ଷଷ୍ଠ ଅଧ୍ୟାୟଃ

ଅଭ୍ୟାସ ବା ଧ୍ୟାନଯୋଗ

ଯୋଗାରୂଢ଼ ପୁରୁଷ ଓ କର୍ମଯୋଗୀଙ୍କର ଲକ୍ଷଣ

ଅନାଶ୍ରିତଃ କର୍ମଫଳଂ କାର୍ଯ୍ୟଂ କର୍ମ କରୋତି ଯଃ । 

ସ ସନ୍ନ୍ୟାସୀ  ଚ ଯୋଗୀ ଚ ନ ନିରଗ୍ନିର୍ନ ଚାକ୍ରିୟଃ ।ା୧ାା

ଯଂ ସନ୍ନ୍ୟାସମିତି ପ୍ରାହୁର୍ଯୋଗଂ ତଂ ବିଦ୍ଧି ପାଣ୍ଡବ ।

ନ ହ୍ୟ ସନ୍ନ୍ୟସ୍ତସଙ୍କଳ୍ପୋ ଯୋଗୀ ଭବତି କଶ୍ଚନ ।ା୨ାା

ଆରୁରୁକ୍ଷୋର୍ମୁନେର୍ଯୋଗଂ କର୍ମ କାରଣମୁୁୁଚ୍ୟତେ ।

ଯୋଗାରୂଢ଼ସ୍ୟ ତସୈ୍ୟବ ଶମଃ କାରଣମୁଚ୍ୟତେ ।ା୩ାା

ଯଦା ହି ନେନ୍ଦି୍ରୟାର୍ଥେଷୁ  ନ କର୍ମସ୍ୱନୁଷଜ୍ଜତେ ।

ସର୍ବସଙ୍କଳ୍ପ  ସନ୍ୟାସୀ ଯୋଗାରୂଢ଼ସ୍ତଦୋଚ୍ୟତେ ।ା୪ାା

ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମବସାଦୟେତ୍ ।

ଆତ୍ମୈବ ହ୍ୟାତ୍ମନୋ ବନ୍ଧୁରାତ୍ମୈବ ରିପୁରାତ୍ମନଃ ।ା୫ାା

ବନ୍ଧୁରାତ୍ମାତ୍ମନସ୍ତସ୍ୟ ଯେନାତ୍ମୈବାତ୍ମନା ଜିତଃ ।

ଅନାତ୍ମନସ୍ତୁ ଶତ୍ରୁତ୍ୱେ ବେର୍ତାତ୍ମୈବ ଶତ୍ରୁବତ୍ ।ା୬ାା

ଜିତାତ୍ମନଃ ପ୍ରଶାନ୍ତସ୍ୟ ପରମାତ୍ମା ସମାହିତଃ ।

ଶୀତୋଷ୍ଣ ସୁଖଦୁଃଖେଷୁ  ତଥା ମାନାପମାନୟୋଃ ।ା୭ାା

ଜ୍ଞାନବିଜ୍ଞାନତୃପ୍ତାତ୍ମା କୂଟସ୍ଥୋ ବିଜିତେନ୍ଦି୍ରୟଃ । 

ଯୁକ୍ତ ଇତ୍ୟୁଚ୍ୟତେ ଯୋଗୀ ସମଲୋଷ୍ଟାଶ୍ମକାନଃ ।ା୮ାା

ସୁହୃନ୍ନିତ୍ରାର୍ଯୁ୍ୟଦାସୀନ ମଧ୍ୟସ୍ଥଦ୍ୱେଷ୍ୟ ବନ୍ଧୁଷୁ ।

ସାଧୁଷ୍ୱପି ଚ ପାପେଷୁ ସମବୁଦ୍ଧିର୍ବିଶିଷ୍ୟତେ ।ା୯ାା

ଅର୍ଥ : କର୍ମଫଳକୁ ଅପେକ୍ଷା ନ କରି ଯିଏ କର୍ବ୍ୟ କର୍ମ କରେ ସେ ସନ୍ନ୍ୟାସୀ ଓ ଯୋଗୀ ପଦବାଚ୍ୟ । ସେ ଅଗ୍ନିତ୍ୟାଗୀ ଓ କର୍ମ ତ୍ୟାଗୀ ବ୍ୟକ୍ତି ନୁହନ୍ତି ।ା୧ାା ହେ ପାଣ୍ଡବ ! ଯାହାକୁ ସନ୍ୟାସ କୁହାଯାଏ, ତାହାକୁ ଯୋଗ ବୋଲି ଜାଣ । କାରଣ ସଂକଳ୍ପଗୁଡିକୁ ପରିତ୍ୟାଗ ନ କଲେ କେହି ଯୋଗୀ ହୁଏ ନାହିଁ ।ା୨ାା ଯୋଗାରୁଢ଼ ହେବାକୁ ଚାହୁଁଥିବା ମୁନିର କର୍ମ ସିଦ୍ଧିଲାଭର କାରଣ ବୋଲି କଥିତ ହୁଏ । ଯୋଗାରୂଢ଼ ମନୁଷ୍ୟର ଶାନ୍ତିହିଁ ପରମାତ୍ମା ପ୍ରାପ୍ତିର କାରଣ ବୋଲି କୁହାଯାଇଛି ।ା୩ାା ଯେତେବେଳେ ମନୁଷ୍ୟ ଇନ୍ଦ୍ରିୟ ଭୋଗ୍ୟ ବିଷୟରେ ଆସକ୍ତ ହୁଏ ନାହିଁ ଏବଂ ସମସ୍ତ ବାସନାତ୍ମକ ସଂକଳ୍ପ ପରିତ୍ୟାଗ କରେ, ସେତେବେଳେ ତାହାକୁ ଯୋଗାରୂଢ଼ (ଯୋଗଶିଖରରେ ଅଧିଷ୍ଠିତ) କୁହାଯାଏ ।ା୪ାା ଆତ୍ମା ଦ୍ୱାରା ଆତ୍ମାକୁ ଉଦ୍ଧାର କର; ଆତ୍ମାକୁ ଅବସନ୍ନ କର ନାହିଁ; କାରଣ ଆତ୍ମାହିଁ ଆତ୍ମାର ବନ୍ଧୁ; ଆତ୍ମାହିଁ ଆତ୍ମାର ଶତ୍ରୁ ।ା୫ାା ଯେଉଁ ଆତ୍ମା କୁର୍କ ଆତ୍ମା ବଶୀଭୂତ ହୋଇଛି ସେହି ଆତ୍ମା ନିଜର ବନ୍ଧୁ; ଅଜିତାତ୍ମା (ଯେ ନିଜକୁ ଜୟକରି ନାହିଁ ) ବ୍ୟକ୍ତିର ଆତ୍ମାହିଁ ଶତ୍ରୁ ପରି ଶତ୍ରୁତା ଆଚରଣରେ ପ୍ରବୃ ହୁଏ ।ା୬ାା ଜିତାତ୍ମା ଓ ପ୍ରଶାନ୍ତ ବ୍ୟକ୍ତି ତଥା ଶୀତ-ଉଷ୍ଣ,ସୁଖ-ଦୁଃଖ ଏବଂ ମାନ-ଅପମାନରେ ସମାନ ସ୍ଥିତି ଯୁକ୍ତ ବ୍ୟକ୍ତି ପରମାତ୍ମାଙ୍କ ସହିତ ସମାହିତ ଥାଏ ।ା୭ାା ଜ୍ଞାନ ବିଜ୍ଞାନ ଦ୍ୱାରା ପରିତୃପ୍ତ, ନିର୍ବିକାର, ଇନ୍ଦି୍ରୟଜୟୀ ତଥା ଟେକା, ପଥର ଓ ସୁବର୍ଣ୍ଣରେ ସମଭାବାପନ୍ନ; ଏଭଳି ଯୋଗୀଙ୍କୁ ଯୁକ୍ତ (ଯୋଗରୁଢ଼) କୁହାଯାଏ ।ା୮ାା ସୁହୃତ୍, ମିତ୍ର, ଉଦାସୀନ, ମଧ୍ୟସ୍ଥ, ଈର୍ଷାଳୁ, ସାଧୁ ଓ ପାପୀମାନଙ୍କୁ ସମାନ ଦୃଷ୍ଟିରେ ଦେଖୁଥିବା ବ୍ୟକ୍ତି ଶ୍ରେଷ୍ଠ ଅଟନ୍ତି ।ା୯ାା

ବ୍ୟାଖ୍ୟା : ଆଭ୍ୟନ୍ତରୀଣ ତ୍ୟାଗ ହେଉଛି ପ୍ରକୃତ ସନ୍ନ୍ୟାସ, ବାହ୍ୟ ତ୍ୟାଗ ନୁହେଁ । ଗୀତା ବାରମ୍ବାର ଏକଥା କହି ଆସୁଛି । ମନ ସ୍ତରରୁ ବାସନାର ସନ୍ନ୍ୟାସ ବା ତ୍ୟାଗହିଁ ପ୍ରକୃତ ସନ୍ୟାସ ଏବଂ ତାହାହିଁ ପ୍ରକୃତ ଯୋଗ । ଯେଉଁମାନେ ବାସନାକୁ ତ୍ୟାଗ କରିଛନ୍ତି ସେମାନେ ପକୃତ ସନ୍ନ୍ୟାସୀ ଓ ଯୋଗୀ । ଆଭ୍ୟନ୍ତରୀଣ ତ୍ୟାଗ ଅଭ୍ୟାସ କରି କରି କର୍ମ  କରିବା ହେଉଛି ସିଦ୍ଧି ଓ ମୁକ୍ତିଲାଭର ସହଜ ପନ୍ଥା; ସିଦ୍ଧିଲାଭ ପରେ ମୁକ୍ତ ପୁରୁଷ ଶାନ୍ତ, ଆତ୍ମ ପ୍ରତିଷ୍ଠା ପ୍ରାପ୍ତ ହୋଇ ପୂର୍ଣ୍ଣ ସମତାର ସହିତ କର୍ମ ସମ୍ପାଦନ କରେ  । ମୁକ୍ତ ପୁରୁଷର କର୍ମର ଏହାହିଁ ଧାରା, ସେ ଆସକ୍ତି ଶୂନ୍ୟ ହୋଇ, ଅହଂଭାବାତ୍ମକ ବ୍ୟକ୍ତିଗତ ଆଶା ଆକାଙ୍କ୍ଷା ବର୍ଜିତ ହୋଇ ସକଳ କର୍ମ ସମ୍ପାଦନା କରେ । ଉଚ୍ଛୃଙ୍ଖଳ ଭୋଗ ଦ୍ୱାରା ଅଥବା କଠୋର ନିଗ୍ରହ ଦ୍ୱାରା ନିଜକୁ ଅବସନ୍ନ କଲେ ନିଜେ ନିଜ ପ୍ରତି ଶତ୍ରୁତା ସାଧନ କରିବା ହୁଏ । ଆଭ୍ୟନ୍ତରୀଣ ଆତ୍ମଶକ୍ତି ଦ୍ୱାରା କାମକ୍ରୋଧକୁ ଜୟ କରିବାକୁ ହେବ । ଏହା ହେଉଛି ସଂଯମର ଯଥାର୍ଥ ରୂପ । ଯେଉଁ ବ୍ୟକ୍ତି ଆତ୍ମ ଶକ୍ତି ଦ୍ୱାରା ସ୍ୱୀୟ ବିକାର ସମୂହ ଉପରେ ବିଜୟ ପ୍ର୍ରାପ୍ତ କରିଛି ସେ ନିଜେ ନିଜର ବନ୍ଧୁ । କିନ୍ତୁ ଯା'ର ଆତ୍ମ ଶକ୍ତି କ୍ଷୀଣ ଓ ଯେଉଁ ଆତ୍ମା ବିକାର ଗ୍ରସ୍ତ ସେ ନିଜେହିଁ ନିଜର ଶତ୍ରୁ । କାରଣ; ସେ ନିଜେ କେବଳ ନିଜର କ୍ଷତି ସାଧନ କରେ । ଦେହାଭିମାନ ତ୍ୟାଗକରି ସତତ ଆତ୍ମିକ ସ୍ଥିତିରେ ରହିବା ଅଭ୍ୟାସ ମୁକ୍ତି ଜୀବନମୁକ୍ତିର ପଥ ପ୍ରଶସ୍ତ କରେ ।

ଯୋଗୀ ଯେତେବେଳେ ଦେହ ସହିତ ଦେହର ସମସ୍ତ ସମ୍ପର୍କ ଭୁଲି ଏକ ପରମାତ୍ମାଙ୍କ ସହିତ ମନ ବୁଦ୍ଧିକୁ ସ୍ଥିର ରଖେ ସେତେବେଳେ ସମସ୍ତ ବିଷୟରେ ସଂଶୟ ରହିତ ହୋଇ ଜ୍ଞାନ ସ୍ୱରୂପ ହୋଇ ଯାଆନ୍ତି; ତାଙ୍କର କୌଣସି କାମନା ରହେ ନାହିଁ । ଅଜ୍ଞାନତାର ଲେଶ ମାତ୍ର ତାଙ୍କ ପାଖରେ ନ ଥାଏ । ବ୍ୟକ୍ତି ଓ ବସ୍ତୁର ଆକର୍ଷଣ ତାଙ୍କୁ ସ୍ପର୍ଶ କରିପାରେ ନାହିଁ । ଶୀତ ଉଷ୍ଣ, ସୁଖ ଦୁଃଖ, ମାନ ଅପମାନରେ ତ ସେ ସମଦର୍ଶୀ  ହୁଅନ୍ତି; ଏତଦ୍ବ୍ୟତୀତ ସାଂସାରିକ ଯେକୌଣସି ମୂଲ୍ୟବାନ ବସ୍ତୁ ମଧ୍ୟ ତାଙ୍କ ପାଇଁ ଇଟା ପଥର ପରି ମୂଲ୍ୟହୀନ ହୋଇଯାଏ । ଏହିପରି ବ୍ୟକ୍ତି ପ୍ରକୃତରେ ତାଙ୍କ ଜୀବନ କାଳରେ ପରମାତ୍ମାଙ୍କୁ ପାଇଥାନ୍ତି । ସେ ଦେଖନ୍ତି ଶତ୍ରୁ ମିତ୍ର ଇତ୍ୟାଦି ସମ୍ବନ୍ଧ କ୍ଷଣସ୍ଥାୟୀ । ପରିବର୍ନଶୀଳ ଜୀବନଧାରାରୁ ଉଦ୍ଭୁତ । ମନୁଷ୍ୟମାନେ ଯେଉଁ ବିଦ୍ୟା, ଶୁଚିତା, ସାଧୁତାକୁ ନେଇ ଗର୍ବ କରନ୍ତି, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ପ୍ରଭେଦ ବିଚାର କରନ୍ତି; ସମଦୃଷ୍ଟି ସମ୍ପନ୍ନ ଯୋଗୀବ୍ୟକ୍ତି ସେ ସବୁରେ ବିଭ୍ରାନ୍ତ ହୁଅନ୍ତି ନାହିଁ । ତାଙ୍କ ନିକଟେରେ ବିଦ୍ୟା ବିନୟ ସମ୍ପନ୍ନ ବ୍ରାହ୍ମଣ ଏବଂ ପତିତ ଚଣ୍ଡାଳ ଉଭୟ ବିବେଚିତ ହୁଅନ୍ତି ସମାନ । ଏପରି ବ୍ୟକ୍ତି ଯୋଗାରୂଢ଼ ପଦବାଚ୍ୟ ହୋଇଥାନ୍ତି । ସମତ୍ୱଂ ଯୋଗ ଉଚ୍ୟତେ ।

ଧ୍ୟାନ ଯୋଗର ଆସନ ଓ ବିଧି

ଯୋଗୀ ଯୁଞ୍ଜୀତ ସତତମାତ୍ମାନଂ ରହସି ସ୍ଥିତଃ । 

ଏକାକୀ ଯତ ଚିାତ୍ମା ନିରାଶୀର ପରିଗ୍ରହଃ ।ା୧୦ାା

ଶୁଚୌ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନମାତ୍ମନଃ । 

ନାତୁ୍ୟଚ୍ଛି୍ରତଂ ନାତିନୀଚଂ ଚୈଳାଜିନକୁଶୋରମ୍ ।ା୧୧ାା

ତତୈ୍ରକାଗ୍ରଂ ମନଃ କୃତ୍ୱା ଯତଚିେନ୍ଦ୍ରିୟକ୍ରିୟଃ ।

ଉପବିଶ୍ୟାସନେ ଯୁଞ୍ଜ୍ୟାଦ୍ ଯୋଗମାତ୍ମବିଶୁଦ୍ଧୟେ ।ା୧୨ାା

ସମଂ କାୟଶିରୋଗ୍ରୀବଂ ଧାରୟନ୍ନଚଳଂ ସ୍ଥିରଃ ।

ସମ୍ପ୍ରେକ୍ଷ୍ୟ ନାସିକାଗ୍ରଂ ସ୍ୱଂ ଦିଶଶ୍ଚାନବଲୋକୟନ୍ ।ା୧୩ାା

ପ୍ରଶାନ୍ତାତ୍ମା ବିଗତଭୀର୍ବ୍ରହ୍ମଚାରି ବ୍ରତେ ସ୍ଥିତଃ । 

ମନଃ ସଂଯମ୍ୟ ମଚ୍ଚିେା ଯୁକ୍ତ ଆସୀତ ମପôରଃ ।ା୧୪ାା

ଯୁଞ୍ଜନ୍ନେବଂ ସଦାତ୍ମାନଂ ଯୋଗୀ ନିୟତ ମାନସଃ ।

ଶାନ୍ତିଂ ନିର୍ବାଣପରମାଂ ମତ୍ସଂ ସ୍ଥାମଧିଗଚ୍ଛତି ।ା୧୫ାା୧୫ାା

ନାତ୍ୟଶ୍ନତସ୍ତୁ ଯୋଗୋଽସ୍ତି ନ ଚୈକାନ୍ତମନଶ୍ନତଃ ।

ନ ଚାତି ସ୍ୱପ୍ନଶୀଳସ୍ୟ ଜାଗ୍ରତୋ ନୈବ ଚାର୍ଜୁନ ।ା୧୬ାା

ଯୁକ୍ତାହାର ବିହାରସ୍ୟ  ଯୁକ୍ତଚେଷ୍ଟସ୍ୟ  କର୍ମସୁ ।

ଯୁକ୍ତସ୍ୱପ୍ନାବବୋଧସ୍ୟ ଯୋଗୋ ଭବତି  ଦୁଃଖହା ।ା୧୭ାା

ଅର୍ଥ : ଯୋଗୀ ନିର୍ଜନ ସ୍ଥାନରେ ଅବସ୍ଥାନ କରି ସଙ୍ଗଶୂନ୍ୟ ସଂଯତ ଚି, ଆକାଙ୍କ୍ଷାଶୂନ୍ୟ, ପରିଗ୍ରହଶୂନ୍ୟ ହୋଇ ନିରନ୍ତର ଆତ୍ମାକୁ (ପରମାତ୍ମାଙ୍କ ସହିତ) ଯୋଗଯୁକ୍ତ କରିବା ଉଚିତ ।ା୧୦ାା ନିର୍ମଳ ସ୍ଥାନରେ ନିଶ୍ଚଳ ଅନତିଉଚ୍ଚ, ଅନତି ନିମ୍ନ, କ୍ରମାନ୍ୱୟରେ କୁଶ ମୃଗଚର୍ମ ଓ ବସ୍ତ୍ର ଦ୍ୱାରା ରଚିତ ନିଜର ଆସନ ସ୍ଥାପନ ପୂର୍ବକ ସେହି ଆସନରେ ଉପବିଷ୍ଟ ହୋଇ, ଚି ଓ ଇନ୍ଦ୍ରିୟଗଣର କ୍ରିୟା ସଂଯତ କରି; ମନକୁ ଏକାଗ୍ର କରି, ଆତ୍ମଶୁଦ୍ଧି ପାଇଁ ଯୋଗ ଅଭ୍ୟାସ  କରିବ ।ା୧୧-୧୨ାା ଶରୀର, ମସ୍ତକ ଓ ଗ୍ରୀବାକୁ ସରଳ ଭାବେ ଓ ନିଶ୍ଚଳ ଭାବରେ ରଖି ସ୍ଥିର ହୋଇ ନିଜ ନାସିକାର ଅଗ୍ରଭାଗ ଦର୍ଶନ କରି ଓ ଦିଗମାନଙ୍କୁ ଅବଲୋକନ ନ କରି ପ୍ରଶାନ୍ତ ଚି  ନିର୍ଭୟ ବ୍ରହ୍ମଚର୍ଯ୍ୟ ବ୍ରତ ଅବଲମ୍ବନ  କରି ମନ ସଂଯମ କରି, ମଦ୍ଗତଚି, ମପôରାୟଣ ହୋଇ ଯୋଗଯୁକ୍ତ ହେବା ବିଧେୟ ।ା୧୩-୧୪ାା ଯୋଗୀ ଏହି ପ୍ରକାରେ ନିରନ୍ତର ମନକୁ ସଂଯତ କରି ନିଜକୁ ଯୋଗଯୁକ୍ତ କରି ମୋଠାରେ ପ୍ରତିଷ୍ଠିତ ନିର୍ବାଣର ପରମ ଶାନ୍ତି ଲାଭ କରେ ।ା୧୫ାା ହେ ଅର୍ଜୁନ ! କିନ୍ତୁ ଅତି ଭୋଜନକାରୀର ଯୋଗ ହୁଏ ନାହିଁ । ଏକାନ୍ତ  ଅନାହାରୀର ମଧ୍ୟ ଯୋଗ ହୁଏ ନାହିଁ । ଅତ୍ୟନ୍ତ ନିଦ୍ରାଳୁର ମଧ୍ୟ ଯୋଗ ହୁଏ ନାହିଁ । ଅନିଦ୍ରାଭ୍ୟାସୀର ମଧ୍ୟ ଯୋଗ ହୁଏ ନାହିଁ ।ା୧୬ାା ଆହାର ବିିହାରରେ ଯୁକ୍ତ, କର୍ମ ଚେଷ୍ଟାରେ ଯୁକ୍ତ, ନିଦ୍ରା ଓ ଜାଗରଣରେ ଯୁକ୍ତ ବ୍ୟକ୍ତିର ଯୋଗ ସାଧନା ଦୁଃଖ ନାଶକ ହୁଏ ।ା୧୭ାା

ବ୍ୟାଖ୍ୟା : ଚଳ ମନକୁ ବଶୀଭୂତ କରିବାକୁ ହେଲେ ନିରନ୍ତର ଆତ୍ମାକୁ ପରମାତ୍ମାଙ୍କ ସହିତ ଯୁକ୍ତ କରାଇବାକୁ ପଡିବ । ଏଥିପାଇଁ ତାକୁ ଏକାନ୍ତ ସ୍ଥାନରେ ବସି ମନକୁ ଏକ ପରମାତ୍ମାଙ୍କଠାରେ ମଗ୍ନ କରିଦେବାକୁ ପଡ଼ିବ । ସମସ୍ତ ଭୌତିକ ସୁଖ କାମନାକୁ ପରିହାର କରିବାକୁ ପଡିବ । କାରଣ ଏହାହିଁ ଦେହ ଅଭିମାନର ମୂଳ କାରଣ । ମନର ସମସ୍ତ ପ୍ରକାର କ୍ରିୟାକୁ ସଂଯତ କରି ତାହାକୁ ଗୋଟିଏ ମାତ୍ର ବିଷୟରେ ନିବିଷ୍ଟ କରିବା ହେଉଛି ଚିବୃି  ନିରୋଧ । ଏହା ରାଜଯୋଗ ଏବଂ ଆତ୍ମଶୁଦ୍ଧିର ଏକ ନିଶ୍ଚିତ ପନ୍ଥା । କାମନା ବାସନାଦି ଯୁକ୍ତ ଚି ଯେଉଁ ବିକ୍ଷୋଭ ସୃଷ୍ଟି କରେ ତାହା ଅଶୁଦ୍ଧି । ଯୋଗାଭ୍ୟାସ ଦ୍ୱାରା ଏହି ବିକ୍ଷୋଭ ଦୂର ହୁଏ । ଅନ୍ତଃକରଣ ସ୍ଥିର ଶାନ୍ତ ଶୁଦ୍ଧ ହୋଇ ଉଠେ ଏବଂ ଏହିପରି  ଆତ୍ମଶୁଦ୍ଧି ଦ୍ୱାରା  ମନୁଷ୍ୟ ପରମ ଗତି ଲାଭ କରେ । 

ରାଜଯୋଗର ପଦ୍ଧତି ଅନୁଯାୟୀ ସିଧା ଓ ସ୍ଥିର ହୋଇ ବସି କିପରି ଭାବରେ ମନ ସଂଯମ ଅଭ୍ୟାସ କରିବାକୁ ହେବ ତାହା ଉପରୋକ୍ତ ୧୩-୧୪ ଶ୍ଳୋକରେ କୁହାଯାଇଛି । ଏହିପରି ସଂଯତ ମନକୁ ସମଗ୍ରଭାବେ ଈଶ୍ୱରାଭିମୁଖୀ କରିବାକୁ ହେବ । ତା'ହେଲେ କାମନାବାସନାଦି ବିକ୍ଷୋଭ ବିଲୀନ ହୋଇ ବୁଦ୍ଧି ପରମାତ୍ମା ମିଳନ ସୁଖରେ ନିମଜ୍ଜିତ ହୋଇଯିବ । ନିର୍ବାଣର ଅବିଚଳ ଶାନ୍ତି ଲାଭ କରିବା ହେଉଛି ଏହି ଯୋଗ ସାଧନାର ଲକ୍ଷ୍ୟ । କିନ୍ତୁ ଏହା ବୁଦ୍ଧଦେବଙ୍କ ନିର୍ବାଣ ପରି ଶୂନ୍ୟରେ ବିଲୟ ହେବା ନୁହେଁ । ପରମାତ୍ମା ଏକମାତ୍ର ଏହି ପରମ ଶାନ୍ତିର ଭିି । ସଂସାର ତ୍ୟାଗ, କର୍ମତ୍ୟାଗ କରିବା ଯୋଗର ଲକ୍ଷ୍ୟ ନୁହେଁ । ଶରୀରର କୃଚ୍ଛ୍ରତା ସାଧନା କରି ମଧ୍ୟ ଏହି ଯୋଗ ହୁଏ ନାହିଁ । ଆହାର, ବିହାର ନିଦ୍ରା, କର୍ମଦି ପରିତ୍ୟାଗ କରିବା ମଧ୍ୟ ପ୍ରକୃତ ଯୋଗ ମାର୍ଗ ନୁହେଁ । ଅପର ପକ୍ଷରେ ଏସବୁ ଅତି ମାତ୍ରାରେ କରିବା ମଧ୍ୟ ଅନୁଚିତ । ସମସ୍ତ ବିଷୟରେ ସଂଯତ ଓ ମିତାଚାରୀ ହୋଇ ଯୋଗ ଅଭ୍ୟାସ କରିବାକୁ ହେବ ।

ଯୁକ୍ତ ଅର୍ଥାତ ପରିମିତ । ସାଧାରଣତଃ ଏହିପରି ଭାବରେ ଏହାର ବ୍ୟାଖ୍ୟା କରାଯାଏ । କିନ୍ତୁ ଶେଷ ପର୍ଯ୍ୟନ୍ତ ଯୋଗୀକୁ ଅନ୍ୟ ଏକ ଅର୍ଥରେ ଯୁକ୍ତ ହେବାକୁ ହେବ । ତାହା ହେଉଛି ଆତ୍ମିକ ସ୍ମୃତିରେ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବା । ଗୀତାର ଅନ୍ୟ ସବୁ ସ୍ଥାନରେ ଯୁକ୍ତ ଶବ୍ଦ ଏହି ଅର୍ଥରେ ବ୍ୟବହୃତ ହୋଇଛି । କୌଣସି ନିର୍ଦ୍ଧିଷ୍ଟ ସମୟରେ ନିର୍ଜନରେ ବସି ମନଃ ସଂଯମ ଅଭ୍ୟାସ କରିବା ପ୍ରାଥମିକ ପ୍ରୟୋଜନ; କିନ୍ତୁ  ଯେତେବେଳେ ଯୋଗ ଲାଭ କରାଯାଏ ସେତେବେଳେ ଆହାର ବିହାର ଆଦି ସମସ୍ତ ବିଷୟ ପରମାତ୍ମାଙ୍କ ସହିତ ଯୁକ୍ତ ହୁଏ । ସେତେବେଳେ ପରମାତ୍ମା ସବୁକିଛି ବୋଲି ଅନୁଭବ ହୁଏ । ଜୀବନ ଓ କର୍ମର ସମସ୍ତ ପ୍ରୟୋଜନ କେବଳ ପରମାତ୍ମାଙ୍କ ପାଇଁ ଉଦ୍ଧିଷ୍ଟ ହୋଇଯାଏ । 

ଧ୍ୟାନ ଯୋଗର ସାଧନା ଓ ସିଦ୍ଧି

ଯଦା ବିନିୟତଂ ଚିମାତ୍ମନ୍ୟେବାବତିଷ୍ଠତେ ।

ନିଃସ୍ପୃହଃ ସର୍ବକାମେଭ୍ୟୋ ଯୁକ୍ତ ଇତୁ୍ୟଚ୍ୟତେ ତଦା ।ା୧୮ ।ା

ଯଥା ଦୀପୋ ନିବାତସ୍ଥୋ ନେଙ୍ଗତେ ସୋପମା ସ୍ମୃତା ।

ଯୋଗିନୋ ଯତଚିସ୍ୟ ଯୁଞ୍ଜତୋ ଯୋଗମାତ୍ମନଃ ।ା୧୯ାା

ଯତ୍ରୋପରମତେ ଚିଂ ନିରୁଦ୍ଧଂ ଯୋଗସେବୟା ।

ଯତ୍ର ଚୈବାତ୍ମନାତ୍ମାନଂ ପଶ୍ୟନ୍ନାତ୍ମନି ତୁଷ୍ୟତି ।ା୨୦ାା

ସୁଖମାତ୍ୟନ୍ତିକଂ ଯଦ୍ବୁଦ୍ଧି ଗ୍ରାହ୍ୟମତୀନ୍ଦ୍ରିୟମ୍ ।

ବେି ଯତ୍ର ନ ଚୈବାୟଂ ସ୍ଥିତଶ୍ଚଳତି ତ୍ୱତଃ ।ା୨୧ାା

ଯଂ ଲବ୍ଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ ।

ଯସ୍ମିନ୍ ସ୍ଥିତୋ ନ ଦୁଃଖେନ ଗୁରୁଣାପି ବିଚାଲ୍ୟତେ ।ା୨୨ାା

ତଂ ବିଦ୍ୟାଦ୍ଧୁଃଖସଂଯୋଗବିଯୋଗଂ ଯୋଗସଂଜ୍ଞିତମ୍ ।

ସ ନିଶ୍ଚୟେନ ଯୋକ୍ତବ୍ୟୋ ଯୋଗୋଽନିର୍ବିଣ୍ଣଚେତସା ।ା୨୩ାା

ସଂକଳ୍ପ ପ୍ରଭବାନ୍ କାମାଂସ୍ତ୍ୟକ୍ତ୍ୱା ସର୍ବାନଶେଷତଃ ।

ମନସୈବେନ୍ଦ୍ରିୟ ଗ୍ରାମଂ ବିନିୟମ୍ୟ ସମନ୍ତତଃ ।ା୨୪ାା

ଶନୈଃ ଶନୈରୂପରମେଦ୍ବୁଦ୍ଧ୍ୟା ଧୃତିଗୃହୀତୟା ।

ଆତ୍ମସଂସ୍ଥଂ  ମନଃ କୃତ୍ୱା ନ କିିଦପି ଚିନ୍ତୟେତ୍ ।ା୨୫ାା

ଯତୋ ଯତୋ ନିଶ୍ଚରତି ମନଶ୍ଚଳମସ୍ଥିରମ୍ ।

ତତସ୍ତତୋ ନିୟମୈ୍ୟତଦାତ୍ମନ୍ୟେବ ବଶଂ ନୟେତ୍ ।ା୨୬ାା

ଅର୍ଥ : ଯେତେବେଳେ ସମ୍ପୂର୍ଣ୍ଣ ଭାବେ ବଶୀକୃତ ମାନସ ଚୈତନ୍ୟ ଆତ୍ମାରେ ସ୍ଥିର ହୋଇ ଅବସ୍ଥାନ କରେ ସେତେବେଳେ ସକଳ କାମନାରୁ ମୁକ୍ତ ପୁରୁଷ ଯୋଗସିଦ୍ଧ ବୋଲି କଥିତ ହୁଅନ୍ତି ।ା୧୮ାା ଯେପରି ବାୟୁ ପ୍ରବାହ ଶୂନ୍ୟ ସ୍ଥାନରେ ପ୍ରଦୀପର ଶିଖା ବିଚଳିତ ହୁଏ ନାହିଁ, ସେହିପରି ଆତ୍ମା ବିଷୟକ ଯୋଗ ସାଧନାରେ ରତ ସଂଯତ ଚି ଯୋଗୀର ତାହାହିଁ ଦୃଷ୍ଟାନ୍ତ ଜାଣିବ ।ା୧୯ାା ଯେଉଁ ଅବସ୍ଥାରେ ଯୋଗାଭ୍ୟାସ ଦ୍ୱାରା ନିରୁଦ୍ଧ ଚି ବାହ୍ୟ କି୍ରୟାରୁ ବିରତ ହୁଏ ଏବଂ ଯେଉଁ ଅବସ୍ଥାରେ ଆତ୍ମା ଦ୍ୱାରା ଆତ୍ମାକୁ, ଆତ୍ମାରେ ଦର୍ଶନ କରି ଜୀବ ତୃପ୍ତି ଲାଭ କରେ ।ା୨୦ାା ଏହି ଯୋଗୀ ବୁଦ୍ଧି ଦ୍ୱାରା ଗ୍ରହଣୀୟ ଇନ୍ଦ୍ରିୟବୋଧର ଅତୀତ ଅତ୍ୟନ୍ତ ଯେଉଁ ସୁଖ ତାହା ଅନୁଭବ କରେ । ଯେଉଁ ଅବସ୍ଥାରେ ଅବସ୍ଥିତ ହୋଇ ଆତ୍ମ ସ୍ୱରୂପରୁ (ତ୍ୱତଃ) ବିଚଳିତ ହୁଏ ନାହିଁ ।ା୨୧ାା ଯେଉଁ ଅବସ୍ଥା ଲାଭ କରି ଯୋଗୀ ଅନ୍ୟ କୌଣସି ଲାଭକୁ ତାହା ଅପେକ୍ଷା ଅଧିକ ବୋଲି ମନେ କରେ ନାହିଁ ଯେଉଁଥିରେ ଅବସ୍ଥିତ ହୋଇ ଭୀଷଣ ଦୁଃଖ ଦ୍ୱାରା ମଧ୍ୟ ବିଚଳିତ ହୁଏ ନାହିଁ ।ା୨୨ାା ସେହି ମନ ସହିତ ଦୁଃଖର ବିଚ୍ଛେଦ ରୂପ ଅବସ୍ଥାକୁ ଯୋଗ ବୋଲି ଜାଣିବ; ଅବସାଦ ଶୂନ୍ୟ ହୃଦୟରେ ଦୃଢ଼ ସଂକଳ୍ପ ସହିତ ସେହି ଯୋଗ ଅଭ୍ୟାସ କରିବା ଉଚିତ ।ା୨୩ ।ା ସଂକଳ୍ପରୁ ଜାତ ସମସ୍ତ କାମନା ନିଃଶେଷ ରୂପେ ତ୍ୟାଗ କରି ମନ ଦ୍ୱାରାହିଁ ଇନ୍ଦ୍ରିୟ ସମୂହକୁ ସବୁ ଦିଗରୁ ନିବୃ କରି ଦୃଢ଼ ଭାବରେ ଧୃତ (ଧୃତି ଗୃହୀତୟା) ବୁଦ୍ଧିଦ୍ୱାରା ଧୀରେ ଧୀରେ ମନର କ୍ରିୟାରୁ ବିରତ ହେବ । ମନକୁ ଆତ୍ମିକ ସ୍ଥିତିରେ ସ୍ଥିତ କରାଇ କୌଣସି ଚିନ୍ତା କରିବା ଉଚିତ ନୁହେଁ ।ା୨୪-୨୫ାା ଚଳ ଓ ଅସ୍ଥିର ମନ ଯେଉଁ ଯେଉଁ ବିଷୟ ଅଭିମୁଖେ ଧାବିତ ହୁଏ ସେହି ସେହି ବିଷୟରୁ ପ୍ରତ୍ୟାହାର କରି ଆତ୍ମାରେହିଁ ବଶୀଭୂତ କରିବ ।ା୨୬ାା

ବ୍ୟାଖ୍ୟା : ବାସନା, ଅହଙ୍କାର, ବ୍ୟକ୍ତିଗତ ସଂକଳ୍ପ ଏବଂ ମାନସିକ ଚିନ୍ତା – ଏହି ସମସ୍ତ ପ୍ରେରଣାରୁ କର୍ମ ଉଦ୍ଭୁତ ହୁଏ । କିନ୍ତୁ ଯେତେବେଳେ ଅହଂ ଲୁପ୍ତ ହୁଏ, ଯୋଗୀ ପରମାତ୍ମା ମିଳନରେ ତନ୍ମୟ ହୋଇଯାଏ; ତାଙ୍କ ସହିତ ତାଦାତ୍ମ୍ୟ ହୋଇଯାଏ ସେତେବେଳେ ସେ ଚେତନାର ଉଦ୍ଧ୍ୱର୍ ସ୍ତରରେ ଅବସ୍ଥାନ କରୁଥାଏ । ଏହି ଅବସ୍ଥାରେ ଜ୍ଞାନ, ସଂକଳ୍ପ ଓ କର୍ମ ସ୍ୱତଃସ୍ଫୁର୍ ଭାବେ ଉତ୍ସାରିତ ହୁଏ ଏବଂ ମାନସିକ ଇଚ୍ଛା ଶକ୍ତି ଅପେକ୍ଷା ମହର ଏକ ଶକ୍ତି ସେହି ଯୋଗୀର ସକଳ କର୍ମ ସମ୍ପାଦନ କରିଦିଏ ଏବଂ କର୍ମ ଫଳ ପ୍ରଦାନ କରେ । ମନ ସ୍ଥିର ଓ ନୀରବ ହେଲେ ଅନ୍ତରସ୍ଥ ଆତ୍ମାକୁ ଅନୁଭବ କରି ହୁଏ  । ସେତେବେଳେ ଆତ୍ମା ମନର ଚିନ୍ତା ବା ଅହଂଭାବ ଦ୍ୱାରା ବିକୃତ  ଭାବେ ଦୃଷ୍ଟ ହୁଏ ନାହିଁ, ଆତ୍ମା ଆତ୍ମାର ଦ୍ୱାରାହିଁ ନିଜ ସ୍ୱରୂପରେ ଅନୁଭୂତ ହୁଏ ଏବଂ ଜୀବ ନିଜର ବାସ୍ତବିକ ସ୍ୱରୂପ ଓ ପ୍ରକୃତ ସୁଖର ଅନୁଭବରେ ପରିତୃପ୍ତ ହୋଇଯାଏ । ଏହିପରି ଅବସ୍ଥାରେ ମନର ସଂକଳ୍ପ ବିକଳ୍ପ ପ୍ରକ୍ରିୟା ସ୍ଥିର ହୋଇଯାଏ । ମନର ଏହି ଅବସ୍ଥାକୁ ବାୟୁପ୍ରବାହ ଶୂନ୍ୟ ସ୍ଥାନରେ ନିଶ୍ଚଳ ଦୀପ ଶିଖା ସହିତ ତୁଳନା କରାଯାଇ ପାରେ । ଧ୍ୟାନଯୋଗର ସାଧନା ଦ୍ୱାରା ଯୋଗୀ ତା'ର ମନକୁ ଏହିପରି ନିଶ୍ଚଳ ସ୍ତରକୁ ପହୁାଇ ପାରିଲେ ନିର୍ବାଣର ପରମ ଶାନ୍ତି ଲାଭ କରିପାରେ ।

ଯୋଗୀ ସର୍ବଦା ନିରତିଶୟ ଆଭ୍ୟନ୍ତରୀଣ ସୁଖ ଲାଭ କରନ୍ତି । ତାହା ମନ ଓ ଇନ୍ଦ୍ରିୟର ବିକ୍ଷୋଭପୂର୍ଣ୍ଣ ସୁଖ ନୁହେଁ । ସେ ସର୍ବଦା ଆଭ୍ୟନ୍ତରୀଣ ଶାନ୍ତି ଓ ପ୍ରସନ୍ନତା ଅନୁଭବ କରୁଥାନ୍ତି । ସେହି ଅବସ୍ଥାରେ ସେ ମନର ସମସ୍ତ ପ୍ରକାର ଚଳତାରୁ ମୁକ୍ତ ହୁଅନ୍ତି । ସେତେବେଳେ ତାଙ୍କର ଆତ୍ମିକ ସ୍ଥିତିରୁ ସ୍ଖଳିତ ହେବାର କୌଣସି ସମ୍ଭାବନା ନ ଥାଏ । ବାହ୍ୟ ଜଗତରୁ ଆମର ସମସ୍ତ ମାନସିକ ଦୁଃଖର ଉଦ୍ଗମ ହୁଏ । କିନ୍ତୁ ମନରେ ବାହ୍ୟ ବସ୍ତୁର ସ୍ପର୍ଶ ଯେଉଁସବୁ ପ୍ରତିକ୍ରିୟା ସୃଷ୍ଟି କରେ ଯୋଗୀ ସେ ସବୁରୁୁ ମୁକ୍ତ ରୁହେ । ସେ ଯେଉଁ ସୁଖ ଲାଭ କରନ୍ତି ତାହା ସ୍ୱ ପ୍ରତିଷ୍ଠିତ ଓ ଆଭ୍ୟନ୍ତରୀଣ । ତାହା କୌଣସି ବାହ୍ୟ ଦୁର୍ଘଟଣା ବା ଦୁଃଖରେ କ୍ଷୁଣ୍ଣ ହୁଏ ନାହିଁ । ଏହାର ତୁଳନାରେ ସମସ୍ତ ଭୌତିକ ଐଶ୍ୱର୍ଯ୍ୟ ଓ ସୁଖ ଅତି ତୁଚ୍ଛ ମନେହୁଏ । ବାହ୍ୟ ବସ୍ତୁର ସଂସ୍ପର୍ଶ ଦ୍ୱାରା ମନରେ ସୃଷ୍ଟି ହେଉଥିବା ପ୍ରତିକ୍ରିୟା, ଆବେଗ ଓ ଚିନ୍ତାଗୁଡିକୁ ଶାନ୍ତ କରିବାକୁ ପଡିବ । ଏହାର ମୂଳ କାରଣ ହେଲା ଆମର କାମନା ବାସନା । ଏଥିପାଇଁ ଏଗୁଡିକୁ ପରିତ୍ୟାଗ କରିବା ସହିତ ଉଚ୍ଛୃଙ୍ଖଳ ଇନ୍ଦ୍ରିୟମାନଙ୍କୁ ବିଷୟ ଭୋଗରୁ ନିବୃ କରିବା ବିଧେୟ । ତା'ପରେ ମନକୁ ବୁଦ୍ଧି ଦ୍ୱାରା ସ୍ଥିର ରଖି ଅର୍ନ୍ତମୁଖୀ କରାଇବାକୁ ପଡିବ । ସ୍ୱଭାବତଃ ଚଳ ମନକୁ ଶାନ୍ତ କରିବା ସହଜ ନ ହେଲେ ମଧ୍ୟ ଦୃଢ଼ତାର ସହିତ ଅଭ୍ୟାସ କଲେ ଏହା କ୍ରମଶଃ ସଂଯମ ଓ ନୀରବ ହୁଏ ।

ଧ୍ୟାନ ଯୋଗୀମାନଙ୍କ ଅନୁୁଭବ 

ପ୍ରଶାନ୍ତମନସଂ ହ୍ୟେନଂ ଯୋଗିନଂ ସୁଖମୁମ୍ ।

ଉପୈତି ଶାନ୍ତରଜସଂ ବ୍ରହ୍ମଭୂତମ କଳ୍ମଷମ୍ ।ା୨୭ାା

ଯୁଞ୍ଜନ୍ନେବଂ ସଦାତ୍ମାନଂ ଯୋଗୀ ବିଗତକଳ୍ମଷଃ ।

ସୁଖେନ ବ୍ରହ୍ମ ସଂସ୍ପର୍ଶମତ୍ୟନ୍ତଂ ସୁଖ ମଶ୍ନୁତେ ।ା୨୮ ।ା

ସର୍ବଭୂତସ୍ଥମାତ୍ମାନଂ ସର୍ବଭୂତାନି ଚାତ୍ମନି ।

ଈକ୍ଷତେ ଯୋଗଯୁକ୍ତାତ୍ମା ସର୍ବତ୍ର ସମଦର୍ଶନଃ ।ା୨୯ାା

 ଯୋ ମାଂ ପଶ୍ୟତି ସର୍ବତ୍ର ସର୍ବଂ ଚ ମୟି ପଶ୍ୟତି ।

ତସ୍ୟାହଂ ନ ପ୍ରଣଶ୍ୟାମି ସ ଚ ମେ ନ ପ୍ରଣଶ୍ୟତି ।ା୩୦ ।ା

ସର୍ବଭୂତସ୍ଥିତଂ ଯୋ ମାଂ ଭଜତ୍ୟେକତ୍ୱମାସ୍ଥିତଃ । 

ସର୍ବଥା ବର୍ମାନୋଽପି ସଯୋଗୀ ମୟି ବର୍ତେ ।ା୩୧ାା

ଆତ୍ମୌପମ୍ୟେନ ସର୍ବତ୍ର ସମଂ ପଶ୍ୟତି ଯୋଽର୍ଜୁନ ।

ସୁଖଂ ବା ଯଦି ବା ଦୁଃଖଂ ସ ଯୋଗୀ ପରମୋ ମତଃ ।ା୩୨ାା

ଅର୍ଥ : ପ୍ରଶାନ୍ତ ଚି ରଜୋଗୁଣ ଜନିତ ବିକ୍ଷୋଭଶୂନ୍ୟ ନିର୍ମଳ ବ୍ରହ୍ମଭାବ ପ୍ରାପ୍ତ ଯୋଗୀକୁ ଉମ ସୁଖ ଆଶ୍ରୟ କରେ ।ା୨୭ ।ା ଏହି ପ୍ରକାରେ କାମକ୍ରୋଧାଦିରୁ ମୁକ୍ତ ହୋଇ ଯୋଗୀ ସ୍ୱଯଂକୁ ସର୍ବଦା ଯୋଗଯୁକ୍ତ ରଖି ଅନାୟାସରେ ନିରତିଶୟ ସୁଖ ରୂପ ବ୍ରହ୍ମର ସ୍ପର୍ଶ ଉପଭୋଗ କରେ ।ା୨୮ାା ଯୋଗଯୁକ୍ତ ଆତ୍ମା, ଆତ୍ମାକୁ ସର୍ବଭୂତରେ ଅବସ୍ଥିତ ଏବଂ ସର୍ବଭୂତକୁ ଆତ୍ମାରେ ଅବସ୍ଥିତ ହୋଇଥିବା ଦର୍ଶନ କରେ  । ସେ ସମସ୍ତ ବସ୍ତୁକୁ ସମାନ ଦୃଷ୍ଟିରେ ଦେଖେ ।ା୨୯ାା ଯିଏ ମୋତେ ସମସ୍ତ ପଦାର୍ଥରେ ଦେଖେ ଏବଂ ସମସ୍ତ ପଦାର୍ଥ ମୋଠାରେ ଦେଖେ, ମୁଁ ତା'ର ପରୋକ୍ଷ ହୁଏ ନାହିଁ (ନ ପ୍ରଣଶ୍ୟାମି) ସେ ମଧ୍ୟ ମୋର ପରୋକ୍ଷ ହୁଏ ନାହିଁ ।ା ୩୦ାା ଯେଉଁ ଯୋଗୀ ଏକତ୍ୱରେ ପ୍ରତିଷ୍ଠିତ ହୋଇ ସର୍ବଭୂତରେ ଅବସ୍ଥିତ ମୋତେ ହୃଦୟର ପ୍ରେମ ଓ ଭକ୍ତି ନିବେଦନ କରେ ସେହି ଯୋଗୀ ଯେଉଁ ଭାବରେ ବାସ କରନ୍ତୁ ବା କର୍ମ କରନ୍ତୁ ମୋଠାରେ  ବାସ କରନ୍ତି ଓ କର୍ମ କରନ୍ତି ।ା୩୧ାା ହେ ଅର୍ଜୁନ ! ଯେଉଁ ବ୍ୟକ୍ତି ନିଜ ପରି ସମସ୍ତଙ୍କୁ ସମାନ ଦେଖେ, ତାହା ସୁଖ ହେଉ ବା ଦୁଃଖ ହେଉ, ସେହି ଯୋଗୀ ସର୍ବାପେକ୍ଷା ଶ୍ରେଷ୍ଠ ।ା୩୨ାା

ବ୍ୟାଖ୍ୟା : ମନ ଯେତେେବେଳେ ସମ୍ପୁର୍ଣ୍ଣ ଭାବରେ ଶାନ୍ତ ହୁଏ ସେତେବେଳେ ଆତ୍ମା ପରମାତ୍ମାଙ୍କ ସାମୀପ୍ୟ ଲାଭ କରେ । ଆତ୍ମା ତା'ର ମୂଳ ସ୍ୱରୂପରେ ରହିଲେ ପରମାତ୍ମାଙ୍କ ସହିତ ସ୍ୱତଃ ଯୁକ୍ତ ହୋଇଥାଏ । ଏହି ପରମାତ୍ମାନୁଭୂତି ରୂପ ପରମ ସୁଖ ଉପଭୋଗ କରିବା ପାଇଁ ଯୋଗୀକୁ ବଣ ବା ପର୍ବତ ଗୁହାରେ ବାସ କରିବାର ଆବଶ୍ୟକତା ନାହିଁ । ଏଥିପାଇଁ ତାଙ୍କୁ ଅହଂତ୍ୱକୁ ତ୍ୟାଗ କରିବାକୁ ପଡିବ । ଅହଙ୍କାର ମୁକ୍ତ ବ୍ୟକ୍ତି ସ୍ୱତଃ ଆତ୍ମିକ ସ୍ଥିତିରେ ଅବସ୍ଥାନ କରେ । ସେ ସର୍ବଦା ଉଦ୍ଧ୍ୱର୍ାଭିମୁଖୀ ଦିବ୍ୟ ଚେତନାରେ ରହି ସଂସାରର ସମସ୍ତ ଜୀବ ଓ ବସ୍ତୁକୁ ଏକ ନୂତନ ଦୃଷ୍ଟିରେ ଦେଖି କର୍ମ କରେ । ସେ  ଆତ୍ମିକ ଦୃଷ୍ଟିରେ ସମସ୍ତଙ୍କୁ ଭ୍ରାତୃବତ୍ ଜ୍ଞାନ କରେ । କାରଣ ତା'ଦୃଷ୍ଟିରେ ଶରୀର ଜଡ । ସେ ପରମାତ୍ମାଙ୍କୁ ପ୍ରେମ କରୁଥିବାରୁ ଜୀବାତ୍ମାମାନଙ୍କୁ ତାଙ୍କର ସନ୍ତାନ ଭାବି ପ୍ରେମ କରେ । ଏହି ଭଲ ପାଇବାରେ ଦୋଷ ନାହିଁ; କୌଣସି ଭୟ ବା  ଆଶଙ୍କା ମଧ୍ୟ ନାହିଁ  । ଏହାହିଁ ଗୀତାର ସାର । ଈଶ୍ୱରୀୟ ପ୍ରେମ ଓ ଭକ୍ତି ହେଉଛି ସମସ୍ତ ଯୋଗର ପରିଣତି । ଏହାଠାରୁ ଗଭୀରତମ ମହର ବିଶ୍ୱ ପ୍ରେମର ଆଦର୍ଶ ଆଉ କୌଣସି ଦର୍ଶନ ଶାସ୍ତ୍ରରେ ବା ଅନ୍ୟ ଧର୍ମମାନଙ୍କରେ ଦେଖିବାକୁ ମିଳେ ନାହିଁ । ଏହିପରି ଯୋଗସିଦ୍ଧ ବ୍ୟକ୍ତି ସଂସାରର ସମସ୍ତ କର୍ମ କରୁଥିଲେ ମଧ୍ୟ ପୁନରାୟ ଅଜ୍ଞାନରେ ପତିିତ ହୋଇ ତାଙ୍କର କଠିଣ ସାଧନାର ସମସ୍ତ ଫଳ ହରାଇବାର କୌଣସି ସମ୍ଭାବନା ବା ଆଶଙ୍କା ନ ଥାଏ । ଉପନିଷଦ ଓ ବେଦାନ୍ତରେ ମଧ୍ୟ ଏଭଳି ଶିକ୍ଷା ଦିଆଯାଇଛି । କିନ୍ତୁ ସେଗୁଡିକରେ କର୍ମକୁ ଜ୍ଞାନର ଅନ୍ତରାୟ ବୋଲି ମନେ କରି କର୍ମ ସନ୍ୟାସ ଉପରେ ପ୍ରାଧାନ୍ୟ ଦିଆଯାଇଥିବା ସ୍ଥଳେ ଗୀତା ଜ୍ଞାନକୁ କର୍ମର ଭିି ଭାବରେ ସ୍ୱୀକାର କରିଛି । ଏହି ପୃଥିବୀରେ ହିଁ ଅଧ୍ୟାତ୍ମ ପ୍ରକୃତିର ବିକାଶ ଘଟାଇ ବର୍ମାନ ଜୀବନକୁ ଦିବ୍ୟ କରି ଗଢ଼ି ତୋଳିବାର ଏକ ମହାନ ବ୍ୟବହାରିକ ଶିକ୍ଷା ଗୀତାର ମୌଳିକ ପ୍ରଭେଦ । ତେଣୁ ଗୀତାକୁ ସର୍ବଶାସ୍ତ୍ର ଶିରୋମଣିର ମର୍ଯ୍ୟାଦା ପ୍ରଦାନ କରାଯାଇଛି ।

ମନ ନିଗ୍ରହର କୌଶଳ 

ଅସଂଶୟଂ ମହାବାହୋ! ମନୋ  ଦୁର୍ନିଗ୍ରହଂ ଚଳମ୍ ।

ଅଭ୍ୟାସେନ ତୁ କୌନ୍ତେୟ! ବୈରାଗ୍ୟେଣ ଚ ଗୃହ୍ୟତେ ।ା୩୫ାା

ଅସଂଯତାତ୍ମନା ଯୋଗୋ ଦୁଷ୍ପ୍ର୍ରାପ ଇତି ମେ ମତିଃ । 

ବଶ୍ୟାତ୍ମନା ତୁ ଯତତା ଶକ୍ୟୋଽବାପ୍ତୁମୁପାୟତଃ ।ା୩୬ାା

ଅର୍ଥ : ହେ ମହାବାହୁ ! ଚଳ ମନ ସହଜରେ ବଶୀଭୂତ ହୁଏ ନାହିଁ । ସେଥିରେ ସନ୍ଦେହ ନାହିଁ । କିନ୍ତୁ ହେ କୌନ୍ତେୟ ! ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ଏହା ବଶୀଭୂତ ହୁଏ  ।ା୩୫ାା ଅସଂଯତ ବ୍ୟକ୍ତି କର୍ୁକ ଯୋଗ ସିଦ୍ଧି ଦୁଷ୍ପ୍ରାପ୍ୟ । ଏହାହିଁ ମୋର ମତ । କିନ୍ତୁ ବିହିତ ଉପାୟ ଦ୍ୱାରା ସାଧନରେ ଯନôଶୀଳ ସଂଯତ ଚି ବ୍ୟକ୍ତି କୁର୍କ ଯୋଗ ଲାଭ କରାଯାଇ ପାରେ ।ା୩୬ାା

ବ୍ୟାଖ୍ୟା : ଆତ୍ମାରେ ମନକୁ ନିବଦ୍ଧ ରଖି ସ୍ଥାୟୀ ଭାବରେ ସମତ୍ୱରେ ପ୍ରତିଷ୍ଠିତ ରଖିବାକୁ ହେବ । ଏହାହିଁ ଗୀତାର ଯୋଗ । କିନ୍ତୁ ମନ ସ୍ୱଭାବତଃ ଚଳ । ବାହ୍ୟ ବସ୍ତୁର ସ୍ପର୍ଶରେ ଆସିଲେ ମନର ଉର୍ଦ୍ଧାଭିମୁଖୀ ସ୍ଥିତିର (ଯୋଗସ୍ଥିତି) ସ୍ଖଳନ ହୋଇପାରେ ଏବଂ ଏହାଦ୍ୱାରା ବ୍ୟକ୍ତି ଦୁୁଃଖ, ଶୋକାଦିରେ ପୁନଃ ଆକ୍ରାନ୍ତ ହୋଇପାରେ । ସାଧନା ମାର୍ଗରେ ସାଧକକୁ ଅନେକ ସମୟରେ ମନର ଏହି ବାସ୍ତବିକ ସ୍ଥିତି ସହିତ ମୁକାବିଲା କରିବାକୁ ପଡ଼େ । ସେ ମନେକରେ ଚଳ ମନକୁ ବଶୀଭୂତ କରିବା ଓ ସତତ ଯୋଗରେ ପ୍ରତିଷ୍ଠିତ ରହିବା ଏକ କଠିଣ ବ୍ୟାପାର ।

ସାଧକରଏହି ମନୋବୃିର ସଂଶୋଧନ କରିବାକୁ ଯାଇ ପରମାତ୍ମା କହନ୍ତି, ମନ ଦୁର୍ନିରୋଧ ଓ ଚଳ ହେଲେ ମଧ୍ୟ ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ତାହାକୁ ବଶୀଭୂତ କରାଯାଇ ପାରିବ । ତେଣୁ ଏହି କାର୍ଯ୍ୟ ଦୁଃସାଧ୍ୟ ବୋଲି କୌଣସି ସାଧକ(ପୁରୁଷାର୍ଥୀ)ଙ୍କୁ ସାଧନା ପଥରୁ ଭୟଭୀତ ହୋଇ ପଶ୍ଚାତପଦ ହେବା ସର୍ବାଦୌ ଅନୁଚିତ । ଗୀତା ଅନୁସାରେ ଚି ସଂଯମର ପ୍ରକୃଷ୍ଟ ଉପାୟ ହେଉଛି କର୍ମଯୋଗ ବା ରାଜଯୋଗ । ତାହା ସହିତ ଆବଶ୍ୟକ ବୈରାଗ୍ୟ । ଭୋଗ ବାସନାର ଅନୁସରଣ ଦ୍ୱାରା ପ୍ରକୃତ ଶାନ୍ତି ଓ ଆନନ୍ଦ ଲାଭ କରାଯାଇ ପାରେ ନାହିଁ । ତେଣୁ ଆସକ୍ତି ପରିତ୍ୟାଗ କରିବା ସର୍ବୋମ ପନ୍ଥା । କାମ କ୍ରୋଧାାଦିର ବେଗ ସମ୍ବରଣ ବ୍ୟତୀତ ଯୋଗ ସାଧନା ସମ୍ଭବ ନୁହେଁ । ସଂଯମ ପରାୟଣତା, ଶ୍ରଦ୍ଧା ଓ ଉପଯୁକ୍ତ ବିଧି ଅନୁସରଣ ପୂର୍ବକ ନିରନ୍ତର ଅଭ୍ୟାସହିଁ ଯୋଗରେ ସିଦ୍ଧି ପ୍ରଦାନ କରେ ।

ଯୋଗଭ୍ରଷ୍ଟର ଗତି

ପାର୍ଥ ନୈବେହ ନାମୁତ୍ର ବିନାଶସ୍ତସ୍ୟ ବିଦ୍ୟତେ ।

ନହି କଲ୍ୟାଣକୃତ୍ କଶ୍ଚିତ ଦୁର୍ଗତିଂ ତାତ ଗଚ୍ଛତି ।ା୪୦ାା

ପ୍ରାପ୍ୟ ପୁଣ୍ୟକୃତାଂ ଲୋକାନୁଷିତ୍ୱା ଶାଶ୍ୱତୀଃ ସମାଃ ।

ଶୁଚୀନାଂ ଶ୍ରୀମତାଂ ଗେହେ ଯୋଗ ଭ୍ରଷ୍ଟୋଽଭିଜାୟତେ ।ା୪୧ାା

ଅଥବା ଯୋଗିନାମେବ କୁଳେ ଭବତି ଧୀମତାମ୍ ।

ଏତଦ୍ଧି ଦୁର୍ଲଭତରଂ ଲୋକେ ଜନ୍ମ ଯଦୀଦୃଶମ ।ା୪୨ାା

ତତ୍ର ତଂ ବୁଦ୍ଧି ସଂଯୋଗଂ ଲଭତେ ପୌର୍ବ ଦେହିକଂ ।

ଯତତେ ଚ ତତୋ ଭୂୟଃ ସଂସିଦ୍ଧୌ କୁରୁନନ୍ଦନ ।ା୪୩ାା

ପୂର୍ବାଭ୍ୟାସେନ ତେନୈବ ହି୍ରୟତେ ହ୍ୟବଶୋଽପି  ସଃ ।

ଜିଜ୍ଞାସୁରପି ଯୋଗସ୍ୟ ଶବ୍ଦବ୍ରହ୍ମାତି ବର୍ତେ ।ା୪୪ାା

ପ୍ରଯନôାତ୍ ଯତମାନସ୍ତୁ ଯୋଗୀ ସଂଶୁଦ୍ଧ କିଳ୍ ବିଷଃ ।

ଅନେକ ଜନ୍ମ ସଂସିଦ୍ଧ ସ୍ତତୋ ଯାତି ପରାଂ ଗତିମ୍ ।ା୪୫ାା

ଅର୍ଥ : ହେ ପାର୍ଥ ! ତାହାର ଇହ ଲୋକ ବା ପରଲୋକରେ ମଧ୍ୟ ବିନାଶ ନାହିଁ; କାରଣ ହେ ପ୍ରିୟ ! ଶୁଭ କର୍ମକାରୀ କେହି ହେଲେ ଦୁର୍ଗତି ପ୍ରାପ୍ତ ହୁଏ ନାହିଁ ।ା୪୦ାା ଯୋଗ ଭ୍ରଷ୍ଟ ବ୍ୟକ୍ତି ପୁଣ୍ୟ କର୍ମକାରୀମାନଙ୍କର ଲୋକ ଲାଭ କରି ଅନେକ ବର୍ଷ ସେଠାରେ ବାସକରି ଶୁଚି ଓ ଲକ୍ଷ୍ମୀବନ୍ତ ବ୍ୟକ୍ତିଙ୍କ ଗୃହରେ ଜନ୍ମ ଲାଭ କରନ୍ତି ।ା୪୧ାା ଅଥବା ବୁଦ୍ଧିମାନ ଯୋଗୀଙ୍କ କୁଳରେ ଜନ୍ମଗ୍ରହଣ କରନ୍ତି; ଏହିପରି ଜନ୍ମ ଏହି ଜଗତରେ ଦୁର୍ଲଭ ଅଟେ ।ା୪୨ାା ହେ କୁରୁ ନନ୍ଦନ ! (ସେହି ଯୋଗ ଭ୍ରଷ୍ଟ ବ୍ୟକ୍ତି) ସେହି ଯୋଗୀଙ୍କ ଗୃହରେ ପୂର୍ବ ଜନ୍ମରେ ଜାତ ସେହି ଯୋଗବୁଦ୍ଧି ଲାଭ କରନ୍ତି; ତଦନ୍ତର ପୁନରାୟ ସିଦ୍ଧି ପାଇଁ ଯନô କରନ୍ତି ।ା୪୩ାା ସେ ସେହି ପୂର୍ବାଭ୍ୟାସ ବଶତଃ ବାଧ୍ୟ ହୋଇ ଯୋଗ ମାର୍ଗରେ ପ୍ରବୃ ହୁଅନ୍ତି । ଯୋଗର ସ୍ୱରୂପ ଜିଜ୍ଞାସୁ ବ୍ୟକ୍ତି ମଧ୍ୟ ବେଦକୁ ଅତିକ୍ରମ କରେ ।ା୪୪ାା  କିନ୍ତୁ  ପୂର୍ବକୃତ ଯନô ଅପେକ୍ଷା ମଧ୍ୟ ଅଧିକତର ଯନô କରି ନିଷ୍ପାପ ହୋଇ ଅନେକ ଜନ୍ମରେ ସିଦ୍ଧ ହୋଇ ତା'ପରେ ପରମ ଗତି ଲାଭ କରେ ।ା୪୫ାା

ବ୍ୟାଖ୍ୟା : ଶ୍ରଦ୍ଧାପୂର୍ବକ ଯିଏ ଯୋଗ ମାର୍ଗ ଅବଲମ୍ବନ କରିଛନ୍ତି ତାଙ୍କର ବିନାଶ ନାହିଁ । ସମସ୍ତ ତ୍ରୁଟି ବିଚୁ୍ୟତି ଓ ଅସଫଳତାରୁ ଅଭିଜ୍ଞତା ଓ ଶକ୍ତି ସଂଗ୍ରହ କରି ପ୍ରତି ପଦକ୍ଷେପରେ ସେ ସିଦ୍ଧି ଦିଗକୁ ଅଗ୍ରସର ହୁଅନ୍ତି । ପୁଣ୍ୟ,ସା୍ୱିକ କର୍ମ ସମ୍ପାଦନ କରିବା ଫଳ ସ୍ୱରୂପ ବ୍ୟକ୍ତି ମୃତ୍ୟୁ ପରେ ଯେଉଁ ସ୍ଥାନ ପ୍ରାପ୍ତ ହୁଅନ୍ତି, ଯୋଗଭ୍ରଷ୍ଟ ବ୍ୟକ୍ତି ମଧ୍ୟ ସେହିପରି ସ୍ଥାନ ପାଇ ସୁଖ ପୂର୍ବକ ବିଶ୍ରାମ କରନ୍ତି । ପୁଣ୍ୟ କର୍ମକାରୀମାନଙ୍କର ଲୋକକୁ ସ୍ୱର୍ଗ କୁହାଯାଏ । ସାଧାରଣତଃ ଭୂପୃଷ୍ଠର ଉଦ୍ଧ୍ୱର୍ ଭାଗରେ ସ୍ୱର୍ଗର ପରିକଳ୍ପନା କରାଯାଏ । କିନ୍ତୁ ଏହା ଯଥାର୍ଥ ମନେ ହୁଏ ନାହିଁ ।  ପ୍ରତ୍ୟେକ ମାନବାତ୍ମା ତା'ର ଭଲ ବା ମନ୍ଦ କର୍ମର ଫଳଭୋଗ କରିବା ପାଇଁ ଏହି ଭୂପୃଷ୍ଠରେ ଶରୀର ଧାରଣ କରି ଜନ୍ମ ନିଏ । ତେଣୁ ସୃଷ୍ଟିର ଯେଉଁ କାଳାବଧିରେ ମାନବ ସମାଜ ସୁଖ-ଶାନ୍ତି ସମୃଦ୍ଧି ଓ ପବିତ୍ରତାରେ ପରିପୂର୍ଣ୍ଣ ଥିଲା ସେହି ସମୟକୁ ସ୍ୱର୍ଗ କୁହାଯାଏ । ଇତିହାସର ପର୍ଯ୍ୟାଲୋଚନା କଲେ ମଧ୍ୟ ଜଣାଯାଏ ଯେ ବିଭିନ୍ନ କାଳ ଖଣ୍ଡକୁ ନେଇ ବିଭିନ୍ନ ଯୁଗର ପରିକଳ୍ପନା କରାଯାଇଛି । ସେହିପରି ଗୋଟିଏ କଳ୍ପକୁ ସାମାଜିକ, ରାଜନୈତିକ, ଆର୍ଥିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ସମାନ ଚାରି ଭାଗରେ ବିଭକ୍ତ କରାଯାଇ ସତ୍ୟ, ତ୍ରେତା, ଦ୍ୱାପର ଓ କଳି ଏହିପରି ଚାରିଯୁଗର ନାମକରଣ କରାଯାଇଛି । କଳ୍ପର ପୂର୍ବାର୍ଦ୍ଧକୁ (ସତ୍ୟ ଓ ତ୍ରେତା) "ସ୍ୱର୍ଗ' ଓ ଉରାର୍ଦ୍ଧକୁ(ଦ୍ୱାପର ଓ କଳି) "ନର୍କ' ନାମରେ ଅଭିହିତ କରାଯାଇ ପାରେ । ଯୁଗ ଚକ୍ର ବୃାକାରରେ ଆବର୍ିତ ହେଉଥିବାରୁ କଳ୍ପର ପ୍ରଥମାର୍ଦ୍ଧ ଅଥବା ସ୍ୱର୍ଗକୁ ଉପରେ ଓ ଦ୍ୱିତୀୟାର୍ଦ୍ଧ ବା ନର୍କକୁ ନିମ୍ନ ଭାଗରେ ବୋଲି ବର୍ଣ୍ଣନା କରାଯାଏ । କିନ୍ତୁ ଏହା ଭୂପୃଷ୍ଠର ଉଦ୍ଧ୍ୱର୍ ବା ନିମ୍ନ ଭାଗ ନୁହେଁ । ପରମାତ୍ମା କଳ୍ପର ଅନ୍ତିମ ସମୟରେ ଅବତରଣ କରି ସତ୍ୟ ସନାତନ ଧର୍ମର ପୁନଃ ପ୍ରତିଷ୍ଠା ପାଇଁ ଜ୍ଞାନ ଓ  ଯୋଗର ଶିକ୍ଷା ଦିଅନ୍ତି । ଏହି ମାର୍ଗରେ ଗତି କରୁଁ କରୁଁ କାହାରି ପନ ହୋଇଗଲେ ମଧ୍ୟ ସେ ତା'ର ପୁରୁଷାର୍ଥ ଅନୁରୂପ ଫଳ ଲାଭ କରିବା ପାଇଁ ସ୍ୱର୍ଗରେ ଜନ୍ମ ନିଏ । ପୁଣ୍ୟ କ୍ଷୀଣ ହୋଇଗଲେ (କ୍ଷୀଣେ ପୁଣ୍ୟ ମର୍୍ୟଲୋକେ ବିଶନ୍ତି) ପରବର୍ୀ ଜନ୍ମମାନଙ୍କରେ ପବିତ୍ର, ଲକ୍ଷ୍ମୀବନ୍ତ ବ୍ୟକ୍ତିଙ୍କ ଘରେ ଜନ୍ମ ଗ୍ରହଣ କରନ୍ତି । ତେଣୁ କୁହାଯାଇଛି ଯୋଗ ମାର୍ଗ ଅବଲମ୍ବନକାରୀଙ୍କ ଇହ ବା ପରଲୋକ କୌଣସି ସମୟରେ ବିନାଶ ହୁଏ ନାହିଁ ।

ଯୋଗ ଭ୍ରଷ୍ଟ ବ୍ୟକ୍ତିଙ୍କ ପକ୍ଷରେ ଅନ୍ୟ ଏକ ଉମ ଗତି ହେଉଛି ବୁଦ୍ଧିମାନ ଯୋଗୀଙ୍କ ଘରେ ଜନ୍ମ ଗ୍ରହଣ । କାରଣ ସେଠାରେ ସେ ପୁନରାୟ ଯୋଗ ଅଭ୍ୟାସ, ଅନୁକୂଳ ଶିକ୍ଷା ଓ ପାରିପାଶ୍ୱିର୍କ ଅବସ୍ଥା ପ୍ରାପ୍ତ  ହୁଅନ୍ତି । ସେଠାରେ ତାଙ୍କୁ ତାଙ୍କର ଦେହ, ପ୍ରାଣ, ମନର ପୂର୍ଣ୍ଣ ବିକାଶ ପାଇଁ ସମସ୍ତ ଯୁଯୋଗ ମିଳେ । ଗୀତାରେ ପୁନର୍ଜନ୍ମ ବାଦ ସ୍ୱୀକୃତ । ଏହି ମତ ଅନୁସାରେ ମନୁଷ୍ୟର ପ୍ରକୃତି ଓ ଜୀବନର ଗତି ମୂଳତଃ ତାଙ୍କର ପୂର୍ବଜନ୍ମଗୁଡିକ ଦ୍ୱାରା ପୂର୍ବ କୃତ କର୍ମ ଏବଂ ମାନସିକ ଓ ଆଧ୍ୟାତ୍ମିକ ବିକାଶ ଦ୍ୱାରାହିଁ ନିର୍ଦ୍ଧାରିତ ହୁଏ । ଯୋଗ ମାର୍ଗରେ ପ୍ରବୃ ବ୍ୟକ୍ତି ନିଜକୁ କୌଣସି ଶାସ୍ତ୍ର ବା ସାମ୍ପ୍ରଦାୟିକ ମତବାଦ ମଧ୍ୟରେ ଆବଦ୍ଧ ବା ସୀମିତ ରଖନ୍ତି ନାହିଁ । ପରମାତ୍ମା ହେଉଛନ୍ତି ସମସ୍ତ ଜ୍ଞାନର ଉତ୍ସ (ଗ୍ଦକ୍ଟଙ୍କକ୍ସମର)ା ବେଦ ଜ୍ଞାନର ପର୍ଯ୍ୟାୟବାଚୀ । ପରମାତ୍ମାଙ୍କ କୌଣସି ଶାରୀରିକ ଆକୃତି ନ ଥିବାରୁ ତାଙ୍କ ଦ୍ୱାରା ପ୍ରଦ ଜ୍ଞାନକୁ ତାଙ୍କର ବାଙ୍ମୟରୂପ ଶବ୍ଦବ୍ରହ୍ମ  ରୂପରେ ବର୍ଣ୍ଣନା କରାଯାଏ । ସେହି ଜ୍ଞାନ ଆଧାରରେ ଯୋଗୀ ପରମାତ୍ମାଙ୍କୁ ଜାଣେ । ବେଦରେ କର୍ମକାଣ୍ଡର ରୀତିନୀତି ବିଧି ନିଷେଧ ମଧ୍ୟରେ ପ୍ରକୃତ ଜ୍ଞାନ ଲୁପ୍ତ ହୋଇଯାଇଛି । ମହର୍ଷି ଦୟାନନ୍ଦ ଏହି ଜ୍ଞାନକୁ ଉଦ୍ଧାର କରିବା ପାଇଁ ଯତ୍ କିିତ୍ ଉଦ୍ୟମ କରିଥିଲେ । କିନ୍ତୁ କେତେକ ସ୍ୱାର୍ଥନ୍ୱେଷୀ ରୂଢ଼ିବାଦୀ କର୍ମକାଣ୍ଡୀମାନଙ୍କ ଚକ୍ରାନ୍ତରେ ତାଙ୍କର ଏହି ମହ୍ୱପୂର୍ଣ୍ଣ କାର୍ଯ୍ୟ ଅସଂପୂର୍ଣ୍ଣ ରହିଗଲା । ଯୋଗୀ ବ୍ୟକ୍ତି ଏହି ବେଦକୁ ମଧ୍ୟ ଅତିକ୍ରମ କରି ଜ୍ଞାନର ସାଗର ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୁଏ । ବହୁ ଜନ୍ମର ସାଧନାର ସିତ ଫଳ ନେଇ ଉରୋର ଅଧିକତର ଯନôଶୀଳ ହୋଇ ପରମ ଗତି ଲାଭ କରାଯାଏ । ଅତଏବ, ବର୍ମାନ ସିଦ୍ଧି ଲାଭ ହେଲା ନାହିଁ ,ଏହିପରି ଆଶଙ୍କାରେ ଯୋଗମାର୍ଗ ଅବଲମ୍ବନ କରିବାକୁ ଭୟ କରିବା ଠିକ ନୁହେଁ । ତେଣୁ ପରମାତ୍ମା ଯୋଗୀ ହେବା ପାଇଁ ସ୍ପଷ୍ଟ ନିର୍ଦ୍ଧେଶ ଦେଇଛନ୍ତି । ତପସ୍ୱୀଭ୍ୟୋଽଧିକୋ ଯୋଗୀ ଜ୍ଞାନୀଭ୍ୟୋଽପି ମତୋଽଧିକ । କର୍ମିଭ୍ୟଶ୍ଚାଧିକୋ ଯୋଗୀ ତସ୍ମାଦ୍ ଯୋଗୀ ଭବାର୍ଜୁନ ।ା୬/୪୬ାା ଯୋଗୀନାମପି ସର୍ବେଷାଂ ମଦ୍ଗତେନାନ୍ତରାତ୍ମନା । ଶ୍ରଦ୍ଧାବାନ୍ ଭଜତେ ଯୋ ମାମ୍ ସ ମେ ଯୁକ୍ତତମୋ ମତଃ ।ା୬/୪୭ାା ଅର୍ଥାତ ଯୋଗୀ ତପସ୍ୱୀମାନଙ୍କ ଅପେକ୍ଷା ଶ୍ରେଷ୍ଠ, ଜ୍ଞାନୀମାନଙ୍କଠାରୁ ମଧ୍ୟ ଶ୍ରେଷ୍ଠ, କର୍ମୀମାନଙ୍କଠାରୁ ଶ୍ରେଷ୍ଠ, ଏହାହିଁ ମୋର ଅଭିମତ । ହେ ଅର୍ଜୁନ ସେହି ହେତୁ  ତୁ ଯୋଗୀ ହୁଅ ।ା ଯୋଗୀମାନଙ୍କ ମଧ୍ୟରେ ଯିଏ ମୋଠାରେ ଅନ୍ତରାତ୍ମା ସମର୍ପଣ ପୂର୍ବକ ଶ୍ରଦ୍ଧା ସହିତ ମୋ ପ୍ରତି ପ୍ରେମ ଓ ଭକ୍ତିଯୁକ୍ତ ହୁଅନ୍ତି ସେ ମୋ ସହିତ ସର୍ବାପେକ୍ଷା ଯୁକ୍ତ । ଏହାହିଁ ମୋର ଅଭିମତ ।ା୬/୪୬-୪୭ାା

ଯୋଗୀ ପାଇଁ ଆଧ୍ୟାତ୍ମିକ ଜ୍ଞାନ, ତପସ୍ୟା, କର୍ମ ବା ଅନ୍ୟ କିଛିର ନିଜସ୍ୱ କୌଣସି ମୂଲ୍ୟ ନାହିଁ । ଏସବୁ ଦ୍ୱାରା ବା ଅନ୍ୟ  ଯେକୌଣସି ଉପାୟରେ ସେ କେବଳ ପରମାତ୍ମାଙ୍କ ସହିତ ଯୁକ୍ତ ହେବା ପାଇଁ ଚାହାନ୍ତି । ସେ ହିଁ ଶ୍ରେଷ୍ଠ; କାରଣ ଏହି ଯୋଗ ମଧ୍ୟରେ ହିଁ ଜ୍ଞାନ, ଶକ୍ତି ଇତ୍ୟାଦି  ସବୁ କିଛି ନିହିତ ଅଛି । ଏହାରି ମଧ୍ୟରେହିଁ ତାଙ୍କର ଦିବ୍ୟତା ଚରିତାର୍ଥ ହୁଏ । 


Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର