ସାମାଜିକ କୁସଂସ୍କାର
ଶ୍ରୀ ବିନାୟକ ଦାଶ
ମନୁଷ୍ୟର ଅନ୍ଧବିଶ୍ୱାସରୁ କୁସଂସ୍କାର ଜନ୍ମ ଲାଭ କରିଥାଏ । ସେହି ଅନ୍ଧବିଶ୍ୱାସ ମୁଖ୍ୟତଃ ମନୁଷ୍ୟର ଅଜ୍ଞତାରୁ ଉଦ୍ଭବ ହୋଇଥାଏ । ଭାରତୀୟ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ଅତି ମହାନ୍ ହେଲେ ହେଁ କେଉଁ ଆଦିମ କାଳରୁ ଅଦ୍ୟାବଧି ଆମ ସମାଜରେ କେତେକ ଅନ୍ଧବିଶ୍ୱାସ ଓ କୁସଂସ୍କାର ପ୍ରଚଳିତ ହୋଇଆସୁଛି । ତାହା କ୍ରମଶଃ ଆମ ସାମାଜିକ ଜୀବନରେ ଅସ୍ତିମଜ୍ଜାଗତ ହୋଇଯାଇଛି କହିଲେ ଚଳେ । ସାମ୍ପ୍ରତିକ ଯୁଗରେ ବିଜ୍ଞାନର ଅଗ୍ରଗତି ସେ୍ୱ ଆମେ ସେଗୁଡ଼ିକୁ ପରିହାର କରିପାରୁ ନାହୁଁ । ବରଂ ଅଧିକାଂଶ ସମୟରେ ଆମେ ତାହାର ବଶବର୍ୀ ହୋଇ ପାଳନ କରିବାକୁ ବାଧ୍ୟ ହେଉଛୁ । ଯଦିଓ ଏହା ବିଜ୍ଞାନ ସମ୍ମତ ନୁହେଁ, ତଥାପି ଲୋକଚାର ଦୃଷ୍ଟିରୁ ତାହାକୁ ଆମେ ପରିତ୍ୟାଗ କରିପାରୁ ନାହୁଁ । ଏଣୁ ସେଗୁଡ଼ିକ ଆମର ଶିରାପ୍ରଶିରା ତଥା ଅଙ୍ଗପ୍ରତ୍ୟଙ୍ଗରେ ଭେଦି ଅସ୍ଥିମଜ୍ଜାଗତ ହୋଇଯାଇଛି । ଏପରିକି ଅଜ୍ଞାନ ଜନିତ ଅନ୍ଧବିଶ୍ୱାସ ଓ କୁସଂସ୍କାର ଫଳରେ ମନୁଷ୍ୟ ନିଜର ତଥା ପ୍ରାଣୀଜଗତର ଅଜ୍ଞାତରେ ଭୁଲକରି ବସେ । ବେଳେବେଳେ ମଧ୍ୟ ମନୁଷ୍ୟ ମନରେ ଭୟଜାତ ହୋଇ ସେ ଆତଙ୍କିତ ହୋଇଉଠେ । ଏହାର ପ୍ରତିକାର ସର୍ବାଦୌ ବିଚାର୍ଯ୍ୟ ।
ସାମାଜିକ କୁସଂସ୍କାରର କାରଣ ଓ ବିବିଧ ରୂପ : ସତୀଦାହ ପ୍ରଥା ସାମାଜିକ କୁସଂସ୍କାରର ପ୍ରଧାନ କାରଣ । ସ୍ୱାମୀଙ୍କର ମୃତୁ୍ୟ ପରେ ତାଙ୍କରି ଚିତାଗ୍ନିରେ ନିଜର ସ୍ତ୍ରୀ ଝାସଦେଇ ସତୀ ବୋଲି ପ୍ରମାଣିତ ହେଉଥିଲେ । ଏହି କୁସଂସ୍କାର ପ୍ରଥାର ନିରାକରଣ ପାଇଁ ଆଇନ୍ ପ୍ରଣୟନ ହେଲେ ହେଁ ସମାଜରୁ ଅଦ୍ୟାବଧି ଏହାର ସମ୍ପୂର୍ଣ୍ଣ ବିଲୋପ ସାଧନ ଘଟି ନାହିଁ । ମୁଖ୍ୟତଃ ଇଂରେଜ ଶାସନ କାଳରେ କେତେକ ସଂଭ୍ରାନ୍ତ ବଂଶରେ ଏହି ଜଘନ୍ୟ ପ୍ରଥାର ପ୍ରଚଳନ ଥିଲା । ଅତୀତରେ ରାଜା ରାମମୋହନ ରାୟ ସତୀଦାହ ପ୍ରଥା ବିରୁଦ୍ଧରେ ସ୍ୱର ଉୋଳନ କରିଥିଲେ । ୧୮୨୯ ଖ୍ରୀ.ଅ.ରେ ଶାସକ ଲର୍ଡ଼ବେିକ୍ ଏହି ଜଘନ୍ୟ ପ୍ରଥାର ବିଲୋପ ସାଧନ କରିଥିଲେ । ବିଗତ ୧୯୭୮ ଖ୍ରୀଷ୍ଟାବ୍ଦ ସେପ୍ଟେମ୍ବର ୫ ତାରିଖରେ ରାଜସ୍ଥାନର ଦେଓରାଲ ଗ୍ରାମରେ ଯେଉଁ ସତୀଦାହ ଘଟଣା ଘଟିଲା, ଭାରତର ତଳସ୍ତରର ଜନପ୍ରଦଠାରୁ ଆରମ୍ଭ କରି ଲୋକସଭା ଓ ରାଜ୍ୟସଭା ପର୍ଯ୍ୟନ୍ତ ଆଲୋଚନାର ବିଷୟବସ୍ତୁ ହୋଇପଡ଼ିଲା । ତା’ପରେ ପରେ ରାଜସ୍ଥାନ ଓ ଉରପ୍ରଦେଶରେ ଘଟିଥିବା ଆଉ କେତୋଟି ସତୀଦାହ ଦୃଶ୍ୟ ଜନ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ଜଘନ୍ୟ କୁସଂସ୍କାର ବିରୋଧରେ ଜନମତ ପ୍ରକାଶ ପାଇବାରୁ ଏହାକୁ ବିରୋଧ କରିବା ପାଇଁ ଆଇନ ପ୍ରଣୟନ କରାଗଲା । ତଥାପି କେତେକ ଧର୍ମ ଭୀରୁ ବ୍ୟକ୍ତି ଏହା ବିରୁଦ୍ଧରେ ଜନସମର୍ଥନ ଗ୍ରହଣ କରି ବିଭିନ୍ନ ଖବର କାଗଜରେ ବିବୃତିମାନ ପ୍ରଦାନ କରିବାକୁ କୁଣ୍ଠାବୋଧ କରି ନଥିଲେ । ତର୍କବିତର୍କ ମଧ୍ୟରେ ଏହି ଜଘନ୍ୟ ପ୍ରଥା ଆଇନ ସମ୍ମତ ହୋଇ ବିଲୋପ ସାଧନ କରାଗଲା ।
ବାଲ୍ୟ ବିବାହ ପ୍ରଥା କୁସଂସ୍କାରର ଅନ୍ୟ ଏକ କାରଣ । ଅନ୍ଧବିଶ୍ୱାସ ଓ କୁସଂସ୍କାରର ବଶବର୍ୀ ହୋଇ ଅତିକମ୍ ବୟସରୁ ପିତା ମାତା ନିଜର କନ୍ୟାରତ୍ନକୁ ପରପୁରୁଷ ସହ ବୈବାହିକ ବନ୍ଧନରେ ଆବଦ୍ଧ କରୁଥିଲେ । ଏହାଦ୍ୱାରା ସମାଜରେ ଅନେକ ବାଲ୍ୟ ବିଧବା ସୃଷ୍ଟି ହେଉଥିଲା । ତା’ ଫଳରେ ସେହି ବାଳ ବିଧବା ସମାଜରେ ବହୁ ଦୁଃଖ, କଷ୍ଟ ଭୋଗ କରିବା ସହିତ ନିର୍ଯ୍ୟାତନା ମଧ୍ୟ ସହ୍ୟ କରୁଥିଲେ । ବିଧବା ବ୍ୟକ୍ତିର ପୁନଃ ବିବାହ ନିମି ସମ୍ପୂର୍ଣ୍ଣ ଇଚ୍ଛା ଥିଲେ ମଧ୍ୟ ସମାଜ ତାକୁ ବିରୋଧ କରୁଥିଲା । ତା’ ଫଳରେ ସେମାନେ ବିଧବା ଭାବେ ରହି କାଳାତିପାତ କରୁଥିଲେ । ସରକାର ଆଇନ ବଳରେ ଏହି କୁସଂସ୍କାରକୁ ସମାଜରୁ କ୍ରମଶଃ ଲୋପ କରାଗଲା ତଥାପି ଏବେ ମଧ୍ୟ କେତେକ ସ୍ଥାନରେ ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ଥିବା ଦୁଃଖର ବିଷୟ ।
ନରବଳି ଏକ ଜଘନ୍ୟ କୁସଂସ୍କାର ପ୍ରଥା । ଅନ୍ଧବିଶ୍ୱାସୀ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ନିଜ ଜମିରେ ଉକ୍ରୃଷ୍ଟ ଫସଲ ଫଳାଇବା ଉଦ୍ଧେଶ୍ୟରେ ବିଶେଷତଃ ହଳଦୀ କିଆରୀରେ ନରବଳି ଦେଉଥିଲେ । ଲର୍ଡ଼ ବେିକ୍ଙ୍କ ଅମଳରେ ଦେଶରୁ ଏହି କୁସଂସ୍କାର ବିରୁଦ୍ଧରେ ଆଇନ ପ୍ରଣୟନ କରିବାରେ ତାହା ଲୋପ ପାଇଲା ।
ନିଜର ଅଭୀଷ୍ଟ ପୂରଣ ଉଦ୍ଧେଶ୍ୟରେ ଅନ୍ଧବିଶ୍ୱାସର ବଶବର୍ୀ ହୋଇ ଠାକୁରାଣୀଙ୍କ ନିକଟରେ ପଶୁବଳି ପ୍ରଦାନ କୁସଂସ୍କାରର ଜଘନ୍ୟ ପ୍ରଥା ରୂପେ ବିବେଚିତ ହୋଇଥାଏ । ଦୁର୍ଗା ପୂଜା ଓ କାଳୀ ପୂଜାରେ ପଶୁବଳି ସ୍ୱରୂପ ଏହାର ବହୁଳ ଦୃଷ୍ଟାନ୍ତ ଦେଖିବାକୁ ମିଳେ । ସରକାରୀ ଓ ବେସରକାରୀସ୍ତରରେ ଏହାର ନିରାକରଣର ଉଦ୍ୟମ ଅବ୍ୟାହତ ରହିଥିବାରୁ ଏହି ଘୃଣ୍ୟ ପଶୁବଳି ବନ୍ଦ ହେବାକୁ ବସିଲାଣି । ତା’ର ପରିବର୍ନରେ ଦେବୀ ପୀଠରେ କାକୁଡ଼ି, ଜହ୍ନିବଳି ପଶୁମନ୍ତ୍ରରେ ଦିଆଯାଉଛି । କିନ୍ତୁ ଅଦ୍ୟାବଧି ଏହି ଘୃଣାପ୍ରଥା କେତେକ ସ୍ଥାନରେ ପରିଦୃଷ୍ଟ ହୋଇଥାଏ । ଏପରିକି ପୁରୀ ଶ୍ରୀମନ୍ଦିରର ବିମଳାଙ୍କ ପୀଠରେ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳେ ।
ରାଜ ରାସ୍ତାରେ ଯାନବାହନ ଯାତାୟତ କରିବା ସମୟରେ ଯଦି ଗାଡ଼ି ସମ୍ମୁଖରେ ବିରାଡ଼ି ଅତିକ୍ରମ କରେ, ତେବେ ଅନ୍ଧବିଶ୍ୱାସର ବଶବର୍ୀ ହୋଇ ଗାଡ଼ି ଚାଳକ ଆସନ୍ନ ବିପଦରୁ ମୁକ୍ତିଲାଭ ନିମନ୍ତେ ଚଳନ୍ତା ଗାଡ଼ିକୁ ପଛେଇ ନିଅନ୍ତି । ରାତି୍ରକାଳ ହୋଇଥିଲେ ଗାଡ଼ିର ଆଲୁଅକୁ ମଧ୍ୟ ଲିଭାଇ ଦିଅନ୍ତି । ତା’ ସେ୍ୱ ଗାଡ଼ି ମଧ୍ୟ ବେଳେବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥାଏ । ଏ ଅନ୍ଧବିଶ୍ୱାସକୁ ମନରୁ ଏଡ଼େଇ ଦେବା ଉଚିତ । କାରଣ ବିରାଡ଼ି ହେଉଛି ଏକ ଗୃହପାଳିତ ଜୀବ । ସେ ତା’ର ଖାଦ୍ୟ ଅନ୍ୱେଷଣ ନିମନ୍ତେ ରାସ୍ତାଘାଟରେ ଅବାଧରେ ପ୍ରବେଶ କରିଥାଏ । ଏଣୁ ଶୁଭାଶୁଭ ଯାତ୍ରା ବିରାଡ଼ିର ରାସ୍ତା ପାରି ହେବା ଯୋଗୁଁ ଘଟିଥିବା ବିଶ୍ୱାସ ଅମୂଳକ ଅଟେ । ଏହା ଅନ୍ଧବିଶ୍ୱାସର ମୁଖ୍ୟ କାରଣ ଅଟେ ।
କୌଣସି ଦୂରସ୍ଥାନକୁ ଗମନ କରିବାକୁ ହେଉ ବା ଶୁଭାଶୁଭ ଯାତ୍ରା ପ୍ରାରମ୍ଭରେ ଆମ୍ଭେମାନେ ଯଦି କାଳିବିରାଡ଼ି, ପମ୍ପା ମାଠିଆ, ସର୍ପ, ଲଣ୍ଡାମସ୍ତକଧାରୀ ବ୍ୟକ୍ତି ବା ତୈଳିକ ମାନବର ଦର୍ଶନ ପାଇଥାଉ, ତେବେ ଅଶୁଭ ଫଳର ସୂଚନା ମିଳିଥାଏ ବୋଲି ଆମର ଅନ୍ଧବିଶ୍ୱାସ ହୋଇଥାଏ । କିନ୍ତୁ ଏଗୁଡ଼ିକ ଅବା‚ିତ ବା ଅମୂଳକ ଅଟେ । କାରଣ ବିରାଡ଼ି ଓ ସର୍ପ ରାସ୍ତାରେ ବିଚରଣ କରିଥାନ୍ତି । ଶୂନ୍ୟ ମାଠିଆ ନେଇ ନାରୀ ପାଣି ଆଣିବାକୁ ଜଳାଶୟକୁ ଯାତ୍ରା କରିଥାନ୍ତି । ଲଣ୍ଡିତ ବ୍ୟକ୍ତି ନିଜ କାର୍ଯ୍ୟରେ ବାହାରକୁ ଯାଇଥାନ୍ତି ଓ ତେଲି ତା’ର ବ୍ୟବସାୟ ନେଇ ଘରୁ ପଦାକୁ ଆସିଥାନ୍ତି । ଏଣୁ ଏହାକୁ ଦର୍ଶନ କଲେ ଯେ ଅଶୁଭ ଫଳ ପ୍ରଦାନ କରିବ, ଏହାର କୌଣସି ସତ୍ୟତା ନାହିଁ । ଅନ୍ଧବିଶ୍ୱାସର ବଶବର୍ୀ ହୋଇ ବ୍ୟକ୍ତି ମନରେ ଏପରି ଭୟଜାତ ହୋଇଥାଏ ।
ଶାରୀରିକ ଅସୁସ୍ଥତା ଯୋଗୁଁ ସମୟେ ସମୟେ ମନୁଷ୍ୟର ଆଖିପତା ଡ଼େଇଁଥାଏ । କିନ୍ତୁ ଅନ୍ଧବିଶ୍ୱାସର ବଶବର୍ୀ ହୋଇ ଆମେ ବିଶ୍ୱାସ କରୁ ଯେ ପୁରୁଷର ବାମ ଆଖିପତା ଓ ସ୍ତ୍ରୀମାନଙ୍କର ଡାହାଣ ଆଖିପତା ଡେଇଁଲେ ଅଶୁଭ ଫଳ ମିଳେ । ତାହାଦ୍ୱାରା ମନୁଷ୍ୟ ମନରେ ଭୟ ବା ଆଶଙ୍କା ଜନ୍ମେ । ଏହି ଭୟ ମନୁଷ୍ୟଙ୍କୁ ଆସନ୍ନ ବିପଦରେ ପକାଇଥାଏ । ଅନ୍ଧବିଶ୍ୱାସ ଯୋଗୁଁ ଆମ ମନରେ ଏହି ଧାରଣା ସୃଷ୍ଟି ହୋଇଥାଏ । କିନ୍ତୁ ବାସ୍ତବରେ ଏହା ଠିକ୍ ନୁହେଁ । ଶାରୀରିକ ଅସୁସ୍ଥତା ଯୋଗୁଁ ମନୁୁଷ୍ୟର ଆଖିପତା ଘନ ଘନ ଡେଉଁଥାଏ । ଏଣୁ ଶୁଭା ଶୁଭ ଫଳ ଆଖିପତା ଡେଇଁବା ଉପରେ ନିର୍ଭର କରିନଥାଏ ।
ଅନେକ ସମୟରେ ଆମେ ବିଭିନ୍ନ ଖାଦ୍ୟ ଖାଇବାବେଳେ ଆମ ତିରେ ଲାଗି କାଶ ହୋଇଥାଏ । ଆମେ ଅନ୍ଧବିଶ୍ୱାସର ବଶବର୍ୀ ହୋଇ କହୁ ଯେ, ତିରେ ଖାଦ୍ୟ ଲାଗିଲେ ଆମକୁ ଆତ୍ମୀୟ ସ୍ୱଜନମାନେ ମନେ ପକାନ୍ତି । କିନ୍ତୁ ଏହା ଅବାସ୍ତବ । ତରତର ହୋଇ ଖାଦ୍ୟ ପଦାର୍ଥ ଖାଇଲେ ସାଧାରଣତଃ ଖାଦ୍ୟ ଆମ ତିରେ ଲାଗି କାଶ ହୁଏ । କାରଣ ସେହି ସମୟରେ ଯଦି ଖାଦ୍ୟ ଗିଳିବା ବେଳେ ଦୈବାତ୍ ଶ୍ୱାସନଳୀରେ ଲାଗିଯାଏ, ତେବେ ଏହି ଅସୁବିଧା ସୃଷ୍ଟି ହୋଇଥାଏ ।
ସାଧାରଣତଃ ଗଣିତ ଶାସ୍ତ୍ରାନୁଯାୟୀ ଆମେ ବ୍ୟବହାର କରୁଥିବା ୬, ୯, ୧୩ ପ୍ରଭୃତି ସଂଖ୍ୟା ଗୁଡ଼ିକ ଗଣନ ସଂଖ୍ୟା ରୂପେ ବିବେଚିତ ହୋଇଥାଏ । ଯଦିବା ଆମେ କେଉଁ ସ୍ଥାନକୁ ଯାତ୍ରା କରିଥାଉ, ଅନ୍ଧବିଶ୍ୱାସର ବଶବର୍ୀ ହୋଇ ଆମେ ସେଠାରୁ ୬ଦିନ, ୯ ଦିନ କିମ୍ବା ୧୩ ଦିନରେ ଗୃହକୁ ପ୍ରତ୍ୟାବର୍ନ କରିବାରେ ବାରଣ ଥାଏ । କାରଣ ଲୋକବିଶ୍ୱାସରେ ସେଠାରୁ ସେହିଦିନ ମାନଙ୍କରେ ଘରକୁ ଆସିଲେ ଆମ୍ଭେ କୌଣସି ରୋଗରେ ଆକ୍ରାନ୍ତ ହୋଇଥାଉ ବା କିଛି ଅସୁବିଧାର ସମ୍ମୁଖୀନ ହୋଇଥାଉ । କିନ୍ତୁ ଏହି ଧାରଣା ଭ୍ରାନ୍ତିମୂଳକ । କେବଳ ଅନ୍ଧବିଶ୍ୱାସ ଯୋଗୁଁ ଆମର ଏହି ଧାରଣା ମନରେ ବଳବର ହୋଇଥାଏ ।
ପିଲାମାନଙ୍କର ମଙ୍ଗଳ ନିମି ଅଧିକାଂଶ ବ୍ୟକ୍ତି ନିଜର ଆରାଧ୍ୟ ଦେବା-ଦେବୀଙ୍କ ନିକଟରେ ଛାଗ, ମେଣ୍ଢା, କୁକୁଡ଼ା ପ୍ରଭୃତି ଜୀବମାନଙ୍କୁ ବଳିପ୍ରଦାନ କରିଥାନ୍ତି । ବଳି ନ ପାଇଲେ ଠାକୁରାଣୀ ସନ୍ତାନ-ସନ୍ତତିମାନଙ୍କର ଅମଙ୍ଗଳ ସାଧନ କରନ୍ତି ବୋଲି ଅନ୍ଧବିଶ୍ୱାସୀଙ୍କ ମନରେ ବଳବର ହୋଇଥାଏ । ଏହା ଅମୂଳକ ବା ଭିିିହୀନ । ସେହିପରି ତିଥି, ବାର, ନକ୍ଷତ୍ର ଦେଖି କୌଣସି କାର୍ଯ୍ୟର ଶୁଭାରମ୍ଭ କରିବା ବା କୌଣସି ଏକ ନିର୍ଦ୍ଧିଷ୍ଟ ଦିଗକୁ ଯାତ୍ରା କରିବା ମଧ୍ୟ ଭ୍ରାନ୍ତିମୂଳକ ଅଟେ । ଏହା ମନରେ ଅନ୍ଧବିଶ୍ୱାସ ଯୋଗୁଁ ହିଁ ଘଟିଥାଏ ।
ପ୍ରାଚୀନ କାଳରେ କେବଳ ବ୍ରାହ୍ମଣମାନେ ହିଁ ନିିଜର ବାଡ଼ି ବଗିଚାରେ ନଡ଼ିଆ ଓ କଦଳୀ ଚାଷ କରିପାରିବାର ଦୃଷ୍ଟାନ୍ତ ରହିଛି । ଅନ୍ୟ ଜାତିର ଲୋକମାନେ ଏହି ଚାଷ କଲେ ନିଜର କ୍ଷତି ହେବ ବୋଲି ଅନ୍ଧବିଶ୍ୱାସ ଥିଲା । କିନ୍ତୁ ଏହା ଏକ ଲାଭଜନକ ଫସଲ । ସମସ୍ତେ ଏହି ଅଧିକାରକୁ ଭାଗ କରିପାରିବେ । ଏହି ଯୁକ୍ତି ଅମୂଳକ ଓ ଭ୍ରାନ୍ତିହୀନ ଅଟେ ।
ମନୁଷ୍ୟ ନିଜର ଅଜ୍ଞତା ହେତୁ ଶାସ୍ତ୍ର ଲିଖିତ ନିର୍ଦ୍ଧେଶ ଗୁଡ଼ିକର ଭୁଲ ଅର୍ଥ କରି କୁସଂସ୍କାରର ବଶବର୍ୀ ହୋଇଥାଏ । ସେହି ପନ୍ଥାକୁ ପୁରୁଷାନୁକକ୍ରମେ ଉର ପୁରୁଷଗଣ ମଧ୍ୟ ଅନୁସରଣ ତଥା ଅନୁକରଣ କରି ଚାଲିଥାନ୍ତି । ସେହିପରି ସମାଜର ଏକ ପ୍ରତିଭାଶାଳୀ ଗୋଷ୍ଠୀ ଅନ୍ୟ ଗୋଷ୍ଠୀମାନଙ୍କ ଉପରେ ନିଜର ପ୍ରଭାବ ଓ ପ୍ରତିପିକୁ ଚିରସ୍ଥାୟୀ କରିବା ଉଦ୍ଧେଶ୍ୟରେ ଜାଣିଶୁଣି ନିରୀହ ଜନସାଧାରଣଙ୍କ ମନରେ କୁସଂସ୍କାର ଭାବ ସୃଷ୍ଟି କରିଥାନ୍ତିି । ଅପର ପକ୍ଷରେ ସେମାନେ କୌଣସି ଶାସ୍ତ୍ରୀୟ ନିର୍ଦ୍ଧେଶକୁ ଗୋପନ ରଖିଥାନ୍ତି ବା ଶାସ୍ତ୍ରୀୟ ନିର୍ଦ୍ଧେଶର ଭ୍ରମାତ୍ମକ ଅର୍ଥ ପ୍ରଚାର କରିଥାନ୍ତି । ତା’ ଫଳରେ ମନରେ ଅନ୍ଧବିଶ୍ୱାସ ଦୃଢ଼ୀଭୂତ ହୋଇଥାଏ । ଫଳରେ ସମାଜ ଗତିରେ ସ୍ଥାଣୁତ୍ୱ ଦେଖାଦିଏ ବା ମନୁଷ୍ୟର ଘୋର ରକ୍ଷଣଶୀଳ ମନୋବୃି ହେତୁ ସମାଜ ମଧ୍ୟ ଆଶାତୀତ ଅଗ୍ରଗତି କରିପାରେ ନାହିଁ ।
କୁସଂସ୍କାର ଦୂରୀଭୂତ ନିମନ୍ତେ ପ୍ରତିକାର ବ୍ୟବସ୍ଥା : ଶିକ୍ଷାର ଅଭାବ ହେତୁ ମନୁଷ୍ୟ କୁସଂସ୍କାରର ବଶବର୍ୀ ହୋଇଥାଏ । ଏହାର ନିରାକରଣ ନିମନ୍ତେ ଶିକ୍ଷାର ବହୁଳ ପ୍ରସାର ଆବଶ୍ୟକ । ଏହାଦ୍ୱାରା ଅନ୍ଧବିଶ୍ୱାସ ଓ ସାମାଜିକ କୁସଂସ୍କାର ଅକ୍ଲେଶରେ ହ୍ରାସ ପାଇ ପାରିବ ।
ଯୁବ ସମ୍ପ୍ରଦାୟ ତଥା ଶିକ୍ଷିତ ଗୋଷ୍ଠୀ କୁସଂସ୍କାର ବିରୁଦ୍ଧରେ ସ୍ୱର ଉୋଳନ କରିବା ଆବଶ୍ୟକ । ଜନଜାଗରଣ ସୃଷ୍ଟି ନିିମନ୍ତେ ପଥପ୍ରାନ୍ତ ସଭା, ପ୍ରଚାରପତ୍ର, ପ୍ରାଚୀରପତ୍ରର ବିଶେଷ ଆବଶ୍ୟକ ରହିଛି । ଗ୍ରାମସଭା ମାଧ୍ୟମରେ ଲୋକମାନଙ୍କ ମନରୁ ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଦୂର କରାଯାଇପାରିବ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏ ଦିଗରେ ଆଗେଇ ଆସିବା ଉଚିତ ।
ଦୈନିକ ଖବର କାଗଜ, ଡାକବାଜିଯନ୍ତ୍ର, ରେଡ଼ିଓ, ଟେଲିଭିଜନ ପ୍ରଭୃତି ଗଣମାଧ୍ୟମ ସଂସ୍ଥା ଜରିଆରେ ଏହାର ପ୍ରଚାର ଓ ପ୍ରସାର ଆବଶ୍ୟକ । କୁସଂସ୍କାର ଓ ଅନ୍ଧବିଶ୍ୱାସର ବିରୋଧରେ ବାରମ୍ବାର ପ୍ରଚାର ହେବା ବିଧେୟ ।
ସରକାରୀ ଓ ବେସରକାରୀ ସଂସ୍ଥା ମାଧ୍ୟମରେ ଗଣ ସଚେତନତା ସୃଷ୍ଟି କରିବା ଆବଶ୍ୟକ । ଅନ୍ଧବିଶ୍ୱାସ ବିରୋଧରେ ସଭାସମିତି କରି ଜନଜାଗରଣ ସୃଷ୍ଟି କରିବା ବା‚ନୀୟ । ପଥପ୍ରାନ୍ତ ନାଟକ, ପ୍ରାମାଣିକ ଚିତ୍ର ପ୍ରଦର୍ଶନ ଜରିଆରେ ଲୋକଙ୍କ ମନରୁ ଏହି ଅନ୍ଧବିଶ୍ୱାସକୁ ଦୂର କରିବା ଉଚିତ ।
ଗାଁ ଗହଳିର ଯାତ୍ରା, ମେଳା ମହୋତ୍ସବମାନଙ୍କରେ ପାଲା, ଦାସକାଠିଆ ଓ ବିଭିିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କୁସଂସ୍କାରର କୁପରିଣାମ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ଆବଶ୍ୟକ । ଏହାଦ୍ୱାରା ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହେବା ସେଙ୍ଗ ସେଙ୍ଗ ସମାଜରୁ ଘୃଣ୍ୟ କୁସଂସ୍କାର ଅକ୍ଲେଶରେ ଦୂର ହୋଇଯିବ ।
ଯୁଗେ ଯୁଗେ ଯୋଗଜନ୍ମା ମହାପୁରୁଷମାନେ ସମାଜରୁ କୁସଂସ୍କାର ବିଲୋପ ନିମନ୍ତେ ଚେଷ୍ଟା କରି ଆସିଛନ୍ତି । ଏଣୁ ସେମାନଙ୍କ ଦ୍ୱାରା ବିିଭିନ୍ନ ସଭାର ଆୟୋଜନ କରାଯାଇ ଲୋକମାନଙ୍କୁ ଶାସ୍ତ୍ରୋଚିତ ନ୍ୟାୟ ପ୍ରଦାନ କରିବା ସେଙ୍ଗ ସେଙ୍ଗ ଉପଦେଶ ଛଳରେ ମନରୁ ଅନ୍ଧବିଶ୍ୱାସର ଭ୍ରାନ୍ତିକୁ ସହଜରେ ଦୂର କରାଯାଇପାରିବ । ଏପରିକି ଗଳ୍ପ ଛଳରେ, ଶାସ୍ତ୍ର ମାଧ୍ୟମରେ ଉପଦେଶ ଦ୍ୱାରା ଓ ବିଭିନ୍ନ ଉଦାହରଣ ପ୍ରଦାନ ଦ୍ୱାରା କୁସଂସ୍କାର ମୂଳକ ଅନ୍ଧବିଶ୍ୱାସକ ଅକ୍ଲେଶରେ ଲୋକଙ୍କ ମନରୁ ପୋଛି ଦିଆଯାଇପାରିବ ।
ସମାଜରୁ କୁସଂସ୍କାରକୁ ଦୂରୀଭୂତ କରିବାର ଅନ୍ୟ ଏକ ଉପାୟ ହେଉଛି, ଜନତାର ମନୋ ରାଜ୍ୟକୁ ସଦାସର୍ବଦା ବୈଜ୍ଞାନିକ ଚିନ୍ତାଧାରାରେ ପ୍ରଭାବିତ କରିବା । ଜନସାଧାରଣ ବୈଜ୍ଞାନିକ ଭିିରେ ଚିନ୍ତାକରି ଶିଖିଲେ ସମାଜରୁ ପୁରାତନ କୁସଂସ୍କାର ସବୁ ସହଜରେ ଦୂରୀଭୂତ ହୋଇପାରିବ ବୋଲି ଆଶା ।
ଉପସଂହାର : କୁସଂସ୍କାର ଓ ଅନ୍ଧବିଶ୍ୱାସର ବଶବର୍ୀ ହୋଇ ଆମେ ଅନେକ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେବା ସେଙ୍ଗ ସେଙ୍ଗ ନିଜର ଅନିଚ୍ଛା ସେ୍ୱ ଏସବୁକୁ ବିଶ୍ୱାସ କରିବାକୁ ବାଧ୍ୟ ହେଉଛୁ । ଅନେକ ସମୟରେ ସେଥିପାଇଁ ମଧ୍ୟ ଆମକୁ ବହୁ ଅର୍ଥ ବ୍ୟୟ କରିବାକୁ ପଡୁଛି । ଅତୀତର ସେହି ପରମ୍ପରାକୁ ଜାବୁଡ଼ି ଧରି ନିଜର ଅନିଚ୍ଛା ସେ୍ୱ ଏହାକୁ ପରିହାର ମଧ୍ୟ କରିପାରୁ ନାହୁଁ । କିନ୍ତୁ ସାମ୍ପ୍ରତିକ ଯୁଗରେ ବିଜ୍ଞାନର ବିପୁଳ ପ୍ରସାର ହେତୁ ଭାରତୀୟ ସମାଜରୁ ବହୁ କୁସଂସ୍କାର ଦୂର ହୋଇଗଲାଣି । ତେଣୁ ଦେଶ ମଧ୍ୟରେ ବିଜ୍ଞାନ ବିଚାରର ବ୍ୟାପକ ବାତାବରଣ ସୃଷ୍ଟି କରି ଭାରତୀୟ କୁସଂସ୍କାରର ଅବଶେଷକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବା ନିମି ଶିକ୍ଷିତ ଜନସାଧାରଣ ଆଗେଇ ଆସିବା ଦରକାର । ଏଥି ନିମନ୍ତେ ଆଧୁନିକ ଯୁବସମାଜ ଓ ଛାତ୍ରଛାତ୍ରୀମାନେ ନେତୃତ୍ୱ ନେବା ଆବଶ୍ୟକ ।
Comments
Post a Comment