ଜ୍ଞାନ ପ୍ରବାହ (୩୨)
ଭରତ ଓ ଜଡ ଭରତ ପ୍ରସଙ୍ଗ (୧)
ଶ୍ରୀମଦ୍ ଭାଗବତAହେଲା । ଏହାର ଆଧୁନିକ ନାମକରଣ ଭାରତବର୍ଷ । ଭରତ ଚରିତ୍ରର ଆଧ୍ୟାତ୍ମିକ ପର୍ଯ୍ୟାଲୋଚନା ବର୍ମାନ ମାନବ ସମାଜ ପାଇଁ ବିଶେଷ ଉପଯୋଗୀ । ଭରତ ମହାରାଜା ଉଭୟ ଜ୍ଞାନ ଓ ଯୋଗର ପ୍ରଖ୍ୟାତ ଜ୍ଞାତା ଓ ସାଧକ ଥିଲେ । ତାଙ୍କର ଏକ ନିଷ୍ଠ ଓ ପ୍ରଗାଢ଼ ଭଗବତ୍ ଭକ୍ତିର ପ୍ରଭାବ ହେତୁ ତାଙ୍କ ସାହଚର୍ଯ୍ୟ ଲାଭ କରୁଥିବା ବକ୍ତି ମଧ୍ୟ ଭଗବତ ଅନୁରାଗୀ ହୋଇଯାଉଥିଲେ । ସେ କେବେହେଲେ ବ୍ୟାବହାରିକ ମର୍ଯ୍ୟାଦାର ଉଲ୍ଲଙ୍ଘନ କରି ନଥିଲେ । ସେ ନିଷ୍କାମ ଭାବରେ କର୍ମ କରୁଥିଲେ ଓ ତା’ର ପୁଣ୍ୟ ଫଳ ପରମାତ୍ମାଙ୍କୁ ଅର୍ପଣ କରୁଥିଲେ । କର୍ମଫଳ ପରମାତ୍ମାଙ୍କୁ ଅର୍ପଣ କରିବା ଦ୍ୱାରା ଆନନ୍ଦ ଲାଭ ହୁଏ । ସମର୍ପଣ ଭାବ କର୍ମାଭିମାନଙ୍କୁ ନଷ୍ଟ କରେ । ତେଣୁ ଭଗବତ୍ ପ୍ରେମୀମାନେ ସତ୍ କର୍ମର ସମାପ୍ତି ପରେ କହନ୍ତି - “ଅନେନ କର୍ମଣା ଭଗବାନ୍ ପରମେଶ୍ୱରଃ ପ୍ରୀୟତାମ ନମମ, ନମମ ।’’
ଯୌବନ କାଳରେ ଭରତଙ୍କ ମନରେ ବୈରାଗ୍ୟ ଭାବ ଆସିଲା । ସେ ଭାବିବାକୁ ଲାଗିଲେ ଅନେକ ବର୍ଷ ହେଲା ମୁଁ ସାଂସାରିକ ସୁଖ ଭୋଗ କରିଆସୁଛି । ବର୍ମାନ ତାକୁ ବିବେକ ପୂର୍ବକ ତ୍ୟାଗ କରିବି । ଯାହାର ଯୁବାବସ୍ଥାରେ ବୈରାଗ୍ୟ ଆସେ ଓ ଯିଏ ସଂଯମ ପୂର୍ବକ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହେବାର ଅଭ୍ୟାସ କରେ, ପରିଣତ ବୟସରେ ତାଙ୍କୁ ପ୍ରତ୍ୟକ୍ଷ ଈଶ୍ୱରାନୁଭୂତି ହୁଏ । ବୃଦ୍ଧାବସ୍ଥାରେ ଇନ୍ଦି୍ରୟ ଓ ଶରୀର ଦୁର୍ବଳ ହୋଇପଡେ । ତେଣୁ ଈଶ୍ୱରଙ୍କ ସହିତ ମନ ଏକାଗ୍ର ହୋଇପାରେ ନାହିଁ । ତେଣୁ ଯୌବନ ହିଁ ତପଶ୍ଚର୍ଯ୍ୟାର ଉପଯୁକ୍ତ ସମୟ । ବୃଦ୍ଧାବସ୍ଥାରେ ଇନ୍ଦି୍ରୟ ସମୂହ ଶିଥିଳ ହୋଇପଡୁଥିବାରୁ ବ୍ରହ୍ମଚର୍ଯ୍ୟ ପାଳନର କୌଣସି ଅର୍ଥ ନାହିଁ । ଯୌବନ କାଳରେ ବୈରାଗ୍ୟର ପରୀକ୍ଷା ଦେବାକୁ ପଡେ । ଯାହା ପାଖରେ କିଛି ନାହିଁ, ତାର ତ୍ୟାଗର କୌଣସି ମହ୍ୱ ନାହିଁ । ଯୌବନାବସ୍ଥାରେ ସୁଖ-ସଂପି ଥାଇ ମଧ୍ୟ ମନ ଯଦି ବିଷୟ ସୁଖରେ ନିସ୍ପୃହ ରହେ, ତେବେ ତାହାହିଁ ପ୍ରକୃତ ବୈରାଗ୍ୟ ।
ଘର ସଂସାର ପ୍ରତି ଭରତ ବିତସ୍ପୃହ ହୋଇଗଲେ । ମୃତୁ୍ୟ ପରେ ରାଜ ବୈଭବ, ସୁଖ-ସମ୍ପି, ସ୍ତ୍ରୀ-ପୁତ୍ର ଆଦି ଅର୍ଥହୀନ ହୋଇପଡେ । ଜନ୍ମ ପୂର୍ବରୁ ଜୀବର କେହି ଜ୍ଞାତି, ବନ୍ଧୁ ଓ କୁଟୁମ୍ବ ନଥିଲେ । ମୃତୁ୍ୟ ପଶ୍ଚା ମଧ୍ୟ କେହି ରହିବେ ନାହିଁ । ଆରମ୍ଭ ଓ ଅନ୍ତରେ କେହି ନ ଥିଲେ । ଏହାରି ମଧ୍ୟରେ ମାୟା ହିଁ ଜୀବକୁ ଭ୍ରମିତ କରେ, ତେଣୁ ଯୌବନାବସ୍ଥାରେ ହିଁ ଭରତଜୀ ବୃଦ୍ଧି ପୂର୍ବକୁ ଘର ସଂସାର ତ୍ୟାଗ କରି ଅରଣ୍ୟବାସ ପାଇଁ ନିଷ୍ପି ନେଲେ । ସେ ରାଜ୍ୟ ଓ ରାଣୀମାନଙ୍କ ସମେତ ସମସ୍ତ ଭୋଗ ଐଶ୍ୱର୍ଯ୍ୟ ତ୍ୟାଗ କରି ବନଗମନ କଲେ । ବାସନାର ବିନାଶ ନ ହେଲେ ଜ୍ଞାନ ଓ ଯୋଗରେ ପତନ ହୋଇଥାଏ । ଏକ ନିଷ୍ଠ ଈଶ୍ୱରୀୟ ପ୍ରୀତି ଦ୍ୱାରା ହିଁ ବାସନାର ବିନାଶ ସମ୍ଭବ ହୁଏ । ସୂକ୍ଷ୍ମ ବାସନା ମଧ୍ୟ ଜ୍ଞାନୀ ଓ ଯୋଗୀମାନଙ୍କ ପାଇଁ ପତନର କାରଣ ହୋଇଥାଏ । କର୍ପୁର ଉଡିଗଲା । ପରେ ବି ଯେପରି ପାତ୍ରରେ ତାର ବାସ୍ନା ରହିଯାଏ, ସେହିପରି ବାସନା ମଧ୍ୟ ଏହି ବାସ୍ନା ପରି ସୂକ୍ଷ୍ମ ଅଟେ । ସାଧକ ଭାବେ ତା ମନରେ ବାସନା ନାହିଁ । ଏହା ଠିକ୍ ନୁହେଁ । ମାନବର ମନ ବାସନାରେ ପରିପୂର୍ଣ୍ଣ ଅଟେ । ସୂକ୍ଷ୍ମ ବାସନା କାଳକ୍ରମେ ସ୍ଥୂଳ ରୂପ ଧାରଣ କରେ ।
ଭରତ ଭାବୁଥିଲେ ଯେ ତାଙ୍କ ମନରେ କୌଣସି ବାସନା ନାହିଁ । ତେଣୁ ଘର ସଂସାର ଛାଡି ବଣକୁ ଚାଲେ । କିନ୍ତୁ ତାଙ୍କ ମନରେ ଥିବା ସୂକ୍ଷ୍ମ ବାସନାର ପ୍ରଭାବ ହେତୁ ଜଙ୍ଗଲରେ ମୃଗ ଶାବକର ସମ୍ପର୍କରେ ଆସିବା ପରେ ତାକୁ ଅତିରିକ୍ତ ସ୍ନେହ କରିବାକୁ ଲାଗିଲେ । ଘରେ ନିଜ ସନ୍ତାନ ସନ୍ତତିଙ୍କ ସହିତ ଖେଳୁଥିଲେ । ଅରଣ୍ୟକୁ ଆସି ମୃତା ଶାବକ ସହିତ ଖେଳିବାକୁ ଲାଗିଲେ । କେବଳ ବାସନାର ବିଷୟ ପରିବର୍ନ ହେଲା । ଯାହାର ମନରେ ବାସନା ଥାଏ, ସେ ଜଙ୍ଗଲରେ ମଧ୍ୟ ସଂସାର କରେ । ତେଣୁ ସଂସାରକୁ ମନରୁ ବାହାର କରିଦେବା ଉଚିତ । ବାହ୍ୟ ସଂସାର କାହାକୁ ଦୁଃଖ ଦିଏ ନାହିଁ, ମନ ମଧ୍ୟରେ ଥିବା ସଂସାର ହିଁ ଦୁଃଖର କାରଣ ହୋଇଥାଏ । ମୃଗ ଶାବକ ପ୍ରତି ଆସକ୍ତି ହେତୁ ଭରତମୁନିଙ୍କ ମନ ଈଶ୍ୱରଙ୍କ ସହିତ ଯୋଗଯୁକ୍ତ ହୋଇପାରିଲା ନାହିଁ । ତାଙ୍କ ସାଧନା ବାଧା ପ୍ରାପ୍ତ ହେଲା ତେଣୁ ଭାଗବତ କରେ, ଘରେ ରହି ଧିରେ ଧିରେ ସଂଯମକୁ ବଢ଼ାଅ । ଘର ଛାଡି ଅରଣ୍ୟବାସ କରିବା ଦ୍ୱାରା ପ୍ରଭୁ ପ୍ରାପ୍ତି ହୁଏ ନାହିଁ । କାରଣ ମାୟା ଛାୟା ପରି ଜୀବାତ୍ମାର ଅନୁଧାବନ କରେ । ଏହି ପ୍ରସଙ୍ଗରେ ଭାଗବତ କହେ;
ଭୟଂ ପ୍ରମସ୍ୟ ବନେଷୂପି ସ୍ୟାଦ୍
ଯତଃ ସ ଆସ୍ତେ ସହଷ୍ଟସପତ୍ନଃ ।
ଜିତେନ୍ଦି୍ରୟସ୍ୟାତ୍ମରତେର୍ବୁଧସ୍ୟ
ଗୃହାଶ୍ରମଃ କିଂ ନୁ କରୋତ୍ୟ ବଦ୍ଧମ୍ୟ ।ା
(ଶ୍ରୀ ମଦ୍ଭା : ୫/୧/୧୭ାା)
(ଅର୍ଥ : ମନୁଷ୍ୟର ଛ’ଟି ଶତ୍ରୁ - ପ ଜ୍ଞାନେନ୍ଦି୍ରୟ ଏବଂ ମନ । (ଘରଛାଡି) ବନରେ ରହିଲେ ମଧ୍ୟ ଏହି ଶତ୍ରୁମାନଙ୍କ ଭୟ ଅଜିତେନ୍ଦି୍ରୟ ବ୍ୟକ୍ତିକୁ ଲାଗି ରହିଥାଏ । କିନ୍ତୁ ଯେଉଁ ଜ୍ଞାନୀ ବ୍ୟକ୍ତି ଇନ୍ଦି୍ରୟମାନଙ୍କୁ ଜୟ କରି ନିଜର ଆତ୍ମାରେ ରମଣ କରେ, ଗୃହସ୍ଥାଶ୍ରମ ତାର କ’ଣ ବା ଅନିଷ୍ଟ କରିପାରିବ?)
ସାଂସାରିକ କୌଣସି ବିଷୟ ଓ ପଦାର୍ଥ ପ୍ରତି ମୋହ ପ୍ରଭୁ ଚିନ୍ତନରେ ବାଧକ ଅଟେ । ଭରତମୁନି ସବୁ ତ୍ୟାଗ କରି ପ୍ରଭୁ ଭକ୍ତି ପାଇଁ ଅରଣ୍ୟବାସ କଲେ, କିନ୍ତୁ ମୃଗ ଶାବକ ପ୍ରତି ଅତ୍ୟନ୍ତ ଆସକ୍ତି ହେତୁ ତାଙ୍କ ସାଧନା ବ୍ୟାହତ ହେଲା? ମୋହ ମୁକ୍ତ ମନରେ ହିଁ ମନମୋହନ (ମନ + ମୋହ+ନ) ଅବସ୍ଥାନ କରନ୍ତି । ଏହି ସଂସାର ଏକ ସମୁଦ୍ର ପରି । ଏଠାରେ ଆମକୁ ଏକ ନାବ (ଡଙ୍ଗା) ପରି ରହିବାକୁ ପଡିବ । ନାବ ଜଳରେ ଭାସେ । କିନ୍ତୁୁ ଯଦି ନାବରେ ପାଣି ପଶି ଯାଏ ତେବେ ତାହା ବୁଡି ଯାଏ । ସଂସାରକୁ ନିଜ ଭିତରେ ରଖିଲେ ପତନ ସୁନିଶ୍ଚିତ । ସଂସାରରେ ଅନାସକ୍ତ ଭାବରେ ରହିବାକୁ ପଡିବ । ଏହି ସଂସାର ରୂପୀ ସାଗରରେ ବିଷୟ ହେଉଛି ଜଳ ଓ ଆମ ଶରୀର ହେଉଛି ନୌକା । ବିଷୟ ଚିନ୍ତନ କଲେ ଆତ୍ମ ଶକ୍ତି ନଷ୍ଟ ହୁଏ । ମମତା ବନ୍ଧନ କାରକ । ମନ ହିଁ ବନ୍ଧନରେ ପଡେ । ମନକୁ ସଂଯମିତ କରିପାରିଲେ ଘର ସଂସାରରେ ଥାଇ ମଧ୍ୟ ଈଶ୍ୱରୀୟ ସାଧନା କରାଯାଇପାରିବ । ଘରେ ପ୍ରତିକୂଳ ପରିସ୍ଥିତି ସେ୍ୱ ମଧ୍ୟ କେହି ପ୍ରହଲ୍ଲାଦଙ୍କ ସାଧନାରେ ବାଧା ପହୁାଇ ପାରି ନଥିଲେ । କିନ୍ତୁ ଭରତ ଅରଣ୍ୟରେ ଏକାନ୍ତବାସ କରିବା ସେ୍ୱ ମଧ୍ୟ ମୃଗ ଶାବକ ପ୍ରତି ଆସକ୍ତ ହେଲେ ଈପ୍ସିତ ସାଧନା କରିପାରିଲେ ନାହିଁ । ଘର ସଂସାରରେ ସମାହିତ ବ୍ୟକ୍ତି, ବସ୍ତୁ ଓ ବୈଭବ ସାଧନା ପାଇଁ ପ୍ରତିବନ୍ଧକ ନୁହେଁ । କିନ୍ତୁ ଏଗୁଡିକ ଯଦି ମନରେ ବାସ କରେ ତେବେ ତାହା ସାଧନା ପାଇଁ ପ୍ରତିକୂଳ ଅଟେ । ଗୃହତ୍ୟାଗୀ ସନ୍ୟାସୀମାନଙ୍କୁ ମାୟା କିପରି ପ୍ରଭାବିତ କରେ ଭରତ ଉପାଖ୍ୟାନ ମାଧ୍ୟମରେ ଭାଗବତ ଦୃଷ୍ଟାନ୍ତ ସହିତ ସାବଧାନ କରିଛନ୍ତି । (କ୍ରମଶଃ)
Comments
Post a Comment