ବିଜ୍ଞାନ ଏବଂ ଆଧ୍ୟାତ୍ମ
ଡା. ସୁଧାଂଶୁ ଶେଖର ମିଶ
ଅନେକେ ବିଜ୍ଞାନ ଓ ଅଧ୍ୟାତ୍ମବାଦକୁ ପୃଥକ-ପୃଥକ ବିଷୟ ମନେ କରନ୍ତି । ସେମାନଙ୍କ ମଧ୍ୟରୁ କେତେକ ଏ ଉଭୟକୁ ପରସ୍ପର ବିରୋଧି ବୋଲି କହନ୍ତି । ପାଶ୍ଚା୍ୟ ଦେଶମାନଙ୍କରେ ଅଧ୍ୟାତ୍ମବାଦକୁ ପ୍ରତିକ୍ରିୟାବାଦ (ଜରବମଗ୍ଧସକ୍ଟଦ୍ଭବକ୍ସଚ୍ଚ) ଓ ପଳାୟନ ବାଦ ରୂପେ ସ୍ବୀକାର କରାଯାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧର ପ୍ରାକକାଳ ପର୍ଯ୍ୟନ୍ତ ପାଶ୍ଚା୍ୟ ଦେଶ ମାନଙ୍କରେ ଏହାକୁ ପ୍ରତୀକ ବାଦ୍ ରହସ୍ୟବାଦ ଏବଂ ମିଥ୍ୟାବାଦ ମନେ କରି ପ୍ରତ୍ୟାଖ୍ୟାନ କରାଯାଇ ଆସିଛି । କିନ୍ତୁ କାଳକ୍ରମେ ସେଠାରେ ମଧ୍ୟ ଅନୁଭବ କରାଗଲା ଯେ ମନୁଷ୍ୟ ଚନ୍ଦ୍ରରେ ପଦାର୍ପଣ ଏବଂ କମ୍ପୁ୍ୟଟର ଆଦି ଅତ୍ୟାଧୁନିକ ବୈଜ୍ଞାନିକ ଉପକରଣ ଉଦ୍ଭାବନ କରିଥିଲେ ମଧ୍ୟ ତା’ର ନିଜ ବିଷୟରେ ଜ୍ଞାନ ଅତି ନଗଣ୍ୟ । ମାନବର ସଂରଚନା, ଚେତନା ଶକ୍ତି, ମାନସିକ ଗ୍ରନ୍ଥି ସମୂହ ବିଷୟରେ ଏଯାବତ୍ ରହସ୍ୟୋଦ୍ଘାଟନ ହୋଇପାରି ନାହିଁ । ମନୁଷ୍ୟ ଶରୀର ମଧ୍ୟରୁ କଥା କହୁଥିବା ସେହି ଶକ୍ତି ବା ସାଟି କିଏ? ମନୁଷ୍ୟ କାହିଁକି କ୍ରୁର ବା ଦୟାଳୁ ହୁଏ? ପ୍ରକୃତରେ କ’ଣ ଆଖି ଦେଖେ ଓ କାନ ଶୁଣେ?
ମାନବ ମସ୍ତିଷ୍କରେ ୧୦ରୁ୧୫ କୋଟି ସଂଖ୍ୟାରେ କୋଷିକାଗୁଡିକ ବିଦ୍ୟମାନ । ଏଗୁଡିକ ମାନବର କ୍ରିୟା କଳାପକୁ ନିୟନ୍ତ୍ରଣ କରନ୍ତି । ଚିକିତ୍ସା ବିଜ୍ଞାନର ଚରମ ବିକାଶ ସେ୍ୱ ମନୁଷ୍ୟ ନିଜ ଶରୀର ଓ ତା’ର କି୍ରୟା ବିଷୟରେ ଏଯାବତ୍ ସମ୍ପୂର୍ଣ୍ଣ ଜ୍ଞାନ ଆହରଣ କରି ପାରି ନାହିଁ । କେବଳ ଏହା ନୁହେଁ; ବ୍ରହ୍ମାଣ୍ଡ ବିଷୟରେ ମଧ୍ୟ ଆମେ ପର୍ଯ୍ୟାପ୍ତ ଜ୍ଞାନ ପାଇ ପାରି ନାହୁଁ । ଆମେ କେବଳ ସୌରମଣ୍ଡଳର କେତେକ ଗ୍ରହ ବିଷୟରେ ଆଂଶିକ ଜ୍ଞାନ ପାରଇଛୁ । ବ୍ରହ୍ମାଣ୍ଡରେ ଲକ୍ଷାଧିକ ସୌରମଣ୍ଡଳ ରହିଛି । ସଂଗ୍ରତି ବିଜ୍ଞାନ ସମକ୍ଷରେ ମାନବ ଏବଂ ବ୍ରହ୍ମାଣ୍ଡ ଏକ ବିରାଟା ପ୍ରଶ୍ନବାଚୀ । ଏ ଉଭୟ ବିଷୟରେ ଅଧିକରୁ ଅଧିକ ଜ୍ଞାନ ଆହରଣ କରିବା ହେଉଛି ବିଜ୍ଞାନର ଲକ୍ଷ୍ୟ ।
ଅଧ୍ୟାତ୍ମବାଦର ଲକ୍ଷ୍ୟ ହେଉଛି ଆତ୍ମା, ପରମାତ୍ମା, ପରମଧାମ ଓ ପ୍ରକୃତି ବିଷୟରେ ଜ୍ଞାନ ଆହରଣ କରିବା । ଏଥିରୁ ସ୍ପଷ୍ଟ ଯେ ଉଭୟର ଲକ୍ଷ୍ୟ ଏକ । ଏହାକୁ ଇଂରାଜୀରେ ନିମ୍ନ ପ୍ରକାରେ ବ୍ୟକ୍ତ କରାଯାଇ ପାରେ, “ଝକ୍ଟ୍ରସକ୍ସସଗ୍ଧ କ୍ଟଲ ଝମସରଦ୍ଭମର ବଦ୍ଭୟ ଗ୍ଧଷର ଝମସରଦ୍ଭମର କ୍ଟଲ ଝକ୍ଟ୍ରସକ୍ସସଗ୍ଧଙ୍କବକ୍ଷସଗ୍ଧଚ୍ଚ ରଙ୍ଘକ୍ଟ୍ରକ୍ଷକ୍ଟକ୍ସର ଗ୍ଧଷର ଗ୍ଦବଜ୍ଞର ଲସରକ୍ଷୟ - ଞଷର ଲସରକ୍ଷୟ କ୍ଟଲ ଷଙ୍କଜ୍ଞବଦ୍ଭ ବଦ୍ଭୟ ମକ୍ଟଗ୍ଦଜ୍ଞସମ ମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ. ଅର୍ଥାତ୍ ବିଜ୍ଞାନର ମୂଳ ଭାବନା ଏବଂ ଅଧ୍ୟାତ୍ମର ବିଜ୍ଞାନ, ଉଭୟଙ୍କ ଲକ୍ଷ୍ୟ ଗୋଟିଏ କ୍ଷେତ୍ରର ଅନୁସନ୍ଧାନ ଅଟେ । ଏ ସୃଷ୍ଟିର ନିୟନ୍ତ୍ରଣ କର୍ା କିଏ? କେଉଁପରି ଓ କାହିଁକି ଏ ସୃଷ୍ଟିରେ ଜନ୍ମ ମରଣ ଚକ୍ର ପୁନରାବୃି ହୁଏ? କେଉଁ ବୈଜ୍ଞାନିକ ନିୟମ ଏହାରି ଅନ୍ତରାଳରେ ବିଦ୍ୟମାନ? କ’ଣ, କିଏ ଓ କିପରି - ଏହି ପ୍ରଶ୍ନର ଉର ଜାଣିବା ପାଇଁ ବୈଜ୍ଞାନିକଗଣ ପ୍ରଯନôଶୀଳ । ଅପରପକ୍ଷରେ ଏହା ବୁଝିଗଲେ ବ୍ୟକ୍ତି ଯୋଗୀ ହୋଇଯାଏ ।
ଖୁସିର କଥା ସମ୍ପ୍ରତି ପାଶ୍ଚା୍ୟ ବୈଜ୍ଞାନିକଗଣ ମାନବର ବିକାଶ କ୍ରମର ଅନୁସନ୍ଧାନ ସନ୍ଦର୍ଭରେ ଅଧ୍ୟାତ୍ମବାଦର ସାର୍ଥକତାକୁ ସ୍ବୀକାର କରିବା ସହିତ ସେମାନେ ସ୍ବୟଂ ମଧ୍ୟ ଆନ୍ତରିକତା ପୂର୍ବକ ସେହି ମାର୍ଗରେ ଅଗ୍ରସର ହେଉଛନ୍ତି । ସୋଭିଏତ ସଂଘ ଭଳି ସମାଜବାଦୀ ଦେଶରେ ମଧ୍ୟ ଆତ୍ମଜ୍ଞାନ ଏବଂ ଆତ୍ମାର ଅସ୍ତିତ୍ୱ ସନ୍ଦର୍ଭରେ ପରୀକ୍ଷଣ ହେଉଛି
ବାହ୍ୟ ଦୃଷ୍ଟିରେ ବି·ର କରୁଥିବା ଲୋକେ ବିଜ୍ଞାନ ଓ ଅଧ୍ୟାତ୍ମକୁ ପରସ୍ପର ବିରୋଧୀ ମନେ କରନ୍ତି । ସେମାନେ ଅଧ୍ୟାତ୍ମ ବିଷୟ ଅନ୍ତର୍ଗତ ବିଭିନ୍ନ ବିନ୍ଦୁ ଉପରେ ପ୍ରଶ୍ନ ଉାପନ କରନ୍ତି । ପ୍ରତ୍ୟକ୍ଷ ନିରୀକ୍ଷଣ (କ୍ଟଭଗ୍ଦରକ୍ସଙ୍ଖବଗ୍ଧସକ୍ଟଦ୍ଭ) ଗଣନା (ମବକ୍ଷମଙ୍କକ୍ଷବଗ୍ଧସକ୍ଟଦ୍ଭ) ଏବଂ ପ୍ରୟୋଗ (ରଙ୍ଘକ୍ଟ୍ରରକ୍ସସଜ୍ଞରଦ୍ଭଗ୍ଧ) ଦ୍ୱାରା ଯେଉଁ ବୈଜ୍ଞାନିକ ସିଦ୍ଧାନ୍ତରେ ବ୍ୟକ୍ତି ଉପନୀତ ହୁଏ ତାହାକୁ କେବଳ ସତ୍ୟ ବୋଲି କୁହାଯାଇ ପାରିବ ବୋଲି ସେମାନେ ଯୁକ୍ତି ବାଢ଼ନ୍ତି । ଏଠାରେ ଜଳର ଉଦାହରଣ ନିଆଯାଉ । ଏହାର ବୈଜ୍ଞାନିକ ଫର୍ମୁଲା ହେଉଛି ଐ୨୦ । ଅର୍ଥାତ ଦୁଇଭାଗ ହାଇଡ୍ରୋଜେନ ଓ ଏକ ଭାଗ ଅକ୍ସିଜେନ ମିଶିଲେ କେବଳ ଜଳ ସୃଷ୍ଟି ହେବ, ଅନ୍ୟ ପଦାର୍ଥ ନୁହେଁ । ଏହାହିଁ ସତ୍ୟ । କିନ୍ତୁ ପ୍ରଶ୍ନ ଉଠେଯେ ଏହି ସତ୍ୟ କିପରି ପ୍ରାପ୍ତ ହେଲା? ଏହି ସତ୍ୟ ପର୍ଯ୍ୟନ୍ତ ପହôବା ପାଇଁ ବୈଜ୍ଞାନିକଗଣ ଦୀର୍ଘ ଦିନ ଧରି ନିରୀକ୍ଷଣ ଏବଂ ପ୍ରୟୋଗ କରିଥିବେ । ଏଥି ପାଇଁ ନିଶ୍ଚିତ ବାତାବରଣରେ ନିର୍ଧାରିତ ପ୍ରକ୍ରିୟା ଦ୍ୱାରା ନିଶ୍ଚିତ ଉପକରଣ ମାଧ୍ୟମରେ ନିରନ୍ତର ପ୍ରୟାସ କରାଯାଇଥିବ, ଯାହାର ପରିଣାମ ସ୍ବରୂପ ଏହି ସତ୍ୟର ଉପଲବ୍ଧି ହୋଇଛି । ସେହିପରି ଯୋଗ ପ୍ରକି୍ରୟା ଦ୍ୱାରା ସମସ୍ତ ଆଧ୍ୟାତ୍ମିକ ତଥ୍ୟର ଉପଲବ୍ଧି ହୁଏ । ତେଣୁ ଏଥିରେ ଶଙ୍କା କରିବାର କୌଣସି କାରଣ ନାହିଁ । ଆମ ଚତୁଃପାଶ୍ୱର୍ରେ ଥିବା ପାଣି ଓ ପବନରେ ଅସଂଖ୍ୟ କୀଟାଣୁ ଅଛନ୍ତି । ଖାଲି ଆଖିରେ ଆମେ ସେଗୁଡିକୁ ଦେଖି ପାରିବା ନାହିଁ । ଅନୁ ବିକ୍ଷଣ ଯନ୍ତ୍ର ସାହାଯ୍ୟରେ ସେମାନଙ୍କୁ ଦେଖି ହୁଏ । ସେହିପରି ନିୟମିତ ନିର୍ଦ୍ଧାରିତ ପ୍ରକ୍ରିୟାରେ ଯୋଗାଭ୍ୟାସ କଲେ ବ୍ୟକ୍ତିର ଅନ୍ତର୍ଦୃଷ୍ଟିର ବିକାଶ ହୁଏ । ଏହା ଦ୍ୱାରା ସେ ଆଧ୍ୟାତ୍ମିକ ସତ୍ୟର ସାକ୍ଷାତକାର କରିପାରେ । ତେଣୁ ଶଙ୍କାଗ୍ରସ୍ତ ହୋଇ କେବଳ ପ୍ରଶ୍ନ ପ·ରି ନୀରବ ନ ରହି ନିରବଚ୍ଛିନ୍ନ ସାଧନା ଦ୍ୱାରା ସତ୍ୟର ଅନ୍ୱେଷଣ କରିବା ବୁଦ୍ଧମାନୀ ହେବ ।
Comments
Post a Comment