ନିର୍ବାଚିତ ·ଣକ୍ୟ ନୀତି (୬)
ଗୋଟିଏ ଗୁଣୀ ପୁତ୍ର ପର୍ଯ୍ୟାପ୍ତ ଅଟେ
ବରମେକୋ ଗୁଣୀ ପୁତ୍ରୋ ନିର୍ଗୁଣ୍ୟେଶ୍ଚ ଶତୈରପି
ଏକଶ୍ଚନ୍ଦ୍ର ସ୍ତମୋ ହନ୍ତି ନ ଚ ତାରାଃ ସହସ୍ରଶଃ ।ା
ଅର୍ଥ : ଶହେ ଗୁଣହୀନ ପୁତ୍ରଠାରୁ ଗୋଟିଏ ଗୁଣବାନ ପୁତ୍ର ଉମ ଅଟେ । କାରଣ ଗୋଟିଏ ଚନ୍ଦ୍ର ହିଁ ରାତ୍ରିର ଅନ୍ଧକାର ଦୂର କରିଥାଏ, କିନ୍ତୁ ସହସ୍ର ତାରାଗଣ ତାହା କରି ପାରନ୍ତି ନାହିଁ ।
ଭାବାର୍ଥ : ଶତାଧିକ ମୁର୍ଖ ଓ ଗୁଣହୀନ ବ୍ୟକ୍ତି ପରିବାର ପାଇଁ ଏକ ବୋଝ ସଦୃଶ । ସେମାନେ ପରିବାର ତଥା ବଂଶର ମାନମର୍ଯ୍ୟାଦା ନଷ୍ଟ କରନ୍ତି । ଗୋଟିଏ ଗୁଣବାନ ପୁତ୍ର ପରିବାରର ଓ ବଂଶକୁ ଗୌରବାନ୍ୱିତ କରେ । ଏହିପରି ପୁତ୍ରକୁ କୁଳଚନ୍ଦ୍ରମା କୁହାଯାଏ । କାରଣ ଗୋଟିଏ ଚନ୍ଦ୍ର ରାତ୍ରିରେ ସମସ୍ତ ପୃଥିବୀକୁ ଆଲୋକିତ କରିିଥାଏ । ସହସ୍ର ସହସ୍ର ତାରା ଆକାଶରେ ଥିଲେ ମଧ୍ୟ ଅମାବାସ୍ୟା ଦିନ ପୃଥିବୀ ଅନ୍ଧକାରାଚ୍ଛନ୍ନ ହୋଇଥାଏ । ସେମାନେ ଅନ୍ଧକାର ଦୂର କରିିପାରନ୍ତି ନାହିଁ । ତେଣୁ ଗୋଟିଏ ଗୁଣୀପୁତ୍ର ପର୍ଯ୍ୟାପ୍ତ ଅଟେ ।
ମୁର୍ଖପୁତ୍ର ଜୀବନବ୍ୟାପୀ ଦୁଃଖ ପ୍ରଦାୟକ
ମୁର୍ଖ ଶ୍ଚିରାୟୁର୍ଜାତୋଽପି ତସ୍ମାଜ୍ଜାତମୃତୋ ବରଃ
ମୃତଃ ସ ·ଽଳ୍ପଦୁଃଖାୟ ଯବଜ୍ଜୀବଂ ଜଡୋ ଦହେତ୍ ।ା
ଅର୍ଥ : ଦୀର୍ଘଜୀବୀ ମୁର୍ଖ ପୁତ୍ର ଅପେକ୍ଷା ଜନ୍ମ ହେଲା ମାତ୍ରେ ମୃତୁ୍ୟ ପ୍ରାୟ ହୋଇଥିବା ପୁତ୍ର ଉମ ଅଟେ । କାରଣ ସେହି ମୃତ ପୁତ୍ର ଅଳ୍ପ ସମୟ ପାଇଁ ଦୁଃଖଦାୟୀ ହୋଇଥାଏ; କିନ୍ତୁ ମୁର୍ଖ ପୁତ୍ର ବିଥିବା ପର୍ଯ୍ୟନ୍ତ ଦୁଃଖ ଦେଇଥାଏ ।
ଭାବାର୍ଥ : ଆଦୌ ସନ୍ତାନ ଜନ୍ମ ନ ହେବା ଓ ଜନ୍ମ ହେବା ମାତ୍ରେ ମରିଯିବା- ଉଭୟ ସ୍ଥିତିରେ ମଣିଷ ଦୁଃଖୀ ହେଲେ ବି ସମୟକ୍ରମେ ନିଜ ମନକୁ ବୁଝାଇ ଦିଏ । କିନ୍ତୁ ପୁତ୍ର ଯଦି ମୁର୍ଖ ହେଲା ତେବେ ପିତା-ମାତା ତଥା ସ୍ବଜନ ପରିବାର ବର୍ଗଙ୍କ ପାଇଁ ପ୍ରତି ପଦକ୍ଷେପରେ ଦୁଃଖ କାରକ ହୋଇଥାଏ । ଏପରି ପୁତ୍ର କୁଳପାଇଁ କଳଙ୍କ । ଏପରି ପୁଅ ପାଇଁ ବେଳେ ବେଳେ ମା-ବାପା ଙ୍କ ମୁହଁରୁ ବିରକ୍ତରେ ବାହାରିଯାଏ- “ତୁ ଜନ୍ମ ହେଳା ମାତ୍ରେ ମରିଗଲୁ ନାହିଁ କାହିଁକି ।” ମୁୁର୍ଖପୁତ୍ର ବଥିବା ପର୍ଯ୍ୟନ୍ତ ମାତାପିତା ତଥା ପରିବାର ପାଇଁ କେବଳ ଦୁଃଖ ହିଁ ଆଣିଥାଏ ।
ଏମାନେ ଗାତ୍ର ଦାହ କାରକ
କୁଗ୍ରାମବାସଃ କୁଳହୀନ ସେବା
କୁଭୋଜନଂ କ୍ରୋଧମୁଖୀ ଚଭାର୍ଯ୍ୟା ।
ପୁତ୍ରଶ୍ଚ ମୁଖୋ ବିଧବା ଚ କନ୍ୟା
ବିନାଽଗ୍ନିନା ଷଟ୍ ପ୍ରଦହନ୍ତି କାୟମ୍ । ।
ଅର୍ଥ : ଦୁଷ୍ଟ ଓ ଖଳ ପ୍ରକୃତିର ଲୋକେ ଦୁଃଷ୍ଟ ସ୍ବଭାବ ସମ୍ପନ୍ନ ସେଠାରେ ଜଣେ ଉମ ସ୍ବଭାବ ସମ୍ପନ୍ନ ବ୍ୟକ୍ତି ବାସ କରିବା ଅତ୍ୟନ୍ତ ଦୁର୍ବିସହ । କାରଣ ପ୍ରତି ପଦକ୍ଷେପରେ ତାଙ୍କୁ ଦୁଃଷ୍ଟ ଲୋକଙ୍କର ଦ୍ୱାରା ପ୍ରତାଡ଼ିତ ଓ ଅପମାନିତ ହେବାକୁ ପଡ଼େ । ସେଠାରେ ତାଙ୍କ ଧନ ଓ ଜୀବନ ନିରାପଦ ରହେ ନାହିଁ । ଅତ୍ୟନ୍ତ ନୀଚ ପ୍ରବୃି ବ୍ୟକ୍ତିର ସେବା କରିବା ମଧ୍ୟ ନିଆଁ ସହିତ ଖେଳିବା ସହିତ ସମାନ । କାରଣ ଏଭଳି ବ୍ୟକ୍ତି ସେମାନଙ୍କପ୍ରତି ଅତ୍ୟନ୍ତ କ୍ରୁର ବ୍ୟବହାର କରିଥାନ୍ତି । କୁଭୋଜନ ପାଇଁ ଶରୀର ରୋଗାକ୍ରାନ୍ତ ହୋଇ ପୀଡ଼ା ଦେଇଥାଏ । ପନôୀ ଯଦି କର୍କଶ ସ୍ବଭାବର ହୁଏ ତେବେ ତା’ର ପତିର ଜୀବନ ନର୍କ ତୁଲ୍ୟ ହୋଇଯାଏ । ଏଭଳି ସ୍ତ୍ରୀକୁ ବିବାହ କରିଥିବା ହେତୁ ସାରା ଜୀବନ ପଶ୍ଚାାପ ଓ ଦୁଃଖାନଳରେ ଜର୍ଜରିତ ହେଉଥାଏ । ବିଧବା କନ୍ୟାର ଦୁଃଖ ସଦା ସର୍ବଦା ମା ବାପାଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ । ଚିନ୍ତା, ଦୁଃଖ ସଦା ସର୍ବଦା ମା’ ବାପାଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ । ଚିନ୍ତା, ଚିତା ସମାନ ଦାହକକାରକ । ତେଣୁ କୁହାଯାଏ “ଚିନ୍ତା ଚିତା ଦ୍ୱର୍ୟୋମଧ୍ୟେ ଚିନ୍ତା ଏକ ଗରୀୟସୀ,ଚିତା ଦହତି ନିର୍ଜୀବଂ, ଚିତା ଦହତି ସଜୀବଂ ।”
ଅନୁପଯୋଗୀ ବ୍ୟକ୍ତି ଓ ବସ୍ତୁ ନିଷ୍ପପ୍ରୟୋଜନ
କିଂ ତଥା କ୍ରିୟତେ ଧେନ୍ୱା ଯା ନ ଦୋଗ୍ଧି ନଚ ଗୁର୍ଭିଣୀ ।
କୋଃର୍ଥଃ ପୁତ୍ରେଣ ଜତେନ ଯୋ ନ ବିଦ୍ୱାନ ନ ଭକ୍ତିମାନ୍ ।ା
ଅର୍ଥ : ଦୁଗ୍ଧ ଦେଉନଥିବା ଓ ଗର୍ଭଧାରଣ କରୁ ନ ଥବା ଗାଈକୁ କଣ କରାଯିବ? ଠିକ୍ ଏହିପରି ବୁଦ୍ଧିହୀନ ଓ ଭକ୍ତିହୀନ ପୁତ୍ର ଜନ୍ମ ଦେଇ କି ଲାଭ?
ଭାବାର୍ଥ : ଉଭୟ ଦୁଗ୍ଧ ଦେଉ ନଥିବା ଓ ବନ୍ଧ୍ୟା ଗାଈ ତାର ପାଳନକର୍ା ପାଇଁ ଲାଭଦାୟକ ନୁହେଁ । ଠିକ ଏହି ପ୍ରକାର ମୁୁର୍ଖ ଓ ନାସ୍ତିକ ପୁତ୍ର କୌଣସି ପରିବାର ପାଇଁ ଅବାିତ (ଅବାଂଛିତ) । ଏହିପରି ପୁତ୍ର କୂଳ ପାଇଁ ଅମା ଅନ୍ଧକାର ସଦୃଶ ।
Comments
Post a Comment