା ବ୍ୟକ୍ତି ହୁଏ ସମ୍ମାନର ଅଧିକାରୀ । ସମୟର ଅସଦ୍ ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କୁ ଏ ବିଷୟରେ ସଚେତନ କରାଇବା ସର୍ବାଦୌ ବିଚାର୍ଯ୍ୟ । ଏଣୁ ସମୟାନୁବିର୍ତାକୁ ହୃଦୟଙ୍ଗମ କରି କର୍ମପଥରେ ଅଗ୍ରସର ହେଲେ ନିଜର ତଥା ସମାଜର ବିଶେଷ କଲ୍ୟାଣ ସାଧିତ ହୋଇଥାଏ ।


Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର