ସମାଜରେ ନୈତିକ ଶିକ୍ଷା ଓ ଆଧ୍ୟାମିôକ ଶିକ୍ଷାର ପ୍ରୟୋଜନ
ଶ୍ରୀ ବିନାୟକ ଦାଶ
ସମାଜରେ ଉମ ଶିକ୍ଷା ଗ୍ରହଣ କରି ମାନବ ସମାଜ ଜୀବନକୁ ସଂଯତ ଓ ଶୃଙ୍ଖଳିତ କରିଥାଏ । ମାନବ ତାର ଶୈଶବରୁ ବିଭିନ୍ନ ଶିକ୍ଷା ଲାଭ କରିବା ପାଇଁ ଉତ୍ସାହ ପାଇଥାଏ । ଉପଯୁକ୍ତ ଶିକ୍ଷା ତାକୁ ସୁନ୍ଦର ମନୁଷ୍ୟ ହେବାରେ ସାହାଯ୍ୟ କରିଥାଏ । ଅନ୍ୟାନ୍ୟ ଶିକ୍ଷା ମଧ୍ୟରେ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ମାନବ ଜୀବନ ପାଇଁ ଅପରିହାର୍ଯ୍ୟ । ନୈତିକ ଶିକ୍ଷା ମାନବ ଜୀବନକୁ ମାର୍ଜିତ କରିଥାଏ । ଏହା ବ୍ୟତିରକେ ମାନବୀୟ ଗୁଣ ସମୂହର ବିକାଶ ସାଧନା ଅସମ୍ଭବ । ସାଂପ୍ରତିକ ଯୁଗରେ ନୈତିକ ଶିକ୍ଷା ଓ ଆଧ୍ୟାତ୍ମିକ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । କାରଣ ଛାତ୍ରଛାତ୍ରୀମାନଙ୍କର ଗତାନୁଗତିକ ଶିକ୍ଷା ଦ୍ୱାରା ନୈତିକତା ବିକାଶ ଘଟିନଥାଏ ।
ନୈତିକ ଶିକ୍ଷାର ସ୍ୱରୂପ : ନୈତିକ ଶିକ୍ଷା ସାଧାରଣତଃ କେତେକ ନୀତି ଓ ନୈତିକତା ଉପରେ ପର୍ଯ୍ୟବେସିତ ହୋଇଥାଏ । ଏହା ନୀତିଶାସ୍ତ୍ରାନୁମୋଦିତ । ସତ୍ ଅସତ୍ ମଧ୍ୟରେ ଞ୍ଚଞ୍ଚ ଉପୁଜିଲେ ସତ୍ର ବିଜୟ ସୁନିଶ୍ଚିତ । ସେଥିପାଇଁ ମନୁଷ୍ୟର ଗତାନୁଗତିକ ଶିକ୍ଷା ସହିତ ନୈତିକ ଶିକ୍ଷା ଗ୍ରହଣର ଆବଶ୍ୟକତା ରହିଛି । ଯାହା ସତ୍ ତାହା ନୈତିକ ଶିକ୍ଷାର ଅନ୍ତର୍ଭୁକ୍ତ । ସତ୍ୟ, ଶିବ ଓ ସୁନ୍ଦରର ଉପାସକ ହେବାକୁ ଏ ଶିକ୍ଷା ପ୍ରେରଣା ପ୍ରଦାନ କରିଥାଏ । ଅନୀତି ଓ ଦୁର୍ନୀତି ଠାରୁ ଦୂରରେ ରହିବାକୁ ଏହି ଶିକ୍ଷା ସତର୍କ କରାଇ ଦେଇଥାଏ । ସୁଗୁଣାବଳୀ ଅର୍ଜନ ଭିି ସର୍ବଦା ସତ୍ପଥରେ ଗତି କରିବାକୁ ଏହି ଶିକ୍ଷା ସର୍ବଦା ସଦୁପଦେଶ ଦେଇଥାଏ । ମାନବ ଏକ ପ୍ରଜ୍ଞାବିଶିଷ୍ଟ ପ୍ରାଣୀ । ତା ନିକଟରେ ଥିବା ଦେବୋପମ ଗୁଣ ତାକୁ ଇତର ପ୍ରାଣୀଠାରୁ ପୃଥକ୍ କରି ଦେଇଥାଏ । ଶାରୀରିକ ବିକାଶ ସହିତ ମାନସିକ ଓ ଆତ୍ମିକ ବିକାଶ ସାଧନ ଏ ପ୍ରକାର ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ହେବା ବିଧେୟ ।
ଗତାନୁଗତିକ ଶିକ୍ଷା ଓ ନୈତିକ ଶିକ୍ଷା ମଧ୍ୟରେ ପ୍ରଭେଦ : ମାନବ ଶିଶୁ ପରିବାରଠାରୁ ଆରମ୍ଭ କରି ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ସାଧାରଣ ଶିକ୍ଷା ଲାଭ କରିବାର ସୁଯୋଗ ଲାଭ କରିଥାଏ । ଏହି ଶିକ୍ଷା ବଳରେ ସେ ବିଭିନ୍ନ ବିଷୟରେ ଜ୍ଞାନ ଅର୍ଜନ କରି କୌଣସି ଧନ୍ଦା ଓ ବୃି ଅବଲମ୍ବନ କରି ତାର କୁଟୁମ୍ବ ଭରଣ ପୋଷଣ କରିବାରେ ସମର୍ଥ ହୋଇଥାଏ । ଏହି ଶିକ୍ଷା ଜୀବନରେ ଅର୍ଥନୈତିକ ସ୍ୱଚ୍ଛଳତା ବୃଦ୍ଧି କରିଥାଏ । କିନ୍ତୁ ଏହା ସାଧାରଣତଃ ଆଧ୍ୟାତ୍ମିକ ବା ଆତ୍ମିକ ବିକାଶରେ ବିଶେଷ ସହାୟକ ହୋଇ ପାରି ନଥାଏ । ତେଣୁ ଏହି କ୍ଷେତ୍ରରେ ନୈତିକ ଶିକ୍ଷାର ଆବଶ୍ୟକତାକୁ ମନୁଷ୍ୟ ଉପଲବ୍ଧି କରିଥାଏ । ନୈତିକ ଶିକ୍ଷା ଚାରିତି୍ରକ ଗଠନରେ ସହାୟକ ହୋଇଥାଏ । ନୈତିକ ଶିକ୍ଷା ଚରିତ୍ର ଗଠନ କରିବା ସେଙ୍ଗ ସେଙ୍ଗ ଆଦର୍ଶ ମାନବ ସୃଷ୍ଟି କରିବାରେ ସମର୍ଥ ହୋଇଥାଏ । ନୈତିକ ଶିକ୍ଷା ଆତ୍ମିକ ବିକାଶ ସାଧନ କରି ଅତି ମାନବିକତା ଆଡ଼କୁ ପଥ ନିର୍ଦ୍ଧେଶ କରିଥାଏ ।
ନୈତିକ ଶିକ୍ଷାର ଆବଶ୍ୟକତା : ଆଜିର ପୃଥିବୀ ଏକ ସଙ୍କଟମୟ ପରିସ୍ଥିତିରେ ଗତିକରି ଚାଲିଛି । ଦେଶରେ ଅଶାନ୍ତି ଓ ଅସନ୍ତୋଷର ମାତ୍ରା ବଢ଼ି ବଢ଼ି ଚାଲିଛି । ସର୍ବତ୍ର ଦେଖା ଦେଇଛି ଅସ୍ଥିରତା । ଏପରିକି ଆଜିର ଯୁବ ସମାଜ ଉଦ୍ଭ୍ରାନ୍ତ ଓ ଗତି ତାର ଉଦ୍ଧେଶ୍ୟହୀନ । ଯାବତୀୟ ସାମାଜିକ ବ୍ୟବସ୍ଥା ଆଜି ବିପର୍ଯ୍ୟସ୍ତ । ଧର୍ମାନୁଷ୍ଠାନ ମାନଙ୍କରେ ଅଧର୍ମର ମାତ୍ରା ବୃଦ୍ଧି ପାଉଛି । ଯୌତୁକ ବ୍ୟାଧି ନାରୀ ନିିର୍ଯ୍ୟାତନାର ମୂଳ କାରଣ ହୋଇ ପାରିବାରିକ ଜୀବନକୁୁ ଭଷ୍ଟ କରିଦେଇଛି । ଏଣୁ ସମାଜ ସଂପ୍ରତି ନାନା ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛି । ସ୍ବାର୍ଥପରତା ମାନବ ସମାଜକୁ ଗ୍ରାସ କରିଛି । ଭାଇ ଭାଇ ମଧ୍ୟରେ କନ୍ଦଳ ଉପୁଜୁଛି । ଲୋକମାନଙ୍କର ଦେଶ ପ୍ରେମୀ ଓ ଜାତି ପ୍ରୀତିର ଅଭାବ ପରିଲକ୍ଷିତ ହେଉଛି ।
ଆଧ୍ୟାତ୍ମିକ ଜୀବନ ନିର୍ବାହ ପାଇଁ ଅଧିକାଂଶ ବ୍ୟକ୍ତି ଇଚ୍ଛା ପ୍ରକାଶ କରୁନାହାନ୍ତି । ବର୍ମାନ ସମାଜ ପତନୋନ୍ମୁଖୀ । ସାଂପ୍ରତିକ ପରିସ୍ଥିତିରେ ଆଧ୍ୟାତ୍ମିକ ତଥା ନୈତିକ ଶିକ୍ଷାର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପଡ଼ିଛି ।
ଚଳଚ୍ଚିତ୍ର ନୈତିକତା ଉପରେ ବହୁ ପ୍ରଭାବ ବିସ୍ତାର କରୁଛି । ଅଧିକାଂଶ ଛାୟା ଛବିରେ ନୈତିକ ମୂଲ୍ୟବୋଧର ମାନ ଏତେ ହ୍ରାସ ପାଉଛି ଯେ ତାର ତରୁଣ ଦର୍ଶକଙ୍କ ଉପରେ କୁପ୍ରଭାବ ପକାଇ ଜନସମାଜକୁ ବିପଥଗାମୀ କରାଉଛି । କେତେକ ବାଣୀ ଚିତ୍ରରେ ପ୍ରଦର୍ଶିତ ବିଷୟ ଆମ ସଂସ୍କୃତି ପରଂପରାର ପରିପନ୍ଥୀ । ଏହା ନୈତିକ ବିଲୋପ ସାଧନ ନିମନ୍ତେ ପଥ ଅବରୋଧ କରୁଛି । ଏହି ପରିପ୍ରେକ୍ଷୀରେ ନୈତିକ ମୂଲ୍ୟବୋଧର ଉନ୍ମେଷ ଓ ବିକାଶ ନିମି ନୈତିକ ଶିକ୍ଷା ଅପରିହାର୍ଯ୍ୟ ଅଟେ ।
ଆମେରିକାର କେତେକ ବିଶେଷଜ୍ଞ ମତ ପ୍ରଦାନ କରିଛନ୍ତି କି ନାରୀମାନେ ନୈତିକତାର ପ୍ରହରୀ ସ୍ୱରୂପ ସର୍ବଦା ସମ୍ମାନିତା ହେଉଥିଲେ । କିନ୍ତୁ ସାଂପ୍ରତିକ ଯୁଗରେ ସେମାନଙ୍କଠାରେ ନୈତିକ ସ୍ଖଳନ ଦୃଷ୍ଟିଗୋଚର ହେବାରେ ସାମାଜିକ ସ୍ଖଳନର ଧାରା ତ୍ୱରାନ୍ୱିତ ହେଲା । ଏଣୁ ଆଜିଠାରୁ ଆମେ ଯଦି ଏ ଦିଗରେ ସଚେତନ ନହେବା ପୃଥିବୀର ସବୁ ଦେଶରେ ନାରୀଙ୍କ ନୈତିକ ଜୀବନ ଶୋଚନୀୟ ହୋଇପଡ଼ିବ ।
ଆମେରିକାର ସୁପି୍ରମ୍କୋର୍ଟ ଏ ଦିଗରେ ମତ ପ୍ରଦାନ କରନ୍ତି ଯେ, - “ବାକ୍ ସ୍ବାଧୀନତା ନାମରେ ଯିଏ ଯାହା ପାରିଲା ତାହା କହିବା ହୁଏତ ସଙ୍ଗତ ନୁହେଁ । କେହି କାହା ବିରୁଦ୍ଧରେ ବା କାହା ନାଁରେ ଅପବାଦ ବା ମାନହାନି ସୂଚକ ପ୍ରବନ୍ଧ ପ୍ରକାଶ କରିବା ନୈତିକ ବିରୋଧୀ ।’’ କଥାବାର୍ା କଲାବେଳେ ଭାବ ପ୍ରକାଶ, ମତଦାନ କରିବା ସମୟରେ ସଂଯମତା ଅବଲମ୍ବନ କରିବା ଉଚିତ୍ । ସୁସ୍ଥ ସମାଜ ଗଠନ କରିବାରେ ସମସ୍ତଙ୍କର ନୈତିକ ଦାୟିତ୍ୱ ରହିବା ବା‚ନୀୟ । ଆଜିର ପୃଥିବୀରେ ସ୍ୱେଚ୍ଛାଚାରୀ ଓ ଅସଂଯତ ଚରିତ୍ରକୁ ସୁଧାରିବା ନିମନ୍ତେ କେବଳ ନୈତିକ ଶିକ୍ଷାର ଆବଶ୍ୟକତା ରହିଛି । ଏପରିକି ମାର୍ଜିତ, ରୁଚି ସଙ୍ଗତ ଜୀବନ ଗଠନରେ ନୈତିକ ଶିକ୍ଷାର ଯାଦୁକରି ପ୍ରଭାବକୁ ଅସ୍ବୀକାର କରିହେବ ନାହିଁ ।
ନୈତିକ ଶିକ୍ଷା ଓ ଧର୍ମଶିକ୍ଷାର ପ୍ରଭେଦ : ନୈତିକ ଶିକ୍ଷା ଧର୍ମ ଶିକ୍ଷା ଠାରୁ ପୃଥକ୍ । ଧର୍ମଶିକ୍ଷା ମାଧ୍ୟମରେ ବିଭିନ୍ନ ଧର୍ମ ବିଷୟରେ ଧାରଣା ଦିଆଯାଇଥାଏ । ତା ସହିତ ଧର୍ମର ନିୟମାବଳୀ ସମ୍ବନ୍ଧରେ ମଧ୍ୟ ଅବଗତ କରାଯାଇଥାଏ । ଧର୍ମ ଶିକ୍ଷା ଦ୍ୱାରା ଆଧ୍ୟାତ୍ମିକ ଜ୍ଞାନ ବୁଦ୍ଧି ହୋଇଥାଏ । ଧର୍ମାନୁସରଣ ପାଇଁ କଠୋର ନିୟମ ମାନିବାକୁ ପଡ଼ିଥାଏ । ନୈତିକ ଶିକ୍ଷା କୌଣସି ନିର୍ଦ୍ଧିଷ୍ଟ ଧର୍ମକୁ ଭିିକରି ଗଢ଼ି ଉଠେ ନାହିଁ । ଏହା କୌଣସି ଧର୍ମ ବିରୋଧରେ ଯାଏ ନାହିଁ । ଯାହା ବିବେକାନୁମୋଦିତ ତାହା ଏଥିରେ ଗ୍ରହଣୀୟ । ମାତ୍ର ଧର୍ମରେ ଯାହା ସାର୍ବଜନୀନ ସତ୍ୟ ଓ ଚରିତ୍ର ସୁଧାରକ ତାହା ନୀତି ଶିକ୍ଷାର ଅଙ୍ଗୀଭୂତ ହୋଇଥାଏ । ବେଦ, ପୁରାଣ, କୋରାନ୍, ବାଇବେଲ ଓ ତି୍ରପିଟକ ଆଦି ଧର୍ମଗ୍ରନ୍ଥରେ ଉଲ୍ଲିଖିତ କର୍ବ୍ୟବୋଧ ଧର୍ମ ଶିକ୍ଷା ନୁହେଁ, ତାହା ନୀତି ଶିକ୍ଷା ପଦବାଚ୍ୟ । ଦୃଷ୍ଟାନ୍ତ ସ୍ୱରୂପ ରାମଚନ୍ଦ୍ରଙ୍କ ପ୍ରଜାନୁରଞ୍ଜନ ପାଇଁ ପତ୍ନୀ ତ୍ୟାଗ ଧର୍ମଭିିକ ନୁହେଁ, ତାହା ଲୋକାଚାର । କେବଳ ନୈତିକ ମୂଲ୍ୟବୋଧର ପ୍ରତିଷ୍ଠା ତାହାର ଲକ୍ଷ୍ୟ । ଧର୍ମ ଓ ଧର୍ମଗ୍ରନ୍ଥ କେବଳ ସାକାର ଓ ନିରାକାର ଉପାସନାର ମାଧ୍ୟମ ନୁହେଁ, ଏହା ସମାଜରେ ନୈତିକ ପ୍ରଚାରର ହେତୁବୀଜ ।
ନୈତିକ ଶିକ୍ଷାର ଉପକାରିତା : ନୈତିକ ଶିକ୍ଷା ଦେଶର ଅଶେଷ କଲ୍ୟାଣକାରକ । ନୈତିକ ଶିକ୍ଷା ବିନା କୌଣସି ଜାତି ଅଗ୍ରସର ହୋଇପାରେ ନାହିଁ । ନୀତିବାନ୍ ବ୍ୟକ୍ତିମାନଙ୍କର ମହନୀୟ କାର୍ଯ୍ୟକଳାପରେ ସମାଜ ପରିପୁଷ୍ଟ ହୋଇଥାଏ । ନୈତିକ ଶିକ୍ଷା ସୁନାଗରିକ ସୃଷ୍ଟି କରି ଉନ୍ନତ ରାଷ୍ଟ୍ର ଗଠନରେ ଉପଯୁକ୍ତ ଭୂମିକା ଗ୍ରହଣ କରିଥାଏ । ନୈତିକ ଶିକ୍ଷା ବଳରେ ଜଣେ ବ୍ୟକ୍ତି କର୍ବ୍ୟନିଷ୍ଠ ନ୍ୟାୟବନ୍ତ କର୍ମଚାରୀ ହୋଇପାରେ । ମାତ୍ର ଜଣେ ଆଦର୍ଶ ଗୃହସ୍ଥ ନିଃସ୍ୱାର୍ଥପର ଜନସେବକ ହେବା କଷ୍ଟକର । ଯଦି ସେ ନୈତିକ ଶିକ୍ଷା ଲାଭ କରିଥାଏ, ତେବେ ସେ ତାହା ଅକ୍ଲେଶରେ ହୋଇପାରିବ । ବଡ଼ମାନଙ୍କୁ ଭକ୍ତି କରିବା ଓ ସାନମାନଙ୍କୁ ସ୍ନେହ କରିବା ଶିଶୁ ପରିବାରରୁ ହିଁ ଶିକ୍ଷା କରିଥାଏ । ଦୟା, କ୍ଷମତା ଓ ସହାନୁଭୂତି ପ୍ରଭୃତି ପ୍ରଦର୍ଶନ କରିବା ମଧ୍ୟ ସେ ଶୈଶବରୁ ଶିକ୍ଷା ଲାଭ କରିଥାଏ । ଏ ସମସ୍ତ ହେଉଛି ନୈତିକତାର ଦ୍ୟୋତକ । ଏପରିକି ନୀତିବାଦୀ ବ୍ୟକ୍ତି ଦେଶ ଓ ବିଶ୍ୱକୁ ନେତୃତ୍ୱ ଦେଇପାରେ । ନୈତିକ ଶିକ୍ଷା ପାରିବାରିକ ବନ୍ଧନକୁ ସୁଦୃଢ଼ କରେ । ନୈତିକ ଶିକ୍ଷା ଲାଭରେ ମନୁଷ୍ୟ ଭଲ ମନ୍ଦ ବିଚାର କରିବାର ଶକ୍ତି ଅର୍ଜନ କରିଥାଏ । ଏଣୁ ନୈତିକ ଶିକ୍ଷାର ଆବଶ୍ୟକତା ଯୁଗେ ଯୁଗେ ରହିଛି । ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ପିତା ମାତାଙ୍କୁ ବାର୍ଦ୍ଧକ୍ୟରେ ସେବା କରିବା ପିଲାମାନେ ନୈତିକ ଜ୍ଞାନରୁ ଉପଲବ୍ଧି କରିଥାନ୍ତି । ସାଂପ୍ରତିକ ଯୁଗରେ ନୈତିକ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ନୈତିକ ଶିକ୍ଷା କ୍ଷେତ୍ରରେ ପିତା ମାତା, ଗୁରୁଜନ ଓ ଶିକ୍ଷକଙ୍କ ଭୂମିକା : ପିଲାମାନଙ୍କୁ ନୈତିକ ଶିକ୍ଷାଦାନ ଦେବାରେ ପିତା ମାତା, ଗୁରୁଜନ ଓ ଶିକ୍ଷକମାନଙ୍କର ଗୁରୁ ଦାୟିତ୍ୱ ରହିଛି । ଶିଶୁ ପ୍ରଥମେ ପରିବାରରୁ ହିଁ ଶିକ୍ଷା ଲାଭ କରିଥାଏ । ମା’ ହେଉଛି ତା’ର ପ୍ରଥମ ଶିକ୍ଷୟିତ୍ରୀ । ପରିବାରର ହେଉଛି ଶିଶୁ ପାଇଁ ଉମ ବିଦ୍ୟାଳୟ । ପିତା ମାତା ହେଉଛନ୍ତି ତାର ପ୍ରଥମ ଗୁରୁ । ସେମାନଙ୍କର ଚରିତ୍ର ପିଲାମାନଙ୍କର ଜୀବନ ଗଠନରେ ସହାୟକ ହୋଇଥାଏ । ଏପରିକି ମହାତ୍ମାଗାନ୍ଧି, ନେପୋଲିୟନ, ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଅନୁଧ୍ୟାନ କଲେ ଏହି ସତ୍ୟତା ଉପଲବ୍ଧି ହୋଇଥାଏ । ପରିବାରରେ ଯଦି କେହି ଧୂମପାନ ବା ମଦ୍ୟପାନ କରିଥାନ୍ତି, ତେବେ ଚପଳମତି ଶିଶୁ ଉପରେ ତାହାର ପ୍ରଭାବ ପଡ଼ିଥାଏ । ଶିଶୁଟି ପିତା ମାତା, ବନ୍ଧୁ ବାନ୍ଧବ ତଥା ଗୁରୁଜନ ମାନଙ୍କଠାରୁ ନୀତିବାଣୀ ଶୁଣି ସେ ଭବିଷ୍ୟତରେ ନିର୍ଭୀକ, ଧର୍ମ ପରାୟଣ, ସତ୍ୟବାଦୀ, ସଚ୍ଚୋଟ ଓ ଆଦର୍ଶ ବ୍ୟକ୍ତି ହେବାକୁ ପ୍ରୟାସ କରିଥାଏ ।
ସେହିପରି ଆଦର୍ଶ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ନୈତିକ ଶିକ୍ଷା ଦେବାକୁ ସମର୍ଥ ହୋଇଥାନ୍ତି । ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କର କାର୍ଯ୍ୟକଳାପ ଓ ବ୍ୟବହାର ପିଲାମାନଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥାଏ । ଶିକ୍ଷକ ଯଦି ସର୍ବଦା ଅଧ୍ୟୟନ ରତ ରହନ୍ତି, ବିଦ୍ୟାଦାନରୋ ଆଗ୍ରହ ପ୍ରକାଶ କରିଥାନ୍ତି, ତେବେ ସେମାନେ ଉପଯୁକ୍ତ ଭାବରେ ପିଲାମାନଙ୍କୁ ନୈତିକ ଶିକ୍ଷା ଦେବାରେ ସମର୍ଥ ହୋଇପାରିବେ । ଉନ୍ନତ ଚରିତ୍ର ମାନବ ଜୀବନର ଏକ ଅମୂଲ୍ୟ ସମ୍ପଦ । ଶିକ୍ଷକମାନଙ୍କ ସାହାଯ୍ୟରେ ଶିଶୁମାନେ ଏହା ଅକ୍ଲେଶରେ ଲାଭ କରିପାରିବେ । ଏପରିପ୍ରେକ୍ଷୀରେ ମହାତ୍ମାଗାନ୍ଧିଙ୍କ ‘ଆତ୍ମିକ ଶିକ୍ଷା’ ପ୍ରଣିଧାନଯୋଗ୍ୟ ।
ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ନୈତିକ ଶିକ୍ଷା ପାଠ୍ୟକ୍ରମରେ ସ୍ୱତନ୍ତ୍ର ଭାବରେ ସ୍ଥାନ ପାଇବା ଉଚିତ୍ । ପ୍ରଚଳିତ ପାଠ୍ୟକ୍ରମରେ କେତେକ ସ୍ଥାନରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନୈତିକ ଶିକ୍ଷାର ସୂଚନା ଥିଲେ ହେଁ ଏଥିପାଇଁ ସ୍ୱତନ୍ତ୍ର ପାଠ୍ୟ ଖସଡ଼ା ପ୍ରସ୍ତୁତ ହେବା ଦରକାର । ଅବଶ୍ୟ କେବଳ ଯେ ସ୍ୱତନ୍ତ୍ର ପାଠ୍ୟକ୍ରମର ବ୍ୟବସ୍ଥା କରାଗଲା ଯେ ଏହା ଚରିତାର୍ଥ ହୋଇପାରିବ ତାହା ନୁହେଁ, ଏଥିପାଇଁ ଆନ୍ତରିକ ନିଷ୍ଠା ଓ ଉଦ୍ୟମ ଆବଶ୍ୟକ । ଦୃଷ୍ଟିଭଙ୍ଗୀରେ ପରିବର୍ନ ଆଣି ମାନବିକ ମୂଲ୍ୟବୋଧ ପ୍ରତି ସମ୍ମାନ ଦେବାକୁ ପଡ଼ିବ ।
ଏକ ସୁନ୍ଦର ପୃଥିବୀ ଗଠନ କରିବାକୁ ହେଲେ ମାନବର ନୈତିକ ମାନଦଣ୍ଡ ବୃଦ୍ଧି କରିବା ନିତାନ୍ତ ଆବଶ୍ୟକ । ଏଥି ନିମନ୍ତେ ଗଣମାଧ୍ୟମ ସକି୍ରୟ ହୋଇ ଉଠିବା ଦରକାର । ନୈତିକ ଶିକ୍ଷା ସମ୍ବନ୍ଧୀୟ ଉନ୍ନତମାନର କାର୍ଯ୍ୟକ୍ରମ ପରିବେଷଣ କରିବା ଗଣମାଧ୍ୟମ ଉପରେ ନ୍ୟସ୍ତ । ଏହା ସୁ·ରୁ ରୂପେ ସମ୍ପାଦିତ ହେଲେ ଏକ ମହତ୍ କାର୍ଯ୍ୟ ହେଲା ବୋଲି ବିବେଚିତ ହେବ । ଏହି କାର୍ଯ୍ୟକ୍ରମରେ ଜନସହଯୋଗ ଦରକାର ।
Comments
Post a Comment