କ୍ଷମା
ମାୟାଧର ମାନସିଂହ
ଜଗତର ସକଳ ଧର୍ମର ଉପାସନାରେ ମନୁଷ୍ୟ ନିଜର ଦୋଷ ଅପରାଧ କ୍ଷମା କରିବାକୁ ଭଗବାନଙ୍କୁ ପ୍ରାର୍ଥନା କରୁଅଛି । ଯେଉଁମାନେ ଈଶ୍ୱରୋପାସନା କରନ୍ତି, ସେମାନଙ୍କର ବ୍ୟକ୍ତିଗତ ଜୀବନରେ ମଧ୍ୟ ଏହା ଅତ୍ୟନ୍ତ ସତ୍ୟ । ଅଜ୍ଞାନରେ ବା ସଜ୍ଞାନରେ ଆମ୍ଭେମାନେ ଦିନର ପ୍ରତି ମୁହୂର୍ରେ ଅନେକ ଅପରାଧ କରିପକାଉଁ ଯାହାର ନ୍ୟାୟବିଚାର ହେଲେ ଆମ୍ଭେମାନେ କଠିନ ଶାସ୍ତି ଲାଭ କରନ୍ତୁ, କିନ୍ତୁ ଜଗତର ଅଦୃଶ୍ୟ ବି·ର କର୍ା ଆମ୍ଭମାନଙ୍କର ସେସବୁ ଅପରାଧ କ୍ଷମା କରନ୍ତି । ମନୁଷ୍ୟର ଦୁର୍ବଳତା ଓ ଅପରାଧପ୍ରବଣତା ଜଗତର ସୃଷ୍ଟିକର୍ାଙ୍କୁ ହିଁ ଜଣା । ତେଣୁ ତାଙ୍କର ଅନୁକ¶ା ଦୁର୍ବଳ ମନୁଷ୍ୟକୁ କ୍ଷମାଦିଏ; କିନ୍ତୁ ଯେଉଁ କ୍ଷମା ଆମ୍ଭେମାନେ ସୃଷ୍ଟିକର୍ାଙ୍କୁ ଭିକ୍ଷାକରୁ, ତାହା ଅନ୍ୟମାନଙ୍କୁ ଦେଉ କି?
ମନୁଷ୍ୟର ଏକ ଦୋଷ ଏହି ଯେ, ସେ ଆତ୍ମ-ଦୋଷ ଓ ଆତ୍ମ-ଦୁର୍ବଳତା ବୁଝିପାରେ ନାହିଁ; କିନ୍ତୁ ପର-ଦୋଷ ଓ ପର-ଦୁର୍ବଳତା ଦେଖିପାରିବାରେ ସେ ଅତ୍ୟନ୍ତ ତପôର । ଗ୍ରୀକ୍ ଇଶପଙ୍କର ଗୋଟିଏ ଗଳ୍ପ ଏହି ଯେ-ପ୍ରତ୍ୟେକ ମନୁଷ୍ୟ ନିଜ କାନ୍ଧରେ ସବୁବେଳେ ଦୁଇଟି ଭାର ଆଗପଛ କରି ବହନ କରେ । ଆଗ ଭାରଟି ପରଦୋଷରେ ଓ ପଛ ଭାରଟି ଆତ୍ମଦୋଷରେ ଭିର୍ ହୋଇଥାଏ । ପଛ ଭାରଟି ଚକ୍ଷୁର ଅନ୍ତରାଲରେ ରହିବାରୁ ସେ ଆତ୍ମଦୋଷ ଦେଖିପାରେ ନାହିଁ; କିନ୍ତୁ ଆଗ ଭାରଟି ସବୁବେଳେ ଆଖିଆଗରେ ଥିବାରୁ ସେ କେବଳ ପରଦୋଷଗୁଡ଼ିକ ଦେଖିବାକୁ ପାଏ । ଆମ୍ଭମାନଙ୍କ ଦୈନନ୍ଦିନ ଜୀବନର ଗୋଟିଏ ଦିଗ ଏହି ରୂପକରେ ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରକଟିତ ହୋଇଅଛି । କାରଣ ଏହା ସମସ୍ତଙ୍କର ଅନୁଭୂତି ଯେ, ସାଧାରଣତଃ ଲୋକେ ପଚାରନ୍ତି, ସେମାନଙ୍କ ନିଜର କୌଣସି ଅପରାଧ ନାହିଁ, ଜଗତର ଯେତେ ଅନ୍ୟାୟ ସବୁ ଅନ୍ୟମାନେ କରୁଛନ୍ତି ।
ନିଜ ଦୋଷ-ଦୁର୍ବଳତାକୁ ନ ପାସୋରି ପରର ଅପରାଧକୁ ଦୟାଳୁ ଭାବରେ ବିଚାରକରିବା ସମୀଚୀନ କଥା । ଅପରାଧକୁ ବିଚାର କଲାବେଳେ କରୁଣା ପ୍ରଦର୍ଶନ କଲେ, ସେଥିରେ ମନୁଷ୍ୟର ଦେବତ୍ୱ ବିକଶିତ ହୁଏ । ଏହା ସେକ୍ସପିଆର ତାଙ୍କର ଏକ ପ୍ରସିଦ୍ଧ ନାଟକରେ ସୁନ୍ଦର ଭାବରେ ବ୍ୟକ୍ତ କରିଅଛନ୍ତି । ପ୍ରତିହିଂସା ଓ ଶାସ୍ତି ଅପେକ୍ଷା କ୍ଷମା ଓ କରୁଣାରେ ଯେ ମନୁଷ୍ୟର ଦେବତ୍ୱ ବିକଶିତ ହୁଏ, ଏହା କେହି ଅସ୍ବୀକାର କରିବେ ନାହିଁ । ଏକେତ ଭ୍ରମ-ପ୍ରମାଦ ସମସ୍ତଙ୍କ ଜୀବନରେ ଘଟେ । ତେଣୁ ଅନେକ କ୍ଷେତ୍ରରେ କ୍ଷମାଚରଣ କରିବା ଓ ଦଣ୍ଡ ଦେଲେ ମଧ୍ୟ ଅପରାଧୀ ପ୍ରତି ମାନବିକ ବ୍ୟବହାର କରିବା ଉଚିତ । ତା’ପରେ ଆହୁରି ବିଚାର କରିବାର କଥା ଏହି ଯେ, ଅନ୍ୟାୟ ଓ ଅପରାଧ ଅନେକ କ୍ଷେତ୍ରରେ ଅପରାଧୀର ଚିବୃି ଅପେକ୍ଷା ପାରିପାଶ୍ୱିର୍କ ଘଟଣା ଉପରେ ଅଧିକ ନିର୍ଭର କରେ । ଦେଖାଯାଇଛି ଯେ, ଅନେକ ସାଧୁଲୋକ ମଧ୍ୟ ଅବସ୍ଥାଚକ୍ରରେ ଏପରି ଅନ୍ୟାୟ କରିଅଛନ୍ତି, ଯାହା ଭିନ୍ନ ଅବସ୍ଥାରେ ଥିଲେ ସେ କେବେହେଲେ କରିନଥାନ୍ତେ । ଦୁର୍ଭିକ୍ଷ ବେଳେ କ୍ଷୁଧାଯନ୍ତ୍ରଣା ସହ୍ୟ କରିନପାରି ମାଆ ପ୍ରାଣର ଶିଶୁକୁ ସାମାନ୍ୟ ଖାଦ୍ୟଲାଗି ବିକ୍ରୟ କରିଦେବାର ଓ ଆହାର ବେଳେ ନିଜ ସନ୍ତାନମାନଙ୍କ ସେଙ୍ଗ କଳହ କରିବାର ଦେଖାଯାଇଛି । ଜୀବନର ଏ ପ୍ରକାର ସାଂଘାତିକ ଅବସ୍ଥାରେ ପଡ଼ିଲେ, ପ୍ରତ୍ୟେକ ମନୁଷ୍ୟ ଯେ ଏପରି ଜଘନ୍ୟ ଆଚରଣ କରିବେ, ଏଥିରେ ସନ୍ଦେହ ନାହିଁ । ଜୀବନରେ ଏପରି ଆହୁରି ନାନା ପ୍ରକାର ଘଟଣାଚକ୍ର ଅଛି, ଯେଉଁଥିରେ ଅନ୍ୟାୟ ଅପରାଧ କରିବା ବିଶେଷ ବିଚିତ୍ର କଥା ନୁହେଁ । ଏକେତ ମନୁଷ୍ୟ ଭ୍ରମପ୍ରବଣ, ତା’ ପରେ ଭ୍ରମପ୍ରମାଦପାଇଁ ଜଗତରେ ପ୍ରଲୋଭନ ଓ ଉପାଦାନର ଅଭାବ ନାହିଁ । ଏସବୁ ଦୃଷ୍ଟିରୁ ମନୁଷ୍ୟ ପ୍ରତି କଠୋର ବ୍ୟବହାର ନ କରି ଅନୁକ¶ା ଓ କ୍ଷମା ଯେ ସର୍ବଥା ବିଧେୟ, ତାହା କେହି ଅସ୍ବୀକାର କରିବେ ନାହିଁ ।
ତା’ପରେ କ୍ଷମା ଓ କରୁଣା, କୋମଳ ବ୍ୟବହାରଦ୍ୱାରା ଅପରାଧୀ ହୃଦୟରେ ଅନେକ ସମୟରେ ଦେବତ୍ୱର ବିକାଶ ହୁଏ । ଶାସ୍ତି ଓ ଦଣ୍ଡଦ୍ୱାରା ସେପରି ହେବାର କେବେ ଦେଖାଯାଇ ନାହିଁ । ଶାସ୍ତି ଦେବାର ଏକମାତ୍ର ଉଦ୍ଧେଶ୍ୟ ଏହି ଯେ, ତଦ୍ଧ୍ୱାରା ଅପରାଧୀର ଚରିତ୍ର ସଂଶୋଧିତ ହେବ; କିନ୍ତୁ ଯେପରି ଦେଖାଯାଉଛି କଠିନ ଶାସ୍ତି ଓ କାରାଗାରର ଅମାନୁଷିକ ଅତ୍ୟାଚାର ଫଳରେ ଅଧିକାଂଶ ଅପରାଧୀଙ୍କର ଚରିତ୍ର ଚିରକାଳ ଲାଗି ନଷ୍ଟ ହୁଏ । ଏହି ଅପରାଧୀମାନେ ଯଦି କରୁଣା ଓ ମାନବିକ ବ୍ୟବହାର ପାଉଥାନ୍ତେ, ତେବେ ଏହା ନିଶ୍ଚିତ କଥା ଯେ, ସେମାନଙ୍କ ଚରିତ୍ର ବହୁ ପରିମାଣରେ ସଂଶୋଧିତ ହୋଇପାରନ୍ତା ।
କ୍ଷମାକୁ କେତେକ ଲେଖକ ‘ମହର ପ୍ରତିହିଂସା’ ବୋଲି ଆଖ୍ୟା ଦେଇଅଛନ୍ତି । କାରଣ ପ୍ରତିହିଂସା ପଶୁ-ପ୍ରବୃିକୁ ଜାଗ୍ରତକରି ଜଗତରେ ଅପରାଧ ବଢ଼ାଏ ମାତ୍ର; କିନ୍ତୁ କ୍ଷମା ମାନବପ୍ରାଣରେ ଦେବଭାବର ସାରକରି ଅପରାଧକୁ ସମୂଳେ ନଷ୍ଟକରେ । ସେଥିପାଇଁ ଆମ୍ଭମାନଙ୍କର ପ୍ରତ୍ୟେକଙ୍କ ଜୀବନରେ କ୍ଷମାବୃିର ଅନୁଶୀଳନ କରିବା ଉଚିତ । ଆମ୍ଭେମାନେ ଯେତେବେଳେ ଜାଣୁଁ ଯେ, ଆମ୍ଭମାନଙ୍କର ସମସ୍ତଙ୍କ ଜୀବନରେ ଭ୍ରମ-ପ୍ରମାଦ ଅଛି ଓ ଅବସ୍ଥାବିଶେଷରେ ଅନ୍ୟ ଜଣେ ଯେପରି ଅନ୍ୟାୟ କରିଛି, ଆମ୍ଭେମାନେ ପ୍ରତ୍ୟେକ ସେହିପରି କରନ୍ତେ, ସେତେବେଳେ ଆମ୍ଭେମାନେ ଅପର ସାଧାରଣଙ୍କର ବିଚାର ବା ସେମାନଙ୍କ ପ୍ରତି ବ୍ୟବହାର କଲାବେଳେ କ୍ଷମାଶୀଳ ହେବା ଉଚିତ ।
Comments
Post a Comment