ଅଧ୍ୟାତ୍ମିକ ଜ୍ଞାନର ସାତଟି ଭୂମିକା
ଯୋଗବାଶିଷ୍ଠରେ ଆଧ୍ୟାତ୍ମିକ ଜ୍ଞାନର ସାତ ପ୍ରକାର ଭୂମିକା କଥା କୁହାଯାଇଛି । ଶ୍ରୀ ବଶିଷ୍ଠ କହୁଛନ୍ତି,
ଜ୍ଞାନ ଭୂମିଃ ଶୁଭେଚ୍ଛାଖ୍ୟା ପ୍ରଥମା ସମୁଦାହୃତା
ବି·ରଣା ଦ୍ୱିତୀୟା ତୁ ତୃତୀୟା ତନୁମାନସା ।ା
ସ୍ୱାପିଶ୍ଚତୁର୍ଥୀସ୍ୟାତ ତତୋଽସଂସକ୍ତି ନାମିକା ।
ପଦାର୍ଥ ଭାବନା ଷଷ୍ଠୀ ସପ୍ତମୀ ତୁର୍ଯ୍ୟୟା ସ୍ମୃତା ।ା
(ଯୋଗବାଶିଷ୍ଠ, ଉପôି -୧୧୮/୫-୬)
ଅର୍ଥ: ପ୍ରଥମରେ ଶୁଭେଚ୍ଛା, ଦ୍ୱିତୀୟରେ ବି·ରଣା, ତୃତୀୟରେ ତନୁମାନସା, ଚତୁର୍ଥରେ ସ୍ୱାପି, ପମରେ ଅସଂସକ୍ତି, ଷଷ୍ଠରେ ପଦାର୍ଥ ଭାବନା ଏବଂ ସପ୍ତମରେ ତୁର୍ଯ୍ୟଗା - ହିପରି ଜ୍ଞାନର ଏହି ସାତ ଭୂମିକା ସ୍ବୀକାର କରାଯାଇଛି ।
୧-ଶୁଭେଚ୍ଛା
ସ୍ଥିତଃ କିଂ ମୂଢ଼ ଏବାସ୍ମି ପ୍ରେକ୍ଷେଽହଂ ଶାସ୍ତ୍ରସଜ୍ଜନୈଃ ।
ବୈରାଗ୍ୟପୂର୍ବମିଚ୍ଛେତି ଶୁଭେଚ୍ଛେତୁ୍ୟଚ୍ୟତେ ବୁଧୈଃ ।ା
(ଯୋଗବାଶିଷ୍ଠ, ଉପôି-୧୧୮/୮)
ଅର୍ଥ: ମୁଁ ମୂଢ଼ ହୋଇ କାହିଁକି ରହିଛି, ମୁଁ ଶାସ୍ତ୍ର ଏବଂ ସତ୍ପୁରୁଷମାନଙ୍କ ଦ୍ୱାରା ଜ୍ଞାତ ହୋଇ ତ୍ୱର ସାକ୍ଷାତକାର କରିବି- ଏହି ପ୍ରକାର ବୈରାଗ୍ୟ ପୂର୍ବକ କେବଳ ମୋକ୍ଷ ଇଚ୍ଛା ହେବାକୁ ଜ୍ଞାନୀଗଣ “ଶୁଭେଚ୍ଛା” କହିଛନ୍ତି ।
େ·ରୀ, ବ୍ୟଭି·ର, ମିଥ୍ୟା, ଛଳ, କପଟ, ବଳକ୍ରାର, ହିଂସା, ଅଭକ୍ଷ ଭୋଜନ, ଦୁର୍ବ୍ୟସନ ଓ ପ୍ରମାଦ (ବ୍ୟର୍ଥ ଚେଷ୍ଟା) ଆଦି ଶାସ୍ତ୍ର ନିଷିଦ୍ଧ କର୍ମ ଅଶୁଭ ଇଚ୍ଛାର ଅନ୍ତର୍ଗତ । ଏଗୁଡ଼ିକୁ ମନ, ବଚନ ଓ କର୍ମରେ ତ୍ୟାଗ କରିବା ଉଚିତ୍ । ଏହି ଅଶୁଭ ଇଚ୍ଛା ଗୁଡ଼ିକର ତ୍ୟାଗ କରିବା ହେଉଛି ଶୁଭେଚ୍ଛା । ସାଂପ୍ରଦାୟିକ ଧର୍ମ କର୍ମକାଣ୍ଡ ବହୁଳ । ଶାଶ୍ୱତ ଧର୍ମର ମୂଳ ଉଦ୍ଧେଶ୍ୟ ହେଉଛି ମାନବାତ୍ମା ମଧ୍ୟରେ ଆଧ୍ୟାତ୍ମିକ ଚେତନାର ବିକାଶ କରିବା । ଏହାଦ୍ୱାରା ମନୁଷ୍ୟର ଜ୍ଞାନ ଚକ୍ଷୁ ଖୋଲିଯାଏ । ସେ ସତ୍ ଓ ଅସତ୍ର ନିରୂପଣ କରିପାରେ । ତେଣୁ ସେ ଅସତ୍ ମାର୍ଗରୁ ନିବୃ ହୋଇ ସତ୍ ମାର୍ଗରେ ·ଲିବାକୁ ସଂକଳ୍ପ କରେ । ଯାହା ଅନିତ୍ୟ ତାହା ଅସତ୍ୟ । ଚକ୍ଷୁଗୋଚର ସମସ୍ତ ଭୌତିକ ବସ୍ତୁ ବା ପଦାର୍ଥ ପରିବର୍ନଶୀଳ ଓ ନାଶବାନ । ତେଣୁ କ୍ଷଣଭଙ୍ଗୁର ଦେହ ଓ ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ ଏବଂ ବୈଭବ ଉଦ୍ଧେଶ୍ୟରେ କର୍ମକାଣ୍ଡ ଆଧାରିତ କି୍ରୟାକଳାପ ଅସତ କର୍ମ ଅନ୍ତର୍ଭୁକ୍ତ ଓ ଏହା ସର୍ବଦା ତ୍ୟାଜ୍ୟ । ଏହା ବ୍ୟତୀତ ବିଷୟଭୋଗ ଓ ବିଳାସ ବ୍ୟସନ କାମନା କରିବା ଓ ସେଥିପାଇଁ ଧନ ଉପାର୍ଜନ କରିବା, ଅଯାଚିତ ଭାବରେ ପ୍ରାପ୍ତ ଧନ ଓ ସେବା ସ୍ବୀକାର କରିବା, କାହାରିଠାରୁ ମଧ୍ୟ କୌଣସି ସ୍ବାର୍ଥ ହାସଲ ପାଇଁ ଇଚ୍ଛା ରଖିବା ବା ସେଥିପାଇଁ ପ୍ରଚେଷ୍ଟା କରିବା; ମାନ, ସମ୍ମାନ, ପଦ, ମର୍ଯ୍ୟାଦା, ପ୍ରତିଷ୍ଠା ଆଦି ବୃଦ୍ଧି ପାଇଁ କର୍ମ କରିବା ଆଦି ମଧ୍ୟ ଶାସ୍ତ୍ରାନୁମୋଦିତ କର୍ମ ନୁହେଁ, ତେଣୁ ଏଗୁଡ଼ିକୁ ତ୍ୟାଗ କରିବା ଉଚିତ୍ । ଅନ୍ୟ ପକ୍ଷରେ ଈଶ୍ୱର ଭକ୍ତି, ମାତା, ପିତାଦି ଗୁରୁଜନମାନଙ୍କ ସେବା, ଶରୀର ନିର୍ବାହ ତଥା ପରିବାର ଷୋଷଣ ପାଇଁ ସତ୍ ଉପାୟରେ ଧନ ଉପାର୍ଜନ କରିବା ଓ ସତ୍ୟ ନିଷ୍ଠାପୂର୍ବକ ଗୃହସ୍ଥ ଧର୍ମର ପାଳନ କରିବା, ଶୁଦ୍ଧ-ଅନ୍ନ ଗ୍ରହଣ କରିବା, ମନ ଓ ବୁଦ୍ଧିକୁ କାମକ୍ରୋଧାଦି ମନୋବିକାର ସମୂହର ପ୍ରଭାବରୁ ମୁକ୍ତ ରଖିବା ପାଇଁ ପ୍ରୟାସ କରିବା, ଦେହାଭିମାନ ତ୍ୟାଗ କରି ନିଜକୁ ଦେହଠାରୁ ପୃଥକ ଏକ ଆଧ୍ୟାତ୍ମିକ ସା ‘ଆତ୍ମା’ ବୋଲି ସତତ ସ୍ମରଣ ରଖିବା, ସତ୍ସଙ୍ଗ କରିବା, ସତ୍ପୁସ୍ତକ ଅଧ୍ୟୟନ କରିବା, ଦିବ୍ୟଗୁଣଗୁଡ଼ିକୁ ଧାରଣ କରିବା, ସମ୍ବନ୍ଧ ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେହ ଦୃଷ୍ଟିରେ ନଦେଖି ଆତ୍ମିକ ଦୃଷ୍ଟିରେ ଦେଖିବା, ଇତ୍ୟାଦି “ଶୁଭେଚ୍ଛା” ନାମକ ପ୍ରଥମ ଭୂମିକା ଅଟେ ।
୨-ବି·ରଣା
ଶାସ୍ତ୍ରସଜ୍ୱନ ସମ୍ପର୍କ ବୈରାଗ୍ୟାଭ୍ୟାସ ପୂର୍ବକମ୍ ।
ସଦା·ର ପ୍ରବୃିୟାଂ ପ୍ରୋଚ୍ୟତେ ସା ବି·ରଣା ।ା
(ଯୋଗବଶିଷ୍ଟ, ଉପôି ୧୧୮/୯)
ଅର୍ଥ: ଶାସ୍ତ୍ରାଧ୍ୟୟନ, ମନନ ଏବଂ ସତ୍ପୁରୁଷମାନଙ୍କ ସଙ୍ଗ ତଥା ବିବେକ ଓ ବୈରାଗ୍ୟର ଅଭ୍ୟାସପୂର୍ବକ ସଦା·ରରେ ପ୍ରବୃ ହେବା ‘ବି·ରଣା’ ନାମକ ଭୂମିକା ରୂପେ କଥିତ ।
ଯେଉଁ ଜ୍ଞାନ ମନୁଷ୍ୟାତ୍ମାର ବାସ୍ତବିକ ସ୍ବରୂପ ଅନୁଭବ କରାଇ ସତ-ଚିତ୍-ଆନନ୍ଦ ସ୍ବରୂପ ପରମାତ୍ମାଙ୍କ ସହିତ ମନୋମିଳନ କରାଏ ଅର୍ଥାତ୍ ଅସତ୍ (ଅଜ୍ଞାନ)ରୁ ସତ୍ (ଜ୍ଞାନ) ଅଭିମୁଖେ ଅଗ୍ରସର କରାଏ ତାହା ହେଉଛି “ସତ୍ ଜ୍ଞାନ” ଓ ଏହି ସତ୍ ଜ୍ଞାନ ସମ୍ପନ୍ନ ଶାସ୍ତ୍ର ହେଉଛି ସତ୍-ଶାସ୍ତ୍ର, ଯେଉଁ ବ୍ୟକ୍ତି ଏହି ସତ୍ ଜ୍ଞାନ ଆଧାରରେ ସତ୍ୟ ସ୍ବରୂପ ପରମାତ୍ମା ସହିତ ମନ-ବୁଦ୍ଧିକୁ ସତତ ଯୁକ୍ତି କରି ସର୍ବଦା ସତମାର୍ଗରେ ·ଲନ୍ତି ଓ ଅନ୍ୟମାନଙ୍କୁ ମଧ୍ୟ ନିଜ ପରି ସତ୍ ଜ୍ଞାନର ଅଧିକାରୀ କରି ତଦନୁସାରେ ପରି·ଳିତ ହେବା ପାଇଁ ପ୍ରେରଣା ଦିଅନ୍ତି ସେହିଁ ସତ୍ପୁରୁଷ । ଏହିପରି ‘ସତ୍ ପୁରୁଷ’ଙ୍କୁ ଗୀତାରେ ସ୍ଥିତପ୍ରଜ୍ଞ, ପରମଭକ୍ତ ଓ ଯୋଗୀ ବୋଲି କୁହାଯାଇଛି । ସତ୍ଗ୍ରନ୍ଥ ଅଧ୍ୟୟନରୁ ପ୍ରାପ୍ତ ସତ୍ଜ୍ଞାନର ମନନ, ସତ୍ପୁରୁଷଙ୍କ ସଙ୍ଗରୁ ପ୍ରାପ୍ତ ଦିଗ୍ ଦର୍ଶନ ଓ ସଦ୍ଗୁଣର ଧାରଣା ତଥା ସଦା·ରର ପାଳନ ଦ୍ୱାରା ପ୍ରାପ୍ତ ବିବେକ (ବିବେଚନ) ହେଉଛି “ବି·ରଣା” । ଅନ୍ୟ ଅର୍ଥରେ ସତ୍-ଅସତ୍ ଓ ନିତ୍ୟ-ଅନିତ୍ୟ ବସ୍ତୁର ବିବେଚନାର ନାମ ‘ବିବେକ’ । ପ୍ରତ୍ୟେକ ଅବସ୍ଥାରେ ପ୍ରତିକ୍ଷଣ ସତ୍ ଓ ଅସତ୍ ବିଶ୍ଲେଷଣ କରି କରି ଏହି ବିବେକ ସିଦ୍ଧ ହୁଏ ।
ଯାହା ଅବିନାଶୀ ତାହା ‘ସତ’ ଓ ଯାହାର ନାଶ ହୁଏ ତାହା ‘ଅସତ୍’ । ଗୀତାରେ ଏହି ବିଷୟରେ ନିମ୍ନ ପ୍ରକାରେ କୁହାଯାଇଛି ।
ନାସତୋ ବିଦ୍ୟତେ ଭାବୋ ନାଭାବୋ ବିଦ୍ୟତେ ସତଃ ।
ଉଭୟୋରପି ଦୃଷ୍ଟୋଽନ୍ତସ୍ତନୟୋସ୍ତ୍ୱ ଦର୍ଶିଭିଃ ।ା
(ଗୀତା ୨/୧୬)
ଅର୍ଥ: ଅସତ୍ (ଅନିତ୍ୟ)ର ସା ନାହିଁ ଓ ସତ୍ର (ନିତ୍ୟ) ବିନାଶ ନାହିଁ । ତ୍ୱଦର୍ଶୀ ଜ୍ଞାନୀମାନେ ଏହିପରି ଭାବରେ ଏ ଦୁଇଟି ପଦାର୍ଥର (ସତ୍ ଅସତ) ତ୍ୱ ନିର୍ଣ୍ଣୟ କରିଛନ୍ତି ।
ଯାହା ସର୍ବକାଳରେ ଓ ସବୁ ଅବସ୍ଥାରେ, ଅପରିବର୍ନୀୟ, ନିତ୍ୟ, ଶାଶ୍ୱତ, ନିରନ୍ତନ ତାହାହିଁ ସତ୍ୟ । ତା’ର ଅଭାବ କେବେ ହୁଏନାହିଁ । ଏଠାରେ ଆତ୍ମାକୁ ସତ ବୋଲି କୁହାଯାଇଛି । କାରଣ ଏହି ଅଧ୍ୟାୟ ପ୍ରାରମ୍ଭରେ (ଶ୍ଲୋକ ୧୨-୧୫) ପରମାତ୍ମା ଆତ୍ମାର ନିତ୍ୟତ୍ୱ ଓ ଶରୀରର ଅନିତ୍ୟତ୍ୱ ନିରୂପଣ କରିଛନ୍ତି । ବର୍ମାନ ଏହାକୁ ଆହୁରି ସ୍ପଷ୍ଟ କରିବା ପାଇଁ ଏଠାରେ ସତ୍ ଓ ଅସତର ସ୍ବରୂପ ନିର୍ଣ୍ଣୟ କରୁଛନ୍ତି । ପରମାତ୍ମା ସତ୍ ଓ ଅସତ୍ ଏହି ଦ୍ୱୈତ ଭାବର ଉଦ୍ଧ୍ୱର୍ରେ । ତେଣୁ ଏଠାରେ ମୁଖ୍ୟତଃ ‘ସତ୍’ ଓ ‘ଅସତ୍’ ଶବ୍ଦ ଯଥାକ୍ରମେ ଆତ୍ମା ଏବଂ ଶରୀର ପାଇଁ କୁହାଯାଇଛି । ଯାହା ବିନାଶଶୀଳ, ପରିବର୍ନୀୟ, ଅନିତ୍ୟ, କ୍ଷଣଭଙ୍ଗୁର, ତାହାହିଁ ଅସତ୍ । ଏହାର ସବୁକାଳରେ ଅଭାବ ହୁଏ । ଏଠାରେ ଅବିନାଶୀ, ଅପ୍ରମେୟ ଓ ନିତ୍ୟସ୍ଥିତ ଆତ୍ମାର ଆଶି୍ରତ ନଶ୍ୱର ଶରୀରକୁ (ଗୀ-୨/୧୮) ଅସତ୍ର ପର୍ଯ୍ୟାୟବାଚୀ ରୂପେ ବର୍ଣ୍ଣନା କରାଯାଇଛି । ଅସଂଖ୍ୟ ଜୀବକୋଷର ସମାହାର ହେଉଛି ଶରୀର । ବିଭିନ୍ନ ପ୍ରକାରର ଜୀବକୋଷଗୁଡି କର କି୍ରୟା ପ୍ରତିକି୍ରୟାର ପରିଣାମ ସ୍ବରୂପ ଶରୀର ଶୈଶବରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ବିଭିନ୍ନ ଅବସ୍ଥାରେ ପରିବର୍ନ ହେଉଛି, ଏହି ତ୍ୱକୁ ବୁଝିପାରିବା ହେଉଛି ‘ବିବେକ’ ।
ଉପର୍ଯୁ୍ୟକ୍ତ ବିବେକ ଦ୍ୱାରା ଯେତେବେଳେ ସତ୍-ଅସତ୍ ଓ ନିତ୍ୟ-ଅନିତ୍ୟର ପୃଥକ୍କରଣ ହୋଇଯାଏ ସେତେବେଳେ ଅସତ୍ ଓ ଅନିତ୍ୟାପ୍ରତି ଆସକ୍ତି ରହେନାହିଁ । ଏହି ଅନିତ୍ୟ ସଂସାରର ସମସ୍ତ ପଦାର୍ଥ ଓ କର୍ମ ପ୍ରତି କାମନା ଓ ଆସକ୍ତି ନ ରହିବାକୁ ମହର୍ଷି ପତଞ୍ଜଳି ‘ବୈରାଗ୍ୟ’ ବୋଲି କହିଛନ୍ତି । “ଦୃଷ୍ଟାନୁ ଶ୍ରବିକ ବିଷୟ ବିତୃଷ୍ଣସ୍ୟ ବଶୀକାରସଂଜ୍ଞା ବୈରାଗ୍ୟମ ।” (ଯୋଗ ଦର୍ଶନ ୧/୧୫) ଅର୍ଥାତ୍ ସ୍ତ୍ରୀ, ପୁତ୍ର, ଧନ, ଭବନ, ମାନ, ପ୍ରତିଷ୍ଠା ଆଦି ଏହି ଲୋକର ସମ୍ପୂର୍ଣ୍ଣ ବିଷୟରେ ତୃଷ୍ଣାରହିତ ହୋଇଥିବା ଚିର ଯେଉଁ ବଶୀକାର ଅବସ୍ଥା ହୁଏ, ତାହାର ନାମ “ବୈରାଗ୍ୟ” ଅଟେ ।
ସମସ୍ତ ଇନ୍ଦି୍ରୟ ଓ ବିଷୟ ସମୂହଦ୍ୱାରା ଉପôନ୍ନ ହେଇଥିବା ଭୋଗଗୁଡ଼ିକ ଅନିତ୍ୟ । ଅଜ୍ଞାନତା ବଶତଃ ଅନିତ୍ୟରେ ନିତ୍ୟବୁଦ୍ଧି ହେତୁ ମନୁଷ୍ୟ ବିଷୟ ଭୋଗାଦିକୁ ନିତ୍ୟ ମନେ କରେ । ତେଣୁ ସେଗୁଡ଼ିକୁ ଅନିତ୍ୟ ମନେକରି ସେଥିରୁ ମନକୁ ନିବୃ କରିବା ଉଚିତ୍ । ଏହି ପରିପ୍ରେକ୍ଷୀରେ ଗୀତାରେ କୁହାଯାଇଛି-
ମାତ୍ରାସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣସୁଖ ଦୁଃଖଦାଃ ।
ଆଗମାପାୟିନୋଽନିତ୍ୟାସ୍ତ ସ୍ତିତିକ୍ଷସ୍ବ ଭାରତ ।ା (୨/୨୪)
ଯଂ ହି ନ ବ୍ୟଥୟନ୍ତେତେ ପୁରୁଷଂ ପୁରୁର୍ଷଭ ।
ସମଦୁଃଖ ସୁଖଂ ଧୀରଂ ସୋଽମୃତତ୍ୱାୟ କଳ୍ପତେ ।ା (୨/୧୫)
ଯେ ହି ସଂସ୍ପର୍ଶଜା ଭୋଗା ଦୁଃଖ ଯୋନୟ ଏବତେ ।
ଆଦ୍ୟନ୍ତବନ୍ତଃ କୌନ୍ତେୟ ନ ତେଷୁ ରମତେ ବୁଧଃ ।ା (୫/୨୨)
ଅର୍ଥ: ଇନ୍ଦି୍ରୟ ସହିତ ବିଷୟର ସଂସ୍ପର୍ଶ ହିଁ ଶୀତ ଓ ଉଷ୍ଣ, ସୁଖ ଓ ଦୁଃଖ ପ୍ରଦାନ କରେ । କିନ୍ତୁ ସେହି ସମ୍ବନ୍ଧରେ ସମୟାନୁସାରେ ଉପôି ଓ ବିନାଶ ହୁଏ; ସେମାନେ ଅନିତ୍ୟ ଅଟନ୍ତି । ସେ ସବୁକୁ ସହ୍ୟକର । ଏହି ମାତ୍ରା ସ୍ପର୍ଶସବୁ (ଇନ୍ଦି୍ରୟ ଶକ୍ତି ସହିତ ବିଷୟ ସଂଯୋଗମାନ) ସୁଖ ଦୁଃଖରେ ସମଭାବାପନ୍ନ ଆତ୍ମନିଷ୍ଠ ବ୍ୟକ୍ତିକୁ ପୀଡ଼ା ଦେଇପାରନ୍ତି ନାହିଁ । ସେ ଅମର ହେବା ପାଇଁ ଯୋଗ୍ୟ (୨/୧୪-୧୫) । ଯେଉଁ ଦୁଃଖ ଭୋଗ ସମୂହ ଇନ୍ଦି୍ରୟ ବିଷୟର ସ୍ପର୍ଶରୁ ଉପôନ୍ନ ତାହାହିଁ ଦୁଃଖର କାରଣ । ତା’ର ଆଦି ଅଛି, ଅନ୍ତ ଅଛି । ହେ କୌନ୍ତେୟ ଜ୍ଞାନୀ ପୁରୁଷ ସେ ସବୁରେ ଆନନ୍ଦିତ ହୁଅନ୍ତି ନାହିଁ (୫୨୨)
ଏହି ପ୍ରକାର ବିବେକ-ବୈରାଗ୍ୟ ହୋଇଯିବା ପରେ ସାଧକର ଚି ନିର୍ମଳ ହୋଇଯାଏ । ତା’ଠାରେ କ୍ଷମା, ସରଳତା, ପବିତ୍ରତା ତଥା ପି୍ରୟ ଅପି୍ରୟ ପ୍ରାପ୍ତିରେ ସମତା ଆଦି ଗୁଣ ଉପôନ୍ନ ହେବାକୁ ଲାଗେ । ତାଙ୍କର ମନ, ଇନ୍ଦି୍ରୟ ଓ ଶରୀର ବିଷୟ ସମୂହରୁ ନିବୃ ହୋଇ ନିୟନ୍ତ୍ରଣରେ ରହନ୍ତି । ପରିଣାମ ସ୍ବରୂପ ସେ ପରମାତ୍ମାଙ୍କ ସ୍ବରୂପ ଚିନ୍ତନରେ ରତ ରହନ୍ତି । ଗୀତାରେ ନିମ୍ନ ପ୍ରକାରେ ଜ୍ଞାନର ସାଧନ କଥା କୁହାଯାଇଛି:-
ଅମାନିତ୍ୱମ ଦମ୍ଭିତ୍ୱମହିଂସା କ୍ଷାନ୍ତି ରାର୍ଜବମ୍ ।
ଆ·ର୍ଯେ୍ୟା ପାସନଂ ଶୌଚଂ ସ୍ଥୈର୍ଯ୍ୟମାତ୍ମବିନିଗ୍ରହଃ ।ା
ଇନ୍ଦି୍ରୟାର୍ଥେଷୁ ବୈରାଗ୍ୟମନହକାଂର ଏବ ଚ ।
ଜନ୍ମମୃତୁ୍ୟ ଜରାବ୍ୟାଧି ଦୁଃଖ ଦୋଷାନୁଦର୍ଶନମ୍ ।ା
ଅସକ୍ତିର ନଭିଷ୍ୱଙ୍ଗଃ ପୁତ୍ରଦାରଗୃହାଦିଷୁ ।
ନିତ୍ୟଂ ଚ ସମ ଚିତ୍ୱମିଷ୍ଟାନିଷ୍ଟୋଯାପ ପିଷୁ ।ା
ମୟି ·ନନ୍ୟ ଯୋଗେନ ଭକ୍ତିର ବ୍ୟଭି·ରିଣୀ ।
ବିବିକ୍ତ ଦେଶ ସେବିତ୍ୱ ମରତି ର୍ଜନସଂସଦି ।ା
ଅଧ୍ୟାତ୍ମାଜ୍ଞାନ ନିତ୍ୟତ୍ୱଂ ତ୍ୱଜ୍ଞାନାର୍ଥ ଦର୍ଶନମ୍ ।
ଏତଜଜ୍ଞାନମିତି ପ୍ରୋକ୍ତମଜ୍ଞାନଂ ଯଦତୋଽନ୍ୟଥା ।ା
(୧୩/୭-୧୧)
ଅର୍ଥ: ଅଭିମାନ ଶୂନ୍ୟତା, ଅଦାମ୍ଭିକତା, ଅହିଂସା, କ୍ଷମା, ସରଳତା, ଜ୍ଞାନୀମାନଙ୍କୁ ଯଥୋଚିତ ସମ୍ମାନ, ଶୁଦ୍ଧତା, ସ୍ଥିରତା, ଆତ୍ମ ସଂଯମ, ଇନ୍ଦି୍ରୟମାନଙ୍କ ବିଷୟରୁ ବୈରାଗ୍ୟ ହେବା, ଅହଂକାର ନ ହେବା, ଜନ୍ମ ମୃତୁ୍ୟ, ବୃଦ୍ଧାବସ୍ଥା ଓ ବ୍ୟାଧିରେ ବାରମ୍ବାର ଦୁଃଖ ରୂପକ ଦୋଷ ଦର୍ଶନ କରିବା, ଆସକ୍ତି ରହିତ ହେବା, ପୁତ୍ର, ସ୍ତ୍ରୀ, ଗୃହାଦିରେ ଏକାତ୍ମଭାବ ନ ହେବା, ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିରେ ଚି ନିତ୍ୟ ସ୍ଥିର ରହିବା, ଅନନ୍ୟ ଯୋଗ ଦ୍ୱାରା ମୋ ପ୍ରତି ଅବ୍ୟଭି·ରିଣୀ ଭକ୍ତି ଜାତ ହେବା, ଏକାନ୍ତ ବାସ କରିବାର ସ୍ବଭାବ ହେବା, ଜନ ସମୁଦାୟରେ ପ୍ରୀତି ନହେବା, ଆଧ୍ୟାତ୍ମିକ ଜ୍ଞାନରେ ନିତ୍ୟ ନିରନ୍ତର ସ୍ଥିତ ହେବା, ତ୍ୱଜ୍ଞାନ କୁହାଯାଇଛି । ଏହାର ବିପରୀତ ଅଜ୍ଞାନ ଅଟେ । (୩/୭-୧୧)
ଜ୍ଞାନର ନିରନ୍ତର ମନନ-ଚିନ୍ତନ ଦ୍ୱାରା ସାଧକଠାରେ ଉପଯୁକ୍ତ ଗୁଣ ଓ ଆଚରଣ ଆସିବାକୁ ଲାଗେ । ତେଣୁ ଦ୍ୱିତୀୟ ଭୂମିକା ‘ବି·ରଣା’କୁ ‘ମନନ’ ଭୂମିକା ମଧ୍ୟ କୁହାଯାଇ ପାରିବ ।
୩-ତନୁମାନସା
ବି·ରଣା ଶୁଭେଚ୍ଛାଭ୍ୟାମିନ୍ଦି୍ରୟାର୍ଥେର୍ଷ୍ୱସକ୍ତତା ।
ଯାତ୍ରା ସା ତନୁତାଭାବାତ୍ ପ୍ରୋଚ୍ୟତେ ତନୁମାନସା ।ା
(ଯୋଗବାଶିଷ୍ଠ, ଉପôି ୧୧୮/୧ଠ)
ଅର୍ଥ: ଉପର୍ଯୁ୍ୟକ୍ତ ଶୁଭେଚ୍ଛା ଏବଂ ବି·ରଣା ଦ୍ୱାରା ଇନ୍ଦି୍ରୟ ସମୂହ ବିଷୟ ଭୋଗରୁ ନିବୃ ହୁଅନ୍ତି ଓ ଅନାସକ୍ତ ହୋଇ ସଂସାରରେ ବିଚରଣ କରିବା ହେଉଛି ‘ତନୁମାନସା’ । ଏଥିରେ ମନ ଶୁଦ୍ଧ ହୋଇ ସୂକ୍ଷ୍ମଦୃଷ୍ଟି ସମ୍ପନ୍ନ ହେଉଥିବାରୁ ଏହାକୁ ‘ତନୁମାନସା’ କୁହାଯାଏ ।
କାମନା, ଆସକ୍ତି ଓ ମମତା ମନକୁ କଳୁଷିତ କରେ । ଏହାଦ୍ୱାରା ମନ ଶୁଦ୍ଧ, ନିର୍ମଳ, ସୂକ୍ଷ୍ମ ଓ ଏକାଗ୍ର ହୋଇପାରେ ନାହିଁ । ସୂକ୍ଷ୍ମାତିସୂକ୍ଷ୍ମ ପରମାତ୍ମାତ୍ୱ ଗ୍ରହଣ କରିବା ପାଇଁ ମନର ଶୁଦ୍ଧିକରଣ ଅପରିହାର୍ଯ୍ୟ । ଏଥିପାଇଁ ସତ୍ପୁରୁଷଙ୍କ ସଙ୍ଗ, ସତ୍ଶାସ୍ତ୍ର ଗୁଡ଼ିକର ଅଧ୍ୟୟନ ଓ ସେଥିରୁ ପ୍ରାପ୍ତ ଜ୍ଞାନ ଆଧାରରେ ଜୀବନ ଯାପନ ଓ ନିୟମିତ ଜ୍ଞାନର ମନନ ଚିନ୍ତନ ସହିତ ଧ୍ୟାନାଭ୍ୟାସ କରିବା ଉଚିତ୍ । ଏସବୁ ପୂର୍ବ ବର୍ଣ୍ଣିତ ଦୁଇଟି ଭୂମିକାରେ କୁହାଯାଇଛି । ଏହି ଦୁଇଟି ଭୂମିକାରେ ସିଦ୍ଧ ସାଧକର ଅନ୍ତଃକରଣ ଅବଗୁଣ ଗୁଡ଼ିକରୁ ମୁକ୍ତ ହୋଇ ଅହିଂସା, ସତ୍ୟ, ଅସ୍ତ୍ରେୟ, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ, ଅନସୂୟା (ଦୋଷ ଦୃଷ୍ଟିର ଅଭାବ), ଅମାନିତା, ନିଷ୍କପଟତା, ପବିତ୍ରତା, ସନ୍ତୋଷ, ଶମ, ଦମ, ସମାଧାନ, ତେଜ, କ୍ଷମା, ଦୟା, ଧୈର୍ଯ୍ୟ, ଅଦ୍ରୋହ, ନିର୍ଭୟତା, ନିରହଂକାରୀତା, ଶାନ୍ତି, ସମତା ଆଦି ସଦ୍ଗୁଣଗୁଡ଼ିକରେ ପୂର୍ଣ୍ଣ ହୋଇଯାଏ । ଏହା ଫଳରେ ଅନ୍ତକରଣ କର୍ୃତ୍ୱାଭିମାନରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଯାଏ । ଏହି ତୃତୀୟ ଭୂମିକାରେ ଅବତୀର୍ଣ୍ଣ ସାଧକ ପତଞ୍ଜଳିଙ୍କ ବର୍ଣ୍ଣିତ ପରାବୈରାଗ୍ୟ ଅବସ୍ଥା । ଏ ସମ୍ବନ୍ଧରେ ପତଞ୍ଜଳି କହନ୍ତି, “ତପôରଂ ପୁରୁଷଖ୍ୟାତେର୍ଗୁଣବୈତୃଷ୍ଣ୍ୟମ୍ । (ଯୋଗଦର୍ଶନ- ୧/୧୬) । ଅର୍ଥାତ୍ ଜ୍ଞାନଦ୍ୱାରା ଅତ୍ୟନ୍ତ ବିଲକ୍ଷଣ ପୁରୁଷଙ୍କ ପ୍ରକୃତି ଗୁଣତ୍ରୟରୁ ଉପôନ୍ନ ତୃଷ୍ଣାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଯିବା ସ୍ଥିତିକୁ ପରାବୈରାଗ୍ୟ ବା ସର୍ବୋମ ବୈରାଗ୍ୟ କୁହାଯାଏ ।
ପ୍ରଥମ ଦୁଇଟି ଭୂମିକାରେ ସ୍ଥିତ ପୁରୁଷ ବିଷୟ ସଂସର୍ଗ ଜନିତ ଆସକ୍ତିରେ ଆସକ୍ତ ହେବାର ସମ୍ଭାବନା ଥାଏ । କିନ୍ତୁ ତୃତୀୟ ଭୂମିକାରେ ଏହାର ଆଦୌ ସମ୍ଭାବନା ରହେନାହିଁ । ପରମାତ୍ମା ଚିନ୍ତନର ଏହି ଗାଢ଼ ଅବସ୍ଥା ହେଉଛି ସମାଧି ଅର୍ଥାତ୍ ପରମାତ୍ମା ତନ୍ମୟତା ଭାବ । ଏହି ଭାବରେ ନିତ୍ୟ ସ୍ଥିତ ରହିବା ହେତୁ ମନ ବିଶୁଦ୍ଧ ହୋଇ ସୂକ୍ଷ୍ମ ହୋଇଯିବା ହେଉଛି ‘ତନୁମାନସା’ ନାମକ ତୃତୀୟ ଭୂମିକା । ଏହାକୁ କେହି କେହି ‘ନିଦିଧ୍ୟାସନ’ ଭୂମିକା ବୋଲି କହନ୍ତି । ଉପରବର୍ଣ୍ଣିତ ତିନୋଟିଇ ଭୂମିକା ସାଧନ ରୂପ । ଏଥିରେ ସଂସାର ସହିତ କିôତ୍ ସମ୍ବନ୍ଧ ରହେ । ତେଣୁ ଏହାକୁ ସାଧକର “ଜାଗ୍ରତ” ଅବସ୍ଥା ମଧ୍ୟ କୁହାଯାଏ ।
୪- ସ୍ୱାପି
ଭୂମିକାତି୍ରତଥାଭ୍ୟାସାଶ୍ଚିେଽର୍ଥେ ବିରତେର୍ବଶାତ୍ ।
ସତ୍ୟାତ୍ମନି ସ୍ଥିତିଃ ଶୁଦ୍ଧେ ସ୍ୱାପି ଋଦାହୃତା ।ା
(ଯୋଗ ବଶିଷ୍ଟ, ଉପôି ୧୧୮/୧୧)
ଅର୍ଥ: ପୂର୍ବୋକ୍ତ ତିନୋଟି ଭୂମିକାର ଅଭ୍ୟାସ ଦ୍ୱାରା ଚି ସାଂସାରିକ ବିଷୟ ସମୂହରୁ ଅତ୍ୟନ୍ତ ବିରକ୍ତ ହୋଇଯିବା ହେତୁ ଶୁଦ୍ଧ ତଥା ସତ୍ୟସ୍ବରୂପ ପରମାତ୍ମାଙ୍କ ସହିତ ଆତ୍ମାରେ ଉପôନ୍ନ ତାଦାତ୍ମ୍ୟ ଭାବକୁ “ସ୍ୱାପି” କୁହାଯାଏ ।
ପୂର୍ବରୁ ଆଲୋଚିତ ଜ୍ଞାନର ତିନୋଟି ଭୂମିକା ଶ୍ରବଣ, ମନନ ଓ ନିଦିଧ୍ୟାସନର ଅଭ୍ୟାସ (ସାଧନା) କରୁ କରୁ ପୁରୁଷାର୍ଥୀ (ସାଧକ) ଯେତେବେଳେ ସିଦ୍ଧ ହୋଇଯାଏ ସେତେବେଳେ ଈଶ୍ୱରୀୟ ସା (ପରମାତ୍ମା) ସହିତ ତାଙ୍କର ତାଦାତ୍ମ୍ୟ ହୋଇଯାଏ ଏହାକୁ ଚତୁର୍ଥ ଭୂମିକା ‘ସ୍ୱାପି’ ବୋଲି କୁହାଯାଏ । ଗୀତାରେ ଏହି ଅବସ୍ଥାକୁ ‘ବ୍ରହ୍ମନିର୍ବାଣ’ ବୋଲି କୁହାଯାଇଛି ।
ଯୋଽନ୍ତଃ ସୁଖୋଽନ୍ତରାରାମସ୍ତଥାନ୍ତର୍ଜେ୍ୟାତିରେବ ଯଃ ।
ସ ଯୋଗୀ ବ୍ରହ୍ମନିର୍ବାଣଂ ବ୍ରହ୍ମଭୂତୋଽଧିଗଚ୍ଛତି ।ା
(ଗୀ ୫-୨୪)
ଅର୍ଥ: ଯିଏ ଆଭ୍ୟନ୍ତରୀଣ ସୁଖ ଲାଭ କରିଛନ୍ତି, ଆଭ୍ୟନ୍ତରିଣ ଶାନ୍ତି ଓ ସ୍ବସ୍ତି ଲାଭ କରିଛନ୍ତି ଏବଂ ଯିଏ ଆଭ୍ୟନ୍ତରିଣ ଜ୍ଞାନାଲୋକ ପ୍ରାପ୍ତ ହୋଇଛନ୍ତି ସେହି ଯୋଗୀ ହିଁ ବ୍ରହ୍ମ ହୋଇ ବ୍ରହ୍ମରେ ଆତ୍ମ ନିର୍ବାଣ ପ୍ରାପ୍ତ ହୁଅନ୍ତି । (ଗୀ- ୫/୨୪)
ନିର୍ବାଣ ଅର୍ଥାତ୍ ବାଣୀ ଜଗତରୁ ସମସ୍ତ ସମ୍ପର୍କ ଛିନ୍ନ କରି ଆତ୍ମାର ମୂଳ ନିବାସସ୍ଥଳୀ ନିର୍ବାଣ ଧାମରେ ସତତ ମନ ବୁଦ୍ଧିକୁ ସ୍ଥିର ରଖିବା । ଏହା ପ ତ୍ୱରେ ନିର୍ମିତ ସ୍ଥୂଳ ଜଗତଠାରୁ ଏକ ଉଚ୍ଚତର ସ୍ଥାନ । ଏହା ବ୍ରହ୍ମମହତ୍ୱରେ ନିର୍ମିତ । ଏଠାରେ ପରମାତ୍ମାଙ୍କ ସହିତ ଆତ୍ମା ତା’ର ମୂଳ ସ୍ବରୂପରେ (ପବିତ୍ରତା, ଜ୍ଞାନ, ଶାନ୍ତି, ଆନନ୍ଦ, ସୁଖ, ପ୍ରେମ ଓ ଶକ୍ତି) ଅବସ୍ଥାନ କରେ । ଆତ୍ମିକ ସ୍ବରୂପରେ ଯୋଗୀ ଏଠାରେ ପରମାତ୍ମାଙ୍କ ସହିତ ମିଳିତ ହୁଏ ଓ ତାଙ୍କଠାରୁ ଶକ୍ତି ଆହରଣ କରେ । ସେ ସ୍ଥୂଳ ଜଗତରେ ଶରୀରଦ୍ୱାରା ବିଭିନ୍ନ କର୍ମ ନିର୍ବାହ କରୁଥିଲେ ମଧ୍ୟ ମାନସିକ ବା ବୌଦ୍ଧିକ ସ୍ତରରେ ବିଦେହୀ ଅବସ୍ଥାରେ ପରମାତ୍ମାଙ୍କ ସାମୀପ୍ୟ ସତତ ଅନୁଭବ କରୁଥାଏ । ଗୀତା ନିର୍ବାଣର ଅର୍ଥ ଆତ୍ମାକୁ ବ୍ରହ୍ମମହତ୍ୱରେ ଲୀନ ହେବା ଅର୍ଥରେ ବୁଝେନାହିଁ । ଏହା ପ୍ରଚଳିତ ବିଶ୍ୱାସରେ ଉଦ୍ଧ୍ୱର୍କୁ ଉଠି ଏକ ଉଚ୍ଚତର ସତ୍ୟର ସନ୍ଧାନ ଦେଇଛି । ବ୍ରହ୍ମ ଏକ ମହତ୍ୱ । ଏହା ପଭୂତଠାରୁ ଭିନ୍ନ ଏକ ଷଷ୍ଠ ତ୍ୱ । ତ୍ୱ ମାତ୍ରକେ ଜଡ଼ । ପ୍ରଚଳିତ ବିଶ୍ୱାସରେ ବ୍ରହ୍ମ ପରମାତ୍ମାଙ୍କ ପର୍ଯ୍ୟାୟବାଚୀ । ପରମାତ୍ମା ଚୈତନ୍ୟ ସ୍ବରୂପ ଅଟନ୍ତି । କିନ୍ତୁ ବ୍ରହ୍ମ ଏକ ସୂକ୍ଷ୍ମ ପ୍ରକାଶ ତ୍ୱ ହୋଇଥିବା ହେତୁ ଜଡ଼ ସ୍ବରୂପ ଅଟେ । ଏହା ଉଭୟ ଆତ୍ମା ଓ ପରମାତ୍ମାଙ୍କ ନିବାସ ସ୍ଥଳୀ ଅଟେ । ତେଣୁ ପରମାତ୍ମାଙ୍କୁ ପାରବ୍ରହ୍ମ ପରମେଶ୍ୱର କୁହାଯାଏ । ଆତ୍ମା ଯେତେବେଳେ ସମସ୍ତ ପାପରୁ ମୁକ୍ତ ହୋଇଯାଏ ସେତେବେଳେ ତା’ର ଦେହ ଅଭିମାନ ନଷ୍ଟ ହୋଇଯାଏ । ସେ ଦେହ ଓ ଆତ୍ମାର ପ୍ରଭେଦ ଅନୁଭବ କରିପାରେ । ନିଜକୁ ସେ ଆତ୍ମା ଅନୁଭବ କରୁଥିବାରୁ ସର୍ବଦା ତା’ର ମୂଳ ସ୍ବରୂପରେ ଅବସ୍ଥାନ କରେ । ଫଳରେ ସେ ଏହି ଲୋକରେ ସମସ୍ତ କର୍ମ କରୁଥିଲେ ମଧ୍ୟ ତା’ର ମୂଳ ବାସସ୍ଥାନ ବ୍ରହ୍ମଲୋକରେ ବୁଦ୍ଧିକୁ ସ୍ଥିର ରଖିପାରେ । ଏହିପରି ଯେଉଁମାନେ ବୁଦ୍ଧିଦ୍ୱାରା ବ୍ରହ୍ମଲୋକରେ ବିଚରଣ କରିପାରନ୍ତିି ସେମାନେ ଜୀବନରେ ଥାଇ ମଧ୍ୟ ମୁକ୍ତ ରହନ୍ତି । ଏହିପରି ଜ୍ଞାନୀ ଓ ଯୋଗୀ ବ୍ୟକ୍ତି ହିଁ ବ୍ରହ୍ମନିର୍ବାଣ ପାଇଥାନ୍ତି ।
ଉପର୍ଯୁ୍ୟକ୍ତ ବିଷୟକୁ ଆହୁରି ପ୍ରାଞ୍ଜଳଭାବେ ବୁଝିବା ପାଇଁ ଗୀତାର ନିମ୍ନ ଶ୍ଲୋକ ଦ୍ୱୟର ଆଲୋଚନା ପ୍ରାସଙ୍ଗିକ ମନେ ହୁଏ ।
ବ୍ରହ୍ମଭୂତଃ ପ୍ରସନ୍ନାତ୍ମା ନ ଶୋଚତି ନ କାଂକ୍ଷତି ।
ସମଃ ସର୍ବେଷୁ ଭୂତେଷୁ ମଦ୍ଭକ୍ତିଂ ଲଭତେ ପରାମ୍ ।ା
ଭକ୍ତ୍ୟା ମାମଭିଜାନାତି ଯାବାନଯଶ୍ଚାସ୍ମି ତ୍ୱତଃ ।
ତତୋ ମାଂ ତ୍ୱତୋ ଜ୍ଞାତ୍ୱା ବିଶତେ ତଦନନ୍ତରମ୍ ।ା
(ଗୀ ୧୮/୫୪-୫୫)
ଅର୍ଥ: ଏହିପରି ବ୍ରହ୍ମଭାବ (ପରମାତ୍ମାନୁଭୂତି) ପ୍ରାପ୍ତ ପ୍ରସନ୍ନ ଚି ମନୁଷ୍ୟ ଶୋକ କରେନାହିଁ କିମ୍ବା କୌଣସି ବିଷୟରେ ଆକାଙ୍କ୍ଷା ରଖେନାହିଁ । ସେ ସମସ୍ତ ପ୍ରାଣୀମାନଙ୍କଠାରେ ସମଭାବ ରଖି ମୋର ପରମ ଭକ୍ତିକୁ ପ୍ରାପ୍ତ ହୁଏ ।ା ୫୪ାା ମୁଁ କେତେ ମହାନ ଓ କିଏ ଅଟେ, ଏ ବିଷୟ ସେ ଭକ୍ତି ଦ୍ୱାରା ଯଥାର୍ଥ ଭାବରେ ଜାଣେ ଏବଂ ଏହିପରି ମୋତେ ତ୍ୱତଃ ଜାଣି ମୋଠାରେ ପ୍ରବେଶ କରେ ।ା୫୫ାା
ପରମାତ୍ମାଙ୍କ ସହିତ ଏକାତ୍ମ ଭାବକୁ ହିଁ ଏଠାରେ “ବ୍ରହ୍ମଭୂତ” ଅର୍ଥରେ ଗ୍ରହଣ କରିବା ପ୍ରାସଙ୍ଗିକ ଅଟେ । ଏପରି ବ୍ୟକ୍ତିର ମନ ଓ ବୁଦ୍ଧି ପ୍ରତିକ୍ଷଣ ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ଥାଏ । ପରମାତ୍ମାଙ୍କ ସହିତ ଯୋଗୀର ପ୍ରେମ ପୂର୍ଣ୍ଣ ଆତ୍ମିକ ମିଳନର ଏହି ଅଲୌକିକ ଆଗ୍ରହ ବା ଭାବର ନାମ “ପରାଭକ୍ତି” । ଏହା ପ୍ରାପ୍ତ ହୋଇଥିବା ବ୍ୟକ୍ତି ପରମାତ୍ମାଙ୍କ ଯଥାର୍ଥ ସ୍ବରୂପ ତ୍ୱତଃ ଜାଣିପାରେ । ‘ପରମାତ୍ମା କିଏ?’ ‘ତାଙ୍କର ସ୍ବରୂପ କ’ଣ?’ ସେ କେବେ ଓ କିପରି ସଂସାରରେ ଆବିର୍ଭାବ ହୁଅନ୍ତି? ମନୁଷ୍ୟ ସହିତ ତାଙ୍କର ସମ୍ବନ୍ଧ କଣ? । ପରମାତ୍ମା ପ୍ରତ୍ୟକ୍ଷତା ସହ ଏସବୁ ବିଷୟରେ ପରିଜ୍ଞାତ ହେବା ହିଁ ଏଠାରେ ପରାଭକ୍ତି ଦ୍ୱାରା ତାଙ୍କୁ ତ୍ୱତଃ ଜାଣିବା । ଅଧ୍ୟୟନ ଓ ଶ୍ରବଣ ଦ୍ୱାରା ପରମାତ୍ମାଙ୍କ ବିଷୟରେ କେବଳ ଜାଣିବାକୁ ‘ଜ୍ଞାନ’ କୁହାଯାଏ । କିନ୍ତୁ ଏହାର ମନନ ଓ ନିଦିଧ୍ୟାସନ ଦ୍ୱାରା ତାଙ୍କୁ ସାକ୍ଷାତ ଅନୁଭବ କରିବା ହେଉଛି ‘ପରାଭକ୍ତି’ । ଏହାଦ୍ୱାରା ପରମାତ୍ମାଙ୍କୁ ଜାଣିବା ଓ ଅନୁଭବ କରିବା ମଧ୍ୟରେ ଯେଉଁ ସମୟର ବ୍ୟବଧାନ ତାହା ତକ୍ରାଳ ଦୂର ହୋଇଯାଏ । ଏଠାରେ ବ୍ୟବହାର ହୋଇଥିବା ‘ବିଶତେ’ କି୍ରୟାପଦର ଆକ୍ଷରିକ ଅର୍ଥ ପ୍ରବିଷ୍ଟ ହେବା ପରିବେର୍ ‘ନିରବଚ୍ଛିନ୍ନ ଈଶ୍ୱରୀୟ ସ୍ମୃତିରେ ତଲ୍ଲୀନ ହୋଇଯିବ’ ଭାବାର୍ଥରେ ଗ୍ରହଣ କରିବା ଉଚିତ୍ । ଏହାହିଁ ପରାଭକ୍ତିର ଚରମ ପରିଣତି ।
ଗୀତାର ଏହି ଅବସ୍ଥା ଯୋଗ ବଶିଷ୍ଠରେ ବ୍ରହ୍ମନିର୍ବାଣ ପ୍ରାପ୍ତ ବ୍ୟକ୍ତିର ‘ସ୍ୱାପି’ ଭୂମିକା ସହିତ ତୁଳନୀୟ ।
୫-ଅସଂସକ୍ତି
ଦଶାଚତୁଷ୍ଟୟାଭ୍ୟାସାଦ ସଂସଙ୍ଗଫଳେନ ଚ ।
ଋଢ଼ସ୍ୱ ଚମକ୍ରାରାତ୍ ପ୍ରୋକ୍ତା ସଂସକ୍ତିନାମିକା ।ା
(ଯୋଗ ବଶିଷ୍ଟ, ଉପôି ୧୧୮/୧୨)
ଅର୍ଥ: ଶୁଭେଚ୍ଛା, ବି·ରଣା, ତନୁମାନସା, ସ୍ୱାପି- ଏହି ·ରି ଭୂମିକା ସିଦ୍ଧ ହେବାପରେ ସ୍ବଭାବିକ ଅଭ୍ୟାସଦ୍ୱାରା ଚିର ବାହ୍ୟାଭ୍ୟନ୍ତର ସମସ୍ତ ବିଷୟ ସଂସ୍କାରଠାରୁ ଅତ୍ୟନ୍ତ ଅସଙ୍ଗ (ସମ୍ବନ୍ଧ-ବିଚ୍ଛେଦ) ଓ ଅନ୍ତଃକରଣ ସମାଧିରେ ସ୍ଥିତ ହୋଇଯିବା ‘ଅସଂସକ୍ତି’ ନାମକ ପମ ଭୂମିକା ବୋଲି କଥିତ ।
ପରମ ବୈରାଗ୍ୟ ଓ ପରମ ଉପରତି କାରଣରୁ ପରମାତ୍ମା ପ୍ରାପ୍ତ ଜ୍ଞାନୀ ବ୍ୟକ୍ତିର ଏହି ସଂସାର ଓ ଶରୀର ସହିତ ସମସ୍ତ ସମ୍ବନ୍ଧ ବିଚ୍ଛେଦ ହୋଇଯାଏ । ତେଣୁ ଏହି ପମ ଭୂମିକାକୁ ‘ଅସଂସକ୍ତି’ କୁହାଯାଏ । ଏପରି ପୁରୁଷର ସଂସାର ସହିତ କୌଣସି ପ୍ରୟୋଜନ ରହେନାହିଁ । ତେଣୁ ସେ କର୍ମ କରିବା ବା ନ କରିବା ପାଇଁ ବାଧ୍ୟ ନୁହନ୍ତି । ଗୀତାରେ କୁହାଯାଇଛି,
ନୈବତସ୍ୟ କୃତେନାର୍ଥୋ ନା କୃତେନେହ କଶ୍ଚନ ।
ନ·ସ୍ୟ ସର୍ବ ଭୂତେଷୁ କଶ୍ଚିଦର୍ଥବ୍ୟାପାଶ୍ରୟଃ ।ା
(ଗୀ ୩/୧୮)
ଅର୍ଥ: ଏହି ଜଗତରେ କର୍ମାନୁଷ୍ଠାନର ପ୍ରୟୋଜନ ନାହିଁ, କର୍ମ ନ କରିବାର କୌଣସି ପ୍ରୟୋଜନ ନାହିଁ, ସର୍ବ ଭୂତରେ ଏହାର କୌଣସି ପ୍ରୟୋଜନୀୟ ସମ୍ବନ୍ଧ ନାହିଁ, ନିର୍ଭରଶୀଳ ହେବାର ଆବଶ୍ୟକତା ନାହିଁ । (ଗୀ ୩/୧୮)
ବ୍ୟବହାରିକ ଜୀବନରେ ଆଧ୍ୟାତ୍ମିକ ନିୟମ ଅନୁସରଣ ପୂର୍ବକ କର୍ମ କଲେ ଏହା ବ୍ୟକ୍ତିଗତ ସ୍ବାର୍ଥରେ ଜଡ଼ିତ ନଥିବାରୁ ତଥା ଜଗତ କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଥିବାରୁ ଏଥିରେ ଏକ ଅର୍ନିବଚନୀୟ ଆତ୍ମତୃପ୍ତି ଏବଂ ସନ୍ତୋଷ ଅନୁଭବ ହୁଏ । ଏହା ହିଁ ଈଶ୍ୱରୋପଲବ୍ଧିର ·ବିକାଠି । ଏଭଳି ବ୍ୟକ୍ତିଙ୍କର ନିଜ ପାଇଁ କୌଣସି କର୍ମ ଅବଶେଷ ରହେନାହିଁ । କାରଣ ସେମାନେ ଈଶ୍ୱର ଇଚ୍ଛା ଅନୁସାରେ ତାଙ୍କର ନିମି ଭାବରେ କର୍ମ କରୁଥିବାରୁ ସେଥିରେ ତାଙ୍କର ଆସକ୍ତି ନଥାଏ । କର୍ମ ତାଙ୍କ ପାଇଁ ବନ୍ଧନ ବା ପାପର କାରଣ ହୁଏ ନାହିଁ । ଏହାହିଁ କର୍ମାତୀତ ଅବସ୍ଥା । ଏହି ଅବସ୍ଥା ପ୍ରାପ୍ତ ହେଲେ ମାନବାତ୍ମାର ସକଳ ପ୍ରକାର ଅଭିଳାଷ, ଆସକ୍ତି, ଆକାଙ୍କ୍ଷା ତିରୋହିତ ହୋଇଯାଏ । ସେମାନଙ୍କର ମନ ଏବଂ ବୁଦ୍ଧି ଦେହ ଓ ଦୈହିକ ସମ୍ବନ୍ଧରୁ ମୁକ୍ତ ଥିବାରୁ ସେମାନେ ସଦା ସର୍ବଦା ଆତ୍ମାର ସ୍ବଭାବ ସୁଲଭ ଗୁଣ ଶାନ୍ତି, ଆନନ୍ଦ ପ୍ରେମ, ସୁଖ, ସନ୍ତୋଷ ଆଦିରେ ଭରପୁର ଥାନ୍ତି । ସେମାନେ ଏପରି ଏକ ଉଚ୍ଚତମ ସ୍ଥିତିରେ ସଦା ସର୍ବଦା ଅବସ୍ଥିତ ଥାନ୍ତି ଯେ କର୍ମର ଆଉ ପ୍ରୟୋଜନ ରହେନାହିଁ । ଏମାନେ ପ୍ରକୃତରେ ଜୀବନ୍ମୁକ୍ତ ଅଟନ୍ତି । କିନ୍ତୁ ଏହାର ଅର୍ଥ କର୍ମ ବିମୁଖତା ନୁହେଁ । ଏମାନେ କର୍ମ କରୁନଥିଲେ ମଧ୍ୟ ତାଙ୍କଦ୍ୱାରା ସୂକ୍ଷ୍ମଭାବରେ ବିଶ୍ୱ କଲ୍ୟାଣ କାର୍ଯ୍ୟ ସମ୍ପାଦନ ହେଉଥାଏ । ଗୀତା ଏହିପରି ବାସନାଶୂନ୍ୟ ଓ ଜ୍ଞାନରୂପ ଅଗ୍ନି ଦ୍ୱାରା ସମସ୍ତ କର୍ମ ଦଗ୍ଧ ହୋଇଥିବା ବ୍ୟକ୍ତିଙ୍କୁ ପଣ୍ଡିତ ବୋଲି ଅଭିହିତ କରିଛି ।
ଯସ୍ୟ ସର୍ବେ ସମାରମ୍ଭାଃ କାମ ସଂକଳ୍ପ ବର୍ଜିତାଃ ।
ଜ୍ଞାନାଗ୍ନି ଦଗ୍ଧ କର୍ମାଣଂ ତମାହୁଃ ପଣ୍ଡିତଂ ବୁଧାଃ ।ା
(ଗୀ ୪/୧୧)
ସାଧାରଣ ଲୋକଙ୍କ ପରି ଯୋଗୀ ମଧ୍ୟ ସମସ୍ତ କର୍ମ କରନ୍ତି, କିନ୍ତୁ ତାଙ୍କ କର୍ମ ଆସକ୍ତି ରହିତ ଅଟେ । ତାଙ୍କର କର୍ୃତ୍ୱାଭିମାନ ରହୁନଥିବାରୁ ସେ କାମନା ବାସନାରୁ ମୁକ୍ତ ରହନ୍ତି । ତେଣୁ ତାଙ୍କର ସମସ୍ତ କର୍ମ ଉମ ରୂପେ ସମ୍ପାଦିତ ହୁଏ । ତାଙ୍କର ମନ ବାସନା ଶୂନ୍ୟ ହେତୁ ଶାନ୍ତ, ସ୍ଥିର ଏବଂ ଈଶ୍ୱରୀୟ ସ୍ମୃତିରେ ଏକାଗ୍ର ରହେ । ତେଣୁ କାମୀ ବ୍ୟକ୍ତି ଅପେକ୍ଷା ଯୋଗୀର କର୍ମ ସର୍ବାଙ୍ଗ ସୁନ୍ଦର ଓ ସହଜସାଧ୍ୟ ମନେ ହୁଏ । ଯୋଗୀର ନିଜପାଇଁ କିଛି କରିବାର ନ ଥିବାରୁ ଓ ସେ ଈଶ୍ୱରୀୟ ଅନୁରୂପ କର୍ମ କରୁଥିବାରୁ ତା’ର କର୍ମରେ କୁଶଳତା ଆସିଥାଏ । ଯୋଗଃ କର୍ମସୁ କୌଶଳମ୍ । ସେ କାହାରି ଉପରେ ନିର୍ଭରଶୀଳ ହୁଅନ୍ତି ନାହିଁ, ନିମି ଭାବରେ କର୍ମ କରି ·ଲନ୍ତି । ସେ ଭାବନ୍ତି ନାହିଁ ଯେ ଏ କାମଟି ମୁଁ କରୁଛି । ତାଙ୍କର କର୍ୃତ୍ୱାଭିମାନ ନଥିବାରୁ ଈଶ୍ୱରୀୟ ଶକ୍ତି ବଳରେ ତାଙ୍କ ଦ୍ୱାରା ପ୍ରତ୍ୟେକ କର୍ମ ସମ୍ପାଦିତ ହେଉଛି ବୋଲି ମନେ କରନ୍ତି ।
ପମ ଭୂମିକାରେ କଥିତ ‘ଅସଂସକ୍ତି’ର ଏହାହିଁ ତାପôର୍ଯ୍ୟ ।
୬ - ପଦାର୍ଥାଭାବନା
ଭୂମିକାପକାଭ୍ୟାସାତ୍ ସ୍ବାତ୍ମାରାମ ତୟା ଦୃଢ଼ମ୍ ।
ଆଭ୍ୟନ୍ତରାଣାମ୍ ବାହ୍ୟାନଂ ପଦାର୍ଥାନାମ ଭାବନାତ୍ ।ା
ପରପ୍ରଯୁକ୍ତେନ ଚିନାଂ ପ୍ରଯନେôନାର୍ଥ ଭାବନାତ୍ ।
ପଦାର୍ଥ ଭାବନାନାମ୍ନୀ ଷଷ୍ଠୀ ସଜାୟତେ ଗତିଃ ।ା
(ଯୋଗବଶିଷ୍ଠ, ଉପôି ୧୧୮/୧୩-୧୪)
ଅର୍ଥ: ପୂର୍ବ ବର୍ଣ୍ଣିତ ପାଟି ଭୂମିକା ସିଦ୍ଧ ହୋଇଗଲାପରେ ସ୍ବଭାବିକ ଅଭ୍ୟାସ ଦ୍ୱାରା ସଂପୃକ୍ତ ଜ୍ଞାନୀ ମହାତ୍ମାଙ୍କ ଅନ୍ତରାତ୍ମାର ପ୍ରଭାବ ଦ୍ୱାରା ତାଙ୍କକ ଅନ୍ତକରଣରେ ସାଂସାରିକ ବିଷୟ (ପଦାର୍ଥ) ସମୂହର ଅତ୍ୟନ୍ତ ଅଭାବ ହୋଇଯାଏ ଯଦ୍ଧ୍ୱାରା ତାଙ୍କୁ ବାହ୍ୟାଭ୍ୟନ୍ତର କୌଣସି ପଦାର୍ଥର ସ୍ବୟଂ ବୋଧ ହୁଏନାହିଁ । ଅନ୍ୟମାନଙ୍କ ଦ୍ୱାରା ଚିରକାଳ ପର୍ଯ୍ୟନ୍ତ ପ୍ରେରଣା କରିବା ଦ୍ୱାରା ହିଁ କେବେ କୌଣସି ପଦାର୍ଥର ବୋଧ ହୋଇଥାଏ । ଏଥିପାଇଁ ତାଙ୍କ ଅନ୍ତଃକରଣର ‘ପଦାର୍ଥ ଭାବନା’ ନାମକ ଷଷ୍ଠ ଭୂମିକା ହୋଇଯାଏ ।
ସାଧକ ବା ପୁରୁଷାର୍ଥୀ ଜ୍ଞାନ ସାଧନା ପଥରେ ଯେତେବେଳେ ପୂର୍ବ ବର୍ଣ୍ଣିତ ପାଟି ଭୂମିକା ରୂପକ ସୋପାନ ଉୀର୍ଣ୍ଣ ହୋଇଯାଏ ସେତେବେଳେ ସେ “ପଦାର୍ଥ ଭାବନା” ନାମକ ଷଷ୍ଠ ସୋପାନରେ ଉପନୀତ ହୁଏ । ଏହା ହେଉଛି ତାଙ୍କ ନିତ୍ୟ ସମାଧି ଅବସ୍ଥା । ସେଥିପାଇଁ ତାଙ୍କଦ୍ୱାରା ସ୍ବୟଂକ୍ରିୟ ଭାବେ କୌଣସି କି୍ରୟା ହୁଏନାହିଁ । ତାଙ୍କ ଅନ୍ତଃକରଣରୁ ସଂସାରର ସମସ୍ତ ପଦାର୍ଥର ସ୍ମୃତି ତିରୋହିତ ହୋଇଯାଏ । ତାଙ୍କୁ ସଂସାର ତଥା ଶରୀରର ବାହ୍ୟାଭ୍ୟନ୍ତରର କୌଣସି ବୋଧ ହୁଏନାହିଁ । ରାଜଯୋଗରେ ଏହାକୁ ‘ଉପରାମ’ ସ୍ଥିତି କୁହାଯାଏ ଅର୍ଥାତ୍ ସେ ଏହି ସଂସାରରେ ବିଚରଣ କରୁଥାନ୍ତି କିନ୍ତୁ ସେ ତାଙ୍କ ମନ-ବୁଦ୍ଧି ପରମଧାମ ଓ ପରମାତ୍ମାଙ୍କ ସହିତ ସତତ ଯୁକ୍ତ ଥାଏ । ତେଣୁ ସାଧନାର ଏହି ଅବସ୍ଥାକୁ ଯୋଗ ବଶିଷ୍ଠରେ “ପଦାର୍ଥାଭାବନା” ସ୍ଥିତି କୁହାଯାଇଛି । ଗୀତାରେ ଏପରି ଅବସ୍ଥାକୁ ‘ଗୁଣାତୀତ’ ବୋଲି ଅଭିହିତ କରାଯାଇଛି ।
ତଦ୍ବୁଦ୍ଧୟ ସ୍ତଦାତ୍ମାନ ସ୍ତନ୍ନିଷ୍ଠାସ୍ତପôରାୟଣାଃ ।
ଗଚ୍ଛନ୍ତ୍ୟପୁନରାବୃିଂ ଜ୍ଞାନନିର୍ଧୁତ କଳ୍ମଷା ।ା
(ଗୀତା ୮/୧୭)
ଅର୍ଥ: ପରମାତ୍ମାଙ୍କ ସହିତ ଯାହାର ବୁଦ୍ଧି ସନ୍ନିବିଷ୍ଟ, ତାଙ୍କ ସହିତ ଯାହାର ତାଦାତ୍ମ ଭାବ, ପରମାତ୍ମାନିଷ୍ଠ, ଈଶ୍ୱର ପରାୟଣ, ଜ୍ଞାନ ରୂପକ ସଳିଳରେ ଯାହାର ସମସ୍ତ ପାପ ଧୌତ ହୋଇ ସାରିଛି, ସେହିପରି ବ୍ୟକ୍ତିମାନେ ମୁକ୍ତିପଦ ପ୍ରାପ୍ତ ହୁଅନ୍ତି ।
୭ - ତୁର୍ଯ୍ୟଗା
ଭୂମିଷଟ୍କଚିରାଭ୍ୟାସାଦ୍ ଭେଦସ୍ୟାନୁପଳମ୍ଭତଃ ।
ଯୁତ୍ସ୍ୱଭାବୈକନିଷ୍ଠ୍ୱଂ ସା ଜେ୍ଞୟା ତୁର୍ଯ୍ୟଗା ଗତିଃ ।ା
(ଯୋଗବଶିଷ୍ଠ, ଉପôି ୧୧୮/୧୫)
ଅର୍ଥ: “ଉପର୍ଯୁ୍ୟକ୍ତ ଛଅଟି ଭୂମିକା ହେବା ହେତୁ ଯେଉଁ ଅବସ୍ଥାରେ ଅନ୍ୟମାନେ ପ୍ରଯନô ପୂର୍ବକ ପ୍ରଚେଷ୍ଟା କଲେ ମଧ୍ୟ ଭେଦରୂପ ସଂସାରର ସାସ୍ଫୁିର୍ର ଉପଲବ୍ଧି ହୁଏ ନାହିଁ, ବରଂ ଏକମାତ୍ର ସ୍ବୀୟ ଆତ୍ମ ଭାବରେ ସ୍ବଭାବିକ ନିଷ୍ଠା ରହେ, ସେହି ସ୍ଥିତିକୁ ତାଙ୍କ ଅନ୍ତଃକରଣର “ତୁର୍ଯଗା” ଭୂମିକା ବୋଲି ଜାଣିବା ଉଚିତ୍ ।”
ଷଷ୍ଠ ଭୂମିକା ପରେ ସପ୍ତମ ଭୂମିକା (ତୁର୍ଯ୍ୟଗା) ସ୍ବତଃ ହୋଇଯାଏ । ଏହି ଭୂମିକାରେ ଅବତୀର୍ଣ୍ଣ ପରମାତ୍ମାନିଷ୍ଠ ଜ୍ଞାନୀ ପୁରୁଷଙ୍କ ହୃଦୟରେ ସଂସାର ଓ ଶରୀରର ବାହ୍ୟାଭ୍ୟନ୍ତରର ଲୌକିକ ଜ୍ଞାନ ବିସ୍ମୃତ ହୋଇଯାଏ । କାରଣ ତାଙ୍କ ମନ-ବୁଦ୍ଧି ପାରବ୍ରହ୍ମ ପରମାତ୍ମାଙ୍କ ସହିତ ତାଦାତ୍ମ୍ୟ ହୋଇଯାଏ । ତେଣୁ ତାଙ୍କ ବୁ୍ୟାନାବସ୍ଥା ସ୍ବତଃ କିମ୍ବା ଅନ୍ୟମାନଙ୍କ ଦ୍ୱାରା ପ୍ରଯନô କରିବା ଦ୍ୱାରା ମଧ୍ୟ ହୁଏନାହିଁ । ଏହି ଅବସ୍ଥାକୁ ‘ମରଜୀବା’ କୁହାଯାଏ ଅର୍ଥାତ ଜୀବନରେ ଥାଇ ମଧ୍ୟ ମୃତବତ୍ ଆଚରଣ । ସେ ସ୍ୱା, ରଜ, ତମ ତିନିଗୁଣର ଓ ଜାଗ୍ରତ, ସ୍ବପ୍ନ, ସୁଷୁପ୍ତି ତିନି ଅବସ୍ଥାର ଅତୀତ ହୋଇ କେବଳ ଈଶ୍ୱରୀୟ ସ୍ମୃତିରେ ନିମଗ୍ନ ରହନ୍ତି । ତାଙ୍କ ଅନ୍ତକରଣର ଏହି ଅବସ୍ଥାକୁ “ତୁର୍ଯଗା” ଭୂମିକା କୁହାଯାଏ ।
ପାଟଣାଗଡ, ବଲାଙ୍ଗିର - ୭୬୭ଠ୨୫
ମୋ: ୯୪୩୭୨୧ଠ୨୯୬
Comments
Post a Comment