ସ୍ବରାଜ ଦ୍ୱାରା ସୁରାଜ


ସୃଷ୍ଟିର ଆଦିକାଳରୁ ଅନେକ ରାଜ୍ୟ ଏବଂ ରାଜ୍ୟାଧିକାରୀଙ୍କୁ ଆବିର୍ଭାବ ଓ ତିରୋଧାନ ହୋଇ ଆସିଛି । ସତ୍ୟଯୁଗୀୟ ସ୍ବର୍ଣ୍ଣକାଳରୁ କଳିଯୁଗୀୟ ଲୌହଯୁଗ ପର୍ଯ୍ୟନ୍ତ ରାଜ୍ୟ ସାର ନୈତିକ ମୂଲ୍ୟ କ୍ରମଶଃ ହ୍ରାସ ପାଇ ଅଧୋପତନର ଚରମ ସୀମା ସ୍ପର୍ଶ କରିଛି । ରାଜକାର୍ଯ୍ୟ ସେତେବଳେ ବି ·ଲୁଥିଲା ଏବଂ ବର୍ମାନ ମଧ୍ୟ ଚାଲୁଛି କିନ୍ତୁ ସାମାଜିକ ଅବସ୍ଥା ଓ ବ୍ୟବସ୍ଥାରେ ଘୋର ପରବର୍ନ ଘଟିଛି । କଥିତ ଅଛି ରାଜାନୁଯାୟୀ ପ୍ରଜା ଆଚରଣ କରନ୍ତ । କଳ୍ପର ପ୍ରଥମାର୍ଦ୍ଧରେ ରାଜା ସଚ୍ଚରିତ୍ର, ନୀତିବାନ ଓ ସୁଖୀ ଥିଲେ । ତେଣୁ ପ୍ରଜାମାନେ ମଧ୍ୟ ସୁଖ, ଶାନ୍ତି, ପବିତ୍ରତା ଓ ସମୃଦ୍ଧି ସମ୍ପନ୍ନ ଜୀବନ ଯାପନ କରୁଥିଲେ । କିନ୍ତୁ ସମ୍ପ୍ରତି ଉଭୟ ରାଜା ଓ ପ୍ରଜା ମଧ୍ୟରେ ପ୍ରକୃତ ସୁଖ ଦେଖାଯାଏ ନାହିଁ । ଯଦି ରାଜା ଚରିତ୍ରହୀନ, ନୀତିବିହୀନ, ସ୍ବାର୍ଥୀ ହୁଏ, ତେବେ ତାର ରାଜତ୍ୱରେ ପ୍ରଜାର ମଧ୍ୟ ତଦୃପ ଅବସ୍ଥା ସ୍ବଭାବିକ । କୁଶାସନରେ ତ୍ରସ୍ତ ପ୍ରଜା ଶାସକ ବିରୋଧରେ ବିଦ୍ରୋହ କରିବାକୁ ବାଧ୍ୟ ହୁଏ । ଆଜି ଏପରି ଅବସ୍ଥା କାହିଁକି ଉପôନ୍ନ ହେଉଛି, ଏହା ବି·ରଣୀୟ ।

ଦେଶର, ରାଜ୍ୟର, କୌଣସି କ୍ଷେତ୍ରର ଓ ସମାଜର ଶାସକ ବା ପ୍ରଶାସକ ମନେ କରୁଥିବା ବ୍ୟକ୍ତିଗଣ ନିଜକୁ ନିଜେ ପ୍ରଶ୍ନ ପ·ରିବା ଆବଶ୍ୟକ ଯେ ସେମାନେ ନିଜର ଇନ୍ଦ୍ରିୟଗୁଡ଼ିକର ଦାସ ହୋଇ ନାହାଁନ୍ତି? ଚିନ୍ତନ ଓ ଆତ୍ମ ବିଶ୍ଲେଷଣ ଦ୍ୱାରା ସାଧାରଣ ଜନସମୁଦାୟଠାରୁ ଆରମ୍ଭ କରି ବଡ ବଡ ରାଜନେତା ଓ ଉଚ୍ଚ ପଦାସୀନ ଶାସକ ବର୍ଗ ମଧ୍ୟ ଇନ୍ଦ୍ରିୟ ଜନିତ ବ୍ୟସନ ଓ ବିକାର ଦ୍ୱାରା ଆକ୍ରାନ୍ତ । ବ୍ୟକ୍ତି ସାଧାରଣ ଅର୍ଥ ବଦଳରେ ନିଜକୁ ବିକି ଦିଏ । କ୍ଷଣିକ ଲାଭ ପାଇଁ ସେ ସତ୍ୟ ଭୂମିଗତ ହୋଇଯାଏ । ବାହ୍ୟାଡମ୍ବର ଦ୍ୱାରା ନିଜ ଆଭିଜାତ୍ୟ ପ୍ରଦର୍ଶନ ପାଇଁ ବ୍ୟକ୍ତି ନିଜ ଜୀବନ ମୂଲ୍ୟକୁ ମଧ୍ୟ ବଳି ଦେବାକୁ ପଶ୍ଚାପଦ ହୁଏ ନାହିଁ । ଏହି ପରିପ୍ରେକ୍ଷୀରେ ଆମେ ସମସ୍ତେ ନିଜ ନିଜ ମୂଲ୍ୟାଙ୍କନ କରିବା ଆବଶ୍ୟକ । ଏହାହିଁ ବର୍ମାନ ସମୟର ଆହ୍ୱାନ ।

ସମସ୍ତେ ‘ସ୍ବରାଜ୍ୟ’ ·ହାନ୍ତି । ଆମେ ପ୍ରକୃତରେ କ’ଣ ‘ସ୍ବରାଜ୍ୟ’ ଅର୍ଥ ଜାଣୁ? ଆଧ୍ୟାତ୍ମିକ ଦୃଷ୍ଟିରେ ସ୍ବରାଜ୍ୟ ସେତେବେଳ ସମ୍ଭବ ଯେତେବେଳ ପ୍ରତ୍ୟେକ ବ୍ୟକ୍ତି ସ୍ବୟଂ ଉପରେ ଶାସନ ବା ନିୟନ୍ତ୍ରଣ କରିବାକୁ ସମ୍ଭବ ହେବ । ‘ସ୍ବ’ର ଅର୍ଥ ଆତ୍ମା । ଆତ୍ମା ହିଁ ଏହି ଶରୀର ରୂପୀ ସାର ସ୍ବାମୀ ବା ରାଜା ଏବଂ ସମସ୍ତ କର୍ମେନ୍ଦ୍ରିୟ ଏହାର ପ୍ରଜା । ଯଦି ରାଜା ପ୍ରଜା ଦ୍ୱାରା ବନ୍ଦୀ ହୁଏ ଓ ପ୍ରଜାର ଆଦେଶ ମାନିବାକୁ ବାଧ୍ୟ ହୁଏ ତେବେ ରାଜାର କି ଦଶା ହେବ? ଆତ୍ମା ରୂପୀ ରାଜା ପରି ଆଜି ପ୍ରଜାତାନ୍ତ୍ରିକ ରାଜ୍ୟରେ ଶାସକମାନଙ୍କ ଅବସ୍ଥା । ଯଦି ଆମେ ପ୍ରକୃତରେ ସ୍ବରାଜ୍ୟ ·ହୁଁଥାଉ ତେବେ ସର୍ବ ପ୍ରଥମେ ଆମକୁ କର୍ମେନ୍ଦ୍୍ରିୟଗୁଡ଼ିକର ରାଜା ବନିବାକୁ ପଡିବ । ଅର୍ଥାତ୍ ଚକ୍ଷୁଦ୍ୱାରା ଅଶୁଭ ଦର୍ଶନ ପରିବେର୍ ଶୁଦ୍ଧ ଓ ପବିତ୍ର ଦର୍ଶନ କରିବା । ମୁଖ ଦ୍ୱାରା ମିଥ୍ୟା ଓ କଟୁ ଭାଷଣ କରବା ପରିବେର୍ ସତ୍ୟ ଓ ମୃଦୁ ବଚନ କହିବା । ଆସୁରୀ ଓ ତାମସିକ ଆହାର ପରିବେର୍ ସା୍ୱିକ ଆହାର କରିବା । କର୍ଣ୍ଣ ଦ୍ୱାରା ନିନ୍ଦା ଓ ଅନ୍ୟର ଦୋଷ ଶୁଣିବା ପରିବେର୍ ସହଜ୍ଞାନ ଓ ଶୁଭ ଚର୍ଚ୍ଚା ଶୁଣିବା । ମନ-ମସ୍ତିଷ୍କରେ ବିକାର ଓ ବ୍ୟର୍ଥ ଚିନ୍ତନ ପରିବେର୍ ପବିତ୍ର ଓ ସାର୍ଥକ ଚିନ୍ତନ କରିବା । ହାତ ଦ୍ୱାରା େ·ରୀ ଓ ପାପ କର୍ମ କରିବା ପରିବେର୍ ଦାନ, ସେବା ଓ ପରୋପକାର କରିବା । ପାଦ ଦ୍ୱାରା ଦୋଷଯୁକ୍ତ ସ୍ଥାନକୁ ଯିବା ପରିବେର୍ ସତ୍ସଙ୍ଗ ଓ ସତ୍କର୍ମ ପଥରେ ·ଲିବା ।

ବାସ୍ତବରେ ଯଦି ସଂସାରର ସମସ୍ତ ମନୁଷ୍ୟ ଉପରୋକ୍ତ ଅନୁସାରେ ନିଜ କର୍ମେନ୍ଦ୍ରିୟ ଗୁଡ଼ିକର ରାଜ୍ୟ ଅଧିକାରୀ ହୋଇଯାଆନ୍ତି ଏବଂ ପ୍ରତ୍ୟେକ ମନ୍ଦ ବିଷୟକୁ ଭଲରେ ପରିବର୍ନ କରି ଦିଅନ୍ତି ତେବେ ନିସଂଶୟ ଏ ପୃଥିବୀ ସୁଖମୟ ସ୍ବର୍ଗ ବା ସୁରାଜ୍ୟ ବନିଯିବ । ଏଭଳି ସ୍ଥିତିରେ ହିଂସା, ଅନ୍ୟାୟ, ଅତ୍ୟାଚାର ଏବଂ ପାପର ସମୂଳେ ବିନାଶ ହୋଇଯିବ । ସର୍ବତ୍ର ସୁଖ, ଶାନ୍ତି, ସମୃଦ୍ଧି ଏବଂ ଆନନ୍ଦର ବାତାବରଣ ହେବ । ଏକଦା ଏ ପୃଥିବୀରେ ଏଭଳି ସୁଖମୟ ସ୍ବରାଜ୍ୟ ସତ୍ୟଯୁଗରେ ଥିଲା । ‘ସ୍ବ’ ଉପରେ ବିଜୟପ୍ରାପ୍ତ କରିବାର ପୁରୁଷାର୍ଥ ଦ୍ୱାରା ଚଳିତ କଳିଯୁଗ ସତ୍ୟଯୁଗରେ ପରିବର୍ନ ହୋଇଯିବ । ଯେଉଁଠାରେ ସୁସଂସ୍କାର ଥିବ, ସେଠାରେ ସୁଖମୟ ସଂସାର ହେବ । ସଂସାର ପରିବର୍ନ ଦ୍ୱାରା ହିଁ ‘ସ୍ବରାଜ’ର ପୁନସ୍ଥାପନ ହୋଇପାରିବ ।


Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର