ଅଚେତନ ଅଭ୍ୟାସ

ବୃି, ଭାବ ଓ ଅଚେତନ ଭାବରେ କର୍ମେନ୍ଦି୍ରୟ ଦ୍ୱାରା ବାରମ୍ବାର କି୍ରୟାନ୍ୱିତ କୌଣସି କର୍ମର ପୁନରାବର୍ନ ହେଉଛି ଅଭ୍ୟାସ । ଯେତେବେଳେ ବ୍ୟକ୍ତି ଆଦର୍ଶ ·ରିତି୍ରକ ବିଶେଷତାର ନିର୍ଦ୍ଧାରିତ ମାନଦଣ୍ଡ ଭଙ୍ଗ କରେ ସେତେବେଳେ ତା ମଧ୍ୟରେ ଦୁର୍ଗୁଣ ଓ ତ୍ରୁଟିପୂର୍ଣ୍ଣ ଚରିତ୍ର ଅର୍ଥାତ୍ ବ୍ୟସନ, ଅପରାଧିକ ପ୍ରବୃି ଏବଂ ମର୍ଯ୍ୟାଦାହୀନ ଆଚରଣ ଆଦି ଅଭ୍ୟାସ ରୂପରେ ବିକସିତ ହେବାକୁ ଲାଗେ । ଏହାର ପରିଣାମ ସ୍ବରୂପ ତା’ ମଧ୍ୟରେ ଆତ୍ମଗ୍ଳାନି, ନିରାଶା ଏବଂ ହୀନମନ୍ୟତା ବସା ବାନ୍ଧି ରହିଯାଏ । ସେ ଭାବିବାକୁ ଲାଗେ ଯେ ସେ ଏହି କୁଅଭ୍ୟାସରୁ କେବେହେଲେ ମୁକ୍ତ ହୋଇପାରିବ ନାହିଁ । ସେ ଅନେକ ବାର ବ୍ୟର୍ଥର ଚକି୍ରୟ ଶୃଙ୍ଖଳାରେ ବାନ୍ଧି ହୋଇ ଜୀବନକୁ ବ୍ୟର୍ଥରେ ଅତିବାହିତ କରୁଥାଏ । ଏହି ଅଚେତନ ଅଭ୍ୟାସକୁ ଭାଙ୍ଗିବା ପାଇଁ ବ୍ୟକ୍ତିକୁ ଦୃଢ଼ ସଂକଳ୍ପବାନ ହେବା ନିତାନ୍ତ ଜରୁରୀ । ଯାନ୍ତ୍ରିକ ଜୀବନର ଅର୍ଥ ହେଉଛି ସଂସ୍କାର ଗତ ବା ଅଭ୍ୟାସର ବଶୀଭୂତ ହେବା । ଇଚ୍ଛା ନ ଥାଇ ବି ସେହି ସଂକଳ୍ପ ବା କର୍ମଗୁଡ଼ିକୁ ବାରମ୍ବାର ଦୋହରାଇବା । ଅନ୍ୟ ଅର୍ଥରେ ଦାସତ୍ୱ ଜୀବନ ଜିଇଁବା । ଉଦାହରଣ ସ୍ବରୂପ କୌଣସି ବିଶେଷ କ୍ଷଣ ବା କଥାରେ କ୍ରୋଧାଭିଭୂତ ହୋଇପଡିବା । ଏହି ଆବେଗ ମନରେ ଉପôନ୍ନ ହୋଇ ଇନ୍ଦି୍ରୟଗୁଡିକ ମାଧ୍ୟମରେ ଅଭିବ୍ୟକ୍ତ ହୁଏ । ଯେତେବେଳେ କୌଣସି କି୍ରୟା ବା ଅଭ୍ୟାସ ଉଦ୍ଧେଶ୍ୟ ମୂଳକ ଭାବରେ କରାଯାଏ ତେବେ ସେହି କି୍ରୟାରେ ଆପଣା ଛାଏଁ ଦକ୍ଷତା ଆସିଯାଏ । ଏହି କି୍ରୟା ମନର ଅଚେତନ ଅବସ୍ଥାକୁ ·ଲିଯାଏ । ତାକୁ ବର୍ମାନ ଏହି କାର୍ଯ୍ୟ ପାଇଁ ସଚେତନ ପ୍ରୟାସର ଆବଶ୍ୟକତା ହୁଏ ନାହିଁ । ସ୍ବଭାବିକ ଭାବରେ ସେହି କାର୍ଯ୍ୟ ଆପଣା ଛାଏଁ ସମ୍ପାଦିତ ହେବାକୁ ଲାଗେ । ଏହି ସ୍ବଭାବିକ କି୍ରୟାକୁ ଅଭ୍ୟାସ କୁହାଯାଏ । ଏହି ଅଭ୍ୟାସ ଭଲ ବା ମନ୍ଦ ଉଭୟ ହୋଇପାରେ । ମନ୍ଦ ଅଭ୍ୟାସ ଜୀବନ ପାଇଁ ଘାତକ ଓ ଚିନ୍ତାଜନକ ହୋଇଥାଏ । ଭଲ ଅଭ୍ୟାସର ପରିଣାମ ସୁଖଦ ହୋଇଥାଏ ।

ସଂପ୍ରତି ମନୁଷ୍ୟର ପ୍ରତ୍ୟେକ କର୍ମରେ ଯାନ୍ତ୍ରିକତାର ଝଲକ ଦେଖିବାକୁ ମିଳେ । ଯେପରି ଯନ୍ତ୍ର ବାହ୍ୟ ପ୍ରେରଣା ଅର୍ଥାତ୍ ସ୍ବିଚ୍ ବଟନ ଦ୍ୱାରା ·ଲେ ସେହିପରି ଜୀବନରେ ୯୦ ପ୍ରତିଶତ କାର୍ଯ୍ୟ ଅନ୍ତଃ ପ୍ରେରଣା ଅର୍ଥାତ୍ ଅଭ୍ୟାସବଶତଃ ହୋଇଥାଏ । ଯେପରି ଏକ କୁଶଳ ମୋଟର ·ଳକ ଅଭ୍ୟାସ କାରଣରୁ ଆନ୍ତରିକ ଧ୍ୟାନର ଶକ୍ତି ଖର୍ଚ୍ଚ ନ କରି ମଧ୍ୟ ଯାନକୁ କୁଶଳତା ପୂର୍ବକ ଚଲାଇ ପାରେ । କୁଶଳତା ଅର୍ଥାତ୍ ପକ୍କା ଅଭ୍ୟାସ । ଏହି ପ୍ରକାର ଅଭ୍ୟାସ ବ୍ୟବହାରିକ ଜୀବନ ପାଇଁ ବହୁତ ଭଲ । ଏହାର ସବୁଠାରୁ ବଡ଼ ଲାଭ ହେଉଛି ଆନ୍ତରିକ ଶକ୍ତିର ଜମା । ପରନ୍ତୁ ଯେତେବେଳେ ଆମେ କ୍ରୋଧର ବଶୀଭୂତ ହୋଇ ଅଭ୍ୟାସଗତ ବ୍ୟବହାର କରିଥାଉଁ ସେତେବେଳେ ଏହି ଅଭ୍ୟାସ କ୍ଷତି ପହୁାଇ ଥାଏ । ସଂପ୍ରତି ମନୁଷ୍ୟର ଜୀବନ ନକାରାତ୍ମକ ଯାନ୍ତ୍ରିକତାରେ ବହୁତ ଅଧିକ ପ୍ରଭାବିତ । ଅଭ୍ୟାସକୁ ·ଷ କର୍ମ ସହିତ ତୁଳନା କରାଯାଇପାରେ । ଯେପରି ଅଭ୍ୟାସର ନିର୍ମାଣ ହୋଇଥାଏ ସେପରି ଚରିତ୍ର ବନିବା ପ୍ରାରମ୍ଭ ହୋଇଯାଏ । ଯେଉଁ ପ୍ରକାର ଗୋଟିଏ ଦୁର୍ଗୁଣ ଅନେକ ଦୁର୍ଗୁଣକୁ ଜନ୍ମ ଦେଇଥାଏ, ସେହିପରି ଗୋଟିଏ ଅଭ୍ୟାସ ମଧ୍ୟ ନିଜ ଅନୁସାରେ ଅନେକ ଅଭ୍ୟାସକୁ ଉପôନ୍ନ କରିଥାଏ । ନିରନ୍ତର ପ୍ରୟାସ ଦ୍ୱାରା ଯେଉଁ ଅଭ୍ୟାସର ନିର୍ମାଣ ହୋଇଥାଏ ତାହା କଠିଣ ପରିସ୍ଥିତିରେ ବ୍ୟବହାରର କଷଟି ସାବ୍ୟସ୍ତ ହୁଏ । ବିପଦ ସମୟରେ ଯଦି ଧୈର୍ଯ୍ୟ, ସାହସ ଓ ଆତ୍ମବିଶ୍ୱାସର ଅଭ୍ୟାସ କରିଥାଏ ତ ବ୍ୟକ୍ତି ଚିନ୍ତା ଏବଂ ଭୟବଶତଃ ନିଜର ସର୍ବନାଶ କରିଥାଏ । ମଉଜ ମଜଲିସ ଉଦ୍ଧେଶ୍ୟରେ ସୁରାର ପ୍ରଥମ ସେବନ ହୋଇଥାଏ । ଦ୍ୱିତୀୟ ସେବନ ମଉଜ ମଜଲିସ ବୃଦ୍ଧିର ଇଚ୍ଛାକୁ ଜନ୍ମ ଦିଏ । ଏହି କ୍ରମରେ ପରବର୍ୀ ସେବନ ଆବଶ୍ୟକତା ଓ ତାପରେ ସେବନ ଆସକ୍ତିକୁ ଜନ୍ମ ଦେଇଥାଏ । ହିରୋଇନ  ଭଳି ମାଦକ ଦ୍ରବ୍ୟର ପ୍ରଥମ ପ୍ରୟୋଗ ଦ୍ୱାରା ହିଁ ବ୍ୟକ୍ତି ଏହାର ଦାସ ବନିଯାଏ ।

ଲୋକେ କୌତୁହଳ ବଶତଃ ସିଗାରେଟ ମୁହଁରେ ଲଗାନ୍ତି । ମଉଜ ମଜଲିସରେ ଆରମ୍ଭ ହୋଇଥିବା ଏହି କର୍ମ କିଛିଦିନ ପରେ ସେମାନଙ୍କ ଅଭ୍ୟାସରେ ପରିଣତ ହୋଇଯାଏ । ସେମାନେ ସିଗାରେଟ ପ୍ରତି ଆସକ୍ତ ହୋଇପଡନ୍ତି । ପ୍ରାରମ୍ଭରେ ସିଗାରେଟ ପାନ ସେମାନଙ୍କୁ ସାମୟିକ ମଉଜ ଦେଇଥାଏ; କିନ୍ତୁ ଏହାର ଆସକ୍ତି ସେମାନଙ୍କ ଜୀବନରେ ଭୟଙ୍କର ଦୁଃଖର କାରଣ ହୋଇଥାଏ । ଏହିପରି ମାନବ ଏକ ଯାନ୍ତ୍ରିକ ଜୀବନ ଯାପନ କରୁଛି । ଅଭ୍ୟାସ ଏହାର ସୁଇଜ । ଜୀବନର ସାଳନ ଏବେ ତା ହାତରେ ନାହିଁ । ଅଭ୍ୟାସ ରୂପୀ ସୁଇଜ ଦ୍ୱାରା ସେ ସାଳିତ ହେଉଛି । ଏଥିପାଇଁ ଅଭ୍ୟାସ ଜ୍ଞାନ ଓ ଉପଦେଶଠାରୁ ଅଧିକ ପ୍ରଭାବୀ ସାବ୍ୟସ୍ତ ହୋଇଥାଏ । ଅନେକ କଥା ପ୍ରାରମ୍ଭରେ ମୌଜ-ମସ୍ତିରେ ହୋଇଥାଏ କିନ୍ତୁ ଖୁବ୍ ଶୀଘ୍ର ଏହା ସ୍ଥାୟୀ ଦୁର୍ଗୁଣରେ ପରିବିର୍ତ ହୋଇଯାଏ । ଯେପରି ଅଧିକ ଓ ବ୍ୟର୍ଥ କଥା କହିବା ମଧ୍ୟ ଏକ ଅଭ୍ୟାସ ନିର୍ମାଣ କରିଥାଏ । ଏହି ଅଭ୍ୟାସରେ ବଶୀଭୂତ ବ୍ୟକ୍ତି ପରଚିନ୍ତନ ଓ ବ୍ୟର୍ଥ ଚିନ୍ତନ ଦ୍ୱାରା ନିଜ ଅମୂଲ୍ୟ ସମୟ ନଷ୍ଟ କରିବା ସେଙ୍ଗ ସେଙ୍ଗ ବ୍ୟର୍ଥର ମଇଳା ଦ୍ୱାରା ଅନ୍ୟର ବୁଦ୍ଧିକୁ ମଧ୍ୟ ମଳିନ କରିଥାଏ । ଯେତେବେଳେ ଜଣେ ବ୍ୟର୍ଥ କହେ, ମିଥ୍ୟା କହେ, କଟୁ ଭାଷା କହେ ସେତେବେଳେ କହିବା ସହିତ ବାରମ୍ବାର ତାହା ସ୍ବୟଂ ଶୁଣିଥାଏ । ପରିଣାମ ସ୍ବରୂପ ସେହି କଥା ତାର ଅଚେତନ ମନରେ ଲାଖିଯାଏ । ଏହା ଅଭ୍ୟାସ ନିର୍ମାଣ କରିଥାଏ ।

ସମସ୍ତ ଅଭ୍ୟାସର ନିର୍ମାଣ ମନୁଷ୍ୟ ସ୍ୱୟଂ କରିଥାଏ । ଏଥିପାଇଁ ଅଭ୍ୟାସଗୁଡ଼ିରୁ ମୁକ୍ତ ହେବା ଅସମ୍ଭବ ନୁହେଁ । ଯେହେତୁ ଖରାପ ଅଭ୍ୟାସର ନିର୍ମାତା ବ୍ୟକ୍ତି ସ୍ୱୟଂ ଅଟେ, ତେଣୁ ଭଲ ଅଭ୍ୟାସର ନିର୍ମାଣ ଓ ଖରାପ ଅଭ୍ୟାସର ମୂଳ ପୋଛ  ମଧ୍ୟ ସେ ସ୍ୱୟଂ କରିପାରିବ । ପକ୍ଷୀ କେବେ ପିଞ୍ଜରାରେ ଆବଦ୍ଧ ହେବାକୁ ·ହେଁ ନାହିଁ । ସେହିପରି ଜଗତ ଜଞ୍ଜାଳରୁ ମୁକ୍ତ ହୋଇ ଆନନ୍ଦର ଅନ୍ତହୀନ ଅନ୍ତରୀକ୍ଷରେ ସଦା ବିଚରଣ କରିବା କିଏ ବା ନ ·ହିଁବ? ପରନ୍ତୁ ଏହି ମୁକ୍ତି ବା ସ୍ୱତନ୍ତ୍ରତାର କେବଳ ଲାଳସା ପର୍ଯ୍ୟନ୍ତ ନୁହେଁ, ଏଥିପାଇଁ ସତତ ପ୍ରଯନô ଆବଶ୍ୟକ ।

ସାଧାରଣ ବ୍ୟକ୍ତି ନିଜ ଅଭ୍ୟାସର ଦାସ ହୁଏ । ଦାସତ୍ୱର ଏହି ଶୃଙ୍ଖଳାରେ ଛଟପଟ ହେଉଥିବା ମନୁଷ୍ୟ ସେଥିରୁ ମୁକ୍ତି ପାଇଁ କାମନା କରୁଥାଏ । ଅଭ୍ୟାସ ମଧ୍ୟ ଅନେକ ପ୍ରକାର । ଯଥା; ବ୍ୟସନର ଅଭ୍ୟାସ, ଅତି ଭୋଜନର ଅଭ୍ୟାସ, ନିଦ୍ରାର ଅଭ୍ୟାସ, ଟାଳଟୁଳ କରିବା ଅଭ୍ୟାସ ଇତ୍ୟାଦି । ଆତ୍ମାନୁଶୀଳନ ମାଧ୍ୟମରେ ଜଣେ ନିଜର ଆନ୍ତରିକ ଶକ୍ତି-ସ୍ରୋତ ସହିତ ସମ୍ବନ୍ଧ ସ୍ଥାପିତ କରି ସମସ୍ତ ପ୍ରକାର ଅସଦାଭ୍ୟାସରୁ ମୁକ୍ତି ପାଇ ପାରିବ । ମନ୍ଦ ବି·ର, ଭାବ ଓ ସଂସ୍କାରକୁ ମୂଳପୋଛ କରିବାର ସର୍ବୋମ ଔଷଧ ହେଉଛି-ଆତ୍ମାନୁଶୀଳନ । ପ୍ରତ୍ୟେକ ବ୍ୟକ୍ତି ମାଧ୍ୟମରେ ଦିବ୍ୟ ଶକ୍ତିସମୁହର ବିକାଶ ପାଇଁ ଅପୂର୍ବ ସମ୍ଭାବନା ନିହିତ । ଏହି ଶକ୍ତିଗୁଡ଼ିକୁ ପ୍ରାପ୍ତ ହେବା ପାଇଁ ଦୃଢତା ପୂର୍ବକ ଉଦ୍ୟମ କରିବା ଉଚିତ୍ । ଏଥିପାଇଁ ସ୍ୱାଭିମାନରେ ସ୍ଥିତ ହେବା ଆବଶ୍ୟକ । ସ୍ୱାଭିମାନ ଅର୍ଥାତ୍ ସ୍ୱମାନ । ସ୍ୱମାନରେ ସ୍ଥିତ ହେବା ଦ୍ୱାରା ସମସ୍ତଙ୍କ ପାଇଁ ଓ ନିଜ ପାଇଁ ଶୁଭ ଭାବନା, ଶୁଭ କାମନା ଆପଣାଛାଏଁ ଆସିଯାଏ । ସ୍ୱମାନରେ ସ୍ଥିତ ହେବାର ପ୍ରଥମ ପାଠ ହେଉଛି, “ମୁ କିଏ? ଏହି ଗୋଟିଏ ପ୍ରଶ୍ନର ଉର ହିଁ ଜ୍ଞାନ, ଗୁଣ, ଶକ୍ତି, ଧନ, ଶ୍ୱାସ ଆଦିର ·ବି । “ମୁଁ କିଏ?”ମୁଁ ହେଉଛି ସର୍ବଶକ୍ତିବାନ ପରମ ପିତା ପରମାତ୍ମାଙ୍କ ସନ୍ତାନ - ଏକ ଦିବ୍ୟ ଜ୍ୟୋର୍ତିବିନ୍ଦୁ ସ୍ୱରୂପ ଆତ୍ମା ।”ଏହି ବାକ୍ୟକୁ ବାରମ୍ବାର ପୁନରାବୃି କରିବାକୁ ହେବ । ବ୍ୟକ୍ତି ଯେତେବେଳେ ପରମାତ୍ମାଙ୍କୁ ନିଜ ଅଲୌକିକ ପିତା ରୂପେ ଅନୁଭବ କରିବାକୁ ଲାଗିବ, ସେତେବେଳେ ସେ ତାଙ୍କ ସମସ୍ତ ଦିବ୍ୟ ଶକ୍ତିର ଅଧିକାରୀ ବନିଯିବ । ନିଶ୍ଚୟ ସେ ପ୍ରଭୁ ପିତାଙ୍କ ସେହି ସମସ୍ତ ଶକ୍ତି ଗୁଡ଼ିକୁ ପ୍ରାପ୍ତ କରି ନିଜଠାରେ ଥିବା ସମସ୍ତ କୁଅଭ୍ୟାସ ଗୁଡ଼ିକରୁ ମୁକ୍ତ ହୋଇଯିବ । ବିଭିନ୍ନ ସମ୍ବନ୍ଧର ଅଲୌକିକ ସୁଖ ଓ ଶକ୍ତି ପ୍ରାପ୍ତି ପାଇଁ ପରମାତ୍ମାଙ୍କୁ ନିଜର ମାତା-ପିତା, ବନ୍ଧୁ-ସଖା, ଗୁରୁ-ଶିଷ୍ୟ, ପ୍ରେମିକ-ପ୍ରେମିକା ଆଦି ରୂପରେ ସ୍ମରଣ କରାଯାଇପାରେ । ଏହିସବୁ ସମ୍ବନ୍ଧ ସ୍ଥାପନ ପୂର୍ବକ ତାଙ୍କ ସହିତ ଆତ୍ମିକ ବାର୍ାଳାପ କଲେ ଅବଶ୍ୟ ଜଣେ ନିଜ ମଧ୍ୟରେ ଉସôାହ-ଉଲ୍ଲାସ, କଠିଣରୁ କଠିଣ ସମସ୍ୟାର ମୁକାବିଲା କରିବାର ସାହାସ ଏବଂ ଆବଶ୍ୟକ ପରିବର୍ନ ପାଇଁ ଅପୁର୍ବ ଦିବ୍ୟଶକ୍ତିଗୁଡ଼ିକର ସ୍ଫୁର୍ିଦାୟକ ନୂତନ ସ୍ପନ୍ଦନ ଅନୁଭବ କରିପାରିବ । ଯେଉଁ ଅଭ୍ୟାସର ନବ ନିର୍ମାଣ କରିବାକୁ ଜଣେ ଇଚ୍ଛୁକ, ତାହାର ଏକ ସୁନ୍ଦର ଛବି କଳ୍ପନା କରନ୍ତୁ । କାରଣ ଅଚେତନ ମନ ଶବ୍ଦ ଅପେକ୍ଷା ଚିତ୍ରର ଭାଷା ସହଜରେ ବୁଝିପାରେ । ଅନୁ୍ୟନ ୨/୩ ମାସ ପର୍ଯ୍ୟନ୍ତ ଏହି ପ୍ରକି୍ରୟାକୁ ୪/୫ ଥର ସ୍ମରଣ କରିବାକୁ ହେବ ।

ଅଚେତନ ମନକୁ ଜାଗ୍ରତ କରି ନିଜ ଇଛାନୁକୂଳ ଦିବ୍ୟ ପରିବର୍ନ ପ୍ରାପ୍ତି ପାଇଁ ରାଜଯୋଗ ହେଉଛି ଏକମାତ୍ର ସହଜ ଓ ସଫଳ ମାଧ୍ୟମ । ଏହି ମାଧ୍ୟମରେ ପ୍ରତ୍ୟେକ ମନୁଷ୍ୟ ଆତ୍ମା ଓ ପରମାତ୍ମାନୁଭବ କରିବା ସମ୍ଭବ । ଏହା ମାଧ୍ୟମରେ ଆତ୍ମା ମଧ୍ୟରେ ଦୁଇଟି ପ୍ରମୁଖ ଶକ୍ତିର ବିକାଶ ହୋଇଥାଏ; ପ୍ରଥମଃ ପରମାତ୍ମାଙ୍କଠାରୁ ଶକ୍ତି ଗ୍ରହଣ କରିବା ଓ ଦ୍ୱିତୀୟତଃ ତାହା ଅନ୍ୟ ଆତ୍ମା ପର୍ଯ୍ୟନ୍ତ ପହାଇବା । ଏଥିପାଇଁ ସବୁଠାରୁ ଉପଯୁକ୍ତ ସମୟ ହେଉଛି ପ୍ରାତଃ ୪ ଘା ସମୟ । ଏହି ଅମୃତ ବେଳାରେ ନିଦ୍ରା ତ୍ୟାଗକରି ନିତ୍ୟକର୍ମରୁ ନିବୃ ହୋଇ ଏକାନ୍ତ ଆସନରେ ଉପବିଷ୍ଟ ପୂର୍ବକ ମନକୁ ଈଶ୍ୱରୀୟ ଚିନ୍ତନରେ ନିମଗ୍ନ କରିବାକୁ ହେବ । ମନ ଯେତେବେଳେ ଶାନ୍ତ ଓ ଆନନ୍ଦିତ ଅବସ୍ଥାରେ ଉପନୀତ ହେବ ସେତେବେଳେ ନିଜ ଅଚେତନ ମନକୁ ଇପ୍ସିତ ଚରିତ୍ର ବା ଅଭ୍ୟାସ ନିର୍ମାଣ ପାଇଁ ଆଦେଶ ଦିଅନ୍ତୁ । ଏତଦ୍ବ୍ୟତୀତ ସାରା ଦିନ କର୍ମକ୍ଷେତ୍ରରେ ମଧ୍ୟ ମଝିରେ ଏହି ପ୍ରସ୍ତାବିତ ଦୃଶ୍ୟ ବା ସଂକେତ ସ୍ମରଣ ରଖି ନିଜ କର୍ମ ସଂପାଦନ କରନ୍ତୁ । ପ୍ରାରମ୍ଭିକ ସ୍ତରରେ ଆପଣଙ୍କ ଅଚେତନ ମନ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିପାରେ; କନ୍ତୁ ଧୈର୍ଯ୍ୟର ସହିତ ଏହି ଅଭ୍ୟାସ ବଜାୟ ରଖିଲେ ସଫଳତା ଅବଶ୍ୟ ମିଳିବ । ଦୃଢ ସଂକଳ୍ପ ଏବଂ ପ୍ରବଳ ଆତ୍ମ ବିଶ୍ୱାସ ଶକ୍ତି ଆଧାରରେ ତାହା ଚରିତ୍ରରେ ବ୍ୟବହାରିକ ରୂପରେ ସଚେତନ ପ୍ରୟାସ ସହିତ ପାଳନ କରନ୍ତୁ । ଅପ୍ରତିଷ୍ଠିତ, ଘୃଣିତ ଓ ଉପେକ୍ଷିତ ସାମାଜିକ ଜୀବନ ଅପେକ୍ଷା ସତ୍ ଅଭ୍ୟାସ ସହିତ ଜୀବନ ଯାପନ ସହଜ କାରଣ ଏହାଦ୍ୱାରା ଜୀବନ ଆନନ୍ଦ, ହର୍ଷୋଲ୍ଳାସ ଏବଂ ଧନ୍ୟ ଧନ୍ୟ ବୋଧରେ ପରିପୂର୍ଣ୍ଣ ହେଇଯାଏ ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର