ଜ୍ଞାନ ପ୍ରବାହ (୩୬)


(ସନ୍ଥଶ୍ରୀ ରାମଚନ୍ଦ୍ର କେଶବ ଡୋଙ୍ଗରେଜୀ ମହାରାଜଙ୍କ ଶ୍ରୀମଦ୍ ଭାଗବତ୍ ରହସ୍ୟ ଗ୍ରନ୍ଥ ଆଧାରରେ ପ୍ରସ୍ତୁତ)


ଭାଗବତରେ କେତେକ ସ୍ଥାନରେ ମାନବଶରୀର ନିନ୍ଦା କରାଯାଇଛି । ମାନବ ଶରୀରର ସ୍ତୁତି କେବଳ ପମ ସ୍କନ୍ଦରେ ଦେବତାଙ୍କ ଦ୍ୱାରା କରାଯାଇଛି । ମାନବ ଶରୀର ମୁକୁନ୍ଦଙ୍କ ସେବା କରିବା ପାଇଁ । ଯଦି ମାନବ ଶୁଭ ସଂକଳ୍ପ କରେ ତାହାହେଲେ ସେ ନରରୁ ନାରାୟଣ ହୋଇପାରିବ ।

ଦେବା ଗାୟନ୍ତି -

ଅହୋ ଅମୀଷାଂ କିମକାରି ଶୋଭନଂ ପ୍ରସନ୍ନ ଏଷାଂ ସ୍ବୀଦୁତ ସ୍ବୟଂହରି ।

ଯୈର୍ଜନ୍ମ ଲବ୍ଧଂ ନୃଷୁ ଭାରତାଜିରେ ମୁକୁନ୍ଦଂ ସେ ବୌପାୟିକଂ ସ୍ପୃହା ହିନଃ ।ା

 (ଭା. ୫-୧୯-୨୧)

ଅର୍ଥ: ଭାରତବର୍ଷରେ ମନୁଷ୍ୟ ଜନ୍ମକୁ ଉକ୍ରୃଷ୍ଟ ବୋଲି ଦେବତାମାନେ ଗାନ କରନ୍ତି । ଅହୋ । ଏହି ମନୁଷ୍ୟମାନେ ଏପରି କି ଉମ କାର୍ଯ୍ୟ କରିଛନ୍ତି କିମ୍ବା ଭଗବାନ ସ୍ବୟଂ ଏମାନଙ୍କ ଉପରେ କିପରି ପ୍ରସନ୍ନ ହୋଇଛନ୍ତି ଯାହା ଫଳରେ ଏମାନେ ଏହି ଭାରତ ଭୂମିରେ ଶ୍ରୀମୁକୁନ୍ଦଙ୍କର ସେବାଯୋଗ୍ୟ ମନୁଷ୍ୟ ଜନ୍ମ ଲାଭ କରିପାରିଛନ୍ତି । ଆମେମାନେ (ଦେବତା ହୋଇ ମଧ୍ୟ) ଏଠାରେ ଜନ୍ମ ହେବାପାଇଁ ଇଚ୍ଛା କରୁ ।

ପମ ସ୍କନ୍ଧର ଅନ୍ତିମ ଅଧ୍ୟାୟରେ ବିଭିନ୍ନ ନରକର ବର୍ଣ୍ଣନା କରାଯାଇଛି । ଏହାର ଉଦ୍ଧେଶ୍ୟ ମନୁଷ୍ୟକୁ ପାପ କର୍ମରୁ ନିବୃ କରାଇବା । ଦୁର୍ବିସହ ଦୁଃଖ ଓ ଯନ୍ତ୍ରଣା ନରକର ପ୍ରତୀକ । ଜାଣତରେ ହେଉ ଅବା ଅଜାଣତରେ ମଣିଷ ପାପ କର୍ମ କରିଥାଏ । ପାପ ପ୍ରତି ସଚେତନ ହେଲେ ନରକରୁ ନିବୃି ମିଳେ । ପରମାତ୍ମାଙ୍କୁ ସ୍ମରଣ ପୂର୍ବକ କୃତ ପାପକୁ ସ୍ବୀକାର କରି କ୍ଷମା ଯାଚନା କଲେ ଦଣ୍ଡ ହାଲୁକା ହୋଇଯାଏ । ଆଉ ଥରେ ଉକ୍ତ ପାପ ନ କରିବା ପାଇଁ ଭଗବାନଙ୍କ ନିକଟରେ ପ୍ରତିଜ୍ଞା କରିବା ଉଚିତ । ବାସନାରୁ ପାପର ଉପôି ହୋଇଥାଏ । ଅଜ୍ଞାନତା ବାସନାର ଜନନୀ । ଈଶ୍ୱରୀୟ ଜ୍ଞାନ ଦ୍ୱାରା ଅଜ୍ଞାନତାର ନାଶ ହୁଏ । ଯେଉଁ ବ୍ୟକ୍ତି ଜ୍ଞାନରେ ସ୍ଥିର ରହେ ସେ କେବେ ହେଲେ ବାସନାଗ୍ରସ୍ତ ହୁଏ ନାହିଁ । ଏଥିପାଇଁ ସତତ ପ୍ରେମ ପୂର୍ବକ ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ରହିବା ଆବଶ୍ୟକ । ମନରେ କଳୁଷିତ ବି·ର ଆସିଲେ ଗୁରୁତୁଲ୍ୟ ତାକୁ ବୁଝାଇବା ଉଚିତ୍ । ଆମର ମନକୁ ଆମ ବ୍ୟତୀତ ଆଉ କେହି ବୁଝାଇବାକୁ ସକ୍ଷମ ନୁହେଁ ।

ବିଧି ପୂର୍ବକ ପ୍ରାୟଶ୍ଚିତ କରିବା ସେ୍ୱ ମଧ୍ୟ ପାପ କରିବାରର ଇଚ୍ଛା ରହିଯାଏ । ପ୍ରାୟଶ୍ଚିତ ଅଗ୍ନିରେ ପାପ ଦଗ୍ଧ ହୁଏ, କିନ୍ତୁ ବାସନା ନୁହେଁ । ମନ ବଡ ବିଶ୍ୱାସ ଘାତକ । ମନକୁ ଲେଶମାତ୍ର ବିଶ୍ୱାସ କରିବା ଉଚିତ୍ ନୁହେଁ । ଅବକାଶ ପାଇବା ମାତ୍ରେ ମନ ପାପ କରି ବସେ । ପରମାତ୍ମାଙ୍କୁ ପ୍ରାଣାର୍ପଣ କରିବା ଦ୍ୱାରା ବାସନା ସମୂଳେ ନାଶ ହୁଏ ।

ତପ (ମନ ତଥା ଈନ୍ଦି୍ରୟଗୁଡ଼ିକର ଏକାଗ୍ରତା), ବ୍ରହ୍ମଚର୍ଯ୍ୟ, ଶମ (ମନର ନିୟନ୍ତ୍ରତା), ଦମ (ବାହ୍ୟ ଇନ୍ଦ୍ରିୟ ଗୁଡ଼ିକର ନିୟନ୍ତ୍ରତା), ମନର ସ୍ଥିରତା, ଦାନ, ସତ୍ୟ, ଶୌଚ, ଯମ, ନିୟମ ଆଦି ଦ୍ୱାରା ପାପର ବାସନା ନଷ୍ଟ ହୋଇଥାଏ । କିନ୍ତୁ ପରମାତ୍ମାଙ୍କୁ ଆତ୍ମ ସମର୍ପଣ କରିବା ଦ୍ୱାରା ଏବଂ ଭଗବତ ଉକ୍ତମାନଙ୍କର ସେବା କରିବା ଦ୍ୱାରା ପାପୀମାନଙ୍କର ଶୁଦ୍ଧି ହୋଇଥାଏ । ତପଶ୍ଚଯ୍ୟ ଦ୍ୱାରା ସେମାନଙ୍କର ଶୁଦ୍ଧିକରଣ ହୁଏ ନାହିଁ । କାରଣ ତାହା ସେମାନଙ୍କ ପାଇଁ  ସମ୍ଭବ ନୁହେଁ । ପାପୀ ମନୁଷ୍ୟ କେବଳ ଭକ୍ତି ଦ୍ୱାରା ହିଁ ପବିତ୍ର ହୋଇ ପାରିବ ।

ଯିଏ ପରମାତ୍ମାଙ୍କୁ ନିଜ ପ୍ରାଣ ଅର୍ପିତ କରେ ଏବଂ ଯିଏ ଶ୍ୱାସ ପରମାତ୍ମାଙ୍କୁ ଏକ ନିଷ୍ଠ ଭାବରେ ସ୍ମରଣ କର ତାକୁ କେବେ କହିଲେ ପାପ ସ୍ପର୍ଶ କରି ପାରେ ନାହିଁ । ଏଭଳି  ବ୍ୟକ୍ତିଙ୍କ ମନରେ କେବେହେଲେ ପାପ କରିବାର ଇଚ୍ଛା ଜାଗ୍ରତ ହୁଏ ନାହିଁ । ପ୍ରାଣାର୍ପଣର ଅର୍ଥ ଆନ୍ତରିକ ପ୍ରେମ ସହିତ ପ୍ରତି କ୍ଷଣ ପରମାତ୍ମାଙ୍କୁ ସ୍ମରଣ କରିବା । ଈଶ୍ୱରୀୟ ସ୍ମୃତି ସମ୍ପନ୍ନ ହୋଇ ପ୍ରତ୍ୟେକ କରଣୀୟ କର୍ମ ସମ୍ପାଦନ କରିବା ଉଚିତ । ସତତ ପ୍ରତିଶ୍ୱାସରେ ପରମାତ୍ମାଙ୍କ ସ୍ମୃତି ରହିଲେ ପାପ ପ୍ରବୃି ହେବ ନାହିଁ । ଭଗବାନ ମଧ୍ୟ ଏକଥା ଗୀତାରେ କହିଛନ୍ତି- ମାମନୁସ୍ମର ଯୁଧ୍ୟଚ । ପ୍ରଥମେ ଭାଗବାନଙ୍କୁ ସ୍ମରଣ କର ତାପରେ ସମସ୍ତ ସାଂସାରିକ କାର୍ଯ୍ୟ ନିମି ଭାବରେ ସମ୍ପନ୍ନ କର ।

ଯେ ପର୍ଯ୍ୟନ୍ତ ମନୁଷ୍ୟ ପରାମାତ୍ମାଙ୍କ ଜ୍ଞାନ ପ୍ରାପ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ତାର ବାସନା ନଷ୍ଟ ହୁଏ ନାହିଁ । ଅଜ୍ଞାନତାରୁ ବାସନଦା ଜନ୍ମ ନିଏ । ଈଶ୍ୱର ଓ ଜଗତର ବାସ୍ତବିକ ସ୍ବରୂପ ହେଲେ ବାସନା ନଷ୍ଟ ହୁଏ । ଈଶ୍ୱର ଆନନ୍ଦ ସ୍ବରୂପ ଏବଂ ସଂସାର ଦୁଃଖ ସ୍ବରୂପ - ଏପରି ଅନୁଭବ ହେଲେ ବାସନା ଚାଲିଯାଏ । ତେଣୁ ବାସନାର ମୂଳ ହେଉଛି ଅଜ୍ଞାନ । ଏହାର ନାଶ ହେଲେ ଜ୍ଞାନ ଉପôନ୍ନ ହୁଏ । ଜ୍ଞାନଲୋକରେର ଅଜ୍ଞାନ ତିମିର ତିରୋହିତ ହୁଏ । ଇନ୍ଦ୍୍ରିୟ ସମୂହକୁ ବିଷୟ ଅଭିମୁଖେ ଆକର୍ଷଣ ହେବାକୁ ନିରୋଧ କରିବା ଦ୍ୱାରା ବାସନା ନାଶ ହୁଏ ନାହିଁ । ଏ ଗୁଡ଼ିକୁ ଦମନ କରିବା ପରିବେର୍ ପରମାତ୍ମାଙ୍କ ଆଡକୁ ମୋଡ଼ି ନେଲେ ବାସନା ଯଶ ହୋଇ ମନ ପବିତ୍ର ହୋଇଯାଏ ।

କୌଣସି ଏକ ସାରେ ମନ ସ୍ଥିର ହୋଇଗଲେ ମନର ଶକ୍ତି ବଢ଼ିଯାଏ । ଧ୍ୟାନ, ଅର୍ଚ୍ଚନ ଓ ନାମ - ଏହି ତିନି ସାଧନର କଥା ଭାଗବତରେ କୁହାଯାଇଛି । ଏହି ତିନି ସାଧନ ଯି କରିବାକୁ କେହି ଅକ୍ଷମ ତେବେ କୌଣସି  ଗୋଟିଏରେ ଅଟଳ ଶ୍ରଦ୍ଧା ରଖିଲେ ମଧ୍ୟ ବ୍ୟକ୍ତି ପାପ କର୍ମରୁ ମୁକ୍ତି ପାଇପାରିବ । ଏହି ତିନି ସାଧକ ଦ୍ୱାରା ଉକ୍ତି ଦୃଢ଼ ହୁଏ । ପରମାତ୍ମାଙ୍କୁ ସତତ ଧ୍ୟାନ କରିବା ଦ୍ୱାରା ମନ ଶୁଦ୍ଧ ହୋଇଥାଏ । ଦାନ, ବତ୍ରତ ଆଦିରେର ପରମାତ୍ମା ପ୍ରାପ୍ତି ହୁଏ ନାହିଁ । ଗୀତାରେ ଏକଥା ସ୍ବୟଂ ଭଗବାନ କହିଛନ୍ତି -

ନାହଂ ବୈଦୈର୍ନ ତପସା ନ ଦାନେନ ନ ଚ ଇଜ୍ଜୟା

ଅର୍ଥାତ୍, ବେଦ, ତପ ଏବଂ ଯଜ୍ଞ ଦ୍ୱାରା ମୁଁ ପ୍ରାପ୍ତ ହୁଏ ନାହିଁ ।

ମନୁଷ୍ୟକୁ ନିଜ ଜୀବନ - ଲକ୍ଷ୍ୟ ନିଶ୍ଚିତ କରିବା ଉଚିତ । ଧ୍ୟେୟ ବିନା ଜୀବନ, ନାବିକ ବିହୀନ ନୌକା ସମାନ । ଧ୍ୟେୟ ନିଶ୍ଚିତ କରି ତାକୁ ସିଦ୍ଧ କରିବା ପାଇଁ ସାଧନା କରିବା ଉଚିତ । କଳିଯୁଗରେ ପରମାତ୍ମାଙ୍କ ନାମ ସ୍ମରଣ ସବୁଠାରୁ ସହଜ ସେବା । ନାମ ଦ୍ୱାରା ତାଙ୍କର ସ୍ବରୂପ ପ୍ରକଟ ହୁଏ । ଜଗତରେ ତାଙ୍କ ନାମ ପ୍ରକଟିତ, କିନ୍ତୁ ସ୍ବରୂପ ଅଦୃଶ୍ୟ । ଅଦୃଶ୍ୟ ସାର ନମ ଜପ କରିବା ଦ୍ୱାରା ତାଙ୍କ ନମର ସ୍ବରୂପ ପ୍ରକଟ ହୋଇଥାଏ । ନାମରେ ଅଟଳ ନିଷ୍ଠା ରକôବା ଉଚିତ । ସତତ ପରମାତ୍ମାଙ୍କ ନାମ ଜପ କରିବା ଦ୍ୱାରା ମୃତୁ୍ୟକୁ ମଧ୍ୟ ଜୟ କରାଯାଇପ୨ାରେ । ମୃତୁ୍ୟ କାଳ ପର୍ଯ୍ୟନ୍ତ ବ୍ରହ୍ମ ନିଷ୍ଠା ବଜାୟ ରଖିବା ସହଜ କତା ନୁହେଁ । ନାମନିଷ୍ଠା ବ୍ୟତୀତ କଳିକାଳରେ ଉଦ୍ଧାରର ଅନ୍ୟ ପନ୍ତା ନାହିଁ । ଯେଉଁମାନଙ୍କୁ ଭଗବାନ ଅତିଶୟ କୃପା କରନ୍ତି ସେମାନଙ୍କୁ ଭଗବତ ନାମରେ ପ୍ରୀତି ହୋଇଥାଏ ।

ସକୃନ୍ମନଃ କୃଷ୍ଣପଦାରବିନ୍ଦୟୋ-

ର୍ନିବେଶିତଂ ତଦ୍ଗୁଣରାଗି ମୈରିହ ।

ନ ତେ ଯମଂ ପାଶଭୃତଶ୍ଚ ତଦ୍ଭଟାନ୍ -

ସ୍ବପ୍ନେଽପି ପଶ୍ୟନ୍ତି ହି ଚୀର୍ଣ୍ଣନିଷ୍କୃତାଃ ।

(ଶ୍ରୀମଦଭାଗବତ - ୬/୧/୧୯)

ଅର୍ଥ - ଯେଉଁମାନେ ଭଗବାନ ଶ୍ରୀକୃଷ୍ଣଙ୍କ ପଦାରବିନ୍ଦରେ ତାଙ୍କ ଗୁଣାନୁରାଗ ନିଜର ଚିକୁ ଥରେ ମାତ୍ର ନିବିଷ୍ଟ କରିଥାନ୍ତି, ସେମାନଙ୍କ ସମସ୍ତ ପାପର ପ୍ରାୟଶ୍ଚି ହୋଇଯାଏ । ଯମଙ୍କୁ କିମ୍ବା ପାଶହସ୍ତ ଯମଦୂତମାନଙ୍କୁ ସ୍ବପ୍ନରେ ମଧ୍ୟ ସେମାନଙ୍କୁ ଦେଖିବାକୁ ପଡେ ନାହିଁ । 

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର