କର୍ମଯୋଗ-ପ୍ରସଙ୍ଗ
- ସ୍ୱାମୀ ବିବେକାନନ୍ଦ
ଯାବତୀୟ ସ୍ଥୂଳ ଓ ସୂକ୍ଷ୍ମ ବସ୍ତୁରୁ ଆତ୍ମାକୁ ପୃଥକ୍ କରିବା ହିଁ ଆମର ଲକ୍ଷ୍ୟ । ଏହି ଅବସ୍ଥା ଲାଭ ହେଲେ ବୋଧହେବ, କେବଳ ଆତ୍ମା ହିଁ ସର୍ବଦା ବିଦ୍ୟମାନ ଅଛନ୍ତି - ତାଙ୍କୁ ସୁଖୀ କରିବା ପାଇଁ ଅନ୍ୟ କିଛିର ପ୍ରୟୋଜନ ନାହିଁ । ସୁଖୀ ହେବା ପାଇଁ ଆମେ ଯେତେଦିନ ଅନ୍ୟ ଜିନିଷ ଉପରେ ନିର୍ଭର କରିବୁ, ସେତେଦିନ ଯାଏ ଆମେ କ୍ରୀତଦାସ । ‘ପୁରୁଷ- ଯେତେବେଳେ ଦେଖନ୍ତି ଯେ ସେ ମୁକ୍ତ, ତାଙ୍କର ପୂର୍ଣ୍ଣତା ପାଇଁ ଅନ୍ୟ କୌଣସି ଜିନିଷର ପ୍ରୟୋଜନ ନାହିଁ ଏବଂ ଏହି ପ୍ରକୃତି ସମ୍ପୂର୍ଣ୍ଣ ଅନାବଶ୍ୟକ, ସେତେବେଳେ ମୁକ୍ତି କିମ୍ବା ‘କୈବଲ୍ୟ’ ଲାଭ ହୁଏ ।
କେତେଗୁଡ଼ିଏ ଡଲାରର ପ୍ରତ୍ୟାଶାରେ ମନୁଷ୍ୟ ଦୌଡ଼ାଦୌଡ଼ି କରେ ଏବଂ ଏଥିପାଇଁ ସେ ତାହାର ପ୍ରତିବେଶୀକୁ ପ୍ରତାରଣା କରିବାକୁ ମଧ୍ୟ କୁଣ୍ଠିତ ହୁଏ ନାହିଁ । କିନ୍ତୁ ସେ ଯଦି ନିଜକୁ ସଂଯତ କରିପାରନ୍ତା, ତାହାହେଲେ କେତେକ ବର୍ଷ ମଧ୍ୟରେ ତାହାର ଚରିତ୍ର ଏପରି ଉନ୍ନତ ହୁଅନ୍ତା ଯେ, ସେ ଇଚ୍ଛା କରିବା ମାତ୍ରେ ଲକ୍ଷ ଲକ୍ଷ ଡଲାର ଉପାର୍ଜନ କରିପାରନ୍ତା । ସେତେବେଳେ ତାହାର ଇଚ୍ଛାଶକ୍ତି ଜଗତକୁ ନିୟନ୍ତ୍ରିତ କରିପାରନ୍ତା, କିନ୍ତୁ ଆମେମାନେ ବଡ଼ ନିର୍ବୋଧ?
ଜଣକର ଭୁଲ ତ୍ରୁଟିର କଥା ସର୍ବସମକ୍ଷରେ କହି ଲାଭ କ’ଣ? ଏହାଦ୍ୱାରା ତ୍ରୁଟି ସଂଶୋଧିତ ହୁଏ ନାହିଁ, କାରଣ କୃତ କର୍ମ ପାଇଁ ମନୁଷ୍ୟକୁ ଦୁଃଖଭୋଗ ନିଶ୍ଚୟ କରିବାକୁ ହେବ । ଆମମାନଙ୍କୁ ଚେଷ୍ଟା ଦ୍ୱାରା ଉନ୍ନତି ଲାଭ କରିବାକୁ ହେବ । ଯେଉଁମାନେ ଦୃଢ଼ ଏବଂ ଶକ୍ତିଶାଳୀ, ଜଗତ କେବଳ ସେମାନଙ୍କ ପ୍ରତି ସହାନୁଭୂତିଶୀଳ । ଯେଉଁ କର୍ମ ମାନବଜାତି ଓ ପ୍ରକୃତି ଉଦ୍ଧେଶ୍ୟରେ ସ୍ବେଚ୍ଛା ପ୍ରଣୋଦିତ ଭାବେ ଅର୍ପିତ, ତାହା ଆସକ୍ତି ବା ବନ୍ଧନର କାରଣ ହୁଏ ନାହିଁ ।
କୌଣସି ପ୍ରକାରର କର୍ମ ତୁଚ୍ଛ ନୁହେଁ । ଜଣେ ନିମ୍ନତର କର୍ମ କରେ ବୋଲି ତା ଅପେକ୍ଷା ଯେ ଉଚ୍ଚତର କର୍ମ କରେ, ତାଠାରୁ ଯେ ସେ ନିମ୍ନତର, ତା ନୁହେଁ । କିଏ କି ପ୍ରକାର କର୍ବ୍ୟ କର୍ମ କରେ ଏହା ଦେଖି ମନୁଷ୍ୟକୁ ବି·ର କରିବା ଉଚିତ ନୁହେଁ । ବରଂ ସେହି କର୍ବ୍ୟକୁ ସେ କି ଭାବରେ ସମ୍ପାଦନ କରେ, ତାହା ଦେଖି ବି·ର କରିବା ଉଚିତ୍ । ଏହି କାର୍ଯ୍ୟ କରିବାର ଧରଣ ଏବଂ ଶକ୍ତି ହିଁ ମନୁଷ୍ୟର ଯଥାର୍ଥ ପରୀକ୍ଷା । ପ୍ରତିଦିନ ଯାହା ଇଚ୍ଛା ତାହା କହନ୍ତି, ଏପରି ଜଣେ ଅଧ୍ୟାପକଙ୍କ ଅପେକ୍ଷା, ଯେଉଁ ମୋଚି ନିଜର କର୍ମ ଓ ବ୍ୟବସାୟ ଅନୁସାରେ ଅତି ଅଳ୍ପ ସମୟରେ ହେଲେ ମଧ୍ୟ ସୁନ୍ଦର ମଜବୁତ୍ ଜୋତା ପ୍ରସ୍ତୁତ କରିପାରେ ସେ ବଡ଼ ।
ପ୍ରତ୍ୟେକ କର୍ମ ହିଁ ପବିତ୍ର ଏବଂ କର୍ବ୍ୟନିଷ୍ଠା ହିଁ ଈଶ୍ୱରଙ୍କ ଶ୍ରେଷ୍ଠ ଉପାସନା । ବଦ୍ଧ ବ୍ୟକ୍ତିମାନଙ୍କର ମୋହଗ୍ରସ୍ତ ଓ ଅଜ୍ଞାନାଚ୍ଛନ୍ନ ଆତ୍ମାକୁ ମୁକ୍ତି କରିବା ପାଇଁ ଏବଂ ଜ୍ଞାନଲୋକ ଦେବା ପାଇଁ ନିଜ କର୍ବ୍ୟ ସମ୍ପାଦନ ଯେ ପ୍ରଭୁତ ସହାୟତା କରେ,ଏଥିରେ କୌଣସି ସନ୍ଦେହ ନାହିଁ ।
ଯେଉଁ କର୍ବ୍ୟ ବର୍ମାନ ଆମ ନିକଟରେ ଉପସ୍ଥିତ, ତାହା ଉମ ରୂପେ ସମ୍ପାଦନ କରି ଆମେ କ୍ରମଶଃ ଶକ୍ତି ଲାଭ କରୁ । ଏହି ଭାବରେ ଧୀରେ ଧୀରେ ଶକ୍ତିବୃଦ୍ଧି କରି ଆମେ ଏପରି ଏକ ଅବସ୍ଥାରେ ଉପନୀତ ହେବୁ, ଯେତେବେଳେ ଆମ ଜୀବନର ଓ ସମାଜର ସର୍ବାପେକ୍ଷା ଲୋଭନୀୟ ଓ ସମ୍ମାନଜନକ କର୍ବ୍ୟ ସମ୍ପାଦନର ଗୌରବ ଓ ଅଧିକାର ଆମେ ଲାଭ କରିପାରିବୁ ।
ପ୍ରକୃତିର ବି·ର ସର୍ବତ୍ର ସମାନ ଭାବରେ କୋଠର ଏବଂ ନିର୍ଦ୍ଧୟ । ସର୍ବାପେକ୍ଷା ଅଧିକ ବ୍ୟାବହାରିକ ଜ୍ଞାନସମ୍ପନ୍ନ ବ୍ୟକ୍ତିଙ୍କ ନିକଟରେ ଜୀବନ ଭଲ କିମ୍ବା ମନ୍ଦ, କୌଣସିଟି ହିଁ ନୁହେଁ ।
ପ୍ରତ୍ୟେକ ସଫଳକାମୀ ବ୍ୟକ୍ତିର କୃତକାର୍ଯ୍ୟତାର ପଶ୍ଚାତରେ ଅସାଧାରଣ ଦୃଢ଼ତା ଓ ଐକାନ୍ତିକତା ବିଦ୍ୟମାନ ରହିଛି । ଏହା ହିଁ ତାହାର ଜୀବନର ସଫଳତାର ହେତୁ । ସେ ହୁଏତ ସମ୍ପୂର୍ଣ୍ଣ ସ୍ୱାର୍ଥଶୂନ୍ୟ ହୋଇପାରି ନାହିଁ, କିନ୍ତୁ ସେ କ୍ରମଶଃ ଏହି ଆଦର୍ଶ ପ୍ରତି ଅଗ୍ରସର ହେଉଛି ନତୁବା ସେ ଯଦି ସମ୍ପୁର୍ଣ୍ଣରୂପେ ସ୍ୱାର୍ଥଶୂନ୍ୟ ହୋଇଥାଆନ୍ତି, ତେବେ ତାହାର ଜୀବନ ବୁଦ୍ଧ ବା ଖ୍ରୀଷ୍ଟଙ୍କ ପରି ମହାନ ଓ ସାର୍ଥକ ହୁଅନ୍ତା । ସ୍ୱାର୍ଥଶୂନ୍ୟତାର ତାରତମ୍ୟ ଉପରେ ସର୍ବପ୍ରକାର ସଫଳତାର ତାରତମ୍ୟ ନିର୍ଭର କରେ ।
ମାନବ ଜାତିର ମହାନ୍ ନେତୃବୃନ୍ଦ ନିର୍ଦ୍ଧିଷ୍ଟ ସାଧାରଣ କର୍ମ ଅପେକ୍ଷା ଉନ୍ନତର କର୍ମ ପାଇଁ ଜନ୍ମଗ୍ରହଣ କରନ୍ତି ।
ଆମେ ଯେତେ ଚେଷ୍ଟା କରୁନା କାହିଁକି, ଏପରି କୌଣସି କାର୍ଯ୍ୟ ହୋଇ ପାରେ ନାହିଁ ଯାହା ସମ୍ପୁର୍ଣ୍ଣଭାବେ ପବିତ୍ର ବା ଅପବିତ୍ର; ଅବଶ୍ୟ ଏଠାରେ ପବିତ୍ରତା ଅଥବା ଅପବିତ୍ରତା ଶବ୍ଦକୁ ହିଂସା ବା ଅହିଂସା ଅର୍ଥରେ ଗ୍ରହଣ କରିବାକୁ ହେବ । ଆମେ କୌଣସି ନା କୌଣସି ପ୍ରାଣୀର ଅନିଷ୍ଟ ନ କରି ଶ୍ୱାସ ପ୍ରଶ୍ୱାସ ତ୍ୟାଗ ବା ଜୀବନଧାରଣ କରିପାରୁ ନାହିଁ । ଆମର ପ୍ରତ୍ୟେକଟି ଅନ୍ନମୁଷ୍ଟି ଅନ୍ୟର ମୁହରୁ କାଢ଼ି ନିଆହୋଇଛି । ଆମର ଜଗତମୟ ସ୍ଥାନ ପ୍ରାଣୀଙ୍କର ସ୍ଥାନାଭାବ ହେଉଛି - ହୁଏତ କୌଣସି ମନୁଷ୍ୟର ବା ଅପର କୌଣସି ପ୍ରାଣୀର ବା କୌଣସି ଛୋଟ ଉଦ୍ଭିଦର- କିନ୍ତୁ ଯାହାର ହେଉନା କାହିଁକି ଆମ୍ଭେମାନେ ନିଶ୍ଚିତ ଭାବରେ କେତେକ ପ୍ରାଣୀଙ୍କର ସ୍ଥାନ ସଂକୋଚନର କାରଣ ହୋଇଛୁ । ତେଣୁ ପରିଷ୍କାର ଭାବରେ ଏହା ବୁଝାଯାଉଛି ଯେ କର୍ମ ଦ୍ୱାରା କେବେ ହେଲେ ପୂର୍ଣ୍ଣତ୍ୱ ଲାଭ ହୁଏ ନାହିଁ । ଆମେମାନେ ଅନନ୍ତ କାଳ ଧରି କର୍ମ କରି ଯାଇପାରୁ, କିନ୍ତୁ ଏହି ଜଟିଳ ସଂସାର-ଯନ୍ତ୍ରରୁ ବାହାରିବାର ପଥ ପାଇବୁ ନାହିଁ । ଆମେମାନେ କ୍ରମାଗତ କର୍ମ କରିଯାଇପାରୁ, କିନ୍ତୁ ତାହା କେବେହେଲେ ଶେଷ ହେବ ନାହିଁ ।
ଯେଉଁ ବ୍ୟକ୍ତି ସ୍ବେଚ୍ଛାରେ ଏବଂ ପ୍ରୀତିର ସହିତ କର୍ମ କରେ, ଫଳାଫଳ ପ୍ରତି ତାହାର ଦୃଷ୍ଟି ରହେ ନାହିଁ । କିନ୍ତୁ କ୍ରୀତଦାସକୁ ·ବୁକ୍ ମାରିବାର ପ୍ରୟୋଜନ ହୁଏ, ଭୃତ୍ୟ ପାରିଶ୍ରମିକ ·ହେଁ, ଜୀବନରେ ଆମେ ସର୍ବତ୍ର ଏହା ଦେଖିବାକୁ ପାଉ । ଜନସଭାରେ କୌଣସି ବକ୍ତା ହୁଏତ ଟିକିଏ ପ୍ରଶଂସା ·ହେଁ, ଏହା ନ ଦେଇ ଯଦି ତାକୁ ଗୋଟିଏ କୋଣକୁ ଠେଲି ଦିଆଯାଏ, ତାହେଲେ ତାହାର ମୃତୁ୍ୟ ହେବ, କାରଣ ତାହା ପାଇଁ ପ୍ରଶଂସାର ପ୍ରୟୋଜନ ଅଛି- ଏହା ହିଁ ହେଉଛି କ୍ରୀତଦାସ ତୁଲ୍ୟ କର୍ମ । ଏହି ଅବସ୍ଥାରେ ପ୍ରତିଦାନରେ କିଛି ଆଶା କରିବା ସ୍ବାଭାବିକ ହୋଇଯାଏ ।ତାପରେ ଆସୁଛି ଭୃତ୍ୟ ପରି କର୍ମ କରିବା । ଭୃତ୍ୟର ପ୍ରୟୋଜନ ପାରିଶ୍ରମିକ- ‘ମୁଁ ଏହା ଦେଉଛି, ତୁମେ ବଦଳରେ ତାହା ଦିଅ ।’ ‘କର୍ମ ଲାଗି ଆମେ କର୍ମ କରୁ’- ଏହାପରି ସହଜ ଉକ୍ତି ଆଉ କିଛି ନାହିଁ; କିନ୍ତୁ ଏହା କରିବା ଅତି କଠିନ । କର୍ମ ଲାଗି କର୍ମ କରେ - ଏପରି କୌଣସି ବ୍ୟକ୍ତିଙ୍କୁ ଦର୍ଶନ କରିବା ପାଇଁ ମୁଁ କଷ୍ଟ ସ୍ବୀକାର କରି ବହୁ ଦୂର ଯିବାକୁ ମଧ୍ୟ ରାଜି ଅଛି । ଆମ କାମରେ ସାଧାରଣତଃ କୌଣସି ଅଭିସନ୍ଧି ଥାଏ, ଯଦି ଅର୍ଥର ଅଭିସନ୍ଧି ନ ଥାଏ, ତାହେଲେ ହୁଏତ ପ୍ରଭୁତ୍ୱର ମତଲବ ଅଛି । ଯଦି ତା’ ନ ହୁଏ, ତେବେ ଲାଭର ଉଦ୍ଧେଶ୍ୟ ଅଛି । କୌଣସି ପ୍ରକାରର ଗୋଟିଏ ପ୍ରେରଣା ରହିବ ହିଁ ରହିବ । ହୁଏତ ତୁମେ ମୋର ବନ୍ଧୁ, ତୁମ ପାଇଁ ମୁଁ ତୁମ ସହିତ କାମ କରିବାକୁ ଚାହେଁ । ଏହା ବେଶ୍ ଭଲ କଥା ଏବଂ ଏଥିପାଇଁ ପ୍ରତିମୁହୂର୍ରେ ମୁଁ ମୋର ଆନ୍ତରିକତା ଘୋଷଣା କରିପାରେ । କିନ୍ତୁ ସାବଧାନ! ତୁମକୁ ମୋ ସହିତ ଏକମତ ନିଶ୍ଚୟ ହେବାକୁ ହେବ । ଯଦି ତୁମେ ଏକମତ ନ ହୋଇପାର, ତାହେଲେ ମୁଁ ତୁମକୁ ସାହାଯ୍ୟ କରିବି ନାହିଁ । ଏଭଳି ଅଭିସନ୍ଧିମୂଳକ କର୍ମ ଦ୍ୱାରା ଦୁଃଖ ଆସେ । ମନକୁ ବଶରେ ରଖି ଆମେ ଯେଉଁ କର୍ମ କରୁ କେବଳ ସେହି କର୍ମ ଦ୍ୱାରା ଅନାସକ୍ତି ଓ ଆନନ୍ଦ ଲାଭ ହୁଏ ।
ତେଣୁ ଆମର ଗୋଟିଏ ମହତ୍ ଶିକ୍ଷଣୀୟ ବିଷୟ ହେଉଛି, ଆମ ମାପକାଠିରେ ସମଗ୍ର ଜଗତକୁ ବି·ର କଲେ ଚଳିବ ନାହିଁ । ପ୍ରତ୍ୟେକ ବ୍ୟକ୍ତିକୁ ତାହାର ଭାବ ଅନୁଯାୟୀ ବି·ର କରିବାକୁ ହେବ, ପ୍ରତ୍ୟେକ ଜାତିକୁ ତାହାର ଆଦର୍ଶ ଅନୁଯାୟୀ, ଏବଂ ପ୍ରତ୍ୟେକ ପ୍ରଦେଶରେ ପ୍ରତିଟି ରୀତି-ନୀତି, ନିଜସ୍ବ ମୁକ୍ତି ଓ ଅବସ୍ଥା ଅନୁସାରେ ବି·ର କରିବାକୁ ହେବ । ଆମେରିକାବାସୀମାନେ ଯେଉଁ ପାରିପାଶ୍ୱିର୍କ ଅବସ୍ଥା ମଧ୍ୟରେ ବାସ କରନ୍ତି ତା ପ୍ରଭାବରେ ଆମେରିକାବାସୀଙ୍କର ରୀତି-ନୀତିର ଉଦ୍ଭବ ହୋଇଛି ଏବଂ ଭାରତବାସୀଙ୍କର ପରିବେଶ ଅନୁସାରେ ଭାରତୀୟ ରୀତି-ନୀତିର ଉଦ୍ଭବ ହୋଇଛି । ଚୀନ, ଜାପାନ ପ୍ରଭୃତି ଦେଶରେ ମଧ୍ୟ ଏହା ସତ୍ୟ ।
ଆମର ଯୋଗ୍ୟତା ଅନୁସାରେ ଆମ ପରିବେଶ ଗଢ଼ି ଉଠେ । ଖେଳିବା ସମୟରେ ପ୍ରତିଟି ବଲ୍ ତାହାର ଯଥାନିର୍ଦ୍ଧିଷ୍ଟ ଗର୍ରେ ଯାଇ ପଡ଼େ । ଯଦି ଜଣକର କର୍ମକ୍ଷମତା ଅନ୍ୟମାନଙ୍କ ତୁଳନାରେ ବେଶୀ ହୁଏ, ତେବେ ସାଂସାରିକ ବିନ୍ୟାସରେ ତାହା ନିଶ୍ଚୟ ଧରା ପଡ଼ିବ । ସୁତରାଂ ଅଭିଯୋଗ କରି କୌଣସି ଲାଭ ନାହିଁ । କୌଣସି ଧନୀ ବ୍ୟକ୍ତି ହୁଏତ ଦୁଷ୍ଟ, କିନ୍ତୁ ତାହା ମଧ୍ୟରେ ନିଶ୍ଚୟ ଏପରି କେତେଗୁଡିଏ ଗୁଣ ଅଛି, ଯାହା ଫଳରେ ସେ ଧନୀ ଲୋକ ହୋଇଅଛି । ଅନ୍ୟ କୌଣସି ବ୍ୟକ୍ତିର ଏହି ସବୁ ଗୁଣ ରହିଲେ ସେ ମଧ୍ୟ ଧନୀ ହୋଇପାରିବ । ପରସ୍ପର ମଧ୍ୟରେ ବିବାଦ ଏବଂ ଅଭିଯୋଗ କରି ଲାଭ କଣ? ଏହାଦ୍ୱାରା ଆମେ ଆମର ଅବସ୍ଥାର କୌଣସି ଉନ୍ନତି କରିପାରିବୁ ନାହିଁ । ଯଦି କେହି କୌଣସି ଛୋଟ କାମ କରିବାକୁ ହେଉଛି ବୋଲି ଅଭିଯୋଗ କରେ, ତେବେ ଜୀବନର ପ୍ରତିକ୍ଷେତ୍ରରେ ସେ ଅଭିଯୋଗ କରିବ । ସବୁବେଳେ ଅସନ୍ତୁଷ୍ଟ ରହିବା ଦ୍ୱାରା ତାହାର ଜୀବନ ଦୁଃଖମୟ ହୋଇ ଉଠିବ ଏବଂ ସବୁ ପଣ୍ଡ ହୋଇଯିବ । କିନ୍ତୁ ଯେଉଁ ବ୍ୟକ୍ତି ତାହାର କର୍ବ୍ୟ କର୍ମରେ ନିୟତ ଅବିଚଳ ରହି ଅଗ୍ରସର ହୁଏ, ସେ ଆଲୋକର ସନ୍ଧାନ ପାଏ ଏବଂ ଉଚ୍ଚରୁ ଉଚ୍ଚତର କର୍ବ୍ୟ ତାହା ନିକଟରେ ଆସି ଉପସ୍ଥିତ ହୁଏ ।
କର୍ମ ହିଁ ଉପାସନା -
ଶ୍ରେଷ୍ଠ ମାନବ କର୍ମ କରିପାରନ୍ତି ନାହିଁ - କାରଣ ତାଙ୍କ ମଧ୍ୟରେ କୌଣସି ବନ୍ଧନର ଭାବ, ଆସକ୍ତି କିମ୍ବା ଅଜ୍ଞାନତା ନାହିଁ । ଏପରି ଶୁଣାଯାଏ ଯେ, ଥରେ ଗୋଟିଏ ଜାହାଜ ଏକ ଚୁମ୍ବକ ପାହାଡ଼ ନିକଟ ଦେଇ ଯାଉଥିଲା । ଜାହାଜର ଲୁହା ନିର୍ମିତ ସ୍କ୍ରୁ, ନଟ ଇତ୍ୟାଦି ସବୁ ଚୁମ୍ବକର ଆକର୍ଷଣରେ ବାହାରି ଗଲା ଓ ଜାହାଜଟି ଖଣ୍ଡବିଖଣ୍ଡ ହୋଇ ବୁଡ଼ିଗଲା । ଅଜ୍ଞାନ ଅବସ୍ଥାରେ ଆମର କର୍ମ ପ୍ରଚେଷ୍ଟା ·ଲିବାର କାରଣ ଆମେ ସମସ୍ତେ ନାସ୍ତିକ । ଯଥାର୍ଥ ଆସ୍ତିକ ବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ କର୍ମ କରିପାରନ୍ତି ନାହିଁ । ଆମେ ସମସ୍ତେ ହିଁ କମ୍ ବେଶୀ ନାସ୍ତିକ । ଆମେ ଈଶ୍ୱରଙ୍କୁ ଦେଖିପାରୁ ନାହିଁ; ତାଙ୍କ ପ୍ରତି ଆମର ବିଶ୍ୱାସ ମଧ୍ୟ ନାହିଁ । ସେ ଆମ ନିକଟରେ ‘ଈଶ୍ୱର’ - ଏହି ଶବ୍ଦ ମାତ୍ର । ଅନେକ ସମୟରେ ଆମେ ମନେ କରୁ ଯେ ସେ ଆମ୍ଭମାନଙ୍କର ଅତି ନିକଟରେ, କିନ୍ତୁ ପର ମୁହୂର୍ରେ ପୁଣି ପୂର୍ବାବସ୍ଥାକୁ ଫେରି ଆସୁ । ତାଙ୍କର ଯଦି ସାକ୍ଷାତକାର ହୁଏ ତେବେ କିଏ କାହା ପାଇଁ କର୍ମ କରିବ? ଈଶ୍ୱରଙ୍କୁ ସାହାଯ୍ୟ କରିବ! - ଏହା ବଡ଼ ହାସ୍ୟାସ୍ପଦ କଥା । ଆମର ଗୋଟିଏ ପ୍ରସିଦ୍ଧ ଉକ୍ତି ଅଛି ଯାହାର ଅର୍ଥ: ବିଶ୍ୱକର୍ମାଙ୍କୁ କ’ଣ ଶିଖାଇବାକୁ ହେବ, ସେ କିପରି ସୃଷ୍ଟି କରିବେ? ସୁତରାଂ ମାନବଜାତିରେ ସେହି ବ୍ୟକ୍ତିମାନେ ଶ୍ରେଷ୍ଠ, ଯେଉଁମାନେ କୌଣସି କର୍ମ କରନ୍ତି ନାହିଁ । ତେଣୁ ଯେତେବେଳେ ତୁମେ ଜଗତ ସମ୍ବନ୍ଧରେ ଏବଂ ଭଗବାନଙ୍କୁ ଆମେ କିପରି ସାହାଯ୍ୟ କରିପାରୁ- ତାଙ୍କ ପାଇଁ ଆମେ ଏହା କରିପାରୁ, ତାହା କରିପାରୁ ଇତ୍ୟାଦି ମୁର୍ଖଙ୍କ ପରି କଥା ଶୁଣିବ, ସେତେବେଳେ ଏଇ ଉକ୍ତିଟି ମନେ ରଖିବ । ଏ ଧରଣର କୌଣସି ଚିନ୍ତା ଯେପରି ତୁମ ମନରେ ସ୍ଥାନ ନ ପାଏ । ଏହିସବୁ କଥା ସ୍ବାର୍ଥବୁଦ୍ଧି ପ୍ରଣୋଦିତ । ତୁମେ ଯେଉଁ ସବୁ କର୍ମ କରୁଛ, ତାହା ସବୁ ତୁମ୍ଭ ନିମି, ଏହାଦ୍ୱାରା ତୁମର ନିଜର ଉପକାର ହେବ ବୋଲି କରୁଛ । ଈଶ୍ୱର ଏପରି କୌଣସି ଅସୁବିଧାରେ ପଡ଼ି ନାହାନ୍ତି ଯେ, ତୁମେ କିମ୍ବା ମୁଁ ଗୋଟିଏ ଡାକ୍ତରଖାନା କିମ୍ବା ଅନ୍ୟ କିଛି ନିର୍ମାଣ କରି ତାଙ୍କୁ ସାହାଯ୍ୟ କରିବା । ସେ ତୁମକୁ କର୍ମର ସୁଯୋଗ ଦେଇଛନ୍ତି । ତାଙ୍କର ଏହି ବିରାଟ ବ୍ୟାୟାମାଶାଳାରେ ତୁମର ପେଶୀ ସମୂହ ·ଳନା କରିବାର ସୁଯୋଗ ସେ ତୁମକୁ ଦେଇଛନ୍ତି, ତାଙ୍କୁ ସାହାଯ୍ୟ କରିବା ପାଇଁ ନୁହେଁ । ତୁମେ କ’ଣ ମନେକର ଯେ, ଗୋଟିଏ ପିପୀଲିକା ମଧ୍ୟ ତୁମର ସାହାଯ୍ୟ ବ୍ୟତୀତ ମରିଯିବ? ଏହା ରୀତିମତ ଈଶ୍ୱର-ନିନ୍ଦା! ଜଗତ ତୁମର କୌଣସି ପ୍ରୟୋଜନ ବୋଧ କରେ ନାହିଁ । ଜଗତ ନିଜ ପରି ·ଲିବ- ତୁମେ ଏହି ଜଗତ ରୂପ ମହାସମୁଦ୍ରରେ ଗୋଟିଏ ବାରିବିନ୍ଦୁ ମାତ୍ର । ତାଙ୍କର ଇଚ୍ଛା ଛଡ଼ା ଗଛର ଗୋଟିଏ ପତ୍ର ମଧ୍ୟ କମ୍ପେ ନାହିଁ- ପବନ ବହେ ନାହିଁ । ଆମର ଏହି ସୌଭାଗ୍ୟ ଯେ, ଆମେ ତାଙ୍କର ଈପ୍ସିତ କର୍ମ କରିବାର ସୁଯୋଗ ଲାଭ କରିଛୁ- ତାଙ୍କୁ ସାହାଯ୍ୟ କରିବା ପାଇଁ ନୁହେଁ । ‘ସାହାଯ୍ୟ’- ଏହି ଶବ୍ଦଟା ତୁମ୍ଭେମାନେ ମନକୁ ପୋଛି ଦିଅ । ସାହାଯ୍ୟ ତୁମେ କରିପାର ନାହିଁ । ଏହା କହିବା ଈଶ୍ୱରଙ୍କ ନିନ୍ଦା କରିବା ତୁଲ୍ୟ । ତାଙ୍କ କୃପାରୁ ତୁମର ଅସ୍ତିତ୍ୱ ଅଛି । ତୁମେ କ’ଣ ମନେକର ଯେ, ତୁମେ ତାଙ୍କୁ ସାହାଯ୍ୟ କରୁଛ? ତୁମେ ତାଙ୍କର ଉପାସନା କରୁଛ । ଯେତେବେଳେ କୁକୁରକୁ କିଛି ଖାଇବାକୁ ଦିଅ, ସେତେବେଳେ ଏହି କୁକୁରକୁ ତୁମେ ଈଶ୍ୱର ରୂପେ ପୂଜା କରୁଛ । ଏହି କୁକୁର ଭିତରେ ମଧ୍ୟ ଈଶ୍ୱର ଅଛନ୍ତି- ସେ କୁକୁର ରୂପେ ପ୍ରକାଶିତ । ସେ ସର୍ବତ୍ର ଏବଂ ସମସ୍ତଙ୍କ ମଧ୍ୟରେ ବର୍ମାନ । ଆମେ ତାଙ୍କୁ ପୂଜା କରିବାର ସୌଭାଗ୍ୟ ଲାଭ କରିଛୁ ମାତ୍ର । ସମଗ୍ର ବିଶ୍ୱକୁ ସଶ୍ରଦ୍ଧ ଚକ୍ଷୁରେ ଦେଖ, ତେବେ ଯାଇ ପୂର୍ଣ୍ଣ ଅନାସକ୍ତି ଆସିବ । ଏହା ତୁମର ଏକମାତ୍ର କର୍ବ୍ୟ ହେଉ । ଏହା ହିଁ କର୍ମର ଯଥାର୍ଥ ମନୋଭାବ ଏବଂ କର୍ମଯୋଗ ଆମମାନଙ୍କୁ ଏହି ରହସ୍ୟ ଶିକ୍ଷା ଦିଏ ।
Comments
Post a Comment