କର୍ମର କାର୍ଯ୍ୟକାରଣ ସିଦ୍ଧାନ୍ତ
ପ୍ରାରବ୍ଧ କର୍ମ, କି୍ରୟମାଣ କର୍ମ ଓ ସôତ କର୍ମ - ଏହି ପ୍ରକାର ଆମର କର୍ମ ତିନି ପ୍ରକାର । ପୂର୍ବଜନ୍ମରେ କରିଥିବା କର୍ମର ପରିଣାମ ବେଳେବେଳେ ଇହଜନ୍ମରେ ଭୋଗ କରିବାକୁ ପଡିଥାଏ । ଏହା ଭଲ ବା ମନ୍ଦ ଉଭୟ ସ୍ୱରୂପରେ ପ୍ରାପ୍ତ ହୋଇଥାଏ । ଏଥିପାଇଁ କେହି କେହି ଜନ୍ମରୁ ସୁଖ, ଶାନ୍ତି ଓ ସମୃଦ୍ଧିପୂର୍ଣ୍ଣ ଜୀବନ ବିତାଉଥିବା ବେଳେ କେତେକ ଦାରିଦ୍ର୍ୟର କଷାଘାତରେ ପୀଡିତ ହୋଇ ଦୁଃଖପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି । ଏହି ଜନ୍ମରେ ସତ୍ୟ ଓ ନ୍ୟାୟ ପଥରେ ·ଲି ମଧ୍ୟ କେତେକ ବିନା ଦୋଷରେ ଲା‚ିତ ଓ ଦଣ୍ଡିତ ହୋଇଥାନ୍ତି । ଏହା ହେଉଛି ପ୍ରାରବ୍ଧ କର୍ମର ପରିଣାମ । ବେଳେ ବେଳେ ପୁରୁଷାର୍ଥ ଦ୍ୱାରା ମଧ୍ୟ ଏହି କର୍ମଫଳକୁ ଏଡାଇ ହୁଏ ନାହିଁ । ସାହସ ଓ ଧୈର୍ଯ୍ୟ ସହିତ ଏହାକୁ ଭୋଗ କରି ସମାପ୍ତ କରିବାକୁ ପଡେ । ବର୍ମାନ ଯେଉଁ କର୍ମ ଆମ ଦ୍ୱାରା ସମ୍ପାଦିତ ହେଉଛି, ତାହା କି୍ରୟମାଣ କର୍ମ । ଏଥିରେ କିଛି ଆମର ପ୍ରାରବ୍ଧ କର୍ମ ମଧ୍ୟ ଥାଏ । ଏହା ସମ୍ପାଦନ କରିବା ପରେ ତତ୍କ୍ଷଣାତ୍ ସମାପ୍ତ ହୋଇଯାଏ । କିଛି କର୍ମ ଭବିଷ୍ୟତ ପାଇଁ ସôତ ହୋଇରହିଯାଏ । ଏହି ସôତ କର୍ମ ଆଗାମୀ ଜନ୍ମରେ ପ୍ରାରବ୍ଧ ରୂପେ ଭୋଗିବାକୁ ପଡିଥାଏ । ଆମେ ନିଜ କର୍ମ ମାଧ୍ୟମରେ ହିଁ ସ୍ବୀୟ ଭାଗ୍ୟର ନିର୍ମାଣ କରିଥାଉ । ସୁଖ-ଦୁଃଖ, ହାନି ଲାଭ, ଜୟ-ପରାଜୟ ଏସବୁ ହେଉଛି କର୍ମର ଗୁହ୍ୟ ଓ ଗହନ ଗତିର ପରିଣାମ । ଜୀବନର ଅନନ୍ତ ବିସଙ୍ଗତିରେ ଏହି କର୍ମର ସିଦ୍ଧାନ୍ତ କାମ କରିଥାଏ ।
କାମନାରୁ କର୍ମର ଉପôି ହୋଇଥାଏ । ଏହି କର୍ମକୁ ସମ୍ପୂର୍ଣ୍ଣ କରିବା ପାଇଁ ମନରେ ବି·ର ସୃଷ୍ଟି ହୁଏ । ତୃତୀୟ ପର୍ଯ୍ୟାୟରେ କର୍ମଟି କି୍ରୟାନ୍ୱିତ ହୋଇଥାଏ । ଇଚ୍ଛା-ବି·ର ଓ କି୍ରୟମାଣ ଶକ୍ତି ପ୍ରତ୍ୟେକ ହେଉଛି ଆମର ପୂର୍ବବର୍ୀ ଅମୂର୍ କାମନା ଏବଂ ବି·ର ସମୂହର ସାକାର ରୂପ । ଯେତେବେଳେ କୌଣସି କାର୍ଯ୍ୟ ସମ୍ପାଦିତ ହେଉଥାଏ ତା ସହିତ ନୂତନ କାମନା ଓ ବି·ର ଉପôନ୍ନ ହୋଇଥାଏ । କର୍ମର ନିୟମ ସ୍ୱାଭାବିକ କାର୍ଯ୍ୟ କରିଥାଏ । ତେଣୁ ଏହାକୁ ନୈସର୍ଗିକ ନିୟମ ମଧ୍ୟ କୁହାଯାଇପାରେ । ଏହି ନିୟମରେ କୌଣସି ବାହ୍ୟଶକ୍ତିର ଆଦୌ ହସ୍ତକ୍ଷେପ ହୋଇନଥାଏ । କୌଣସି ହତ୍ୟାକାରୀ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ନ୍ୟାୟାଳରେ ନିର୍ଦ୍ଧୋଷ ସାବ୍ୟସ୍ତ ହୋଇ ଖସି ଯାଇପାରେ । କିନ୍ତୁ କର୍ମର ସୂକ୍ଷ୍ମ ନିୟମ କବଳରୁ ସେ ମୁକ୍ତ ହୋଇପାରିବେ ନାହିଁ । କାର୍ଯ୍ୟ କାରଣ ସିଦ୍ଧାନ୍ତ ଅନୁସାରେ ଜଣେ ଅଗ୍ନିକୁ ସ୍ପର୍ଶ କଲେ ଅବଶ୍ୟ ଦଗ୍ଧ ହେବ । ଠିକ୍ ସେହିପରି କର୍ମର ନିୟମ ସୂକ୍ଷ୍ମ ଜଗତର ନିୟମ ଓ ଶକ୍ତିଗୁଡ଼ିକ ଆଧାରରେ କାର୍ଯ୍ୟ କରିଥାଏ । ଏହାର ପରିଣାମ ଶୀଘ୍ର ବା ବିଳମ୍ବ ହୋଇପାରେ ।
ଭାଗ୍ୟ ନିର୍ମାଣରେ ବି·ର ଶକ୍ତି, ଇଚ୍ଛାଶକ୍ତି ଓ କି୍ରୟାଶକ୍ତିର ଭୂମିକା ଅତ୍ୟନ୍ତ ମହ୍ୱପୂର୍ଣ୍ଣ । ବି·ର ଶକ୍ତି ଦ୍ୱାରା ମନୁଷ୍ୟର ଚରିତ୍ର ନିର୍ମାଣ ହୁଏ । ବି·ର ଅତି ସୂକ୍ଷ୍ମ କି୍ରୟାଶକ୍ତି ଅଟେ । ଆମେ ଯେତେବେଳେ କୌଣସି ବ୍ୟକ୍ତି ବା ବସ୍ତୁ, ଗୁଣ ବା ଅବଗୁଣ, ଶକ୍ତି ବା ଦୁର୍ବଳତା ଇତ୍ୟାଦି ବିଷୟରେ ଚିନ୍ତନ କରିବା ପ୍ରାରମ୍ଭ କରିଥାଉ; ସେତେବେଳେ ବି·ର ଜଗତରେ ଏକ ତରଙ୍ଗ ପ୍ରସାରିତ ହେବାକୁ ଲାଗେ । ଏହି ତରଙ୍ଗ (କମ୍ପନ) ଆମେ ଚିନ୍ତନ କରୁଥିବା ବିଷୟ ବସ୍ତୁର ଅନୁକୂଳ ହୋଇଥାଏ । ଯଦି କୌଣସି ବି·ରକୁ ଜଣେ ବାରମ୍ବାର ପୁନରାବୃି କରେ, ତେବେ ତାର ଅନୁକୂଳ ତରଙ୍ଗ ପ୍ରଖର ଭାବରେ ପ୍ରସାରିତ ହୋଇଥାଏ । କିଛି ସମୟ ପରେ ଏହି ପ୍ରକମ୍ପନ ଆପଣା ଛାଏଁ ସେହି ବି·ରକୁ ସୃଷ୍ଟି କରିବା ପ୍ରାରମ୍ଭ କରିଦିଏ । ଆମେ ନ ·ହିଁଲେ ମଧ୍ୟ ଏହି ବି·ରଗୁଡ଼ିକର ପୁନରାବର୍ନ ପ୍ରାରମ୍ଭ ହୋଇଯାଏ । ଏହିପରି ସେପରି ବି·ର କରିବା ଅଭ୍ୟାସରେ ପରିଣତ ହୋଇଯାଏ । ପରିଣାମ ସ୍ୱରୂପ ତତ୍ ସମ୍ବନ୍ଧିତ ଗୁଣ ବା ଅବଗୁଣର ବିକାଶ ଆମ ମଧ୍ୟରେ ପ୍ରାରମ୍ଭ ହୋଇଯାଏ । ଏହାକୁ ଆମେ ଚରିତ୍ର ବୋଲି କହିଥାଉ । ଚରିତ୍ରରେ ଗୁଣ ବା ଦୋଷର ନିର୍ମାଣ ଏହି ନିୟମ ଅନ୍ତର୍ଗତ ହୋଇଥାଏ । ଯଦି ଜଣେ ନୈତିକ ବା ଆଧ୍ୟାତ୍ମିକ ଗୁଣର ବିକାଶ କରିବାକୁ ·ହେଁ ତେବେ ସେ ବିଷୟରେ ବାରମ୍ବାର ବି·ର କରିବା ଉଚିତ । ଏଥି ସହିତ ଧୈର୍ଯ୍ୟ ପୂର୍ବକ ସେହି ଗୁଣର ଅଭ୍ୟାସ କରିବାକୁ ପଡିବ । କିଛିଦିନ ପରେ ତାର ବିକାଶ ତୀବ୍ର ଭାବରେ ହେବାକୁ ଲାଗିବ । ସେହିପରି ଯଦି ଜଣେ କୌଣସି ଦୁର୍ଗୁଣରୁ ମୁକ୍ତି ପାଇବାକୁ ·ହୁଁଥାଏ ତେବେ ଏହି ନିୟମର ଅନୁସରଣ ଦ୍ୱାରା ସମ୍ଭବ ହୋଇପାରିବ । ବି·ର କରୁଥିବା ଗୁଣ ଧୀରେ ଧୀରେ ଅର୍ନ୍ତମନର ଗଭୀରତାକୁ ପ୍ରବେଶ କରି ସ୍ଥାୟୀ ସଂସ୍କାର ନିର୍ମାଣ କରେ ଏବଂ ବ୍ୟକ୍ତି ତାର ଅନୁରୂପ ଚରିତ୍ରର ସ୍ବାମୀ ହୋଇଯାଏ । ଏହି ଚରିତ୍ର ତାର ସଫଳତା ଏବଂ ଅସଫଳତା କିମ୍ବା ଭାଗ୍ୟ ଓ ଦୁର୍ଭାଗ୍ୟ ନିର୍ମାଣର କାରକ ତ୍ୱ ବନିଯାଏ । ଅନୁକୂଳ ଗୁଣ ଓ ଶକ୍ତିର ନିରନ୍ତର ଚିନ୍ତନରୁ ଉପôନ୍ନ ପ୍ରକମ୍ପନଗୁଡିକ ଦ୍ୱାରା ସେହି ବ୍ୟକ୍ତିର ସ୍ୱଭାବ ବା ପ୍ରକୃତି ନିର୍ମାଣ ହୋଇଥାଏ । ଏହି ସଦ୍ଗୁଣ ତାର ଶାନ୍ତି ଓ ସୁଖଦ ଜୀବନର ଆଧାର ବନିଯାଏ । ପୂର୍ବ ଜନ୍ମରେ ସôତ ଏହି ସଂସ୍କାର ଏହି ଜନ୍ମରେ ତାର ସ୍ୱଭାବିକ ·ରିତି୍ରକ ଗୁଣ ରୂପରେ ପ୍ରକଟ ହୋଇଥାଏ । ଏହି ସଂସ୍କାର କର୍ମର ମହ୍ୱପୂର୍ଣ୍ଣ ଭାଗ ଅଟେ । ଏହାଦ୍ୱାରା ଭାଗ୍ୟର ନିର୍ମାଣ ହୋଇଥାଏ ।
ଇଚ୍ଛାଶକ୍ତି ବା ସଂକଳ୍ପ ଶକ୍ତି ହେଉଛି ଆମର ସବୁଠାରୁ ଶ୍ରେଷ୍ଠ ମୂଳ ଶକ୍ତି । ସବୁଠାରୁ ତୀବ୍ରଗତି ସମ୍ପନ୍ନ ଭାଷା ହେଉଛି ସଂକଳ୍ପର ଭାଷା । ଅତ୍ୟନ୍ତ ଦୂରବର୍ୀ ସ୍ଥାନରେ ଥିବା ବ୍ୟକ୍ତିକୁ ମଧ୍ୟ ସଂକଳ୍ପର ଭାଷା ମାଧ୍ୟମରେ ସନ୍ଦେଶ ପ୍ରେରଣ କରାଯାଇପାରିବ । ଆମେ ସମ୍ବନ୍ଧ ସମ୍ପର୍କରେ ଆସୁଥିବା କୌଣସି ବ୍ୟକ୍ତିଙ୍କ ସଂସ୍କାରକୁ ବା ଆ·ର ବ୍ୟବହାରକୁ ଯଦି ପ୍ରତ୍ୟକ୍ଷରେ ମୌଖିକ ବାଚନ ଦ୍ୱାରା ପରିବର୍ନ କରି ହେଉନାହିଁ, ତେବେ ଏହି ସଂକଳ୍ପ ଶକ୍ତି ମାଧ୍ୟମରେ ତାହା ସମ୍ଭବ ହୋଇପାରେ ।
କୌଣସି ବସ୍ତୁ ପ୍ରତି ଆକର୍ଷଣ ବା ପ୍ରତ୍ୟାକର୍ଷଣର ନାମ ହେଉଛି ଇଚ୍ଛା ବା କାମନା । ଯେକୌଣସି ବସ୍ତୁ, ବ୍ୟକ୍ତି ବା ଭାବର ଇଚ୍ଛା ଆମେ କରିଥାଉ ତା’ର ଓ ଆମ ମଧ୍ୟରେ ଏକ ଚୁମ୍ବକୀୟ ସମ୍ବନ୍ଧ ପ୍ରାରମ୍ଭ ହୋଇଯାଏ । ଆମ ମନରେ ଉପôନ୍ନ ହେଉଥିବା ତୀବ୍ର କାମନା ସେହି ବସ୍ତୁ ବା ବ୍ୟକ୍ତି ପ୍ରତି ଆମକୁ ଆକର୍ଷିତ କରିଥାଏ । ଏହାକୁ ଇଚ୍ଛା ଶକ୍ତି କୁହାଯାଏ । ଏହି ଇଚ୍ଛା ଶକ୍ତି ସେହି ବସ୍ତୁକୁ ପାଇବା ପାଇଁ ଆମକୁ ପ୍ରେରିତ କରେ ଓ ମନକୁ ଏକାଗ୍ର କରିଦିଏ । ଯାହା ଫଳରେ ବିଭିନ୍ନ ବାଧା ବିଘ୍ନ ସେ୍ୱ ମଧ୍ୟ ଆମେ ଇଚ୍ଛିତ ଫଳ ପ୍ରାପ୍ତି ପାଇଁ ସତତ ପ୍ରୟାସ କରିଥାଉ । ଏହାର ପରିଣାମ ସ୍ବରୂପ ଇହଜନ୍ମ ହେଉ ବା ପରଜନ୍ମ ହେଉ ଦିନେ ନା ଦିନେ ଆମକୁ ତାହା ପ୍ରାପ୍ତ ହୋଇଥାଏ ।
ଏହି ବିରାଟ ବିଶ୍ୱରେ ବ୍ୟାପ୍ତ ପ୍ରକୃତି ଏବଂ ଅନନ୍ତ କି୍ରୟାଶୀଳତା ପଛରେ ତାର (ପ୍ରକୃତିର) ସୂକ୍ଷ୍ମ ମନ ହିଁ ରହିଛି । ଯେଉଁ ବ୍ୟକ୍ତି ପ୍ରକୃତିର ଏହି ରହସ୍ୟ ବା ତାର ମନର ରଚନାଶୀଳତା ସିଦ୍ଧାନ୍ତକୁ ଭଲ ଭାବରେ ବୁଝିଯାଏ, ସେ ସହଜରେ ତା’ର ଅନନ୍ତ ଗର୍ଭରେ ସୁପ୍ତ ଭାବରେ ବିଦ୍ୟମାନ ଥିବା ସମ୍ପି ପାଇବାରେ ସଫଳତା ଲାଭ କରେ । ପ୍ରକୃତିର ମନ ସହିତ ଆମର ସମ୍ପର୍କ ସ୍ଥାପିତ ହେବା ପାଇଁ ସର୍ବପ୍ରଥମେ ନିଜ ମନରେ ଉପôନ୍ନ ହେଉଥିବା ସଂକଳ୍ପ-ବିକଳ୍ପଗୁଡିକୁ ରୋକିବାକୁ ହେବ । ତେବେ ଯାଇ ଆମ ମନରେ ନିଶ୍ଚଳ ରଚନାତ୍ମକ ସଂକଳ୍ପ ଶକ୍ତି ସୃଷ୍ଟି ହେବ । ଏହା ଆମ ଇଚ୍ଛିତ ଫଳ ପ୍ରାପ୍ତିର ମାର୍ଗ ପ୍ରଶସ୍ତ କରିବ । ଆମ ମନର ରଚନାଶୀଳତା ପାଇଁ ସଂକଳ୍ପରେ ଦୃଢ଼ତା ଓ ନିୟନ୍ତ୍ରିତ ଗତିଶୀଳତା ଏକାନ୍ତ ଅପରିହାର୍ଯ୍ୟ । ଆତ୍ମାର ମନ ଓ ପ୍ରକୃତିର ମନ ମଧ୍ୟରେ ସାମଞ୍ଜସ୍ୟ ପୂର୍ଣ୍ଣ ସମ୍ବନ୍ଧ ସ୍ଥାପିତ ହେଲେ ସୃଜନ ଓ ସଫଳତାର ବହୁ ଆୟାମୀ ଦ୍ୱାର ସ୍ୱତଃ ଖୋଲିବାକୁ ଲାଗେ । ଏଥିପାଇଁ ଆମର ସଂକଳ୍ପରେ ଦୃଢ଼ତା ଏବଂ ରଚନାଶୀଳତାର ଅଜସ୍ର ସ୍ରୋତ ସର୍ବଦା ପ୍ରବାହିତ ହେଉଥିବା ଆବଶ୍ୟକ ।
କର୍ମ ଦ୍ୱାରା ଏହି ଭୌତିକ ଶରୀର ଏବଂ ତାର ଚତୁଃପାଶ୍ୱର୍ର ପରିବେଶ ନିର୍ମାଣ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଏଠାରେ ଏକ ଦୃଷ୍ଟାନ୍ତ ଦେବା ଆବଶ୍ୟକ ମନେ ହୁଏ । ମନେ କରାଯାଉ ଗୋଟିଏ ଗାଁରେ ଏକ ପୁଷ୍କରିଣୀ ଖୋଳା ହେଉଛି । ଏଥିପାଇଁ ଦୁଇଜଣ ବ୍ୟକ୍ତି ପାଲକ୍ଷ ଟଙ୍କା ଦାନ ସ୍ୱରୂପ ଦେଲେ । ପ୍ରଥମ ବ୍ୟକ୍ତି ନିଃସ୍ୱାର୍ଥ ଭାବରେ ଜନକଲ୍ୟାଣ ପାଇଁ ଦାନ କରିଛନ୍ତି । ଅନ୍ୟ ବ୍ୟକ୍ତିଜଣକ ସ୍ୱାର୍ଥ ଭାବନା ନେଇ ଦାନ କରିଛନ୍ତି । ସେ ଦାନ ଦେବା ପୂର୍ବରୁ କାମନା କରିଛନ୍ତି ଯେ ଲୋକେ ତାଙ୍କୁ ପୁଣ୍ୟାତ୍ମା ଓ ସମାଜସେବୀ ବୋଲି ଜାଣନ୍ତୁ ଯଦ୍ୱାରା ଆସନ୍ତା ନିର୍ବାଚନରେ ସେ ସରପ ପଦରେ ଜୟଯୁକ୍ତ ହେବେ । ନିଃସ୍ୱାର୍ଥ ଓ ସ୍ୱାର୍ଥ ସମ୍ପନ୍ନ ଉଭୟ ବ୍ୟକ୍ତିଙ୍କ ଦାନ କରିବା ଦ୍ୱାରା କେଉଁ ପରିଣାମ ହେବ ତାହା ଉପରେ ବି·ର କରିବା । ଆଗାମୀ ଜନ୍ମରେ ଉଭୟଙ୍କୁ ତାଙ୍କ ଅନୁରୂପ ସମାନ ଧନ ସମ୍ପି ଓ ଗୃହ ଇତ୍ୟାଦି ପ୍ରାପ୍ତ ହେବ । କାରଣ ଦୁହେଁ ସମାନ ପରିମାଣ ଦାନ କରିଥିଲେ । କିନ୍ତୁ ଏହି କର୍ମର ସବୁଠାରୁ ବଡ ଫରକ ହେବ ଯେ ପ୍ରଥମ ବ୍ୟକ୍ତି ସହୃଦୟ, ଦୟାଳୁ-କୃପାଳୁ, ନିଃସ୍ୱାର୍ଥଭାବରେ ସମାଜସେବା ଇତ୍ୟାଦି ଦିବ୍ୟଗୁଣ, ସ୍ୱଭାବ ବା ଚରିତ୍ର ସମ୍ପନ୍ନ ହୋଇ ଜନ୍ମ ନେବେ । ଅନ୍ୟ ଜଣକ ମହାସ୍ୱାର୍ଥୀ, କୃପଣ, ଲୋଭୀ ଇତ୍ୟାଦି ଅବଗୁଣ ନେଇ ଜନ୍ମ ହେବ । ପ୍ରଥମ ବ୍ୟକ୍ତି ପ୍ରାପ୍ତ ଧନକୁ ନିଜ ପାଇଁ, ସ୍ୱଜନ-ମିତ୍ର-ସମ୍ବନ୍ଧୀ ଏବଂ ସମାଜ ପାଇଁ ମୁକ୍ତ ଭାବରେ ଖର୍ଚ୍ଚ କରି ସମସ୍ତଙ୍କ ଆଶୀର୍ବାଦର ପାତ୍ର ହୋଇଯିବେ ଏବଂ ତାଙ୍କ ଜୀବନ ପ୍ରସନ୍ନତା, ଆନନ୍ଦ ଏବଂ ଗୌରବରେ ଭରପୁର ହେବ । ତାଙ୍କୁ ସମସ୍ତଙ୍କ ସ୍ନେହ ଓ ସଦିଚ୍ଛା ମଧ୍ୟ ପ୍ରାପ୍ତ ହେବ । ଅନ୍ୟପକ୍ଷରେ ଦ୍ୱିତୀୟ ବ୍ୟକ୍ତି ଜଣକ କୃପଣ ହୋଇଥିବା ହେତୁ ସେ ତାଙ୍କ ପ୍ରାପ୍ତ ଧନକୁ ନିଜ ପ୍ରତି ତଥା ସ୍ୱଜନ ପରିଜନଙ୍କ ପାଇଁ ଖର୍ଚ୍ଚ କରିବେ ନାହିଁ । ଅପିତୁ ସ୍ୱାର୍ଥ ଓ ଲୋଭ ବଶତଃ ଅତ୍ୟଧିକ ଧନ ପାଇବାକୁ ବ୍ୟବସାୟରେ ବିନିଯୋଗ କରିବେ, ଏଥିପାଇଁ ଏହି ଜନ୍ମରେ ତାଙ୍କୁ କାହାରି ଆଶୀର୍ବାଦ ମିଳିବ ନାହିଁ ବା କୌଣସି ସୁଖ ପ୍ରାପ୍ତ ହେବ ନାହିଁ । ବରଂ ତାଙ୍କୁ ଅନ୍ୟମାନଙ୍କର ଅଭିଶାପ ମିଳିବ । ପରିଣାମ ସ୍ୱରୂପ ସେ ପରବର୍ୀ ଜୀବନରେ ଆହୁରି ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବ । ଏହି ଜନ୍ମରେ ଯଦି ସେ ଅନ୍ୟମାନଙ୍କ ପରି ଶ୍ରେଷ୍ଠ କର୍ମ କରିବାକୁ ଇଚ୍ଛା କରିବେ ତେବେ ଖରାପ ପାରିପାଶ୍ୱିର୍କ ଅବସ୍ଥା ଓ ଅତ୍ୟଧିକ ଦରିଦ୍ର ହୋଇଥିବା ହେତୁ ତାଙ୍କ ସେହି ଇଚ୍ଛିତ ଶ୍ରେଷ୍ଠ କାର୍ଯ୍ୟ କରିପାରିବେ ନାହିଁ । ତାଙ୍କ ଜୀବନ କେବଳ ବ୍ୟର୍ଥ ଅଶ୍ରୁପାତରେ ଅତିବାହିତ ହୋଇଯିବ ।
ଏହି ଦୃଷ୍ଟାନ୍ତରୁ ଏହା ସ୍ପଷ୍ଟ ହୁଏ ଯେ ଆମେ ଯେପରି କର୍ମ କରିବା ସେହି ଅନୁରୂପ ଫଳ ଚଳିତ ଜୀବନରେ ଓ ପରବର୍ୀ ଜୀବନରେ ଭୋଗ କରିବା । ଯଦି କାହାରିକୁ ଦୁଃଖ ଦେଇଥିବା ତାର ପ୍ରତିବଦଳରେ ଆମକୁ ଦୁଃଖ ହିଁ ମିଳିବ । ଏହା ହେଉଛି କର୍ମର ତୃତୀୟ ନିୟମ ।
Comments
Post a Comment