ସପ୍ତମ ଅଧ୍ୟାୟଃ
ଜ୍ଞାନ ବିଜ୍ଞାନ ଯୋଗଃ
ବିଜ୍ଞାନ ସହିତ ଜ୍ଞାନର ବର୍ଣ୍ଣନା
ମଯ୍ୟାସକ୍ତମନାଃ ପାର୍ଥ ଯୋଗଂ ଯୁଞ୍ଜନ୍ମଦାଶ୍ରୟଃ ।
ଅସଂଶୟଂ ସମଗ୍ରଂ ମାଂ ଯଥା ଜ୍ଞାସ୍ୟସି ତଚ୍ଛୃଣୁ ।ା୧ାା
ଜ୍ଞାନଂ ତେଽହଂ ସବିଜ୍ଞାନମିଦଂ ବକ୍ଷ୍ୟାମ୍ୟଶେଷତଃ ।
ଯଜ୍ଜ୍ଞାତ୍ୱା ନେହ ଭୂୟୋଽନ୍ୟଜ୍ଜ୍ଞାତବ୍ୟମବଶିଷ୍ୟତେ ।ା୨ାା
ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିଦ୍ୟତତି ସିଦ୍ଧୟେ ।
ଯତତାମପି ସିଦ୍ଧାନାଂ କଶ୍ଚିନ୍ମାଂ ବେି ତ୍ୱତଃ ।ା୩୩ାା
ଭୂମିରାପୋଽନଳୋ ବାୟୁଃ ଖଂ ମନୋ ବୁଦ୍ଧିରେବ ଚ ।
ଅହଙ୍କାର ଇତୀୟଂ ମେ ଭିନ୍ନା ପ୍ରକୃତିରଷ୍ଟଧା ।ା୪ାା
ଅପରେୟମିତସ୍ତ୍ୱନ୍ୟାଂ ପ୍ରକୃତିଂ ବିଦ୍ଧି ମେ ପରାମ୍ ।
ଜୀବଭୂତାଂ ମହାବାହୋ ଯୟେଦଂ ଧାର୍ଯ୍ୟତେ ଜଗତ୍ ।ା୫ାା
ଏତଦ୍ଯୋନୀନି ଭୂତାନି ସର୍ବାଣୀତୁ୍ୟପଧାରୟ ।
ଅହଂ କୃତ୍ସ୍ନସ୍ୟ ଜଗତଃ ପ୍ରଭବଃ ପ୍ରଳୟସ୍ତଥା ।ା୬ାା
ମଃ ପରତରଂ ନାନ୍ୟତ୍କିିଦସ୍ତି ଧନଞ୍ଜୟ ।
ମୟି ସର୍ବମିଦଂ ପ୍ରୋତଂ ସୂତ୍ରେ ମଣିଗଣା ଇବ ।ା୭ାା
ଅର୍ଥ : ହେ ପାର୍ଥ ! ମୋଠାରେ ମନ ଲଗାଇ ମୋତେ ଆଶ୍ରୟ କରି ଯୋଗ ସାଧନା କଲେ ମୋତେ ସମଗ୍ର ଭାବରେ ତଥା ନିଃସଂଶୟ ଭାବରେ ଜାଣି ପାରିବ ତାହା ଶୁଣ ।ା୧ାା ମୁଁ ତୁମକୁ ବିସ୍ତାରିତ ବ୍ୟାପକ ଜ୍ଞାନ (ବିଜ୍ଞାନ) ସହିତ ଏହି ମୂଳ ତ୍ୱଜ୍ଞାନ କୌଣସି ପ୍ରକାର ଅବଶେଷ ନ ରଖି କହିବି, ଯାହା ଜାଣିଲେ ଏହି ସଂସାରରେ ଆଉ କିଛି ଜାଣିବା ପାଇଁ ଅବଶିଷ୍ଟ ରହିବ ନାହିଁ ।ା୨ାା ହଜାର ହଜାର ମନୁଷ୍ୟ ମଧ୍ୟରେ କ୍ୱଚିତ ଜଣେ ଦୁଇଜଣ ସିଦ୍ଧି ଲାଭ ପାଇଁ ଯନô କରନ୍ତି । ଆଉ ମଧ୍ୟ ଯେଉଁମାନେ ଏହିପରି ଯନôକରି ସିଦ୍ଧି ଲାଭ କରିଛନ୍ତି ସେମାନଙ୍କ ମଧ୍ୟରେ କ୍ୱଚିତ ଜଣେ ଦୁଇଜଣ ମୋତେ ମୋର ସମସ୍ତ ତ୍ୱରେ ଜାଣନ୍ତି ।ା୩ାା ପୃଥିବୀ, ଜଳ, ଅଗ୍ନି, ବାୟୁୁ, ଆକାଶ, ମନ, ବୁଦ୍ଧି, ଅହଙ୍କାର ଏହି ମୋର ଅଷ୍ଟଧା ବିଭକ୍ତ ପ୍ରକୃତି ।ା୪ାା ହେ ମହାବାହୁ ! ଏହା ଅପରା ପ୍ରକୃତି; କିନ୍ତୁ ଏହାଠାରୁ ଭିନ୍ନ ମୋର ପରା ପ୍ରକୃତିକୁ ଜାଣ । ସେହି ପ୍ରକୃତିହିଁ ଜୀବ ହୋଇଛି, ଯାହା ଦ୍ୱାରା ଏହି ଜଗତ ଧୃତ ହୋଇଛି ।ା୫ାା ସମସ୍ତ ଭୂତ ଏହି ପ୍ରକୃତିରୁ ଜାତ ଏହା ଜାଣ; ମୁଁ ପୁରୁଷୋମ ସମସ୍ତ ଜଗତର ଉପôିସ୍ଥଳ ଏବଂ ପ୍ରଳୟ ସ୍ଥଳ ।ା୬ାା ହେ ଧନଞ୍ଜୟ ! ମୋଠାରୁ ଶ୍ରେଷ୍ଠ ଅନ୍ୟ କିଛି ନାହିଁ; ସୂତାରେ ଗୁନ୍ଥା ହୋଇଥିବା ମଣି ସମୂହ ପରି ଏହି ସମସ୍ତ ଜଗତ ମୋଠାରେ ଗ୍ରଥିତ ହୋଇଛି ।ା୭ାା
ବ୍ୟାଖ୍ୟା : ଈଶ୍ୱରୀୟ ତ୍ୱ ହେଉଛି ଜ୍ଞାନ । ପ୍ରକୃତି ତ୍ୱ ହେଉଛି ବିଜ୍ଞାନ । ଜ୍ଞାନ ଓ ବିଜ୍ଞାନର ସମ୍ପୂର୍ଣ୍ଣ ଅବଧାରଣା ବ୍ୟତିରେକ ଦିବ୍ୟ କର୍ମ ପ୍ରତିଷ୍ଠିତ ହେବା ସମ୍ଭବ ନୁହେଁ । ଜ୍ଞାନ ସହିତ ବିଜ୍ଞାନର ସମନ୍ୱୟ ନ ହେବା ପର୍ଯ୍ୟନ୍ତ ପରମାତ୍ମାଙ୍କୁ ବିଶେଷ ଭାବରେ ଜାଣି ହୁଏ ନାହିଁ । ଜ୍ଞାନର ବିସ୍ତାରିତ ଓ ବ୍ୟାପକ ରୂପ ହେଉଛି ବିଜ୍ଞାନ । ତେଣୁ ପରମାତ୍ମା ଜ୍ଞାନ ସହିତ ବିଜ୍ଞାନକୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି । ତାଙ୍କୁ ତ୍ୱତଃ ଜାଣିଗଲା ପରେ ଜଗତ, କର୍ମ, ପ୍ରକୃତି ଆଦି ସବୁ ବିଷୟ ଆପେ ଆପେ ଜାଣି ହୋଇଯାଏ; ସଂସାରର ଆଉ କିଛି ଜାଣିବା ଅବଶେଷ ରହେ ନାହିଁ । ପରମାତ୍ମାଙ୍କୁ ସାମଗ୍ରିକ ଭାବରେ ଖୁବ୍ କ୍ୱଚିତ ଲୋକ ଜାଣି ପାରନ୍ତି । ପରମାତ୍ମା କିଏ? ତାଙ୍କର ରୂପ କିପରି ? ତାଙ୍କ ପାଖରେ କି କି ଗୁଣ ଅଛି ? ସେ କେବେ ଓ କାହିଁକି ପୃଥିବୀରେ ଅବତରଣ କରନ୍ତି? ସେ କିପରି ଅବତରଣ କରନ୍ତି? ଏସବୁ ତ୍ୱରେ ଥିବା ସତ୍ୟକୁ ନିଗୂଢ଼ ଭାବରେ ଜାଣିବା ହେଉଛି ତାଙ୍କ ବିଷୟରେ ସାମଗ୍ରିକ ଜ୍ଞାନ । ସେହି ସମଗ୍ର ଜ୍ଞାନ ଦ୍ୱାରା ସଂସାରରେ ଯାହା କିଛି ଅଛି ସେ ସବୁ କିପରି ଉପôନ୍ନ ହେଲା ଏବଂ ସେଗୁଡିକର ପ୍ରକୃତ ପରମ ସତ୍ୟଟି କ'ଣ ତାହା ଜାଣି ହୁଏ । ଏହି ସମଗ୍ର ଜ୍ଞାନର ଭିି ସ୍ୱରୂପ ପରମାତ୍ମା ଦୁଇଟି ପ୍ରକୃତିର ପ୍ରଭେଦ ବର୍ଣ୍ଣନା କରିଛନ୍ତି । ତ୍ୱ ବର୍ଣ୍ଣନାରେ ଏହାହିଁ ଗୀତାର ନୂଆ କଥା । ଏହି ପ୍ରକୃତି ଦ୍ୱୟର ପ୍ରଭେଦ ଉପରେ କାର୍ଯ୍ୟତଃ ଗୀତାର ସମସ୍ତ ଯୋଗ ପ୍ରଣାଳୀ ପ୍ରତିଷ୍ଠିତ ।
ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ମନ, ବୁଦ୍ଧି, ଅହଙ୍କାର – ଗୀତାର ଏହି ଅଷ୍ଟଧା ପ୍ରକୃତି ସାଂଖ୍ୟର ହିଁ ପ୍ରକୃତି ବର୍ଣ୍ଣନା । କିନ୍ତୁ ଏହି ପ୍ରକୃତି ଜଡ, ଅଜ୍ଞାନ, ତ୍ରିଗୁଣାତ୍ମିକା । ସାଂଖ୍ୟ ଦର୍ଶନ ଅନୁସାରେ ଏହି ବିଶ୍ୱ ପ୍ରପ ଅଜ୍ଞାନତା ଓ ମାୟାର ଖେଳ ଘର । ଏହି ସଂସାରରେ ବାରମ୍ବାର ଆବାଗମନ (ଜନ୍ମ ମୃତ୍ୟୁ) ଚକ୍ରରେ ନ ଆସିବା ଦୁଃଖ ନିବୃିର ଏକମାତ୍ର ଉପାୟ । ଏହାହିଁ ମୁକ୍ତି । କିନ୍ତୁ ଗୀତା ଏହା ସହିତ ଏକ ମତ ନୁହେଁ । ଗୀତାରେ ଏକ ଉଚ୍ଚତର ଆଧ୍ୟାତ୍ମିକ ପ୍ରକୃତିର ସନ୍ଧାନ ମିଳେ । ତାହା ବିଶ୍ୱଜଗତର ପ୍ରକୃତ ମୂଳ, ଆଦ୍ୟ ସୃଜନୀ ଶକ୍ତି ଓ କର୍ମ ଶକ୍ତି । ଏହି ଅଧ୍ୟାତ୍ମ ପ୍ରକୃତିରେ ନବଜନ୍ମ ଲାଭ କରି ଏହି ଦୁଃଖମୟ ମର୍୍ୟ ଜୀବନକୁ ଦେବତୁଲ୍ୟ ଗଢ଼ି ତୋଳିବାକୁ ହେବ – ଏହା ହେଉଛି ଗୀତାକ୍ତୋ ଯୋଗ ସାଧନାର ଉମ ରହସ୍ୟ ।
ଅନାଦି ପରମପୁୁରୁଷଙ୍କର ଅନନ୍ତ କାଳାତୀତ ତୈତନ୍ୟ ଶକ୍ତିକୁ ଗୀତା ପରା ପ୍ରକୃତି ବୋଲି କହିଛି । ତାହାଠାରୁ ସମସ୍ତ ଜଗତର ଆବିର୍ଭାବ ଘଟିଛି । ଏହି ବିଚିତ୍ର ବିଶ୍ୱଲୀଳାକୁ ବୁଝିବା ପାଇଁ ଆଧ୍ୟାତ୍ମିକ ସାର ପ୍ରୟୋଜନ । ଯେହେତୁ ପରା ପ୍ରକୃତି ନିଜକୁ ଜୀବ ରୂପରେ ପ୍ରକଟ କରିଛି । ବହୁ ଜୀବ ସେହି ଏକରହିଁ ବହୁ ରୂପ; ଏହି ଅଧ୍ୟାତ୍ମ ପ୍ରକୃତିର ଏକତ୍ୱ ଦ୍ୱାରା ଜଗତ୍ ବିଧୃତ । ପରା ପ୍ରକୃତି ଏବଂ ପରମାତ୍ମା ଭିନ୍ନ ଭିନ୍ନ ସା ନୁହଁନ୍ତି । ପ୍ରକୃତି ପୁରୁଷର କାର୍ଯ୍ୟ ସାଧିକା ଶକ୍ତି । ତାହା କୌଣସି ସ୍ୱତନ୍ତ୍ର ସା ନୁହେଁ । ତେଣୁ ପରମାତ୍ମା ସ୍ୱୟଂ ସମଗ୍ର ଜଗତର ଉପôି ଓ ପ୍ରଳୟର ପ୍ରେରକ ଅଟନ୍ତି । ପରମାତ୍ମାଙ୍କ ଏହି ପରା ପ୍ରକୃତି ଜଗତର ବିଭିନ୍ନ ବିଷୟ ଓ ବସ୍ତୁ ସମୂହକୁ ପରସ୍ପର ସହିତ ଏକତ୍ୱ ସୂତ୍ରରେ ଗ୍ରଥିତ କରିଛି । ତେଣୁ ଜଗତ ମିଥ୍ୟା ବା ମାୟା ନୁହେଁ ।
ପରମାତ୍ମା ବୀଜ ସ୍ୱରୂପ
ରସୋଽହମପ୍ସୁ କୌନ୍ତେୟ ! ପ୍ରଭାସ୍ମି ଶଶି ସୂର୍ଯ୍ୟୟୋଃ ।
ପ୍ରଣବଃ ସର୍ବବେଦେଷୁ ଶବ୍ଦଃ ଖେ ପୌରୁଷଂ ନୃଷୁ ।ା୮ାା
ପୁଣ୍ୟୋ ଗନ୍ଧଃ ପୃଥିବ୍ୟାଂ ତେଜଶ୍ଚାସ୍ମି ବିଭାବସୌ ।
ଜୀବନଂ ସର୍ବଭୂତେଷୁ ତପଶ୍ଚାସ୍ମି ତପସ୍ୱିଷୁ ।ା୯ାା
ବୀଜଂ ମାଂ ସର୍ବଭୂତାନଂ ବିଦ୍ଧି ପାର୍ଥ ! ସନାତନମ୍ ।
ବୁଦ୍ଧିର୍ବୁଦ୍ଧିମତାମସ୍ମି ତେଜସ୍ତେଜସ୍ୱିନାମହମ୍ ।ା୧୦ାା
ବଳଂ ବଳବତାମ ·ହଂ କାମରାଗବିବର୍ଜିତମ୍ ।
ଧର୍ମାବିରୁଦ୍ଧୋ ଭୂତେଷୁ କାମୋଽସ୍ମିଭରତର୍ଷଭ ।ା୧୧ାା
ଯେ ଚୈବ ସା୍ୱିକା ଭାବା ରାଜସାସ୍ତାମସାଶ୍ଚ ଯେ ।
ମ ଏବେତି ତାନ୍ ବିଦ୍ଧି ନ ତ୍ୱହଂ ତେଷୁ ତେ ମୟି ।ା୧୨ାା
ଅର୍ଥ : ହେ କୌନ୍ତେୟ ! ମୁଁ ଜଳ ମଧ୍ୟରେ ରସ, ଆକାଶରେ ଶବ୍ଦ, ପୃଥିବୀରେ ପବିତ୍ର ଗନ୍ଧ, ଅଗ୍ନିରେ ତେଜ, ମୁଁ ଚନ୍ଦ୍ରର ଓ ସୂର୍ଯ୍ୟର ଜ୍ୟୋତି, ମନୁଷ୍ୟ ମଧ୍ୟରେ ପୌରୁଷ, ତପସ୍ୱୀମାନଙ୍କର ତପ, ସମସ୍ତ ପ୍ରାଣୀଙ୍କର ଜୀବନ, ସମସ୍ତ ବେଦରେ ପ୍ରଣବ ବା ଓଁକାର ଅଟେ ।ା୮/୯ାା ହେ ପାର୍ଥ ! ମୋତେ ସର୍ବ ଭୂତର ସନାତନ ବୀଜ ବୋଲି ଜାଣ । ମୁଁ ବୁଦ୍ଧିମାନଙ୍କର ବୁଦ୍ଧି, ତେଜସ୍ୱୀମାନଙ୍କର ତେଜ ଅଟେ ।ା୧୦ାା ହେ ଭରତର୍ଷଭ ! ମୁଁ ବଳବାନ ମନୁଷ୍ୟର ବାହ୍ୟ ବିଷୟ, ସୁଖ ପ୍ରତି କାମନା ଓ ଆସକ୍ତି ରହିତ ସାମର୍ଥ୍ୟ ଅଟେ; ପ୍ରାଣୀମାନଙ୍କ ମଧ୍ୟରେ ଧର୍ମର ଅବିରୋଧୀ କାମନା ଅଟେ ।ା୧୧ାା ଅନ୍ୟାନ୍ୟ ଯେଉଁ ସବୁ ସା୍ୱିକ, ରାଜସିକ ଭାବ ସମୂହ ସେହି ସବୁ ମୋଠାରୁ ଉପôନ୍ନ, ଅନ୍ୟ କେଉଁଠାରୁ ନୁହେଁ; ଏହା ଜାଣ । କିନ୍ତୁ ସେ ସବୁ ମୁଁ ନୁହେଁ, ସେଗୁଡିକ ମୋଠାରେ ଅବସ୍ଥିତ ।ା୧୨ାା
ବ୍ୟାଖ୍ୟା : ପରମାତ୍ମା କିପରି ସର୍ବଶ୍ରେଷ୍ଠ, ସର୍ବଶକ୍ତିମାନ ଓ ସର୍ବଗୁଣର ମୂଳକେନ୍ଦ୍ର ତାହା ଏଠାରେ ବିଭିନ୍ନ ଦୃଷ୍ଟାନ୍ତ ଦ୍ୱାରା ଦର୍ଶାଯାଇଛି । କିନ୍ତୁ କେତେକ ଏହାର ଅର୍ଥ କରିବାକୁ ଯାଇ ପରମାତ୍ମାଙ୍କୁ ସଜୀବ ଓ ନିର୍ଜୀବ ଉଭୟ ମଧ୍ୟରେ ବିଦ୍ୟମାନ ବୋଲି ବର୍ଣ୍ଣନା କରନ୍ତି । ଏହା ଭ୍ରମାତ୍ମକ । ଜଣେ ବ୍ୟକ୍ତିକୁ ପୁରୁଷ ବ୍ୟାଘ୍ର କହିବାର ତାପôର୍ଯ୍ୟ ଏହା ନୁହେଁ ଯେ ତା'ମଧ୍ୟରେ କୌଣସି ବ୍ୟାଘ୍ରର ଅସ୍ତିତ୍ୱ ଅଛି । ଏହାର ଅର୍ଥ ଏକ ଶକ୍ତିଶାଳୀ ପୁରୁଷକୁ ବୁଝାଉଛି । ସେହିପରି ପରମାତ୍ମା ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟନ୍ତି । ଅର୍ଥାତ ସେ ସମସ୍ତ ମାନବାତ୍ମାଙ୍କର ଆତ୍ମିକ ପିତା ଅଟନ୍ତି । ଗୀତାରେ ଏପରି ଅନେକ ଶ୍ଳୋକ ଦେଖାଯାଏ ଯାହାର ଆକ୍ଷରିକ ଅର୍ଥ କରିବା ଅପେକ୍ଷା ଭାବାତ୍ମକ ଅର୍ଥ କରିବା ବେଶୀ ପ୍ରାସଙ୍ଗିକ ।
ଏକ ମୂଳ ସନାତନ ସତ୍ୟ ହେଉଛି ପ୍ରକୃତିର ଶକ୍ତି । ତାହାକୁ ଜୀବାତ୍ମା କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା ବିଭିନ୍ନ ଭାବରେ ଅନୁଭବ କରେ । ଇନ୍ଦି୍ରୟମାନଙ୍କର ଯେଉଁ ସୂକ୍ଷ୍ମ ଅଧ୍ୟାତ୍ମ ଶକ୍ତି ତାହା ସନାତନ ଶକ୍ତିର ଅଂଶ । ପ୍ରତ୍ୟେକ ଇନ୍ଦ୍ରିୟର ଶୁଦ୍ଧ ସାରେ ସେହି ଭଗବତ୍ ପ୍ରକୃତି ବିଦ୍ୟମାନ । ଇନ୍ଦି୍ରୟ, ଜୀବନ, ଜ୍ୟୋତି, ବୁଦ୍ଧି, ତେଜ, ପୌରୁଷ ବା ତପଃ ଶକ୍ତିର ଯେଉଁ ବାହ୍ୟ ବ୍ୟକ୍ତ ଭାବ ଓ ବିକାଶ, ତାହା ପରା ପ୍ରକୃତିର ଯଥାର୍ଥ ସ୍ୱରୂପ ନୁହେଁ । ଯେତେବେଳେ ଆତ୍ମାର ଜ୍ୟୋତି ଓ ଶକ୍ତି ଶୁଦ୍ଧ ସ୍ୱରୂପରେ ଅଭିବ୍ୟକ୍ତ ହୁଏ ସେତେବେଳେ ତାହା ଆଧ୍ୟାତ୍ମ ପ୍ରକୃତି ରୂପରେ କଥିିତ ହୁଏ । ସେହି ଶକ୍ତି ଓ ଜ୍ୟୋତି ହିଁ ସନାତନ ବୀଜ,ତାହାଠାରୁ ହିଁ ଆଉ ସବୁକିଛି ଉଦ୍ଭୁତ ଓ ବିକଶିତ ହୋଇଛି ।
ଅଧ୍ୟାତ୍ମ ପ୍ରକୃତିରେ ଯାହା ଶୁଦ୍ଧ ବଳ, ଶୁଦ୍ଧ କାମ ତାହାହିଁ ନିମ୍ନ ପ୍ରକୃତିରେ ବିକୃତ ଓ ଅଶୁଦ୍ଧ ହୋଇପଡେ । ଆମକୁ ଆମର ନୀଚ ପ୍ରକୃତିର ଅଶୁଦ୍ଧତା ସମୂହକୁ ଦୂର କରି ଉଦ୍ଧ୍ୱର୍ ଅଧ୍ୟାତ୍ମ ପ୍ରକୃତିରେ ପ୍ରତିଷ୍ଠିତ ହେବାକୁ ହେବ । ଗୀତାରେ ଧର୍ମର ଏକ ନବୀନତମ ବ୍ୟାଖ୍ୟା କରା ଯାଇଛି ଯାହା ଅନୁସାରେ ଧର୍ମ ଶବ୍ଦର ଅଧ୍ୟାତ୍ମ ଅର୍ଥ ହେଉଛି ସ୍ୱଭାବ ଦ୍ୱାରା ନିୟତ କର୍ମ । ସ୍ୱଭାବ ଅର୍ଥ ଆତ୍ମାର ମୂଳ ଭାବ । ଆତ୍ମା ମୂଳତଃ ଜ୍ଞାନ ସ୍ୱରୂପ, ପବିତ୍ର ସ୍ୱରୂପ, ଶାନ୍ତି ସ୍ୱରୂପ, ଆନନ୍ଦ ସ୍ୱରୂପ, ପ୍ରେମ ସ୍ୱରୂପ । ଏସବୁ ଜୀବାତ୍ମାର ଅଧ୍ୟାତ୍ମ ପ୍ରକୃତି । ଉଦ୍ଧ୍ୱର୍ ଅଧ୍ୟାତ୍ମ ପ୍ରକୃତିରୁ ସ୍ୱତଃସ୍ଫୁର୍ ଭାବରେ ଉତ୍ସାରିତ ହେଉଥିବା କାମନା ଓ ମନୁଷ୍ୟ ମଧ୍ୟରେ ଯାହା ପରମାତ୍ମାଙ୍କ ଆତ୍ମ ଭୋଗେଚ୍ଛା, ତାହାହିଁ ଧର୍ମର ଅବିରୋଧୀ କାମନା । ତେଣୁ ଏହାର ଅର୍ଥ ଶାସ୍ତ୍ର ବିହିତ ସା୍ୱିକ କାମନାକୁ ବୁଝାଏ ନାହିଁ ।
ପରମାତ୍ମା ସା୍ୱିକ, ରାଜସିକ ଓ ତାମସିକ ଭାବ ତ୍ରୟର ଅତୀତ ଅଟନ୍ତି । ତାଙ୍କର ଯେଉଁ ସତ୍ୟ ପରା ଅଧ୍ୟାତ୍ମ ପ୍ରକୃତି ତାହା ଏହି ସବୁ ମଧ୍ୟରେ ଆବଦ୍ଧ ନୁହେଁ । ଏହିସବୁ କେବଳ ପ୍ରତିଭାସିକ ବ୍ୟାପାର । ଦେହ ଅଭିମାନରୁ ସୃଷ୍ଟ ଅହଙ୍କାର ଓ ଅଜ୍ଞାନର କ୍ରିୟା ଦ୍ୱାରା ଏହା ପ୍ରତିଭାସିତ ହୁଏ । ଅଜ୍ଞାନତା ଆମକୁ ପ୍ରତ୍ୟେକ ବିଷୟ ଓଲଟା ଓ ବିକୃତ ଭାବରେ ଦେଖାଏ ।
ମାୟାଯୁକ୍ତ ଅଜ୍ଞାନ ଓ ମାୟାମୁକ୍ତ ଜ୍ଞାନୀ ପୁରୁଷର ଲକ୍ଷଣ
ତ୍ରିଭିର୍ଗୁଣମୟୈର୍ଭାବୈରେଭିଃ ସର୍ବମିଦଂ ଜଗତ୍ ।
ମୋହିତଂ ନାଭିଜାନାତି ମାମେଭ୍ୟଃ ପରମବ୍ୟୟମ୍ ।ା୧୩ାା
ଦୈବୀ ହ୍ୟେଷା ଗୁଣମୟୀ ମମ ମାୟା ଦୁରତ୍ୟୟା ।
ମାମେବ ଯେ ପ୍ରପଦ୍ୟନ୍ତେ ମାୟାମେତାଂ ତରନ୍ତି ତେ ।ା୧୪ାା
ନ ମାଂ ଦୁଷ୍କୃତିନୋ ମୂଢ଼ାଃ ପ୍ରପଦ୍ୟନ୍ତେ ନରାଧମାଃ ।
ମାୟୟାପହୃତଜ୍ଞାନା ଆସୁରଂ ଭାବମାଶ୍ରିତାଃ ।ା୧୫ାା
ଚତୁର୍ବିଧା ଭଜନ୍ତେ ମାଂ ଜନାଃ ସୁକୃତିନୋଽର୍ଜୁନ ।
ଆେର୍ା ଜିଜ୍ଞାସୁରର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ ।ା୧୬ାା
ତେଷାଂ ଜ୍ଞାନୀ ନିତ୍ୟଯୁକ୍ତ ଏକ ଭକ୍ତି ର୍ବିଶିଷ୍ୟତେ ।
ପ୍ରିୟୋହି ଜ୍ଞାନିନୋଽତ୍ୟର୍ଥମହଂ ସ ଚ ମମ ପ୍ରିୟଃ ।ା୧୭ ।ା
ଉଦାରାଃ ସର୍ବ ଏବୈତେ ଜ୍ଞାନୀ ତ୍ୱାତ୍ମୈବ ମେ ମତମ୍ ।
ଆସ୍ଥିତଃ ସ ହି ଯୁକ୍ତାତ୍ମା ମାମେବାନୁମାଂ ଗତିମ୍ ।ା୧୮ ।ା
ବହୂନାଂ ଜନ୍ମନାମନ୍ତେ ଜ୍ଞାନବାନ୍ ମାଂ ପ୍ରପଦ୍ୟତେ ।
ବାସୁଦେବଃ ସର୍ବମିତି ସ ମହାତ୍ମା ସୁଦୁର୍ଲଭଃ ।ା୧୯ାା
ଅର୍ଥ : ତିନି ପ୍ରକାର ଗୁଣମୟ ଭାବମାନଙ୍କରେ ସମଗ୍ର ଜଗତ ମୋହିତ । ଏହି ସକଳ ଭାବରୁ ଶ୍ରେଷ୍ଠ ଅକ୍ଷୟ(ଅବ୍ୟୟଂ) ମୋତେ (ପ୍ରାଣୀମାନେ) ଜାଣି ପାରନ୍ତି ନାହିଁ ।ା୧୩ାା ମୋର ତ୍ରିଗୁଣାତ୍ମିକା ଦିବ୍ୟ ମାୟା ନିଶ୍ଚୟହିଁ ଦୁରତିକ୍ରମ୍ୟ । ଯେଉଁମାନେ ମୋତେ କେବଳ ଭଜନ କରନ୍ତି ସେମାନେ ଏହି ମାୟା ଅତିକ୍ରମ କରନ୍ତି ।ା୧୪ାା ପାପ ପରାୟଣ ମୋହଗ୍ରସ୍ତ ନରାଧମମାନେ ମୋତେ ଭଜନା କରନ୍ତି ନାହିଁ, କାରଣ ମାୟାଦ୍ୱାରା ହତଜ୍ଞାନ ହୋଇ ସେମାନେ ଆସୁର ଭାବକୁ ଅବଲମ୍ବନ କରନ୍ତି ।ା୧୫ାା ହେ ଭରତକୁଳ ଶ୍ରେଷ୍ଠ ଅର୍ଜୁନ ! ଚାରି ପ୍ରକାର ପୁଣ୍ୟକର୍ମା ବ୍ୟକ୍ତିଗଣ ମୋତେ ଭଜନ କରନ୍ତି; ଯଥା: ରୋଗ ଦୁଃଖାଦିରେ ଅଭିଭୂତ (ଆର୍), ଇହଲୋକରେ ଭୋଗସୁଖାକାଂକ୍ଷୀ (ଅର୍ଥାର୍ଥୀ), ଜ୍ଞାନଲାଭେଚ୍ଛୁ(ଜିଜ୍ଞାସୁ) ଏବଂ ଜ୍ଞାନୀ ।ା୧୬ାା ସେମାନଙ୍କ ମଧ୍ୟରେ ସର୍ବଦା ପରାମାତ୍ମାଙ୍କ ଯୋଗଯୁକ୍ତ (ନିତ୍ୟଯୁକ୍ତଃ); ଏକମାତ୍ର ତାଙ୍କଠାରେ ଭକ୍ତି ବିଶିଷ୍ଟ (ଏକ ଭକ୍ତିଃ) ଜ୍ଞାନୀ ଶ୍ରେଷ୍ଟ । ମୁଁ ଜ୍ଞାନୀ ବ୍ୟକ୍ତିର ଅତିଶୟ ପ୍ରିୟ, ସେ ମଧ୍ୟ ମୋର ପ୍ରିୟ ।ା୧୭ାା ଏସମସ୍ତେ ଉଦାର (ଉଚ୍ଚ ଓ ଶୁଭ); କିନ୍ତୁ ଜ୍ଞାନୀ ମୋର ଆତ୍ମ ସ୍ୱରୂପ; ଏହାହିଁ ମୋର ମତ; ଯେହେତୁ ମଦ୍ଗତ ଚି ସେହି ପୁରୁଷ ସର୍ବୋଽକୃଷ୍ଟ ଗତି ସ୍ୱରୂପ ମୋତେ ଆଶ୍ରୟ କରିଥାଏ ।ା୧୮ାା ବହୁ ଜନ୍ମ ପରେ ଜ୍ଞାନବାନ ହୋଇ ସେ ମୋତେ ଲାଭ କରେ । ପରମାତ୍ମା ସବୁକିଛି; ଏହିପରି ଜ୍ଞାନ ବିଶିଷ୍ଟ ମହାତ୍ମା ଅତି ଦୁର୍ଲଭ ।ା୧୯ାା
ବ୍ୟାଖ୍ୟା : ତ୍ରିଗୁଣମୟୀ ପ୍ରକୃତି ହେତୁ ଆମେ ସଂସାରର ପଦାର୍ଥ ଗୁଡିକର ମିଥ୍ୟା ଓ ବିକୃତ ସ୍ୱରୂପ ଦେଖୁ । ସେଗୁଡ଼ିକର ଦିବ୍ୟ ସ୍ୱରୂପ ଆମକୁ ଦେଖାଯାଏ ନାହିଁ । ଏହି ବିଭ୍ରାନ୍ତି ହେଉଛି ମାୟା । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଜଗତ ମିଥ୍ୟା; ଭ୍ରାନ୍ତି (ଓକ୍ଷକ୍ଷଙ୍କଗ୍ଦସକ୍ଟଦ୍ଭ) । ମାୟା ଦ୍ୱାରା ଆମର ଦୃଷ୍ଟି ବିଭ୍ରାନ୍ତ ହୁଏ । ଏହା ଆମକୁ ଆମର ଦେହ, ଇନ୍ଦ୍ରିୟ, ପ୍ରାଣ, ମନ, ଜୀବନ ମଧ୍ୟରେ ଆବଦ୍ଧ କରି ରଖେ । ଆମ ଜୀବନରେ ଯାହା ପରମ ସତ୍ୟ ତାହା ଜାଣିବାକୁ ଦିଏ ନାହିଁ । ଯାହା ସତ୍ୟ ତାକୁ ଆମେ ବିକୃତ ରୂପରେ ଦେଖୁ । କାମଳ ରୋଗୀ ପ୍ରତ୍ୟେକ ପଦାର୍ଥକୁ ହଳଦିଆ ରଙ୍ଗରେ ଦେଖେ । ଏହା ତା'ର ଦୃଷ୍ଟି ଦୋଷ; ପଦାର୍ଥରେ କୌଣସି ତ୍ରୁଟି ନ ଥାଏ । ଯେଉଁମାନେ ମାୟା ଦ୍ୱାରା ବିଭ୍ରାନ୍ତ ସେମାନେ ଜଗତ ବା ଜଗତର ପ୍ରତ୍ୟେକ ପଦାର୍ଥକୁ ମାୟା ବୋଲି କହନ୍ତି ଏବଂ ଦୋଷ ଦୃଷ୍ଟିରେ ଦେଖନ୍ତି । ଏହାହିଁ ଗୀତାର ଦର୍ଶନ । ମାୟା ଦ୍ୱାରା ମୋହିତ ବ୍ୟକ୍ତି ପରମାତ୍ମାଙ୍କ ଦିବ୍ୟ ସ୍ୱରୂପ ଜାଣି ପାରନ୍ତି ନାହିଁ । ଥରେ ଯଦି ଆମେ ଜାଣି ପାରିବା ଯେ ଏକ ପରମାତ୍ମାହିଁ ଆମ ଜୀବନର ପ୍ରକୃତ ସତ୍ୟ; ତା'ହେଲେ ଆମ ଚୈତନ୍ୟର ପରିବର୍ନ ହୋଇଯିବ । ଆମର ଜୀବନ ଓ କର୍ମ ଦିବ୍ୟ ପ୍ରକୃତିର ଧର୍ମ ଅନୁସାରେ ଅନୁପ୍ରାଣିତ ଓ ପରିଚାଳିତ ହେବ । ମାୟା ଅହଂଭାବ ଏବଂ ଭେଦ ଜ୍ଞାନ ସୃଷ୍ଟି କରେ । ଏହି ସତ୍ୟକୁ ହୃଦୟଙ୍ଗମ କରି ମାୟାର କବଳରୁ ନିଜକୁ ମୁକ୍ତ କରିବାକୁ ପଡିବ । ଏଥିପାଇଁ ମିଥ୍ୟା ଦେହ ଅଭିମାନ ତ୍ୟାଗ କରି ଆମ୍ଭମାନଙ୍କୁ ପରା ପ୍ରକୃତିର ଶୁଦ୍ଧ ସ୍ୱରୂପକୁ ଫେରି ଯିବାକୁ ହେବ ଅର୍ଥାତ ନିଜକୁ ସତତ ଆତ୍ମିକ ସ୍ଥିତିରେ ପ୍ରତିଷ୍ଠିତ ରଖି ଏକ ପରମାତ୍ମାଙ୍କ ସହିତ ବୁଦ୍ଧିକୁ ସ୍ଥିର ରଖିବାକୁ ପଡିବ; ତାଙ୍କ ସହିତ ଏକାତ୍ମ ହେବାକୁ ପଡିବ । ସେତେବେଳେ ଆମେ ମାୟାର ସକଳ ବନ୍ଧନରୁ ମୁକ୍ତ ହୋଇ ଆମର ଅବିନାଶୀ ସାର ନିଗୂଢ଼ତମ ସତ୍ୟକୁ ଜାଣିପାରିବା ।
ପାପୀ ବ୍ୟକ୍ତି ସର୍ବଦା ତା'ର ଅହଂର ତୃପ୍ତି ପାଇଁ ବ୍ୟସ୍ତ ଥାଏ । ତା'ର ଅହଙ୍କାର ତା ପାଇଁ ଭଗବାନ । ତ୍ରିଗୁଣମୟୀ ମାୟା ତା'ର ମନ ଓ ସଂକଳ୍ପକୁ ପରିଚାଳନା କରେ । ସେ ଆତ୍ମାର ଯନ୍ତ୍ର ନ ହୋଇ ବାସନା କାମନାର ଯନ୍ତ୍ର ହୁଏ । ଏହିପରି ବ୍ୟକ୍ତି ଆସୁରିକ ଭାବ ସମ୍ପନ୍ନ ହୁଅନ୍ତି । ତାଙ୍କ ଜୀବନର କୌଣସି ଉଚ୍ଚତର ନୀତି ବା ଦିବ୍ୟ ଲକ୍ଷ୍ୟ ନ ଥାଏ । କାମନା ବାସନାର ପରିତୃପ୍ତି ତାଙ୍କ ଜୀବନର ଏକମାତ୍ର ଧ୍ୟେୟ ହୋଇଥାଏ । ଏହିପରି ଆସୁରିକ ସ୍ୱଭାବ ଓ ପାପ ପରାୟଣ ବ୍ୟକ୍ତିଙ୍କୁ ଗୀତା ନରାଧମ ବୋଲି ଭର୍ସନା କରିଛି । କାରଣ ସେମାନେ ନର ଜନ୍ମ ପାଇ ମଧ୍ୟ ନାରାୟଣତ୍ୱ ପ୍ରାପ୍ତି ପାଇଁ ଈଶ୍ୱରୀୟ ମାର୍ଗର ଅବଲମ୍ବନ କରନ୍ତି ନାହିଁ । ଅତଏବ ମାନବ ଜୀବନର ସର୍ବୋଚ୍ଚ ଓ ସର୍ବୋମ ଲକ୍ଷ ପ୍ରାପ୍ତି (ନାରାୟଣ୍ତ୍ୱ ପ୍ରାପ୍ତି) ପାଇଁ ଆସୁରିକ ଭାବ ସମୂହକୁ ତ୍ୟାଗ କରିବା ଉଚିତ ।
ଯେଉଁମାନେ ରାଜସିକ ଅହଂଭାବରୁ ଉପôନ୍ନ ପାପକୁ ବର୍ଜନ କରିଛନ୍ତି ଏବଂ ଭଗବତ୍ ପରାୟଣ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଗୀତା ଚାରିପ୍ରକାର ଭକ୍ତର ପ୍ରଭେଦ କରିଛି । ଜ୍ଞାନ ସହିତ ଭକ୍ତିର ସମନ୍ୱୟ ହେଉଛି ଗୀତାର ଲକ୍ଷ୍ୟ । ଅଧ୍ୟାତ୍ମ ବିକାଶ ଦ୍ୱାରା ଭକ୍ତି ସହିତ ଜ୍ଞାନ ଏକ ହୋଇଯାଏ । ଜୀବାତ୍ମା ପରମାତ୍ମାଙ୍କୁ ତା'ର ସବୁକିଛି ମନେ କରେ ଏବଂ ସେଥିରୁ ସେ ଆନନ୍ଦ ପାଏ । ପରମାତ୍ମାଙ୍କଠାରୁ ସେ ଆନନ୍ଦ ପାଉଥିବାରୁ ପରମାତ୍ମା ମଧ୍ୟ ତା'ଠାରୁ ଆନନ୍ଦ ପାଆନ୍ତି । ଯେ ଯଥା ମାଂ ପ୍ରପଦ୍ୟନ୍ତେ... । ତା'ର ଆଉ କୌଣସି ଦୁଃଖ ନ ଥାଏ କି କୌଣସି ବସ୍ତୁ ପ୍ରାପ୍ତିର ଆକାଙ୍କ୍ଷା ନ ଥାଏ କି କୌଣସି ସଂଶୟ ନ ଥାଏ । କାରଣ ସେ ସର୍ବ ସୁଖମୟ । ସର୍ବଶକ୍ତିମାନ୍, ପୂର୍ଣ୍ଣ ଜ୍ୟୋତିର୍ମୟ ଜ୍ଞାନର ସାଗର ପରମାତ୍ମାଙ୍କୁ ନିଜର କରିନେଇଥାଏ । ଏହିପରି ଜ୍ଞାନୀ ଆତ୍ମା ପରମାତ୍ମାଙ୍କ ଅତି ପ୍ରିୟ; ତାଙ୍କର ଆତ୍ମା ସ୍ୱରୂପ । ଅନ୍ୟାନ୍ୟ ଭକ୍ତମାନେ କେବଳ ପ୍ରକୃତିର ବିଭିନ୍ନ ରୂପ, ବିଭିନ୍ନ ଶକ୍ତିକୁ (ଦେବତା) ଆଶ୍ରୟ କରନ୍ତି; କିନ୍ତୁ ଜ୍ଞାନୀ ଭକ୍ତ ଏକାଥରକେ ଏକମାତ୍ର ପରମାତ୍ମାଙ୍କୁ କେବଳ ସର୍ବୋତଭାବେ ଆଶ୍ରୟ କରି ତାଙ୍କ ସହିତ ଯୋଗଯୁକ୍ତ ରହିଥାଏ । ସେହିଁ ପ୍ରକୃତରେ ଜୀବନ୍ମୁକ୍ତ; ଏହାହିଁ ତାଙ୍କର ଅଲୌକିକ ଦିବ୍ୟ ଜନ୍ମ । କାରଣ ତାଙ୍କଠାରେ ଦେହ ଅଭିମାନ ଲେଶ ମାତ୍ର ନ ଥାଏ । ତାଙ୍କ ମଧ୍ୟରେ ଅନନ୍ତ ପ୍ରେମର ଫଲଗୁଧାରା ଅବିରତ ପ୍ରବାହିତ ହେଉଥାଏ । ଏହିପରି ବ୍ୟକ୍ତିଙ୍କ ସମସ୍ତ ଜ୍ଞାନ ସିଦ୍ଧ ହୁଏ । ତାଙ୍କର ଇହ ଓ ପରଲୋକ ଜୀବନ ସାର୍ଥକ ହୁଏ ।
ଭକ୍ତିର ଅନ୍ତିମ ପରିଣତି ହେଉଛି ଜ୍ଞାନ ପ୍ରାପ୍ତି । ଅନେକ ଜନ୍ମର ଭକ୍ତିର ଫଳ ଦେବାକୁ ପରମାତ୍ମା ଧରାପୃଷ୍ଠରେ ଅବତରଣ କରନ୍ତି । ଭକ୍ତିର ଫଳ ହେଉଛିିଁ ଜ୍ଞାନ । ପରମାତ୍ମା କୌଣସି ଚମକ୍ରାର ଦେଖାନ୍ତି ନାହିଁ; କେବଳ ଜ୍ଞାନ ଦିଅନ୍ତି । ତେଣୁ ତାଙ୍କୁ ଜ୍ଞାନଦାତା କୁହାଯାଏ । ଜ୍ଞାନ ବିନା ପରମାତ୍ମାନୁଭୂତି ସମ୍ଭବ ନୁହେଁ । ବ୍ୟକ୍ତି ଯେତେବେଳେ ଈଶ୍ୱରୀୟ ଜ୍ଞାନ ଆଧାରରେ ପରମାତ୍ମାଙ୍କୁ ସର୍ବୋତଭାବେ ଜାଣି ତାଙ୍କର ପ୍ରତ୍ୟକ୍ଷ ସାନ୍ନିଧ୍ୟ ପ୍ରାପ୍ତ ହୁଏ ସେତେବେଳେ ତାଙ୍କୁ ସେ ନିଜ ଜୀବନର ହର୍ାକର୍ା ବିଧାତା ମନେ କରେ । ଏହା ହେଉଛି ସମଗ୍ର ଜ୍ଞାନ ଓ ଏହା ଅତି ଦୁର୍ଲଭ ।
ଦେବ ଉପାସକମାନେ କେବଳ ଭାବନାର ଫଳ ପାଆନ୍ତି
କାମୈସ୍ତୈ ସ୍ତୈର୍ହୃତଜ୍ଞାନାଃ ପ୍ରପଦ୍ୟନ୍ତେଽନ୍ୟଦେବତାଃ ।
ତଂ ତଂ ନିୟମମାସ୍ଥାୟ ପ୍ରକୃତ୍ୟା ନିୟତାଃ ସ୍ୱୟା ।ା୨୦ାା
ଯୋ ଯୋ ଯାଂ ଯାଂ ତନୁଂ ଭକ୍ତଃ ଶ୍ରଦ୍ଧୟାର୍ଚ୍ଚିତୁମିଚ୍ଛତି ।
ତସ୍ୟ ତସ୍ୟାଚଳାଂ ଶ୍ରଦ୍ଧାଂ ତାମେବ ବିଦଧାମ୍ୟହମ୍ ।ା୨୧ାା
ସ ତୟା ଶ୍ରଦ୍ଧୟା ଯୁକ୍ତସ୍ତସ୍ୟାରାଧନମୀହତେ ।
ଲଭତେ ଚ ତତଃ କାମାନ୍ମୟୈବ ବିହିତାନ୍ହି ତାନ୍ ।ା୨୨ାା
ଅନ୍ତବୁ ଫଳଂ ତେଷାଂ ତଦ୍ଭବତ୍ୟଳ୍ପମେଧସାମ୍ ।
ଦେବାନ୍ ଦେବଯଜୋ ଯାନ୍ତି ମଭକ୍ତା ଯାନ୍ତି ମାମପି ।ା୨୩ାା
ଅର୍ଥ : ସ୍ତ୍ରୀ ପୁତ୍ର,ଧନ, ଯଶ,ପ୍ରତିପି ଇତ୍ୟାଦି କାମନା ସମୂହ ଦ୍ୱାରା ହତଜ୍ଞାନ ପୁରୁଷଗଣ ବିବିଧି ବିଧି ଓ ଧର୍ମାନୁଷ୍ଠାନ ପ୍ରଣାଳୀ ଅବଲମ୍ବନ ପୂର୍ବକ ନିଜ ପ୍ରକୃତି ଦ୍ୱାରା ନିୟନ୍ତ୍ରିତ ହୋଇ ଅନ୍ୟାନ୍ୟ ଦେବତାମାନଙ୍କର ସେବା କରନ୍ତି ।ା୨୦ାା ଯେଉଁ ଯେଉଁ ଭକ୍ତ ଶ୍ରଦ୍ଧାଯୁକ୍ତ ହୋଇ ଯେଉଁ ଯେଉଁ ଦେବରୂପ ପୂଜା କରିବାକୁ ଇଚ୍ଛା କରନ୍ତି, ସେହି ସେହି ଭକ୍ତର ସେହି ଅଚଳା ଶ୍ରଦ୍ଧାକୁହିଁ ମୁଁ ବିଧାନ କରେ ।ା୨୧ାା ସେହି ଭକ୍ତ ସେହି ଶ୍ରଦ୍ଧାଯୁକ୍ତ ହୋଇ ସେହି ଦେବତାର ଆରାଧନା କରନ୍ତି ଏବଂ ସେହି ଦେବତାଙ୍କଠାରୁ କାମ୍ୟ ଫଳ ଲାଭ କରନ୍ତି । ସେହି ଫଳ ମୋ ଦ୍ୱାରାହିଁ ପ୍ରଦ ହୁଏ ।ା୨୨ାା କିନ୍ତୁ ଅଳ୍ପ ବୁଦ୍ଧି ସେହି ବ୍ୟକ୍ତିମାନଙ୍କର ଫଳ ଅଳ୍ପକାଳ ସ୍ଥାୟୀ ହୁଏ । ଦେବ ଉପାସକଗଣ ଦେବତାମାନଙ୍କୁ ପ୍ରାପ୍ତ ହୁଅନ୍ତି । ମୋର ଭକ୍ତମାନେ ମୋତେ ପ୍ରାପ୍ତ ହୁଅନ୍ତି ।ା୨୩ାା
ବ୍ୟାଖ୍ୟା : ଅଜ୍ଞାନବ୍ୟକ୍ତିମାନେ ନିଜକୁ କେବଳ ପରମାତ୍ମାଙ୍କ ସହିତ ମନୋନିବେଶ ପୂର୍ବକ ତାଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପରିବେର୍ ନିଜ ନିଜ କାମନା ବାସନା ଅନୁସାରେ ବିଭିନ୍ନ ନାମ ରୂପର କ୍ଷୁଦ୍ର କ୍ଷୁଦ୍ର ଦେବତାମାନଙ୍କର ଉପାସନା କରନ୍ତି । ସେମାନେ ସେମାନଙ୍କର ସଂକୀର୍ଣ୍ଣ ସ୍ୱାର୍ଥ ପୂର୍ି ପାଇଁ ନିଜ ନିଜର ରାଜସିକ ପ୍ରକୃତିର ପ୍ରୟୋଜନ ଅନୁସାରେ ପରିଚାଳିତ ହୋଇ ଏହିପରି କରନ୍ତି ଏବଂ ତାହାକୁ ପରମ ସତ୍ୟ ବୋଲି ଗ୍ରହଣ କରନ୍ତି । ଅନନ୍ତ କୋଟି ଜ୍ଞାନ, ଗୁଣ ଓ ଶକ୍ତିର ସମ୍ଭାରରେ ଯୁକ୍ତ ପରମାତ୍ମାଙ୍କୁ ଅନୁସରଣ କରିବାର ସାମର୍ଥ୍ୟ ସେମାନଙ୍କର ନ ଥାଏ । କିନ୍ତୁ ପରମାତ୍ମା ବଡ କୃପାଳୁ । ସେ ଦେବ ଉପାସକମାନଙ୍କର ଶ୍ରଦ୍ଧାଯୁକ୍ତ ଉପାସନା ବା ଭାବନାର କିଛି ଫଳ ଦିଅନ୍ତି । ସେମାନଙ୍କ ମନରେ ପରମାତ୍ମାଙ୍କର ଯେଉଁ ପ୍ରତୀକ,ରୂପ ବା କଳ୍ପନା ମୂର୍ିମନ୍ତ ଥାଏ ତାହା ସେ ସ୍ୱୀକାର କରି ସେମାନଙ୍କର ସେହି ଶ୍ରଦ୍ଧାକୁ ଆହୁରି ଦୃଢ଼ୀଭୂତ କରନ୍ତି । କାରଣ ସେମାନଙ୍କର ଜ୍ଞାନ ଓ ଉପାସନା ଯେତିକି ସଂକୀର୍ଣ୍ଣ, ବିଧିହୀନ ବା ଅସଂପୂର୍ଣ୍ଣ ହେଉ ନା କାହିଁକି ସେହି ଶ୍ରଦ୍ଧାହିଁ କାଳକ୍ରମେ ପରମାତ୍ମା ପ୍ର୍ରାପ୍ତିର ମାର୍ଗ ପ୍ରଶସ୍ତ କରାଏ ଏବଂ ସେମାନଙ୍କୁ ସେମାନଙ୍କ ଭାବନା ଅନୁସାରେ ଯଥାଯୋଗ୍ୟ ଫଳ ମିଳିଥାଏ ।
ପ୍ରକୃତ ଜ୍ଞାନ ଅଭାବରେ ମଣିଷ ପରମାତ୍ମାଙ୍କୁ ଜାଣିବା ପାଇଁ ଅସମର୍ଥ ହୁଏ । ତେଣୁ ସେ ତାର ରୁଚି ଓ ପ୍ରକୃତି ଅନୁସାରେ ବିଭିନ୍ନ ଦେବୀ ଦେବତା ବା ପ୍ରକୃତିର ଉପାସନା କରେ । ପରମାତ୍ମା ସ୍ୱୟଂ ଭକ୍ତର ପ୍ରାର୍ଥିିତ ଫଳ ପ୍ରଦାନ କରନ୍ତି । କିନ୍ତୁ ଅଜ୍ଞାନତା ହେତୁ ସେ ତାହା ନ ଜାଣି ସଂପୃକ୍ତ ଉପାସ୍ୟଙ୍କଠାରୁ ତାହା ପ୍ରାପ୍ତ ହେଲା ବୋଲି ମନେ କରେ । ଏହି କ୍ଷଣସ୍ଥାୟୀ ପ୍ରାପ୍ତି ତା'ର ବିଶ୍ୱାସକୁ ଆହୁରି ଦୃଢ଼ କରେ ଓ ଦେବ ଉପାସନାର କ୍ଷୁଦ୍ର ଗଣ୍ଡି ମଧ୍ୟରେ ସେ ନିଜକୁ ଆବଦ୍ଧ କରି ରଖେ । ଦେବତାମାନେ ସୁଖ ଓ ସମୃଦ୍ଧିର ପ୍ରତୀକ । ଉପାସକ ତା'ର ସାଧନା ବା ପୁରୁଷାର୍ଥ ଅନୁସାରେ ଫଳ ଲାଭ କରେ ଏବଂ କିଛି ଦିନ ଏହି ଫଳ ଭୋଗ କରି ସାରିବା ପରେ ତାହାର ସମାପ୍ତି ହୁଏ । କାରଣ ସେମାନେ ଯେଉଁ ଯେଉଁ ଦେବୀ ଦେବତାଙ୍କର ଉପାସନା କରନ୍ତି ସେହିମାନେ ପୁଣ୍ୟ କ୍ଷୀଣ ହେଲେ ତାଙ୍କର ଦେବତ୍ୱ ହରାଇ ପୁନଶ୍ଚ ସାଧାରଣ ମାନବ ଜନ୍ମ ନିଅନ୍ତି । ମଣିଷ ଦିବ୍ୟ ଗୁଣରେ ଯୁକ୍ତ ହେଲେ ଦେବ ପଦବାଚ୍ୟ ହୁଏ । ଯେଉଁମାନେ ମାନବରୁ ଦେବତା ହେବାର ରହସ୍ୟ ଜାଣନ୍ତି ସେମାନେ ସ୍ୱୟଂ ଉପାସକରୁ ଉପାସ୍ୟ ଅର୍ଥାତ ପୂଜାରୀରୁ ପୂଜ୍ୟ ହୋଇଯାଆନ୍ତି । ସେମାନେ ଫଳ କାମନା ଶୂନ୍ୟ ହୋଇ ଭକ୍ତି ଓ ପ୍ରୀତି ସହିତ ନିଜର ସମସ୍ତ କର୍ମ ଓ ଜୀବନକୁ ପରମାତ୍ମାଙ୍କ ଠାରେ ଉତ୍ସର୍ଗ କରି ଦିଅନ୍ତି । ଏହିପରି ବ୍ୟକ୍ତି ପରମାତ୍ମାଙ୍କ ପ୍ରତ୍ୟକ୍ଷ ସାନ୍ନିଧ୍ୟ ଲାଭ କରିବାକୁ ସମର୍ଥ ହୁଏ ।
ପରମାତ୍ମାଙ୍କ ସର୍ବୋମ ପରମ ସ୍ୱରୂପ
ଅବ୍ୟକ୍ତଂ ବ୍ୟକ୍ତିମାପନ୍ନଂ ମନ୍ୟନ୍ତେ ମାମବୁଦ୍ଧୟଃ ।
ପରଂ ଭାବମଜାନନ୍ତୋ ମମାବମ୍ୟୟମନୁମମ୍ ।ା୨୪ାା
ନାହଂ ପ୍ରକାଶଃ ସର୍ବସ୍ୟ ଯୋଗମାୟା ସମାବୃତଃ ।
ମୂଢ଼ୋଽୟଂ ନାଭିଜାନାତି ଲୋକୋ ମାମଜମବ୍ୟୟମ୍ ।ା୨୫ାା
ବେଦାହଂ ସମତୀତାନି ବର୍ମାନାନି ଚାର୍ଜୁ୍ନ ।
ଭବିଷ୍ୟାଣି ଚ ଭୂତାନି ମାଂ ତୁ ବେଦ ନ କଶ୍ଚନ ।ା୨୬ାା
ଇଚ୍ଛାଦ୍ୱେଷ ସମୁେନ ଦ୍ୱନ୍ଦ୍ୱମୋହେନ ଭାରତ ।
ସର୍ବଭୂତାନି ସମ୍ମୋହଂ ସର୍ଗେ ଯାନ୍ତି ପରନ୍ତପ ।ା୨୭ାା
ଯେଷାଂ ତ୍ୱନ୍ତ ଗତଂ ପାପଂ ଜନାନାଂ ପୁଣ୍ୟକର୍ମଣାଂ ।
ତେ ଦ୍ୱନ୍ଦମୋହନିର୍ମୁକ୍ତା ଭଜନ୍ତେ ମାଂ ଦୃଢ଼ବ୍ରତାଃ ।ା୨୮ାା
ଜରାମରଣ ମୋକ୍ଷାୟ ମାମାଶ୍ରିତ୍ୟ ଯତନ୍ତି ଯେ ।
ତେ ବ୍ରହ୍ମ ତଦ୍ବିଦୁଃ କୃତ୍ସ୍ନମଧ୍ୟାତ୍ମଂ କର୍ମ ଚାଖିଳମ୍ ।ା୨୯ାା
ସାଧିଭୂତାଧିଦୈବଂ ମାଂ ସାଧିଯଜ୍ଞ ଯେ ବିଦୁଃ ।
ପ୍ରୟାଣକାଳେଽପି ଚ ମାଂ ତେ ବିଦୁର୍ଯୁକ୍ତଚେତସଃ ।ା୩୦ାା
ଅର୍ଥ : ଅପରିଣତ ବୁଦ୍ଧି ସଂପନ୍ନ ବ୍ୟକ୍ତିମାନେ ମୋର ନିତ୍ୟ ସର୍ବୋମ ପରମ ସ୍ୱରୂପକୁ ନ ଜାଣି ଅବ୍ୟକ୍ତ ସ୍ୱରୂପକୁ ବ୍ୟକ୍ତ ଶରୀରଧାରୀ ବୋଲି ମନେ କରନ୍ତି ।ା୨୪ାା ମୁଁ ନିଜକୁ ଯୋଗମାୟା ଦ୍ୱାରା ଆବୃ କରି ରଖିଛି, ସମସ୍ତଙ୍କର ନିକଟରେ ପ୍ରକାଶିତ ହୁଏନା । ମୂଢ଼ ବ୍ୟକ୍ତିମାନେ ମୋତେ ଅଜନ୍ମା, ଅବ୍ୟୟ ବୋଲି ଜାଣି ପାରନ୍ତି ନାହିଁ ।ା୨୫ାା ହେ ଅର୍ଜୁନ ! ମୁଁ ଅତୀତ, ବର୍ମାନ ଏବଂ ଭବିଷ୍ୟତ – ଏହି ଭୂତମାନଙ୍କୁ ଜାଣେ, କିନ୍ତୁ ମୋତେ କେହି ଜାଣନ୍ତି ନାହିଁ ।ା୨୬ାା ହେ ପରନ୍ତପ ଭାରତ ! ଇଚ୍ଛା ଓ ଦ୍ୱେଷରୁ ଉପôନ୍ନ ସୁଖଦୁଃଖାଦି ଦ୍ୱନ୍ଦ୍ୱର ମୋହ ଦ୍ୱାରା ଜଗତରେ ଜୀବାତ୍ମାମାନେ ବିମୂଢ଼ ଅବସ୍ଥାରେ ପତିତ ହୁଅନ୍ତି ।ା୨୭ାା କିନ୍ତୁ ଯେଉଁସବୁ ପୂଣ୍ୟକର୍ମା ବ୍ୟକ୍ତିମାନଙ୍କ ପାପ ସବୁ ବିନଷ୍ଟ ହୋଇ ଯାଇଛି, ସେମାନେ ଦ୍ୱନ୍ଦ୍ୱ ଜନିତ ମୋହରୁ ମୁକ୍ତ ହୋଇ ସୁଦୃଢ଼ ଭକ୍ତି ସହିତ ବା ଏକାଗ୍ର ଚିରେ ମୋତେ ଉପାସନା (ଭଜନା) କରନ୍ତି ।ା୨୮ାା ଯେଉଁମାନେ ଜରା ଓ ମୃତ୍ୟୁରୁ ମୁକ୍ତି ପାଇବା ପାଇଁ ମୋତେ ଆଶ୍ରୟ କରି ଯନô କରନ୍ତି ସେମାନେ ସେହି ବ୍ରହ୍ମକୁ, ସମସ୍ତ ଅଧ୍ୟାତ୍ମ ପ୍ରକୃତିକୁ ଏବଂ ସମସ୍ତ କର୍ମକୁ ଜାଣି ପାରନ୍ତି ।ା୨୯ାା ପୁନଶ୍ଚ ଯେଉଁମାନେ ଅଧିଭୂତ ଓ ଅଧିଦୈବ ଏବଂ ଅଧିଯଜ୍ଞ ସହିତ ମୋତେ ଜାଣନ୍ତି ସେହି ଯୋଗଯୁକ୍ତ ବ୍ୟକ୍ତିଗଣ ମୃତୁ୍ୟ ସମୟରେ ମଧ୍ୟ ମୋର ଜ୍ଞାନ ରକ୍ଷା କରନ୍ତି ।ା ୩୦ ।ା
ବ୍ୟାଖ୍ୟା : ପରମାତ୍ମା ହୋଇଥିବାରୁ ଅଶରୀରୀ । ତାଙ୍କୁ ସ୍ଥୂଳ ନେତ୍ରରେ ଦେଖି ହୁଏ ନାହିଁ । ତେଣୁ ତାଙ୍କୁ ଅବ୍ୟକ୍ତ ସ୍ୱରୂପ କୁହାଯାଏ । କିନ୍ତୁ ଧର୍ମଗ୍ଳାନି ସମୟରେ ତାଙ୍କୁ ଏକ ମାନବ ଶରୀର ମାଧ୍ୟମରେ ଅବତରଣ କରିବାକୁ ପଡେ । ଯେଉଁମାନେ ପରମାତ୍ମାଙ୍କ ପରମ ସ୍ୱରୂପ ଅବ୍ୟକ୍ତ ଭାବକୁ ଜାଣି ନ ଥାନ୍ତି ସେମାନଙ୍କ ମନରେ ପ୍ରଶ୍ନ ଉଠେ ଯେ ଏହି ସାଧାରଣ ବ୍ୟକ୍ତି ଜଣକ କିପରି ପରମାତ୍ମା ହୋଇପାରିବ? ଅବ୍ୟକ୍ତ ସ୍ୱରୂପ ପରମାତ୍ମାଙ୍କୁ ଅନୁଭବ କରିବା ପାଇଁ ଆମକୁ ଅବ୍ୟକ୍ତ ସ୍ଥିତି ବା ଆତ୍ମିକ ସ୍ଥିତିରେ ନିଜକୁ ପ୍ରତିଷ୍ଠିତ କରିବାକୁ ପଡିବ । ଦେହାଭିମାନୀ ଅପରିଣତ ବୁଦ୍ଧିଯୁକ୍ତ ବ୍ୟକ୍ତିମାନେ ପ୍ର୍ରତ୍ୟେକ ବ୍ୟକ୍ତି ବା ବସ୍ତୁକୁ ଶାରୀରିକ ଦୃଷ୍ଟିକୋଣରୁ ଦେଖନ୍ତି । ତେଣୁ ସେମାନେ ପରମାତ୍ମାଙ୍କୁ ମଧ୍ୟ ଶାରୀରିକ ଆକୃତିରେ ପରିକଳ୍ପନା କରନ୍ତି । ଏଥିପାଇଁ ପୁରାଣମାନଙ୍କରେ ପରମାତ୍ମାଙ୍କ ଅନେକ ଅବତାର କଥା କୁହାଯାଇଛି । କିନ୍ତୁ ଗୀତା ସ୍ପଷ୍ଟ କରି ଦେଇଛି ଯେ ପରମାତ୍ମା ଅବତାର ନିଅନ୍ତି ନାହିଁ; ସେ ଅବତରଣ କରନ୍ତି । ମହାତ୍ମା ଏବଂ ଦେବତାମାନଙ୍କର ଅବତାର ହୁଏ । ଅବତାରରେ ସଂପୃକ୍ତ ଆତ୍ମା ମାତୃ ଗର୍ଭରେ ସ୍ୱଇଚ୍ଛାରେ ପ୍ରବେଶ କରେ, ଦଶମାସ ଗର୍ଭରେ ରହେ, ଜନ୍ମ ହୁଏ । ଶୈଶବ, ବାଲ୍ୟ, କିଶୋର, ପ୍ରୌଢ଼ ଓ ବୃଦ୍ଧାବସ୍ଥା ପ୍ରାପ୍ତ ହୋଇ ଶେଷରେ ଶରୀର ତ୍ୟାଗ କରେ । ଏକ ବିଶେଷ ଉଦ୍ଧେଶ୍ୟ ସାଧନ ପାଇଁ ବିଶେଷ ଆତ୍ମାମାନେ ଅବତାର ନିଅନ୍ତି । ଏହି ସୃଷ୍ଟି ରଙ୍ଗମରେ ସେମାନଙ୍କର ଏକ ନିର୍ଦ୍ଧିଷ୍ଟ ଭୂମିକା ଥାଏ । ସେଥିପାଇଁ ସେମାନେ ସମୟାନୁକ୍ରମେ ସେମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ନାମ ଓ ରୂପ ଧାରଣ କରି ଜନ୍ମ ନିଅନ୍ତି । ଏହି ଆତ୍ମାମାନେ ସେମାନଙ୍କ ଭୂମିକା ସମାପ୍ତ ହୋଇଗଲା ପରେ ଶରୀର ତ୍ୟାଗ କରନ୍ତି । ସୃଷ୍ଟିଚକ୍ରରେ ପୁନର୍ବାର ତାଙ୍କର ଅବତାର ସମୟ ନ ଆସିବା ପର୍ଯ୍ୟନ୍ତ ସେମାନେ ପରମଧାମ ବା ମୁକ୍ତିଧାମରେ ଆତ୍ମା ରୂପରେ ଅବସ୍ଥାନ କରିଥାନ୍ତି । ଆତ୍ମା ଥରେ ଶରୀର ଧାରଣ କରି ସୃଷ୍ଟିରେ ଜନ୍ମ ନେଲେ, ମହାବିନାଶ ପର୍ଯ୍ୟନ୍ତ ଆବାଗମନ (ଜନ୍ମ ମୃତୁ୍ୟ) ଚକ୍ର୍ରରୁ ମୁକ୍ତ ହୋଇପାରେ ନାହିଁ । ଶଙ୍କରାଚାର୍ଯ୍ୟ, ବୁଦ୍ଧଦେବ, ମହାବୀର, ଯୀଶୁଖ୍ରୀଷ୍ଟ, ରାମକୃଷ୍ଣ ପରମହଂସ ପ୍ରଭୃତି ମହାପୁରଷଗଣ ତଥା ଶ୍ରୀରାମ, ଶ୍ରୀକୃଷ୍ଣ ପ୍ରଭୃତିି ଦେବାତ୍ମାଗଣ ଅବତାର ହୋଇ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ପରମାତ୍ମା କଳ୍ପର ଅନ୍ତିମ ସମୟରେ ସତ୍ୟଯୁଗ ବା ସ୍ୱର୍ଗୀୟ ସାମ୍ରାଜ୍ୟର ପୁନଃ ସ୍ଥାପନା ପାଇଁ ଏକ ସାଧାରଣ ମାନବ ତନୁ ଆଶ୍ରୟ କରି ଅବତରଣ କରନ୍ତି । ଏହି ଶରୀରରେ ପରମାତ୍ମା ସଦା ସର୍ବଦା ଅବସ୍ଥାନ କରନ୍ତି ନାହିଁ । ପରକାୟା ପ୍ରବେଶ ରୀତିରେ ସଂପୃକ୍ତ ବ୍ୟକ୍ତିର ଶରୀର ମାଧ୍ୟମରେ ପ୍ରତ୍ୟହ କିଛି ସମୟ ଅବତରଣ କରି ଜ୍ଞାନ ଶୁଣାଇ ପରମଧାମକୁ ପ୍ରତ୍ୟାବର୍ନ କରନ୍ତି । ଏହା ହେଉଛି ଅବତାର ଓ ଅବତରଣ ମଧ୍ୟରେ ପାର୍ଥକ୍ୟ ।
ପରମାତ୍ମାଙ୍କ ଅବତରଣ ସିଦ୍ଧ କରେ ଯେ ସେ ଜନ୍ମ ରହିତ ଓ ଅକ୍ଷୟ ଅଟନ୍ତି । ଶରୀର କ୍ଷୟଶୀଳ; ମାତ୍ର ଆତ୍ମା ଅଜର, ଅମର, ଅବିନାଶୀ । ପରମାତ୍ମା ଆତ୍ମାମାନଙ୍କ ମଧ୍ୟରେ ଶ୍ରେଷ୍ଠ । ତାଙ୍କର ବା କ୍ଷୟ ହେବ କିପରି ? ଯିଏ ଅବ୍ୟକ୍ତ ସ୍ୱରୂପ, ସିଏ କେବଳ ଅଜର ଓ ଅବିନାଶୀ ହୋଇପାରେ । ପରମାତ୍ମା ସମସ୍ତଙ୍କ ନିକଟରେ ପ୍ରକାଶିତ ହୁଅନ୍ତି ନାହିଁ । ଯେଉଁମାନେ ପରମାତ୍ମାଙ୍କ ଅବତରଣ ରହସ୍ୟ ବୁଝିପାରନ୍ତି ଏବଂ ତାଙ୍କ ଦ୍ୱାରା ପ୍ରଦ ଜ୍ଞାନ ପାଇ ଯା'ର ବୁଦ୍ଧି ନେତ୍ର ଉନ୍ମୀଳିତ ହୋଇଛି ସେହିଁ ତାଙ୍କୁ ଦେଖିପାରେ, ଅନୁଭବ କରିପାରେ ଏବଂ ତାଙ୍କ ସହିତ ସର୍ବ ସମ୍ବନ୍ଧର ଅନୁଭବ କରିପାରେ । ଦେହାଭିମାନୀ ମୂଢ଼ ସ୍ୱଭାବଯୁକ୍ତ ଅଜ୍ଞାନ ବ୍ୟକ୍ତି ପରମାତ୍ମାଙ୍କ ଏହି ନିତ୍ୟ ସର୍ବୋମ ପରମ ସ୍ୱରୂପକୁ ଜାଣି ପାରନ୍ତି ନାହିଁ । ତେଣୁ ବିଭିନ୍ନ ଦେବୀ ଦେବତା ବା ଅବତାରୀ ପୁରୁଷମାନଙ୍କୁ ଉପାସନା କରି ନିଜ ନିଜ ଶ୍ରଦ୍ଧା ଅନୁରୂପ କ୍ଷଣସ୍ଥାୟୀ ଫଳ ପାଇ ସନ୍ତୁଷ୍ଟ ରହନ୍ତି ।
ପରମାତ୍ମା ହେଉଛନ୍ତି ତ୍ରିକାଳଜ୍ଞ । ଆତ୍ମା କାଳ ଦ୍ୱାରା ବଶୀଭୂତ । ତେଣୁ ସେ ପରମାତ୍ମାଙ୍କୁ ତଥା ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତର ରହସ୍ୟକୁ ସମ୍ପୂର୍ଣ୍ଣ ଜାଣିପାରେ ନାହିଁ । ପରମାତ୍ମା ଅବତରଣ କରି ଏ ସମସ୍ତ ରହସ୍ୟ ଉନ୍ମୋଚନ କରନ୍ତି । ପିତା ଯେପର୍ଯ୍ୟନ୍ତ ପୁତ୍ରକୁ ନିଜର ପରିଚୟ ସ୍ୱୟଂ ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ପୁତ୍ର ତା'ର ପିତା ସମ୍ପର୍କରେ ସମ୍ପୂର୍ଣ୍ଣ ଜ୍ଞାନ ପାଏ ନାହିଁ । ଠିକ ସେହିପରି ପରମାତ୍ମା ସ୍ୱୟଂ ଏ ଧରାପୃଷ୍ଠରେ ଅବତରଣ ନ କଲା ପର୍ଯ୍ୟନ୍ତ ତାଙ୍କର ସମ୍ପୂର୍ଣ୍ଣ ପରିଚୟ ମନୁଷ୍ୟ ପକ୍ଷରେ ଜାଣିବା ଅସମ୍ଭବ । ଅଜ୍ଞାନ ଓ ଅହଙ୍କାରର ବଶବର୍ୀ ହୋଇ ମନୁଷ୍ୟ ନିଜକୁ ଅନ୍ୟ ସମସ୍ତଙ୍କଠାରୁ ସ୍ୱତନ୍ତ୍ର ଭାବରେ ଦେଖେ । ଏହିପରି ଭାବରେ ସେ ସର୍ବଦା ନିଜର ବ୍ୟକ୍ତିଗତ ଇଚ୍ଛା ଓ ଦ୍ୱେଷ ଦ୍ୱାରା ପରିଚାଳିତ ହୋଇ ସୁଖ-ଦୁଃଖ, ଶୁଭ ଅଶୁଭ, ଜୟପରାଜୟ ଆଦି ଦ୍ୱନ୍ଦ୍ୱ ଭାବ ଦ୍ୱାରା ପ୍ରଭାବିତ ହୁଏ । ସେ ନିଜକୁ ଶରୀରଠାରୁ ପୃଥକ ଏକ ଚୈତନ୍ୟ ସା ଆତ୍ମା ଓ ପରମାତ୍ମାଙ୍କ ଆତ୍ମିକ ସନ୍ତାନ ରୂପେ ଅନୁଭବ କରିପାରେ ନାହିଁ । ଯେ ପର୍ଯର୍୍ୟନ୍ତ ଆମେ ନିଜ ମଧ୍ୟରୁ ରାଜସିକ ଅହଂଭାବ ଓ ବାସନାକୁ ବର୍ଜନ ନ କରିବା ଓ ସା୍ୱିକ ପ୍ରବୃିଗୁଡିକୁ ସୁଦୃଢ଼ ନ କରିବା, ସେପର୍ଯ୍ୟନ୍ତ ଏହି ଆତ୍ମୋପଲବ୍ଧି ସମ୍ଭବ ହେବ ନାହିଁ । ଆତ୍ମୋପଲବ୍ଧି ବିନା ସର୍ବଦା ସତ୍ କର୍ମରେ ପ୍ରବୃ ରହିବା ଓ ରାଜସିକ କାମକ୍ରୋଧରୁ ଉପôନ୍ନ ପାପରୁ ମୁକ୍ତ ହେବା ସମ୍ଭବ ହୁଏ ନାହିଁ । ନିଷ୍ପାପ ବ୍ୟକ୍ତି ଆତ୍ମିକ ଶାନ୍ତି ଓ ଆତ୍ମିକ ଶକ୍ତି ପା୍ରପ୍ତ ହୁଅନ୍ତି । ତାଙ୍କର ପ୍ରକୃତି ଶୁଦ୍ଧ ହୁଏ ଓ ସେ ତ୍ରିଗୁଣମୟୀ ମାୟାକୁ ଅତିକ୍ରମ କରିବା ପାଇଁ ସମର୍ଥ ହୁଅନ୍ତି । କିନ୍ତୁ ଏଥିପାଇଁ ପରମାତ୍ମାଙ୍କ ପ୍ରତି ଅନନ୍ୟ ଭକ୍ତି ରହିବା ଆବଶ୍ୟକ । କେବଳ ସମତାର ସହିତ କର୍ମ କରିବା ଯଥେଷ୍ଟ ନୁହେଁ । ସର୍ବାତ୍ମାଙ୍କ ପିତା ପରମାତ୍ମାଙ୍କ ଉଦ୍ଧେଶ୍ୟରେ ଯଜ୍ଞରୂପରେ ସମସ୍ତ କର୍ମ ସମ୍ପାଦନ କରିବା ଆବଶ୍ୟକ । ଏହିପରି ଆମେ ସମସ୍ତ ଦ୍ୱନ୍ଦ୍ୱରୁ ମୁକ୍ତ ହୋଇ ସମ୍ପୂର୍ଣ୍ଣ ଭାବରେ ସମତା ଓ ଐକ୍ୟ ଦୃଷ୍ଟି ଲାଭ କରି ପରମାତ୍ମାଙ୍କୁ ସମଗ୍ର ଭାବରେ ଜାଣି ପାରିବା ଓ ତାଙ୍କ ନିକଟରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରି ପାରିବା । ଏହି ଆତ୍ମସମର୍ପଣ ଓ ଭକ୍ତି ହେବ ଆମ ଜୀବନର ଏକମାତ୍ର ନୀତି । ସମଗ୍ର ଜ୍ଞାନ ଉପରେ ପ୍ରତିଷ୍ଠିତ ହେଲେ ଯାଇ ଆତ୍ମସମର୍ପଣ ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହୁଏ । ପ୍ରାଚୀନ ମୁନି ଋଷିଗଣ ଜରା ଓ ମୃତୁ୍ୟରୁ ମୁକ୍ତ ହୋଇ ଅମୃତତ୍ୱ ଲାଭ ପାଇଁ ବ୍ରହ୍ମଜ୍ଞାନର ସାଧନା କରୁଥିଲେ । କିନ୍ତୁ ପରମାତ୍ମାଙ୍କୁ ଜାଣିବା ପରେହିଁ ବ୍ରହ୍ମର ପ୍ରକୃତ ସ୍ୱରୂପ ଜାଣି ହୁଏ । ଯେଉଁମାନେ ପରମାତ୍ମାଙ୍କୁ ସମଗ୍ର ଭାବରେ ଜାଣନ୍ତି ମୃତୁ୍ୟର ସଙ୍ଗୀନ ମୁହୂର୍ରେ ମଧ୍ୟ ସେମାନଙ୍କର ସେହି ଜ୍ଞାନ ଅତୁଟ ଥାଏ । ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ସେମାନେ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ଥାନ୍ତି ।
Comments
Post a Comment