କର୍ବ୍ୟ କ'ଣ ?

- ସ୍ବାମୀ ବିବେକାନନ୍ଦ


କର୍ମଯୋଗର ତ୍ୱ ବୁଝିବାକୁ ହେଲେ କର୍ବ୍ୟ କାହାକୁ କୁହାଯାଏ, ଆମର ତାହା ଜାଣିବା ଆବଶ୍ୟକ । ମୋତେ ଯଦି କିଛି କରିବାକୁ ହୁଏ, ତେବେ ପ୍ରଥମେ ଜାଣିବାକୁ ହେବ ମୋର କର୍ବ୍ୟ କ'ଣ? ତେବେ ଯାଇ ତାହା କରିପାରିବି । କର୍ବ୍ୟଜ୍ଞାନ ପୁଣି ବିଭନ୍ନ ଜାତ ମଧ୍ୟରେ ଭିନ୍ନ ଭିନ୍ନ  । ମୁସଲମାନ କହନ୍ତି, ତାଙ୍କ ଶାସ୍ତ୍ର କୋରାନରେ ଯାହା ଲେଖା ଅଛି, ତାହା ହଁ ତାଙ୍କର କର୍ବ୍ୟ  । ହିନ୍ଦୁ କହନ୍ତି ତାଙ୍କ ବେଦରେ ଯାହା ଅଛି, ତାହା ହଁ ତାହାର କର୍ବ୍ୟ  । ଖ୍ରୀଷ୍ଟିୟାନ ପୁଣି କହନ୍ତି ଯେ, ତାଙ୍କର ବାଇବେଲରେ ଯାହା ଅଛି, ତାହା ହିଁ ତାଙ୍କର କର୍ବ୍ୟ । ସୁତରାଂ ଆମେ ଦେଖିଲୁ, ଜୀବନର ବିଭିନ୍ନ ଅବସ୍ଥାରେ, ଇତିହାସର ବିଭନ୍ନ ଯୁଗରେ ଓ ବିଭିନ୍ନ ଜାତି ମଧ୍ୟରେ କର୍ବ୍ୟର ଭାବ ଭିନ୍ନ ଭିନ୍ନ । ଅନ୍ୟାନ୍ୟ ସାର୍ବଜନୀନ ଭାବବୋଧକ ଶବ୍ଦ ପରି ‘କର୍ବ୍ୟ’ ଶବ୍ଦର ମଧ୍ୟ ସ୍ପଷ୍ଟ ସଂଜ୍ଞା ଦେବା ଅସମ୍ଭବ । କର୍ମ- ଜୀବନରେ ଏହାର ପରିଣତି ଓ ଫଳାଫଳ ଜାଣି ଆମେ ତାହା ସମ୍ବନ୍ଧରେ ଗୋଟିଏ ମୋଟାମୋଟି ଧାରଣା କରିପାରୁ ।

ଯେତେବେଳେ ଆମ୍ଭମାନଙ୍କ ସମ୍ମୁଖରେ କେତେଗୁଡ଼ିଏ ଘଟଣା ଘଟେ, ସେତେବେଳେ ଆମର ସେଗୁଡ଼ିକ ସମ୍ବନ୍ଧରେ କୌଣସି ବିଶେଷ ଭାବରେ କାର୍ଯ୍ୟ କରିବା ପାଇଁ ସ୍ବାଭାବିକ, ଅଥବା ପୁର୍ବସଂସ୍କାର ଅନୁଯାୟୀ ଭାବର ଉଦୟ ହୁଏ  । ସେହି ଭାବର ଉଦୟ ହେଲେ ମନ ତାହାର ପରିବେଶ ସମ୍ବନ୍ଧରେ ଚିନ୍ତା କରିବାକୁ ଆରମ୍ଭ କରେ । କେତେବେଳେ ମନେ ହୁଏ, ଏପର ଅବସ୍ଥାରେ ଏହି ଭାବରେ କାର୍ଯ୍ୟ କରିବା ହଁ ସଙ୍ଗତ, ପୁଣି ଅନ୍ୟ ସମୟରେ ଠିକ୍ ସେହିପରି ଅବସ୍ଥା ହେଲେ ମଧ୍ୟ ସେପରି ଭାବରେ କର୍ମ କରିବା ଅନ୍ୟାୟ ବୋଲି ମନେ ହୁଏ । ତଥାପି ସର୍ବତ୍ର ହଁ କର୍ବ୍ୟର ଏହି ସାଧାରଣ ଧାରଣା ଦେଖାଯାଏ ଯେ ପ୍ରତ୍ୟେକ ସତ୍ ବ୍ୟକ୍ତି ନିଜ ବିବେକର ଆଦେଶ ଅନୁଯାୟୀ କର୍ମ କରିଥାନ୍ତି । କିନ୍ତୁ କେଉଁ ବିଶେଷ ଗୁଣ କର୍ମକୁ କର୍ବ୍ୟରେ ପରିଣତ କରେ? ଯଦି ଜଣେ ଖ୍ରୀଷ୍ଟିୟାନ୍ ସମ୍ମୁଖରେ ଗୋମାଂସ ଥିବା ସେ୍ୱ ନିଜର ପ୍ରାଣରକ୍ଷା ପାଇଁ ଅଥବା ଅନ୍ୟର ପ୍ରାଣ ସେ ତାର ବ୍ୟବହାର ନ କରେ, ତା’ହେଲେ ସେ ନିଶ୍ଚୟ ବୋଧ କରିବ ଯେ, ତା’ କର୍ବ୍ୟରେ ସେ ଅବହେଳା କରିଅଛି । କିନ୍ତୁ ଜଣେ ହିନ୍ଦୁ ଯଦି ଏହି କ୍ଷେତ୍ରରେ ତାହା ଭୋଜନ କରିବାକୁ ସାହସ କରେ, ଅଥବା ଅନ୍ୟ ହିନ୍ଦୁକୁ ତାହା ଖାଇବାକୁ ଦିଏ, ସେ ମଧ୍ୟ ନିଶ୍ଚୟ  ସମଭାବରେ ଅନୁଭବ କରିବ । ଯେ ତାହାର କର୍ବ୍ୟ ଠିକ୍ ରୂପେ ପାଳିତ  ହେଲା ନାହିଁ । ହିନ୍ଦୁର ଶିକ୍ଷା ଓ ସଂସ୍କାର ତା’ ହୃତୟରେ ଏହିପରି ଭାବ ଆଣିଦିଏ । ବିଗତ ଶତାବ୍ଦୀରେ ଭାରତରେ ଠଗ ନାମକ କୁଖ୍ୟାତ ଦସ୍ୟୁ ଦଳ ଥିଲା  । ସେମାନଙ୍କର ଧାରଣା ଥିଲା- ଯାହାକୁ ପାଇବେ ତାକୁ ମାରି ତାର ସର୍ବସ୍ବ ଅପହରଣ କରିବା ସେମାନଙ୍କର କର୍ବ୍ୟ । ଆଉ ଯେ ଯେତେ ଅଧିକ ଲେକ ମାରୁଥିଲା, ସେ ନିଜକୁ ସେତେ ବଡ଼ ବୋଲି ମନେ କରୁଥିଲା । ସାଧାରଣତଃ ଜଣେ ବ୍ୟକ୍ତି ଅନ୍ୟ ଜଣକୁ ଗୁଳିକରି ହତ୍ୟା କଲେ ତାହା ଅନ୍ୟାୟ କାର୍ଯ୍ୟବୋଲି ସେ ଦୁଃଖିତ ହୋଇଥାଏ । କିନ୍ତୁ ସେହି ବ୍ୟକ୍ତି ଯଦି ସୈନ୍ୟଦଳର ଅନ୍ତର୍ଭୁକ୍ତ ହୋଇ କେବଳ ଜଣକୁ ନୁହେଁ, କୋଡ଼ଏ ଜଣକୁ ମଧ୍ୟ ଗୁଳି ମାରେ ତେବେ ସେ ଆନନ୍ଦିତ ହୁଏ ଏବଂ ଭାବେ ଯେ ସେ ଦକ୍ଷତାର ସହିତ ତାହାର କର୍ବ୍ୟ ପାଲନ କରିଛି  । ଅତଏବ ଏଥିରୁ ଖୁବ୍ ସହଜରେ ବୁଝା ଯାଉଛି ଯେ, କ’ଣ ଆମେ କରୁଛୁ । ଏହା ବିଚାର କରି କର୍ବ୍ୟ ନିର୍ଦ୍ଧାରିତ ହୁଏ ନାହିଁ ।

ସୁତରାଂ ବ୍ୟକ୍ତି ନିରପେକ୍ଷ ଭାବେ କର୍ବ୍ୟର ଗୋଟିଏ ସଂଜ୍ଞ ଦେବା ଏକା ବେଳକେ ଅସମ୍ଭବ । ଏହା ଅକର୍ବ୍ୟ, ଏହା ଅକର୍ବ୍ୟ ଏପରି ନିର୍ଦ୍ଧେଶ କରି କିଛି କୁହାଯାଇପାରେନାହିଁ । ତେବେ ବ୍ୟକ୍ତି ବା ଅଧ୍ୟାତ୍ମ ଦୃଷ୍ଟିରୁ କର୍ବ୍ୟର ଲକ୍ଷଣ ନିର୍ଣ୍ଣୟ କରାଯାଇାପରେ । ଯେ କୌଣସି କାର୍ଯ୍ୟ ଆମ୍ଭମାନଙ୍କୁ ଭଗବାନଙ୍କ ଦିଗକୁ ନେଇଯାଇପାରେ ତାହାହିଁ ସତ୍୍ କାର୍ଯ୍ୟ ଏବଂ ଯେଉଁ କାର୍ଯ୍ୟ ଆମ୍ଭ ମାନଙ୍କୁ ନିମ୍ନଦିଗକୁ ନେଇଯାଏ ତାହା ଅସତ୍ କାର୍ଯ୍ୟ । ଆଧାତ୍ମିକ ଦିଗରୁ ଦେଖିଲେ, ଆମେ ଦେଖିବାକୁ ପାଉଁ ଯେ କେତେଗୁଡ଼ିଏ କାର୍ଯ୍ୟ ଆମକୁ ଉନ୍ନତ ଓ ମହାନ୍ କରେ, ଅନ୍ୟ କେତେ ଗୁଡ଼ିଏ କାର୍ଯ୍ୟର ପ୍ରଭାବରେ ଆମେ ଅବନତ ଓ ପଶୁଭାବାପନ୍ନ ହୋଇଯାଉ । କିନ୍ତୁ ସର୍ବାବସ୍ଥାରେ ସର୍ବବିଧ ବ୍ୟକ୍ତିଙ୍କ ପକ୍ଷରେ କେଉଁ କାର୍ଯ୍ୟଦ୍ୱାରା କିପରି ଭାବ ଆସିବ, ତାହା ନିଶ୍ଚିତ ଭାବରେ କହିବା ସମ୍ଭବପର ନୁହେଁ । ତଥାପି ପ୍ରତ୍ୟେକ ଯୁଗରେ, ସକଳ ସମ୍ପ୍ରଦାୟ ଓ ଦେଶର ମନୁଷ୍ୟ କର୍ବ୍ୟ ସମ୍ବନ୍ଧରେ ଗୋଟିଏ ଧାରଣା ଅତ୍ୟନ୍ତ ସ୍ପଷ୍ଟ ଭାବରେ ସ୍ୱୀକାର କରିଛନ୍ତି ଏବଂ ତାହା ଏହି ସଂସ୍କୃତ ଶ୍ଳୋକାର୍ଦ୍ଧରେ ବର୍ଣ୍ଣିତ ହୋଇଅଛି ‘ପରୋପକାରଃ ପୁଣ୍ୟାୟ ପାପାୟ ପରପୀଡ଼ନମ୍ ।’

ଭଗବଦ୍ ଗୀତା ବର୍ଣ୍ଣାଶ୍ରମ ଅନୁଯାୟୀ କର୍ବ୍ୟର କଥା ବାରମ୍ବାର ଉଲ୍ଲେଖ କରିଛନ୍ତି  । ବିଭିନ୍ନ କର୍ମପ୍ରତି କେଉଁ ବ୍ୟକ୍ତିର ମନୋଭାବ କିପରି ହେବ, ତାହା ଏହି ବ୍ୟକ୍ତିର ବର୍ଣ୍ଣାଶ୍ରମ ଓ ସାମାଜିକ ମର୍ଯ୍ୟାଦା ଅନୁସାରେ ଅନେକାଂଶରେ ନିୟନ୍ତ୍ରିତ ହୁଏ  । ଏଥିପାଇଁ ଆମର କର୍ବ୍ୟ, ଯେଉଁ ସମାଜରେ ଆମେ ଜନ୍ମଗ୍ରହଣ କରୁଛୁ, ସେହି ସମାଜର ଆଦର୍ଶ ଓ କର୍ମଧାରା ଅନୁସାରେ ଏପରି କାର୍ଯ୍ୟ କରିବା, ଯାହାଦ୍ୱାରା ଆମର ଜୀବନ ଉନ୍ନତ ଓ ମହତ୍ ହେବ । କିନ୍ତୁ ଏହା ବିଶେଷ ଭାବରେ ସ୍ମରଣ ରଖିବାକୁ ହେବ ଯେ, ସବୁ ସମାଜରେ ଓ ସବୁ ଦେଶରେ ଏକପ୍ରକାର ଆଦର୍ଶ ଓ କାର୍ଯ୍ୟପ୍ରଣାଳୀ ପ୍ରଚଳିତ ନୁହେଁ  । ଏହି ବିଷୟରେ ଆମର ଅଜ୍ଞତା ହଁ ଏକ ଜାତି ପ୍ରତି ଅନ୍ୟ ଜାତର ଘୃଣାର ପ୍ରଧାନ କାରଣ  । ଜଣେ ମାର୍କିନ୍ବାସୀ ଭାବନ୍ତି, ତାଙ୍କ ଦେଶର ରୀତିନିତୀ ସର୍ବାପେକ୍ଷା ଭଲ ଏବଂ ଯେଉଁ ବ୍ୟକ୍ତି ଏହି ରୀତି ଅନୁସରଣ ନ କରେ ସେ ଅତି ଖରାପ ଲୋକ । ଜଣେ ହିନ୍ଦୁ ଭାବେ ତାର ଆ·ର ବ୍ୟବହାର ହିଁ ଶ୍ରେଷ୍ଠ ଓ ସତ୍ୟ ସୁତରାଂ ଯେ ଏହାର ଅନୁସରଣ ନ କରେ, ସେ ଅତି ମନ୍ଦ ଲୋକ । ଆମେ ସହଜରେ ଏହି ଭ୍ରମରେ ପଡ଼ିଥାଉଁ । ଏହା ବଡ ଅନିଷ୍ଟକର । ସଂସାରରେ ଯେଉଁ ସହାନୁଭୁତିର ଅଭାବ ଦେଖାଯାଏ, ତାହାର ଅର୍ଦ୍ଧେକ ଏହି ଭ୍ରମରୁ ର୍ହି ଉପôନ୍ନ । ମୁଁ ଯେତେବେଳେ ଏ ଦେଶକୁ ପ୍ରଥମେ ଆସିଲି, ସେତେବେଳେ ଦିନେ ଚିକାଗୋ ମେଳାରେ ବୁଲୁଥିଲି । ପଛରୁ ଜଣେ ଲୋକ ମୋ ପଗଡି ଧରି ଭିଡ଼ିଟାଣି ଦେଲା । ମୁଁ ପଛକୁ ଅନାଇ ଦେଖିଲି ଯେ ଲୋକଟି ବେଶ୍ ପରିଷ୍କାର ପରିଚ୍ଛନ୍ନ ଲୁଗାପଟା ପିନ୍ଧିଛି ଓ ବେଶ୍ ଭଦ୍ର ଲୋକ ବୋଲି ମନେ ହେଉଛି । ମୁଁ ତା ସହିତ ଟିକେ କଥାବାର୍ା ହେଲି । ମୁଁ ଇଂରାଜୀ ଜାଣେ ବୁଝିବା ମାତ୍ରେ ଲୋକଟି ଖୁବ୍ ଲଜ୍ଜିତ ହେଲା । ଆଉଥରେ ଏ ମେଳାରେ ଜଣେ ଲୋକ ଜାଣି ଶୁଣି ମୋତେ ଧକ୍କା ଦେଲା । ଏହା କରିବାର କାରଣ ପ·ରିବାରୁ ସେ ମଧ୍ୟ ଲଜ୍ଜିତ ହେଲେ । ଶେଷରେ ବହୁ କଷ୍ଟରେ ମୋ ନିକଟରେ କ୍ଷମାପ୍ରାର୍ଥନା କରି କହିଲେ- ଆପଣ ଏପରି ପୋଷାକ ପିନ୍ଧିଛନ୍ତି କାହିଁକି? ଏହି ସକଳ ବ୍ୟକ୍ତିତ୍ୱର ସହାନୁଭୂତି ସେମାନଙ୍କର ମାତୃଭାଷା ଓ ନିଜର ପୋଷାକ ପରିଚ୍ଛେଦ ମଧ୍ୟରେ ହିଁ ସୀମାବଦ୍ଧ । ଦୁର୍ବଳ ଜାତି ଉପରେ ସବଳ ଜାତି ଯେଉଁସବୁ ଅତ୍ୟାଚାର କରେ, ସେ ଗୁଡ଼ିକ ମଧ୍ୟରେ ଅଧିକାଂଶ କାରଣ ଏହି କୁ-ସଂସ୍କାରରୁ ଉପôନ୍ନ । ଏହାଦ୍ୱାର ମନୁଷ୍ୟର ସୌହାର୍ଦ୍ଧ୍ୟ ନଷ୍ଟ ହୁଏ । ଯେଉଁବ୍ୟକ୍ତି ମତେ ପ·ରିଥିଲେ, ମୁଁ ତାଙ୍କ ଭଳି ପୋଷାକ ପିନ୍ଧେନାହିଁ କାହିଁକି ଏବଂ ମୋର ଏ ବେଷ ପାଇଁ ମୋ ସହିତ ଅସଦ୍ ବ୍ୟବହାର କଲେ ସେ ହୁଏତ ଖୁବ୍ ଭଲ ଲୋକ । ହୁଏତ ସେ ସନ୍ତାନ ବତ୍ସଳ ପିତା ଓ ଜଣେ ସଜ୍ଜନ ବ୍ୟକ୍ତି, କିନ୍ତୁ ଯେତେବେଳେ ସେ ଭିନ୍ନ ବେଷ ପରିହିତ ଅନ୍ୟକାହାକୁ ଦେଖିଲେ, ସେତେବେଳେ ତାଙ୍କର ସ୍ବଭାବିକ ସହୃଦୟତା ଲୁପ୍ତ ହେଲା । ସବୁଦେଶରେ ଆଗନ୍ତୁକ ବିଦେଶୀ ମାନଙ୍କୁ ଶୋଷଣ କରାହୁଏ କାରଣ ସେମାନେ ଜାଣନ୍ତି ନାହିଁ ନୂତନ ଅବସ୍ଥାରେ ପଡିଲେ କିପରି ଆତ୍ମରକ୍ଷା କରିବାକୁ ହୁଏ । ଏଥିପାଇଁ ସେମାନେ ମଧ୍ୟ ସେ ଦେଶର ଲୋକଙ୍କ ସମ୍ବନ୍ଧରେ ଗୋଟିଏ ଭୁଲ୍ ଧାରଣା ନେଇଯାନ୍ତି । ନାବିକ, ସୈନିକ ଓ ବଣିକ ଗଣ ବିଦେଶରେ ଏପରି ଅଦ୍ଭୁତ ବ୍ୟବହାର କରିଥାନ୍ତ,ି ଯାହାକି ନିଜ ଦେଶରେ କରିବାକଥା । ସେମାନେ ସ୍ବପ୍ନରେ ସୁଦ୍ଧା ଭାବିପାରନ୍ତି ନାହିଁ । ଏହି କାରଣରୁ ବୋଧହୁଏ ଚୀନବାସୀଙ୍କର ମାର୍କିନ୍ ଓ ୟୁରୋପୀୟ ମାନଙ୍କୁ ବିଦେଶୀ ଭୁତ ବୋଲି କହିଥାନ୍ତି । ପାଶ୍ଚାତ୍ୟ ଜୀବନର ଭଲ ଦିଗଟା ଦେଖିଲେ ସେମାନେ ଏପରି କେବେହେଲେ କହିପାରନ୍ତେ ନାହିଁ ।

ସୁତରାଂ ଆମର ଗୋଟିଏ ବିଷୟ ସ୍ମରଣ ରଖିବା ଉଚିତ୍ ଯେ, ଆମେ ଯେପରି ଅନ୍ୟର କର୍ବ୍ୟ ବିଚାର କରିବା ସମୟରେ ସେମାନଙ୍କର ଦୃଷ୍ଟିରୁ ଦେଖୁ 

ଯେପରି ଅନ୍ୟ ଜାତିର ଆ·ର ବ୍ୟବହାର ଆମ ନିଜ  ମାପକାଠି ଦ୍ୱାରା ନ ମାପୁ ମୁଁ ଜଗତର ମାପକାଠି ନୁହେଁ । ମୋତେ ଜଗତ ସହିତ ସାମଞ୍ଜସ୍ୟ ରକ୍ଷାକରି ଚଳିବାକୁ ହେବ । ସମଗ୍ର ଜଗତ କେବେହେଲେ ମୋ ଭାବ ସହିତ ମିଳିମିଶି ଚଳିବ ନାହିଁ । ଅତଏବ ଦେଖାଗଲା, ପରିବେଶ ଅନୁସାରେ ଆମର କର୍ବ୍ୟର  ଧାରା ପରିବିର୍ତ ହୁଏ । କୌଣସି ବିଶେଷ ସମୟରେ ଯାହା ଆମର କର୍ବ୍ୟ, ତାହା କରିବା ହଁ ଜଗତରେ ଆମ ପାଇଁ ଶ୍ରେଷ୍ଠ କର୍ମ । ସେପରି ପ୍ରଥମେ ଆମେ ଆମର ଜନ୍ମଗତ କର୍ବ୍ୟ କର୍ମ, ତା’ ପରେ ସମାଜରେ ଓ ଜୀବନରେ ଆମ ପଦମର୍ଯ୍ୟାଦା ଅନୁସାରେ ଯାହା କର୍ବ୍ୟ, ତାହା କରୁ । ମନୁଷ୍ୟ ସ୍ବଭାବର ଗୋଟିଏ ବିଶେଷ ଦୁର୍ବଳତା ଏହି ଯେ ମନୁଷ୍ୟ କେବେହେଲେ ନିଜକୁ ପରୀକ୍ଷା କରେ ନାହିଁ । ସେ ମନେକରେ ଯେ ସେ ମଧ୍ୟ ରାଜ-ସିଂହାସନରେ ବସିବା ପାଇଁ ଉପଯୁକ୍ତ । ଯଦିବା ସେ ଉପଯୁକ୍ତ ହୁଏ, ତଥାପି ତାହାକୁ ପ୍ରଥମେ ଦେଖାଇବାକୁ ପଡ଼ିବ ଯେ, ସେ ତାହାର ସାମାଜିକ ଅବସ୍ଥା ଅନୁଯାୟୀ କର୍ବ୍ୟ ସମ୍ପାଦନ କରିଅଛି । ତେବେ ଯାଇ ତାହା ଉପରେ ଉଚ୍ଚର କର୍ବ୍ୟର ଭାର ଅର୍ପିତ ହେବ । ଆମେ ଯେତେବେଳେ ଆଗ୍ରହ ସହକାରେ କୌଣସି କାର୍ଯ୍ୟ କରିବାକୁ ଆରମ୍ଭ କରୁ, ସେତେବେଳେ ପ୍ରକୃତି ଚତୁର୍ଦ୍ଧିଗରୁ ଆମକୁ ଆଘାତ କରେ ଏବଂ ତାହାରି ସାହାଯ୍ୟରେ ଶୀଘ୍ର ଆମେ ଆମର ଯଥାର୍ଥ ଅବସ୍ଥା ବୁଝି ରୁଝିପାରୁ  । ଯେ ଯେଉଁ କାର୍ଯ୍ୟ ପାଇଁ ଉପଯୁକ୍ତ ନୁହେଁ, ସେ ଦୀର୍ଘ କାଳ ସେହି ପଦରେ ରହିପାରେ ନାହିଁ । ସୁତରାଂ ପ୍ରକୃତି ଯାହା ବିଧାନ କରେ, ତାହା ବିରୋଧରେ କୁଣ୍ଠା ପ୍ରକାଶ କରିବାରେ କୌଣସି ଫଳ ନାହିଁ  । ତୁମେ ଗୋଟିଏ ଭୁଚ୍ଛ କାର୍ଯ୍ୟ କରୁଅଛ ବୋଲି ଯେ ତୁମେ ଜଣେ ନିମ୍ନ ସ୍ତରର ମନୁଷ୍ୟ, ତାହା ନୁହେଁ । କେବଳ କର୍ବ୍ୟର ଆକାର-ପ୍ରକାର ଦେଖି ତାହାରି ଗୁଣାଗୁଣ ନିର୍ଣ୍ଣୟ କରିବା ଉଚିତ ନୁହେଁ; ଯେ ଯେପରି ଭାବରେ ତା’ର କର୍ବ୍ୟ ସମ୍ପାଦନ କରେ, ତାହାରିଦ୍ୱାରା ହିଁ ତାହାକୁ ବି·ର କରିବାକୁ ହେବ ।

ପରେ ଆମେ ଦେଖିବା, କର୍ବ୍ୟ ସମ୍ପର୍କୀୟ ଧାରଣା ମଧ୍ୟ ପରିବିର୍ତ ହୁଏ; ଆହୁରି ଦେଖିବା ଯେତେବେଳେ କର୍ମର ପଶ୍ଚାତ୍ରେ ସ୍ବାର୍ଥର ପ୍ରେରଣା ନଥାଏ, ସେତିକି ବେଳେ ହଁ ମନୁଷ୍ୟ ଶ୍ରେଷ୍ଠ କର୍ମ କରିପାରେ । ତେବେ ସୁଦ୍ଧା କର୍ବ୍ୟଜ୍ଞାନ- ପ୍ରଣୋଦିତ କର୍ମ ହିଁ ଆମକୁ କର୍ବ୍ୟ ଜ୍ଞାନର ଅତୀତ କର୍ମକୁ ନେଇଯାଏ ଓ ସେତେବେଳେ କର୍ମ ଉପାସନରେ ପରିଣତ ହୁଏ । କେବଳ ସେତିକି ନୁହେଁ, ସେତେବେଳେ କର୍ମ ପାଇଁ କର୍ମ ଅନୁଷ୍ଠିତ ହୋଇଥାଏ । ତେବେ ଏହା ହେଉଛି ସର୍ବୋଚ୍ଚ ଆଦର୍ଶ ଏବଂ ଏହା ଲାଭ କରିବାର ଉପାୟ ହେଉଛି ଏହି ‘କର୍ବ୍ୟ’ । ଆମେ ଦେଖିବା, କର୍ବ୍ୟର ତ୍ୱ, ନୀତି ବା ପ୍ରେମ—ଯେ କୌଣସି ରୂପରେ ପ୍ରକାଶିତ ହେଉନା କାହିଁକ, ଏହା ଠିକ୍ ଅନ୍ୟାନ୍ୟ ଯୋଗ ଭଳି । ଏହାର ଉଦ୍ଧେଶ୍ୟ ‘କା ମୁଁ’ କୁ କ୍ରମଶଃ କ୍ଷୀଣ କରିବା, ଯାହା ଫଳରେ ‘ପାଚିଲା ମୁଁ’ ନିଜ ମହିମାରେ ଶୋଭ ପାଇପାରେ । ଏହାର ଉଦ୍ଧେଶ୍ୟ ନିମ୍ନ ସ୍ତରର ଶକ୍ତି କ୍ଷୟକୁ ବାଧା ଦେବା, ଯାହାଦ୍ୱରା ଆତ୍ମା ଉଚ୍ଚତର ଭୁମିରେ ନିଜକୁ ପ୍ରକାଶ କରିପାରେ । ନୀଚ ବାସନା ଗୁଡ଼ିକୁ କ୍ରମାଗତ ତ୍ୟାଗ ବା ଅସ୍ୱୀକାର କଲେ ଆତ୍ମାର ମହିମା ପ୍ରକାଶିତ ହୁଏ  । କର୍ବ୍ୟ କର୍ମ କରିବା ପାଇଁ ଅତି କଠୋର ତ୍ୟାଗ ଆବଶ୍ୟକ । ଏହି ପରି ଜ୍ଞାତସାରରେ ବା ଅଜ୍ଞାତସାରରେ ସୁସଂହତ ସମାଜ ଗଢ଼ି ଉଠିଛି । ଏହି କାର୍ଯ୍ୟକ୍ଷେତ୍ରରେ ସ୍ବାର୍ଥପୂର୍ଣ୍ଣ ବାସନା ହ୍ରାସ ପାଇ ପାଇ ଆମର ପ୍ରକୃତ ସ୍ବରୁପର ଅନନ୍ତ ବିସ୍ତୃତିର ପଥ ଖୋଲିଯାଏ । ଅପର ପକ୍ଷରେ କର୍ବ୍ୟର ଏହି ଗୋଟିଏ ନିଶ୍ଚିତ ନିୟମ ହେଲା— ସ୍ବାର୍ଥପରତା ଓ ଇନ୍ଦ୍ରିୟ-ପରାୟଣତାରୁ ପାପ ଓ ଅସାଧୁତାର ଉଦ୍ଭବ, ଆଉ ନିଃସ୍ବାର୍ଥ ପ୍ରେମ ଓ ଆତ୍ମସଂଜମରୁ ଧର୍ମର ବିକାଶ ।

ସାଧାରଣତଃ କର୍ବ୍ୟ ବଶେଷ ରୁଚିକର ନୁହେଁ । କିନ୍ତୁ ପ୍ରେମ ଯଦି କର୍ବ୍ୟ ପରାୟଣତାକୁ ସ୍ନେହସିକ୍ତ କରେ ତେବେ ତାହା ବେଶ୍ ସହଜାତ ଭାବରେ ଆଗେଇ ·ଲେ, ନତୁବା କର୍ବ୍ୟ ଏକ କ୍ରମାଗତ ସଂଘର୍ଷ  ହୋଇଉଠେ । ଅନ୍ୟଥା କିପର ପିତାମାତା ସନ୍ତାନ ପ୍ରତି, ସ୍ବାମୀ ସ୍ତ୍ରୀ ପ୍ରତି କର୍ବ୍ୟ ପାଲନ କରିପାରେ? ଆମେ କ’ଣ ଜୀବନର ପ୍ରତିଟି ଦିନ ସଂଘର୍ଷର ସମ୍ମୁଖୀନ ହେଉନାହୁଁ? ପ୍ରେମ ମିଶ୍ରିତ ହେଲେ କର୍ବ୍ୟ ରୁଚିକର ହୁଏ । ପ୍ରେମ କେବଳ ସ୍ୱାଧୀନତାରେ ହଁ ଦୀପ୍ତି ପାଏ । ଇନ୍ଦି୍ରୟର ଦାସ, କ୍ରୋଧର ଦାସ, ଈର୍ଷାର ଦାସ ଓ ଯେଉଁ ସବୁ ଅଜସ୍ର ଛୋଟ ଛୋଟ ଘଟଣା ଜୀନବନରେ ପ୍ରତ୍ୟକ୍ଷ ଘଟୁଛି, ସେଗୁଡ଼ିକର ଦାସ ହେବା କ’ଣ ସ୍ୱାଧୀନତା? ଆମେ ଜୀବନରେ ଯେଉଁ ସବୁ ଛୋଟବଡ ସଂଘର୍ଷର ସମ୍ମୁଖୀନ ହେଉ, ସେଗୁଡ଼ିକୁ ସହ୍ୟ କରିବା ହଁ  ସ୍ୱାଧୀନତାର ସର୍ବୋଚ୍ଚ ଅଭିବ୍ୟକ୍ତି । ସ୍ତ୍ରୀଲେକମାନେ ଈର୍ଷାପୁର୍ଣ୍ଣ ଖିଟିଖିଟିଆ ପ୍ରକୃତିର ଦାସ ହୋଇ ସ୍ବାମୀଙ୍କ ଉପରେ ଦୋଷାରୋପ କରନ୍ତି ଏବଂ ମନେକରନ୍ତି ସେମାନେ ଯେପରି ନିଜ ନିଜର ସ୍ବାଧୀନତା ଜାହିର୍ କରୁଛନ୍ତି । କିନ୍ତୁ ସେମାନେ ଜାଣନ୍ତି ନାହଁ ଯେ, ଏହାଦ୍ୱାର ସେମାନେ ନିଜକୁ ଦାସ ବୋଲି ସାବ୍ୟସ୍ତ କରୁଛନ୍ତି । ଯେଉଁ ସ୍ବାମୀ ମାନେ ସର୍ବଦା ସ୍ତ୍ରୀର ଦୋଷ ଦେଖନ୍ତି, ସେମାନଙ୍କ ଅବସ୍ଥା ମଧ୍ୟ ଭଦ୍ରୂପ । ପବିତ୍ର ଜୀବନଯାପନ କରିବା ହଁ ପୁରୁଷ ଓ ସ୍ତ୍ରୀର ପ୍ରଥମ ଧର୍ମ । ଏପରି କେହି ନାହଁ କହିଲେ ଚଳେ- ସେ ଯେତେ ବିପଥଗାମୀ ହୁଅନ୍ତୁ ନା କାହିଁକ– ଯାହାଙ୍କୁ ଜଣେ ନମ୍ର, ସତୀ ସ୍ତ୍ରୀ ସତ୍ପଥକୁ ଫେରଇ ଆଣିପାରନ୍ତି ନାହିଁ । ଜଗତ ଏବେ ସୁଦ୍ଧା ଏତେ ଖରାପ ହୋଇ ହୋଇନାହଁ  । ଜଗତରେ ସର୍ବତ୍ର ଆମେ ନୃଶଂସ ପତି ଏବଂ ପୁରୁଷର ଅପବିତ୍ରତା ସମ୍ବନ୍ଧରେ ଅନେକ କଥା ଶୁଣୁ, କିନ୍ତୁ ନୃଶଂସ ଏବଂ ଅପବିତ୍ର ନାରୀଙ୍କ ସଂଖ୍ୟା ମଧ୍ୟ କିଛି କମ ନୁହେଁ । ନାରୀଗଣ ସର୍ବଦା ଯେପରି ଗର୍ବ ସହତ କହିଥାନ୍ତି ଓ ତାହା ଶୁଣି ଲେକେ ମଧ୍ୟ ଯେପରି ତାହା ବିଶ୍ୱାସ କରିଥାନ୍ତି—ଯଦି ସବୁ ନାରୀ ସେତେଟା ସଭ୍ୟ ଓ ପବିତ୍ର ହୁଅନ୍ତେ, ତେବେ ମୁଁ ନିଃସଂଶୟରେ କହିପାରେ ଯେ ପୃଥିବୀରେ ଜଣେ ହେଲେ ଅପବିତ୍ର ପୁରୁଷ ରହନ୍ତେ ନାହିଁ । ଏପରି କ’ଣ କୌଣସି ପାଶବ ଭାବ ଅଛି, ଯାହାକୁ ପବିତ୍ରତା ଓ ସତୀତ୍ୱ ଜୟ କରି ନ ପାରେ? ଯେଉଁ କଲ୍ୟାଣୀ ସତୀ ସ୍ତ୍ରୀ ନିଜ ସ୍ବାମୀ ବ୍ୟତୀତ ଅନ୍ୟ ପୁରୁଷଙ୍କୁ ନିଜ ପୁତ୍ରତୁଲ୍ୟ ମନେକରନ୍ତି ଓ ତାଙ୍କ ପ୍ରତି ଜନନୀଭାବ ପୋଷଣ କରନ୍ତି, ସେ ଏହି ପବିତ୍ରତା - ଶକ୍ତିରେ ଏତେ ଦୂର ଉନ୍ନତ ହୁଅନ୍ତି ଯେ ଏପରି ପଶୁ ପ୍ରକୃତି ବିଶିଷ୍ଟ ମନୁଷ୍ୟ ମଧ୍ୟ ତାଙ୍କ ସମ୍ମୁଖରେ ପବିତ୍ରତାର ପ୍ରବାହ ଅନୁଭବ କରନ୍ତି । ପ୍ରତ୍ୟେକ ପୁରୁଷଙ୍କ ପକ୍ଷରେ ମଧ୍ୟ ନିଜ ପତ୍ନୀ ବ୍ୟତୀତ ଅନ୍ୟାନ୍ୟ ନାରୀଙ୍କୁ ମାତା, କନ୍ୟା ବା ଭଗିନୀରୂପେ ଦେଖିବା ଉଚିତ । ଯେଉଁ ବ୍ୟକ୍ତି ଧର୍ମା·ର୍ଯ୍ୟ ହେବାକୁ ଇଚ୍ଛୁକ; ସେ ପ୍ରତ୍ୟେକ ନାରୀଙ୍କୁ ମାତୃ ଦୃଷ୍ଟିରେ ଦେଖିବେ ଏବଂ ସର୍ବଦା ତଦନୁରୂପ ବ୍ୟବହାର କରିବେ ।

ଜଗତରେ ମା’ର ସ୍ଥାନ ସବୁଠାରୁ ଉଚ୍ଚରେ । କାରଣ ମାତୃଭାବରେ ହିଁ ସର୍ବୋମ ନିଃସ୍ବାର୍ଥପରତା ଶିକ୍ଷା ଓ ତଦନୁସାରେ କାର୍ଯ୍ୟ କରିବାର ଅବସର ମିଳେ । ଭଗବତ୍ - ପ୍ରେମ ହିଁ ମା’ର ସ୍ନେହ ଅପେକ୍ଷା ଉଚ୍ଚତର, ଅନ୍ୟ ସବୁ ଭଲ ପାଇବା ନିମ୍ନତର । ମା’ର କର୍ବ୍ୟ ପ୍ରଥମେ ନିଜ ସନ୍ତାନମାନଙ୍କ ବିଷୟ ଚିନ୍ତା କରିବା, ତା’ପରେ ନିଜ ବିଷୟ । କିନ୍ତୁ ସେ କଥା ନ କରି ଯଦି ପିତାମାତା ପ୍ରଥମେ ନିଜ କଥା ଭାବନ୍ତି, ତେବେ ଫଳ ଏହା ହୁଏ ଯେ, ପିତାମାତା ଓ ସନ୍ତାନମାନଙ୍କ ମଧ୍ୟରେ ସମୃଦ୍ଧ ପକ୍ଷୀ ଓ ତାର ଶାବକମାନଙ୍କ ସମ୍ପର୍କ ପରି ହୁଏ । ପକ୍ଷୀର ଶାବକମାନଙ୍କର ଡେଣା ଉଠିଲେ ସେମାନେ ଆଉ  ବାପା-ମାଙ୍କୁ ଚିହ୍ନନ୍ତି ନାହିଁ । ସେହି ମନୁଷ୍ୟ ହିଁ ବାସ୍ତବିକ ଧନ୍ୟ, ସେ କି ନାରୀକୁ ଭଗବାନଙ୍କ ମାତୃଭାବର ପ୍ରତିମୂିର୍ ରୂପେ ଦେଖେ । ସେହି ନାରୀର ମଧ୍ୟ ଧନ୍ୟ, ଯାହାଙ୍କ ଦୃଷ୍ଟିରେ ପୁରୁଷ ପିତୃଭାବର ପ୍ରତୀକ । ସେହି ସନ୍ତାଗଣ ଧନ୍ୟ, ଯେଉଁମାନେ ନିଜ ପିତାମାତାଙ୍କୁ ଭଗବତ୍ ସାର ପ୍ରକାଶରୂପେ ଦେଖିବାକୁ ସମର୍ଥ ହୁଅନ୍ତି ।

ଉନ୍ନତିଲାଭର ଏକମାତ୍ର ଉପାୟ ହେଉଛି ଆମ ସମ୍ମୁଖରେ ଯେଉଁ କର୍ବ୍ୟ ରହିଛି, ତାହା ପାଳନ କରି ଧୀରେ ଧୀରେ ଶକ୍ତି ସୟ କରିବା, ଯେ ପର୍ଯ୍ୟନ୍ତ ଆମେ ସେହି ସର୍ବୋଚ୍ଚ ଅବସ୍ଥାରେ ପଦାର୍ପଣ ନ କରିଛୁ । ପ୍ରତ୍ୟହ ଏଣୁ ତେଣୁ କହୁଥିବା ଜଣେ ଅଧ୍ୟାପକ ଅପେକ୍ଷା ଯେଉଁ ମୋଚି ସର୍ବପେକ୍ଷା କମ୍ ସମୟରେ ହଲେ ମଜବୁତ୍ ଓ ସୁନ୍ଦର ଜୋତା ପ୍ରସ୍ତୁତ କରିପାରେ ସେ ଭଲ ।

ଜଣେ ଯୁବକ ସନ୍ନ୍ୟାସୀ ବଣରେ ବହୁତ କାଳ ଧରି ସାଧନ ଭଜନ ଓ ଯୋଗାଭ୍ୟାସ କରିବାକୁ ଲାଗିଲେ । ବାର ବର୍ଷ କାଳ କଠୋର ତପସ୍ୟା କରିବା ପରେ ଦିନେ ସେ ଗୋଟିଏ ବୃକ୍ଷ ତଳେ ବସିଥିଲେ । ଏପରି ସମୟରେ ତାଙ୍କ ମୁଣ୍ଡ ଉପରେ କେତେ ଗୁଡ଼ିଏ ଶୁଖିଲା ପତ୍ର ଆସି ପଡ଼ିଲା । ଉପରକୁ ଅନାଇଁ ସେ ଦେଖିଲେ ସେ ଗୋଟିଏ କାଉ ଓ ଗୋଟିଏ ବଗ ଗଛ ଉପରେ ଲଢ଼ିବାରେ ଲାଗିଛନ୍ତି ।

ଏହା ଦେଖି ସେ ଅତ୍ୟନ୍ତ କ୍ରୁଦ୍ଧ ହୋଇ କହିଲେ, କ’ଣ! ତୁମ୍ଭେମାନେ ମୋ ମୁଣ୍ଡରେ ଶୁଖିଲା ପତ୍ର ପକାଇବାକୁ ସାହସ କଲ? ଏହି କଥା କହି ସେ କ୍ରୋଧରେ ସେମାନେଙ୍କ ଆଡକୁ ଅନାଇଁବା ମାତ୍ରେ  ତାଙ୍କ ମସ୍ତକରୁ ଗୋଟିଏ ଅଗ୍ନିଶିଖା ବାହାରି ପକ୍ଷୀଗୁଡ଼ିକୁ ଭସ୍ମ କରିଦେଲା । ଯୋଗଶକ୍ତିରୁ ତାଙ୍କର ଏପରି ଶକ୍ତିର ବିକାଶ ହୋଇଥିବାରୁ ସେ ବଡ ଆନନ୍ଦିତ ହେଲେ ଓ ଭାବିଲେ, ଥରେ ମାତ୍ର ଦୃଷ୍ଟି ନିକ୍ଷେପ କରି ମୁଁ ଏହି ପକ୍ଷୀମାନଙ୍କୁ ଭସ୍ମ କରିପାରିଲି । କିଛି ଦିନ ପରେ ତାଙ୍କୁ ଭିକ୍ଷା କରିବା ପାଇଁ ସହରକୁ ଯିବାକୁ ପଡିଲା । ସେ କ୍ଷଣିକ ଦ୍ୱାରଦେଶରେ ଠିଆ ହୋଇ କହିଲେ, ‘ମା, ଗଣ୍ଡାଏ ଭିକ୍ଷା ମିଳୁ ।’ ଭିତରୁ ଉର ଆସିଲା- ‘ପୁଅ, ଟିକିଏ ଅପେକ୍ଷାକର ।’ ଯୋଗୀ ମନେ ମନେ କହିଲେ, ‘ହତଭାଗିନୀ, ତୋର ଏତେ ଅସ୍ପର୍ଦ୍ଧା! ତୁ ମୋତେ ଅପେକ୍ଷା କରିବାକୁ କହୁଛୁ? ତୁ କ’ଣ ମୋର ଶକ୍ତି ଜାଣିନାହୁଁ? ସେ ଯେତେ ବେଳେ ମନେ ମନେ ଏହିପରି କହୁଛନ୍ତି; ପୁଣି ସେହି କଣ୍ଠଧ୍ୱନି ଶୁଣାଗଲା ।  ‘ବାପ, ଏପରି ଅହଙ୍କାର କର ନାହିଁ, ଏଠାରେ କୌଣସି କାଉ ବା ବଗ ନାହିଁ ।’ ସେ ବିସ୍ମିତ ହେଲେ ଓ ଅପେକ୍ଷା କରିବାକୁ ଲାଗିଲେ । ଅବଶେଷରେ ସେତେବେଳେ ସେହି ନାରୀ ବାହାରକୁ ଆସିଲେ, ଯୋଗୀ ତାଙ୍କ ପାଦ ତଳେ ପଡି କହିଲେ, ‘ମା, ଆପଣ କିପରି ମୋ ମନକଥା ଜାଣିଲେ?’ ସେ କହିଲେ, ବାପ, ମୁଁ ତୁମର ଯୋଗ ବା ତପସ୍ୟା କିଛି ଜାଣେ ନାହିଁ । ମୁଁ ଜଣେ ସାମାନ୍ୟ ନାରୀ, ତୁମକୁ ଅପେକ୍ଷା କରିବାକୁ କେବଳ କହିଥିଲି । ଜୀବନସାରା ମୁଁ ମୋର କର୍ବ୍ୟ କରିବାକୁ ଯଥାସାଧ୍ୟ ଚେଷ୍ଟା କରି ଆସିଛି । ବିବାହ ପୂର୍ବରୁ ମାତା ପିତାଙ୍କ ପ୍ରତି କନ୍ୟାର କର୍ବ୍ୟ ପାଳନ କରିଛି । ବର୍ମାନ ବିବାହିତ ନାରୀ ହିସାବରେ ସ୍ବାମୀଙ୍କ ପ୍ରତି ମୋର କର୍ବ୍ୟ କରୁଅଛି । ଏହା ହିଁ ମୋର ଯୋଗାଭ୍ୟାସ । ଏହି କର୍ବ୍ୟ କରି ମୋର ଜ୍ଞାନ ଚକ୍ଷୁ ଖୋଲିଛି । ତା ଦ୍ୱାରା ମୁଁ ତୁମର ମନୋଭାବ ଓ ଅରଣ୍ୟରେ ତୁମ କୃତ ସମସ୍ତ ଘଟଣା ଜାଣିପାରିଛି । ବର୍ମାନ ମୋର ତୁମକୁ ଉପଦେଶ- ତୁମେ ଏହା ଅପେକ୍ଷା ଉଚ୍ଚତର କିଛି ଜାଣିବାକୁ ଇଚ୍ଛାକର ତ ଅମୁକ ନଗରକୁ ଯାଅ । ସେଠାରେ ବଜାର ଭିତରେ ଜଣେ ବ୍ୟାଧକୁ ଦେଖିବ । ସେ ତୁମକୁ ଏପରି ଉପଦେଶ ଦେବେ, ଯାହା ଶିକ୍ଷା କରି ତୁମେ କୁତାର୍ଥ ହେବ । କିନ୍ତୁ ସନ୍ୟାସୀ ଭାବିଲେ ଜଣେ ବ୍ୟାଧ ନିକଟକୁ ମୁଁ କାହିଁକି ଯିବି । କିନ୍ତୁ ସେ ଯେଉଁ ଘଟଣା ଏବେ ଦେଖିଲେ ତଦ୍ଧ୍ୱାରା ତାଙ୍କର କିôତ୍ ଚୈତନ୍ୟେଦୟ ହୋଇଥିଲା । ସୁତରାଂ ସେ ସେହି ନଗରକୁ ଯାତ୍ରା କଲେ । ନଗର ନିକଟକୁ ଆସି ସେ ବଜାର ଦେଖିବାକୁ ପାଇଲେ । କିନ୍ତୁ ଦୁରରୁ ସେ ଦେଖିଲେ ଅତି ସ୍ଥୂଳକାୟ ବ୍ୟାଧ ବସି ଗୋଟିଏ ଛୁରୀ ସାହାଯ୍ୟରେ ମାଂସ କାଟୁଛି । ନାନା ଲୋକଙ୍କ ସହିତ କଥାବାର୍ା କରୁଅଛି ଓ ବିକ୍ରୀବଟା କରୁଅଛି । ଯୁବକ ଭାବିଲେ, ହେ ଭଗବାନ ରକ୍ଷା କର । ଏହି ଲୋକ ନିକଟରୁ ମତେ ଶିକ୍ଷା କରିବାକୁ ହେବ । ମୁଁ ତ ଦେଖିଛି ଏ ଗୋଟିଏ ପିଶାଚର ଅବତାର । ସେତେବଳେ ସେହି ଲୋକଟି ମୁହଁ ଉଠାଇ କହିଲା- ସ୍ବାମୀ ଅମୁକ ମହିଳା କ’ଣ ଆପଣଙ୍କୁ ଏଠାକୁ ପଠାଇଛନ୍ତି । ମୋର କାରବାର ଶେଷ ନ ହେବା ପର୍ଯ୍ୟନ୍ତ ଅନୁଗ୍ରହ କରି ଟିକିଏ ବସନ୍ତୁ । ସନ୍ୟାସୀ କିନ୍ତୁ ଭାବିଲେ ଏଠାରେ ମୁଁ କଣ ଶିଖିବି? ଯାହା ହେଉ ସେ ଉପବେସନ କଲେ ଓ ବ୍ୟାଧ ମଧ୍ୟ ନିଜ କାର୍ଯ୍ୟ କରିବାକୁ ଲାଗିଲା । କାର୍ଯ୍ୟ ଶେଷ ହେବାରୁ ସେ ଟଙ୍କା ପଇସା ସବୁ ରଖି ସନ୍ୟାସୀଙ୍କୁ କହିଲା ଆସନ୍ତୁ ମହାଶୟ! ମୋ ଘରକୁ ଆସନ୍ତୁ । ଘରେ ପହô ବ୍ୟାଧ ତାହାଙ୍କୁ ଆସନଟିଏ ଦେଇ କହିଲା ଟିକିଏ ଅପେକ୍ଷା କରନ୍ତୁ । ତା’ପରେ ଘର ଭିତରକୁ ଯାଇ ବୃଦ୍ଧ ପିତାମାତାଙ୍କୁ ଗାଧୋଇ ପାଧୋଇ, ଖୁଆଇ ପିଆଇ ସେମାନଙ୍କର ସନ୍ତୋଷ ବିଧାନ କଲା । ତା’ପରେ ସନ୍ୟାସୀଙ୍କ ନିକଟକୁ ଆସି କହିଲା- ଆପଣ ମତେ ଦେଖିବାକୁ ଆସିଛନ୍ତି । କହନ୍ତୁ ମୁଁ ଆପଣଙ୍କୁ କ’ଣ ସାହାଯ୍ୟ କରିପାରେ । ସନ୍ୟାସୀ ତାଙ୍କୁ ଜୀବାତ୍ମା, ଆତ୍ମା ଓ ପରମାତ୍ମା ସମ୍ବନ୍ଧରେ କେତେ ଗୁଡ଼ିଏ ପ୍ରଶ୍ନ ପଚାରିଲେ । ଉରରେ ବ୍ୟାଧ ଯେଉଁ ସବୁ ଉପଦେଶ ଦେଲା, ମହାଭାରତ ଗ୍ରନ୍ଥର ଅଂଶ ରୂପେ ତାହା ବ୍ୟାଧ ଗୀତା ନାମରେ ପ୍ରସିଦ୍ଧ । ସେହି ବ୍ୟାଧ ଗୀତା ହେଉଛି ବେଦାନ୍ତ ଦର୍ଶନର ଚରମ କଥା । ତୁମେ ଭଗବତ ଗୀତାର ନାମ ଶୁଣିଛ? ଏହା ଶ୍ରୀକୃଷ୍ଣଙ୍କ ଉପଦେଶ । ଭଗବତ ଗୀତା ପାଠ ଶେଷ କରି ତୁମ୍ଭମାନଙ୍କର ଏହି ବ୍ୟାଧ ଗୀତା ପାଠ କରିବା ଉଚିତ୍ । ଏହା ବେଦାନ୍ତ ଦର୍ଶନର ଚରମ ଭାବ ।

ବ୍ୟାଧର ଉପଦେଶ ଶେଷ ହେବାରୁ ସନ୍ୟାସୀ ଅତିଶୟ ବିସ୍ମିତ ହୋଇ କହିଲେ - ଆପଣଙ୍କ ଏତେ ଉଚ୍ଚ ଅବସ୍ଥା ତଥାପି ଆପଣ ଏହି ବ୍ୟାଧ ଦେହ ଅବଲମ୍ବନ କରି ଏପରି କୁତ୍ସିତ କାର୍ଯ୍ୟ କରୁଛନ୍ତି କାହିଁକି? ତହୁଁ ବ୍ୟାଧ ଉର ଦେଲା- ବତ୍ସ, କୌଣସି କର୍ମ ହୀନ ନୁହେଁ, କୌଣସି କାର୍ଯ୍ୟ ଅପବିତ୍ର ନୁହେଁ । ଏ କର୍ଯ୍ୟ ମୋର ଜନ୍ମଗତ ପ୍ରାରବ୍ଧ ଲବ୍ଧ । ମୁଁ ବାଲ୍ୟକାଳରୁ ଏହି ବ୍ୟବସାୟ ଶିକ୍ଷା କରିଛି । ଅନାଶକ୍ତ ହୋଇ ମୋର କର୍ବ୍ୟ ଗୁଡ଼ିକୁ ଭଲଭାବରେ କରିବାକୁ ମୁଁ ଚେଷ୍ଟା କରେ । ମୁଁ ଗୃହସ୍ଥ ଧର୍ମ ପାଳନ କରେ ଓ ପିତାମାତାଙ୍କୁ ଯଥାସାଧ୍ୟ ସୁଖୀ କରିବାକୁ ଚେଷ୍ଟା କରେ । ମୁଁ ଯୋଗ ଜାଣେନା କିମ୍ବା ସନ୍ୟାସ ମଧ୍ୟ ଗ୍ରହଣ କରିନାହିଁ । ମୁଁ ସଂସାର ତ୍ୟାଗ କରି ବଣକୁ ଯାଇନାର୍ହି । ଅନାସକ୍ତ ଭାବରେ କର୍ବ୍ୟ କରି ମୋର ଏହି ଜ୍ଞାନ ଜନ୍ମିଛି ।

ଭାରତରେ ଜଣେ ମହାନ୍ ଯୋଗୀ ଅଛନ୍ତି । ମୋ ଜୀବନରେ ଯେତେ ମହାନ୍ ବ୍ୟକ୍ତିଙ୍କୁ ଦେଖିଛି, ଏ ହେଉଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ । ସେ ଜଣେ ଅସାଧାରଣ ବ୍ୟକ୍ତି । କେବେ ହେଲେ କାହାରିକୁ ଉପଦେଶ ଦିଅନ୍ତି ନାହିଁ । କୌଣସି ପ୍ରଶ୍ନ ପ·ରିଲେ ସେ ତାହାର ଉର ଦେବେ ନାହିଁ । ଆ·ର୍ଯ୍ୟ ପଦ ଗ୍ରହଣ କରିବା ପାଇଁ ସେ ଅତି ସଂକୁଚିତ । ତାଙ୍କୁ କୌଣସି ପ୍ରଶ୍ନ ପଚାରି କିଛି ଦିନ ଅପେକ୍ଷା କରିବାକୁ ପଡିବ । କଥୋପକଥନ ଛଳରେ ସେ ନିଜେ ଉକ୍ତ ବିଷୟ ଉାପନ କରିବେ ଏବଂ ତାହା ସମ୍ବନ୍ଧରେ ଅପୂର୍ବ ଆଲୋକପାତ କରିବେ । ସେ ମତେ ଏକଦା କର୍ମର ରହସ୍ୟ ସମ୍ବନ୍ଧରେ କହିଥିଲେ । ‘ଯନସାଧନ, ତନ୍ ସିଦ୍ଧି’ । ଯେତେବେଳ ତୁମେ କୌଣସି କାର୍ଯ୍ୟ କରୁଅଛ, ସେ ସମୟରେ ଅନ୍ୟ କୌଣସି ଭାବନାହିଁ । ସର୍ବୋଚ୍ଚ ପୂଜା ରୂପରେ ଏହାର ଅନୁଷ୍ଠାନ କର । ଏବଂ ସେଥିରେ ହିଁ ସମସ୍ତ ମନପ୍ରାଣ ଅର୍ପଣ କର ।

ଉପରୋକ୍ତ ଗଳ୍ପରେ ଦେଖିଲ ଯେ ବ୍ୟାଧ ଏବଂ ନାରୀ ସର୍ବାନ୍ତଃକରଣରେ ନିଜ କର୍ବ୍ୟ କରିଛନ୍ତି ଏବଂ ଫଳରେ ତାଙ୍କର ଦିବ୍ୟ ଜ୍ଞାନ ଲାଭ ହେଲା । ଏହା ଦ୍ୱାରା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଜୀବନରେ ଗୃହସ୍ଥ ବା ଯେ କୌଣସି ଅବସ୍ଥାରେ ଅନାସକ୍ତ ଭାବେ କର୍ମକଲେ, ଆମେ ଆତ୍ମଜ୍ଞାନ ଲାଭ କରିବା ।

ଆମର କର୍ବ୍ୟ ପ୍ରାଧାନତଃ ଆମର ପାରିପାଶ୍ୱର୍ିକ ଅବସ୍ଥା ଦ୍ୱାରା ନିର୍ଦ୍ଧାରିତ ହୁଏ । କର୍ବ୍ୟ ଭିତରେ କୌଣସି ସାନ ବଡ ଭେଦ ରହିନପାରେ । କେବଳ ସକାମକର୍ମୀ ହିଁ ତାର କର୍ବ୍ୟ ପାଇଁ ବିରକ୍ତି ପ୍ରକାଶ କରେ, କିନ୍ତୁ ଅନାସକ୍ତ କର୍ମୀ ପକ୍ଷରେ ସବୁ କର୍ବ୍ୟ ହିଁ ସମାନ ଏବଂ ଏ ଗୁଡ଼ିକ ଅମୋଘ ଅସ୍ତ୍ର କରି ତାହାର ସ୍ବାର୍ଥପରତା ଓ ଇନ୍ଦ୍ରିୟପରତା ବିନଷ୍ଟ କରେ ଏବଂ ସାଧକ ମୁକ୍ତି ପଥରେ ଅଗ୍ରସର ହୁଏ । ଆମେ କୌଣସି କାର୍ଯ୍ୟରେ ବିରକ୍ତି ପ୍ରକାଶ କରିବାର କାରଣ, ଆମ ନିଜକୁ ଖୁବ୍ ବଡ ବୋଲି ମନେକରୁ । କିନ୍ତୁ ଆନ୍ତରିକତା ସହିତ କର୍ମରେ ପ୍ରବୃ ହେଲେ, ଆମେ ଅତି ତୁଚ୍ଛ କର୍ମଗୁଡ଼ିକ ଠିକ୍ ଭାବରେ ସମ୍ପାଦନ କରିପାରୁନାହିଁ । ତେଣୁ ଆମେ ନିଜ ଅବସ୍ଥା ସମ୍ବନ୍ଧରେ ଯେଉଁ ସମସ୍ତ ଉଚ୍ଚ ଧାରଣା ପୋଷଣ କରିଥାଉ, ସେ ଗୁଡ଼ିକ ମିଥ୍ୟା ପ୍ରମାଣିତ ହୁଏ । ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ମୋ ମନରେ ଅନେକ ପ୍ରକାର ଚିନ୍ତା ଉଠୁଥିଲା । ଭାବୁଥିଲି ମୁଁ ଜଣେ ମସ୍ତ ବଡ ସମ୍ରାଟ ହେବି ଇତ୍ୟାଦି । ବୋଧେ ତୁମେମାନେ ମଧ୍ୟ ବାଲ୍ୟ କାଳରେ ଏହିପରି ଚିନ୍ତା କରିଥିବ । ଏସବୁ କେବଳ ଚିନ୍ତା ମାତ୍ର । ପ୍ରକୃତି କିନ୍ତୁ ସର୍ବଦା କଠୋର ଭାବରେ ପ୍ରତ୍ୟେକଙ୍କର କାର୍ଯ୍ୟ ଅନୁଯାୟୀ ଫଳ ବିଧାନ କରିଥାଏ । ତାହା ତିଳେ ମାତ୍ର ଏପଟ ସେପଟ ହେବାର ଉପାୟ ନାହିଁ । ସେଥିପାଇଁ ଆମେ ସ୍ବୀକାର କରିବାକୁ ନ ·ହିଁଲେ ସୁଦ୍ଧା, ଆମର କର୍ମଫଳ ଅନୁସାରେ ହିଁ ଆମର କର୍ବ୍ୟ ନିର୍ଦ୍ଧିଷ୍ଟ ହୋଇଥାଏ । ଆମର ବର୍ମାନ ଯେଉର୍ କର୍ବ୍ୟ ରହିଛି, ତାହା ଉମ ରୂପେ ପାଳନ କରି ଆମେ ଶକ୍ତିଲାଭ କରିଥାଉ । ଏହି ଭାବରେ ଶକ୍ତିଲାଭ କରି କ୍ରମେ ଆମେ ଏପରି ଏକ ଅନୁଷ୍ଠାନରେ ପହୁ, ଯେତେବେଳେ ଆମେ ସମାଜର ସର୍ବାପେକ୍ଷା ସମ୍ମାନ ଜନକ କର୍ବ୍ୟ ପାଳନ କରିବାର ସୌଭାଗ୍ୟ ଲାଭ କରିବା । ଏହି ସତ୍ୟ ଆମେ ଜାଣିବା ଭଲ । କାରଣ ପ୍ରତିଯୋଗୀତାରୁ ହିଁ ଈର୍ଷାର ଉପôି ହୁଏ ଏବଂ ତାହା ହୃଦୟର ସତ୍ ଓ କୋମଳ ଭାବ ଗୁଡ଼ିକୁ ନଷ୍ଟ କରିଦିଏ । ସେ ସବୁ ବିଷୟରେ ବିରକ୍ତି ପ୍ରକାଶ କରେ । ତା ପକ୍ଷରେ ସକଳ କର୍ବ୍ୟ ହିଁ ଅରୁଚିକର ବୋଲି ବୋଧ ହୁଏ । ସେ କେବେହେଲେ ସନ୍ତୁଷ୍ଟ ହେବ ନାହିଁ ଏବଂ ତାର ଜୀବନ ବିଫଳ ହେବ । ତେଣୁ ଆସ ଆମେ କେଳବ କାମ କରିଯିବା । ଯେ କୌଣସି କର୍ବ୍ୟ ଆସୁନା କାହିଁକି, ତାହା ଯେପରି ଆମେ ଆଗ୍ରହ ସହକାରେ କରିଯାଇପାରୁ, ସର୍ବଦା ଯେପରି କର୍ବ୍ୟ ସମ୍ପାଦନା ପାଇଁ ପ୍ରସ୍ତୁତ ରହୁ । ତେବେ ଆମେ ନିଶ୍ଚିତ ଦିବ୍ୟଲୋକର ସନ୍ଧାନ ପାଇବା । 

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର