ବୌଦ୍ଧିକ ବିକାଶରେ

 ବିଜ୍ଞାନର ଭୂମିକା


ଡାକ୍ତର ସୁଧାଂଶୁ ଶେଖର ମିଶ


ଭୌତିକ ବିକାଶର ବିଜ୍ଞାନ ଏଯାବତ୍ ଯେତିକି ଉନ୍ନତି କରିଛି ବୌଦ୍ଧିକ କ୍ଷେତ୍ରରେ ସେତିକି ବିକାଶ କରି ପାରି ନାହିଁ । ସଂପ୍ରତି ବୈଜ୍ଞାନିକଗଣ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ମନେ ହୁଏ ।

କୁହାଯାଏ ଆବଶ୍ୟକତାହିଁ ଉଦ୍ଭାବନର ଜନନୀ । ଇତିହାସର ପ୍ରାକ୍ କାଳରୁ ବିଜ୍ଞାନ ମନୁଷ୍ୟକୁ ତାର ବ୍ୟବହାରିକ ଲକ୍ଷ୍ୟ ପ୍ରାପ୍ତିରେ ସହଯୋଗ ଦେଇ ଆସୁଛି । ମଣିଷ କାଳକ୍ରମେ ଯେତେ ସଭ୍ୟ ଓ ଶିକ୍ଷିତ ହୋଇଛି ତା’ର ବ୍ୟବହାରିକ ଆବଶ୍ୟକତା ବୃଦ୍ଧି ପାଇଛି । ଏହା ତାକୁ ନୂତନ ଅନୁସନ୍ଧାନ ନିମନ୍ତେ ଉତ୍ସାହିତ କରିଛି ଓ ଆଜି ମଧ୍ୟ କରୁଛି । ସଭ୍ୟତାର ବିକାଶ ସେଙ୍ଗ ସେଙ୍ଗ  ମଣିଷର କ୍ଷମତା ଲିପ୍ସା ମଧ୍ୟ ବୃଦ୍ଧି ପାଇଲା । ବିଭିନ୍ନ ଦେଶ ମଧ୍ୟରେ ସଂଘର୍ଷର ଏହାହିଁ ମୂଳ କାରଣ । ସୈନ୍ୟ କ୍ଷମତା ବୃଦ୍ଧି ପାଇଁ ବୈଜ୍ଞାନିକ ସନ୍ଧାନରେ ବିଭିନ୍ନ ଦେଶ ନିଜର ସମପ୍ତି ଶକ୍ତି ଓ  ସାମର୍ଥ୍ୟ ବିନିଯୋଗ କଲେ । କିଛି ଦେଶ ସାମରିକ ସାମଗ୍ରୀ ବିଭିନ୍ନ ଦେଶକୁ ବିକ୍ରି କରି ଖୁବ୍ ଅର୍ଥ ରୋଜଗାର କଲେ । ଛୋଟର ଛୋଟ ଦେଶମାନେ ଏହା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେଲେ । ଅସ୍ତ୍ର ଶସ୍ତ୍ର କିଣାର ପ୍ରତିସ୍ପର୍ଦ୍ଧାରେ ସେମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଗଲା । ବୁଦ୍ଧିଜୀବୀମାନେ ଏହାର ଦୁଇଟି ମୁଖ୍ୟ ନକାରାତ୍ମକ ପ୍ରଭାବ ଉପରେ ଦୃଷ୍ଟି ଆକର୍ଷଣ କରନ୍ତି । ପ୍ରଥମଟି ହେଲା, ପ୍ରଯୁକ୍ତି ବିଜ୍ଞାନର ବିକାଶ ହେତୁ ଯେଉଁ ରାଷ୍ଟ୍ରୀୟ ଆୟ ବୃଦ୍ଧି ପାଇଲା, ତାହା କେବଳ ବଡ ବଡ ପୁଞ୍ଜିପତିଙ୍କ ହାତରେ ସୀମିତ ହୋଇଗଲା । ଏହାଦ୍ୱାରା ସମାଜରେ ଆର୍ଥିକ ଅସନ୍ତୁଳନ ସୃଷ୍ଟି ହେଲା । ଅନେକ ବିକଶିତ ଦେଶରେ ବ୍ୟକ୍ତି ପିଛା ଆୟ ଯଥେଷ୍ଟ ବୃଦ୍ଧି ପାଇଥିଲେ ହେଁ ସେଠାରେ ଦାରିଦ୍ର୍ୟ ବଢ଼ିଛି । ଦ୍ୱିତୀୟ କଥାା ହେଲା ଔଦ୍ୟୋଗିକ  ବିକାଶ ଫଳରେ ସମାଜ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛି । ଏହାଦ୍ୱାରା ବେକାରୀ ବୃଦ୍ଧି ପାଇଛି ଏବଂ ଜଳ ଓ ବାୟୁ ପ୍ରଦୁଷଣ ବିଶେଷ   ଭାବରେ ହୋଇଛି । ଏହା ସେ୍ୱ ମଧ୍ୟ ବୈଜ୍ଞାନିକ ଅନୁସନ୍ଧାନ ଜନିତ ବିକାଶର ଧାରାକୁ  ବର୍ମାନ ପ୍ରତିହତ କରାଯାଇ ପାରିବ ନାହିଁ । କିନ୍ତୁ ସମାଜ ଉପରେ ପଡୁଥିବା ଏହାର ନକାରାତ୍ମକ ପରିଣାମ ପ୍ରତି ସଚେତନ ହୋଇ ସେଗୁଡ଼ିକୁ କିପରି ଦୂର କରାଯାଇ ପାରିବ ସେଥିପାଇଁ ପଦକ୍ଷେପ ନେବା ସର୍ବାଦୌ ଦେବାକୁ ହେବ । ଖାଦ୍ୟ, ବସ୍ତ୍ର, ବାସଗୃହ ଓ ସୁସ୍ଥ ବାତାବରଣ ଏହି ·ରୋଟି ଜୀବନ ଧାରଣ ମୌଳିକ ଆବଶ୍ୟକତା ଏହି ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ ଜଳ, ଶକ୍ତି, କାମାଲ ଏବଂ ସ୍ବାସ୍ଥ୍ୟ ସୁବିଧାା ମଧ୍ୟ ଏକାନ୍ତ ଅପରିହାର୍ଯ୍ୟ । ସନ୍ତୋଷଜନକ ପରିସ୍ଥିତିରେ କାର୍ଯ୍ୟ କରିବା ମଧ୍ୟ ମାନବର ମୂଳଭୂତ ଆବଶ୍ୟକତା । ଏହି ସବୁ ବ୍ୟତୀତ ମଣିଷର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ବୌଦ୍ଧିକ ଆବଶ୍ୟକତା । ଏହା କୁ ବାଦ ଦେଇ ସମାଜର ସର୍ବାଙ୍ଗୀନ ବିକାଶ ସମ୍ଭବ ନୁହେଁ । ଏହା ସାମାଜିକ ଆବଶ୍ୟକତାର ଏକ ଅନିବାର୍ଯ୍ୟ ତ୍ୱ । ଏହି ବୌଦ୍ଧିକ ଆବଶ୍ୟକତା ପୂରଣ ପାଇଁ ବିଜ୍ଞାନ ବିଶେଷ ଭୂମିକା ଗ୍ରହଣ  କରିପାରିବ । ବ୍ୟକ୍ତି ଓ ସମାଜ ଉଭୟେ ଉଭୟଙ୍କର ପରିପୂରକ । ଉଭୟଙ୍କ ବିକାଶ ପାଇଁ ଏକ ଉପଯୁକ୍ତ ପରିସ୍ଥିତି ସୃଷ୍ଟି କରିବା ଆବଶ୍ୟକ । ଏହା ହେଲେ ବ୍ୟକ୍ତି ମଧ୍ୟରେ ସର୍ଜନାତ୍ମକ କ୍ଷମତା, ତର୍କ ସମ୍ମତ ବିବେକ ତଥା ଜ୍ଞାନ ଲିପ୍ସୁ ବୁଦ୍ଧିର ବିକାଶ ହେବ । 

ସମସ୍ତ କ୍ଷେତ୍ରରେ ସୃଜନାତ୍ମକ ଉତ୍ପ୍ରେରଣା ବିନା ବୌଦ୍ଧିକ ବିକାଶର ଧାରା ସ୍ବଚ୍ଛନ୍ଦରେ ଆଗେଇ ପାରିବ ନାହିଁ । ଏକଥା ସତ୍ୟ ଯେ ସମାଜରେ ପ୍ରତ୍ୟେକ ବ୍ୟକ୍ତିର ସ୍ମୃଜନାତ୍ମବ କ୍ଷମତା ନାହିଁ । ସୁବିଧା ଓ ସାଧନ ସମ୍ପନ୍ନ କେତେକ ବ୍ୟକ୍ତି ହିଁ ଏହି ବିକାଶଶୀଳ ପ୍ରକି୍ରୟାରେ ସହଯୋଗ ଦିଅନ୍ତି । ଉପଯୁକ୍ତ ସ୍ଥିତି ଉପôନ୍ନ କରାଇ ପାରିଲେ ଏହି ବିକାଶର ଧାରାରେ ଆହୁରି ଅନେକ ବ୍ୟକ୍ତି ସାମିଲ ହୋଇ ପାରିବେ । ଏଥି ପାଇଁ ତିନିଟିର ଆବଶ୍ୟକତା ରହିଛି- କ) ବୌଦ୍ଧିକ  ବିକାଶ ପାଇଁ  ମନୋଶାରୀରିକ କ୍ଷମତା ସୃଷ୍ଟି କରିବା  ଖ) ଜ୍ଞାନ ପ୍ରାପ୍ତି ନିମନ୍ତେ ସମ୍ଭାବନାର ବିସ୍ତାର ଏବଂ ପୁନର୍ଗଠନ  ଗ) ବୌଦ୍ଧିକ ବିକାଶ ନିମନ୍ତେ ଉତ୍ପ୍ରେରକ ଓ ଉପଯୁକ୍ତ  ସାମାଜିକ  ପରିସ୍ଥିତିର ସଂରଚନା ।

ସାଧାରଣତଃ ପୈତୃକ ପରମ୍ପରାରେ ମନୋଶାରୀରିକ କ୍ଷମତାର ବିକାଶ ହୋଇଥାଏ । କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ । ଏଥି ପାଇଁ ନୂତନ ବାତାବରଣା ଏବଂ ଜୀବନ ପଦ୍ଧତି ମଧ୍ୟ ମହ୍ୱପୂର୍ଣ୍ଣ  ଭୂମିକା ଗ୍ରହଣ  କରିଥାଏ । ବାଲ୍ୟ କାଳରେ ଏହାର ପ୍ରଭାବ ବିଶେଷ ଭାବରେ ପଡ଼ିଥାଏ । କୌଣସି ବ୍ୟକ୍ତିର ପୈତୃକ ବିଶେଷତ୍ୱ ବୌଦ୍ଧିକ ବିକାଶରେ ମହ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଜିନ୍ ସମ୍ପର୍କୀୟ ଗବେଷଣା ଲବ୍ଧ ଜ୍ଞାନ ଏ କ୍ଷେତ୍ରରେ ବିଶେଷ ସହାୟକ ହେବ । ଏହାଦ୍ୱାରା ପୂର୍ବଜଙ୍କଠାରୁ  ପ୍ରାପ୍ତ ମାନସିକ ଅକ୍ଷମତାର ଉପ·ର କରାଯାଇା ପାରିବ ।  ପ୍ରତ୍ୟେକ ପ୍ରତିଭାଶାଳୀ ବ୍ୟକ୍ତି ପାଇଁ  ଉଚ୍ଚଶିକ୍ଷାର ସୁବ୍ୟବସ୍ଥା କରିବା ମଧ୍ୟ ଏକ ପ୍ରମୁ୍ଖ ଆବଶ୍ୟକତା । 

କେଉଁ ପ୍ରକାର ପଦକ୍ଷେପ ଗ୍ରହଣ  କରିବା ଦ୍ୱାରା ବିଜ୍ଞାନ ବୌଦ୍ଧିକ ବିକାଶ କ୍ଷେତ୍ରରେ ସହଯୋଗ କରି ପାରିବ ସେ ବିଷୟରେ ଆଲୋଚନା ଆବଶ୍ୟକ ମନେ ହୁଏ ।  ଏତତ୍ ବ୍ୟତୀତ ବୈଜ୍ଞାନିକ ଅନୁସନ୍ଧାନରେ ପରିଣାମକୁ କିପରି ଉପଯୋଗ କରାଯାଇ    ପାରିବ  ଓ ବୈଜ୍ଞାନିକ ପ୍ରଗତିକୁ କିପରି ବୁୁଦ୍ଧିଜୀବୀଙ୍କ ପ୍ରୟୋଗ ଅନୁରୂପ କରାଯାଇ ପାରିବ ସେଥିପ୍ରତି  ବିଶେଷ ଧ୍ୟାନ ଦେବା ମଧ୍ୟ ଆବଶ୍ୟକ । ବୈଜ୍ଞାନିକ ଗବେଷଣା ଦ୍ୱାରା ଅବୈଜ୍ଞାନିକ ବି·ରଧାରା  ପରିମାର୍ଜିତ ହୁଏ । ମସ୍ତିଷ୍କ ଏବଂ ଜେନେଟିକ୍ସ ସମ୍ବନ୍ଧରେ ଗବେଷଣା ଦ୍ୱାରା ବୌଦ୍ଧିକ ପ୍ରଖରତା ପ୍ରାପ୍ତ ସହଜ ହୋଇଛି । ମନୋବିଜ୍ଞାନ ଏବଂ ତର୍କ ଶାସ୍ତ୍ରରେ ଗବେଷଣା ଦ୍ୱାରା ବିଭିନ୍ନ ସାମାଜିକ ସମସ୍ୟାର କାରଣ ଚିହ୍ନୋଟ ହୋଇ ସେଗୁଡ଼ିକର ନିରାକରଣ କରିବା ସମ୍ଭବ ହେବ ।

ବିବେକ ଶକ୍ତି ଦ୍ୱାରା ମଣିଷ  ନିର୍ଣ୍ଣୟ ନିଏ । ବୌଦ୍ଧିକ ବିକାଶରେ ବିବେକ ଶକ୍ତିର  ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିବେକ ଶକ୍ତି ଦ୍ୱାରା ମଣିଷ ସତ୍ୟ-ଅସତ୍ୟ ମଧ୍ୟରେ ଭେଦ ନିର୍ଣ୍ଣୟ କରିପାରେ । ବୈଜ୍ଞାନିକ ଗବେଷଣା ମାଧ୍ୟମରେ ହିଁ ବିବେକ ଶକ୍ତି ପୁଷ୍ଟ ହୁଏ । ଏହାଦ୍ୱାରା ମଣିଷ ଅସତ୍ୟ ବା ଅବୈଜ୍ଞାନିକ ତଥ୍ୟ ବା ତ୍ୱଗୁଡ଼ିକୁ ଯଥାର୍ଥ ଭାବରେ ଚିହ୍ନି ପରିତ୍ୟାଗ କରେ । ସତ୍ୟର ଅନୁସନ୍ଧାନ କରି ·ଲିଲେ ବୁଦ୍ଧି ସ୍ବଚ୍ଛ ଓ ତୀକ୍ଷ୍ମ ହୁଏ । ସମ୍ପ୍ରତି ବୈଜ୍ଞାନିକ ଗବେଷଣା ଦ୍ୱାରା ଯାହା ଯାହା ଉଦ୍ଭାବନ ହୋଇଛି ସେଗୁଡିକ ହେଉଛି ଏହାର ପରିଣାମ । କମ୍ପୁ୍ୟଟରର ଆବିଷ୍କାର ଦ୍ୱାରା ସମଗ୍ର ବିଶ୍ୱରେ ଜ୍ଞାନର ପ୍ର·ର ପ୍ରସାର ସହଜ ହୋଇଛି । ମହାକାଶ ଯାତ୍ରା ଦ୍ୱାରା ବିଭିନ୍ନ ଗ୍ରହ ନକ୍ଷତ୍ର ବିଷୟରେ ଥିବା ଭ୍ରମ ଧାରଣା ଦୂର ହୋଇଛି । ଧର୍ମ ଓ ଅଧ୍ୟାତ୍ମ   ବିଷୟରେ ଅଧିକରୁ ଅଧିକ ଗବେଷଣା ହେଲେ ମଣିଷ ଅନ୍ଧ ବିଶ୍ୱାସ ଓ କୁସଂସ୍କାରରୁ ମୁକ୍ତ ହେବ । ବଜ୍ଞାନ ବିନା ଧର୍ମ ଅନ୍ଧ ଓ ଧର୍ମ (ଆଧ୍ୟାତ୍ମିକତା) ବିନା ବିଜ୍ଞାନ ପଙ୍ଗୁ - ଏହା ବିଶ୍ୱ ବିଖ୍ୟାତ ଆଇନଷ୍ଟାଇନଙ୍କ ମତ । ତେଣୁ ବିଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ୱୟ ଦ୍ୱାରା ମନୁଷ୍ୟ ବୌଦ୍ଧିକ ବିକାଶର ଏକ ଉଚ୍ଚତମ ସୋପାନରେ ଉପନୀତ ହେବ । ଏହାଦ୍ୱାରା ଏକ ସୁଖ-ଶାନ୍ତି, ପବିତ୍ରତା ଓ ସମୃଦ୍ଧି ସମ୍ପନ୍ନ ସମାଜର ପୁନର୍ନିର୍ମାଣ ହେବ - ଏଥିରେ ସନ୍ଦେହ ନାହିଁ ।

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର