ଆମର ଗତି କୁଆଡେ?
ସଂପ୍ରତି ଭୌତିକ ପ୍ରଧାନ ଦୁନିଆର ମନୁଷ୍ୟ ଜୀବନ ଯନ୍ତ୍ରବତ ହୋଇଗଲାଣି । ବସ୍ତୁବାଦୀ ଓ ଭୋଗବାଦୀ ବିଚାର ଧାରାର ମାଦକତାରେ ସେ ମଦମ । କମ୍ରବଦ୍ଧିଷ୍ଣୁ କାମନା ରୂପକ ଲଗାମହୀନ ଘୋଡା ଉପରେ ସବାର ମନୁଷ୍ୟ ବେନାମୀ ଗନ୍ତବ୍ୟ ପ୍ରତି ଧାବମାନ । ସାଧନା ପରିବେର୍ ସାଧନ ପଛରେ ପ୍ରାଣ ପଣେ ଚେଷ୍ଠା କରି ସେ କଣ ପାଇବାକୁ ଚେଷ୍ଠା କରୁଛି ନିଜେ ମଧ୍ୟ ଜାଣେନା । ମାନବୀୟ ସମ୍ବଳ, ପାରିବାରିକ ମୂଲ୍ୟ, ସାମାଜିକ ନିୟମ ଏବଂ ମର୍ଯ୍ୟାଦା,ରାଷ୍ଟ୍ର ପ୍ରତି ପ୍ରେମ ଏବଂ କର୍ବ୍ୟ ଆଦି ବିଷୟରେ କଣ କିଏ ଭାବୁଛି? ବସ୍ତୁତଃ ଆଜିର ଯୁଗରେ ଏସବୁ କଥା ଭୋଗବାଦ ଓ ବସ୍ତୁବାଦ ବଳିବେଦୀରେ ବଳି ଚଢିସାରିଲାଣି । ପାଠ ପଢା ଆଜିବିକା ପର୍ଯ୍ୟନ୍ତ ସୀମିତ ।ବିଦ୍ୟା ପଣ୍ୟବସ୍ତୁ ପରି କ୍ରୟ ବିକ୍ରମ୍ଭ ହେବାକୁ ଲାଗିଛି । ଏପରି ସମାଜରେ ଶିକ୍ଷାର ମୂଲ୍ୟ କେଉଁଠି? ଅର୍ଥ ମନୁଷ୍ୟ ଜୀବନକୁ ସ୍ବାହା କରିବା ପାଇଁ ତଥା ସମନ୍ଧକୁ ବିକ୍ରୟ କରିବାକୁ ଯେଉଁ ସମାଜରେ ମନୁଷ୍ୟ ପଶ୍ଚା୍ପଦ ହୁଏ ନାହିଁ, ସେଠାରେ ଜୀବନର ମୂଲ୍ୟ କଣ ହେବ ? ବ୍ୟବସାୟରେ ମିଥ୍ୟା ଓ ଲୁଟପାଟର ଅଖଣ୍ଡ ରାଜତ୍ୱ । ମନୁଷ୍ୟ ସେବାର ମର୍ଯ୍ୟାଦା ଲଙ୍ଘନ ସେବା ଗ୍ରହୀତାଠାରୁ ଶୁଳ୍କ ଆହାୟ କରୁଛି ।
ସଦାଚାର ସ୍ଥାନରେ ମିଥ୍ୟାଚାର ,ଛଳନା ଓ ପ୍ରତାରଣା ବୃଦ୍ଧି ପାଇବାକୁ ଲାଗୁଛି । ଜ୍ଞାତି ବନ୍ଧୁ, କୁଟୁମ୍ବ ସମସ୍ତଙ୍କ ମୁହଁରେ ଏକ ଛଦ୍ମ ଆବରଣ । ତୀକ୍ଷ୍ଣ ଦୃଷ୍ଟିରେ ଦେଖିବାକୁ ଚେଷ୍ଟାକଲେ ମଧ୍ୟ କାହାରିକୁ ସେମାନଙ୍କ ବାସ୍ତବ ସ୍ବରୂପରେ ଚିହ୍ନି ହେଉନାହିଁ । ସମସ୍ତଙ୍କ ଚେହେରା ଉପରେ ପରସ୍ତ ପରସ୍ତ ହୋଇ ଅନେକ ଚେହେରା ରହିଛି । ଆମର ଗଙ୍ଗା-ଯମୁନା ସଂସ୍କୃତି ଓ ବିଶ୍ୱ ବନ୍ଧୁତ୍ୱ ନୀତି ଅନ୍ଧକାରାଚ୍ଛନ୍ନ । ଭାରତ ଓ ଭାରତୀ ଆର୍ ସ୍ବରରେ ମାନବର ଦୁର୍ଦ୍ଧଶା ଦେଖି ବିଳାପ କରୁଛି । ସେ ନିଖୋଜ ହୋଇଯାଇଥିବା ମର୍ଯ୍ୟାଦା ପୁରୁଷୋମ ରାମ, ସତ୍ୟବାଦୀ ହରିଶ୍ଚନ୍ଦ୍ର, ବଚନ ରକ୍ଷାପାଇଁ ପ୍ରାଣତ୍ୟାଗ କରିବାକୁ କୁଣ୍ଠିତ ହେଉ ନ ଥିବା ଦଶରଥ, ଦାନବୀର କର୍ଣ୍ଣ ତଥା କର୍ମବୀର କୃଷ୍ଣଙ୍କର ଅନ୍ୱେଷଣ କରୁଛି । ଆଜି କଳା ପୂଜାର ବିଷୟ ନ ହୋଇ ମର୍ଯ୍ୟାଦାହୀନ ନଗ୍ନ ପ୍ରଦର୍ଶନର ବସ୍ତୁ ପାଲଟିଛି । ବିଡମ୍ବନା ଏହି ଯେ ଦୂରଦର୍ଶନ ଏସବୁ ଖୋଲାଖୋଲି ପ୍ରସାରଣ କରୁଛି । ବିଭିନ୍ନ ଧାରାବାହିକରେ ପାରିବାରିକ ସଂଘର୍ଷ, ଭାତ୍ରୁ ବିବାଦ, ସାଂପ୍ରଦାୟିକ ବିଦ୍ୱେଷ, ରାଜନୈତିକ ଖଳ ନୀତି ଓ କୂଟ ନୀତି ଆଦି ନକରାତ୍ମକ ବିଷୟବସ୍ତୁ ପ୍ରଦର୍ଶିତ ହେଉଛି । ପାବାରିକ, ସାମାଜିକ ଓ ରାଜନୈତିକ ଅବସ୍ଥାର ଏପରି ବିକୃତି ସ୍ବରୂପ ଆଗେ କେତେହେଲେ ଦେଖିବାକୁ ମିଳୁ ନ ଥିଲା । ଗୋଟିଏ ଛାତ ତଳେ ଶଠତା ଓ ଷଡଯନ୍ତ୍ରର ଖେଳ ଚାଲୁଛି । ଏସବୁ ବିକୃତ ବିଷୟ ଦେଖାଇ ଚେନାଲର ମାଳିକମାନେ ଅଜସ୍ର ଅର୍ଥ ଉପାର୍ଜନ କରୁଛନ୍ତି । ଦେଖିବା ବାଲାର ମନ ନକାରାତ୍ମକ ବିଚାରରେ ଆକ୍ରାନ୍ତ ହେଉଛି ।ଏହି ପରିପ୍ରେକ୍ଷୀରେ ଏହା ବିଚାରଣୀୟ ଯେ ଏହିପରି ଅନୈତିକ ପ୍ରଦଦର୍ଶନର ମୁକ ଦର୍ଶନ ସାଜି ମନୁଷ୍ୟ କେଉଁ ଆଡେ ଯାଉଛି? ସମାଜକୁ ସେ କେଉଁଆଡେ ନେଇଯିବାକୁ ଚାହୁଁଛି? ଗୀତ, ସଙ୍ଗୀତ, ନୃତ୍ୟ, ବସ୍ତ୍ର ଏବଂ ଆଭୁଷଣ ସବୁ କିଛି ପାଶ୍ଚାତ୍ୟ ସଂସ୍କୃତି ଦ୍ୱାରା ପ୍ରଭାବିତ । ବିଦେଶୀ ଚାଲିଚଳନ ଅନୁସରଣ କରି ଆମେ ଦେଶପ୍ରେମୀର କେଉଁ ଉଦାହରଣ ପ୍ରସ୍ତୁତ କରୁଛୁ? ମାନବୀୟ ସଂବେଦନା, ପ୍ରେମ ଓ ସହଯୋଗ ହ୍ରାସ ପାଇ ଶୂନ୍ୟ ଆଡକୁ ଯାଉଛି ।
ଆମର ‘ଉଦାର’ ଏବଂ ମହାନ ସଂସ୍କୃତି ଏହି ବିକୃତବାଦର ଗ୍ରାସ ହୋଇ ‘ଉଧାରୀ ସଂସ୍କୃତିରେ’ ପରିଣତ ହେବାକୁ ଲାଗୁଛି । ସମାଜର ଏହି “ତଥାକଥିତ ଆଧୁନିକବାଦ ବନାମ ଆଦର୍ଶବାଦ” ଅନ୍ତଃସାର ଶୂନ୍ୟ । ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ସ୍ବୀୟ ଅନ୍ତର୍ଦୃଷ୍ଟି ଦ୍ୱାରା ଏହା ଅବଲୋଚନ କରିପାରେ । କିନ୍ତୁ ସର୍ ଏହିଯେ ଏଥିପାଇଁ ତାର ଦେଖିବାର ଉଦ୍ଧେଶ୍ୟ ପବିତ୍ର ହେବା ଉଚିତ । ସୂକ୍ଷ୍ମ ଅବଲୋଚନ, ଚିନ୍ତନ ଓ ସଂବେଦନଶୀଳ ପୁରୁଷାର୍ଥ ଦ୍ୱାରା ଦିନକୁ ଦିନ ବିକରାଳ ରୂପ ଧାରଣ କରୁଥିବା ଏହି ବିକୃତ ସଂସ୍କୃତି ଦ୍ୱାରା ଦିଗ୍ ଭ୍ରମିତ ହେଉଥିବା ସମାଜକୁ ଆମେ ରକ୍ଷା କରିପାରିବା । ଅନ୍ୟଥା ଆମକୁ ଆମର ଉର ପୁରୁଷଙ୍କ ତୀକ୍ଷ୍ଣ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡିବ ।
Comments
Post a Comment