ଶ୍ରୀମଦ୍ଭଗବତ୍ ଗୀତା ରହସ୍ୟ 

  ଦ୍ୱିତୀୟ ଖଣ୍ଡ 

 ପ୍ରଥମ ଅଧ୍ୟାୟ 

ଅର୍ଜୁନ ବିଷାଦ ଯୋଗଃ

ଗୀତା ମନୁଷ୍ୟ ଜୀବନର କର୍ମ ସମସ୍ୟାର ସମାଧାନ କରିଛି । ବସ୍ତୁତଃ ଏହା ଜୀବନର ସମସ୍ୟା । ଏହା ମାନବୀୟ କର୍ମ ସମୂହର ଚରମ ଦୃଷ୍ଟାନ୍ତ ସ୍ୱରୂପ ଏକ ଭୀଷଣ ଯୁଦ୍ଧର ରୂପକୁ ଗ୍ରହଣ କରିଛି । ତାହାହିଁ କୁରୁକ୍ଷେତ୍ର । ମାନବ ଜାତିର ଇତିହାସରେ ମଝିରେ ମଝିରେ ଏପରି ଏକ ଏକ ସନ୍ଧିକ୍ଷଣ ଆସିଛି,ଯେତେବେଳେ କି ବିଭିନ୍ନ ଶକ୍ତି ମଧ୍ୟରେ ମହା ସଂଘର୍ଷ ସଂଘଟିତ ହୋଇଛିି । ମାନସିକ, ସାମାଜିକ, ନୈତିକ, ଆଧ୍ୟାତ୍ମିକ ତଥା ରାଜନୈତିକ କ୍ଷେତ୍ରରେ ଧ୍ୱଂସ କିମ୍ବା ବିପ୍ଳବ ଦ୍ୱାରା ନୂତନ ସୃଷ୍ଟିର ସୂତ୍ରପାତ ହୁଏ । ଏହି ସଂଘର୍ଷ ସାଧାରଣତଃ ବାହି୍ୟକ, ଶାରୀରିକ ଓ ମାନସିକ ହୋଇପାରେ । ଏହିପରି କ୍ଷେତ୍ରରେ ମନୁଷ୍ୟର କଣ କର୍ବ୍ୟ ? ଏହି ଭଳି ସଂଘର୍ଷ ମଧ୍ୟରେ ଜୀବନ ଯାପନ କରି ମଧ୍ୟ କିପରି ଭାବରେ ଶୁଦ୍ଧ ପବିତ୍ର ଅଧ୍ୟାତ୍ମିକ ଜୀବନ ଗଢ଼ା ଯାଇ ପାରିବ; ଗୀତା ତାହାହିଁ  ଶିକ୍ଷା ଦେଇଛି ।

କୁରୁକ୍ଷେତ୍ରରେ ଅର୍ଜୁନଙ୍କ ରଥରେ ଆରୂଢ଼ ଶ୍ରୀକୃଷ୍ଣ ହେଉଛନ୍ତି ଜଗତରେ ମନୁଷ୍ୟ ସହିତ ପରମାତ୍ମାଙ୍କ ବ୍ୟବହାରର ପ୍ରକୃଷ୍ଠ ସ୍ଥୂଳ ଦୃଷ୍ଟାନ୍ତ ସ୍ୱରୂପ । ଏହି ସଂସାର ଏକ ବିରାଟ କୁରୁକ୍ଷେତ୍ର । ଏଠାରେ ପ୍ରତି ପଦକ୍ଷେପରେ ବିରୁଦ୍ଧ ଶକ୍ତି ସହିତ ଦ୍ୱନ୍ଦ ଓ ସଂଗ୍ରାମ କରି ଆମେ ଅଗ୍ରସର ହେଉଁ । ଏଠାରେ କର୍ମ ମଧ୍ୟରେ ହିଁ ଆତ୍ମ ବିକାଶ କରିବାକୁ ହୁଏ । ଏହା ଧର୍ମ କ୍ଷେତ୍ର ଏବଂ ଏହାର ଲକ୍ଷ୍ୟ ହେଉଛି  ନରରୁ ନାରାୟଣ ଓ ନାରୀରୁ ଲକ୍ଷ୍ମୀ ସଦୃଶ ଦିବ୍ୟ ଜୀବନ ପ୍ରାପ୍ତ ହେବା । "ରାଜ୍ୟଂ ସମୃଦ୍ଧମ୍' । କୁରୁକ୍ଷେତ୍ର ଯୁଦ୍ଧ ଯେପରି ନିଗୂଢ଼ ଭାବରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ଆନୀତ ଓ ପରିଚାଳିତ ହୋଇଥିଲା  ସଂସାରର ସମସ୍ତ ବ୍ୟାପାର ସେପରି ନିଗୂଢ଼ ଭାବରେ ପରମାତ୍ମାଙ୍କ ଦ୍ୱାରା ସୃଷ୍ଟ ଈଶ୍ୱରୀୟ ନିୟମ ବା ନିୟତି ଦ୍ୱାରା ପରିଚାଳିତ ହୋଇ ଆଗେଇ ଚାଲିଛି । ସୃଷ୍ଟିଚକ୍ରର ଏହି ଆବର୍ନ ପ୍ରକି୍ରିୟା ଅନାଦି ଓ ଅବିନାଶୀ । ସ୍ୱୟଂ ପରମାତ୍ମା ମଧ୍ୟ ଏଥିରେ ହସ୍ତକ୍ଷେପ କରନ୍ତି ନାହିଁ । ଅର୍ଜୁୁନଙ୍କ ରଥରେ ଶ୍ରୀକୃଷ୍ଣ ସାରଥି ଭୂମିକା ନିର୍ବାହ କରି ଅର୍ଜୁନଙ୍କ ମୋହ ଦୂର କରିଥିଲେ । ତାଙ୍କୁ କର୍ମର ଆଦେଶ ଦେଇଥିଲେ । ଅର୍ଜୁନ ତାଙ୍କୁ ପ୍ରଥମେ ଚିହ୍ନି ନ ପାରି ଅବଜ୍ଞା କରିଥିଲେ । ଧର୍ମଗ୍ଳାନି ସମୟରେ ରୂଢ଼ିବାଦୀ ମାନବ ସୃଷ୍ଟିରେ ଧର୍ମ ସ୍ଥାପନ ପାଇଁ ଅବତରିତ ପରମାତ୍ମାଙ୍କୁ ଚିହ୍ନି ପାରେ ନାହିଁ । ମାନବୀୟ ଶରୀର ମାଧ୍ୟମରେ ପରମାତ୍ମାଙ୍କ ଅବତରଣର ଆଭିମୁଖ୍ୟ ବୁଝି ନପାରି ତାଙ୍କ ଆଦେଶର ଉଲ୍ଲଙ୍ଘନ କରେ, ତାଙ୍କୁ ଅବଜ୍ଞା କରେ । "ଅବଜାନନ୍ତୀ ମା ମୂଢ଼ା ମାନୁଷୀତନୁମାଶ୍ରିତମ୍' । କିନ୍ତୁ ଯେଉଁମାନେ ତାଙ୍କୁ ଚିହ୍ନି ହୃଦୟ ସିଂହାସନରେ ଅଧିଷ୍ଠିତ କରାନ୍ତି, ନିଜ ଜୀବନର ଲଗାମ ତାଙ୍କ ହାତରେ ସମର୍ପଣ କରାନ୍ତି, ସେମାନଙ୍କୁ ସେ ସୁଖ ଦୁଃଖରେ, ଆପଦ ବିପଦରେ ଉଚିତ ମାର୍ଗରେ ପରିଚାଳିତ କରନ୍ତି । ଦେହାଭିମାନୀ ମାନବ ତାଙ୍କୁ ଚିହ୍ନି ପାରେ ନା । ଅହଙ୍କାର ବଶତଃ ମନେ କରେ ଯେ ସେ ସ୍ୱୟଂ ହିଁ ପ୍ରତ୍ୟେକ କର୍ମର କର୍ା । ଅହଂ କରୋମିତି ବୃଥାଭିମାନଂ । ଏହା ହିଁ ଅଜ୍ଞାନତା ଓ ଏହି ଅହଂଭାବରୁ ହିଁ ସମସ୍ତ ପାପ ଓ ଦୁଃଖ ଜାତ ହୁଏ । ସର୍ବୋତଭାବେ ପରମାତ୍ମାଙ୍କ ନିକଟରେ ସମର୍ପିତ ବ୍ୟକ୍ତିର ଜ୍ଞାନ ପ୍ରଦୀପ ପ୍ରଜ୍ଜ୍ୱଳିତ ହୋଇ ସମସ୍ତ ମୋହାନ୍ଧକାର ଦୂରୀଭୂତ ହୁଏ । ପରମାତ୍ମା କେବଳ ଆମ ଜ୍ଞାନର ଗୁରୁ ନୁହନ୍ତି । ସେ ଆମ କର୍ମର, ଜ୍ଞାନର ପରିଚାଳକ ଈଶ୍ୱର । ସେ ଆମର ହୃଦୟେଶ୍ୱର, ପି୍ରୟ, ପ୍ରିୟତର । ଆମର ଯାହା କିଛି ତାଙ୍କୁ ସମର୍ପଣ କରି ଆମେ ପୂର୍ଣ୍ଣତା ଲାଭ କରି ପାରିବା । ବର୍ହିମୁଖୀ ମାନବ ପ୍ରଥମେ ପରମାତ୍ମାଙ୍କୁ ନିଜେ ନିଜେ  ଜାଣି ପାରେ ନାହିଁ । ତେଣୁ ସେ ସ୍ଥୂଳ ମାନବ ଦେହ ଆଧାରରେ ଅବତରଣ କରନ୍ତି ଓ ଜ୍ଞାନ ଯୋଗ ମାଧ୍ୟମରେ ସାଧାରଣ ନର ନାରୀମାନଙ୍କ ମଧ୍ୟରେ ଦିବ୍ୟ ଜ୍ୟୋତି, ଶକ୍ତି, ପ୍ରେମ ଓ ଆନନ୍ଦର ସ୍ଫୁରଣ କରାନ୍ତି । ଏହା ହେଉଛି ମାନବ ଜନ୍ମର ପ୍ରକୃତ ଲକ୍ଷ୍ୟ । ପରମାତ୍ମା ଅବତରଣର ଦିବ୍ୟ ଜନ୍ମ ଓ ଦିବ୍ୟ କର୍ମର ମର୍ମ ଯିଏ ବୁଝିପାରିଛି, ସିଏ ତାଙ୍କର ସାଧର୍ମ୍ୟ ଲାଭ କରିପାରେ ଓ ଦିବ୍ୟ କର୍ମରେ ପ୍ରବୃ ହୁଏ । ଦିବ୍ୟ ରଥରେ ଆରୂଢ଼ ଦିବ୍ୟ ଶଙ୍ଖଧାରୀ ଶ୍ରୀକୃଷ୍ଣ ଓ ଅର୍ଜୁନ ଏହି ଦିବ୍ୟ ଜୀବନର ପ୍ରତୀକ ଓ ଆଦର୍ଶ ।

ଦେଶ ଓ ଦଶର ମଙ୍ଗଳ ପାଇଁ ନିଃସ୍ୱାର୍ଥ  ଭାବରେ ସର୍ବଦା କର୍ମରେ ବ୍ରତୀ ହେବା ପ୍ରଚଳିତ ମାନ୍ୟତାରେ ଆଦର୍ଶ । କିନ୍ତୁ, ଗୀତାର ଶିକ୍ଷା ଏହାଠାରୁ ଉଚ୍ଚତର । କୌଣସି ମାନବୀୟ ନୀତି, ସମସ୍ତଙ୍କ ପାଇଁ ଧର୍ମ ବା ଆଦର୍ଶ ହୋଇ ନ ପାରେ । ପରମାତ୍ମା ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ଓ ସର୍ବୋଚ୍ଚ ହୋଇଥିବାରୁ ତାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଅନୁସରଣ ହେଉଛି ଏକ ମାତ୍ର ଧର୍ମ । ଏହା ହେଉଛି ସନାତନ ଧର୍ମ । ଈଶ୍ୱରୀୟ ଅବତରଣର ଆଭିମୁଖ୍ୟ ସଫଳ କରିବା ପାଇଁ ଯନ୍ତ୍ର ରୂପେ ତାଙ୍କ ନିର୍ଦ୍ଧେଶିତ କର୍ମର ପନ୍ଥା  ଅନୁସରଣ କରିବାକୁ ହେବ । ଏହି ଦିବ୍ୟ କର୍ମର ନିର୍ଦ୍ଧେଶ ବା ଶିକ୍ଷା କୌଣସି ବାହ୍ୟ ଆଦର୍ଶ, ନୀତି ବା ଶାସ୍ତ୍ର ପୁରାଣରୁ ମିଳେ ନାହିଁ । ଏହା ସାକ୍ଷାତ ପରମାତ୍ମାଙ୍କ ସମ୍ମୁଖ ମିଳନରୁ ପାପ୍ତ ହୁଏ  । ""ସାକ୍ଷାତ କଥୟତଃ ସ୍ୱୟଂ'' । ସେ ମାନବ ଶରୀର ଆଧାରରେ ଅବତରଣ କରି ଶିକ୍ଷା ଦିଅନ୍ତି । ଆମେ ତାଙ୍କ ସହିତ ପ୍ରତ୍ୟକ୍ଷ ସାକ୍ଷାତ କରି  ଓ ତାଙ୍କଠାରୁ ଶିକ୍ଷା ଗ୍ରହଣକରି ଅର୍ଜୁନଙ୍କ ଭଳି କହିବା,""କରିଷ୍ୟେ ବଚନଂ ତବ  ।’’ ""ହେ ଆମର ପରମ ପ୍ରିୟ ପିତା, ପରମାତ୍ମା, ଅନ୍ତରତମ ପ୍ରିୟତମ, ସୁହୃଦ, ବନ୍ଧୁ! ଆମେ ଅନ୍ୟ କୌଣସି ଧର୍ମ ଜାଣି ନାହୁଁ । ଆମେ କେବଳ ତୁମରି ନିର୍ଦ୍ଧେଶହିଁ ପାଳନ କରିବୁ । ""ତ୍ୱମେବ ମାତାଶ୍ଚ ପିତା ତ୍ୱମେବ... ।'' ତୁମେହିଁ ଆମର ପିତା, ମାତା, ବନ୍ଧୁ, ସଖା, ସହୋଦର, ଗୁରୁ, ଶିକ୍ଷକ ସବୁ କିଛି । ଏହିପରି ଭାବନାରେ ତାଙ୍କର ନିର୍ଦ୍ଧେଶିତ ପଥ ଅନୁସରଣ କଲେ ଆମ ପାଇଁ ମୁକ୍ତି ଓ ଜୀବନ୍ମୁକ୍ତିର ରାସ୍ତା ସୁଗମ ହୋଇ ପାରିବ । 

ଜୀବନର ସନ୍ଧିକ୍ଷଣରେ କର୍ବ୍ୟାକର୍ବ୍ୟ ନିର୍ଣ୍ଣୟ କରି ନ ପାରି ଆମେ ଅନେକ ସମୟରେ କିଂକର୍ବ୍ୟବିମୁଢ଼ ହୋଇ ପଡୁ । ଅର୍ଜୁନଙ୍କ କ୍ଷେତ୍ରରେ ଠିକ ସେହିପରି ଘଟିଥିଲା । ସେ ଥିଲେ କର୍ମୀ, ଜ୍ଞାନୀ ନ ଥିଲେ । ତେଣୁ କ୍ଷତ୍ରିୟ ଧର୍ମ ପାଳନ ପାଇଁ ଉତ୍ସାହ ସହିତ ସେ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ହୋଇଥିଲେ । କିନ୍ତୁ ଯେତେବେଳେ ସେ ବିପକ୍ଷ ସୈନ୍ୟ ମଧ୍ୟରେ ନିଜର ଆତ୍ମୀୟ ସ୍ୱଜନମାନଙ୍କୁ ଦେଖିଲେ ସେମାନଙ୍କ ଆସନ୍ନ ମୃତ୍ୟୁ ଚିନ୍ତା କରି ସେ ଭାବୁକ ହୋଇ ପଡିଲେ । ତାଙ୍କ ଶରୀର ମଧ୍ୟ ଅବସନ୍ନ ହୋଇଗଲା । ପ୍ରଥମେ ତାଙ୍କର ଦେହ ଓ ଇନ୍ଦ୍ରିୟ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହେଲା । କ୍ଷତ୍ରିୟ ପାଇଁ ଯାହା ପରମ କର୍ବ୍ୟ ସେଥି ପ୍ରତି ତାଙ୍କ ମନରେ ତୀବ୍ର ବିଦ୍ୱେଷ ଓ ବିତୃଷ୍ଣା ହେଲା । ସେ କୃଷ୍ଣଙ୍କୁ ସମ୍ବୋଧନ କରି କହିଲେ –                                                   

ଦୃଷ୍ଟେମଂ ସ୍ୱଜନଂ କୃଷ୍ଣ ଯୁଯୁତ୍ସୁଂ ସମୁପସ୍ଥିତମ୍ ାା ୨୮ ।ା

ସୀଦନ୍ତି ମମ ଗାତ୍ରାଣି ମୁଖ ପରିଶୁଷ୍ୟତି  ।   

ବେପଥୁଶ୍ଚ ଶରୀରେ ମେ ରୋମହର୍ଷଶ୍ଚ ଜାୟତେ ାା ୨୯ ।ା

ଗାଣ୍ଡୀବଂ ସ୍ରଂସତେ ହସ୍ତା୍ୱକ୍ଚୈବ ପରିଦହ୍ୟତେ  ।

ନ ଚ ଶକ୍ନୋମ୍ୟବସ୍ଥାତୁଂ ଭ୍ରମତୀବ ଚମେ ମନଃ ାା ୩୦ ।ା

ନିମିାନି ଚ ପଶ୍ୟାମି ବିପରୀତାନି କେଶବ

ନଚ ଶ୍ରେୟୋଽନୁପଶ୍ୟାମି ହତ୍ୱା ସ୍ୱଜନମାହବେ ାା ୩୧ ।ା

ନ କାଙ୍କ୍ଷେ ବିଜୟଂ କୃଷ୍ଣ ! 

ନ ଚ ରାଜ୍ୟଂ ସୁଖାନି ଚ  ।

କିଂ ନୋ ରାଜ୍ୟେନ ଗୋବିନ୍ଦ!

କିଂ ଭୋଗୈର୍ଜୀବିତେନ ବା ାା ୩୨ ।ା

ଯେଷାମର୍ଥେ କାଙ୍କ୍ଷିତଂ ନୋ 

                    ରାଜ୍ୟଂ ଭୋଗାଃ ସୁଖାନି ଚ  ।

ତ  ଇମେଽବସ୍ଥିତା ଯୁଦ୍ଧେ   

                     ପ୍ରାଣାଂସ୍ତ୍ୟକ୍ତ୍ୱା  ଧନାନି ଚ ାା ୩୩ ।ା

ଆଚାର୍ଯ୍ୟାଃ ପିତରଃ ପୁତ୍ରାସ୍ତଥୈବ ଚ ପିତାମହାଃ

ମାତୁଳାଃ ଶ୍ୱଶୁରାଃ ପୌତ୍ରାଃଶ୍ୟାଳାଃ ସମ୍ବନ୍ଧିନସ୍ତଥା ାା ୩୪ ।ା

ଏତାନ୍ନହନ୍ତୁମିଚ୍ଛାମି ଘ୍ନତୋଽପି ମଧୁସୂଦନ  ।

ଅପି ତୈ୍ରଲୋକ୍ୟରାଜ୍ୟସ୍ୟହେତୋଃ କିନ୍ନୁମହୀକୃତେ ାା ୩୫ ।ା

ନିହତ୍ୟ ଧାର୍ରାଷ୍ଟ୍ରାନ୍ନଃ କା ପ୍ରୀତିଃ ସ୍ୟାଜ୍ଜନାର୍ଦ୍ଧନ ।

ପାପମେବାଶ୍ରୟେଦସ୍ମାନ ହତ୍ୱୈତାନାତତାୟିନଃ  ାା ୩୬ ।ା

ତସ୍ମାନ୍ନାର୍ହା ବୟଂ ହନ୍ତୁଂ ଧାର୍ରାଷ୍ଟ୍ରନ୍ ସ୍ୱବାନ୍ଧବାନ୍ ।

ସ୍ୱଜନଂ ହି କଥଂ ହତ୍ୱା  ସୁଖିନଃ ସ୍ୟାମ ମାଧବ  ାା ୩୭ ।ା

ଯଦ୍ୟପ୍ୟେତେ ନ ପଶ୍ୟନ୍ତି ଲୋଭୋ ପହତଚେତସଃ ।

କୁଳକ୍ଷୟକୃତଂ ଦୋଷଂ ମିତ୍ର ଦ୍ରୋହ ଚ ପାତକମ୍  ାା ୩୮ ।ା

""ହେ କୃଷ୍ଣ ! ଯୁଦ୍ଧାଭିଳାଷୀ ଏହି ସମସ୍ତ ଆତ୍ମୀୟ ସ୍ୱଜନଙ୍କୁ ସମବେତ ହୋଇଥିବା ଦେଖି ମୋର ସମସ୍ତ ଶରୀର ଅବସନ୍ନ ହୋଇ ପଡୁଛି । ମୁଖ ଶୁଷ୍କ ହେଉଛି, ମୋ ଶରୀରରେ  କମ୍ପନ ଓ ରୋମା ଜାତ ହେଉଛି । ଗାଣ୍ଡୀବ ଧାରଣ ପାଇଁ  ହସ୍ତ ସକ୍ଷମ ହେଉ ନାହିଁ  ଏବଂ ତ୍ୱଚାରେ ଜ୍ୱଳନ ଅନୁଭବ ହେଉଛି । ହେ କେଶବ ! ମୁଁ ଅବସ୍ଥାନ କରିବାକୁ ସକ୍ଷମ ହେଉ ନାହିଁ । ମୋର ମନରେ ଭ୍ରମ ଜାତ ହେଉଛି ଏବଂ ବିପରୀତ ଲକ୍ଷଣସବୁ ମୋତେ ଦୃଶ୍ୟ ହେଉଛି । ଯୁଦ୍ଧରେ ସ୍ୱଜନମାନଙ୍କୁ ହତ୍ୟା  କରି କୌଣସି ମଙ୍ଗଳ ମୁଁ ଦେଖି ପାରୁ ନାହିଁ । ହେ କୃଷ୍ଣ! ମୋର ବିଜୟ ଦରକାର ନାହିଁ । ରାଜ୍ୟ ସୁଖ ଭୋଗ ପାଇଁ ବି ମୋର ଆଉ ଇଚ୍ଛା ହେଉ ନାହିଁ । ହେ ଗୋବିନ୍ଦ ! ଆମର  ରାଜ୍ୟର କି ପ୍ରୟୋଜନ ? ଭୋଗ ଓ ଜୀବନରେ ମଧ୍ୟ କି ପ୍ରୟୋଜନ ? ଯାହା ପାଇଁ ରାଜ୍ୟ,ଭୋଗ ଓ ସୁଖ ଆମେ କାମନା କରୁଥିଲୁ ସେମାନେ ଏହି ସକଳ ଆଚାର୍ଯ୍ୟ, ପିତୃବ୍ୟ, ପୁତ୍ର, ପିିତାମହ, ମାତୁଳ, ପୈାତ୍ର, ଶ୍ୟାଳକ ତଥା କୁଟୁମ୍ବ ପରିଜନ ପ୍ରାଣ ଓ ଧନ ସମ୍ପଦ ତ୍ୟାଗ କରି ଯୁଦ୍ଧରେ ଉପସ୍ଥିତ ହୋଇଛନ୍ତି । ହେ ମଧୂସୁଦନ ! ଆମକୁ ହତ୍ୟା କଲେ ମଧ୍ୟ ଏମାନଙ୍କୁ ମୁଁ ହତ୍ୟା କରିବାକୁ ଇଚ୍ଛା କରୁନାହିଁ । ତ୍ରିଲୋକର ରାଜ୍ୟ ନିମି ମଧ୍ୟ ଏମାନଙ୍କୁ ହତ୍ୟା କରିବାକୁ ଇଚ୍ଛା କରୁନାହିଁ । ପୃଥିବୀ ପାଇଁ ବା କଣ କହିବି ? ହେ ଜନାର୍ଦ୍ଧନ! ଦୁର୍ଯେ୍ୟାଧନାଦିଙ୍କୁ ବଧ କରି ଆମକୁ କି ସୁଖ ମିଳିବ ? ଆତତାୟୀ ହେଲେ ମଧ୍ୟ ଏମାନଙ୍କୁ ହତ୍ୟା କରିଲେ ଆମ୍ଭଙ୍କୁ ପାପ ଲାଗିବ । ଅତଏବ ସବାନ୍ଧବ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ବଧ କରିବା ଆମର ଉଚିତ ହେବ ନାହିଁ । ବସ୍ତୁତଃ ହେ ମାଧବ ! ଆତ୍ମୀୟମାନଙ୍କୁ ବଧ କରି କି ପ୍ରକାର ସୁଖ ମିଳିବ ? ଲୋଭରେ ହତଜ୍ଞାନ ଏମାନେ କୁଳକୁ ଧ୍ୱଂସ କରିବାର  ଦୋଷ ଏବଂ ମିତ୍ରମାନଙ୍କ ପ୍ରତି ଶତ୍ରୁତା ଆଚରଣ କରିବାର ପାପ ଦେଖି ପାରୁ ନାହାନ୍ତି । ହେ ଜନାର୍ଦ୍ଧନ ! କୁଳକ୍ଷୟ ଜନିତ ଦୋଷର ଦର୍ଶକ ଆମ୍ଭମାନଙ୍କ ଦ୍ୱାରା  ଏହି ପାପରୁ  ନିବୃ ହେବାର ଜ୍ଞାନ କେମିତି ହେବ ନାହିଁ ? ।ା୧/୨୮-୩୮ାା

ଏହାପରେ ଅର୍ଜୁନଙ୍କ ନୀତିବୋଧ, ପାପପୁଣ୍ୟବୋଧ ଜାଗ୍ରତ ହୋଇ ତାଙ୍କର ଦେହ ଓ ଇନ୍ଦି୍ରୟର ବିଦ୍ରୋହକୁ ସମର୍ଥନ କରିଛି । ବସ୍ତୁତଃ ଅର୍ଜୁନ ହଠାତ ତାମସିକତା ଓ ଦୁର୍ବଳତା ଦ୍ୱାରା ଆକ୍ରାନ୍ତ ହୋଇ ଭଗବତ ନିର୍ଦ୍ଧିଷ୍ଟ ମହାନ କର୍ବ୍ୟରୁ ବିରତ ହୋଇଥିଲେ । କିନ୍ତୁ ସେ ପାପ ପୁଣ୍ୟର ବିଚାର କରି ତାଙ୍କର ସେହି ବିଚ୍ୟୁତିକୁ ସମର୍ଥନ କରିଛନ୍ତି । ନୀତିଜ୍ଞାନ, ପାପପୁଣ୍ୟବୋଧ ସାଧାରଣ ଜୀବନରେ ବିଶେଷ ସହାୟ ହୋଇଥାଏ । ଏହା ଦ୍ୱାରା ମନୁଷ୍ୟ ପାପକୁ ବର୍ଜନ କରି ନିଜର ଆତ୍ମ ବିକାଶକୁ ନିଷ୍କକ କରେ । ଗୀତା ପାପ କରିବାକୁ କହେ ନାହିଁ । କିନ୍ତୁ ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ପାପୀ କେବେ ହେଲେ ପରମାତ୍ମାଙ୍କ ସାନ୍ନିଧ୍ୟ ଲାଭ କରିପାରେ ନାହିଁ । ସମସ୍ତ ପାପର ମୂଳ କାମ କ୍ରୋଧକୁ ଉଚ୍ଛେଦ କରିବା ପାଇଁ ଗୀତା ନିର୍ଦ୍ଧେଶ ଦିଏ । କିନ୍ତୁ ସାଧାରଣ ମଣିଷର ପାପପୁଣ୍ୟବୋଧ ଭ୍ରାନ୍ତ ଧାରଣା ଉପରେ ପର୍ଯ୍ୟବସିତ । ଏହା ମନ, ବୁଦ୍ଧି ଓ ସ୍ୱ ଗୁଣର କ୍ରିୟା । ଯେକୌଣସି ମୁହୂର୍ରେ ଏହା ତାମସିକତା ଦ୍ୱାରା ଆଚ୍ଛନ୍ନ ଓ ବିକୃତ ହୋଇପାରେ । ସେତେବେଳେ ମଣିଷ ଅଧର୍ମକୁ ଧର୍ମ ବୋଲି ମନେ କରେ । ଅର୍ଜୁନଙ୍କ କ୍ଷେତ୍ରରେ ଠିକ ତାହାହିଁ ହୋଇଛି । ପରମାତ୍ମା ଗୀତାରେ ଯେଉଁ ପଥ ନିର୍ଦ୍ଧେଶ କରିଛନ୍ତି ତଦ୍ଧ୍ୱାରା ଆମେ ମନ ବୁଦ୍ଧିର ଉଦ୍ଧ୍ୱର୍ରେ, ସା୍ୱିକତାର ଉଦ୍ଧ୍ୱର୍ରେ, ଦିବ୍ୟଜ୍ଞାନର ପୂର୍ଣ୍ଣ ଜ୍ୟୋତି, ଅଭ୍ରାନ୍ତ ଦୃଷ୍ଟି ଲାଭ କରି ପାରିବା  । ତାହା ସାଧାରଣ ମନୁଷ୍ୟର ପାପ ପୁଣ୍ୟ, ଶୁଭ ଅଶୁଭ ବିଚାରର ବହୁ ଉଦ୍ଧ୍ୱର୍ରେ । 

ଅର୍ଜୁନଙ୍କ ମନ ପୂର୍ବାଗ୍ରହ ଦ୍ୱାରା ଗ୍ରସିତ । ତେଣୁ ସେ ତତ୍କାଳୀନ ଶାସ୍ତ୍ରୀୟ ମତାନୁସାରେ ନିଜର ଯୁକ୍ତିକୁ ପ୍ରତିପାଦନ କରିବାକୁ କହୁଛନ୍ତି –

କଥଂ ନ ଜେ୍ଞୟମସ୍ମାଭିଃ ପାପାଦସ୍ମାନ୍ନିବର୍ିତୁମ୍ ।

କୁଳକ୍ଷୟକୃତଂ ଦୋଷଂ ପ୍ରପଶ୍ୟଦ୍ଭିର୍ଜନାର୍ଦ୍ଧନ ।ା୩୯ ।ା

କୁଳକ୍ଷୟେ ପ୍ରଣଶ୍ୟନ୍ତି କୁଳଧର୍ମାଃ ସନାତନାଃ ।

ଧର୍ମେ ନଷ୍ଟେକୁଳଂକୃତ୍ସ୍ନମଧର୍ମ୍ମୋଽଭିବତୁ୍ୟତ  ।ା୪୦ ।ା

ଅଧର୍ମାଭିଭବାତ୍ କୃଷ୍ଣ ! ପ୍ରଦୁଷ୍ୟନ୍ତି କୁଳସ୍ତ୍ରିୟଃ ।

ସ୍ତ୍ରୀଷୁଦୁଷ୍ଟାସୁ ବାର୍ଷ୍ଣେୟ ! ଜାୟତେ ବର୍ଣ୍ଣ  ସଙ୍କରଃ ।ା ୪୧ ।ା

ସଙ୍କରୋ ନରକାୟୈବ କୁଳଘ୍ନାନାଂ କୁଳସ୍ୟ ଚ ।

ପତନ୍ତି ପିତରୋ ହ୍ୟେଷାଂ ଲୁପ୍ତ ପିଣ୍ଡୋଦକ କ୍ରିୟାଃ ।ା ୪୨ ।ା 

ଦୋଷୈରେତୈଃ କୁଳଘ୍ନାନାଂ ବର୍ଣ୍ଣସଙ୍କର କାରକୈଃ ।

ଉତ୍ସାଦ୍ୟନ୍ତେ ଜାତିଧର୍ମ୍ମାଃ କୁଳ ଧର୍ମ୍ମାଶ୍ଚ ଶାଶ୍ୱତାଃ  ।ା ୪୩ ।ା

ଉତ୍ସନ୍ନକୁଳଧର୍ମ୍ମାନାଂ ମନୁଷ୍ୟାଣାଂ ଜନାର୍ଦ୍ଧନ ।

ନରକେଽନିୟତଂବାସୋ ଭବତୀତ୍ୟନୁଶୁଶ୍ରୁମ ।ା ୪୪ ।ା   

ଅର୍ଥାତ, କୁଳ କ୍ଷୟ ହେଲେ ସନାତନ କୁଳଧର୍ମ ସମୂହ ବିନଷ୍ଟ ହୁଏ ଓ ଧର୍ମ ନଷ୍ଟ ହେଲେ ଅଧର୍ମ ସମସ୍ତ କୁଳକୁ ଅଭିଭୂତ କରିଦିଏ । ହେ କୃଷ୍ଣ ! ଅଧର୍ମର ପ୍ରାଦୁର୍ଭାବ ହେଲେ କୁଳସ୍ତ୍ରୀଗଣ ବ୍ୟଭିଚାରିଣୀ ହୁଅନ୍ତି; ହେ ବାର୍ଷ୍ଣେୟ ! ସ୍ତ୍ରୀମାନେ  କୁଳଟା ହେଲେ ବର୍ଣ୍ଣ ସଙ୍କର ଜନ୍ମ  ହୁଅନ୍ତି । ବର୍ଣ୍ଣ ସଙ୍କର କୁଳର ବିନାଶ ଓ ନର୍କ ପ୍ରାପ୍ତିର କାରଣ ହୁଏ । ଶ୍ରାଦ୍ଧ ତର୍ପଣ ବିରହିତ ପିତା ମାତାଗଣ ନରକରେ ପତିତ ହୁଅନ୍ତି । କୁଳନାଶକାରୀମାନଙ୍କର ଏହି ସମସ୍ତ ବର୍ଣ୍ଣସଙ୍କର କାରକ ଦୋଷ ଦ୍ୱାରା ଚିରନ୍ତନ ଜାତି ଧର୍ମ ନଷ୍ଟ ହୋଇଯାଏ ।  ହେ ଜନାର୍ଦ୍ଧନ ! ଯେଉଁମାନଙ୍କର କୁଳଧର୍ମ ବିନଷ୍ଟ ହୋଇ ଯାଇଛି ସେହି ମନୁଷ୍ୟମାନଙ୍କର ଚିରଦିନ ନର୍କ ବାସ ହୁଏ ବୋଲି ମୁଁ ଶୁଣିଛି । ।ା ୩୯-୪୪ ।ା

ଅର୍ଜୁନ ଏଠାରେ ଯେଉଁ ସବୁ କୁଳଧର୍ମ ଓ ଜାତି ଧର୍ମକୁ ଶାଶ୍ୱତ ସନାତନ ବୋଲି ଉଲ୍ଲେଖ କରିଛନ୍ତି, ବସ୍ତୁତଃ ସେ ସବୁ ହେଉଛି ସାମୟିକ ଓ ଦେଶାଚାର ମୂଳକ । ଯୁଗେ ଯୁଗେ ଏହି ସବୁ ବିଧି ନିଷେଧର ପରିବର୍ନ ହୁଏ । ସମାଜ ବିକାଶର ନାନା ସ୍ତରର ରୀତି ନୀତି ସେସବୁ ମଧ୍ୟରେ ମିଶ୍ରିତ ଥାଏ । ପ୍ରକୃତ ଶାଶ୍ୱତ ସନାତନ ଧର୍ମ କଣ ତାହା ଗୀତାରେ ପରମାତ୍ମା ଶିକ୍ଷା ଦେଇଛନ୍ତି ଯାହା ସମସ୍ତ ଦେଶରେ, ସବୁ ଯୁଗରେ, ସମସ୍ତ ମାନବ ପକ୍ଷରେ ସତ୍ୟ, ତାହା ହିଁ ଗୀତାର ରାଜଯୋଗ । ସେ ଯୋଗ କାଳକ୍ରମେ ନଷ୍ଟ ହୋଇ ଯାଇଛି । ପରମାତ୍ମା ନୂତନ ଭାବରେ ତାହା ବ୍ୟାଖ୍ୟା କରିଛନ୍ତି । ପ୍ରଥମେ ଦ୍ୱିତୀୟ ଅଧ୍ୟାୟର ୩୮ଶ୍ଳୋକ ପର୍ଯ୍ୟନ୍ତ ସେ ତକ୍ରାଳୀନ ସମାଜରେ କ୍ଷତ୍ରିୟ ଧର୍ମର ପ୍ରକୃତ ଆଦର୍ଶ କ’ଣ ଥିଲା ତାହା ବୈ÷ଦାନ୍ତିକ ଦର୍ଶନ ଆଧାରରେ ପରିସ୍ଫୁଟ କରିଛନ୍ତି । ତାପରେ ଗୀତାର ପ୍ରକୃତ ଯୋଗ ଶିକ୍ଷା ଆରମ୍ଭ ହୋଇଛି । ସ୍ୱଜନ ମିତ୍ରମାନଙ୍କ ପ୍ରତି ଅହେତୁକ ମୋହଁ ଥିଲା ଅର୍ଜୁନଙ୍କ କର୍ମ ମାର୍ଗରେ ପ୍ରଧାନ ସମସ୍ୟା । ""ମୁଁ  ହିଁ ଏମାନଙ୍କ ହତ୍ୟାର କାରଣ''– ଏହି କୃର୍ତ୍ୱାଭିମାନ ତାଙ୍କୁ ମୋହଗ୍ରସ୍ତ କରି ପକାଇଥିଲା । ଯେତେେବେଳ ପର୍ଯ୍ୟନ୍ତ ବ୍ୟକ୍ତି ଏହିପରି ଅହଙ୍କାର ଜନିତ ଅଜ୍ଞାନତା ମଧ୍ୟରେ  ବାସ କରୁଥିବା ସେତେବେଳ ପର୍ଯ୍ୟନ୍ତ ଏସବୁ ସମସ୍ୟାର ପ୍ରକୃତ ସମାଧାନ ମିଳିବ ନାହିଁ । ତେଣୁ ଗୀତା ଅତି କଠୋର ଭାବରେ କହିଛି – ""ନିର୍ମମ ହୁଅ, ନିରହଙ୍କାରୀ ହୁଅ, ମୁଁ ଓ ମୋର ଏହି ଦେହ ଅଭିମାନ ତ୍ୟାଗ କର, ବ୍ୟକ୍ତିଗତ ବାସନା ଓ ଲୋଭ ପରିତ୍ୟାଗ କର, ଭଗବତ୍ ଇଚ୍ଛା ପୂର୍ଣ୍ଣ କରିବାକୁ ଜୀବନ ଧାରଣ କରି କର୍ମରେ ତପôର ହୁଅ ।'' ଏହା ହେଉଛି ଏକମାତ୍ର ପ୍ରକୃତ ସମାଧାନ । ଏହା ବିନା ଅନ୍ୟ ପନ୍ଥା ନାହିଁ ।

ଅର୍ଜୁନଙ୍କ ବିଷାଦ ସମଗ୍ର ମାନବ ଜାତିର ବିଷାଦକୁ ସୂଚିତ କରୁଛି । ସେ ନିଜ ସମସ୍ୟାଟି ଯେପରି ଉପସ୍ଥାପନା କରିଛନ୍ତି ସେଥିରେ ସମଗ୍ର ମାନବ ଜୀବନ ଓ କର୍ମର ସମସ୍ୟା ପରିସ୍ଫୁଟ ହୋଇଛି । ଯେପର୍ଯ୍ୟନ୍ତ ସଂସାରର ପ୍ରକୃତ ସ୍ୱରୂପକୁ ମନୁଷ୍ୟ ଉପଲବ୍ଧି ନ କରିଛି  ସେପର୍ଯ୍ୟନ୍ତ ଧର୍ମାଧର୍ମ, ନ୍ୟାୟ ଅନ୍ୟାୟ, କର୍ବ୍ୟାକର୍ବ୍ୟ ସମ୍ବନ୍ଧରେ ପ୍ରଚଳିତ ଗତାନୁଗତିକ ଧାରଣା ନେଇ ସେ କୌଣସି ପ୍ରକାରେ ଜୀବନ ଯାପନ କରୁଥାଏ । କିନ୍ତୁ କୌଣସି ସନ୍ଧିକ୍ଷଣରେ ଯେତେବେଳେ ସଂସାରର ପ୍ରକୃତ ରୂପକୁ ଗଭୀର ଭାବରେ ଦେଖି ପାରେ ସେତେବେଳେ ସେ ବିଭ୍ରାନ୍ତ ହୋଇ ପଡେ । ସେ ମନେକରେ, ଏ ସଂସାରରେ ନ୍ୟାୟ, ଧର୍ମ, ଦୟା କିଛି ନାହିଁ । ଏଠାରେ ଦୁଃଖ ଓ ମୃତୁ୍ୟ କେବଳ ଏକମାତ୍ର ସତ୍ୟ । ଅର୍ଜୁନ କୁରୁକ୍ଷେତ୍ରରେ ଏହା ଉପଲବ୍ଧି କରିଥିଲେ । ସେଥିପାଇଁ ସେ କର୍ମ ତ୍ୟାଗକରି ସନ୍ୟାସୀ ହେବାକୁ ଇଚ୍ଛା କରିଥିଲେ । ବୁଦ୍ଧଦେବ ମଧ୍ୟ ଏହିପରି ସଂସାରର ଦୁଃଖମୟତ୍ୱ ଉପଲବ୍ଧି କରି ସଂସାର ତ୍ୟାଗ କରିଥିଲେ । ସେତେବେଳେ ସଂସାର ତ୍ୟାଗ ଓ ସନ୍ୟାସ ପ୍ରତି ମନୁଷ୍ୟର ଯେଉଁ ଅହେତୁକ ପ୍ରବୃି ଦେଖାଯାଉଥିଲା, ଅର୍ଜୁନଙ୍କ ସମସ୍ୟାକୁ ଉପଲକ୍ଷ୍ୟ କରି ଗୀତା ତାହାର ଗଭୀର ସମାଧାନ ଦେଇଛି । ଗୀତା ମଧ୍ୟ ସଂସାରର ଦୁଃଖମୟତ୍ୱ ସ୍ୱୀକାର କରିଛି । ""ଅନିତ୍ୟମ୍ ଅସୁଖମ୍ ଲୋକମ୍'' ।  କିନ୍ତୁ ଗୀତା କହେ ଏହି ଦୁଃଖର ମୂଳରେ ଅଛି ଅଜ୍ଞାନ । ଦୁଃଖରୁ ପରିତ୍ରାଣ ପାଇଁ ସଂସାର ତ୍ୟାଗ କରିବାର ଆବଶ୍ୟକତା ନାହିଁ । ସଂସାରରେ ଥାଇ ମଧ୍ୟ ଦୁଃଖକୁ ଜୟ କରିବାକୁ ହେବ । ""ଇହେବ ତୈଜିତଃ ସର୍ଗଃ ।'' ସଂସାରର ମୂଳ, ଅଜ୍ଞାନତା  ନୁହେଁ । ଏହାର ମୂଳ ହେଉଛି ଆନନ୍ଦମୟୀ ପରା ଚିତଶକ୍ତ୍ି । ଦୁଃଖର ମୂଳ ଅଜ୍ଞାନତାକୁ ବିନାଶ କରି ସଂସାରର ପ୍ରକୃତ ସ୍ୱରୂପ ପ୍ରକଟ କରିବାକୁ ହେବ । ଈଶ୍ୱରୀୟ ସ୍ମୃତିରେ ନିମଜ୍ଜିତ ହୋଇ ଆତ୍ମାର ସମସ୍ତ କଳୁଷିତ ବୃିକୁ ତ୍ୟାଗ କରି ଦିବ୍ୟ ଜୀବନର ବିକାଶ କରିବା ହେଉଛି  ଗୀତାର ବୈଶିଷ୍ଟ୍ୟ  ।

ଅଜ୍ଞାନତା ହେଉଛି ସକଳ ପ୍ରକାର ଦୁଃଖର କାରଣ  । ଅଜ୍ଞାନତା ଅର୍ଥାତ୍ ପ୍ରକୃତ ଜ୍ଞାନର ଅଭାବ । ଦୁଃଖର ନିବୃି ହେଉଛି ଜ୍ଞାନର ଉଦ୍ଧେଶ୍ୟ । ଜ୍ଞାନର ପରିଭାଷା କ’ଣ ? ଯାହା ଯେମିତି, ତାକୁ ଅବିକଳ ଠିକ ସେପରି ଜାଣିବା ହେଉଛି ଜ୍ଞାନ । ବେଳେ ବେଳେ ଅନ୍ଧକାରରେ ରଜ୍ଜୁ ଦେଖି ସର୍ପର ଭ୍ରମ ହୁଏ  । ଏହା ଅଜ୍ଞାନତା  । ଅର୍ଜୁନର ବିଷାଦଯୋଗରୁ ଗୀତାର ଆରମ୍ଭ । ଅଜ୍ଞାନତା ବଶତଃ ସେ ପୂର୍ବାଗ୍ରହ ଓ ଜ୍ଞାତି କୁଟୁମ୍ବଙ୍କ ମୋହରୁ ମୁକ୍ତ ହୋଇ ପାରି ନ ଥିଲେ । ତେଣୁ ସେ ବିଷାଦଗ୍ରସ୍ତ ହୋଇ ପଡ଼ିଲେ । ଜୀବନ ଓ ମୃତୁ୍ୟ ସମ୍ବନ୍ଧରେ ଭ୍ରାନ୍ତ ଧାରଣାହିଁ ତାଙ୍କ ଦୁଃଖର ମୂଳ କାରଣ ଥିଲା । ତାଙ୍କର ଏହି ଭ୍ରାନ୍ତି ଦୂର କରିବା ପାଇଁ ଗୀତା ପରବର୍ୀ ଅଧ୍ୟାୟରେ ସାଂଖ୍ୟ ଦର୍ଶନ ଅର୍ଥାତ୍ ଜୀବନ ଓ ମୃତୁ୍ୟ ବିଷୟକ ତ୍ୱ ଜ୍ଞାନ ଉପରେ ଆଲୋଚନା କରିଛି । ଏଥିରୁ ଏହା ସ୍ପଷ୍ଟ ଯେ ପରମାତ୍ମା ଅର୍ଜୁନଙ୍କୁ କ୍ଷତ୍ରିୟର ଧର୍ମ ଓ କର୍ବ୍ୟ ପାଳନ ପାଇଁ ହିଂସା ପ୍ରଣୋଦିତ ରକ୍ତ ରଞ୍ଜିତ ଯୁଦ୍ଧରେ ପ୍ରବୃ କରି ନ ଥିଲେ । ଗୀତାରେ ପରମାତ୍ମା ଅର୍ଜୁନଙ୍କୁ ସ୍ପଷ୍ଟ ଭାବରେ ଆଦେଶ ଦେଇଛନ୍ତି, “ତସ୍ମାସôର୍ବେଷୁ କାଳେଷୁ ଯୋଗଯୁକ୍ତ ଭବାର୍ଜୁନ ।” (ଅର୍ଥାତ “ହେ ଅର୍ଜୁନ ! ଅର୍ହନିଶ ସର୍ବଦା ମୋ ସହିତ ଯୋଗଯୁକ୍ତ ହୋଇ ରହ ।” ଗୀ-୮/୨୭) “ତସ୍ମାଦ୍ ଯୋଗୀ ଭବାର୍ଜୁନ (ତେଣୁ ହେ ଅର୍ଜୁନ ଯୋଗୀ ହୁଅ ୬/୫୬) ।

ଏହି ପ୍ରସଙ୍ଗରେ ପରମାତ୍ମା କେବଳ ଅର୍ଜୁନଙ୍କୁ ଗୀତା ଜ୍ଞାନ ଶୁଣାଇଥିଲେ ବୋଲି କହିବା ଭୁଲ୍ ହେବ । ଅର୍ଜୁନ ଏକ ଗୁଣବାଚକ ନାମ । ଈଶ୍ୱରୀୟ ଜ୍ଞାନ ପ୍ର·ର ଓ ପ୍ରସାର ପାଇଁ ସେ ଏକ ମାଧ୍ୟମ ମାତ୍ର । ଅର୍ଜୁନଙ୍କ ଭଳି ଆମେ ବିଭିନ୍ନ ସମୟରେ ଧର୍ମ ସଂକଟରେ ପଡି କିଂକର୍ବ୍ୟବିମୂଢ଼ ହୋଇପଡୁ । କ୍ଷତ୍ରିୟ ହିସାବରେ ଅର୍ଜୁନଙ୍କର ଯୁଦ୍ଧ କରିବା ଧର୍ମ ଓ କର୍ବ୍ୟ । କିନ୍ତୁ ଗୁରୁଜନଙ୍କୁ ଶସ୍ତ୍ରାଘାତ କରିବା ସମସ୍ତଙ୍କ ପକ୍ଷରେ ଅଧର୍ମ । ତେଣୁ ଏହିପରି ଧର୍ମ ବିରୋଧ କର୍ବ୍ୟ ବିରୋଧର ସମାଧାନ ନ କରି କେବଳ କର୍ବ୍ୟ ପାଳନ କରିବାକୁ କହିଲେ ଅର୍ଜୁନଙ୍କ ପରି ବିଦ୍ୱାନ ବ୍ୟକ୍ତି କିପରି ବା ତାହା ଗ୍ରହଣ କରିବେ ? ତେଣୁ ସକଳ କର୍ବ୍ୟ, ସକଳ ଧର୍ମ ପରିତ୍ୟାଗ କରି ଏକମାତ୍ର ପରମାତ୍ମାଙ୍କ ଶରଣାପନ୍ନ ହୋଇ ସାଧାରଣ ନୈତିକ ସା୍ୱିକ ଜୀବନ ଯାପନ ପ୍ରଣାଳୀକୁ ପରିବର୍ନ କରି ଦିବ୍ୟ ଅଧ୍ୟାତ୍ମିକ ଜୀବନ ଯାପନ କରିବା ପାଇଁ ଗୀତା ଶିକ୍ଷା ଦିଏ ।

ଧର୍ମ ଶବ୍ଦର ଅର୍ଥ ହେଉଛି ଯାହାକୁ ଧାରଣ କରାଯାଏ  । ଅନ୍ୟ ଅର୍ଥରେ ଯେଉଁ ନୀତି ବା ଆଦର୍ଶ ଅବଲମ୍ବନ କରି ମନୁଷ୍ୟ କର୍ମ କରେ ତାହାହିଁ ଧର୍ମ । ଅର୍ଜୁନର ସର୍ବୋତମୁଖୀ ଗଭୀର ଅବସନ୍ନତାର ମୂଳ ତ୍ୱ ଏହି ଯେ, ତାଙ୍କ ସମଗ୍ର ଚେତନା ବିଭ୍ରାନ୍ତ ହୋଇ ପଡିଛି । ସେ ଧର୍ମ ବିଷୟରେ ବିମୂଢ଼ । କେଉଁ ନୀତି ଅନୁସରଣ କରି ସେ କର୍ମ କରିବେ ତାହା ନିର୍ଣ୍ଣୟ କରି ପାରିନାହାନ୍ତି । ଅର୍ଜୁନଙ୍କ ପରି ଯାହାର କର୍ମୀ ପ୍ରକୃତି ତାଙ୍କ ପକ୍ଷେ ଏହା ଅପେକ୍ଷା ବଡ ସଂକଟ ଆଉ କିଛି ନାହିଁ । ତେଣୁ ପରିଶେଷରେ ସେ ସମାଧନା ପାଇଁ ପରମାତ୍ମାଙ୍କ ନିକଟରେ ଶିଷ୍ୟ ରୂପେ ନିଜକୁ ସମର୍ପିତ କରି ଶରଣାପନ୍ନ ହେଲେ । ଧର୍ମାଚରଣ ଓ ଆତ୍ମ ସଂଯମ ଅଭ୍ୟାସ ପୂର୍ବକ ଯିଏ ଅର୍ଜୁନଙ୍କ ପରି ଉଚ୍ଚାବସ୍ଥା ପ୍ରାପ୍ତ ହୋଇଛନ୍ତି, କେବଳ ସେ ହିଁ ଏହି ଚରମ ଆତ୍ମ ସମର୍ପଣ ଓ ଦିବ୍ୟ ଜୀବନର ଅଧିକାରୀ । ତେଣୁ ଅର୍ଜୁନ ଥିଲେ ଗୀତାର ଉମ ରହସ୍ୟ ଶ୍ରବଣ କରିବାର ଉପଯୁକ୍ତ ପାତ୍ର । “ଭକ୍ତୋଽହସି ମେ ସଖା ଚେତି ରହସ୍ୟଂ ହ୍ୟେ ଚଦୁମମ୍” । ସାଧାରଣ ମନୁଷ୍ୟ ଧର୍ମାଧର୍ମ କର୍ବ୍ୟାକର୍ବ୍ୟର ଯେଉଁ ସବୁ ଆଦର୍ଶ ବା ନୀତି ଅନୁସରଣ କରି କର୍ମ କରେ ଅର୍ଜୁନ ସେ ସବୁରୁ ଆସ୍ଥା ହରାଇ ସାରିଛନ୍ତି । ତେଣୁ ଗୀତା ପ୍ରଚଳିତ ପାରମ୍ପରିକ ନୀତି ବା ଧର୍ମ ବିଷୟରେ କିଛି ନ କହି ଆତ୍ମା ଓ ତା’ର ଆଭ୍ୟନ୍ତରିଣ ଅବସ୍ଥା ସମ୍ବନ୍ଧରେ ବର୍ଣ୍ଣନା କରିଛି । ପରମାତ୍ମାଙ୍କ ଉଦ୍ଧେଶ୍ୟ ଥିଲା, ତାଙ୍କର ପ୍ରିୟ ମାନବାତ୍ମାଗଣ ଅର୍ଜୁନଙ୍କ ପରି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରି ସର୍ବଧର୍ମ ପରିତ୍ୟାଗ ପୂର୍ବକ ସଜ୍ଞାନରେ ଈଶ୍ୱରୀୟ ସ୍ମୃତିରେ ରହି, ଈଶ୍ୱରୀୟ ଚେତନା ପ୍ରାପ୍ତ ହୋଇ ସଂସାର ମଧ୍ୟରେ ରହି ସମସ୍ତ କର୍ମ କରନ୍ତୁ ।

ଆମେ ଯେତେବେଳେ ଈଶ୍ୱରୀୟ ଉପଲବ୍ଧି ପାଇଁ ସାଧନା ମାର୍ଗରେ ଅଗ୍ରସର ହେଉ, ଜନ୍ମ ଜନ୍ମାନ୍ତରର ଦେହ ଅଭିମାନରୁ ଉପôନ୍ନ ଆମର ମନୋବିକାର ସମୂହ ବିଘ୍ନ ସୃଷ୍ଟି କରନ୍ତି । ସ୍ବଜନ, ମିତ୍ରସମ୍ବନ୍ଧୀଙ୍କ ମୋହ ମଧ୍ୟ ଆମକୁ ଆମର ଲକ୍ଷ୍ୟଭ୍ରଷ୍ଟ କରି ମନରେ ସଂଶୟ ସୃଷ୍ଟି କରାଏ । ସେତେବେଳେ ଆମେ ଏକ ଭୀଷଣ ମନୋସଂଗ୍ରାମର ସମ୍ମୁଖୀନ ହେଉ । ମନୋବିକାର ସହିତ ଦୃଢ଼ତା ପୂର୍ବକ ଯୁଦ୍ଧ କରିବା ପରିବେର୍ ଆମେ ତାମସିକତା ଓ ଦୁର୍ବଳତା ଦ୍ୱାରା ଆକ୍ରାନ୍ତ ହୋଇ କିଂକର୍ବ୍ୟବିମୂଢ଼ ହୋଇପଡୁ । ଆମେ ନିଜକୁ ସୁହାଇଲା ଭଳି ପାପ ପୂଣ୍ୟର ବି·ର କରି ଭଗବତ୍ ନିର୍ଦ୍ଧିଷ୍ଟ କର୍ବ୍ୟରୁ ବିଚୁ୍ୟତିକୁ ସମର୍ଥନ କରୁ ।

ସଂସାରର ସମସ୍ତ ବ୍ୟାପାର ମାନବର କର୍ମଫଳ ଆଧାରରେ ସ୍ବତଃ  ସୁନିୟୋଜିତ ଭାବରେ ପରି·ଳିତ ହୁଏ । କର୍ମର ଏହି ଗୁହ୍ୟ ଗତି ସଂପର୍କରେ ଗୀତା ଆମକୁ ଶିକ୍ଷା ଦିଏ । ପରମାତ୍ମାଙ୍କ ବ୍ୟତୀତ କର୍ମର ଏ ଗୁହ୍ୟ ଗତି ଅନ୍ୟ କେହି ସଠିକ ଭାବରେ ଶିକ୍ଷା ଦେଇପାରିବେ ନାହିଁ । କାରଣ ମାନବ ମାତ୍ରକେହିଁ କର୍ମର ଅଧୀନ; କିନ୍ତୁ ପରମାତ୍ମା କର୍ମାତୀତ । ପରମାତ୍ମାଙ୍କୁ ପ୍ରକୃତ ରୂପରେ ଚିହ୍ନି ତାଙ୍କୁ ଆମେ ସ୍ବ ସ୍ବ ହୃଦୟ ସିଂହାସନରେ ଅଧିଷ୍ଠିତ କରାଇ ପାରିଲେ ଆମ ସୁଖ, ଦୁଃଖ, ସମ୍ପଦ ବିପଦରେ ସେ ଆମକୁ ଠିକ ରୂପରେ ପରି·ଳିତ କରାଇବେ । ଅନେକ ସମୟରେ ଆମର ଅନ୍ତରାତ୍ମା ମାଧ୍ୟମରେ ପରମାତ୍ମା ଆମକୁ ଭୁଲ ପଥରୁ ପ୍ରକୃତ ପଥକୁ ଆସିବା ପାଇଁ ଇଙ୍ଗିତ କରୁଥିଲେ ମଧ୍ୟ ଆମେ ଦେହ ଅଭିମାନ ବଶତଃ ତାକୁ ଠିକ୍ ରୂପରେ ବୁଝିପାରୁନା । ଦେହ ଅଭିମାନ ବା ଅଜ୍ଞନତା ହିଁ ସକଳ ପାପ ଓ ଦୁଃଖର କାରଣ । ଦୈହିକ ଅହଙ୍କାରରୁ ମୁକ୍ତ ହୋଇ ଅର୍ଜୁନଙ୍କ ପରି ଶରଣାପନ୍ନ ହେବା ପରେ ପରମାତ୍ମା ଆମ ହୃଦୟ ସିଂହାସନରେ ଆରୂଢ଼ ହୁଅନ୍ତି ଓ ଆମ ମଧ୍ୟରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରକରି ଜ୍ଞାନର ପ୍ରଦୀପ ପ୍ରଜ୍ଜ୍ୱଳନ କରନ୍ତି ।

ପରମାତ୍ମା ହିଁ ଆମର ପ୍ରକୃତ ଗୁରୁ । କେବଳ ଜ୍ଞାନର ଗୁରୁ ନୁହଁନ୍ତି, ସେ ହେଉଛନ୍ତି ଆମର କର୍ମର, ଜୀବନର ପରି·ଳକ ଈଶ୍ୱର । ସେ ଆମର ହୃଦୟେଶ୍ୱର, ପ୍ରିୟ, ପ୍ରିୟତମ, ବନ୍ଧୁ, ସଖା, ସବୁକିଛି । ଆମ ପାଖରେ ଯାହାସବୁ ଅଛି ସେ ସବୁ ତାଙ୍କର । ଏହିପରି ସର୍ବାନ୍ତଃକରଣରେ ଭଗବତ୍ ସମର୍ପଣ ଭାବନା ଆମକୁ କ୍ରମଶଃ ପୂର୍ଣ୍ଣତା ଆଡକୁ ପରି·ଳିତ କରିଥାଏ । ଈଶ୍ୱରୀୟ ଜ୍ଞାନ ସମ୍ପନ୍ନ ହୋଇ ନର ଅନାସକ୍ତ ଭାବରେ ଯେଉଁ କର୍ମ ବା ପୁରୁଷାର୍ଥ କରିଥାଏ, ତା’ର ଅନ୍ତିମ ପରିଣତି ହେଉଛି ନାରାୟଣତ୍ୱ ପ୍ରାପ୍ତି । ଏହା ମାନବ ଜନ୍ମର ପ୍ରକୃତ ଲକ୍ଷ୍ୟ । ମାନବ ଭିତରେ ଦିବ୍ୟତ୍ୱ ଓ ନାରାୟଣତ୍ୱର ସାର ହେଉଛି ପରମାତ୍ମାଙ୍କ ଦିବ୍ୟ ଜନ୍ମ ଓ କର୍ମର ପ୍ରତ୍ୟକ୍ଷ ପ୍ରମାଣ । ଅନ୍ୟଥା ଈଶ୍ୱରୀୟ ଅବତରଣ ବ୍ୟତିରେକ ମାନବ ଦିବ୍ୟକରଣ ସର୍ବାଦୌ ଅସମ୍ଭବ । ପରମାତ୍ମାଙ୍କ ମାନବ ଦେହରେ ଅବତରଣ, ତାଙ୍କ ଦିବ୍ୟ ଜନ୍ମ ଓ ଦିବ୍ୟ କର୍ମର ମର୍ମ ଯିଏ ବୁଝିପାରେ ସେ ତାଙ୍କର ସାଧର୍ମ୍ୟ ଲାଭ କରିପାରେ । ସେ ନିମି ଭାବରେ ଦିବ୍ୟ କର୍ମ ସମ୍ପାଦନ କରିବାକୁ ସକ୍ଷମ ହୁଏ  । ଆମର ଏ ଶରୀର ଏକ ରଥ ତୁଲ୍ୟ  । ଏହି ରଥରେ ଆତ୍ମା ହେଉଛି ଅର୍ଜୁନ । ଆତ୍ମା ଯେତେବେଳେ ଦେହ ଅଭିମାନରୁ ମୁକ୍ତ ହୋଇ ପରମାତ୍ମାଙ୍କ ନିକଟରେ ସମ୍ପୂର୍ଣ୍ଣ ଆଶ୍ରୟ ନିଏ, ସେତେବେଳେ ସାରଥି ରୂପରେ ସେ ଆମର ଜୀବନ ରଥକୁ ଠିକ ରାସ୍ତାରେ ଲକ୍ଷ୍ୟସ୍ଥଳ ଅଭିମୁଖେ ଆଗେଇ ନିଅନ୍ତି  ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର