ନବମୋଽଧ୍ୟାୟଃ
ରାଜବିଦ୍ୟା ରାଜଗୁହ୍ୟ ଯୋଗଃ
ଈଶ୍ୱରୀୟ ଜ୍ଞାନ ଓ ଐଶ୍ୱରିକ ଯୋଗ ସାମର୍ଥ୍ୟ
ଇଦଂ ତୁ ତେ ଗୁହ୍ୟତମଂ ପ୍ରବକ୍ଷ୍ୟାମ୍ୟନସୂୟବେ ।
ଜ୍ଞାନଂ ବିଜ୍ଞାନ ସହିତଂ ଯଜ୍ଜ୍ଞାତ୍ୱା ମୋକ୍ଷସେଽଶୁଭାତ୍ ।ା୧ାା
ରାଜ ବିଦ୍ୟା ରାଜଗୁହ୍ୟଂ ପବିତ୍ରମିଦମୁମମ୍ ।
ପ୍ରତ୍ୟକ୍ଷ୍ୟାବଗମଂ ଧର୍ମ୍ୟଂ ସୁସୁଖଂ କୃର୍ମବ୍ୟୟଂ ।ା୨ାା
ଅଶ୍ରଦ୍ଧଧାନାଃ ପୁରୁଷା ଧର୍ମସ୍ୟାସ୍ୟ ପରନ୍ତପ ।
ଅପ୍ରାପ୍ୟ ମାଂ ନିବର୍ନ୍ତେ ମୃତୁ୍ୟ ସଂସାର ବର୍ତ୍ମନି ।ା୩ାା
ମୟା ତତମିଦଂ ସର୍ବଂ ଜଗଦବ୍ୟକ୍ତମୂର୍ିନା ।
ମତ୍୍ସ୍ଥାନି ସର୍ବଭୂତାନି ନ ଚାହଂ ତେଷ୍ୱବସ୍ଥିତଃ ।ା୪ାା
ନ ଚ ମତ୍ସ୍ଥାନି ଭୂତାନି ପଶ୍ୟମେ ଯୋଗମୈଶ୍ୱରମ୍ ।
ଭୂତଭୃନ୍ନ ଚ ଭୂତସ୍ଥୋ ମମାତ୍ମା ଭୂତଭାବନଃ ।ା୫ାା
ଯଥାକାଶସ୍ଥିତୋ ନିତ୍ୟଂ ବାଯୁଃ ସର୍ବତ୍ରଗୋ ମହାନ୍ ।
ତଥା ସର୍ବାଣି ଭୂତାନି ମତ୍ସ୍ଥାନୀତୁ୍ୟପଧାରୟ ।ା୬ ।ା
ଅର୍ଥ : ସର୍ବାପେକ୍ଷା ଗୂଢ଼ ବିଶେଷ ଜ୍ଞାନ(ବିଜ୍ଞାନ)ସହିତ ମୂଳ ଜ୍ଞାନ ଦୋଷ ଦୃଷ୍ଟି ରହିତ (ହୋଇଥିବାରୁ) ତୁମକୁ କହିବି; ଯାହା ଅବଗତ ହୋଇ ତୁମେ ସାଂସାରିକ ଦୁଃଖ,ଶୋକାଦିରୁ ମୁକ୍ତ ହେବ ।ା୧ାା ଏହି ଅତି ଗୁହ୍ୟତମ ସର୍ବଶ୍ରେଷ୍ଠ ଜ୍ଞାନ ପ୍ରତ୍ୟକ୍ଷ ବୋଧଗମ୍ୟ ପରମ ପବିତ୍ର ଧର୍ମ ସ୍ୱରୂପ ସୁଖ ସାଧ୍ୟ ଓ ସନାତନ(ଅବ୍ୟୟ) ।ା୨ାା ହେ ପରନ୍ତପ ! ଏହି ଧର୍ମ ପ୍ରତି ଶ୍ରଦ୍ଧା ବିହୀନ ବ୍ୟକ୍ତିଗଣ ମୋତେ ନ ପାଇ ମୃତ୍ୟୁର ଅଧୀନ ସଂସାର ପଥରେ ପରିଭ୍ରମଣ କରନ୍ତି ।ା୩ାା ଅବ୍ୟକ୍ତ ସ୍ୱରୂପ ମୋ କୁର୍କଏହି ସମୁଦାୟ ଜଗତ ବିସ୍ତୃତ ହୋଇଛି; ସମସ୍ତ ଭୂତ ମୋଠାରେ ସ୍ଥିତ, ମୁଁ କିନ୍ତୁ ସେମାନଙ୍କଠାରେ ଅବସ୍ଥିତ ନୁହେଁ ।ା୪ାା ଭୂତ ସମୂହ ମୋଠାରେ ଅବସ୍ଥିତ ନୁହନ୍ତି, ମୋର ଐଶ୍ୱରିକ ଶକ୍ତିର ଯୋଗ ଦେଖ; ମୋର ଅଧ୍ୟାତ୍ମ ସା ଭୂତଧାରକ ଭୂତ ସକଳର ଉଦ୍ଭବ ନିମି ସ୍ୱରୂପ; କିନ୍ତୁ ଭୂତ ସମୂହ ମଧ୍ୟରେ ଅବସ୍ଥିତ ନୁହେଁ ।ା୫ାା ଯେପରି ସର୍ବତ୍ର ଗମନଶୀଳ ମହାନ୍ ବାୟୁ ସର୍ବଦା ଆକାଶରେ ଅବସ୍ଥିତ ସେହିପରି ସମସ୍ତ ଭୂତ ମୋଠାରେ ଅବସ୍ଥିତ; ଏହି ଭାବେ ଅବଧାରଣ କର ।ା୬ାା
ବ୍ୟାଖ୍ୟା : ଯେଉଁମାନଙ୍କ ଦୃଷ୍ଟି ଦୋଷ ମୁକ୍ତ ସେମାନେ କେବଳ ଈଶ୍ୱରୀୟ ଜ୍ଞାନ ଶ୍ରବଣର ଅଧିକାରୀ । ଯେଉଁମାନେ ପୂର୍ବାଗ୍ରହରୁ ମୁକ୍ତ ହୋଇ ପାରି ନାହାନ୍ତି ସେମାନେ ପରମାତ୍ମାଙ୍କ ଦ୍ୱାରା କଥିତ ଜ୍ଞାନର ତ୍ୱ ବୁଝିବା ପାଇଁ ଅସମର୍ଥ । କଳିଯୁଗ ଅନ୍ତିମ ଚରଣରେ ପରମାତ୍ମାଙ୍କ ପ୍ରଦ ଈଶ୍ୱରୀୟ ଜ୍ଞାନକୁ ପରବର୍ୀ କଳ୍ପର ଦ୍ୱାପର ଯୁଗରେ ବ୍ୟାସଦେବ ଯୋଗ ଦୃଷ୍ଟିରେ ସାକ୍ଷାତ କରି ସେଥିରୁ କିୟଦ୍ଧଶଂ କାବ୍ୟ ରୂପରେ ସଂକଳନ କରିଥିଲେ । ଏହା ଅନୁଷ୍ଟୁପ ଛନ୍ଦରେ ଗୀତି କବିତା ରୂପରେ ଲିଖିତ ହୋଇଥିବାରୁ ଏହାକୁ "ଗୀତା' ବୋଲି କୁହାଗଲା । ଗୀୟତେ ଇତି ଗୀତା । କିନ୍ତୁ ବର୍ମାନ ଉପଲବ୍ଧ ଶ୍ରୀମତ ଭଗବତ ଗୀତାକୁ ବ୍ୟାସଦେବଙ୍କ ଦ୍ୱାରା ରଚିତ ମୌଳିକ ଗ୍ରନ୍ଥ ବୋଲି କୁହାଯାଇ ପାରିବ ନାହିଁ । କାରଣ ଏହାକୁ ମହାଭାରତ ମହାକାବ୍ୟର ଏକ ଅଂଶ ବିଶେଷ ରୂପେ ପ୍ରସ୍ତୁତ କରାଯାଇଛି । କାଳକ୍ରମେ ଏଥିରେ ମଧ୍ୟ ବିଭିନ୍ନ ସମୟରେ ପରିବର୍ନ ଓ ପରିବର୍ଦ୍ଧନ ହୋଇଥିବା କଥା ବିଦ୍ୱାନମାନେ କହନ୍ତି । ଏତଦ୍ବ୍ୟତୀତ ବିଭିିନ୍ନ ଟୀକାକାର ନିଜ ନିଜ ମତବାଦ ବା ଦର୍ଶନ ଆଧାରରେ ଗୀତାର ବ୍ୟାଖ୍ୟା କରିଛନ୍ତି । ବୈଦାନ୍ତିକ ଦୃଷ୍ଟାନ୍ତ ଓ ବ୍ୟକ୍ତିଗତ ସିଦ୍ଧାନ୍ତ ମଧ୍ୟରେ ଗୀତାର ମୌଳିକ ତ୍ୱ ଗୌଣ ହୋଇଯାଏ । ଏଥିପାଇଁ କୁହାଯାଇଛି, ଗୀତା ସୁଗୀତା କର୍ବ୍ୟଂ... । ଗୀତାରେ ଥିବା ଈଶ୍ୱରୀୟ ଦୃଷ୍ଟିକୋଣ ବୁଝିବା ପାଇଁ ନିଜ ମଧ୍ୟରେ ଥିବା ପାଣ୍ଡିତ୍ୟର ଅଭିମାନ ତ୍ୟାଗ କରିବାକୁ ପଡିବ । ଈଶ୍ୱରୀୟ ଅବତରଣ ଓ ଗୀତା ପ୍ରକରଣର ସମୟ ଓ ଆଭିମୁଖ୍ୟ ବୁଝିବାକୁ ପଡିବ । କିନ୍ତୁ ରୂଢ଼ିବାଦୀ ମଣିଷ ପୂର୍ବାଗ୍ରହ ତ୍ୟାଗ କରିପାରେ ନାହିଁ । ରୂଢ଼ିବାଦୀତାହିଁ ପରମାତ୍ମା ପ୍ରାପ୍ତିର ପ୍ରଧାନ ଅନ୍ତରାୟ । ସେମାନେ "ଅସୂୟା' ଦୋଷରେ ପୀଡିତ । ଗୁଣିଲୋକଙ୍କୁ ଅନାଦର କରିବା; ତାଙ୍କ ଗୁଣରେ ମଧ୍ୟ ଦୋଷ ଦେଖିବା, ନିନ୍ଦା କରିବା ଓ ମିଥ୍ୟା ଦୋଷାରୋପ କରିବା ପ୍ରବୃିକୁ "ଅସୂୟା' କହନ୍ତି । ଯେଉଁମାନେ ଗୁଣବାନ ବ୍ୟକ୍ତିଙ୍କ ଗୁଣର ଖଣ୍ଡନ କରନ୍ତି ନାହିଁ; କାହା ପାଖରେ ସାମାନ୍ୟ ଗୁଣ ଦେଖିଲେ ମଧ୍ୟ ତାଙ୍କର ପ୍ରଶଂସା କରନ୍ତି ଓ ଅନ୍ୟର ଦୋଷରେ ପ୍ରୀତି ରଖନ୍ତି ନାହିଁ ସେହି ବ୍ୟକ୍ତିର ଭାବକୁ"ଅନସୂୟା' କୁହାଯାଏ । ନ ଗୁଣାନ୍ ଗୁଣିନୋହନ୍ତି ସ୍ତୌତି ମନ୍ଦଗୁଣାନପି । ନାନ୍ୟଦୋଷେଷୁ ରମତେ ସାନସୂୟା ପ୍ରକୀର୍ିତା ।ା ଅତ୍ରିସ୍ମୃତି୩୪ ।ା "ଅନସୂୟା' ଗୁଣର ଅଧିକାରୀ ନ ହେବା ପର୍ଯ୍ୟନ୍ତ ପରମାତ୍ମାଙ୍କ କଥିତ ଜ୍ଞାନକୁ ତ୍ୱତଃ ବୁଝିପାରିବା ସମ୍ଭବ ନୁହେଁ ।ା
ଈଶ୍ୱରୀୟ ଜ୍ଞାନ ଗୂଢ଼ ତ୍ୱଯୁକ୍ତ । ଏହା ମୁକ୍ତି ଓ ଜୀବନ୍ମୁକ୍ତି ପ୍ରଦାୟକ । ଏହାକୁ ଗୀତାରେ ରାଜବିଦ୍ୟା ବା ରାଜଗୁହ୍ୟ ବୋଲି ଅଭିହିତ କରାଯାଇଛି । ଏହି ଜ୍ଞାନ ଗୁହ୍ୟତମ ହେଲେ ମଧ୍ୟ ଯେକୌଣସି ଶ୍ରଦ୍ଧାଳୁ ସୁଗମତା ପୂର୍ବକ ସାଧନ କରିପାରିବ । କାରଣ ଏହା କୌଣସି ବ୍ୟକ୍ତି, ଜାତି କିମ୍ବା ଧର୍ମ ସଂପ୍ରଦାୟର ମତ ନୁହେଁ । ସର୍ବାତ୍ମାଙ୍କ ପିତା ପରମାତ୍ମାଙ୍କ ଦ୍ୱାରା ପ୍ରଦ ଏହି ଜ୍ଞାନ ସମଗ୍ର ମନୁଷ୍ୟ ସମାଜ ପାଇଁ ଉଦ୍ଧିଷ୍ଟ । ତେଣୁ ଏହା ସମସ୍ତ ବିଦ୍ୟାମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅର୍ଥାତ ରାଜବିଦ୍ୟା ଅଟେ । ଏହି ବିଦ୍ୟାକୁ ଯିଏ ଥରେ ଜାଣିଯାଏ ତା'ପାଇଁ ଆଉ କିଛି ଜାଣିବା ବାକି ରହେ ନାହିଁ । ଏଥିରେ ପରମାତ୍ମା ନିଜ ସ୍ୱରୂପର ତ୍ୱ, ଗୁଣ, ପ୍ରଭାବ, ମହ୍ୱ, ଯୋଗର ବିଧି ଓ ସିଦ୍ଧି, ପାପପୁଣ୍ୟର ପରିଭାଷା, ଆତ୍ମା ପରମାତ୍ମା ବିଷୟକ ତ୍ୱ, ସ୍ୱର୍ଗ, ମର୍୍ୟ, ପୁନର୍ଜନ୍ମ, ପୁରୁଷ, ପ୍ରକୃତି, ସୃଷ୍ଟି ସ୍ଥାପନା, ପାଳନ ଓ ବିନାଶର ରହସ୍ୟ, କଳ୍ପ ଓ ଯୁଗର କାଳ ନିର୍ଣ୍ଣୟ ଆଦି ପରମ ଗୋପନୀୟ ତଥ୍ୟ ସବୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରିଛନ୍ତି । ଏହି ଜ୍ଞାନର ଶ୍ରବଣ, ମନନ ଓ ଆଚରଣ ଦ୍ୱାରା ମାନବାତ୍ମାର ସମସ୍ତ ପାପ ଏବଂ କୁସଂସ୍କାର ସମୂଳେ ବିନାଶ ହୋଇଯାଏ । ତେଣୁ ଏହା ପ୍ରତ୍ୟକ୍ଷ ଫଳ ପ୍ରଦାୟକ ଓ ପବିତ୍ରତମ ।
ଈଶ୍ୱରୀୟ ଜ୍ଞାନରୁ ପ୍ରତ୍ୟକ୍ଷ ଫଳ ଲାଭ କରିବାକୁ ହେଲେ ଶୁଦ୍ଧ ଅନ୍ତଃକରଣ, ନିଃସଂଶୟ ମନ ବୁଦ୍ଧି ଓ ଆଭ୍ୟନ୍ତରୀଣ ଅଧ୍ୟାତ୍ମ ଦୃଷ୍ଟି ଓ ଶ୍ରଦ୍ଧାର ସହିତ ଜୀବନରେ ଏହାକୁ ଅନୁସରଣ କରିବାକୁ ହେବ । ଯେଉଁ ବ୍ୟକ୍ତି ଶ୍ରଦ୍ଧାହୀନ, ତର୍କ ବୁଦ୍ଧି ଉପରେ ନିର୍ଭରଶୀଳ; ଈଶ୍ୱରୀୟ ଜ୍ଞାନକୁ ସ୍ଥୂଳ ଦୃଷ୍ଟିରେ ଗ୍ରହଣ କରି ଅବିଶ୍ୱାସ କରେ ତାଙ୍କୁ ମୃତୁ୍ୟ, ଭ୍ରାନ୍ତି ଓ ଅଶୁଭର ଅଧୀନ ସାଧାରଣ ମର ଜୀବନକୁ ଫେରି ଆସିବା ପାଇଁ ପଡେ । ଈଶ୍ୱରୀୟ ଅବତରଣ ଓ ପରମାତ୍ମାଙ୍କ ପ୍ରକୃତ ସ୍ୱରୂପକୁ ଯିଏ ସଠିକ୍ ଭାବରେ ବୁଝି ନ ପାରି ଅସ୍ୱୀକାର କରେ ସେହି ବ୍ୟକ୍ତି ଯଥାର୍ଥ ଭାବରେ ତାଙ୍କର ଜ୍ଞାନ ମାର୍ଗରେ ପରିଚାଳିତ ହୋଇପାରେ ନାହିଁ । ବେଦ, ଉପନିଷଦ, ବ୍ରହ୍ମସୂତ୍ର ଓ ବିଭିନ୍ନ ପୁୁରାଣ ଆଦିରେ ଥିବା ଜ୍ଞାନ ଦର୍ଶନ ଆଧାରରେ ଯୁକ୍ତିତର୍କ ଦ୍ୱାରା ଏହି ସତ୍ୟ ଜ୍ଞାନର ପ୍ରମାଣ ଅନାବଶ୍ୟକ । ଶ୍ରଦ୍ଧାର ସହିତ ଈଶ୍ୱରୀୟ ମାର୍ଗରେ ଜୀବନକୁ ପରିଚାଳିତ କରିବା ଦ୍ୱାରାହିଁ ପ୍ରକୃତ ସତ୍ୟର ଉପଲବ୍ଧି ହେବ ।
ପରମାତ୍ମା ଅବ୍ୟକ୍ତ ସ୍ୱରୂପ । ସେ ସମଗ୍ର ସୃଷ୍ଟିର ରଚୟିତା । ତେଣୁ ତାଙ୍କୁ ସମସ୍ତ ଜଗତର ବୀଜ ସ୍ୱରୂପ ବୋଲି କୁହାଯାଏ । ଏହାର ଅର୍ଥ ନୁହେଁ ଯେ ପରମାତ୍ମା ପାଣି, ପବନ, ମାଟି, ପଥର ଆଦି ପ୍ର୍ରକୃତିର ଉପାଦାନ ଗୁଡିକର ସଂରଚନା କରନ୍ତି ବା ସେଥିରେ ପରିବ୍ୟାପ୍ତ ଥାନ୍ତି । ବୀଜରୁ ବୃକ୍ଷଲତା ଉପôନ୍ନ ହୁଅନ୍ତି । କିନ୍ତୁ ତନ୍ମଧ୍ୟରେ ବୀଜ ପରିବ୍ୟାପ୍ତ ନ ଥାଏ । ପିତାର ଅଂଶରୁ ସନ୍ତାନ ଉପôି ହୁଏ । ପ୍ରକୃତିର ସୃଜନଶୀଳ କ୍ରିୟା ହେତୁ ଗୋଟିଏ କ୍ଷୁୂଦ୍ର ବୀଜ ବିଶାଳ ଦ୍ରୁମରେ ଓ ଗୋଟିଏ ଭୃଣ ପୂର୍ଣ୍ଣ ଅବୟବ ବିଶିଷ୍ଟ ଶିଶୁ ସନ୍ତାନ ରୂପରେ ପରିବର୍ିତ ହୁଏ । ସନ୍ତାନ ମଧ୍ୟରେ ପିତାମାତାଙ୍କ ଆନୁବଂଶିକ ଗୁଣ ପରିଦୃଶ୍ୟ ହୁଏ; କିନ୍ତୁ ତା'ମଧ୍ୟରେ ସେମାନେ ବ୍ୟାପକ ନ ଥାନ୍ତି । ଏହି ଦୃଷ୍ଟିରୁ ପରମାତ୍ମା ସମସ୍ତ ଜଗତର ସ୍ରଷ୍ଟା ହେଲେ ମଧ୍ୟ ସେ ସ୍ୱୟଂ ଭୂତ ପ୍ରକୃତି ମଧ୍ୟରେ ପରିବ୍ୟାପ୍ତ ନୁହଁନ୍ତି । ଆତ୍ମା ପରମାତ୍ମାଙ୍କ ସନ୍ତାନ ହୋଇଥିବାରୁ କେହି କେହି ଆତ୍ମାକୁ ପରମାତ୍ମାଙ୍କ ଗୋଟିଏ ଗୋଟିଏ ବିଭାଜିତ ଅଂଶ ମନେ କରନ୍ତି । ଏହି ଦୃଷ୍ଟିରୁ ସେମାନେ କହନ୍ତି ଯେ ସମସ୍ତ ଭୂତ ପ୍ରାଣୀଙ୍କ ଆତ୍ମା ଏକ । ଏହି ସିଦ୍ଧାନ୍ତ ସମ୍ପୂର୍ଣ୍ଣ ଭ୍ରମାତ୍ମକ । ପ୍ରତ୍ୟେକ ଆତ୍ମା ଭିନ୍ନ ଭିନ୍ନ । ତେଣୁ ସେମାନଙ୍କର ନିଜ ନିଜର ସ୍ୱତନ୍ତ୍ର ଅସ୍ତିତ୍ୱ ଓ ସଂସ୍କାର ଅଛି । କିନ୍ତୁ ପରମାତ୍ମାଙ୍କ ସନ୍ତାନ ହିସାବରେ ଆତ୍ମା ମଧ୍ୟରେ ସମସ୍ତ ଈଶ୍ୱରୀୟ ଗୁଣ ସୁପ୍ତ ଭାବରେ ବିଦ୍ୟମାନ ଥାଏ । ଏହାର ବିକାଶରେ ମାନବ ଜୀବନ ସାର୍ଥକ ଓ ପରିପୂର୍ଣ୍ଣ ହୁଏ । ସ୍ରଷ୍ଟା ସୃଷ୍ଟିର କାରଣ ହୋଇଥିଲେ ମଧ୍ୟ ତା' ମଧ୍ୟରେ ସେ ବ୍ୟାପକ ଭାବରେ ବିଦ୍ୟମାନ ନଥା’ନ୍ତି । କିମ୍ବା ସ୍ରଷ୍ଟା ମଧ୍ୟରେ ସଂମ୍ପୂର୍ଣ୍ଣ ସୃଷ୍ଟି ବ୍ୟାପ୍ତ ନ ଥାଏ । ପରମାତ୍ମାଙ୍କ ଐଶ୍ୱରୀକ ଯୋଗଶକ୍ତି ସମସ୍ତ ପ୍ରାଣୀମାନଙ୍କର ଉପôାଦକ,ଧାରକ ଓ ସେମାନଙ୍କର ଭରଣପୋଷଣର କାରକ । ଏହା ସୃଷ୍ଟିଚକ୍ରର ଅବିନାଶୀ ନିୟମ ଅନୁସାରେ ଆପଣା ଛାଏଁ ହୋଇଯାଏ । ଏଥିପାଇଁ ପରମାତ୍ମାଙ୍କୁ ସମଗ୍ର ସୃଷ୍ଟିରେ ପରିବ୍ୟାପ୍ତ ହୋଇ କର୍ମ କରିବାର ଆବଶ୍ୟକତା ପଡ଼େ ନାହିଁ ।
ଏହି ପରିପ୍ରେକ୍ଷୀରେ ଏକ ଉଦାହରଣ ପ୍ରଣିଧାନ ଯୋଗ୍ୟ । ବାୟୁର ସୃଷ୍ଟି ଆକାଶରୁ । ଆକାଶ ବା ଅନ୍ତରୀକ୍ଷରେ ଚନ୍ଦ୍ର, ସୂର୍ଯ୍ୟ, ପୃଥିବୀ ଭଳି ଅନନ୍ତ ଗ୍ରହ, ଉପଗ୍ରହ, ନକ୍ଷତ୍ର ଓ ତାରକାଗଣ ବିଦ୍ୟମାନ । ବାୟୁ ମଧ୍ୟ ଆକାଶରେ ଥାଇ ନିତ୍ୟ ନିରନ୍ତର ବିଚରଣଶୀଳ । ଆକାଶ ବିନା ବାୟୁର କୌଣସି ଅସ୍ତିତ୍ୱ ନାହିଁ । ସମଗ୍ର ଆକାଶରେ ବାୟୁର ଅସ୍ତିତ୍ୱ ଥିଲେ ସୁଦ୍ଧା ବାୟୁ ମଧ୍ୟରେ ଆକାଶ ନଥାଏ । ଏଥିରୁ ସୃଷ୍ଟି ଓ ସ୍ରଷ୍ଟା ମଧ୍ୟରେ ଥିବା ଅନିତ୍ୟ ସମ୍ପର୍କ ପ୍ରମାଣିତ ହୁଏ । ପରମାତ୍ମା ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ସ୍ରଷ୍ଟା । ସୃଷ୍ଟି ସ୍ଥାପନା ସମୟରୁ ପ୍ରକୃତି ମଧ୍ୟରେ ସେ ଏପରି ଶକ୍ତି ଭରି ଦେଇଛନ୍ତି ଯେ ସବୁ କାମ ଆପଣାଛାଏଁ ହୋଇଯାଏ । ସେଥିପାଇଁ ତାଙ୍କୁ ସ୍ଥାବର ଜଙ୍ଗମାଦି ପ୍ରତ୍ୟେକ ବସ୍ତୁ ବା ପ୍ରାଣୀ ମଧ୍ୟରେ ଉପସ୍ଥିତ ହୋଇ ପ୍ରକୃତିର ପ୍ରତ୍ୟେକ କାମକୁ ସ୍ୱୟଂ କରିବାର ଆବଶ୍ୟକତା ପଡ଼େ ନାହିଁ । ପ୍ରକୃତିର ବିଚିତ୍ରତାକୁ ବୁଝି ନ ପାରି ମଣିଷ ପରମାତ୍ମାଙ୍କୁ ସର୍ବବ୍ୟାପୀ କହେ । କାରଣ ଆତ୍ମା ଓ ପରମାତ୍ମା ମଧ୍ୟରେ ଅନିତ୍ୟ ସମ୍ପର୍କ ଅଛି । ପ୍ରତ୍ୟେକ ଆତ୍ମା ସେହି ଏକ ବ୍ରହ୍ମଲୋକ ବା ପରମାତ୍ମାଙ୍କ ନିବାସସ୍ଥଳୀ ପରମାଧାମରୁ ଅବତରଣ କରି ସୃଷ୍ଟିରେ ଶରୀର ଧାରଣ କରିଛନ୍ତି । ସେହିପରି ପରମାତ୍ମା ମଧ୍ୟ ଧର୍ମ ଗ୍ଳାନି ସମୟରେ ଏକ ସାଧାରଣ ମାନବ ଶରୀର ମଧ୍ୟରେ ଅବତରଣ କରି ଜ୍ଞାନଯୋଗ ଶିକ୍ଷା ଦେଇ ମାନବାତ୍ମା ମଧ୍ୟରେ ଥିବା ସମସ୍ତ ପାପ ବା କଳୁଷିତ ବୃିଗୁଡିକୁ ନଷ୍ଟ କରନ୍ତି । ସେ ଯଦି ସର୍ବକାଳରେ ଓ ସର୍ବ ସମୟରେ ନିରନ୍ତର ସ୍ଥାବର ଜଙ୍ଗମାଦି ସମସ୍ତ ଭୂତରେ ପରିବ୍ୟାପ୍ତ ଥାଆନ୍ତେ ତେବେ ତାଙ୍କର ଅବତରଣ ବା ଦିବ୍ୟ ଜନ୍ମର ଆବଶ୍ୟକତା ଥାଆନ୍ତା, ଆକାଶରେ ବାୟୁ ବିଚରଣ କଲା ପରି ସେ ଆତ୍ମାର ମନ ଆକାଶରେ ପ୍ରତିଭାତ ହୋଇ ପାରନ୍ତି । ବ୍ୟକ୍ତି ଯେତେବେଳେ ଏକାଗ୍ରତାର ଅଭ୍ୟାସ ଦ୍ୱାରା ନିଜର ସ୍ଥୂଳ ଶରୀରଠାରୁ ସମ୍ବନ୍ଧ ବିଚ୍ଛେଦ କରିଦିଏ ସେତେବେଳେ ସେ ନିଜକୁ ଏକ ସୂକ୍ଷ୍ମ ଶରୀରଧାରୀ ଆତ୍ମା ବୋଲି ଅନୁଭବ କରେ । ଏପରି ସ୍ଥିତିରେ ସେ ଯେତେବେଳେ ଅନନ୍ୟ ଭାବରେ ପରମାତ୍ମାଙ୍କୁ ସ୍ମରଣ କରେ ଓ ଅତ୍ୟନ୍ତ ପ୍ରେମରେ ତାଙ୍କ ସ୍ମୃତିରେ ତଲ୍ଲୀନ ହୋଇଯାଏ ସେତେବେଳେ ନିଜକୁ ପରମାତ୍ମାଙ୍କଠାରୁ ଅଭିନ୍ନ ମନେକରେ । ଦୁଇଟି ପୃଥକ ସାର ମିଳନକୁହିଁ ଯୋଗ କୁହାଯାଏ । ଏହି ଅବସ୍ଥା ପ୍ରାପ୍ତ ମୁନିଋଷିମାନେ କହି ଦିଅନ୍ତି ଯେ ପରମାତ୍ମା ସମସ୍ତଙ୍କ ହୃଦୟରେ ବିରାଜିତ । କିନ୍ତୁ ପ୍ରକୃତରେ ଏହା ଭକ୍ତ ଓ ଭଗବାନଙ୍କ ଭାବନାତ୍ମକ ମିଳନ । ଏଥିପାଇଁ ପରମାତ୍ମାଙ୍କୁ ସ୍ଥୂଳଭାବରେ ଭକ୍ତ ମଧ୍ୟରେ ବିଦ୍ୟମାନ ହେବାର ଆବଶ୍ୟକତା ନ ଥାଏ ।
ସୃଷ୍ଟିରେ ପ୍ରାଣୀମାନଙ୍କର ଉପôି ଓ ବିନାଶ
ସର୍ବ ଭୂତାନି କୌନ୍ତେୟ! ପ୍ରକୃତି ଯାନ୍ତି ମାମିକାମ୍ ।
କଳ୍ପକ୍ଷୟେ ପୁନସ୍ତାନି କଳ୍ପାଦୌ ବିସୃଜାମ୍ୟହମ୍ ।ା୭ାା
ପ୍ରକୃତିଂ ସ୍ୱାମବଷ୍ଟଭ୍ୟ ବିସୃଜାମି ପୁନଃ ପୁନଃ ।
ଭୂତଗ୍ରାମ ମିମଂ କୃତ୍ସ୍ନମବଶଂ ପ୍ରକୃତେର୍ବଶାତ୍ ।ା୮
ନ ଚ ମାଂ ତାନି କର୍ମାଣି ନିବଧ୍ନନ୍ତି ଧନଞ୍ଜୟ ।
ଉଦାସୀନବଦାସୀନମସକ୍ତଂ ତେଷୁ କର୍ମସୁ ।ା୯ାା
ମୟାଧ୍ୟକ୍ଷେଣ ପ୍ରକୃତିଃ ସୂୟତେ ସଚରାଚରମ୍ ।
ହେତୁ୍ନାନେନ କୌନ୍ତେୟ ଜଗଦ୍ବିପରିବର୍ତେ ।ା୧୦ାା
ଅର୍ଥ : ହେ କୌନ୍ତେୟ ! କଳ୍ପ ଶେଷରେ ସମସ୍ତ ଭୂତ ମୋର ଦିବ୍ୟ ପ୍ରକୃତିକୁ ପ୍ରତ୍ୟାବର୍ନ କରନ୍ତି; ପୁନର୍ବାର କଳ୍ପ ଆରମ୍ଭରେ ସେହି ଭୂତ ସମୂହକୁ ମୁଁ ସୃଷ୍ଟି କରେ ।ା୭ାା ପ୍ରକୃତି ଅଧୀନରେ ଅବଶ (ପୂର୍ବ ଜନ୍ମ କର୍ମ ବଶରୁ ପରାଧୀନ) ଏହି ସମୁଦାୟ ଭୂତଗଣଙ୍କୁ (ମୁଁ) ଆପଣା ପ୍ରକୃତି ସାହାଯ୍ୟରେ ବାରମ୍ବାର ସୃଷ୍ଟି କରେ ।ା୮ାା ହେ ଧନଞ୍ଜୟ ! ସେହି ସକଳ କର୍ମର ଉଦ୍ଧ୍ୱର୍ରେ ଉଦାସୀନବତ୍ ଅବସ୍ଥିତ ଅନାସକ୍ତ ମୋତେ ସେହି ସକଳ କର୍ମ ବନ୍ଧନ କରି ପାରେ ନାହିଁ ।ା୯ାା ଅଧ୍ୟକ୍ଷ ସ୍ୱରୂପ ମୋ ଦ୍ୱାରା ପ୍ରକୃତି ସ୍ଥାବର ଜଙ୍ଗମାତ୍ମକ ଜଗତ ପ୍ରସବ କରେ । ହେ କୌନ୍ତେୟ ! ଏଥି ପାଇଁ ଜଗତ ବାରମ୍ବାର ଆବିର୍ତ ହୁଏ ।ା୧୦ାା
ବ୍ୟାଖ୍ୟା : ଆବହମାନ କାଳରୁ ମନୁଷ୍ୟ ସୃଷ୍ଟିର ସର୍ଜନା ହୋଇଛି । ଏହା ଏକ ସ୍ଥାୟୀ ରଙ୍ଗ ମ ସଦୃଶ । ରଙ୍ଗ ମରେ ବାରମ୍ବାର ଅଭିନୟ ହେଉଥାଏ । ଗୋଟିଏ ନାଟକର ବିଭିନ୍ନ ଦୃଶ୍ୟ ପରିବିର୍ତ ହେଉଥିଲେ ମଧ୍ୟ ରଙ୍ଗମର ସ୍ଥିତି ଯଥାବତ୍ ରହେ । ସେହିପରି ଏହି ସୃଷ୍ଟି ରଙ୍ଗମରେ କେତେ ଥର ଯେ ବିଶ୍ୱ ମହାନାଟକ (ଡକ୍ଟକ୍ସକ୍ଷୟ ଊକ୍ସବଜ୍ଞବ) ଅଭିନୀତ ହୋଇ ସାରିଲାଣି ତାହା କହିବା ମୁସ୍କିଲ । ଏଥିରେ ଭୂପୃଷ୍ଠ ହେଉଛି ମ, ଚନ୍ଦ୍ର ସୂର୍ଯ୍ୟ ଓ ତାରାଗଣ ହେଉଛନ୍ତି ଆଲୋକ ସଜ୍ଜା, ମଣିଷ ଆତ୍ମା ହେଉଛି ବିଭିନ୍ନ ଶରୀର ରୂପୀ ପୋଷାକ ପରିହିତା ଅଭିନୟକାରୀ, ଚାରି ଯୁଗ ଏହାର ଚାରୋଟି ଅଙ୍କ ଓ ମଣିଷ ଆତ୍ମାର ଗୋଟିଏ ଜନ୍ମ ଗୋଟିଏ ଦୃଶ୍ୟ ସଦୃଶ । ଏହି ବିଶ୍ୱ ମହାନାଟକ ଏକ ନିର୍ଦ୍ଧିଷ୍ଟ ସମୟ ଅବଧି ମଧ୍ୟରେ ପୁନଃ ପୁନଃ ଆବିର୍ତ ହୋଇ ଚାଲିଛି । ଏହାର ଆରମ୍ଭ ଓ ସମାପ୍ତିର ଅବଧିକୁ ଗୋଟିଏ କଳ୍ପ କୁହାଯାଏ । କାଳ ବୃାକାରରେ ଗତି କରୁଥିବାରୁ ଏକ ନିର୍ଦ୍ଧିଷ୍ଟ ଅବଧିରେ ଭୂପୃଷ୍ଠର ପ୍ରତ୍ୟେକ ଘଟଣାା ପୁନରାବୃି ହୁଏ ।
କଳ୍ପର ଅନ୍ତିମ ସମୟରେ ମହାବିନାଶ ହୁଏ । ଏହାର ଅର୍ଥ ପୃଥିବୀର ସମ୍ପୂର୍ଣ୍ଣ ବିନାଶ ନୁହେଁ । ଗୋଟିଏ ନାଟକ ଯେତେବେଳେ ପୁନର୍ବାର ପ୍ରଥମ ଦୃଶ୍ୟରୁ ଆରମ୍ଭ ହୁଏ ଅନ୍ତିମ ଦୃଶ୍ୟର ସାଜସଜ୍ଜାକୁ ମରୁ ଅପସାରଣ କରିବାକୁ ପଡେ । ସେହିପରି ଆଗାମୀ ଯୁଗ ଅନୁରୂପ ପ୍ରକୃତି ମଧ୍ୟ ପରିବର୍ିତ ହୁଏ । କଳ୍ପର ଅନ୍ତିମ କ୍ଷଣରେ ଭୟାବହ ପ୍ରାକୃତିକ ବିପର୍ଯ୍ୟୟର ପରିଣାମ ସ୍ୱରୂପ ଭୁପୃଷ୍ଠର ଅଧିକାଂଶ ଭାଗ ଜଳ ପ୍ଳାବିତ ହୋଇଯାଏ । ସମସ୍ତ ଆତ୍ମା ପରମାତ୍ମାଙ୍କ ସହିତ ପରମଧାମକୁ ପ୍ରତ୍ୟାବର୍ନ କରନ୍ତି । ପଭୂତରେ ନିର୍ମିତ ଶରୀର ପ୍ରକୃତିରେ ବିଲୀନ ହୋଇଯାଏ । ପ୍ରକୃତିର ସ୍ୱୟଂକ୍ରିୟ ସୃଜନୀ ଶକ୍ତି ଆଗାମୀ ସୃଷ୍ଟି ପାଇଁ ଆବଶ୍ୟକ ପରିବେଶ ଓ ବାତାବରଣ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦିଏ । ପଭୂତରେ ବିଲୀନ ହୋଇଥିବା ମଣିଷ ସହିତ ବିଭିନ୍ନ ପ୍ରାଣୀ ବର୍ଗଙ୍କ ଶରୀର ମଧ୍ୟ ପ୍ରକୃତିର ଅଦ୍ଭୁତ ସୃଜନୀ ଶକ୍ତି ବଳରେ ନିର୍ମାଣ ହୋଇଥାଏ । ପୂର୍ବଜନ୍ମର ପ୍ରାରବ୍ଧ ଅନୁସାରେ ସତ୍ୟୁଗ ପାଇଁ ଉଦ୍ଧିଷ୍ଟ ଆତ୍ମାଗଣ ପୁନଶ୍ଚ ସେମାନଙ୍କ ଜୀବନ ଚକ୍ର ଆରମ୍ଭ କରିବା ପାଇଁ ପରମଧାମରୁ ଅବତରଣ କରି ଶରୀର ଧାରଣ କରନ୍ତି । କାଳଚକ୍ର ଦ୍ୱାରା ପରିଚାଳିତ ବିଶ୍ୱ ନାଟକର ଅୟମାରମ୍ଭ ହୁଏ । ଏହିପରି କଳ୍ପ କଳ୍ପାନ୍ତର ଧରି ଏହି ସୃଷ୍ଟିଚକ୍ରର ପୁନରାବୃି ହୋଇ ଆସୁଛି ।
ପରମାତ୍ମା ପ୍ରକୃତି ମଧ୍ୟରେ ଏଭଳି ଶକ୍ତି ଭରି ଦେଇଛନ୍ତି, ଯଦ୍ୱାରା ସବୁକିଛି ଆପଣା ଛାଏଁ ହୋଇଯାଏ । ସେ ସ୍ୱୟଂ ପ୍ରତ୍ୟକ୍ଷ ଭାବରେ କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନାହିଁ । ସମୟର ବୃାକାର ଗତିରେ ପ୍ରଭାବିତ ହୋଇ ସୃଷ୍ଟିର ପ୍ରତ୍ୟେକ କ୍ରିୟା ଆବିର୍ତ ହେଉଥିବାରୁ ଏକ ନିର୍ଦ୍ଧିଷ୍ଟ ସମୟ ଅବଧିରେ ସେଗୁଡିକ ଅବିକଳ ଭାବରେ ପୁନରାବୃି ହୁଏ । ସୃଷ୍ଟି ଚକ୍ରର ଏହି ଆବର୍ନ ଗତି କାରଣରୁ ଧର୍ମ ଗ୍ଳାନି ସମୟରେ ପରମାତ୍ମାଙ୍କ ଅବତରଣ, ଅଧର୍ମର ବିନାଶ, ଧର୍ମର ପୁନର୍ସ୍ଥାପନା, ମନୁଷ୍ୟାତ୍ମା ମଧ୍ୟରେ ଦୈବୀଗୁଣର ସାର ପୂର୍ବକ ଆଗାମୀ ସତ୍ୟ ଯୁଗୀୟ ସୃଷ୍ଟି ପାଇଁ ପୂର୍ବ ପ୍ରସ୍ତୁତି, କର୍ମ ଆଧାରରେ ମନୁଷ୍ୟ ଆତ୍ମାର ଆବାଗମନ, ସୃଷ୍ଟିରେ ଧର୍ମର ଭାରସାମ୍ୟ ରକ୍ଷା ପାଇଁ ଭିନ୍ନ ଭିନ୍ନ ସମୟରେ ମହାତ୍ମାମାନଙ୍କର ଆବିର୍ଭାବ, ପ୍ରାକୃତିକ ବିପର୍ଯ୍ୟୟ ଓ ଯୁଦ୍ଧ ଦ୍ୱାରା କଳିଯୁଗୀୟ ସୃଷ୍ଟିର ମହାବିନାଶ ଇତ୍ୟାଦି କ୍ରିୟା ମଧ୍ୟ ଆପଣା ଛାଏଁ ସମୟାନୁକ୍ରମେ ସଙ୍ଘଟିତ ହେଉଥାଏ । ଏଥିରେ ମଧ୍ୟ ପରମାତ୍ମା ହସ୍ତକ୍ଷେପ କରନ୍ତି ନାହିଁ । ତାଙ୍କ ଦ୍ୱାରା ପ୍ରବିର୍ତ ପ୍ରାକୃତିକ ଓ ଅପ୍ରାକୃତିକ ନିୟମାବଳୀକୁ ଯଦି ସେ ନିଜେ ଉଲଙ୍ଘନ କରିବେ ଅନ୍ୟମାନେ ଏଥିରୁ କ'ଣ ଶିଖିବେ ? ପୁନଶ୍ଚ ଏହା ଦ୍ୱାରା ସୃଷ୍ଟି କ୍ରିୟା ସୁଚାରୁ ରୂପେ ସମ୍ପାଦନ ହୋଇ ପାରିବ ନାହିଁ । ତେଣୁ ସ୍ୱୟଂ ପରମାତ୍ମା ମଧ୍ୟ ସ୍ୱ ପ୍ରଦର୍ଶିିତ ଏହି ଅନାଦି ଅବିନାଶୀ ନିୟମ ଦ୍ୱାରା ନିୟନ୍ତ୍ରିତ ହୋଇ ନିର୍ଦ୍ଧାରିତ ସମୟରେ ନିର୍ଦ୍ଧାରିତ କର୍ମ କରୁଥିଲେ ମଧ୍ୟ ଉଦାସୀନ ଭଳି ସେ ସବୁରୁ ଅନାସକ୍ତ ରହନ୍ତି । ସେ କାହା ପ୍ରତି ପକ୍ଷପାତିତା କରନ୍ତି ନାହିଁ । ସେ ଅନ୍ୟ ଏକ ଶରୀରକୁ ମାଧ୍ୟମ କରି ସୃଷ୍ଟିରେ ଧର୍ମର ପୁନର୍ସ୍ଥାପନା କାର୍ଯ୍ୟ କରୁଥିବାରୁ ସେହି କର୍ମର ଫଳାଫଳ ତାଙ୍କ ପାଇଁ ବନ୍ଧନର କାରଣ ହୁଏ ନାହିଁ । ତାଙ୍କର ଅଧ୍ୟକ୍ଷତାରେ ପ୍ରକୃତିର ସମସ୍ତ କାମ ହେଉଥିଲେ ମଧ୍ୟ ସେ ନିଷ୍ପକ୍ଷ ରହନ୍ତି । ଧର୍ମ ସ୍ଥାପନାର ଆଧାର ଯଥାର୍ଥ ଜ୍ଞାନ । ଅଜ୍ଞାନତା ଅଧର୍ମର ଜନକ । ତେଣୁ ବିଶ୍ୱରେ ଏକ ଧର୍ମ, ଏକ ରାଜ୍ୟ,ଏକ ଭାଷା ପ୍ରବର୍ନ କରି ସମସ୍ତ ମାନବାତ୍ମାମାନଙ୍କୁ ଏକ ପରିବାରଭୁକ୍ତ କରିବା ପାଇଁ ତାଙ୍କୁ ଅବତରଣ କରିବାକୁ ପଡେ । ସେ ମାନବ ସମାଜକୁ ଆତ୍ମତ୍ୱ, ପରମାତ୍ମା ତ୍ୱ, ସୃଷ୍ଟି ତ୍ୱ, କର୍ମ, ଅକର୍ମ ଓ ବିକର୍ମର ପରିଭାଷା, କର୍ମର ଗୁହ୍ୟଗତି ଓ ରାଜଯୋଗ ଦ୍ୱାରା ସମସ୍ତ ପାପରୁ ମୁକ୍ତିର ଉପାୟ ବିଷୟରେ ଶିକ୍ଷା ଦିଅନ୍ତି । ତେଣୁ ପରମାତ୍ମାଙ୍କୁ ପରମ ଶିକ୍ଷକ ଓ ପରମ ଗୁରୁ ବୋଲି କୁହାଯାଏ । ଈଶ୍ୱରୀୟ ଜ୍ଞାନକୁ ଯିଏ ଯେପରି ଜୀବନରେ ପ୍ରୟୋଗ କରେ ସେ ସେପରି ଫଳ ପାଏ । ମନୁଷ୍ୟ ସମାଜ ସ୍ୱ ପ୍ରଧାନ ହେଲେ ପ୍ରକୃତି ବରଦାୟିନୀ ହୁଏ ଓ ତମ ଗୁୁଣ ପ୍ରଧାନ ହେଲେ ପ୍ରକୃତିର ସୃଜନୀ ଶକ୍ତି ସଂହାରିଣୀ ଶକ୍ତିରେ ରୂପାନ୍ତରିତ ହୋଇ ସୃଷ୍ଟିରେ ମହାବିନାଶ ଘଟାଏ । ଏହିପରି ମନୁଷ୍ୟମାନଙ୍କ କର୍ମର ଫଳ ସ୍ୱରୂପ ସୃଷ୍ଟିରେ ବାରମ୍ବାର ପରିବର୍ନ ସଙ୍ଘଟିତ ହେଉଥାଏ ।
ଆସୁରୀ ଓ ଦୈବୀ ପ୍ରକୃତି ସମ୍ପନ୍ନ ବ୍ୟକ୍ତିର ସ୍ୱରୂପ
ଅବଜାନନ୍ତି ମାଂ ମୂଢ଼ା ମାନୁଷୀଂ ତନୁମାଶ୍ରିତମ୍ ।
ପରଂ ଭାବମଜାନନ୍ତୋ ମମ ଭୂତମହେଶ୍ୱରମ୍ ।ା୧୧ାା
ମୋଘାଶା ମୋଘକର୍ମାଣୋ ମୋଘଜ୍ଞାନା ବିଚେତସଃ ।
ରାକ୍ଷସୀମାସୁରୀେ÷ବ ପ୍ରକୃତିଂ ମୋହିନୀଂ ଶ୍ରିତାଃ ।ା୧୨ାା
ମହାତ୍ମାନସ୍ତୁ ମାଂ ପାର୍ଥ ! ଦୈବୀଂ ପ୍ରକୃତିମାଶ୍ରିତାଃ ।
ଭଜନ୍ତ୍ୟନନ୍ୟମନସୋ ଜ୍ଞାତ୍ୱା ଭୂତାଦିମବ୍ୟୟମ୍ ।ା୧୩ାା
ସତତଂ କୀର୍ୟନ୍ତୋ ମାଂ ଯତନ୍ତଶ୍ଚ ଦୃଢ଼ବ୍ରତାଃ ।
ନମସ୍ୟନ୍ତଶ୍ଚ ମାଂ ଭକ୍ତ୍ୟା ନିତ୍ୟଯୁକ୍ତା ଉପାସତେ ।ା୧୪ାା
ଜ୍ଞାନ ଯଜେ୍ଞନ ଚାପ୍ୟନ୍ୟେ ଯଜନ୍ତୋ ମାମୁପାସତେ ।
ଏକତ୍ୱେନ ପୃଥକ୍ତ୍ୱେନ ବହୁଧା ବିଶ୍ୱତୋମୁଖମ୍ ।ା୧୫ାା
ଅର୍ଥ : ସର୍ବ ଭୂତର ଈଶ୍ୱର ସ୍ୱରୂପ ମୋର ପରମ ସ୍ାକୁ ନ ଜାଣି ମୂଢ଼ ବ୍ୟକ୍ତିଗଣ ମନୁଷ୍ୟ ଶରୀରରେ ଆଶ୍ରିତ (ଅବତରିତ) ମୋତେ ଅବଜ୍ଞା କରନ୍ତି ।ା୧୧ାା ନିଷ୍ଫଳକାମ, ବିଫଳକର୍ମ, ବିଫଳ ଜ୍ଞାନ, ଆତ୍ମଚେତନାଶୂନ୍ୟ ବୁଦ୍ଧି ଭ୍ରଂଶକାରୀ ରାକ୍ଷସୀ ଓ ଆସୁରୀ ପ୍ରକୃତି ଅବଲମ୍ବନ କରି ମୋତେ ଅବଜ୍ଞା କରନ୍ତି ।ା୧୨ ।ା ହେ ପାର୍ଥ ! ଦୈବୀ ପ୍ରକୃତିକୁ ଆଶ୍ରୟ କରି ମହାତ୍ମାଗଣ ଅନନ୍ୟମନା ହୋଇ ମୋତେ ସର୍ବଭୂତର ଆଦି କାରଣ ଓ ଅବିନାଶୀ ବୋଲି ଜାଣି ଭଜନ କରନ୍ତି ।ା୧୩ାା ସେମାନେ ସର୍ବଦା ମୋର ମହ୍ୱ ଓ ଦିବ୍ୟ ଗୁଣାବଳୀ କୀର୍ନ କରି ଯନôଶୀଳ ଓ ଦୃଢ଼ବ୍ରତା ହୋଇ ମୋତେ ଭକ୍ତି ପୂର୍ବକ ନମସ୍କାର କରନ୍ତି ଏବଂ ନିତ୍ୟ ଯୋଗଯୁକ୍ତ ହୋଇ ମୋର ଉପାସନା କରନ୍ତି ।ା୧୪ାା ଅନ୍ୟ କେହି କେହି ଜ୍ଞାନ ରୂପକ ଯଜ୍ଞ ଦ୍ୱାରା ଯଜନ କରି ମୋତେ ଉପାସନା କରନ୍ତି । କେହି କେହି ଏକତ୍ୱ ଭାବରେ, କେହି କେହି ପୃଥକ ପୃଥକ ତ୍ୱରେ ଏବଂ କେହି ବିବିଧ ଭାବରେ ସର୍ବାତ୍ମାଙ୍କ ପିତା ସ୍ୱରୂପ (ବିଶ୍ୱତୋମୁଖମ୍) ମୋର ଉପାସନା କରନ୍ତି ।ା୧୫ାା
ବ୍ୟାଖ୍ୟା : ପରମାତ୍ମା ହେଉଛନ୍ତି ଅଶରୀରୀ । ଭୂପୃଷ୍ଠରେ ତାଙ୍କ ଅବତରଣର ଏକମାତ୍ର ଉଦ୍ଧେଶ୍ୟ ହେଲା, ମନୁଷ୍ୟ ମଧ୍ୟରେ ଥିବା ଆସୁରୀ ସଂସ୍କାରକୁ ବିନାଶ କରି ଦୈବୀ ସଂସ୍କାର ସାର କରାଇବା । ଧର୍ମ ମନୁଷ୍ୟର ବ୍ୟକ୍ତିଗତ, ସାମାଜିକ, ଆଧ୍ୟାତ୍ମିକ, ରାଜନୈତିକ ତଥା ଆର୍ଥିକ ଜୀବନକୁ ଉନ୍ନତ କରେ ତଥା ତା'ର ସଂସ୍କାରକୁ ପରିମାର୍ଜିତ କରେ । କିନ୍ତୁ ଏପରି ଏକ ସମୟ ଆସେ ଗତାନୁଗତିକ ଧର୍ମ ଆଉ ମଣିଷ ଜୀବନ ପାଇଁ ଉପଯୋଗୀ ସିଦ୍ଧ ହୁଏ ନାହିଁ । ମନୁଷ୍ୟର ଭୋଗବାଦୀ ପ୍ରବୃି ତାକୁ ଅଧର୍ମ ମାର୍ଗରେ ପରିଚାଳିତ କରେ । ଧର୍ମ ଉପେକ୍ଷିତ, ଅବହେଳିତ ହୋଇ ପଡ଼େ । ଏହିପରି ଧର୍ମଗ୍ଳାନି ସମୟରେ ପରମାତ୍ମା ଏକ ମାନବ ଶରୀର ଆଧାରରେ ଅବତରଣ କରି ଜ୍ଞାନ ଓ ଯୋଗ ଶିକ୍ଷା ଦିଅନ୍ତି । ଦେହ ସର୍ବସ୍ୱ ମାନବକୁ ତା'ର ଗୌରବମୟ ଅତୀତ କଥା ମନେ ପକାଇ ଆତ୍ମ ସ୍ମୃତି ପ୍ରଦାନ କରନ୍ତି । ତାଙ୍କ ବିଷୟରେ ପ୍ରଚଳିତ ଭ୍ରାନ୍ତିକୁ ଦୂର କରି ନିଜର ବାସ୍ତବିକ ପରିଚୟ ଦିଅନ୍ତି; କିନ୍ତୁ ଜନ୍ମଜନ୍ମାନ୍ତର ଭ୍ରମ ଧାରଣାର ବଶବର୍ୀ ରୂଢ଼ିବାଦୀ ଶାସ୍ତ୍ରଜ୍ଞ, ବିଦ୍ୱାନ, ପୁରୋହିତ ବର୍ଗ ଈଶ୍ୱରୀୟ ଜ୍ଞାନର ଅବଜ୍ଞା କରନ୍ତି । ଯେଉଁ ବ୍ୟକ୍ତିର ଶରୀରକୁ ମାଧ୍ୟମ କରି ସେ ଜ୍ଞାନ ଓ ଯୋଗ ଶିକ୍ଷା ଦିଅନ୍ତି, ତାଙ୍କ ବିଷୟରେ ମିଥ୍ୟା ଅପପ୍ରଚାର କରି ତାଙ୍କୁ ନାନା ପ୍ରକାର ଅପବାଦ ଦିଅନ୍ତି । ସେମାନେ ଭାବନ୍ତି ଯେ ଏହି ବ୍ୟକ୍ତ୍ି ନିଜକୁ ପରମାତ୍ମାଙ୍କ ଅବତାର କହି ଲୋକଙ୍କୁ ଭଣ୍ଡାଉଛି । କିନ୍ତୁ ପ୍ରକୃତରେ ଯେ ତା' ମାଧ୍ୟମରେ ପରମାତ୍ମା ଅବତରଣ କରି ଧର୍ମସ୍ଥାପନା କାର୍ଯ୍ୟ କରୁଛନ୍ତି ଏକଥା ସେମାନେ ବୁଝିପାରନ୍ତି ନାହିଁ । ପରମାତ୍ମାଙ୍କ ଦିବ୍ୟ ଅବତରଣ ସମୟରେ ସେହି ବ୍ୟକ୍ତି ମଧ୍ୟରେ ପ୍ରକାଶିତ ତାଙ୍କର ପରମଭାବ ବା ଦିବ୍ୟସାକୁ ସେମାନେ ସ୍ଥୂଳ ଦୃଷ୍ଟିରେ ଦେଖି ପାରନ୍ତି ନାହିଁ । ପରମାତ୍ମାଙ୍କ ବିଷୟରେ ପୂର୍ବ ଅବଧାରଣା ଅନୁସାରେ ସେମାନେ ତାଙ୍କୁ ଜନ୍ମଜନ୍ମାନ୍ତରରୁ ଖୋଜି ଆସିଛନ୍ତି ଓ ଉପାସନା କରି ଆସୁଛନ୍ତି । ପରମାତ୍ମା ସ୍ୱୟଂ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇ ସାକ୍ଷାତ ନିଜର ପରିଚୟ ଦେଉଥିଲେ ମଧ୍ୟ ସେମାନେ ଏହା ବିଶ୍ୱାସ କରି ପାରନ୍ତି ନାହିଁ । ଏପରି ବ୍ୟକ୍ତିଙ୍କୁ ସେ "ମୂଢ଼' ଶବ୍ଦ ପ୍ରୟୋଗ କରି ଭର୍ସନା କରିଛନ୍ତି ।
ସେମାନେ ଆସୁରୀ, ରାକ୍ଷସୀ ଓ ମୋହିନୀ ପ୍ରକୃତିର ଆଶ୍ରୟ ନେଇ ସାଂସାରିକ ଭୋଗ ଐଶ୍ୱର୍ଯ୍ୟ କାମନା କରି ଯାଗଯଜ୍ଞ,ପୂଜାବ୍ରତ ଆଦି କର୍ମକାଣ୍ଡୀୟ ଉପାସନାରେ ବ୍ୟର୍ଥ ସମୟ ନଷ୍ଟ କରନ୍ତି । ସେମାନେ ବେଦାଦି ଶାସ୍ତ୍ର ପୁରାଣଗୁଡିକୁ ଆୟ କରି ନିଜର ଚମକ୍ରାରୀ ବାକ୍ ପଟୁତାରେ ଜନସାଧାରଣଙ୍କୁ ଆକର୍ଷିତ କରି ପାରୁଥିଲେ ସୁଦ୍ଧା ତାଙ୍କର ସମସ୍ତ ଜ୍ଞାନ ବୃଥା(ମୋଘଜ୍ଞାନାଃ) । କାରଣ ସେମାନେ ବିବେକ ଶକ୍ତି ଦ୍ୱାରା ସତ୍ୟ ଓ ଅସତ୍ୟର ପ୍ରଭେଦ ନିର୍ଣ୍ଣୟ କରିପାରନ୍ତି ନାହିଁ । ତେଣୁ ସେମାନଙ୍କୁ ପରମାତ୍ମା ଅବିବେକୀ (ବିଚେତସଃ) କହିଛନ୍ତି । ସାରାଂଶରେ ଯେଉଁ ଜ୍ଞାନ କେବଳ ବାହ୍ୟ ଦୃଶ୍ୟ ଦେଖେ,କିନ୍ତୁ ଆଭ୍ୟନ୍ତରୀଣ ସତ୍ୟ ଦେଖିପାରେ ନାହିଁ, ତାହା ବୃଥା ଜ୍ଞାନ । ଯେଉଁ ଆଶା ନିତ୍ୟ ବସ୍ତୁକୁ ଛାଡି ଅନିତ୍ୟ ବସ୍ତୁ ପଛରେ ଧାବମାନ ହୁଏ, ତାହା ବୃଥା ଆଶା । ଯେଉଁ କର୍ମର ପ୍ରତ୍ୟେକ ଲାଭ, କ୍ଷତି ଦ୍ୱାରା ନଷ୍ଟ ହୋଇଯାଏ, ସେ କର୍ମ ବୃଥା ଶ୍ରମ । ଯିଏ ପରମାତ୍ମାଙ୍କୁ ଜାଣିପାରେ ନାହିଁ,ତାଙ୍କୁ ଜାଣି ତାଙ୍କ ସହିତ ଯୁକ୍ତ ହୋଇ ତାଙ୍କର ସାଧର୍ମ୍ୟ ଲାଭ କରି ପାରେ ନାହିଁ ଏବଂ କାମକ୍ରୋଧାଦି ବିକାର ସମୂହର ବଶୀଭୂତ ହୋଇଥାଏ ତାଙ୍କର ସମସ୍ତ ଜୀବନହିଁ ବୃଥା ।
କେତେକ ବ୍ୟକ୍ତି କୌଣସି କଥା ଶୁଣିଲେ ପ୍ରଥମେ ତା'ର ସତ୍ୟାସତ୍ୟ ବିବେଚନା କରନ୍ତି । ସେମାନେ କାହାଠାରୁ କୌଣସି କଥା ଶୁଣି ବା ପୁସ୍ତକରୁ କୌଣସି କଥା ପଢ଼ି ତା'ର ଅନ୍ଧାନୁସରଣ କରନ୍ତି ନାହିଁ । ପ୍ରତ୍ୟେକ ବିଷୟକୁ ବିଭିନ୍ନ ଦୃଷ୍ଟିକୋଣରୁ ବିବେଚନା କରି ଯୁକ୍ତି ଯୁକ୍ତ ମନେ ହେଲେ ତାକୁ ଗ୍ରହଣ କରିବା ବ୍ୟକ୍ତିଙ୍କୁ ବିବେକୀ ବା ବିବେକବାନ୍ କୁହାଯାଏ । ତାଙ୍କର ଅନୁସନ୍ଧାନ ପ୍ରବୃି ତାଙ୍କୁ ପରମାତ୍ମା ପ୍ରାପ୍ତି ପାଇଁ ସହାୟକ ହୁଏ । ""ଢ଼ୁଣ୍ଡ୍ନେମେ ଖୁଦା ମିଲତେ ହୈ''– ଅର୍ଥାତ ଖୋଜିଲେ ଭଗବାନ ମିଳିଯାଆନ୍ତି – ଏହି ଉକ୍ତି ତାଙ୍କ ଜୀବନରେ ଚରିତାର୍ଥ ହୁଏ । ଏଭଳି ବ୍ୟକ୍ତି ମହାତ୍ମା ପଦବାଚ୍ୟ । ସେମାନେ ସର୍ବଦା ଦୈବୀ ପ୍ରକୃତିର ଆଶ୍ରିତ ହୋଇ ଅନାଦି, ଅବିନାଶୀ ପରମାତ୍ମାଙ୍କୁ ଅନନ୍ୟ ଭାବରେ ସ୍ମରଣ କରନ୍ତି । କାରଣ ସେମାନେ ପରମାତ୍ମାଙ୍କ ପ୍ରକୃତ ପରିଚୟ ଜାଣିଥାଆନ୍ତି । ତେଣୁ ସେମାନଙ୍କ ଜ୍ଞାନ, ଆଶା, କର୍ମ ଓ ଜୀବନ ବୃଥା ହୁଏ ନାହିଁ ।
ମନୁଷ୍ୟାତ୍ମା ମଧ୍ୟରେ ଯେପରି ରାକ୍ଷସୀ ଓ ଆସୁରୀକ ପ୍ରକୃତିର ସମ୍ଭାବନା ରହିଛି, ସେହିପରି ଦିବ୍ୟ ପ୍ରକୃତିର ମଧ୍ୟ ସମ୍ଭାବନା ରହିଛି । ଯିଏ ଏହି ଦିବ୍ୟ ପ୍ରକୃତିର ବିକାଶ ପାଇଁ ପ୍ରଯନôଶୀଳ ସେ କେବଳ ଠିକ ରାସ୍ତା ବାଛି ନେଇଛି ବୋଲି ବୁଝିବାକୁ ହେବ । ସେହି ପଥ ପ୍ରଥମେ ପ୍ରଥମେ ସଂକୀର୍ଣ୍ଣ ମନେ ହେଉଥିଲେ ସୁଦ୍ଧା ଶେଷ ପର୍ଯ୍ୟନ୍ତ ଅନିର୍ବଚନୀୟ ଭାବରେ ପ୍ରସାରିତ ହୋଇ ଲକ୍ଷ୍ୟ ପ୍ରାପ୍ତି ଦିଗରେ ନେଇ ଚାଲେ । ନିଜ ମଧ୍ୟରେ ଦେବତ୍ୱର ବିକାଶ କରିବାହିଁ ମନୁଷ୍ୟର ପ୍ରକୃତ କର୍ମ । କଳିଯୁଗୀୟ ତମପ୍ରଧାନ ଆସୁରୀକ ଓ ରାକ୍ଷସୀ ପ୍ରକୃତିକୁ ଯୋଗଶକ୍ତି ଦ୍ୱାରା ନିଶ୍ଚିହ୍ନ କରି ନିଜ ମଧ୍ୟରେ ଦୈବୀଗୁଣର ସାର କରିବାକୁ ହେବ । ଏହାହିଁ ମାନବ ଜୀବନର ଶ୍ରେଷ୍ଠ ଲକ୍ଷ୍ୟ । ଏହି ବିକାଶ ଯେତେ ତ୍ୱରାନ୍ୱିତ ହୁଏ ସେତେ ମାୟାର ପ୍ରଭାବ ନିଷ୍ପ୍ର୍ରଭ ହୁଏ । ବ୍ୟକ୍ତି କର୍ମର ମହର ଉପଯୋଗିତା ଏବଂ ଜୀବନର ପ୍ରକୃତ ସତ୍ୟ ଦେଖି ପାରେ ।
ଜନ୍ମଜନ୍ମାନ୍ତରର ସଂସ୍କାର ବଶତଃ ମନୁଷ୍ୟାତ୍ମା ନିଜକୁ ଶରୀରଠାରୁ ପୃଥକ ଅନୁଭବ କରିପାରେ ନାହିଁ । ଆତ୍ମ ସ୍ମୃତିର ବିସ୍ମୃତି ହେତୁ ଦେହ ଅଭିମାନର ପ୍ରଭାବ ବଶତଃ ସେ ପରମାତ୍ମାଙ୍କୁ ଯଥାର୍ଥ ଭାବରେ ଚିହ୍ନି ନ ପାରି ତାଙ୍କର ବିଭିନ୍ନ ଶାରୀରିକ ରୂପର ପରିକଳ୍ପନା କରି ଉପାସନା କରେ । କୌଣସି ବିଶିଷ୍ଟ ଆତ୍ମାଙ୍କର ଚମକôାରୀ ଯୌଗିକ ଶକ୍ତିରେ ବିମୋହିତ ହୋଇ ତାଙ୍କୁ ଭଗବାନଙ୍କର ଅବତାର ମାନି ନିଏ । କୌଣସି ବିଦ୍ୱାନ, ପଣ୍ଡିତ,ସାଧକ ବା ତପସ୍ୱୀ ବ୍ୟକ୍ତିଙ୍କ କଥା ତା'ର ମନୋନୁକୂଳ ହେଲେ ତାଙ୍କୁହିଁ ଗୁରୁ ରୂପେ ଗ୍ରହଣ କରେ । ଚିନ୍ତାଶୀଳ ବ୍ୟକ୍ତିଙ୍କ ପରସ୍ପର ବିରୋଧୀ ମତବାଦରୁୁ ବିଭିନ୍ନ ସାଂପ୍ରଦାୟିକ ଧାର୍ମିକ ଗୋଷ୍ଠୀର ଉଦ୍ଭବ ହୁଏ । ବିଭିନ୍ନ ସମ୍ପ୍ରଦାୟ ଈଶ୍ୱରଙ୍କ ପ୍ରତି ଭିନ୍ନ ଭିନ୍ନ ଅବଧାରଣା ପୋଷଣ କରନ୍ତି । କିନ୍ତୁ ବ୍ୟକ୍ତିର ଯେତେବେଳେ ଏହି ଜ୍ଞାନ ହୁଏ ଯେ ସେ ପ୍ରକୃତରେ ଦେହ ନୁହେଁ, ପରମାତ୍ମାଙ୍କ ସନ୍ତାନ ଆତ୍ମା, ସେତେବେଳେ ତା'ର ସକଳ ଭ୍ରାନ୍ତି ଦୂର ହୁଏ । ପରମାତ୍ମାଙ୍କ ସହିତ ତା'ର ଆତ୍ମିକ ସମ୍ପର୍କ ସ୍ଥାପିତ ହୋଇଗଲା ପରେ ସେ ତାଙ୍କ ସହିତ ନିତ୍ୟଯୁକ୍ତ ହୋଇ ରହିପାରେ । ଏହିପରି ନିତ୍ୟଯୁକ୍ତ ଯୋଗୀର ଏକମାତ୍ର ଧ୍ୟେୟ ହେଲା ଈଶ୍ୱରୀୟ ଇଚ୍ଛା ଅନୁରୂପ ଜୀବନ ଯାପନ କରିବା । ତାଙ୍କର ପ୍ରତ୍ୟେକ କର୍ମ ଯୋଗରୂପ ହୋଇଯାଏ । ସେଥିରେ କୌଣସି ବାଧ୍ୟବାଧକତା ନ ଥାଏ । ଯାହାବି ସେ କରନ୍ତି ସେଥିରେ ମନପ୍ରାଣ ଢାଳି ଦିଅନ୍ତି । ସ୍ୱାର୍ଥ ପ୍ରଣୋଦିତ ହୋଇ ସେ କୌଣସି କର୍ମ କରନ୍ତି ନାହିଁ । ତାଙ୍କର ପ୍ରତ୍ୟେକ କର୍ମ ପରମାର୍ଥ ପାଇଁ ଉଦ୍ଧିଷ୍ଟ ହୋଇଥାଏ । ସେ ନିୟମିତ ଶ୍ରଦ୍ଧାପୂର୍ବକ କିଛି ସମୟ ଏକାନ୍ତରେ ପରମାତ୍ମାଙ୍କୁ ସ୍ମରଣ କରନ୍ତି । ଭକ୍ତିପୂର୍ବକ ତାଙ୍କୁ ହୃଦୟ ସିଂହାସନରେ ଅଧିଷ୍ଠିତ କରାଇ ଭାବ ବିନିମୟ କରନ୍ତି । ତାଙ୍କର ଗୁଣଗାନ କରି କୃତଜ୍ଞତା ଜ୍ଞାପନ କରନ୍ତି; ""ହେ ପରମପିତା, ମୋ ଜୀବନର ସମସ୍ତ ସଫଳତା ତୁମ କୃପାର ପରିଣାମ; ମୁଁ କେବଳ ନିମି ମାତ୍ର ।''
ଏହିପରି ପୁରୁଷାର୍ଥ କରୁ କରୁ ଯୋଗୀ ପରମାତ୍ମାଙ୍କ ସହିିତ ଏକାତ୍ମ ହୋଇଯାଏ । ସେ ସ୍ୱୟଂ ଜ୍ଞାନ ସ୍ୱରୂପ ହୋଇ ଜ୍ଞାନସାଗରଙ୍କ ସହିତ ଏକ ହୋଇ ଯାଏ । ତାଙ୍କର ନିଜର ସଂକଳ୍ପ ବିକଳ୍ପ, ଇଚ୍ଛା ଅନିଚ୍ଛା କିଛି ନଥାଏ । ଈଶ୍ୱରୀୟ ଇଚ୍ଛା ଓ ସଂକଳ୍ପ ତା' ମନରେ ପ୍ରତିଫଳିତ ହୋଇ ତଦନୁସାରେ ତାଙ୍କୁ କର୍ମରେ ପ୍ରବୃ କରାଏ । ନିଷ୍ପାପ ଶିଶୁ ଯେପରି ବିକାର କ'ଣ ଜାଣି ନଥାଏ ତାର ଅବସ୍ଥା ତଦ୍ରୂପ ହୋଇଥାଏ । ଇଚ୍ଛା ମାତ୍ରମ୍ ଅବିଦ୍ୟା ।ା ବିଶ୍ୱର ସମସ୍ତ ଆତ୍ମାକୁ ସେ ଏକ ପରମାତ୍ମାଙ୍କ ସନ୍ତାନ ହିସାବରେ ଭ୍ରାତୃବତ୍ ଜ୍ଞାନ କରି କାହାପ୍ରତି ପକ୍ଷପାତିତା କରନ୍ତି ନାହିଁ । ପରମାତ୍ମାଙ୍କ ସହିତ ସମଦୃଷ୍ଟିହିଁ ପରମାତ୍ମାଙ୍କ ସହିତ ତାଙ୍କର ଏକତ୍ୱ ପ୍ରତିଷ୍ଠା କରେ । ଏହାକୁ ଜ୍ଞାନ ଯଜ୍ଞ କୁହାଯାଏ ।
ପରମାତ୍ମା ସର୍ବୋପରି
ଅହଂ କ୍ରତୁରହଂ ଯଜ୍ଞଃ ସ୍ୱଧାହମହମୌଷଧମ୍ ।
ମନ୍ତ୍ରୋଽହମହମେବାଜ୍ୟମହମଗ୍ନିରହଂ ହୁତମ୍ ।ା୧୬ାା
ପିତାହମସ୍ୟ ଜଗତୋ ମାତା ଧାତା ପିତାମହଃ ।
ବେଦ୍ୟଂ ପବିତ୍ରମୋଁକାର ଋକ ସାମ ଯଜୁରେବ ଚ ।ା୧୭ାା
ଗତିଭର୍ା ପ୍ରଭୁଃ ସାକ୍ଷୀ ନିବାସଃ ଶରଣଂ ସୁହୃତ୍ ।
ପ୍ରଭବଃ ପ୍ରଳୟଃ ସ୍ଥାନଂ ନିଧାନଂ ବୀଜମବ୍ୟୟମ୍ ।ା୧୮ାା
ତପାମ୍ୟହମହଂ ବର୍ଷଂ ନିଗୃହ୍ଣାମୁ୍ୟତ୍ ସୃଜାମି ଚ ।
ଅମୃତଂ ଚୈବ ମୃତୁ୍ୟଶ୍ଚ ସଦସଚ୍ଚାହମର୍ଜୁନ ।ା୧୯ ।ା
ଅର୍ଥ : ମୁଁ ବେଦ ବିହିତ କର୍ମ, ମୁଁ ଯଜ୍ଞ, ମୁଁ ତର୍ପଣ କାର୍ଯ୍ୟ, ମୁଁ ଔଷଧିଜାତ ଅନ୍ନ, ମୁଁ ମନ୍ତ୍ର,ମୁଁ ହୋମର ଘୃତ, ମୁଁ ହୋମାଗ୍ନି; ମୁଁ ହିଁ ହବନ କର୍ମ ।ା୧୬ାା ମୁଁ ଏହି ଜଗତର ପିତା (ରକ୍ଷାକର୍ା ଓ ପୋଷଣ କର୍ା) ମାତା, ଧାତା (ଈଶ୍ୱର) ପିତାମହ (ଆଦି ସୃଷ୍ଟିକର୍ା) ବେଦସମୂହରେ ଜେ୍ଞୟ ବସ୍ତୁ, ପବିତ୍ର ଓଁକାର (ସକଳ ବାକ୍ୟ ଓ ଚିନ୍ତାର ଶାଶ୍ୱତ ବୀଜ ସ୍ୱରୂପ), ଋଗବେଦ, ସାମବେଦ ଏବଂ ଯର୍ଜୁବେଦ ।ା୧୭ାା (ମୁଁ) ଗନ୍ତବ୍ୟ ସ୍ଥଳ, ସ୍ୱାମୀ, ଈଶ୍ୱର, ଦ୍ରଷ୍ଟା, ବାସସ୍ଥାନ, ଆଶ୍ରୟ, ହିତକାମୀ ବନ୍ଧୁ, ସୃଷ୍ଟି, ପ୍ରଳୟ, ସ୍ଥିତି, ଲୟସ୍ଥାନ, ଅବିନାଶୀ ବୀଜ ।ା୧୮ ।ା ହେ ଅର୍ଜୁନ ! ମୁଁ (ସୂର୍ଯ୍ୟ ଓ ଅଗ୍ନି ଦ୍ୱାରା) ଉାପ ପ୍ରଦାନ କରେ, ମୁଁହିଁ ଜଳ ଆକର୍ଷଣ କରି ପୁନର୍ବାର ବର୍ଷଣ କରେ; (ମୁଁ) ଅମୃତତ୍ୱ ଏବଂ ମୃତ୍ୟୁ, ସତ୍ ଏବଂ ଅସତ୍ ।ା୧୯ାା
ବ୍ୟାଖ୍ୟା : କର୍ମର ପଥ ଭକ୍ତି ଓ ଆତ୍ମ ସମର୍ପଣରେ ପରିଣତ ହୁଏ । କାରଣ ଏଥିରେ ଯୋଗୀ ତା'ର ସମସ୍ତ ସଂକଳ୍ପ ଓ କର୍ମକୁ ଯଜ୍ଞରୂପେ ଏକ ପରମାତ୍ମାଙ୍କୁ ଅର୍ପଣ କରେ । ଆଭ୍ୟନ୍ତରୀଣ ଯଜ୍ଞ ପ୍ରକୃତ ଯଜ୍ଞ । ସେଠାରେ ସ୍ୱୟଂ ପରମାତ୍ମା ହୁଅନ୍ତି ଯଜ୍ଞ, ଯଜ୍ଞର ପ୍ରତ୍ୟେକ କ୍ରିୟା, ଉପକରଣ ଓ ହୋମାଗ୍ନି । କାରଣ ଆମ ହୃଦୟରେ ଯେଉଁ ଭଗବତ୍ମୁଖୀ ସଂକଳ୍ପ, ଉର୍ଦ୍ଧମୁଖୀ ଅଭୀପ୍ସା; ତାହା ହେଉଛି ଅଗ୍ନି । ଏହି ଯଜ୍ଞ ହେଉଛି ଏକାଦିକ୍ରମେ କର୍ମ, ଭକ୍ତି ଓ ଜ୍ଞାନର ସମନ୍ୱୟ । ପରମାତ୍ମା ହେଉଛନ୍ତି ସର୍ବାତ୍ମାଙ୍କ ପିତା, ସମସ୍ତଙ୍କ ଈଶ୍ୱର (ଧାତା), ଆଦିଦେବ ପ୍ରଜାପିତା ବ୍ରହ୍ମାଙ୍କ ପିତା ହିସାବରେ ସମସ୍ତ ପ୍ରଜାଙ୍କର ପିତାମହ, ସକଳ ବାକ୍ୟ ଓ ଚିନ୍ତାର ଶାଶ୍ୱତ ବୀଜ ସ୍ୱରୂପ (ଓଁକାର) ଓ ଜ୍ଞାନର ସାଗର ଅଟନ୍ତି । ବେଦ, ଉପନିଷଦ ପୁରାଣ ଆଦି ସେହି ଜ୍ଞାନ ସିନ୍ଧୁର ଏକ ବିନ୍ଦୁ ମାତ୍ର । ଯେଉଁ ବ୍ୟକ୍ତି ପରମାତ୍ମାଙ୍କୁ ଏହିପରି ଭାବରେ ଜାଣି ତାଙ୍କୁ ନିତ୍ୟ ନିରନ୍ତର ଶ୍ରଦ୍ଧାର ସହିତ ସ୍ମରଣ କରେ, ତାହାର ସମସ୍ତ ଜୀବନକର୍ମକୁ ଏକ ମହାନ୍ ଆତ୍ମ ନିବେଦନରେ ଶାଶ୍ୱତ ପୁରୁଷ ପରମାତ୍ମାଙ୍କୁ ଅର୍ପଣ କରେ । ତାପାଇଁ ପରମାତ୍ମାହିଁ ସର୍ବସ୍ୱ; ବାକି ସବୁ ତାଙ୍କର ହିଁ ଅବଦାନ ।
ଜ୍ଞାନୀ ଯୋଗୀ ପାଇଁ ପରମାତ୍ମା ହେଉଛନ୍ତି ସବୁ କିଛି । ସେହିଁ ତାଙ୍କ ଧ୍ୟେୟ ଓ ଧ୍ୟାନ; ବନ୍ଧୁ, ସଖା, ସହୋଦର । ତାଙ୍କ ମନରେ ସବୁବେଳେ ଝଙ୍କୃତ ହେଉଥାଏ, ""ତ୍ୱମେବ ମାତାଶ୍ଚ ପିତା ତ୍ୱମେବ; ତ୍ୱମେବ ବନ୍ଧୁଶ୍ଚ ସଖା ତ୍ୱମେବ, ତ୍ୱମେବ ବିଦ୍ୟାଂ ଦ୍ରବିଣଂ ତ୍ୱମେବ, ତ୍ୱମେବ ସର୍ବଂ ମମ ଦେବ ଦେବ ।ା'' ଏହି ଭାବରେ ଯିଏ ପରମାତ୍ମାଙ୍କୁ ଜାଣେ, ସେହିଁ ଶାଶ୍ୱତଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରେ । ତାକୁ କୌଣସି ପ୍ରକାର ଭୟ ବିଚଳିତ କରିପାରେ ନାହିଁ । ତାଙ୍କ ପାଇଁ ପରମାତ୍ମା ହେଉଛନ୍ତି ପଥ ଓ ଗନ୍ତବ୍ୟ ସ୍ଥଳ । ସେହି ପଥରେ କୌଣସି ପ୍ରତ୍ୟବାୟ ନାହିଁ । ସୁନିୟନ୍ତ୍ରିତ ପଦକ୍ଷେପ ଦ୍ୱାରା ତା'ର ଲକ୍ଷ୍ୟ ପ୍ରାପ୍ତିର ପଥ ହୁଏ ନିଷ୍କକକ ଓ ସୁଗମ ।
ସକାମୀ ମଣିଷ ତା'ର ବିଭିନ୍ନ କାମନାର ପୂର୍ି ପାଇଁ ଯଜ୍ଞ କରେ ଓ ପ୍ରକୃତିର ବିଭିନ୍ନ ତ୍ୱଠାରୁ ଚମକ୍ରାରୀ ଶକ୍ତି ପ୍ରାପ୍ତି ପାଇଁ କଠୋର ତପସ୍ୟା କରେ । କେହି କେହି ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବା ପାଇଁ କଠୋର ରୌଦ୍ର ତାପରେ ବସି ତାଙ୍କୁ ପ୍ରାର୍ଥନା କରନ୍ତି । ଅନ୍ୟ କେହି ନିଜ ଚାରିପଟେ ନିଆଁ ଜାଳି ସାଧନା କରନ୍ତି । କେତେକଙ୍କୁ ତାଙ୍କର ତପନିଷ୍ଠାର ଫଳ ସ୍ୱରୂପ କିଛି କିଛି ଅଲୌକିକ ଶକ୍ତି ପ୍ରାପ୍ତ ହୋଇଥାଏ । ସେମାନେ ସଂପୃକ୍ତ ତ୍ୱ ଉପାସନାରୁ ତାହା ପ୍ରାପ୍ତ ହେଲା ବୋଲି ମନେ କରନ୍ତି । ସେହିପରି ବିଭିନ୍ନ କାମନା ରଖି ଦେବୀ ଦେବତାଙ୍କ ଉପାସନା କରାଯାଏ । ସଂଯୋଗବଶତଃ ବା ତାଙ୍କ ଦୃଢ଼ ନିଷ୍ଠାର ପରିଣାମ ସ୍ୱରୂପ ଅଥବା ପୂର୍ବ ଜନ୍ମର ପ୍ରାରବ୍ଧ କର୍ମ ଫଳ ହେତୁ ଯେଉଁମାନଙ୍କ ମନୋକାମନା ପୂରଣ ହୋଇଯାଏ; ତାହାକୁ ସେମାନେ ସେହି ଦେବୀଦେବତାଙ୍କ ଆଶୀର୍ବାଦରୁ ହେଲା ବୋଲି ମନେ କରନ୍ତି । ଏହିପରି ଆଶୁଫଳ ପ୍ରାପ୍ତି ପାଇଁ ବା ନିଜ ମଧ୍ୟରେ ଥିବା ଭୋଗ ଲାଳସା ପୂର୍ି ପାଇଁ ମଣିଷ ପରମାତ୍ମାଙ୍କୁ ଭୁଲି କର୍ମକାଣ୍ଡୀୟ ରୀତିରେ ଦେବ ଉପାସନାରେ ପ୍ରବୃ ହୁଏ । କିନ୍ତୁ ଏହାଦ୍ୱାରା ମଣିଷ ଅନେକ ସମୟରେ ବିପଥଗାମୀ ହୋଇଯାଏ ଓ ବିକର୍ମ ଜନିତ ସଂସ୍କାର ତା'ର ଆତ୍ମାରେ ଜମା ହୋଇ ବୃଦ୍ଧି ପାଉଥାଏ । ଏହାହିଁ ଧର୍ମ ଗ୍ଲାନିର ମୂଳ କାରଣ । ତେଣୁ ସର୍ବଶ୍ରେଷ୍ଠ ଓ ସର୍ବ ଶକ୍ତିମାନ ପରମାତ୍ମାଙ୍କ ସହିତ ସର୍ବ ସମ୍ବନ୍ଧ ଯୋଡି ତାଙ୍କ ସହିତ ବୁଦ୍ଧିକୁ ଯୁକ୍ତ କଲେ ସମସ୍ତ ପାପ ବିନଷ୍ଟ ହେବ ।
ସକାମ ଓ ନିଷ୍କାମ ଉପାସନାର ଫଳ
ତ୍ରୈବିଦ୍ୟା ମାଂ ସୋମପାଃ ପୂତ ପାପା
ଜଜେ୍ଞ÷ରିଷ୍ଟା ସ୍ୱର୍ଗତିଂ ପ୍ରାର୍ଥୟନ୍ତେ ।
ତେ ପୁଣ୍ୟମାସାଦ୍ୟ ସୁରେନ୍ଦ୍ରଲୋକ-
ମଶ୍ନନ୍ତି ଦିବ୍ୟାନ୍ ଦିବି ଦେବଭୋଗାନ୍ ।ା୨୦ ।ା
ତେ ତଂ ଭୁକ୍ତ୍ୱା ସ୍ୱର୍ଗଲୋକଂ ବିଶାଳଂ
କ୍ଷୀଣେ ପୁଣ୍ୟେ ମର୍୍ୟଲୋକଂ ବିଶନ୍ତି ।
ଏବଂ ତ୍ରୟୀଧର୍ମମନୁପ୍ରପନ୍ନା
ଗତାଗତଂ କାମକାମା ଲଭନ୍ତେ ।ା୨୧ାା
ଅନନ୍ୟାଶ୍ଚିନ୍ତୟନ୍ତୋ ମାଂ ଯେ ଜନାଃ ପର୍ଯୁ୍ୟପାସତେ ।
ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ୍ ।ା୨୨ାା
ଯେଽପ୍ୟନ୍ୟଦେବତା ଭକ୍ତାଃ ଯଜନ୍ତେ ଶ୍ରଦ୍ଧୟାନ୍ୱିତାଃ ।
ତେ ଽପି ମାମେବ କୌନ୍ତେୟ ଯଜନ୍ତ୍ୟବିଧିପୂର୍ବକମ୍ ।ା୨୩ାା
ଅହଂ ହି ସର୍ବ ଯଜ୍ଞାନାଂ ଭୋକ୍ତା ଚ ପ୍ରଭୁରେବ ଚ ।
ନ ତୁ ମାମଭିଜାନନ୍ତି ତେ୍ୱନାତଶ୍ଚ୍ୟବନ୍ତି ତେ ।ା୨୪ ।ା
ଯାନ୍ତି ଦେବବ୍ରତା ଦେବାନ୍ ପିତୃନ୍ ଯାନ୍ତି ପିତୃବ୍ରତାଃ ।
ଭୂତାନି ଯାନ୍ତି ଭୂତେଜ୍ୟା ଯାନ୍ତି ମଦ୍ୟାଜି ନୋଽପି ମାମ୍ ।ା୨୫ାା
ଅର୍ଥ : ତ୍ରିବେଦର ବାହ୍ୟ ଅର୍ଥ ଶିକ୍ଷା କରି ଦେବତାମାନଙ୍କୁ ଉତ୍ସର୍ଗୀକୃତ ସୋମରସ ପାନ ପୂର୍ବକ ନିଷ୍ପାପ ହୋଇ, ଯଜ୍ଞ ଦ୍ୱାରା ମୋତେ ପୂଜା କରି (ତ୍ରିବେଦୋକ୍ତ କ୍ରିୟାନୁଷ୍ଠାନ) ବ୍ୟକ୍ତିଗଣ ସ୍ୱର୍ଗ ସୁଖ ଭୋଗ କାମନା କରନ୍ତି, ସେମାନେ ପବିତ୍ର ସ୍ୱର୍ଗଲୋକ ପ୍ରାପ୍ତ ହୋଇ ସ୍ୱର୍ଗରେ ଦିବ୍ୟ ଦେବ ପଢ଼ ଭୋଗ କରନ୍ତି ।ା୨୦ାା ସେମାନେ ସେହି ବିଶାଳତର ସୁଖରେ ପରିପୂର୍ଣ୍ଣ ସ୍ୱର୍ଗଲୋକ ଭୋଗ କରି ପୁଣ୍ୟ କ୍ଷୀଣ ହେଲେ ମର୍୍ୟଲୋକରେ ପ୍ରବେଶ କରନ୍ତି । ଏହିପରି ବେଦତ୍ରୟ ବିହିତ କର୍ମ ଅନୁଷ୍ଠାନକାରୀ ଭୋଗକାମୀ ବ୍ୟକ୍ତିମାନେ ପୁନଃ ପୁନଃ ଆବାଗମନ ଚକ୍ରରେ ଆସୁଥାନ୍ତି ।ା୨୧ାା ଏକାଗ୍ର ଭାବରେ ମୋତେ ନିରନ୍ତର ସ୍ମରଣ କରି ଯେଉଁ ବ୍ୟକ୍ତିମାନେ ଉପାସନା କରନ୍ତି, ମୋଠାରେ ନିତ୍ୟଯୁକ୍ତ ସେହି ବ୍ୟକ୍ତିମାନଙ୍କର ଯୋଗ (ଅପ୍ରାପ୍ତ ବସ୍ତୁର ପ୍ରାପ୍ତି) ଏବଂ କ୍ଷେମ(ତାହାର ରକ୍ଷଣ) ମୁଁ ବହନ କରେ ।ା ୨୨ା ହେ କୌନ୍ତେୟ! ଶ୍ରଦ୍ଧାଯୁକ୍ତ ହୋଇ ଯେଉଁମାନେ ଅନ୍ୟ ବେଦତାମାନଙ୍କୁ ଉପାସନା କରନ୍ତି, ସେମାନେ ମୋତେ ଉପାସନା କରନ୍ତି, କିନ୍ତୁ ତାହା ବିଧି ସମ୍ମତ ନୁହେଁ ।ା୨୩ାା ଯେହେତୁ ମୁଁ ସମସ୍ତ ଯଜ୍ଞର ଉପଭୋଗକର୍ା ଓ ଈଶ୍ୱର । ସେମାନେ ମୋତେ ତ୍ୱତଃ ଜାଣନ୍ତି ନାହିଁ, ତେଣୁ ପତିତ ହୁଅନ୍ତି ।ା୨୪ାା ଦେବତା ପୂଜକମାନେ ଦେବଗଣକୁ ପ୍ରାପ୍ତ ହୁଅନ୍ତି, ପିତୃ ପୂଜକଗଣ ପିତୃଗଣକୁ ପ୍ରାପ୍ତ ହୁଅନ୍ତି, ଭୂତ ପୂଜକମାନେ ଭୂତଗଣକୁ ପ୍ରାପ୍ତ ହୁଅନ୍ତି; (କିନ୍ତୁ) ମୋର ପୂଜକଗଣ ମୋତେ ଲାଭ କରନ୍ତି ।ା୨୫ାା
ବ୍ୟାଖ୍ୟା : ରାଜସିକ ପ୍ରବୃି ଲୋକେ ଯଜ୍ଞାନୁଷ୍ଠାନ ପ୍ରତି ବେଶୀ ଆକର୍ଷିତ ହୁଅନ୍ତି । ଯଜ୍ଞକର୍ମରେ ସା୍ୱିକ ଆଚରଣର ବିଧି ଥିଲେ ମଧ୍ୟ ଏହାର ଅନୁଷ୍ଠାନ କର୍ା ଭୋଗ ଐଶ୍ୱର୍ଯ୍ୟ ଆଦି କାମନାଯୁକ୍ତ ହୋଇଥିବାରୁ ଏହା ରଜଗୁଣ ପ୍ରଧାନ । ଏହା ଖର୍ଚ୍ଚ ବହୁଳ ମଧ୍ୟ । ସାଧାରଣ ବ୍ୟକ୍ତି ପାଇଁ ଏହି ଅନୁଷ୍ଠାନ ସମ୍ଭବ ନୁହେଁ । ଯଜ୍ଞରେ ଅନ୍ନକୁଟ, ଦରିଦ୍ରମାନଙ୍କୁ ଦାନ, ସତ୍ସଙ୍ଗ ଆଦି ହୁଏ । ଏହା ଦ୍ୱାରା କିଛି ଲୋକଙ୍କ ଉପକାର ହୁଏ । ଏହି ସବୁ ପୁଣ୍ୟ କର୍ମର ଫଳ ସ୍ୱରୂପ ଯଜ୍ଞକର୍ାଙ୍କୁ ଦେବତୁଲ୍ୟ ଭୋଗଐଶ୍ୱର୍ଯ୍ୟ ପ୍ରାପ୍ତ ହୁଏ । ସେ ପର ଜନ୍ମରେ କୌଣସି ରାଜ ପରିବାରରେ ବା ଧନୀକ ପରିବାରରେ ଜନ୍ମ ହୋଇ ପ୍ରାଚୁର୍ଯ୍ୟ ମଧ୍ୟରେ ଜୀବନଯାପନ କରନ୍ତି । କାମୀ ବ୍ୟକ୍ତି ଭୋଗ ଐଶ୍ୱର୍ଯ୍ୟକୁହିଁ ସ୍ୱର୍ଗସୁଖ ବୋଲି ମାନେ । ପୂର୍ବ ଜନ୍ମର ସଂସ୍କାର ବଶତଃ ପୁନଶ୍ଚ ଦାନପୁଣ୍ୟ କରେ ଓ ପ୍ରତିଦାନରେ ପୁନର୍ବାର ସେହି ଭୋଗ ଐଶ୍ୱର୍ଯ୍ୟ ପ୍ରାପ୍ତ ହୁଏ । କିନ୍ତୁ ଭୋଗ ସୁଖରେ ପ୍ରମ ହୋଇ ଯଦି ସେ ଇହ ଜନ୍ମରେ କୌଣସି ସତ୍କର୍ମ କରେ ନାହିଁ ତେବେ ତା'ର ପୂର୍ବଜନ୍ମର ସିତ ଫଳ ସମାପ୍ତ ହୋଇଗଲେ ତାକୁ ପରଜନ୍ମରେ ଦୁଃଖ ଦାରିଦ୍ର୍ୟ ପୂର୍ଣ୍ଣ ଦୁର୍ବିସହ ଜୀବନଯାପନ କରିବାକୁ ପଡେ । ଏହିପରି ବ୍ୟକ୍ତି ସ୍ୱ ସ୍ୱ କର୍ମ ଆଧାରରେ ଦୁଃଖ ବା ସୁଖ ଭୋଗ କରିବାକୁ ଆବାଗମନ ଚକ୍ରରେ ଗତି କରୁଥାଏ ।
ଈଶ୍ୱର ପରାୟଣ ବ୍ୟକ୍ତି ସମସ୍ତ ଭୌତିକ ସୁଖ ଭୋଗ ଇଚ୍ଛାକୁ ତ୍ୟାଗ କରି ଅନନ୍ୟ ଭାବରେ ଏକ ପରମାତ୍ମାଙ୍କୁ ନିଜର ସବୁକିଛି ଭାବି ଲୋକ କଲ୍ୟାଣ କାର୍ଯ୍ୟରେ ବ୍ରତୀ ହୁଅନ୍ତି । ତାଙ୍କର ଏକନିଷ୍ଠ ଭଗବତ୍ ପ୍ରେମ ତାଙ୍କୁ ମାନବଜୀବନର ସର୍ବଶ୍ରେଷ୍ଠ ପ୍ରାପ୍ତି ପ୍ରଦାନ କରେ । ସେ ସୃଷ୍ଟିରେ ପରମାତ୍ମା ଅବତରଣର ଆଭିମୁଖ୍ୟକୁ ଯଥାର୍ଥ ଭାବରେ ଜାଣି ତାଙ୍କର ଜୀବନ ଓ ଜୀବିକା ସବୁ କିଛି ଈଶ୍ୱରୀୟ ସେବାରେ ବିନିଯୋଗ କରନ୍ତି । ତାଙ୍କ ମଧ୍ୟରେ କୃର୍ତ୍ୱାଭିମାନ ଲେଶମାତ୍ର ନଥାଏ । ସମସ୍ତ ସାଂସାରିକ କର୍ବ୍ୟ କର୍ମ ସମୂହକୁ ସେ ନିମି ଭାବରେ ସମ୍ପାଦନ କରନ୍ତି । ଏପରି ବ୍ୟକ୍ତିର ଯୋଗ ଓ କ୍ଷେମ ପରମାତ୍ମା ବହନ କରନ୍ତି । ଅର୍ଥାତ ପରମାତ୍ମା ସେପରି ବ୍ୟକ୍ତିଙ୍କର ପ୍ରତ୍ୟେକ କାର୍ଯ୍ୟରେ ରକ୍ଷାକର୍ା ଓ ପାଳନ କର୍ାର ଦାୟିତ୍ୱ ନିର୍ବାହ କରନ୍ତି । ସେହି ବ୍ୟକ୍ତିଙ୍କର ଅନ୍ତ ପର୍ଯ୍ୟନ୍ତ ଈଶ୍ୱର ପ୍ରେମ ଅତୁଟ ରହେ । ଏହି ଅନନ୍ୟ ଈଶ୍ୱରୀୟ ପ୍ରେମର ନାମହିଁ ତ ଯୋଗ ଓ ଏହାଦ୍ୱାରା ନିର୍ବିଘ୍ନରେ ସମାପନ ହେଉଥିବା କ୍ରିୟାର ନାମ "କ୍ଷେମ' । କୌଣସି ବିଘ୍ନ ତାଙ୍କର ପୁରୁଷାର୍ଥ ମାର୍ଗରେ ପ୍ରତିବନ୍ଧକ ସୃଷ୍ଟି କରିପାରେ ନାହିଁ ।
ଗୀତା ଅବ୍ୟଭିଚାରୀ ଭକ୍ତିର ପ୍ରବର୍କ । ବିଭିନ୍ନ ଦେବୀ ଦେବତାଙ୍କ ଉପାସନା ବା ଯାଗଯଜ୍ଞ ଅନୁଷ୍ଠାନ ମନୁଷ୍ୟର ଭୋଗ ପ୍ରବୃି ବଢ଼ାଏ । ଗୋଟିଏ ସ୍ତ୍ରୀ ଅନେକ ପୁରୁଷଙ୍କ ପ୍ରତି ଅନୁରକ୍ତି ଦେଖାଇଲେ ତାକୁ ବ୍ୟଭିଚାରିଣୀ କୁହାଯାଏ । ସେହିପରି ମଣିଷ ଏକ ପରମାତ୍ମାଙ୍କ ବ୍ୟତୀତ ବିଭିନ୍ନ ଦେବୀଦେବତାଙ୍କୁ ପୂଜା ଉପାସନା କଲେ ତା'ର ସେହି ଭକ୍ତିକୁ "ବ୍ୟଭିଚାରୀ' ଭକ୍ତି କୁହାଯାଏ । ଅନନ୍ୟ ଭାବରେ ଏକ ପରମାତ୍ମାଙ୍କୁ ସ୍ମରଣ କରିବା ହେଉଛି ଅବ୍ୟଭିଚାରୀ ଭକ୍ତି । ପ୍ରକୃତ ସ୍ୱରୂପରେ ଯିଏ ପରମାତ୍ମାଙ୍କୁ ସାମଗ୍ରିକ ଭାବରେ ଜାଣିପାରିଛନ୍ତି ସେ ସ୍ରଷ୍ଟାକୁ ଛାଡି ସୃଷ୍ଟି ପଛରେ ଦୌଡନ୍ତି ନାହିଁ । କାରଣ ଦୃଶ୍ୟମାନ ଜଗତର ପ୍ରତ୍ୟେକ ବ୍ୟକ୍ତି ବସ୍ତୁ ଓ ବୈଭବ କ୍ଷଣସ୍ଥାୟୀ । କର୍ମକାଣ୍ଡୀୟ ଉପାସନା ବା ଦେବପୂଜନରୁ ଯାହା କିଛି ପ୍ରାପ୍ତି ହୁଏ, ତାହା ପରମାତ୍ମାଙ୍କ କୃପାର କାଣିଚାଏ ମାତ୍ର । ଯିଏ ଯେଉଁ ଦେବତାକୁ ପୂଜା କରୁ ନା କାହିଁକି ତା'ର ଭକ୍ତି, ନିଷ୍ଠା,ଶ୍ରଦ୍ଧା ଅନୁସାରେ ପରମାତ୍ମା ଫଳ ଦିଅନ୍ତି । ପ୍ରକୃତରେ ସେହି ଦେବତା ମାନଙ୍କର ଫଳ ଦେବା ଶକ୍ତି ନାହିଁ । କାରଣ ଏକଦା ସେମାନେ ପରମାତ୍ମାଙ୍କ ଶକ୍ତିରେ ବଳୀୟାନ ହୋଇଥିଲେ । ଏହି ଭାରତ ଭୂମି ଦିନେ ସ୍ୱର୍ଗଥିଲା ଓ ସେହି ଦେବୀ ଦେବତାମାନେ ଏଠାରେ ବସତି ସ୍ଥାପନ କରିଥିଲେ । ସେମାନେ ଦିନେ ପୂଜ୍ୟ ଥିଲେ, ଆଜି ପୂଜାରୀ ସାଜିଛନ୍ତି । ଆବାଗମନଚକ୍ରରେ ଆସି ସେମାନେ ଆତ୍ମବିସ୍ମୃତ ହୋଇ ନିଜର ଆଦ୍ୟ ସ୍ୱରୂପର ଉପାସନା କରୁଛନ୍ତି । ପ୍ରକୃତରେ ପୃଥିବୀ ବାହାରେ ସ୍ୱର୍ଗ ବା ନର୍କର କୌଣସି ଅସ୍ତିତ୍ୱ ନାହିଁ । ଏହି ଭୂପୃଷ୍ଠରେ ଯେତେବେଳେ ଦୈବୀଗୁଣ ସମ୍ପନ୍ନ ମାନବ ସୁଖଶାନ୍ତି ପବିତ୍ରତା ଓ ସମୃଦ୍ଧିରେ ପରିପୂର୍ଣ୍ଣ ଥିଲା ସେତେବେଳେ ସେହି କାଳାବଧିକୁ ସ୍ୱର୍ଗ କୁହାଯାଉଥିଲା । ବର୍ମାନ ସେହି ଦେବତାଙ୍କ ଜଡ ମୂର୍ିକୁ ମନ୍ଦିରମାନଙ୍କରେ ପ୍ରତିଷ୍ଠା କରି ପୂଜା କରାଯାଉଛି । ପରମାତ୍ମା ତ୍ରିକାଳଜ୍ଞ । ସେ ସବୁକଥା ଜାଣନ୍ତି । ଦେବ ପୂଜା, ଭୂତ ପୂଜା, ଯଜ୍ଞ, ତପ ଆଦି କର୍ମକାଣ୍ଡୀୟ ଉପାସନା କରିବା ଅବିଧି ହୋଇଥିଲେ ହେଁ ଭକ୍ତର ଶ୍ରଦ୍ଧା ହେତୁ ତାକୁ ଫଳ ପ୍ରଦାନ କରନ୍ତି । ଏହା ଦ୍ୱାରା ତା'ର ଆତ୍ମା ଅଧିକ ଦୃଢ଼ ହୁଏ ଓ କ୍ରମଶଃ ଭକ୍ତ୍ି ଶୁଦ୍ଧ ହୋଇ ପରମାତ୍ମା ପ୍ରାପ୍ତି ପାଇଁ ସହାୟକ ହୁଏ । କିନ୍ତୁ ଯେଉଁମାନଙ୍କ ଲକ୍ଷ୍ୟ ପରମାତ୍ମା ପ୍ରାପ୍ତି ନୁହେଁ ସେମାନେ ତାଙ୍କୁ ଜାଣିବାକୁ ଯନôଶୀଳ ହୁଅନ୍ତି ନାହିଁ । କେବଳ ଭେଗଐଶ୍ୱର୍ଯ୍ୟ ପ୍ରାପ୍ତି ତାଙ୍କ ଉପାସନାର ଏକମାତ୍ର ଲକ୍ଷ୍ୟ । ତେଣୁ ସେମାନେ ନିଜର କାମନା ପୂର୍ି ପାଇଁ ଯେକୌଣସି ନିଷିଦ୍ଧ କର୍ମ କରିବାକୁ ମଧ୍ୟ ପଶ୍ଚାତପଦ ହୁଅନ୍ତି ନାହିଁ । ଏପରି ବ୍ୟକ୍ତିର ଆଧ୍ୟାତ୍ମିକ ପତନ ହୁଏ ।
ମଣିଷ ତା'ର ସଂସ୍କାର ଅନୁସାରେ ଦେବତା, ପିତୃ, ଭୂତଗଣ ବା ପରମାତ୍ମା କାହାକୁ ଉପାସନା କରିବ ତାହା ସେ ନିର୍ଦ୍ଧାରଣ କରିଥାଏ । ସେ ଯାହାକୁ ଉପାସନା କରୁ ନା କାହିଁକି ସେହି ଭାବନାରେ ପ୍ରଭାବିତ ହୋଇ ତଦନୁରୁପ ଫଳ ଲାଭ କରେ । ଲକ୍ଷ୍ମୀଙ୍କୁ ଉପାସନା କରୁଥିବା ବ୍ୟକ୍ତିକୁ ତା'ର ଭାବନାନୁରୂପ ଏକ ବ୍ୟବସାୟ ମିଳିଯାଏ ଯେଉଁଥିରେ ସେ ଆକାଙ୍କ୍ଷିତ ଧନ ସମ୍ପି ପ୍ରାପ୍ତ ହୋଇଥାଏ । କିନ୍ତୁ କର୍ମ ହେଉଛି ମୂଳ । କର୍ମକୁ ବାଦ ଦେଇ ପୂଜା ବା ଉପାସନା ମୂଲ୍ୟହୀନ । ପୂଜା ଉପାସନା ମଣିଷ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରେ ଓ କର୍ମ ଦ୍ୱାରା ଫଳ ପ୍ରାପ୍ତି ହୁଏ । ସା୍ୱିକ ଦେବୀଦେବତା ପୂଜନକାରୀ ମଧ୍ୟରେ ସା୍ୱିକତା ଭାବ ସୃଷ୍ଟି ହୁଏ । ନିଜ ନିଜ ପିତୃଲୋକଙ୍କୁ ଯଥାବିଧି ଉପାସନା କରୁଥିବା ଲୋକେ ସେମାନଙ୍କ ସ୍ୱଭାବ ସଂସ୍କାର ପାଆନ୍ତି । ତନ୍ତ୍ର ମନ୍ତ୍ର ଦ୍ୱାରା ଭୂତ ପ୍ରେତାଦିଙ୍କ ଉପାସନାକାରୀ ତମ ପ୍ରଧାନ ସ୍ୱଭାବ ସଂସ୍କାର ଓ ଶକ୍ତି ପାଇ ତାମସିକ କର୍ମରେ ପ୍ରବୃ ହୁଅନ୍ତି । ଏହା ବ୍ୟକ୍ତି ପାଇଁ ଅନିଷ୍ଟ ଫଳପ୍ରଦାୟକ । କିନ୍ତୁ ଏହି ସମସ୍ତଙ୍କଠାରୁ ପରମାତ୍ମା ସର୍ବୋଚ୍ଚ, ସର୍ବଶକ୍ତିମାନ । ସେ ହେଉଛନ୍ତି ସୃଷ୍ଟି ରୂପକ ବୃକ୍ଷର ମୂଳ । ମୂଳରେ ଜଳ ଢ଼ାଳିରେ ସମସ୍ତ ବୃକ୍ଷ ତାହା ପାଇଥାଏ । ସେହିପରି ପରମାତ୍ମାଙ୍କୁ ସ୍ମରଣ କରୁଥିବା ବ୍ୟକ୍ତି ସମସ୍ତ ଉପାସନାର ସର୍ବୋଚ୍ଚ ଫଳ ଓ ମଣିଷ ଜୀବନର ଶ୍ରେଷ୍ଠ ପ୍ରାପ୍ତି ଅର୍ଥାତ ମୁକ୍ତି ପ୍ରାପ୍ତ ହୁଏ ।
ପରମାତ୍ମା ଭକ୍ତିକୁ ଦେଖନ୍ତି, ବ୍ୟକ୍ତିକୁ ନୁହେଁ
ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରଯଚ୍ଛତି ।
ତଦହଂ ଭକ୍ତୁ୍ୟପହୃତମଶ୍ନାମି ପ୍ରୟତାତ୍ମନଃ ।ା୨୬ ।ା
ଯକ୍ରରୋଷି ଯଦଶ୍ନାସି ଯଜ୍ଜୁହୋଷି ଦଦାସି ଯତ୍ ।
ଯପସ୍ୟସି କୌନ୍ତେୟ ! ତତ୍ କୁରୁଷ୍ୱ ମଦର୍ପଣମ୍ ।ା୨୭ାା
ଶୁଭାଶୁଭଫଳୈରେବଂ ମୋକ୍ଷ୍ୟସେ କର୍ମବନ୍ଧନୈଃ ।
ସନ୍ୟାସ ଯୋଗଯୁକ୍ତାତ୍ମା ବିମୁକ୍ତୋ ମାମୁପୈଷ୍ୟସି ।ା୨୮ାା
ସମୋଽହଂ ସର୍ବଭୂତେଷୁ ନ ମେ ଦ୍ୱେଷ୍ୟୋଽସ୍ତି ନ ପ୍ରିୟଃ ।ା
ଯେ ଭଜନ୍ତି ତୁ ମାଂ ଭକ୍ତ୍ୟା ମୟି ତେ ତେଷୁ ଚାପ୍ୟହମ୍ ।ା୨୯ାା
ଅପି ଚେତ୍ ସୁଦୁରାଚାରୋ ଭଜତେ ମାମନନ୍ୟଭାକ୍ ।
ସାଧୁରେବ ସ ମନ୍ତବ୍ୟଃ ସମ୍ୟଗ୍ ବ୍ୟବସିତୋ ହି ସଃ ।ା୩୦ାା
କ୍ଷିପ୍ରଂ ଭବତି ଧର୍ମାତ୍ମା ଶଶ୍ୱଚ୍ଛାନ୍ତିଂ ନିଗଚ୍ଛତି ।
କୌନ୍ତେୟ ! ପ୍ରତି ଜାନୀହି ନ ମେ ଭକ୍ତଃ ପ୍ରଣଶ୍ୟତି ।ା୩୧ାା
ମାଂ ହ÷ି ପାର୍ଥ ! ବ୍ୟପାଶ୍ରିତ୍ୟ ଯେଽପି ସୁ୍ୟଃ ପାପଯୋନୟଃ ।
ସ୍ତ୍ରିୟୋ ବୈଶ୍ୟାସ୍ତଥା ଶୁଦ୍ରାସ୍ତେଽପି ଯାନ୍ତି ପରାଂ ଗତିମ୍ ।ା୩୨ାା
କିଂ ପୁନର୍ବ୍ରାହ୍ମଣାଃ ପୁଣ୍ୟାଭକ୍ତା ରାଜର୍ଷୟସ୍ତଥା ।
ଅନିତ୍ୟମସୁଖଂ ଲୋକମିମଂ ପ୍ରାପ୍ୟ ଭଜସ୍ୱ ମାମ୍ ।ା୩୩ାା
ମନ୍ମାନା ଭବ ମଦଭକ୍ତୋ ମଦ୍ୟାଜୀ ମାଂ ନମସ୍କୁରୁ ।
ମାମେବୈଷ୍ୟସି ଯୁକ୍ତୈ୍ୱବମାତ୍ମାନଂ ମତ୍ପରାୟଣଃ ।ା୩୪ାା
ଅର୍ଥ : ଯିଏ ମୋତେ ଭକ୍ତି ପୂର୍ବକ ପତ୍ର, ପୁଷ୍ପ, ଫଳ, ଜଳ ଅର୍ପଣ କରନ୍ତି, ମୁଁ ସେହି ପ୍ରଯନôଶୀଳ (ପ୍ରଯତାତ୍ମନଃ) ବ୍ୟକ୍ତିର ଭକ୍ତି ସହକାରେ ପ୍ରଦ ବସ୍ତୁ ଗୁଡ଼ିକ ଗ୍ରହଣ କରେ ।ା୨୬ାା ହେ କୌନ୍ତେୟ ! ତୁମେ ଯାହା କିଛି କର, ଯାହା କିଛି ଆହାର କର; ଯାହା କିଛି ହୋମଯଜ୍ଞ କର, ଯାହା କିଛି ଦାନ କର, ତାହା ମୋଠାରେ ଅର୍ପଣ କର ।ା୨୭ାା ଏହିପରି କର୍ମବନ୍ଧନର କାରଣ ସ୍ୱରୂପ ଶୁଭାଶୁଭ ଫଳରୁ ମୁକ୍ତ ହେବ; ସେଥିରୁ ମୁକ୍ତ ହୋଇ ମୋଠାରେ ସର୍ବକର୍ମ ସମର୍ପଣ ରୂପ ଯୋଗରେ ମୋ ସହିତ ଯୁକ୍ତ ହେଲେ ମୋତେ ପ୍ରାପ୍ତ ହେବ ।ା୨୮ାା ମୁଁ ସବୁ ପ୍ରାଣୀଙ୍କ ପ୍ରତି ସମଦର୍ଶୀ । ମୋର କେହି ଶତ୍ରୁ ବା ମିତ୍ର ନାହାନ୍ତି; ତଥାପି ଯିଏ ମୋତେ ଭକ୍ତି ପୂର୍ବକ ସ୍ମରଣ କରନ୍ତି, ସେ ମୋଠାରେ ଅବସ୍ଥାନ କରନ୍ତି; ମୁଁ ମଧ୍ୟ ତା' ମଧ୍ୟରେ ଅବସ୍ଥାନ କରେ ।ା୨୯ାା ଯଦି ନିତାନ୍ତ ଦୁରାଚାର ବ୍ୟକ୍ତି ମଧ୍ୟ ଅନନ୍ୟ ଚି ହୋଇ ମୋତେ ସ୍ମରଣ କରେ ତାକୁ ସାଧୁ ବୋଲି ମନେ କରିବାକୁ ହେବ । କାରଣ ତାର ସ୍ଥିର ସଂକଳ୍ପ ପୂର୍ଣ୍ଣ ଓ ଯଥାଯଥ ।ା ୩୦ ।ା (ସେହି) ଭକ୍ତ ଶୀଘ୍ର ଧାର୍ମିକ ହୁଅନ୍ତି; ଚିରଶାନ୍ତି ଲାଭ କରନ୍ତି । (ହେ) କୌନ୍ତେୟ ! ମୋର ଭକ୍ତ କେବେହେଲେ ବିନାଶ ପ୍ରାପ୍ତ ହୁଏ ନାହିଁ । ଏହା ମୋର ନିଶ୍ଚୟ ବଚନ ବୋଲି ଜାଣ ।ା୩୧ାା (ହେ) ପାର୍ଥ ! ପାପ ଯୋନିରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି, ସ୍ତ୍ରୀ, ବୈଶ୍ୟ ଅଥବା ଶୂଦ୍ର-ଏମାନେ ସମସ୍ତେ ମଧ୍ୟ ମୋତେ ଆଶ୍ରୟ କରି ପରମ ଗତି ପ୍ରାପ୍ତ ହୁଅନ୍ତି ।ା ୩୨ାା ପୁଣ୍ୟବାନ୍ ବ୍ରାହ୍ମଣ ଓ ଭକ୍ତ ରାଜର୍ଷିମାନେ ଯେ ପରମ ଗତି ଲାଭ କରନ୍ତି, ଏକଥା କ'ଣ ପୁଣି କହିବାକୁ ହେବ ? (ଅତଏବ ତୁମେ) କ୍ଷଣସ୍ଥାୟୀ (ଅନିତ୍ୟ) ଦୁଃଖମୟ ଏହି ସଂସାରରେ ଥିବାରୁ ମୋତେ ଭଜନ କର ।ା୩୩ାା ମତ୍ଗତ ଚି ମୋର ଭକ୍ତ ମୋର ପୂଜାପରାୟଣ ହୁଅ,ମୋତେ ପ୍ରଣାମ କର; ଏହିପରି ଆତ୍ମାକୁ ମୋ ସହିତ ଯୁକ୍ତ କରି ମୋର ଆଶ୍ରୟ ଗ୍ରହଣ କଲେ ମୋତେ ପ୍ରାପ୍ତ ହେବ ।ା୩୪ାା
ବ୍ୟାଖ୍ୟା : ଏଠାରେ ଫଳ, ପୁଷ୍ପ, ଜଳକୁ ଆକ୍ଷରିକ ଅର୍ଥରେ ଗ୍ରହଣ ନ କରି ସେଗୁଡିକୁ ଅତି ଦରିଦ୍ରରୂ ଦରିଦ୍ରତମ ବ୍ୟକ୍ତି ପାଖରେ ଉପଲବ୍ଧ ସହଜ ସୁଲଭ ବସ୍ତୁ ବା ସାମଗ୍ରୀର ପ୍ରତୀକ ଭାବରେ ଗ୍ରହଣ କରିବା ପ୍ରାସଙ୍ଗିକ ହେବ । ସେହିପରି "ଅଶ୍ନାମି' ଶବ୍ଦକୁ"ଭକ୍ଷଣ କରିବା' ଅର୍ଥ ଅପେକ୍ଷା "ଗ୍ରହଣ କରିବା' ଅର୍ଥରେ ସ୍ୱୀକାର କରିବା ଯଥାର୍ଥ ହେବ । ଯେଉଁମାନେ ପରମାତ୍ମାଙ୍କୁ କୌଣସି ଶାରୀରିକ ରୂପରେ ପରିକଳ୍ପନା କରି କର୍ମକାଣ୍ଡୀୟ ରୀତିରେ ପୂଜା ଅର୍ଚ୍ଚନା କରନ୍ତି ସେମାନେ ଏହାକୁ ଆକ୍ଷରିକ ଅର୍ଥରେ ବ୍ୟାଖ୍ୟା କରନ୍ତି । ସେ ଯାହା ବି ହେଉ ଭଗବାନଙ୍କୁ ଫୁଲ ବା ପତ୍ର ଖାଇବା ପାଇଁ ସମର୍ପଣ କରିବା ବିଷୟ ଅବ୍ୟବହାରିକ ମନେ ହୁଏ । ଭକ୍ତ ଦ୍ୱାରା ସମର୍ପଣ କରା ହେଉଥିବା ସାମଗ୍ରୀର ମୂଲ୍ୟାୟନ ବଜାର ଦର ଅନୁସାରେ ପରମାତ୍ମା କରନ୍ତି ନାହିଁ । ସେ ଭକ୍ତର ଭାବକୁ ଦେଖି ତା'ର ମୂଲ୍ୟାଙ୍କନ କରନ୍ତି । ତେଣୁ ସେ ଭାବଗ୍ରାହୀ; ଦ୍ରବ୍ୟଗ୍ରାହୀ ନୁହନ୍ତି । ଜଣେ ଦରିଦ୍ର ବ୍ୟକ୍ତି ଯଦି ଟଙ୍କାଟିଏ ଶ୍ରଦ୍ଧା ସହିତ ଭଗବତ୍ ସେବାରେ ବିନିଯୋଗ କରେ, ତାହା ଶ୍ରଦ୍ଧାହୀନ କର୍ୁତ୍ୱାଭିମାନୀ ବ୍ୟକ୍ତିର କୋଟି କୋଟି ଟଙ୍କା ଦାନଠାରୁ ମଧ୍ୟ କୋଟିଗୁଣରେ ମୂଲ୍ୟବାନ ବିଚାର କରାଯାଏ ।
ପରମାତ୍ମାଙ୍କ ପ୍ରତି ଅନନ୍ୟ ପ୍ରେମର ନିଦର୍ଶନ ହେଉଛି ସମ୍ପୂର୍ଣ୍ଣ ସମର୍ପଣ । ଯିଏ ନିଜକୁ ସମ୍ପୂର୍ଣ୍ଣ ଭାବରେ ତାଙ୍କ ନିକଟରେ ସମର୍ପଣ କରି ଦିଏ ତାର ନିଜର ହୋଇ କିଛି ରହେ ନାହଁ । ବର୍ମାନ ତାପାଖରେ ଯାହା ବି ଅଛି ସେ ସବୁର ସେ ନିମି ପରିଚାଳକ ମାତ୍ର । ତା'ର ସମସ୍ତ କର୍ମ ଈଶ୍ୱରୀୟ ଇଚ୍ଛା ଅନୁରୂପ ସମ୍ପାଦିିତ ହୁଏ । ସେ ଭାବେ ଯେ ମୋର ପରମପ୍ରିୟ ପରମପିତା ପରମାତ୍ମା ମୋତେ ଯେଉଁ ଯେଉଁ କର୍ମରେ ନିଯୁକ୍ତ କରିଛନ୍ତି ତାହାହିଁ ମୁଁ କରୁଛି । ଏପରି ଈଶ୍ୱରୀୟ ସ୍ମୃତିଯୁକ୍ତ କର୍ମରେ ବ୍ୟକ୍ତିଗତ ସ୍ୱାର୍ଥର ବିଚାର ନ ଥିବାରୁ ଏହା ବନ୍ଧନର କାରଣ ହୁଏ ନାହିଁ । କର୍ମ ସହିତ ଯୋଗର ସମନ୍ୱୟ ରହୁଥିବାରୁ ତା'ଦ୍ୱାରା କୌଣସି ନିଷିଦ୍ଧ କର୍ମ ମଧ୍ୟ ହୁଏ ନାହିଁ । ଶରୀର ନିର୍ବାହ ପାଇଁ ଭୋଜନାଦି ଯାହା ସବୁ ଜୀବନ ଯାପନ ପାଇଁ ଆବଶ୍ୟକ ଖର୍ଚ୍ଚ ବ୍ୟକ୍ତି କରେ ସେ ସବୁ ଭଗବାନଙ୍କ ଭଣ୍ଡାରରୁ ମିଳୁଛି ବୋଲି ମନେ କଲେ ଉପାର୍ଜିତ ଧନ ସମ୍ପିରେ ମଧ୍ୟ କୃତ୍ୱାଭିମାନ ରହେ ନାହିଁ । ଏହାଦ୍ୱାରା ମୋହ ଓ ଆସକ୍ତି ନଷ୍ଟ ହୋଇଯାଏ । ଏହିପରି ବ୍ୟକ୍ତିର ସମଗ୍ର ଜୀବନ ଯୋଗ ଓ ସମସ୍ତ କର୍ମ ଯଜ୍ଞରେ ପରିଣତ ହୁଏ । ପୁରୁଷାର୍ଥ ଦ୍ୱାରା ପ୍ରାପ୍ତ ଜ୍ଞାନ ଓ ଯୋଗରେ ଥିବା ନିଜର ସାମର୍ଥ୍ୟର ଶ୍ରେୟ ନିଜେ ନ ନେଇ ସବୁକିଛି ତାଙ୍କରି ଅବଦାନ ମନେ କଲେ ଅହଂ ଭାବ ରହେ ନାହିଁ । ଅହଙ୍କାର ଶୂନ୍ୟତାରେହିଁ ସମର୍ପଣର ସାର୍ଥକତା ।
ନିଜର ସବୁକିଛି ପରମାତ୍ମାଙ୍କୁ ଅର୍ପଣ କରି ନିଜକୁ ନ୍ୟାସୀ (ଞକ୍ସଙ୍କଗ୍ଦଗ୍ଧରର) ମନେ କରିବା ଅର୍ଥ ସନ୍ନ୍ୟାସୀ ହେବା । ଏହିପରି ବ୍ୟକ୍ତି ନିଜର ସମସ୍ତ ସ୍ୱତନ୍ତ୍ରତାକୁ ମଧ୍ୟ ଈଶ୍ୱରାର୍ପଣ କରିଦିଏ । ଖାଇବା, ପିଇବା, ଦେଖିବା, କାମକରିବା, ଦାନକରିବା, ସେବା କରିବା, ଆତ୍ମକଲ୍ୟାଣ ପାଇଁ ତପସ୍ୟା କରିବା ଆଦି ଯାହା କିଛି କର୍ମ ତା'ଦ୍ୱାରା ସମ୍ପାଦିିତ ହୁଏ ସେ ସବୁରେ ମଧ୍ୟ ସେ ସ୍ୱେଚ୍ଛାଚାରୀ ହୁଏ ନାହିଁ; ସବୁ କିଛି ଈଶ୍ୱରୀୟ ବିଧି ବିଧାନ ଅନୁସାରେ କ୍ରିୟାନ୍ୱିତ କରେ । ଏପରି ସମର୍ପିତ ବ୍ୟକ୍ତିର କର୍ମ ବନ୍ଧନ କାରକ ହୁଏ ନାହିଁ ଓ ସେ ଜୀବନ ଧାରଣ କରି ମଧ୍ୟ ସଦା ମୁକ୍ତ ଥାଏ ।
ପରମାତ୍ମା ତାଙ୍କର ଅନନ୍ୟ ଭକ୍ତମାନଙ୍କର ସମସ୍ତ ଯୋଗ କ୍ଷେମ ବହନ କରନ୍ତି । କିନ୍ତୁ ଯେଉଁମାନେ ତାଙ୍କୁ ସ୍ମରଣ କରନ୍ତି ନାହିଁ ବା ତାଙ୍କୁ ଭକ୍ତି କରନ୍ତି ନାହିଁ ସେମାନଙ୍କୁ କ'ଣ ସେ ଦଣ୍ଡ ଦିଅନ୍ତି ? ଏହା ହେଉଥିଲେ ପରମାତ୍ମା ରାଗଦ୍ୱେଷାଦିଗତ ବୈଷମ୍ୟରେ ପୀଡିତ ବୋଲି ବୁଝା ଯାଉଛି । ଏହି ସଂଶୟର ନିବାରଣ ପାଇଁ ପରମାତ୍ମା କହନ୍ତି ଯେ ସେ କାହାରିକୁ ପରିତ୍ୟାଗ କରନ୍ତି ନାହିଁ କିମ୍ବା ଖାମଖିଆଲି ଭାବରେ କାହା ପ୍ରତି କୃପା ମଧ୍ୟ କରନ୍ତି ନାହିଁ । ବ୍ୟକ୍ତି ନିଜ ନିଜ କର୍ମ ଓ ଭାବନା ଅନୁସାରେ ଫଳ ପାଏ । ସେ କାହା ପ୍ରତି ପକ୍ଷପାତିତା କରନ୍ତି ନାହିଁ । ଯେଉଁମାନେ ତାଙ୍କୁ ଶ୍ରଦ୍ଧା ଓ ପ୍ରେମ ସହକାରେ ସ୍ମରଣ କରନ୍ତି ସେମାନେ ସାକ୍ଷାତ ଅନୁଭବ କରି ପାରନ୍ତି । କାରଣ ପରମାତ୍ମା ମଧ୍ୟ ସେମାନଙ୍କ ଭାବର ପ୍ରତିଦାନ ସ୍ୱରୂପ ସେମାନଙ୍କୁ ସମାନୁପାତିକ ଭାବରେ ସ୍ମରଣ କରନ୍ତି । ସେମାନେ ପ୍ରତ୍ୟେକ ବିଷୟରେ ଈଶ୍ୱରଙ୍କ ଉପରେ ନିର୍ଭରଶୀଳ ରହୁଥିବାରୁ ସେମାନଙ୍କର ପ୍ରତ୍ୟେକ ଦାୟିତ୍ୱ ସେ ନିଜେ ବହନ କରନ୍ତି । ବିଭିନ୍ନ ବ୍ୟକ୍ତିଙ୍କ ଟେଲିଫୋନ ନମ୍ବର ଭିନ୍ନ ଭିନ୍ନ ଥାଏ । ଯାହାଙ୍କ ସହିତ କଥାବାର୍ା କରିବାକୁ ଚାହିବା ତାଙ୍କ ପାଇଁ ଉଦ୍ଧିଷ୍ଟ ନମ୍ବର ଟିପିବାକୁ ପଡ଼େ । ପରମାତ୍ମାଙ୍କ ଟେଲିଫୋନ ନମ୍ବର ହେଉଛି ଶୂନ୍ୟ । ଏହି ଗୋଟିଏ ନମ୍ବରରେ ହିଁ ସେ ସଦାସର୍ବଦା ଉପଲବ୍ଧ । ତାଙ୍କୁ ଟେଲିଫୋନ କରୁଥିବା ବ୍ୟକ୍ତି ତାଙ୍କର ନିନ୍ଦୁକ ହେଉ ବା ପ୍ରଶଂସକ ହେଉ ଏଥିରେ ତାଙ୍କର କୌଣସି ସମ୍ପର୍କ ନ ଥାଏ । ଶୂନ୍ୟ ନମ୍ବରରେ ଟେଲିଫୋନ କରିବାରେ ତାପôର୍ଯ୍ୟ କର୍ୃତ୍ୱାଭିମାନ ଶୂନ୍ୟ ହୋଇ ଆତ୍ମିକ ସ୍ଥିତିରେ ତାଙ୍କୁ ସ୍ୱରଣ କରିବା । ଆତ୍ମା ଓ ଦେହର ସଂଯାଗରୁ ଜୀବାତ୍ମାର ଅସ୍ତିତ୍ୱ । ଜୀବାତ୍ମା ଯଦି ଜୀବଭାବ ବା ଦେହ ଅଭିମାନ ତ୍ୟାଗ କରି ଦିଏ ଶେଷକୁ ଆତ୍ମା ବାକି ରହିଯାଏ । ଆତ୍ମିକ ଭାବରେ ପରମାତ୍ମାଙ୍କ ସହିତ ଭାବର ଆଦାନ ପ୍ରଦାନ କରି ହୁଏ । ପିଲାଟିଏ ଯେତେବେଳେ ନୂଆ ନୂଆ ଚାଲି ଶିଖୁଥାଏ, ସେତେବେଳେ ସେ ପଡୁଥାଏ, ଉଠୁଥାଏ । ବାପା ମାଆ ଏହା ଦେଖୁଥିଲେ ମଧ୍ୟ ତାକୁ ସାହାଯ୍ୟ କରନ୍ତି ନାହିଁ । କାରଣ ଏହିପରି ପଡ଼ି ଉଠି ସେ ଚାଲିବା ଶିଖେ । କିନ୍ତୁ ଚାଲିବା ଅଭ୍ୟାସ ବେଳେ ଯଦି ପିଲାଟି ଅସହାୟ ଭାବରେ କ୍ରନ୍ଦନ କରେ ବାପା ମାଆ ବୁଝିପାରନ୍ତି ଯେ ବର୍ମାନ ତାକୁ ସାହାଯ୍ୟ କରିବା ଦରକାର । ସେତେବେଳେ ସେମାନେ ପିଲାଟିକୁ କୋଳେଇ ନିଅନ୍ତି ବା ହାତ ଧରି ଚାଲିବାରେ ସାହାଯ୍ୟ କରନ୍ତି । ମଣିଷ ଯେପର୍ଯ୍ୟନ୍ତ କୌଣସି କର୍ମରେ ନିଜକୁ କର୍ା ଭାବି ବା ନିଜକୁ ସମର୍ଥ ଭାବି ଉଦ୍ୟମ ଜାରି ରଖିଥାଏ ସେ ପର୍ଯ୍ୟନ୍ତ ପରମାତ୍ମା ସ୍ୱତଃ ପ୍ରବୃ ହୋଇ ତାଙ୍କ ତରଫରୁ ସାହାଯ୍ୟ କରନ୍ତି ନାହିଁ । କିନ୍ତୁ ଯେତେବେଳେ ସେ ନିଜକୁ ଅସମର୍ଥ ଓ ଅସହାୟ ମନେ କରି ଆନ୍ତରିକତା ସହକାରେ ତାଙ୍କୁ ସ୍ମରଣ କରେ ସେତେବେଳେ ପରମାତ୍ମାଙ୍କ ମନରେ ସେହି ବ୍ୟକ୍ତିକୁ ସାହାଯ୍ୟ କରିବା ପାଇଁ ସଂକଳ୍ପ ସୃଷ୍ଟି ହୁଏ ।
ସାଧାରଣତଃ, ପାପାଚାରୀ ଦୁରାଚାରୀ ବ୍ୟକ୍ତି ପରମାତ୍ମାଙ୍କୁ ସ୍ମରଣ କରେ ନାହିଁ । କିନ୍ତୁ ପୂର୍ବଜନ୍ମର କୌଣସି ପୁଣ୍ୟଫଳ ବଶତଃ ଯେତେବେଳେ ସେ ତା'ର ପାପ କର୍ମର କୁପରିଣାମ ପ୍ରତି ସଚେତନ ହୋଇଯାଏ ବା କୌଣସି ପୁଣ୍ୟାତ୍ମାଙ୍କ ସତ୍ସଙ୍ଗ ପ୍ରଭାବରୁ ତା ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୋଇଯାଏ ସେତେବେଳେ ସେ ଅନ୍ୟମାନଙ୍କ ଅପେକ୍ଷା ତୀବ୍ର ଭାବରେ ପରମାତ୍ମାଙ୍କୁ ସ୍ମରଣ କରେ । ଆଠଶହରୁ ଅଧିକ ନର ହତ୍ୟା କରିଥିବା ଚମ୍ବଲର ଆତଙ୍କ ଦସୁ୍ୟ ସମ୍ରାଟ ପମ ସିଂଙ୍କୁ ଯେତେବେଳେ ତିହାର ଜେଲରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପରମାତ୍ମାଙ୍କ ପରିଚୟ ଦିଆଗଲା ସେତେବେଳେ ତା'ହୃଦୟରେ ଏକ ବିରାଟ ପରିବର୍ନ ଆସିଲା । ଉକ୍ତ ଅନୁଷ୍ଠାନ ଦ୍ୱାରା ପ୍ରଦ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗର ଅଭ୍ୟାସ ସେ ଆରମ୍ଭ କଲା । କିଛି ମାସ ମଧ୍ୟରେ ତାର ଚାଲିଚଳନ ଓ ଆଚାର ବ୍ୟବହାରରେ ମହାନ ପରିବର୍ନ ଦେଖି ସରକାର ମଧ୍ୟ ତାକୁ ଜେଲ ଦଣ୍ଡରୁ ମୁକ୍ତ କରି ଦେଲେ । ଈଶ୍ୱରପରାୟଣ ବ୍ୟକ୍ତିଙ୍କ ଅତୀତକୁ ପରମାତ୍ମା ଦେଖନ୍ତି ନାହିଁ । ବର୍ମାନକୁ ସଫଳ କରିପାରିଲେ ଭବିଷ୍ୟତର ସଫଳତା ଅନିବାର୍ଯ୍ୟ । ଇଂରାଜୀରେ ଏକ ପ୍ରବାଦ ଅଛି – ଓଲ ଓ ଜ୍ଞବଳର ଗ୍ଧଷସଗ୍ଦ ଜ୍ଞକ୍ଟଜ୍ଞରଦ୍ଭଗ୍ଧ ଷବକ୍ଟ୍ରକ୍ଟ୍ରଚ୍ଚ, ସଗ୍ଧ ଙ୍ଗସକ୍ଷକ୍ଷ ସଦ୍ଭମକ୍ସରବଗ୍ଦର ଜ୍ଞଚ୍ଚ ମଷବଦ୍ଭମରଗ୍ଦ କ୍ଟଲ ଷବଙ୍ଖସଦ୍ଭଶ ଗ୍ଧଷର ଦ୍ଭରଙ୍ଘଗ୍ଧ ଜ୍ଞକ୍ଟଜ୍ଞରଦ୍ଭଗ୍ଧ ଷବକ୍ଟ୍ରକ୍ଟ୍ରଚ୍ଚ ବକ୍ଷଗ୍ଦକ୍ଟ. ବର୍ମାନର ତୀବ୍ର ପୁରୁଷାର୍ଥ ଅତୀତର ସମସ୍ତ କାଳିମାକୁ ପୋଛି ଦିଏ ଏବଂ ଏକ ଗୌରବମୟ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରେ । ବର୍ମାନକୁ ଉପଯୋଗ କରି ଦସୁ୍ୟ ରନôାକର ମଧ୍ୟ ମହର୍ଷି ବାଲ୍ମିକି ହୋଇ ସର୍ବଜନ ପୂଜ୍ୟ ହୋଇ ପାରିଥିଲେ । ତେଣୁ ଦୁରାଚାରୀ ବ୍ୟକ୍ତି ମଧ୍ୟ ନିଜର କୁକର୍ମର କୁପରିଣାମ ବୁଝିପାରି ଯଦି ପରମାତ୍ମାପରାୟଣ ହୁଅନ୍ତି ତେବେ ସେ ସାଧୁ ପଦବାଚ୍ୟ ଓ ମାନନୀୟ ହୁଅନ୍ତି ।
ଦୃଢ଼ ସଂକଳ୍ପ ସହ ସର୍ବୋତଭାବେ ପରମାତ୍ମାଙ୍କ ନିକଟରେ ସର୍ବସ୍ୱ ସମର୍ପଣ କରିଥିବା ବ୍ୟକ୍ତି ପାଇଁ ଈଶ୍ୱରୀୟ କୃପାର ଅନନ୍ତ ଭଣ୍ଡାର ଉନ୍ମୁକ୍ତ ଥାଏ । ସେପରି ବ୍ୟକ୍ତିର ସମସ୍ତ ଆସୁରୀ ସଂସ୍କାର ବିନଷ୍ଟ ହୋଇ ଦୈବୀଗୁଣର ସାର ହୁଏ । ସେ ସମସ୍ତ ଅଜ୍ଞାନ ଅନ୍ଧକାରରୁ ମୁକ୍ତ ହୋଇଯାଆନ୍ତି । ତାଙ୍କର କେବେ ଆଧ୍ୟାତ୍ମିକ ଅଧଃପନ ହୁଏ ନାହିଁ । ପରମାତ୍ମା କୌଣସି ଜାତି ବିଶେଷ ପ୍ରତି ଅନୁରକ୍ତ ନୁହନ୍ତି । ତେଣୁ ଯେଉଁମାନେ ଉଚ୍ଚ ଜାତିରେ ଜନ୍ମ ହୋଇ ଥିବାରୁ ଅହଙ୍କାର ବଶତଃ ଭାବନ୍ତି ଯେ ପାପାଚାରୀ, ନାରୀ, ବେଶ୍ୟା ଓ ଶୁଦ୍ରମାନଙ୍କର ଈଶ୍ୱରୀୟ ମାର୍ଗରେ ପରିଚାଳିତ ହେବାର ଅଧିକାର ନାହିଁ, ତାହା ସେମାନଙ୍କ ଅଜ୍ଞାନତା । ମଣିଷକୃତ ଜାତି ବିଭାଗ ଜନ୍ମ ଆଧାରିତ । ଏହାଦ୍ୱାରା ସମାଜିକ ବୈଷମ୍ୟ ସୃଷ୍ଟି ହୁଏ । ତେଣୁ ପରମାତ୍ମା କର୍ମ ଆଧାରିତ ଜାତି ବିଭାଗ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହା ସମାଜର ଅତି ନିକୃଷ୍ଟ ବ୍ୟକ୍ତିକୁ ମଧ୍ୟ ସର୍ବଶ୍ରେଷ୍ଠ ହେବା ପାଇଁ ସୁଯୋଗ ପ୍ରଦାନ କରେ । ତେଣୁ ଜନ୍ମ ଆଧାରିତ ଉଚ୍ଚ ବା ନୀଚ ଜାତିର ବ୍ୟକ୍ତିମାନଙ୍କ ମଧ୍ୟରେ ପରମାତ୍ମା କୌଣସି ପକ୍ଷପାତ କରନ୍ତି ନାହିଁ । ସେ ସର୍ବାତ୍ମାଙ୍କ ପିତା । ତେଣୁ ଆତ୍ମା କେଉଁ ଶରୀର ଧାରଣ କରିଛି ସେ ଦେଖନ୍ତି ନାହିଁ । ଆଜି ଯିଏ ଶ୍ରେଷ୍ଠ କୁଳରେ ଜନ୍ମ ନେଇଛି ତାହା ତା'ର ପୂର୍ବଜନ୍ମକୃତ ଫଳ । ଏ ଜନ୍ମରେ ତାର କର୍ମ ନିକୃଷ୍ଠ ହେଲେ ପରଜନ୍ମରେ ସେ ତଦନୁରୂପ ଫଳ ପାଇବ । ବର୍ମାନର କର୍ମ ଆଧାରରେ ଆତ୍ମା ଶ୍ରେଷ୍ଠ ବା ନିକୃଷ୍ଠ ପଦବାଚ୍ୟ ହୁଏ ।
ପୂର୍ବଜନ୍ମ କର୍ମ ପ୍ରଭାବରୁ କୁଳୀନ ପରିବାରରେ ଜନ୍ମ ହୋଇ ସୁଦ୍ଧା ବର୍ମାନ ପାପ ଆଚରଣକାରୀଙ୍କୁ ଦୁରାଚାରୀ କୁହାଯାଏ । ସେହିପରି ପୂର୍ବ ଜନ୍ମର ପାପ କର୍ମ ବଶତଃ ନୀଚ ଜାତିରେ ଜନ୍ମିତ ବ୍ୟକ୍ତି ଈଶ୍ୱର ପରାୟଣ ହେଲେ ଇହ ଜନ୍ମରେ ସେ ମହାନ ଭକ୍ତ ବୋଲି ପୂଜିତ ହୁଅନ୍ତି । ଭକ୍ତ କବି ସାଲବେଗ, ଦାସିଆ ବାଉରୀ, କବୀର ଆଦି ଏହାର ଜ୍ୱଳନ୍ତ ଉଦାହରଣ । ସେମାନଙ୍କ ନୀଚ ଜାତିରେ ଜନ୍ମ ଈଶ୍ୱର ଭକ୍ତି ପାଇଁ ବାଧକ ହୋଇ ନାହିଁ । ଅନ୍ୟପକ୍ଷରେ ଯେଉଁମାନେ କୁଳୀନ ପରିବାରରେ ଜନ୍ମ ହୋଇ ଶ୍ରେଷ୍ଠ ଆଚରଣ ପୂର୍ବକ ଅନନ୍ୟ ଭାବରେ ପରମାତ୍ମାଙ୍କୁ ସ୍ମରଣ କରନ୍ତି ସେମାନଙ୍କର ଶ୍ରେଷ୍ଠ ଗତି ଓ ପ୍ରାପ୍ତି ବିଷୟରେ ସନ୍ଦେହର ଅବକାଶ ମଧ୍ୟ ନାହିଁ । ଭଗବାନ ଜାତି ଦେଖନ୍ତି ନାହିଁ, ଭକ୍ତି ଦେଖନ୍ତିି । ଗୋସ୍ୱାମୀଜୀ ତାଙ୍କ ରାମ ଚରିିତ ମାନସରେ ଲେଖିଛନ୍ତି ""କହ ରଘୁପତି ସୁନୁ ଭାମିନି ବାତା । ମାନଉଁ ଏକ ଭଗତି କର ନାତା ।ା ଜାତି ପାଁତି କୁଳ ଧର୍ମ ବଡାଇ । ଧନ ବଲ ପରିଜନ ପୁନ ଚତୁରାଇ ।ା ଭଗତିହୀନ ନର ସୋହଇ କୈସା । ବିନୁ ଜଲ ବାରିଦ ଦେଖିଅ ଜୈସା ।ା ମାନସ, ଅରଣ୍ୟ ୩୫/୨-୩ାା ଅର୍ଥାତ ପରମାତ୍ମା କେବଳ ଭକ୍ତିର ସମ୍ବନ୍ଧ ସ୍ୱୀକାର କରନ୍ତି, କାରଣ ଜାତି କୁଳ ଧର୍ମ, ବଡପଣ, ଧନ, ବଳ, କୁଟୁମ୍ବ, ଗୁଣ ଓ ଚତୁରତା ଥାଇ ମଧ୍ୟ ଭକ୍ତିହୀନ ମନୁଷ୍ୟ ଜଳଶୂନ୍ୟ ମେଘ ସଦୃଶ ଅଶୋଭନୀୟ । ତେଣୁ ଯେକୌଣସି ପରିସ୍ଥିତିରେ ମଧ୍ୟ ପରମାତ୍ମାଙ୍କୁ ନିଜର ସବୁକିଛି ଭାବି ତାଙ୍କ ସହିତ ମନକୁ ଯୁକ୍ତ କରି ନିଜର ସମସ୍ତ କର୍ମକୁ ପୂଜା ରୂପେ ତାଙ୍କୁ ସମର୍ପଣ ପୂର୍ବକ ଈଶ୍ୱରୀୟ ମାର୍ଗରେ ଆଗେଇବା ଉଚିତ ।
Comments
Post a Comment