ଏକାଦଶୋଽଧ୍ୟାୟଃ
ବିଶ୍ୱରୂପ ଦର୍ଶନଯୋଗଃ
ବିଶ୍ୱରୂପ ଦର୍ଶନଯୋଗ – ଏକ ତା୍ୱିକ ଅଧ୍ୟୟନ
ଗତାନୁଗତିକ ଧାରଣା ଓ ପ୍ରଚଳିତ ଶାସ୍ତ୍ର ଜ୍ଞାନର ଅନ୍ଧ ଅନୁସରଣ ମଣିଷକୁ ମୋହାଭିଭୂତ କରିଦିଏ । ପରମାତ୍ମାଙ୍କ ବ୍ୟତୀତ ମୋହ ଦୂର କରିବାକୁ ଅନ୍ୟ କେହି ସମର୍ଥ ହୁଅନ୍ତି ନାହିଁ । ତେଣୁ ତାଙ୍କୁ ଧରାପୃଷ୍ଠରେ ଅବତରଣ କରି ଜ୍ଞାନ ଓ ଯୋଗର ଶିକ୍ଷା ଦେବାକୁ ପଡେ । ଈଶ୍ୱରୀୟ ଜ୍ଞାନ ପରମାତ୍ମାଙ୍କ ସଠିକ ପରିଚୟ ଦିଏ । ସେ ସ୍ୱୟଂ ଶାଶ୍ୱତ ଓ ଚିରନ୍ତନ । ସେ ଜଗତପିତା, ଜଗତ ରକ୍ଷକ ଓ ଜଗତପାଳକ । ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ତାଙ୍କରି ଈଶ୍ୱରୀୟ ନିୟମ ଅନୁସାରେ ସ୍ୱୟଂକ୍ରିୟ ଭାବରେ ପରିଚାଳିତ । ତାଙ୍କ ସହିତ ଯୋଗଯୁକ୍ତ ବ୍ୟକ୍ତି ସମସ୍ତ ପ୍ରକାର ମୋହ ଓ ଅଜ୍ଞାନରୁ ମୁକ୍ତ ହୋଇଥାଏ ।
ପରମାତ୍ମା ସୃଷ୍ଟିର ସମସ୍ତ ଘଟଣାର ନୀରବ ଦ୍ରଷ୍ଟା ମାତ୍ର । ତାଙ୍କ ଦ୍ୱାରା ପ୍ରବିର୍ତ କାଳଚକ୍ର ଅନୁସାରେ ସମସ୍ତ ଘଟଣା ଚଳଚ୍ଚିତ୍ର ପରି ଆପଣାଛାଏଁ ଘଟି ଯାଉଥାଏ । ଏଥିରେ ସେ ହସ୍ତକ୍ଷେପ କରନ୍ତି ନାହିଁ । ତାଙ୍କଠାରୁ ବିଶ୍ୱର ସକଳ କର୍ମ ଓ ଶକ୍ତିର ଉପôି ହୋଇଛି । ତଥାପି ସେ ନିଜ ପ୍ରବିିର୍ତ ନିୟମ ଅଧୀନରେ ରହି ଧର୍ମଗ୍ଳାନି ସମୟରେ ଅବତରଣ କରନ୍ତି । କିନ୍ତୁ ତାଙ୍କ ବିଷୟରେ ସାରଗର୍ଭକ ଭାଷଣ ଦେଉଥିବା ବିଦ୍ୱାନ ପଣ୍ଡିତ ମଧ୍ୟ ତାଙ୍କୁ ଯଥାର୍ଥ ଭାବରେ ଚିହ୍ନି ପାରନ୍ତି ନାହିଁ । ଏହାହିଁ ସମୟର ବିଡମ୍ବନା । ଯେଉଁମାନେ ପୂର୍ବ ଜନ୍ମର ସୌଭାଗ୍ୟବଶତଃ ତାଙ୍କ ଦ୍ୱାରା କଥିତ ଈଶ୍ୱରୀୟ ଜ୍ଞାନ ଶ୍ରବଣ କରି ତାଙ୍କୁ କିଛି କିଛି ଜାଣି ପାରନ୍ତି ସେମାନଙ୍କର ମନରେ ଆହୁରି ଜାଣିବାର ଜିଜ୍ଞାସା ଉପôନ୍ନ ହୁଏ । ପରମାତ୍ମାଙ୍କ ଯଥାର୍ଥ ସ୍ୱରୂପ ଦର୍ଶନରେ ସେମାନେ ବ୍ୟାକୁଳ ହୋଇ ଉଠନ୍ତି । ଅର୍ଜୁନଙ୍କର ମଧ୍ୟ ଠିକ ଏହି ଦଶା ଉପôନ୍ନ ହୋଇଥିଲା । ପରମାତ୍ମାଙ୍କ ମୁଖ୍ୟ ବିଭୂତିଗୁଡ଼ିକୁ ଜାଣି ସାରିଲା ପରେ ତାଙ୍କୁ ସାମଗ୍ରିକ ଭାବରେ ସାକ୍ଷାତକାର କରିବା ପାଇଁ ସେ ଚାହିଁଲେ । କିନ୍ତୁ ପରମାତ୍ମା ସାକ୍ଷାତକାର ପାଇଁ ନିଜର ଯୋଗ୍ୟତା ବିଷୟରେ ସେ ସନ୍ଦିହାନ ଥିଲେ । ତେଣୁ ସେ ଅତି ସେଙ୍କାଚ ଭାବରେ ପରମାତ୍ମାଙ୍କୁ ନିବେଦନ କରୁଛନ୍ତି, ""ହେ ପ୍ରଭୋ ! ହେ ଯୋଗେଶ୍ୱର ଯଦି ସେହି ରୂପ ଦେଖିବାକୁ ମୁଁ ସକ୍ଷମ ବୋଲି ମନେ କର ତେବେ ମୋତେ ତୁମର ଅବିନାଶୀ ଆତ୍ମାରୂପ ଦର୍ଶନ କରାଅ । ମନ୍ୟସେ ଯଦି ତଚ୍ଛକ୍ୟଂ ମୟା ଦ୍ରଷ୍ଟୁମିତି ପ୍ରଭୋ । ଯୋଗେଶ୍ୱର ତତୋ ମେ ତ୍ୱଂ ଦର୍ଶୟାତ୍ମାନମବ୍ୟୟମ୍ ।ା୧୧/୪ାା
ବୀଜ ମଧ୍ୟରେ ଯେପରି ବୃକ୍ଷର ସମ୍ଭାବନା ଥାଏ ସେହିପରି ସଚରାଚର ଜଗତ ରୂପକ ବୀଜ ସ୍ୱରୂପ ପରମାତ୍ମାଙ୍କ ସା ମଧ୍ୟରେ ବିଦ୍ୟମାନ । ଲେନ୍ସ ଦ୍ୱାରା କ୍ଷୁଦ୍ରାତିକ୍ଷୁଦ୍ର ଜିନିଷ ମଧ୍ୟ ସ୍ପଷ୍ଟ ଦେଖି ହୁଏ । ଦିବ୍ୟ ଦୃଷ୍ଟି ରୂପକ ଲେନ୍ସ ଦ୍ୱାରା ଈଶ୍ୱରୀୟ ସ୍ମୃତିମଗ୍ନ ବ୍ୟକ୍ତି ସଚରାଚର ସମସ୍ତ ସଂସାରର ଆଦ୍ୟ ମଧ୍ୟ ପ୍ରାନ୍ତକୁ ପ୍ରତ୍ୟକ୍ଷ ଦର୍ଶନ ଭଳି ଦେଖି ପାରନ୍ତି । ଦିବ୍ୟ ଅର୍ଥାତ ସୂକ୍ଷ୍ମ ଓ ଅଲୌକିକ । ଦୃଷ୍ଟି ଅର୍ଥ ଦର୍ଶନ କ୍ରିୟା । ଦିବ୍ୟଦୃଷ୍ଟି ସହିତ ଦର୍ଶନେନ୍ଦ୍ରିୟର ସମ୍ପର୍କ ନାହିଁ । ଦିବ୍ୟ ଦୃଷ୍ଟିକୁ ମାନସ ନେତ୍ର, ଅତି ମାନସ ଶକ୍ତି, ବା ତୃତୀୟ ନୟନ ମଧ୍ୟ କୁହାଯାଇ ପାରେ । ଏହାଦ୍ୱାରା ଅତି ସୂକ୍ଷ୍ମ ଓ ଅଲୌକିକ ଦୃଶ୍ୟଗୁଡିକୁ ମଧ୍ୟ ଦେଖି ହୁଏ । ଦିବ୍ୟ ଦୃଷ୍ଟି ଦ୍ୱାରା ଆତ୍ମ ସାକ୍ଷାତକାର ଓ ପରମାତ୍ମା ସାକ୍ଷାତକାର ହୋଇପାରେ । ତେଣୁ ଏହାକୁ ଜ୍ଞାନ ନେତ୍ର କହିଲେ ମଧ୍ୟ ଅତୁ୍ୟକ୍ତି ହେବ ନାହିଁ । ମାନସ ଚକ୍ଷୁ ଦ୍ୱାରା ଅର୍ଜୁନ ବିଶ୍ୱରୂପ ଦର୍ଶନ ପ୍ରକରଣରେ ବର୍ଣ୍ଣିତ ଦୃଶ୍ୟଗୁଡିକ ଦେଖିପାରିଲେ । ଏଥିପାଇଁ ତାଙ୍କୁ ପରମାତ୍ମାଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥିଲା । ଈଶ୍ୱରୀୟ ଜ୍ଞାନ ଶ୍ରବଣ କରି କରି ଅର୍ଜୁନଙ୍କର ମୋହ କିଛି ପରିମାଣରେ ନଷ୍ଠ ହୋଇଥିଲା ସତ; କିନ୍ତୁ ସେ ଏପର୍ଯ୍ୟନ୍ତ ପରମାତ୍ମାଙ୍କ ପ୍ରକୃତ ସ୍ୱରୂପ ବିଷୟରେ ଯାହା ଶୁଣି ଆସିଥିଲେ ସେତିକିରେ ସେ ସମ୍ପୂର୍ଣ୍ଣ ବିଶ୍ୱାସ କରି ପାରିନ ଥିଲେ । ଗତାନୁଗତିକ ବିଶ୍ୱାସ ଓ ଶାସ୍ତ୍ରାଧ୍ୟୟନ ଜନିତ ଜ୍ଞାନରୁ ପରମାତ୍ମାଙ୍କ ସ୍ୱରୂପ ବିଷୟରେ ଯାହା ତାଙ୍କ ଅବଧାରଣା ଥିଲା ତାହା କେବଳ ଜ୍ଞାନ ଶ୍ରବଣ ଦ୍ୱାରା ଦୂରୀଭୂତ ହୋଇ ପାରି ନଥିଲା । ତାଙ୍କ ମନରେ ତଥାପି ମଧ୍ୟ ସଂଶୟର କିଛି ଅଂଶ ମଝିରେ ମଝିରେ ଉଙ୍କି ମାରୁଥିଲା । ତାଙ୍କ ସଂଶୟ ବୁଦ୍ଧି ପରମାତ୍ମାଙ୍କୁ ସାକ୍ଷାତକାର ଦ୍ୱାରା ପ୍ରମାଣିତ କରିବାକୁ ଚାହିଲା ।
ପରମାତ୍ମାଙ୍କୁ ଜ୍ଞାନ ନେତ୍ର ଦ୍ୱାରା ଜାଣି ହୁଏ । ଈଶ୍ୱରୀୟ ଜ୍ଞାନ ଲାଭ ଦ୍ୱାରା ଜ୍ଞାନନେତ୍ର ଉନ୍ମୀଳିତ ହୁଏ । ଉପଯୁକ୍ତ ଲେନ୍ସ ବିଶିଷ୍ଟ ଚଷମା ବ୍ୟବହାର କଲେ କ୍ଷୀଣ ଦୃଷ୍ଟି ଶକ୍ତି ବିଶିଷ୍ଟ ବ୍ୟକ୍ତି ଛୋଟ ଛୋଟ ଜିନିଷକୁ ସ୍ପଷ୍ଟ ଭାବରେ ଦେଖିପାରେ । କିନ୍ତୁ ଲେନ୍ସର ଶକ୍ତି ସଂପୃକ୍ତ ବ୍ୟକ୍ତିର ଦୃଷ୍ଟି ଦୋଷର ମାତ୍ରା ଅପେକ୍ଷା କମ ବା ବେଶୀ ହେଲେ ଦର୍ଶନରେ ମଧ୍ୟ ତ୍ରୁଟି ହୁଏ । ଅନ୍ୟପକ୍ଷରେ ଅନ୍ଧ ବ୍ୟକ୍ତିକୁ ଯେତିକି ଶକ୍ତିଶାଳୀ ଲେନ୍ସଯୁକ୍ତ ଚଷମା ଦେଲେ ମଧ୍ୟ ସେ ଦେଖିବାକୁ ସମର୍ଥ ହୋଇପାରେ ନାହିଁ । ଅର୍ଜୁନଙ୍କୁ ଦିବ୍ୟ ଦୃଷ୍ଟି ମିଳିଥିଲା ସତ କିନ୍ତୁ ତାଙ୍କ ବୁଦ୍ଧି ନେତ୍ରରୁ ସଂଶୟ ରୂପକ ପରଳ ସମ୍ପୂର୍ଣ୍ଣ ଅପସାରିତ ହୋଇ ନ ଥିଲା । ଦିବ୍ୟ ନେତ୍ର ଦ୍ୱାରା ସାକ୍ଷାତକାର ହୁଏ । ଏହି ସାକ୍ଷାତକାର ଅନେକ ସମୟରେ ବ୍ୟକ୍ତିର ଭାବନା ଦ୍ୱାରା ପ୍ରଭାବିତ ହୁଏ । କାରଣ ନେତ୍ର ବସ୍ତୁକୁ ଦେଖେ ନାହିଁ; ନେତ୍୍ର ଦ୍ୱାରା ତାହା ଦେଖାଯାଏ । ଅନ୍ୟମନସ୍କ ବ୍ୟକ୍ତି ଚକ୍ଷୁ ଖୋଲାଥିଲେ ମଧ୍ୟ ସମ୍ମୁଖରେ ଥିବା ବସ୍ତୁ ଦେଖିପାରେ ନାହିଁ । ପରମାତ୍ମାଙ୍କଠାରୁ ଦିବ୍ୟନେତ୍ର ପାଇ ସୁଦ୍ଧା ଅର୍ଜୁନ ତାଙ୍କର ପ୍ରକୃତ ସ୍ୱରୂପ ଦର୍ଶନ କରିପାରିଲେ ନାହିଁ । ପୂର୍ବରୁ ତାଙ୍କ ମନକୁ ମହାବିନାଶର ଯେଉଁ ଭୟ ଗ୍ରାସ କରିଥିଲା ସେ ସବୁକୁ ସେ ବିଭିନ୍ନ ପ୍ରକାର ଭୟଙ୍କର ରୂପରେ ସାକ୍ଷାତ କରିବାକୁ ଲାଗିଲେ ଓ ଭୟଭୀତ ହୋଇ ପଡିଲେ । ତାଙ୍କ ମନରେ ପୁନଶ୍ଚ ସଂଶୟ ଜାତ ହେଲା । ପୂର୍ବରୁ ପରମାତ୍ମାଙ୍କଠାରୁ ତାଙ୍କ ବିଷୟରେ ସେ ଯାହା ଶୁଣିଥିଲେ ସେହି ସ୍ୱରୂପ ସହିତ ତାହା ମେଳ ଖାଇଲା ନାହିଁ । ଏହି ଅଦ୍ଭୁୁତ ସାକ୍ଷାତକାର ବିଷୟରେ ସେ ଜାଣିବାକୁ ଇଚ୍ଛା କରି ପରମାତ୍ମାଙ୍କୁ ପ୍ରଶ୍ନ କଲେ,""ହେ ଉଗ୍ରରୂପଧାରୀ ! ତୁମେ କିଏ ମୋତେ କୁହ ? ହେ ଦେବଶ୍ରେଷ୍ଠ, ତୁମକୁ ନମସ୍କାର ! ତୁମେ ପ୍ରସନ୍ନ ହୁଅ । ଆଦିପୁରୁଷ ! ତୁମକୁ ଜାଣିବାକୁ ମୁଁ ଇଚ୍ଛା କରେ । କାରଣ ତୁମର ଏହି ସାକ୍ଷାତକାରର ଉଦ୍ଧେଶ୍ୟ କ'ଣ ମୁଁ ଜାଣିପାରୁ ନାହିଁ ।
ଆଖ୍ୟାହି ମେ କୋ ଭବାନୁଗ୍ରରୂପୋ, ନମୋସ୍ତୁତେ ଦେବବର ପ୍ରସୀଦ ।
ବିଜ୍ଞାତୁମିଚ୍ଛାମି ଭବନ୍ତମାଦ୍ୟଂ ନ ହି ପ୍ରଜାନାମି ତବ ପ୍ରବୃିମ୍ ।ା୩୧ାା
ପରମାତ୍ମା ଜଗତରେ ଅଧର୍ମର ବିନାଶ ଓ ଧର୍ମ ସଂସ୍ଥାପନା ପାଇଁ ଅବତରଣ କରନ୍ତି । ସତ୍ୟଯୁଗୀୟ ଦୈବୀ ଦୁନିଆର ପୁନଃ ସ୍ଥାପନା ପାଇଁ କଳିଯୁଗୀୟ ଆସୁରୀ ଦୁନିଆର ବନାଶ କରିବା ଅବଶ୍ୟମ୍ଭାବୀ ହୋଇ ପଡେ । ଅର୍ଜୁନ ତାଙ୍କ ସାକ୍ଷାତକାରରେ ଏହି ମହାବିନାଶକୁ ଦର୍ଶନ କରିଛନ୍ତି । ଏହାର ଉର ଦେବାକୁ ଯାଇ ସେ କହିଲେ, ସମସ୍ତ ଲୋକ କ୍ଷୟକାରୀ ବର୍ଦ୍ଧିତ କାଳ ସ୍ୱରୂପ ବର୍ମାନ ମୁଁ ସମସ୍ତଙ୍କୁ ସଂହାର କରିବା ପାଇଁ ଅବତୀର୍ଣ୍ଣ ହୋଇଛି ।'' କାଳୋଽସ୍ମି ଲୋକକ୍ଷୟକୃତ୍ ପ୍ରବୃଦ୍ଧୋ ଲୋକାନ୍ ସମାହୁର୍ମିହ ପ୍ରବୃଃ ।'' ପାପଭାରରେ ଭାରାକ୍ରାନ୍ତ ସୃଷ୍ଟିର ମହାବିନାଶ ପାଇଁ ପ୍ରତିକଳ୍ପର ଅନ୍ତିମ ପର୍ଯ୍ୟାୟରେ ପରମାତ୍ମାଙ୍କୁ ଅବତରଣ କରିବାକୁ ପଡେ । ମହାବିନାଶର ଅର୍ଥ ସମ୍ପୂର୍ଣ୍ଣ ଭାବରେ ସ୍ଥୂଳ ଜଗତର ଧ୍ୱଂସ ସାଧନ ନୁହେଁ । ଏହାର ଅର୍ଥ ଆସୁରୀ ସଭ୍ୟତାର ସମ୍ପୂର୍ଣ୍ଣ ବିନାଶ । ଏହା ସହିତ ଦୈବୀ ସଭ୍ୟତାର ସ୍ଥାପନା ମଧ୍ୟ ସମାନ୍ତରାଳ ଧାରାରେ ଚାଲେ । ତେଣୁ ଏହାକୁ ମହାବିନାଶ ବୋଲି କୁହାଯାଏ । ଜନ୍ମ ମୃତୁ୍ୟ ପରି ସ୍ଥାପନା ଓ ବିନାଶ ଗୋଟିଏ ମୁଦ୍ରାର ଉଭୟ ପାଶ୍ୱର୍ । କେବଳ ଆଦି ସନାତନ ଧର୍ମ ଦ୍ୱାରାହିଁ ଦୈବୀ ସଭ୍ୟତାର ପୁନର୍ସ୍ଥାପନା ସମ୍ଭବ । ଏହି ଶାଶ୍ୱତ ଧର୍ମର ପୁନରୁଦ୍ଧାର ବିନା ଆସୁରୀ ସଭ୍ୟତା ବା ଅଧର୍ମର ମହାବିନାଶ ସମ୍ଭବ ନୁହେଁ । ପରମାତ୍ମାବତରଣର ପ୍ରାରମ୍ଭିକ କାଳରେ କେବଳ ଲୁପ୍ତ ପ୍ରାୟ ଏହି ସନାତନ ଧର୍ମର ପୁନର୍ସ୍ଥାପନା ଉପରେ ଗୁରୁତ୍ୱ ଦିଆଯାଏ । ତେଣୁ ଗୀତାରେ ତାଙ୍କୁ ଶାଶ୍ୱତ ଧର୍ମଗୋପ୍ତା ବୋଲି କୁହାଯାଇଛି ।
ପରମାତ୍ମା ସର୍ବଜ୍ଞ ଅର୍ଥାତ ଆତ୍ମା, ପରମାତ୍ମା, ପ୍ରକୃତି, କର୍ମ, ଅକର୍ମ, ବିକର୍ମ, ସ୍ଥାପନା, ପାଳନା, ବିନାଶ ଆଦି ସମସ୍ତ ଜ୍ଞାନର ଏକମାତ୍ର ଜ୍ଞାତା । ମନୁଷ୍ୟ ମଧ୍ୟରେ ନିତ୍ୟନୂତନ ଆଧ୍ୟାତ୍ମିକ ଜ୍ଞାନର ବିକାଶ ତାଙ୍କରିହିଁ ପ୍ରକାଶ । ସମସ୍ତ ଜ୍ଞାନର ସେ ଏକମାତ୍ର ଜେ୍ଞୟ । ଜ୍ଞାନ ଦ୍ୱାରା ତାଙ୍କୁ ଅନ୍ତରଙ୍ଗ ଓ ସମଗ୍ର ଭାବରେ ଜାଣି ହୁଏ । ଜୀବନର କ୍ଷୁଦ୍ରତା, ଅଜ୍ଞାନତା ଓ ଅପୂର୍ଣ୍ଣତା ତ୍ୟାଗ କରି ଉଦ୍ଧ୍ୱର୍ଗାମୀ ହେଲେ ପରମାତ୍ମାଙ୍କ ଅନନ୍ତ ଗୁଣାବଳୀର ଉପଲବ୍ଧି କରିହୁଏ । ଏଥିପାଇଁ ତାଙ୍କୁ ଅନ୍ତରଙ୍ଗ ଭାବରେ ଦେଖିବାକୁ ହେବ । ମାନବ ଶରୀରରେ ତାଙ୍କ ଅବତରଣର ଏହାହିଁ ଉଦ୍ଧେଶ୍ୟ । ଅନ୍ୟଥା ମାନବାତ୍ମାମାନଙ୍କୁ ମାନବୋଚିତ ସମସ୍ତ ସମ୍ବନ୍ଧର ଅନୁଭବ କରାଇବା ସମ୍ଭବ ନୁହେଁ । ଜୀବନର ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ସହିତ ଯୋଗଯୁକ୍ତ ହୋଇ ମନୁଷ୍ୟାତ୍ମା ଚରମତମ ପୂର୍ଣ୍ଣତା ଓ ସାର୍ଥକତା ଲାଭ କରେ । ଏହା ହେଉଛି ବିଶ୍ୱରୂପ ଦର୍ଶନର ଅର୍ନ୍ତନିହିତ ଭାବ ।
Comments
Post a Comment