ଜ୍ଞାନ ଗଙ୍ଗା

 ପ୍ରଜ୍ଞା ପ୍ରାକାରଣ ସଂଯୁକ୍ତ ମସ୍ଥିସ୍ଥୂଳତାଂ ପୂରଂ ମହତ୍ ।

ଚର୍ମ ଭିି ମହାରୋଧଂ ମାଂସ ଶୋଣିତ ଲେପନମ୍ ।ା

(ଅର୍ଥ:- ଏହି ଶରୀର ଏକ ବଡ ନଗର ସଦୃଶ । ପ୍ରଜ୍ଞା ଏହାର ପ୍ରାଚୀର । ଏହା ହାଡ ନିର୍ମିତ ଖମ୍ବ ଉପରେ ଦଣ୍ଡାୟମାନ । ଚମଡା ଏହାର କାନ୍ଥ । ଏହା ସମଗ୍ର ନଗରକୁ ଧରି ରଖିଛି । ଏହା ଉପରେ ରକ୍ତ ଓ ମାଂସର ପଙ୍କ ବୋଳା ଯାଇଛି । )

ନବ ଦ୍ୱାରଂ ମହାୟାସଂ ସର୍ବତଃ ସ୍ନାୟୁ ବେଷ୍ଟିତମ୍

ନୃପଶ୍ଚ ପୁରୁଷ ସ୍ତତ୍ର ଚେତନାବାନ ବସ୍ଥିତଃ ।

(ଅର୍ଥ: ଏଥିରେ ନଅଟି ଦ୍ୱାର ଅଛି । ଏହା ଅତି ଯନôର ସହିତ ସୁରକ୍ଷିତ, ଶିରା  ପ୍ରଶିରା ଏହାକୁ ଘେରି ରହିଛି । ଚେତନ ପୁରୁଷ ଏଇ ନଗରର ରାଜା ଅଟେ ।)

ମନ୍ତ୍ରିଣୌ ତସ୍ୟ ବୁଦ୍ଧିଶ୍ଚ ମନ ଶ୍ଚୈବ ବିରୋଧନୌ  ।

ଯତେତେ ବୈରନାଶାୟ ତାବୁ  ଭାବିତରେ ତରମ୍ ।ା

(ଅର୍ଥ:- ଏହି ରାଜାଙ୍କର ଦୁଇ ଜଣ ମନ୍ତ୍ରୀ ଅଛନ୍ତି । ସେମାନେ ହେଲେ ମନ ଓ ବୁଦ୍ଧି । ମନ୍ତ୍ରୀ ଦୁହେଁ ପରସ୍ପର  ବିରୋଧୀ । ଜଣେ ଜଣଙ୍କର ପ୍ରତିଶୋଧ ନେବାକୁ ସର୍ବଦା ଅନାଇ ବସିଛନ୍ତି ।)

               ନୃପସ୍ୟ ତସ୍ୟ ଚତ୍ୱାରୋ ନାଶମିଚ୍ଛନ୍ତି ବିଦ୍ଧ୍ୱିଷଃ

କାମଃ କ୍ରୋଧ ସ୍ତଥା ଲୋଭୋ ମୋହଶ୍ଚାନ୍ୟ ସ୍ତଥା ରିପୁଃ ।ା

(ଅର୍ଥ:- ସେହି ରାଜାଙ୍କର ·ରି ଜଣ ଶତ୍ରୁ । ସେମାନେ ହେଲେ କାମ, କ୍ରୋଧ,  ଲୋଭ ଓ ମୋହ । ଏଇ ·ରି ଜଣ ରାଜାଙ୍କର ସର୍ବନାଶ କରିବାକୁ ସର୍ବଦା ତିଆରି ହୋଇ ରହିଛନ୍ତି । 

 ଯଦାତୁ ସନୃପସ୍ତାନି ଦ୍ୱାରାଣ୍ୟା ବୃତ୍ୟ ତିଷ୍ଠତି ।

ତଦାସ ସ୍ଥବଳ ଶ୍ଚୈବ ନିରାତଙ୍କଶ୍ଚ ଜାୟତେ ।

(ଅର୍ଥ:- ଯେତେବେଳେ ରାଜା ନଅଟି ଦ୍ୱାରକୁ ବନ୍ଦ କରି ରଖେ ସେତେବେଳେ ତାହାର ଶକ୍ତି ସୁରକ୍ଷିତ ହୋଇ ରହେ ଏବଂ ସେ କାହାକୁ ଭୟ କରେ ନାହିଁ) 

 ଯଦାତୁ ସର୍ବଦ୍ୱାରାଣି ବିବୃ ତାନି ସ ମୁତି ।

ରାଗୋ ନାମ ତଦା ଶତ୍ରୁ ନୈତ୍ର ଦିଦ୍ୱର ମୃଚ୍ଛତି ।ା

(ଅର୍ଥ:- କିନ୍ତୁ ଯେତେବେଳେ ସେ ଏଇ ନଅଟି ଦ୍ୱାରକୁ ଖୋଲି ଦିଏ, ସେତେବେଳେ କ୍ରୋଧ ନାମକ ଶତ୍ରୁ ନେତ୍ରାଦି ଦ୍ୱାରା ଆକ୍ରମଣ କରେ । )

ସର୍ବ ବ୍ୟାପୀ ମହାୟାମଃ ପ ଦ୍ୱାର ପ୍ରବେଶନଃ

ତସ୍ୟାନୁମାର୍ଗଂ ବିଶତି ତ ଦ୍ୱୈ ଘୋରଂ ରିପୁତ୍ରୟମ୍ ।ା

(ଅର୍ଥ:- ଏହା ସର୍ବବ୍ୟାପକ ଓ ଅତି ବିଶାଳ । ସେ ପାଟି ଦ୍ୱାର ଦେଇ ପ୍ରବେଶ  କରେ । ତାହା ପଛେ ଅନ୍ୟ ତିନି ଜଣ ଭୟଙ୍କର ଶତ୍ରୁ ପ୍ରବେଶ କରନ୍ତି ।) 

ପ୍ରବିଶ୍ୟାଥ ସବୈ ତତ୍ର ଦ୍ୱାରୈରିନ୍ଦ୍ରିୟଜ୍ଞକୈଃ ।

ରାଗଃ ସଂଶ୍ଲେଷମାୟାତି ମନସା ଚ ସହେତରୈଃ ।ା

(ଅର୍ଥ:- କ୍ରୋଧ ପ ଇନ୍ଦ୍ରିୟ ଦ୍ୱାର ଦେଇ ପ୍ରବେଶ କରି ମନ ଓ ଅନ୍ୟାନ୍ୟ ଇନ୍ଦ୍ରିୟମାନଙ୍କ ସହିତ ନିଜର ସମ୍ବନ୍ଧ ସ୍ଥାପନ କରେ । )

ଇନ୍ଦ୍ରିୟାଣି ମନଶ୍ଚୈବ ବଶେ କୃତ୍ୱା ଦୁରା ସଦଃ

ଦ୍ୱାରାଣି ଚ ବଶେ କୃତ୍ୱା ପ୍ରାକାରଂ ନାଶୟତ୍ୟଥ ।ା

(ଅର୍ଥ:- ଇନ୍ଦ୍ରିୟ ଓ ମନକୁ ବଶ କରି ଏହା ଦୁର୍ଜେୟ ହୋଇଯାଏ ଏବଂ ସକଳ ଦ୍ୱାରକୁ ଅଧିକାର କରି ପ୍ରଜ୍ଞା ରୂପକ ପ୍ରାଚୀରକୁ ନଷ୍ଟ କରି ଦିଏ ।)

ମନସ୍ତ ସ୍ୟାଶ୍ରିତଂ ଦୃଷ୍ଟ୍ୱା ବୁଦ୍ଧି ର୍ନଶ୍ୟତି ତତ୍ କ୍ଷଣାତ୍ ।

ଅମାତ୍ୟ ରହିତ ସ୍ତତ୍ର ଗୌରବର୍ଗୋଜ୍ଝିତ ସ୍ତ ଥା ।

(ଅର୍ଥ:- ମନ କ୍ରୋଧର ଅଧୀନ ହେବା ଦେଖି ବୁଦ୍ଧି ମଧ୍ୟ ନଷ୍ଟ ହୋଇଯାଏ । ମନ୍ତ୍ରୀମାନଙ୍କ ଅଭାବରୁ ଅନ୍ୟ ପୁର ବାସୀମାନେ ମଧ୍ୟ ଏହାକୁ ଛାଡି ·ଲିଯାଆନ୍ତି ।) 

 ଲବ୍ଧବ୍ୟ ମର୍ଥଂ ଲଭତେ ମନୁଷ୍ୟୋ

ଦୈବୋଽପି ତଂ ବାରୟତୁଂ ନ ଶକ୍ତଃ ।

ଲଲାଟ ଲେଖ୍ୟୋ ନ ପୁନଃ ପ୍ରୟାତି ।ା

(ଅର୍ଥ:- ମନୁଷ୍ୟମାନଙ୍କର ଭାଗ୍ୟରେ ଯେତେବେଳେ ଯାହା ମିଳିବାର ଥାଏ, ସେତେବେଳେ ଅତୋନ ଶଚ୍ୟୋ ନହି ବିସ୍ମିତସ୍ତ୍ୱଂ ସୁଖୀ ହେବା ଆଦୌ ଉଚିତ ନୁହେଁ । ଭାଗ୍ୟରେଖା କଦାପି ଅନ୍ୟଥା ହୋଇ ନ ପାରେ । )

 ଏକୋହି ଦୋଷାଗୁଣ ସନ୍ନିପାତେ,

 ସିମଜ୍ୱତୀଳୋରିତ ଯୋବ ଭାଷେ ।

ନୃନଂ ନ ଦୃଷ୍ଟଂ କବିନା ପିତେନ

   ଦାରିଦ୍ର ଦୋଷେ ଗୁଣ ରାଶି ନାଶି ।ା 

                                                  (ଘଟକର୍ପର)

ଅର୍ଥ:- ଏକ ଦୋଷା ଥିଲେ ସମସ୍ତ ଗୁଣରାଶି ନଷ୍ଟ ହୋଇଯାଏ । ସାମାନ୍ୟ ଅଗ୍ନିରେ ବି ସହସ୍ର ତୁଳା ରାଶି ଭସ୍ମ ହୋଇଯାଏ ।ଏହାର ପ୍ରମାଣ ଗଗନ ସ୍ଥିତ ତାରାପତି ଚନ୍ଦ୍ର ଅଟନ୍ତି । ତାହାଙ୍କର ଶଶ ଲା‚ନ ଚିହ୍ନ ତାହାଙ୍କୁ କଳଙ୍କିତ କରି ପକାଏ । କବିମାନଙ୍କର ଦରିଦ୍ର ଦୋଷ ମଧ୍ୟ ସେହିପରି କଳଙ୍କ ପୂର୍ଣ୍ଣ ଚିହ୍ନ । ଯେଉଁମାନେ ଏକଥା କହନ୍ତି ସେମାନେ କବି ନୁହନ୍ତି । କାରଣ ଦରିଦ୍ର ଦୋଷ ସମସ୍ତ ଗୁଣକୁ ନଷ୍ଟ କରେ ।

 ଦରିଦ୍ରସ୍ୟ ଗୁଣାନ୍ ସର୍ବାନ୍ ଭସ୍ମାଚ୍ଛାଦିତ ବହ୍ନିବତ୍ ।

ଅନ୍ନ ଚିନ୍ତା ଚମକôାର ! କାତରୋ କବିତା କୁତଃ ।ା 

                                                              (କାଳିଦାସ) 

ଅର୍ଥ:- ଦରିଦ୍ର ଲୋକର ଗୁଣ ଅଗ୍ନି ବିଲିପ୍ତ ଭସ୍ମ (ପାଉଁଶ) ପରି । ଅନ୍ନ ଚିନ୍ତା କରୁଥିବା ବ୍ୟକ୍ତିର କଦାପି ଗୁଣ ପ୍ରକାଶ ପାଏ ନାହିଁ ।) 

 ସଦ୍ଭାବ ପ୍ରତିପନ୍ନାନଂ ବନେ କା ବିଦ୍ଗ୍ଧତା, 

ଅଙ୍କ ମାରୁହ୍ୟ ସୂପ୍ତାନାଂ ହନ୍ତୁଃ କିଂ ନାମ ପୌରୁଷଂ ?

(ଅର୍ଥ:- ସଦ୍ଭାବ ପ୍ରତିପନ୍ନ ବ୍ୟକ୍ତିଙ୍କୁ ବନା କରି କି ପାଣ୍ଡିତ୍ୟ ଅଛି? କ୍ରୋଡରେ ନିଦ୍ରିତ ଥିବା ବ୍ୟକ୍ତିଙ୍କୁ ହତ୍ୟା କଲେ କି ନାମ ଓ ଗୌରୁଷ ପ୍ରକାଶ ପାଏ?)

 ସେତୁ ବନ୍ଧେ ସମୁଦ୍ରେ ଚ ଗଙ୍ଗା ସାଗର ସଙ୍ଗମେ ।

ବ୍ରାହ୍ମାହା ମୁଚ୍ୟତେ ପାପୌ ମିତ୍ର ଦ୍ରୋହୀ ନ ମୁଚ୍ୟତେ ।ା

ଅଥ:- ସେତୁ ବନ୍ଧ ସମୁଦ୍ରରେ ଏବଂ ଗଙ୍ଗାସାଗର ସଙ୍ଗମ ତୀର୍ଥରେ ସ୍ନାନ କଲେ ବ୍ରହ୍ମ ହତ୍ୟା ପାପ ବିନାଶ ହୁଏ; କିନ୍ତୁ ମିତ୍ରଦ୍ରୋହୀ ବ୍ୟକ୍ତିର ପାପ ବିନାଶ ହୁଏ ନାହିଁ ।)

ମିତ୍ର ଦ୍ରୋହୀ କୃତଘ୍ନଶ୍ଚ ଯେ ଚ ବିଶ୍ୱାସ ଘତକାଃ ।

 ତେ ନରାନରକଂ ଯାନ୍ତି ଯାବଚ୍ଚନ୍ଦ୍ରା ଦିବା କରୌ,

ଅର୍ଥ:- ଯେ ମିତ୍ର ଦ୍ରୋହୀ ଏବଂ କୃତଘ୍ନ ଆଉ ବିଶ୍ୱାସ ଘାତକ, ସେ ଚନ୍ଦ୍ର ସୂର୍ଯ୍ୟର ସ୍ଥିତିକାଳ ପର୍ଯ୍ୟନ୍ତ ନରକରେ ବାସ କରେ ।)

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର