ସାମ୍ପ୍ରଦାୟିକତା
ଶ୍ରୀ ବିନାୟକ ଦାଶ, ଏମ୍.ଏ
ଅତୀତ ଭାରତରେ ଧର୍ମ ପ୍ରତି ଲୋକମାନଙ୍କର ଯେପରି ଭୟ ଥିଲା, ସେହିପରି ମଧ୍ୟ ସମ୍ମାନବୋଧ ଥିଲା । ପାପକର୍ମ କଲେ ଧର୍ମଦ୍ୱାରା ଦଣ୍ଡିତ ହେବାକୁ ପଡ଼ୁଥିଲା ବୋଲି ଲୋକଙ୍କର ମନରେ ଏହି ବିଶ୍ୱାସବୋଧ ଜାଗ୍ରତ ହେଉଥିଲା । ଫଳତଃ ସେତେବେଳେ ଧର୍ମ ଥିଲା ସହଜ ଓ ସରଳ । କିନ୍ତୁ ସାମ୍ପ୍ରତିକ ଯୁଗରେ ଧର୍ମ ନାମରେ ସାମ୍ପ୍ରଦାୟିକତା ସୃଷ୍ଟି ହେଉଛି । ଧର୍ମର ସଂଜ୍ଞାନ ଓ ସ୍ୱରୂପ ନିର୍ଣ୍ଣୟ କରିବାକୁ ଯାଇ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ଉଦ୍ଧେଶ୍ୟରେ ଭଗବାନ ଶ୍ରୀକୃଷ୍ଣ ଯଥାର୍ଥରେ କହିଥିଲେ ଯେ-
“ଯଦା ଯଦାହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ
ଅଭୁ୍ୟତଥାନମ୍ଧର୍ମସ୍ୟ ତଦାତ୍ମନଂ ସୃଜାମ୍ୟହମ୍ ।
ପରିତ୍ରାଣାୟ ସାଧୁନାଂ ବିନାଶାୟଚ ଦୁଷ୍କୃତାମ୍
ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।’’
ଅର୍ଥାତ୍ ସଂସାରରେ ଯେତେବେଳେ ପରାଭବ ଘଟି ଅଧର୍ମର ଉାନ ହୁଏ, ସେତେବେଳେ ଭଗବାନ ଦୁରାଚାରୀମାନଙ୍କୁ ବିନାଶ କରି ଧର୍ମର ସୁରକ୍ଷା ଓ ସାଧୁଜନମାନଙ୍କର ପରିତ୍ରାଣ ପାଇଁ ଅବତାର ଗ୍ରହଣ କରିଥାନ୍ତି ।
ଭଗବାନଙ୍କ ମୁଖୋଚ୍ଚାରିତ ଏହି ‘ଧର୍ମ’ ଶବ୍ଦର ସଂଜ୍ଞା ଥିଲା ଗୋଷ୍ଠୀହୀନ, ଜୀବହୀନ ଓ ବିବାଦମୁକ୍ତ । ଧର୍ମ ହେଉଚି ସତ୍ୟ, ନ୍ୟାୟ, ସହୃଦୟତା ଓ ସୌନ୍ଦର୍ଯ୍ୟର ପ୍ରତୀକ । ସେହିପରି ମହର୍ଷି ବ୍ୟାସଦେବ ପ୍ରଚାର କରିଥିଲେ ଯେ ‘ଧର୍ମ ହେଉଛି ଆଚାର ସମ୍ଭୂତ’ । ଅର୍ଥାତ୍ ସୁସ୍ଥ ଜୀବନଯାପନ ନିମନ୍ତେ କେତେଗୁଡ଼ିଏ ଶୁଦ୍ଧପୂତ ଆଚରଣ ଓ ନୀତି, ନିୟମ ଓ ଶୃଙ୍ଖଳାର ସମାହାର ହିଁ ଧର୍ମର ପ୍ରକୃତ ସଂଜ୍ଞା ଅଟେ । ଏହିଭଳି ମହତ୍ ପଥରେ ଗତି କରୁଥିବା ଜୀବନର ପୂର୍ଣ୍ଣତା ପ୍ରାପ୍ତିକୁ ମଧ୍ୟ ଧର୍ମ ବୋଲି କୁହାଯାଏ । କିନ୍ତୁ ମଧ୍ୟଯୁଗରେ ବିଭିନ୍ନ ସାମ୍ପ୍ରଦାୟିକ ସଂକୀର୍ଣ୍ଣତାକୁ ଆଧାର କରି ଧର୍ମର ଏକ ଭିନ୍ନ ସଂଜ୍ଞା ନିରୂପଣ କରାଗଲା । ଫଳରେ ଧର୍ମ ହେଲା ଏକ ଅପପ୍ରଚଳିତ ସାମ୍ପ୍ରଦାୟିକ ବ୍ୟାପାର । ସେହି ଅର୍ଥରେ ଧର୍ମ ଆଜି ସୁଦ୍ଧା ସମାଜରେ ବ୍ୟବହୃତ ହୋଇଆସୁଛି । ତା’ ଫଳରେ ସାମ୍ପ୍ରତିକ ଯୁଗରେ ଧର୍ମ ନାମରେ ମଧ୍ୟ ସାମ୍ପ୍ରଦାୟିକତା ସୃଷ୍ଟି ହୋଇଛି । ଗୋଟିଏ ଧର୍ମାବଲମ୍ବୀ ଗୋଷ୍ଠୀ ଏକ ସମ୍ପ୍ରଦାୟଭୁକ୍ତ ହୋଇଥିବାରୁ ସେମାନେ ଅନ୍ୟ ଧର୍ମ ଓ ସଂମ୍ପ୍ରଦାୟକୁ ଘୃଣା କରିବାରେ ଲାଗିଛନ୍ତି । ଧର୍ମଗତ ବିଦ୍ୱେଷଭାବ ଆଜିର ସାମ୍ପ୍ରଦାୟିକ ସଦ୍ଭାବକୁ ନାନା ଭାବରେ କ୍ଷୁଣ୍ଣ କରିବାରେ ଲାଗିଛନ୍ତି । ଧର୍ମ ନାମରେ ସାମ୍ପ୍ରଦାୟିକତା ସୃଷ୍ଟି ଏହାର ମୂଳକାରଣ ହୋଇପଡ଼ିଛି । ଏପରିକି ବ୍ୟକ୍ତିଗତ, ଗୋଷ୍ଠୀଗତ ଓ ରାଜନୈତିକ ଫାଇଦା ଉଠାଇବା ପାଇଁ ବ୍ୟକ୍ତିବିଶେଷ ଧର୍ମକୁ ଅସ୍ତ୍ର ଭାବରେ ପ୍ରୟୋଗ କରି ସାମ୍ପ୍ରଦାୟିକତା ସଂଘର୍ଷକୁ ବଢ଼ାଇବାରେ ଲାଗିଛନ୍ତି । ତା’ ଫଳରେ ସମାଜରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି ।
ଭାରତବର୍ଷର ଧର୍ମନିରପେକ୍ଷତା ଓ ଧାର୍ମିକ ମତବାଦ: ଭାରତବର୍ଷରେ ବହୁ ଭାଷାଭାଷୀ ଓ ବିଭିନ୍ନ ଧର୍ମାବଲମ୍ବୀର ଲୋକମାନେ ବସବାସ କରନ୍ତି । ଏଣୁ ଭାରତ ଏକ ସାର୍ବଭୌମ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ପରିଚିତ । ସ୍ୱାଧୀନ ଭାରତର ଗଣତାନ୍ତ୍ରିକ ସରକାର ‘ଧର୍ମନିରପେକ୍ଷତା’କୁ ସମ୍ବିଧାନର ଏକ ଆଦର୍ଶ ରୂପେ ଗ୍ରହଣ କରିଛନ୍ତି । ବିଶ୍ୱ ରାଜନୀତିରେ ଭାରତର ଏହି ଆଦର୍ଶର ପଟାନ୍ତର ନାହିଁ । ଏଠାରେ ‘ଧର୍ମନିରପେକ୍ଷତା’ ଧର୍ମହୀନତା ଅର୍ଥରେ ବ୍ୟବହୃତ ହୋଇନାହିଁ । ଏଠାରେ ସବୁଧର୍ମ ବା ସବୁ ସମ୍ପ୍ରଦାୟକୁ ସମାଜ ରାଜନୈତିକ ଅଧିକାର ପ୍ରଦାନ କରିବା ହେଉଛି ଧର୍ମ ନିରପେକ୍ଷତା । ଏପରିକି ନିଜ ସମ୍ପ୍ରଦାୟ ବା ଗୋଷ୍ଠୀର ନୀତି ନିୟମ ଅନୁଯାୟୀ ନିଜ ନିଜର ପୂଜା ଅର୍ଚ୍ଚନା କରିବା ସେଙ୍ଗ ସେଙ୍ଗ ଧର୍ମର ବିଧିବିଧାନକୁ ମଧ୍ୟ ପାଳନ କରିପାରିବେ । ଏହା ହିଁ ହେଉଛି ଭାରତୀୟ ନାଗରିକର ମୌଳିକ ଅଧିକାର । ସମ୍ବିଧାନର ନିୟମାନୁଯାୟୀ ଭାରତର ପ୍ରତ୍ୟେକ ନାଗରିକ ନିଜର ଇଚ୍ଛା ମୁତାବକ ଯେକୌଣସି ଧର୍ମନୀତି ଆଚରଣ କରିପାରିବେ । ଏଠାରେ କେହି କାହାର ଧର୍ମ ଉପରେ ହସ୍ତକ୍ଷେପ କରିବେ ନାହିଁ । ପ୍ରତ୍ୟେକ ଧର୍ମାବଲମ୍ବୀ ସ୍ୱତନ୍ତ୍ର ଧର୍ମାନୁଷ୍ଠାନମାନ ଗଠନ କରିପାରିବେ । କୌଣସି ନାଗରିକ ତାଙ୍କ ଧର୍ମର ପ୍ରଚାର ଓ ପ୍ରସାର ନିମନ୍ତେ କର ଟିକସ ଦେବେ ନାହିଁ । ସରକାରୀ ଅର୍ଥରେ ପରିଚାଳିତ ଶିକ୍ଷାନୁଷ୍ଠାନ ମାନଙ୍କରେ କୌଣସି ପ୍ରକାରର ଧର୍ମ ବିଷୟରେ ଶିକ୍ଷାଦାନ ଦିଆଯିବ ନାହିଁ । ସମ୍ବିଧାନର ଏହି ଉଦାରତା ଭାବ ଘୋଷଣାକୁ କେନ୍ଦ୍ରକରି ଆଜି କେତେକ ସଂକୀର୍ଣ୍ଣ ସ୍ୱାର୍ଥାନ୍ୱେଷୀ ବ୍ୟକ୍ତି ଓ ଗୋଷ୍ଠୀ ଧର୍ମକୁ ଆଖିଠାର ମାରି ଦେଶ ମଧ୍ୟରେ ଧାର୍ମିକ ସଂଘର୍ଷ ସୃଷ୍ଟି କରିବାରେ ଲାଗିଛନ୍ତି । ତା’ ଫଳରେ ଦେଶର ଆଭ୍ୟନ୍ତରୀଣ ସ୍ଥିତିକୁ ନାନା ଦିଗରୁ ଦୁର୍ବଳ କରିବା ସେଙ୍ଗ ସେଙ୍ଗ ଦେଶ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି ।
ଭାରତରେ ଧର୍ମନିରପେକ୍ଷତାର ପ୍ରାଚୀନତା :
ଧର୍ମନିରପେକ୍ଷତା ଆଜି କେବଳ ଭାରତର ସ୍ଲୋଗାନ ନୁହେଁ, ଏହାର ଐତିହ୍ୟ ସୁପ୍ରାଚୀନ । ଯେତେ ମହାପୁରୁଷ ଏଠାରେ ଜନ୍ମଗ୍ରହଣ କରି ସେମାନଙ୍କର ମାନବବାଦର ବାଣୀ ଶୁଣାଇ ଯାଇଛନ୍ତି, ସେମାନେ କୌଣସି ଧର୍ମ ପ୍ରତି ବିଦ୍ୱେଷ ମନୋଭାବ ପୋଷଣ କରିନାହାନ୍ତି । ସମସ୍ତେ ମାନବର କଲ୍ୟାଣ ସାଧନ ନିମନ୍ତେ ଧର୍ମପ୍ରଚାରରେ ବ୍ରତୀ ହୋଇଛନ୍ତି । ସର୍ବପ୍ରାଚୀନ ସନାତନ ଧର୍ମର ଉଦ୍ଭବ ଏହି ଭାରତବର୍ଷରୁ ହିଁ ହୋଇଛି । ବେଦ, ବେଦାନ୍ତ, ଉପନିଷଦ, ଗୀତା ଓ ଭାଗବତ ଇତ୍ୟାଦି ଧର୍ମଗ୍ରନ୍ଥ ଏହିଠାରେ ରଚନା କରାଯାଇଛି । ସେହିପରି ମହାବୀର, ବୁଦ୍ଧ, ଶଙ୍କରାଚାର୍ଯ୍ୟ, ରାମାନୁଜ, ଶ୍ରୀଚୈତନ୍ୟ, କବୀର, ନାନକ, ରାମକୃଷ୍ଣ ଓ ବିବେକାନନ୍ଦ ପ୍ରମୁଖ ସତ୍ୟାଶ୍ରୟୀ ଉଦାର ମହାପୁରୁଷଗଣ ଏହି ମାଟିରେ ଜନ୍ମଗ୍ରହଣ କରି ମାନବଜାତିକୁ ପରିତ୍ରାଣର ପଥପ୍ରଦର୍ଶନ କରିଯାଇଛନ୍ତି । ଏପରିକି ବୌଦ୍ଧଧର୍ମର ପ୍ରଥମ ପ୍ରବକ୍ତା ମହାପୁରୁଷ ଗୌତମବୁଦ୍ଧ ଧର୍ମ ନିରପେକ୍ଷତାର ପ୍ରଥମ ପ୍ରବକ୍ତା ଅଟନ୍ତି । ମୋଗଲ ସମ୍ରାଟ ଆକବର ନିଜର ଉଦାରତା ଓ ନିରପେକ୍ଷତା ବଳରେ ହିନ୍ଦୁ ମୁସଲମାନ ଉଭୟଙ୍କର ଅତ୍ୟନ୍ତ ପି୍ରୟଭାଜନ ହୋଇପାରିଥିଲେ । ସେ ସର୍ବଧର୍ମର ସାରମର୍ମକୁ ଗ୍ରହଣ କରି ‘ଦିନ-ଇ-ଇଲାହି’ ନାମକ ଏକ ସମନ୍ୱିତ ଧର୍ମର ପ୍ରଚାର କରିଥିଲେ । ସେହିପରି ଶ୍ରୀକୃଷ୍ଣ ଗୀତାରେ ମଧ୍ୟ କହିଛନ୍ତି ଯେ- “ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂବ୍ରଜ ।’’ ଅର୍ଥାତ୍ ସବୁଧର୍ମକୁ ପରିତ୍ୟାଗ କରି ମୋର ଶରଣ ନିଅ । ଏ ଦୃଷ୍ଟିରୁ ବିଚାର କଲେ ଧର୍ମନିରପେକ୍ଷତା ହେଉଛି ପୁଣ୍ୟ ଭାରତବର୍ଷର ମର୍ମବାଣୀ ।
ଧର୍ମନିରପେକ୍ଷତାର ତ୍ରୁଟି :
ଧର୍ମନିରପେକ୍ଷତାର ନୀତି ଅନୁସରଣ କରିବା ଫଳରେ ସାମ୍ପ୍ରଦାୟିକ ବିଦ୍ୱେଷ ଦେଶରେ ଉକ୍ରଟ ଆକାରରେ ଧାରଣ କରିଛି । ତା’ ଫଳରେ ସାମାଜିକ ଜୀବନ ବିପର୍ଯ୍ୟସ୍ତ ହୋଇପଡୁଛି । ଏହା ମୂଳରେ ରାଜନୈତିକ ଉଦ୍ଧେଶ୍ୟ ହିଁ ନିହିତ, ଯାହାକି ଦ୍ୱିଧାମତର କାରଣ ନାହିଁ । ଭାରତରେ ଏହି ଉଦାର ନୀତି ଫଳରେ ଦେଶରେ ଧର୍ମହୀନତା ବୃଦ୍ଧି ପାଉଛି । ଏପରିକି ଶିକ୍ଷାନୁଷ୍ଠାନମାନଙ୍କରେ ଧର୍ମଶିକ୍ଷା, ଧର୍ମ ଆଲୋଚନା, ଧର୍ମ ସଂକ୍ରାନ୍ତୀୟ ପଠନର ନିଷେଧ କରାଯାଇଥିବାରୁ ଛାତ୍ରଛାତ୍ରୀମାନଙ୍କର ଆଧ୍ୟାତ୍ମିକ ଭାବ ଓ ନୈତିକ ଚିନ୍ତାର ବିକାଶ ଘଟୁ ନାହିଁ । ଆଧୁନିକ ଯୁବସମାଜ କ୍ରମଶଃ ବସ୍ତୁବାଦୀ ହୋଇପଡୁଛନ୍ତି । ସମସ୍ତ ମନରୁ ଧର୍ମଧାରଣା ଦୂରେଇ ଯାଉଛି । ମାନବିକତା ଲୋକଙ୍କ ମନରୁ ଲୋପ ପାଇବାରେ ଦେଶରେ ଦଙ୍ଗା, ହାଙ୍ଗାମା, ଲୁଟତରାଜ, ଗୁଣ୍ଡା, ବଦମାସ ଓ ଅସମାଜିକ କାର୍ଯ୍ୟକାପ ବୃଦ୍ଧି ପାଇବାରେ ଲାଗିଛି । ଅପରପକ୍ଷରେ ବ୍ୟାପକ ଧର୍ମାନ୍ତରୀକରଣ ଯୋଗୁଁ ହିନ୍ଦୁମାନଙ୍କ ମନରେ ପ୍ରତିକି୍ରୟା ସୃଷ୍ଟି ହେଉଛି । ଏଥିପାଇଁ ଦେଶରେ ପାଦ୍ରୀ ପୋଡ଼ି ଭଳି କେତେକ ଅମାନୁଷିକ କାର୍ଯ୍ୟ ଓ ଦୁଃଖକର ଘଟଣାମାନ ଘଟି ଚାଲିଛି । ରାଜନୀତିକ ବ୍ୟକ୍ତିମାନେ ଧର୍ମକୁ ହାତବାରିସ କରି ନିଜର ଫାଇଦା ଉଠାଇବାରେ ଦେଶରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି ।
ସାମ୍ପ୍ରଦାୟିକତାର ଉଦ୍ଭବ :
ଧର୍ମଗତ ବିଦ୍ୱେଷନୀତିରୁ ଭାରତବର୍ଷରେ ସାମ୍ପ୍ରଦାୟିକତାର ଉଦ୍ଭବ ଘଟିଛି । ସେହି ସାମ୍ପ୍ରଦାୟିକ ସ୍ୱାର୍ଥବଶତଃ ମୁସଲମାନ ଅଧିବାସୀମାନେ ଭାରତ ସହିତ ଏକତ୍ର ରହିବାକୁ ଇଚ୍ଛାପ୍ରକାଶ ନକରି ଦେଶକୁ ଦୁଇଭାଗ କରି ସ୍ୱତନ୍ତ୍ର ଜିନ୍ନାଙ୍କ ନେତୃତ୍ୱରେ ପାକିସ୍ତାନ ନାମରେ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଗଠନ କଲେ । ଭାରତ ଏଣେ ଧର୍ମନିରପେକ୍ଷ ନୀତିକୁ ଅନୁସରଣ କଲାବେଳେ, ପାକିସ୍ତାନ ତେଣେ ଏକ ଧର୍ମଭିିକ ମୁସଲମାନ ରାଷ୍ଟ୍ରରେ ପରିଣତି ହେଲା । ତଥାପି ବହୁସଂଖ୍ୟକ ମୁସଲମାନ ଅଧିବାସୀ ଭାରତୀୟ ମାଟିର ଆକର୍ଷଣକୁ ଏଡ଼େଇ ନପାରି ଏଠାରେ ସୌହାର୍ଦ୍ଧ୍ୟପୂର୍ଣ୍ଣ ଭାବରେ ବସବାସ କରିବାକୁ ଲାଗିଲେ । ପାକିସ୍ତାନରେ ପୂର୍ବରୁ ରହିଯାଇଥିବା ହିନ୍ଦୁ ଅଧିବାସୀମାନେ ଦେଶ ବିଭାଜନ ବେଳେ ଅତ୍ୟାଚାର ଭୟରେ ଧନ ସମ୍ପିର ମୋହକୁ ପରିତ୍ୟାଗ କରି ସ୍ୱଦେଶକୁ ପ୍ରତ୍ୟାବର୍ନ କରିଥିଲେ । ସେହିପରି ପଞ୍ଜାବରେ ଏବେ ପଞ୍ଜାବୀମାନେ ଧର୍ମକୁ ଆଳ କରି ଦେଶ ଭିତରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଲାଗିଲେଣି । ଧର୍ମପରି ଭାଷାକୁ କେନ୍ଦ୍ରକରି ଦେଶ ଭିତରେ ନାନା ଉେଜନା ମୂଳକ ପରିସ୍ଥିତି ଦେଖାଦେବାରେ ସାମ୍ପ୍ରଦାୟିକତା ସୃଷ୍ଟି ହୋଇଛି । ଏ ପ୍ରକାର ସମସ୍ୟା ଦେଶର ଆଭ୍ୟନ୍ତରୀୟ ଶାନ୍ତି ଶୃଙ୍ଖଳାକୁ ବ୍ୟାହତ କରିବା ସେଙ୍ଗ ସେଙ୍ଗ ଦେଶକୁ ଦୁର୍ବଳ କରିବାରେ ଲାଗିଛି । ଏସବୁ ଦୃଷ୍ଟିରୁ ବିଚାର କଲେ ଏ ଦେଶରେ ଧର୍ମକ୍ଷେତ୍ରରେ ଏକ ଉଦାର ନୀତି ପ୍ରୟୋଗ ଏକାନ୍ତ ଆବଶ୍ୟକ । ଭାରତବର୍ଷରେ ଖ୍ରୀଷ୍ଟ, ଜୈନ, ହିନ୍ଦୁ, ମୁସଲମାନ, ଶିଖ୍ ପ୍ରଭୃତି ସବୁ ଧର୍ମାବଲମ୍ବୀର ଅଧିବାସୀ ବସବାସ କରନ୍ତି । ପ୍ରତ୍ୟେକ ଧର୍ମର ବ୍ୟକ୍ତି ଯଦି ନିଜ ଧର୍ମକୁ ବଡ଼ ଓ ଅପର ଧର୍ମଠାରୁ ମହାନ୍ ବୋଲି ମନେ କରିବେ, ତେବେ ପରସ୍ପର ମଧ୍ୟରେ କଳହର ସୂତ୍ରପାତ ଘଟିବ । ପରସ୍ପର ମଧ୍ୟରେ ଥିବା ସୌହାର୍ଦ୍ଧ୍ୟ ପୂର୍ଣ୍ଣ ସମ୍ପର୍କ କ୍ରମେ ନଷ୍ଟ ହୋଇଯିବ । ତେଣୁ ଏ କ୍ଷେତ୍ରରେ ଏକ ସତର୍କମୂଳକ ନୀତି ପାଳନର ଆବଶ୍ୟକତା ରହିଛି । ପ୍ରତ୍ୟେକ ଧର୍ମର ବ୍ୟକ୍ତି ନିଜ ଧର୍ମକୁ ଶ୍ରେଷ୍ଠ ରୂପେ ଦେଖିଲେ ହେଁ ପରଧର୍ମ ପ୍ରତି ସେମାନଙ୍କର ସମ୍ମାନବୋଧ ରହିବା ଆବଶ୍ୟକ । ତା’ ଫଳରେ ଦେଶରୁ ଧାର୍ମିକ ସଂଘର୍ଷ ବା ବିଦ୍ୱେଷ ଭାବ ଦୂରୀଭୂତ ହେବ । ଆକବର ଏକ ନୀତି ଅବଲମ୍ବନ କରିବାରେ ସେ ମୁସଲମାନ ହୋଇ ମଧ୍ୟ ହିନ୍ଦୁମାନଙ୍କର ପି୍ରୟଭାଜନ ହୋଇପାରିଥିଲେ ।
ସମସ୍ୟା ସମାଧାନର ପନ୍ଥା :
ଧାର୍ମିକ ସମସ୍ୟା ଓ ସାମ୍ପ୍ରଦାୟିକତାକୁ ଏଡ଼ାଇବାକୁ ହେଲେ ବିଭିନ୍ନ ଧର୍ମାବଲମ୍ବୀ ଗୋଷ୍ଠୀ ସହ ପରସ୍ପରର ସୌହାର୍ଦ୍ଧ୍ୟପୂର୍ଣ୍ଣ ସହାବସ୍ଥାନ ଆବଶ୍ୟକ । ଆବଶ୍ୟକ ପଡ଼ିଲେ ଗୋଟିଏ ଧର୍ମାବଲମ୍ବୀ ଗୋଷ୍ଠୀ ସହିତ ଅନ୍ୟ ଗୋଷ୍ଠୀର ବୈବାହିକ ସମ୍ପର୍କ ସ୍ଥାପନ କରାଯିବା ଉଚିତ । ଏଗୁଡ଼ିକ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ହେବା ବିଧେୟ । ଏହାଦ୍ୱାରା ଉଭୟଙ୍କ ମଧ୍ୟ ଭ୍ରାତୃପ୍ରୀତି ଓ ରକ୍ତଗତ ସମ୍ପର୍କ ସ୍ଥାପିତ ହେବ । ଦୃଷ୍ଟାନ୍ତ ସ୍ୱରୂପ ଅତୀତରେ ଆକବର ମୁସଲମାନ ହୋଇ ମଧ୍ୟ ସେ ହିନ୍ଦୁ ରମଣୀଙ୍କୁ ବିବାହ କରିଥିଲେ । ତା’ ସହିତ ସେ ସ୍ୱାଧୀନ ଭାବରେ ସେମାନଙ୍କ ଧର୍ମ ପାଳନ ନିମନ୍ତେ ସମସ୍ତଙ୍କୁ ସୁଯୋଗ ଦେଇଥିଲେ । କେବଳ ସେତିକି କାହିଁକି ସେ ହିନ୍ଦୁ ଧର୍ମକୁ ସମ୍ମାନ ଦେବା ପାଇଁ ବା ହିନ୍ଦୁମାନଙ୍କର ପି୍ରୟଭାଜନ ହେବା ନିମନ୍ତେ ବେଳେବେଳେ ନିଜେ ହିନ୍ଦୁ ପୋଷାକରେ ନିଜ ଶରୀରକୁ ଆଚ୍ଛାଦିତ କରୁଥିଲେ । ଏଣୁ ମୋଗଲ ଶାସନ କାଳରେ ଦେଶ ମଧ୍ୟରେ ସାମ୍ପ୍ରଦାୟିକତା ସୃଷ୍ଟି ହେବାର ସମ୍ଭାବନା ନଥିଲା । ଯଦି ପୃଥକ୍ ଧର୍ମାବଲମ୍ବୀମାନେ ପରସ୍ପର ଧର୍ମକୁ ଉପଯୁକ୍ତ ସମ୍ମାନ ଦିଅନ୍ତି, ତେବେ ଦେଶରୁ ସାମ୍ପ୍ରଦାୟିକତା ଅକ୍ଳେଶରେ ଦୂରୀଭୂତ ହେବ ବୋଲି ଆଶା । ରାଜନୈତିକ ବ୍ୟକ୍ତିମାନେ ଧର୍ମକୁ ନେଇ ରାଜନୀତି କରିବା ଅନାବଶ୍ୟକ । ତାହାଦ୍ୱାରା ସାମ୍ପ୍ରଦାୟିକତା ଦେଶରୁ ଲୋପ ପାଇପାରିବ । ଦେଶର ସମ୍ବିଧାନକୁ ଯଦି ସମସ୍ତେ ନିଷ୍ଠାପର ସହିତ ପାଳନ କରିବେ, ତେବେ ସାମ୍ପ୍ରଦାୟିକତା ଅକ୍ଲେଶରେ ଦୂର ହୋଇପାରିବ ବୋଲି ଆଶା କରାଯାଏ ।
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମସ୍ତଙ୍କୁ ଭଲ ପାଇବା ଉଚିତ । ଧର୍ମ, ଜାତି, ସମ୍ପ୍ରଦାୟ ନାମରେ ମଣିଷ ମଣିଷ ମଧ୍ୟରେ ବିଭେଦ ସୃଷ୍ଟି କରିବା ଅନୁଚିତ । ସମସ୍ତେ ହେଉଛନ୍ତି ଏକ ଜାତି, ତାହା ହେଉଛି ‘ମାନବ ଜାତି’ । ସମସ୍ତଙ୍କର ଗୋଟିଏ ଧର୍ମ, ତାହା ହେଉଛି ‘ମାନବ ଧର୍ମ’ । ସମସ୍ତେ ନିଜ ନିଜର ଧର୍ମକୁ ଶ୍ରେଷ୍ଠ ଧର୍ମ ରୂପେ ବିବେଚିତ କଲେ ହେଁ, ଅପର ଧର୍ମକୁ ସମ୍ମାନ ଦେବା ଉଚିତ । ଭାରତର ବୈଦେଶିକ ନୀତିରେ ଧର୍ମ ବା ଗୋଷ୍ଠୀର ନିୟନ୍ତ୍ରଣ ନାହିଁ କି ମାନବ ପ୍ରୀତିର କୌଣସି ଦୈନ୍ୟ ନାହିଁ । ସେହିପରି ମୁସଲମାନ ରାଷ୍ଟ୍ରପତି କୌଣସି ବିରାଗ ନାହିଁ କି ଖ୍ରୀଷ୍ଟିୟାନ ରାଷ୍ଟ୍ରମାନଙ୍କ ପ୍ରତି ମଧ୍ୟ ବିତୃଷ୍ଣାର ଭାବ ପରିଦୃଷ୍ଟ ହୁଏ ନାହିଁ । ଏହି ଆଦର୍ଶକୁ ଅନୁସରଣ କରି ଭାରତବର୍ଷ ଆଜି ସମଗ୍ର ବିଶ୍ୱରେ ପ୍ରଶଂସନୀୟ । ସେହିପରି ଏହି ଆଦର୍ଶକୁ ଅନୁକରଣ କରି ପୂର୍ବରୁ ମୁସଲମାନ ରାଷ୍ଟ୍ର ରୂପେ ପରିଚିତ ଲାଭ କରିଥିବା ବଙ୍ଗଳାଦେଶ ତାହାର ନୂତନ ସମ୍ବିଧାନରେ ଧର୍ମନିରପେକ୍ଷତାକୁ ଗ୍ରହଣ କରିଥିବା ସ୍ୱାଗତଯୋଗ୍ୟ । ଏଣୁ ପ୍ରତ୍ୟେକ ଭାରତବାସୀ ଭାରତୀୟ ସମ୍ବିଧାନକୁ ସମ୍ମାନ ପ୍ରଦର୍ଶନ କରି କାର୍ଯ୍ୟ କରିବା ଉଚିତ । ତା’ ଫଳରେ ଦେଶରୁ ସାମ୍ପ୍ରଦାୟିକ ମନୋଭାବ ଦୂର ହୋଇପାରିବ । ଯିଏ ଯେଉଁ ଧର୍ମର ହୁଅନ୍ତୁ ନା କାହିଁକି ସମସ୍ତେ ନିଜକୁ ଭାରତୀୟ ବୋଲି ଭାବି ଏହି ମହାଜାତୀୟ ଚିନ୍ତାଧାରାରେ ବ୍ରତୀ ହେଲେ ଦେଶରୁ ସାମ୍ପ୍ରଦାୟିକ ସମସ୍ୟାକୁ ଏଡ଼ାଇ ଦିଆଯାଇ ପାରିବ । ସେହିପରି ସାମ୍ପ୍ରଦାୟିକତାକୁ ଏଡ଼ାଇବା କ୍ଷେତ୍ରରେ ରାଜନୈତିକ ବ୍ୟକ୍ତିମାନଙ୍କର ଭୂମିକା ଯଥେଷ୍ଟ ବେଶି । ସେମାନେ କ୍ଷମତାକୁ ଆସିବା ପାଇଁ ଅଯଥା ଧର୍ମଗତ ବିଦ୍ୱେଷକୁ କେନ୍ଦ୍ର କରି ଉେଜନା ସୃଷ୍ଟି କରିବା ଅନୁଚିତ । ଏସବୁ ସେ୍ୱ ସରକାର ମଧ୍ୟ ଏ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ବିଧେୟ । ଏପରିକି କୌଣସି ଲଘୁଧର୍ମାବଲମ୍ବୀ ଗୋଷ୍ଠୀ ଉପରେ ଅନ୍ୟ ଗୋଟିଏ ପ୍ରଭାବଶାଳୀ ଧର୍ମାବଲମ୍ବୀ ଗୋଷ୍ଠୀ ଅତ୍ୟାଚାର ନ କରନ୍ତି, ସେଥିପ୍ରତି ସରକାରଙ୍କ ଦୃଷ୍ଟିନିକ୍ଷେପ ସର୍ବାଦୌ ବିଚାର୍ଯ୍ୟ । ସାମ୍ପ୍ରଦାୟିକତା ଦେଶର ଆଭ୍ୟନ୍ତରୀଣ ସ୍ଥିତିକୁ ଦୁର୍ବଳ କରିଥାଏ । ଏଣୁ ଏହି ସମସ୍ୟାର ସମାଧାନ ନିମନ୍ତେ ଦେଶର ରାଷ୍ଟ୍ରନାୟକ, ନାଗରିକ ଓ ଯୁବଗୋଷ୍ଠୀ ସତର୍କ ଦୃଷ୍ଟି ଦେବା ସେମାନଙ୍କର ଏକ ସାମ୍ବିଧାନିକ କର୍ବ୍ୟ ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ଏ କ୍ଷେତ୍ରରେ ଜନସଚେତନତା ସର୍ବାଦୌ ଆବଶ୍ୟକ ।
ବରିଷ୍ଠ ଅଧ୍ୟାପକ, କଟକ
ସୌଜନ୍ୟ : ତକ୍ଷଶିଳା ପ୍ରବନ୍ଧ ଓ ପତ୍ରମାଳା
Comments
Post a Comment