ସ୍ବାର୍ଥରହିତ କର୍ମ

ସ୍ୱାମୀ ବିବେକାନନ୍ଦ


(୧୮୯୮ ଖ୍ରୀ: ୨୦ ମାର୍ଚ୍ଚ କଲିକତା ବାଗ୍ବଜାର  ୫୭ ରମାକାନ୍ତ ବସୁ ଷ୍ଟ୍ରୀଟ୍ରେ ରାମକୃଷ୍ଣ ମିଶନର ୪୨ ତମ ଅଧିବେଶନରେ ସ୍ୱାମୀ ବିବେକାନନ୍ଦଙ୍କ ନିଷ୍କାମ କର୍ମ ବିଷୟରେ ବକ୍ତୃତା ।)

ଗୀତା ଯେବେ ପ୍ରଥମ ପ୍ର·ରିତ ହୁଏ, ସେତେବେଳେ ଦୁଇଟି ସମ୍ପ୍ରଦାୟ ମଧ୍ୟରେ ପ୍ରବଳ ମତବିରୋଧ ·ଲିଥିଲା । ଗୋଟିଏ ଦଳ ବୈଦିକ ଯାଗ-ଯଜ୍ଞ, ପଶୁବଳି ଏବଂ ଏହି ପ୍ରକାର କର୍ମସମୂହକୁହିଁ ଧର୍ମ ବୋଲି ମନେ କରୁଥିଲେ । ଆଉ ଅନ୍ୟ ଦଳ ପ୍ର·ର କରୁଥିଲେ ସେ  ଅସଂଖ୍ୟ ଅଶ୍ୱ ଓ ପଶୁ ହତ୍ୟା କରିବା ଧର୍ମ ବୋଲି ଅଭିହିତ ହେଇପାରେ ନାହିଁ । ଶେଷୋକ୍ତ ଦଳର ଅଧିକାଂଶ ଥିଲେ ସନ୍ନ୍ୟାସୀ ଏବଂ ଜ୍ଞାନମାର୍ଗୀ । ତାଙ୍କର ବିଶ୍ୱାସ ସର୍ବ ପ୍ରକାର କର୍ମ ତ୍ୟାଗ କରି ଆତ୍ମଜ୍ଞାନ ଲାଭ କରିବା ହିଁ ମୋକ୍ଷର ଏକମାତ୍ର  ପଥ । ଗୀତାକାର ଶ୍ରୀକୃଷ୍ଣ ତାଙ୍କର ନିଷ୍କାମ କର୍ମର ମହତବାଣୀ ପ୍ର·ର କରି ପରସ୍ପରବିରୋଧି ଏହି ଦୁଇ ସଂପ୍ରଦାୟର ବିରୁଦ୍ଧ ଭାବର ଅବସାନ କଲେ । ଅନେକଙ୍କର ଧାରଣା ଯେ, ଗୀତା ମହାଭାରତ ଯୁଗରେ ଲେଖାହୋଇ ନାହିଁ-ପରବର୍ୀ କାଳରେ ମହାଭାରତରେ ସଂଯୋଜିତ ହୋଇଅଛି, କିନ୍ତୁ ଏହା ଠିକ୍ ନୁହେଁ । କାରଣ ମହାଭାରତର ପ୍ରତ୍ୟେକ ଅଂଶରେ ଗୀତାର ବିଶେଷ ବାଣୀଗୁଡ଼ିକ ପରିଲକ୍ଷିତ ହୁଏ ଏବଂ ଗୀତା ଯଦି ମହାଭାରତର ଅଂଶ ବୋଲି ଧରା ନ ହୁଏ ତାହାହେଲେ ମହାଭାରତର ଅନ୍ୟାନ୍ୟ ଅଂଶରେ ଯେଉଁଠି ଏହି ସବୁ ବାଣୀ ବର୍ମାନ, ତାହା ମଧ୍ୟ ସମ ଭାବରେ ବିବେଚିତ ହେବା ଉଚିତ୍ ।

ତେବେ ନିଷ୍କାମ କର୍ମର ଅର୍ଥ କ’ଣ? ଅଜିକାଲି ବହୁ ଲୋକ ଏହାକୁ ଏହି ଅର୍ଥରେ ବୁଝନ୍ତି ଯେ, କର୍ମ ଏପରି ଭାବରେ କରିବାକୁ ହେବ, ଯାହାଦ୍ୱାରା ସୁଖ କିମ୍ବା ଦୁଃଖ କିଛିହେଲେ ମନକୁ ପ୍ସର୍ଶ କରିବ ନାହିଁ । ଏହାର ପ୍ରକୃତ ଅର୍ଥ ଯଦି ଏହା ହୁଏ ତାହାହେଲେ ଇତର ପ୍ରାଣୀମାନେ ମଧ୍ୟ ନିଷ୍କାମ କର୍ମ କରନ୍ତି ବୋଲି କହିବାକୁ ହେବ । କେଉଁ କେଉଁ ପ୍ରାଣୀ ତାଙ୍କର ଶାବକମାନଙ୍କୁ ଖାଇପକାନ୍ତି ଏବଂ ଏଥିପାଇଁ ତାଙ୍କର କୌଣସି ଦୁଃଖବୋଧ ହୁଏ ନାହିଁ । ଦସୁ୍ୟମାନେ ଅନ୍ୟମାନଙ୍କର ଧନସମ୍ପି ଅପହରଣ କରି ସେମାନଙ୍କର ସର୍ବନାଶ କରନ୍ତି । ଏହି କର୍ମ କରିବା ବେଳେ ଯଦି ସୁଖ ବା ଦୁଃଖର କୌଣସି ଅନୁଭୁତି ତାଙ୍କର ନ ହୁଏ, ତାହାହେଲେ ସେମାନେ ମଧ୍ୟ ନିଷ୍କାମ ହୋଇ କର୍ମ କରନ୍ତି ବୋଲି କହିବାକୁ ହେବ । ନିଷ୍କାମ କର୍ମର ଅର୍ଥ ଯଦି ଏହା ହୁଏ, ତାହାହେଲେ କଠିନ ହୃଦୟ ଦୁରା·ରୀ ମଧ୍ୟ ନିଷ୍କାମ-କର୍ମୀ ବୋଲି ବିବେଚିତ ହେବ । ଗୋଟିଏ କାନ୍ଥର ସୁଖ କିମ୍ବା ଦୁଃଖର କୌଣସି ଅନୁଭୁତି ନାହିଁ, ଗୋଟିଏ ପ୍ରସ୍ତର ଖଣ୍ଡର ମଧ୍ୟ ତାହା ନାହିଁ- ତା’ ବୋଲି ସେମାନେ ନିଷ୍କାମ କର୍ମ କରନ୍ତି, ଏହା ଆମେ କହିପାରିବୁ ନାହିଁ । ଏହାର ଏଭଳି ଅର୍ଥରେ ନିଷ୍କାମ କର୍ମ ଦୁଷ୍ଟ ଲୋକମାନଙ୍କ ହାତରେ ଗୋଟିଏ ଶକ୍ତିଶାଳୀ ଯନ୍ତ୍ର ରୂପେ ପରିଣତ ହେବ । ସେମାନେ ଦୁଷ୍କର୍ମରତ ରହିବେ ଓ କହିବେ ଯେ, ସେମାନେ ନିଷ୍କାମ କର୍ମ କରୁଛନ୍ତି । ନିଷ୍କାମ କର୍ମର ଅର୍ଥ ଯଦି ଏହା ହୁଏ, ତାହାହେଲେ ଗୀତା ନିଃସନ୍ଦେହ ଭାବରେ ଗୋଟିଏ ଭୟାବହ ମତବାଦ ପ୍ର·ର କରିଛି । କିନ୍ତୁ ଏହାର ଅର୍ଥ ତାହା ନୁହେଁ । ଅଧିକନ୍ତୁ ଗୀତାର ପ୍ର·ର ସହିତ ସଂଶ୍ଲିଷ୍ଟ ବ୍ୟକ୍ତିମାନଙ୍କର ଜୀବନ ଆଲୋଚନା କଲେ ଆମେ ଦେଖିବୁ ଯେ, ସେମାନଙ୍କର ଜୀବନ ଅନ୍ୟ ଧରଣର ଥିଲା । ଅର୍ଜ୍ଜୁନ ଯୁଦ୍ଧରେ ଭୀଷ୍ମ ଏବଂ ଦ୍ରୋଣଙ୍କୁ ବଧ କଲେ, କିନ୍ତୁ ସେଙ୍ଗ ସେଙ୍ଗ ସେ ତାଙ୍କର ସକଳ ସ୍ବାର୍ଥବୁଦ୍ଧି, ବାସନା ଓ କ୍ଷୁଦ୍ର ଅହଙ୍କାରକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବିସର୍ଜନ ଦେଇଥିଲେ ।

ଗୀତା କର୍ମଯୋଗର ଶିକ୍ଷା ଦିଏ । ଯୋଗାରୂଢ଼ ହୋଇ ଆମ୍ଭମାନଙ୍କୁ କର୍ମ କରିବାକୁ ହେବ । ଏହି ଯୋଗଯୁକ୍ତ ଅବସ୍ଥାରେ ଆମର କ୍ଷୁଦ୍ର ‘ଅହଂ-ବୋଧ’ ରହେ ନାହିଁ । ଯୋଗଯୁକ୍ତ ହୋଇ କର୍ମ କଲେ ‘ମୁଁ ଏହା କରୁଛି, ତାହା କରୁଛି’- ଏହି ବୋଧ ରହିବ ନାହିଁ । ପାଶ୍ଚାତ୍ୟର ଲୋକମାନେ ଏହା ହୃଦୟଙ୍ଗମ କରିପାରନ୍ତି ନାହିଁ । ସେମାନେ କହନ୍ତି ଯେ, ଯଦି ଆମର ଏହି ଅହଂବୋଧ ନ ରହେ, ତାହା ହେଲେ ମନୁଷ୍ୟ କିପରି କର୍ମ କରିବ? ପ୍ରକୃତ ପକ୍ଷେ ଅହଂବୋଧ ତ୍ୟାଗ କରି ଯୋଗଯୁକ୍ତ ଚିରେ କର୍ମ କଲେ ଏହା ଅନନ୍ତ ଗୁଣ ଉକ୍ରୃଷ୍ଟତାର ହେବ ଏବଂ ସମସ୍ତେ ନିଜ ଜୀବନରେ ଏହା ଅନୁଭବ ମଧ୍ୟ କରିପାରିବେ । ଆମେ ଖାଦ୍ୟର ପରିପାକ କି୍ରୟା ଓ ଅନ୍ୟାନ୍ୟ ବହୁ କର୍ମ ଅବଚେତନ ଭାବରେ କରୁ; ପୁଣି ଅନେକ କର୍ମ ଜ୍ଞାତସାରରେ ଏବଂ ଆହୁରି ଅନେକ କର୍ମ କ୍ଷୁଦ୍ର ‘ଅହଂ’ ବୋଧ ଲୋପ ହେତୁ ଯେପରି ସମାଧିମଗ୍ନ ହୋଇ କରୁ । ଚିତ୍ରକାର ଯଦି ‘ଅହଂ’ ବୋଧ ଭୁଲି ଚିତ୍ରାଙ୍କନରେ ସମ୍ପୂର୍ଣ୍ଣ ଭବେ ନିମଗ୍ନ ହୁଏ, ତାହାହେଲେ ସେ ଅପୂର୍ବ ଚିତ୍ର ଆଙ୍କି ପାରିବ । ଉମ ପାଚକ ଯେତେବେଳେ ରୋଷେଇ କରେ, ସେତେବେଳେ ସେଥିରେ ସେ ସମ୍ପୂର୍ଣ୍ଣ ମନ ନିବିଷ୍ଟ କରେ ଏବଂ ସାମୟିକ ଭାବରେ ତାହାର ଅନ୍ୟାନ୍ୟ ବୋଧସମୂହ ତିରୋହିତ ହୁଏ । ଏହି ଭାବେ ସେମାନେ ତାଙ୍କର ଅଭ୍ୟସ୍ତ କର୍ମ ସୁ·ରୁ ରୂପେ ସଂପାଦନ କରିବାକୁ ସମର୍ଥ ହୁଅନ୍ତି । ଗୀତା ଆମ୍ଭମାନଙ୍କୁ ଏହି ଶିକ୍ଷା ଦିଏ । ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ସହିତ ଏକାତ୍ମତା ଅନୁଭବ କରନ୍ତି, ସେ ଯୋଗଯୁକ୍ତ ହୋଇ କର୍ମ କରନ୍ତି ଏବଂ ବ୍ୟକ୍ତିଗତ ସ୍ବାର୍ଥ କେବେହେଲେ ଅନ୍ୱେଷଣ କରନ୍ତି ନାହିଁ । ଏଭଳି କର୍ମ ସମ୍ପାଦନ ଦ୍ୱାରା ଜଗତର ମଙ୍ଗଳ ହୁଏ, ଏହାଦ୍ୱାରା କୌଣସି ଅମଙ୍ଗଳ ହୋଇପାରେ ନାହିଁ । ଯେଉଁମାନେ ଏହି ଭାବରେ କର୍ମ କରନ୍ତି, ସେମାନେ ନିଜ ସ୍ବାର୍ଥ ପାଇଁ କିଛି କରନ୍ତି ନାହିଁ ।

ପ୍ରତ୍ୟେକ କର୍ମର ଫଳ ଶୁଭାଶୁଭ ମିଶ୍ରିତ । ଏପରି କୌଣସି ଶୁଭ କର୍ମ ନାହିଁ, ଯେଉଁଥିରେ ଅଶୁଭର କୌଣସି ସ୍ପର୍ଶ ନାହିଁ । ଅଗ୍ନିର ·ରିଆଡ଼େ ଯେପରି ଧୂଆଁ ଥାଏ, ସେହିପରି କର୍ମ ସହିତ କିଛି ଅଶୁଭ ସର୍ବଦା ଥାଏ । ଆମେ ଏପରି କର୍ମରେ ନିଯୁକ୍ତ ରହିବା ଉଚିତ, ଯାହାଦ୍ୱାରା ଅଧିକ ପରିମାଣ ଶୁଭ ଏବଂ ଅଳ୍ପ ପରିମାଣ ଅଶୁଭ ହୁଏ । ଅର୍ଜ୍ଜୁନ, ଭୀଷ୍ମ ଓ ଦ୍ରୋଣଙ୍କୁ ବଧ କରିଥିଲେ; କାରଣ ଅନ୍ୟଥା ସେ ଦୁର୍ଯେ୍ୟାଧନକୁ ପରାଭୂତ କରିପାରି ନ ଥାନ୍ତେ ଓ ଫଳରେ ଅଶୁଭ ଶକ୍ତି ଶୁଭ-ଶକ୍ତି ଉପରେ ପ୍ରାଧାନ୍ୟ ଲାଭ କରିଥାଆନ୍ତା ଏବଂ ଦେଶରେ ମହାବିପର୍ଯ୍ୟୟ ଘଟିଥାଆନ୍ତା । ଦଳେ ଗର୍ବିତ ଅସତ୍ ନୃପତି ବଳପୂର୍ବକ ଦେଶର ଶାସନଭାର ଅଧିକାର କରିଥାଆନ୍ତେ ଏବଂ ପ୍ରଜାମାନଙ୍କର ଚରମ ଦୁର୍ଦ୍ଧଶା ହୋଇଥାଆନ୍ତା । ଶ୍ରୀକୃଷ୍ଣ ମଧ୍ୟ କଂସ, ଜରାସନ୍ଧ ପ୍ରଭୃତି ଅତ୍ୟା·ରୀ ରାଜାମାନଙ୍କୁ ବଧ କଲେ କିନ୍ତୁ ତାହା ସେ ନିଜ ପାଇଁ କରିନାହାନ୍ତି । ତାଙ୍କର ପ୍ରତ୍ୟେକ କର୍ମ ଅନ୍ୟମାନଙ୍କ ମଙ୍ଗଳ ପାଇଁ ଅନୁଷ୍ଠିତ ହୋଇଥିଲା । ଦୀପାଲୋକରେ ଆମେ ଗୀତା ପାଠ କରୁଛୁ, କିନ୍ତୁ କେତେଗୁଡ଼ିଏ ପତଙ୍ଗ ସେଥିରେ ପଡ଼ି ମରୁଛନ୍ତି । ତେଣୁ ବି·ର କଲେ ଦେଖାଯିବ ଯେ, କର୍ମ ମଧ୍ୟରେ କିଛି ନା କିଛି ଦୋଷ ରହିବ ହିଁ ରହିବ । ଯେଉଁମାନେ ଅମାର୍ଜିତ ‘ଅହଂ’ ବୋଧ ବିସର୍ଜନ ଦେଇ କର୍ମ କରନ୍ତି, ଦୋଷ ସେମାନଙ୍କୁ ସ୍ପର୍ଶ କରିପାରେ ନାହିଁ । କାରଣ ଜଗତର ହିତ ପାଇଁ ସେମାନେ କର୍ମ କରନ୍ତି । ନିଷ୍କାମ ଓ ଅନାସକ୍ତ ହୋଇ କର୍ମ କଲେ ସର୍ବାଧିକ ଆନନ୍ଦ ଓ ପରିଶେଷରେ ମୁକ୍ତି ଲାଭ ହୁଏ । ଗୀତାରେ ଶ୍ରୀକୃଷ୍ଣ କର୍ମଯୋଗର ଏହି ରହସ୍ୟ ଶିକ୍ଷା ଦେଇଛନ୍ତି ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର