ଜ୍ଞାନ ପ୍ରବାହ (୩୪)

ଜଡ ଭରତ ପ୍ରସଙ୍ଗ (୩)

ପୂର୍ବ ଜନ୍ମର ପୁଣ୍ୟ ଫଳ ହେତୁ ବାଲ୍ୟାବସ୍ଥାରୁ ହିଁ ଭରତ ଭକ୍ତି ପରାୟଣ ଥିଲେ । ସେ ଜାଣିଥିଲେ ଯେ ଏହା ତାଙ୍କର ଅନ୍ତିମ ଜନ୍ମ । ଚରମ ଶରୀରେଣ ବିପ୍ରତ୍ୱଂ ଗତମାହୁଃ । ଚରମ ଶରୀର ଅନ୍ତିମ ଜନ୍ମ । ଶାସ୍ତ୍ରରେ ଅନ୍ତିମ ଜନ୍ମର କେତେକ ଲକ୍ଷଣ ବର୍ଣ୍ଣିତ ହୋଇଛି । ବାଲ୍ୟାବସ୍ଥାରୁ ହିଁ ଯିଏ ଭକ୍ତି ପ୍ରବଣ ହୋଇଥାଏ, ଏହା ତା’ର ଅନ୍ତିମ ଜନ୍ମ ବୋଲି ମନେ କରାଯାଏ । ଯାହାର ବୁଦ୍ଧି ସାଂସାରିକ କର୍ମ ପ୍ରତି ଅନାସକ୍ତ ତାର ମଧ୍ୟ ଇହ ଜନ୍ମ ଅନ୍ତିମ ଅଟେ । କର୍ମାସକ୍ତ ବ୍ୟକ୍ତିକୁ ତାର କର୍ମ ଅନୁରୂପ ଫଳ ଭୋଗିବାକୁ ଜନ୍ମ ନେବାକୁ ପଡ଼ିଥାଏ । ପ୍ରତ୍ୟେକ ବସ୍ତୁରେ ଭଗବତ୍ ଦର୍ଶନ କରୁଥିବା ତଥା ଅଭିମାନଶୂନ୍ୟ ବ୍ୟକ୍ତିର ଇହ ଜନ୍ମ ମଧ୍ୟ ଅନ୍ତିମ ବୋଲି ଶାସ୍ତ୍ରରେ କୁହାଯାଇଛି । ସାଧାରଣ ମନୁଷ୍ୟ (ଜୀବାତ୍ମା) ବାସନାର ଅଧୀନ ହୋଇ ସଂସାରକୁ ଆସେ । ସନ୍ଥ ମହାତ୍ମା ଭଗବତ୍ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଜନ୍ମ ନିଅନ୍ତି । ସଂସାରରେ ଜନ ପ୍ରିୟ ଓ ଧନାଢ଼୍ୟ ବ୍ୟକ୍ତିକୁ ଚତୁର ମାନନ୍ତି । ତାଙ୍କୁ ଆଦର ସମ୍ମାନ କରନ୍ତି । ସାଂସାରିକ ଦୃଷ୍ଟିକୋଣ ଅନୁସାରେ ସନ୍ଥ ଜଡ଼ ବୋଲି ବିବେଚିତ ହୋଇଥାନ୍ତି । କିନ୍ତୁ ପରମାନନ୍ଦ ଚୈତନ୍ୟ ସ୍ବରୂପ ପରମାତ୍ମାଙ୍କୁ ଭୁଲି ସାଂସାରିକ ସୁଖ ଭୋଗରେ ବିଭୋର ମନୁଷ୍ୟ ହିଁ ପ୍ରକୃତରେ ଜଡ଼ ଅଟେ । ପ୍ରଭୁ ପ୍ରେମରେ ଆନନ୍ଦ ମଗ୍ନ ଦେହାଭିମାନରୁ ମୁକ୍ତ ମହାତ୍ମାକୁ ଜଡ଼ କିପରି କୁହାଯାଇ ପାରିବ? ସଂସାରର ବିପରୀତ ମାନ୍ୟତା କାରଣରୁ ଲୋକେ ଭରତଙ୍କ ନାମ ଜଡ଼ ଭରତ ରଖିଦେଲେ ।

ଭରତ ଜ୍ଞାନୀ ଥିଲେ । ତା ସହିତ ତାଙ୍କର ପୂର୍ବ ଜନ୍ମର ସ୍ମୃତି ଥିଲା । ଅନାସକ୍ତ ରହୁଥିଲେ । ସର୍ବଦା ଭଗବତ ଚିନ୍ତନରେ ମଗ୍ନ ରହୁଥିଲେ । ପାଗଳ ପ୍ରାୟ ଅଭିନୟ କରୁଥିଲେ । ସର୍ବଦା ଇତଃସ୍ତତ ବିଚରଣ କରୁଥିଲେ । ବିନା ମୂଲ୍ୟରେ ମଜୁରୀ କରୁଥିଲେ । ଖାଇବା ସମୟରେ ଘରକୁ ଆସୁଥିଲେ । କୌଣସି ରୋଜଗାର କରି ଧନ ଅର୍ଜନ କରୁ ନଥିବାରୁ ଘରେ ତାଙ୍କୁ ତିରସ୍କୃତ ହେବାକୁ ପଡୁଥିଲା । ଲୋକେ ତାଙ୍କୁ ମୁର୍ଖ ମନେ କରୁଥିଲେ । କିନ୍ତୁ ଏହା ତାଙ୍କୁ କୌଣସି ପ୍ରଭାବ ପକାଉ ନ ଥିଲା । ସେ ଜାଣିଥିଲେ ପୂର୍ବଜନ୍ମରେ ଜ୍ଞାନର ପ୍ରଦର୍ଶନ କରି ସେ ଦୁଃଖି ହୋଇଥିଲେ । ଜ୍ଞାନ, ଅନ୍ୟକୁ ଉପଦେଶ ଦେବା ଅପେକ୍ଷା ଈଶ୍ୱର ଆରାଧାନାରେ ବିନିଯୋଗ କରିବା ସର୍ବୋମ ବୋଲି ସେ ବୁଝିପାରିଥିଲେ । ଜ୍ଞାନ ଭୋଗ ପାଇଁ ନୁହେଁ ଭଗବତ୍ ପ୍ରାପ୍ତି ପାଇଁ ଉଦ୍ଧିଷ୍ଟ । ଶଙ୍କରାଚାର୍ଯ୍ୟ କହନ୍ତି- “ବିଦୁଷାମ୍ ଯଚ୍ଚ ବୈଦୁଷ୍ୟମ୍ ମୁକ୍ତୟେ ନ ତୁ ଭୁକ୍ତୟେ ।” ଜ୍ଞାନ, ଧନ କିମ୍ବା ପ୍ରତିଷ୍ଠା ଅର୍ଜନ ପାଇଁ ନୁହେଁ । ପରମାତ୍ମା ପ୍ରାପ୍ତି ପାଇଁ ପ୍ରୟୋଗ ହେବା ଉଚିତ । ଜ୍ଞାନର ଫଳ ଧନ ଓ ପ୍ରତିଷ୍ଠା ନୁହେଁ, ପରମାତ୍ମା ଅଟନ୍ତି । ପରମାତ୍ମାଙ୍କ ସହିତ ନିରନ୍ତର ଯୋଗଯୁକ୍ତ ରହିବା ପାଇଁ ଜ୍ଞାନର ଉପଯୋଗ ହେଲେ ସର୍ବଶ୍ରେଷ୍ଠ ଫଳ ପ୍ରଦାନ କରିଥାଏ ।

ଜଡ଼ ଭରତ କାହାରି ସହିତ କଥା ହେଉନଥିଲେ । ଅତି କଥାବାର୍ା ହେବା ଦ୍ୱାରା ସ୍ନେହ ଉପôନ୍ନ ହୋଇଥାଏ । ଆମ ଶରୀରରେ ଗୋଟିଏ କାମ କରିବାକୁ ଦୁଇଟି ଇନ୍ଦ୍ରିୟ ରହିଛି । ଗୋଟିଏ ଆଖିରେ ବି ଦେଖି ହୁଅନ୍ତା କିନ୍ତୁ ଦୁଇଟି ଆଖି ଅଛି । କିନ୍ତୁ ଗୋଟିଏ ଜିହ୍ୱା ଏକା ସାଙ୍କରେ ଦୁଇଟି କାମ କରେ । ଜିହ୍ୱା ଖାଇବାର ଓ କଥା କହିବାରେ ସାହାଯ୍ୟ କରେ । ତେଣୁ ଜିହ୍ୱା ଉପରେ ଅଧିକ ଅଙ୍କୁଶର ଆବଶ୍ୟକତା ରହିଛି । ଅନ୍ୟମାନଙ୍କ ସହିତ ପ୍ରେମପୂର୍ଣ୍ଣ କଥାବାର୍ା ଦ୍ୱାରା ବାସନା ଓ ରୂକ୍ଷ କଥାବାର୍ା ଦ୍ୱାରା ଶତ୍ରୁତା ଉପôନ୍ନ ହୁଏ । ପ୍ରାରବ୍ଧ ଅନୁରୂପ ଜନ୍ମ ନେବାକୁ ପଡ଼ିଥାଏ । ଜଡ଼ ଭରତ ଏକଥା ଜାଣିଥିଲେ । ତେଣୁ ସେ ନିଜ ମନକୁ ନିୟନ୍ତ୍ରଣରେ ରଖିଥିଲେ ।

ଜଡ଼ ଭରତଙ୍କ ପିତା ତାଙ୍କୁ ପଢ଼ାଇବାକୁ ଚେଷ୍ଟା କଲେ । ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଶିଖାଇଲେ । ଭରତଙ୍କୁ ସବୁ ଜଣା ଥିଲା । କିନ୍ତୁ ସେ ତାଙ୍କ ଜ୍ଞାନ ଜଗତକୁ ଜଣାଇବାକୁ ଚାହୁଁ ନଥିଲେ । ସେ ଜାଣି ଜାଣି ଭୁଲ ମନ୍ତ୍ରୋଚ୍ଚାର କଲେ । ପୂର୍ବଜନ୍ମ ବୃାନ୍ତ ସେ ସ୍ମରଣ ରଖିଥିଲେ । ଜ୍ଞାନର ପ୍ରଦର୍ଶନ ହେତୁ ସେ ଇତର ଯୋନିରେ ଜନ୍ମ ହୋଇଥିଲେ । ଜ୍ଞାନ ସେ ନିଜ ମଧ୍ୟରେ ରଖି ସର୍ବଦା ଆତ୍ମଚିନ୍ତକ ଓ ପରମାତ୍ମା ଚିନ୍ତନରେ ନିଜକୁ ମଗ୍ନ ରଖୁଥିଲେ । ଜ୍ଞାନ ଓ ଭକ୍ତିରେ ପରିପକ୍ୱ ହେଲେ ଜୀବ ସଂସାର ବୃକ୍ଷରୁ ଯେପରି ପୃଥକ ହୋଇଯାଏ, ସେପରି ପରିପକ୍ୱ ଫଳ ବୃକ୍ଷରୁ ଆପଣାଛାଏଁ ଖସିପଡ଼େ । ଚାରି ମାସ ପର୍ଯ୍ୟନ୍ତ ତାଙ୍କ ପିତା ଭରତଙ୍କୁ ପଢ଼ାଇବା ପାଇଁ ପ୍ରୟତ୍ନ କଲେ । ସଫଳ ହୋଇ ପାରିଲେ ନାହିଁ । ମୁର୍ଖକୁ ପଢ଼ାଇବା ସରଳ । ଜ୍ଞାନୀ ହୋଇ ମଧ୍ୟ ଯିଏ ମୁର୍ଖ ଭଳି ଅଭିନୟ କରେ, ତାକୁ କିଏ ପଢ଼ାଇ ପାରିବ? ଶୋଇଥିବା ବ୍ୟକ୍ତିକୁ ଉଠାଇବା ସହଜ କିନ୍ତୁ ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ? ଭରତ ଆନ୍ତରିକ ସ୍ତରରେ ଜାଗ୍ରତ ଥିଲେ ।  ଇତ୍ୟବସରରେ ତାଙ୍କ ମାତା ପିତା ଶରୀର ତ୍ୟାଗ କରିଦେଲେ । ତାପରେ ସେ ପାଗଳ ଭଳି ବୁଲିବାକୁ ଲାଗିଲେ । ମାନସିକ ସ୍ତରରେ ସେ ପାଗଳ ନ ଥିଲେ । ଅତ୍ୟଧିକ ପ୍ରଭୁ ପ୍ରେମ ହେତୁ ଲୋକେ ତାଙ୍କୁ ପାଗଳ ମନେ କରୁଥିଲେ ।

ଜଡ଼ ଭରତଙ୍କ ପ୍ରସଙ୍ଗରୁ ଭୋଜନ ଗ୍ରହଣ କରିବା ବିଧି ଶିଖିବାକୁ ମିଳିଥାଏ । ସ୍ବାଦର ଇଚ୍ଛା ନ ରଖି ଶରୀର ପୋଷଣ ପାଇଁ ଭୋଜନ ଗ୍ରହଣ କରିବା ଉଚିତ । ଘରେ ତାଙ୍କ ଭାଉଜ ପୋଡିଯାଇଥିବା ଅନ୍ନ, ତିଳ ପିଡିଆ, ଗନ୍ଧିଆ ବିରିଡାଲି ଆଦି ଖାଇବାକୁ ଦେଉଥିଲେ । ଭରତ ସେ ସବୁକୁ ଅମୃତ ତୁଲ୍ୟ ମନେ କରି ଖାଉଥିଲେ । ସ୍ବାଦ ଚିନ୍ତାକରି ସେ କେବେ ଭୋଜନ କରି ନାହାନ୍ତି । ଏହି ପ୍ରସଙ୍ଗ ଶ୍ରୀ ଭଗବତ କହନ୍ତି, “ଅଳ୍ପଂ ବହୁମୁଷ୍ଟଂ କଦନ୍ନଂ ବାଭ୍ୟବହରତି ପରଂ ନେନ୍ଦ୍ରିୟ ପ୍ରୀତିନିମିମ୍ । (ଶ୍ରୀମଦ ଭଗବତ- ୫/୯/୯) ସାବଧାନ ପୂର୍ବକ ଭୋଜନ କରିବା ଉଚିତ । ସ୍ବାଦ ପ୍ରତି ମନରୁ ଆସକ୍ତି ତ୍ୟାଗ କରିଦେବା ବିଧେୟ । ଭକ୍ତିର ଶତ୍ରୁ  ସ୍ବାଦ । ସ୍ବାଦରେ ଆସକ୍ତ ମନ ଭକ୍ତିରୁ ଆନନ୍ଦ ପାଏ ନାହିଁ । କିପରି ଚାଲିବା କଥା ତାର ମଧ୍ୟ ଭରତଙ୍କ ଆଚରଣରୁ ଜାଣିହୁଏ । ତାଙ୍କ ପଦପାତରେ ଯେପରି କୌଣସି ଜୀବ ମରି ନ ଯାଏ, ସେଥିପ୍ରତି ସଚେତନ ରହି ଚାଲୁଥିଲେ । ବିନା ପାରିଶ୍ରମିକରେ ସେ ଅନ୍ୟର କାମ କରୁଥିଲେ । ଦିନେ ତାଙ୍କ ଭାଇ ତାଙ୍କୁ ଖେତରେ ଆଡି ବନାଇବାକୁ କହିଲେ । ସେ ଭାବିଲେ ଆଜି ଯଦି ମୁଁ ଏକାମ ଠିକରେ କରିଦେବି, ଆସନ୍ତା କାଲି ସେ ଅନ୍ୟ କାମ ଦେବେ । ତେଣୁ ସେ ଆଡି ବାନ୍ଧିବା ବଦଳରେ ଖେତରେ ବିଭିନ୍ନ ସ୍ଥାନରେ ଗାତ ଖୋଳି ଦେଲେ । ଅନ୍ୟ ଏକ ଦିନ ଭାଇ ତାଙ୍କୁ ପଠାଇଲେ । କିନ୍ତୁ ବିଲରେ ଗାଇ ପଶି ଫସଲ ଖାଉଥିଲେ ମଧ୍ୟ ତାକୁ ସେ ରୋକିଲେ ନାହିଁ । ଜଗତ ସମ୍ମୁଖରେ ସେ ଯେପରି ଏକ ପାଗଳର ଅଭିନୟ କରୁଥିଲେ । ଜ୍ଞାନୀ ପୁରୁଷ ପାଇଁ ଧ୍ୟାନରେ ଲୋକ ସଂଗ୍ରହ ବାଧକ ଅଟେ । ସାଂସାରିକ ବ୍ୟବହାର ହେତୁ ସେ ଯେପରି ମାୟା ଦ୍ୱାରା ପ୍ରଭାବିତ ନ ହୁଅନ୍ତି ସେଥିପାଇଁ ସର୍ବଦା ପରମାତ୍ମାଙ୍କ ଧ୍ୟାନରେ ସମୟ କାଟୁଥିଲେ ।

ଦିନେ ଏପରି ଈଶ୍ୱରୀୟ ସ୍ମୃତିରେ ସେ ବିଲରେ ବସିଥାନ୍ତି । ଏକ ରାଜାର ସେବକମାନେ ନରବଳୀପାଇଁ ଜଣେ ପୁରୁଷର ଅନ୍ୱେଷଣାର୍ଥେ ସେ ବାଟ ଦେଇ ଯାଉଥିବା ବେଳେ ଜଡ଼ ଭରତଙ୍କୁ ଦେଖିଲେ । ଭିଲ ରାଜା ନିଃସନ୍ତାନ ଥିଲେ । ତେଣୁ ସେ ମାନସିକ କରିଥିଲେ ଯେ ତାଙ୍କ ସନ୍ତାନ ହେଲେ ଭଦ୍ରକାଳୀଙ୍କୁ ଏକ ନରବଳୀ ଦେବେ । ତାଙ୍କର ଏକ ପୁତ୍ର ହେବାରୁ ମାନସିକ ମୁତାବକ ନରବଳୀ ପାଇଁ ରାଜା ସେବକମାନଙ୍କୁ ଏକ ବନ୍ଦୀ ଯୋଗ୍ୟ ପୁରୁଷ ଖୋଜି  ଆଣିବା ପାଇଁ ଆଦେଶ ଦେଇଥିଲେ । ରାଜସେବକମାନେ ଜଡ଼ ଭରତଙ୍କୁ ଯୋଗ୍ୟ ମନେ କରି ନେଇ ଆସିଲେ । ବଳୀ ପାଇଁ ତାଙ୍କୁ ପ୍ରସ୍ତୁତ କରାଗଲା । ତାପରେ ତାଙ୍କୁ ମନ୍ଦିର ଭିତରକୁ ନିଆଗଲା । ସେ ମନେ ମନେ ମାତାଙ୍କୁ ପ୍ରଣାମ କରି ଶାନ୍ତ ଚିରେ ମୁଣ୍ଡ ନୁଆଁଇ ବସି ପଡ଼ିଲେ । ଭରତଙ୍କ ସମଭାବ ମନୋସ୍ଥିତି ଦେଖି ମାତା ଭଦ୍ରକାଳୀଙ୍କ ହୃଦୟ ଦ୍ରବୀଭୂତ ହୋଇ ପଡ଼ିଲା । ସେ ପ୍ରସ୍ତର ମୂର୍ିକୁ ଫଟାଇ ସାକ୍ଷାତ ଚୈତନ୍ୟ ରୂପରେ ପ୍ରକଟ ହେଲେ ଓ ବଳୀ ଦେବା ପାଇଁ ଉଦ୍ୟତ ଭିଲ ରାଜା ହାତରୁ ଖଡ୍ଗ ଛଡ଼ାଇ ନେଇ ତାର ଶିରଚ୍ଛେଦନ କଲେ । ଏଥିରୁ ପ୍ରମାଣିତ ଯେ ଦେବୀମାତା ହିଂସା ପ୍ରଣୋଦିତ ବଳି ଚାହାନ୍ତି ନାହିଁ । ଦେବୀ ଭଗବତରେ ବର୍ଣ୍ଣିତ ଅଛି ଯେ କାମ, କ୍ରୋଧ, ଲୋଭ ଆଦି ଦୁର୍ଗୁଣ ହିଁ ପଶୁ ଅଟେ । ଏଗୁଡିକୁ ବଳୀ ଦେବା ଉଚିତ । ଜ୍ଞାନୀଭକ୍ତ ମାତାଙ୍କ ଅତ୍ୟନ୍ତ ପ୍ରିୟ ଅଟନ୍ତି । କାରଣ ଜ୍ଞାନୀ ପୁରୁଷର ମନ କ୍ଷଣିକ ପାଇଁ ମଧ୍ୟ ଈଶ୍ୱରଙ୍କଠାରୁ ପୃଥକ ହୁଏ ନାହିଁ । ଜଡ଼ ଭରତ ଆସନ୍ନ ମୃତୁ୍ୟକୁ ଦେଖି ବିଚଳିତ ହୋଇ ନ ଥିଲେ ।  ବର୍ମାନ ଅପ୍ରତ୍ୟାଶିତ ଜୀବନ ରକ୍ଷାରେ ଆନନ୍ଦ ମଧ୍ୟ ହେଲେ ନାହିଁ । ସେ ଜାଣିଥିଲେ ପ୍ରାରବ୍ଧ ଅବଶ୍ୟ ଭୋଗିବାକୁ ପଡ଼ିବ । ଭୋଗ ଦ୍ୱାରା ହିଁ ପ୍ରାରବ୍ଧ ନାଶ ହୁଏ । ସେ ଘରକୁ ଆଉ ଫେରିବେ ନାହିଁ ବୋଲି ନିଶ୍ଚୟ କଲେ ।  (କ୍ରମଶଃ)

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର