ଅଭିବ୍ୟକ୍ତିପୂର୍ଣ୍ଣତା

ଈଶ୍ୱର ମାନବକୁ ଅଭିବ୍ୟକ୍ତ ପାଇଁ ଅନେକ ସାଧନ ଦେଇଛନ୍ତି । ତେଣୁ ପଶୁ ପକ୍ଷୀ ତୁଳନାରେ ତାକୁ ସର୍ବଶ୍ରେଷ୍ଠ ଓ ସୁସଂସ୍କୃତ ପ୍ରାଣୀ ରୂପେ ମାନ୍ୟତା ମିଳିଛି । ସ୍ବୀୟ ଭାବ ଭଙ୍ଗିମା ଓ ଭାବନାକୁ ସେ ମୁଖାକୃତି ଦ୍ୱାରା ,ଚକ୍ଷୁ ଦ୍ୱାରା ,ଶଦ୍ଧ ଓ ଭାଷା ଦ୍ୱାରା ,ଲେଖନି ଓ ଭାଷଣ ଦ୍ୱାରା , ଚିତ୍ର, ନୃତ୍ୟ ଓ ସଂଗୀତ ଆଦି ଦ୍ୱାରା ପ୍ରଭାବୀଶାଳୀ ଢଙ୍ଗରେ ବ୍ୟକ୍ତ କରିପାରେ । 

ଅଭିବ୍ୟକ୍ତିର ଅନେକ ସାଧନ ଥିଲେ ମଧ୍ୟ ଭାଷା ହିଁ ବିଚାର ଏବଂ ଭାବ ବ୍ୟକ୍ତ କରିବାର ସବୁଠାରୁ ସଶକ୍ତ ଓ ସ୍ଥାୟୀ ମାଧ୍ୟମ ଅଟେ । ଭାବ ଓ ବିଚାର ସମୂହର ପରସ୍ପର ଆଦାନ-ପ୍ରଦାନରେ ଏହି ମାଧ୍ୟମ ହିଁ ସର୍ବାଧିକ ପ୍ରୟୋଗ ହୋଇଥାଏ । ପରନ୍ତୁ ଭାଷା ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରଖି ନିଜ ହୃଦୟର ଉଦ୍ଗାର ତଥା ଭାବ ଓ ଭାବନାକୁ ଭାଷାରେ ପ୍ରବାହିତ କରି ଯଥୋଚିତ ଗନ୍ତବ୍ୟ ପଯର୍କ୍ୟନ୍ତ ପହାଇବା ଏକ କଳା ଅଟେ । ଖୁବ କ୍ୱଚିତ ବ୍ୟକ୍ତି ଏଥିରେ ପାରଙ୍ଗମ ଥିବା ଦେଖାଯାଏ ।

ନିଜ ନିଜ କ୍ଷେତ୍ରରେ ବିଶେଷଜ୍ଞ ହୋଇ ମଧ୍ୟ ଅନେକ ବିଦ୍ୱାନ ଓ ବୁଦ୍ଧିଜୀବୀ ବ୍ୟକ୍ତିଙ୍କ ନିକଟରେ ଅଭିବ୍ୟକ୍ତିର ଅଭାବ ଦେଖାଯାଏ  । ସେମାନେ ନିଜର ବିଶେଷଜ୍ଞତା ତଥା ଅନୁଭବ ଅନ୍ୟମାନଙ୍କ ସମ୍ମୁଖରେ ଉପସ୍ଥାପନ କରି ପାରନ୍ତି ନାହିଁ  । ଦୁର୍ବଳ ଅଭିବ୍ୟକ୍ତି ହେତୁ ସେମାନେ ନିଜ ମନର ଭାବ ଓ ପ୍ରେରଣା ସମୁହକୁ ଅନ୍ୟମାନଙ୍କ ପର୍ଯ୍ୟନ୍ତ ଯଥେଷ୍ଟ ରୂପରେ ସଂପ୍ରେଷିତ କରି ପାରନ୍ତି ନାହିଁ । ତାଙ୍କ କଥାବାର୍ା ଓ ବ୍ୟବହାରରୁ ତାଙ୍କର ଏହି ଦୁର୍ବଳତା ସହଜରେ ଜଣା ପଡିଯାଏ । ସେମାନେ ସ୍ବୟଂ ମଧ୍ୟ ଏକଥା ଅନୁଭବ କରନ୍ତି ଯେ ସେମାନେ ସେମାନଙ୍କ ଇପ୍ସିତ ବକ୍ତବ୍ୟ ଅବିକଳ ଭାବରେ ଅନ୍ୟମାନଙ୍କ ପାଖରେ ପହାଇ ପାଇଁ ଅସମର୍ଥ ଅଟନ୍ତି  । ଅପୁଷ୍ଟ ଓ ଅସ୍ପଷ୍ଟ ଅଭିବ୍ୟକ୍ତି ଦ୍ୱାରା ଆମେ କେବେ ମଧ୍ୟ ଆମର ସନ୍ଦେଶ ଲୋକମାନଙ୍କ ନିକଟରେ ପହାଇ ପାରିବା ନାହିଁ । ଅନ୍ୟ ଅର୍ଥରେ ଯେଉଁ ଭାଷା ଓ ଶୈଳୀରେ ଅଭିବ୍ୟକ୍ତି ପୂର୍ଣ୍ଣତା ନାହିଁ ତାହା ଧାର ବିହୀନ ଖଣ୍ଡା ସଦୃଶ ।

ଅଭିବ୍ୟକ୍ତି ପୂର୍ଣ୍ଣତାର ଅଭାବ ଭ୍ରମ ଓ ସଂଶୟଜନକ ସ୍ଥିତି ନିର୍ମାଣ କରିଥାଏ  । ଆମର ସାଧନାଲବ୍ଧ ବା ଅଧ୍ୟୟନ ଲବ୍ଧ ଅନୁଭବ ଓ ଜ୍ଞାନ ଉପଯୁକ୍ତ ଶଦ୍ଧ ସମ୍ବଳିତ ଭାଷା ମାଧ୍ୟମରେ  ହିଁ ଅନ୍ୟମାନଙ୍କ ନିକଟରେ ଅବିକଳ ରୂପରେ ପହେ । ଆମର ମନ୍ତବ୍ୟ ସ୍ବତଃ ନିଶ୍ଚୟାତ୍ମକ ଓ ସୁସ୍ପଷ୍ଟ ନ ହେଲେ ତାହା ଅନ୍ୟମାନଙ୍କୁ ପ୍ରଭାବିତ କରିପାରେ ନାହିଁ । ବରଂ ଏହି ପ୍ରକାର ଅଭିବ୍ୟକ୍ତି ଅନ୍ୟମାନଙ୍କ ମନରେ ଭ୍ରମ ଓ ସଂଶୟ ଉପôନ୍ନ କରେ ।

ସେମାନେ ଆମର କଥାକୁ ନିଜ ନିଜ ମନଃସ୍ଥିତି ଅନୁରୂପ ବ୍ୟାଖ୍ୟା କରିବାକୁ ଲାଗନ୍ତି । ଏହିପରି ଅପୂର୍ଣ୍ଣ ସଦେଶ ହେତୁ ଯଦି ସେଇ ପଥ ଭ୍ରଷ୍ଟ ହୋଇଯାଏ ବା କୋ÷ଣସି ଅଘଟଣ ଘଟିଯାଏ ତେବେ ଲୋକେ ଆମକୁ ହିଁ ଦୋଷୀ  ସାବ୍ୟସ୍ତ କରିବେ । 

ଅପୂର୍ଣ୍ଣ ଅଭିବ୍ୟକ୍ତିର ପ୍ରମୁଖ କାରକ୍ତିହେଉଛି ବିଷମ ଓ ଦ୍ୱନ୍ଦାତ୍ମକ ମନୋସ୍ଥିତି । ବକ୍ତା ବା ସମ୍ବାଦକାର୍ ଯେତେବେଳେ ଗୋଟିଏ ପକ୍ଷରେ ଲୋକମାନଙ୍କ ନିକଟରେ କିଛି ଲୁଚାଇବାକୁ ଚାହେଁ, ଅଥଚ ଏଥିପାଇଁ ତା ପାଖରେ ପର୍ଯ୍ୟାପ୍ତ ସାହସ ନ ଥାଏ ସେତେବେଳେ ସେ ପୂର୍ଣ୍ଣ ଭାବରେ ନିଜର ଅଭିବ୍ୟକ୍ତି ଶ୍ରୋତା ନିକଟରେ ଉପସ୍ଥାପନ କରି ପାରେ ନାହିଁ । ସଂକୋଚ ଓ ଭୟଯୁକ୍ତ ମନୋସ୍ଥିତି ହେତୁ ତାରାଭାଷା ସ୍ପଷ୍ଟ ହେଉ ନ ଥିବାରୁ ଭାବାଭିବ୍ୟକ୍ତି ଅପୂର୍ଣ୍ଣ ରହିଯାଏ  । ଅନ୍ୟ ଏକ କାରଣହେଉଛି ବିଷୟଗତ  ବା ବ୍ୟକ୍ତିଗତ ସମ୍ପୂର୍ଣ୍ଣ ଜ୍ଞାନର ଅଭାବ  । ଏହା ମଧ୍ୟ ହୋଇପାରେ ଯେ ସେ ଅନ୍ୟ ଦ୍ୱାରା ଅଭିପ୍ରେତ  ହୋଇ ନିଜ ବିଚାର ବ୍ୟକ୍ତ କରିବାର ଚେଷ୍ଟା କରୁଛି  । ଭାଷା ଓ ଶୈଳୀରେ ଅପାରଙ୍ଗମତା ମଧ୍ୟ ଅଭିବ୍ୟକ୍ତିକୁ ଦୁର୍ବଳ କରିଦିଏ ।ଯଦି ଜଣକ ଅଭିବ୍ୟକ୍ତିରେ ଲୟ ଓ ତାରତମ୍ୟତା ନାହିଁ, ସମ୍ବାଦରେ ସମ୍ବେଦନଶୀଳତା ଏବଂ ଭାବରେ ଜୀବନ୍ତତା ନାହିଁ, ବିଚାରରେ ସତ୍ୟତା ନାହିଁ, ତେବେ ମଧ୍ୟ ଅଭିବ୍ୟକ୍ତି ପ୍ରଭାବହୀନ ଓ ଅପୂର୍ଣ୍ଣ ହେବ ।

ସଶକ୍ତ ଅଭିବ୍ୟକ୍ତି ଦ୍ୱାରା ଜଣକର ବଳିଷ୍ଠ ବ୍ୟକ୍ତିତ୍ୱର ପ୍ରକାଟୀକରଣ ହୋଇଥାଏ । ଯାହାର ମନୋବଳ ଦୃଢ, ଯିଏ ସ୍ପଷ୍ଠବାଦୀ , ଯିଏ ନିର୍ଭୟୀ, ଯିଏ ନିଷ୍ପକ୍ଷ ଓ ନିଃସଂକୋଚ ଯିଏ ସର୍ବଦା ସଂସ୍କାର ପାଇଁ ସତତ ପ୍ରୟାସଶୀଳ , ଯିଏ ନିରାଧାର, ଯିଏ ଭାବ ପ୍ରବଣ ନୁହେଁ, ଯିଏ ଅନ୍ୟାୟ ସହେ ନାହିଁ  ବା ଅନ୍ୟାୟ ଦେଖି ଚୁପ ରହେନାହିଁ, ତାଙ୍କର ଅଭିବ୍ୟକ୍ତି ସର୍ବଦା ପ୍ରଖର , ପ୍ରଭାବଶୀଳ ,ସୁସ୍ପଷ୍ଟ ଏବଂ ସୁଗ୍ରାହ୍ୟ ହୋଇଥାଏ, ସେ କମ ଶଦ୍ଧରେ ବହୁତ ବଡ କଥା କହିବାରେ ସକ୍ଷମ । ତାଙ୍କର ଗୋଟିଏ ଗୋଟିଏ ଶଦ୍ଧ ଅବ୍ୟର୍ଥ ତୀର ସଦୃଶ । ଯଦି ଅଭିବ୍ୟକ୍ତି ସଶକ୍ତ ହୁଏ ତେବେ କାହାକୁ ଅଧିକ କିଛି ବୁଝାଇବାକୁ ଆବଶ୍ୟକ ହୁଏ ନାହିଁ । ଅଭିବ୍ୟକ୍ତିପୂର୍ଣ୍ଣତା ଜୀବନରେ ସର୍ବଦା ଜଣକୁ ସଫଳତା ଅଭିମୁଖେ ନେଇଯାଏ । କାରଣ ଏହାରି ଆଧାରରେ ଆମେ ଅନ୍ୟମାନଙ୍କୁ ନିଜ କଥା ବୁଝାଇ ସମୀପ ଆଣି ପାରିବା  । ଅଭିବ୍ୟକ୍ତିର ଯଥାର୍ଥ ସଂପ୍ରେଷଣ ଦ୍ୱାରା ଭୁଲ ବୁଝାମଣା ହୁଏ ନାହିଁ ଓ ପରସ୍ପର ମଧ୍ୟରେ ସମନ୍ଧ ମଧୁର ହୁଏ । ତେଣୁ ଅଭିବ୍ୟକ୍ତି ପୂର୍ଣ୍ଣତା ଜୀବନର ପ୍ରତ୍ୟେକ  କ୍ଷେତ୍ରରେ ବ୍ୟକ୍ତିକୁ ମହାନ ବନାଏ । 

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର