ଜ୍ଞାନ ଗଙ୍ଗା
. ସଂସାର ବିଷ ବୃକ୍ଷସ୍ୟ ଦ୍ୱେ ଏବ ମଧୁର ଫଳେ
କାବ୍ୟାମୃତ ରସାସ୍ବାଦଃ ସଙ୍ଗମଃ ସଜ୍ଜନୈଃ ସହ ।ା
(ଅର୍ଥ:- ସଂସାର ରୂପକ ବିଷ ବୃକ୍ଷର ଦୁଇଟି ମଧୁର ଫଳ ଅଛି ।ତା ମଧ୍ୟରୁ ସାହିତ୍ୟର ରସାସ୍ବାଦନ ପ୍ରଥମ ଓ ସାଧୁମାନଙ୍କ ସହିତ ସମ୍ପର୍କ ଦ୍ୱିତୀୟ ଅଟେ । )
. ସର୍ବସ୍ୟହିପରିକ୍ଷ୍ୟନ୍ତେସ୍ବଭାବୋନେତରେ ଗୁଣାଃ ।
ଅତୀତ୍ୟହି ଗୁଣାନ୍ ସର୍ବାନ୍ ସ୍ବଭାବୋ ମୁଦ୍ଧି ୍ନବର୍ତେ ।ା
(ଅର୍ଥ:- ସମସ୍ତଙ୍କ ସ୍ବଭାବ ପରୀକ୍ଷା କରାଯିବା ଉଚିତ । ଅନ୍ୟ ଗୁଣଗୁଡିକ ପରୀକ୍ଷା କରିବା ଉଚିତ ନୁହେଁ, ଯେଣୁ ସ୍ବଭାବ ସମସ୍ତ ଗୁଣକୁ ଅତିକ୍ରମ କରି ସମସ୍ତଙ୍କ ଉପରେ ଥାଏ । )
ଯସ୍ତୁ ମୂଢତମୋ ଲୋକେ ଯସ୍ତୁ ବୁଦ୍ଧେଃ ପରଂଗତଃ ।
ଦ୍ୱାବେତୌ ସୁଖ ମେ ଧେତେ କ୍ଲିଶ୍ୟତ୍ୟନ୍ତ ରିତୋ ଜନଃ ।
(ଅର୍ଥ:- ଏଦୁନିଆରେ ଯେ ନିପଟ ବୋକା ଓ ଯେ ବିଚକ୍ଷଣ ଧୀ ସମ୍ପନ୍ନ ଏ ଉଭୟ ସୁଖ ଲାଭ କରନ୍ତି; କିନ୍ତୁ ମଝି ମଝିକିଆ ଲୋକ କ୍ଲେଶ ଭୋଗ କରିଥାନ୍ତି ।
ନ ବୈରାଗ୍ୟାତ୍ ପରଂ ଭାଗ୍ୟଂ ନ ବୋଧାତ୍ ପରମଃ ସଖା ।
ନ ହରେର ପରସ୍ତ୍ରାତା ନ ସଂସାରାତ୍ ପରୋରିପୁଃ ।ା (କାଳିଦାସ)
(ଅର୍ଥ:- ବୈରାଗ୍ୟ ଭଳି ସୌଭାଗ୍ୟ ନାହିଁ, ବୋଧ ଶକ୍ତିଠୁଁ ବଳି ସଖା ନାହିଁ । ହରିଙ୍କ ଭଳି ପରିତ୍ରାତା ନାହିଁ, ସଂସାର ଭଳି ଶତ୍ରୁ ନାହିଁ ।)
.କିଂ କ୍ଷଣସ୍ୟ କୁତୋ ବିଦ୍ୟା କିଂ କଣସ୍ୟ କୁତୋଧନମ୍ ।
କ୍ଷଣଶଃ କଣଶଃ ଶ୍ଚୈବ ବିଦ୍ୟାମର୍ଥଂ ଚ ଚିନ୍ତୟେତ୍ ।ା
(ଅର୍ଥ:- ଅସମୟରେ ବିଦ୍ୟା ବା କେଉଁଠି ମିଳିବ । ଖୁବ୍ ସାମାନ୍ୟ ଅଂଶ ସଂଗ୍ରହରେ ଧନ ବା କେଉଁଠୁ ବଢିବ? ତେଣୁ ପ୍ରତିଟି ମୁହୂର୍ ଦେଇ ବିଦ୍ୟାଧ୍ୟୟନ କରିବା ସେଙ୍ଗ ସେଙ୍ଗ ଖୁବ୍ ଛୋଟ ହେଲେ ମଧ୍ୟ ସେଗୁଡିକ ସଂଗ୍ରହ କରି ଅର୍ଥ ବୃଦ୍ଧି କରିବା ଉଚିତ ।)
ଉପକାରିଷୁ ଯଃ ସାଧୁଃ ସାଧୁତ୍ୱେ ତସ୍ୟ କୋ ଗୁଣଃ
ଅପକାରିଷୁ ଯଃ ସାଧୁଃ ସ ସାଧୁ ରୁଚ୍ୟତେ ବୁଧେଃ÷ ।ା
(ଅର୍ଥ:- ଯେଉଁ ଲୋକେ ଉପକାରୀ ଲୋକ ପ୍ରତି ଭଲ ବ୍ୟବହାର ଦେଖାଏ, ତା’ର ସାଧୁତାରେ ବୈଶିଷ୍ଟ୍ୟ କେଉଁଠି? ଯେଉଁ ଲୋକ ଅପକାରୀ ଅର୍ଥାତ ଶତ୍ରୁ ପ୍ରତି ମଧ୍ୟ ଭଲ ବ୍ୟବହାର ଦେଖାଏ ତାକୁ ହିଁ ସାଧୁ କହିଥାନ୍ତି । ) .ଯଦା ଯଦା ଚରିତ ଶ୍ରେଷ୍ଠ ସ୍ତତ୍ ତଦେବେତ ରୋଦନଃ ।
ସ ଯତ୍ ପ୍ରମାଣଂ କୁରୁତେ ଲୋକସ୍ତଦନୁ ବର୍ତେ ।ା
(ଅର୍ଥ:- ବଡ ବଡ ଲୋକମାନେ ଯାହା କରନ୍ତି, ଅନ୍ୟ ଲୋକମାନେ ମଧ୍ୟ ତାହା କରନ୍ତି । ସେମାନେ ଯାହା ପ୍ରମାଣ କରି ଯାଆନ୍ତି, ଅନ୍ୟ ଲୋକମାନେ ତାକୁ ହିଁ ଅନୁସରଣ କରନ୍ତି ।
. ଅକୃତ୍ୱା ଖଳ ସସର୍ଗଂ ଅଗତ୍ୱା ପର ମନ୍ଦିରମ୍ ।
ଅକ୍ଲେଶୟିତ୍ୱା ·ତ୍ମାନଂ ଯଜଳ୍ପମପି ତତ୍ ବହୁ ।ା
(ଅର୍ଥ:- ଦୁର୍ଜନ ସଂସର୍ଗ ନ କରି, ପର ଘରକୁ ନ ଯାଇ, ନିଜକୁ ଦୁଃଖନ ଦେଇ ଯାହା ଅଳ୍ପ କିଛି ମିଳୁଛି, ତାହା ବହୁତ ବୋଲି ମନେ କରିବାକୁ ହେବ ।)
ପଠତୋନାସ୍ତି ମୁର୍ଖତ୍ୱଂ ଜପତୋ ନାସ୍ତି ପାତକମ୍ ।
ମୌନିନଃ କଳହୋ ନାସ୍ତି ନ ଭୟଂ ·ସ୍ତି ଜାଗ୍ରତଃ ।ା
(ଅର୍ଥ:- ପଢୁଥିବା ଲୋକର ମୁର୍ଖତା ନାହିଁ, ଜପୁଥିବା ଲୋକର ପାପ ନାହିଁ, ନୀରବ ରହିବା ଲୋକର କଳହ ନାହିଁ ଏବଂ ଜାଗ୍ରତ ଥିବା ଲୋକର ଭୟ ନାହିଁ ।)
ପ୍ରିୟ ବାକ୍ୟ ପ୍ରଦାନେନ ସର୍ବେ ତୁଷନ୍ତି ଜନ୍ତବଃ ।
ତସ୍ମାତ୍ ତଦେବ ବକ୍ତବ୍ୟଂ ବଚନେକା ଦରିଦ୍ରତା ।ା
(ଅର୍ଥ:- ସମସ୍ତ ପ୍ରାଣୀ ପ୍ରିୟ କଥା ଆଦାନ ପ୍ରଦାନରେ ସନ୍ତୋଷ ଲାଭ କରିଥାନ୍ତି । ତେଣୁ ସେହି ଭଳି ମଧୁର କଥା କହିବା ଉଚିତ । କଥା କହିବାରେ ଦରିଦ୍ରତା କ’ଣ?)
. ସୁଖସ୍ୟ ଦୁଃଖସ୍ୟ ନ କୋଽପି ଦାତା
ପରୋଦଦାତି କୁବୁଦ୍ଧି ରେଷା
ଅହଂ କରୋମିତି ବୃଥା ଭିମାନଃ
ସ୍ବକର୍ମ ସୂତ୍ରୈ ଗ୍ରଥିତୋହି ଲୋକଃ ।ା
(ଅର୍ଥ:- କେହି ସୁଖ ଦୁଃଖର ଦାତା ନୁହଁନ୍ତି । ଏହାକୁ କେହି ଦାନ କରୁଛି ବୋଲି ଭାବିବା ମୂର୍ଖତା । “ମୁଁ କରୁଛି”- ଏପରି ଭାବନା ମଣିଷର ଗର୍ବର ପରି·ୟକ । ଯେଣୁ ପ୍ରାଣୀ ନିଜ କର୍ମ ସୂତ୍ରରେ ନିଜେ ଗୁନ୍ଥା ହୋଇ ରହିଛି ।)
ଅର୍ଥମନର୍ଥଂ ଚିନ୍ତୟ ନିତ୍ୟମ୍,
ନାସ୍ତି ତତଃ ସୁଖଲେଶଃ ସତ୍ୟମ୍ ।
ପୁତ୍ରାଦପି ଧନ ଭାର୍ଜାଂ ଭୀତିଃ,
ସର୍ବତ୍ରୈଷା କଥିତା ନୀତିଃ ।ା
(ଅର୍ଥ:- ଅର୍ଥକୁ ସର୍ବଦା ଅନର୍ଥ ବୋଲି ଚିନ୍ତା କର । ତହିଁରୁ ସୁଖର ଲେଶ ସୁଦ୍ଧା ମିଳେ ନାହିଁ- ଏହା ସତ୍ୟ ଅଟେ । ଧନଶାଳୀ ଲୋକମାନେ ନିଜ ପୁଅକୁ ସୁଦ୍ଧା ଭୟ କରିଥାନ୍ତି । ଏହି ନୀତି ସର୍ବତ୍ର ଘୋଷିତ ଅଟେ । )
Comments
Post a Comment