ଅନ୍ତର୍ମୁଖତା

ମନୁଷ୍ୟାତ୍ମା ମଧ୍ୟରେ ଦୁଇପ୍ରକାର ବ୍ୟକ୍ତି ଦେଖାଯାନ୍ତି । ଅନ୍ତର୍ମୁଖୀ ଓ ବହିର୍ମୁଖୀ । ଏହା ମନୋବୈଜ୍ଞାନିକ ସିଦ୍ଧାନ୍ତ । ସମ୍ପ୍ରତି ସମସ୍ତ ଜଗତ ବହିର୍ମୁଖୀ ଧାରାରେ ପ୍ରବାହିତ । ଅନ୍ୟ ଅର୍ଥେଇତବେଳେ ଏକ ସାଧାରଣ ଗରିବ ବ୍ରାହ୍ମଣର ଚରଣରେ ରାଜା ମଥାନତ କରୁଥିଲେ । ସେହି ବ୍ରାହ୍ମଣର ବାହ୍ୟ ବ୍ୟକ୍ତିତ୍ୱ ରାଜାଙ୍କ ପାଇଁ ଗୌଣ ଥିଲା । ସେ ତାର ଅର୍ନ୍ତନିହିତ ଅମୂଲ୍ୟ ଆଧ୍ୟାତ୍ମିକ ସମ୍ପି ଦ୍ୱାରା ପ୍ରଭାବିତ ହେଉଥିଲେ, ଯାହାକି ତାଙ୍କ ପାଖରେ ନଥିଲା । ଆଧ୍ୟାତ୍ମିକ ପ୍ରଗତି ପାଇଁ ଚେତନାର ଅନ୍ତର୍ମୁଖୀ ହେବା ଏକାନ୍ତ ଆବଶ୍ୟକ । କିନ୍ତୁ ବହିର୍ମୁଖୀ ଚେତନାକୁ ଅନ୍ତର୍ମୁଖୀ ବନାଇବା ଏତେ ସହଜସାଧ୍ୟ ନୁହେଁ । କେତେକ ସ୍ଥଳରେ ଅପବାଦ ଦେଖାଯାଏ । ଏହି ପରିପ୍ରେକ୍ଷୀରେରେ ଡାକୁ ଅଙ୍ଗୁଳିମାଳ ପ୍ରସଙ୍ଗ ପ୍ରଣିଧାନଯୋଗ୍ୟ । ବୁଦ୍ଧଙ୍କ ସାହଚର୍ଯ୍ୟରେ ଅ·ନକ ତା’ର ହୃଦୟ ପରିବର୍ନ ହୋଇଗଲା ଓ ସେ ଏକ ମହାନ ବୌଦ୍ଧ ଭିକ୍ଷୁ ବନିଗଲା ।

ଅନେକ କାଳରୁ ସମାଜରେ ଶିକ୍ଷା ଓ ଚିନ୍ତନର ଯେଉଁ ପରମ୍ପରା ·ଲି ଆସୁଛି ତଦ୍ଧ୍ୱାରା ମାନବର ଅନ୍ତର୍ମୁଖୀ ବୃି ଛିିନ୍ନ ହୋଇଛି । ଆମର ଚିନ୍ତନର କେନ୍ଦ୍ର ବିନ୍ଦୁ ଦେହ ଓ ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ବୈଭବ ଆଦିରେ ରହିଯାଇଛି । ଅନେକ ବର୍ଷରୁ ବନ୍ଦ ରହିଥିବା ଦ୍ୱାର ଯଦି ଖୋଲାଯାଏ ତେବେ ସେଥିରେ ଅନେକ ସମସ୍ୟା ଦେଖାଯାଇଥାଏ । କବାଟରେ କଳଙ୍କି ଲାଗି ଯାଇଥିଲେ ବଳ ପ୍ରୟୋଗ କରି ଖୋଲିବା ସମୟରେ ତାହା ଭାଙ୍ଗି ଯିବାର ସମ୍ଭାବନା ଥାଏ । ଅନ୍ୟ ପକ୍ଷରେ ଯେଉଁ କବାଟ ପ୍ରତିଦିନ ଖୋଲାଯାଏ ତାହା ୪୦/୫୦ ବର୍ଷର ପୁରୁଣା ହୋଇଥିଲେ ମଧ୍ୟ ସୁଗମତା ପୂର୍ବକ ଖୋଲିଯାଏ । ସେହିପରି ମନୁଷ୍ୟାତ୍ମାମାନଙ୍କ ବହିମୁର୍ଖତାର ଅଭ୍ୟାସ ଜନ୍ମ ଜନ୍ମାନ୍ତରର । ଆମକୁ ସାଧନାର ଏହି ଦ୍ୱାର ମଧ୍ୟ ଦେଇ ଅନ୍ତର୍ମୁଖତାର ଗୁ¶ା ମଧ୍ୟରେ ପ୍ରବେଶ କରିବାକୁ ହେବ ।

ଆମର ଚିନ୍ତା ଓ ଚେତନା ସତତ ସଂସାରାଭିମୁଖୀ । ଜନ୍ମଜନ୍ମାନ୍ତର ଆମେ ଫଳାଙ୍କାକ୍ଷା, ପଦ ପ୍ରତିଷ୍ଠା, ସମ୍ବନ୍ଧ ଆଦି ଅନେକ ପ୍ରକାର ବାସନା ପଛରେ ଧାଇଁ ଆସୁଛୁ । ଅନେକ ଜନ୍ମର ଏହି କର୍ମର ପରିଣାମ ସ୍ୱରୂପ ଆମ ମଧ୍ୟରେ ଯେଉଁ ଅଭ୍ୟାସ ବା ସଂସ୍କାର ନିର୍ମାଣ ହୋଇଛି - ତାହା ବହିର୍ମୁଖୀ ବୃିର କାରଣ । ବର୍ହିମୁଖୀ ଜଗତରେ ରହି ମଧ୍ୟ ଅନ୍ତର୍ମୁଖୀ ବୃି ସମ୍ପନ୍ନ ବ୍ୟକ୍ତି ଶାନ୍ତ ରହନ୍ତି । ସେମାନଙ୍କ ମଧ୍ୟରେ ଅର୍ନ୍ତଜଗତରେ ପ୍ରବେଶ କରିବାର ଉତ୍ସୁକତା  ଥାଏ । ସେମାନେ ଶାନ୍ତି ପସନ୍ଦ କରନ୍ତି । ତେଣୁ କୁହାଯାଏ ଅନ୍ତର୍ମୁଖୀ ସଦା ସୁଖୀ । ଅନ୍ତର୍ମୁଖୀ ବ୍ୟକ୍ତି ସର୍ବଦା ଏକାନ୍ତ ପସନ୍ଦ କରନ୍ତି । ସେ ସର୍ବଦା ମୌନ ରହନ୍ତି । ତାଙ୍କର ମନ କୋଳାହଳ ଶୂନ୍ୟ ଥାଏ । ସେ ଅଧିକରୁ ଅଧିକ ସମୟ ଈଶ୍ୱରୀୟ ସ୍ମୃତିରେ ସମୟ ବିତାଇବାକୁ ପସନ୍ଦ କରନ୍ତି ।

ଅନ୍ତର୍ମୁଖୀ ସ୍ଥିତି ପ୍ରାପ୍ତ ହେବାର ବିଧି କ’ଣ? ଏଥିପାଇଁ କର୍ମର ଗୁହ୍ୟ ଗତିର ସୂକ୍ଷ୍ମ ଅଧ୍ୟୟନ ଆବଶ୍ୟକ । ଗୀତା କହେ ସମ୍ପୂର୍ଣ୍ଣ କର୍ମ ତ୍ୟାଗ ସମ୍ଭବ ନୁହେଁ । କର୍ମ କର, କିନ୍ତୁ କର୍ମର ଫଳ ଇଚ୍ଛା ରଖ ନାହିଁ । ମନେ ରଖିବାକୁ ହେବ ଯେ ଆମର କର୍ମେନ୍ଦି୍ରୟ ପରିଧି ହେଲେ ଆତ୍ମା କେନ୍ଦ୍ର ଅଟେ । ଯଦି ପରିଧିରେ ରୂପାନ୍ତରଣ ଆରମ୍ଭ ହୋଇଯାଏ ତେବେ ତାହା ଧୀରେ ଧୀରେ କେନ୍ଦ୍ରକୁ ମଧ୍ୟ ପ୍ରଭାବିତ କରିବ । ଉଦାହରଣ ସ୍ୱରୂପ ପାଟିର କାମ ହେଲା କଥା କହିବା । କିନ୍ତୁ ଆମର କଥାବାର୍ା ନିୟମ ଓ ମର୍ଯ୍ୟାଦାର ସୀମା ମଧ୍ୟରେ ରହିବା ଉଚିତ । ଏହା ପାଳନ କରିପାରିଲେ ଆମ ମଧ୍ୟରେ ଦିବ୍ୟଗୁଣ ଗୁଡ଼ିକ ଆବିର୍ଭାବ ହେବାକୁ ଲାଗିବ । ନକାରାତ୍ମକ ପରିସ୍ଥିତିରେ ମଧ୍ୟ ଆମେ କ୍ରୋଧାଭିଭୁତ ନହୋଇ କଟୁ ବଚନ କହିବାରୁ ନିବୃ ରହିବା ତେବେ ଆମ ମଧ୍ୟରେ ଥିବା କୌଣସି ଖରାପ ସଂସ୍କାର ବା ଅଭ୍ୟାସ ଧୀରେ ଧୀରେ ନିଷ୍କି୍ରୟ ହେବାକୁ ଲାଗିବ । ସ୍ୱଭାବ ଓ ସଂସ୍କାର ଦିବ୍ୟ  ହେବାକୁ ଲାଗିବ । ଜଗତର ଏହା ଶାଶ୍ୱତ ନିୟମ ଯେ ଆମେ ଯାହା ଅନ୍ୟମାନଙ୍କୁ ବାି ଥାଉ ତାହା ହିଁ ଆମକୁ ମିଳେ । ବାଣୀ ମାଧ୍ୟମରେ ଖୁସି ବାିବା ଦ୍ୱାରା ଆମ ଜୀବନରେ ଖୁସି ବଢ଼ିବାକୁ ଲାଗେ । ଖୁସିର ପରିଣାମ ସନ୍ତୁଷ୍ଟତା ।

ଗୀତାରେ ପରମାତ୍ମା ଆମକୁ କର୍ମେନ୍ଦି୍ରୟ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ଉପଦେଶ ଦେଇଛନ୍ତି । ପ୍ରତ୍ୟେକ କର୍ମେନ୍ଦି୍ରୟ ସ୍ପର୍ଶ ଆଦାନ ପ୍ରଦାନ ପାଇଁ ତପôର ତାଆନ୍ତି । ବିିଷୟ ସମୂହ ପ୍ରତି ଇନ୍ଦି୍ରୟ ଗୁଡିକର ଆକର୍ଷଣ ଅତ୍ୟନ୍ତ ସୂକ୍ଷ୍ମ । ଗହନ ଅଧ୍ୟୟନ ବିନା ଏହା ବୁଝିବା ସମ୍ଭବ ନୁହେଁ । ଇନ୍ଦି୍ରୟ ଗୁଡିକ ବିଷୟ ସମୂହର ନିରନ୍ତର ପଶ୍ଚାଧାବନ କରିଥାନ୍ତି । ରାସ୍ତାରେ ·ଲୁ·ଲୁ କୌଣସି ସୁୁନ୍ଦର ମୁଖମଣ୍ଡଳ ପ୍ରତି ଆଖି ସ୍ୱତଃ ·ଲିଯାଏ । ସୁନ୍ଦର ବୋଲି ଯେ ଆଖି ·ଲିଗଲା ତାହା ନୁହେଁ । ଆଖି ଅଜାଣତରେ ପ୍ରଥମେ ·ଲିଯାଏ; ପରେ ବୁଦ୍ଧିି ସୁନ୍ଦରତାର ବୋଧ କରାଏ । ଏହିପରି କର୍ମେନ୍ଦି୍ରୟ ଦୂରର ହିଁ ସ୍ପର୍ଶ କରିଥାଏ । ଇନ୍ଦି୍ରୟର ଅର୍ଥ ସ୍ପର୍ଶର ବ୍ୟବସ୍ଥା; ଏକ ଉପକରଣ । କର୍ମେନ୍ଦି୍ରୟଜିତ ହେବାକୁ ହେଲେ ସ୍ପର୍ଶର ଏହି ସୂକ୍ଷ୍ମ ବ୍ୟବସ୍ଥା ପ୍ରତି ସତତ ଜାଗ୍ରତ ହୋଇ ଦେଖିବାକୁ ହେବ । ଇନ୍ଦି୍ରୟ ସମୂହ ଦ୍ୱାରା ବିଷୟ ଭୋଗ ନୁହେଁ, ଉପଯୋଗ କରିବା ହେଉଛି ସଂଯମ । ଇନ୍ଦି୍ରୟମାନଙ୍କୁ କେବଳ ଉପକରଣ ରୂପେ ବ୍ୟବହାର କରିବାକୁ ହେବ । ଆଖିରୁ କେବଳ ଦେଖିବାର ଏକ ଉପକରଣ ରୂପେ ଗ୍ରହଣ କରିବା ଉଚିତ । ଆଖି ଯଦି ସ୍ପର୍ଶ କରେ ତେବେ ବାରମ୍ବାର ଦେଖିବାକୁ ଇଚ୍ଛା ହେବ । ଏହା ବନ୍ଧନର କାରଣ । ତେଣୁ ଯେଉଁଠି କର୍ମେନ୍ଦି୍ରୟ ଗୁଡିକ ସ୍ପର୍ଶ କରନ୍ତି ସେହି ସୂକ୍ଷ୍ମ ବ୍ୟବସ୍ଥାକୁ ନଷ୍ଟ କରିବାକୁ ପଡିବ । ଯେତେବେଳେ ଆଖି କେବଳ ଦେଖିବ, କାନ କେବଳ ଶୁଣିବ, ସ୍ପର୍ଶ କରିବ ନାହିଁ; ସେତେବେଳେ ତାହା ବନ୍ଧନର କାରଣ ହେବ ନାହିଁ ।

କର୍ମେନ୍ଦି୍ରୟ ଗୁଡିକୁ ବଶୀଭୂତ କରିବାକୁ ହେଲେ ନିଷ୍କାମ ଓ ନିସ୍ୱାର୍ଥ ଭାବରେ ଶ୍ରେଷ୍ଠ କର୍ମ କରିବା ଉଚିତ । ମମତ୍ୱ ତ୍ୟାଗ କରି ଶ୍ରେଷ୍ଠ କର୍ମ କରି ·ଲିଲେ ଆତ୍ମାରେ ସମର୍ପଣ ଭାବ ଆସିବ । ଏହା ଆତ୍ମାକୁ ଶକ୍ତିଶାଳୀ ଓ ମହାନ ରୂପ ଗଢ଼ି ତୋଳିବ । ଧୀରେ ଧୀରେ ଆତ୍ମାର ରୂପାନ୍ତରଣ ହେବାକୁ ଲାଗିବ । ଏହି ରୂପାନ୍ତରଣ ଆମକୁ କ୍ରମଶଃ ଅନ୍ତର୍ମୁଖତାର ଗୁ¶ା ମଧ୍ୟକୁ ନେଇଯିବ । ଏହି ସ୍ଥିତିରେ ରୂପାନ୍ତରଣ ପ୍ରକି୍ରୟା ଆହୁରି ତୀବ୍ର ହୋଇଯାଏ । କାରଣ ଅନ୍ତର୍ମୁଖୀ ଆତ୍ମାକୁ ନିୟମ, ମର୍ଯ୍ୟାଦା, ଧାରଣା ଆଦି ପାଇଁ ଶକ୍ତି ପ୍ରୟୋଗ କରିବାକୁ ପଡେ ନାହିଁ । ଯୋଗରେ ଗଭୀର ଅଭିରୁଚି ହେତୁ ଏପରି ଆତ୍ମା ପାଇଁ ସଂକଳ୍ପ ପୁରୁଷାର୍ଥର ଆଧାର ହୋଇଥାଏ । ସଂକଳ୍ପରେ ଏକାଗ୍ରତା ଆସିଗଲେ ପରମାତ୍ମାଙ୍କଠାରୁ ସମସ୍ତ ଦିବ୍ୟଗୁୁଣ ଆହରଣ କରିବାକୁ ଆତ୍ମା ସମର୍ଥ ହୁଏ । କୌଣସି ବାହ୍ୟ ଉେଜକ ପରିସ୍ଥିତି ମଧ୍ୟ ତାଙ୍କୁ ପ୍ରଭାବିତ କରିପାରେ ନାହିଁ । ଯେତେବେଳେ ଦିବ୍ୟ କର୍ମ ଆନନ୍ଦ, ପ୍ରେମ, ନିଃସ୍ୱାର୍ଥ, ନିଷ୍କାମ ଓ ଜଗତ କଲ୍ୟାଣ ଭାବରେ ସମ୍ପାଦନ ହୁଏ, ସେତେବେଳେ ଆତ୍ମା କର୍ମର ଜଗତରୁ ମୁକ୍ତ ହୋଇ ଶୁଭ ଓ ଶ୍ରେଷ୍ଠ ଭାବର ଅନ୍ତର୍ମୁଖୀ ଜଗତରେ ପ୍ରବେଶ କରେ । ସେତେବେଳେ ସେ ସମସ୍ତ ଈଶ୍ୱରୀୟ ରହସ୍ୟ ହୃଦୟଙ୍ଗମ କରି ଆନନ୍ଦରେ ମଗ୍ନ ହୋଇଯାଏ ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର