ବିଜ୍ଞାନର ଅର୍ଥ ଓ ମହ୍ୱ
ଡାକ୍ତର ସୁଧାଂଶୁ ଶେଖର ମିଶ
ଆଦିମ କାଳରୁ ବର୍ମାନ ପର୍ଯ୍ୟନ୍ତ ମଣିଷ ଦେଖିବା, ଶୁଣିବା, ଆଘ୍ରାଣ କରିବା, ·ଖିବା, ଅନୁଭବ କରିବା, ଚିନ୍ତା କରିବା ଓ ପଢ଼ିବା ଦ୍ୱାରା ବିଭିନ୍ନ ପ୍ରକାର ଜ୍ଞାନ ଅର୍ଜନ କରିଛି । ତେଣୁ ଜ୍ଞାନ ବିବିଧ ପ୍ରକାର । ଜ୍ଞାନ ଅର୍ଜନ କରିବାର ଦୁଇଟି ପ୍ରଧାନ ମାଧ୍ୟମ ହେଉଛି ବି·ର ଶକ୍ତି ଓ ମସ୍ତିଷ୍କ । ମଣିଷ ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ତା’ର ଚତୁଃପାଶ୍ୱର୍ରେ ଥିବା ପ୍ରାକୃତିକ ଦୃଶ୍ୟ ଓ ଘଟଣାଗୁଡିକୁ ଦେଖେ, ଅନୁଭବ କରେ ଓ ଚିନ୍ତା କରେ । ଏହିପରି ସେ ବିଭିନ୍ନ ପ୍ରକାର ପଶୁପକ୍ଷୀ, ଉଦ୍ଭିଦ, ମନୁଷ୍ୟ ଆଦି ସଜୀବ ତଥା ପୃଥିବୀ, ଜଳ, ବାୟୁ ଆଦି ନିର୍ଜୀବମାନଙ୍କ ସମ୍ବନ୍ଧରେ ବିବିଧ ଜ୍ଞାନ ଆହରଣ କଲା । ଜ୍ଞାନକୁ ଯେତେବେଳେ ଯନôର ସହିତ ଅର୍ଜନ କରି ତାର ଗବେଷଣା, ଶ୍ରେଣୀ ବିଭାଗ ଓ ସଜ୍ଜିତ କରାଯାଏ ସେତେବେଳେ ତାକୁ ବିଜ୍ଞାନ ନାମ ଦିଆଯାଏ । ଅନ୍ୟ ଭାଷାରେ କହିଲେ ବିଜ୍ଞାନର ଅର୍ଥ ହେଉଛି କୌଣସି ବିଷୟରେ ବିଶେଷ ଜ୍ଞାନ ।
ଜ୍ଞାନର କ୍ଷେତ୍ର ଅସୀମ । ଏଣୁ ତାକୁ ବହୁ ପ୍ରକାର ବିଜ୍ଞାନରେ ବିଭକ୍ତ କରାଯାଇଛି । ଜଣେ ସବୁ ବିଜ୍ଞାନ ସମ୍ବନ୍ଧରେ ସବୁ କଥା ଶିକ୍ଷା କରିପାରିବ ନାହିଁ; କିନ୍ତୁ ସେ ବାସ କରୁଥିବା ପୃଥିବୀ, ଉଦ୍ଭିଦ ଜଗତ ଓ ପ୍ରାଣୀ ଜଗତ ସମ୍ବନ୍ଧରେ କିଛି ଜ୍ଞାନ ଅର୍ଜନ କରିବା ଉଚିତ । ଯେଉଁ ପ୍ରକୃତିର ନିୟମ ସଜୀବ ଓ ନିର୍ଜୀବମାନଙ୍କୁ ନିୟନ୍ତ୍ରିତ କରେ ସେ ସମ୍ବନ୍ଧରେ ପ୍ରତ୍ୟେକଙ୍କର କିଛି ଶିକ୍ଷା କରିବା ଉଚିତ ।
ବିଜ୍ଞାନ ଶିକ୍ଷା ପାଇଁ ବିଭିନ୍ନ ପ୍ରକାର ପୁସ୍ତକ ଅଧ୍ୟୟନ ଓ ପ୍ରାପ୍ତ ଜ୍ଞାନର ପ୍ରୟୋଗ ପାଇଁ ଗବେଷଣାଗାର ଦରକାର । ଏହା ସେ୍ୱ ବି ସବୁ କିଛି ଶିକ୍ଷା କରି ହେବ ନାହିଁ । କେତେକ ବିଷୟ ଗବେଷଣାଗାରର ·ରି କାନ୍ଥ ମଧ୍ୟରେ ଆବଦ୍ଧ ରହି ଗବେଷଣା କରି ହେବ ନାହିଁ । ପ୍ରକୃତି ଅନନ୍ତ ରହସ୍ୟର ଗନ୍ତାଘର । ଆମ ଚତୁଃପାଶ୍ୱର୍ରେ ଥିବା ପରିବେଶ ଯଥା: ଉଦ୍ୟାନ, ଶସ୍ୟକ୍ଷେତ୍ର, ପ୍ରାନ୍ତର, ପାହାଡ, ଉପତ୍ୟକା, ନଦୀ, ସାଗର, ପଥର, ବାଲି, ପ୍ରଭୃତିଠାରୁ ଅର୍ଥାତ ପୃଥିବୀ, ଆକାଶ ଓ ଜଳଭାଗରେ ଆମେ ଯାହା କିଛି ଦେଖୁ ସେମାନଙ୍କଠାରୁ ବହୁତ କିଛି ଶିକ୍ଷାଲାଭ କରି ପାରିବ ।
ସଚରାଚର ସମସ୍ତେ ପ୍ରାକୃତିକ ନିୟମ ଅନୁସାରେ ପରି·ଲିତ ବିଜ୍ଞାନ ଶିକ୍ଷାଦ୍ୱାରା ମଣିଷ ଏ ବିଷୟରେ ଅଧିକ ସଚେତନ ହୁଏ । ସ୍ବତଃସ୍ଫୁର୍ ଭାବରେ ପ୍ରାକୃତିକ ନିୟମ ମାନିବାକୁ ପ୍ରବୁି କୁହାଯାଏ । ମଣିଷ ସମେତ ସମସ୍ତ ପ୍ରାଣୀ ଜଗତ ବିନା ଦ୍ୱିଧାରେ ଏ ନିୟମ ମାନି ଚଳନ୍ତି । ପ୍ରତ୍ୟେକ ସ୍ଥାନରେ ଶୃଙ୍ଖଳାର ଆବଶ୍ୟକତା ଅନୁଭବ କରି ସେମାନେ ତାହା ରକ୍ଷା କରନ୍ତି । ନିୟମିତ ରୂପେ ସବୁ କିଛି ଶିକ୍ଷା କରିବାକୁ ଶୃଙ୍ଖଳା କୁହାଯାଏ । ବିଜ୍ଞାନ ମଧ୍ୟ ଶୃଙ୍ଖଳାର ପ୍ରତୀକ । ତେଣୁ ବିଜ୍ଞାନ ସମ୍ବନ୍ଧରେ କିଛି ଶିକ୍ଷା କରିବା ଉଚିତ ।
ବିଜ୍ଞାନ ଶିକ୍ଷା ମଣିଷକୁ ନିୟମିତ କରେ । ଏହା ଦ୍ୱାରା ସେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଚିନ୍ତା କରେ । ତା’ର କହିବା ଓ କାର୍ଯ୍ୟ କରିବା ମଧ୍ୟରେ ଶୃଙ୍ଖଳା ଦେଖାଯାଏ । ଏହା ତା’ର ବ୍ୟବହାରିକ ଜୀବନର ଏକ ଅଙ୍ଗରେ ପରିଣତ ହୁଏ ଏହାକୁ ବୈଜ୍ଞାନିକ ମନୋଭାବ କୁହାଯାଏ । ମଣିଷର ଏହିପରି ମନୋଭାବ ଆସିଗଲେ ସେ ଅନ୍ଧଭାବରେ କୌଣସି କର୍ମ କରେ ନାହିଁ । କୌଣସି କର୍ମ କରିବା ପୂର୍ବରୁ ସେ ବିଷୟରେ ସେ ଗଭୀର ଚିନ୍ତନ ମନନ କରେ । ଏଣୁ ବିଜ୍ଞାନ ଶିକ୍ଷା ମନୁଷ୍ୟକୁ ନିର୍ଭୁଲ ବି·ର ବୁଦ୍ଧି ସହିତ କାମ କରିବା ପାଇଁ ପ୍ରେରିତ କରେ ।
ପ୍ରତ୍ୟେକ ବିଷୟରେ ସତର୍କ ଓ ବୁଦ୍ଧିମାନ ଦୃଷ୍ଟି ହେଉଛି ବିଜ୍ଞାନର ଅର୍ଥ । ଆମ ଚତୁଃପାଶ୍ୱର୍ରେ ଥିବା ପ୍ରତ୍ୟେକ ଦୃଶ୍ୟକୁ ଉପଭୋଗ କରି ସେଥିରୁ କିଛି ଶିକ୍ଷା କରିବା ଉଚିତ । ସତର୍କ ଓ ବୁଦ୍ଧିମାନ ଦୃଷ୍ଟି ମନରେ ଜିଜ୍ଞାସା ସୃଷ୍ଟି କରେ । ଏହା ହେଉଛି ଶିକ୍ଷାର ପ୍ରଥମ ସୋପାନ । ଗଛରୁ ଆତ ପଡିବା ଏକ ସ୍ବଭାବିକ ଓ ସାଧାରଣ ଘଟଣା । କିନ୍ତୁ ବୈଜ୍ଞାନିକ ମନୋବୃି ସମ୍ପନ୍ନ ନିଉଟନଙ୍କ ମନରେ ଜିଜ୍ଞାସା ଉପôନ୍ନ ହେଲା ଯେ ଆତଟି ତଳକୁ କାହିଁକି ଖସିଲା? ଏହି କାହିଁକିର ଉର ଖୋଜୁଁ ଖୋଜୁଁ ସେ ମାଧ୍ୟାକର୍ଷଣ ନିୟମ ଆବିଷ୍କାର କଲେ । ବୈଜ୍ଞାନିକ ଦୃଷ୍ଟି ପ୍ରତ୍ୟେକ ସାଧାରଣ ଘଟଣା ମଧ୍ୟରେ ଅସାଧାରଣ ସମ୍ଭାବନାର ଅନ୍ୱେଷଣ କରେ । ପ୍ରତ୍ୟେକ ଜିଜ୍ଞାସାର ସମାଧାନ ହେଉଛି ବିଜ୍ଞାନ । ତେଣୁ ଆମ ଦୃଷ୍ଟିଗୋଚର ହେଉଥିବା ପ୍ରତ୍ୟେକ ବିଷୟକୁ ଲକ୍ଷ୍ୟ କରି ଉପଭୋଗ କରିବା ନିମନ୍ତେ ବିଜ୍ଞାନ ଆମକୁ ଶିକ୍ଷା ଦିଏ । ଏହି ଜ୍ଞାନ ଅର୍ଜନ କଲାପରେ ଆମେ ଯୁକ୍ତି ଯୁକ୍ତ ପ୍ରଶ୍ନ ପ·ରିବା ପାଇଁ ସମର୍ଥ ହେଉ । ସେ ପ୍ରଶ୍ନଗୁଡିକର ସଠିକ ଉର ହିଁ ବିଜ୍ଞାନ ।
ପ୍ରତ୍ୟେକ ମନୁଷ୍ୟ ବିଜ୍ଞାନ ସମ୍ବନ୍ଧରେ କିଛି ଶିକ୍ଷା କରିବା ଉଚିତ । ଏହି ଶିକ୍ଷା ପାଇଁ ଉପଯୁକ୍ତ ସମୟ ହେଉଛି ଶୈଶବାବସ୍ଥା । ବୟସ ବୃଦ୍ଧି ସହିତ ଜ୍ଞାନ ଅର୍ଜନର ସ୍ପୃହା ମଧ୍ୟ ଯେପରି ବଢ଼ିବ ସେଥି ପ୍ରତି ଧ୍ୟାନ ଦେବା ଉଚିତ । କାରଣ ଜଣେ ମଣିଷ ତା’ର ଜୀବନ କାଳ ମଧ୍ୟରେ ସମ୍ପୂର୍ଣ୍ଣ ଜ୍ଞାନ ଆୟ କରିବା ସମ୍ଭବ ନୁହେଁ । ତେଣୁ ସେ ଯେତିକି ଅଧିକରୁ ଅଧିକ ଜ୍ଞାନ ଅର୍ଜନ କରି ପାରିବ ସେତିକି ତାକୁ ନିର୍ଭୁଲ ଭାବରେ ବୁଝି କାମରେ ଲଗାଇ ପାରିବ । ଛାତ୍ର ଜୀବନ ହେଉଛି ଜ୍ଞାନାର୍ଜନର ପ୍ରକୃଷ୍ଟ ସମୟ । ଶିକ୍ଷକ ଛାତ୍ରମାନଙ୍କୁ ଏ ଦିଗରେ ନିର୍ଭୁଲ ଦିଗ୍ଦର୍ଶନ ଦେବା ଉଚିତ । କାରଣ ଛାତ୍ରମାନଙ୍କୁ କିପରି ଓ କ’ଣ ଶିକ୍ଷା କରିବାକୁ ହେବ ସେ ଜାଣନ୍ତି । ଜଣେ ଛାତ୍ର କେଉଁ ଜ୍ଞାନ ଅର୍ଜନ କରିବାକୁ ·ହୁଁଛି ସେ ତାହା ଅନୁଧ୍ୟାନ କରି ଏ ଦିଗରେ ତାକୁ ଉସôାହିତ କରିବା ଉଚିତ ।
ବିଜ୍ଞାନର ଚରମ ଉକôର୍ଷତା ସେ୍ୱ ମଧ୍ୟ ଆଜି ବିଶ୍ୱରେ ସୁଖ, ଶାନ୍ତି ଓ ସଂହତି ସ୍ଥାପନ ହୋଇ ପାରି ନାହିଁ । କାରଣ ମନୁଷ୍ୟ କେବଳ ବିଜ୍ଞାନର ଭୌତିକ ଦିଗ ପ୍ରତି ବିଶେଷ ସଚେତନ । ଭୌତିକ ସଚେତନତା ମଣିଷକୁ ଭୋଗ ପ୍ରତି ଆକର୍ଷଣ କରେ । ଭୋଗ ପ୍ରାରମ୍ଭିକ କାଳରେ ସୁଖ ପ୍ରଦାନ କରେ ସତ, କିନ୍ତୁ ଏହାର ଅନ୍ତିମ ପରିଣାମ ଦୁଃଖ କାରକ । ବିଷୟ ଭୋଗ ମାନସିକ ମନୁଷ୍ୟକୁ ଆଧ୍ୟାତ୍ମିକତାଠାରୁ ଦୂରେଇ ନିଏ । ପ୍ରାଚୀନ କାଳରେ ଆଧ୍ୟାତ୍ମିକ ଜ୍ଞାନ ଉପରେ ବହୁ ଗବେଷଣା ହୋଇଛି । କିନ୍ତୁ ଆଧୁନିକ କାଳରେ ଭୌତିକବାଦୀ ମନୁଷ୍ୟ ଅଧ୍ୟାତ୍ମ ଜ୍ଞାନକୁ ବିଜ୍ଞାନ ବୋଲି ଗ୍ରହଣ କରୁ ନାହିଁ । ଏହାହିଁ ସମୟର ବିଡମ୍ବନା । ମଣିଷ ପାଖରେ ସମସ୍ତ ସୁଖ- ସୁବିଧା ଥାଇ ମଧ୍ୟ କାହିଁକି ତା’ମନ ଅଶାନ୍ତ ହୁଏ? ଜଣକ ପ୍ରତି ଆମ ମନରେ ସ୍ନେହଭାବ ଉପôନ୍ନ ହେଉଥିଲା ବେଳେ କୌଣସି କାରଣ ନ ଥାଇ ମଧ୍ୟ ଆମେ କାହିଁକି ଅନ୍ୟ ଜଣକ ପ୍ରତି ବୀତସ୍ପୃହ ହେଉ? ଏହିପରି ଅନେକ ପ୍ରଶ୍ନର ଯଥାର୍ଥ ଉର ହିଁ ତ ବିଜ୍ଞାନ । ତେଣୁ ବିଜ୍ଞାନର ଆଧ୍ୟାତ୍ମିକ ଦିଗ ପ୍ରତି ବର୍ମାନ ଜନ ସଚେତନା ସୃଷ୍ଟି କରିବା ସମୟ ଆସିଛି । ଭୌତିକତା ଓ ଆଧ୍ୟାତ୍ମିକତା ମଧ୍ୟରେ ସମୁଚିତ ସନ୍ତୁଳନ ନ ହେବା ପର୍ଯ୍ୟନ୍ତ ମନୁଷ୍ୟ ଏକ କାଳୀନ ସୁଖ ଏବଂ ଶାନ୍ତି ଲାଭ କରି ପାରିବ ନାହିଁ ।
ପାଟଣାଗଡ଼- ୭୬୭୦୨୫ ଜି: ବଲାଙ୍ଗିର
ମୋ: ୯୪୩୭୨୧୦୨୯୬
Comments
Post a Comment