ଆତ୍ମା ଏବଂ ପରମାମାô
ଡ଼ାକ୍ତର ସୁଧାଂଶୁ ଶେଖର ମିଶ
ପରମାତ୍ମା ମଧ୍ୟ ଏକ ଆତ୍ମା;କିନ୍ତୁ ସେ ଆମମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ । ତେଣୁ ତାଙ୍କୁ ପରମାତ୍ମା ବୋଲି କୁହାଯାଏ । ଆତ୍ମା ଯେପରି ଏକ ଜାଜୂଲ୍ୟମାନ ଜ୍ୟୋର୍ତିବିିନ୍ଦୁ ସେହିପରି ପରମାତ୍ମା ମଧ୍ୟ ଏକ ଜ୍ୟୋର୍ତିବିିନ୍ଦୁ ସ୍ବରୁପ । ଆତ୍ମା ଓ ପରମାତ୍ମାଙ୍କର ଆକାରରେ କୌଣସି ଅନ୍ତର ନାହିଁ । ଦୁହେଁ ଜ୍ୟୋର୍ତିବିନ୍ଦୁ ସ୍ବରୁପ । କିନ୍ତୁ ସେମାନଙ୍କର ଜ୍ୟୋତି ଓ ଶକ୍ତି, ଓଜ ଓ ତେଜର ତୀବ୍ରତା ମଧ୍ୟରେ ପାର୍ଥକ୍ୟ ବିଦ୍ୟମାନ ଥାଏ । ଶିବଲିଙ୍ଗ ପରମାତ୍ମାଙ୍କ ପ୍ରତୀକ ଓ ଶାଳଗ୍ରାମ ପଥର ଆତ୍ମାର ପ୍ରତୀକ ସ୍ବରୁପ । ଲିଙ୍ଗ ‘ଅର୍ଥ’ ପ୍ରତୀକ । ପରମାତ୍ମାଙ୍କୁ ସର୍ବ ଶ୍ରେଷ୍ଠ ମାନ୍ୟତା ଦେବା ପାଇଁ ତାଙ୍କର ପ୍ରତୀକ ସ୍ବରୁପ । ଠିକ୍ ସେହିପରି ମହାପୁରୁଷମାନଙ୍କ ପ୍ରତିଛବି ସାଧାରଣ ମନୁଷ୍ୟମାନଙ୍କଠାରୁ ବଡ ହୋଇଥାଏ ।
ସୂକ୍ଷ୍ମହେଉ ବା ସ୍ଥୂଳହେଉ ପ୍ରତ୍ୟେକ ବସ୍ତୁ ବା ଅସ୍ତିତ୍ୱର ନାମ ରହିଛି । ମନୁଷ୍ୟ ଆତ୍ମା ଶରୀର ଧାରଣ କଲେ ତାର ଶରୀର ନାମକରଣ କରାଯାଏ । ଆତ୍ମା ପ୍ରତ୍ୟେକ ଜନ୍ମରେ ନୂତନ ଶରୀର ଧାରଣ କରୁଥିବାରୁ ଶରୀରକୁ ଭିନ୍ନ ଭିନ୍ନ ନାମ କରଣ କରାଯାଏ । ପରମାତ୍ମା ଶରୀର ଧାରଣ କରୁନଥିବାରୁ ତାଙ୍କର ଶାରିରୀକ ନାମ ନାହିଁ । କିନ୍ତୁ ତାଙ୍କୁ ସ୍ମରଣ କରିବା ପାଇଁ ବା ତାଙ୍କର ସ୍ବରୁପ କଳ୍ପନା କରିବା ପାଇଁ ତାଙ୍କର ଗୁଣବାଚକ ନାମକରଣ ମାନବ ନିଜ ନିଜ ଭାଷାରେ କରିଥାଏ । ପରମାତ୍ମାଙ୍କ ସ୍ବୟଂ ଉଦ୍ଘାଟିତ ନାମ ହେଉଛି ଶିବ । ‘ଶିବ’ ଅର୍ଥ ମଙ୍ଗଳ ବା କଲ୍ୟାଣ । ସମସ୍ତ ଆତ୍ମାମାନଙ୍କୁ ଶାନ୍ତି ଓ ଆନନ୍ଦ ପ୍ରଦାନ କରି କଲ୍ୟାଣ କରୁଥିବାରୁ ସେ ଏହି ନାମ ଧାରଣ କରିଛନ୍ତି । ଏହା ଶିବ ନାମ କିନ୍ତୁ କୋ÷ଣସି ଶରୀରର ନୁହେଁ, ଏହା ଏକ ଅଶରୀର ଜ୍ୟୋତିବିନ୍ଦୁ ।
ପରମାତ୍ମା ନିରାକାର । ନିରାକାର ଅର୍ଥ ରୂପଶୂନ୍ୟ ନୁହେଁ । ପରମାତ୍ମା ଯଦି ଅରୂପ ହୋଇ ଥାନ୍ତେ ତେବେ ରାଜଯୋଗ ମାଧ୍ୟମରେ ତାଙ୍କୁ ସ୍ମୃତିରେ ଆଣିବା ଅସମ୍ଭବ ହୋଇ ପଡନ୍ତା । ଯା’ ର ଅସ୍ତିତ୍ୱଅଛି,ତାର ସା ଯେତେ ସୂକ୍ଷ୍ମ ହେଉନା କାହିଁକି, ତାର ନିଶ୍ଚିତ ଭାବରେ ଆକାର ବା ରୂପ ରହିଛି । ପରମାତ୍ମାଙ୍କ ଗୁଣ ନିରାକାର । ତେଣୁ ନିରାକାର ଗୁଣ ଧାରଣ କରିଥିବା ସା ବା ଅସ୍ତିତ୍ୱ କେବେହେଲେ ନିରାକାର ହୋଇପାରେ । ଉଦାହରଣ ସ୍ବରୂପ ସୁଗନ୍ଦ ଆକାର ବିହୀନ ହେଲେ ମଧ୍ୟ ତାକୁ ଧାରଣ କରିଥିବା ପୁଷ୍ପ କେବେହେଲେ ନିରାକାର ହୋଇନ ପାରେ । ସେହିପରି ଶାନ୍ତି,ପ୍ରେମ ,ଆନନ୍ଦ ଆଦି ନିରାକାର ଗୁଣ ସଂପନ୍ନ ପରମାତ୍ମା ଆକାର ରହିତ ନୁହନ୍ତି ।
ଚନ୍ଦ୍ର,ସୂର୍ଯ୍ୟ,ନକ୍ଷତ୍ର ଓ ତାରକାମାନଙ୍କ ଉଦ୍ଧ୍ୱର୍ଭାଗରେ ସୂକ୍ଷ୍ମପୂରୀ ଅଛି । ଏଠାରେ ବ୍ରହ୍ମା,ବିଷ୍ଣୁ ଓ ଶଙ୍କର ବାସ କରନ୍ତି । ଏମାନଙ୍କ ଉଦ୍ଧ୍ୱର୍ରେ ଶିବପୁରୀ ବା ପରଂବ୍ରହ୍ମ ପରମାତ୍ମାଙ୍କ ନିବାସ ସ୍ଥଳୀ ବିଦ୍ୟମାନ । ଏହା ଏକ ସୂକ୍ଷ୍ମ ଲୋହିତ ଆଲୋକରେ ଆଲେକିତ ଏକ ଅଖଣ୍ଡ ଜ୍ୟୋତି ମହତ୍ୱ । ଏହି ଅଖଣ୍ଡ ଜ୍ୟୋତି ବ୍ରହ୍ମନାମରେ କଥିତ । ତେଣୁ ପରମାଧାମକୁ ବ୍ରହ୍ମଲୋକ ବୋଲି ମଧ୍ୟ କୁହାଯାଏ ।
ପୁରାଣ ଶାସ୍ତ୍ରରେ ପରମାତ୍ମାଙ୍କୁ ସର୍ବବ୍ୟାପୀ ବୋଲି କୁହାଯାଇଛି । ଏହା ଭକ୍ତର ଭାବନାତ୍ମକ ଅଭିବ୍ୟକ୍ତି; କିନ୍ତୁ ବାସ୍ତବତା ନୁହେଁ । ଏହି ସନ୍ଦର୍ଭରେ ନିମ୍ନରେ କିଛି ଯୁକ୍ତ ଉପସ୍ଥାପନା କରାଗଲା ।
ପରମାତ୍ମା ଯଦି ସର୍ବ ସର୍ବବ୍ୟାପୀ ତେବେ କୁକୁର, ଘୁଷୁରୀ ନାଳ ନର୍ଦ୍ଧମା ସର୍ବତ୍ର ବିରାଜମାନ କରୁଥିବେ ନୁହେଁ କି? ଯଦି ହଁ ତେବେ ଶୁଦ୍ଧପୁତ ଭାବରେ ଠାକୁର ଘରେ ବସି ଆମେ କାହିଁକି ପୂଜା କରୁଁ? ପାଇଖାନା ଘରେ କାହିଁକି ପୂଜା କରାଯାଉ ନାହିଁ? ଏହି ପ୍ରଶ୍ନ ଜଣେ ଭକ୍ତ ମନକୁ ଆହତ କରିପାରେ । କିନ୍ତୁ ପରମାତ୍ମାଙ୍କୁ ସର୍ବବ୍ୟାପୀ ମାନିନେଲେ ଏହି ପ୍ରଶ୍ନ ମନରେ ଉଠିବା ସ୍ବଭାବିକ । ପରମାତ୍ମାଙ୍କ ନାଳ ନର୍ଦ୍ଧମାରେ ଅବସ୍ଥିତି କଣ ସମ୍ଭବ? କୁକୁର ମଧ୍ୟରେ କଣ ପରମାତ୍ମାଙ୍କ ଅସ୍ତିତ୍ୱ ଚିନ୍ତା କରାଯାଇପାରେ?
ସକଳେ ଘଟେ ନାରାୟଣ, ବସନ୍ତି ଅନାଦି କାରଣ । ଭାଗବତ ଏହି ଭକ୍ତି ଆଧାରରେ ପରମାତ୍ମାଙ୍କୁ ସର୍ବବ୍ୟାପକ କୁହାଯାଏ । ଏଠାରେ ପ୍ରଣିଧାନ ଯୋଗ୍ୟ ବିଷୟ ଏହି ଯେ ପରମାତ୍ମା ଓ ନାରାୟଣ ଭିନ୍ନ ଭିନ୍ନ । ପରମାତ୍ମା ଅଶରୀରୀ ଓ ନାରାୟଣ ଶରୀରଧାରୀ, ପରମାତ୍ମା ପରମଧାମ ନିବାସୀ ଓ ସର୍ବାତ୍ମାଙ୍କ ପିତା, ନାରାୟଣ ବୈକୁଣ୍ଠ ବା ସତ୍ୟଯୁଗର ମହାରାଜା ଓ ଦେବାତ୍ମା । ସ୍ବତଃପୁର୍ ଭକ୍ତି ଉଚ୍ଛ୍ୱାସରେ ଉକ୍ତ ବାସ୍ତବତାର ବହୁ ଦୂରକୁ ଚାଲିଯାଏ । ସେ ଯଦି କବି ହୋଇଥାଏ ତେବେ ଭାବନା ପ୍ରବାହରେ ବହୁ ଅବାସ୍ତବ କଥା ଅତିରଂଜିତ କରି ଲେଖିପକାଏ । ନୂଆ ନୂଆ ବିଶେଷଣ ପ୍ରୟୋଗକରି ଭଗବାନଙ୍କ ପ୍ରଶସ୍ତି ଗାଏ । ସେତେବେଳେ ସେ କେଉଁ ଭାବଧାରାରେ କେଉଁ ବିଷୟ ଲେଖି ପକାଏ ସାଧାରଣ ଅବସ୍ଥାରେ ସେ ନିଜେ ମଧ୍ୟ ତାହା ଜାଣିପାରେ ନାହିଁ ।ଆମେ ତାର କବିତାକୁ ତର୍ଜମା କରି ତହିଁରୁ ବିଭନ୍ନ ଅର୍ଥ ବାହାର କରି ପାଣ୍ଡିତ୍ୟ ଦେଖାଇ ହେଉଁ । ଟିକିଏ ସୂକ୍ଷ୍ମ ଭାବରେ ଚିନ୍ତା କରନ୍ତୁ ପରମାତ୍ମା ଯଦି ସମସ୍ତଙ୍କ ଶରୀରରେ ବା ସବୁ ସ୍ଥାନରେ ଥାଆନ୍ତେ ତେବେ ମଣିଷ ଯାହା ପାପ ବା ପୂଣ୍ୟ କର୍ମ କରୁଛି, ତାହା ପରମାତ୍ମା କରୁଛନ୍ତି ବୋଲି କୁହାଯିବ । ତେଣୁ ପରମାତ୍ମା ପାପ ପୂଣ୍ୟ ଭୋଗ କରନ୍ତେ । ନରହତ୍ୟା ଦୋଷରେ ଦୋଷୀ ମାନବକୁ କାହିଁକି ତେବେ ପାସୀ ଦଣ୍ଡ ଦିଆଯାଉଛି । ପରମାତ୍ମା ସବୁରି ଦେହରେ ଥିବାରୁ ପରମାତ୍ମା ପରମାତ୍ମଙ୍କୁ ହତ୍ୟା କଲେ । ତେବେ ବିଚରା ମାନବ ଶରୀର ଦଣ୍ଡ ପାଇବାର କିଛି ଯଥାର୍ଥତା ଅଛି କି? କୋ÷ଣସି ଧର୍ମଶାସ୍ତ୍ର କେବଳ ଚରିତ୍ର ନିର୍ମାଣ ଓ ଶୁଦ୍ଧପୁତ ଜୀବନ ଯାବନ କରିବାକୁ ପ୍ରେରଣା ଦିଏ । ପରମାତ୍ମାଙ୍କ କରୁଣା ନଥିଲେ ମାନବାତ୍ମା ଜ୍ଞାନଲାଭ କରିପାରେ ନାହିଁ । ପରମାତ୍ମା ଯେତେବେଳେ ସ୍ବୟଂ କହୁଛନ୍ତି ଯେ, ମୁଁ ସର୍ବବ୍ୟାପୀ ନୂହେଁ ଏହା ବିଶ୍ୱାସ କରିବାରେ କାହାରି କୋ÷ଣସି ଦ୍ୱିଧାର ଅବକାଶ ନାହିଁ? ପରମାତ୍ମାଙ୍କ ସ୍ବଧର୍ମ ହେଲା ଶାନ୍ତି,ପ୍ରେମ ,ଆନନ୍ଦ ଇତ୍ୟାଦି । ସେ ଚେତନଶୀଳ । ସେ ଯଦି ସର୍ବ ଘଟରେ ଥାଆନ୍ତେ ତେବେ ପଶୁପକ୍ଷୀଙ୍କ ଠାରୁ ଆରମ୍ଭକରି ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତେ ଦେବ ଗୁଣରେ ବିଭୁଷିତ ହୁଅନ୍ତେ । କିନ୍ତୁ ଆଜି ସମାଜରେ ଏପରି ବ୍ୟଭିଚାରର କାରଣ କଣ?
ଯୋଗର ଅର୍ଥ କଣ? ଆତ୍ମା ଓ ପରମାତ୍ମାଙ୍କ ମିଳନକୁ ଯୋଗ କୁହାଯାଏ । ତେଣୁ ପରମାତ୍ମାଙ୍କୁ ସର୍ବ ବ୍ୟାପୀ କିପରି କୁହାଯିବ । ଠିକ ଅଛି । ପରମାତ୍ମା ଯଦ ସର୍ବବ୍ୟାପୀ ତେବେ ଯୋଗର ଆବଶ୍ୟକତାଞ୍ଚଞ୍ଚଞ୍ଚଞ୍ଚ କେଉଁଠି? ପରମାତ୍ମା ଯଦି ସର୍ବବ୍ୟାପୀ ହୋଇଥାନ୍ତେ ତେବେ ବିନା ଆୟାସରେ ପ୍ରତି ମୂହୂର୍ରେ ବା ଅବିଛିନ୍ନ ଭାବରେ ଆତ୍ମା ସହିତ ମିଳିତ ହୋଇପାରେନ୍ତେ ବା ହେଉଥାଆନ୍ତେ? ସଂସାରରେ ଏହି ଦୁଃଖ ଦୈନ୍ୟ କାହିଁକି? ମାନବ ମନରେ କାମ ,କୋ୍ରଧ ,ଲୋଭ ,ମଦ ମାସôର୍ଯ୍ୟ ଆଦି ଭାବନା ସୃଷ୍ଠି କାହିିଁକି ହେଉଛି? କଣ ଏହି ଭାବନା ମଧ୍ୟ ପରମାତ୍ମାଙ୍କଠାରେ ଲୁକକାୟିତ ଭାବରେ ବିଦ୍ୟମାନ ଥିଲା ।ଏହାକୁ ଯଦି ପୂର୍ବ ଜନ୍ମର ସଂସ୍କାର ବୋଲି ଗ୍ରହଣ କରାଯାଏ ତେବେ ପରମାତ୍ମାଙ୍କ ସର୍ବବ୍ୟାପକତା । କାରଣ ଜଣକର ପୂର୍ବଜନ୍ମରେ କଣ ପରମାତ୍ମା ସର୍ବବ୍ୟାପୀ ନଥିଲେ?
ସମସ୍ତ ଆତ୍ମାମାନଙ୍କ ପିତା ହେଳେ ପରମାତ୍ମା । ପରମାତ୍ମା ଯଦି ସର୍ବବ୍ୟାପକ ତେବେ ପିତା ସନ୍ତାନଙ୍କ ଠାରେ ପରିବ୍ୟାପ୍ତ ବୋଲି ମାନିବାକୁ ହେବ । ତା ହେଲେ ସମସ୍ତ ଆତ୍ମାମାନଙ୍କ ପିତା ପରମାତ୍ମା ସର୍ବବ୍ୟାପୀ ହୋଇ କିପରି ଆତ୍ମାମାନଙ୍କ ସହ ଏକତ୍ର ଅବସ୍ଥାନ କରିବେ ? ତେବେ ସୃଷ୍ଠିରେ ବିଶ୍ୱ ଭାତୃତ୍ୱ ବା ବସୁଧୈବ କୁଟୁମ୍ବକ୍ମ ପ୍ରଚଳିତ ଚିନ୍ତାଧାରାକୁ ଭୁଲ କହି ବିଶ୍ୱପିତ୍ୱର ସମ୍ବନ୍ଧ ଠିକ ବୋଲି କହିବା ଉଚିତ ହେବ ।
ଯେପରି ରୁଦ୍ଧ ଦ୍ୱାରା ଉନ୍ମୁକ୍ତ ହେଲେ ଯାଇ ତା ମଧ୍ୟକୁ ଆଳୋକ ପଶିପାରେ ଠିକ ସେହିପରି ମାନବ ମନ ପରମାମାôଂକ ଚିନ୍ତନ ଦ୍ୱାରା ଓ ସାି୍ୱକ ଭୋଜନ ଦ୍ୱାରା କୁସଂସ୍କାର ବିମୁକ୍ତ ହେଲେ ଯାଇ ପରମାତ୍ମାଙ୍କ କିରଣ ସ୍ପର୍ଶ କରିପାରେ । ଏହାହିଁ ପରମାତ୍ମାଙ୍କ କରୁଣା । ପରମାତ୍ମାଙ୍କ କରୁଣା ହେଲେ ଆତ୍ମା ପରମାତ୍ମା ମିଳନ ସହଜ ହୁଏ ।
ପରମାତ୍ମଂକ ସହ ଆମ୍ଭର ତ୍ରିଗୁଣାତ୍ମକ ସସ୍ବନ୍ଧ ଅଛି । ସେ ଆମ୍ଭମାନଙ୍କର ଯଥାକ୍ରମେ ପରମପିତା ପରମଶିକ୍ଷକ ଓ ସଦ୍ଗୁରୁ ।ପିତା ରୂପରେ ପରମାତ୍ମା ଆମ୍ଭମାନଙ୍କୁ ଦିବ୍ୟଜୀବନ ପ୍ରଦାନ କରନ୍ତି । ପୁତ୍ର ଯେପରି ପିତାର ପ୍ରକୃତ ଉରାଧିକାରୀ, ସେହିପରି ଆତ୍ମା ଯେତେବେଳେ ସେ ତାଙ୍କର ସମସ୍ତ ସଂପି ଯଥା- ଶାନ୍ତି, ପ୍ରେମ , ଆନନ୍ଦ ଓ ପବିତ୍ରତା ଇତ୍ୟାଦିର ଅଧିକାରୀ ହୋଇ ଦୀର୍ଘକାଳୀନ ସୁଖ,ସମୃଦ୍ଧି, ସ୍ବାସ୍ଥ୍ୟ ତଥା ସନ୍ତୁଷ୍ଠତା ଉପଭୋଗ କରେ । ପରମାତ୍ମାଙ୍କ ସହିତ ଆତ୍ମାର ପିତାପୁତ୍ରର ସଂର୍ପକ ଥିବାରୁ ବିଶ୍ୱଭାତୃତ୍ୱ ସମ୍ବନ୍ଧ ଚିନ୍ତାଧାରାର ସୃଷ୍ଠି ହେଲା । ଲୋ÷କିକ ସମ୍ବନ୍ଧ ଅନୁସାରେ ମାନବ ମାନବ ମଧ୍ୟରେ ପିତା,ପୁତ୍ର ଭାଇ, ବଂଧୁ ଆଦିର ସମ୍ବନ୍ଧ ଥିଲେ ମଧ୍ୟ ସମସ୍ତ ଆତ୍ମା ପରମମାôଙ୍କ ପୁତ୍ର ହୋଇଥିବାରୁ ଆମେ ସମସ୍ତେ ଭାଇ ଭାଇ । ଆତ୍ମା ଏକ ଅଲୋ÷କିକ ଜ୍ୟୋତିବିନ୍ଦୁ ହୋଇଥିବାରୁ ସେ ନାରୀ ବା ପୁରୁଷ ନୁହେଁ । ତେଣୁ ଆମ୍ଭ ସମସ୍ତଙ୍କର ଦୁଇ ପିତା । ପ୍ରଥମ ହେଉଛି ଶରୀରକୁ ଜନ୍ମ ଦେଇଥିବା ଲୋ÷କିକ ପିତା ଏବଂ ଦ୍ୱିତୀୟ ପାରଲୋ÷କିକ ପିତା ।
ଯୁଗେ ଯୁଗେ ପରମାତ୍ମା ମନୁଷ୍ୟକୁ ଦିବ୍ୟଜ୍ଞାନ ଦେବାପାଇଁ ଧରାମାଧ୍ୟମରେ ଅବତରିତ ହୋଇ ଥାନ୍ତି ।ଏକଥା ଗୀତାରେ ମଧ୍ୟ ସ୍ବୟଂ ଶ୍ରୀକୃଷ୍ଣ କହିଛନ୍ତି ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ- ଏ କଥାର ସତ୍ୟତା ପ୍ରତିପାଦିତ ହେଉଛି, ପରମାତ୍ମା ଶିବ ବାବାଙ୍କ ଅବତରଣରେ । ପରମାମାô କହନ୍ତି, ଯେତେବେଳେ ଧର୍ମର ଗ୍ଳାନି ହୁଏ, ସେତେବେଳେ ମୁଁ ମାନବର ଦୁଷ୍କୃତିକୁ ବିନାଶ କରି ତାକୁ ଦିବ୍ୟଜୀବନ ପ୍ରଦାନ କରିବାକୁ ଧରାପୁଷ୍ଠରେ ଅବତରଣ କରେ । ସଦ୍ଗୁରୁର ଭୂମିକା ତୁଲାଇବାକୁ ଯାଇ ପରମାତ୍ମା ମାନବତ୍ମାକୁ କର୍ମ ବନ୍ଦିନରୁ ମୁକ୍ତ କରାଇ ପରମ ଧାମକୁ ନେଇଯାଆନ୍ତି ।
କୌଣସି ବିପଦ ପଡିଲେ ଆମ୍ଭେ ଭଗବାନଙ୍କୁ ପ୍ରାର୍ଥନା କରୁ । ଏଥିରୁ ପରମାତ୍ମାଙ୍କ ସହିତ ଆମର କିଛି ଲୁକ୍କାୟିତ ସଂପର୍କ ଓ ସମ୍ବନ୍ଧ ଥିବା ଅନୁମେୟ ହୁଏ । ଈଶ୍ୱରଙ୍କୁ କେଦ୍ରକରି ବିଭିନ୍ନ ମତବାଦ ଥିଲେ ମଧ୍ୟ ଈଶ୍ୱର ଏକ । ଗୋଟିଏ କୁଆଁରୀ କନ୍ୟା ଯେପରି ତାର ଭବିଷ୍ୟତ ସ୍ବାମୀର ରୂପ ଠିକଣା ଆଦି ପରିଚୟ ଜାଣିନଥିବାରୁ ତାକୁ ସ୍ମୃତିରେ ଆଣିପାରେ ନାହିଁ ଠିକ ସେହିପରି ପରମାମାôଙ୍କ ସଠିକ ପରିଚୟ ନ ପାଇବା ପର୍ଯ୍ୟନ୍ତ ସାଧକ ତାଙ୍କୁ ସ୍ମୃତିରେ ରଖିପାରିବ ନାହିଁ । ପରମାତ୍ମା ନିରାକର । କୋ÷ଣସି ନିରାକାର ଅର୍ଥ ରୂପଶୁନ୍ୟ ନୁହେଁ । ଗୁଣରେ ସେ ନିରାକାର । ସୁଗନ୍ଧିର କିଛି ରୂପରେଖ ନ ଥିଲେ ମଧ୍ୟ ଯେପରି ତାକୁ ଧାରଣ କରିଥିବା ପୁଷ୍ପର କୋ÷ଣସି ଆକାର ଥାଏ , ଠିକ ସେହିପରି ନିରାକାର ଗୁଣ ଯଥା ଶାନ୍ତି,ପ୍ରେମ ,ଆନନ୍ଦ,ଜ୍ଞାନ ପ୍ରଭୃତିର ଅଧିକାରୀ ପରମାତ୍ମା କେବେହେଲେ ଅରୂପ ହୋଇନ ପାରନ୍ତି । ଆତ୍ମା ଯେପରି ଏକ ଜା ଜ୍ୱଲ୍ୟମାନ ସେହିପରି ପରମାତ୍ମା ମଧ୍ୟ ଏକ ଜ୍ୟୋତିବିନ୍ଦୁ ସ୍ବରୁପ । ଦିବ୍ୟ ଚକ୍ଷୁ ଦ୍ୱାରା ତାଙ୍କର ସେହି ଦିବ୍ୟ ସ୍ବରୂପକୁ ଦିବ୍ୟ ଆଭା ପରିବେଷ୍ଟିତ ଏକ ଅଣ୍ଡାକୃତି ଜାଜ୍ୱଲ୍ୟମାନ ବିନ୍ଦୁ ରୁପେ ଦେଖିହୁଏ । ଆତ୍ମା ଓ ପରମାମାô ଦୁହେଁ ଜ୍ୟୋର୍ତିବିନ୍ଦୁ ସ୍ବରୁପ ହେଲେ ମଧ୍ୟ ସେମାନଙ୍କ ଜ୍ୟୋତି ଓ ଶକ୍ତି, ଓଜ ତେଜର ତୀବ୍ରତା ମଧ୍ୟରେ ପାର୍ଥକ୍ୟ ଥାଏ । ପରମାମାôଙ୍କର ସ୍ବୀୟ ଉଦଘାଟିତ ନାମ ହେଉଛି ଶିବ ଅର୍ଥାତ ସର୍ବଦା କଲ୍ୟାଣକାରୀ ପରମାତ୍ମା । ସମସ୍ତ ଆତ୍ମାମାନଙ୍କୁ ଶାନ୍ତି ଓ ଆନନ୍ଦ ପ୍ରଦାନ କରି କଲ୍ୟାଣ କରୁଥିବାରୁ ସେ ଶିବ ନାମରେ ପରିଚିତ । ପରମାତ୍ମାଙ୍କ ନିବାସ ସ୍ଥଳ ହେଉଛି ପରମଧାମ ପରମାତ୍ମା ସର୍ବବ୍ୟାପୀ ନୁହଁନ୍ତି । ଦୁଇଟି ପୃଥକ୍ ଅସ୍ତିତ୍ୱ ଅର୍ଥାତ୍ ଆତ୍ମା ଓ ପରମାତ୍ମାଙ୍କ ମିଳନକୁ ଯୋଗ କୁହାଯାଏ । ଯଦି ପରମାତ୍ମା ସର୍ବବ୍ୟାପୀ ତେବେ ଯୋଗ ମୂଲ୍ୟହୀନ ହୋଇ ପଡନ୍ତା । ପରମାତ୍ମାଙ୍କ ସହ ଆତ୍ମାର ତ୍ରିଗୁଣାତ୍ମକ ସମ୍ବନ୍ଧ ରହିଛି, ଯଥା -ପରମ ପିତା ,ପରମ ଶିକ୍ଷକ ଓ ସଦଗୁରୁ । ପରମପିତା ଶିବ ଜ୍ଞାନ, ଶାନ୍ତି , ପ୍ରେମ ଆନନ୍ଦ ତଥା ପବିତ୍ରତା ଓ ଶକ୍ତିର ସାଗର ଅଟନ୍ତି । ଯେଉଁ ମନୁଷ୍ୟାତ୍ମା ତାଙ୍କ ସହିତ ଯୋଗ ଲଗାଏ ସେ ତା ଉପରେ ଶାନ୍ତି ଆନନ୍ଦ ପ୍ରଭୃତି ବର୍ଷା କରନ୍ତି । ଯେତେବେଳେ ପରମପିତା ପରମାତ୍ମା ପବିତ୍ର ହେବାପାଇଁ ଆତ୍ମାମାନଙ୍କ ସହଜମାର୍ଗ ପ୍ରଦର୍ଶନ କରାଉଛନ୍ତି ଏବଂ ଆମ୍ଭମାନଙ୍କ ବିକର୍ମକୁ ବିନାଶ କରିବା ପାଇଁ ଶକ୍ତି ପ୍ରଦାନ କରୁଛନ୍ତି ।ଏପରି ସ୍ଥଳେ ଯେଉଁମାନେ ସେଥିପ୍ରତି ଅବହେଳା ପ୍ରଦଶର୍ନ କରି ପବିତ୍ର ନ ହୁଅନ୍ତି, ସେତେବେଳେ ସେମାନଙ୍କୁ ନିଜ ନିଜର କର୍ମ ସିଦ୍ଧାନ୍ତ ଅନୁଯାୟୀ ଦଣ୍ଡବିଧାନ ଦ୍ୱାରା ପବିତ୍ର କରାଇବାର ଆବଶ୍ୟକତା ପଡେ ।
ଶିବ-ଶକ୍ତି ହୋମିଓ ସମ୍ପାଦକ
ପାଟଣାଗଡ,ବଲାଙ୍ଗିର
Comments
Post a Comment