ଚତୁର୍ଥ ଅଧ୍ୟାୟଃ 

ଜ୍ଞାନ ଯୋଗଃ

ପରମାତ୍ମାଙ୍କ ଦିବ୍ୟ ଜନ୍ମ ଓ ଦିବ୍ୟ କର୍ମ  ରହସ୍ୟ

ବହୂନି ମେ ବ୍ୟତୀତାନି  ଜନ୍ମାନି ତବ ଚାର୍ଜୁନ ।

ତାନ୍ୟହ୍ୟଂ ବେଦ ସର୍ବାଣି ନ ତ୍ୱଂ ବେ ପରନ୍ତପ ।ା୫ାା

ଅଜୋଽପି ସନ୍ନବ୍ୟୟାତ୍ମା ଭୂତାନାମୀ ଶ୍ୱରୋଽପି ସନ୍ ।

ପ୍ରକୃତିଂ ସ୍ୱାମଧିଷ୍ଠାୟ ସମ୍ଭବାମ୍ୟାତ୍ମମାୟୟା ।ା୬ାା

ଯଦା ଯଦାହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ ।

ଅଭୁ୍ୟାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ ।ା୭ ।ା

ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍ ।

ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।ା୮ାା

ଜନ୍ମ କର୍ମ ଚ ମେ ଦିବ୍ୟ ମେବଂ ଯୋ ବେି ତ୍ୱତଃ ।

ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମାମେତି ସୋଽର୍ଜ୍ଜୁନ ।ା୯ାା

ବୀତରାଗ ଭୟ କ୍ରୋଧା ମନ୍ମୟା ମାମୁପାଶି୍ରତାଃ । 

ବହବୋ ଜ୍ଞାନତପସା ପୂତା ମଦ୍ଭବମାଗତାଃ ।ା୧୦ାା

ଅର୍ଥ : ""ହେ ଅର୍ଜୁନ ! ମୋର ଏବଂ ତୁମର ମଧ୍ୟ ବହୁ ଜନ୍ମ ବ୍ୟତୀତ ହୋଇଛି; ମୁଁ ସେସବୁ ଜାଣେ; କିନ୍ତୁ ତୁମେ ଜାଣ ନାହିଁ ।ା୫ାା ମୁଁ  ଜନ୍ମରହିତ ଅବିନଶ୍ୱର ସ୍ୱପ୍ରତିଷ୍ଠ ସା ହୋଇ ମଧ୍ୟ ଓ ସର୍ବ ଭୂତର ଅଧୀଶ୍ୱର ହୋଇ ମଧ୍ୟ ନିଜ ପ୍ରକୃତିକୁ ନିୟନ୍ତ୍ରିତ କରି ନିଜ ମାୟା ଦ୍ୱାରା ଆର୍ବିଭୂତ ହୋଇଥାଏ ।ା୬ାା ହେ ଭାରତ ! ଯେଉଁ ଯେଉଁ ସମୟରେ ଧର୍ମର ହାନି ଏବଂ ଅଧର୍ମର ବୃଦ୍ଧି ହୁଏ ସେହି ସମୟରେ ର୍ମୁଁ ନିଜକୁ ପ୍ରକଟ କରେ  ।ା୭ାା ସାଧୁମାନଙ୍କର ରକ୍ଷା ପାଇଁ ଏବଂ ପାପୀମାନଙ୍କର ବିନାଶ ପାଇଁ ଓ ଧର୍ମ ସଂସ୍ଥାପନ ପାଇଁ ମୁଁ ଯୁଗେ ଯୁଗେ ଅବତୀର୍ଣ୍ଣ ହୁଏ ।ା୮ାା ହେ ଅର୍ଜୁନ ! ଯିଏ ମୋର ଏହି ପ୍ରକାର ଦିବ୍ୟ  ଜନ୍ମ ଓ କର୍ମ ସ୍ୱରୂପକୁ ଜାଣେ, ସେ ଦେହ ତ୍ୟାଗ କରି ପୁନର୍ବାର ଜନ୍ମ ନିଏ ନାହିଁ; ପରନ୍ତୁ ମୋତେ ପ୍ରାପ୍ତ ହୁଏ ।ା୯ାା ଆସକ୍ତି, ଭୟ ଓ କ୍ରୋଧ ବର୍ଜିତ ମୋଠାରେ ଏକ ଚି ମୋତେ ଆଶ୍ରୟ କରି ଅନେକ ଜ୍ଞାନ ଓ ତପସ୍ୟା ଦ୍ୱାରା ପବିତ୍ର ହୋଇ ମୋର ଭଗବତ୍ ସା, ଭଗବତ୍ ପ୍ରକୃତି ଲାଭ କରିଛନ୍ତି ।ା୧୦ ।ା

ବ୍ୟାଖ୍ୟା : ଦ୍ୱିତୀୟ ଅଧ୍ୟାୟରୁ କର୍ମଯୋଗ ସମ୍ପର୍କିତ ବର୍ଣ୍ଣନା ଚାଲିଥିଲା । କିନ୍ତୁ ତୃତୀୟ ଅଧ୍ୟାୟରେ ଅର୍ଜୁନଙ୍କ ପ୍ରଶ୍ନ, ବିଷୟ ପ୍ରସଙ୍ଗର ପରିବର୍ନ କରିଦେବାରୁ କର୍ମ କରିବାର ଆବଶ୍ୟକତା ଉପରେ ବିସ୍ତାରିତ ଭାବରେ ଆଲାଚନା ହେଲା । କିନ୍ତୁ ଦ୍ୱିତୀୟ ଅଧ୍ୟାୟରେ ଆରମ୍ଭ ହୋଇଥିବା କର୍ମ ଯୋଗ ପ୍ରକରଣର ସମାପ୍ତି ହୋଇ ନ ଥିଲା । ଏହି ବିଷୟରେ ଅଧିକ ସ୍ପଷ୍ଟୀକରଣର ଆବଶ୍ୟକତା ଥିଲା  । ଏହା ଅତ୍ୟନ୍ତ ପ୍ରାଚୀନ ଓ ଗୋପନୀୟ ବିଷୟ । ଏହା ସହିତ ପରମାତ୍ମାଙ୍କ ଦିବ୍ୟ ଜନ୍ମ ଓ ଦିବ୍ୟ କର୍ମ ଜଡିତ । ପ୍ରତି କଳ୍ପରେ ଏହି ଶିକ୍ଷା ଦେବା ପାଇଁ ପରମାତ୍ମାଙ୍କ ଦିବ୍ୟ ଜନ୍ମ (ଅବତରଣ) ହୁଏ । ଯୋଗ ଦ୍ୱାରା ଜ୍ଞାନ ଓ କର୍ମର ସମନ୍ୱୟ ହୁଏ, କର୍ମ ଜ୍ଞାନରେ ପହୁାଇ ଦିଏ; ଜ୍ଞାନ କର୍ମକୁ ରୂପାନ୍ତରିତ କରେ  ଏବଂ ଉଭୟ ପରମ ପିତା ପରମାତ୍ମାଙ୍କୁ ସମର୍ପିତ ହୁଅନ୍ତି । କିନ୍ତୁ ଏହି ଆଦି ଓ ପ୍ରାଚୀନତମ ଯୋଗ କାଳକ୍ରମେ ବିସ୍ମୃତ ହୋଇଯାଇଥିଲା । ସ କାଳେନେହ ମହତା ଯୋଗୋ ନଷ୍ଟଃ... ।ା୪/୨ାା ଏହାର ପରିଣାମ ସ୍ୱରୂପ ସମାଜରେ ବିଶୃଙ୍ଖଳା ଦେଖା ଦେଲା ।  ଧର୍ମର ବିକୃତ ବ୍ୟାଖ୍ୟା ହୋଇ ସମାଜ ବିଭିନ୍ନ ସାମ୍ପ୍ରଦାୟିକ ଗୋଷ୍ଠୀରେ ବିଭକ୍ତ ହୋଇଗଲା ।  ଧର୍ମରୁ ଆଧ୍ୟାତ୍ମିକତା ବିଲୁପ୍ତ ହୋଇ କର୍ମକାଣ୍ଡ ପ୍ରାଧାନ୍ୟ ବିସ୍ତାର କଲା । ଲୋକେ ଧର୍ମ ଓ କର୍ମ ଭ୍ରଷ୍ଟ ହୋଇ ପାପାଚରଣରେ ଲିପ୍ତ ହେଲେ । ଏହିପରି ଏକ ଧର୍ମ ସଙ୍କଟ ସମୟରେ ହିଁ ପରମାତ୍ମାଙ୍କ ଅବତରଣ ହୁଏ ଓ ସେ ଲୁପ୍ତ ପ୍ରାୟ ଏହି ଜ୍ଞାନ ଯୋଗ ପୁନଶ୍ଚ ବ୍ୟାଖ୍ୟା କରନ୍ତି । କଳ୍ପକଳ୍ପାନ୍ତର ଧରି ଏହି ପରମ୍ପରାର ପୁନରାବର୍ନ ହୁଏ । ଯିଏ ସୃଷ୍ଟିର ପୁନରାବର୍ନ ସିଦ୍ଧାନ୍ତକୁ ବୁଝି ପାରେ ନାହିଁ; ତା'ମନରେ ପ୍ରଶ୍ନ ଉଠେ ଯେ ପରମାତ୍ମା କିପରି ଏକ ସାଧାରଣ ମାନବ ଶରୀର ଆଧାରରେ ଅବତରଣ କରିବେ ?

ପରମାତ୍ମା ସାଧାରଣ ମାନବାତ୍ମା ପରି ମାତୃ ଗର୍ଭରେ ଜନ୍ମ ନିଅନ୍ତି  ନାହିଁ । କାରଣ ମାତୃ ଗର୍ଭରୁ ଜନ୍ମ ହେଲା ମାତ୍ରକେ ଜୀବାତ୍ମା  ପ୍ରକୃତି ଦ୍ୱାରା ବଶୀଭୂତ ହୋଇ କର୍ମ  କରିବାକୁ ବାଧ୍ୟ ହେବ । ଜନ୍ମ ନେଲେ ମୃତ୍ୟୁ ମଧ୍ୟ ତା' ପାଇଁ ଆସିବ । ଜାତସ୍ୟ ହି ଧ୍ରୁବଂ ମୃତ୍ୟୁ । ""ମର୍୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେହେଁ ମରଇ''  । କିନ୍ତୁ ପରମାତ୍ମା ତ ଜନ୍ମ ମରଣର ଉଦ୍ଧ୍ୱର୍ରେ । ତେଣୁ ପ୍ରକୃତି ଜନ୍ୟ ଶରୀର ଧାରଣ କରି ସେ ଜନ୍ମ ହୁୁଅନ୍ତି ନାହିଁ; ବରଂ ନିଜ ଈଶ୍ୱରୀୟ ଶକ୍ତି ବଳରେ ଅନ୍ୟ ଏକ ଶରୀର ମାଧ୍ୟମରେ ପରକାୟା ପ୍ରବେଶ ଦ୍ୱାରା ଦିବ୍ୟ ଅବତରଣ କରନ୍ତି । ତେଣୁ ସମସ୍ତେ ତାଙ୍କୁ ଚିହ୍ନି ପାରନ୍ତି ନାହିଁ ।

ଧର୍ମ କୌଣସି ମତବାଦ ବା କର୍ମକାଣ୍ଡକୁ ବୁଝାଏ ନାହିଁ । ଧର୍ମ ଯେତେବେଳେ ସାମ୍ପ୍ରଦାୟିକତାର ରୂପ ନିଏ ସେତେବେଳେ ଧର୍ମର ଗ୍ଳାନି ହୁଏ । ଧର୍ମ ହେଉଛି ବାହ୍ୟ ଓ ଆଭ୍ୟନ୍ତରୀଣ ଜୀବନ ଯାପନ ପ୍ରଣାଳୀ । ଏହା କୌଣସି ପୂଜା ପଦ୍ଧତି ନୁହେଁ । ଏହା ହେଉଛି ଜୀବନକୁ ଗଢ଼ି ତୋଳିବାର ଏକ ନୀତି,ଯଦ୍ଧ୍ୱାରା ଆମେ ନିଜର ବାସ୍ତବିକ ସ୍ୱରୂପ ଉପଲବ୍ଧି କରି (ସ୍ମୃତି ଲବ୍ଧା) ଏକ ଦିବ୍ୟ ଜୀବନ ଲାଭ କରି ପାରିବା । ପରମାତ୍ମା ଏହିପରି ଏକ ଧର୍ମର ପ୍ରତିଷ୍ଠା ପାଇଁ ଅବତରଣ କରନ୍ତି । ମନୁଷ୍ୟ ମଧ୍ୟରେ ଥିବା ସମସ୍ତ ପ୍ରକାର କୁସଂସ୍କାର ଓ ପାପ ପ୍ରବୃିକୁ ଦୂରକରି ସେମାନଙ୍କୁ ପୁନଶ୍ଚ ସତ୍ୟ ଧର୍ମ ମାର୍ଗରେ ପରିଚାଳିତ କରି ଏକ ସ୍ୱର୍ଣ୍ଣିମ ସ୍ୱର୍ଗ ରାଜ୍ୟ ପ୍ରତିଷ୍ଠାର ପଥ ପ୍ରଶସ୍ତ କରନ୍ତି ।

ସାଧୁମାନଙ୍କୁ ପରିତ୍ରାଣ, ଅଧର୍ମର ବିନାଶ ତଥା ଧର୍ମ ସଂସ୍ଥାପନ – ଏହି ତିନୋଟି କାରଣରୁ ପରମାତ୍ମାଙ୍କୁ ମାନବ ଦେହରେ ଅବତରଣ କରିବାକୁ ପଡ଼େ  । ସମାଜର ଧାର୍ମିକ, ରାଜନୈତିକ, ସମାଜିକ ସ୍ତରର ପୁରୋଭାଗରେ ଥିବା ବ୍ୟକ୍ତିମାନେ ପ୍ରଥମେ କାମ କ୍ରୋଧାଦି ବିକାର ଦ୍ୱାରା ବଶୀଭୂତ ହୋଇ ଧର୍ମ ଭ୍ରଷ୍ଟ ଓ କର୍ମ ଭ୍ରଷ୍ଟ ହୋଇ ପଡନ୍ତି । ସେମାନଙ୍କୁ ଦେଖି ସମାଜର ସାଧାରଣ ବ୍ୟକ୍ତି ତଦନୁରୂପ ଆଚରଣ କରନ୍ତି । ଏହିପରି ଏକ ଧର୍ମ ସଙ୍କଟ ବେଳାରେ ହିଁ ପରମାତ୍ମାଙ୍କ ଅବତରଣ ହୁଏ । ସେ ପ୍ରାଚୀନତମ ଜ୍ଞାନ ଓ ଯୋଗର (କର୍ମଯୋଗ) ଶିକ୍ଷା ଦେଇ ମନୁଷ୍ୟମାନଙ୍କ ମଧ୍ୟରେ ଥିବା କଳିଯୁଗୀୟ ଆସୁରୀ ସଂସ୍କାରଗୁଡ଼ିକ ଦୂର କରନ୍ତି ଓ ସେମାନଙ୍କ ମଧ୍ୟରେ ଦୈବୀ ସଂସ୍କାର ସାର କରନ୍ତି । ଏଥିପାଇଁ କୁହାଯାଏ ଯେ, ପରମାତ୍ମା ସାଧୁମାନଙ୍କୁ ପରିତ୍ରାଣ କରନ୍ତି ଅର୍ଥାତ ସେମାନଙ୍କ ମଧ୍ୟରେ ଥିବା ଦୁଷ୍କୃତି (ଅଧର୍ମ)ର ବିନାଶ କରି ସେମାନଙ୍କୁ ପୁନଶ୍ଚ ଜ୍ଞାନଯୋଗ ମାର୍ଗରେ ପରିଚାଳିତ କରନ୍ତି । ଏହାଦ୍ୱାରା ସେମାନଙ୍କର ପରିତ୍ରାଣ ହୁଏ ଅର୍ଥାତ କଲ୍ୟାଣ ହୁଏ । ସୃଷ୍ଟିରେ ପ୍ରତ୍ୟକ୍ଷ ଅନୁଭବ ବିନା ମାନବର ଦିବ୍ୟ ଜନ୍ମ ସମ୍ଭବ ନୁହେଁ । ଜୀବନରେ ଦିବ୍ୟତା ନ ଆସିବା ପର୍ଯ୍ୟନ୍ତ ଧର୍ମ ସଂସ୍ଥାପନ ସମ୍ଭବ ନୁହେଁ । ଯେଉଁମାନେ ପରମାତ୍ମାଙ୍କ ଅବତରଣର ରହସ୍ୟକୁ ବୁଝି ପାରନ୍ତି ସେମାନେ ପ୍ରକୃତରେ ପ୍ରତ୍ୟକ୍ଷ ଈଶ୍ୱରୀୟ ବରଦାନ ଲାଭ କରିପାରନ୍ତି ।

ପରମାତ୍ମାଙ୍କୁ ଜାଣିବା ମାନବ ଜୀବନର ଶ୍ରେଷ୍ଠ କଲ୍ୟାଣ । କେବଳ ତାଙ୍କୁ ତ୍ୱ ଜ୍ଞାନ ଆଧାରରେ ଧ୍ୟାନ କଲେ ହେବ ନାହିଁ । ମାନବ ଦେହ ଆଧାରରେ ସେ ଦିବ୍ୟ ଜନ୍ମ (ଅବତରଣ) ନେଇ ଯେଉଁ ଦିବ୍ୟ କର୍ମ ସମ୍ପାଦନ କରୁଛନ୍ତି ତାହାର ଗୁଢ଼ ରହସ୍ୟ ବୁଝିବାକୁ ହେବ । ଦିବ୍ୟ ଜନ୍ମର ରହସ୍ୟ ବୁଝିଲେ ଆମେ ଦିବ୍ୟ ଭାବ ପ୍ରାପ୍ତ ହେବା; ଦିବ୍ୟ କର୍ମର ରହସ୍ୟ ଜାଣିଲେ ଆମେ ସେହି ପଥରେ ପରିଚାଳିତ ହୋଇ ମୁକ୍ତି ଓ ଜୀବନ୍ମୁକ୍ତି ଲାଭ କରିବା । ମାନବ ମଧ୍ୟରେ ଦିବ୍ୟ ସଂସ୍କାର ରୋପଣ କରିବା ତଥା ଦିବ୍ୟ କର୍ମର ସ୍ୱରୂପ ପ୍ରଦର୍ଶନ କରାଇବା ପାଇଁ ପରମାତ୍ମା ମାନବ ଶରୀର ଆଧାରରେ ଅବରତଣ କରନ୍ତି । ଯିଏ ତାଙ୍କର ଦିବ୍ୟ ଜନ୍ମ ଓ ଦିବ୍ୟ କର୍ମର ରହସ୍ୟ ଜାଣିପାରେ ସେ ତାଙ୍କ ସ୍ମୃତିରେ ତନ୍ମୟ ହୋଇଯାଏ; ତାଙ୍କ ଆଶ୍ରୟ ନିଏ; ତାଙ୍କ ଠାରୁ ଜ୍ଞାନ ପ୍ରାପ୍ତ ହୋଇ ପବିତ୍ର ଜୀବନ ଦ୍ୱାରା ଆସୁରୀ ସଂସ୍କାରକୁ ପରିବର୍ନ କରେ; ସର୍ବଦା ଭଗବତ୍ ଭାବରେ ପ୍ରଭାବିତ ହୋଇ ଦିବ୍ୟ ଶାନ୍ତି ଓ ଆନନ୍ଦ ଲାଭ କରେ ।

ପରମାତ୍ମା ପ୍ରାପ୍ତିର ସୁଲଭ ପନ୍ଥା - ""ନିଷ୍କାମ କର୍ମଯୋଗ''

ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହମ୍  ।

ମମ ବର୍ତ୍ମାନୁବର୍ନ୍ତେ ମନୁଷ୍ୟାଃ ପାର୍ଥ ! ସର୍ବଶଃ  ।ା୧୧ାା

କାଙ୍କ୍ଷନ୍ତଃ କର୍ମଣାଂ ସିଦ୍ଧିଂ ଯଜନ୍ତ ଇହ ଦେବତାଃ ।

କ୍ଷିପ୍ରଂ ହି ମାନୁଷେ ଲୋକେ ସିଦ୍ଧିର୍ଭବତି କର୍ମଜା  ।ା୧୨ାା

ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମ ବିଭାଗଶଃ । 

ତସ୍ୟ କର୍ାରମପି ମାଂ ବିଦ୍ଧ୍ୟକର୍ାରମବ୍ୟୟମ୍  ।ା୧୩ାା

ନ ମାଂ କର୍ମାଣି ଲିମ୍ପନ୍ତି ନ ମେ କର୍ମଫଳେ ସ୍ପୃହା ।

ଇତି ମାଂ ଯୋଽଭିଜାନାତି କର୍ମଭିର୍ନ ସ ବଧ୍ୟତେ  ।ା୧୪ାା

ଏବଂ ଜ୍ଞାତ୍ୱା କୃତଂ କର୍ମ ପୂର୍ବୈରପି ମୁମୁକ୍ଷୁଭିଃ । 

କୁରୁ କର୍ମୈବ ତସ୍ମା୍ୱଂ ପୂର୍ବୈଃ ପୂର୍ବତରଂ କୃତମ୍ ।ା୧୫ାା 

କିଂ କର୍ମ କିମକର୍ମେତି କବୟୋଽପ୍ୟତ୍ର ମୋହିତାଃ ।

ତେ କର୍ମ ପ୍ରବକ୍ଷ୍ୟାମି ଯଜ୍ଜ୍ଞାତ୍ୱା ମୋକ୍ଷ୍ୟସେଽଶୁଭାତ୍  ।ା୧୬ାା

କର୍ମଣୋ ହ୍ୟପି ବୋଦ୍ଧବ୍ୟଂ ବୋଦ୍ଧବ୍ୟ ବିକର୍ମଣଃ ।

ଅକର୍ମଣଶ୍ଚ ବୋଦ୍ଧବ୍ୟଂ ଗହନା କର୍ମଣୋ ଗତିଃ  ।ା୧୭ାା

କର୍ମଣ୍ୟକର୍ମ ଯଃ ପଶ୍ୟେଦକର୍ମଣି ଚ କର୍ମ ଯଃ । 

ସ ବୁଦ୍ଧିମାନ୍ ମନୁଷ୍ୟେଷୁ ସ ଯୁକ୍ତଃ କୃତ୍ସ୍ନକର୍ମକୃତ  ।ା୧୮ାା

ଅର୍ଥ : ଯିଏ ଯେଉଁ ଭାବେ ମୋ ନିକଟକୁ  ଆସେ ମୁଁ ତାଙ୍କୁ ସେହି ଭାବରେ ହିଁ ମୋ ପ୍ରେମରେ ଗ୍ରହଣ କରେ; ହେ ପାର୍ଥ ! ମନୁଷ୍ୟଗଣ ସର୍ବ ପ୍ରକାରେ ମୋରି ପଥ ଅନୁସରଣ କରନ୍ତି ।ା୧୧ାା ଏହି ଲୋକରେ କର୍ମ ସମୂହର ସଫଳତା ଆକାଙ୍କ୍ଷାକାରୀ ବ୍ୟକ୍ତିଗଣ ଦେବଗଣଙ୍କ ଉଦ୍ଧେଶ୍ୟରେ ଯଜ୍ଞ କରନ୍ତି; ମନୁଷ୍ୟଲୋକରେ କର୍ମ ଜନିତ ସିଦ୍ଧିଲାଭ ଶୀଘ୍ର ହୁଏ ।ା୧୨ାା ମୋ ଦ୍ୱାରା ଗୁଣ ଓ କର୍ମର ବିଭାଗ ଅନୁସାରେ ବ୍ରାହ୍ମଣାଦି ଚାର ିବର୍ଣ୍ଣ ସୃଷ୍ଟି ହୋଇଛି । ତା'ର କର୍ା ହେଲେ ହେଁ ମୋତେ ଅବିନାଶୀ ଅକର୍ା ବୋଲି ଜାଣ ।ା୧୩ାା କର୍ମ ସମୂହ ମୋତେ ଲିପ୍ତ କରେ ନାହିଁ; କର୍ମ ଫଳରେ ମୋର ବାସନା ନାହିଁ; ଏହି ରୂପେ ଯିଏ, ମୋତେ ଜାଣନ୍ତି ସେ କର୍ମ ସମୂହ ଦ୍ୱାରା ଆବଦ୍ଧ ହୁଅନ୍ତି ନାହିଁ ।ା୧୪ାା ଏହିପରି ଜାଣି ପ୍ରାଚୀନ ମୁକ୍ତିକାମୀଗଣ ମଧ୍ୟ କର୍ମ ଅନୁଷ୍ଠାନ କରିଥିଲେ; ଅତଏବ ତୁମେ ପୂର୍ବବର୍ୀ ମନିଷୀମାନଙ୍କ ପରି କର୍ମ କର ।ା୧୫ାା କର୍ମ କ'ଣ ? ଅକର୍ମ କଣ?ଏହି ବିଷୟରେ ଜ୍ଞାନୀ ବ୍ୟକ୍ତିଗଣ ମଧ୍ୟ ବିମୂଢ଼ ଓ ବିଭ୍ରାନ୍ତ ହୁଅନ୍ତି । ମୁଁ ତୋତେ ସେହି କର୍ମ କହିବି ଯାହା ଜାଣି ତୁ ସମସ୍ତ ଅମଙ୍ଗଳରୁ ମୁକ୍ତ ହେବୁ ।ା୧୬ ।ା ଅକର୍ମର ସ୍ୱରୂପ ବୁଝିବାକୁ ହେବ କାରଣ କର୍ମର ଗତି ଅତି ଗହନ ଅଟେ ।ା୧୭ାା ଯିଏ କର୍ମ ମଧ୍ୟରେ ଅକର୍ମ ଏବଂ ଅକର୍ମ ମଧ୍ୟରେ ଯିଏ କର୍ମ ଦର୍ଶନ କରେ ସେ ମନୁଷ୍ୟମାନଙ୍କ ମଧ୍ୟରେ ପ୍ରକୃତ ବୁଦ୍ଧିମାନ ଓ ବିବେକୀ ପୁରୁଷ । ସେ ଯୋଗଯୁକ୍ତ ହୋଇ ସମସ୍ତ କର୍ମ କରେ ।ା୧୮ ।ା

ବ୍ୟାଖ୍ୟା : ମାନବାତ୍ମା ନିଜ ନିଜ ପ୍ରକୃତି ଅନୁସାରେ ପରମାତ୍ମା ପ୍ରାପ୍ତି ପଥ ବାଛି ନିଏ । ପରମାତ୍ମାଙ୍କୁ ଯିଏ ଯେପରି ଭାବରେ ବୁଝି ପାରିଛି ସିଏ ସେପରି ଭାବରେ ତାଙ୍କୁ ପାଏ । ପରମାତ୍ମାଙ୍କ ଦିବ୍ୟ କର୍ମକୁ ଯିଏ ବୁଝି ପାରେ ସେ ସେହି ପଥରେ ପରିଚାଳିତ ହୁଏ । ପରମାତ୍ମା ମଧ୍ୟ ତାକୁ ସେହି ଭାବରେ ବା‚ିତ ଫଳ ପ୍ରଦାନ କରନ୍ତି । 

ଅଧିକାଂଶ ଲୋକ ସେମାନଙ୍କ ମଧ୍ୟରେ ଭାଗବତ ପ୍ରକୃତିର ବିକାଶ ଚାହାନ୍ତି ନାହିଁ । ଅପର ପକ୍ଷରେ ସେମାନେ ସାଂସାରିକ କର୍ମର ସଫଳତା ପାଇଁ ଦେବତାମାନଙ୍କ ଉପାସନା କରନ୍ତି । ଏହିପରି ଜ୍ଞାନଶୂନ୍ୟ ସକାମ କର୍ମର ସଫଳତା ଶୀଘ୍ର ପ୍ରାପ୍ତ ହୁଏ । କିନ୍ତୁ ଜ୍ଞାନର ସହିତ ପରମାତ୍ମାଙ୍କ ନିର୍ଦ୍ଧେଶିତ ମାର୍ଗରେ ପରିଚାଳିତ ହୋଇ ନିଜ ମଧ୍ୟରେ ଦିବ୍ୟଗୁଣ ବିକାଶ କରିବା କଷ୍ଟକର ବ୍ୟାପାର । ଏହାଦ୍ୱାରା ଉଚ୍ଚତର ପ୍ରାରବ୍ଧ ପ୍ରାପ୍ତି ହୁଏ ।

ମାନବ ସହଜରେ ଦିବ୍ୟ କର୍ମର ନୀତି ଗ୍ରହଣ କରିପାରେ ନାହିଁ । ସେଥିପାଇଁ ପରମାତ୍ମା ଗୁଣ ଅନୁସାରେ କର୍ମର ବିଭାଗ କରିଛନ୍ତିି । ନିଜ ନିଜ ପ୍ରକୃତି ଅନୁସାରେ କର୍ମ କରିବା ସମସ୍ତଙ୍କ ପକ୍ଷରେ ସହଜ ସାଧ୍ୟ । ଏହିପରି କର୍ମ କରି ମାନବ ନିଜ ମଧ୍ୟରେ ଆଧ୍ୟାତ୍ମିକ ବିକାଶ କରି ପାରିବ । ବର୍ମାନ ଯେଉଁ ଜାତିଭେଦ ସମାଜରେ ପ୍ରଚଳିତ ତାହା ଜନ୍ମ ଅନୁସାରେ କର୍ମର ବ୍ୟବସ୍ଥା ହେତୁ; ଗୁଣ ଅନୁସାରେ ନୁହେଁ । ତେଣୁ ଏହା ଈଶ୍ୱରୀୟ ବିଧାନର ପରିପନ୍ଥୀ । ପରମାତ୍ମା ମାନବ ଶରୀର ଆଧାରରେ କର୍ମର ଆଦର୍ଶ ପ୍ରସ୍ତୁତ କରନ୍ତି; କିନ୍ତୁ ସେ ପ୍ରକୃତି ଦ୍ୱାରା ବଶୀଭୂତ  ହୁଅନ୍ତି ନାହିଁ । ତାଙ୍କ ଇଚ୍ଛା ଅନୁସାରେ ପ୍ରକୃତି ସମସ୍ତ କର୍ମ ସମ୍ପାଦନ କରେ; କିନ୍ତୁ ସେ କୌଣସି କର୍ମରେ ଲିପ୍ତ ହୁଅନ୍ତି ନାହିଁ । ତାଙ୍କ ଦ୍ୱାରା ଚର୍ତୁବର୍ଣ୍ଣ ସୃଷ୍ଟି ହୋଇଥିଲେ ମଧ୍ୟ ସେ ସେଥିରେ ଆବଦ୍ଧ ହୁଅନ୍ତି ନାହିଁ । ସକଳ କର୍ମର କର୍ା ହୋଇ ମଧ୍ୟ ସେ ଅକର୍ା ।

ପରମାତ୍ମାଙ୍କୁ ଜାଣିବା ମାନବ ପକ୍ଷରେ ପରମ କଲ୍ୟାଣ କାରକ । କିନ୍ତୁ ତାଙ୍କୁ କେବଳ ତାଙ୍କ ସ୍ୱରୂପେରେ ଜାଣିବା ଯଥେଷ୍ଟ ନୁହେଁ । ଭୂପୃଷ୍ଟରେ ତାଙ୍କ ଦିବ୍ୟ ଅବତରଣ ଓ ଦିବ୍ୟକର୍ମର ମର୍ମ ଜାଣିବା ଏକାନ୍ତ ଆବଶ୍ୟକ । କାରଣ ଈଶ୍ୱରୀୟ ଅବତରଣର ପ୍ରତ୍ୟକ୍ଷତା ବିନା କର୍ମରେ ଦିବ୍ୟତା ଆସିବ ନାହିଁ । ପରମାତ୍ମା ଶରୀର ଧାରଣ କରି ଜନ୍ମ ହେଉ ନଥିବାରୁ ସେ ଯେଉଁ ଶରୀର ଆଧାରରେ ଅବତରଣ କରନ୍ତି ଓ କର୍ମର ଆଦର୍ଶ ପ୍ରସ୍ତୁତ କରନ୍ତି ସେଥିରେ ତାଙ୍କର କୌଣସି ଆସକ୍ତି ନଥାଏ । ଏହିପରି ଯିଏ ତାଙ୍କୁ ଜାଣିପାରେ ସେ ମଧ୍ୟ କର୍ମରେ ବାନ୍ଧି ହୁଏ ନାହିଁ ।

ପ୍ରାଚୀନ କାଳରେ କର୍ମଯୋଗୀମାନେ ପରମାତ୍ମାଙ୍କ ଏହି ଦିବ୍ୟ ଅବତରଣ ଓ ଦିବ୍ୟକର୍ମର ରହସ୍ୟ ଜାଣିଥିଲେ । ସୁତରାଂ ସେମାନେ ସେହି ଅନୁରୂପ କର୍ମରେ ପ୍ରବୃ ହୋଇଥିଲେ । ସେମାନେ କର୍ମ ତ୍ୟାଗ କରି ସନ୍ନ୍ୟାସୀମାନଙ୍କ ପରି ବଣ ଜଙ୍ଗଲକୁ ପଳାୟନ କରି ନ ଥିଲେ । ସେମାନେ ଜାଣିଥିଲେ ଯେ କର୍ମ ସନ୍ନ୍ୟାସ ଦ୍ୱାରା ଈଶ୍ୱର ପ୍ରାପ୍ତି ସହଜ ସୁଲଭ ନୁହେଁ । ତେଣୁ ଶରୀରର ବନ୍ଧନରୁ ମୁକ୍ତ ହୋଇ ଅନାସକ୍ତ  ଭାବରେ କର୍ମ କରି ସେମାନେ ମୁକ୍ତି ଓ ଜୀବନମୁକ୍ତି ପାଇଥିଲେ । ଏହିପରି କର୍ମ ଆଚରଣ କରିବା ପାଇଁ ପରମାତ୍ମା ଅର୍ଜୁନଙ୍କ ମାଧ୍ୟମରେ ମାନବାତ୍ମାମାନଙ୍କୁ ଉପଦେଶ ଦେଉଛନ୍ତି ।

ସଂସାରରେ ପରମାତ୍ମାଙ୍କ ଅବତରଣ ସମୟରେ କର୍ମ ସମ୍ବନ୍ଧରେ ଦେଶ, କାଳ, ପାତ୍ର ଅନୁସାରେ ବିଭିନ୍ନ ପ୍ରକାର ମତ ଓ ଆଦର୍ଶ ପ୍ରଚଳିତ ହେଉଥାଏ । ସେଥିରେ କୌଣସି ସ୍ଥାୟୀ ନୀତି ନିୟମ ନଥାଏ । ଲୋକେ ଗତାନୁଗତିକ ଭାବେ ଏହି ଆଦର୍ଶକୁ ଅନ୍ଧଭାବରେ ଅନୁସରଣ କରନ୍ତି । ଏହାଦ୍ୱାରା ସମାଜରେ ବିଭ୍ରାଟଜନକ ପରିସ୍ଥିତି ସୃଷ୍ଟି ହୁଏ । ଏହା ଚିନ୍ତାଶୀଳ ବ୍ୟକ୍ତିଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରେ । ସେମାନେ କର୍ମକୁ ବନ୍ଧନର କାରଣ ବୋଲି ଭ୍ରାନ୍ତ ଧାରଣା ପୋଷଣ କରନ୍ତି  । ଏହି ଭ୍ରାନ୍ତ ଧାରଣା ହିଁ କର୍ମ ସନ୍ନ୍ୟାସ ବା ନିଷ୍କ୍ରିୟତାର ଜନ୍ମଦାତା । କିନ୍ତୁ ପ୍ରକୃତ ପକ୍ଷରେ ଏହା ମାନବ ଜୀବନର ଅନ୍ତିମ ଲକ୍ଷ୍ୟ ପ୍ରାପ୍ତିର ମାର୍ଗ ନୁହେଁ । କର୍ମ ଓ ଅକର୍ମ କ'ଣ – ଏହା ମାନବ ସମାଜକୁ ବୁଝାଇବା ପାଇଁ ପରମାତ୍ମାଙ୍କୁ ମାନବୀୟ ଶରୀର ମାଧ୍ୟମରେ ଅବତରଣ କରିବାକୁ ପଡ଼େ ।

ଯିଏ ସାମାଜିକ, ନୈତିକ, ମାନସିକ ଆଦର୍ଶ ଓ ବିଧି ନିଷେଧ ଦ୍ୱାରା କର୍ମର ବିଚାର କରେ ସେ କେବଳ ବାହି୍ୟକ ଓ ଅବାନ୍ତର ବିଚାର କରେ । କର୍ମର ନିଗୂଢ଼ ତ୍ୱର ସନ୍ଧାନ ସେ ପାଏ ନାହିଁ । ସେଥିପାଇଁ ପ୍ରତି ପଦକ୍ଷେପରେ ତା'ର ଭୁଲ ଭ୍ରାନ୍ତି ହୁଏ । ଗୀତା କର୍ମର ଭଲ ଓ ମନ୍ଦର କୌଣସି ବାହି୍ୟକ ଲକ୍ଷଣ କହି ନାହିଁ । ଏହା କର୍ମ ପଛରେ ଥିବା ମାନସିକ ଓ ଆଧ୍ୟାତ୍ମିକ ଭାବ ଉପରେ ଗୁରୁତ୍ୱ  ଦେଇଛି ।

ମନୁଷ୍ୟ କର୍ମ ପରିତ୍ୟାଗ କରି ଯେତେ ନିଶ୍ଚଳ ହୋଇ ରହିଲେ ମଧ୍ୟ ଅବିରାମ ପ୍ରକୃତିର କର୍ମ ଚାଲୁଥାଏ । ତେଣୁ କର୍ମ ପରିତ୍ୟାଗ କରିବା ଅପେକ୍ଷା ଦେହ ଅଭିମାନ ତ୍ୟାଗ କରି ଆତ୍ମିକ ସ୍ମୃତିରେ ନିରନ୍ତର ରହି ଈଶ୍ୱର ଇଚ୍ଛା ଅନୁସାରେ କର୍ମ କଲେ ତାହା ବନ୍ଧନର କାରଣ ହୁଏ ନାହିଁ । ""ମୋର ସମସ୍ତ କର୍ମର ଅଧୀଶ୍ୱର ପରମାତ୍ମା; ମୁଁ କେବଳ ନିମି ମାତ୍ର''– ଏହି ସ୍ମୃତିରେ ରହି ପରମାର୍ଥ ପାଇଁ କର୍ମ କରିବା ହିଁ ଦିବ୍ୟ କର୍ମର ଲକ୍ଷଣ ।

ନିଷ୍କାମ କର୍ମଯୋଗୀର ଆଚରଣ

ଯସ୍ୟ ସର୍ବେ ସମାରମ୍ଭାଃ କାମ ସଂକଳ୍ପ  ବର୍ଜିତାଃ ।

ଜ୍ଞାନାଗ୍ନିଦଗ୍ଧ କର୍ମାଣଂ ତମାହୁଃ ପଣ୍ଡିତଂ ବୁଧାଃ ।ା୧୯ାା

ତ୍ୟକ୍ତ୍ୱା କର୍ମଫଳାସଙ୍ଗଂ ନିତ୍ୟତୃପ୍ତୋ ନିରାଶ୍ରୟଃ ।

କର୍ମଣ୍ୟଭିପ୍ରବୃେାଽପି ନୈବ କିିତ୍ କରୋତି ସଃ ।ା୨୦ାା

ନିରାଶୀର୍ଯତଚିାତ୍ମା ତ୍ୟକ୍ତସର୍ବ ପରିଗ୍ରହଃ । 

ଶାରୀରଂ କେବଳଂ କର୍ମ କୁର୍ବାନ୍ନାପ୍ନୋତି କିଳ୍ୱିଷମ୍ ।ା୨୧ାା

ଯଦୃଚ୍ଛାଲାଭ ସନ୍ତୁଷ୍ଟୋ ଦ୍ୱନ୍ଦ୍ୱାତୀତୋ ବିମତ୍ସରଃ । 

ସମଃ  ସିଦ୍ଧାବସିଦ୍ଧୌ ଚ କୃତ୍ୱାପି ନ ନିବଧ୍ୟତେ ।ା୨୨ାା

ଗତ ସଙ୍ଗସ୍ୟ ମୁକ୍ତସ୍ୟ ଜ୍ଞାନାବସ୍ଥିତ ଚେତସଃ  । 

ଯଜ୍ଞାୟାଚରତଃ କର୍ମ ସମଗ୍ରଂ ପ୍ରବିଲୀୟତେ ।ା୨୩ାା

ଅର୍ଥ : ବାସନାଶୂନ୍ୟ ଓ ଜ୍ଞାନ ରୂପକ ଅଗ୍ନି ଦ୍ୱାରା ଯାହାର ସମସ୍ତ କର୍ମ ଦଗ୍ଧ ହୋଇଛି ଜ୍ଞାନୀଗଣ ଏହିପରି ବ୍ୟକ୍ତିଙ୍କୁ ପଣ୍ଡିତ କହନ୍ତି ।ା୧୯ ।ା ସେ କର୍ମଫଳରେ ଆସକ୍ତି ତ୍ୟାଗ ପୂର୍ବକ ସର୍ବଦା ଆତ୍ମାରେ ତୁଷ୍ଟ ରହ÷ି କାହାରି ଉପରେ ନିର୍ଭର ନ କରି କର୍ମରେ ସମ୍ୟକ ରୂପେ ପ୍ରବୃ ହେଲେ ମଧ୍ୟ କିଛିହିଁ କରନ୍ତି ନାହିଁ ।ା୨୦ାା ନିଷ୍କାମ ସଂଯମଶୀଳ ସମସ୍ତ ପ୍ରକାର ପରିଗ୍ରହ ତ୍ୟାଗୀ ପୁରୁଷ କେବଳ ମାତ୍ର ଶାରୀରିକ କର୍ମ କରି ପାପ ପ୍ରାପ୍ତ ହୁଅନ୍ତି ନାହିଁ ।ା୨୧ାା ଆପଣା ନିକଟରୁ ଯେଉଁ ଲାଭ ଆସେ ସେଥିରେ ହିଁ ପରିତୁଷ୍ଟ ହର୍ଷଶୋକାଦି ଦ୍ୱନ୍ଦ୍ୱର ଅତୀତ  । ବୈରଭାବ ଶୂନ୍ୟ,ସିଦ୍ଧି ଓ ଅସିଦ୍ଧିରେ ସମଭାବାପନ୍ନ ପୁରୁଷ କର୍ମ କରି ମଧ୍ୟ ବନ୍ଧନ ପ୍ରାପ୍ତ ହୁଅନ୍ତି ନାହିଁ ।ା୨୨ାା ଆସକ୍ତିଶୂନ୍ୟ, ମୁକ୍ତ, ଆତ୍ମଜ୍ଞାନରେ ସୁପ୍ରତିଷ୍ଠିତ, ଯଜ୍ଞ ପାଇଁ କର୍ମାନୁଷ୍ଠାନକାରୀ ବ୍ୟକ୍ତିର ସମସ୍ତ କର୍ମ ବିଲୀନ ହୋଇଯାଏ ।ା୨୩ାା

ବ୍ୟାଖ୍ୟା : ସାଧାରଣ ଲୋକଙ୍କ ପରି ଯୋଗୀ ବ୍ୟକ୍ତି ମଧ୍ୟ ସମସ୍ତ କର୍ମ କରନ୍ତି; ମାତ୍ର ତାଙ୍କର କର୍ମ ଆସକ୍ତି ରହିତ ହୋଇଥାଏ । ଯୋଗୀ ଆତ୍ମାର କର୍ୃତ୍ୱାଭିମାନ ନ ଥିବାରୁ ସେ କାମନା ବାସନାରୁ ମୁକ୍ତ ରହନ୍ତି  । ତେଣୁ ତାଙ୍କର ସମସ୍ତ କର୍ମ ଉମ ରୂପେ ସମ୍ପାଦିତ ହୁଏ । ଯୋଗୀ ବ୍ୟକ୍ତିର ମନ ବାସନାଶୂନ୍ୟ ହୋଇଥିବାରୁ ଶାନ୍ତ, ସ୍ଥିର ଏବଂ ଈଶ୍ୱରୀୟ ସ୍ମୃତିରେ ଏକାଗ୍ର ରହେ । ତେଣୁ କାମୀ ବ୍ୟକ୍ତି ଅପେକ୍ଷା ଯୋଗୀର କର୍ମ ସର୍ବାଙ୍ଗ ସୁନ୍ଦର ଓ ସହଜସାଧ୍ୟ ମନେହୁଏ । ଯୋଗୀର ନିଜ ପାଇଁ କିଛି କରିବାର ନ ଥିବାରୁ ଓ ସେ ଈଶ୍ୱରୀୟ ଇଚ୍ଛା ଅନୁରୂପ କର୍ମ କରୁଥିବାରୁ ତା'ର କର୍ମରେ କୁଶଳତା ଆସିଥାଏ । ଯୋଗଃ କର୍ମସୁ କୌଶଳମ୍ । ସେ କାହାରି ଉପରେ ନିର୍ଭରଶୀଳ ହୁୁଅନ୍ତି ନାହିଁ ତଥା ନିମି ଭାବରେ କର୍ମ କରି ଚାଲନ୍ତି । ସେ ଭାବନ୍ତି ନାହିଁ ଯେ ଏ କାମଟି ମୁଁ କରୁଛି । ତାଙ୍କର କର୍ୃତ୍ୱାଭିମାନ ନ ଥିବାରୁ ଈଶ୍ୱରୀୟ ଶକ୍ତି ବଳରେ ତାଙ୍କ ଦ୍ୱାରା ପ୍ରତ୍ୟେକ କର୍ମ ସମ୍ପାଦିତ ହେଉଛି ବୋଲି ସେ ମନେ କରନ୍ତି ।

ଯୋଗୀ ବ୍ୟକ୍ତିର କୌଣସି ଆଶା ଆକାଙ୍କ୍ଷା ନ ଥାଏ  । ସତ୍ ଉପାୟରେ ଯାହା ଅର୍ଜନ କରନ୍ତି ସେଥିରେ ସେ ସନ୍ତୁଷ୍ଟ ରହନ୍ତି । ତାଙ୍କ ପାଖରେ ଯାହା ଧନ ସମ୍ପି ଥାଏ ତାକୁ ମଧ୍ୟ ନିଜର ଭାବନ୍ତି ନାହିଁ । ସେ ନିଜର ବ୍ୟକ୍ତିଗତ ସୁଖ ସୁବିଧା ପାଇଁ କାହାରିଠାରୁ କୌଣସି ଧନ ସମ୍ପି ଗ୍ରହଣ କରନ୍ତି ନାହିଁ । ମାନସିକ ସ୍ତରରେ ସେ ସମ୍ପୂର୍ଣ୍ଣ ସଂଯମଶୀଳ । କୌଣସି ବାହ୍ୟ ବ୍ୟକ୍ତି ବା ବସ୍ତୁର ସ୍ପର୍ଶ ତାଙ୍କ ମନରେ ବିକ୍ଷୋଭ ସୃଷ୍ଟି କରିପାରେ ନାହିଁ । ସମସ୍ତ ପାପର ମୂଳ ମାନସିକ ବିକ୍ଷେପରୁ ସେ ମୁକ୍ତ ଥାଆନ୍ତି । ଏହିପରି ବ୍ୟକ୍ତିହିଁ ନିମି ଭାବରେ ଈଶ୍ୱରୀୟ ଇଚ୍ଛା ଅନୁରୂପ ଯନ୍ତ୍ରବତ କର୍ମ କରିବାକୁ ସମର୍ଥ । ତାଙ୍କ ଦ୍ୱାରା ସମ୍ପାଦିତ ସମସ୍ତ କର୍ମ ବନ୍ଧନମୁକ୍ତ ଓ ପାପ ରହିତ ।

ସକାମ ବ୍ୟକ୍ତି କର୍ମର ଶୁଭାଶୁଭ ପରିଣାମ ଦ୍ୱାରା ପ୍ରଭାବିତ ହୁଅନ୍ତି । କିନ୍ତୁ ନିଷ୍କାମ କର୍ମଯୋଗୀ ପାଇଁ ଶୁଭାଶୁଭର କୌଣସି ପ୍ରଭେଦ ନ ଥାଏ । କାରଣ ତା'ର ପ୍ରତ୍ୟେକ କର୍ମ ଈଶ୍ୱରେଚ୍ଛା ଅନୁସାରେ ହେଉଥିବାରୁ ତା'ର ପରିଣାମ ପ୍ରତି ସେ ନିଶ୍ଚିନ୍ତ ଥାଆନ୍ତି । ବ୍ୟକ୍ତିଗତ ଭାବରେ ତାଙ୍କର କାହା ପ୍ରତି ଦ୍ୱେଷ ବା ଶତ୍ରୁତା ନ ଥାଏ । ନିନ୍ଦା, ସ୍ତୁତି, ମାନ ଅପମାନରେ ସେ ସମଭାବାପନ୍ନ ହୁଅନ୍ତି । ତାଙ୍କ ଦ୍ୱାରା ପରମାତ୍ମା କେଉଁ କର୍ମ  କରାଇବାକୁ  ଚାହୁଛନ୍ତି ସେଥିପ୍ରତି ସେ ସତର୍କ ଥାନ୍ତି  ଓ ଫଳାଫଳ ଈଶ୍ୱରାର୍ପିତ କରି ସେ ନିଜକୁ କର୍ମରେ ବ୍ୟସ୍ତ ରଖନ୍ତି । ଯୋଗୀ ସତତ ଆତ୍ମିକ ସ୍ମୃତିରେ ରହୁଥିବାରୁ ସର୍ବଦା ସେ ପୂର୍ଣ୍ଣ ଆନନ୍ଦ ଓ ଶାନ୍ତି ମଧ୍ୟରେ ଅବସ୍ଥାନ କରନ୍ତି । ଆତ୍ମା ମୂଳତଃ ଶାନ୍ତ ଓ ଆନନ୍ଦ ସ୍ୱରୂପ । ତେଣୁ ଯୋଗୀ କୌଣସି ବାହ୍ୟ ବସ୍ତୁରେ ଆନନ୍ଦ ଓ ଶାନ୍ତି ଖୋଜେ ନାହିଁ । କାରଣ ଏହା ତାଙ୍କର ସ୍ୱତଃସିଦ୍ଧ ସ୍ୱରୂପ ଅଟେ ।

ଯେତେବେଳେ ବ୍ୟକ୍ତି ଦେହାଭିମାନରୁ ମୁକ୍ତ ଓ ଆସକ୍ତି ଶୂନ୍ୟ ହୋଇଯାଏ  ସେତେବେଳେ ତା'ର ଆତ୍ମଜ୍ଞାନ ସୁପ୍ରତିଷ୍ଠିତ ହୁଏ । ଏହିପରି ବ୍ୟକ୍ତି ଅହଙ୍କାର ଶୂନ୍ୟ ହୋଇ ତାଙ୍କର ସମସ୍ତ କର୍ମକୁ ଯଜ୍ଞ ରୂପରେ ସମ୍ପାଦନ କରି ପାରନ୍ତି । ତାଙ୍କର ପ୍ରତ୍ୟେକ କର୍ମ ଈଶ୍ୱରୀୟ ମର୍ଯ୍ୟାଦା ସମ୍ପନ୍ନ ହୁଏ । ସେ ସମସ୍ତ ଈଶ୍ୱରୀୟ ସମ୍ପି ଓ ଶକ୍ତିର ଅଧିକାରୀ ହୁଅନ୍ତି ଏବଂ ପରମାତ୍ମାଙ୍କ ଇଚ୍ଛା ଅନୁରୂପ ସମସ୍ତ କାର୍ଯ୍ୟ ନିମି ଭାବରେ ସମ୍ପାଦନ କରନ୍ତି । ତରଙ୍ଗ ଯେପରି ସମୁଦ୍ରର ଗଭୀରତମ ପ୍ରଦେଶକୁ ସ୍ପର୍ଶ କରି ପାରେ ନାହିଁ  ଠିକ ସେହିପରି ଯୋଗୀ ଈଶ୍ୱରୀୟ ସ୍ମୃତିରେ ଅନନ୍ତ ଗଭୀରତା ମଧ୍ୟରେ ନିମଗ୍ନ ରହୁଥିବାରୁ କର୍ମର କୌଣସି ପ୍ରତିକ୍ରୟା ତାଙ୍କୁ ହଲଚଲ କରି ନ ପାରି ତାଙ୍କ ମଧ୍ୟରେ ବିଲୀନ ହୋଇଯାଏ । 

ଭିନ୍ନ ଭିନ୍ନ ଯଜ୍ଞର ଆଧ୍ୟାତ୍ମିକ ସ୍ୱରୂପ 

ବ୍ରହ୍ମାର୍ପଣଂ ବ୍ରହ୍ମ ହବି ର୍ବ୍ରହ୍ମାଗ୍ନୌ ବ୍ରହ୍ମଣା ହୁତମ ।

ବ୍ରହ୍ମୈବ ତେନ ଗନ୍ତବ୍ୟଂ ବ୍ରହ୍ମକର୍ମ  ସମାଧିନା ।ା୨୪ାା

ଦୈବମେବାପରେ ଯଜ୍ଞଂ ଯୋଗିନଃ ପର୍ଯୁ୍ୟପାସତେ ।

ବ୍ରହ୍ମାଗ୍ନାବପରେ ଯଜ୍ଞଂ ଯଜେ୍ଞନୈବୋପଜୁହ୍ୱତି ।ା୨୫ାା

ଶ୍ରୋତ୍ରାଦୀନୀନ୍ଦ୍ରିୟାଣ୍ୟନ୍ୟେ ସଂଯମାଗ୍ନିଷୁ ଜୁହ୍ୱତି ।

ଶବ୍ଦାଦୀନ୍ ବିଷୟାନନ୍ୟ ଇନ୍ଦି୍ରୟାଗ୍ନିଷୁ  ଜୁହ୍ୱତି ।ା୨୬ାା

ସର୍ବାଣୀନ୍ଦ୍ରିୟକର୍ମାଣି  ପ୍ରାଣକର୍ମାଣି  ଚାପରେ ।

ଆତ୍ମସଂଯମଯୋଗାଗ୍ନୌ ଜୁହ୍ୱତି ଜ୍ଞାନଦୀପିତେ ।ା୨୭ାା

ଦ୍ରବ୍ୟଯଜ୍ଞାସ୍ତପୋଯଜ୍ଞା ଯୋଗଯଜ୍ଞାସ୍ତଥାପରେ ।

ସ୍ୱାଧ୍ୟାୟ ଜ୍ଞାନ ଯଜ୍ଞାଶ୍ଚ ଯତୟଃ ସଂଶିତବ୍ରତାଃ ।ା୪/୨୮ାା

ଅପାନେ ଜୁହ୍ୱତି ପ୍ରାଣଂ ପ୍ରାଣେଽପାନଂ ତଥାପରେ ।

ପ୍ରାଣାପାନଗତୀ  ରୁଦ୍ଧ୍ୱା ପ୍ରାଣାୟାମପରାୟଣାଃ ।ା୨୯ାା

ଅପରେ ନିୟତାହାରାଃ ପ୍ରାଣାନ୍ ପ୍ରାଣେଷୁ  ଜୁହ୍ୱତି ।

ସର୍ବେଽପ୍ୟେତେ ଯଜ୍ଞବିଦୋ ଯଜ୍ଞକ୍ଷପିତ କଳ୍ମଷାଃ ।ା୩୦ାା

ଯଜ୍ଞଶିଷ୍ଟାମୃତଭୁଜୋ  ଯାନ୍ତି ବ୍ରହ୍ମ ସନାତନମ୍ । 

ନାୟଂ ଲୋକୋଽସ୍ତ୍ୟଯଜ୍ଞସ୍ୟ କୁତୋଽନ୍ୟଃ କୁରୁସମ ।ା୩୧ାା

ଏବଂ ବହୁବିଧା ଯଜ୍ଞା ବିତତା ବ୍ରହ୍ମଣୋ ମୁଖେ । 

କର୍ମଜାନ୍ ବିଦ୍ଧିତାନ୍ ସର୍ବାନେବଂ ଜ୍ଞାତ୍ୱା ବିମୋକ୍ଷ୍ୟସେ ।ା୩୨ାା

ଶ୍ରେୟାନ୍  ଦ୍ରବ୍ୟମୟାଦ୍  ଯଜ୍ଞାଜ୍ ଜ୍ଞାନଯଜ୍ଞଃ ପରନ୍ତପ ।

ସର୍ବଂ କର୍ମାଖିଳଂ ପାର୍ଥ ! ଜ୍ଞାନେ ପରିସମାପ୍ୟତେ ।ା୩୩ ।ା

ଅର୍ଥ : ଆହୁତି ପାଇଁ ବ୍ୟବହୃତ ଶ୍ରୁବାଦି ବ୍ରହ୍ମ, ଘୃତ ବ୍ରହ୍ମ ବ୍ରହ୍ମରୂପ ଅଗ୍ନିରେ ବ୍ରହ୍ମଦ୍ୱାରା ହୋମ କରିଥାନ୍ତି; ବ୍ରହ୍ମରୂପ କର୍ମରେ ସମାଧିସ୍ଥ ସେଇ ବ୍ୟକ୍ତି ଦ୍ୱାରା ବ୍ରହ୍ମହିଁ ଲକ୍ଷ୍ୟ ହୁଅନ୍ତି ।ା୨୪ ।ା କେହି କେହି ଯୋଗୀ ଦୈବ ଯଜ୍ଞ ଅନୁଷ୍ଠାନ କରନ୍ତି; ଅନ୍ୟ କେହି କେହି ବ୍ରହ୍ମରୂପ ଅଗ୍ନିରେ ଯଜ୍ଞର ଦ୍ୱାରା ହିଁ ଯଜ୍ଞକୁ ଅର୍ପଣ କରନ୍ତି ।ା୨୫ାା ଅନ୍ୟ କେହି ଚକ୍ଷୁ କର୍ଣ୍ଣାଦି ଇନ୍ଦି୍ରୟଗଣକୁ ସଂଯମରୂପ ଅଗ୍ନିରେ ଆହୁତି ଦିଅନ୍ତି; ଅନ୍ୟାନ୍ୟ ଲୋକେ ଶବ୍ଦାଦି ବିଷୟ ସମୂହକୁ ଇନ୍ଦ୍ରିୟ ରୂପ ଅଗ୍ନିରେ ଆହୁତି ଦିଅନ୍ତି  ।ା୨୬ାା ଅନ୍ୟ କେହି କେହି ସମସ୍ତ ଇନ୍ଦି୍ରୟମାନଙ୍କ କର୍ମ ଓ ପ୍ରାଣ ଶକ୍ତିର କର୍ମ ଜ୍ଞାନ କର୍ୁକ ପ୍ରଦୀପିତ ଆତ୍ମ ସଂଯମରୂପ ଅଗ୍ନିରେ ହୋମ କରିଥାନ୍ତି ।ା୨୭ାା କେହି କେହି ବ୍ୟକ୍ତି ଦ୍ରବ୍ୟ ଯଜ୍ଞ ପରାୟଣ, ତପୋଯଜ୍ଞ ପରାୟଣ, ଯୋଗ ଯଜ୍ଞ ପରାୟଣ ତଥା ଅନ୍ୟ କେହି କେହି ଦୃଢ଼ ବ୍ରତତା, ଯତ୍ନଶୀଳ, ସ୍ବଧ୍ୟାୟ ଓ ଜ୍ଞାନଯଜ୍ଞ ପରାୟଣ ହୁଅନ୍ତି  ।ା୨୮ାା ଆଉ ମଧ୍ୟ ଅନ୍ୟାନ୍ୟ ଯୋଗୀଗଣ ଅପାନ ବାୟୁରେ ପ୍ରାଣକୁ; ପ୍ରାଣ ବାୟୁରେ ଅପାନ ବାୟୁକୁ ହୋମ କରନ୍ତି; ଅନ୍ୟ କେହି କେହି ପ୍ରାଣ ଓ ଅପାନର ଗତିରୋଧ ପୂର୍ବକ ପ୍ରାଣାୟାମ ପରାୟଣ ହୋଇଥାନ୍ତି ।ା୨୯ାା ଅନ୍ୟ କେହି କେହି ପରିମିତାହାରୀ ହୋଇ ପ୍ରାଣବାୟୁ ସମୂହକୁ ପ୍ରାଣବାୟୁରେ ହୋମ କରନ୍ତି; ଏହି ସମସ୍ତ ଯଜ୍ଞକର୍ାଗଣ ଯଜ୍ଞ ଦ୍ୱାରା ନିଷ୍ପାପ ହୁଅନ୍ତି ।ା୩୦ାା ଅମୃତ ସ୍ୱରୂପ ଯଜ୍ଞଶେଷ ଭୋଜନକାରୀ ବ୍ୟକ୍ତିଗଣ ସନାତନ ବ୍ରହ୍ମଙ୍କୁ ବା ପରମାତ୍ମାଙ୍କୁ ପ୍ରାପ୍ତ ହୁଅନ୍ତି । ହେ କୁରୁଶ୍ରେଷ୍ଠ ଅର୍ଜୁନ ! ଯଜ୍ଞାନୁଷ୍ଠାନହୀନ ପୁରୁଷର ଏହି ଲୋକହିଁ ନାହିଁ; ପରଲୋକ କଥା କ'ଣ ବା  କହିବା ? ।ା୩୧ାା ଏହି ପରି ଅନେକ ପ୍ରକାର ଯଜ୍ଞ ବ୍ରହ୍ମାଙ୍କ ମୁଖରେ ବିସ୍ତୃତ ହୋଇଛି । ସେହି ସବୁକୁ କର୍ମରୁ ଉଦ୍ଭୂତ ବୋଲି ଜାଣ । ଏହିପରି ଜାଣି ମୁକ୍ତିଲାଭ କରିବ ।ା୩୨ାା ହେ ପରନ୍ତପ ! ଦ୍ରବ୍ୟ ସାଧିତ ଯଜ୍ଞ ଅପେକ୍ଷା ଜ୍ଞାନରୂପ ଯଜ୍ଞ ଶ୍ରେଷ୍ଠ । ହେ ପାର୍ଥ ! ନିରବଶେଷ ସମସ୍ତ କର୍ମ ଜ୍ଞାନରେ ପରିସମାପ୍ତ ହୁଏ ।ା୩୩ାା

ବ୍ୟାଖ୍ୟା : ଗୀତା ସ୍ଥୂଳ ଅର୍ଥରେ ଯଜ୍ଞ କର୍ମ କଥା କହି ନାହିଁ । ଉପରୋକ୍ତ ""ବ୍ରହ୍ମାର୍ପଣଂ... ୪   /୨୪'' ଶ୍ଳୋକରେ ଯଜ୍ଞ ସମ୍ବନ୍ଧରେ ଯେଉଁ ରୂପକାତ୍ମକ ଭାଷା ପ୍ରୟୋଗ କରାଯାଇଛି  ସେଥିରୁ ଏହା ସୁସ୍ପଷ୍ଟ ଯେ ଗୀତା ଏହାକୁ ଆତ୍ମାର ଆଭ୍ୟନ୍ତରୀଣ କି୍ରୟା ରୂପେ ସ୍ୱୀକାର କରିଛି । ସ୍ଥୂଳଯଜ୍ଞରେ ଜଡ ଅଗ୍ନିରେ ଘୃତାହୁତି ଦିଆଯାଏ । କିନ୍ତୁ ଏଠାରେ ଯେଉଁ ସୂକ୍ଷ୍ମ ଯଜ୍ଞ କଥା କୁହା ଯାଇଛି, ଏହାର ଅଗ୍ନି ଜଡ ଅଗ୍ନି ନୁହେଁ; ତାହା ହେଉଛି ଯୋଗୀର ଅନ୍ତରରୁ ଉଦ୍ଭବ ଭଗବଦ୍ମୁଖୀ ତୀବ୍ର ଅଭୀପ୍ସାର ଶିଖା ବା ଯୋଗାଗ୍ନି । ଈଶ୍ୱରୀୟ ଅବତରଣର ପ୍ରତ୍ୟକ୍ଷତାକୁ ଅନୁଭବ କରି ଈଶ୍ୱରୀୟ କର୍ମର ପ୍ରକୃତ ରହସ୍ୟକୁ ବୁଝି ସେହି ଅନୁସାରେ ଯେଉଁ କର୍ମ କରାଯାଏ ତାହାହିଁ ଯଜ୍ଞ କର୍ମ । କେହି କେହି ପରମାତ୍ମାଙ୍କୁ ବିଭିନ୍ନ ନାମରୂପରେ ପରିକଳ୍ପନା କରି ନାନା କ୍ରିୟା ଓ ଅନୁଷ୍ଠାନ ଦ୍ୱାରା ଉପାସନା କରନ୍ତି । କିନ୍ତୁ ଯିଏ ପ୍ରକୃତ ଜ୍ଞାନୀ ସେ ସମସ୍ତ  କର୍ମକୁ ଯଜ୍ଞ ରୂପରେ ସମ୍ପନ୍ନ କରି ପରମାତ୍ମାର୍ପଣ କରିଦିଏ । ଈଶ୍ୱରୀୟ ଜ୍ଞାନ ଓ ଯୋଗ ମାର୍ଗରେ ନିଜକୁ ପରିଚାଳିତ କରେ । ତାହାହିଁ ତା'ର ଏକମାତ୍ର ସାଧନା ଓ ଧର୍ମ ।

ସଂଯମରୂପୀ ଅଗ୍ନିରେ ଚକ୍ଷୁକର୍ଣ୍ଣାଦି ଇନ୍ଦ୍ରିୟମାନଙ୍କୁ ଆହୁତି ପ୍ରଦାନ କରିବାକୁ ଗୀତା ନିର୍ଦ୍ଧେଶ ଦିଏ । ଏହା ଫଳରେ ଜଣେ ବ୍ୟକ୍ତି ସହଜରେ ସ୍ୱୀୟ ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିପାରେ । କେହି କେହି ସାଧକ ଇନ୍ଦି୍ରୟଭୋଗ୍ୟ ସମସ୍ତ ବିଷୟଗୁଡିକୁ ଭୋଗ କରନ୍ତି, କିନ୍ତୁ ଇନ୍ଦି୍ରୟ କର୍ମ ଦ୍ୱାରା ମନକୁ ବିଚଳିତ ହେବାକୁ ଦିଅନ୍ତି ନାହିଁ । ସେମାନେ ଇନ୍ଦ୍ରିୟମାନଙ୍କୁ ହୋମାଗ୍ନି ରୂପରେ ମନେ କରନ୍ତି । ଅନ୍ୟ କେହି କେହି ଆତ୍ମଜ୍ଞାନ ଲାଭ କରି ସମସ୍ତ ଇନ୍ଦ୍ରିୟ କର୍ମ ଓ ପ୍ରାଣକର୍ମକୁ ଆତ୍ମସଂଯମ ରୂପକ ହୋମାଗ୍ନିରେ ଆହୂତି ପ୍ରଦାନ କରନ୍ତି । ଆତ୍ମିକ ସ୍ଥିତିରେ ରହି ପରମାତ୍ମାଙ୍କ ସହିତ ମନକୁ ଏକାଗ୍ର କରିବା ଦ୍ୱାରା ଯେଉଁ ଯୋଗାଗ୍ନି ପ୍ରଜ୍ଜ୍ୱଳିତ ହୁଏ ସେଥିରେ ଆତ୍ମାର ସମସ୍ତ ମଳିନତା ବା ଜନ୍ମଜନ୍ମାନ୍ତର ପାପ ଜଳିପୋଡ଼ି ପାଉଁଶ ହୋଇଯାଏ । କେହି ଭକ୍ତ ସାଧକ ଦ୍ରବ୍ୟ ନିବେଦନ କରି ତା'ର ଇଷ୍ଟ ଦେବତାଙ୍କ ଉପାସନା କରେ । ଏହା ଦ୍ରବ୍ୟ ଯଜ୍ଞ ଅଟେ । ଏଥିରେ ହୋମ, ଦାନ ଇତ୍ୟାଦି କରାଯାଏ । କେହି କେହି ଉଚ୍ଚ ଲକ୍ଷ୍ୟ ପ୍ରାପ୍ତି ପାଇଁ କଠୋର ତପସ୍ୟା କରନ୍ତି । କୃଚ୍ଛ୍ର ଚାନ୍ଦ୍ରାୟଣାଦି ବ୍ରତ ଓ ହଠ ଯୋଗ ଆଦି ଏହାର ଅନ୍ତର୍ଭୁକ୍ତ  । ଅନ୍ୟ କେତେକ ସ୍ୱଧ୍ୟାୟ, ସତ୍ସଙ୍ଗ ତଥା ବ୍ରତ ଉପବାସ ରୂପକ ଯଜ୍ଞ ଅନୁଷ୍ଠାନ କରିଥାନ୍ତି । ଦ୍ରବ୍ୟ ଯଜ୍ଞରେ ଅହଙ୍କାର, ସ୍ୱାର୍ଥ, ବିଷୟ ବାସନା ଥିବାରୁ ଏହାଦ୍ୱାରା ବ୍ୟକ୍ତିର ଆତ୍ମିକ କଲ୍ୟାଣ ହୁଏ ନାହିଁ । ସେହିପରି ହଠଯୋଗଦ୍ୱାରା ସାଧକ ରିଦ୍ଧି ସିଦ୍ଧି ଆଦି ଅନେକ ଚମକ୍ରାର ଶକ୍ତିର ମାଲିକ ହୋଇପାରେ; କିନ୍ତୁ ଏହାଦ୍ୱାରା ମଧ୍ୟ ଆତ୍ମା ମୁକ୍ତି ଓ ଜୀବନ୍ମୁକ୍ତିର ଅଧିକାରୀ ହୋଇପାରେ ନାହିଁ । ଏହି ଦୃଷ୍ଟିରୁ ଯୋଗ ଯଜ୍ଞ ସର୍ବଶ୍ରେଷ୍ଠ । ଏହି ଯଜ୍ଞ ଅନୁଷ୍ଠାନକାରୀ ବ୍ୟକ୍ତି ଆତ୍ମା ଓ ପରମାତ୍ମାଙ୍କ ବିଷୟରେ ସମ୍ପୁର୍ଣ୍ଣ ଜ୍ଞାନ ଲାଭ କରି ଭକ୍ତିପୂତ ଭାବରେ ପରମାତ୍ମାଙ୍କୁ ହିଁ ନିଜର ପିତା ମାତା, ସଖା, ସହୋଦର, ବନ୍ଧୁ ସବୁ କିଛି ମନେ କରି ସତତ ତାଙ୍କରି ସ୍ମୃତିରେ ରହି ତାଙ୍କ ନିର୍ଦ୍ଧେଶିତ ପଥରେ ପରିଚାଳିତ ହୁଏ । ଏହାଦ୍ୱାରା ତା'ର ଜନ୍ମ ଜନ୍ମାନ୍ତରର ପାପ ବିନଷ୍ଟ ହୋଇଯାଏ । ପରମାତ୍ମା ସ୍ୱୟଂ ଏହି ପ୍ରତିଶ୍ରୁତି ଗୀତାରେ ଦେଇଛନ୍ତି – ""ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିସ୍ୟାମି ମା ଶୂଚଃ'' । ଏହି ଯୋଗର ଅନ୍ୟ ନାମ ରାଜଯୋଗ ।

ପ୍ରାଣ ଓ  ଅପାନର ଗତିର ନାମ ଶ୍ୱାସ ଓ ପ୍ରଶ୍ୱାସ । ପୂରକ ଦ୍ୱାରା ଅପାନ ବାୟୁର ଏବଂ ରେଚକ ଦ୍ୱାରା ପ୍ରାଣ ବାୟୁର ଗତି ନିରୁଦ୍ଧ ହୁଏ । କୁମ୍ଭକ ସମୟରେ ପ୍ରାଣ ଓ ଅପାନର ଗତି ନିରୁଦ୍ଧ ହୁଏ । ଗୀତା ହଠଯୋଗାଦି ପ୍ରାଚୀନ ଯୋଗ କ୍ରିୟା ଗୁଡିକର ଉପଯୋଗିତା ସ୍ୱୀକାର କଲେ ମଧ୍ୟ ଏ ସବୁକୁ ତା'ର ନିଜସ୍ୱ ଯୋଗର ଅଙ୍ଗ ବୋଲି ଗ୍ରହଣ କରି ନାହିଁ । ଅନ୍ୟାନ୍ୟ ଯୋଗ ସାଧନା ଅପେକ୍ଷା ଗୀତା କଥିତ କର୍ମ, ଜ୍ଞାନ ଓ ଭକ୍ତି ଯୋଗର ସମନ୍ୱୟ (ରାଜଯୋଗ) ଦ୍ୱାରା ଈଶ୍ୱର ପ୍ରାପ୍ତି ତଥା ଆତ୍ମ କଲ୍ୟାଣ ସହଜ, ସ୍ୱାଭାବିକ ଓ ପୂର୍ଣ୍ଣଭାବରେ ଲାଭ କରାଯାଇପାରେ । କାରଣ ଏହି ରାଜଯୋଗ ସ୍ୱୟଂ ପରମାତ୍ମା ପ୍ରତ୍ୟକ୍ଷ ଭାବରେ ମାନବ ଶରୀର ଆଧାରରେ ଅବତରଣ କରି ଶିକ୍ଷା ଦିଅନ୍ତି ।

ପରିମିତ ଆହାର ଓ ବିହାର ସମସ୍ତ ପ୍ରକାର ଯଜ୍ଞ ସାଧନା ପାଇଁ ପ୍ରୟୋଜନ । ଯେଉଁ ବିଭିନ୍ନ ପ୍ରକାର ଯଜ୍ଞ କଥା ବର୍ଣ୍ଣନା କରାଗଲା ସେ ସବୁ ଆତ୍ମଶୁଦ୍ଧି ପାଇଁ ସହାୟକ ହୁଏ । ସମସ୍ତ ଯଜ୍ଞର ଏକମାତ୍ର ମୂଳ ନୀତି ହେଲା କ୍ଷୁଦ୍ର ଅହଂଭାବ ଓ କାମନା ପରିତ୍ୟାଗ କରି ଯଜ୍ଞରୂପେ ସମୁଦାୟ କର୍ମ କରିବା  । ଆତ୍ମ ସମର୍ପଣ ଓ ଆତ୍ମ ସଂଯମ ଅର୍ଥାତ ବିକାର ଉପରେ ସମ୍ପୂର୍ଣ୍ଣ ବିଜୟ ପ୍ରାପ୍ତି ଦ୍ୱାରା ହିଁ ଦିବ୍ୟ ଆନନ୍ଦାମୃତ ପ୍ରାପ୍ତି ହୁଏ । ଏଥିପାଇଁ ତୁଚ୍ଛ ଭୋଗ ସୁଖର ଆସକ୍ତିକୁ ବର୍ଜନ କରିବା ବିଧେୟ । ଯଜ୍ଞହିଁ ଜଗତର ନୀତି, ଏହା ବିନା ଇହକାଳ ପର କାଳର କୌଣସି ଉନ୍ନତି ସାଧିତ ହୁଏ ନାହିଁ ।

ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ଜ୍ଞାନ ପ୍ରଦାନ କରନ୍ତି । ଏହି ଜ୍ଞାନ ସମଗ୍ର ବିଶ୍ୱରେ ପ୍ରଚାରିତ ହୁଏ । ଜନସାଧାରଣ ନିଜ ନିଜ ଶକ୍ତି ସାମର୍ଥ୍ୟ ଅନୁସାେର ତାକୁ ଗ୍ରହଣ କରନ୍ତି । ଏହିପରି ବିଭିନ୍ନ ଯଜ୍ଞର ସୃଷ୍ଟି ହୁଏ । କର୍ମରୁହିଁ ଏହି ଯଜ୍ଞ ଗୁୁଡିକର ଉପôି । କାରଣ ଈଶ୍ୱରୀୟ ଜ୍ଞାନ ପ୍ରାପ୍ତ ହୋଇ ମନୁଷ୍ୟ ଯେଉଁ କର୍ମ କରେ ତାହାହିଁ ଯଜ୍ଞ ରୂପେ ପରମାତ୍ମାଙ୍କୁ ଅର୍ପଣ କରେ । ଏହିପରି ଜାଣି ଯେଉଁମାନେ କର୍ମରେ ତପôର ହୁଅନ୍ତି ସେମାନେ ଜୀବନ୍ମୁକ୍ତ ଅବସ୍ଥା ପ୍ରାପ୍ତ ହୁଅନ୍ତି । ଈଶ୍ୱରୀୟ ଜ୍ଞାନଯୁକ୍ତ କର୍ମ କାମନାଶୂନ୍ୟ ହୋଇଥିବାରୁ ଏହା ଶ୍ରେଷ୍ଠ ଫଳ ପ୍ରଦାନ କରେ । ତେଣୁ ଜ୍ଞାନ ଯଜ୍ଞ ଦ୍ରବ୍ୟ ଯଜ୍ଞ ଅପେକ୍ଷା ଶ୍ରେଷ୍ଠ । ନିଷ୍ମାମ କର୍ମ ଦ୍ୱାରା ଜ୍ଞାନ ପରିପୃଷ୍ଟ ଓ ପରିବର୍ଦ୍ଧିତ ହୁଏ । କର୍ମ ଜ୍ଞାନର ପରିପନ୍ଥୀ ନୁହେଁ । କାରଣ ଜ୍ଞାନ ଦିବ୍ୟ କର୍ମର ପ୍ରେରକ ଅଟେ । ତେଣୁ ସମସ୍ତ କର୍ମ ଜ୍ଞାନରେହିଁ ପରିପୂର୍ଣ୍ଣ । ସର୍ବଂ କର୍ମାଖିଳଂ ପାର୍ଥ ଜ୍ଞାନେ ପରିସମାପ୍ୟତେ ।ା୪ /୩୩ାା

ଈଶ୍ୱରୀୟ ଜ୍ଞାନର ଉପାଦେୟତା

ତଦ୍ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ।

ଉପଦେଷ୍ୟନ୍ତି ତେ ଜ୍ଞାନଂ ଜ୍ଞାନିନସ୍ତ୍ୱଦର୍ଶିନଃ ।ା୩୪ାା

ଯଜ୍ଜ୍ଞାତ୍ୱା ନ ପୁନର୍ମୋହମେବଂ ଯାସ୍ୟସି ପାଣ୍ଡବ ।

ଯେନ ଭୂତାନ୍ୟଶେଷେଣ ଦ୍ରକ୍ଷ୍ୟସ୍ୟାତ୍ମନ୍ୟଥୋ ମୟି ।ା୩୫ାା

ଅପି ଚେଦସି ପାପେଭ୍ୟଃ ସର୍ବେଭ୍ୟଃ ପାପକୃମଃ ।

ସର୍ବଂ ଜ୍ଞାନପ୍ଳବେନୈବ ବୃଜିନଂ ସନ୍ତରିଷ୍ୟସି ।ା୩୬ାା

ଯଥୈଧାଂସି ସମିଦ୍ଧୋଽଗ୍ନିର୍ଭସ୍ମସାତ୍ କୁରୁତେଽର୍ଜୁନ ।

ଜ୍ଞାନାଗ୍ନିଃ ସର୍ବକର୍ମାଣି ଭସ୍ମସାତ୍ କୁରୁତେ ତଥା ।ା୩୭ାା

ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ । 

ତତ୍ସ୍ୱୟଂ ଯୋଗସଂସିଦ୍ଧଃ କାଳେନାତ୍ମନି ବିନ୍ଦତି ।ା୩୮ାା

ଶ୍ରଦ୍ଧାବାଁଲ୍ଲଭତେ ଜ୍ଞାନଂ ତପôରଃ ସଂଯତେନ୍ଦ୍ରିୟଃ ।

ଜ୍ଞାନଂ ଲବ୍ଧା ପରାଂ ଶାନ୍ତିମଚିରେଣାଧିଗଚ୍ଛତି ।ା୩୯ାା

ଅଜ୍ଞଶ୍ଚାଶ୍ରଦ୍ଧଧାନଶ୍ଚ ସଂଶୟାତ୍ମା ବିନଶ୍ୟତି ।

ନାୟଂ ଲୋକୋଽସ୍ତି ନ ପରୋ ନ ସୁଖଂ ସଂଶୟାତ୍ମନଃ ।ା୪୦ାା

ଯୋଗସଂନ୍ୟସ୍ତକର୍ମାଣଂ ଜ୍ଞାନସଂଚ୍ଛିନ୍ନ ସଂଶୟମ୍ ।

ଆତ୍ମବନ୍ତଂ ନ କର୍ମାଣି ନିବଧ୍ନନ୍ତି ଧନଞ୍ଜୟ ।ା୪୧ାା

ତସ୍ମାଦଜ୍ଞାନସମ୍ଭୁତଂ ହୃତ୍ସ୍ଥଂ ଜ୍ଞାନାସିନାତ୍ମନଃ ।

ଛିିେ୍ୱ÷ନଂ ସଂଶୟଂ ଯୋଗମାତିଷ୍ଠୋିଷ୍ଠ ଭାରତ ।ା୪୨ାା

ଅର୍ଥ : ପ୍ରମାଣ ଦ୍ୱାରା; ପ୍ରଶ୍ନ ଦ୍ୱାରା ଓ ସେବା ଦ୍ୱାରା ସେହି ଜ୍ଞାନ ଶିକ୍ଷା କର; ତ୍ୱଦର୍ଶିୀ ଜ୍ଞାନୀମାନେ ତୁମକୁ ଜ୍ଞାନ ଉପଦେଶ କରିବେ ।ା୪/୩୪ାା ହେ ପାଣ୍ଡବ ! ଯାହା ଜାଣି ପୁର୍ନବାର ଏହିପରି ମୋହ ପ୍ରାପ୍ତ ହେବ ନାହିଁ; ଯେଉଁ ଜ୍ଞାନ ଦ୍ୱାରା କାହାକୁ ମଧ୍ୟ ବାଦ୍ ନ ଦେଇ ସର୍ବଭୂତକୁ ନିଜ ଆତ୍ମାରେ, ତପôରେ ମୋ ଠାରେ ଦେଖିବ  ।ା୪ /୩୫ ।ା ଯଦି ସମସ୍ତ ପାପୀଙ୍କଠାରୁ ମଧ୍ୟ ଅଧିକ ପାପୀ ଅଟ; ଜ୍ଞାନରୂପ ନୌକା ଦ୍ୱାରା ସକଳ ପାପରୁ ଉୀର୍ଣ୍ଣ ହୋଇଯିବ ।ା୩/୩୬ାା ହେ ଅର୍ଜୁନ ! ଯେପରି ପ୍ରଜ୍ଜ୍ୱଳିତ ଅଗ୍ନି କାଷ୍ଠଗୁଡିକୁ ଭସ୍ମୀଭୂତ କରେ; ସେହିପରି ଜ୍ଞାନରୂପକ ଅଗ୍ନି ସମସ୍ତ କର୍ମକୁ ଭସ୍ମରେ ପରିଣତ  କରେ ।ା୩୭ାା ଏହି ଜଗତରେ ଜ୍ଞାନ ପରି ପବିତ୍ର ଆଉ କିଛି ନାହିଁ; ଯୋଗ ସିଦ୍ଧ ପୁରୁଷ କାଳକ୍ରମେ ସ୍ୱୟଂ ନିଜେ ସେହି ଜ୍ଞାନ ପ୍ରାପ୍ତ ହୁଅନ୍ତି ।ା୩୮ାାଶ୍ରଦ୍ଧାଯୁକ୍ତ, ତପôରଶୀଳ ଜିତେନ୍ଦ୍ରିୟ ପୁରୁଷ ଜ୍ଞାନ ଲାଭ କରନ୍ତି; ଜ୍ଞାନ ଲାଭ କରି ଶୀଘ୍ର ପରମ ଶାନ୍ତି ଲାଭ କରନ୍ତି ।ା୩୯ାା ଯେଉଁ ଅଜ୍ଞାନ  ବ୍ୟକ୍ତି ଶ୍ରଦ୍ଧାହୀନ ଓ ସଂଶୟଯୁକ୍ତ ସେ ବିନଷ୍ଟ ହୁଅନ୍ତି; ସଂଶୟଯୁକ୍ତ ବ୍ୟକ୍ତିର ଏହି ଲୋକ ନାହିଁ; ପରଲୋକ ନାହିଁ; ସୁଖ ମଧ୍ୟ ନାହିଁ ।ା୪୦ାା ହେ ଧନଞ୍ଜୟ ! ଯିଏ ଯୋଗ ଦ୍ୱାରା କର୍ମ ତ୍ୟାଗ କରିଛି; ଜ୍ଞାନ ଦ୍ୱାରା ଯାହାର ସମସ୍ତ ସଂଶୟ ବିନଷ୍ଟ ହୋଇଛି; ଯିଏ ଆତ୍ମାନୁଭୂତି କରିଛି; ତାହାଙ୍କୁ କର୍ମ ସମୂହ ଆବଦ୍ଧ କରି ପାରେ ନାହିଁ ।ା୪୧ାା ଅତଏବ ଜ୍ଞାନରୂପକ ଖଡ୍ଗ ଦ୍ୱାରା ନିଜର ଅଜ୍ଞାନରୁ ଜାତ ହୃଦୟ ସ୍ଥିତ ସଂଶୟକୁ ଛେଦନ କରି ଯୋଗ ସାଧନ କର; ଏବଂ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କର ।ା୪୨ାା

ବ୍ୟାଖ୍ୟା : ଈଶ୍ୱରୀୟ ଜ୍ଞାନ କୌଣସି ବ୍ୟକ୍ତିର ମାନସ ସମ୍ଭୁତ ନୁହେଁ । ଏହା ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା କଥିତ । ଏହି ଜ୍ଞାନ ଆତ୍ମା ଓ ପରମାତ୍ମା ବିଷୟରେ ସଠିକ ଧାରଣା ଦିଏ । ଜ୍ଞାନାର୍ଜନ ପାଣ୍ଡିତ୍ୟର ପରାକାଷ୍ଠା ପ୍ରଦର୍ଶନ ପାଇଁ ଉଦ୍ଧିଷ୍ଟ ନୁହେଁ । ଏହାର ଉଦ୍ଧେଶ୍ୟ ମୂଳ ତ୍ୱ ସମୂହକୁ ପ୍ରତ୍ୟକ୍ଷ ଅନୁଭବ କରିବା । ଏହିପରି ଜ୍ଞାନରେ ଅନୁଭବ ସିଦ୍ଧ ବ୍ୟକ୍ତି କେବଳ ଅନ୍ୟମାନଙ୍କୁ ଜ୍ଞାନ ଶୁଣାଇବା ବା ଉପଦେଶ ଦେବା ପାଇଁ ଯୋଗ୍ୟ ଅଟନ୍ତି  । 

ଆମ ଦେହାଭ୍ୟନ୍ତରସ୍ଥ ଯେଉଁ ଚୈତନ୍ୟ ସା ପାଇଁ ବ୍ୟକ୍ତିତ୍ୱର ପରିପ୍ରକାଶ ହୁଏ ତାହା ହେଉଛି ଆତ୍ମା । ଜନ୍ମ ଜନ୍ମାନ୍ତରର ସଂସ୍କାର ବଶତଃ ଆମେ ଆମର ଆତ୍ମିକ ସ୍ୱରୂପ ଭୁଲି ନିଜକୁ ଦେହ ବୋଲି ମନେ କରି ଆସିଛୁ । ଆତ୍ମା, ପରମାତ୍ମାଙ୍କ ସନ୍ତାନ ହେତୁ ତାହାଠାରେ ତାଙ୍କର କିଛି ସାଦୃଶ୍ୟ ଥାଏ । ଏଣୁ କେହି କେହି ଭ୍ରମ ବଶତଃ ଆତ୍ମ ସାକ୍ଷାତକାରକୁ ବ୍ରହ୍ମଦର୍ଶନ ହେଲା ବୋଲି କହନ୍ତି ଓ ପ୍ରତ୍ୟେକ ଭୂତ ପ୍ରକୃତିରେ ପରମାତ୍ମା ସର୍ବବ୍ୟାପକ ବୋଲି ଯୁକ୍ତି କରନ୍ତି । ଆତ୍ମା ହେଉଛି ଚେତନଶୀଳ; କିନ୍ତୁ ବ୍ରହ୍ମ ଏକ ତ୍ୱ ହୋଇଥିବାରୁ ଜଡ଼ । ଏହା ସ୍ଥୂଳ ଦୃଷ୍ଟି ପାଇଁ ଅଦୃଶ୍ୟ ଏକ ସୂକ୍ଷ୍ମ ରକ୍ତିମ ପ୍ରକାଶ ମହତ୍ୱ ଅଟେ । ଏହା ଭୂଲୋକ, ଚନ୍ଦ୍ର, ସୂର୍ଯ୍ୟ ଓ ତାରାଗଣଙ୍କଠାରୁ ମଧ୍ୟ ଉଦ୍ଧ୍ୱର୍ରେ ଅବସ୍ଥିତ । ଏଠାରେ ପରମାତ୍ମା ନିବାସ କରନ୍ତି । ଏହା ଯିଏ ବୁଝି ପାରିଛି ସେ ସମସ୍ତ ମୋହରୁ ମୁକ୍ତ ହୋଇଯାଏ  ଓ ସମସ୍ତ ଭୂତ ପ୍ରାଣୀଙ୍କୁ ଶରୀର ରୂପରେ ନ ଦେଖି ଆତ୍ମା ମନେ କରେ । ଏହି ଜ୍ଞାନବୋଧହଁ ପରମାତ୍ମାଙ୍କ ସହିତ ନିରନ୍ତର ମନକୁ ଯୁକ୍ତ କରାଇବାରେ ସହାୟକ ହୁଏ । 

କାମନା ହେଉଛି ପାପର ଜନକ । ତେଣୁ ପାପକୁ କାମନାର ପ୍ରଥମ ସନ୍ତାନ ବୋଲି କୁହାଯାଏ । ଈଶ୍ୱରୀୟ ଜ୍ଞାନ ଦ୍ୱାରା କାମନାର ବିାନଶ ହୁଏ ଏବଂ ତଦ୍ୱାରା ପାପ ବିନଷ୍ଟ ହୁଏ । ଜ୍ଞାନର ପରିପୂର୍ଣ୍ଣତାରେ କର୍ମର ସମାପ୍ତି ହୁଏ ନାହିଁ । ଏପରି ବ୍ୟାଖ୍ୟା ଭ୍ରମାତ୍ମକ ମନେ ହୁଏ । ଈଶ୍ୱରୀୟ ଜ୍ଞାନ ଯୁକ୍ତ ହୋଇ ଯେଉଁ କର୍ମ ସମ୍ପାଦିତ ହୁଏ ତାହା ମନରେ କୌଣସି ବିକ୍ଷେପ ସୃଷ୍ଟି କରୁ ନ ଥିବାରୁ, ସଂସ୍କାରରେ ପରିବର୍ି୍ତ ହୁଏ ନାହିଁ । ତେଣୁ ଜ୍ଞାନ କର୍ମର ସମାପ୍ତି ନ କରି ତା'ର ବନ୍ଧନର କାରଣ ଗୁଡିକୁ  ନଷ୍ଟ କରେ ବୋଲି ବୁଝିବାକୁ ହେବ ।

ଯୋଗ ଦ୍ୱାରା ପ୍ରକୃତ ଜ୍ଞାନର ରହସ୍ୟକୁ ବୁଝି ହୁଏ ଓ ଆହରଣ କରି ହୁଏ । ଯୋଗୀର ନିଷ୍କାମତା, ସମତା ଏବଂ ଈଶ୍ୱର ପ୍ରୀତିର ଅନୁପାତ ଅନୁସାରେ ତା' ମଧ୍ୟରେ ସମାନୁପାତିକ ଭାବରେ ଜ୍ଞାନ ବର୍ଦ୍ଧିତ ହୁଏ । ଏହା ହଠାତ୍ ହୁଏ ନାହିଁ । ଦୀର୍ଘଦିନ ଅଭ୍ୟାସ ଦ୍ୱାରା ଏହି ଜ୍ଞାନ ଆତ୍ମାରେ ବିକଶିତ ହୁଏ । ଅଧ୍ୟୟନ ଓ ଶ୍ରବଣ ଦ୍ୱାରା ଯେଉଁ ଜ୍ଞାନ ଲାଭ ହୁଏ ତଦ୍ଧ୍ୱାରା ପାଣ୍ଡିତ୍ୟ ବା ବିଦ୍ବତା ବୃଦ୍ଧି ହୁଏ; କିନ୍ତୁ ତାହା ମାନସିକ ଶାନ୍ତି  ପ୍ରାପ୍ତି ପାଇଁ ସହାୟକ ହୋଇ ପାରେ ନାହିଁ । କିନ୍ତୁ ସାକ୍ଷାତ ପରମାତ୍ମାଙ୍କଠାରୁ ପ୍ରାପ୍ତ ଜ୍ଞାନ ମନର ସଂଶୟ ଦୂର କରେ ଓ ଇନ୍ଦ୍ରିୟ ସମୂହ ଉପରେ ବିଜୟ ପ୍ରାପ୍ତ କରାଇ ସମସ୍ତ ମୋହ ନଷ୍ଟ କରେ । ଆତ୍ମା ତା'ର ଜ୍ଞାନ ସ୍ୱରୂପ ଅବସ୍ଥାରେ ନିରନ୍ତର ଅବସ୍ଥାନ କରେ । ଏହା ଦ୍ୱାରା ପରମ ଶାନ୍ତିର ଅନୁଭବ ହୁଏ ।

ଶ୍ରଦ୍ଧା ଓ ବିଶ୍ୱାସହିଁ ଆମର ଇହ ଓ ପର ଲୋକକୁ ଉନ୍ନତ କରେ । ଅନ୍ୟଥା କୌଣସି କଥାରେ ସଫଳତା ପ୍ରାପ୍ତି ହୁଏ ନାହିଁ । ଈଶ୍ୱରୀୟ ମାର୍ଗରେ ଶ୍ରଦ୍ଧା ଓ ବିଶ୍ୱାସର ସହିତ ଦୃଢ଼ ଭାବରେ ଆଗେଇଲେହିଁ ଇପ୍ସିତ ଲକ୍ଷ୍ୟ ପ୍ରାପ୍ତି ସମ୍ଭବ ହୁଏ  । କିନ୍ତୁ ଯେଉଁମାନେ ଈଶ୍ୱରୀୟ ଜ୍ଞାନରେ ସନ୍ଦେହ ଓ ସଂଶୟ ପୋଷଣ କରନ୍ତି ସେମାନଙ୍କ ପତନ ସୁନିଶ୍ଚିତ । ଅନ୍ୟ ପକ୍ଷରେ ଯେଉଁ ବ୍ୟକ୍ତି ଆତ୍ମାନୁଭୂତି କରି ପାରିଛନ୍ତି ତାଙ୍କୁ କର୍ମ ସମୂହ ଆବଦ୍ଧ କରିପାରେ ନାହିଁ । ସମସ୍ତ କର୍ମ ପରମାତ୍ମର୍ପଣ କରିବାହିଁ କର୍ମଯୋଗ । ଏହା ବାହ୍ୟ କର୍ମ ସନ୍ନ୍ୟାସ ନୁହେଁ; ଆଭ୍ୟନ୍ତରିଣ କର୍ମ ସନ୍ନ୍ୟାସ । ଅର୍ଥାତ ପରମାତ୍ମାଙ୍କୁ କର୍ମଫଳ ନୁହେଁ; କର୍ମକୁହିଁ ସମର୍ପଣ କରିବାକୁ ହେବ । ଯୋଗୀ ପରମାତ୍ମାଙ୍କ ନିର୍ଦ୍ଧେଶ ମୁତାବକ କର୍ମ କରେ । ତେଣୁ କର୍ମର ଫଳାଫଳ ପାଇଁ ସେ ଉରଦାୟୀ ହୁଏ ନାହିଁ । ପରମାତ୍ମା ତା'ର ସକଳ କର୍ମର ଭାର ବହନ କରନ୍ତି ।

ପରମାତ୍ମା  ଅବତରଣ ନ ହେବା ପର୍ଯ୍ୟନ୍ତ ପ୍ରକୃତ ଜ୍ଞାନ କାହା ପାଖରେ ନ ଥାଏ । ସମସ୍ତେ ଅଜ୍ଞାନତା ବଶତଃ ବିଭିନ୍ନ ମୁନି ଋଷିମାନଙ୍କ ମତ ଦ୍ୱାରା ବିଭ୍ରାନ୍ତ ହେଉଥାନ୍ତି । ଇନ୍ଦ୍ରିୟଗଣ ମଧ୍ୟ ମନୁଷ୍ୟକୁ ବିମୂଢ଼ କରନ୍ତି; ତା' ମନରେ ସଂଶୟ ଉପôନ୍ନ କରାଏ । ଏଭଳି ବ୍ୟକ୍ତିର ବୁଦ୍ଧି ପ୍ରକୃତ ସତ୍ୟ କ'ଣ ବୁଝି ପାରେ ନାହିଁ । ସେଥିପାଇଁ ପରମାତ୍ମା ମାନବ ସମାଜକୁ ପ୍ରକୃତ ଜ୍ଞାନ ପ୍ରଦାନ କରିବା ପାଇଁ ଭୂପୃଷ୍ଠରେ ଅବତରଣ କରନ୍ତି । କାରଣ ସେହି ଜ୍ଞାନ ଦ୍ୱାରା ମାନବାତ୍ମା ପ୍ରକୃତ ସତ୍ୟ ବୁଝିପାରେ ଓ ପରମାତ୍ମାଙ୍କ ସହିତ ସହଜରେ ଯୋଗଯୁକ୍ତ ହୋଇପାରେ । ଏହା ଦ୍ୱାରା ତା'ର ସମସ୍ତ ସଂଶୟ ଦୂର ହୁଏ ।  

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର