·ରିତ୍ରିକ ବିକାଶ
ଡା. ସୁଧାଂଶୁ ଶେଖର ମିଶ
ସମ୍ପ୍ରତି ମାନବସମାଜର ସବୁଠାରୁ ଜଟିଳ ସମସ୍ୟା ହେଉଛି, ·ରିତ୍ରିକ ପତନ । ଏହି ଏକ ସମସ୍ୟା ଅନେକ ଜଟିଳ ସମସ୍ୟାଗୁଡିକର କାରଣ । ସେହି ସମସ୍ୟାଗୁଡିକର ନିବାରଣ ପାଇଁ ପ୍ରତି ବର୍ଷ ଆମ ଦେଶର କୋଟି କୋଟି ଟଙ୍କା ବ୍ୟୟ ହେଉଛି । ଆମେ ପ୍ରତ୍ୟେକ କଥାରେ ପାଶ୍ଚା୍ୟ ଦେଶମାନଙ୍କୁ ଅନୁସରଣ କରୁଛୁ । ଆମ ଦେଶ ଅଧ୍ୟାତ୍ମ ପ୍ରଧାନ ଅଟେ । କିନ୍ତୁ ପାଶ୍ଚା୍ୟ ସଭ୍ୟତାର ପ୍ରଭାବରେ ଆସି ଭୌତିକତା ପ୍ରତି ଆମର ଆକର୍ଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ସମସ୍ୟାର ସମାଧାନ ହେବା ପରିବେର୍ ଆହୁରି ଜଟିଳ ହୋଇ ·ଲିଛି । ଏହି ସମସ୍ୟାଗୁଡିକର ସହଜ ଓ ସରଳ ସମାଧାନ ପାଇଁ ବିଶିଷ୍ଟ ରାଜଯୋଗୀ ୰ ଜଗଦୀଶ ଚନ୍ଦ୍ର ହାସିଜାଙ୍କ ନିମ୍ନ ପ୍ରସ୍ତାବଗୁଡିକ ପ୍ରଣିଧାନ ଯୋଗ୍ୟ ।
“ ଯଦି ଏହି ଧର୍ମ ପ୍ରଧାନ ଭାରତର ଲୋକମାନଙ୍କୁ ସେମାନଙ୍କ ଧର୍ମ, କର୍ମ ବିଷୟରେ ସଚେତନ କରାଯାଏ, “କାମ ନର୍କର ଦ୍ୱାର”-ଏହି ପାଠ ସେମାନଙ୍କୁ ପଢାଯାଏ, ଈଶ୍ୱରଙ୍କ ସହିତ ଯୋଗଯୁକ୍ତ ହୁଅ” ଏବଂ “କର୍ମ ଯୋଗୀ ହୁଅ”ର ସ୍ଳୋଗାନ ସେମାନଙ୍କୁ ଦିଆଯାଏ । ବ୍ରହ୍ମଚର୍ଯ୍ୟ ପାଳନ କରିବାର ଜ୍ଞାନ ଖୁବ୍ ଭଲ ଭାବରେ ପ୍ର·ର କରାଯାଏ, ସିନେମା ଓ ଶିକ୍ଷାରେ ସଂଶୋଧନ କରାଯାଏ ତେବେ ବ୍ରହ୍ମଚର୍ଯ୍ୟ ଧାରଣାର ଫଳ ସ୍ବରୂପ ଦେଶବାସୀଙ୍କ ସ୍ବାସ୍ଥ୍ୟ ସୁଦୃଢ ହେବ, ସେମାନଙ୍କ ମସ୍ତିଷ୍କ ସମ୍ମୁନ୍ନତ ହେବ, ସେମାନଙ୍କ କାୟା ରୋଗମୁକ୍ତ ହେବ, ସେମାନଙ୍କ ବି·ର ଉଚ୍ଚ ହେବ ଏବଂ ସେମାନଙ୍କ ଆତ୍ମା ଶକ୍ତି ସମ୍ପନ୍ନ ହେବ ଓ ଏହି ଦେଶ ଡାକ୍ତର, ଚିକିସôାଳୟ, ଔଷଧ ଆଦିର ଜଞ୍ଜାଳରୁ କେବଳ ମୁକ୍ତ ହେବ ନାହିଁ ବରଂ ଏହି ଦେଶର କୋଟି କୋଟି ଟଙ୍କାର ଧନରାଶି ଦେଶର ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟର ବିନିଯୋଗ ହୋଇ ପାରିବ ।
ସଂସାରର ସ୍ଥିତି ଓ ଗତି
ବିଜ୍ଞାନ ମନୁଷ୍ୟକୁ ପର୍ଯ୍ୟାପ୍ତ ଭୌତିକ ସୁଖ ସାଧନ ପ୍ରଦାନ କରିଛି । ବିଜ୍ଞାନର ନିତ୍ୟନୂତନ ଆବିଷ୍କାର ଗୁଡିକରୁ ପ୍ରାପ୍ତ ଯାବତୀୟ ସାଧନ ଓ ସୁବିଧା ଦେଖି ପ୍ରାୟତଃ ଲୋକେ ମନେ କରନ୍ତି ଯେ ସଂସାର ଉନ୍ନତି କରୁଛି । କିନ୍ତୁ ସୂକ୍ଷ୍ମ ଭାବରେ ବି·ର କଲେ ଏହା ଜଣାଯାଏ ଯେ ମନୁଷ୍ୟର ଏହି ଧାରଣା ଅବାସ୍ତବ ଅଟେ । ପ୍ରକୃତରେ ଆମେ ଉନ୍ନତି ନୁହେଁ, ବିନାଶ ଅଭିମୁଖେ ଗତି କରୁଛୁ । ବିଜ୍ଞାନ ଭୌତିକତା-ବୃଦ୍ଧି କରିଛି । ଏହାର ପରିମାଣ ସ୍ବରୂପ ମନୁଷ୍ୟର ଆଧ୍ୟାତ୍ମିକ ଶକ୍ତି ହ୍ରାସ ହୋଇଯାଇଛି । ଏହା ହେଉଛି ଚରିତ୍ରହୀନତାର ପ୍ରମୁଖ କାରଣ । ଆଜି ମାନବୀୟ ଚରିତ୍ର ବିଶ୍ଳେଷଣ କଲେ ଜଣାଯାଏ ଯେ ମନୁଷ୍ୟର ହୃଦୟ ଯନ୍ତ୍ରବତ୍ କଠୋର ହୋଇଯାଇଛି । ତା’ ମନରୁ ଦୟା, କରୁଣା, ସହୃଦୟତା ଲୋପ ପାଇଯାଇଛି । କାହା ପାଖରେ ଅଜସ୍ର ଧନ ସମ୍ପି ଠୁଳ ହୋଇଛି ତ କେହି ଦୁଇ ଓଳି ପେଟ ପୁରାଇ ଖାଇବାକୁ ପାଉ ନାହିଁ । ଭୌତିକ ସାଧନଗୁଡିକ ଦ୍ୱାରା ମନୁଷ୍ୟର ଜୀବନ ଅତ୍ୟନ୍ତ ବ୍ୟସ୍ତ ଓ ଚିନ୍ତାଗ୍ରସ୍ତ ହୋଇଯାଇଛି । ତା’ ଜୀବନ ସମସ୍ୟାଗ୍ରସ୍ତ ହୋଇପଡିଛି । ପର୍ଯ୍ୟାପ୍ତ ବିଳାସ ସାମଗ୍ରୀର ଉପଲବ୍ଧତା ସେ୍ୱ ମନୁଷ୍ୟ ତୃପ୍ତ ନୁହେଁ । ତା’ର ବାସନା ଓ ବ୍ୟସନ ଦିନକୁ ଦିନ ବଢି ·ଲିଛି । ଭୋଗ ବାସନା ଯୋଗ ପାଇଁ ବାଧକ । ଏଥିପାଇଁ ମନୁଷ୍ୟର ଧ୍ୟାନ ଈଶ୍ୱରଙ୍କଠୁଁ ଓହରି ଯାଇ ଅପୂରଣୀୟ ବିଷୟ ବାସନାରେ କେନ୍ଦ୍ରିତ ହୋଇଯାଇଛି ।
ଭୌତିକ ସୁଖ ସାଧନଗୁଡିକୁ ମନୁଷ୍ୟ ଉଚ୍ଚ ଜୀବନ ସ୍ତରର ସୂଚକ ମନେ କରେ । ଏହି ସାଧନଗୁଡିକୁ ଆହରଣ କରିବା ପାଇଁ ସେ ଲା, ଅପମିଶ୍ରଣ, ଭ୍ରଷ୍ଟା·ର ଆଦି ଯେକୌଣସି ପନ୍ଥା ଅନୁସରଣ କରିବାକୁ ପଶ୍ଚା୍ପଦ ହୁଏ ନାହିଁ । ସେ ସାଧନର ଦାସ ହୋଇ ଯାଇଛି । ସେ ନିଜ ସ୍ବତନ୍ତ୍ରତା ହରାଇ ବସିଛି । ତା’ ନିକଟରେ ସବୁ କିଛି ଥାଇ ମଧ୍ୟ କିଛି ନାହିଁ । କାରଣ ସେ ଚରିତ୍ର ରୂପକ ଅମୂଲ୍ୟ ସମ୍ପି ହରାଇ ବସିଛି । ଏଥିପାଇଁ ବିଜ୍ଞାନ ଦ୍ୱାରା ପ୍ରାପ୍ତ ହୋଇଥିବା ସମସ୍ତ ସାଧନ ମୂଲ୍ୟହୀନ । କାରଣ ଏତଦ୍ ଜନିତ ସୁଖ ଅଳ୍ପକାଳିକ । ଏଗୁଡିକ ଉପଲବ୍ଧ ଥାଇ ମଧ୍ୟ ମନୁଷ୍ୟ ଚିନ୍ତିତ ଓ ଦୁଃଖୀ ଅଟେ । ତା’ର ଆତ୍ମାକୁ ପ୍ରକୃତ ଶାନ୍ତି ମିଳି ନାହିଁ । ମନୁଷ୍ୟର ·ରିତ୍ରିକ ଅବନତି ହେତୁ ଏହି ସଂସାର ନର୍କରେ ପରିଣତ ହୋଇଯାଇଛି । ରାଜଯୋଗ ଦ୍ୱାରା ହିଁ ·ରିତ୍ରିକ ବିକାଶ କରି ଏହି ସଂସାରକୁ ପୁନଶ୍ଚ ସୁଖ, ଶାନ୍ତି, ପବିତ୍ରତା ଓ ସମ୍ପନ୍ନ ସ୍ବର୍ଗରେ ପରିଣତ କରାଯାଇ ପାରେ ।
ଚରିତ୍ର ନିର୍ମାଣ
ସାଂପ୍ରତିକ ପରିସ୍ଥିତିରେ ଚରିତ୍ର ନିର୍ମାଣ ବିଷୟ ବହୁତ ମହ୍ୱପୂର୍ଣ୍ଣ । କାରଣ ବର୍ମାନ ପ୍ରତ୍ୟେକ କ୍ଷେତ୍ରରେ ଭ୍ରଷ୍ଟା·ର ଓ ଚରିତ୍ରହୀନତାର ବାତାବରଣ ଦେଖିବାକୁ ମିଳେ । ବି·ରଶୀଳ ଲୋକମାନେ ଦେଶ ବିଦେଶରେ ସର୍ବତ୍ର ଅନୁଶାସନହୀନତା ଓ ଅନା·ରର ବ୍ୟାପକତା ଦେଖି ବର୍ମାନର ସମୟକୁ ·ରିତ୍ରିକ ସଂକଟ (ଗକ୍ଟକ୍ସବକ୍ଷ ଉକ୍ସସଗ୍ଦରଗ୍ଦ) କାଳ ବୋଲି କହନ୍ତି । ଏ ବିଷୟରେ ବ୍ୟାପକ ଚର୍ଚ୍ଚା ଆବଶ୍ୟକ । କାରଣ ଚରିତ୍ର ସୁଧୁରିଲେ ଦେଶ-ବିଦେଶର ସାମାଜିକ, ନୈତିକ, ଆର୍ଥିକ ଓ ରାଜନୈତିକ ସ୍ଥିତି ସୁଧୁରିବ । ଚରିତ୍ର ହୀନତା ହେତୁ ଜ୍ୟେଷ୍ଠ ଓ ବରିଷ୍ଠମାନେ ସେମାନଙ୍କ ଦ୍ୱାରା ଅପମାନିତ ହେଉଛନ୍ତି, କର୍ମ·ରୀମାନେ ନିଜ ନିଜ କାମ ଠିକ ଠିକ କରୁ ନାହାନ୍ତି, କଥା କଥାକେ ସେମାନେ ଧର୍ମଘଟ ଓ ଶୋଭାଯାତ୍ରା କରୁଛନ୍ତି, ବ୍ୟବସାୟୀମାନେ ଅପମିଶ୍ରଣ କରୁଛନ୍ତି । ସରକାରୀ କର୍ମ·ରୀ ଓ କ୍ଷମତାଧାରୀ ରାଜନେତାଗଣ ଲା ନେଉଛନ୍ତି ଏବଂ ଲୋକେ ଆଇନ-କାନୁନକୁ ଭୃକ୍ଷେପ ନ କରି ହିଂସ୍ରକ ଓ ଆତଙ୍କବାଦୀ ସାବୁଛନ୍ତି ।
ମନୁଷ୍ୟର ସୁଖ-ଶାନ୍ତିର ସମ୍ବନ୍ଧ ତା’ର କର୍ମ ସହିତ ସମ୍ବନ୍ଧିତ ଥାଏ । ପ୍ରତ୍ୟେକ ମନୁଷ୍ୟର ଆ·ର ବି·ରର ସମ୍ବନ୍ଧ ଅନ୍ୟମାନଙ୍କ ସହିତ ଥାଏ । ଏଥିପାଇଁ ମନୁଷ୍ୟ ପାଇଁ ଏକ ଆଦର୍ଶ ଚରିତ୍ର ନିର୍ମାଣର ଆବଶ୍ୟକତା ରହିଛି । ବିଶ୍ୱର ପ୍ରତ୍ୟେକ ବସ୍ତର ସମ୍ବନ୍ଧ ଅନ୍ୟମାନଙ୍କ ସହିତ ଅଛି ବୋଲି ବିଜ୍ଞାନ ମଧ୍ୟ ପ୍ରମାଣ କରିସାରିଛି । ଏହି ସିଦ୍ଧାନ୍ତ ପରିପ୍ରେକ୍ଷୀରେ ପ୍ରସିଦ୍ଧ ବୈଜ୍ଞାନିକ ନୁ୍ୟଟନ କହନ୍ତି, “ ଯେତେବେଳେ ଆପଣ ଅଙ୍ଗୁଳି ହଲାନ୍ତି ସେତେବେଳେ ତଦ୍ଧ୍ୱାରା ଆକାଶରେ ତାରାଗଣ ମଧ୍ୟ ହଲି ଯାଆନ୍ତି ।” ମନୁଷ୍ୟ ମଧ୍ୟରେ ଥିବା କାମ-କ୍ରୋଧାଦି ବିକାର ତା’ର ଆଚରଣକୁ ଭ୍ରଷ୍ଟ କରେ ଓ ଏହାଦ୍ୱାରା ସମାଜ ପ୍ରଭାବିତ ହୁଏ । ତେଣୁ ଚରିତ୍ର ନିର୍ମାଣ ଉଭୟ ସମାଜ ଓ ବ୍ୟକ୍ତି ପାଇଁ ମହ୍ୱପୂର୍ଣ୍ଣ ବିଷୟ ଅଟେ ।
ପ୍ରଥମେ ମନୁଷ୍ୟ ମନରେ ସଂକଳ୍ପ ଉଠେ । ତା’ପରେ ତାହା କର୍ମେନ୍ଦ୍ରିୟ ଦ୍ୱାରା କାର୍ଯ୍ୟାନ୍ୱିତ ହୁଏ । ମନୁଷ୍ୟ ମନରେ ଉପôନ୍ନ ହେଉଥିବା ବି·ର ଅନୁରୂପ ତା’ର ଦୃଷ୍ଟି ବୃି ନିର୍ମାଣ ହୁଏ । ମନରେ ବିକାରୀ ସଂକଳ୍ପ ଆସିଲେ ସେ ବାସନା ଦୃଷ୍ଟିରେ ଓ ମନରେ ଶୁଦ୍ଧ ବି·ର ଥିଲେ ସେ ଭଉଣୀ ବା ଆତ୍ମା ଦୃଷ୍ଟିରେ ଦେଖେ । ସେବା ଓ ଦୟା ଭାବାପନ୍ନ ବ୍ୟକ୍ତି ଅନ୍ୟମାନଙ୍କ ଉପକାର କରେ । କିନ୍ତୁ ତା’ ମନରେ ଯଦି କ୍ରୋଧ ଉପôନ୍ନ ହୋଇଯାଏ ସେ ଅନ୍ୟମାନଙ୍କୁ ଦୁଃଖ ଦେଇଥାଏ । ବୁଦ୍ଧି କିମ୍ବା ସଦ୍ବିବେକ ମନକୁ ନିୟନ୍ତ୍ରିତ ରଖି ପାରେ । ତେଣୁ ବି·ର, ବୁଦ୍ଧି ବା ବିବେକ ଶକ୍ତି ଓ ସା୍ୱିକତା ସମ୍ପନ୍ନ ହେଲେ ମନୁଷ୍ୟର ଆ·ର ମଧ୍ୟ ଶ୍ରେଷ୍ଠ ହୋଇ ପାରେ ।
ମନୁଷ୍ୟ ମନରେ ଯେଉଁ ଚରିତ୍ର ଯୁକ୍ତ ଚିତ୍ର ଅଙ୍କିତ ହୋଇଥାଏ ତାକୁ ସେ ଆଦର୍ଶ ମାନି ଅନୁକରଣ କରେ ଓ ତା’ର ପ୍ରଶଂସା କରେ । ତେଣୁ ବିଷୟୀ ଓ ଭୋଗୀ ମନୁଷ୍ୟ ମନରେ ବିଷୟ ଓ ଭୋଗର ଚିତ୍ର ଚିତ୍ରିତ ହୋଇଥାଏ । ଅନ୍ୟପକ୍ଷରେ ଈଶ୍ୱରପରାୟଣ ବ୍ୟକ୍ତି ମନରେ ତାଙ୍କ ଇଷ୍ଟଙ୍କ ଚିତ୍ର ଥାଏ । କାମୀ ବ୍ୟକ୍ତି ମନରେ କୌଣସି ସ୍ତ୍ରୀର, ଲୋଭୀ ମନରେ କୌଣସି ବିଶାଳୀ ବ୍ୟକ୍ତି, ଧନ ବା କୌଣସି ଗ୍ରାହକର ଚିତ୍ର ଥାଏ । ତେଣୁ ଚରିତ୍ର ନିର୍ମାଣ ପାଇଁ ମନୁଷ୍ୟ ମନରେ ସର୍ବଶ୍ରେଷ୍ଠ ଚିତ୍ର ସ୍ଥାପନ କରିବାର ଆବଶ୍ୟକତା ରହିଛି ।
ଯେଉଁ ବ୍ୟକ୍ତି ମନ, ବଚନ ଓ କର୍ମରେ ପୂର୍ଣ୍ଣତଃ ନିର୍ବିକାରୀ ଓ ଦିବ୍ୟଗୁଣ ସମ୍ପନ୍ନ ସେହିଁ ଶ୍ରେଷ୍ଠା·ରୀ ଅଥବା ଚରିତ୍ରବାନ ଅଟେ । ଅନ୍ୟ ଶବ୍ଦରେ କହିଲେ ଦେବୀ-ଦେବତା ହିଁ ଶ୍ରେଷ୍ଠା·ରୀ ବା ଚରିତ୍ରବାନ ଅଟନ୍ତା । ଚରିତ୍ରବାନ ବନିବାର ଅର୍ଥ-ମନୁଷ୍ୟରୁ ଦେବତା (ଦୈବୀଗୁଣ ସମ୍ପନ୍ନ) ବନିବା । ତେଣୁ କୁହାଯାଏ ନର ଏପରି କର୍ମ କରୁ ଯଦ୍ୱାରା ସେ ନାରାୟଣ ବନିଯିବ ଓ ନାରୀ ଏପରି କର୍ମ କରୁ ଯଦ୍ୱାରା ସେ ଶ୍ରୀଲକ୍ଷ୍ମୀ ତୁଲ୍ୟ ହେବ ।
ଆଧ୍ୟାତ୍ମିକ ବିଦ୍ୟା ଓ ମୂଲ୍ୟବୋଧ ଭିିକ ଶିକ୍ଷା ଦ୍ୱାରା ଚରିତ୍ର ନିର୍ମାଣ ହୋଇପାରେ । ଆଧ୍ୟାତ୍ମିକ ବିଦ୍ୟା ଦ୍ୱାରା ମନୁଷ୍ୟ କାମ-କ୍ରୋଧାଦି ମନୋବିକାର ସମୂହ ଉପରେ ବିଜୟ ପ୍ରାପ୍ତ କରି ପାରିବ । ସଂସ୍କାର ପରିବର୍ନ ପାଇଁ ତାକୁ ଆଧ୍ୟାତ୍ମିକ ଶକ୍ତି ଆବଶ୍ୟକ । ଏହି ଶକ୍ତି ତାକୁ ପରମ ପବିତ୍ର ସର୍ବ ଶକ୍ତିମାନ ପରମାତ୍ମାଙ୍କଠାରୁ ମିଳିପାରେ । ପରମାତ୍ମାଙ୍କଠାରୁ ଶକ୍ତି ପ୍ରାପ୍ତ ହେବାର ଏକମାତ୍ର ବିଧି ହେଉଛି ରାଜଯୋଗ ।
ଦେହ-ଦୃଷ୍ଟି ହେତୁ ମନୁଷ୍ୟ ମଧ୍ୟରେ କାମ ବାସନା ଓ ଲୋଭ ପ୍ରବୃି ଉପôନ୍ନ ହୋଇଥାଏ । ଦେହକୁ ଆଧାର କରି ମୋହ ଜାତ ହୋଇଥାଏ । କ୍ରୋଧର କାରଣ ମଧ୍ୟ ଦେହାଭିମାନ । ଯଦି ମନୁଷ୍ୟ ବିଦେହ ଅବସ୍ଥାରେ ସ୍ଥିତ ହୋଇ ସ୍ବୟଂକୁ ଆତ୍ମା ନିଶ୍ଚୟ କରେ, ସମସ୍ତଙ୍କୁ ଆତ୍ମିକ ଦୃଷ୍ଟିରେ ଦେଖେ, ତେବେ ତା’ ମନରେ ବିକାର ଉପôନ୍ନ ହେବ ନାହିଁ ଓ ତା’ ଆ·ର ଭ୍ରଷ୍ଟ ହେବ ନାହିଁ । ତେଣୁ ମନୁଷ୍ୟକୁ ଏପରି ଜ୍ଞାନର ଆବଶ୍ୟକତା ଯଦ୍ୱାରା ସେ ସ୍ବରୂପସ୍ଥ ହୋଇ ଆନନ୍ଦ ଓ ଶାନ୍ତି ସ୍ଥିତିରେ ସ୍ଥିତ ହୋଇପାରିବ ।
ଉମ ଚରିତ୍ର
ସମ୍ବନ୍ଧ-ସମ୍ପର୍କ ଦ୍ୱାରା ମନୁଷ୍ୟର ଚରିତ୍ର କିଭଳି ଜାଣିହୁଏ । ନୈତିକତା, ଆନ୍ତରିକ ପବିତ୍ରତା, ପରିପୂର୍ଣ୍ଣତା, ସର୍ବଗୁଣ ସମ୍ପନ୍ନତା, ବିଶ୍ୱସ୍ତତା, ଆଦି ଉମ ଚରିତ୍ରର ଲକ୍ଷଣ । ପବିତ୍ରତା ଓ ଉମ ଚରିତ୍ର ପର୍ଯ୍ୟାୟବାଚୀ । ଉମ ଚରିତ୍ର ସମ୍ପନ୍ନ ବ୍ୟକ୍ତି ଶାରୀରିକ ଆବଶ୍ୟକତା ଏବଂ ଆକର୍ଷଣ ଉପରେ ନିୟନ୍ତ୍ରଣ ରଖେ । ସେ ନୈତିକ ସିଦ୍ଧାନ୍ତ ଅନୁରୂପ ପରି·ଳିତ ହୁଏ । କାମକ୍ରୋଆଦି ମନୋବିକାର ସହିତ ସେ ଦୃଢ ଓ ଅବିଚଳିତ ଭାବରେ ସଂଘର୍ଷ ଅବ୍ୟାହତ ରଖନ୍ତି । ଏଗୁଡିକ ଉପରେ ବିଜୟ ପ୍ରାପ୍ତ କରିବାର ଭୀଷ୍ମ ପ୍ରତିଜ୍ଞାରୁ ସେ କେବେ ଓହରି ଯାଆନ୍ତି ନାହଁ । ଏହାକୁ ହିଁ ·ରିତ୍ରିକ ବଳ କୁହାଯାଏ ।
ଉମ ଚରିତ୍ର ବ୍ୟକ୍ତିକୁ ସାମାଜିକ କ୍ଷେତ୍ରରେ ଲୋକମାନଙ୍କ ସହିତ ପ୍ରେମ ଓ ଆଦର ପୂର୍ବକ ବ୍ୟବହାର କରିବା ପାଇଁ ସମର୍ଥ ଏବଂ ଅନ୍ୟମାନଙ୍କ ପ୍ରେମ ଓ ଆଦର ପାଇବା ପାଇଁ ଅଧିକାରୀ ବନାଏ । ଉମ ଚରିତ୍ର ସମ୍ପନ୍ନ ବ୍ୟକ୍ତି ବୁଦ୍ଧି ଓ ଜ୍ଞାନରେ ପରିପୂର୍ଣ୍ଣ ଥିଲେ ମଧ୍ୟ ତାଙ୍କୁ କେବେ ଅହଂକାର ସ୍ପର୍ଶ କରେ ନାହିଁ । ସେ ଏକାନ୍ତ ପ୍ରିୟ ଓ ଅନ୍ତର୍ମୁଖୀ ଅଟନ୍ତି । ସେ ଉଦାର, ପୂର୍ବାଗ୍ରହ ରହିତ, ମହଯୋଗୀ, ଉପକାରୀ, ଦୟାଶୀଳ, ସଚ୍ଚୋଟ, ସତ୍ୟନିଷ୍ଠ ଓ ନ୍ୟାୟ ପ୍ରିୟ ଅଟନ୍ତି । ସଂକଟ ସମୟରେ ସେ ତୁରନ୍ତ ଉଚିତ ନିର୍ଣ୍ଣୟ ନେଇ ପାରନ୍ତି । ଭ୍ରଷ୍ଟା·ରୀ, ପ୍ରବକ ଓ ଶ୍ରତ୍ରୁଭାବାପନ୍ନ ବ୍ୟକ୍ତିଙ୍କ କବଳରୁ ନିଜକୁ ସୁରକ୍ଷିତ ରଖିବାର ଶକ୍ତି ତାଙ୍କର ଥାଏ । ସେ ଆଦୌ କାହାଦ୍ୱାରା ପ୍ରତାରିତ ହୁଅନ୍ତି ନାହିଁ । କାରଣ ତାଙ୍କ ପରଖିବା ଶକ୍ତି ଅତି ପ୍ରଖର । ସେ ଅନ୍ୟମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରନ୍ତି । ଆବଶ୍ୟକ ସମୟରେ ସେ ମିତ୍ର ସମ୍ବନ୍ଧୀମାନଙ୍କୁ ସହଯୋଗ ପ୍ରଦାନ କରୁଥିବାରୁ ସେମାନଙ୍କଠାରୁ ମଧ୍ୟ ତାଙ୍କୁ ସହଯୋଗ ମିଳିଯାଏ । କାହାରି ପ୍ରତି ତାଙ୍କର ଦ୍ୱେଷଭାବ ନ ଥାଏ । ତାଙ୍କର ସାମାଜିକ ଓ ପାରିବାରିକ ସମ୍ବନ୍ଧ ସମ୍ପର୍କ ମିତ୍ରତା ପୂର୍ଣ୍ଣ ।
ଉଦାରତା ଉମ ଚରିତ୍ରର ଏକ ବିଶିଷ୍ଟ ଗୁଣ । ବ୍ୟକ୍ତିର ଉଦାରଣ, ଅନ୍ୟମାନଙ୍କ ପ୍ରତି ତା’ର ସହାନୁଭୁତି ଓ ସମାନୁଭୁତିର ଗଭୀରତା ହେଉଛି ତା’ର ଚରିତ୍ରର ପରିମାପକ । ସର୍ବଦା ସଜାଗ ଓ ସତର୍କ ରହିବା, ଆଦାନ-ପ୍ରଦାନ ମଧ୍ୟରେ ସନ୍ତୁଳନ ରଖିବା, ଅନ୍ୟମାନଙ୍କ ଭାବନା ଓ ବିଶ୍ୱାସ ପ୍ରତି ଆଦର ଭାବ ପୋଷଣ କରିବା ଏବଂ ସେମାନଙ୍କ ସହିତ ପ୍ରେମ ଓ ମୈତ୍ରୀପୂର୍ଣ୍ଣ ବ୍ୟବହାର କରିବା, ସାହସର ସହିତ ବିପଦର ସମ୍ମୁଖୀନ ହେବା, ସାମାଜିକ କୁସଂସ୍କାର ଓ ଆନ୍ଧଶ୍ରଦ୍ଧା ବିରୁଦ୍ଧରେ ସ୍ବର ଉୋଳନ ପୂର୍ବକ ସେଗୁଡିକର ସମ୍ପୂର୍ଣ୍ଣ ଉନ୍ମୁଳନ ପାଇଁ ନିଷ୍ଠାପୂର୍ବକ କାମ କରିବା ଦ୍ୱାରା ·ରିତ୍ରିକ ବିକାଶ ହୋଇଥାଏ । ଉମ ଚରିତ୍ର ସମ୍ପନ୍ନ ବ୍ୟକ୍ତି ମାନ, ଅପମାନ, ନିନ୍ଦା, ସ୍ତୁତି ଆଦିରେ ଏକ ରସ ସ୍ଥିତିରେ ସ୍ଥିତ ରହନ୍ତି । ଶକ୍ତି ସମ୍ପନ୍ନ ଓ ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତିଙ୍କୁ ବିଶ୍ୱସ୍ତ ହେବା ଉଚିତ । ଏଥିପାଇଁ ଚରିତ୍ରବାନ ହେବା ଏକାନ୍ତ ଆବଶ୍ୟକ । ଆତ୍ମ ସଂଯମ ଏବଂ ଅହିଂସକ ବୃି ଦ୍ୱାରା ଚରିତ୍ରର ଉାନ ହୁଏ । ତେଣୁ କାହାରି ସହିତ ରୁକ୍ଷ ଏବଂ ହିଂସ୍ରକ ବ୍ୟବହାର କରିବା ଅନୁଚିତ । ଜଣେ ଚରିତ୍ରବାନ ବ୍ୟକ୍ତି କୌଣସି ପରିସ୍ଥିତିରେ ମଧ୍ୟ ନିଜ ଆତ୍ମ ସମ୍ମାନ ଓ ମର୍ଯ୍ୟାଦାରୁ ଓହରି ଯାଆନ୍ତି ନାହିଁ ଏବଂ ଅନ୍ୟମାନଙ୍କ ସମ୍ମାନ କ୍ଷୁଣ୍ଣ ହେଲା ଭଳି ବ୍ୟବହାର କରନ୍ତି ନାହିଁ । ଅନ୍ୟକୁ ହରାଇ ଆଗକୁ ବଢିବା ପ୍ରବୃି ତାଙ୍କର ନ ଥାଏ । ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବା ପାଇଁ ସେ ଅନ୍ୟକୁ ନୁ୍ୟନ ପ୍ରମାଣ କରନ୍ତି ନାହିଁ । ସେ ନିଜ ଗାରିମା ବଜାୟ ରଖି ନିଜ ସିଦ୍ଧାନ୍ତ ଏବଂ ବିବେକ ସହିତ ସାଲିସ ନ କରି ଏବଂ ଅନ୍ୟର ସମ୍ମାନକୁ କ୍ଷୁଣ୍ଣ ହେବାକୁ ନ ଦେଇ ନିଜ କ୍ଷମତାର ଶୀର୍ଷ ସ୍ଥାନ ପର୍ଯ୍ୟନ୍ତ ପହନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ ଉମ ଗୁଣଗୁଡିକର ଧାରଣା କରିବାର ଅଭ୍ୟାସ ପୂର୍ବକ ନକାରାତ୍ମକ ପ୍ରବୃିରୁ ମୁକ୍ତ ହେବା ପାଇଁ ଯେଉଁମାନେ ନିରନ୍ତର ପ୍ରଯନô କରନ୍ତି ସେମାନଙ୍କ ଚରିତ୍ରର ବିକାଶ ହୋଇଥାଏ ।
ପ୍ରେମ, ଗାରିମା ଓ ବିନମ୍ରତା ପୂର୍ଣ୍ଣ ବ୍ୟବହାର ଦ୍ୱାରା ପାରିବାରିକ ସମ୍ପର୍କ ମଧୁର ହୋଇଥାଏ । କବି ଯଥାର୍ଥରେ କହିଛନ୍ତି, “ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।” ସୈାହାର୍ଦ୍ଧ ପୂର୍ବକ ସହାବସ୍ଥାନ ଏବଂ ଅନ୍ୟର ବିଶେଷତା ଓ ଗୁଣଗୁଡିକର ପ୍ରଶଂସା କରିବା ଶ୍ରେଷ୍ଠ ଚରିତ୍ରବାର ଲକ୍ଷଣ । ଦୀର୍ଘଦିନ ପର୍ଯ୍ୟନ୍ତ ଉମ ସମ୍ପର୍କ ବଜାୟ ରଖିବା ଦ୍ୱାରା ସାମାଜିକ ସଦ୍ଭାବ ସ୍ଥାପିତ ହୋଇଥାଏ । ଚରିତ୍ରବାନ ବ୍ୟକ୍ତି ସର୍ବଦା ନିଜ କାର୍ଯ୍ୟ ବ୍ୟବହାର ପ୍ରତି ଜାଗରୂକ ରହେ ଏବଂ ବୁଦ୍ଧିମାନ ଓ ପରିପକ୍ୱ ଲୋକମାନଙ୍କ ସହିତ ସଙ୍ଗ କରେ । ସେ ଅନ୍ୟମାନଙ୍କ ନକାରାତ୍ମକ ବ୍ୟବହାର ଦ୍ୱାରା ପ୍ରଭାବିତ ହୁଏ ନାହିଁ । ନିନ୍ଦା ଓ ସ୍ତୁତି ଉଭୟ କଥାରେ ସେ ଅନାସକ୍ତ ରହେ । ଅନିଷ୍ଠକାରୀ ପ୍ରତି ମଧ୍ୟ ସେ ଶତ୍ରୁତା ଭାବ ପୋଷଣ କରେ ନାହିଁ । ସେ ଅନ୍ୟର ନିନ୍ଦା ଶ୍ରବଣ ଓ ବ୍ୟର୍ଥ ବାର୍ାଳାପରୁ ଦୂରେଇ ରହେ । କାହାରି ଶୁଣା କଥାରେ ପ୍ରଭାବିତ ହୋଇ ସେ ଅନ୍ୟମାନଙ୍କ ପ୍ରତି ମନରେ ସଂଶୟ ପୋଷଣ କରେ ନାହିଁ ।
ଆତ୍ମ ସଂଯମ
·ରିତ୍ରିକ ବିକାଶ ପାଇଁ ଆତ୍ମ ସଂଯମ ଅନିର୍ବାଯ୍ୟ । ଆତ୍ମ ସଂଯମତା ହେତୁ ଜଣେ ସଚ୍ଚରିତ୍ର ବ୍ୟକ୍ତିଙ୍କ ଚି ସର୍ବଦା ପ୍ରସନ୍ନ ଓ ଶାନ୍ତ ରହେ ଏବଂ ବୃ୍ି ମିତ୍ରତା ପୂର୍ଣ୍ଣ ଓ ନିଷ୍କପଟ ହୁଏ । ମନ, ବଚନ ଓ କର୍ମରେ ସେ ପବିତ୍ରତା ପାଳନ କରନ୍ତି । କୌଣସି ମହିଳାଙ୍କୁ ସେ ଅସମ୍ମାନ କରନ୍ତି ନାହିଁ କି ତାଙ୍କୁ କାମ ବାସନା ଦୃଷ୍ଟିରେ ଦେଖନ୍ତି ନାହିଁ । ମହିଳାମାନେ ମଧ୍ୟ କାମ କଳା ପ୍ରଦର୍ଶନ କରି ପୁରୁଷମାନଙ୍କୁ ଉେଜିତ କରିବା ଅନୁଚିତ । ସଚ୍ଚୋଟତା, ଅସ୍ତେୟ (େ·ରି ନ କରିବା ), ସତ୍ୟ ବାଦିତା, ବିନମ୍ରତା ଓ ଅପରିଗ୍ରହ ଚରିତ୍ରବାନ ବ୍ୟକ୍ତିର ସ୍ବଭାବିକ ଗୁଣ । ଶରୀର ଓ ଶରୀର ସମ୍ପର୍କିତ ବ୍ୟକ୍ତି, ବସ୍ତୁ, ପରିସ୍ଥିତି, ଘଟଣା ଓ ବୈଭବ ପ୍ରତି ତାଙ୍କର ଆସକ୍ତି ନ ଥାଏ । ଶରୀରକୁ ସୁସ୍ଥ ସବଳ ଓ ନୀରୋଗ ରଖିବା ପାଇଁ ଆବଶ୍ୟକ ପରିଚର୍ଯ୍ୟା ବ୍ୟତୀତ ସେ ଅଧିକ କିଛି କରନ୍ତି ନାହିଁ ।
ଆଧ୍ୟାତ୍ମିକତା
ଭୌତିକ ବିଷୟ ଓ ଭୋଗ ପ୍ରତି ଅତ୍ୟଧିକ ଆସକ୍ତି ·ରିତ୍ରିକ ଦୋଷ ଦୁର୍ବଳାର କାରଣ । ଏଭଳି ବ୍ୟକ୍ତି ନିଜ ତୃଷ୍ଣା ମୋଇବା ପାଇଁ ଯେ କୌଣସି ଅସାମାଜିକ କର୍ମ କରିବାରେ ପଶ୍ଚାପଦ ହୁଅନ୍ତି ନାହିଁ । ତାଙ୍କ ମଧ୍ୟରେ ଈର୍ଷା, ମିଥାନିନ୍ଦା, ଘୃଣା, ଅସନ୍ତୋଷ, ପ୍ରତିଶୋଧ ଆଦି ·ରିତ୍ରିକ ଦୁର୍ବଳତା ଦେଖାଯାଏ । ଅନ୍ୟପକ୍ଷରେ ଜଣେ ଚରିତ୍ରବାନ ବ୍ୟକ୍ତି ଭୌତିକବାଦ ପଛରେ ନିଜ ସମୟ ଏବଂ ଶକ୍ତି ଅପଚୟ କରନ୍ତି ନାହିଁ । ସେ ଆଧ୍ୟାତ୍ମିକ ସିଦ୍ଧାନ୍ତ ଅନୁରୂପ ଜୀବନ ନିର୍ବାହ ଓ କାର୍ଯ୍ୟ ବ୍ୟବହାର କରନ୍ତି । ତାଙ୍କ କଥା ଓ କାର୍ଯ୍ୟରେ କୌଣସି ପାର୍ଥ୍ୟକ୍ୟ ନ ଥାଏ । ସେ ନିଜ ଦୋଷ ଦୁର୍ବଳତା ପାଇଁ କାହାକୁ ଉରଦାୟୀ ନ ମାନି ସେଗୁଡିକ ଦୂର କରିବାକୁ ପ୍ରଯନô କରନ୍ତି । ତାଙ୍କ ଜ୍ଞାନ ଓ ବୁଦ୍ଧିମା ପାଇଁ ଅହଙ୍କାର କରନ୍ତି ନାହିଁ । ସେ ଅଧିକରୁ ଅଧିକ ସମୟ ଏକାନ୍ତରେ ଅବସ୍ଥାନ କରି ଆତ୍ମାବଲୋକନରେ ସମୟ ବ୍ୟତୀତ କରନ୍ତି । ସେ ନିଜେ ଆଧ୍ୟାତ୍ମିକ ଗୁଣଗୁଡିକ ଧାରଣ କରି ନିଜ ପରି ଗୁଣବାନ ହେବା ପାଇଁ ଅନ୍ୟମାନଙ୍କୁ ପ୍ରେରିତ କରନ୍ତି ।
ପବିତ୍ରତା:
ପବିତ୍ରତା ଉମ ଚରିତ୍ରର ଦ୍ୟୋତକ । ପବିତ୍ରତା ମୁଖ୍ୟତଃ ଦୁଇ ପ୍ରକାର; ମାନସିକ ଓ ଶାରୀରିକ । ମାନସିକ ପବିତ୍ରତାକୁ ବୌଦ୍ଧିକ ପବିତ୍ରତା ମଧ୍ୟ କୁହାଯାଇଥାଏ । ବୈ·ରିକ ପ୍ରକି୍ରୟାର ସ୍ପଷ୍ଟତା ହେଉଛି ମାନସିକ ପବିତ୍ରତା । ସ୍ବଚ୍ଛତା ବା ସୁସ୍ବାସ୍ଥ୍ୟ ଶାରୀରିକ ପବିତ୍ରତାର ଅନ୍ତର୍ଗତ ଅଟେ । ମାନସିକ ପବିତ୍ରତା ସଂପନ୍ନ ବ୍ୟକ୍ତିିର ବି·ର ତର୍କ ପୂର୍ଣ୍ଣ, ଧାରାବାହିକ, ଦୃଢ ବାଦ ବିବାଦ ରହିତ ଅଟେ । ତାଙ୍କର ବୃି ଉଦାର, ପୂର୍ବାଗ୍ରହ ରହିତ ଏବଂ କଲ୍ୟାଣକାରୀ ଅଟେ । ତାଙ୍କର ନିର୍ଣ୍ଣୟ କରିବା ପରଖିବା ଶକ୍ତି ସନ୍ତୁଳିତ ଅଟେ । ସେ ସାଧାରଣ ଜୀବନ ଯାପନ କରନ୍ତି କିନ୍ତୁ, ତାଙ୍କ ବି·ର ଉଚ୍ଚ ଅଟେ । ସେ ନିଜ ବାସଗୃହ ତଥା ତା’ର ଚତୁର୍ଦ୍ଧିଗର ବାତାବରଣକୁ ସ୍ବସ୍ଥ ଓ ନିର୍ମଳ ରଖନ୍ତି । ସେ ଶୁଦ୍ଧ ଓ ଶାକାହାରୀ ଭୋଜନ କରନ୍ତି ।
·ରିତ୍ରିକ ଦୋଷ
ଉଦ୍ଧଣ୍ଡତା ହେଉଛି ·ରିତ୍ରିକ ଉତ୍ୱାନର ସବୁଠାରୁ ବଡ ପ୍ରତିରୋଧକ । ଉଦ୍ଧଣ୍ଡ ବ୍ୟକ୍ତି ନିଜର ଦୋଷ ଦୁର୍ବଳତାକୁ ଅନ୍ୟ ଉପରେ ଲଦି ଦିଏ । ସେ ଅନ୍ୟର ଭଲଭୁଣ ଦେଖି ପାରେ ନାହିଁ । ସେ ସବୁବେଳେ ଅନ୍ୟର କୁସôାରଟନା କରେ । ସେ ଅତ୍ୟନ୍ତ କ୍ରୋଧୀ, ନିର୍ଦ୍ଧୟୀ, କଳହ ପ୍ରିୟ, ସ୍ବାର୍ଥପର, ଭ୍ରଷ୍ଟା·ରୀ, ଅପରାଧ ପ୍ରବଣ, ଲୋଲୁପ, ଷଡଯନ୍ତ୍ରକାରୀ, ଧର୍ମାନ୍ଧ, ସାଂପ୍ରଦାୟିକ, ବିଦ୍ୱେଷୀ, ପୂର୍ବାଗ୍ରହୀ ଅଟେ । ସେ ଆଦୌ ନିଜର ଦୋଷ ଦୁର୍ବଳତା ସ୍ବୀକାର କରେ ନାହିଁ । ଉଦ୍ଧଣ୍ଡତା ଦୋଷଯୁକ୍ତ ହେତୁ ତା’ର ବୌଦ୍ଧିକ ଚକ୍ଷୁ ନଷ୍ଟ ହୋଇଯାଏ । ତେଣୁ ତା’ଦ୍ୱାରା ସ୍ବୀକୃତ ମୂଲ୍ୟ, ନୈତିକତା ଓ ସିଦ୍ଧାନ୍ତ ବିରୁଦ୍ଧ କରୁଥିବା କାର୍ଯ୍ୟ ସେ ଦେଖି ପାରେ ନାହିଁ । ତା’ର ବିବେକର ସ୍ବର ଦବିଯାଏ । ସେ ନିଜର ପ୍ରତ୍ୟେକ ଅନୈତିକ କାର୍ଯ୍ୟକୁ ଉଚିତ ବୋଲି ଯୁକ୍ତି କରେ । ନିଜର ଭୁଲ ପାଇଁ ସେ ଅନ୍ୟମାନଙ୍କୁ ଦାୟୀ କରେ । ତା’ ଦ୍ୱାରା ହୋଇଥିବା କୁକର୍ମକୁ ଅସ୍ବୀକାର କରେ । ମିଥ୍ୟା କହିବା ତା’ର ସ୍ବାଭାବିକ ପ୍ରବୃି ।
ଯୌନ ପ୍ରବଣତା ଓ ଅନୈତିକ ଯୌନ ଆକାଂକ୍ଷା ଚରିତ୍ର ଉାନ ପାଇଁ ବଡ ବାଧା । ବିବାହ ପୂର୍ବରୁ ଯୌନ ସମ୍ପର୍କ ଓ ବୈବାହିକ ଜୀବନରେ ବଳକôାର ·ରିତ୍ରିକ ଦୋଷ ଅଟେ । କାମନା-ବାସନା ଓ ବିଷୟ ଭୋଗେଚ୍ଛା ଅସନ୍ତୁଷ୍ଟତାର କାରଣ । ଅସନ୍ତୋଷ ମନକୁ ତମସାବୃ କରେ । ଏହା ମଧ୍ୟ ·ରିତ୍ରିକ ଦୋଷର ଅନ୍ୟ ଏକ ରୂପ । ·ରିତ୍ରିକ ଉାନ ପାଇଁ ଯେକୌଣସି ପରିସ୍ଥିତିରେ ସନ୍ତୁଷ୍ଟ ରହିବା ଉଚିତ । ସାରାଂଶରେ କହିବାକୁ ଗଲେ ରାଜଯୋଗ ଦ୍ୱାରା ଆତ୍ମାର ଶୁଦ୍ଧିକରଣ ପ୍ରକ୍ରିୟା ସହିତ ପରମାତ୍ମାଙ୍କଠାରୁ ଶକ୍ତି ଆହରଣ କଲେ ଜଣେ ବ୍ୟକ୍ତି ସଂପୂର୍ଣ୍ଣ ଚରିତ୍ରବାନ ହୋଇପାରେ ।
ଚରିତ୍ରର ଅର୍ଥ:
ମୂଲ୍ୟ ପ୍ରତି ଆସ୍ଥା ପ୍ରକଟ କରୁଥିବା ଭାବକୁ ଚରିତ୍ର କୁହାଯାଏ । ନୈତିକ ଶକ୍ତି ସମ୍ପନ୍ନ ଓ ସତ୍ୟନିଷ୍ଠ ବ୍ୟକ୍ତିକୁ ଚରିତ୍ରବାନ କୁହାଯାଏ । ଅନ୍ୟ ଅର୍ଥରେ ଚରିତ୍ରବାନର ଅର୍ଥ ଗୁଣବାନ । ନୈତିକତା କଷଟିରେ ମନୁଷ୍ୟର କାର୍ଯ୍ୟ ଓ ଚରିତ୍ରର ଯଥାର୍ଥ ନିର୍ଦ୍ଧାରଣ ହୋଇଥାଏ । ତେଣୁ ଚରିତ୍ର ହେଉଛି ସତ୍ୟତାର ପର୍ଯ୍ୟାୟବାଚୀ । ନୈତିକତାର ଯଥାର୍ଥ ବୋଧ, ନୀତି-ସମ୍ପନ୍ନ ନିର୍ଣ୍ଣୟ ଓ ନୈତିକ ସିଦ୍ଧାନ୍ତ ଅନୁରୂପ କାର୍ଯ୍ୟ ବ୍ୟବହାର ଦ୍ୱାରା ·ରିତ୍ରିକ ବିକାଶ ହୋଇଥାଏ । ଚରିତ୍ରବାନ ବ୍ୟକ୍ତି ଅନ୍ୟର ଅବଗୁଣ ନ ଦେଖି କେବଳ ଗୁଣ ଦେଖନ୍ତି । ତେଣୁ ସେ କାହାରି ନିନ୍ଦା କରନ୍ତି ନାହିଁ । ସେ ନିନ୍ଦୁକ ଓ ପ୍ରଶଂସକ ଉଭୟଙ୍କ ପ୍ରତି ସମଭାବ ରଖନ୍ତି । ଚରିତ୍ର ଅନୁସାରେ ବ୍ୟକ୍ତିର ଦୃଷ୍ଟିକୋଣ ନିର୍ମାଣ ହୋଇଥାଏ । ସାମାଜିକ ଜୀବନରେ ଅନେକ ସମୟରେ ନୈତିକ ଦ୍ୱିଧା ଉପôନ୍ନ ହୋଇଥାଏ । ଏପରି ସ୍ଥିତିରେ ବ୍ୟକ୍ତି ତା’ର କର୍ବ୍ୟ ନିର୍ଦ୍ଧାରଣ କରି ପାରେ ନାହିଁ । ଏହି ନୈତିକ ଦ୍ୱିଧାକୁ ସମାପ୍ତ କରିବା ପାଇଁ ଯୋଗାଭ୍ୟାସ ଦ୍ୱାରା ଜାଗତିକ ମୂଲ୍ୟବୋଧ, ଅନ୍ତର୍ଦୃଷ୍ଟି, ଆନ୍ତରିକ ଶକ୍ତି ଓ ନୈତିକ ଶକ୍ତିର ବିକାଶ କରିବା ଅପରିହାର୍ଯ୍ୟ ।
ଜାଗତିକ ମୂଲ୍ୟବୋଧର ବିକାଶ
ସମାଜରେ ଘଟୁଥିବା ସାମାଜିକ ଅନ୍ୟାୟ, ହିଂସା, ଉଗ୍ରବାଦ, ବ୍ୟଭି·ର ଓ ସାମାଜିକ, ରାଜନୈତିକ ତଥା ଧାର୍ମିକ କ୍ଷେତ୍ରରେ କାର୍ଯ୍ୟରତ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଭ୍ରଷ୍ଟ ଆଚରଣ ଦେଖି ଆଜି ଯୁବା ପିଢ଼ି ହତାଶା ଓ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି । ତେଣୁ ବିଦ୍ୟାଳୟ ସ୍ତରରୁ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ମୂଲ୍ୟବୋଧ ବିକଶିତ କରିବା ପାଇଁ ନୈତିକ ଆଲୋଚନା କରିବା ଉଚିତ । ଶିକ୍ଷାଦାନ ଭାଷଣାତ୍ମକ ନ ହୋଇ ଖେଳ, ସଙ୍ଗୀତ, କାହାଣୀ, ଆଲୋଚନା ତଥା ବକ୍ତୃତା ମାଧ୍ୟମରେ ହେଲେ ତାହା ଅଧିକ ପ୍ରଭାବଶାଳୀ ହୋଇଥାଏ । ଏହା ଦ୍ୱାରା ବିଦ୍ୟାର୍ଥୀଗଣ ସହଜରେ ମୂଲ୍ୟଗୁଡିକୁ ଧାରଣ କରିପାରିବେ ଓ ନୈତିକ ସମସ୍ୟାକୁ ବୁଝିବାରେ ସମର୍ଥ ହେବେ ।
ନୈତିକ ଶକ୍ତିର ବିକାଶ
ପ୍ରାୟ ସମସ୍ତଙ୍କର ମୂଲ୍ୟଗୁଡିକ ସମ୍ବନ୍ଧରେ ଜ୍ଞାନ ଥାଏ । କେବଳ ଜାଣିବା ପର୍ଯ୍ୟାପ୍ତ ନୁହେଁ । ବ୍ୟବହାରିକ ଜୀବନରେ ମୂଲ୍ୟଗୁଡ଼ିକୁ ଧାରଣା କରିବା ସହଜ ହୋଇ ନ ଥାଏ । ସାମାଜିକ ଜୀବନରେ ବେଳେ ବେଳେ ଏମିତି ପରିସ୍ଥିତି ସୃଷ୍ଟି ହୁଏ ଯେ ମଣିଷ ଦୁଇଟି ସତ୍ୟ ମଧ୍ୟରୁ କେଉଁଟିକୁ ପ୍ରାଧାନ୍ୟ ଦେଇ ଗ୍ରହଣ କରିବ ତାହା ନିର୍ଣ୍ଣୟ କରି ପାରେ ନାହିଁ । ଳୋକ ନିନ୍ଦା, ପାରିବାରିକ ସଂକଟ, ସ୍ବଜନ ମିତ୍ରମାନଙ୍କ ·ପ, ସାମାଜିକ ଚଳଣି, ଧାର୍ମିକ ପରମ୍ପରା, ଭୟ ଆଦି ନୈତିକ ସିଦ୍ଧାନ୍ତରେ ଅଟଳ ରହିବାରେ ବାଧକ ହୋଇଥାନ୍ତି । ଏପରି ପରିସ୍ଥିତିରେ ବ୍ୟକ୍ତି ସଠିକ ନିର୍ଣ୍ଣୟ ନେଇଥିଲେ ମଧ୍ୟ ସେଥିରୁ ଓହରି ଯିବା ପାଇଁ ବାଧ୍ୟ ହୋଇଥାଏ । ସେ ପରିସ୍ଥିତି ଉପରେ ସବୁ ଦୋଷ ଲଦି ଦିଏ । ଏହା ହେଉଛି ଇଚ୍ଛା ଶକ୍ତିର ଅଭାବ । ନୈତିକ ଶକ୍ତିର ବିକାଶ ପାଇଁ ଇଚ୍ଛା ଶକ୍ତି ଅପରିହାର୍ଯ୍ୟ । ଆତ୍ମ ବିଶ୍ୱାସହୀନତା, ଅନ୍ତର୍ଦୃଷ୍ଟିର ଅଭାବ, ଦୀର୍ଘସୂତ୍ରୀ ସଂସ୍କାର, ନକାରାତ୍ମକ ଚିନ୍ତନ ଆଦି ମଣିଷର ଇଚ୍ଛାଶକ୍ତିକୁ ଦୁର୍ବଳ କରିଦିଏ । ପରିଣାମ ସ୍ବରୂପ ତା’ର ନୈତିକ ଶକ୍ତିର ହ୍ରାସ ହୁଏ । ସୁଅରେ ଭାସି ଯିବା ସହଜ । ସୁଅର ବିପରୀତ ଦିଗରେ ଗତି କରିବା କଠିଣ । ବର୍ମାନର ଅନୈତିକତା ଗ୍ରସ୍ତ ସମାଜରେ ନୈତିକ ସିଦ୍ଧାନ୍ତରେ ଅଟଳ ରହିବା ଏକ ବଡ ସାଧନା । ଏଥିପାଇଁ ଆବଶ୍ୟକ ସାହସ, ଦୃତତା, ତ୍ୟାଗ ଭାବନା, ପ୍ରତିବଦ୍ଧତା ଓ ନିୟମିତତା । ଏଗୁଡିକ ଦ୍ୱାରା ଇଚ୍ଛାଶକ୍ତି ଦୃଢ଼ ହୋଇଥାଏ ଓ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଜଣେ ନିଜ ନୈତିକ ସିଦ୍ଧାନ୍ତ ସହଜରେ ଧାରଣ କରିପାରେ । ସୁଦୃଢ ଚରିତ୍ରର ଏହା ହେଉଛି ·ବିକାଠି ।
ନୈତିକ ଦ୍ୱିଧା
ସତ୍ୟ ଓ ଅସତ୍ୟ ମଧ୍ୟରୁ ସତ୍ୟ କେଉଁଟି ଜାଣି ତାକୁ ଚୟନ କରିବା ପାଇଁ ତର୍କ ଶକ୍ତିର ଆବଶ୍ୟକତା ହୁଏ । ଏହି ଶକ୍ତିି ବ୍ୟକ୍ତିର ଚୟନ ପ୍ରତିକ୍ରିୟାକୁ ସ୍ପଷ୍ଟ କରିଥାଏ । ବୈଶ୍ୱିକ, ମାନବୀୟ ଓ ନୈତିକ ମୂଲ୍ୟଗୁଡିକର ଧାରଣ ଦ୍ୱାରା ଜଣକର ତର୍କ ଶକ୍ତି ତୀକ୍ଷ୍ମ ହୋଇପାରେ । ଉଚିତ ଚୟନ ଶକ୍ତି ଅଭାବରେ ଜଣେ ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ଦୁଃଖ, କଷ୍ଟ, ପ୍ରତାରଣା, ନିନ୍ଦା ଓ ବଦନାମ ପାଇଥାଏ । ବ୍ୟକ୍ତି ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ମୂଲ୍ୟ ଶିକ୍ଷା ଅତ୍ୟନ୍ତ ଆବଶ୍ୟକ । କାରଣ ଏହା ଦ୍ୱାରା ତା’ ମଧ୍ୟରେ ମୂଲ୍ୟବୋଧର ବିକାଶ ଘଟେ ଓ ତାକୁ କୌଣସି କାର୍ଯ୍ୟର ପରିଣାମ ପ୍ରତି ସଚେତନ କରାଏ । ମୂଲ୍ୟବୋଧର ବିକାଶ ହେଲେ ବ୍ୟକ୍ତି ମଧ୍ୟରେ ଥିବା ସୂକ୍ଷ୍ମ ଶକ୍ତି ଶକ୍ତିଶାଳୀ ହୁଏ ଯଦ୍ଧ୍ୱାରା ସେ ନ୍ୟାୟ ଓ ନିଷ୍ଠାର ସହ ଜୀବନ ଯାପନ କରିବାର ସାମର୍ଥ୍ୟ ଲାଭ କରେ । ଏତଦ୍ବ୍ୟତୀତ ତା’ର ଆତ୍ମ ବିଶ୍ୱାସ ବୃଦ୍ଧି ହେବା ସହିତ ନୈତିକ ଚୟନ କରିବାର ଦ୍ୱିଧା ସମାପ୍ତ ହୁଏ । ସତ୍ୟ ଓ ଅସତ୍ୟ ମଧ୍ୟରେ ସତ୍ୟ ଚୟନର କୌଣସି ନୈତିକ ଦ୍ୱିଧାର ସମ୍ମୁଖୀନ ହେବାକୁ ପଡି ନ ଥାଏ । ଯେତେବେବେଳ ବ୍ୟକ୍ତି ଦୁଇଟି ବିକଳ୍ପ ସତ୍ୟର ସମ୍ମୁଖୀନ ହୁଏ ଏବଂ ସେଥିରୁ କୌଣସି ଗୋଟିଏକୁ ଚୟନ କରିବାକୁ ପଡେ ସେତେବେଳେ ନୈତିକ ଦ୍ୱିଧାର ସମସ୍ୟା ଉପୁଜେ । ଜଣେ ନିର୍ଧନ ପିତା ତା’ର ସନ୍ତାନକୁ ଶିକ୍ଷା ପାଇଁ ବିଦ୍ୟାଳୟ ପଠାଇବ କି ଘର ଚଳଣି ପାଇଁ ଆବଶ୍ୟକ ଅର୍ଥ ଯୋଗାଡ ପାଇଁ ତାକୁ କାମରେ ଲଗାଇବ ଏ ଉଭୟ ମଧ୍ୟରୁ ଯେତେବେଳେ କୌଣସି ଗୋଟିଏ କଥା ପକ୍ଷରେ ସିଦ୍ଧାନ୍ତ ଗ୍ରହଣ କରିବାକୁ ପଡେ ସେତେବେଳେ ନୈତିକ ଦ୍ୱିଧା ଜାତ ହୁଏ । କାରଣ ତା’ ପାଇଁ ଉଭୟ କଥା ଠିକ । ଏଠାରେ ତା’ର ନୈତିକ ଶକ୍ତି ହିଁ ସଠିକ ନିର୍ଣ୍ଣୟ ନେବାର ସାହାଯ୍ୟ କରିଥାଏ । ଯାହା ପ୍ରଚଳନ କରିବାରେ ସାଧାରଣ ମନୁଷ୍ୟ ଅସମର୍ଥ, ତାକୁ ପ୍ରଚଳନ କରିବା ପାଇଁ ନୈତିକ ଶକ୍ତି ସମ୍ପନ୍ନ ବ୍ୟକ୍ତି ସମର୍ଥ ହୋଇଥାଏ ନୈତିକତା । ନୈତିକତାର ହ୍ରାସ ହେତୁ ସାମାଜିକ ଅପରାଧ ବୃଦ୍ଧି ପାଉଛି ଓ ସେଥିପାଇଁ ନାନାପ୍ରକାର ଆଇନ ତିଆରି ହେଉଛି । ଆଇନର ପରିଭାଷା ନୈତିକତାର ବିପରୀତ । ଆଇନ ସ୍ବୀକୃତ ସିଦ୍ଧାନ୍ତକୁ ବଳ ପୂର୍ବକ ପ୍ରଚଳନ କରିଥାଏ । ନୈତିକତାରେ ବାଧ୍ୟବାଧକତା ନ ଥାଏ । ଜାଗତିକ ମୂଲ୍ୟ ବୋଧ ଉପରେ ଆଧାରିତ ସିଦ୍ଧାନ୍ତ ଦ୍ୱାରା ନୈତିକତାକୁ ଠିକ ଭାବରେ ବୁଝି ହେବ । ଆଜି ମଧ୍ୟ ଆମ ସମାଜରେ ପ୍ରଚଳିତ କେତେକ ପ୍ରାଚୀନ ପ୍ରଥା ଓ ପରମ୍ପରା ଆଇନ ବିରୋଧୀ । କେବଳ ଆଇନ ପ୍ରଣୟନ ଦ୍ୱାରା ଏହାର ସମାଧାନ ସମ୍ଭବ ନୁହେଁ । ଏଥିପାଇଁ ମୂଲ୍ୟ ଶିକ୍ଷା ହିଁ ଏକମାତ୍ର ବିକଳ୍ପ
ଆମେ ସାଧାରଣତଃ ·ରି ପ୍ରକାର ନୈତିକ ଦ୍ୱିଧାର ସମ୍ମୁଖୀନ ହୋଇଥାଉ । ନିମ୍ନରେ ସେଗୁଡିକର ଆଲୋଚନା କରାଯାଇଛି ।
୧. ସତ୍ୟ ବନାମ ନିଷ୍ଠା:
ଅରଣ୍ୟ ମଧ୍ୟରେ ଯାତ୍ରା କରୁଥିବା ବେଳେ ଜଣେ ବ୍ୟବସାୟୀ ଡାକୁ ମାନଙ୍କୁ ଦୂରରୁ ଦେଖି ଆତ୍ମରକ୍ଷା ପାଇଁ ଏକ ନିର୍ଦ୍ଧଷ୍ଟ ଦିଗରେ ଦୌଡିବାକୁ ଲାଗିଲେ । ଡାକୁମାନେ ମଧ୍ୟ ତାଙ୍କୁ ଦେଖି ପଶ୍ଚାଧାବନ କଲେ । କିଛି ଦୂର ଗଲା ପରେ ବ୍ୟବସାୟୀ ଜଣକ ଏକ ଆଶ୍ରମ ଦେଖି ତା’ ମଧ୍ୟରେ ପ୍ରବେଶ କଲେ ଓ ସେଠାରେ ରହୁଥିବା ସନ୍ୟାସୀ ଜଣଙ୍କୁ ତାଙ୍କ ପ୍ରାଣ ରକ୍ଷା ପାଇଁ ନିବେଦନ କଲେ । ସନ୍ୟାସୀ ତାଙ୍କୁ ଏକ ଗୁପ୍ତ ସ୍ଥାନରେ ଲୁ·ଇ ଦେଲେ । କିଛି ସମୟ ପରେ ଡାକୁମାନେ ଆସି ସନ୍ୟାସୀଙ୍କୁ ବ୍ୟବସାୟୀ ବିଷୟରେ ପ·ରିଲେ । ସନ୍ୟାସୀଙ୍କ ମନରେ ବି·ର ଆସିଲା । ସେ ଯଦି ସତ୍ୟ କହୁଛନ୍ତି ବ୍ୟବସାୟୀର ମୃତୁ୍ୟ ସୁନିଶ୍ଚିତ । ଅପର ପକ୍ଷରେ ତାଙ୍କର ମିଥ୍ୟା କଥନ ସେହି ବ୍ୟକ୍ତିଟିର ଜୀବନ ରକ୍ଷା କରିବ ସିନା, କିନ୍ତୁ ସର୍ବଦା ସତ୍ୟ କହିବାକୁ ସେ ଯେଉଁ ପ୍ରତିଜ୍ଞା କରିଥିଲେ ତାହା ଖଣ୍ଡିତ ହେବ । ଏହା ତାଙ୍କ ପାଇଁ ନୈତିକ ଦ୍ୱିଧାର ସ୍ଥିତି ଉପôନ୍ନ କରିଥିଲା । କିନ୍ତୁ ତାଙ୍କର ଉଚ୍ଚ ମୂଲ୍ୟବୋଧ ତାଙ୍କୁ ସଠିକ ନିର୍ଣ୍ଣୟ ପାଇଁ ପ୍ରେରିତ କଲା ଓ ସେ ଜଣକ ଜୀବନ ରକ୍ଷା ପାଇଁ ପ୍ରତିଜ୍ଞା ଭଙ୍ଗକୁ ଦୋଷାବହ ମନେ କଲେ ନାହିଁ ।
୨. ନ୍ୟାୟ ବନାମ କରୁଣା:
ବି·ର ପତିଙ୍କ ସମ୍ମୁଖୀକୁ ବି·ର ପାଇଁ ଏକ କଏଦିଙ୍କୁ ଅଣାଗଲା । କଏଦିଟି ତାଙ୍କ ଘନିଷ୍ଠ ମିତ୍ରଙ୍କ ପୁତ୍ର । ତା’ର ଅପରାଧ ଇଚ୍ଛାକୃତ ନ ଥିଲା । ପରିସ୍ଥିତି ·ପରେ ପଡି ସେ ତାହା କରିଥିଲା । କଏଦି ପ୍ରତି ତାଙ୍କର କରୁଣା ଜାଗ୍ରତ ହେଲା । କିନ୍ତୁ ସେ ଯେଉଁ ଆସନରେ ବସିଛନ୍ତି ସେଠାରେ କରୁଣାର ସ୍ଥାନ ନାହିଁ । କିଛି କ୍ଷଣ ପାଇଁ ମନ ଆନ୍ଦୋଳିତ ହୋଇଗଲା । ସେ ନିଜକୁ ନିଜେ ପ·ରିଲେ ଏପରି ପରିସ୍ଥିତିରେ ନ୍ୟାୟ ଓ କରୁଣା ମଧ୍ୟରୁ କେଉଁଟିକୁ ପ୍ରାଧାନ୍ୟ ଦେବା କଥା? ଶେଷରେ ସେ ନ୍ୟାୟକୁ ଚୟନ କଲେ ଓ କଏଦୀକୁ ଆଇନ ଅନୁଯାୟୀ ଦଣ୍ଡ ଦେଲେ ।
୩. ବ୍ୟକ୍ତି ବନାମ ସମାଜ:
ଜଣେ ବିବାହିତ ମହିଳା ବାରମ୍ବାର ପ୍ରତାଡିତ ହେଉଥିଲେ । ତାଙ୍କର ଦୁର୍ଦ୍ଧଶା ଦେଖି ମିତ୍ର ସମ୍ବନ୍ଧୀଗଣ ତାଙ୍କୁ ଭିନେ ହେବାକୁ ପରାମର୍ଶ ଦେଉଥିଲେ । ଭିନେ ହେଲେ ତାଙ୍କର ପାରିବାରିକ ଆକାଂକ୍ଷା ପୂର୍ଣ୍ଣ ହେବ ଏହା ସେ ଜାଣି ଥିଲେ । ନୈତିକ ଦ୍ୱିଧା ହେତୁ ସେ ନିର୍ଣ୍ଣୟ ନେଇ ପାରୁ ନ ଥିଲେ । ମହିଳା ଜଣକ ମୂଲ୍ୟନିଷ୍ଠ ଓ ନୈତିକ ଶକ୍ତି ସମ୍ପନ୍ନ ଥିଲେ । ତେଣୁ ଏହି ନୈତିକ ଦ୍ୱିଧା ତାଙ୍କର ବେଶୀ ସମୟ ରହିଲା ନାହିଁ । ସେ ପରିବାରରୁ ଭିନେ ହେବାର ସଂକଳ୍ପ ତ୍ୟାଗ କଲେ । ତାଙ୍କ ସହିଷ୍ଣୁତା ଦେଖି ପରିବାରର ଲୋକଙ୍କ ବ୍ୟବହାର ପରିବର୍ନ ହେଲା ।
୪. ଅଳ୍ପ ବନାମ ଦୀର୍ଘକାଳ:
ପୁଅ ଶିକ୍ଷା ସମାପ୍ତ କରି ସାରିଲା ପରେ ପିତା ·ହାନ୍ତି ସେ ତାଙ୍କର ବ୍ୟବସାୟ ସମ୍ଭାଳୁ । ଯେତେବେଳେ ପୈତୃକ ବ୍ୟବସାୟ ଅପେକ୍ଷା କୌଣସି କମ୍ପାନୀରେ ·କିରୀ କଲେ ଅଧିକ ଅର୍ଥ ଉପାର୍ଜନ ସମ୍ଭାବନା ଥାଏ ସେତେବେଳେ ପୁଅ ମନରେ ନୈତିକ ଦ୍ୱିଧା ଉପôନ୍ନ ହୁଏ । ସେ କେଉଁଟିକୁ ଚୟନ କରିବ ନିର୍ଣ୍ଣୟ କରି ପାରେ ନାହିଁ । ·କିରୀରୁ ଲବ୍ଧ ଆୟ ଅଧିକ ହେଲେ ବି ତାହା ଅଳ୍ପକାଳିକ । କିନ୍ତୁ ପୁରୁଷାନୁକ୍ରମେ ·ଲି ଆସୁଥିବା ବ୍ୟବସାୟ ପରବର୍ୀ ପିଢି ପାଇଁ ମଧ୍ୟ ଉପଯୋଗୀ ହୋଇ ପାରେ । ଏଠାରେ ବ୍ୟବସାୟର ଆକାର ପ୍ରକାର ତଥା ଭବିଷ୍ୟତ ସମ୍ଭାବନାକୁ ମଧ୍ୟ ବି·ର କରିବାକୁ ହେବ ।
ସେ ଯାହା ହେଉ, ଯେତେବେଳେ କୌଣସି ନୈତିକ ଦ୍ୱିଧା ଆମ ସମ୍ମୁଖରେ ଉପସ୍ଥିତ ହୁଏ ସେତେବେଳେ ପ୍ରମୁଖ ମୂଲ୍ୟଗୁଡିକୁ ଆଧାର ମାନି ନର୍ଣ୍ଣୟ ନେଲେ ବା ଦେଲେ ତାହା ସହାୟକ ହୋଇଥାଏ ।
Comments
Post a Comment