ଉଚ୍ଚ ରକ୍ତ·ପ

ଡା. ସୁଧାଂଶୁ ଶେଖର ମିଶ୍ର

ଅନେକେ ସ୍ବାଭିବକ ଜୀବନ ଯାପନ କରୁଥିଲେ ମଧ୍ୟ ସେମାନେ ଉଚ୍ଚରକ୍ତ ·ପରେ ଆକ୍ରାନ୍ତ ହୋଇଥାନ୍ତି । ସେମାନେ ଏକଥା ଜାଣନ୍ତି ନାହିଁ । ଏହା ଯଦି ଠିକ୍ ସମୟରେ ଚିକିତ୍ସା ନ ହୁଏ ତାହେଲେ ଜୀବନ ପ୍ରତି ବିପଦ ଦେଖା ଦେଇ ପାରେ । କିନ୍ତୁ ଆଶ୍ୱାସନାର ବିଷୟ ଏହି ଯେ ଆଧୁନିକ ଚିକିତ୍ସା ଶାସ୍ତ୍ରରେ ଆଶୁ ପ୍ରଭାବକାରୀ ଔଷଧମାନ ବାହାରିଲାଣି ଯଦ୍ୱାରା ଉଚ୍ଚ ରକ୍ତ·ପକୁ ଖୁବ୍ କମ୍ ସମୟ ମଧ୍ୟରେ କମାଇ ଦିଆଯାଇ ପାରୁଛି ।

ଉଚ୍ଚ ରକ୍ତ·ପରେ ଶିରା-ଉପ ଶିରାର କାନ୍ଥରେ ରକ୍ତର ବେଗବାନ ·ପ ସୃଷ୍ଟି ହୁଏ । ହୃଦଯନ୍ତ୍ର ମଧ୍ୟରେ ଯେଉଁଠାରେ ରକ୍ତ ପମ୍ପ ହେଉଛି, ତାର ପ୍ରଭାବରେ ରକ୍ତ ଯେତେବେଳେ ସର୍ବୋଚ୍ଚ ·ପ  ସୃଷ୍ଟି କରେ ସେତେବେଳେ ତାକୁ କୁହାଯାଏ ସିସ୍ଟୋଲିକ । ପ୍ରତିଥର ହୃତପିଣ୍ଡ ସଙ୍କୁଚିତ ହୁଏ ଏବଂ ·ପ ସୃଷ୍ଟି ହୁଏ । ଦୁଇ ସଙ୍କାଚନର ମଝି ସମୟରେ ·ପ ନିମ୍ନକୁ ଖସିଯାଏ । ସେତେବେଳେ ତାକୁ ଡାୟାଷ୍ଟୋଲିକ କୁହାଯାଏ । ଯନ୍ତ୍ରଦ୍ୱାରା ଯେତେବେଳେ ରକ୍ତ·ପ ମପା ଯାଏ, ସେତେବେଳେ ଦୁଇଟି ମାପ  ନିଆଯାଏ । ଉଦାହରଣ ସ୍ବରୂପ ରକ୍ତ·ପ ମାପିଲା ବେଳେ ପାରଦ ଉପରୁ ତଳକୁ ଖସିଲା ବେଳେ ୧୨ଠ ସଂଖ୍ୟାରେ ବିଟ୍ ଆରମ୍ଭ ହେଲା ଓ ୮ଠ ସଂଖ୍ୟାରେ ବନ୍ଦ ହୋଇଗଲା । ଏଠାରେ ରକ୍ତ·ପ ସିସ୍ଟୋଲିକ ୧୨ଠ ଓ ଡାୟାଷ୍ଟେଲିକ୍ ୮ଠ ବୋଲି ଧରାଯାଏ । ଏହାକୁ ଡାକ୍ତରମାନେ ରକ୍ତ·ପ ୧୨ଠ/୮ଠ ବୋଲି ଲେଖନ୍ତି ।

ସୁସ୍ଥ ସ୍ବଭାବିକ ମଣିଷର ସାଧାରଣ ରକ୍ତ·ପ ସମୟ  ବିଶେଷରେ କମେ ଓ ବଢ଼େ । ଶାରୀରିକ ବା ମାନସିକ ପରିଶ୍ରମ ଓ ମାନସିକ ବା ଶାରୀରିକ ଉେଜନା ବେଳେ ରକ୍ତ·ପ ବୃଦ୍ଧିପାଏ । କିଛି ସମୟ ବିଶ୍ରାମ ନେଲେ ବା ଶୋଇ ପଡିଲେ ·ପ କମିଯାଏ । ବୟସ ବଢ଼ିବା ସେଙ୍ଗ ସେଙ୍ଗ ରକ୍ତ·ପ ବୃଦ୍ଧି ପାଏ । ପନ୍ଦର ବର୍ଷରୁ ଉଣେଇଷ ବର୍ଷ ବୟସ ପୁଅଙ୍କର ରକ୍ତ·ପ ୧୧୮/୭୨ । ଷାଠିଏରୁ ଉଦ୍ଧ୍ୱର୍ ବୟସ ହୋଇଗଲେ ରକ୍ତ·ପ ବୃଦ୍ଧିପାଇ ୧୩୨/୮ଠରେ ପହେ । ପୁରୁଷମାନଙ୍କ ଅପେକ୍ଷା ନାରୀମାନଙ୍କ ରକ୍ତ·ପ  ସାଧାରଣତଃ କମ ଥାଏ । କିନ୍ତୁ ଏହା ସମସ୍ତଙ୍କ ପାଇଁ ନୁହେଁ । ·ଳିଶ ବର୍ଷ ପାର ହୋଇଗଲେ ନାରୀମାନଙ୍କ ରକ୍ତ·ପ କ୍ରମଶଃଟି ବୃଦ୍ଧି ପାଏ ଓ ପାବନ ବର୍ଷରୁ ଉଦ୍ଧ୍ୱର୍ ହୋଇଗଲେ ସେମାନଙ୍କ ରକ୍ତ·ପ ସେଇ ବୟସର ପୁରୁଷ ମାନଙ୍କଠାରୁ ଅଧିକ ହୋଇଥାଏ । ଉଚ୍ଚ ରକ୍ତ·ପ ଅକାଳ ମୃତୁ୍ୟର କାରଣ ହୋଇପାରେ ।

ଦୈହିକ ଓଜନ ବୃଦ୍ଧି ସହିତ ରକ୍ତ·ପ ବୃଦ୍ଧି ପାଇବା ଜୀବନ ପ୍ରତି ବିପଦର ସଂକେତ । ଉଚ୍ଚ ରକ୍ତ·ପ ହେତୁ ଶରୀରର ରକ୍ତ ସଂବହନ ପଦ୍ଧତି କ୍ଷତିଗ୍ରସ୍ତ  ହୁଏ । କାରଣ ହୃତପିଣ୍ଡକୁ ଅଧିକ ଜୋରରେ ରକ୍ତ ·ଳନା କରିବାକୁ ପଡେ । ଏହିପରି ଦୀର୍ଘଦିନ ·ଲିଲେ ଅତ୍ୟଧିକ ପରିଶ୍ରମ ହେତୁ କ୍ଳାନ୍ତ  ହୋଇ ହୃତପିଣ୍ଡ ବନ୍ଦ ହୋଇଯାଏ  । ଉଚ୍ଚ ରକ୍ତ·ପ ଫଳରେ ଶରୀରସ୍ଥ ରକ୍ତବାହୀ ଶିରା ସବୁ ଫାଟି ଯିବାର ସମ୍ଭାବନା ଥାଏ । ଚକ୍ଷୁ ମଧ୍ୟରେ ଥିବା ଶିରା କ୍ଷତିଗ୍ରସ୍ତ ହେଲେ ମଣିଷ ଅନ୍ଧ ହୋଇଯାଏ । ବୃକକ୍ର ରକ୍ତବାହୀ ଶିରା ଛିଣ୍ଡିଗଲେ ଏହା ନିଷ୍କ୍ରୟ   ହୋଇଯାଏ । ଫଳରେ ଶରୀରସ୍ଥ  ଆବର୍ଜନା ନିଷ୍କାସିତ ହୋଇ ନ ପାରି ସମସ୍ତ ଶାରୀରିକ ତନ୍ତ୍ର ବିଷାକ୍ତ ହୋଇଯାଏ । ମସ୍ତିଷ୍କକୁ ରକ୍ତ ସାଳନ କରୁଥିବା ଶିରା ଆକ୍ରାନ୍ତ ହେଲେ ସେରିବ୍ରାଲ ହେମୋରେଜ (ମସ୍ତିଷ୍କ ରକ୍ତ ସ୍ରାବ) ହେତୁ ଷ୍ଟ୍ରୋକ ହୁଏ । ରକ୍ତବାହୀ ଶିରା ଶକ୍ତ ହୋଇଗଲେ ହୃଦଯନ୍ତ୍ର ଉପରେ ବିରାଟ୍ ଧକ୍କା ଲାଗେ । ଏହାକୁ ଇଂରାଜୀରେ ହାର୍ଟ ଆଟାକ୍ (ଐରବକ୍ସଗ୍ଧ ବଗ୍ଧଗ୍ଧବମଳ) କହନ୍ତି । ସାଧାରଣତଃ ଉଚ୍ଚ ରକ୍ତ·ପ ରୋଗୀମାନଙ୍କ ମଧ୍ୟରେ ଏହା ଅଧିକ ଦେଖାଯାଏ ।

ଅଧିକ ଉଚ୍ଚ ରକ୍ତ·ପ ଥିଲେ ମଧ୍ୟ ଅନେକେ କୌଣସି ପ୍ରକାର  ଅସୁସ୍ଥତା  ଅନୁଭବ କରନ୍ତି ନାହିଁ । ତେଣୁ ·ଳିଶ ବର୍ଷ ପାର ହେଲା ପରେ ତିନି ·ରିମାସରେ ଥରେ ନିୟମିତ ରକ୍ତ·ପ ପରୀକ୍ଷା କରାଇବା ଆବଶ୍ୟକ । ଏହାବ୍ୟତୀତ ନିୟମିତ ମୁଣ୍ଡ ବ୍ୟଥା ଲାଗି ରହିଲେ, କ୍ଳାନ୍ତି ବୋଧ ହେଲେ, ଦେହ ଝିମି ଝିମି ହେଲେ, ଛାତି ଭିତରେ  ଧଡ  ଧଡ  ହେଲେ, ଦୀର୍ଘ ଦିନ ପର୍ଯ୍ୟନ୍ତ ନିଦ ନ ହେଲେ ବିନା କାରଣରେ ଦୁର୍ବଳ ଲାଗିଲେ  ସେଙ୍ଗ ସେଙ୍ଗ ରକ୍ତ·ପ ପରୀକ୍ଷା କରାଇବା ଉଚିତ ।

ଉଚ୍ଚ ରକ୍ତ·ପର ସଠିକ କାରଣ ଏପର୍ଯ୍ୟନ୍ତ ଚିକିତ୍ସା ବିଜ୍ଞାନୀମାନେ ଆବିଷ୍କାର କରି ପାରି ନାହାନ୍ତି । ଦୈହିକ ଅସୁସ୍ଥତା ହେତୁ କେତେକ କ୍ଷେତ୍ରରେ ରକ୍ତ·ପ ବୃଦ୍ଧି  ପାଉଥିଲେ ମଧ୍ୟ ଏହାକୁ ସଠିକ କାରଣ ବୋଲି କୁହାଯାଇ ପାରିବ ନାହିଁ । କାରଣ ଏହା ସାମୟିକ ଲକ୍ଷଣ । ଉଚ୍ଚ ରକ୍ତ·ପର କାରଣ ବିଷୟରେ  ଅନୁସୁନ୍ଧାନ କରୁଥିବା ବିଶେଷଜ୍ଞ  କେତେକ ତଥ୍ୟ  ଖୋଜି ପାଇଛନ୍ତି । କେତେକ କ୍ଷେତ୍ରରେ ଉଚ୍ଚ ରକ୍ତ·ପ ବଂଶାନୁକ୍ରମିକ ହୋଇଥାଏ । ମାନସିକ ଉଦ୍ବିଗ୍ନତା ମଧ୍ୟ ଏହାର ଅନ୍ୟ  ଏକ କାରଣ ହୋଇପାରେ । କ୍ରୋଧୀ ବ୍ୟକ୍ତି  ଯଦି  କୌଣସି କାରଣରୁ  କ୍ରୋଧ ଦମନ କରନ୍ତି  ତେବେ  ତାଙ୍କର ରକ୍ତ·ପ ବୃଦ୍ଧି ପାଏ । କିନ୍ତୁ   ଯେଉଁମାନେ ସହଜରେ  କ୍ରୋଧ ପ୍ରକାଶ କରି ଦିଅନ୍ତି ସେମାନଙ୍କର ରକ୍ତ·ପ ବଢ଼ି ପାରେନା  ।

ଉଚ୍ଚ ରକ୍ତ·ପରେ ଆକ୍ରାନ୍ତ ବ୍ୟକ୍ତି ପଥାପଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା  ଉଚିତ । ଏଭଳି ରୋଗୀଙ୍କୁ ଲବଣ ବିହୀନ ଖାଦ୍ୟ ଦେଲେ ଶତକାଡା ୨୫ ଭାଗ ପର୍ଯ୍ୟନ୍ତ ରକ୍ତ·ପ କମି ଯାଇଥାଏ । କିନ୍ତୁ ଅନେକେ ଏଭଳି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ  । ସେଥିପାଇଁ ଲବଣ ଭଳି ସ୍ବାଦଯୁକ୍ତ ଉଷକ୍ଷକ୍ଟକ୍ସକ୍ଟଗ୍ଧଷସବଚ୍ଛସୟର ନାମକ ଏକ ପଦାର୍ଥ  ପ୍ରସ୍ତୁତ କରାଯାଇଛି । ଏହାକୁ ଖାଦ୍ୟରେ ମିଶାଇ ଖାଇଲେ ଲବଣ ସ୍ବାଦ ଦେବ; କିନ୍ତୁ ରକ୍ତ·ପ ବଢ଼ିବ ନାହିଁ ।

ସର୍ପଗନ୍ଧା ଉଚ୍ଚ ରକ୍ତ·ପ ପାଇଁ ଏକ ଉମ ଉଦ୍ଭିଦ । ଏଥିରେ  ଥିବା  ମସ୍ତିଷ୍କ  ଉପରେ  ଉକ୍ତ  ପ୍ରଭାବ  ପକାଏ  ଓ ସ୍ନାୟଦିକ ଉେଜ ପ୍ରଶମିତ କରି ରକ୍ତ·ପ ହ୍ରାସ କରେ । ଏହା ବ୍ୟତୀତ ଏଲୋପ୍ୟାଥି, ଆୟୁର୍ବେଦ ଓ ହୋମିଓପ୍ୟାଥି ରେ ଉଚ୍ଚ ରକ୍ତ·ପ ପାଇଁ ବିଭିନ୍ନ ପ୍ରକାର ପାଇଁ ବିଭିନ୍ନ ପ୍ରକାଣ ଔଷଧ ବଜାରରେ ମିଳୁଛି । ଯୋଗ୍ୟ ଚିକିତ୍ସକଙ୍କଠାରେ ପରୀକ୍ଷା କରାଇ ତାଙ୍କ ପରାମର୍ଶ ଅନୁସାରେ ଔଷଧ  ସେବକ କରିବା ବିଧେୟ ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର