ପମ ଅଧ୍ୟାୟଃ

କର୍ମ ସନ୍ନ୍ୟାସ ଯୋଗଃ

ସନ୍ୟାସ ନା କର୍ମଯୋଗ : କିଏ ଶ୍ରେଷ୍ଠ ?

ସନ୍ୟାସଃ କର୍ମଯୋଗଶ୍ଚ  ନିଃଶ୍ରେୟସକରାବୁଭୌ ।

ତୟୋସ୍ତୁ କର୍ମ ସନ୍ନ୍ୟାସାତ୍ କର୍ମଯୋଗୋ ବିଶିଷ୍ୟତେ ।ା୨ାା

ଜେ୍ଞୟଃ ସ ନିତ୍ୟ ସନ୍ୟାସୀ ଯୋ ନ ଦ୍ୱେଷ୍ଟି ନ କାଙ୍କ୍ଷତି ।

ନିର୍ନ୍ଦନ୍ଦ୍ୱୋ ହି ମହାବାହୋ ସୁଖଂ ବନ୍ଧାତ୍ ପ୍ରମୁଚ୍ୟତେ ।ା୩ାା

ସାଂଖ୍ୟଯୋଗୌ ପୃଥଗ୍ବାଳାଃ ପ୍ରବଦନ୍ତି ନ ପଣ୍ଡିତାଃ । 

ଏକମପ୍ୟାସ୍ଥିତଃ ସମ୍ୟଗୁଭୟୋର୍ବିନ୍ଦତେ ଫଳମ୍ ।ା୪ାା

ଯତ୍ ସାଂଖେଃ÷ ପ୍ରାପ୍ୟତେ ସ୍ଥାନଂ ତଦ୍ ଯୋଗୈରପି ଗମ୍ୟତେ ।

ଏକଂ ସାଂଖ୍ୟଂଚ ଯୋଗଂ ଚ ଯଃ ପଶ୍ୟତି ସ ପଶ୍ୟତି  ।ା୫ାା

ସନ୍ୟାସସ୍ତୁ ମହାବାହୋ ! ଦୁଃଖମାପ୍ତୁମଯୋଗତଃ ।

ଯୋଗ ଯୁକ୍ତୋ ମୁନିର୍ବ୍ରହ୍ମ ନଚିରେଣାଧିଗଚ୍ଛତି ।ା୬ାା

ଅର୍ଥ : କର୍ମ ତ୍ୟାଗ ଓ କର୍ମଯୋଗ ଉଭୟ ହେଉଛନ୍ତି ମୁକ୍ତିର କାରଣ; କିନ୍ତୁ ଉଭୟ ମଧ୍ୟରୁ କର୍ମ ତ୍ୟାଗ ଅପେକ୍ଷା କର୍ମଯୋଗ ଶ୍ରେଷ୍ଠ ।ା୨ାା ହେ ମହାବାହୁ ! ଯିଏ କର୍ମ କରିବା ସମୟରେ ମଧ୍ୟ ଦ୍ୱେଷ ରଖେ ନାହଁ, ଆକାଙ୍କ୍ଷା କରେ ନାହିଁ, ସେ ଚିର ସନ୍ନ୍ୟାସୀ ବୋଲି ପରିଗଣିତ; କାରଣ ସେହି ରାଗଦ୍ୱେଷାଦି ଦ୍ୱନ୍ଦ୍ୱ ରହିତ ପୁରୁଷ ସହଜରେ ବନ୍ଧନରୁ ମୁକ୍ତ ହୁଅନ୍ତି ।ା୩ାା ଶିଶୁମାନେ (ଅଳ୍ପବୁଦ୍ଧିସମ୍ପନ୍ନ ବ୍ୟକ୍ତିଗଣ)ସାଂଖ୍ୟ ଓ ଯୋଗକୁ ଭିନ୍ନ ବୋଲି କହନ୍ତି । ପଣ୍ଡିତମାନେ ସେପରି କହନ୍ତି ନାହିଁ । ଏ ଉଭୟରୁ ଗୋଟିଏକୁ ପୂର୍ଣ୍ଣଭାବରେ ଆଚରଣ କଲେ ଉଭୟର ଫଳ ପ୍ରାପ୍ତ ହୁଏ ।ା୪ାା ଜ୍ଞାନ ଦ୍ୱାରା ଯେଉଁ ପଦ ପ୍ରାପ୍ତ ହୁଏ, ଯୋଗ ଦ୍ୱାରା ମଧ୍ୟ ସେହି ପଦ ପ୍ରାପ୍ତ ହୋଇପାରେ । ଯେଉଁମାନେ ସାଂଖ୍ୟ ଓ ଯୋଗକୁ ଏକ ବୋଲି ଦେଖନ୍ତି ସେମାନେ ଯଥାର୍ଥ ଦର୍ଶନ କରନ୍ତି ।ା୫ାା କିନ୍ତୁ ହେ ମହାବାହୁ ! ଯୋଗ ବ୍ୟତୀତ ସନ୍ନ୍ୟାସ ଲାଭ କରିବା କଷ୍ଟକର । ଯେଉଁ ମୁନି ଯୋଗ ସିଦ୍ଧ ହୋଇଛନ୍ତି ସେ ଶୀଘ୍ର ବ୍ରହ୍ମ ଲାଭ କରନ୍ତି ।ା୬ାା

ବ୍ୟାଖ୍ୟା : ସାଂଖ୍ୟ କର୍ମତ୍ୟାଗର ଶିକ୍ଷା ଦିଏ; କିନ୍ତୁ ପରମାତ୍ମା ନିଷ୍କାମ କର୍ମଯୋଗ କଥା କହୁଛନ୍ତି । ସାଂଖ୍ୟ ଓ ଯୋଗ-ଉଭୟର ସେ ସମନ୍ୱୟ କରିଛନ୍ତି । ଏହା ହେଉଛି ଗୀତାର ସାଂଖ୍ୟ ଯୋଗ । ଏଥିରେ ସେ ସାଂଖ୍ୟ ଓ ଯୋଗ ମଧ୍ୟରେ ଥିବା ପ୍ରଭେଦର ମୀମାଂସା କରିଛନ୍ତି । ଏହି ମୀମାଂସାର ମୂଳ ସୂତ୍ର ହେଲା ବାହି୍ୟକ ନିଷ୍କର୍ମତା ମଧ୍ୟରେ କର୍ମ ଦେଖିବା  । କର୍ମଣ୍ୟ କର୍ମଯଃ ପଶ୍ୟେଦକର୍ମଣି ଚ କର୍ମଯଃ । ସ ବୁଦ୍ଧିମାନ୍ ମନୁଷ୍ୟେଷୁ ସ ଯୁକ୍ତଃ କୃତ୍ସ୍ନକର୍ମକୃତ ।ା ୪/୧୮ାା ଏଠାେରେ ନିଷ୍କର୍ମତାର ଅର୍ଥ ହେଲା ଅହଂଭାବ ଶୂନ୍ୟ ହୋଇ ସମସ୍ତ କର୍ମକୁ ପରମାତ୍ମର୍ପଣ କରିବା । ସାଧାରଣ ବ୍ୟକ୍ତି ଏହି ସୂକ୍ଷ୍ମ ପ୍ରଭେଦ ବୁଝିପାରନ୍ତି ନାହିଁ ।

ଗୀତା କର୍ମ ସନ୍ନ୍ୟାସକୁ ସିଧାସଳଖ ବିରୋଧ କରି ନ ଥିଲେ ମଧ୍ୟ କର୍ମ ଯୋଗର ଶ୍ରେଷ୍ଠତା ପ୍ରତିପାଦନ କରି କର୍ମ ସନ୍ନ୍ୟାସୀମାନଙ୍କୁ ସେମାନଙ୍କ ସିଦ୍ଧାନ୍ତର ପୁର୍ନବିଚାର ପାଇଁ ଆହ୍ୱାନ କରିଛି । ତେଣୁ ଭ୍ରମଜ୍ଞାନ ଓ ଜ୍ଞାନ ବିହୀନ ଭକ୍ତିର ମାୟାଜାଲରେ ଆବଦ୍ଧ ସାଧୁମାନଙ୍କୁ ଉଦ୍ଧାର କରିବା ପାଇଁ ସେ ଅବତରଣ କରନ୍ତି । ପରିତ୍ରାଣାୟ ସାଧୁନାଂ.... । ସାଧାରଣତଃ ଦେଖାଯାଏ ଯେ ଘର ଗୃହସ୍ଥ ତ୍ୟାଗ କରି ସନ୍ନ୍ୟାସ ଦୀକ୍ଷା ନେଇ ଥିଲେ ମଧ୍ୟ ଅନେକଙ୍କ ମନ ମଧ୍ୟରେ ସଂସାର ପୂର୍ଣ୍ଣ ମାତ୍ରାରେ ବିରାଜମାନ ଥାଏ । ତେଣୁ ସେମାନେ ଅରଣ୍ୟରେ ଥାଇ ମଧ୍ୟ ସଂସାର ସ୍ମୃତିରୁ ଅଲଗା ହୋଇ ପାରନ୍ତି ନାହିଁ ଓ ସୁଯୋଗ ପାଇଲେ ସେଠାରେ ସେମାନେ ଏକ ନୂତନ ଢ଼ଙ୍ଗର ସାଂସାରିକ ଜୀବନ ଯାପନ କରିବାକୁ ଲାଗନ୍ତି । ଏହାହିଁ ବିଭିନ୍ନ ମଠ ଓ ଆଶ୍ରମ ବ୍ୟବସ୍ଥାକୁ ଜନ୍ମ ଦେଇଛି । ତେଣୁ ସ୍ଥୂଳ ଭାବରେ କର୍ମ ତ୍ୟାଗ ଈଶ୍ୱରୀୟ ମାର୍ଗର ପରିପନ୍ଥୀ । ମାନସିକ ସ୍ତରରେ ସଂସାର ପ୍ରତି ଅନାସକ୍ତ ରହି ଈଶ୍ୱରୀୟ ସାନ୍ନିଧ୍ୟ ପ୍ରାପ୍ତିର ତୀବ୍ର ଅଭୀପ୍ସା ହିଁ ସୁଗମ ପନ୍ଥା । ଏହା ସମସ୍ତ କର୍୍ୟବ୍ୟ ଓ ଧର୍ମର ଖୁବ୍ ଉଦ୍ଧ୍ୱର୍ରେ । ତେଣୁ ବାହ୍ୟ ସନ୍ନ୍ୟାସ(ତ୍ୟାଗ) ମୂଲ୍ୟହୀନ । କାରଣ ସମ୍ପୂର୍ଣ୍ଣ ଭାବେ ଏହା ସମ୍ଭବ ନୁହେଁ । ଆଭ୍ୟନ୍ତରିଣ ତ୍ୟାଗ ଥିଲେ ବାହ୍ୟ ତ୍ୟାଗର କୌଣସି ଆବଶ୍ୟକତା ନାହିଁ । ତେଣୁ ଗୀତା ଏହାକୁ ପ୍ରକୃତ ସନ୍ୟାସ ବୋଲି ଅଭିହିତ କରିଛି । 

ସାଂଖ୍ୟ ଓ ଯୋଗ ପରସ୍ପର ବିରୋଧୀ ନୁହନ୍ତି । ଗୋଟିକର ପୂର୍ଣ୍ଣତାେରେ ଅପରଟିର ମଧ୍ୟ ପ୍ରାପ୍ତି ହୁଏ । ଉଭୟର ମୂଳ ତ୍ୱ ଓ ଲକ୍ଷ୍ୟ ଏକ । ସେମାନଙ୍କ ମଧ୍ୟରେ ପ୍ରଭେଦ ଏତିକି ଯେ ସାଂଖ୍ୟର ଆରମ୍ଭ ଜ୍ଞାନରୁ ଓ ଯୋଗର ଆରମ୍ଭ କର୍ମରୁ । ତେଣୁ ଉଭୟେ ଉଭୟର ପରିପୂରକ । କର୍ମର ଅନ୍ତିମ ପରିଣତି ଜ୍ଞାନ । ଅନ୍ୟ ଅର୍ଥରେ କର୍ମ ଦ୍ୱାରା ହିଁ ଜ୍ଞାନରେ ପୂର୍ଣ୍ଣତା ପ୍ରାପ୍ତି  ହୁଏ । ଜ୍ଞାନ ଓ କର୍ମକୁ ଭକ୍ତି ସହିତ ପରମାତ୍ମାର୍ପଣ କଲେ ଯୋଗୀ ପରମ ସିଦ୍ଧି ଲାଭ କରେ  । ଗୀତାରେ କର୍ମ ଶବ୍ଦର ଅତି ବ୍ୟାପକ ଭାବରେ ବ୍ୟବହାର ହୋଇଛି । ଗୀତା ଅନୁସାରେ ଜ୍ଞାନ ଯୋଗ ଓ କର୍ମ ଯୋଗ ମଧ୍ୟରେ ପାର୍ଥକ୍ୟ ନାହିଁ । ଜ୍ଞାନ ଦ୍ୱାରା  ଯେଉଁ ସତ୍ୟର ଅନୁଭବ ହୁଏ; ତାକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା ହେଉଛି ଯୋଗ । ଦେହଧାରୀ ଜୀବାତ୍ମା ପାଇଁ ବାହ୍ୟ ସନ୍ନ୍ୟାସ କଷ୍ଟସାଧ୍ୟ । କର୍ମଯୋଗ ଦ୍ୱାରା ବ୍ୟକ୍ତି ଶୀଘ୍ର ଓ ସହଜରେ ପରମାତ୍ମାନୁଭୂତି କରି ପାରୁଥିବାରୁ ବାହ୍ୟ ସନ୍ନ୍ୟାସର କୌଣସି ଆବଶ୍ୟକତା ନାହିଁ ।

କର୍ମଯୋଗୀର ବିଶେଷତା

ଯୋଗଯୁକ୍ତୋ ବିଶୁଦ୍ଧାତ୍ମା ବିଜିତାତ୍ମା ଜିତେନ୍ଦି୍ରୟଃ ।

ସର୍ବଭୂତାତ୍ମଭୂତାତ୍ମା କୁର୍ବନ୍ନପି ନ ଲିପ୍ୟତେ ।ା୭ାା

ନୈବ କିିତ୍ କରୋମିତି ଯୁକ୍ତୋ ମନ୍ୟେତ ତ୍ୱବିତ୍ । 

ପଶ୍ୟନ୍ ଶୃଣ୍ୱନ୍  ସ୍ପୃଶନ୍ ଜିଘ୍ରନ୍ନଶ୍ମନ୍ ଗଚ୍ଛନ୍ ସ୍ୱପନ୍ ଚ ଶ୍ୱସନ୍ ାା୮ାା

ପ୍ରଳପନ୍ ବିସୃଜନ୍ ଗୃହଣ୍ନ୍ନୁନ୍ମିଷନ୍ନିମିଷନ୍ନପି ।

ଇନ୍ଦ୍ରିୟାଣୀୟାର୍ଥେଷୁ ବର୍ନ୍ତ ଇତି ଧାରୟନ୍ ।ା୯ାା

ବ୍ରହ୍ମଣ୍ୟାଧାୟ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା କରୋତି ଯଃ ।

ଲିପ୍ୟତେ ନ ସ ପାପେନ ପଦ୍ମପତ୍ରମିବାମ୍ଭସା ।ା୧୦ାା

କାୟେନ ମନସା ବୁଦ୍ଧ୍ୟା କେବଳୈରିନ୍ଦ୍ରିୟୈରପି ।

ଯୋଗିନଃ କର୍ମ କୁର୍ବନ୍ତି ସଙ୍ଗଂ ତ୍ୟକ୍ତ୍ୱାତ୍ମଶୁଦ୍ଧୟେ ।ା୧୧ାା

ଯୁକ୍ତଃ କର୍ମଫଳଂ ତ୍ୟକ୍ତ୍ୱା ଶାନ୍ତିମାପ୍ନୋତି ନୈଷ୍ଠିକୀମ୍  । 

ଅଯୁକ୍ତଃ କାମକାରେଣ ଫଳେ ସକ୍ତୋ ନିବଧ୍ୟତେ ।ା୧୨ାା

ସର୍ବକର୍ମାଣି ମନସା ସନ୍ୟସ୍ୟାସ୍ତେ ସୁଖଂ ବଶୀ ।

ନବଦ୍ୱାରେ ପୁରେ ଦେହୀ ନୈବ କୁର୍ବନ୍ନ କାରୟନ ।ା୧୩ାା

ଅର୍ଥ : ଯେଉଁ ଯୋଗୀ ବିଶୁଦ୍ଧ ଚି, ଆତ୍ମଜୟୀ, ଇନ୍ଦ୍ରିୟଜୟୀ, ଯାହାର ଆତ୍ମା ସର୍ବଭୂତର ଆତ୍ମା ହୋଇଛି; ସେ କର୍ମ କରି ମଧ୍ୟ ଆବଦ୍ଧ ହୁଅନ୍ତି ନାହିଁ ।ା୭ାା ପରମାତ୍ମାଙ୍କ ସହିତ ଯୁକ୍ତ ତ୍ୱଦର୍ଶୀ ବ୍ୟକ୍ତି ଦର୍ଶନ, ଶ୍ରବଣ, ସ୍ପର୍ଶ, ଘ୍ରାଣ, ଭୋଜନ, ଗମନ, ନିଦ୍ରା, ଶ୍ୱାସ ଗ୍ରହଣ, କଥନ, ତ୍ୟାଗ, ଚକ୍ଷୁ ଉନ୍ମୀଳନ, ନିମେଷ କରି ମଧ୍ୟ ଇନ୍ଦି୍ରୟଗଣ ଇନ୍ଦ୍ରିୟ ବିଷୟ ସମୂହରେ ପ୍ରବିର୍ତ  ହୋଇଛି ଏହା ଧାରଣା କରି ମୁଁ କିଛି ମଧ୍ୟ କରି ନାହିଁ  ଏହିପରି ମନେ କରନ୍ତି ।ା୮/୯ାା ଯିଏ ସମସ୍ତ କର୍ମ ବ୍ରହ୍ମରେ ସ୍ଥାପନ କରି ଆସକ୍ତି ତ୍ୟାଗ ପୂର୍ବକ କର୍ମ କରେ, ସେ ଜଳ ଦ୍ୱାରା ପଦ୍ମ ପତ୍ର ପରି ପାପ ଦ୍ୱାରା କଳଙ୍କିତ ହୁଅନ୍ତି ନାହିଁ ।ା୧୦ାା ଅତଏବ ଯୋଗୀମାନେ ଆସକ୍ତି ତ୍ୟାଗ କରି ଆତ୍ମଶୁଦ୍ଧି ପାଇଁ ଶରୀର, ମନ, ବୁଦ୍ଧି ଦ୍ୱାରା ଏବଂ କର୍ମେନ୍ଦି୍ରୟଗୁଡିକ ଦ୍ୱାରା କର୍ମ କରିଥାନ୍ତି  ।ା୧୧ାା ପରମାତ୍ମାଙ୍କ ସହିିତ ଯୋଗଯୁକ୍ତ ପୁରୁଷ କର୍ମ ଫଳରେ ଆସକ୍ତି ତ୍ୟାଗ କରି ଦୃଢ଼ ପ୍ରତିଷ୍ଠ ଶାନ୍ତି ପ୍ରାପ୍ତ କରେ । ଅଯୁକ୍ତ ବ୍ୟକ୍ତି ଫଳରେ ଆସକ୍ତ ହୋଇ ବାସନାର କ୍ରିୟା ଦ୍ୱାରା ବାନ୍ଧି ହୋଇ ଯାଏ ।ା୧୨ାା ସଂଯମୀ ଦେହ ଧାରୀ ଜୀବ ମନ ଦ୍ୱାରା ସମସ୍ତ କର୍ମ ପରିତ୍ୟାଗ ପୂର୍ବକ ଚକ୍ଷୁ ଆଦି ନବ ଦ୍ୱାରଯୁକ୍ତ ଶରୀରରେ କିଛି ମଧ୍ୟ ନ କରି ଅନ୍ୟ କାହାକୁ ମଧ୍ୟ କିଛି ନ କରାଇ ସୁଖରେ ଅବସ୍ଥାନ କରେ ।ା୧୩ାା

ବ୍ୟାଖ୍ୟା : ସର୍ବାତ୍ମାଙ୍କ ପିତା ପରାମାତ୍ମାଙ୍କ ସହିିତ ଯେଉଁ ବ୍ୟକ୍ତି ଯୋଗଯୁକ୍ତ ହୋଇ ଯାଆନ୍ତି, ପରୋକ୍ଷ ଭାବରେ ସେ ସର୍ବ ଭୂତରେ ଏକାତ୍ମତା ଲାଭ କରନ୍ତି । କାରଣ ପରମାତ୍ମା ଜ୍ଞାନ ଓ ଗୁଣର ସାଗର ହୋଇଥିବାରୁ ତାଙ୍କ ସହିତ ଯୁକ୍ତ ଯୋଗୀ କର୍ମ ବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ । କର୍ମ କରି ମଧ୍ୟ ସେ ଅଲିପ୍ତ ରହନ୍ତି । ପରମାତ୍ମାଙ୍କ  ସହିତ ଯୋଗଯୁକ୍ତ ହୋଇ ସେ ସକଳ ବନ୍ଧନରୁ ମୁକ୍ତ ହୁଅନ୍ତି । ତାଙ୍କର ସେହି ମୁକ୍ତି କର୍ମର ପ୍ରତିବନ୍ଧକ ହୁଏ ନାହିଁ । ତାଙ୍କୁ କୌଣସି କର୍ମ, ବନ୍ଧନ କରିପାରେ ନାହିଁ । ସେ ଶରୀର ସହିତ ସମ୍ବନ୍ଧ ବିଚ୍ଛେଦ କରି ଆତ୍ମିକ ସ୍ୱରୂପରେ ସକଳ କର୍ମ କରନ୍ତି । ସେ ଶରୀର ମଧ୍ୟରେ ବିରାଜିତ ଏକ ପୃଥକ ସା ରୂପେ ନିଜକୁ ଅନୁଭବ କରନ୍ତି । ତାଙ୍କରି ନିର୍ଦ୍ଧେଶ ମତେ ଶରୀରସ୍ଥ ଇନ୍ଦ୍ରିୟ ସକଳ ଭୃତ୍ୟ ରୂପରେ ବିଭିନ୍ନ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରନ୍ତି । ସେହି କର୍ମରେ କେବଳ ତାଙ୍କର ସମ୍ମତି ଅଛି; କିନ୍ତୁ ସେଥିରେ ସେ ଆସକ୍ତ ନୁହନ୍ତି ।

ଅଜ୍ଞାନତା ଦ୍ୱାରା ଅହଙ୍କାର ଜାତ ହୁଏ । ଅହଙ୍କାର ଯୁକ୍ତ କର୍ମ ଆସକ୍ତି ଓ ବାସନାକୁ ଜନ୍ମ ଦିଏ । ଏହାର ପରିଣାମ ସ୍ୱରୂପ ପାପର ଉଦ୍ଭବ ହୁଏ । ଜ୍ଞାନଯୁକ୍ତ କର୍ମରେ ଅହଙ୍କାର ବା ଦେହ ଅଭିମାନ ଅଭାବରୁ ଆସକ୍ତି ନ ଥାଏ । ତେଣୁ ଏହା ପାପର କାରଣ ହୁଏ  ନାହିଁ । ଫଳାସକ୍ତି  ନ ରଖି କର୍ମ କଲେ ମନ, ବୁଦ୍ଧି ଓ ସଂସ୍କାର ଶୁଦ୍ଧି ହୁଏ ତଥା କର୍ମେନ୍ଦ୍ରିୟଗୁଡ଼ିକର ବିକାଶ ହୁଏ । ଏହା ଦ୍ୱାରା ଆତ୍ମା ଦିବ୍ୟଗୁଣ ଧାରଣ କରିବାକୁ ସକ୍ଷମ ହୁଏ । ଏହାହିଁ କର୍ମ ଯୋଗର ସାର୍ଥକତା । 

ପରମାତ୍ମା ଶାନ୍ତିର ସାଗର । ଯେଉଁ ବ୍ୟକ୍ତି ପରମାତ୍ମାଙ୍କ ସହିତ ଯୁକ୍ତ ନୁହେଁ ସେ ଫଳ ଲାଭ ଆଶାରେ କର୍ମ କରେ ଏବଂ ବାସନା ଜାଲରେ ବାନ୍ଧି ହୋଇ ଅଶେଷ ଅଶାନ୍ତି ଭୋଗ  କରୁଥାଏ । ଯୋଗୀ ଆତ୍ମା ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ପରମ ଶାନ୍ତି ଲାଭ କରେ । ସେ ପ୍ରକୃତିକୁ ସମ୍ପୂର୍ଣ୍ଣଭାବେ ବଶୀଭୂତ କରି ଏହି ଦେହରେ ହିଁ ପରମ ଆନନ୍ଦରେ ବାସ କରେ । ସେ ମାନସିକ ସ୍ତରରେ ସମସ୍ତ କର୍ମ ପ୍ରତି ଆସକ୍ତି ତ୍ୟାଗ କରେ ଓ କର୍ମରେ ପ୍ରବୃ ରହି ମଧ୍ୟ ପରମାତ୍ମାଙ୍କ ସହିତ ତାଦାତ୍ମ୍ୟ ହୋଇପାରେ ।

      ପରମାତ୍ମା ପାପ ବା ପୁଣ୍ୟର କର୍ା ନୁହନ୍ତି 

ନ କର୍ୃତ୍ୱଂ ନ କର୍ମାଣି ଲୋକସ୍ୟ ସୃଜତି ପ୍ରଭୁଃ ା 

ନ କର୍ମଫଳ ସଂଯୋଗଂ ସ୍ୱଭାବସ୍ତୁ ପ୍ରବର୍ତେ ାା୧୪ାା

ନାଦେ କସ୍ୟଚିତ୍ ପାପଂ ନ ଚୈବ ସୁକୃତଂ ବିଭୁଃ ।

ଅଜ୍ଞାନେନାବୃତଂ ଜ୍ଞାନଂ ତେନ ମୁହ୍ୟନ୍ତି ଜନ୍ତବଃ ।ା୧୫ାା

ଜ୍ଞାନେନ ତୁ ତଦଜ୍ଞାନଂ ଯେଷାଂ ନାଶିତମାତ୍ମନଃ ।

ତେଷାମାଦିତ୍ୟବଜ୍ଜ୍ଞାନଂ ପ୍ରକାଶୟତି ତପôରମ୍ ାା୧୬ାା

ତଦ୍ବୁଦ୍ଧୟ  ସ୍ତଦାତ୍ମାନ  ସ୍ତନ୍ନିଷ୍ଠାସ୍ତପôରାୟଣାଃ

ଗଚ୍ଛନ୍ତ୍ୟପୁନରାବୃିଂ ଜ୍ଞାନନିର୍ଧୁତ  କଳ୍ମଷାଃ ।ା୧୭ାା

ଅର୍ଥ : ପରମାତ୍ମା ଲୋକମାନଙ୍କର କୃର୍ତ୍ୱଭାବ ସୃଷ୍ଟି କରନ୍ତି ନାହିଁ, କର୍ମ ସମୂହ ସୃଷ୍ଟି କରନ୍ତି ନାହିଁ, କର୍ମ ସହିତ ଫଳର ସଂଯୋଗ ସୃଷ୍ଟି କରନ୍ତି ନାହିଁ; ସ୍ୱଭାବ ବଶତଃ ସେମାନେ ଏ ସମସ୍ତ କରିଥାନ୍ତି ।ା୧୪ାା ପରମାତ୍ମା କାହାରି ପାପ ଗ୍ରହଣ କରନ୍ତି ନାହିଁ କି ପୁଣ୍ୟ ମଧ୍ୟ ଗ୍ରହଣ କରନ୍ତି ନାହିଁ । ଅଜ୍ଞାନ ରୂପକ ଅନ୍ଧକାର ଦ୍ୱାରା ଆତ୍ମଜ୍ଞାନ ଆଚ୍ଛାଦିତ, ହୋଇଥିବାରୁ ଜୀବଗଣ ବିମୂଢ଼ ହୁଅନ୍ତି ।ା୧୫ାା ପରନ୍ତୁ ଯାହା ଦା୍ୱରା ସେହି ପ୍ରାକୃତ ଅଜ୍ଞାନ, ଆତ୍ମ ଜ୍ଞାନ ଦ୍ୱାରା ବିନଷ୍ଟ ହୋଇଛି, ସେମାନଙ୍କ ଦ୍ୱାରା ସେହି ଆତ୍ମ ଜ୍ଞାନ ସୂର୍ଯ୍ୟ ସଦୃଶ ପରମାତ୍ମାଙ୍କ ସ୍ୱରୂପକୁ ପ୍ରକାଶ କରେ ।ା୧୬ାା ପରମାତ୍ମାଙ୍କ ସହିତ ଯାହାର ବୁଦ୍ଧି ସନ୍ନିବିଷ୍ଟ,ତାଙ୍କ ସହିତ ଯାହାର ତାଦାତ୍ମ ଭାବ, ପରମାତ୍ମାନିଷ୍ଠ, ଈଶ୍ୱରପରାୟଣା, ଜ୍ଞାନରୂପକ ସଳିଳରେ ଯାହାର ସମସ୍ତ ପାପ ଧୌତ ହୋଇ ସାରିଛି, ସେହିପରି ବ୍ୟକ୍ତିମାନେ ମୁକ୍ତିପଦ ପ୍ରାପ୍ତ ହୁଅନ୍ତି ।ା୧୭ାା

ବ୍ୟାଖ୍ୟା : ପ୍ରକୃତି ବା ସଂସ୍କାର ଦ୍ୱାରା ବଶୀଭୂତ ହୋଇ ମନୁଷ୍ୟ ଭଲ ବା ମନ୍ଦ କର୍ମ କରେ । କର୍ମ ଫଳ ଆଧାରରେ ସେ ପୁଣ୍ୟାତ୍ମା ବା ପାପାତ୍ମା ରୂପେ ବିବେଚିତ ହୁଏ । ଆତ୍ମାରେ ମୁଦ୍ରିତ ଥିବା ପୂର୍ବ ବା ବର୍ମାନର କର୍ମ ଫଳହିଁ ତା'ର ଇନ୍ଦ୍ରିୟମାନଙ୍କୁ ଅନୁରୂପ କର୍ମରେ ପ୍ରବୃ ହେବାକୁ ପ୍ରେରିତ କରେ । ତେଣୁ ବସ୍ତୁତଃ ପ୍ରତ୍ୟେକ ମନୁଷ୍ୟାତ୍ମାର କୌଣସି କର୍ମର ପ୍ରେରକ ପରମାତ୍ମା ନୁହନ୍ତି ।

ଆତ୍ମା ମୂଳତଃ ଜ୍ଞାନ ସ୍ୱରୂପ । ଦେହ ଅଭିମାନ ହେତୁ ମନୁଷ୍ୟ  ଅନ୍ତରସ୍ଥ ଆତ୍ମାକୁ ଚିହ୍ନି ପାରେ ନାହିଁ । ତେଣୁ କର୍ମରେ ତା'ର ଅଭିମାନ ଆସେ । ଅଭିମାନ ଆସକ୍ତିକୁ ଜନ୍ମ ଦିଏ । ଦେହ ଅଭିମାନ ହେଉଛି ଅଜ୍ଞାନ । କାରଣ ବ୍ୟକ୍ତି ସ୍ୱୟଂ ଶରୀର ନୁହେଁ; ସେ ଏକ ଚିନ୍ମୟ ଆତ୍ମା । ଆତ୍ମବିସ୍ମୃତ ହେତୁ ସେ ପରମାତ୍ମାଙ୍କୁ ମଧ୍ୟ ଜାଣିପାରେ ନାହିଁ ଓ ତାଙ୍କ ବିଷୟରେ ବିଭିନ୍ନ ଭ୍ରମାତ୍ମକ ଧାରଣା ପୋଷଣ କରେ । ସେ ନିଜକୁ ବ୍ରହ୍ମ ସ୍ୱରୂପ ମନେ କରେ ବା ନିଜ ମଧ୍ୟରେ ପରମାତ୍ମାଙ୍କ ଅବସ୍ଥାନକୁ ସ୍ୱୀକାର କରି ତାଙ୍କୁ ପାପ ପୁଣ୍ୟର ଅଧିକାରୀ ବୋଲି ମନେ କରେ । କିନ୍ତୁ ମନୁଷ୍ୟର କୌଣସି କର୍ମର ଶୁଭାଶୁଭ ଫଳର ପ୍ରେରକ ବା ଅଧିକାରୀ ପରମାତ୍ମା ନୁହନ୍ତି । ଅଜ୍ଞାନବଶତଃ ମନୁଷ୍ୟ ନିଜ ଅନ୍ତରସ୍ଥ  ଆତ୍ମାର ପ୍ରକୃତ ସ୍ୱରୂପ ନ ଜାଣି ଏହିପରି ବିମୂଢ଼ ହୋଇପଡେ । ଆତ୍ମା ଅନାଦି ଓ ଶାଶ୍ୱତ ହୋଇଥିବାରୁ ଏହା ମଧ୍ୟରେ ଆତ୍ମଜ୍ଞାନ ସୁପ୍ତ ଅବସ୍ଥାରେ ଅବସ୍ଥିତ ଥାଏ । ତାହା ପ୍ରାକୃତ ଅଜ୍ଞାନ ବା ଦେହାଭିମାନ ଦ୍ୱାରା ବିସ୍ମୃତ ହୋଇ ଯାଇଥାଏ । ଈଶ୍ୱରୀୟ ଜ୍ଞାନର ନିରନ୍ତର ଅଭ୍ୟାସ ଦ୍ୱାରା ଆତ୍ମସ୍ମୃତି ଜାଗ୍ରତ ହୁଏ । ଏହା ଦ୍ୱାରା ସ୍ୱତଃସ୍ପୂର୍ ଭାବରେ ଆତ୍ମାରେ ଜ୍ଞାନର ସ୍ଫୁରଣ ହୁଏ । ମେଘମୁକ୍ତ ଆକାଶରେ ସୂର୍ଯ୍ୟଙ୍କ ଭଳି ଯୋଗୀ ପରମାତ୍ମାଙ୍କୁ ଅନୁଭବ କରିପାରେ । ତେଣୁ ବୁଦ୍ଧିର ଯୁକ୍ତି ତର୍କ ଦ୍ୱାରା ଜ୍ଞାନ ଲବ୍ଧ ନୁହେଁ । ଏହା ନିରନ୍ତର ଅଭ୍ୟାସ କଲେହିଁ ଅନ୍ତରରୁ ଆପେ ଆପେ ସ୍ଫୁରିତ ହୁଏ । ଏହାହିଁ ମୁକ୍ତିର ସୁଗମ ପନ୍ଥା । ପରମାତ୍ମାଙ୍କ ସହିତ ସତତ ଯୋଗଯୁକ୍ତ ହୋଇ ତାଙ୍କ ନିର୍ଦ୍ଧେଶିତ ମାର୍ଗରେ ପରିଚାଳିତ ହେଲେ ମାନବ ସମସ୍ତ ପାପରୁ ମୁକ୍ତ ହୁଏ ଓ ଶେଷରେ ତାଙ୍କ ସହିତ ପରମଧାମକୁ ପ୍ରତ୍ୟାବର୍ନ କରେ  । ଏହାକୁ  "ମୁକ୍ତି' କୁହାଯାଏ ।

ଜ୍ଞାନୀ ଓ ଯୋଗୀର ସ୍ୱଭାବ ଓ ଲକ୍ଷଣ 

ବିଦ୍ୟା ବିନୟ ସଂପନ୍ନେ ବ୍ରାହ୍ମଣେ ଗବି ହସ୍ତିନି ।

ଶୁନି ଚୈବ ଶ୍ୱପାକେ ଚ ପଣ୍ଡିତାଃ ସମଦର୍ଶିନଃ ।ା୧୮ାା

ଇହୈବ ତୈର୍ଜିତଃ ସର୍ଗୋ ଯେଷାଂ ସାମ୍ୟେ ସ୍ଥିତଂ ମନଃ ।

ନିର୍ଦ୍ଧୋଷଂ ହି ସମଂ ବ୍ରହ୍ମ ତସ୍ମାଦ୍  ବ୍ରହ୍ମଣି  ତେ ସ୍ଥିତାଃ ।ା୧୯ାା

ନ ପ୍ରହୃଷ୍ୟେତ୍ ପ୍ରିୟଂ ପ୍ରାପ୍ୟ ନୋଦ୍ୱିଜେତ୍ ପ୍ରାପ୍ୟ ଚାପ୍ରିୟମ୍ ।

ସ୍ଥିର ବୁଦ୍ଧିରସଂମ୍ମୂଢ଼ୋ ବ୍ରହ୍ମବିତ୍ ବ୍ରହ୍ମଣି ସ୍ଥିତଃ ।ା୨୦ାା

ବାହ୍ୟ ସ୍ପର୍ଶେଷ୍ୱସକ୍ତାତ୍ମା ବିନ୍ଦତ୍ୟାତ୍ମନି ଯତ୍ସୁଖମ୍   ।

ସ ବ୍ରହ୍ମଯୋଗ ଯୁକ୍ତାତ୍ମା ସୁଖମ୍କ୍ଷୟମଶ୍ନୁତେ ।ା୨୧ାା

ଯେହି ସଂସ୍ପର୍ଶଜା ଭୋଗା ଦୁଃଖଯୋନୟ ଏବ ତେ ।

ଆଦ୍ୟନ୍ତବନ୍ତଃ କୌନ୍ତେୟ ! ନ ତେଷୁ ରମତେ ବୁଧଃ ।ା୨୨ାା

ଶକ୍ନୋତୀହୈବ ଯଃ ସୋତୁଂ ପ୍ରାକ୍ ଶରୀର ବିମୋକ୍ଷଣାତ୍ ।

କାମକ୍ରୋଧୋଦ୍ଭବଂ ବେଗଂ ସ ଯୁକ୍ତଃ ସ ସୁଖୀ ନରଃ ।ା୨୩ ।ା

ଯୋଽନ୍ତଃସୁଖୋଽନ୍ତରାରାମସ୍ତଥାନ୍ତର୍ଜେ୍ୟାତିରେବ ଯଃ । 

ସ ଯୋଗୀ ବ୍ରହ୍ମନିର୍ବାଣଂ ବ୍ରହ୍ମଭୂତୋଽଧିଗଚ୍ଛତି ।ା୨୪ାା

ଲଭନ୍ତେ ବ୍ରହ୍ମନିର୍ବାଣମୃଷୟଃ କ୍ଷୀଣକଳ୍ମଷାଃ ।

ଛିନ୍ନଦ୍ୱୈଧା ଯତାତ୍ମାନଃ ସର୍ବଭୂତହିତେ ରତାଃ ।ା୨୫ାା

କାମକ୍ରୋଧ ବିଯୁକ୍ତାନାଂ ଯତୀନାଂ ଯତଚେତସାମ୍  ।

ଅଭିତୋ ବ୍ରହ୍ମନିର୍ବାଣଂ ବର୍ତେ ବିଦିତାତ୍ମନାମ୍  ।ା୨୬ାା 

ସ୍ପର୍ଶାନ୍କୃତ୍ୱା ବହିର୍ବାହ୍ୟାଂ ଶ୍ଚକ୍ଷୁଶ୍ଚୈବାନ୍ତରେ  ଭ୍ରୁବୋଃ ।

ପ୍ରାଣାପାନୌ ସମୌ କୃତ୍ୱା ନାସାଭ୍ୟନ୍ତରଚାରିଣୌ ।ା୨୭ାା

ଯତେନ୍ଦି୍ରୟମନୋବୁଦ୍ଧି ର୍ମୁନି ର୍ମୋକ୍ଷ ପରାୟଣଃ  । 

ବିଗତେଚ୍ଛାଭୟକ୍ରୋଧୋ ଯଃ ସଦା ମୁକ୍ତ ଏବ ସଃ ।ା୨୮ାା

ଭୋକ୍ତାରଂ ଯଜ୍ଞ ତପସାଂ ସର୍ବଲୋକ ମହେଶ୍ୱରମ୍ା 

ସୁହୃଦଂ ସର୍ବଭୂତାନାଂ ଜ୍ଞାତ୍ୱା ମାଂ ଶାନ୍ତିମୃଚ୍ଛତି ।ା୨୯ାା

ଅର୍ଥ : ଜ୍ଞାନୀ ବ୍ୟକ୍ତିମାନେ ବିଦ୍ୟା ବିନୟଯୁକ୍ତ ବ୍ରାହ୍ମଣ, ଗୋରୁ, ହାତୀ, କୁକୁର ଓ ଚଣ୍ଡାଳ – ଏ ସମସ୍ତଙ୍କ ପ୍ରତି ସମଦର୍ଶୀ ଅଟନ୍ତି ।ା୧୮ାା ଯାହାର ମନ ସମକମ୍ପୂର୍ଣ୍ଣ ରୂପେ ସମଭାବରେ ପ୍ରତିଷ୍ଠିତ, ଏହି ଲୋକରେହିଁ ତାହା ଦ୍ୱାରା ସଂସାର ଜୟ ହୁଏ  । ଯେହେତୁ ସେ ବ୍ରହ୍ମ ସମ ଦୋଷହୀନ ସେହି ହେତୁ ବ୍ରହ୍ମରେ ସେ ସ୍ଥିତ ହୁଅନ୍ତି ।ା୧୯ାା ପରମାତ୍ମାଙ୍କ ସ୍ମୃତିରେ ସ୍ଥିତ ଅବିଚଳ ବୁଦ୍ଧିଯୁକ୍ତ ମୋହ ବର୍ଜିତ ବ୍ରହ୍ମଜ୍ଞ ପୁରୁଷ ପ୍ରିୟ ବସ୍ତୁ ପାଇ ପୁଲକିତ ହୁଅନ୍ତି ନାହିଁ, ଅପ୍ରିୟ ବସ୍ତୁ ପାଇ ମଧ୍ୟ ଉଦ୍ବିଗ୍ନ ହୁଅନ୍ତି ନାହିଁ ।ା୨୦ାା ଶବ୍ଦାଦିର ବାହ୍ୟ ବିଷୟର ସ୍ୱର୍ଶରେ ଆସକ୍ତିଶୂନ୍ୟ ପୁରୁଷ ଆତ୍ମାରେ ଯେଉଁ ସୁଖ ଅଛି ତାହା ଲାଭ କରେ । ସେହି ବ୍ୟକ୍ତି ପରମାତ୍ମା ସହିତ ଯୋଗଯୁକ୍ତ ରହି ଅକ୍ଷୟ ସୁଖ ଉପଭୋଗ କରେ ।ା୨୦ାା ଯେଉଁ ସୁଖ ଭୋଗ ସମୂହ ଇନ୍ଦ୍ରିୟ ବିଷୟର ସ୍ପର୍ଶରୁ ଉପôନ୍ନ ତାହାହିଁ ଦୁଃଖର କାରଣ । ତା'ର ଆଦି ଅଛି, ଅନ୍ତ ଅଛି । ହେ କୌନ୍ତେୟ ! ଜ୍ଞାନୀ ପୁରୁଷ ସେ ସବୁରେ ଆନନ୍ଦିତ  ହୁଅନ୍ତି ନାହିଁ ।ା୨୨ାା ଯିଏ ଶରୀର ତ୍ୟାଗ କରିବା ପୂର୍ବରୁ କାମ ଓ କ୍ରୋଧରୁ ଉପôନ୍ନ ବେଗକୁ ଇହଲୋକର ଏହି ଶରୀରରେହିଁ  ସହ୍ୟ କରିବାକୁ ସମର୍ଥ ହୁଅନ୍ତି, ସେହି ବ୍ୟକ୍ତି ଯୋଗୀ, ସେହିଁ ସୁଖୀ ।ା୨୩ାା ଯିଏ ଆଭ୍ୟନ୍ତରୀଣ ସୁଖ ଲାଭ କରିଛନ୍ତି, ଆଭ୍ୟନ୍ତରିଣ ଶାନ୍ତି ଓ ସ୍ୱସ୍ତି ଲାଭ କରିଛନ୍ତି ଏବଂ ଯିଏ ଆଭ୍ୟନ୍ତରିଣ ଜ୍ଞାନାଲୋକ ପ୍ରାପ୍ତ ହୋଇଛନ୍ତି ସେହି ଯୋଗୀ ବ୍ରହ୍ମ ହୋଇ ବ୍ରହ୍ମରେ ଆତ୍ମ ନିର୍ବାଣ ପ୍ରାପ୍ତ ହୁ୍ରଅନ୍ତି ।ା୨୪ାା ପାପରହିତ, ସଂଶୟରହିତ, ଆତ୍ମଜୟୀ,ସମସ୍ତଙ୍କ କଲ୍ୟାଣ ପାଇଁ କର୍ମରତ ଜ୍ଞାନୀ ବ୍ୟକ୍ତିଗଣ ବ୍ରହ୍ମନିର୍ବାଣ ଲାଭ କରନ୍ତି ।ା୨୫ାା କାମ କ୍ରୋଧରୁ ମୁକ୍ତ ହୋଇ ସଂଯତ ଚି ଆତ୍ମଜ୍ଞାନ ସମ୍ପନ୍ନ ଯୋଗୀମାନେ ନିକଟ ଭବିଷ୍ୟତରେ ବ୍ରହ୍ମ ନିର୍ବାଣ ପ୍ରାପ୍ତ ହେବେ ।ା୨୬ାା ବାହ୍ୟ ବିଷୟର ସ୍ପର୍ଶ ଅନ୍ତରରୁ ଦୂର କରି ଦୃଷ୍ଟିକୁ ଭୃଯୁଗଳ ମଧ୍ୟରେ ନିବଦ୍ଧ କରି ନାସାଭ୍ୟନ୍ତରେ ବିଚରଣଶୀଳ ପ୍ରାଣ ଓ ଅପାନ ବାୟୁକୁ ସମାନ କରି ଇନ୍ଦ୍ରିୟ,ମନ ଓ ବୁଦ୍ଧିକୁ ସଂଯତ କରି, ଇଚ୍ଛା ଭୟ ଓ କ୍ରୋଧରୁ ମୁକ୍ତ ହୋଇ ଯିଏ ମୋକ୍ଷରେ ଅନୁରକ୍ତ ସେହି ଜ୍ଞାନୀ ବ୍ୟକ୍ତି ପ୍ରକୃତରେ ଚିର ମୁକ୍ତ  ।ା୨୭ - ୨୮ାା ମନୁଷ୍ୟ ମୋତେ ଯଜ୍ଞ ଓ ତପସ୍ୟାର ଭୋକ୍ତା ଜଗତ ସମୂହର ଅଧୀଶ୍ୱର ସକଳ ଜୀବର ବନ୍ଧୁ ଜାଣି ଶାନ୍ତି ଲାଭ କରେ ।ା୨୯ାା

ବ୍ୟାଖ୍ୟା : ଜ୍ଞାନୀ ପାଖରେ ଭେଦ ବୁଦ୍ଧି ନ ଥାଏ । ସେ ପ୍ରତ୍ୟେକ ଭୂତ ପ୍ରାଣୀଙ୍କୁ ଶାରୀରିକ ରୂପରେ ନ ଦେଖି ଆତ୍ମା ରୂପରେ ଦେଖେ । ପ୍ରତ୍ୟେକ ଆତ୍ମା, ପରମାତ୍ମାଙ୍କ ସନ୍ତାନ ହୋଇଥିବାରୁ ସେ ସମସ୍ତଙ୍କୁ ଭ୍ରାତୃବତ୍ ବିଚାର କରି ସେମାନଙ୍କ ପ୍ରତି ସମମଭାବାପନ୍ନ ହୁଏ । ଦେହ ଅଭିମାନ ବା ଅଜ୍ଞାନତା କାରଣରୁ ବାସନା ବା ତଦ୍ଜନିତ କ୍ରିୟା ପ୍ରତିକ୍ରିୟା ସୃଷ୍ଟି ହୁଏ । ଜ୍ଞାନ ବ୍ୟକ୍ତିକୁ ଦେହୀ ଅଭିମାନୀ କରାଏ । ତେଣୁ ସେ ଦେହଜ ସମସ୍ତ ପ୍ରକୃତିର ଉଦ୍ଧ୍ୱର୍କୁ ଉଠି ଦେହାତୀତ ଆତ୍ମିକ ସାରେ ସଦା ସର୍ବଦା ସ୍ଥିତ ରହେ । ଏହିପରି ଅବସ୍ଥାରେ ସର୍ବଦା ଅବସ୍ଥାନ କରୁଥିବା ବ୍ୟକ୍ତିର କର୍ମ ତ୍ରୁଟି ଶୂନ୍ୟ ହୁଏ । ସର୍ବଭୂତରେ ସେ ନିଜପରି କେବଳ ଆତ୍ମ ସାର ଅନୁଭବ କରୁଥିବାରୁ ତା ମଧ୍ୟରେ ଅହଙ୍କାର ଆସେ ନାହିଁ । ତେଣୁ ପାପ ମଧ୍ୟ ହୁଏ ନାହିଁ । ଏହିପରି ଭାବରେ ସେ ସଂସାରକୁ ଜୟ କରି ଶେଷ ପର୍ଯ୍ୟନ୍ତ ବୁଦ୍ଧିକୁ ବ୍ରହ୍ମଲୋକ ନିବାସୀ ପରମାତ୍ମାଙ୍କ ସହିତ ସ୍ଥିର ରଖିପାରେ । 

ଯେଉଁଠି ଜ୍ଞାନ ଥାଏ  ସେଇଠି ସମତା ନିଶ୍ଚୟ ଥାଏ । ପ୍ରକୃତ ଜ୍ଞାନର ଅଭାବରେ ବ୍ୟକ୍ତି, ସୁଖ-ଦୁଃଖ, ଶୁଭ ଅଶୁଭ, ଲାଭକ୍ଷତି ପ୍ରଭୃତି ଦ୍ୱନ୍ଦ୍ୱରେ ବିଚଳିତ ହୋଇପଡେ । ଜ୍ଞାନ ଦ୍ୱାରା ଅହଙ୍କାର ବା ଦେହ ଅଭିମାନ ଦୂର ହେଲେ ବ୍ୟକ୍ତି ତା'ର ମୂଳ ସ୍ୱରୂପ ଆତ୍ମାରେ ବୁଦ୍ଧିକୁ ନିଶ୍ଚୟ କରେ । ଆତ୍ମା ନିଶ୍ଚୟ ବୁଦ୍ଧି ପରମାତ୍ମା ମିଳନର ପରମ ଆନନ୍ଦରେ ମଗ୍ନ ରହେ । ଏହିପରି ସ୍ଥିତିରେ ସଂସାରର କୌଣସି ପ୍ରିୟ ବା ଅପ୍ରିୟ ଭେଦ ତା' ପାଖରେ ରହେ ନାହିଁ । କାମକ୍ରୋଧାଦି ବିକାର ସମୂହରୁ ମୁକ୍ତ ହୋଇ ନ ପାରିଲେ ପ୍ର୍ରକୃତ ସୁଖ ପ୍ରାପ୍ତି ସମ୍ଭବ ନୁହେଁ । ଅନାସକ୍ତ ଭାବହିଁ ଏହି ବିକାର ସମୂହ ଉପରେ ବିଜୟ ପ୍ରାପ୍ତିର ପଥ ପ୍ରଶସ୍ତ କରେ । ଏ ଜଗତ କ୍ଷଣଭଙ୍ଗୁର । ମଣିଷର ଅଦମ୍ୟ ବିଷୟ ବାସନା ସାଂସାରିକ ଭୋଗ୍ୟ ବସ୍ତୁ ଦ୍ୱାରା ପରିତୃପ୍ତ ହୋଇପାରେ ନାହିଁ । ତେଣୁ ଜ୍ଞାନୀ ଲୋକେ ଏହି ବାହ୍ୟ ବିଷୟ ବସ୍ତୁର ଆକର୍ଷଣରୁ  ନିଜକୁ ଦୂରେଇ ରଖନ୍ତି । ସେମାନେ ଅନାସକ୍ତ ଭାବେ କର୍ବ୍ୟ ଭାବନାରେ କେବଳ କର୍ମ କରିଯାନ୍ତି ।

କୌଣସି ଭୋଗ୍ୟ ପଦାର୍ଥରୁ କାମ କ୍ରୋଧର ଉପôି ହୁଏ ନାହିଁ । ଏହି ଭୋଗ୍ୟ ପଦାର୍ଥ ସମୂହକୁ ଜନ୍ମଜନ୍ମାନ୍ତର ଧରି ଭୋଗ କରିଆସୁଥିବା ହେତୁ ଆତ୍ମାରେ ଯେଉଁ ସଂସ୍କାର ମୁଦ୍ରିତ ହୋଇ ଯାଇଥାଏ ତାହାହିଁ ଏ ଜନ୍ମରେ ସେଗୁଡ଼ିକ ଦର୍ଶନ ମାତ୍ରେ ସେଥିପ୍ରତି ତା' ମନରେ ଆସକ୍ତି ଉପôନ୍ନ କରାଏ । ତେଣୁ ଯେତେ ପ୍ରଯନô କଲେ ମଧ୍ୟ ମାନବାତ୍ମା କାମକ୍ରୋଧାଦି ବେଗକୁ ସମ୍ପୂର୍ଣ୍ଣ ବନ୍ଦ କରି ପାରିବ ନାହିଁ । ଏହା ଆସିବ ହିଁ ଆସିବ, କିନ୍ତୁ ଜ୍ଞାନ ଦ୍ୱାରା ଏହି ବେଗକୁ ସହ୍ୟ କରିବାକୁ ପଡ଼ିବ । ଦୃଢ଼ ସଂକଳ୍ପ ଶକ୍ତି ଦ୍ୱାରା ଏହି ବିକାର ସମୂହର ବେଗରେ ଈଶ୍ୱରୀୟ ମାର୍ଗରୁ ପତିତ ନ ହେବା ହେଉଛି ପ୍ରକୃତ ଯୋଗୀର ଲକ୍ଷଣ । ପରମାତ୍ମାଙ୍କ ଅବତରଣ କଳ୍ପର ଅନ୍ତିମ ସମୟରେ ହେଉଥିବାରୁ ଏହା ପ୍ରତ୍ୟେକ ଆତ୍ମାର ଅନ୍ତିମ ଜନ୍ମ । ତେଣୁ ଏହି ଜନ୍ମରେ ବିକାର ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଅନ୍ୟଥା ଏହିପରି ସୁଯୋଗ ଆଉ କେବେ ପ୍ରାପ୍ତ ହେବ ନାହିଁ ।

ନିର୍ବାଣ ଅର୍ଥାତ ବାଣୀ ଜଗତରୁ ସମସ୍ତ ସମ୍ପର୍କ ଛିନ୍ନ କରି ଆତ୍ମାର ମୂଳ ନିବାସ ସ୍ଥଳୀ ନିର୍ବାଣ ଧାମରେ ସତତ ମନ ବୁଦ୍ଧିକୁ ସ୍ଥିର ରଖିବା । ଏହା ପ ତ୍ୱରେ ନିର୍ମିିତ ସ୍ଥୂଳ ଜଗତଠାରୁ ଏକ ଉଚ୍ଚତର ସ୍ଥାନ । ଏହା ବ୍ରହ୍ମ ମହତ୍ୱରେ ନିର୍ମିତ । ଏଠାରେ ପରମାତ୍ମାଙ୍କ ସହିତ ଆତ୍ମା ତା'ର ମୂଳ ସ୍ୱରୂପରେ (ପବିତ୍ରତା, ଜ୍ଞାନ, ଶାନ୍ତି, ଆନନ୍ଦ, ସୁଖ, ପ୍ରେମ ଓ  ଶକ୍ତି) ଅବସ୍ଥାନ କରେ । ଆତ୍ମିକ ସ୍ୱରୂପରେ ଯୋଗୀ ଏଠାରେ ପରମାତ୍ମାଙ୍କ ସହିତ ମିଳିତ ହୁଏ ଓ ତାଙ୍କଠାରୁ ଶକ୍ତି ଆହରଣ କରେ । ସେ ସ୍ଥୂଳ ଜଗତରେ ଶରୀର ଦ୍ୱାରା ବିଭିନ୍ନ କର୍ମ ନିର୍ବାହ କରୁଥିଲେ ମଧ୍ୟ ମାନସିକ ବା ବୌଦ୍ଧିକ ସ୍ତରରେ ବିଦେହୀ ଅବସ୍ଥାରେ ପରମାତ୍ମାଙ୍କ ସାମୀପ୍ୟ ସତତ ଅନୁଭବ କରୁଥାଏ । ଗୀତା ନିର୍ବାଣର ଅର୍ଥ ଆତ୍ମାକୁ ବ୍ରହ୍ମମହତ୍ୱରେ ଲୀନ ହେବା ଅର୍ଥରେ ବୁଝେ ନାହିଁ । ଏହା ପ୍ରଚଳିତ ବିଶ୍ୱାସକୁ ଖଣ୍ଡନ ପୂର୍ବକ ଏକ ଉଚ୍ଚତର ସତ୍ୟର ସନ୍ଧାନ ଦେଇଛି । ବ୍ରହ୍ମ ଏକ ମହତ୍ୱ । ଏହା ପଭୂତଠାରୁ ଭିନ୍ନ ଏକ ଷଷ୍ଠ ତ୍ୱ  । ତ୍ୱ ମାତ୍ରକେ ଜଡ । ପ୍ରଚଳିତ ବିଶ୍ୱାସରେ ବ୍ରହ୍ମ ପରମାତ୍ମାଙ୍କ ପର୍ଯ୍ୟାୟବାଚୀ । ପରମାତ୍ମା ହେଉଛନ୍ତି ଚୈତନ୍ୟ ସ୍ବରୂପ । କିନ୍ତୁ ବ୍ରହ୍ମ ଏକ ସୂକ୍ଷ୍ମ ପ୍ରକାଶ ତ୍ୱ ହୋଇଥିବା କାରଣରୁ ଜଡ଼ ସ୍ୱରୂପ ଅଟେ । ଏହା ହେଉଛି ଉଭୟ ଆତ୍ମା ଓ ପରମାତ୍ମାଙ୍କ ନିବାସ ସ୍ଥଳୀ । ତେଣୁ ପରମାତ୍ମାଙ୍କୁ ପାର ବ୍ରହ୍ମ ପରମେଶ୍ୱର ବୋଲି କୁହାଯାଏ । ଆତ୍ମା ଯେତେବେଳେ ସମସ୍ତ ପାପରୁ ମୁକ୍ତ ହୋଇଯାଏ, ସେତେବେଳେ ତା'ର ଦେହ ଅଭିମାନ ଦୂର ହୋଇଯାଏ । ସେ ଦେହ ଓ ଆତ୍ମାର ପ୍ରଭେଦ ଅନୁଭବ କରିପାରେ । ନିଜକୁ ସେ ଆତ୍ମା ଅନୁଭବ କରୁଥିବାରୁ ସର୍ବଦା ତା'ର ମୂଳ ସ୍ୱରୂପରେ ଅବସ୍ଥାନ କରେ । ଫଳରେ ସେ ଏହି ଲୋକରେ ସମସ୍ତ କର୍ମ କରୁଥିଲେ ମଧ୍ୟ ତା'ର ମୂଳ ବାସସ୍ଥାନ ବ୍ରହ୍ମଲୋକରେ ବୁଦ୍ଧିକୁ ସ୍ଥିର ରଖିପାରେ । ଏହିପରି ଯେଉଁମାନେ ବୁଦ୍ଧି ଦ୍ୱାରା ବ୍ରହ୍ମଲୋକରେ ବିଚରଣ କରି ପାରନ୍ତି ସେମାନେ ଜୀବନରେ ଥାଇ ମଧ୍ୟ ମୁକ୍ତ ରହନ୍ତି । ଏହିପରି ଜ୍ଞାନୀ ଓ ଯୋଗୀ ବ୍ୟକ୍ତି ବ୍ରହ୍ମନିର୍ବାଣ ପାଇଥାନ୍ତି ।

ଯେଉଁମାନେ ଦେହ ତଥା ଦେହ ସମ୍ବନ୍ଧିତ ବ୍ୟକ୍ତି ବା ବସ୍ତୁ ସହିତ ସମସ୍ତ ସମ୍ପର୍କ ଛିନ୍ନ କରି ନିଜକୁ ତଥା ସମ୍ବନ୍ଧ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ନରନାରୀଙ୍କୁ ଆତ୍ମା ବୋଲି ମନେ କରନ୍ତି ସେମାନେ ନିର୍ବାଣତ୍ୱ ପ୍ରାପ୍ତ ହୋଇଛନ୍ତି  ବୋଲି ବୁଝିବାକୁ ହେବ । କାରଣ ଆତ୍ମାର ଅନ୍ତିମ ଗତି ବା ଲକ୍ଷ୍ୟ ହେଉଛି ନିର୍ବାଣଧାମକୁ ଯାତ୍ରା । ମହାବିନାଶ ପରେ ପ୍ରତ୍ୟେକ ମନୁଷ୍ୟାତ୍ମାଙ୍କୁ ସେମାନଙ୍କ ମୂଳ ବାସସ୍ଥାନ ନିର୍ବାଣଧାମ ବା ପରମଧାମ ବା ମୁକ୍ତିଧାମ ବା ବ୍ରହ୍ମଲୋକକୁ ଫେରିବାକୁ  ହେବ । ଏହାହିଁ ମୁକ୍ତି । ମହାବିନାଶ ପୂର୍ବରୁ ମୁକ୍ତିଧାମ ପ୍ରସ୍ଥାନ ସର୍ବାଦୌ ଅସମ୍ଭବ । ଆତ୍ମା ଯେ ପର୍ଯ୍ୟନ୍ତ ସ୍ୱଚ୍ଛ ଓ ପବିତ୍ର ନ ହୋଇଛି ମୁକ୍ତି ବା ନିର୍ବାଣ ଲାଭ ହୁଏ ନାହିଁ । ଯୋଗୀ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ସକଳ ପାପରୁ ମୁକ୍ତ  ହୁଏ । ଅନ୍ୟମାନେ ଦଣ୍ଡିତ ହୋଇ ସେମାନଙ୍କ ପାପର ପ୍ରାୟଶ୍ଚି କରନ୍ତି । ତେଣୁ ଯେଉଁ ବ୍ୟକ୍ତି(ଯୋଗୀ) ପରମାତ୍ମା ଅବତରଣର ଆଭିମୁଖ୍ୟ ବୁଝି ପାରି ଈଶ୍ୱରୀୟ ଜ୍ଞାନ ଆଧାରରେ କାମ କ୍ରୋଧାଦି ବିକାରରୁ ମୁକ୍ତ ହୁଅନ୍ତି, ସିଏ ନିକଟ ଭବିଷ୍ୟତରେ ଯେଉଁ ମହାବିନାଶ ସଂଘଟିତ ହେବ ସେତେବେଳେ ବିନା କଷ୍ଟରେ ଖୁସିର ସହିତ ପରମାତ୍ମାଙ୍କ ସହିତ ସାଥୀ ହୋଇ ସ୍ୱଧାମକୁ (ପରମାଧାମ) ପ୍ରତ୍ୟାବର୍ନ କରିପାରିବେ ।

ଗୀତାରେ ପରମାତ୍ମା ଯେଉଁ ଯୋଗର ବର୍ଣ୍ଣନା କରିଛନ୍ତି ତାହା ରାଜଯୋଗ ନାମରେ ପ୍ରଖ୍ୟାତ । ଏଥିରେ ଚିବୃି ନିରୋଧ, ପ୍ରାଣାୟାମ,ପ୍ରତ୍ୟାହାର ଆଦି ଯୋଗର ସମସ୍ତ ଅଙ୍ଗର ସମନ୍ୱୟ ଘଟିଛି । ପରମାତ୍ମା ଏହାକୁ ମୁକ୍ତି ଜୀବନ୍ମୁକ୍ତି ପ୍ରାପ୍ତିର ଏକ ବିଶେଷ ପନ୍ଥା ବୋଲି କହିଛନ୍ତି । ପ୍ରଚଳିତ ବିଶ୍ୱାସ ଅନୁସାରେ ଆତ୍ମା ପରମାତ୍ମାରେ ବା ବ୍ରହ୍ମରେ ଲୀନ ହୋଇଯିବା ଓ ଆଉଥରେ ଜନ୍ମ ଗ୍ରହଣ ନ କରିବାହିଁ ହେଉଛି ମୋକ୍ଷ । ପରମାତ୍ମା ଏହି ଭ୍ରମର ନିବାରଣ କରିଛନ୍ତି । ଆତ୍ମାରେ ଥିବା ସମସ୍ତ ବିକାରୀ ସଂସ୍କାରର ବିନାଶ କରି ବିଦେହୀ ସ୍ଥିତିରେ ରହିବାହିଁ ପ୍ରକୃତ ମୋକ୍ଷ । ମୋହ କ୍ଷୟ ହିଁ ମୋକ୍ଷ ଅଟେ । ପରମାତ୍ମା ସକଳ  ଯଜ୍ଞ ଓ ତପସ୍ୟାର ଭୋକ୍ତା । ସେ ସମସ୍ତ ଜଗତର ମହେଶ୍ୱର; ଅତଏବ ସାଂସାରିକ ସମସ୍ତ ବନ୍ଧନରୁ ମୁକ୍ତ । ପତିତ ଦୁନିଆକୁ ଉଦ୍ଧାର କରିବା ପାଇଁ ସେ ମାନବ ଶରୀର ମାଧ୍ୟମରେ ଅବତୀର୍ଣ୍ଣ  ହୁଅନ୍ତି । ସେ ସମସ୍ତଙ୍କ ମିତ୍ର  । ପ୍ରକୃତ ଜ୍ଞାନୀ ଓ ଯୋଗୀ  ପରମାତ୍ମାଙ୍କ ସ୍ୱରୂପକୁ  ଜାଣିଥାଏ । ତେଣୁ ସେ ତାଙ୍କ ସହିିତ ତାଦାତ୍ମ୍ୟ ହୋଇ ପରମ ଶାନ୍ତି ଲାଭ କରେ ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର