ଷୋଡଶୋଽଧ୍ୟାୟଃ

ଦୈବାସୁରସମ୍ପଦ ବିଭାଗଯୋଗଃ

ଦୈବୀ ସମ୍ପଦ

ଅଭୟଂ ସ୍ୱସଂଶୁଦ୍ଧିର୍ଜ୍ଞାନଯୋଗବ୍ୟବସ୍ଥିତିଃ ।

ଦାନଂ ଦମଶ୍ଚ ଯଜ୍ଞଶ୍ଚ ସ୍ୱାଧ୍ୟାୟସ୍ତପ ଆର୍ଜବମ୍ ।ା୧ାା

ଅହିଂସା ସତ୍ୟମକ୍ରୋଧସ୍ତ୍ୟାଗଃ ଶାନ୍ତିରପୈଶୁନମ୍ ।

ଦୟା ଭୂତେଷ୍ୱଲୋଲୁପ୍ତ୍ୱଂ ମାର୍ଦବଂ ହ୍ରୀରଚାପଳମ୍ ।ା୨ାା

ତେଜଃ କ୍ଷମା ଧୃତିଃ ଶୈାଚମଦ୍ରୋହୋ ନାତିମାନିତା ।

ଭବନ୍ତି ସମ୍ପଦଂ ଦୈବୀମଭିଜାତସ୍ୟ  ଭାରତ ।ା ୩ାା

ଅର୍ଥ : ହେ ଭାରତ ! ଭୟହୀନତା, ଚି ଶୁଦ୍ଧି, ଜ୍ଞାନ ଏବଂ ଯୋଗରେ ନିଷ୍ଠା, ଦାନ, ଇନ୍ଦି୍ରୟ ସଂଯମ, ଯଜ୍ଞ, ସ୍ୱଧ୍ୟାୟ, ତପ, ସରଳତା, ଅହିଂସା, ସତ୍ୟ, ଅକ୍ରୋଧ, ତ୍ୟାଗ, ଶାନ୍ତି, ପରନିନ୍ଦା ତ୍ୟାଗ, ଜୀବେ ଦୟା, ନିର୍ଲୋଭ, ମୃଦୁତା, ମର୍ଯ୍ୟାଦା (ପାପକର୍ମ ପ୍ରତି ଲଜ୍ଜା) ଅଚଳତା, ତେଜ, କ୍ଷମା, ଧୈର୍ଯ୍ୟ, ଶୌଚ, ଅହ୍ରୋହ, ନିରଭିମାନ – ଏହିସବୁ ଗୁଣ ଦୈବୀ ସମ୍ପଦ ପ୍ରାପ୍ତ ହୋଇ ଜାତ ହୋଇଥିବା ବ୍ୟକ୍ତିଙ୍କର ହୋଇଥାଏ ।ା୧-୩ାା

ବ୍ୟାଖ୍ୟା:

ଅଭୟଂ(ଭୟ ହୀନତା) : ପ୍ରିୟ ବସ୍ତୁର ବିୟୋଗ ଓ ଅପ୍ରିୟ ବସ୍ତୁର ପ୍ରାପ୍ତି ଆଶଙ୍କା ହେତୁ ମନରେ ଯେଉଁ ଉଦ୍ବେଗ ଜାତ ହୁଏ, ତାକୁ ଭୟ କୁହାଯାଏ । ଭୃର୍ହରିଙ୍କ ବୈରାଗ୍ୟ ଶତକରେ ବିଭିନ୍ନ ପ୍ରକାର ଭୟର ଉଲ୍ଳେଖ କରାଯାଇଛି । ଯଥା –

ଭୋଗେ ରୋଗ ଭୟଂ କୁଳେ ବୁ୍ୟତିଭୟଂ । 

ବିେ ନୃପାଲାତ୍ ଭୟଂ ମାନେ ଦୈନ୍ୟ ଭୟଂ

ବଳେ ରିପୁ ଭୟଂ ରୂପେ ଜରାୟାଭୟଂ ।

ଶାସ୍ତ୍ରେ ବାଦ ଭୟଂ, ଗୁଣେ ଖଳ ଭୟଂ ।

କାୟେ କୃତାନ୍ତାଦ୍ଭୟଂ ସର୍ବଂ ବସ୍ତୁ ଭୟାବହଂ

ଭୁବି ନୃଣାଂ ବୈରାଗ୍ୟମେବାଭୟମ ।

ଅର୍ଥାତ : ଭୋଗୀ ବ୍ୟକ୍ତିର ରୋଗରେ ଭୟ, ଉଚ୍ଚ କୁଳରେ ଜନ୍ମିତ ବ୍ୟକ୍ତିର ପତିତ ହେବାର ଭୟ, ଧନୀର ରାଜଭୟ, ମାନୀର ଦୀନତା ଭୟ, ବଳଶାଳୀର ଶତ୍ରୁ ଭୟ, ସୁନ୍ଦରୀର ବାର୍ଦ୍ଧକ୍ୟ ଭୟ; ଶାସ୍ତ୍ରବିଦ୍ର ତର୍କରେ ଭୟ, ଗୁଣୀ ପାଇଁ ଦୁର୍ଜନଙ୍କ ଭୟ ଏବଂ ଦେହାଭିମାନୀ ପାଇଁ ମୃତୁ୍ୟ ଭୟ – ଏହିପରି ସଂସାର ସହିତ ସମ୍ବନ୍ଧିତ ପ୍ରତ୍ୟେକ ବସ୍ତୁ ଭୟାବହ  । କେବଳ ବୈରାଗ୍ୟ ମନୁଷ୍ୟକୁ ଅଭୟ ପ୍ରଦାନ କରେ ।


ଉପର୍ଯୁ୍ୟକ୍ତ ଶ୍ଳୋକରୁ ଏକଥା ସ୍ପଷ୍ଟ ହୁଏ ଯେ ସଂସାର ପ୍ରତି ଆସକ୍ତି ମନୁଷ୍ୟ ମନରେ ଇଷ୍ଟାନିଷ୍ଟ ଜନିତ ଉଦ୍ବେଗ ଜାତ କରାଏ । ଯେଉଁ ମନୁଷ୍ୟ ଦୈବୀ ସମ୍ପଦ ଯୁକ୍ତ ସିଏ ଦୁଃଖରେ କାତର ଓ ସୁଖରେ ଅଧୀର ହୁଅନ୍ତି ନାହିଁ । ସେ ସର୍ବଦା ସବୁ ସ୍ଥିତିରେ ସମଚି ରହୁଥିବାରୁ ତାଙ୍କୁ କୌଣସି ପ୍ରକାର ଭୟ ବିଚଳିତ କରେ ନାହିଁ । ଏହିପରି ଭୟହୀନତାର ନାମ ଏଠାରେ "ଅଭୟ' । "ଭୟ' ଏକ ସୂକ୍ଷ୍ମ ମନୋବିକାର ଯାହା ମନୁଷ୍ୟର ମନକୁ ଦୁର୍ବଳ କରିଦିଏ । ସାଧାରଣ ଲୋକ ଜ୍ଞାନ-ଯୋଗ ମାର୍ଗରେ ଚାଲିବାକୁ ଭୟ କରନ୍ତି । କାରଣ ସେମାନେ ଭାବନ୍ତି ଯେ ଏହି ମାର୍ଗରେ ଚାଲିଲେ ସୋମାନଙ୍କୁ କାମ କ୍ରୋଧାଦି ବିକାର ତ୍ୟାଗ କରିବାକୁ ପଡ଼ିବ, ବିଭିନ୍ନ ପ୍ରକାର ଦୁର୍ବ୍ୟସନ ତ୍ୟାଗ କରିବାକୁ ପଡ଼ିବ, ସାଙ୍ଗ ସାଥୀମାନେ ଉପହାସ କରିବେ, ଜ୍ଞାତି କୁଟୁମ୍ବ ଲୋକେ ବିରୋଧ କରିବେ, ବ୍ୟବସାୟରେ ଅସତ୍ ଉପାୟ ଅବଲମ୍ବନ କରି ହେବ ନାହିଁ, ଇତ୍ୟାଦି । ଏହି କାପୁରୁଷତା ମନୁଷ୍ୟକୁ ଈଶ୍ୱର ପ୍ରାପ୍ତିରୁ ବିତ କରାଏ । ଯୋଗ ମାର୍ଗରେ ନିତ୍ୟ ନିରନ୍ତର ମନୋବିକାରଗୁଡ଼ିକ ସହିତ ଯୁଦ୍ଧ କରିବାକୁ ପଡ଼େ । ନିର୍ଭୟତା ବିନା ଯୁଦ୍ଧ ଜୟ କରି ହେବ ନାହଁ । ଅର୍ଜୁନଙ୍କ ପରି ଜୀବନ ସଂଗ୍ରାମର ଅବ୍ୟବହିତ ପୂର୍ବରୁ ମଣିଷ ଅହେତୁକ ଭାବରେ ଭୟାର୍ ହୋଇ ପଡ଼େ । ଏହି ଭୟ ତାକୁ ସତ୍ ମାର୍ଗରୁ ବିଚୁ୍ୟତ କରେ । ଏହିପରି ବ୍ୟକ୍ତିମାନଙ୍କୁ ଗୀତା "କ୍ଳୀବ' ବୋଲି ଅଭିହତି କରିଛି । ଏହା କ୍ଷୁଦ୍ର ହୃଦୟର ଦୁର୍ବଳତା ମାତ୍ର । ଏହି ପରିପ୍ରେକ୍ଷୀରେ ଗୀତାର ଭଗବାନ ସମସ୍ତ ମାନବ ସମାଜକୁ ଆହ୍ୱାନ କରି କହନ୍ତି, ""କ୍ଳୈବ୍ୟଂ ମା ସ୍ମ ଗମଃ''– କ୍ଳୀବତ୍ୱର ଅଧୀନ ହୁଅ ନାହିଁ । କ୍ଷୁଦ୍ରଂ ହୃଦୟ “ଦୌର୍ବଲ୍ୟଂ ତ୍ୟକ୍ତ୍ୟୋିଷ୍ଠ”- କ୍ଷୁଦ୍ର ହୃଦୟର ଦୁର୍ବଳତାକୁ ତ୍ୟାଗ କରି ଛିଡା ହୁଅ ।ା ଗୀ-୨/୩ାା ନିର୍ଭୟୀ ବ୍ୟକ୍ତି ପରମାତ୍ମାଙ୍କ ସଂରକ୍ଷଣ ପ୍ରାପ୍ତ ହୋଇ ଜୀବନ ସଂଗ୍ରାମରେ ବିଜୟଶ୍ରୀ ପ୍ରାପ୍ତ ହୁଏ ।

ଚିଶୁଦ୍ଧି (ସ୍ୱସଂଶୁଦ୍ଧିଃ) : ମାନବୀୟ ଚେତନାକୁ ଚାରିଭାଗରେ ବିଭକ୍ତ କରାଯାଇ ପାରେ । ଯଥା – ୧. ଜାଗ୍ରତ ଭାଗ, ୨. ଅର୍ଦ୍ଧ ଜାଗ୍ରତ ଭାଗ ୩. ସୁଷୁପ୍ତି ଓ ୪. ପରମ ଜାଗ୍ରତ ଭାଗ । ଚେତନାର କେବଳ ଜାଗ୍ରତ ଭାଗକୁ ଆମେ ବହୁଳ ଭାବରେ ଉପଯୋଗ କରୁ । ଆମେ ଯାହା ପଢ଼ୁ ବା ଶୁଣୁ ତା'ର ଶତକଡା ୧୦ ଭାଗ ଆମର ମନେ ରହେ । ଏହା ଆମ ଚେତନାର ଜାଗ୍ରତ ଅଂଶରେ ହୁଏ । ବର୍ମାନ ମନେ ପଡୁ ନ ଥିବା ଅନେକ କଥା ପରେ ହଠାତ ମନେ ପଡିଯାଏ । ଏହି ବିଷୟ ଆମ ଅର୍ଦ୍ଧଜାଗ୍ରତ ଭାଗରେ (ଝଙ୍କଭ-ମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦ) ସଂରକ୍ଷିତ ଥାଏ । ଏହି ଅଂଶ ହାରାହାରି ଶତକଡା ଚାଲିଶ ଭାଗ । ମନର ଏକାଗ୍ରତା ସମୟରେ ଏହି ଅଂଶରେ ସଂରକ୍ଷିତ ବିଷୟ ଜାଗ୍ରତ ଭାଗରେ ପ୍ରତିଫଳିତ ହୁଏ । ବାକି ଯେଉଁ ପଚାଶ ପ୍ରତିଶତ ଭାଗ ଅବଶେଷ ରହିଲା ତାକୁ ସୁଷୁପ୍ତି କହନ୍ତି । ଏହା ଜାଗ୍ରତ ଅଂଶକୁ ଆସି ପାରେ ନାହିଁ । ଏହି ଅର୍ଦ୍ଧ ଜାଗ୍ରତ ଓ ସୁଷୁପ୍ତ ଅଂଶ ଆମର ଜୀବନ ଶୈଳୀକୁ ପ୍ରଭାବିତ କରେ । ସୁଷୁପ୍ତି ଅଂଶରେ ପୂର୍ବ ଜନ୍ମର ସଂସ୍କାର ଓ ସ୍ମୃତି ଥାଏ । ଏହି ଉଭୟ ଅଂଶ ଶତକଡା ୯୦ ଭାଗ ହୋଇଥିବାରୁ ଏହା ମଧ୍ୟରେ ସନ୍ନିହିତ ବିଷୟାନୁସାରେ ଆମେ କର୍ମରେ ପ୍ରବୃ ହେଉ । ଅନେକ ଜନ୍ମର ଅନୁଭବ, ଅଭ୍ୟାସ ଓ ସିଦ୍ଧାନ୍ତରେ ପରିପୂର୍ଣ୍ଣ ଏହି ଅର୍ଦ୍ଧ ଜାଗ୍ରତ ଓ ସୁଷୁପ୍ତ ଅଂଶକୁ ପ୍ରତି ମୁହୂର୍ରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ କରୁଥାଏ । ମନ ଓ ବୁଦ୍ଧି ଚେତନାର ଜାଗ୍ରତ ଅଂଶରେହିଁ କେବଳ କାମ କରେ । ଏଥିପାଇଁ ଜାଗ୍ରତ ଅଂଶ ବାସ୍ତବିକତା ଅନୁରୂପ ଚିନ୍ତନ କରେ । ଅର୍ଦ୍ଧଜାଗ୍ରତ ଅଂଶରେ ମନ ଓ ବୁଦ୍ଧି ନଥିବାରୁ ଏହା ତର୍କ ସମ୍ମତ ଚିନ୍ତନ କରିପାରେ ନାହିଁ । ଏହା ଭାବନାତ୍ମକ ହୋଇଥାଏ । ଭଲ ମନ୍ଦ ନିରୂପଣ କରିବା କ୍ଷମତା ଏଥିରେ ନାହିଁ । ପୂର୍ବରୁ ତାହା ମଧ୍ୟରେ ଯାହା ମୁଦ୍ରିତ ଭାବରେ ରହିଯାଇଛି ସେହି ଅନୁସାରେ ତା'ର ଅଭିବ୍ୟକ୍ତି ପ୍ରକଟିତ ହୁଏ । ଏଥିପାଇଁ ଆମେ ଚାହୁଁଥିଲେ ମଧ୍ୟ ଅନେକ ଦିନର ଉଶୃଙ୍ଖଳିତ ଜୀବନ ଶୈଳୀକୁ ହଠାତ ପରିବର୍ନ କରିବାରେ ସକ୍ଷମ ହୋଇପାରୁ ନାହିଁ । ଚେତନାର ଏହି ଭାଗ ଏକ ଅବୋଧ ଶିଶୁ ପରି । ଶିଶୁକୁ ସ୍ନେହ ଓ ପ୍ରେମ ଦ୍ୱାରା ବଶୀଭୂତ କରି ନିଜ ଅନୁସାରେ ପରିଚାଳିତ କରାଯାଇ ପାରେ । ବଳ ପ୍ରୟୋଗ ଦ୍ୱାରା ବା ଭୟ ପ୍ରଦର୍ଶନ ଦ୍ୱାରା ସେହି ଅବୋଧର ସୃଜନୀ ଶକ୍ତିର ବିକାଶ ସମ୍ଭବ ନୁହେଁ । ଚେତନାର ଏହି ଅର୍ଦ୍ଧଜାଗ୍ରତ ଭାଗକୁ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଇର୍ଷା, ଦ୍ୱେଷ, ଭୟ, ଆଳସ୍ୟ, ନିଦ୍ରା ଆଦି ବିକାରଗୁଡ଼ିକରୁ ମୁକ୍ତ କରିବାକୁ ଚି ଶୁଦ୍ଧି ବା ଅନ୍ତଃକରଣ ଶୁଦ୍ଧି (ସ୍ୱସଂଶୁଦ୍ଧି) କୁହାଯାଏ । କାରଣ ଚି୍ ଶୁଦ୍ଧି ନ ହେବା ପର୍ଯ୍ୟନ୍ତ ବ୍ୟକ୍ତି ମଧ୍ୟରେ ଦୈବୀଗୁଣର ବିକାଶ ହୁଏ ନାହିଁ । ଦର୍ପଣରେ ଧୂଳି ଜମି ଯାଇଥିଲେ ତାହା ଠିକ ଭାବରେ ସମ୍ମୁଖସ୍ଥ ବ୍ୟକ୍ତି ବା ପଦାର୍ଥର ପ୍ରତିବିମ୍ବ ସୃଷ୍ଟି କରିପାରେ ନାହିଁ । ସେହିପରି ବିକାରଯୁକ୍ତ ଚିରେ ପରମାତ୍ମାଙ୍କ ସ୍ମୃତି ପ୍ରତିବିମ୍ବିତ ହୋଇ ସ୍ଥିର ରହିପାରେ ନାହିଁ । ରାଜଯୋଗ ଚେତନାର ଏହି ଅର୍ଦ୍ଧଜାଗ୍ରତ ଭାଗକୁ ପ୍ରଶିକ୍ଷଣ ଦ୍ୱାରା ମନୋବିକାର ସମୂହରୁ ମୁକ୍ତ ହେବାର ବିଧି ଶିଖାଏ । ଏହାର ନିରନ୍ତର ଅଭ୍ୟାସ ଦ୍ୱାରା ଯୋଗୀର ଚିଶୁଦ୍ଧି ହୋଇଗଲେ ଚେତନାର ପରମ ଜାଗ୍ରତ ଅଂଶ (ଝଙ୍କକ୍ଟ୍ରକ୍ସବ ମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦ କ୍ଟ୍ରବକ୍ସଗ୍ଧ) ଜାଗ୍ରତ ହୋଇ ଉଠେ । ଏହା ହେଉଛି ଯୋଗୀର ସମାଧି ଅବସ୍ଥା । ଏହା ମାନବୀୟ ଚେତନାର ସବୁଠାରୁ ଗଭୀରତମ ଅଂଶ ଯାହାକି ଚେତନାର ମାତ୍ର ୦.୧% ଅଟେ । ଏହି ଅଂଶ ପରମ ବୁଦ୍ଧିଶାଳୀ ଓ ଅତ୍ୟନ୍ତ ଶକ୍ତି ସମ୍ପନ୍ନ ହୋଇଥାଏ । ଏହାର ଜାଗୃତିରେ ବ୍ୟକ୍ତି ଅଲୌକିକ ଦୈ÷ବୀଗୁଣ ସମ୍ପନ୍ନ ହୋଇପାରେ । ଏହାର ଜାଗ୍ରୁତି ସମୟରେ ବ୍ୟକ୍ତି ଯାହା ସଂକଳ୍ପ କରିବ ତାହା ତାକୁ ପ୍ରାପ୍ତହୁଏ । ରାମକୃଷ୍ଣ ପରମହଂସ, ଶ୍ରୀ ଅରବିନ୍ଦ, ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ ଆଦି ଚେତନାର ଏହି ପରମ ଜାଗ୍ରତ ଅଂଶର ବିକାଶ କରି ମହାମାନବ ରୂପେ ସର୍ବଜନ ପୂଜିତ ହୋଇପାରିଥିଲେ ।

ଜ୍ଞାନ ଓ ଯୋଗରେ ନିଷ୍ଠା : ସତ୍ୟ ଓ ଅସତ୍ୟର ବିଚାର ବୋଧକୁ "ଜ୍ଞାନ' କୁହାଯାଏ । ଅନ୍ୟ ଅର୍ଥରେ ଯାହା ଯେମିତି ତାକୁ ଅବିକଳ ଠିକ ସେମିତି ଭାବରେ ଜାଣିବାର ନାମ "ଜ୍ଞାନ' । ଅନ୍ଧକାରରେ ରଜ୍ଜୁ ଦେଖି ସର୍ପ ଭ୍ରମ ହେବା ଅଜ୍ଞାନତା । ନିଜକୁ ବିନାଶଶୀଳ ଦେହ ଭାବିବା ବା ପରମାତ୍ମାଙ୍କୁ ଶରୀରଧାରୀ ଭାବିବା ଅଜ୍ଞାନତା । ଏହାର ବିପରୀତରେ ସୃଷ୍ଟି ଓ ସ୍ରଷ୍ଟା ବିଷୟରେ ସଠିକ ତଥ୍ୟକୁ ଜ୍ଞାନ କୁହାଯାଏ । ଶରୀର, ବ୍ୟକ୍ତିର ପ୍ରକୃତ ପରିଚୟ ନୁହେଁ । କାରଣ ଏହା ନାଶବାନ । ଶରୀରାଭ୍ୟନ୍ତରସ୍ଥ ଅବିନାଶୀ ଆତ୍ମା ହେଉଛି ତା'ର ପରିଚୟ । ପ୍ରତ୍ୟେକ ଜନ୍ମରେ ଆତ୍ମା ତା'ର ନାମ ଓ ରୂପ ପରିବର୍ନ କରେ । ବର୍ମାନ ଜନ୍ମରେ ପୁରୁଷ ଶରୀର ଧାରଣ କରିଥିବା ଆତ୍ମା ପର ଜନ୍ମରେ ସ୍ତ୍ରୀ ଶରୀର ଧାରଣ କରି ଜନ୍ମ ହୋଇପାରେ । ଏଠାରେ ମନେ ରଖିବାକୁ ହେବ ଯେ ମନୁଷ୍ୟାତ୍ମା କେବଳ ମନୁଷ୍ୟ ଶରୀର ଧାରଣ କରେ । ପ୍ରତ୍ୟେକ ଜନ୍ମରେ ବିଭିନ୍ନ ନାମ ଓ ରୂପ ବିିଶିଷ୍ଟ ଶରୀର ଧାରଣ କରୁଥିଲେ ମଧ୍ୟ ଆତ୍ମା ଏକ ରହେ ଏବଂ ପ୍ରାରବ୍ଧାନୁସାରେ କର୍ମଫଳ ଭୋଗ କରେ । ଆତ୍ମାର ପିତା ପରମାତ୍ମା ଅଶରୀରୀ ଓ ଇନ୍ଦ୍ରିୟାତୀତ ଅଟନ୍ତି । ଚନ୍ଦ୍ର, ସୂର୍ଯ୍ୟ ଓ ତାରାଗଣଠାରୁ ଅନେକ ଉଦ୍ଧ୍ୱର୍ରେ ଥିବା ପରମଧାମ ହେଉଛି ତାଙ୍କର ନିବାସ ସ୍ଥଳୀ । ସେ ପରମଧାମ ନିବାସୀ ହୋଇଥିବାରୁ ଏକ ଦେଶୀୟ; ତେଣୁ ସର୍ବବ୍ୟାପୀ ନୁହନ୍ତି । ସୃଷ୍ଟିରେ ଧର୍ମ ଗ୍ଳାନି ହେଲେ ଅର୍ଥାତ କଳିଯୁଗର ଅନ୍ତିମ ଚରଣରେ ସେ ଏକ ସାଧାରଣ ମନୁଷ୍ୟ ଶରୀରରେ ଅବତରଣ କରି ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ଶିକ୍ଷା ଦିଅନ୍ତି । ଏହା ଦ୍ୱାରା ମଣିଷ ମଧ୍ୟରେ ଥିବା କଳିଯୁଗୀ ଆସୁରୀ ସଂସ୍କାର ଭସ୍ମୀଭୂତ ହୋଇ ଦୈବୀଗୁଣ ଗୁଡ଼ିକର ବିକାଶ ହୁଏ । ଏହିପରି କଳିଯୁଗର ପରିବର୍ନ ହୋଇ ସତ୍ୟଯୁଗୀ ଦୈବୀ ସାମ୍ରାଜ୍ୟର ପୁନର୍ସ୍ଥାପନା ହୁଏ । ଏହିପରି ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା କଥିିତ ଈଶ୍ୱରୀୟ ଜ୍ଞାନ ଆଧାରରେ ତାଙ୍କୁ ପ୍ରତ୍ୟକ୍ଷ ଅନୁଭବ କରି ନିରନ୍ତର ତାଙ୍କ ସହିତ ଯୋଗଯୁକ୍ତ ହୋଇ ଦିବ୍ୟ ଜୀବନ ଯାପନ କରିବା ଜ୍ଞାନ ଓ ଯୋଗର ନିଷ୍ଠା କୁହାଯାଏ । ଜ୍ଞାନଯୋଗ ବ୍ୟବସ୍ଥିତିଃ ।

ଦାନ : ନିଜ ସ୍ୱାଧିକାରରେ ଥିବା ଅନ୍ନ, ବସ୍ତ୍ର, ଧନ,ଭୂମି ଆଦି ସ୍ଥାବର ବା ଅସ୍ଥାବର ବସ୍ତୁ ବା ସମ୍ପିକୁ ନିଃସ୍ୱାର୍ଥପର ଭାବରେ ସତ୍ପାତ୍ରରେ ବିତରଣ କରିବାକୁ "ଦାନ' କୂୁହାଯାଏ । ଏହିପ୍ରକାର ଦାନ ଲୌକିକ ପର୍ଯ୍ୟାୟଭୁକ୍ତ । ଏହାଦ୍ୱାରା ଗ୍ରହୀତାର କେବଳ ଲୌକିକ କଲ୍ୟାଣ ସାଧିତ ହୁଏ । ବିଦ୍ୟା ବା ଜ୍ଞାନ ବିତରଣ କରିବା ହେଉଛି ଅଲୌକିକ ଦାନ । ଏହା ଦ୍ୱାରା ଗ୍ରହୀତାର ଉଭୟ ଇହ ଓ ପରକାଳରେ କଲ୍ୟାଣ ହୁଏ । ତେଣୁ ଏହା ସର୍ବ ଶ୍୍େରଷ୍ଠ ଦାନ । ବିଦ୍ୟା ବା ଜ୍ଞାନକୁ ମହାଧନ ବୋଲି କୁହାଯାଏ । କାରଣ ଏହା ଜ୍ଞାତିକୁଟୁମ୍ବର ଲୋକେ ଭାଗବା କରି ପାରନ୍ତି ନାହିଁ କି ଚୋର ଚୋରି କରିପାରେ ନାହିଁ । ଦାନ ଦେଲେ ଏହା କ୍ଷୟ ହୁଏ ନାହିଁ । ଜ୍ଞାତିର୍ଭି ନୈବ ବ୍ୟତେ, ଚୌରାଣପି ନ ନିୟତେ, ଦାନେନ ନ କ୍ଷୟଂ ଯାତି ବିଦ୍ୟା ରନô ମହାଧନଂ ।'' ଜ୍ଞାନ ମଣିଷକୁ ଯୋଗ୍ୟ ଓ କ୍ରିୟାଶୀଳ କରାଏ । ଜ୍ଞାନ ଦ୍ୱାରା ପରମାତ୍ମାଙ୍କୁ ଜାଣି ହୁଏ । ଜ୍ଞାନ ଜେ୍ଞୟଂ । ଜ୍ଞାନ ମଣିଷକୁ ଅଭୟ ପ୍ରଦାନ କରେ । ଅଭୟ ଦାନକୁ ପତନ୍ତ୍ରରେ ସର୍ବଶ୍ରେଷ୍ଠ ଦାନ ବୋଲି କୁହାଯାଇଛି । ""ନ ଗୋ ପ୍ରଦାନଂ ନ ମହୀ ପ୍ରଦାନଂ ନ ଚାନ୍ନଦାନଂ ହି ପ୍ରଧାନମ୍ । ଯଥା ବଦନ୍ତୀହ ବୁଧାଃ ପ୍ରଧାନଂ ସର୍ବ; ପ୍ରଦାନେଷ୍ପ୍ୱଭୟପ୍ରଦାନମ୍ ।'' ।ା ପତନ୍ତ୍ର, ମିତ୍ରଭେଦ ୩/୧୩ ।ା ଅର୍ଥାତ ଗୋ, ମହୀ ଏବଂ ଅନ୍ନ ଦାନ ଅପେକ୍ଷା ଅଭୟଦାନକୁ ଜ୍ଞାନୀଗଣ ସର୍ବଶ୍ରେଷ୍ଠ ଦାନ ବୋଲି କହନ୍ତି । ଅଭୟ ପ୍ରଦାନର ଆଧାର ହେଉଛି ଜ୍ଞାନ, ଯିଏ ଜ୍ଞାନୀ ସିଏ ନିର୍ଭୀକ । ଯିଏ ନିର୍ଭୀକ ସିଏ ଅନ୍ୟମାନଙ୍କୁ ଅଭୟ ଦାନ କରିବାକୁ ସକ୍ଷମ । ଭୟର କାରଣ ହେଉଛି ପାପ । ପାପଃ ଭୟସ୍ୟକାରଣଂ । ଈଶ୍ୱରୀୟ ଜ୍ଞାନ ମନୁଷ୍ୟକୁ ପାପମୁକ୍ତ କରି ନିର୍ଭୀକ କରେ ।

ଇନ୍ଦ୍ରିୟ ସଂଯମ (ଦମଃ) : ଅନେକ ଜନ୍ମ ଦେହ ଧାରଣ କରି ଆତ୍ମା ନିଜର ଆତ୍ମିକ ସ୍ୱରୂପକୁ ଭୁଲିଯାଏ । ଦେହାଭିମାନ ବଶତଃ କରିଥିବା କର୍ମଫଳ ଆତ୍ମାରେ ସଂସ୍କାର ରୂପରେ ସିତ ହେଉଥାଏ । ଇହଜନ୍ମର କର୍ମଫଳ ପରଜନ୍ମରେ ପା୍ରରବ୍ଧ ରୂପରେ ଆତ୍ମା ଭୋଗ କରେ । ପ୍ରାରବ୍ଧ ଅନୁରୂପ ଇନ୍ଦ୍ରିୟଗଣ ନିଜ ନିଜ ବିଷୟ ଭୋଗ ପାଇଁ କ୍ରିୟାଶୀଳ ହୁଅନ୍ତି । ଅଜ୍ଞାନତାବଶତଃ ମଣିଷ ବିଷୟ ଭୋଗ ଦ୍ୱାରା ଇନ୍ଦ୍ରିୟମାନଙ୍କୁ ତୃପ୍ତ କରିବାରେ ସାରା ଜୀବନ ବିତାଇ ଦିଏ । ତଥାପି ମଧ୍ୟ ସେ ତୃପ୍ତ ହୁଏ ନାହିଁ । ଇନ୍ଦି୍ରୟମାନଙ୍କର ସେବା କରି କରି ସେ ତା'ର ଦାସ ହୋଇଯାଏ । ପରମାତ୍ମାନୁଭୂତି ପାଇଁ ଯୋଗାଭ୍ୟାସ କରୁଥିବା ବ୍ୟକ୍ତିର ଇନ୍ଦ୍ରିୟ ସଂଯମ ଏକାନ୍ତ ଆବଶ୍ୟକ । ହଠଯୋଗୀମାନେ ବଳପୂର୍ବକ ଇନ୍ଦ୍ରିୟଗୁଡିକୁ ଦମନ କରିବା ପ୍ରୟାସ କରିଥାନ୍ତ୍ି । ହଠ କ୍ରିୟାରେ ଇନ୍ଦ୍ରିୟଗଣ ଆୟ ହେଉଥିଲେ ସୁଦ୍ଧା ପରିମାର୍ଜିତ ହୁଅନ୍ତି ନାହଁ । ସୁବିଧା ସୁଯୋଗ ପାଇଲେ ଏଗୁଡ଼ିକ ପୁନଶ୍ଚ କ୍ରିୟାଶୀଳ ହୋଇପଡନ୍ତି । କେତେକ ହଠଯୋଗୀ ଅତ୍ୟନ୍ତ କ୍ରୋଧୀ ପ୍ରକୃତିର ହୋଇଥାନ୍ତି । କାରଣ ବଳପୂର୍ବକ ଅବଦମିତ କାମବିକାର କ୍ରୋଧରେ ପରିବର୍ିତ ହୋଇ ସେମାନଙ୍କଠାରେ ପ୍ରବଳ ହୋଇ ଉଠେ । ଯେଉଁଠି କ୍ରୋଧ ଅଛି ସେଇଠି ଅବଶ୍ୟ କାମ ସୁପ୍ତ ଭାବରେ ରହିଛି । କାମ ଓ କ୍ରୋଧକୁ ଯାଅାଁଳା (ଯମଜ) ଭାଇ ସହିତ ତୁଳନା କରାଯାଇପାରେ । ସେମାନେ ପରସ୍ପରଠାରୁ ପୃଥକ ହୋଇ ପାରିବେ ନାହିଁ । ଗୀତା ରାଜଯୋଗର ପ୍ରବର୍କ । ଏହା ପାତଞ୍ଜଳୀକୃତ ଅଷ୍ଟାଙ୍ଗ ଯୋଗଠାରୁ ସମ୍ପୂର୍ଣ୍ଣ ପୃଥକ । ପାତଞ୍ଜଳୀଙ୍କ ହଠଯୋଗ ଯେଉଁଠି ଶେଷ ହୁଏ ସେଇଠୁ ଗୀତାର ରାଜଯୋଗ ଆରମ୍ଭ ହୁଏ । ପାତଞ୍ଜଳୀ ହଠଯୋଗର ପ୍ରବର୍କ । ଅନେକ ବ୍ୟାଖ୍ୟାକାର ପାତଞ୍ଜଳୀ ଯୋଗଦର୍ଶନରେ ପ୍ରଭାବିତ ହୋଇ "ଦମ'ର ଅର୍ଥ ଇନ୍ଦ୍ରିୟ ଦମନ ବୋଲି ବ୍ୟାଖ୍ୟା କରିଛନ୍ତି । କିନ୍ତୁ ରାଜଯୋଗ ଅନୁସାରେ ଏହାର ଅର୍ଥ ଇନ୍ଦ୍ରିୟ ସଂଯମ ଅଟେ ।

ଇନ୍ଦ୍ରିୟମାନଙ୍କ ରାଜା ହେଉଛି "ମନ' । ଏହାକୁ ସୁଧାରି ପାରିଲେ ଇନ୍ଦି୍ରୟଗୁଡିକ ଆପେ ଆପେ ବଶୀଭୂତ ହୋଇଯିବେ । "ମନ' ପାରଦ ଭଳି ଚଳ । ବିଷୟ ଚିନ୍ତନ ଏହି ଚଳତାର କାରଣ । ରାଜଯୋଗରେ ମନକୁ ବିଷୟ ଚିନ୍ତନରୁ ଓହରାଇ ଆଣି ପରମାତ୍ମା ଚିନ୍ତନରେ ନିୟୋଜନ କରାଇବା କଥା କୁହାଯାଇଛି । ମନ ଯାହା ବିଷୟରେ ଚିନ୍ତନ କରେ ତା'ର ଗୁଣ ଧର୍ମ ଆହରଣ କରେ । ପରମାତ୍ମା ଇନ୍ଦ୍ରିୟାତୀତ । ଦୈହିକ ସ୍ମୃତି (ଅଭିମାନ) ଥିବା ପର୍ଯ୍ୟନ୍ତ ମନ ପରମାତ୍ମା ଚିନ୍ତନ କରି ପାରେ ନାହିଁ । ଆତ୍ମାନୁଭୂତି ହିଁ ପରମାତ୍ମାନୁଭୂତି ପାଇଁ ପଥ ଉନ୍ମୁକ୍ତ କରେ । ଝକ୍ଟଙ୍କକ୍ଷ ମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ କ୍ଷରବୟଗ୍ଦ ଗ୍ଧକ୍ଟ ଏକ୍ଟୟ ମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ. ଶରୀରରୂପୀ ଗୃହର ସ୍ୱାମୀ ହେଉଛି ଆତ୍ମା । ଇନ୍ଦ୍ରିୟଗୁଡିକ ଆତ୍ମାର ପରିଚାରକ ଅଟନ୍ତି । ଆତ୍ମା ଯେତେବେଳେ ନିଜକୁ ଦେହଠାରୁ ପୃଥକ ଓ ଇନ୍ଦ୍ରିୟମାନଙ୍କର ସ୍ୱାମୀ ବୋଲି ମନେ କରେ ସେତେବେଳେ ତା'ର ବୁଦ୍ଧି ପରମାତ୍ମାଙ୍କଠାରେ ସ୍ଥିର ରହେ । ଏହା ହିଁ ରାଜଯୋଗ । ଏହା ଇନ୍ଦ୍ରିୟମାନଙ୍କୁ ସଂଶୋଧନ କରି ଈଶ୍ୱରୀୟ କାର୍ଯ୍ୟରେ ନିୟୋଜିତ କରେ । ଏହା ମନୁଷ୍ୟକୁ ଦୈବୀ ସମ୍ପିର ଅଧିକାରୀ କରାଏ ।

ଯଜ୍ଞ : ଯଜ୍ଞର ଆଭିଧାନିକ ଅର୍ଥ ହେଉଛି ବୈଦିକ ରୀତିରେ ହୋମ କୁଣ୍ଡରେ ଦେବତାଙ୍କ ଉଦ୍ଧେଶ୍ୟରେ ଆହୁତି ପ୍ରଦାନ କରିବା । ଗୀତାରେ ଯଜ୍ଞର ଅର୍ଥ ବ୍ୟାପକ । ଗୀତା ସ୍ଥୂଳଭାବରେ ବେଦୋକ୍ତ କର୍ମ କାଣ୍ଡୀୟ ରୀତିନୀତିକୁ ଗ୍ରହଣ କରି ନାହିଁ । କାରଣ ଏହା ଏକ ଯୋଗ ଶାସ୍ତ୍ର । ପାତଞ୍ଜଳିଙ୍କ ଯୋଗ ନିବୃିମାର୍ଗର ସମର୍ଥକ । ଗୀତାର ରାଜଯୋଗ ପ୍ରବୃି ମାର୍ଗର ସମର୍ଥକ । ଘର ସଂସାର ତ୍ୟାଗ କରି ନିର୍ଜନ ଅରଣ୍ୟ ବା ଗିରି ଗୁ¶ାରେ କଠୋର ତପଶ୍ଚର୍ଯ୍ୟା ବା ହଠଯୋଗ ସାଧନା କରିବା କଥା ଗୀତା କହେ ନାହିଁ । ସାଂସାରିକ ଜୀବନରେ ଥାଇ ମନୋବିକାରଗୁଡ଼ିକରୁ ମୁକ୍ତ ହୋଇ ଅନାସକ୍ତ ଭାବରେ କର୍ବ୍ୟ କର୍ମ ସମ୍ପାଦନ ପୂର୍ବକ ବୁଦ୍ଧିକୁ ସତତ ପରମାତ୍ମାଙ୍କ ସହିତ ଯୁକ୍ତ ରଖିବାର ପ୍ରୟାସକୁ ଗୀତା ରାଜଯୋଗ ଆଖ୍ୟା ଦେଇଛି । ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ଆଧାରରେ ପତିତ କଳିଯୁଗୀୟ ମନୁଷ୍ୟ ସମାଜର ପବିତ୍ରୀକରଣ ଓ ଦିବି୍ୟକରଣ ହେଉଛି ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା ପ୍ରବର୍ିତ ରାଜଯୋଗର ଆଭିମୁଖ୍ୟ । ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ନ ହେବା ପର୍ଯ୍ୟନ୍ତ ମନୁଷ୍ୟ ପତିତରୁ ପାବନ ହୋଇ ପାରେ ନାହିଁ । କିନ୍ତୁ ପରମାତ୍ମାଙ୍କ ସଠିକ ପରିତୟ ତାଙ୍କ ବ୍ୟତୀତ ଆଉ କିଏ ବା ଦେଇ ପାରିବ ? ତେଣୁ ମନୁଷ୍ୟ ଶରୀରକୁ ଆଧାର ବା ମାଧ୍ୟମ କରି ତାଙ୍କୁ ସୃଷ୍ଟିରେ ଅବତରଣ କରିବାକୁ ପଡେ । ନିଜ ପରିଚୟ ସେ ନିଜେ ଦିଅନ୍ତି । ""ସାକ୍ଷାତ କଥୟତସ୍ୱୟଂ ।'' ସୃଷ୍ଟି ଓ ସ୍ରଷ୍ଟା ବିଷୟରେ ସଠିକ ତଥ୍ୟକୁ ଈଶ୍ୱରୀୟ ଜ୍ଞାନ କୁହାଯାଏ । ବ୍ୟବହାରିକ ଜୀବନରେ ଈଶ୍ୱରୀୟ ଜ୍ଞାନର ପ୍ରୟୋଗକୁ"ଯୋଗ' କୁହାଯାଏ । ଜ୍ଞାନ ଓ ଯୋଗର ସମନ୍ୱୟ ହେଉଛି "ଯଜ୍ଞ' । ଯଜ୍ଞର "ଯ' ଅକ୍ଷର ଯୋଗ ଓ "ଜ୍ଞ' ଅକ୍ଷର ଜ୍ଞାନ ଅର୍ଥକୁ ବୁଝାଏ ।

"ଯଜ୍ଞ' ଏକ ଅନୁଷ୍ଠାନ । ପ୍ରତ୍ୟେକ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ଥାଏ । ଅଧର୍ମର ବିନାଶ ଓ ସତ୍ୟ ସନାତନ ଧର୍ମର ସ୍ଥାପନା ପାଇଁ ପରମାତ୍ମା ଗୀତା ଜ୍ଞାନ ଯଜ୍ଞର ପ୍ରବର୍ନ କରନ୍ତି । ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ସେ ଏହି ଯଜ୍ଞ ସ୍ୱୟଂ ପରିଚାଳନା କରନ୍ତି ।ଏଥିରେ ସେ ନରନାରୀମାନଙ୍କୁ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଈର୍ଷା, ଦ୍ୱେଷ, ଭୟ, ଆଳସ୍ୟ ଓ ନିଦ୍ରା – ଏହି ଦଶ ମନୋବିକାରଗୁଡିକୁ ଆହୁତି ପ୍ରଦାନ କରିବାକୁ ଆହ୍ୱାନ ଦିଅନ୍ତି । ଏହି ଦଶ ବିକାର ହେଉଛି ରାବଣର ଦଶମୁଣ୍ଡର ପ୍ରତୀକ । ରାବଣର ବିନାଶ ନ ହେବା ପର୍ଯ୍ୟନ୍ତ ରାମରାଜ୍ୟ ସ୍ଥାପନା ସମ୍ଭବ ନୁହେଁ । ରାମରାଜ୍ୟ ବା ସତ୍ୟ ଯୁଗୀୟ ସ୍ୱର୍ଗରାଜ୍ୟ ପ୍ରାପ୍ତି ପାଇଁ ଏହି ମନୋବିକାର ରୂପୀ ଅଶ୍ୱକୁ ଈଶ୍ୱରୀୟ ଜ୍ଞାନ(ଗୀତା) ରୂପକ ଘୃତ ଦ୍ୱାରା ପ୍ରଜ୍ଜ୍ୱଳିତ ଯୋଗାଗ୍ନିରେ ଆହୁତି ପ୍ରଦାନ କରିବାକୁ ପଡିବ । ତେଣୁ ପରମାତ୍ମାଙ୍କ ଦ୍ୱାରା ସ୍ଥାପିତ ଏହି ଯଜ୍ଞର ନାମକରଣ "ରାଜସୂୟ ଅଶ୍ୱମେଧ ଅବିନାଶୀ ରୁଦ୍ର ଗୀତା ଜ୍ଞାନ ଯଜ୍ଞ' ବୋଲି କରାଯାଇପାରେ । ଦୈବୀ ସମ୍ପଦାଯୁକ୍ତ ବ୍ୟକ୍ତି ତନୁ, ମନ ଓ ଧନ ସହିତ ଏହି ଯଜ୍ଞ କାର୍ଯ୍ୟରେ ନିଜକୁ ସମର୍ପିତ କରିଥାଏ ।

ସ୍ୱଧ୍ୟାୟ : ସ୍ୱ ସ୍ୟ ଅଧ୍ୟାୟଃ ସ୍ୱଧ୍ୟାୟ । ଅର୍ଥାତ ନିଜର ଦୃଷ୍ଟି, ବୃି, ସ୍ଥିତି ଓ କୃତୀର ଅନୁଶୀଳନ କରିବା ହେଉଛି ସ୍ୱଧ୍ୟାୟ । ଏଥିପାଇଁ ସତ୍ ଗ୍ରନ୍ଥର ଅଧ୍ୟୟନ କରିବା ଆବଶ୍ୟକ । ସତ୍ଗ୍ରନ୍ଥ ଅର୍ଥାତ ଯେଉଁ ଗ୍ରନ୍ଥ ପାଠକଲେ ସତ୍ମାର୍ଗରେ ଚାଲିବାକୁ ପ୍ରେରଣା ମିଳେ, ଅନ୍ତଃକରଣରୁ ଅଶୁଦ୍ଧତା ଦୂର ହୋଇଯାଏ ଓ ମନ ସଚ୍ଚିଦାନନ୍ଦ ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ହୋଇଯାଏ । କେବଳ ଅଧ୍ୟୟନ ଦ୍ୱାରା ସ୍ୱଧ୍ୟାୟ ହୁଏ ନାହିଁ । "ସତ୍ଗ୍ରନ୍ଥ' ଏକ ଦର୍ପଣ ସଦୃଶ । ଏହାର ଆଧାରରେ ବ୍ୟକ୍ତି ନିଜ ଅନ୍ତଃକରଣର ଯଥାର୍ଥ ପ୍ରତିବିମ୍ବ ଦର୍ଶନ କରିପାରେ ଓ ପୁରୁଷାର୍ଥ ମାର୍ଗରେ ଆସୁଥିବା ପ୍ରତିବନ୍ଧକଗୁଡ଼ିକୁ ପ୍ରତିହତ କରି ପରମ ପଦ ପ୍ରାପ୍ତି ଦିଗରେ ଆଗେଇ ଚାଲେ । ବର୍ମାନ ପ୍ରଶ୍ନ ଉଠେ ଯେ ସତ୍ଗ୍ରନ୍ଥର ନିରୂପଣ କିପରି କରାଯିବ ? ସମ୍ପ୍ରତି ପୁସ୍ତକାଗାରରେ ଉପଲବ୍ଧ ବିଭିନ୍ନ ଧର୍ମ ଶାସ୍ତ୍ରକୁ ସତ୍ଗ୍ରନ୍ଥ କୁହାଯାଇପାରେ କି ? ଯେଉଁ ଜ୍ଞାନ ଓ ଦର୍ଶନକୁ ମନୁଷ୍ୟ ନିଜର ମନନ, ଚିନ୍ତନ ତଥା ମେଧା ଶକ୍ତି ଆଧାରରେ ଭାଷାରୂପ ଦିଏ ତାକୁୁ ସତ୍ଗ୍ରନ୍ଥ କୁହାଯାଇ ନ ପାରେ । ଅନେକ ଧର୍ମ ଗ୍ରନ୍ଥ ଓ ଧାର୍ମିକ ପୁସ୍ତକ ଅଧ୍ୟୟନ କରି ମଧ୍ୟ ମନୁଷ୍ୟ ମନୋବିକାରଗୁଡ଼ିକରୁ ମୁକ୍ତ ହେବା ପୂର୍ବକ ସତମାର୍ଗରେ ପରିଚାଳିତ ହୋଇପାରୁ ନାହିଁ କାହିଁକି ? କାରଣ ଏଗୁଡିକ ସବୁ ମନୁଷ୍ୟକୃତ । ମନୁଷ୍ୟ ସ୍ୱୟଂ ସମ୍ପୂର୍ଣ୍ଣ ନୁହେଁ । ଞକ୍ଟ ରକ୍ସକ୍ସ ସଗ୍ଦ ଷଙ୍କଜ୍ଞବଦ୍ଭ. ଋଷି, ମୁନି, ମହାତ୍ମା ଧର୍ମପିତା ଆଦି ମାନଙ୍କ ମଧ୍ୟରେ ମତ ଭିନ୍ନତା ଦେଖାଯାଏ । ମୁନିନାଂଚ ମତି ଭ୍ରମ । ମୁନି ଋଷିମାନଙ୍କ ଦ୍ୱାରା ମଧ୍ୟ ଭୁଲ ହେବା ସମ୍ଭବ । ବେଦ ଓ ଶ୍ରୁତି ଭଳି ପ୍ରାଚୀନ ଗ୍ରନ୍ଥଗୁଡିକର ପ୍ରଣେତାମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ଦେଖାଯାଏ । ""ବେଦା ବିଭିନ୍ନା ଶୁ୍ରତି ବିଭିନ୍ନା, ନ ଏକ ମୁନି ଯସ୍ୟ ମତ ନ ଭିନ୍ନ ।'' ଏପରି ମତ ଭେଦ ମଧ୍ୟରେ ମଣିଷ କେଉଁ କଥାକୁ ପ୍ରମାଣ ସ୍ୱରୂପ ଗ୍ରହଣ କରି ଆଗେଇ ଯିବ ? ଏପରି ସ୍ଥଳେ ସ୍ୱୟଂ ପରମାତ୍ମାଙ୍କ ବ୍ୟତୀତ ଆଉ କିଏ ବା ମଣିଷକକୁ ସତ ଜ୍ଞାନ ପ୍ରଦାନ କରି ପାରିବ ? ତେଣୁ ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା ପ୍ରଦ ଜ୍ଞାନର ପଠନ, ମନନ, ଚିନ୍ତନ ଓ ଅନୁକରଣ କରିବା ହେଉଛି ପ୍ରକୃତ ସ୍ୱଧ୍ୟାୟ । କାରଣ ଏହାଦ୍ୱାରା ତାଙ୍କୁ ଜାଣି ହୁଏ । ଅନେକ ଗୁଡିଏ ଶାସ୍ତ୍ର ଅଧ୍ୟୟନ ସେ୍ୱ ମଧ୍ୟ ଯଦି ପରମାତ୍ମାଙ୍କୁ ଜାଣି ନ ହୁଏ ତେବେ ସେଥିରେ କି ଲାଭ ? ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତରେ ଯଥାର୍ଥରେ କୁହାଯାଇଛି, ""ସେ ଯେବେ ସବୁ ଶାସ୍ତ୍ର ଜାଣେ, ପରମାନନ୍ଦଙ୍କୁ ନ ଚିହ୍ନେ, ସକଳ ଶାସ୍ତ୍ର ବ୍ୟର୍ଥ ତାର, କେବଳ ଶ୍ରମ ମାତ୍ର ସାର ।''

ତପ : ଜ୍ଞାନ ଓ ଯୋଗ ମାର୍ଗରେ ପରିଚାଳିତ ପୁରୁଷାର୍ଥୀର ପୁରୁଷାର୍ଥ ମାର୍ଗରେ ଅନେକ ପ୍ରକାର ବାଧାବିଘ୍ନ ଦେଖାଯାଏ । ଅଜ୍ଞାନତା ବଶତଃ ମଣିଷ ବିଭିନ୍ନ ଜନ୍ମରେ ଅନେକ ପାପ କରିଥାଏ । ମନୁଷ୍ୟ କରୁଥିବା କର୍ମର ଅନୁରୂପ ଫଳ ଇହ ଜନ୍ମରେ ଭୋଗ କରିସାରିବା ପରେ ଅବଶେଷ ଯାହା ରହେ ପର ଜନ୍ମରେ ଆତ୍ମା ତାହା ଭୋଗ କରେ । ଏହାକୁ ପ୍ରାରବ୍ଧ କର୍ମଫଳ କୁହାଯାଏ । ଏହି ଅନୁସାରେ ମଣିଷ ଭଲ ବା ମନ୍ଦ କର୍ମରେ ପ୍ରବୃ ହୁଏ ଓ ତଦନୁସାରେ ସୁଖ ବା ଦୁଃଖ ଭୋଗ କରେ । ପ୍ରାୟତଃ ଦେଖାଯାଏ ଯେ ଇହ ଜନ୍ମରେ ମଣିଷ କୌଣସି ମନ୍ଦ କର୍ମ ନ କରି ମଧ୍ୟ ଦୁଃଖ ଭୋଗ କରେ ଓ ବିନା ପ୍ରଚେଷ୍ଟାରେ ବିଦ୍ୟା, ବୁଦ୍ଧି, ଧନ, ମାନ, ସୁଖ ଆଦି ପ୍ରାପ୍ତ ହୋଇଥାଏ । ଏହାକୁ ପ୍ରାରବ୍ଧ ଜନିତ ଫଳ କୁହାଯାଇପାରେ । ""କର୍ମଟି ସୁଖ ଦୁଃଖ ଦାତା, ବିଶ୍ୱ ସଂସାରେ ବଳବନ୍ତା ।''

ଜନ୍ମାନ୍ତରର ପାପରାଶିକୁ ଭସ୍ମୀଭୂତ କରିବା ହେଲା ରାଜଯୋଗର ଲକ୍ଷ୍ୟ । ଯୋଗମାର୍ଗରେ ଯୋଗୀକୁ ସର୍ବପ୍ରଥମେ ନିଜର ମନୋବିକାର ଗୁଡିକ ସହିତ ସଂଘର୍ଷ କରିବାକୁ ପଡେ । ପୁରୁଷାର୍ଥ ଯେତିକି ତୀବ୍ର ହୁଏ ମନୋବିକାରଗୁଡିକ ସେତିକ ପ୍ରବଳ ହୋଇ ଉଠନ୍ତି । ଏଥିରେ ବ୍ୟତିବ୍ୟସ୍ତ ନ ହୋଇ ଧୈର୍ଯ୍ୟପୂର୍ବକ ସକାରାତ୍ମକ ବିଚାର ସହ ନିର୍ବିକାର ଚିରେ ସହ୍ୟ କରିବାକୁ "ତପ' କୁହାଯାଏ । ଏହା ବ୍ୟତୀତ ଦେଶ, କାଳ, ପରିସ୍ଥିତି ଅନୁସାରେ ମଧ୍ୟ ବିଭିନ୍ନ ପ୍ରକାର ବାଧାବିଘ୍ନ ଆସେ । ଶୀତ ମାସର ପ୍ରବଳ ଥଣ୍ଡା, ଗ୍ରୀଷ୍ମ ଋତୁର ଭୀଷଣ ରୌଦ୍ର ତାପ ଓ ବର୍ଷା ଋତୁର ପ୍ରଳୟଙ୍କରୀ ଜଳଧାରା ମଧ୍ୟ ଯୋଗ ମାର୍ଗରେ ବିଘ୍ନ ରୂପରେ ଉପସ୍ଥିତ ହୁଏ । ଏହାକୁ ପରୀକ୍ଷା ସ୍ୱରୂପ ଗ୍ରହଣ କରି ପ୍ରସନ୍ନତା ପୂର୍ବକ ସହ୍ୟ କରିବା ଉଚିତ । ବେଳେ ବେଳେ ବିନା କାରଣରେ ସାମାଜିକ ଓ ପାରିବାରିକ ଜୀବନରେ ନିନ୍ଦା ବଦନାମ ଶୁଣିବାକୁ ହୁଏ । ଏପରି ପରିସ୍ଥିତିରେ ନିନ୍ଦୁକ ପ୍ରତି କୌଣସି ନକାରାତ୍ମକ ଭାବନା ନ ଆଣି ଏହାକୁ ପୂର୍ବ ଜନ୍ମର କୌଣସି ବାକିଆ ହିସାବ ଭାବି ସହିଯିବା ଉଚିତ । ନିନ୍ଦୁକକୁ ନିଜର ଶିକ୍ଷକ ରୂପରେ ସ୍ୱୀକାର କରିନେଲେ ତା' ପ୍ରତି ବିଦ୍ୱେଷ ଭାବନା ଆସେ ନାହିଁ ଓ ନିଜ ମଧ୍ୟରେ ଥିବା ତ୍ରୁଟି ସବୁ ସଂଶୋଧନ ହୋଇଯାଏ । ଜୀବନ ଯାତ୍ରାରେ ବେଳେ ବେଳେ କେତେକ ଖଳ ସ୍ୱଭାବର ବ୍ୟକ୍ତିଙ୍କ ସମ୍ମୁଖୀନ ହେବାକୁ ପଡେ । ସେମାନେ ବିନା କାରଣରେ ଆମର ଅପକାର କରିଥାନ୍ତି । ଏଥିରେ ଉତ୍କ୍ଷିପ୍ତ ଓ ପ୍ରତିହିଂସା ପରାୟଣ ନ ହୋଇ ଅପକାରୀକୁ କ୍ଷମା କରିଦେବା ଉଚିତ । ସହନଶୀଳ ବ୍ୟକ୍ତି ଶତ୍ରୁକୁ କ୍ଷମା କରିପାରେ । ରାଜଯୋଗୀ ପାଇଁ ସହନଶୀଳତା କେବଳ ସର୍ବୋମ "ତପ' ।  ""ଆଗତେ ସ୍ୱାଗତଂ କୁର୍ଯ୍ୟାତ୍ ଗଚ୍ଛତଂ ନ ନିବାରୟେତ । ଯଥାପ୍ରାପ୍ତଂ ସହେସôର୍ବଂ ସା ତପସ୍ୟେମୋମ ।'' ।ା ବୋଧ ସାର ।ା ତପରୁ ଉପôନ୍ନ ହେଉଥିବା ତାପ ବା ଯୋଗାଗ୍ନି ଦ୍ୱାରା ଜନ୍ମ ଜନ୍ମାନ୍ତରର ପାପରାଶି ଭସ୍ମୀଭୂତ ହୋଇ ଅନ୍ତଃକରଣ ସୁବର୍ଣ୍ଣ ପରି ଶୁଦ୍ଧ ହୁଏ ।

ଆର୍ଜବ : ଏହାର ଅର୍ଥ ସରଳତା । ଯୋଗୀ ନିଷ୍ପାପ ଶିଶୁ ପରି ସରଳ ହେବା ଉଚିତ । ସରଳତା ଏକ ବିଶେଷ ଗୁଣ । ଏହା କେବଳ ଯୋଗୀମାନଙ୍କର ନୁହେଁ, ସାଧାରଣ ମଣିଷର ଜୀବନ ଯାତ୍ରାକୁ ମଧ୍ୟ ପୁଷ୍ପିତ ଓ ସୁବାସିତ କରେ । ଅନ୍ତଃକରଣରେ କପଟତାର ସର୍ବଥା ଅଭାବକୁ ସରଳତା କୁହାଯାଏ । ସରଳ ବ୍ୟକ୍ତିର ଜୀବନ ସାଧାସିଧା ଓ ନିରାଡ଼ମ୍ବର ପୂର୍ଣ୍ଣ ହୁଏ । ତାଙ୍କଠାରେ ଲୋକ ଦେଖାଣିଆ ଭାବ ନଥାଏ । ସରଳ ପ୍ରକୃତିର ବ୍ୟକ୍ତିକୁ ସାଧାରଣ ଲୋକେ ମୂର୍ଖ ବୋଲି ଭାବନ୍ତି । ଏହା ସେମାନଙ୍କର ମୂର୍ଖତା । ସରଳ ବ୍ୟକ୍ତିର ଅନ୍ତଃକରଣ ସର୍ବଦା ଜ୍ଞାନାଲୋକରେ ପ୍ରକାଶିତ ଥାଏ । ମାନ, ସମ୍ମାନ, ଯଶ-ଖ୍ୟାତି, ବା ପ୍ରସିଦ୍ଧି ପାଇଁ ସେ କୌଣସି କର୍ମ କରନ୍ତି ନାହିଁ । ନିଷ୍କପଟ ଓ ସ୍ୱତଃସ୍ପୂର୍ ଭାବରେ ତାଙ୍କ ଦ୍ୱାରା ଯେଉଁ କର୍ମ ହୁଏ ତାହା ତାଙ୍କୁ ଯଶସ୍ୱୀ କରାଏ ।

ଅହିଂସା : କାମ, କ୍ରୋଧ, ଲୋଭ ମୋହ, ଅହିଂସା, ଅହଙ୍କାର, ଇର୍ଷା,ଦ୍ୱେଷ ଆଦି ମନୋବିକାରଗୁଡିକର ବଶବର୍ୀ ହୋଇ ଯଦି କେହି ନିଜେ ବା ଅନ୍ୟ କାହାର ଦ୍ୱାରା କାହାକୁ କଷ୍ଟ ଦିଏ ବା କାହାରି ଅନିଷ୍ଟ କରେ ତାହାକୁ "ହିଂସା' କୁହାଯାଏ । କାହାରି ସୌନ୍ଦର୍ଯ୍ୟ ଦେଖି କିମ୍ବା ଗୁଣ ଓ ବ୍ୟବହାରରେ ମୁଗ୍ଧ ହୋଇ ତା' ପ୍ରତି କାମାସକ୍ତ ହେବା ବା କାମଭାବକୁ ବ୍ୟକ୍ତ କରିବା ମଧ୍ୟ ହିଂସାର ସୂକ୍ଷ୍ମ ରୂପ ।ଏଥିପାଇଁ "କାମ'କୁ କଟୁରୀ ସହିିତ ତୁଳନା କରାଯାଏ । ମନ, ବଚନ ଓ କର୍ମରେ କାହାର ଅନିଷ୍ଟ ନ କରିବା ବା କାହାକୁ କଷ୍ଟ ନ ଦେବାକୁ "ଅହିଂସା'କୁହାଯାଏ । ଆତ୍ମବିସ୍ମୃତ ବା ଦେହ ଅଭିମାନ ହେଉଛି ହିଂସାର କାରଣ । ଆମ୍ôିକ ସ୍ମୃତିସମ୍ପନ୍ନ ବ୍ୟକ୍ତି ସମସ୍ତ ବିଶ୍ୱକୁ ନିଜର କୁଟୁମ୍ବ ସଦୃଶ ମନେ କରେ । ଦେହାଭିମାନରୁ ମୁକ୍ତ ଥିବାରୁ ସେ ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ, ଲିଙ୍ଗ, ବୟସ ଓ ରାଷ୍ଟ୍ରୀୟତା ନିର୍ବିଶେଷରେ ସମସ୍ତଙ୍କୁ ସମାନ ମନେ କରନ୍ତି । ଅର୍ଥାତ ଏହି ସବୁକୁ ଆଧାର କରି ତାଙ୍କ ମନରେ ଦ୍ୱେଷ ବା ଭେଦ ଭାବ ନ ଥାଏ । ସେ ଜାଣନ୍ତି ଯେ ଏହି ସବୁ ଦେହ ପାଇଁ ଉଦ୍ଧିଷ୍ଟ, ଆତ୍ମା ପାଇଁ ନୁହେଁ । ଆତ୍ମା ମୂଳତଃ ପରମ ଧାମରୁ (ବ୍ରହ୍ମଲୋକ) ଏ ସୃଷ୍ଟିକୁ ଆସିଛି । ତେଣୁ ବ୍ୟକ୍ତି ଯେତେବେଳେ ଦେହ ବନ୍ଧନରୁ ମୁକ୍ତ ହୋଇ ଆତ୍ମିକ ସ୍ଥିତିରେ ସ୍ଥିତ ହୋଇଯାଏ ସେତେବେଳେ ତା'ର ବୁଦ୍ଧି ପରମଧାମ ନିବାସୀ ପରମାତ୍ମାଙ୍କ ସହିତ ଯୁକ୍ତ ହୋଇଯାଏ । ଈଶ୍ୱରୀୟ ପ୍ରେମର ଅନନ୍ତତା ବ୍ୟକ୍ତିର ସମସ୍ତ ଲଘୁତା ବା ସଂକୀର୍ଣ୍ଣତାକୁ ବିଲୀନ କରିଦିଏ । ସେ ଲାଭ କ୍ଷତି, ଜୟ ପରାଜୟ, ଶତ୍ରୁ ମିତ୍ର ଆଦି ବିଷମତା ଦୋଷରୁ ସର୍ବଥା ମୁକ୍ତ ହୋଇଯାଆନ୍ତି । ବିଷମତାରୁ ଦ୍ୱେଷ ହୁଏ ଓ ଦ୍ୱେଷରୁ ହିଂସା ଉପôନ୍ନ ହୁଏ । ଯେଉଁମାନେ ପ୍ରକୃତରେ ଈଶ୍ୱରାନୁରାଗୀ ସେମାନେ ସର୍ବଦା ପରମାର୍ଥ ପାଇଁ କାର୍ଯ୍ୟ କରନ୍ତି । ସାଂସାରିକ ବିଷୟ ଭୋଗ ପ୍ରତି ସେମାନଙ୍କ ଆସକ୍ତି ନ ଥିବାରୁ ସେମାନେ "ଅହିଂସା' ମାର୍ଗରେ ପରିଚାଳିତ ହୁଅନ୍ତି ।

ସତ୍ୟ : ସତ୍ୟର  ପରିଭାଷା ଅତି ବ୍ୟାପକ । ସାଧାରଣତଃ, ବ୍ୟକ୍ତି ସ୍ୱୀୟ ଇନ୍ଦ୍ରିୟ ଓ ଅନ୍ତଃକରଣ ଦ୍ୱାରା ଯାହା ଦେଖେ, ଶୁଣେ ଓ ଅନୁଭବ କରେ ତାକୁ ନିଷ୍କପଟ ହୃଦୟରେ ସେହିପରି ଅବିକଳ କହିବାକୁ "ସତ୍ୟ' ବୋଲି କୁହାଯାଏ । କିନ୍ତୁ ବ୍ୟକ୍ତି ଯାହା ଦେଖେ, ଶୁଣେ ବା ଅନୁଭବ କରେ ତାହା ଯେ ସତ୍ୟ ଏହା କିପରି ସ୍ୱୀକାର କରାଯିବ ? କାରଣ ଏକଦା ଯାହା ସତ୍ୟ ବୋଲି ବିଶ୍ୱାସ କରାଯାଇଥାଏ ପରେ ତାହା ମିଥ୍ୟା ବୋଲି ପ୍ରମାଣିତ ହୋଇଥିବା ଅନେକ ଉଦାହରଣ ଦେଖିବାକୁ ମିଳେ । ପୂର୍ବଦିଗରେ ସୂର୍ଯ୍ୟଙ୍କ ଉଦୟ ଓ ପଶ୍ଚିମ ଦିଗରେ ଅସ୍ତ ଦେଖି ଏକଦା ଲୋକେ ବିଶ୍ୱାସ କରୁଥିଲେ ଯେ ପୃଥିବୀ ସ୍ଥିର ଓ ସୂର୍ଯ୍ୟ ତା'ର ଚତୁର୍ଦ୍ଧିଗରେ ଆବର୍ିତ ହୁଏ  । ଗାଲିଲିଓଙ୍କ ଦୂରବୀକ୍ଷଣ ଯନ୍ତ୍ରର ଆବିଷ୍କାର ଏ କଥାକୁ ଭୁଲ ପ୍ରମାଣିତ କଲା  । ପ୍ରକୃତରେ ପୃଥିବୀ ସୂର୍ଯ୍ୟଙ୍କ ଚର୍ତୁର୍ଦ୍ଧିଗରେ ପ୍ରଦକ୍ଷିଣ କରେ । ଅନ୍ଧକାରରେ ଦଉଡିଟିଏ ଦେଖି ସର୍ପର ଧାରଣା ହୁଏ । ଆଲୋକରେ ଦେଖିଲେ ଏହି ଭ୍ରମ ଦୂର ହୁଏ । ମରୁଭୂମିରେ ମରିଚୀକା ଦେଖି ଜଳର ଭ୍ରମ ସୃଷ୍ଟି ହୁଏ । ଏହା ଅସତ୍ୟ । ମନୁଷ୍ୟ ନିଜକୁ ଦେହ ବୋଲି ମନେ କରେଏବଂ ଜାତି, ବର୍ଣ୍ଣ, ଧର୍ମ ସମ୍ପ୍ରଦାୟ, ଲିଙ୍ଗ, ବୟସ, ରାଷ୍ଟ୍ରୀୟତା ଭେଦରେ ନିଜର ପରିଚୟ ଦିଏ । କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିରେ ଏହା ତା'ର ଅସଲ ପରିଚୟ ନୁହେଁ । କାରଣ ଶରୀର ବିନାଶଶୀଳ । ଶରୀର ମଧ୍ୟରେ ଯେଉଁ ଚୈ÷ଚନ୍ୟ ସ୍ୱରୂପ ଆତ୍ମା ବିଦ୍ୟମାନ ତାହା ହେଉଛି ମନୁଷ୍ୟର ପ୍ରକୃତ ପରିଚୟ । କାରଣ ଏହା ଅଜର, ଅମର ଓ ଅବିନାଶୀ । ତେଣୁ, ଯାହା ଶାଶ୍ୱତ ଓ ଚିରନ୍ତନ ତାହା କେବଳ ସତ୍ୟ ।

ପରମାତ୍ମା ସତ୍ୟ ସ୍ୱରୂପ । ବ୍ୟକ୍ତି ଯେତେବେଳେ ତାଙ୍କର ସାନ୍ନିଧ୍ୟ ଲାଭ କରେ; ପ୍ରତ୍ୟକ୍ଷ ଭାବରେ ତାଙ୍କଠାରୁ ଜ୍ଞାନାର୍ଜନ କରେ ସେତେବେଳେ ସେ ସତ୍ୟର ଯଥାର୍ଥ ସ୍ୱରୂପ ଅନୁଭବ କରେ । ଈଶ୍ୱରୀୟ ଜ୍ଞାନ ଆଧାରରେ ସେ ନିଜର ବାସ୍ତବିକ ସ୍ୱରୂପ "ଆତ୍ମା'କୁ ଅନୁଭବ କରିପାରେ । ଯିଏ ନିଜର ଓ ପରମାତ୍ମାଙ୍କ ଯଥାର୍ଥ ସ୍ୱରୂପକୁ ଅନୁଭବ କରିପାରିଛି ସେ ଯାହା ଦେଖେ, ଶୁଣେ ଓ କହେ ତାହା ସତ୍ୟ ଅଟେ । ଯାହା ସତ୍ୟ, ତାହା ଶିବ ଓ ସୁନ୍ଦର । ଦୈବୀ ସମ୍ପି ସମ୍ପନ୍ନ ବ୍ୟକ୍ତି ପରମାତ୍ମାପରାୟଣ ହୋଇଥିବାରୁ ସତ୍ୟଶୀଳ, ମଧୁରଭାଷୀ ଓ ସମସ୍ତଙ୍କ ହିତାକାଙ୍କ୍ଷୀ ହୋଇଥାନ୍ତିି ।

ଅକ୍ରୋଧ : ପବିକାର ମଧ୍ୟରେ କ୍ରୋଧର ସ୍ଥାନ ଦ୍ୱିତୀୟ । କାମନାର ଅତୃପ୍ତି ଓ ବଳପୂର୍ବକ କାମନାର ଦମନ ହେଲେ କ୍ରୋଧ ଜାତ ହୁଏ । କାହାରି ଦ୍ୱାରା ଅପମାନିତ, ନିନ୍ଦିତ, ପୀଡିତ, ଅତ୍ୟାଚାରିତ, ଲା‚ିତ, ଭର୍ତ୍ସିତ ହେଲେ ଅଥବା ନିଜର ମନୋନୁକୂଳ କାର୍ଯ୍ୟ ସାଧନ ନ ହେଲେ ମନରେ ଯେଉଁ ଦୋଷପୂର୍ଣ୍ଣ ବୃି ଦ୍ୱାରା ଉେଜନା ସୃଷ୍ଟି ହୁଏ ତାହାହିଁ କ୍ରୋଧର ସ୍ୱରୂପ । ସାଧାରଣ ମଣିଷ ମାନ, ସମ୍ମାନ ପ୍ରତିଷ୍ଠା, ଐଶ୍ୱର୍ଯ୍ୟ ଆଦିର କାମନା କରେ । ଏହାର କ୍ଷୟ କ୍ଷତି ଓ ଅପ୍ରାପ୍ତିରେ ତା' ମନରେ "କ୍ଷୋଭ' ସୃଷ୍ଟି ହୁଏ । ଏହା କ୍ରୋଧର ସୂକ୍ଷ୍ମ ରୂପ । କ୍ରୋଧ ବଶତଃ ମଣିଷ ପ୍ରତିଶୋଧ ପରାୟଣ ହୋଇ ଅନ୍ୟର ଅନିଷ୍ଟ କରିଥାଏ । ମନର ଉକ୍ତ ଉେଜନାମୟ ବୃିର ସର୍ବଥା ଅଭାବର ନାମ "ଅକ୍ରୋଧ' । ଯୋଗୀ ମାତ୍ରକେ "ଅକ୍ରୋଧୀ' ହେବା ଉଚିତ । ଦ୍ୱେଷ ବୃି କ୍ରୋଧ ଜାତ କରେ । ଯୋଗ ମାର୍ଗରେ କ୍ରୋଧ ହେଉଛି ପରମ ଶତ୍ରୁ । କ୍ରୋଧ ଉପରେ ବିଜୟ ପ୍ରାପ୍ତି କରିବାକୁ ହେଲେ ମନରେ କୌଣସି କାମନା ରଖିବା ଉଚିତ ନୁହେଁ । ଆତ୍ମିକ ସ୍ଥିତିରେ ନିରନ୍ତର ଈଶ୍ୱରୀୟ ସ୍ମୃତି ଦ୍ୱାରା କାମ ଉପରେ ବିଜୟ ପ୍ର୍ରାପ୍ତ କରିହୁଏ । ହିନ୍ଦିରେ ଏକ ପ୍ରବାଦ ରହିଛି,“ଯହାଁ ରାମ ହୈ, ୱାହାଁ କାମ ନହିଁ ।” ଈଶ୍ୱରୀୟ ଜ୍ଞାନ ଆଧାରରେ ମନକୁ ପ୍ରଶିକ୍ଷିତ କରାଇବା ଦ୍ୱାରା ଆତ୍ମା ମନୋବିକାର ଗୁଡିକର ଶୃଙ୍ଖଳରୁ ମୁକ୍ତ ହୁଏ । ଗୋଟିଏ ପକ୍ଷରେ ଈଶ୍ୱରୀୟ ଜ୍ଞାନ ଘୃତ ରୂପରେ ଯୋଗାଗ୍ନିକୁ ପ୍ରଜ୍ଜ୍ୱଳିତ କରି କାମକ୍ରୋଧାଦି ମନୋବିକାର ସମୂହକୁ ପୋଡି ପାଉଁଶ କରି ଦିଏ; ଅନ୍ୟପକ୍ଷରେ ଏହା ସୁଶୀତଳ ଜଳଧାରା ରୂପେ କାମ ଓ କ୍ରୋଧାଗ୍ନିକୁ ନିର୍ବାପିତ କରେ ।

ତ୍ୟାଗ : ତ୍ୟାଗର ଅର୍ଥ ବିସର୍ଜନ । ଅନିଷ୍ଟକାରୀ ବା ଦୋଷ ଉପôନ୍ନକାରୀ ଅଦରକାରୀ ବସ୍ତୁର ବିସର୍ଜନ କରାଯାଏ । ହଠଯୋଗୀ ସନ୍ୟାସୀଗଣ ଘରଗୃହସ୍ଥ ବା ସଂସାରକୁ ପରମାତ୍ମା ପ୍ରାପ୍ତିରେ ବାଧକ ଭାବି ତ୍ୟାଗ କରନ୍ତି । ସେମାନେ ସାଂସାରିକ କର୍ମକୁ ମୁକ୍ତି ପଥର ଅନ୍ତରାୟ ମନେ କରି ବଣ ଜଙ୍ଗଲ ବା ଗିରି କନ୍ଦରରେ ଏକାନ୍ତ ବାସ କରନ୍ତି । ଗୀତା କହେ, ପରମାତ୍ମା ପ୍ରାପ୍ତିରେ ସଂସାର ବାଧକ ନୁହେଁ । ଘର ସଂସାର ମଧ୍ୟରେ ଥାଇ ମଧ୍ୟ ପରମାତ୍ମା ପ୍ରାପ୍ତି ସମ୍ଭବ । ଏଥିପାଇଁ ମନରେ ଘର ସଂସାର ପ୍ରତି ଥିବା ଆସକ୍ତିକୁ ତ୍ୟାଗ କରିବାକୁ ହେବ । ନିର୍ଜନ କାନନରେ ଏକାନ୍ତ ବାସ କରି ମଧ୍ୟ ଯଦି ମନ ସାଂସାରିକ ସ୍ମୃତିରେ ମଜ୍ଜି ରହେ ତେବେ ସେଥିରେ କି ଲାଭ ? ତେଣୁ ଶାରୀରିକ ଦୃଷ୍ଟିରୁ ଘର ସଂସାର ତ୍ୟାଗ ପୂର୍ବକ ଅରଣ୍ୟବାସ ଅପେକ୍ଷା ମନରୁ ସଂସାରକୁ ତ୍ୟାଗ କରିବା ହେଉଛି ଶ୍ରେଷ୍ଠ ସନ୍ନ୍ୟାସ । କାମ କ୍ରୋଧାଦି ମନୋବିକାର ସମୂହ ଆତ୍ମାର ମଳ ସଦୃଶ । ଏଗୁଡିକୁ ବିସର୍ଜନ କଲେ ଆତ୍ମା ସୁସ୍ଥ ସବଳ ଓ ନିରାମୟ ହୁଏ । ନିର୍ମଳ ଆତ୍ମା ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇପାରେ । ତ୍ୟାଗ କରୁଥିବା ବିଷୟବସ୍ତୁ, ବୈଭବ ଆଦି ପ୍ରତିବଦଳରେ ପ୍ରାପ୍ତି ହେଉଥିବା ଈଶ୍ୱରୀୟ ସୁଖ ଶାନ୍ତି,ସମୃଦ୍ଧିର ତୁଳନାତ୍ମକ ଚିନ୍ତନ କଲେ ମନରେ ଅଭିମାନ ରହେ ନାହିଁ । ""ମୁଁ ଅମୁକ ଅମୁକ ତ୍ୟାଗ କଲି'' – ଏହି ଅଭିମାନର ତ୍ୟାଗ ହେଉଛି ସର୍ବଶ୍ରେଷ୍ଠ ତ୍ୟାଗ । ଏହିପରି ତ୍ୟାଗୀ କେବଳ ପ୍ରକୃତ ଯୋଗୀ ଓ ଈଶ୍ୱରୀୟ ସମ୍ପିର ଅଧିକାରୀ ।

ଶାନ୍ତି : ଆତ୍ମାର ମୌଳିକ ସ୍ୱଭାବ ହେଲା ଶାନ୍ତି । ଆତ୍ମ ବିସ୍ମୃତି ହେଉଛି ଆଶାନ୍ତିର ମୂଳ କାରଣ । ଦେହାଭିମାନ ଦ୍ୱାରା କାମ କ୍ରୋଧାଦି ମନୋବିକାରଗୁଡିକର ଉପôନ୍ନ ହୁଏ ।ଏଗୁଡିକ ଅନ୍ତଃକରଣରେ ବିକ୍ଷେପ ସୃଷ୍ଟି କରନ୍ତି । ଏହା ଦ୍ୱାରା ମନରେ ସା୍ୱିକ ପ୍ରସନ୍ନତା ନଷ୍ଟ ହୋଇ ଅଶାନ୍ତି ସୃଷ୍ଟି ହୁଏ । ମନୁଷ୍ୟ ଯେତେବେଳେ ଦେହ ବା ଦେହ ସମ୍ବନ୍ଧିତ ବ୍ୟକ୍ତି ବସ୍ତୁ, ଘଟଣା ଆଦି ସହିତ ତାଦାତ୍ମ୍ୟ ଭାବ ନ ରଖେ ସେତେବେଳେ ସେ ନିଜକୁ ଏକ ଚୈତନ୍ୟ ସା ଆତ୍ମା ରୂପରେ ଅନୁଭବ କରେ । ଏହି ଅବସ୍ଥାରେ ଅନ୍ତଃକରଣ ସ୍ୱାଭାବିକ ଭାବରେ ଶାନ୍ତ ଓ ପ୍ରସନ୍ନ ରହେ । କୌଣସି କାରଣରୁ ମନର ପ୍ରସନ୍ନତା ନଷ୍ଟ ହୋଇ ଅଶାନ୍ତ ଦେଖାଦେଲେ ନିଜକୁ ଏକ ଚୈତନ୍ୟ ସ୍ୱରୂପ ଆତ୍ମା ବୋଲି ଅନୁଭବ କଲେ ପୁନଶ୍ଚ ଶାନ୍ତି ଫେରି ଆସେ ।

ଅପୈଶୁନମ୍ : ପରଦୋଷ ଦର୍ଶନ ଓ ବର୍ଣ୍ଣନ ତଥା ଅନ୍ୟର ନିନ୍ଦା ଓ ଚୁଗୁଲି କରିବାକୁ "ପିଶୁନତା' କୁହାଯାଏ । ଏହା ଆସୁରୀ ସଂସ୍କାର । ଏହାର ବିପରୀତ ଭାବକୁ "ଅପୈଶୁନମ' କୁହାଯାଏ । ଯେଉଁମାନେ ଦୈବୀ ସମ୍ପିର ଅଧିକାରୀ ସେମାନେ ଅନ୍ୟର ଦୋଷ ଦେଖନ୍ତି ନାହିଁ ବା ତାହା ଅନ୍ୟ କାହା ଆଗରେ ବର୍ଣ୍ଣନ କରନ୍ତି ନାହିଁ । କାହାରି ଦୋଷ ଦେଖି ତା'ର ସମାଲୋଚନା କରିବା ମଧ୍ୟ ଉଚିତ ନୁହେଁ । ଏହାଦ୍ୱାରା ତା'ର ଦୋଷ ଦୂର ହେବା ପରିବେର୍ ଆହୁରି ବୃଦ୍ଧି ହୁଏ ଓ ସେ ପ୍ରତିହିଂସା ପରାୟଣ ହୋଇପଡେ । କାହାରି ଭୁଲ ସୁଧାରିବା ଉଦ୍ଧେଶ୍ୟରେ ମଧ୍ୟ ତାର ଦୋଷ ଦୁର୍ଗୁଣଗୁଡିକ ପ୍ରତ୍ୟକ୍ଷ ବର୍ଣ୍ଣନା କରିବା ଉଚିତ ନୁହେଁ । ଏପରି ସ୍ଥଳେ ସଂପୃକ୍ତ ବ୍ୟକ୍ତିଙ୍କର ଅନ୍ୟାନ୍ୟ ଭଲ ଗୁଣଗୁଡିକର ପ୍ରଶଂସା କରିବା ଉଚିତ । ଏହାଦ୍ୱାରା ତାଙ୍କ ମନରେ ଆତ୍ମ ବିଶେଷତା ଭାବ ବୃଦ୍ଧି ହେବ ଓ ସ୍ୱତଃ ସେ ତାଙ୍କ ମଧ୍ୟରେ ଥିବା ଦୋଷ ଦୁର୍ବଳତା ପ୍ରତି ସଚେତନ ହୋଇ ସେଗୁଡିକୁ ସୁଧାରିବା ପାଇଁ ପ୍ରଯନô କରିବେ ।

ଦୟା : ଶତ୍ରୁ ମିତ୍ର ଭେଦ ନ ରଖି ନିଃସ୍ୱାର୍ଥ ଭାବରେ କୌଣସି ଦୁଃଖୀ ପ୍ରାଣୀର ଦୁଃଖ ନିବାରଣ ପୂର୍ବକ ତାକୁ ସର୍ବୋତଭାବରେ ସୁଖ ପ୍ରଦାନ କାରକ ଆନ୍ତରିକ ଭାବ ଓ ପ୍ରୟାସକୁ "ଦୟା' କୁହାଯାଏ ।ଏହି ପରିପ୍ରେକ୍ଷୀରେ ସନ୍ଥ କବି ଭୀମଭୋଇଙ୍କ ଦ୍ୱାରା ରଚିତ ଏକ ପଦ୍ୟାଂଶ ପ୍ରଣିଧାନ ଯୋଗ୍ୟ । “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଁ ଦେଖୁଁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ ।” ଏହା ହେଉଛି ଦୟାର ପ୍ରକୃତ ସ୍ୱରୂପ । ପ୍ରତ୍ୟେକ "ଆତ୍ମା' ପରମାତ୍ମାଙ୍କ ସନ୍ତାନ । ଏହି ଦୃଷ୍ଟିରୁ ସମସ୍ତ ମାନବାତ୍ମା ପରସ୍ପର ଭାଇ ଭାଇ ଓ ଗୋଟିଏ ପରିବାରର ଅନ୍ତର୍ଭୁକ୍ତ ଅଟନ୍ତ୍ି । ଏହିପରି ବିଶ୍ୱ ଭ୍ରାତୃତ୍ୱ ଭାବନା ମନରେ ସୃଷ୍ଟି ହେଲେ ଅନ୍ୟର ଦୁଃଖ କଷ୍ଟ ନିଜର ବୋଲି ମନେ ହେବ । ପ୍ରତ୍ୟେକ ବ୍ୟକ୍ତି ପରସ୍ପରଙ୍କ ଦୁଃଖ କଷ୍ଟର ନିବାରଣ ପାଇଁ ଆନ୍ତରିିକ ପ୍ରୟାସରେ ତପôର ହେଲେ ପୃଥିବୀ ସ୍ୱର୍ଗ ପାଲଟି ଯିବ । ଭାରତୀୟ ସଂସ୍କୃତିରେ ଦୟାକୁ ଧର୍ମର ଆଧାରଶିଳା ବୋଲି ସ୍ୱୀକାର କରାଯାଇଛି । ପର ଆପଣା ଭେଦ ଥିବା ପର୍ଯ୍ୟନ୍ତ ଦୟା ଭାବ ଆସେନାହିଁ । ଏହା ସଂକୀର୍ଣ୍ଣ ହୃଦୟର ପରିଚାୟକ । ଉଦାର ହୃଦୟ ବ୍ୟକ୍ତିଙ୍କ ପାଇଁ ସମଗ୍ର ବିଶ୍ୱ ଏକ ପରିବାର । ""ଅୟଂ ନିଜ ପରୋବେତି ଗଣନା ଲଘୁ ଚେତସାଂ । ଉଦାର ଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍ ।''

ଅଲୋଲୁପତା : (ଅଲୋଲୁପ୍ତ୍ୱମ) : ଜନ୍ମଜନ୍ମାନ୍ତର ମନୁଷ୍ୟ ବିଷୟ ଭୋଗ କରି ଆସୁଥିବାରୁ ତାହାପ୍ରତି ତା' ମନରେ "ଲାଳସା' ରହିଥାଏ । ଅନ୍ୟମାନଙ୍କ ବିଷୟ ଭୋଗ ଦେଖି ବା ବିଷୟ ଚିନ୍ତନ ଦ୍ୱାରା ସେଗୁଡିକୁ ପ୍ରାପ୍ତ କରିବାପାଇଁ ମନ ଲାଲାୟିତ ହୋଇ ପଡେ । ସାସାଂରିକ ବିଷୟ ଭୋଗର ଏହି "ଲାଳସା'କୁ ଲୋଲୁପତା କୁହାଯାଏ । ଏହାର ବିପରୀତ ଭାବକୁ "ଅଲୋଲୁପତା' କୁହାଯାଏ ।

ବିଷୟକୁ ବିଷ ସହିତ ତୁଳନା କରାଯାଏ । ସ୍ଥୂଳ ବିଷ ଦ୍ୱାରା କେବଳ ଶରୀର ବିନାଶ ହୁଏ । ବିଷୟାବିଷ ମନୁଷ୍ୟାତ୍ମାର ସମସ୍ତ ସୁକୃତକୁ ନାଶ କରେ । ଏହାଦ୍ୱାରା ଆତ୍ମା ମୂର୍ଚ୍ଛିତ ହୋଇ ପଡେ । ଏହାକୁ ମନୁୁଷ୍ୟର ଆଧ୍ୟାତ୍ମିକ ମୃତୁ୍ୟ ବା ଅଧଃପତନ କୁହାଯାଇପାରେ । ବିଷୟାବିଷ ଜ୍ୱଳାରୁ ମୁକ୍ତି ପାଇଁ ବୈରାଗ୍ୟ ହେଉଛି ମହୋଷୌଧି । ଏହି ବିଷୟରେ ଶ୍ରୀମଦ୍ ଭାଗବତରେ ଏକ ସୁନ୍ଦର ଉପଦେଶ ଦିଆଯାଇଛି –

 ଦେହେସ୍ଥି ଽମାଂସ ରୁଧିରେ ଽଭିମତଂ ତ୍ୟଜ ତ୍ୱଂ

 ଜାୟା ସୁତାଦିଷୁ ସଦା ମମତାଂ ବିମୁ

ପଶ୍ୟାନିଶଂ ଜଗଦିଦଂ କ୍ଷଣଭଙ୍ଗନିଷ୍ଠଂ

ବୈରାଗ୍ୟରାଗ ରସିକୋ ଭବ ଭକ୍ତନିଷ୍ଠ ାା  

(ଭାଗବତ ମାହାତ୍ମ୍ୟ ୪/୭୯)

ଅର୍ଥ : ଏହି ଦେହ ହାଡ଼, ମାଂସ ରୁଧିରର ଏକ ପିଣ୍ଡ ମାତ୍ର । ଏହାକୁ ମୋର ଭାବି ଛାଡି ଦିଅ । ସ୍ତ୍ରୀ ପୁତ୍ରାଦିର ମମତା ତ୍ୟାଗ କର । ଏହି ସଂସାର ହେଉଛି କ୍ଷଣଭଙ୍ଗୁର । ଏଠାରେ କୌଣସି ବସ୍ତୁକୁ ସ୍ଥାୟୀ ବିଚାର କରି ସେଥିରେ ରାଗ ଓ ମୋହ ରଖ ନାହିଁ । କେବଳ ବୈରାଗ୍ୟ ରସିକ ହୁଅ ଏବଂ ପରମାତ୍ମାଙ୍କ ପ୍ରେମରେ ମଗ୍ନ ହୋଇଯାଅ ।

ମାର୍ଦବ : ଅନ୍ତଃକରଣର କୋମଳତାକୁ "ମାର୍ଦବ' କୁହାଯାଏ । ଯା'ର ଅନ୍ତଃକରଣ କୋମଳ ତା'ର ବାଣୀ ଓ ବ୍ୟବହାରରେ କଠୋରତା ନଥାଏ । ଏପରି ବ୍ୟକ୍ତି ଶତ୍ରୁ ପ୍ରତି ମଧ୍ୟ କଠୋର ଭାବ ରଖେ ନାହିଁ ।

ହ୍ରୀଃ : ଈଶ୍ୱରୀୟ ମର୍ଯ୍ୟାଦା ବିରୁଦ୍ଧ କର୍ମ ବା ଅକର୍ବ୍ୟ କରିବା ପାଇଁ ମନରେ ଯେଉଁ ଲଜ୍ଜା ଓ ସେଙ୍କାଚ ଭାବ ଉପôନ୍ନ ହୁଏ ତାହାକୁ "ହ୍ରୀ' କୁହାଯାଏ । ଏହି ଗୁଣ ବ୍ୟକ୍ତିକୁ ଅସତ ମାର୍ଗରୁ ନିବୃ ଓ ସତ ମାର୍ଗରେ ପ୍ରବୃ କରାଏ ।

ଅଚପଳତା : କେତେକ ଲୋକ ଧୀର ସ୍ଥିର ଭାବରେ ବସି ପାରନ୍ତି ନାହିଁ କିମ୍ବା ଛିଡା ହୋଇ ରହି ପାରନ୍ତି ନାହିଁ । ଉଭୟ ଅବସ୍ଥାରେ ସେମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଅସ୍ଥିର ହୁଏ । ଶୋଇଲାବେଳେ ମଧ୍ୟ ସେମାନେ ବାରମ୍ବାର ପାଶ୍ୱର୍ ପରିବର୍ନ କରନ୍ତି । ଶରୀର ପରି ତାଙ୍କର ମନ ମଧ୍ୟ ଅସ୍ଥିର । ବିଭିନ୍ନ ପ୍ରକାର ସଂକଳ୍ପ ବିକଳ୍ପର ତରଙ୍ଗ ତାଙ୍କ ମନକୁ ଅଧୀର କରେ । ଅନାବଶ୍ୟକ ଭାବରେ ସେମାନେ କଥାବାର୍ା କରନ୍ତି । ଅପ୍ରାସଙ୍ଗିକ କଥାବସ୍ତୁ ଉପରେ ଅନର୍ଗଳ କଥା କହି ଚାଲନ୍ତି । ଏହିପରି ଶରୀର, ବାଣୀ ଓ ମନର ବ୍ୟର୍ଥ ଚେଷ୍ଟା ବା ଚଳତାକୁ "ଚପଳତା' କୁହାଯାଏ । ଏହାର ସର୍ବଥା ଅଭାବକୁ "ଅଚପଳତା' କୁହାଯାଏ । ଜୀବନରେ ସଫଳତା ପାଇବାକୁ ହେଲେ "ଚପଳତା' ଗୁଣକୁ ସୁଧାରିବା ଉଚିତ । ଧୀର ସ୍ଥିର ଭାବରେ କାର୍ଯ୍ୟ କଲେ ତାହା ସୁଚାରୁ ରୂପରେ ଓ ଯଥା ସମୟରେ ସମ୍ପାଦିତ ହୁଏ । ଏଥିପାଇଁ ଇଂରାଜୀରେ ଏକ ପ୍ରବାଦ ଅଛି । ଝକ୍ଷକ୍ଟଙ୍ଗ ବଦ୍ଭୟ ଗ୍ଦଗ୍ଧରବୟଚ୍ଚ ଙ୍ଗସଦ୍ଭଗ୍ଦ ଗ୍ଧଷର କ୍ସବମର. ମନର ଚପଳତା, ବ୍ୟଗ୍ରତା ବା ଏକାଗ୍ରତାର ଅଭାବରେ ବ୍ୟକ୍ତି ଜ୍ଞାନରେ ଦୃଢ଼ ହୋଇ ପାରେ ନାହିଁ । ଶୁଣିଥିବା କଥା ମନେ ରଖି ପାରେ ନାହିଁ । ଈଶ୍ୱରୀୟ ସ୍ମୃତି ବା ଜପରେ କୌଣସି ଫଳ ପାଏ ନାହିଁ । ""ଅଦୃଢ଼ ଚ ହତ ଜ୍ଞାନଂ, ପ୍ରମାଦେନ ହତଂ ଶ୍ରୁତମ୍ ସଂଦିଗ୍ଧୋହି ହତୋ ମନ୍ତ୍ରୋ ବ୍ୟଗ୍ର ଚିେା ହତୋ ଜପଃ ।'' ଅର୍ଥାତ ଦୃଢ଼ତା ବିନା ଜ୍ଞାନ ବ୍ୟର୍ଥ, ଏକାଗ୍ରତା ବିନା ଶୁଣିଥିବା କଥା ବ୍ୟର୍ଥ । ସନ୍ଦେହଯୁକ୍ତ ମନ୍ତ୍ର ବ୍ୟର୍ଥ । ବ୍ୟଗ୍ର ଚିରେ କରାଯାଇଥିବା ଜପ ନିଷ୍ଫଳ କଥିତ ହୁଏ ।

ତେଜ : ମାନବାତ୍ମାକୁ "ମଣି' ସହିତ ତୁଳନା କରାଯାଇପାରେ । ମାଟି କାଦୁଅରେ ଆବୃ ହେଲେ "ମଣି' ତା'ର ତେଜ ବିକିରଣ କରିପାରେ ନାହିଁ । ଆତ୍ମା ମୌଳିକ ରୂପରେ ମଣି ସଦୃଶ ଶୁଦ୍ଧ ଓ ତେଜୋମୟ ହୋଇଥିଲେ ସୁଦ୍ଧା କାମ କ୍ରୋଧାଦି ମନୋବିକାର ରୂପକ କାଦୁଅରେ ଢାଙ୍କି ହୋଇ ନିଷ୍ପ୍ର ହୋଇଯାଏ । ଈଶ୍ୱରୀୟ ଜ୍ଞାନ ଓ ଯୋଗାଭ୍ୟାସ ଦ୍ୱାରା ବ୍ୟକ୍ତି ଯେତେବେଳେ ମନୋବିକାର ଉପରେ ବିଜୟପ୍ରାପ୍ତ କରେ ସେତେବେଳ ତା'ର ଆତ୍ମା ପୁନଶ୍ଚ ତେଜୋଦୀପ୍ତ ହୋଇଉଠେ । ଏହିପରି ବ୍ୟକ୍ତିଙ୍କ ସାନ୍ନିଧ୍ୟ ପାଇ ଦୁରାଚାରୀ ମଧ୍ୟ ସଦାଚାରୀ ହୋଇଥାଏ । ଜନସାଧାରଣ ତାଙ୍କୁ ଆନ୍ତରିକ ଶ୍ରଦ୍ଧା, ଭକ୍ତି ଓ ସମ୍ମାନ କରନ୍ତି । ତାଙ୍କ ସ୍ନେହପୂର୍ଣ୍ଣ ଦୃଷ୍ଟିପାତରେ ଲୋକଙ୍କ ଦୃଦୟରେ ଥିବା ଏପରି ଶକ୍ତି ବିଶେଷର ନାମକୁ "ତେଜ' କୁହାଯାଏ । ଏହିପରି ବ୍ୟକ୍ତି ଦୈବୀ ସମ୍ପିର ଅଧିକାରୀ ।

କ୍ଷମା : ଅକାରଣେ ନିଜ ପ୍ରତି ଶତ୍ରୁତା କରୁଥିବା ବ୍ୟକ୍ତିକୁ ଦଣ୍ଡ ଦେବାର ସାମର୍ଥ୍ୟ ଥାଇ ମଧ୍ୟ ତା' ପ୍ରତି କୌଣସି ପ୍ରତିଶୋଧ ଭାବନା ନରଖିବା, ତା'ର ସମସ୍ତ ଅପରାଧକୁ ଶାନ୍ତ ଭାବରେ ସହି ନେଇ ମାର୍ଜନା କରିବାକୁ "କ୍ଷମା' କୁହାଯାଏ । ""ଦଣ୍ଡିବା ଶକ୍ତି ଯାର ଥାଇ, ସେ ଯେବେ କ୍ଷମା ଆଚରଇ... ।'' କ୍ଷମା ଏକ ଆନ୍ତରିକ ଭାବ । ଯୀଶୁଖ୍ରୀଷ୍ଟ ବିରୋଧୀମାନଙ୍କ ଦ୍ୱାରା ଅତ୍ୟାଚାରିତ ଓ କ୍ରୁଶବିଦ୍ଧ ହୋଇ ମଧ୍ୟ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ, "ହେ ପ୍ରଭୁ! ଏମାନେ କଣ କରୁଛନ୍ତି ନିଜେ ଜାଣନ୍ତି ନାହିଁ, ଏମାନଙ୍କୁ କ୍ଷମା କରିଦିଅ ।'' ଏହା ହେଉଛି ପ୍ରକୃତ କ୍ଷମାଶୀଳତାର ଲକ୍ଷଣ । ଅପକାରୀର ଅପକାର ନ ଚାହିଲେ ଅନ୍ତଃକରଣରେ କ୍ଷମା ଭାବ ପ୍ରକଟ ହୁଏ ।

ଧୃତି : ଧୃତିର ଅର୍ଥ ଧୈର୍ଯ୍ୟ । ଦୈନନ୍ଦିନ ଜୀବନରେ ମଣିଷକୁ ସୁଖ-ଦୁଃଖ, ଲାଭ କ୍ଷତି, ଜୟ ପରାଜୟ, ମାନ ଅପମାନ ଆଦି ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ । ଏଥିରେ ବିଚଳିତ ନ ହୋଇ ଧୈର୍ଯ୍ୟ ପୂର୍ବକ କର୍ବ୍ୟ ପଥରେ ଆଗେଇ ଯିବା, ଯେତେବଡ଼ ବିପଦ ଆସୁ ସତ କର୍ମ ପ୍ରତି ବିମୁଖ ନ ହେବା ଓ କାମକ୍ରୋଧାଦି ମନୋବିକାର ସମୂହର ବଶବର୍ୀ ନ ହୋଇ ନିଜ ସ୍ଥିତିରେ ଅଚଳ-ଅଟଳ ରହିବା ଶକ୍ତିକୁ "ଧୃତି' କୁହାଯାଏ । ବର୍ମାନର କଳିଯୁଗୀୟ ତମୋ ପ୍ରଧାନ ଦୁନିଆରେ ସତ୍ମାର୍ଗର ଅନୁସରଣ କଲେ ଅନେକ ବାଧା ବିଘ୍ନର ସମ୍ମୁଖୀନ ହେବାକୁ ହୁଏ । ଏହାକୁ ଧୈର୍ଯ୍ୟର ସହିତ ସମ୍ମୁଖୀନ କରିବାକୁ ହେବ । ପ୍ରାରମ୍ଭିକ ସ୍ତରରେ ଏହା କଷ୍ଟକର ଓ ଅସମ୍ଭବ ମନେ ହୋଇପାରେ, କିନ୍ତୁ ଧୈର୍ଯ୍ୟ ପୂର୍ବକ ଆଗେଇ ଚାଲିଲେ ପରିଣାମ ସୁଖପ୍ରଦ ହୁଏ । ଯଦଗ୍ରେ ବିଷମିବ ପରିଣାମେଽମୃତୋପମ... ।ା ଗୀତା ୧୮/୩୭ ।ା ଅର୍ଥାତ ଯାହା ପା୍ରରମ୍ଭରେ ବିଷ ତୁଲ୍ୟ ମନେ ହୁଏ, ତାହାର ପରିଣାମ ଅମୃତ ତୁଲ୍ୟ ହୋଇଥାଏ । ଯୋଗାଭ୍ୟାସର ପ୍ରଥମାବସ୍ଥାରେ ମନ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇପାରେ ନାହିଁ । ମନରେ ନାନା ପ୍ରକାର ସଂକଳ୍ପ ବିକଳ୍ପ ସୃଷ୍ଟି ହୋଇପାରେ । ତେଣୁ କୁହାଯାଏ ଧୈର୍ଯ୍ୟର ଫଳ ମିଠା । ଧୈର୍ଯ୍ୟବାନ ବ୍ୟକ୍ତି ସବୁବେଳେ ଓ ସବୁକ୍ଷେତ୍ରରେ ବିଜୟୀ ହୁଏ ।

ଶୌଚ : ଶୌଚର ଅର୍ଥ ଶୁଦ୍ଧି । ଏହା ଦୁଇ ପ୍ରକାର : ବାହ୍ୟ ଓ ଆଭ୍ୟନ୍ତରୀଣ ଶୁଦ୍ଧି । ସକାଳୁ ଉଠି ମୁହଁ ଧୋଇବା, ଦାନ୍ତ ସଫା କରିବା, ମଳତ୍ୟାଗ ପରେ ସ୍ନାନ କରିବା, ଶୁଦ୍ଧ ଅନ୍ନ ଭୋଜନ କରିବା, ସତ୍ୟ ଓ ପ୍ରିୟ କଥା କହିବା, ସାମାଜିକ ଓ ପାରିବାରିକ ଜୀବନରେ ସମସ୍ତଙ୍କ ପ୍ରତି ସ୍ନେହ ସମ୍ମାନ ଓ ପକ୍ଷପାତ ରହିତ ଆଚରଣ କରିବା, ସତ୍ ଉପାୟରେ ଧନ ଅର୍ଜନ କରି ଆଶ୍ରିତ ଜନଙ୍କର ପ୍ରତିପୋଷଣ କରିବା ତଥା ବଳକା ଧନକୁ ସତ୍ କର୍ମରେ ବିନିଯୋଗ କରିବା ଆଦି ବାହ୍ୟ ଶୁଦ୍ଧି ଅନ୍ତର୍ଗତ । କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଈର୍ଷା, ଦ୍ୱେଷ, ଭୟ, ଆଳସ୍ୟ, ନିଦ୍ରା ଆଦି ମନୋବିକାର ବା ମଳ ଅନ୍ତଃକରଣକୁ ଅଶୁଦ୍ଧ କରନ୍ତି । ଏଗୁଡ଼ିକୁ ଦୂର କରିବା ହେଉଛି ଆଭ୍ୟନ୍ତରୀଣ ଶୁଦ୍ଧି । ଏକଥା "ସ୍ୱସଂଶୁଦ୍ଧି' ପ୍ରକରଣରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।

ଅଦ୍ରୋହ : ବୈରଭାବର ସର୍ବଥା ଅଭାବର ନାମ "ଅଦ୍ରୋହ' । ଯେକୌଣସି କାରଣ ହେଉନା କାହିଁକି କାହା ପ୍ରତି ଦ୍ୱେଷ ଭାବ ରଖିବା ତଥା ପ୍ରତିହିଂସା ପରାୟଣ ହୋଇ ପ୍ରତିଶୋଧ ନେବା ପାଇଁ ତାଙ୍କର ଅନିଷ୍ଟ ପାିବାକୁ "ଦ୍ରୋହ' କୁହାଯାଏ । ଈଶ୍ୱରପରାୟଣ ବା ଦୈବୀ ସମ୍ପଦାଯୁକ୍ତ ବ୍ୟକ୍ତି କ୍ଷମାଶୀଳ ହୋଇଥିବାରୁ ମନ, ବଚନ ଓ କର୍ମରେ କାହାରି ଦ୍ରୋହ କରନ୍ତି ନାହିଁ । ତାଙ୍କ ଦୃଷ୍ଟିରେ ସମସ୍ତ ମାନବାତ୍ମା ପରମାତ୍ମାଙ୍କ ସନ୍ତାନ । ତେଣୁ ସମସ୍ତଙ୍କୁ ସେ ନିଜ ଭାଇ ଭଳି ଦେଖନ୍ତି । ଅନିଷ୍ଟକାରୀ ବା ଅପକାରୀ ପ୍ରତି ତାଙ୍କ ହୃଦୟରେ କରୁଣାଭାବ ଜାଗ୍ରତ ହୁଏ । ତେଣୁ ସେ ତା'ର ସମସ୍ତ ଦୋଷ କ୍ଷମା କରିଦିଅନ୍ତି । ପରମାତ୍ମା ତାଙ୍କ ଧ୍ୟେୟ ଓ ଧ୍ୟାନ ହୋଇଥିବାରୁ ଅନ୍ୟର ଦୋଷଗୁଣକୁ ସେ ଉପେକ୍ଷା କରନ୍ତି । ଏପରି ବ୍ୟକ୍ତି ବା କାହା ପ୍ରତି ଦ୍ରୋହ କରିବେ ?

ନାତିମାନିତା (ନ ଅତିମାନିତା) : ମାନ, ସମ୍ମାନ, ପ୍ରସିଦ୍ଧି, ଲୋକପ୍ରିୟତା, ପ୍ରତିଷ୍ଠା, ପୂଜା ଆଦିର ଆକାଙ୍କ୍ଷାକୁ ଅତିମାନିତା କୁହାଯାଏ । ପ୍ରାରବ୍ଧ କର୍ମ ଫଳରୁ ହେଉ ବା ଇହ ଜନ୍ମରେ ପୁରୁଷାର୍ଥ ଦ୍ୱାରା ପ୍ରାପ୍ତ ଧନ, ବିଦ୍ୟା, ବୁଦ୍ଧି, ଯୋଗ୍ୟତା, ଗୁଣ, ପଦ ଆଦିରେ ସୁସମୃଦ୍ଧ ବ୍ୟକ୍ତି ନିଜକୁ ସାଧାରଣ ମଣିଷଠାରୁ ଶ୍ରେଷ୍ଠ ମନେ କରେ । ଅନ୍ୟକୁ ନିକୃଷ୍ଠ ଭାବିଲେ ନିଜ ମଧ୍ୟରେ ଶ୍ରେଷ୍ଠତ୍ୱର ଅଭିମାନ ଆସେ । ଅଭିମାନବଶତଃ ସେ ଚାହେ ଯେ ଅନ୍ୟମାନେ ତାକୁ ପ୍ରଶଂସା କରନ୍ତୁ, ଆଦର ସକôାର କରନ୍ତୁ, ତାର ପ୍ରତିଭାର ଯଥାର୍ଥ ମୂଲ୍ୟାୟନ ହେଉ ଇତ୍ୟାଦି । ଏପରି ଇଚ୍ଛା ନଥାଇ ମଧ୍ୟ କାହାରିକୁ ପ୍ରାରବ୍ଧବଶତଃ ସ୍ୱତଃ ମାନ, ସମ୍ମାନ ପ୍ରାପ୍ତ ହୁଏ । ଏଥିରେ ସେ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ଓ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ମନେ କରନ୍ତି । ଦୈବୀ ସମ୍ପଦ ସମ୍ପନ୍ନ ବ୍ୟକ୍ତିଠାରେ ଏହି ଅତିମାନିତାର ସର୍ବଥା ଅଭାବ ଥାଏ । ସେ ମାନ ସମ୍ମାନ, ଲୋକପ୍ରିୟତା ପାଇବାକୁ କୌଣସି ପ୍ରଯନô କରନ୍ତି ନାହିଁ । ପ୍ରଯନô ଓ ଇଚ୍ଛା ନ କରି ମଧ୍ୟ ଯଦି ସେସବୁ ତାଙ୍କୁ ସ୍ୱତଃ ପ୍ରାପ୍ତ ହୁଏ ତେବେ ସେଥିରେ ତାଙ୍କ ମନରେ ଶ୍ରେଷ୍ଠତ୍ୱର ଅଭିମାନ ଆସେ ନାହିଁ । ଯେଉଁ ବିଶେଷତା ପାଇଁ ଲୋକେ ତାଙ୍କୁ ପ୍ରଶଂସା କରନ୍ତି ତାକୁ ସେ ଈଶ୍ୱରାନୁକମ୍ପା ବୋଲି ମନେ କରନ୍ତି । ଏହା ହେଉଛି ନାତିମାନିତାର ଲକ୍ଷଣ । 

ଉପର ବର୍ଣ୍ଣିତ ଛବିଶଟି ଲକ୍ଷଣ ଯେଉଁ ବ୍ୟକ୍ତି ପାଖରେ ବିଦ୍ୟମାନ କିମ୍ବା ପୁରୁଷାର୍ଥ ଦ୍ୱାରା ଯିଏ ସେହି ଗୁଣଗୁଡିକୁ ୍ରପ୍ରାପ୍ତ କରିଛନ୍ତି ତାଙ୍କୁ ଦୈବୀ ସମ୍ପଦ ସମ୍ପନ୍ନ ବୋଲି କୁହାଯାଏ ।

ଆସୁରୀ ସମ୍ପଦ

ଦମ୍ଭୋ ଦର୍ପୋଽଭିମାନଶ୍ଚ କ୍ରୋଧଃ ପାରୁଷ୍ୟମେବ ଚ ।

ଅଜ୍ଞାନଂ ଚାଭିଜାତସ୍ୟ ପାର୍ଥ ସମ୍ପଦମାସୁରୀମ୍ ।ା ୪ ।ା

ଅର୍ଥ : ହେ ପାର୍ଥ ! ଦମ୍ଭ, ଦର୍ପ, ଅଭିମାନ, କ୍ରୋଧ, କଠୋରତା ଏବଂ ଅଜ୍ଞାନ ଏସବୁ ଆସୁରୀ ସମ୍ପଦ ପ୍ରାପ୍ତ ହୋଇ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ହୋଇଥାଏ ।

ବ୍ୟାଖ୍ୟା :

ଦମ୍ଭ : ନିଜର କୌଣସି ସାମର୍ଥ୍ୟ ଓ ବିଶେଷତା ନ ଥାଇ ମଧ୍ୟ ନିଜକୁ ବିଶେଷ ଓ ଶ୍ରେଷ୍ଠରୂପରେ ପ୍ରଦର୍ଶନ କରିବାକୁ "ଦମ୍ଭ' କୁହାଯାଏ । ଏହି "ଦମ୍ଭ' ହେତୁ ବ୍ୟକ୍ତି ସାଧୁତ୍ୱ ନ ଥାଇ ସାଧୁ, ବିଦ୍ୟା ନ ଥାଇ ବିଦ୍ୱାନ, ଗୁଣ ନ ଥାଇ ଗୁଣୀ, ଭକ୍ତି ନ ଥାଇ ଭକ୍ତ, ଧର୍ମର ଅର୍ଥ ନ ଜାଣି ଧର୍ମାତ୍ମା, ଯୋଗ ସାଧନା ନ କରି ଯୋଗୀ ଏବଂ ଲୋକଦେଖାଣିଆକୁ କିଛି ଚାନ୍ଦା ଦେଇ ନିଜକୁ ସମାଜସେବୀ ଓ ଦାନୀ ବୋଲି ପ୍ରଚାର କରେ ।

ଦର୍ପ : ନିଜର ପ୍ରତିଭା, ପ୍ରତିପି, ବିଦ୍ୟା, ଐଶ୍ୱର୍ଯ୍ୟ, ବଳ, ଆଭିଜାତ୍ୟ କାରଣରୁ ମନରେ ଯେଉଁ ଗର୍ବ ଭାବ ଉପôନ୍ନ ହୁଏ ତାକୁ "ଦର୍ପ' କୁହାଯାଏ । ଦର୍ପ ହେତୁ ବ୍ୟକ୍ତି ଅନ୍ୟକୁ ତୁଚ୍ଛ ମନେ କରି ଅବହେଳା କରେ । ସେ ଧରାକୁ ସରା ମନେ କରେ । ରାମାୟଣ ବର୍ଣ୍ଣିତ ଲଙ୍କାଧିପତି ରାବଣର ଅତ୍ୟନ୍ତ ଦର୍ପ ହେତୁ ସେ ସବଂଶେ ନିହତ ହୋଇଥିଲା । ଅତିଦର୍ପେ ହତୋ ଲଙ୍କା... ।

ଅଭିମାନ : ଅଭିମାନ ଅହଂକାର ପର୍ଯ୍ୟାୟବାଚୀ । ଅନେକ ସମୟରେ ଦର୍ପ ଓ ଅଭିମାନ ଶବ୍ଦ ସମାନ ଅର୍ଥରେ ବ୍ୟବହାର କରାଯାଇଥାଏ । କିନ୍ତୁ ଏଠାରେ ଆସୁରୀ ସମ୍ପି ବର୍ଣ୍ଣନାରେ ଦର୍ପ ଓ ଅଭିମାନ ପୃଥକ ଶବ୍ଦ ରୂପରେ ବ୍ୟବହାର ହୋଇଥିବାରୁ ଉଭୟ ଶବ୍ଦ ମଧ୍ୟରେ ସୂଷ୍ମ ପାର୍ଥ୍ୟକ୍ୟ ରହିଛି । ଉଭୟ ବାହ୍ୟ ଓ ଆନ୍ତରିକ ବିଷୟକୁ ନେଇ ମନର ଗର୍ବ ଭାବକୁ "ଦର୍ପ' କୁହାଯାଏ । କିନ୍ତୁ, ନିଜର ପ୍ରଭାବ, ପ୍ରତିଭା, ଲୋକପ୍ରିୟତା ଆଦି ଆନ୍ତରିକ ବିଷୟକୁ ନେଇ ନିଜଠାରେ ଯେଉଁ ଶ୍ରେଷ୍ଠତ୍ୱ ଦେଖାଯାଏ ତାକୁ "ଅଭିମାନ' କୁହାଯାଏ । ... ଅତିମାନେ ଚ କୌରବା ।

କ୍ରୋଧ : ପ୍ରତିହିଂସା ବଶତଃ କାହାପ୍ରତି ପ୍ରତିଶୋଧ ପରାୟଣ ହେଲେ ଅନ୍ତଃକରଣରେ ଯେଉଁ ଦ୍ୱେଷପୂର୍ଣ୍ଣ ଉେଜନା ସୃଷ୍ଟି ହୁଏ ତାକୁ "କ୍ରୋଧ' କୁହାଯାଏ । ପୂର୍ବ ଜନ୍ମ ସଂସ୍କାରବଶତଃ ଅନେକ ବ୍ୟକ୍ତି ସ୍ୱଭାବତଃ କ୍ରୋଧୀ ଥାଆନ୍ତି । ସାଧାରଣତଃ କାମନା ପ୍ରତିହତ ହେଲେ ବା ଅଭିମାନ ଆଘାତପ୍ରାପ୍ତ ହେଲେ କ୍ରୋଧର ଉପôି ହୁଏ । କୌଣସି ଭୋଗ୍ୟ ବିଷୟ ପ୍ରାପ୍ତିରେ କେହି ପ୍ରତିବନ୍ଧକ ସୃଷ୍ଟି କଲେ ତାଙ୍କ ପ୍ରତି ଅନ୍ତଃକରଣରେ ଦ୍ୱେଷ ଉପôନ୍ନ ହୋଇ ମନରେ ପ୍ରତିହିଂସା ଭାବ ଉପôନ୍ନ ହୁଏ । କୌଣସି କର୍ମ ନିଜ ମନୋନୁକୂଳ ନ ହେଲେ; କେହି ନିନ୍ଦା, ତିରସ୍କାର, ଅସଦାଚରଣ, ଅପମାନ ଓ ଅନିଷ୍ଟ କଲେ ମନରେ ଦ୍ୱେଷଯୁକ୍ତ ଉେଜନା ସୃଷ୍ଟି ହୁଏ । ଏହି ମାନସିକ ଅବସ୍ଥା ବିଶେଷର ନାମ"କ୍ରୋଧ' । ସ୍ଥାନ, କାଳ, ପାତ୍ର, ଭେଦରେ ଏହା ପ୍ରବଳ ବା କ୍ଷୀଣ ହୋଇ ଅଭିବ୍ୟକ୍ତ ହୁଏ । କ୍ରୋଧର ଉଗ୍ରାବସ୍ଥାରେ ମୁଖମଣ୍ଡଳ ରକ୍ତିମ ଦେଖାଯାଏ । ହୃଦସ୍ପନ୍ଦନ ଦ୍ରୁତ ହୁଏ , ଓଷ୍ଠ କମ୍ପିତ ହୁଏ ଓ ହିତାହିତ ଜ୍ଞାନ ଲୋପ ପାଏ । କ୍ରୋଧର ଉପôି ଓ ସ୍ୱରୂପ ବିଷୟରେ ଗୀତାର ସାଂଖ୍ୟଯୋଗରେ ନିମ୍ନ ପ୍ରକାରେ ଉଲ୍ଲେଖ କରାଯାଇଛି –

ଧ୍ୟାୟତୋ ବିଷୟାନ୍ ପୁଂସଃ ସଙ୍ଗସ୍ତେଷୁ ପଜାୟତେ  ।

ସଙ୍ଗାତ୍ ସଂଜାୟତେ କାମଃ କାମାତ୍କ୍ରୋଧୋଽଭିଜାୟତେ  ।

କ୍ରୋଧାତ୍ ଭବତି ସଂମୋହଃ ସଂମୋହାତ୍ ସ୍ମୃତି ବିଭ୍ରମଃ  ।

ସ୍ମୃତି ଭ୍ରଂଶାତ୍ ବୁଦ୍ଧି ନାଶୋ ବୁଦ୍ଧି ନାଶାତ୍ ପ୍ରଣଶ୍ୟତି ।

            ।ାଗୀ-୨/୬୨-୬୩ ।ା

ଅର୍ଥ : ଭୋଗ୍ୟ ବିଷୟ ସଂପର୍କରେ ଚିନ୍ତନ କଲେ ସେଥିପ୍ରତି ଆସକ୍ତି ଜାତ ହୁଏ । ଆସକ୍ତିରୁ କାମ ଓ ସେଥିରୁ କ୍ରୋଧ ଜାତହୁଏ । କ୍ରୋଧରୁ ସମ୍ମୋହ, ସମ୍ମୋହରୁ ସ୍ମୃତି ବିଭ୍ରମ ହୁଏ । ସ୍ମୃତି ବିଭ୍ରମ ହେଲେ ବୁଦ୍ଧି ନାଶ ହୁଏ । ଯେତେବେଳେ ବୁଦ୍ଧି ନଷ୍ଟ ହୁଏ ସେତେବେଳେ ମଣିଷର ଅଧଃପତନ ହୁଏ ।

ଯାହାପ୍ରତି କ୍ରୋଧ କରାଯାଏ ତା'ର କୌଣସି କ୍ଷତି ହୁଏନାହିଁ । କ୍ରୋଧ କ୍ରୋଧୀର ସର୍ବନାଶ କରେ । ଶାସ୍ତ୍ର ପୁରାଣରେ କ୍ରୋଧକୁ ମନୁଷ୍ୟର ପରମ ଶତ୍ରୁ ରୂପେ ବର୍ଣ୍ଣନା କରାଯାଇଛି । ଏହା ଯାହା ଦେହରେ ଥାଏ ତା'ର ବିନାଶ କରେ । କ୍ରୋଧକୁ ଅଗ୍ନି ସହିତ ତୁଳନା କରାଯାଇପାରେ । କାଠରେ ଥିବା ଅଗ୍ନି ଯେପରି ତାକୁ (କାଠକୁ) ଜାଳିପୋଡି ପାଉଁଶ କରିଦିଏ, ସେହିପରି ମଣିଷ ମଧ୍ୟରେ ଥିବା କ୍ରୋଧାଗ୍ନି ଦେହକୁ ଦହନ କରେ ।

କ୍ରୋଧୋହି ଶତ୍ରୁଃ ପ୍ରଥମୋ ନରାଣାଂ ଦେହ ସ୍ଥିତୋ ଦେହ ବିନାଶାୟ ।

ଯଥା ସ୍ଥିତଃ କାଷ୍ଠଗତୋ ହି ବହ୍ନିଃ ସ ଏବ ବହ୍ନିର୍ଦହତେ ଶରୀରମ୍  ।ା

କଠୋରତା : କୋମଳତାର ସର୍ବଥା ଅଭାବକୁ କଠୋରତା ବା ପାରୁଷ୍ୟ କୁହାଯାଏ । ଚାହାଁଣୀରେ କୁଟିଳତା, ବାଣୀରେ କଟୁତା ଓ କର୍କଶତା, ବ୍ୟବହାରରେ ରୁକ୍ଷତା,ମନରେ ପ୍ରତିହିଂସା ଓ କ୍ରୂରତା ହେଉଛି କଠୋରତାର ସ୍ୱରୂପ ।

କୌଣସି ବିଷୟକୁ ଯଥାର୍ଥ ଭାବରେ ଜାଣିବାର ନାମ ଜ୍ଞାନ । ଅନ୍ୟ ଅର୍ଥରେ ସତ୍ୟ-ଅସତ୍ୟ, ପାପ-ପୁଣ୍ୟ, ଧର୍ମ-ଅଧର୍ମ, ଭଲମନ୍ଦ ମଧ୍ୟରେ ଥିବା ପାର୍ଥକ୍ୟକୁ ଯେଉଁ ଆଧାରରେ ନିରୂପଣ କରାଯାଏ ତାହାକୁ ଜ୍ଞାନ କୁହାଯାଏ । ବିବେକକୁ ଜ୍ଞାନର ପର୍ଯ୍ୟାୟବାଚୀ ରୂପେ ଗ୍ରହଣ କରାଯାଏ । ସତ୍ୟ -ଅସତ୍ୟ ଆଦି ଦ୍ୱନ୍ଦ୍ୱାତ୍ମକ ବିଷୟକୁ ବିବେକ ପୂର୍ବକ ସଠିକ ନିରୂପଣ କରି ନ ପାରିବାର ନାମ "ଅଜ୍ଞାନ' । ଜୀବ ସହିତ ଆତ୍ମାର ସଂଯୋଗ ହେଲେ ଜୀବତ୍ମା ହୁଏ । ଆତ୍ମା ହେଉଛି ଜୀବର ଜୀବନ । ଆତ୍ମା ବିନା ଜୀବ ଶବ ଅଟେ । ଜୀବ ବିନାଶୀ, ଆତ୍ମା ଅଜର, ଅମର ଓ ଅବିନାଶୀ । ମଣିଷ ଅଜ୍ଞାନତା ହେତୁ ଜୀବ ଓ ଆତ୍ମା ମଧ୍ୟରେ ପାର୍ଥକ୍ୟ ଅନୁଭବ କରିପାରେ ନାହିଁ । ତେଣୁ ଅଜ୍ଞାନମାନେ ଦୈହିକ ସୁଖ-ଶାନ୍ତି ପାଇଁ ଯେତିକି ଯନôବାନ ହୁଅନ୍ତି, ଆତ୍ମୋନ୍ନତି ପାଇଁ ସେତିକି ଧ୍ୟାନ ଦିଅନ୍ତି ନାହିଁ । ସେମାନେ ମୃତୁ୍ୟପୋରାନ୍ତ ଜୀବନରେ ବିଶ୍ୱାସ କରନ୍ତି ନାହିଁ । ସେମାନେ ଭୋଗ ବିଳାସକୁ ଜୀବନର ସର୍ବୋମ ସୁଖ ମନେ କରନ୍ତି । ଏଥିପାଇଁ ଆବଶ୍ୟକ ହେଲେ ସେମାନେ କରଜ କରିବାକୁ ମଧ୍ୟ କୁଣ୍ଠିତ ହୁଅନ୍ତି ନାହିଁ । ସେମାନେ ଭାବନ୍ତି ମୃତୁ୍ୟ ପରେ ସବୁ ସମାପ୍ତ ହୋଇଯାଏ । ମୃତ ଶରୀରକୁ ପୋଡି ଦିଆଯାଏ । ପାପ ବା ପୁଣ୍ୟ କର୍ମର ଫଳଭୋଗ କରିବାକୁ ସେହି ଭସ୍ମୀଭୂତ ଶରୀର ଆଉ ଥରେ କିପରି ପ୍ରତ୍ୟାଗମନ କରିବ ? ଯାବତ୍ ଜୀବେତ୍ ସୁଖଂ ଜୀବେତ୍, ଋଣଂ କୃତ୍ୱା ଘୃତଂ ପିବେତ୍ । ଭସ୍ମୀଭୁତସ୍ୟ ଦେହସ୍ୟ ପୁନରାଗମନଂ କୁତଃ ।' ଏହିପରି ଅପରିମାଣଦର୍ଶୀ ବ୍ୟକ୍ତି ପଶୁ ଭଳି କେବଳ ଆହାର, ବିହାର, ନିଦ୍ରା ଓ ମୈଥୁନରେ ନିଜ ଜୀବନ ବ୍ୟତୀତ କରନ୍ତି ।

ଉପରୋକ୍ତ ଛଅଟି ଲକ୍ଷଣ ଆସୁରୀ ସମ୍ପି ସମ୍ପନ୍ନ ବ୍ୟକ୍ତିଙ୍କ ପାଖରେ ପ୍ରକାଶ ପାଏ । ଯେଉଁମାନେ କେବଳ ଇନ୍ଦ୍ରିୟ ଭୋଗ ଚରିତାର୍ଥ ଓ ନିଜ ଜୀବନ ନିର୍ବାହ (ପ୍ରାଣପୋଷଣ) ପାଇଁ ବି ରହନ୍ତି ସେମାନଙ୍କୁ ଅସୁର କୁହାଯାଏ । ""ଅସୁଷୁ ପ୍ରାଣେଷୁ ରମନ୍ତେ ଇତି ଅସୁରା ।'' ଏଭଳି ସ୍ୱଭାବଯୁକ୍ତ ବ୍ୟକ୍ତିଙ୍କ ପାଖରେ ଯେଉଁ ଚାରିତ୍ରିକ ଦୋଷ ଦେଖାଯାଏ ତାକୁ ଆସୁରୀ ସମ୍ପି କୁହାଯାଏ । ଆସୁରୀ ସମ୍ପି ସମ୍ପନ୍ନ ବ୍ୟକ୍ତି ହେଉଛି ଅସୁର । ଆତ୍ମ ବିସ୍ମୃତ ବା ଦେହାଭିମାନ ବ୍ୟକ୍ତିକୁ ପଥଭ୍ରଷ୍ଟ କରାଏ । ଏହାଦ୍ୱାରା ସେ ଅସତ୍ ମାର୍ଗ ଅବଲମ୍ବନ କରି ପାପ କର୍ମରେ ପ୍ରବୃ ହୁଏ । ବ୍ୟକ୍ତିର କର୍ମ ଅନୁରୂପ ତା'ର ସଂସ୍କାର ଦୈବୀ କିମ୍ବା ଆସୁରୀ ହୋଇଥାଏ । ସତ୍କର୍ମ ଦୈବୀ ସମ୍ପଦ ଓ ଅସତ୍କର୍ମ ଆସୁରୀ ସମ୍ପଦ ବୃଦ୍ଧି କରେ । ତେଣୁ ଜଣେ ଚାହିଲେ ପୁରୁଷାର୍ଥ ଦ୍ୱାରା ତା' ମଧ୍ୟରେ ଥିବା ଆସୁରୀ ସମ୍ପି(ସଂସ୍କାର) ଗୁଡିକ ନାଶ କରି ଦୈବୀ ସମ୍ପିର ବିକାଶ କରି ପାରିବ । ଦୈବୀ ସମ୍ପି ମୁକ୍ତି ପଥରେ ପରିଚାଳିତ କରେ ଓ ଆସୁରୀ ସମ୍ପି ଦେହାଦି ବନ୍ଧନରେ ବଦ୍ଧ କରି ଦୁଃଖ ଦିଏ । ""ଦୈବୀ ସମ୍ପଦ ବିମୋକ୍ଷାୟ ନିବନ୍ଧାୟାସୁରୀ ମତା'' ।ା ଗୀ-୧୬/୫ ।ା

ଆସୁରୀ ସମ୍ପିଯୁକ୍ତ ମନୁଷ୍ୟର ଆଚରଣ

ପ୍ରବୃିଂ ଚ ନିବୃିଂ ଚ ଜନା ନ ବିଦୁରାସୁରାଃ ।

ନ ଶୌଚଂ ନାପି ଚାଚାରୋ ନ ସତ୍ୟଂ ତେଷୁ ବିଦ୍ୟତେ ।ା୭ାା

ଅସତ୍ୟମପ୍ରତିଷ୍ଠଂ ତେ ଜଗଦାହୁରନୀଶ୍ୱରମ ।

ଅପରସ୍ପର ସମ୍ଭୂତଂ କିମନ୍ୟକôାମହୈତୁକମ୍ ।ା୮ାା

ଏତାଂ ଦୃଷ୍ଟିମବଷ୍ଟଭ୍ୟ ନଷ୍ଟାତ୍ମାନୋଽଳ୍ପବୁଦ୍ଧୟଃ ।

ପ୍ରଭବନ୍ତୁ୍ୟଗ୍ରକର୍ମାଣଃ କ୍ଷୟାୟ ଜଗତୋଽହିତାଃ ।ା୯ାା

କାମମାଶ୍ରିତ୍ୟ ଦୁଷ୍ପୂରଂ ଦମ୍ଭମାନମଦାନ୍ୱିତାଃ ।

ମୋହାଦ୍ ଗୃହୀତ୍ୱାସଦ୍ଗ୍ରାହାନ୍ ପ୍ରବର୍ନ୍ତେଽଶୁଚିବ୍ରତାଃ ।ା୧୦ ।ା

ଚିନ୍ତାମପରିମେୟାଂ ଚ ପ୍ରଳୟାନ୍ତାମୁପାଶ୍ରିତାଃ ।

କାମୋପଭୋଗପରମା ଏତା ବଦ୍ଧିତି ନିଶ୍ଚିତାଃ ।ା୧୧ାା

ଆଶାପାଶଶତୈର୍ବଦ୍ଧାଃ କାମକ୍ରୋଧପରାୟଣାଃ ।

ଈହନ୍ତେ କାମଭୋଗାର୍ଥମନ୍ୟାୟେନାର୍ଥସୟାନ୍ ।ା୧୨ ।ା

ଇଦମଦ୍ୟ ମୟା ଲବ୍ଧମିମଂ ପ୍ରାପ୍ସ୍ୟେ ମନୋରଥମ୍ ।

ଇଦମସ୍ତୀଦମପି ମେ ଭବିଷ୍ୟତି ପୁନର୍ଧନମ୍ ।ା୧୩ାା

ଅସୌ ମୟା ହତଃ ଶତ୍ରୁର୍ହନିଷ୍ୟେ ଚାପରାନପି ।

ଈଶ୍ୱରୋଽହମହଂ ଭୋଗୀ ସିଦ୍ଧୋଽହଂ ବଳବାନ୍ ସୁଖୀ ।ା୧୪ାା

ଆଢ଼୍ୟୋଽଭିଜନବାନସ୍ମି କୋଽନ୍ୟୋଽସ୍ତି ସଦୃଶୋ ମୟା ।

ଯକ୍ଷ୍ୟେ ଦାସ୍ୟାମି ମୋଦିଷ୍ୟ ଇତ୍ୟଜ୍ଞାନ ବିମୋହିତାଃ ।ା୧୫ାା

ଅନେକ ଚି ବିଭ୍ରାନ୍ତା ମୋହଜାଲ ସମାବୃତାଃ ।

ପ୍ରସକ୍ତାଃ କାମଭୋଗେଷୁ ପତନ୍ତି  ନରକେ ଽଶୁଚୌ ।ା୧୬ାା

ଆତ୍ମସମ୍ଭାବିତାଃ  ସ୍ତବ୍ଧା ଧନମାନ  ମଦାନ୍ୱିତାଃ ।

ଯଜନ୍ତେ ନାମଯଜେ୍ଞ÷ସ୍ତେ ଦମ୍ଭେନାବିଧିପୂର୍ବର୍କମ୍ ।ା୧୭ାା

ଅହଙ୍କାରଂ ବଳଂ ଦର୍ପଂ କାମଂକ୍ରୋଧଂ ଚ ସଂଶ୍ରିତାଃ ।

ମାମାତ୍ମପରଦେହେଷୁ ପ୍ରଦ୍ୱିଷନ୍ତୋଽଭ୍ୟସୂୟକାଃ ।ା୧୮ ।ା

ଅର୍ଥ : ଆସୁରୀ ସ୍ୱଭାବ ସମ୍ପନ୍ନ ଲୋକେ ପ୍ରବୃି ଓ ନିବୃି କ'ଣ ଏକଥା ଜାଣନ୍ତି ନାହିଁ । ସେମାନଙ୍କଠାରେ ଶୌଚ, ଆଚାର ଏବଂ ସତ୍ୟ ନ ଥାଏ ।ା୭ାା ସେମାନେ ସଂସାରକୁ ମିଥ୍ୟା, ଧର୍ମ ରହିତ, ସ୍ତ୍ରୀ ପୁରୁଷଙ୍କ ସଂଯୋଗରୁ ସ୍ୱତଃ ଉପôନ୍ନ ତଥା କାମପୋଭୋଗ ପାଇଁ ହିଁ ଏହା ଉଦ୍ଧିଷ୍ଟ; ଏହା ବ୍ୟତୀତ ଆଉ କିଛି କାରଣ ନାହିଁ ବୋଲି କହିଥାନ୍ତି ।ା ୮ ।ା ଏହିପରି ଦୃଷ୍ଟିକୋଣ ସମ୍ପନ୍ନ କ୍ରୁର କର୍ମା, ମନ୍ଦ ବୁଦ୍ଧି ଯୁକ୍ତ ଦୁଷ୍ଟଲୋକ ସଂସାରର ଶତ୍ରୁ ହୋଇ ତାହାର ବିନାଶ ପାଇଁ ଜନ୍ମ ହୁଅନ୍ତି ।ା୯ାା ଅପୂରଣୀୟ କାମନାଗୁଡିକର ଆଶ୍ରୟ ପୂର୍ବକ ଦମ୍ଭ, ମାନ ଓ ଅହଙ୍କାରଯୁକ୍ତ ହୋଇ ମୋହ ହେତୁ ଦୁରାଗ୍ରହଗୁଡିକୁ ଧାରଣ କରି ଅପବିତ୍ର ବ୍ରତପରାୟଣ ମନୁଷ୍ୟ ସଂସାରରେ ବିଚରଣ କରୁଥାନ୍ତି ।ା୧୦ ।ା ପ୍ରଳୟ ପର୍ଯ୍ୟନ୍ତ ଅନ୍ତ ହେଉ ନଥିବା ଅପରିମେୟ ଚିନ୍ତାର ଆଶ୍ରୟକରି; କାମପୋଭୋଗକୁ ଜୀବନର ଶ୍ରେଷ୍ଠ ଲକ୍ଷ୍ୟ ମନେ କରି, ଏହା ହିଁ ସବୁକିଛି ବୋଲି ନିଶ୍ଚୟ କରୁଥିବା ମନୁଷ୍ୟ ଶହ ଶହ ଆଶା ଫାଶରେ ଆବଦ୍ଧ ଓ କାମକ୍ରୋଧପରାୟଣ ହୋଇ ବିଷୟ ଭୋଗ ପାଇଁ ଅନ୍ୟାୟ ଉପାୟରେ ଅର୍ଥ ସୟ କରିବାକୁ ଅଭିଳାଷ (ଇଚ୍ଛା) କରନ୍ତି ।ା୧୧-୧୨ ।ା ଆଜି ମୁଁ ଏହା ପାଇଲି; ଏବେ ଏହି ମନୋକାମନା ପୂର୍ଣ୍ଣ କରିବି; ଆଜି ଏତିକି ଧନ ମୋ ପାଖରେ ଅଛି; କାଲିକି ପୁଣି ମୋ ପାଖରେ ଏତିିକି ଧନ ହୋଇଯିବ; ଏହି ଶତ୍ରୁକୁ ତ ମୁଁ ମାରିଦେଲି; ଏବେ ଅନ୍ୟ ଶତ୍ରୁମାନଙ୍କୁ ମଧ୍ୟ ମାରିବି; ମୁଁ ଈଶ୍ୱର(ସମସ୍ତଙ୍କ ପ୍ରଭୁ, ସର୍ବ ସମର୍ଥ, ସମସ୍ତଙ୍କ ନିୟନ୍ତା) ଅଟେ । ମୁଁ କୁଳୀନ, ମୋପରି ଆଉ କିଏ ଅଛି ? ମୁଁ ଯଜ୍ଞ କରିବି, ଦାନ କରିବି ଆନନ୍ଦ କରିବି – ଏହିପରି ଅଜ୍ଞାନରେ ବିମୋହିତ ଓ ଅନେକ ବିଷୟରେ ବିଭ୍ରାନ୍ତ ଚି, ମୋହଜାଲ ଦ୍ୱାରା ସମାବୃ ଏବଂ ବିଷୟଭୋଗରେ ଆସକ୍ତହୋଇ ସେମାନେ ଅଶୁଭ ନରକରେ ପଡନ୍ତି (ଅର୍ଥାତ୍ ଅପବିତ୍ର ପାପମୟ ଜୀବନ ଯାପନ କରନ୍ତି) ।ା୧୩-୧୬ାା ନିଜେହିଁ ନିଜକୁ ଚେଷ୍ଟା କରୁଥିବା; ଅବିନୟୀ; ଧନ ଓ ମାନରେ ପ୍ରମ ସେହିମାନେ ବିଧିବିଧାନର ଉଲ୍ଳଙ୍ଘନ କରି କେବଳ ନାମକୁ ମାତ୍ର ଯଜ୍ଞ କରନ୍ତି ।ା୧୭ ।ା ସେମାନେ ଅହଙ୍କାର, ବଳ, ଦର୍ପ, କାମ କ୍ରୋଧର ଆଶ୍ରୟକାରୀ; ନିନ୍ଦୁକ ତଥା ନିଜ ଓ ପର ଦେହରେ ସ୍ଥିତ ମୋର ଅଂଶରୂପ (ମମୈବାଂଶ ଜୀବଲୋକେ) ଆତ୍ମାର ଦ୍ୱେଷକାରୀ ଅଟନ୍ତି ।ା୧୮ାା

ବ୍ୟାଖ୍ୟା : ଗୀତାରେ ବର୍ମାନ ପର୍ଯ୍ୟନ୍ତ ବିଭିନ୍ନ ଅଧ୍ୟାୟରେ ପ୍ରସଙ୍ଗ କ୍ରମେ ଦୈବୀ ସମ୍ପି ବିଷୟରେ ସବିସ୍ତାର ବର୍ଣ୍ଣନା କରାଯାଇଛି । ଆଲୋଚ୍ୟ ଅଧ୍ୟାୟ ବ୍ୟତୀତ ଦ୍ୱିତୀୟ ଅଧ୍ୟାୟରେ ସ୍ଥିତପ୍ରଜ୍ଞ ମନୁଷ୍ୟର ଲକ୍ଷଣ (୫୫-୭୧) ଷଷ୍ଠ ଅଧ୍ୟାୟରେ କର୍ମଯୋଗୀଙ୍କ ଲକ୍ଷଣ (୭-୯) ଦ୍ୱାଦଶ ଅଧ୍ୟାୟରେ ଜ୍ଞାନୀ ଭକ୍ତଙ୍କ ଲକ୍ଷଣ (୧୩-୧୯)ତ୍ରୟୋଦଶ ଅଧ୍ୟାୟରେ ଜ୍ଞାନପ୍ରାପ୍ତିର ସାଧନା (୭-୧୧) ଏବଂ ଚତୁର୍ଦ୍ଧଶ ଅଧ୍ୟାୟରେ ଗୁଣାତୀତ ବ୍ୟକ୍ତିଙ୍କ ଲକ୍ଷଣ(୨୨-୨୫) ବର୍ଣ୍ଣନା ପ୍ରସଙ୍ଗରେ ଦୈବୀ ସମ୍ପିଗୁଡିକର ବର୍ଣ୍ଣନା କରାଯାଇଛି । ତେଣୁ ଏହି ଅଧ୍ୟାୟର ୬ଷ୍ଠ ଶ୍ଳୋକରେ ପରମାତ୍ମା କହିଛନ୍ତି ""ଦୈବୋ ବିସ୍ତରଶଃ ପ୍ରୋକ୍ତଃ'' ଅର୍ଥର୍ାତ ମୁଁ ଦୈବୀ ସମ୍ପି ବିଷୟରେ ବିସ୍ତାରପୂର୍ବକ କହି ସାରିଛି । ଏହି ଅଧ୍ୟାୟର ଚତ୍ୁର୍ଥ ଶ୍ଳୋକରେ ସଂକ୍ଷିପ୍ତ ଭାବରେ ଆସୁରୀ ସମ୍ପିର କେବଳ ଛଅଟି ଲକ୍ଷଣ କହିବା ବ୍ୟତୀତ ଅନ୍ୟତ୍ର ଏଗୁଡିକ ଉପରେ ବିସ୍ତାର ଆଲୋଚନା କରିବାର ଆବକାଶ ଆସି ନ ଥିଲା । ଏଥିପାଇଁ ସେଗୁଡିକର ସବିସ୍ତାର ଆଲୋଚନାର ଆବଶ୍ୟକତା ଅନୁଭବ କରି ପରମାତ୍ମା ଏଠାରେ ଆସୁରୀ ସମ୍ପିଯୁକ୍ତ ମନୁଷ୍ୟର ଆଚରଣ, ସ୍ୱଭାବ ଓ ବ୍ୟବହାର ବିଷୟରେ ବର୍ଣ୍ଣନା କରୁଛନ୍ତି ।

ଆସୁରୀ ସ୍ୱଭାବଯୁକ୍ତ ମନୁଷ୍ୟ ପ୍ରବୃି ଓ ନିବୃିକୁ ଜାଣନ୍ତି ନାହଁ : ବ୍ୟକ୍ତିର ପ୍ରବୃି ଓ ନିିବୃି ଜ୍ଞାନ ଆଧାରରେ ତା' ମଧ୍ୟରେ ଆସୁରୀ ବା ଦୈବୀ ସମ୍ପିର ବିକାଶ ହୁଏ । ଏହି ଜ୍ଞାନ ଅଭାବରେ ଆସୁରୀ ସମ୍ପିର ବୃଦ୍ଧି ହୁଏ । ସଂପ୍ରତି କଳିଯୁଗୀୟ ତମୋଗୁଣୀ ଦୁନିଆରେ ମନୁଷ୍ୟ ସତ୍ ଜ୍ଞାନ ଅଭାବରେ ସତ୍ ମାର୍ଗରେ ପ୍ରବୃ ଓ ଅସତ୍ ମାର୍ଗରୁ ନିବୃ ହୋଇ ପାରୁ ନାହିଁ । ବିଭିନ୍ନ ଧର୍ମ ସମ୍ପ୍ରଦାୟମାନଙ୍କ ମଧ୍ୟରେ ପ୍ରଚଳିତ ଧାର୍ମିକ ସିଦ୍ଧାନ୍ତଗୁଡିକ ପରସ୍ପର ବିରୋଧୀ ହୋଇଥିବାରୁ ମନୁଷ୍ୟ କେଉଁଟିକୁ ସତ୍ୟ ସ୍ୱୀକାର କରି ଅବଲମ୍ବନ କରିବ ସେ ବିଷୟରେ ସ୍ଥିର ନିଶ୍ଚିତ ହୋଇପାରେ ନାହିଁ । ସଂଶୟ ବୁଦ୍ଧି ହେତୁ ସେ ଅସତ୍ ମାର୍ଗରେ ପରିଚାଳିତ ହୁଏ । ସେଥିପାଇଁ କଥିତ ଅଛି ""ନିଶ୍ଚୟ ବୁଦ୍ଧି ବିଜୟନ୍ତି, ସଂଶୟ ବୁଦ୍ଧି ବିନଶ୍ୟନ୍ତି ।ା'' ଅନେକ ଶାସ୍ତ୍ର ପୁରାଣ ପଢ଼ି, ଶୁଣି ବା ମେଧା ଦ୍ୱାରା ପରମାତ୍ମାଙ୍କୁ ଜାଣି ହୁଏ ନାହିଁ । ""ନାୟମାତ୍ମା ପ୍ରବଚନେନ ଲଭ୍ୟ ନ ମେଧୟା ନ ବହୁଧା ଶ୍ରୁତେନ... ''(କଠୋପନିଷଦ) । ଶାସ୍ତ୍ରାଧ୍ୟୟନ ଓ ପ୍ରବଚନ ଶୁଣିବା ଦ୍ୱାରା ମଣିଷ ଧର୍ମ ଓ ଅଧର୍ମ ବିଷୟରେ ସାଧାରଣ ଜ୍ଞାନ (ଏରଦ୍ଭରକ୍ସବକ୍ଷ କଦ୍ଭକ୍ଟଙ୍ଗକ୍ଷରୟଶର) ଆହରଣ କରେ । କିନ୍ତୁ ତାହା ତାକୁ ଧର୍ମରେ ପ୍ରବୃ ଓ ଅଧର୍ମରୁ ନିବୃି କରିପାରେ ନାହିଁ । ମହାଭାରତରେ ଦୁର୍ଯେ୍ୟାଧନ ଏକ ପ୍ରସଙ୍ଗରେ ପିତାମହ ଭୀଷ୍ମଙ୍କୁ କହୁଛନ୍ତି : ""ଜାନାମି ଧର୍ମ ନ ଚ ମେ ପ୍ରବୃି । ଜାନାମି ଅଧର୍ମ ନ ଚ ମେ ନିବୃି ।'' କେବଳ କୌଣସି ବିଷୟରେ ଜାଣିବାକୁ ଯଥାର୍ଥ ଜ୍ଞାନ କୁହାଯାଇ ନ ପାରେ । ମନୁଷ୍ୟର ଜ୍ଞାନୋଦୟ ହେଲେ ତାହା ତା'ର ସ୍ୱଭାବ, ବ୍ୟବହାର ଓ ଆଚରଣରେ ପ୍ରକଟିତ ହୁଏ  । ଆସୁରୀ ସମ୍ପିଯୁକ୍ତ ବ୍ୟକ୍ତି ପଢ଼ି ଶୁଣି କିଛି ଜାଣିଥାନ୍ତି, କିନ୍ତୁ ସେହି ଜ୍ଞାନ ଦରକାର ବେଳେ ତାଙ୍କ କାମରେ ଆସେ ନାହିଁ । ପୁସ୍ତକରେ ଥିବା ଜ୍ଞାନ ଓ ପର ହାତର ଧନ ମନୁଷ୍ୟର ଦରକାର ବେଳେ କୌଣସି କାମରେ ଆସେ ନାହିଁ । ସେପରି ଜ୍ଞାନ ବା ଧନ ଥାଇ କି ଲାଭ ?"" ପୁସ୍ତକସ୍ତାତୁ ବିଦ୍ୟା ପରହସ୍ତଗତ ଧନ, କାର୍ଯ୍ୟକାଳ ସମୁପôନ୍ନେ ନ ସା ବିଦ୍ୟା ନ ତତ୍ ଧନଂ ।''

ସେମାନଙ୍କଠାରେ ଶୌଚ, ଆଚାର ଓ ସତ୍ୟ ନ ଥାଏ : ବାହ୍ୟ ଓ ଆଭ୍ୟନ୍ତରୀଣ ପବିତ୍ରତାକୁ ଶୌଚ କୁହାଯାଏ ।ଏହି ବିଷୟରେ ତ୍ରୟୋଦଶ ଅଧ୍ୟାୟର ସପ୍ତମ ଶ୍ଳୋକରେ ସବିସ୍ତାର ବର୍ଣ୍ଣନା କରାଯାଇଛି । ପବିତ୍ରତା ସମ୍ପନ୍ନ ଉମ କ୍ରିୟାଗୁଡିକୁ "ଆଚାର' କୁହାଯାଏ । ନିଷ୍କପଟ ହିତକାରୀ, ବିନୟପୂର୍ଣ୍ଣ ଯଥାର୍ଥ ଭାଷଣ(କଥନୀ)କୁ "ସତ୍ୟ' କୁହାଯାଏ । ଆଲୋଚ୍ୟ ଅଧ୍ୟାୟର ଦ୍ୱିତୀୟ ଶ୍ଳୋକରେ ଏହା ଉପରେ ସବିସ୍ତାର ଆଲୋଚନା କରାଯାଇଛି । ସାରାଂଶରେ କହିବାକୁ ଗଲେ ଆସୁରୀ ସ୍ୱଭାବସମ୍ପନ୍ନ ବ୍ୟକ୍ତିମାନଙ୍କର ଉଭୟ ବାହ୍ୟ ଶୁଦ୍ଧି ଓ ଅନ୍ତଃଶୁଦ୍ଧି ନ ଥାଏ  । ସେମାନେ କାହା ସହିତ କିପରି ଆଚରଣ କରିବା କଥା ତାହା ଜାଣନ୍ତି ନାହିଁ; ଜାଣିଥିଲେ ମଧ୍ୟ ପାଳନ କରନ୍ତି ନାହିଁ । ସେମାନେ ସତ୍ୟର ଉପଲବ୍ଧି କରିପାରନ୍ତି ନାହିଁ । ତେଣୁ ସେମାନେ ଅସତ ମାର୍ଗରେ ପରିଚାଳିତ ହୋଇ ପାପକାର୍ଯ୍ୟରେ ଲିପ୍ତ ରହନ୍ତି ।

ସଂସାର ବିଷୟରେ ସେମାନଙ୍କ କଳ୍ପନା ଅବାସ୍ତବ : ଆସୁରୀ ସ୍ୱଭାବଯୁକ୍ତ ମନୁଷ୍ୟମାନେ ସଂସାରକୁ ସ୍ୱପ୍ନବତ୍, ଅଳୀକ ଓ ଅସତ୍ୟ ମନେ କରନ୍ତି । ସେମାନେ ସଂସାରକୁ ମରୀଚିକା ସହିତ ତୁଳନା କରନ୍ତି । ସେମାନଙ୍କ ମତରେ ସଂସାର ଜଳସ୍ଫୋଟକ (ପାଣିଫୋଟକା) ସଦୃଶ ଏବଂ ଏହା କୌଣସି ଐଶ୍ୱରିକ ନିୟମ ଦ୍ୱାରା ପରିଚାଳିତ ନୁହେଁ । ଜଗତ ନିରାଧାର ଅଟେ । ଆତ୍ମା ଓ ପରମାତ୍ମା ଏ ଉଭୟର କୌଣସି ଅସ୍ତିତ୍ୱ ନାହିଁ । ଏହା ଧର୍ମ ଭୀରୁମାନଙ୍କର ଦାର୍ଶନିକ ପରିକଳ୍ପନା ମାତ୍ର । ସତ୍ୟ, ଶାନ୍ତି, ଦୟା, କ୍ଷମା, ପରୋପକାର ଆଦି ସଦାଚାର ପାଳନ ଓ ଯଜ୍ଞ, ଦାନ, ତପ, ଧ୍ୟାନ, ସ୍ୱଧ୍ୟାୟ ପୂଜା, ଉପାସନା ଆଦି ସତ୍କର୍ମକୁ ସେମାନେ ପ୍ରବନା (ଭଣ୍ଡାମି) ମନେ କରନ୍ତି । ସେମାନଙ୍କର ମତରେ ସ୍ତ୍ରୀ ଓ ପୁରୁଷଙ୍କ ସଂଯୋଗରେହିଁ ସଂସାର ଆପଣାଛାଏଁ ସୃଷ୍ଟି ହୋଇଛି । ଏଥିରେ ପରମାତ୍ମାଙ୍କ କୌଣସି ଭୂମିକା ନାହିଁ । ସଂସାରରେ ଆତ୍ମା ବୋଲି କିଛି ନାହିଁ । ତେଣୁ ମୃତୁ୍ୟପୋରାନ୍ତ ଜୀବନକୁ ସେମାନେ ବିଶ୍ୱାସ କରନ୍ତି ନାହିଁ । ଶରୀର ମୃତ ହେଲେ ତାକୁ ପୋଡି ଦିଆଯାଏ । ଏହି ଭସ୍ମୀଭୂତ ଶରୀର କିପରି ପୁନର୍ଜନ୍ମ ନେବ ବୋଲି ସେମାନେ ପ୍ରଶ୍ନ କରନ୍ତି । ""ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ ?'' ଏଣୁ କାମ ହିଁ ସୃଷ୍ଟିର କାରଣ  । ଏହା ବ୍ୟତୀତ ଏହାର ଆଉ କୌଣସି ପ୍ରୟୋଜନ ନାହିଁ । ଅର୍ଥାତ କାମପୋଭୋଗ ଦ୍ୱାରା ସୁଖ ପ୍ରାପ୍ତି ହେଉଛି ଜୀବନର ଏକମାତ୍ର ପ୍ରୟୋଜନ । 

ସେହି ନଷ୍ଟାତ୍ମା, ସ୍ୱଳ୍ପବୁଦ୍ଧି ସମ୍ପନ୍ନ, ଉଗ୍ରପନ୍ଥୀ ଓ ମାନବତାର ଶତ୍ରୁଗଣ ଜଗତର ବିନାଶକର୍ା ଅଟନ୍ତି : ନଷ୍ଟାତ୍ମାର ଅର୍ଥ ଯିଏ ଆତ୍ମାର ସାକୁ ସ୍ୱୀକାର କରେ ନାହିଁ; ଯିଏ ଦେହ ସର୍ବସ୍ୱ, ଭୌତିକବାଦୀ, ଚରିତ୍ରହୀନ, ଭ୍ରଷ୍ଟାଚାରୀ ଓ ସତ୍କର୍ମର ପରିପନ୍ଥୀ । ସ୍ୱଳ୍ପ ବୁଦ୍ଧି ପରମାର୍ଥôକ ବିଷୟଗୁଡିକୁ ଗ୍ରହଣ କରିପାରେ ନାହିଁ । କିନ୍ତୁ ଭୌତିକ ବିଷୟରେ ତାଙ୍କ ବୁଦ୍ଧି ଅତ୍ୟନ୍ତ ପ୍ରଖର ଥାଏ । ଧର୍ମ ଅଧର୍ମ ପାପ ପୁଣ୍ୟ, ସତ୍ୟ, ଅସତ୍ୟ ଆଦି ବିଷୟରେ ସେମାନେ କିଛି ବୁଝି ପାରନ୍ତି ନାହିଁ । ତେଣୁ ସେମାନଙ୍କ କର୍ମରେ ଉଗ୍ରତା ପରିଲକ୍ଷିତ ହୁଏ । ଅନ୍ୟମାନଙ୍କୁ ହତ୍ୟାକରିବା, ଅନ୍ୟର ଘର ପୋଡିଦେବା, ପରସ୍ତ୍ରୀକୁ ହରଣ କରିବା, ଅନ୍ୟର ସମ୍ପି ଲୁଣ୍ଠନ କରିବା ଭଳି ଭୟାନକ କର୍ମ କରିବାକୁ ମଧ୍ୟ ସେମାନେ ପଶ୍ଚାତପଦ ହୁଅନ୍ତି ନାହିଁ । ଏହିପରି ବ୍ୟକ୍ତି ମାନବତାର ଶତ୍ରୁ ରୂପେ ପରିଗଣିତ ହୁଅନ୍ତି  । ଅନ୍ୟମାନଙ୍କର ଅନିଷ୍ଟରେ ସେମାନଙ୍କର ଇଷ୍ଟ । ସେମାନଙ୍କର ସମସ୍ତ ଶକ୍ତି ଓ ସାମର୍ଥ୍ୟ ଜଗତର ବିନାଶ ପାଇଁ ଉଦ୍ଧିଷ୍ଟ । ସେମାନଙ୍କର ଶକ୍ତି ଅନ୍ୟକୁ ପଦ ଦଳିତ କରିବା ପାଇଁ, ଐଶ୍ୱର୍ଯ୍ୟ ବିଷୟ ଭୋଗ ଓ ହିଂସାତ୍ମକ କାର୍ଯ୍ୟକଳାପରେ, ପଦାଧିକାର ଶୋଷଣ ଓ ଅର୍ଥ ତୋଷାରପାତରେ ଓ ସାମର୍ଥ୍ୟ ଅନ୍ୟର ଅନିଷ୍ଟ କରିବାରେ ବିନିଯୋଗ ହୁଏ ।

ସେମାନେ ଦୁଷ୍ପୂରଣୀୟ କାମନାର ଅଶ୍ରୟ ନିଅନ୍ତି : ଭୋଗରେ ତୃପ୍ତି ନ ଥାଏ । କାମନାର ଅନ୍ତ ନାହିଁ । ମଣିଷ ଯେତିକି ବିଷୟ ଭୋଗରେ ପ୍ରବୃ ହେଉଥାଏ ସେତିକି ତା'ର କାମନା ଦ୍ୱିଗୁଣିତ ହେଉଥାଏ । କାମନା ରୂପକ ଅଗ୍ନିରେ ବିଷୟଭୋଗ ଘୃତ ତୁଲ୍ୟ କାମ କରେ । ବୃଦ୍ଧାବସ୍ଥାରେ ଇନ୍ଦି୍ରୟ ଶିଥିଳତା ହେତୁ ସେ ବିଷୟ ଭୋଗ କରିପାରେ ନାହିଁ । କିନ୍ତୁ ଭୋଗେଚ୍ଛା ବୃଦ୍ଧି ପାଏ । ମଣିଷ ମନର ଅନନ୍ତ କାମନା ଜନ୍ମଜନ୍ମାନ୍ତର ଅପୂରଣୀୟ ରହିଥାଏ । ଆସୁରୀ ସ୍ୱଭାବଯୁକ୍ତ ବ୍ୟକ୍ତି ଏହି ଦୁଷ୍ପୂରଣୀୟ କାମନାର ଆଶ୍ରୟ ନେଇ ଜୀବନ ଧାରଣ କରନ୍ତି ।

ସେମାନେ ଦମ୍ଭ, ମାନ ଓ ମଦରେ ସମନ୍ୱିତ ଅଟନ୍ତି : ନିଜ ପାଖରେ କୌଣିସି ଯୋଗ୍ୟତା ବା ପ୍ରତିଭା ନ ଥାଇ ମଧ୍ୟ ନିଜ ସ୍ୱାର୍ଥ ପାଇଁ ନିଜକୁ ଯୋଗ୍ୟ, ଶ୍ରେଷ୍ଠ, ପ୍ରତିଭାବାନ ପ୍ରଦର୍ଶନ କରିବାର ନାମ "ଦମ୍ଭ' । ପ୍ରାରବ୍ଧବଶତଃ ବା ପୁରୁଷାର୍ଥ ଦ୍ୱାରା ପ୍ରାପ୍ତ ପଦ, ମର୍ଯ୍ୟାଦା, ପ୍ରତିଷ୍ଠା ହେତୁ ମନରେ ଶ୍ରେଷ୍ଠତାର ଅଭିମାନ ପୋଷଣ କରିବାକୁ "ମାନ' କୁହାଯାଏ । ରୂପ, ଗୁଣ, ଆଭିଜାତ୍ୟ, ପ୍ରତିଷ୍ଠା ,ପଦମର୍ଯ୍ୟାଦା, ଲୋକପ୍ରିୟତା, ବିଦ୍ୟା, ବୁଦ୍ଧି, ଧନ ପୁତ୍ର ସନ୍ତାନ ଆଦିର ଉନ୍ମାଦନାରେ ଉନ୍ମ ହେବାର ଭାବକୁ "ମଦ' କୁହାଯାଏ । ଆସୁରୀ ସ୍ୱଭାବଯୁକ୍ତ ମଣିଷ ଉପରୋକ୍ତ ଦମ୍ଭ, ମାନ ଓ ମଦରେ ସମନ୍ୱିତ ହୋଇଥାଆନ୍ତି ।

ସେମାନେ ଅଜ୍ଞାନତାବଶତଃ ଅସଦାଚାରୀ ଓ ଦୁରାଗ୍ରହୀ ହୁଅନ୍ତି : ଏଥି ପୂର୍ବରୁ ଆସୁରୀ ସ୍ୱଭାବଯୁକ୍ତ ବ୍ୟକ୍ତିମାନଙ୍କୁ ସ୍ୱଳ୍ପବୁଦ୍ଧି ସମ୍ପନ୍ନ ବୋଲି କୁହାଯାଇଛି । କାରଣ ସେମାନଙ୍କ ବୁଦ୍ଧି ଈଶ୍ୱରୀୟ ଜ୍ଞାନ ଗ୍ରହଣ କରିପାରେ ନାହିଁ । ସେମାନେ ନିଜକୁ ସୁହାଉଥିବା ଓ ନିଜର ସ୍ୱାର୍ଥ ସିଦ୍ଧିରେ ସହାୟକ ହେଉଥିବା ଈଶ୍ୱରୀୟ ଜ୍ଞାନ ଓ ପରମାର୍ଥିକ ବିଷୟର ପରିପନ୍ଥୀ ଅବାସ୍ତବ ଓ କାଳ୍ପନିକ ସିଦ୍ଧାନ୍ତଗୁଡିକୁ ହଠପୂର୍ବକ ଅନୁସରଣ କରନ୍ତି । ସେମାନଙ୍କର ଆଧ୍ୟାତ୍ମିକ ମୂଲ୍ୟବୋଧ ନ ଥାଏ । ସେମାନେ ଧର୍ମ ପରାୟଣ, ଚରିତ୍ରବାନ, ସତ୍ୟବାଦୀ ଓ ଆଦର୍ଶବାନ ଲୋକମାନଙ୍କୁ ବ୍ୟଙ୍ଗ ବିଦ୍ରୁପ ଏବଂ ଉପହାସ କରନ୍ତି । ସେମାନେ ମାନ, ସମ୍ମାନ, ସ୍ୱାର୍ଥ ପୂିର୍ର୍ ବା ଜୀବିକା ନିର୍ବାହ ପାଇଁ ଛଦ୍ମ ସାଧୁବେଶ ଧାରଣ ପୂର୍ବକ ଧାର୍ମିକ ଗ୍ରନ୍ଥଗୁଡିକର କାଳ୍ପନିକ ବା ଅବାସ୍ତବ ବ୍ୟାଖ୍ୟା କରି ଧର୍ମ ବିଶ୍ୱାସୀ ଜନସାଧାଣଙ୍କୁ ଶୋଷଣ କରନ୍ତି । ସେମାନେ ଈଶ୍ୱରଙ୍କ ବିଷୟରେ ନାନାପ୍ରକାର ମତ ମତାନ୍ତର ସୃଷ୍ଟି କରି ଲୋକଙ୍କୁ ଈଶ୍ୱର ବିମୁଖ କରାନ୍ତି । କେହିକେହି ଅଜ୍ଞାନତାବଶତଃ ନିଜକୁ ଈଶ୍ୱରଙ୍କ ଅବତାର ବା ପ୍ରତିନିଧି ରୂପରେ ଘୋଷଣା କରି ପ୍ରଚାର କରନ୍ତି । ଏହିପରି ବ୍ୟକ୍ତି ସୃଷ୍ଟିରେ ଧର୍ମ ଗ୍ଳାନିର କାରଣ ହୁଅନ୍ତି ।

ସେମାନେ ବିନାଶ ପର୍ଯ୍ୟନ୍ତ ଅସଂଖ୍ୟ ଚିନ୍ତାକୁ ଆଶ୍ରୟ କରିଥାନ୍ତି : ଆସୁରୀ ବୁଦ୍ଧିଯୁକ୍ତ ମନୁଷ୍ୟମାନେ ହେହ ସର୍ବସ୍ୱ ହୋଇଥିବାରୁ ସେମାନଙ୍କ ମନ ଅସଂଖ୍ୟ ସାଂସାରିକ ଚିନ୍ତାର ଗନ୍ତାଘର ପାଲଟି ଯାଏ । ସେମାନେ ଦୁଷ୍ପୂରଣୀୟ କାମନାର ଆଶ୍ରିତ ହୋଇଥିବାରୁ ସେମାନଙ୍କ ମନରେ ଥିବା ଅସଂଖ୍ୟ ଚିନ୍ତା ମୃତୁ୍ୟ ପର୍ଯ୍ୟନ୍ତ ଶେଷ ହୁଏ ନାହିଁ । ସେହି ଅବଶେଷ ଚିନ୍ତା ପା୍ରରବ୍ଧ ରୂପରେ ପରଜନ୍ମରେ ପଲ୍ଲବିତ ହୋଇ ଆହୁରି ବିସ୍ତାର ଲାଭ କରେ ।ଏହି ପରି ମହାବିନାଶ ପର୍ଯ୍ୟନ୍ତ ସେମାନେ ଅପରିମେୟ ଚିନ୍ତାକୁ ଧାରଣ କରି ସୃଷ୍ଟିରେ ଆତଜାତ ହେଉଥାନ୍ତି ।

ସେମାନେ କାମୋପଭୋଗପରାୟଣ ହୋଇଥାନ୍ତି : ଆସୁରୀ ସ୍ୱଭାବ ସମ୍ପନ୍ନ ମନୁଷ୍ୟମାନେ ଦୁଷ୍ପୂରଣୀୟ କାମନା ଓ ଅପରିମେୟ ଚିନ୍ତାର ଆଶ୍ରିତ ଥିବାରୁ କାମୋପଭୋଗକୁ ସବୁକିଛି ବୋଲି ମନେ କରନ୍ତି । ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର ଭୋଗ ସାମଗ୍ରୀ ସଂଗ୍ରହରେ ବ୍ୟସ୍ତ ରହନ୍ତି । ଏଥିପାଇଁ ଦରକାର ଧନ । କିପରି ଭାବରେ ଅଧିକରୁ ଅଧିକ ଧନ ଲାଭ ହେବ ସେହି ଚିନ୍ତା ସବୁବେଳେ ତାଙ୍କ ମନକୁ ଘାରୁଥାଏ । ସେମାନଙ୍କ ଦୃଢ଼ ଧାରଣା ଥାଏ ଯେ ଧନ ଦ୍ୱାରା ସବୁକିଛି ପ୍ରାପ୍ତ ହୋଇପାରେ । ତେଣୁ ଧନ ବ୍ୟତୀତ ଆଉ କିଛି ନାହିଁ ବୋଲି ସେମାନେ ଭାବନ୍ତି । ନାନ୍ୟଦସ୍ତୀତି ବାଦିନଃ ।ା୨/୪୨ ।ା

ସେମାନେ ଅସଂଖ୍ୟ ଆଶାର ଫାଶରେ ବାନ୍ଧି ହୋଇ ରହିଥାନ୍ତି : ଶିକାରୀ ଶିକାର ଧରିବା ପାଇଁ ଦଉଡି ନିର୍ମିତ ଏକ ପ୍ରକାର ଫାଶ ବିଛାଇ ଥାଏ ।ଏଥିରେ ପତିତ ପ୍ରାଣୀ ଯେତିକି ଯେତିକି ମୁକୁଳିବାକୁ ଚେଷ୍ଟା କରେ ସେତିକି ସେ ବାନ୍ଧି ହେଉଥାଏ । ଆସୁରୀ ସ୍ୱଭାବଯୁକ୍ତ ବିଷୟାନୁରାଗୀ ବ୍ୟକ୍ତିମାନଙ୍କ ପାଇଁ ଆଶା ମଧ୍ୟ ଏହିଭଳି ଏକ ଫାଶ ସଦୃଶ । କାମନାର ପୂିର୍ ପାଇଁ ସେମାନେ ବିଭିନ୍ନ ପ୍ରକାରର ଆଶା ମନରେ ପୋଷଣ କରିଥାନ୍ତି । ସେମାନଙ୍କ ପାଖେରେ ଜୀବନ ନିର୍ବାହ ପାଇଁ ଯଥେଷ୍ଟ ସମ୍ପି ଥିଲେ ମଧ୍ୟ ଆହୁରି ଅଧିକ ପାଇବା ଆଶାରେ ନୂଆ ନୂଆ କାମ ଆରମ୍ଭ କରନ୍ତି । ରାତାରାତି ଧନୀ ହୋଇଯିବା ଆଶାରେ ସେମାନେ ଜୁଆ, ଚୋରୀ, ଲା, କଳାବଜାର, ମାଦକଦ୍ରବ୍ୟ କାରବାର ଆଦି ଅସାଧୁ ଉପାୟ ଅବଲମ୍ବନ କରି ଧନ ସଂଗ୍ରହ କରନ୍ତି । ସଂପ୍ରତି କଳିଯୁଗରେ ତମୋଗୁଣର ପ୍ରାଧାନ୍ୟ ହେତୁ ପ୍ରତ୍ୟେକ ସ୍ତରର ବ୍ୟକ୍ତି ଆଶା ଜାଲରେ ବାନ୍ଧି ହୋଇ ଛଟପଟ ହେଉଛନ୍ତି । ସରକାରୀ କର୍ମଚାରୀମାନେ ସେମାନଙ୍କ ସେବାର ପ୍ରତିବଦଳରେ ସରକାରଙ୍କଠାରୁ ଦରମା ପାଉଥିଲେ ମଧ୍ୟ ଲୋକଙ୍କଠାରୁ ଉପୁରି (ଲା) ଆଶା କରନ୍ତି । ଗୁରୁମାନେ ଲୋଭ ବଶତଃ ଦକ୍ଷିଣା ନାମରେ ଶିଷ୍ୟମାନଙ୍କଠାରୁ ଆବଶ୍ୟକତାରୁ ଅଧିକ ଅର୍ଥ ଯାଚନା କରନ୍ତି; ବ୍ରାହ୍ମଣ ମାନେ ଯଜମାନଠାରୁ ଅଧିକ ପାଉଣା ପାଇବାର ଆଶା କରନ୍ତି; ଭୋଗୀମାନେ ଅଧିକରୁ ଅଧିକ ଭୋଗ ପାଇଁ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରନ୍ତି ଏବଂ କାମୀଗଣ କାମଭୋଗପାଇଁ ଚିରଯୌବନ ଆଶା କରନ୍ତି ।ଏହିପରି ଅସଂଖ୍ୟ ଆଶା ରୂପକ ଫାଶରେ ଆବଦ୍ଧ ବ୍ୟକ୍ତିମାନଙ୍କର ମନ ଇତଃସ୍ତତ ହେଉଥାଏ । ସେମାନେ କୌଣସି ସ୍ଥାନରେ ଥୟ ହୋଇ ରହିପାରନ୍ତି ନାହିଁ । ବହୁବିଦ ଆଶା ଶେଷରେ ସେମାନଙ୍କ ପାଇଁ କାଳପାଶ ହୁଏ ।

ସେମାନେ କାମ କ୍ରୋଧ ପରାୟଣ ହୁଅନ୍ତି : 

ଦୈବୀ ସମ୍ପି ସମ୍ପନ୍ନ ବ୍ୟକ୍ତିଗଣ ଈଶ୍ୱରପରାୟଣ ଅଟନ୍ତି । ସେଥିପାଇଁ ସେମାନେ ସତ୍କର୍ମ, ସଦ୍ବିଚାର ଓ ସତ୍ମାର୍ଗର ଅବଲମ୍ବନ କରନ୍ତି । କିନ୍ତୁ, ଆସୁରୀ ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ଈଶ୍ୱରଙ୍କ ଅସ୍ତିତ୍ୱକୁ ମାନନ୍ତି ନାହିଁ । ସେମାନଙ୍କ ମତରେ କାମ ହେଉଛି ସୃଷ୍ଟିର ମୂଳ କାରଣ । କାମ ବିନା ସଂସାର ଅସାର ବୋଲି ସେମାନେ ମନେ କରନ୍ତି । ଯେଉଁଠି ବ୍ୟକ୍ତି ସମ୍ପୂର୍ଣ୍ଣଭାବରେ କାମାଶ୍ରିତ ସେଇଠି କ୍ରୋଧ ନିଶ୍ଚୟ ଉପସ୍ଥିତ । କାମ ଓ କ୍ରୋଧ ଉଭୟେ ଛାୟା ଓ କାୟା ପରି ପରସ୍ପରକୁ ଅନୁଧାବନ କରନ୍ତି । କାମୀଗଣ ସେମାନଙ୍କ କାମନା ପୂର୍ି ପାଇଁ କ୍ରୋଧକୁ ଶ୍ରେଷ୍ଠ ଅବଲମ୍ବନ ମନେ କରନ୍ତି । ସେମାନେ ଭାବନ୍ତି ଯେ କ୍ରୋଧ ନ କଲେ ଲୋକେ ସେମାନଙ୍କୁ ଭୟ କରିବେ ନାହିଁ । ନିଜର ବର୍ଚସ୍ୱ ବଜାୟ ରଖିବାକୁ ହେଲେ କ୍ରୋଧ ଏକମାତ୍ର ଅବଲମ୍ବନ ବୋଲି ସେମାନଙ୍କର ଧାରଣା ଥାଏ । ସେମାନଙ୍କ ଅନୁସାରେ କ୍ରୋଧ ହେଉଛି ବଳବାନ ବ୍ୟକ୍ତିର ପରିଚାୟକ । ଏହିପରି ଅବାନ୍ତର ଚିନ୍ତାଧାରା ସେମାନଙ୍କୁ କାମକ୍ରୋଧ ପରାୟଣ କରାଏ ।

ବିଷୟଭୋଗ ପାଇଁ ସେମାନେ ଅନ୍ୟାୟପୂର୍ବକ ଧନ ସଂଗ୍ରହ କରନ୍ତି : ପୂର୍ବରୁ କୁହାଯାଇଛି ଯେ ଆସୁରୀ ସ୍ୱଭାବଯୁକ୍ତ ମନୁଷ୍ୟମାନେ କାମୀ ଓ ଭୋଗୀ । କାମନାର ପୂର୍ି ଓ ଭୋଗ ସାମଗ୍ରୀର ସଂଗ୍ରହପାଇଁ ଧନ ଆବଶ୍ୟକ । ସାଧାରଣତଃ ଦେଖାଯାଏ ଯେ ବିନା ପରିଶ୍ରମ ଓ ଅସତ୍ ଉପାୟରେ ଅର୍ଜିତ ଧନକୁ ମଣିଷ ବିଳାସ ବ୍ୟସନ ଓ ଅସତ୍ କର୍ମରେ ଆଖି ବୁଜି ଖର୍ଚ୍ଚ କରେ । ଏପରି ଧନକୁ ଯଦି କିଏ ଦାନ, ପୁଣ୍ୟ ବା ସତ୍ କର୍ମରେ ବିନିଯୋଗ କରେ ସେଥିରେ ପରମାର୍ଥିକ ଭାବ ଅପେକ୍ଷା ସ୍ୱାର୍ଥ ଭାବ ଅଧିକ ଥାଏ । ସ୍ୱାର୍ଥ ପରାୟଣତା କାମୀ ଓ ଭୋଗୀ ମଣିଷକୁ ଅନ୍ୟାୟ ଉପାୟରେ ଧନ ଅର୍ଜନ ବା ସମ୍ପି ସଂଗ୍ରହ କରିବାକୁ ପ୍ରେରିତ କରିଥାଏ । ବର୍ମାନ କଳିଯୁଗରେ ତମୋଗୁଣର ପ୍ରବଳତା ହେତୁ ମଣିଷ ମଧ୍ୟରେ ଦୈବୀ ସମ୍ପଦର ହ୍ରାସ ଓ ଆସୁରୀ ସମ୍ପଦର ବୃଦ୍ଧି ହେବାକୁ ଲାଗିଛି । ଏଥିପାଇଁ ସମାଜରେ ଚୋରୀ, ଡକାୟତି, ହତ୍ୟା, ଲୁଣ୍ଠନ, ଟିକସ ଫାଙ୍କି, ସରକାରୀ ଅର୍ଥ ତୋଷାରପାତ, ଜୁଆ ଖେଳ ସାଧାରଣ ଘଟଣା ହୋଇଗଲାଣି । 

ସେମାନେ ଗୋଟିକପରେ ଗୋଟିଏ ମନୋବା‚ା ପୂରଣରେ ବ୍ୟସ୍ତ ଥାଆନ୍ତି : 

ଦୈବୀ ସମ୍ପି ସମ୍ପନ୍ନ ବ୍ୟକ୍ତିମାନେ ସତ୍ ଓ ସ୍ୱାଭାବିକ ଭାବରେ ଅର୍ଜିତ ଧନରେ ସନ୍ତୁଷ୍ଟ ଥାଆନ୍ତି । ସେମାନେ ଲୋଭ ବଶତଃ ନୂଆ ନୂଆ କର୍ମର ପ୍ରାରମ୍ଭ କରନ୍ତି ନାହିଁ । କିନ୍ତୁ ଆସୁରୀ ସ୍ୱଭାବଯୁକ୍ତ ମନୁଷ୍ୟମାନେ ଏହାର ବିପରୀତ ଆଚରଣ କରନ୍ତି । ସେମାନଙ୍କ ଅଭାବର ତାଲିକା ପୂରଣ ହୁଏ ନାହିଁ । ଗୋଟିଏ ଅଭାବ ପୂରଣ ହେଲେ ସେମାନେ ଆଉ ଗୋଟିଏ ପାଇଁ ମନୋବା‚ା କରନ୍ତି । ଏହିପରି ସେମାନଙ୍କ ମନୋବା‚ାର କେବେ ଅନ୍ତ ହୁଏ ନାହିଁ । “ଆଜି ଏହା ପାଇଲି, ତାପରେ ଅମୁକ ପାଇବି, ମୁଁ ଏତିକି ଧନବାନ, ଅମୁକ ଅମୁକ କାର୍ଯ୍ୟ କଲେ ମୋର ଆହୁରି ଧନ ବଢ଼ିବ, ଅମୁକ ବ୍ୟକ୍ତି ମୋର ବିରୋଧୀ ଥିଲା, ତାକୁ ମୁଁ ମାରି ଦେଲି, ଅନ୍ୟ ଯେଉଁମାନେ ମୋ ସହିତ ଶତ୍ରୁତା କରିବେ ବା ମୋର ବିରୁଦ୍ଧରେ ଯିବେ ସେମାନଙ୍କୁ ମଧ୍ୟ ମୁଁ ମାରିଦେବି । ସଂସାରରେ ମୋଠାରୁ ଶ୍ରେଷ୍ଠ କିଏ ? ମୁଁ ସର୍ବ ସମର୍ଥ । ତେଣୁ ମୁଁ ହିଁ ଈଶ୍ୱର । ମୋ ପାଖରେ କ'ଣ ନାହିଁ ? ମୁଁ ଅକଳନ୍ତି ଭୋଗ୍ୟବସ୍ତୁ ଓ ଐଶ୍ୱର୍ଯ୍ୟର ସ୍ୱାମୀ । ଜୀବନରେ ବିଫଳତା କ'ଣ ମୁଁ ଜାଣେ ନାହିଁ । ସଫଳତା ସର୍ବଦା ମୋର ପଦ ଚୁମ୍ବନ କରେ । ମୁଁ ତ୍ରିକାଳଜ୍ଞ, ମୋତେ କିଛି ଅଜଣା ନାହିଁ । ଶକ୍ତି ସାମର୍ଥ୍ୟରେ ମୋର କେହି ସମକକ୍ଷ ହୋଇ ପାରିବେ ନାହିଁ । ସମସ୍ତେ ମୋର ଜୟଜୟକାର କରନ୍ତି । ମୋ ପାଖରେ ସମସ୍ତ ସୁଖର ସାଧନ ବିଦ୍ୟମାନ । ମୁଁ ପରମ ସୁଖୀ । ମୁଁ ପରମ ବୈଭବଶାଳୀ । ମୋର ସେବା ଓ ଆଦେଶ ପାଳନ ପାଇଁ ଲୋକେ ସଦା ତପôର ଥାଆନ୍ତି । ସେମାନେ ମୋର ପରିଜନ । ମୋର ସମକକ୍ଷ ଆଉ କିଏ ଅଛି ? ମୁଁ ଯଜ୍ଞ କରିବି, ଦାନ କରିବି, ମଉଜ ମଜଲିସ କରିବି ।'' ଆସୁରୀ ସ୍ୱଭାବଯୁକ୍ତ ମନୁଷ୍ୟମାନେଏହିପରି ଅଜ୍ଞାନରେ ବିମୋହିତ ହୋଇ ନାନାବିଧ ମନୋରଥ ପୋଷଣ କରିଥାନ୍ତି ।ଏହା ସେମାନଙ୍କ ଚି ବିଭ୍ରମତାର କାରଣ ହୁଏ । ସେମାନେ ସାଂସାରିକ ମୋହ ଜାଲରେ ଆବଦ୍ଧ ହୋଇ ବିଷୟ ଭୋଗ ପ୍ରତି ଅତ୍ୟନ୍ତ ଆସକ୍ତ ହୋଇ ପଡନ୍ତି । ଏହା ସେମାନଙ୍କ ପାଇଁ ନରକ ବା ଅଧଃପତନର କାରଣ ହୁଏ ।

ଜ୍ଞାନ ଓ ଯୋଗଯୁକ୍ତ ଭାବରେ ଲୋକ କଲ୍ୟାଣ ପାଇଁ ଯେଉଁ ସବୁ କର୍ମ କରାଯାଏ ତାକୁ "ଯଜ୍ଞ' ବୋଲି ଗୀତା ପରିଭାଷିତ କରିଛି । ଯେଉଁମାନେ ବିନୟୀ, ସଦାଚାରୀ, ଦୟାଶୀଳ, ଦାନଶୀଳ, ଗୁଣବାନ, ନିରହଙ୍କାରୀ, ନିର୍ମୋହୀ ଆଦି ଦୈବୀ ଗୁଣରେ ବିଭୂଷିତ ସେମାନଙ୍କର ପ୍ରତ୍ୟେକ କି୍ରିୟା ସ୍ବରୂପ ଯଜ୍ଞ । ଆସୁରୀ ସ୍ୱଭାବଯୁକ୍ତ ବ୍ୟକ୍ତିମାନେ କର୍ମକାଣ୍ଡୀୟ ରୀତି ନୀତିରେ ଯେଉଁ ଯଜ୍ଞ କରନ୍ତି, ସେଥିରେ ସେମାନଙ୍କର ଲୋକକଲ୍ୟାଣ ଭାବନା ନ ଥାଏ  । ଯଜ୍ଞାନୁଷ୍ଠାନ ଦ୍ୱାରା ରିଦ୍ଧି, ସିଦ୍ଧି, ଭୋଗ, ଐଶ୍ୱର୍ଯ୍ୟ ମାନ, ସମ୍ମାନ, ପ୍ରସିଦ୍ଧି ପ୍ରାପ୍ତି ସେମାନଙ୍କର ଉଦ୍ଧେଶ୍ୟ ଥାଏ । ଅନ୍ୟାୟ ଓ ଅସତ୍ ଉପାୟରେ ଅର୍ଜିିତ ଧନ ସମ୍ପିର ବିିନିଯୋଗ କରି ସେମାନେ ନିଜକୁ ଶ୍ରେଷ୍ଠ ଓ ପୂଜ୍ୟ ପ୍ରତିପାଦିତ କରିବାପାଇଁ ଲୋକ ଦେଖାଣିଆକୁ ଯଜ୍ଞ କରନ୍ତି । ଧନ ଓ ମାନର ମଦ ସେମାନଙ୍କୁ ଅବିନୟୀ କରିଦିଏ । ସାଧୁ, ସନ୍ଥ, ମହାତ୍ମା ଓ ଗୁରୁଜନମାନଙ୍କୁ ମଧ୍ୟ ସେମାନେ ଯଥୋଚିତ ସମ୍ମାନ ପ୍ରଦର୍ଶନ କରନ୍ତି ନାହିଁ ।

ଆସୁରୀ ସମ୍ପଦଯୁକ୍ତ ମନୁଷ୍ୟର ଗତି 

ତାନହଂ ଦ୍ୱିଷତଃ କ୍ରୂରାନ୍ ସଂସାରେଷୁ ନରାଧମାନ୍ ।

କ୍ଷିପାମ୍ୟଜସ୍ରମ ଶୁଭାନାସୁରୀଷ୍ୱେବ ଯୋନିଷୁ ।ା ୧୯ାା

ଆସୁରୀଂ ଯୋନିମାପନ୍ନା ମୂଢ଼ା ଜନ୍ମନି ଜନ୍ମନି ।

ମାମ୍ ପ୍ରାପୈ୍ୟବ କୌନ୍ତେୟ ତତୋ ଯାନ୍ତ୍ୟଧମାଂ ଗତିମ୍ ।ା ୨୦ାା

ଅର୍ଥ : ସେହି ନୀଚ, ଦ୍ୱେଷୀ, କ୍ରୂର ଓ ଅମଙ୍ଗଳକାରୀ ନରାଧମମାନଙ୍କୁ ମୁଁ ଏହି ସଂସାରରେ ଆସୁରୀ ଯୋନିରେ ବାରମ୍ବାର ପକାଉ ଥାଏ ।ା୧୯ ।ା ହେ କୌନ୍ତେୟ ! ଜନ୍ମଜନ୍ମାନ୍ତରରେ ଆସୁରୀ ଯୋନି ପା୍ରାପ୍ତ ହୋଇ ଏବଂ ମୋତେ ପ୍ରାପ୍ତ ନ କରି ସେହି ମୂଢ଼ ବ୍ୟକ୍ତିମାନେ ଏହାଠାରୁ ମଧ୍ୟ ଅଧିକ ଅଧମ ଗତିକୁ ପ୍ରାପ୍ତ ହୁଅନ୍ତି ।ା ୨୦ ।ା

ବ୍ୟାଖ୍ୟା : ଆସୁରୀ ସ୍ୱଭାବଯୁକ୍ତ ମନୁଷ୍ୟମାନେ ପୂର୍ବ ବର୍ଣ୍ଣିତ ଅହଂକାର, ବଳ, ଦର୍ପ, କାମ ଓ କ୍ରୋଧର ଆଶ୍ରୟ ନେଇ ଅନ୍ୟମାନଙ୍କ ଭଲ ଗୁଣ ପରିବେର୍ କେବଳ ସେମାନଙ୍କର ଦୋଷ ଦେଖନ୍ତି । ଏହିହେତୁ ସେମାନେ ନିଜ ପ୍ରତି ଓ ଅନ୍ୟମାନଙ୍କ ସହିତ ଦ୍ୱେଷ ଆଚରଣ କରନ୍ତି । ପ୍ରତ୍ୟେକ ମାନବାତ୍ମା ପରମାତ୍ମାଙ୍କ ସନ୍ତାନ । ଯେଉଁମାନେ ଆସୁରୀ ସ୍ୱଭାବ ବଶତଃ ମାନବ ସମାଜର ଅକଲ୍ୟାଣ ଓ ବିନାଶ ପାଇଁ ନିଜର ବିଦ୍ୟା, ବୁଦ୍ଧି ଓ ସମ୍ପିର ଅପଚୟ କରନ୍ତି ସେମାନେ ଈଶ୍ୱର ଦ୍ରୋହୀ ଅଟନ୍ତି । ସେମାନେ ଦ୍ୱେଷ ପରାୟଣ, କ୍ରୂର ସ୍ୱଭାବଯୁକ୍ତ, ନରାଧମ ଓ ମନୁଷ୍ୟମାନଙ୍କ ମଧ୍ୟରେ ସବୁଠାରୁ ଅପବିତ୍ର ହୋଇଥିବାରୁ ପରଜନ୍ମରେ ନିଜ ସ୍ୱଭାବ ଅନୁୁକୂଳ ଆସୁରୀ ସ୍ୱଭାବଯୁକ୍ତ ପରିବାରରେ ଜନ୍ମଗ୍ରହଣ କରନ୍ତି । ଏହା ହେଉଛି ସେମାନଙ୍କ ପାଇଁ ବିଧି ନିର୍ଦ୍ଧଷ୍ଟ ଦଣ୍ଡ । ବାରମ୍ବାର ସେମାନେ ଆସୁରୀ ସଂସ୍କାର ସମ୍ପନ୍ନ ପରିବାରରେ ଜନ୍ମ ହେଉଥିବାରୁ ସେମାନଙ୍କ ଆତ୍ମିକ ବିକାଶ ହୋଇପାରେ ନାହିଁ । ସେମାନେ ପରମାତ୍ମାନୁଭୂତିର ପରମାନନ୍ଦରୁ ବିତ ହୁଅନ୍ତି । ଅତ୍ୟନ୍ତ ପାପୀ ଓ ନୀଚ ବ୍ୟକ୍ତି ମଧ୍ୟ ପରମାତ୍ମାପରାୟଣ ହେଲେ ସତ୍ଗତି ପ୍ରାପ୍ତ ହୋଇପାରେ । କିନ୍ତୁ ଯେଉଁ ମୂଢ଼ ବ୍ୟକ୍ତି ପରମାତ୍ମାଙ୍କ ସହିତ ଦ୍ୱେଷ ଭାବ ରଖେ ସେ ଜନ୍ମ ଜନ୍ମାନ୍ତର ଆସୁରୀ ସ୍ୱଭାବ ସମ୍ପନ୍ନ ହୋଇ ଜନ୍ମ ହୁଅନ୍ତି । ଜନ୍ମଜନ୍ମାନ୍ତର ସେ ପୂର୍ବଜନ୍ମ ଅପେକ୍ଷା ପରଜନ୍ମରେ ଅଧମରୁ ଅଧମ ଗତି ପ୍ରାପ୍ତ ହେଉଥାନ୍ତି । ଇହ ଜନ୍ମରେ କୌଣସି ସତ୍କର୍ମ କରୁ ନଥିବାରୁ ତଥା ଅହଙ୍କାର, ବଳ, ଦର୍ପ, କାମ ଓ କ୍ରୋଧର ଆଶ୍ରିତ ହୋଇ ଅନ୍ୟମାନଙ୍କୁ ଦୁଃଖ ଦେଉଥିବାରୁ ପରବର୍ୀ ଜନ୍ମରେ ସେମାନେ ଦୁର୍ବିସହ ଜୀବନ ଯାପନ କରନ୍ତି । ଅର୍ଥାତ ସେମାନେ ଦୀନ, ଦୁଃଖୀ, ରୋଗୀ, ଦରିଦ୍ର, ଭିକ୍ଷୁକ, ପାଗଳ, ଆତଙ୍କବାଦୀ, ନାସ୍ତିକ ଭାବରେ ପୁନର୍ଜନ୍ମ ପାଇ ନରକ ଯନ୍ତ୍ରଣା ଭୋଗ କରନ୍ତି । ଏହା ହେଉଛି ମନୁଷ୍ୟର ଅଧମ ଗତି ।

ସ୍ୱର୍ଗ ଓ ନର୍କ – ଏହା ମନୁଷ୍ୟ ଜୀବନ ଓ ସୃଷ୍ଟିର ଅବସ୍ଥା ବିଶେଷର ନାମ । ଯେଉଁଠି ଏକାଧାରରେ ସୁଖ, ଶାନ୍ତି, ପବିତ୍ରତା ଓ ସମୃଦ୍ଧି ବିଦ୍ୟମାନ ତାକୁ ସ୍ୱର୍ଗ କୁହାଯାଏ । ସୃଷ୍ଟିର ପ୍ରଥମାର୍ଦ୍ଧରେ ମନୁଷ୍ୟ ଜୀବନ ଏହିପରି ଥାଏ । ତେଣୁ ଏହି ଅବଧିକୁ "ସ୍ୱର୍ଗ' ବୋଲି ନାମିତ କରାଯାଇ ପାରେ । ଏହି ଅବଧିରେ ଜନ୍ମିତ ପ୍ରତ୍ୟେକ ମାନବାତ୍ମା ଦୈବୀ ସମ୍ପିରେ ସୁସମ୍ପନ୍ନ ଥିବାରୁ ସେମାନଙ୍କୁ ଦେବୀ ଦେବତା କୁହାଯାଏ । ସୃଷ୍ଟିର ଉରାର୍ଦ୍ଧରେ ପ୍ରାରବ୍ଧ କ୍ଷୀଣ ହେବାହେତୁ ସେହିମାନେ ନିଜ ନିଜ ଦୈବୀ ସ୍ୱରୂପ ବିସ୍ମୃତ ହୋଇ ଦେହାଭିମାନବଶତଃ କାମକ୍ରୋଧାଦି ମନୋବିକାର ଦ୍ୱାରା ଆକ୍ରାନ୍ତ ହୁଅନ୍ତି । ପୁନଶ୍ଚ ଏହି ଅବଧିରେ ରଜଗୁଣ ଓ ତମୋଗୁଣ ସମ୍ପନ୍ନ ଆତ୍ମାଗଣ ମଧ୍ୟ ସୃଷ୍ଟିରେ ଜନ୍ମ ନିଅନ୍ତି । କଳିଯୁଗରେ ତମୋଗୁଣୀ ଆତ୍ମାଗଣ ବହୁଳ ଭାବରେ ପୁନର୍ଜନ୍ମ ଗ୍ରହଣ କରନ୍ତି । କଳିଯୁଗର ଅନ୍ତିମ ଚରଣରେ ଆସୁରୀ ସମ୍ପି (ସ୍ୱଭାବ, ସଂସ୍କାର) ସମ୍ପନ୍ନ ମନୁଷ୍ୟମାନଙ୍କ ସଂଖ୍ୟାଗରିଷ୍ଠତା ହେତୁ ସୃଷ୍ଟିେରେ ପାପର ଭାର ଅତ୍ୟଧିକ ବୃଦ୍ଧି ହୁଏ । ସାଧୁ, ସନ୍ଥ, ମହାତ୍ମାମାନେ ଭିନ୍ନ ଭିନ୍ନ ମତ ଓ ପନ୍ଥର ଅନୁସରଣ କରୁଥିବାରୁ ସେମାନଙ୍କ ମଧ୍ୟରେ ଏକତା ରହେନାହିଁ । ଧର୍ମ ବହୁଧା ବିଭକ୍ତ ହୋଇ ବିଭିନ୍ନ ସଂପ୍ରଦାୟର କ୍ଷୁଦ୍ର ଗଣ୍ଡି ମଧ୍ୟରେ ସଙ୍କୁଚିତ ହୋଇ ରହିଯାଏ । ପରିଣାମରେ ଧର୍ମର ଶକ୍ତି କ୍ଷୀଣ ହୋଇଯାଏ ଓ ଆସୁରୀ ସମ୍ପି ବୃଦ୍ଧି ପାଏ । କଳିଯୁଗର ଅନ୍ତିମ ଭାଗକୁ ରୌରବ ଓ କୁମ୍ଭୀପାକ ନାମକ ନର୍କରେ ନାମିତ କରାଯାଇ ପାରେ । ଯେଉଁଠି ଅପବିତ୍ରତା, ରୋଗ, ଶୋକ, ଦୁଃଖ, ବନ୍ଧନ, ବ୍ୟସନ ଆଦିର ପ୍ରବଳତା ଥାଏ ତାହାହିଁ ନର୍କ ଅଟେ । କାମ-କ୍ରୋଧ ଓ ଲୋଭ ଏହି ତିନି ବିକାର ହେଉଛି ନର୍କର ତିିନୋଟି ମୁଖ୍ୟ ପ୍ରବେଶ ପଥ । ଏହି ପଥ ଦେଇ ଜୀବାତ୍ମା ପତିତ ହୁଏ ଓ ନର୍କ ଯନ୍ତ୍ରଣା ଭୋଗ କରେ । ଏହି ବିକାରଗୁଡିକୁ ତ୍ୟାଗ କଲେ ମନୁଷ୍ୟ ନର୍କରୁ ମୁକ୍ତ ହୋଇ ସ୍ୱର୍ଗ ସୁଖ ଭୋଗ କରେ । ""ତ୍ରିବିଧଂ ନରକସ୍ୟେଦଂ ଦ୍ୱାରଂ ନାଶନମାତ୍ମନଃ । କାମଃ କ୍ରୋଧ ସ୍ତଥା ଲୋଭ ସ୍ତସ୍ମାଦେତ୍ରୟଂ ତ୍ୟଜେତ୍ ।ା''(ଗୀ-୧୬/୨୧)


Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର