ରୂପ ନୁହେଁ, ଗୁଣହିଁ ମନୁଷ୍ୟର ଅସଲ ପରିଚୟ
ଡାକ୍ତର ସୁଧାଂଶୁ ଶେଖର ମିଶ୍ର
ରାଜା ଜନକଙ୍କ ରାଜ ସଭରେ ବନ୍ଦୀ ନାମକ ଏକ ବିଦ୍ୱାନ ପଣ୍ଡିତ ସ୍ଥାନ ପାଇଥିଲେ । ନିଜର ବିଦ୍ୱତା ଉପରେ ତାଙ୍କର ପ୍ରଚଣ୍ଡ ଅଭିମାନ ଥିଲା । ତାଙ୍କ ସହିତ ଶାସ୍ତ୍ରାର୍ଥ କରି ହାରି ଯାଉଥିବା ବ୍ୟକ୍ତିକୁ ନଦୀରେ ବୁଡ଼ାଇ ମାରି ଦିଆଯାଉ ଥିଲା । କାହୋଦ ନାମକ ଏକ ଋଷି ତାଙ୍କ ସହିତ ଶାସ୍ତ୍ରାର୍ଥ କରି ହାରିଯାଇଥିବାରୁ ପ୍ରାଣ ହରାଇଥିଲେ । ସେହି ଋଷିଙ୍କର ଏକ ଶିଶୁପୁତ୍ର ଥିଲା । ତାର ମୁଖମଣ୍ଡଳ ଅତ୍ୟନ୍ତ କଦାକାର ଥିଲା । ତାର ଶରୀର ଆଠଟି ସ୍ଥାନ ଅଙ୍କାବଙ୍କା ଥିଲା । ଏଥିପାଇଁ ତାକୁ ଅଷ୍ଟବକ୍ର ବୋଲି ନାମିତ କରାଯାଇଥିଲା । କିନ୍ତୁ ସେ ଅତ୍ୟନ୍ତ ପ୍ରତିଭାବାନ ଥିଲା । ତାର ସ୍ମରଣ ଶକ୍ତି ଥିଲା ଅତ୍ୟନ୍ତ ପ୍ରଖର । ଥରେ କୌଣସି ବିଷୟ ଶୁଣି ଥିଲେ ତାର ମନେ ରହିଯାଉଥିଲା । ଏତଦ୍ ବ୍ୟତୀତ ତାର କଳ୍ପନା ଓ ତର୍କ ଶକ୍ତି ମଧ୍ୟ ପ୍ରଖର ଥିଲା । ବିଦ୍ୟାର୍ଜନ ବୟସ ପ୍ରାପ୍ତ ହୁଅନ୍ତେ ସେ ମନୋଯୋଗ ସହିତ ଅଧ୍ୟୟନରେ ଲାଗିପଡ଼ିଲା । ସ୍ବୀୟ ଧୀମା ବଳରେ ସେ ଅତି କମ ସମୟ ମଧ୍ୟରେ ସମସ୍ତ ବିଦ୍ୟାର ଅଧିକାରୀ ହୋଇଗଲା ।
ବାଳକ ଅଷ୍ଟବକ୍ର ଅଳ୍ପ ବୟସ ହେଲେ ମଧ୍ୟ ଏକ ଅଦ୍ୱିତୀୟ ଓ ଅପରାଜିତ ବିଦ୍ୱାନ ହୋଇଗଲେ । ଅର୍ଜିତ ବିଦ୍ୟାହିଁ ଜଣେ ବିଦ୍ୱାନର ପରିଚୟ; ବୟସ ନୁହେଁ କି ରୂପ ନୁହେଁ । ଏହା ପ୍ରମାଣ କରିବା ପାଇଁ ଅଷ୍ଟବକ୍ର ରାଜା ଜନକଙ୍କ ରାଜସଭା ଅଭିମୁଖେ ଯାତ୍ରା କଲେ । ରାଜ ନଗର ସଡ଼କରେ ସେ ଆଗେଇ ଚାଲୁଥିଲେ । ପଛରୁ ଜଣେ ସିପାହୀ “ରାସ୍ତା ଛାଡ଼, ରାସ୍ତା ଛାଡ଼” ବୋଲି ପାଟିକରି ରାସ୍ତାଖାଲି କରୁଥିଲା । କିନ୍ତୁ ଅଷ୍ଟବକ୍ର ମଧ୍ୟ ଜୋରରେ କହିଲେ- “ରାସ୍ତା କେବଳ ଅପଙ୍ଗ ଓ ବୋଝ ବୋହିଥିବା ଲୋକଙ୍କୁ ଛଡ଼ା ଯାଏ । ତୋ ପାଇଁ କାହିଁକି ରାସ୍ତା ଛାଡ଼ିବି?” ଏହି କଥା ଶୁଣି ସିପାହୀ ସମେତ ସମସ୍ତେ ସ୍ତବ୍ଧ ହୋଇଗଲେ । ଅପରିଣତ ବୟସର ବାଳକ । ଏପରି ଜ୍ଞାନଯୁକ୍ତ ଓଜସ୍ବିନୀ କଥା । ଅଷ୍ଟବକ୍ର କାହାପ୍ରତି ଧ୍ୟାନ ନ ଦେଇ ରାଜ ମହଲ ସମ୍ମୁଖରେ ପହିଲେ । ଦ୍ୱାରପାଳ ବାଳକ ଭାବି ତାଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଲା ନାହିଁ । ଅଷ୍ଟବକ୍ର କହିଲେ, ମୁଁ ଛୋଟ ନୁହେଁ, ବୟସ୍କ ଅଟେ । କାରଣ ବଡ଼ମାନଙ୍କ ପରି ମୁଁ ସମସ୍ତ ବିଦ୍ୟା ଆୟ କରିସାରିଛି । ଶାରିରୀକ ବୁଦ୍ଧି ମନୁଷ୍ୟର ବୟସ୍କ ହେବାର ପ୍ରମାଣ ନୁହେଁ । ବୁଦ୍ଧି ହିଁ ତାର ବଡ଼ ପଣିଆକୁ ଦର୍ଶାଏ ।” ତଥାପି ମଧ୍ୟ ଦ୍ୱାରପାଳ ତାଙ୍କୁ ପ୍ରବେଶ ଅନୁମତି ଦେଲା ନାହିଁ । ଅଷ୍ଟବକ୍ର ଖୁବ ରାଗି ଯାଇ କହିଲେ, “ମୁଁ ଜାଣି ନ ଥିଲି ଯେ ରାଜଦରବାରରେ ମଧ୍ୟ ଛୋଟ-ବଡ଼ ଭେଦଭାବ ହୁଏ । ଛୋଟ ବଡ଼ ହେବାର କଷଟି ଧନ ସମ୍ପି ନୁହେ, ବିଦ୍ୟା ଅଟେ ।” ବାଳକ ଜ୍ଞାନରେ ଦ୍ୱାରପାଳ ତାଙ୍କ କଥାକୁ ଗୁରୁତ୍ୱ ଦେଲା ନାହିଁ । କିନ୍ତୁ ରାଜଦ୍ୱାରର ଏ କଥାବାର୍ା ରାଜା ଜନକଙ୍କ କର୍ଣ୍ଣଗୋଚର ହେଲା । ରାଜକର୍ମଚାରୀଙ୍କ ଦ୍ୱାରା ସେ ତାଙ୍କୁ ଭିତରକୁ ଡକାଇଲେ ଏବଂ ତାଙ୍କର କ୍ରୋଧିତ ହେବାର କାରଣ ଜିଜ୍ଞାସା କଲେ । ଅଷ୍ଟବକ୍ର କୌଣସି ଭୂମିକା ନ କରି କହିଲେ, “ରାଜା ଜନକ, ମୁଁ ଆପଣଙ୍କ ପଣ୍ଡିତ ବଳୀଙ୍କୁ ଶାସ୍ତ୍ରାର୍ଥ ପାଇଁ ଆହ୍ୱାନ କରୁଛି । ଆପଣ ତାଙ୍କୁ ଆଦେଶ କରନ୍ତୁ ।” ବାଳକ ଅଷ୍ଟବକ୍ରଙ୍କୁ ଦେଖି ସଭାରେ ଉପସ୍ଥିତ ପଣ୍ଡିତମାନେ ଉପହାସ କଲେ । ସମସ୍ତେ ଜୋର ଜୋରରେ ହସିବାକୁ ଲାଗିଲେ । କିନ୍ତୁ ବାଳକ ତାଙ୍କ ପାଇଁ ଉଦ୍ଧିଷ୍ଟା ଏକ ଉଚ୍ଚ ଆସନରେ ନିର୍ବିକାର ଭାବରେ ବସିଲେ । ହାସ୍ୟରୋଳ ବନ୍ଦ ହେଲା ପରେ ସମସ୍ତେ ନୀରବରେ ଅଷ୍ଟବକ୍ରଙ୍କୁ ଦେଖିବାକୁ ଲାଗିଲେ । ଏତିକି ବେଳେ ଅଷ୍ଟବକ୍ର ସିଂହ ଭଳି ଉଚ୍ଚ ସ୍ବରରେ ହସିବା ଆରମ୍ଭ କଲେ । ସମସ୍ତ ସଭା ସ୍ତବ୍ଧ ହୋଇଗଲା ।
ରାଜା ଜନକ ବିନୟ ପୂର୍ବକ ପଚାରିଲେ- “ଆପଣଙ୍କ ହସିବାର କାରଣ କଣ?” ଅଷ୍ଟବକ୍ର ଅତ୍ୟନ୍ତ କଠୋର ସ୍ବରରେ କହିଲେ- “ରାଜା ଜନକ! ଅନେକଙ୍କଠାରୁ ଆପଣଙ୍କ ସଭାରେ ଥିବା ପଣ୍ଡିତ ମଣ୍ଡଳୀଙ୍କ ପ୍ରଶଂସା ଶୁଣିଥିଲି । କିନ୍ତୁ ଏଠାକୁ ଆସି ମୋତେ ଲାଗୁଛି ଆପଣଙ୍କ ଦରବାରରେ କେବଳ ଚର୍ମକାରମାନଙ୍କ ସମୂହରେ ପରିପୂର୍ଣ୍ଣ । ଏଠାରେ କେହି ଜ୍ଞାନୀ ପଣ୍ଡିତ ନାହାନ୍ତି । ଏପରି ମୁର୍ଖ ଲୋକଙ୍କ ସଭାକୁ ଏତେ କଷ୍ଟ କରି କାହିଁକି ଆସିଲି ବୋଲି ମୋର ମୁର୍ଖତା ପାଇଁ ହସୁଥିଲି ।” ଅଷ୍ଟବକ୍ରଙ୍କ ଏହି କଥା ସଭାଗୃହରେ ନିର୍ଜନ ନୀବବତା ଛାଇଗଲା । ସମସ୍ତେ ପରସ୍ପରଙ୍କ ମୁହଁ ଦେଖିବାକୁ ଲାଗିଲେ । ସମ୍ମୁଖରେ ଉପବେଶନ କରିଥିବା ପଣ୍ଡିତ ବନ୍ଦୀ ମଧ୍ୟ ଅଷ୍ଟବକ୍ରଙ୍କ କଥାରେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ସେ ଭାବୁଥିଲେ, “ଏହି କୁତ୍ସିତ ରୂପଧାରୀ ବାଳକଟି ବଡ଼ ବିଦ୍ୱାନ । କେତେ ବୁଦ୍ଧିମା ସହ ବିଦ୍ୱାନ ପଣ୍ଡିତମାନଙ୍କୁ ଉର ଦେଉଛି ।” ରାଜା ଜନକ ଶାସ୍ତ୍ରାର୍ଥ ପାଇଁ ଅନୁମତି ଦେଲେ । ବଳୀଙ୍କର ସମସ୍ତ ପ୍ରଶ୍ନର ଉର ଅଷ୍ଟବକ୍ର ସହଜତା ପୂର୍ବକ ଦେଇ ଚାଲିଲେ । କିନ୍ତୁ ବନ୍ଦୀ ଅଷ୍ଟବକ୍ରଙ୍କ ପ୍ରଶ୍ନର ଉର ଦେବାବେଳକୁ କଷ୍ଟ ଅନୁଭବ କରୁଥିଲେ । ଏମିତି ସମୟ ଆସିଲା ବନ୍ଦୀ ଯେତେବେଳେ ଉର ଦେବାରେ ଅସମର୍ଥ ହୋଇଗଲେ ବାଧ୍ୟ ହୋଇ ନିଜର ପରାଜୟ ସ୍ବୀକାର କଲେ । ସମଗ୍ର ସଭା ବିସ୍ମୟାଭିଭୂତ ହୋଇଗଲା । ଯେଉଁ ପଣ୍ଡିତମାନେ ଅଷ୍ଟବକ୍ରଙ୍କୁ ଉପହାସ ଓ ଅପମାନ କରିଥିଲେ ସେମାନେ ଲଜ୍ଜାରେ ମୁଣ୍ଡ ତଳକୁ କରି ବସି ରହିଲେ ।
ଏହିପରି ମନୁଷ୍ୟର ସୁନ୍ଦରତା ଶରୀର ନୁହେଁ, ଗୁଣ ଅଟେ । ଅଷ୍ଟବକ୍ର ଶାରିରୀକ ଦୃଷ୍ଟିରୁ କୁରୂପ ଥିଲେ; କିନ୍ତୁ ତାଙ୍କର ଅଦ୍ଭୁତ ବୁଦ୍ଧିମା ହେତୁ ତାଙ୍କ ସମ୍ମୁଖରେ ସଭାରେ ସ୍ଥିତ ସମସ୍ତ ବିଦ୍ୱାନ ମଣ୍ଡଳୀଙ୍କୁ ନତମସ୍ତକ ହେବାକୁ ପଡ଼ିଲା । ତେଣୁ ଗୁଣ ପୂଜନୀୟ । ଶାରିରୀକ ଦୃଷ୍ଟିରୁ ବ୍ୟକ୍ତି ଯେତିକି ସୌନ୍ଦର୍ଯ୍ୟବାନ ହେଉ ନା କାହିଁକି ଯଦି ତାଙ୍କ ପାଖରେ ଜ୍ଞାନ ଓ ନମ୍ରତା ଆଦି ଗୁଣର ଅଭାବ ଥାଏ, ତେବେ ତାଙ୍କୁ ଜ୍ଞାନାନ୍ଧ କୁହାଯିବ । ଅବଗୁଣ ଯୁକ୍ତ ବ୍ୟକ୍ତି କୁରୂପ ଅଟନ୍ତି ।
ସଂପ୍ରତି ଦୁନିଆରେ ଦୈହିକ ଶୃଙ୍ଗାର ପାଇଁ ଅନେକ ଧନ ବ୍ୟୟ କରାଯାଉଛି । ସେମାନଙ୍କୁ ଏକଥା ଜଣା ନାହିଁ ଯେ ଶରୀର ଏକ ବସ୍ତ୍ର ମାତ୍ର । ମୋର ଶରୀର କହୁଥିବା ସାଟି ଆତ୍ମା ଅଟେ । ଆତ୍ମାର ଭଲ ବା ମନ୍ଦ ସଂସ୍କାର ଅନୁସାରେ ବ୍ୟକ୍ତିର ମୂଲ୍ୟାଙ୍କନ କରାଯାଏ । ଆତ୍ମାହିଁ ଆଖି ଦ୍ୱାରା ଦେଖେ, ପାଟି ଦ୍ୱାରା କଥା କହେ ଓ ମନ ବୁଦ୍ଧି ଦ୍ୱାରା ଅନୁଭବ କରେ । ଶରୀର ବିକଳାଙ୍ଗ ହୋଇପାରେ, କିନ୍ତୁ ଆତ୍ମା ନୁହେଁ । ପରମାତ୍ମାଙ୍କ ଦୃଷ୍ଟିରେ ଉଚ୍ଚ,ନୀଚ, ଧନୀ, ଦରିଦ୍ର, ଅନ୍ଧ,କଣା, ବଧିର ଓ ବିକଳାଙ୍ଗ ସମସ୍ତ ବ୍ୟକ୍ତି ସମାନ । ସେହିପରି ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଆଦି ବିଷୟରେ ମଧ୍ୟ ପରମାତ୍ମା ଭେଦ ରଖନ୍ତି ନାହିଁ । ଜନ୍ମ ଓ ବ୍ୟବସାୟ ଆଧାରରେ ମନୁଷ୍ୟ ପଛୁଆ ହୁଏ ନାହିଁ । ମାଦକ ଦ୍ରବ୍ୟ ସେବନ, ଚୋରୀ, ଡକାୟତି, ବ୍ୟଭିଚାର , ଠକାମୀ ଆଦି କୁକର୍ମ ହେତୁ ସେ ଅଧୋଗତି ପ୍ରାପ୍ତ ହୁଏ । ଈଶ୍ୱର ପ୍ରାପ୍ତି ପାଇଁ ପଦ ମର୍ଦ୍ୟାଦା ବା ଧନ ଆଧାର ନୁହେଁ । ମନ ସ୍ବଚ୍ଛ ହେଲେ ପରମାତ୍ମା ପ୍ରେମ ସୁଲଭ ହୁଏ । ସ୍ବଚ୍ଛ ମନ ମନ୍ଦିର ସମାନ । ଏପରି ମନରେ ପରମାତ୍ମା ସ୍ମୃତି ସ୍ଥିର ରହିପାରେ । ଆତ୍ମାହିଁ ସମ୍ପୂର୍ଣ୍ଣ ବନେ, ଶରୀର ନୁହେଁ । ଆତ୍ମା ଦିବ୍ୟଗୁଣ ସମ୍ପନ୍ନ ହେଲେ ବ୍ୟକ୍ତି ମହାନ ହୁଏ ।
ଶିବଶକ୍ତି ହୋମିଓ ସେବାସଦନ,
ପାଟଣାଗଡ, ବଲାଙ୍ଗିର
ମୋ.ନଂ- ୯୪୩୭୨୧୦୨୯
Comments
Post a Comment