ଜ୍ଞାନ ଓ କର୍ମ

ସ୍ବାମୀ ବିବେକାନନ୍ଦ


(୧୮୯୫ ଖ୍ରୀ: ୨୩ ନଭେମ୍ବର, ଲଣ୍ଡନରେ ପ୍ରଦ ଭାଷଣର ସାରାଂଶ) 


ଚିନ୍ତା-ଶକ୍ତିରୁ ସର୍ବାଧିକ ଶକ୍ତି ଲାଭ ହୁଏ । ବସ୍ତୁ ଯେତେ ସୂକ୍ଷ୍ମ, ତାହାର ଶକ୍ତି ମଧ୍ୟ ସେତେ ବେଶୀ । ଚିନ୍ତାର ନୀରବ ଶକ୍ତି ଦୂରର ମନୁଷ୍ୟକୁ ମଧ୍ୟ ପ୍ରଭାବିତ କରେ, କାରଣ ମନ ଏକ, ପୁଣି ଅନେକ ମଧ୍ୟ । ଜଗତ ଯେପରି ଗୋଟିଏ ମାଙ୍କଡ଼ସାର ଜାଲା ମନଗୁଡ଼ିକ ସେପରି ମାଙ୍କଡ଼ସା ।

ଏହି ଜଗତ ସର୍ବବ୍ୟାପୀ ଗୋଟିଏ ଅଖଣ୍ଡ ସାର ପ୍ରକାଶ । ଇନ୍ଦି୍ରୟମାନଙ୍କ ମାଧ୍ୟମରେ ଦୃଷ୍ଟ ସେହି ସା ଏହି ଜଗତ୍ ବୋଲି ପ୍ରତୀୟମାନ ହୁଏ । ଏହା ହିଁ ମାୟା । ଅତଏବ ଜଗତ ଗୋଟିଏ ଭ୍ରମ, ଅର୍ଥାତ୍ ସତ୍ୟବସ୍ତୁର ଅସମ୍ପୂର୍ଣ୍ଣ ଦର୍ଶନ, ଆଂଶିକ ପ୍ରକାଶ - ପ୍ରଭାତ କାଳରେ ଯେପରି ସୂର୍ଯ୍ୟ ଗୋଟିଏ ଲାଲ ରଙ୍ଗର ବଲ୍ ପରି ଦେଖାଯାନ୍ତି । ଏହି ଭାବେ ଦେଖିଲେ - ଯାହା କିଛି ଅଶୁଭ ଓ ମନ୍ଦ ବୋଲି ମନେ ହୁଏ- ତାହା ପ୍ରକୃତ ପକ୍ଷରେ ଦୁର୍ବଳତା ମାତ୍ର । ଭଲ କିମ୍ବା ଶୁଭର ଅସମ୍ପୂର୍ଣ୍ଣ ପ୍ରକାଶ ।

ସରଳରେଖାକୁ ଅନନ୍ତ ପର୍ଯ୍ୟନ୍ତ ବର୍ଦ୍ଧିତ କଲେ ଗୋଟିଏ ବୃରେ ପରିଣତ ହୁଏ । ଶୁଭର ସନ୍ଧାନ ଆତ୍ମାନୁସନ୍ଧାନରେ ହିଁ ପର୍ଯ୍ୟବେସିତ ହୁଏ । ‘ମୁଁ’ ହିଁ ରହସ୍ୟର ସମଗ୍ର ରୂପ- ଈଶ୍ୱର । କା ‘ମୁଁ’ ହିଁ ଦେହ, ପୁଣି ‘ମୁଁ’ ହିଁ ବିଶ୍ୱର ପରମେଶ୍ୱର ।

ମନୁଷ୍ୟ ପବିତ୍ର ଓ ନୀତି ପରାୟଣ ହେବ କାହିଁକି? କାରଣ ଏହାଦ୍ୱାରା ତାହାର ଇଚ୍ଛାଶକ୍ତି ଦୃଢ଼ ହେବ । ଯାହା କିଛି ମନୁଷ୍ୟର ଯଥାର୍ଥ ସ୍ବରୂପ ପ୍ରକାଶିତ କରି ମନନ ଓ ଇଚ୍ଛାଶକ୍ତିକୁ ସତେଜ କରେ ତାହା ନୈତିକ । ଯାହା କିଛି ଏହାର ବିପରୀତ, ତାହା ହିଁ ଦୁର୍ନୀତି । ବିଭିନ୍ନ ଦେଶ ଓ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ମାନ ମଧ୍ୟ ପୃଥକ୍ । ମନୁଷ୍ୟକୁ ବିଧିନିଷେଧ ଶାସ୍ତ୍ରବଚନ ପ୍ରଭୃତିର ଦାସତ୍ୱରୁ ମୁକ୍ତିଲାଭ କରିବାକୁ ହେବ । ବର୍ମାନ ଆମ ଇଚ୍ଛାର କୌଣସି ସ୍ବାଧୀନତା ନାହିଁ । କିନ୍ତୁ ଯେତେବେଳେ ମୁକ୍ତ ହେବୁ ସେତେବେଳେ ଆମ ଇଚ୍ଛା ସ୍ବାଧୀନ ହେବ । ସଂସାରକୁ ଏହି ଭାବେ ଛାଡ଼ି ଦେବାର ନାମ ତ୍ୟାଗ । ଇନ୍ଦି୍ରୟ ମାଧ୍ୟମରେ କ୍ରୋଧ ଆସେ, ଦୁଃଖ ଅନୁଭୂତ ହୁଏ । ତେଣୁ ତ୍ୟାଗର ଭାବରେ ପୂର୍ଣ୍ଣ ହୋଇଯାଅ ।

ଏକଦା ମୋର ଦେହ ଥିଲା, ଜନ୍ମ ହୋଇଥିଲି, ମୁଁ ଜୀବନ ସଂଗ୍ରାମରେ ଲିପ୍ତ ଥିଲି ଏବଂ ମରିଗଲି- ଏ କି ଭୟାବହ ପ୍ରହେଳିକା! ଦେହ ମଧ୍ୟରେ ଆବଦ୍ଧ ହୋଇ ମୁକ୍ତି ପାଇଁ କାତର କ୍ରନ୍ଦନ?

କିନ୍ତୁ ତ୍ୟାଗର ଅର୍ଥ କ’ଣ ଏହା ଯେ ସମସ୍ତଙ୍କୁ ସନ୍ନ୍ୟାସୀ ହେବାକୁ ହେବ? ତାହାହେଲେ କିଏ କାହାକୁ ସାହାଯ୍ୟ କରିବ? ତ୍ୟାଗର ଅର୍ଥ ତପସ୍ବୀ ହେବା ନୁହେଁ । ସକଳ ଭିକ୍ଷୁକ ହିଁ କ’ଣ ଖ୍ରୀଷ୍ଟ? ଦାରିଦ୍ର୍ୟ ଓ ସାଧୁତା ସମାର୍ଥକ ନୁହେଁ; ଅନେକ କ୍ଷେତ୍ରରେ ଠିକ୍ ବିପରୀତ । ପ୍ରକୃତ ତ୍ୟାଗ ମାନସିକ । କିପରି ଏହି ତ୍ୟାଗ ଆସେ? ମରୁଭୂମିରେ ତୃଷାର୍ ହୋଇ ମୁଁ ଗୋଟିଏ ହ୍ରଦ ଦେଖିଲି- ଚତୁର୍ଦ୍ଧିଗ ବ୍ୟାପି ମନୋରମ ଦୃଶ୍ୟାବଳୀରେ ବୃକ୍ଷରାଜିର ବିପରୀତ ପ୍ରତିଛବି ଜଳ ମଧ୍ୟରେ ଦେଖାଯାଉଥିଲା, କିନ୍ତୁ ପରେ ଏହା ମରୀଚିକା ବୋଲି ପ୍ରମାଣିତ ହେଲା । ସେତେବେଳେ ବୁଝିଲି, ମାସାବଧି ମୁଁ ପ୍ରତିଦିନ ଏହି ଦୃଶ୍ୟ ଦେଖିଛି, କିନ୍ତୁ କେବଳ ସେହିଦିନ ତୃଷାର୍ ହୋଇ ଓ ଜଳପାନରେ ବ୍ୟର୍ଥ ହୋଇ ଶିକ୍ଷାଲାଭ କଲି ଯେ, ଏହା ମିଥ୍ୟା । ଏହି ଘଟଣା ପରେ ମଧ୍ୟ ପ୍ରତିଦିନ ମୁଁ ଏହା ଦେଖିବି, କିନ୍ତୁ ସତ୍ୟ ବୋଲି ଆଉ କେବେହେଲେ ସ୍ବୀକାର କରିବି ନାହିଁ । ତେଣୁ ଆମେ ଯେତେବେଳେ ଈଶ୍ୱର ଲାଭ କରୁ ସେତେବେଳେ ଜଗତ୍ ଓ ଦେହ ପ୍ରଭୃତିର ଭାବ ·ଲିଯାଏ । ଏଗୁଡ଼ିକ ପରେ ପୁଣି ଫେରି ଆସିପାରେ- କିନ୍ତୁ ସେତେବେଳେ ଆମେ ଏହାକୁ ମିଥ୍ୟା ବୋଲି ଜାଣିବୁ ।

ପୃଥିବୀର ଇତିହାସ ବୁଦ୍ଧ ଓ ଖ୍ରୀଷ୍ଟଙ୍କ ପରି ମହାପୁରୁଷମାନଙ୍କ ଜୀବନର ଇତିହାସ । ନିଷ୍କାମ ଓ ଅନାସକ୍ତ ବ୍ୟକ୍ତିମାନେ ବିଶ୍ୱର ସର୍ବାପେକ୍ଷା କଲ୍ୟାଣ କରନ୍ତି । ଦୀନ ଦରିଦ୍ରଙ୍କର ବସ୍ତିରେ ଯୀଶୁଙ୍କର କଥା ଭାବ । ଦୁଃଖର ଅତୀତ ଅବସ୍ଥାରେ ସ୍ବରୂପ ଦର୍ଶନ କରି ସେ କହିଥିଲେ, ‘ହେ ଭାଇମାନେ, ତୁମେ ସମସ୍ତେ ଈଶ୍ୱରଙ୍କର ସନ୍ତାନ ।’ ତାଙ୍କର କର୍ମ ଶାନ୍ତ, ନୀରବ । ଦୁଃଖର କାରଣଗୁଡ଼ିକୁ ସେ ଦୂର କରିଥିଲେ । ଯେତେବେଳେ ତୁମେ ପ୍ରକୃତ ପକ୍ଷରେ ଜାଣିବ ଯେ, ଏହି କର୍ମ କେବଳ ମାତ୍ର ମାୟା, ସେତେବେଳେ ଯାଇ ଜଗତର ହିତ ପାଇଁ କିଛି କରିପାରିବ । ଏହି କର୍ମ ଯେତେ ଅଜ୍ଞାତସାରରେ ହୁଏ ସେତେ ଭଲ, କାରଣ ଯେତେବେଳେ କର୍ମ ଚେତନ ଭାବର ଊଦ୍ଧ୍ୱର୍ରେ ଉପନୀତ ହୁଏ, ଅତିଚେତନ ହୁଏ । ଭଲ ବା ମନ୍ଦ, କୌଣସିଟା ହିଁ ଆମର ସନ୍ଧାନର ବିଷୟ ନୁହେଁ; ତେବେ ସୁଖ ଓ ମଙ୍ଗଳ ଦୁଃଖ ଓ ଅମଙ୍ଗଳ ଅପେକ୍ଷା ସତ୍ୟର ନିକଟରେ । ଜଣକର ହାତରେ କାଟିଏ ବିଦ୍ଧ ହେଲା ଏବଂ ଅନ୍ୟ ଗୋଟିଏ କାର ସାହାଯ୍ୟରେ ଏହା ବାହାର କରାଗଲା । ଏହି ପ୍ରଥମ କାଟି ଯଦି ମନ୍ଦ ହୁଏ ତେବେ ଦ୍ୱିତୀୟଟି ଭଲ । ଆତ୍ମା ହିଁ ସେହି ଶାନ୍ତି, ଯାହା ଭଲ ଓ ମନ୍ଦ ଉଭୟକୁ ଅତିକ୍ରମ କରେ । ଯେତେବେଳେ ବିଶ୍ୱ ସଂସାର ବିଲୀନ ହୋଇଯାଏ, ସେତେବେଳେ ମନୁଷ୍ୟ ଭଗବାନଙ୍କ ନିକଟବର୍ୀ ହୁଏ । କ୍ଷଣକ ପାଇଁ ସେ ନିଜ ‘ସ୍ବରୂପ ଫେରିପାଏ ଈଶ୍ୱର ହୋଇଯାଏ । ପୁଣି ଈଶ୍ୱର ପ୍ରେରିତ ପୁରୁଷ ରୂପେ ସେ ଆବିର୍ଭୂତ ହୁଏ; ସେତେବେଳେ ଜଗତ ତାହାର ସମ୍ମୁଖରେ କମ୍ପେ । ମୂର୍ଖ ନିଦ୍ରିତ ହୁଏ ଓ ମୂର୍ଖ ରୂପେ ହିଁ ଜାଗରିତ ହୁଏ । ଅଜ୍ଞାନୀ ମନୁଷ୍ୟ ଅତୀନ୍ଦି୍ରୟ ଜ୍ଞାନ ଲାଭ କରି, ଅନନ୍ତ ଶକ୍ତି, ପବିତ୍ରତା ଓ ପ୍ରେମର ଅଧିକାରୀ ହୁଅନ୍ତି- ଦେବ-ମାନବ ହୋଇଯାଆନ୍ତି, ଅତୀନ୍ଦି୍ରୟ ଅବସ୍ଥାର ଏହା ହିଁ କାର୍ଯ୍ୟକାରିତା ।

ଯୁଦ୍ଧକ୍ଷେତ୍ରରେ ମଧ୍ୟ ଜ୍ଞାନର ସାଧନା କରାଯାଇପାରେ । ଗୀତା ଏହି ଭାବେ ପ୍ରଚାରିତ ହୋଇଥିଲା । ମନର ତିନୋଟି ଅବସ୍ଥା ଅଛି- ସକି୍ରୟ, ନିଷ୍କି୍ରୟ ଏବଂ ଶାନ୍ତ । ନିଷ୍କି୍ରୟତାର ବୈଶିଷ୍ଟ୍ୟ ତୀବ୍ରତମ ସ୍ପନ୍ଦନ । ଆତ୍ମାକୁ ରଥୀ ବୋଲି ଜାଣିବ । ଦେହ ରଥ, ଇନ୍ଦ୍ରୀୟମାନେ ଅଶ୍ୱ, ମନ ଲଗାମ୍ ଏବଂ ବୁଦ୍ଧି ସାରଥି । ଏହି ଭାବରେ ମନୁଷ୍ୟ ମାୟାକୁ ଅତିକ୍ରମ କରେ; ସେ ମାୟାତୀତ ହୁଏ ଏବଂ ଈଶ୍ୱର ଦର୍ଶନ କରେ । ମନୁଷ୍ୟ ଯେତେବେଳ ଯାଏ ଇନ୍ଦି୍ରୟଗୁଡ଼ିକର ଅଧୀନ, ସେତେବେଳ ଯାଏ ସେ ଏହି ସଂସାରରେ ଆବଦ୍ଧ । ଯେତେବେଳେ ଇନ୍ଦି୍ରୟଗୁଡ଼ିକୁ ଜୟ କରେ ସେତେବେଳେ ସେ ଯଥାର୍ଥ ତ୍ୟାଗୀ ।

ଜଣେ ଦୁର୍ବଳ ଓ ନିଷ୍କି୍ରୟ ବ୍ୟକ୍ତି ପକ୍ଷରେ କ୍ଷମା ମଧ୍ୟ ଯଥାର୍ଥ କ୍ଷମା ନୁହେଁ; ତା’ ପାଇଁ ସଂଗ୍ରାମ ଭଲ । ପାର୍ଥ ସାରଥି କୃଷ୍ଣଙ୍କୁ ଅର୍ଜ୍ଜୁନ କହିଲେ, ଆମେ ଶତ୍ରୁମାନଙ୍କୁ କ୍ଷମା କରିବା ଉଚିତ ଏବଂ କୃଷ୍ଣ ତାର ଉରରେ କହିଲେ, ‘ଅର୍ଜ୍ଜୁନ! ତୁମେ ମହାଜ୍ଞାନୀଙ୍କ ପରି କଥା କହୁଛ, କିନ୍ତୁ ତୁମେ ନିଜେ ଜ୍ଞାନୀ ନୁହଁ; ଅତ୍ୟନ୍ତ କାପୁରୁଷ ।’ ଜଳରେ ରହି ମଧ୍ୟ ଯେପରି ପଦ୍ମପତ୍ର ଜଳଦ୍ୱାରା ସିକ୍ତ ହୁଏ ନାହିଁ, ଜୀବାତ୍ମା ମଧ୍ୟ ସେପରି ସଂସାରରେ ଅନାସକ୍ତ ହୋଇରହନ୍ତି । ସଂସାର ଗୋଟିଏ କ୍ଷୁଦ୍ରକ୍ଷେତ୍ର, ଏଠାରୁ ମୁକ୍ତିର ପଥ ସନ୍ଧାନ କର । ଆମ ଜୀବନ ଈଶ୍ୱର ଲାଭର ଗୋଟିଏ ପ୍ରୟାସ ମାତ୍ର । ତ୍ୟାଗ ବଳରେ ବଳୀୟାନ୍ ହୋଇ, ଇଚ୍ଛାଶକ୍ତିର ବିକାଶ କରି ତୁମର ଜୀବନ ଗଠନ କର । ଜ୍ଞାତସାରରେ ଆମର ମସ୍ତିଷ୍କ କେନ୍ଦ୍ର ଗୁଡ଼ିକୁ ନିୟନ୍ତ୍ରଣ କରିବା ଶିଖିବାକୁ ହେବ ।

ପ୍ରଥମ ସୋପାନ ହେଲା ଜୀବନଯାପନର ଆନନ୍ଦ । କୃଚ୍ଛ୍ର ସାଧନ ପୈଶାଚିକ । ପ୍ରାର୍ଥନା କରିବା ଅପେକ୍ଷା ପ୍ରାଣଭରି ହସିବା ଅନେକ ଭଲ । ଗୀତ ଗାଅ । ଦୁଃଖ ହସ୍ତରୁ ନିଷ୍କୃତି ଲାଭ କର । ଈଶ୍ୱରଙ୍କ ଦ୍ୱାହି, ଅନ୍ୟମାନଙ୍କ ମଧ୍ୟରେ ଏହି ଦୁଃଖର ଭାବ ସଂକ୍ରମିତ କର ନାହିଁ । କେବେହେଲେ ଭାବ ନାହିଁ ଯେ, ଈଶ୍ୱର ଟିକିଏ ସୁଖ ବା ଟିକିଏ ଦୁଃଖର ବ୍ୟବସାୟ କରନ୍ତି । ପୁଷ୍ପ, ଚିତ୍ର ଓ ସୌରଭରେ ପରିବେଷ୍ଟିତ ହୋଇ ରହ । ମୁନିଋଷିମାନେ ପ୍ରକୃତିକୁ ଉପଭୋଗ କରିବା ପାଇଁ ପର୍ବତ ଶିଖରକୁ ଯାଉଥିଲେ ।

ଦ୍ୱିତୀୟ ସୋପାନ ପବିତ୍ରତା

ତୃତୀୟ ସୋପାନ ମନର ପୂର୍ଣ୍ଣ ନିୟନ୍ତ୍ରଣ । ସତ୍-ଅସତ୍ ବି·ର କର । ଅନୁଭବ କର ଯେ ଈଶ୍ୱର ହିଁ ଏକମାତ୍ର ସତ୍ୟ । ଯଦି କ୍ଷଣକ ପାଇଁ ମଧ୍ୟ ମନେକର ଯେ ତୁମେ ଈଶ୍ୱର ନୁହଁ, ତାହାହେଲେ ‘ମହଦ୍ ଭୟ’ରେ ଆକ୍ରାନ୍ତ ହେବ । ଯେତେବେଳେ ଚିନ୍ତା କରିବ ‘ସୋଽହଂ’, ସେହି ମୁହୂର୍ରେ ହିଁ ଅନନ୍ତ ଶାନ୍ତି ଓ ଆନନ୍ଦ ଲାଭ କରିବ । ଇନ୍ଦି୍ରୟଗୁଡ଼ିକୁ ବଶୀଭୂତ କର । ଜଣେ ମୋତେ ଅଭିଶାପ ଦେଲେ ମଧ୍ୟ ତା’ ମଧ୍ୟରେ ଈଶ୍ୱରଙ୍କୁ ଦେଖିବା ଉଚିତ । ମୋର ଦୁର୍ବଳତା ଯୋଗୁଁ ହିଁ ତାହାକୁ ମୁଁ ଅଭିଶାପକାରୀ ବୋଲି ମନେ କରେ । ଯେଉଁ ଦରିଦ୍ର ବ୍ୟକ୍ତିର ତୁମେ ଉପକାର କର, ସେ ତୁମକୁ ଏ ଉପକାର କରିବାର ସୁଯୋଗ ଦେଇଛି । ଈଶ୍ୱର ହିଁ କୃପାବଶତଃ ତୁମକୁ ଏହି ଭାବରେ ତାଙ୍କର ପୂଜା କରିବାର ଅଧିକାର ଦିଅନ୍ତି । ପୃଥିବୀର ଇତିହାସ କେତେ ଜଣ ଆତ୍ମବିଶ୍ୱାସୀ ମନୁଷ୍ୟଙ୍କର ଇତିହାସ । ସେହି ବିଶ୍ୱାସ ହିଁ ଅନ୍ତର୍ନିହିତ ଦେବତ୍ୱକୁ ଜାଗ୍ରତ କରେ । ତୁମ୍ଭେ ସବୁକିଛି କରିପାର । ଅନନ୍ତ ଶକ୍ତିକୁ ବିକଶିତ କରିବାକୁ ଯଥୋଚିତ ଯତ୍ନବାନ ହୁଅ ନାହିଁ ବୋଲି ତୁମ୍ଭେ ବିଫଳ ହୋଇଥାଅ । ଯେତେବେଳେ କୌଣସି ବ୍ୟକ୍ତି ବା ଜାତି ଆତ୍ମବିଶ୍ୱାସ ହରାଏ, ସେତେବେଳେ ତାହାର ବିନାଶ ନିଶ୍ଚିତ । ମନୁଷ୍ୟର ଅନ୍ତର୍ନିହିତ ଦେବତ୍ୱକୁ କୌଣସି ସାମ୍ପ୍ରଦାୟିକ ଧର୍ମଗତ କିମ୍ବା ଅଭଦ୍ର ଗାଳି ଦ୍ୱାରା ଦବେଇ ଦେବା ସମ୍ଭବ ନୁହେଁ । ଯେଉଁଠାରେ ସଭ୍ୟତା, ସେଠାରେ ମୁଷ୍ଟିମେୟ ‘ଗ୍ରୀକ୍’ କଥା କହନ୍ତି । ଭୁଲ ତ୍ରୁଟି କିଛି ନା କିଛି ସର୍ବଦା ହିଁ ରହିବ ।

ସେଥିପାଇଁ ଦୁଃଖ କର ନାହିଁ । ଗଭୀର ଅନ୍ତର୍ଦୃଷ୍ଟି ସମ୍ପନ୍ନ ହୁଅ । ମନେକର ନାହିଁ ଯେ ‘ଯାହା ହେବାର ତାହା ହୋଇଛି । ଆହା! ଯଦି ଆହୁରି ଭଲ ହୋଇଥାଆନ୍ତା!’ ମନୁଷ୍ୟ ମଧ୍ୟରେ ଯଦି ଦେବତ୍ୱ ନ ଥାଆନ୍ତା ତାହାହେଲେ ସେ ପ୍ରାର୍ଥନା ଓ ଅନୁଶୋଚନା କରି କରି ଉନ୍ମାଦ ହୋଇଯାଆନ୍ତା ।

କେହି ହେଲେ ପଡ଼ି ରହିବ ନାହିଁ, କେହି ହେଲେ ବିନଷ୍ଟ ହେବ ନାହିଁ । ସମସ୍ତେ ପରିଣାମରେ ପୂର୍ଣ୍ଣତା ଲାଭ କରିବେ । ଦିନ ରାତି କହ, ‘ଭାଇମାନେ ଉଠ, ଆସ । ତୁମ୍ଭେମାନେ ପବିତ୍ରତାର ଅନନ୍ତ ସାଗର! ଦେବତା ହୋଇଯାଅ, ଈଶ୍ୱର ରୂପେ ପ୍ରକାଶିତ ହୁଅ ।’

ସଭ୍ୟତା କାହାକୁ କହନ୍ତି? ଅନ୍ତର୍ନିହିତ ଦେବତ୍ୱକୁ ଅନୁଭବ କରିବା ହିଁ ସଭ୍ୟତା । ଯେତେବେଳେ ସମୟ ପାଇବ, ମନେ ମନେ ଏହି ଭାବଗୁଡିକୁ ଆବୃି କର ଓ ମୁକ୍ତିର ଆକାଙ୍କ୍ଷା କର । ଏହା କରିପାରିଲେ ତୁମେ ପରମାର୍ଥ ଲାଭ କରିବ । ଯାହା ଈଶ୍ୱର ସମ୍ବନ୍ଧୀୟ ନୁହେଁ, ତାହା ଅସ୍ବୀକାର କର । ଯାହା ଈଶ୍ୱରଭାବାନ୍ୱିତ, ତାହା ଦୃଢ଼ ଭାବରେ ଘୋଷଣା କର । ଦିନରାତି ଏହି କଥା ସ୍ମରଣ କର । ଅଜ୍ଞାନର ଆବରଣ କ୍ରମଶଃ କଟିଯିବ ।

ମୁଁ ମନୁଷ୍ୟ ନୁହେଁ, ଦେବତା ନୁହେଁ, ମୁଁ ସ୍ତ୍ରୀ କିମ୍ବା ପୁରୁଷ ମଧ୍ୟ ନୁହେଁ; ମୋର କୌଣସି ସୀମା ନାହିଁ । ମୁଁ ଚିତ୍ ସ୍ବରୂପ- ମୁଁ କେବଳ ମାତ୍ର ସେହି ବ୍ରହ୍ମସ୍ବରୂପ । ମୋର କ୍ରୋଧ କିମ୍ବା ଘୃଣା ନାହିଁ । ମୋର ଦୁଃଖ କିମ୍ବା ସୁଖ ନାହିଁ, ଜନ୍ମ ବା ମୃତୁ୍ୟ କେବେହେଲେ ମୋର ହୋଇ ନ ଥିଲା । କାରଣ ମୁଁ ଜ୍ଞାନସ୍ବରୂପ- ଆନନ୍ଦ ସ୍ବରୂପ । ହେ ମୋର ଆତ୍ମା! ମୁଁ ତାହା ହିଁ, - ‘ସୋଽହଂ’ ।

ନିଜକୁ ଦେବଭାବଶୂନ୍ୟ ବୋଲି ଅନୁଭବ କର । କେବେହେଲେ ତୁମର ଦେହ ନ ଥିଲା । ଏହା କୁସଂସ୍କାର ମାତ୍ର । ଦରିଦ୍ର, ଆର୍, ପଦଦଳିତ, ଅତ୍ୟା·ରିତ ଏବଂ ରୋଗପୀଡ଼ିତଙ୍କ ମଧ୍ୟରେ ଦିବ୍ୟଚେତନା ଜାଗ୍ରତ କର ।

ବାହ୍ୟତଃ, ପ୍ରାୟ ପ୍ରତି ପଶତ ବର୍ଷ ପରେ ପରେ ପୃଥିବୀରେ ଏହି ଭାବ ତରଙ୍ଗ ଆସିଥାଏ । ଛୋଟ ଛେଟ ତରଙ୍ଗ, ନାନା ଦିଗରେ ଉତ୍ଥିତ ହୁଏ; କିନ୍ତୁ ଏଗୁଡ଼ିକ ମଧ୍ୟରୁ ଗୋଟିଏ ଅନ୍ୟଗୁଡ଼ିକୁ ଗ୍ରାସ କରେ ଏବଂ ସମାଜକୁ ପ୍ଳାବିତ କରେ । ଯେଉଁ ଭାବତରଙ୍ଗର ପଶ୍ଚାତ୍ରେ ସର୍ବାଧିକ ଚରିତ୍ରବଳ ଅଛି, ତାହା ହିଁ କେବଳ ଏହା କରିଥାଏ । କନ୍ଫୁ୍ୟସିଅସ୍, ମୋଜେସ୍, ପିଥାଗୋରାସ୍, ବୁଦ୍ଧ, ଖ୍ରୀଷ୍ଟ, ମହମ୍ମଦ, ଲୁଥାର କ୍ୟାଲିଭିନ୍ ଓ ଶିଖ ଗୁରୁଗଣ ଏବଂ ଥିଓସଫି, ଆଧ୍ୟାତ୍ମବାଦ- ପ୍ରଭୃତି ସମସ୍ତଙ୍କର ଅନ୍ତର୍ନିହିତ ଭାବ ଦେବତ୍ୱ ପ୍ର·ର କରିବା ।

କେବେହେଲେ କହ ନାହିଁ ଯେ, ମନୁଷ୍ୟ ଦୁର୍ବଳ । ଜ୍ଞାନଯୋଗ ମଧ୍ୟ ଅନ୍ୟାନ୍ୟ ଯୋଗ ସଦୃଶ । ପ୍ରେମ ହିଁ ଆଦର୍ଶ, ପ୍ରେମ କୌଣସି ବାହ୍ୟ ବସ୍ତୁ ଉପରେ ନିର୍ଭର କରେ ନାହିଁ । ପ୍ରେମ ହିଁ ଈଶ୍ୱର । ସୁତରାଂ ଭକ୍ତିପଥ ଦେଇ ମଧ୍ୟ ଆମେ ଆତ୍ମ-ସ୍ବରୂପ ଭଗବାନଙ୍କୁ ଲାଭ କରୁଁ । ‘ସୋଽହମ୍’ । ନଗର, ଦେଶ, ଜୀବ ଓ ଜଗତକୁ ଭଲ ନ ପାଇଲେ ଆମେ କି ଭାବେ କର୍ମ କରିବୁ? ବି·ର ଦ୍ୱାରା ବୈଚିତ୍ର୍ୟ ଭିତରେ ମଧ୍ୟ ଏକତ୍ୱ ଅନୁଭବ କରାଯାଏ । ନାସ୍ତିକ ଏବଂ ଅଜେ୍ଞୟବାଦୀମାନେ ମଧ୍ୟ ସାମାଜିକ କଲ୍ୟାଣ ପାଇଁ କର୍ମ କରିବା ଉଚିତ । ଏହି ଭାବରେ ଈଶ୍ୱର ଅନୁଭୂତି ହୁଅନ୍ତି ।

କିନ୍ତୁ ଗୋଟିଏ ବିଷୟରେ ଖୁବ୍ ସତର୍କ ରହ- କାହାରି ହେଲେ ବିଶ୍ୱାସ ନଷ୍ଟ କର ନାହିଁ । ଜାଣିବ- ଧର୍ମ କୌଣସି ମତବାଦ ଦ୍ୱାରା ସୀମିତ ନୁହେଁ । ଆଦର୍ଶ ସ୍ବରୂପ ହୋଇଯିବା ହିଁ ଧର୍ମ, ଅନୁଭୂତି ହିଁ ଧର୍ମ । ମନୁଷ୍ୟର ପୌଳିକତା ଜନ୍ମଗତ । ନିମ୍ନତମ ସ୍ତରର ମନୁଷ୍ୟ ପଶୁତୁଲ୍ୟ । ଉଚ୍ଚତମ ସ୍ତରର ମନୁଷ୍ୟ ସିଦ୍ଧ ବା ପୂର୍ଣ୍ଣ । ଏ ଦୁଇ ସ୍ତରର ମଧ୍ୟବର୍ୀ ଅନ୍ୟ ସମସ୍ତଙ୍କୁ ଶବ୍ଦ, ବର୍ଣ୍ଣ, ମତବାଦ ଓ ଆ·ର ଅନୁଷ୍ଠାନ ଅବଲମ୍ବନରେ ଚିନ୍ତା କରିବାକୁ ହୁଏ ।

ତୁମର ପୌଳିକତା ଶେଷ ହୋଇଛି କି ନାହିଁ- ତାର ପରୀକ୍ଷା ହେଲା- ତୁମେ ନିଜକୁ ଏହି କଥାଟି ପ·ର ଯେ ତୁମେ ଯେତେବେଳେ ନିଜକୁ ‘ମୁଁ’ ବୋଲି କହ ସେତେବେଳେ ତୁମର ଚିନ୍ତାରେ ଦେହଭାବ ଆସୁଛି କି ନାହିଁ? ଯଦି ଶରୀର ଚିନ୍ତା ଆସେ, ତାହେଲେ ତୁମେ ପୌଳିକ; ଧର୍ମ ଆଦୌ ବୁଦ୍ଧିର କସରତ୍ ନୁହେଁ- ଧର୍ମ ଅପରୋକ୍ଷାନୁଭୂତି । ଯଦି ଈଶ୍ୱରଙ୍କୁ ‘ଚିନ୍ତା’ କର, ତେବେ ତୁମେ ନିତାନ୍ତ ମୂର୍ଖ । ଜଣେ ଅଜ୍ଞ ସାଧକ ପ୍ରାର୍ଥନା ଓ ଭକ୍ତି ଦ୍ୱାରା ଦାର୍ଶନିକମାନଙ୍କୁ ମଧ୍ୟ ଅତିକ୍ରମ କରିପାରେ । ଈଶ୍ୱରଙ୍କୁ ଜାଣିବା ପାଇଁ କୌଣସି ଦର୍ଶନଶାସ୍ତ୍ରର ପ୍ରୟୋଜନ ହୁଏ ନାହିଁ । ଅନ୍ୟମାନଙ୍କ ବିଶ୍ୱାସ ନଷ୍ଟ କରିବା ଆମର କର୍ବ୍ୟ ନୁହେଁ । ଧର୍ମ ପ୍ରତ୍ୟକ୍ଷ ଅଭିଜ୍ଞତା । ସର୍ବୋପରି ସର୍ବୋତୋ ଭାବରେ ଆନ୍ତରିକ ହୁଅ । କୌଣସି ଜିନିଷ ସହିତ ନିଜକୁ ଅଭିନ୍ନ ବୋଲି ମନେ କଲେ ଆସକ୍ତି ଓ କାମନା ଉଭୂତ ହୁଏ ଏବଂ ମନୁଷ୍ୟ ଦୁଃଖ ପାଏ । ଦରିଦ୍ର ବ୍ୟକ୍ତି ସୁବର୍ଣ୍ଣ ଖଣ୍ଡ ଦେଖି ଏହା ପାଇବାର ଆକାଙ୍କ୍ଷା ସହିତ ନିଜକୁ ଏକୀଭୂତ ମନେ କରେ । ସାକ୍ଷୀ ସ୍ବରୂପ ହୁଅ, ଯେପରି କେବେହେଲେ କୌଣସି ବିଷୟରେ ପ୍ରତିକି୍ରୟା ନ ହୁଏ ତାହା ଶିକ୍ଷା କର ।


Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର