ଜ୍ଞାନ ପ୍ରବାହ (୩୭)


ପରମାତ୍ମାଙ୍କ ନାମର ମହିମା


ପରମାତ୍ମାଙ୍କ ନାମରେ ନିଷ୍ଠା ହେବା ବଡ କଠିନ । ନାମ ସ୍ମରଣ ବେଳେ ଜିହ୍ୱା ଅଚଳ ହୋଇଯାଏ । ପାପ ଜିହ୍ୱାକୁ ଜାବୁଡ଼ି ରଖେ । ତେଣୁ ଘରେ କାର୍ଯ୍ୟ ବ୍ୟବହାରରେ ବାରମ୍ବାର ପରମାତ୍ମାଙ୍କ ନାମ ନେବା ଆବଶ୍ୟକ । ସତତ ପରମାତ୍ମାଙ୍କ ନାମ ସ୍ମରଣ ଯଜ୍ଞର ପୁଣ୍ୟ ପ୍ରଦାନ କରେ । ତେଣୁ ନାମରେ ଅଟଳ ନିଷ୍ଠା ରଖିବା ଉଚିତ । ବାରମ୍ବାର ପରମାତ୍ମାଙ୍କ ନାମ ସ୍ମରଣ ହିଁ କଳିର କରାଳ ଗ୍ରାସରୁ ମୁକୁଳିବାର ଏକମାତ୍ର ଉପାୟ ।  କଳିଯୁଗରେ ଏହାଠାରୁ ଆଉ ସହଜ ଉପାୟ ନାହିଁ ।

ପରମାତ୍ମାଙ୍କ ନାମର ମହିମା ଜାଣିବା ପାଇଁ ଏଠାରେ ରାମାୟଣର ଏକ ପ୍ରସଙ୍ଗ ଉପରେ ଆଲୋଚନା କରିବା ପ୍ରାସଙ୍ଗିକ ମନେ ହୁଏ । ଧର୍ମ ଶାସ୍ତ୍ରମାନଙ୍କରେ କେତେକ ସ୍ଥଳରେ ବର୍ଣ୍ଣିତ ଅଛି ଯେ ଭଗବାନଙ୍କଠାରୁ ତାଙ୍କ ନାମ ବଡ । ଏପରି କେତେକ କାମ ଅଛି ଯାହା ସ୍ବୟଂ  ଭଗବାନ ମଧ୍ୟ କରିବାକୁ ସକ୍ଷମ ନୁହଁନ୍ତି, କିନ୍ତୁ ସେହି କାର୍ଯ୍ୟ ସରଳତା ପୂର୍ବକ ତାଙ୍କ ନାମ ଆଶ୍ରୟରେ ହୋଇଥାଏ । ଲଙ୍କା ଅଭିଯାନ ପାଇଁ ଶ୍ରୀରାମଙ୍କ ବାନର ସେନା ସମୁଦ୍ର ଉପରେ ସେତୁ ବନ୍ଧନ କାର୍ଯ୍ୟ ତପôରତା ପୂର୍ବକ କରୁଥିଲେ । ଅନତି ଦୂରରେ ରାମ ଏକ ବୃକ୍ଷ ଛାୟାରେ ବସି ସେହି କାର୍ଯ୍ୟ ନିରୀକ୍ଷଣ କରୁଥିଲେ । ସେ ଦେଖିଲେ ଯେ ଶିଳାଉପରେ ତିନି ଥର ରାମ ନାମ ଲେଖି ସମୁଦ୍ର ଉପରେ ଛାଡ଼ି ଦେଲେ ତାହା ଭାସିଯାଉଥିଲା । ରାମଙ୍କ ମନରେ କୌତୁହଳ ଜାତ ହେଲା ସେ ଭାବିଲେ, ମୋ ନାମରେ ପଥର ଭାସୁଛି । ମୋତେ ଥରେ ପରୀକ୍ଷା କରି ଦେଖିବା ଉଚିତ ଯେ ମୋ ସ୍ପର୍ଶରେ ତାହା ଭାସିବ କି ନାହିଁ । ଏପରି ବି·ର କରି ସେ ସମସ୍ତଙ୍କ ଦୃଷ୍ଟି ଅନ୍ତରାଳରେ ଏକ ଶିଳାଖଣ୍ଡ ଉଠାଇ ସମୁଦ୍ର ତଟକୁ ଆସିଲେ ଏବଂ ତାହା ସମୁଦ୍ର ଜଳକୁ ଫିଙ୍ଗିଦେଲେ । କିନ୍ତୁ ତାହା ସଂଗେ ସଂଗେ ବୁଡିଗଲା । ରାମଚନ୍ଦ୍ରଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ।

ହନୁମାନ ଦୂରରେ ଥାଇ ରାମଙ୍କର ଏହି କାର୍ଯ୍ୟ ଦେଖୁଥିଲେ । ରାମଚନ୍ଦ୍ରଙ୍କୁ ନିରାଶ ପୂର୍ବକ ଫେରୁଥିବା ଦେଖି ସେ ତାଙ୍କ ନିକଟକୁ ଆସି ଦଣ୍ଡବତ ପ୍ରଣାମ କଲେ । ରାମ ତାଙ୍କୁ ପ·ରିଲେ, ‘ମୋର ନାମ ମାତ୍ରରେ ଶିଳ ଭାସୁଛି, କିନ୍ତୁ ସ୍ବୟଂ ମୁଁ ଯେତେବେଳ ଏକ ଶିଳା ଉଠାଇ ସମୁଦ୍ରକୁ ଫିଙ୍ଗି ଦେଲି ତ ତାହା ଡୁବିଗଲା । ଏପରି କାହିଁକି ହେଲା ମୁଁ ବୁଝି ପାରୁନାହିଁ ।’ ହନୁମାନଜୀ ଉର ଦେଲେ, ‘ ପ୍ରଭୁ, ଏହା ସ୍ବଭାବିକ କଥା । ଆପଣ ସ୍ବୟଂ ଯାହାକୁ ତ୍ୟାଗ କରିବେ, ଯାହାକୁ ଫିଙ୍ଗି ଦେବେ, ଯାହାକୁ ତିରସ୍କାର କରିବେ ତାର ଉଦ୍ଧାର ହେବ କିପରି? ତା’ର ଡୁବିବା ଅବଶ୍ୟମ୍ଭାବୀ । ଆପଣ ସେହି ଶିଳାକୁ ତ୍ୟାଗ କଲେ, ତାକୁ ଫିଙ୍ଗି ଦେଲେ ତେଣୁ ତାହା ଭାସିବା ପରିବେର୍ ଡୁବିଗଲା । କିନ୍ତୁ ଯେଉଁ ପଥରରେ ଆପଣଙ୍କ ନାମ ଅଙ୍କିତ ହୋଇଛି ତାହା ଭାସୁଛି । ଯେଉଁ ଶକ୍ତି ଆପଣଙ୍କ ନାମରେ ଅଛି; ତାହା ଆପଣଙ୍କ ହାତରେ ନାହିଁ ।’ ହନୁମାନଙ୍କ ଏପରି ·ତୁର୍ଯ୍ୟପୂର୍ଣ୍ଣ କଥା ଶୁଣି ରାମ ଆଶ୍ୱସ୍ତ ହୋଇ ତାଙ୍କୁ ଭୁରି ଭୁରି ପ୍ରଶଂସା କରିବାକୁ ଲାଗିଲେ ।

ଶାସ୍ତ୍ରରେ ନାମ ଜପର ଅନେକ ମହିମା କରାଯାଇଛି । ଅଶୋକ ବନରେ ରାବଣର ବନ୍ଦୀ ଥିବା ବେଳ ସୀତା ବୃକ୍ଷ ତଳେ ବସି ସତତ ରାମଙ୍କୁ ନାମ ସିହତ ଧ୍ୟାନ କରୁଥିଲେ । କଥିତ ଅଛି ଏହାର ପ୍ରଭାବରେ ବୃକ୍ଷର ପ୍ରତିଟି ପତ୍ରରୁ ରାମ ଧ୍ୱନି ଉଚ୍ଚାରିତ ହେଉଥିଲା । ଅନେକ ପ୍ରାଚୀନ ସନ୍ଥ ବିଧିପୂର୍ବକ ଗୁରୁକୂଳରେ ରହି ଅଧ୍ୟୟନ କରି ନଥିଲେ । ଭଗବତ୍ ଭକ୍ତିରେ ଚି ଶୁଦ୍ଧି ହେବା ଦ୍ୱାରା ତାଙ୍କ ଅନ୍ତଃ କରଣରେ ସ୍ବତଃ ସ୍ଫୁର୍ ଭାବରେ ଜ୍ଞାନ ସ୍ଫୁରଣ ହେଉଥିଲା । ପଣ୍ଡିତଗଣ ଶାସ୍ତ୍ର ପଛରେ ତୌଡନ୍ତି, କିନ୍ତୁ ପ୍ରକୃତ ସନ୍ଥ ଓ ଭକ୍ତଙ୍କ ପଛରେ ଶାସ୍ତ୍ର ଦୌଡେ । ଅଧିକାରୀ ଗୁରୁଦ୍ୱାରା ମନ୍ତ୍ର ଗ୍ରହଣ କଲେ ସେଥିରେ ଦିବ୍ୟ ଶକ୍ତି ଆରୋପିତ ହୋଇଥାଏ । ରାମ ନାମ ଜପର ପରିମାଣ ସ୍ବରୂପ ଦସୁ୍ୟ ରତ୍ନାକର ଋଷି ବାଲ୍ମିକୀରେ ପରିଣତ ହୋଇଥିଲା ।

ବେଦାନ୍ତର ସିଦ୍ଧାନ୍ତଗୁଡ଼ିକୁ ବୁଝିବା ସହଜ ନୁହେଁ । ଯଦିବା କେହି ବୁଝିଯାଏ ତେବେ ତାହା ଅନୁଭବ କରିବା ଅତ୍ୟନ୍ତ କଠିଣ । ଆତ୍ମା କେବଳ ଦ୍ରଷ୍ଟା; ଶରୀର ହିଁ ଦୁଃଖ ଭୋଗ କରିଥାଏ । ଏପରି ବେଦାନ୍ତର କଥା କହିବା ଏବଂ ବୁଝିବା ହୁଏତ ସହଜ ଲାଗିପାରେ; କିନ୍ତୁ ଏହି ସିଦ୍ଧାନ୍ତଗୁଡ଼ିକୁ ବ୍ୟବହାରିକ ଜୀବନରେ ଅନୁଭବ କରି ପାଳନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ । ଅନ୍ୟ ପକ୍ଷରେ ନାମ ସ୍ମରଣ ଅତ୍ୟନ୍ତ ସହଜ । ଭକ୍ତି ମାର୍ଗରେ ନାମ ସ୍ମରଣକୁ ପ୍ରାଧାନ୍ୟ ଦିଆଯାଇଛି । ସାଧାରଣ ଗୃହସ୍ଥମାନଙ୍କ ପାଇଁ କଳିଯୁଗରେ ଚି ଶୁଦ୍ଧି ପୂର୍ବକ ମୃତୁ୍ୟକୁ ସୁଧାରିବାର ଏକମାତ୍ର ପ୍ରଶସ୍ତ ମାର୍ଗ ହେଉଛି ପରମାତ୍ମାଙ୍କ ନାମ ସ୍ମରଣ । ଭଗବତ୍ କଥା ଜୀବନର ପଥ ପ୍ରଦର୍ଶନ କରେ । ଏହା ମନୁଷ୍ୟକୁ ତାର ସୂକ୍ଷ୍ମ ଦୋଷ ଗୁଡ଼ିକର ଅନୁଭବ କରାଏ । କିନ୍ତୁ ଭଗବତ ସ୍ମରଣ ଜୀବନକୁ ପରିବର୍ନ କରେ । କାରଣ ତାଙ୍କ ନାମହିଁ ତାଙ୍କର ସ୍ବରୂପ ଅଟେ । ତେଣୁ ନାମର ଆଶ୍ରୟ ଦ୍ୱାରା ପାପର ବିନାଶ ହୋଇଥାଏ ।

ଅଜାମିଳ ଉପାଖ୍ୟାନ

ଦୃଷ୍ଟାନ୍ତ ବିନା ସିଦ୍ଧାନ୍ତ ବୁଦ୍ଧିଗ୍ରାହ୍ୟ ହୁଏ ନାହିଁ । ତେଣୁ ସିଦ୍ଧାନ୍ତକୁ ପାଞ୍ଜଳ ଭାବରେ ବୁଝାଇବା ପାଇଁ ଦୃଷ୍ଟାନ୍ତର ଅବତାରଣା କରାଯାଏ । ପରମାତ୍ମାଙ୍କରଠାରୁ ତାଙ୍କର ନାମର ଶକ୍ତି ଅଧିକ - ଏହି ସିଦ୍ଧାନ୍ତକୁ ସରଳ ଭାଷାରେ ବୁଝାଇବା ପାଇଁ ଶ୍ରୀମଦ୍ ଭାଗବତରେ ଅଜାମିଳର ଦୃଷ୍ଟାନ୍ତ ଦିଆଯଇଛି । ଅଜାମିଳ ଜନ୍ମରୁ ଅଧମ ଥିଲା; କିନ୍ତୁ ଭଗଭାନଙ୍କ ନାମ ଆଶ୍ରୟ କରି କୃତାର୍ଥ ହୋଇଗଲା । ଆମେ ସମସ୍ତେ ଅଜାମିଳ । ଆମେ ସମସ୍ତେ ମାୟା ଜାଲରେ ବନ୍ଧାୟମାନ । ଯିଏ ମାୟା ସହିତ ଏକ ରୂପ ହୋଇ ଯାଇଛି ସେ ଅଜାମିଳ । ଏପରି ବ୍ୟକ୍ତି ଯେଉଁ ଆଡେ ଯାଏ ତା’ପଛରେ ମାୟା ମଧ୍ୟ ଗୋଡାଇ ଥାଏ । ଏହି ସଂସାରରେ ପ୍ରତି କ୍ଷଣ ମାୟାର ସମ୍ପର୍କରେ ଆସିବାକୁ ପଡିଥାଏ । କିନ୍ତୁ ଏହାର  ସ୍ପର୍ଶ ଅଗ୍ନି ତୁଲ୍ୟ କରିବା ଉଚିତ୍ । ଜ୍ୱଳନ୍ତ ଅଙ୍ଗାରକୁ ଚିମୁଟାରେ ଧରିବାକୁ ହୁଏ । ସେହିପରି ବିବେକ ରୂପୀ ଚିମୁଟାରେ ମାୟାକୁ ଧରିବାକୁ ହେବ । ଜୀବନଧାରଣ ପାଇଁ ସଂସାରରେ ରହିବାକୁ ପଡିବ । ଅଗ୍ନି ବିନା ଜୀବନ ଯାପନ କଷ୍ଟକର; ତଥାପି ତାକୁ କେହି ହାତରେ ଧରନ୍ତି ନାହିଁ । ସେହିପରି ବିବେକ ପୂର୍ବକ ସଂସାରରେ ରହିବାକୁ ହେବ ।

ମାୟା ସବୁବେଳେ ଆମର ପଶ୍ଚାଧାବନ କରୁଥାଏ । ତା’ଠାରୁ ମୁକୁଳିବା ପାଇଁ ଆମକୁ ଈଶ୍ୱରଙ୍କ ପଛରେ ଲାଗିଯିବା ଉଚିତ । ଈଶ୍ୱରଙ୍କର ପଛରେ ଚାଲିଲେ ମାୟା ଆମର ପଛ ଛାଡ଼ି ଦିଏ । ସଂସାରରେ ରହି ମାୟାର ତ୍ୟାଗ କରିବା ବଡ କଠିଣ; କିନ୍ତୁ ଅସମ୍ଭବ ନୁହେଁ । କନକ ଓ କାନ୍ତା ମାୟାର ଦୁଇଟି ରୂପ । ଅର୍ଥାତ୍ ଏହି ଉଭୟରେ ମାୟା ନିହିତ ଥାଏ । ଏହି ଉଭୟରୁ ଯାହାର ମନ ଓହରି ଯାଏ, ସେ ମାୟାର କବଳରୁ ସହଜରେ ମୁକ୍ତି ପାଏ ।

କାନ୍ୟକୁବ୍ଚ ଦେଶରେ ଅଜାମିଳ ନାମକ ଏକ ବ୍ରାହ୍ମଣ ରହୁଥିଲା । ସେ ଅତ୍ୟନ୍ତ ପାପୀ ଥିଲା । ଚୌର୍ଯ୍ୟ ବୃି ଦ୍ୱାରା ଜୀବନ ଯାପନ କରୁଥିଲା । ଜଣେ ବେଶ୍ୟା ପ୍ରତି ଆସକ୍ତି ହୋଇ ତାକୁ ଆଣି ଘରେ ରଖିଲା । ଅଜାମିଳ ଶବ୍ଦ ଅତ୍ୟନ୍ତ ତାପôର୍ଯ୍ୟପୂର୍ଣ୍ଣ । ବେଦରେ କୁହାଯାଇଛି, ‘ଅଜାମେକାଂ ଲୋହିତଶୁକ୍ଲକୃଷ୍ଣାଂ’ - ଏଠାରେ ‘ଅଜା’ ଶବ୍ଦର ଅର୍ଥ ମାୟା । ମାୟା ଦ୍ୱାରା ବଶୀଭୂତ ଆତ୍ମା ହିଁ ଅଜାମିଳ । ଅଜାମିଳ ବ୍ରହ୍ମଣ ଥିଲା । ଆମେ ସମସ୍ତେ (ପ୍ରତ୍ୟେକ ଆତ୍ମା) ବ୍ରହ୍ମର ଅଂଶ । ଆତ୍ମା ବ୍ରହ୍ମ ସ୍ବରୂପରେ ଏକାକାର ହୋଇଯିବା ଉଚିତ ପନ୍ଥା ।

କିନ୍ତୁ ଏହା ଯେତେବେଳେ ମାୟା ସହିତ ମିଶିଯାଏ ତେବେ ସେପରି ବ୍ୟକ୍ତି ଅଜାମିଳ ପଦବାଚ୍ୟ ।

ଏକଦା ବାର ଜଣ ସାଧୁ  କ୍ଷୁଧା ନିବାରଣ ପାଇଁ ଅଜାମିଳ ଘରେ ପହୁôଲେ । କେହି ଖଳ ଲୋକ ମଜା ଦେଖିବା ପାଇଁ  ଅଜାମିଳ ଭଳି ଏକ କୃପଣ ଲୋକର ଠିକଣା ବତାଇ ଥିଲା । ସେତେବେଳେ ଅଜାମିଳ ଜଙ୍ଗଲକୁ ଯାଇଥାଏ । ଅଜାମିଳର ରକ୍ଷିତା ବେଶ୍ୟା ସାଧୁମାନଙ୍କୁ ସ୍ବାଗତ କରି ସେମାନଙ୍କ ପାଇଁ ରନ୍ଧନ ସାମଗ୍ରୀ ପ୍ରଦାନ କଲା । ସେମାନେ ଭୋଜନ ପ୍ରସ୍ତୁତ କରି ପରମାତ୍ମାର୍ପଣ ପୂର୍ବକ ଭୋଗ ସ୍ବୀକାର କଲେ । ଏତିକି ବେଳେ ଅଜାମିଳ ପହô ସବୁକଥା ଜାଣିଲା । ବେଶ୍ୟାର ପ୍ରରୋଚନାରେ ଇଚ୍ଛା ନଥିଲେ ମଧ୍ୟ ସାଧୁମାନଙ୍କ ବନ୍ଦନା କଲା । ସାଧୁମାନେ ଦକ୍ଷିଣା ସ୍ବରୂପ ଅଜାମିଳର ଆସନ୍ନାପ୍ରସବା ରକ୍ଷିତାର ପୁତ୍ରର ନାମ ନାରାୟଣ ରଖିବାକୁ କହିଲେ । କାରଣ ସେମାନେ ·ହୁଁଥିଲେ ଅଜାମିଳ ଭଳି ପାପୀର କଲ୍ୟାଣ ହେଉ । କେତେ ଦିନ ପରେ ଅଜାମିଳ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ନେଲା ଓ ପୂର୍ବ ବଚନ ଅନୁସାରେ ସେ ପୁତ୍ରର ନାମ ନାରାୟଣ ରଖିଲା । ସେ ତାର ପୁତ୍ରକୁ ଅତ୍ୟଧିକ ସ୍ନେହ କରୁଥିଲା । ତେଣୁ ତାକୁ ବାରମ୍ବାର ନାରାୟଣ, ନାରାୟଣ ବୋଳି ଡାକୁଥିଲା । ଏହିପରି ନାରାୟଣ ନାମ ନେବାପରେ  ତାର ଅଭ୍ୟାସରେ ପଡିଗଲା । ଅଜାମିଳ ଅତ୍ୟନ୍ତ ପାପୀ ଓ କାମୀ ଥିଲା । ତେଣୁ ତାର ନିର୍ଦ୍ଧାରିତ ଆୟୁର ବାରବର୍ଷ ପୂର୍ବରୁ ଯମ ଦୂତଗଣ ତାକୁ ନେବାକୁ ଆସିଲେ । ସେ ଭୟଭୀତ ହୋଇ ଅଭ୍ୟାସ କ୍ରମେ ତାର ପୁତ୍ରକୁ ଡାକିବାକୁ ଲାଗିଲା - ‘ନାରାୟଣ, ନାରାୟଣ’ । ଅଜାମିଳର ଆର୍ ଚିକ୍ରାର ଶୁଣି ବିଷ୍ଣୁଦୂତ ଆସି ପହôଲେ । ସେମାନେ ଯମ ଦୂତମାନଙ୍କୁ ଅଜାମିଳକୁ ଛାଡ଼ିଦେବାକୁ କହିଲେ ।ଯମଦୂତମାନେ କହିଲେ, ‘ଅଜାମିଳର ଚରିତ୍ରର ଭ୍ରଷ୍ଟ, ତେଣୁ  ଏହାର ବôବାର ପାତ୍ରତା ହରାଇ ସାରିଛି ।’ ପ୍ରତୁ୍ୟରରେ ବିଷ୍ଣୁଦୂତମାନେ କହିଲେ, ‘ଅଜାମିଳ ପାପୀ ଏକଥା ସତ । କିନ୍ତୁ ଭଗବାନଙ୍କ ନାମ ଉଚ୍ଚାରଣ କରିଥିବା ହେତୁ ଏହାର କିଛି ପାପ ନଷ୍ଟ ହୋଇଛି । ଏହାର ଆୟୁ ଆହୁରି ବାର ବର୍ଷ ଅବଶେଷ ଅଛି । ତେଣୁ ଏହାକୁ ବôବାକୁ ଦିଅ ।’ ଯମଦୂତମାନଙ୍କ ମନକୁ ଏକଥା ପାଇଲା ନାର୍ହି । ସେମାନେ କହିଲେ, ଅଜାମିଳ ଭଗବାନଙ୍କ ନାମ ନେଇ ନାହିଁ । ତା’ ପୁତ୍ର ନାରାୟଣକୁ ଡାକିଛି ।

ବିଷ୍ଣୁ ଦୂତମାନେ କହିଲେ- ‘ଅଜାମିଳ ମୁହଁରୁ ଅଜାଣତରେ ନାରାୟଣ ଶବ୍ଦ ବାହାରିଛି । ଭଗନ୍ନାମ ଅଗ୍ନି ତୁଲ୍ୟ । ଅଜାଣତରେ ମଧ୍ୟ ଯଦି କେହି ଅଗ୍ନିକୁ ସ୍ପର୍ଶ କରେ ତେବେ ସେ ପୋଡ଼ିଯାଏ । ସେହିପରି ଅଜାଣତରେ ଭଗବାନଙ୍କ ନାମ ଉଚ୍ଚାରଣ କଲେ ମଧ୍ୟ ବ୍ୟକ୍ତିର କଲ୍ୟାଣ ହୋଇଥାଏ ।

ସାଂକେତ୍ୟଂ ପରିହାସ୍ୟ ବା ସ୍ତ୍ରୋତ୍ରଂ େହଳନମେବ ବା

ବୈକୁଣ୍ଠଂ ନାମ ଗ୍ରହଣମଶେଷାଘହରଂ ବିଦୁଃ

ପତିତଃ ସ୍ଖଳିତୋ ଭଗ୍ନଃ ସନ୍ଦଷ୍ଟସ୍ତପ୍ତ ଆହତଃ

ହରିରିତ୍ୟବଶେନାହ ପୁମାନ୍ନାର୍ହତି ଯାତନା ।

(ଭାଗ ୬/୨/୧୪-୧୫)

ଅର୍ଥ - ବିଦ୍ୱାନମାନେ କହିଛନ୍ତିଯେ, ସେଙ୍କତରେ, ପରିହାସରେ, ଗୀତର ପାଳି ଧରିବାରେ, ଅବଜ୍ଞାରେ ବା ଯେ କୌଣସି ଭାବରେ ହେଉନା କାହିଁକି, ଯଦି ଭଗବାନଙ୍କର ପବିତ୍ର ନାମ ନିଆଯାଏ, ତା’ହେଲେ ତାହା ଅଶେଷ ପାପ ହରଣ କରେ । (୨/୬/୧୪) ପଡିଯିବା ବେଳେ, ଗୋଡ ଖସିଯିବା ବେଳେ, ହାଡଗୋଡ଼ ଭାଙ୍ଗିଯିବା ସମୟରେ, ସାପକାମୁଡ଼ିବା ସମୟରେ ଯଦି ବିଚଳିତ ହୋଇ ଲୋକ ହରିନାମ ନେଇଥାଏ, ତା’ହେଲେ ସେ ଯମ ଯନ୍ତ୍ରଣା ଭୋଗ କରେନାହିଁ । (୨/୬/୧୫)

ବିଷ୍ଣୁଦୂତମାନଙ୍କର ଏକଥା ଶୁଣି ଯମଦୂତମାନେ ଅଜାମିଳକୁ ମୁକ୍ତ କଲେ । ଅଜାମିଳର ଅପମୃତୁ୍ୟ ଟଳି ଗଲା । ଅଜାମିଳ ବିଛଣାରେ ଶୋଇ ଏସବୁ କଥୋପକଥନ ଶୁଣୁଥିଲା । ତା’ ମନରେ ଅତିଶୟ ପଶ୍ଚାତାପ ଆସିଲା । ଆନ୍ତରିକ ପ୍ରାୟଶ୍ଚିତ ପାପକୁ କ୍ଷୀଣ କରେ । ତଦ୍ପଶ୍ଚାତ୍ ସେ ଗୃହତ୍ୟାଗକରି ଭଗବତ୍ ସ୍ମରଣରେ ମନୋନିବେଶ କଲା । ପ୍ରାୟଶ୍ଚିତ ହେତୁ ତାର ଚି ଶୁଦ୍ଧି ହୋଇଗଲା । ଅନ୍ତକାଳରେ ସେ ବୈକୁଣ୍ଠଧାମ ପ୍ରାପ୍ତ ହେଲା ।

ଏହି ଉପାଖ୍ୟାନ ଜଗତକୁ ଏହି ଉପଦେଶ ଦିଏ ଯେ ଯେତେବଡ ପାପୀ ହେଉନା କାହିଁ ଅନ୍ତର ସହିତ ଭଗବତ ନାମ ସ୍ମରଣ ଓ ମନନ କଲେ ସେ ପାପମୁକ୍ତ ହୋଇ ପାରିବ । ଅର୍ଥ ସହିତ ଭଗବାନଙ୍କ ସ୍ବରୂପ ଚିନ୍ତନ ପାପକୁ ଭସ୍ମ କରିଦିଏ ।

‘ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ।ହେ ନାଥ ନାରାୟଣ ବାସୁଦେବ ।’ ଅର୍ଥ-

କୃଷ୍ଣ- ହେ ପ୍ରଭୁ! ଆପଣ ସମସ୍ତ ମନକୁ ଆକର୍ଷଣ କରିବାବାଲା ଅଟନ୍ତି । ଏଣୁ ମୋର ମନକୁ ମଧ୍ୟ ଆକର୍ଷଣ କରନ୍ତୁ ।

ଗୋବିନ୍ଦ - ଇନ୍ଦି୍ରୟଗୁଡ଼ିକର ରକ୍ଷକ ହେ ଭାଗବାନ, ଆପଣ ମୋର ଇନ୍ଦ୍ରିୟଗୁଡିକୁ ଆପଣଙ୍କ ମଧ୍ୟରେ ଲୀନ କରି ଦିଅନ୍ତୁ ।

ହରେ- ହେ ଦୁଃଖକର୍ା, ମୋର ଦୁଃଖ ସମୂହକୁ ହରଣ କର ।

ମୁରାରେ- ହେ ମୁର ରାକ୍ଷାସଙ୍କ ବିଜେତା, ମୋର ମନରେ ବାସ କାରିଥିବା କାମ-କ୍ରୋଧ ଆଦି ରାକ୍ଷାସମାନଙ୍କୁ ନାଶ କରନ୍ତୁ ।

ହେ ନାଥ- ଆପଣ ମୋର ସ୍ବାମୀ, ପ୍ରଭୁ, ମୁଁ ଆପଣଙ୍କ ସେବକ ।

ନାରାୟଣ- ମୁଁ ନର ଅଟେ । ଆପଣ ମୋର ମାର୍ଗ ଦର୍ଶକ ନାରାୟଣ ।

ବାସୁଦେବ- ବସୁର ଅର୍ଥ ପ୍ରାଣ । ହେ ପ୍ରଭୁ ମୋର ପ୍ରାଣକୁ ରକ୍ଷା କରନ୍ତୁ ।

ମୁଁ ମୋ ମନ ଆପଣଙ୍କ ଠାରେ ଅର୍ପିତ କରୁଛି । (କ୍ରମଶଃ)


Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର