ଜ୍ଞାନ ପ୍ରବାହ (୩୩)
ଭରତ ଓ ଜଡ ଭରତ ପ୍ରସଙ୍ଗ (୨)
ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କାହାରି ସଙ୍ଗ ସାଧନାରେ ବିକ୍ଷେପ ସୃଷ୍ଟି କରେ । ତେଣୁ ଏକାନ୍ତରେ ବସି ଈଶ୍ୱରଙ୍କୁ ସ୍ମରଣ କରିବା ଉଚିତ । ଏହି ଭାବନାର ବଶବର୍ୀ ହୋଇ ଭରତ ନେପାଳ ସ୍ଥିତ ଗଣ୍ଡକୀ ନଦୀ ତଟକୁ ଆସିଲେ । ସେ ପ୍ରତ୍ୟହ ପ୍ରାତଃ ·ରି ବଜେ ବ୍ରହ୍ମ ମୁହୂର୍ରେ ସ୍ନାନ କରୁଥିଲେ । ସେ ଭଗବାନଙ୍କୁ ପ୍ରାର୍ଥନା କରିବା ସମୟରେ ଏହିପରି ଚିନ୍ତନ କରୁଥିଲେ, “ମୋର ବୁଦ୍ଧି, ମୋର ମନ କୁମାର୍ଗଗାମୀ ନ ହେଉ । ହେ ପ୍ରଭୁ ମୁଁ ଆପଣଙ୍କ ତେଜୋମୟ ରୂପର ଚିନ୍ତନ କରୁଛି ।’’ ଅର୍ଥ ଓ ଜ୍ଞାନ ସହିତ ଜପ କରିବା ଉଚିତ । ଭରତଜୀ ଭଗବାନଙ୍କ ସ୍ଥୂଳ ସେବା ପରିତ୍ୟାଗ କରି ମାନସୀ ସେବା କରିବାକୁ ଲାଗିଲେ । ମାନସୀ ସେବା ସରଳ ନୁହେଁ । ଅଧିକାଂଶ ପାପ ଶରୀର ଅପେକ୍ଷା ମନରେ ହୋଇଥାଏ । ତେଣୁ ମାନସୀ ଧ୍ୟାନ, ମାନସୀ ସେବା ସର୍ବଶ୍ରେଷ୍ଠ ଅଟେ । ଈଶ୍ୱରୀୟ ସ୍ମୃତିରେ ତନ୍ମୟ ହୋଇଯିବା ହେଉଛି ମାନସୀ ସେବା ।
ଭରତ ଜୀ ମାନସୀ ସେବାରେ ତନ୍ମୟ ହୋଇଯାଉଥିଲେ । ସେବାରେ କ୍ଳାନ୍ତ ଅନୁଭବ କଲେ ଭଗବାନଙ୍କ ଧ୍ୟାନ କରୁଥିଲେ । ପ୍ରଭୁଙ୍କ ସ୍ମୃତିରେ ଯିଏ ତନ୍ମୟ ହୋଇଯାଏ, ସର୍ବଦା ପ୍ରଭୁ ଚିନ୍ତନ କରୁଥାଏ, ତାକୁ ମାୟା ବଡ ହଇରାଣ କରେ । ଯିଏ ମାୟାର ପ୍ରବାହରେ ଭାସି ଯାଏ ଅର୍ଥାତ୍ ଯିଏ ମାୟାର ବଶବର୍ୀ ହୁଏ ତାକୁ ମାୟା କୌଣସି ପ୍ରକାର ବାଧା ଦିଏ ନାହିଁ । କାରଣ ସେ ମାୟାର ବିଶ୍ୱସ୍ତ ଭୃତ୍ୟ ପାଲଟି ଯାଏ । ମାୟାର ଗତି ବଡ ବିଚିତ୍ର । ଦିନକର କଥା । ଭରତଜୀ ଗଣ୍ଡୁକୀ ନଦୀ ଜଳରେ ଛିଡା ହୋଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ପ୍ରସ୍ଥାନ ପାଇଁ ଉଦ୍ୟତ ହେଉଥାନ୍ତି । ଗ୍ରୀଷ୍ମ କାଳର ସୂର୍ଯେ୍ୟାଦୟ ସମୟ । ଗୋଟିଏ ଗର୍ଭବତୀ ହରିଣୀ ପ୍ରାତଃ କାଳରେ ଜଳପାନ କରିବାକୁ ଆସିଥିଲା । ଏହି ସମୟରେ କେଉଁଠାରୁ ଗୋଟିଏ ସିଂହର ଗର୍ଜନ ଶୁଭିଲା । ହରିଣୀ ଭୟ ଭୀତ ହୋଇପଡ଼ିଲା । ସେଠାରେ ଗଣ୍ଡକୀ ନଦୀ ପ୍ରବାହ କ୍ଷୀଣ ଥିଲା । ସେ ନଦୀ ପାର ହେବା ଇଚ୍ଛାରେ ଡିଆଁ ମାରିଲା । ପ୍ରସବ କାଳ ନିକଟ ହୋଇସାରିଥିଲା । ତେଣୁ ଡେଇଁବା ବେଳେ ହରିଣ ଶାବକର ଜନ୍ମ ହୋଇଗଲା ଓ ସେ ନଦୀ ଜଳରେ ପଡିଗଲା । ନଦୀର ବିପରୀତ କୂଳରେ ହରିଣୀ ପଡିବା ମାତ୍ରେ ତାର ମୃତୁ୍ୟ ହୋଇଗଲା ।
ଭରତ ମହାରାଜା ସେହି ମୃଗ ଶାବକକୁ ନଦୀ ଜଳରେ ପଡିବା ଦେଖିଲେ । ସେ ଦୟାବଶତଃ ତାକୁ ଆଶ୍ରମକୁ ନେଇ ନେଇ ଆସିଲେ । ସେ ଭାବିଲେ, “ମୋ ବ୍ୟତୀତ ଏହାର ଆଉ କିଏ ଅଛି । ଏହାର ପାଳନ ପୋଷଣ କରିବା ହିଁ ମୋର ଧର୍ମ । ମୁଁ ଯଦି ଏହାର ଉପେକ୍ଷା କରିବି ତ ଇୟେ ମରିଯିବ । ମୁଁ ହିଁ ଏହାର ପିତା ଓ ମାତା ଅଟେ । ତେଣୁ ମୋତେ ହିଁ ଏହାର ରକ୍ଷା କରିବାକୁ ହେବ ।’’
ମାୟା ସୂକ୍ଷ୍ମ ଭାବରେ ଏହିପରି ମନୁଷ୍ୟାତ୍ମାକୁ କବଳିତ କରେ । ରାଜା ନିଜକୁ ମୃଗ ଶାବକର ରକ୍ଷକ ମନେ କଲେ । ସେ ଏକଥା ବୁଝି ପାରିଲେ ନାହିଁ ଯେ ସମସ୍ତ ପ୍ରାଣୀ କାଳର ଗ୍ରାସ ଅଟନ୍ତି । କେବଳ ଈଶ୍ୱର ହିଁ ସମସ୍ତଙ୍କ ପାଳନ କର୍ା । ମୃଗ ଶାବକକୁ ଜଳରୁ ଉଦ୍ଧାର କରିବା ଭରତଙ୍କ ଧର୍ମ ଥିଲା । ସେ ନିଜକୁ ରକ୍ଷକ ମନେ କରି ତା ସହିତ ଯେଉଁ ସମ୍ବନ୍ଧ ଯୋନ ଦେଲେ ତାହା ତାଙ୍କର କର୍ୃତ୍ୱାଭିମାନ ଥିଲା । ଏହା ମାୟାର ଏକ ରୂପ । ଭରତ ମୃଗ ଶାବକ ପ୍ରତି ଅତ୍ୟନ୍ତ ଆସକ୍ତ ହୋଇ ତାର ଲାଳନ-ପାଳନ କଲେ । ତାକୁ ନିଜ କୋଳରେ ଧରୁଥିଲେ । ତା’ ସହିତ ଅଧିକାଂଶ ସମୟ ଖେଳୁଥିଲେ । ତାଙ୍କ ମନ ଆଉ ପ୍ରଭୁ ସ୍ମରଣରେ ସ୍ଥିର ହେଲା ନାହିଁ । ବାରମ୍ବାର ସେହି ମୃଗ ଶାବକ ତାଙ୍କ ସ୍ମୃତିକୁ ଆସୁଥିଲା । ସେ ଘର ସଂସାର ଛାଡି ସାଧନା ପାଇଁ ଅରଣ୍ୟକୁ ଆସିଲେ । କିନ୍ତୁ ମନରୁ ବିଷୟ ବାସନା ତ୍ୟାଗ ହୋଇ ନଥିଲା । ଏହି ସୂକ୍ଷ୍ମ ବାସନା ହେତୁ ସେ ମନରେ ମୃଗ-ଶାବକକୁ ମନରେ ସ୍ଥାନ ଦେଲେ । ସଂସାର ତ୍ୟାଗ ଏତେ ସହଜ କଥା ନୁହେଁ । ଯେଉଁଠିକି ଗଲେ ମଧ୍ୟ ମନ ମଧ୍ୟରେ ଥିବା ସଂସାର ଉପସ୍ଥିତ ହୋଇଯାଏ । ତେଣୁ ମନରୁ ସଂସାର ତ୍ୟାଗ କରିବା ହିଁ ପ୍ରକୃତ ସନ୍ୟାସ । ମନରେ କାମ ଓ ରାମ ଏକତ୍ର ରହିପାରନ୍ତି ନାହିଁ । ସେହିପରି ଆଲୁଅ ଓ ଅନ୍ଧକାର ଏକତ୍ର ରହିବା ସମ୍ଭବ ନୁହେଁ । କୁହାଯାଏ ଯେ, ତୁଳସୀ ଦୋ ନୋଁ ନହିଁ ରହେଁ, ରବି ରଜନୀ ଇକ ଠାମ୍ ।’’
ପରୋପକାର ମନୁଷ୍ୟର ଧର୍ମ । କିନ୍ତୁ ଏହା ଈଶ୍ୱରୀୟ ବିସ୍ମୃତିର କାରଣ ନ ହେଉ । ପ୍ରତ୍ୟେକ କଥାରେ ଅତିବାଦୀ ହେବା ଅନୁଚିତ । ଜାଗତିକ ବ୍ୟକ୍ତି, ବସ୍ତୁ ଓ ବୈଭବର ଧ୍ୟାନ ଜ୍ଞାନ ଯୋଗ ମାର୍ଗରେ ବିଘ୍ନକାରକ । ବାସନା ନଷ୍ଟ ନ ହେବା ପର୍ଯ୍ୟନ୍ତ ଜ୍ଞାନ ଦୃଢ଼ ହୁଏ ନାହିଁ । ବାସନାରେ ମନ ବାନ୍ଧି ହୋଇଛି । ଭରତଜୀ ମହାଜ୍ଞାନୀ ଥିଲେ ମଧ୍ୟ ବାସନା ହେତୁ ମୃଗ ଶାବକ ମାୟାରେ ପଡିଗଲେ । ମନ ବଶୀଭୂତ ନ ହେବା ପର୍ଯ୍ୟନ୍ତ ଜ୍ଞାନ ସ୍ଥିର ହୁଏ ନାହିଁ । ଯେପର୍ଯ୍ୟନ୍ତ ଜ୍ଞାନୀ ମନ ଓ ବାସନାକୁ ନାଶ କରିପାରେ ନାହିଁ, ସେ ପର୍ଯ୍ୟନ୍ତ ତାର ଈଶ୍ୱରୀୟ ଭକ୍ତି ଓ ସ୍ମୃତିରେ ସ୍ଥିରତା ଆସେ ନାହିଁ । ବାସନାର ବେଗ ଜ୍ଞାନକୁ ଭସାଇ ନିଏ ।
ଜ୍ଞାନୀ ଦୁଇ ପ୍ରକାର । ତୀବ୍ର ପୁରୁଷାର୍ଥ କରୁଥିବା ସାଦକକୁ କୃତୋପାସ୍ତି ଜ୍ଞାନୀ କୁହାଯାଏ । ତାଙ୍କୁ ମାୟା ହଲଚଲ କରିପାରେ ନାହିଁ । ଅକୃତୋପାସ୍ତି ଜ୍ଞାନୀ ପାଇଁ ମାୟା ବିଘ୍ନକାରକ । ବାସନାର ସମୂଳେ ବିନାଶ ନ ହେବା ପର୍ଯ୍ୟନ୍ତ ତ୍ୱାନୁଭବ ହୁଏ ନାହିଁ । ଈଶ୍ୱର ନିଷ୍ଠା ପାଇଁ ଜ୍ଞାନ ଅପେକ୍ଷା ବାସନାର ବିନାଶ ଏକାନ୍ତ ଅପରିହାର୍ଯ୍ୟ । ଭରତ ଚରିତ୍ର ଏହାର ଦୃଷ୍ଟାନ୍ତ ଅଟେ । ମୃଗ ଶାବକ ପ୍ରତି ଭରତ ଜୀ ଏତେ ଆସକ୍ତି ହୋଇଯାଇଥିଲେ ଯେ ସର୍ବଦା ତାକୁ ପାଖରେ ରଖୁଥିଲେ । ତା’ର ଲାଳନ ପାଳନରେ ବ୍ୟସ୍ତ ରହି ଈଶ୍ୱର ଆରାଧନାରୁ ନିବୃ ହୋଇଗଲେ । ଦିନେ ମୃଗ ଶାବକ ଖେଳ କୁଦ କରୁ କରୁ ଅରଣ୍ୟ ମଧ୍ୟକୁ ·ଲିଗଲା । ରାତି୍ରରେ ମଧ୍ୟ ସେ ଫେରିଲା ନାହିଁ । ଭରତ ଚିନ୍ତିତ ହୋଇ ପଡିଲେ ।
କାଳ ବଡ ନିର୍ଦ୍ଧୟୀ । ତେଣୁ କାଳ ସଦା-ସର୍ବଦା ସାବଧାନ ଥାଏ । ନ ହି ପ୍ରତୀକ୍ଷତେ ମୃତୁ୍ୟଃ କୃତମ୍ ଅସ୍ୟ ନ ବା କୃତମ୍ । ମନୁଷ୍ୟ ତାର କାର୍ଯ୍ୟ ସମାପ୍ତ କରିଛି କି ନାହିଁ - ଏକଥା ମୃତୁ୍ୟ କେବେ ଭାବେ ନାହିଁ । ତେଣୁ ପ୍ରତିଟି କ୍ଷଣ ସାବଧାନ ରହିବା ଉଚିତ । ମୃତୁ୍ୟ ପାଇଁ ସର୍ବଦା ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ । ଜୀବନ ଯାତ୍ରାର ପ୍ରତିଟି ମୁହୂର୍ ଆମକୁ ସାବଧାନ ରହିବାକୁ ପଡିବ । ଏହାଦ୍ୱାରା ମୃତୁ୍ୟର ଦ୍ୱାର ଦେଶରେ ଥାଇ ମଧ୍ୟ ଆମେ ବିଚଳିତ ହେବା ନାହିଁ । ମୃତୁ୍ୟ ଆସିବା ପୂର୍ବରୁ ଯେମିତି ଆମ ସକଳ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିବ - ସେପରି ପ୍ରସ୍ତୁତ କରିବାକୁ ହେବ । କାଳ ପ୍ରବାହରେ ଗତି କରି ଭରତ ମୃତୁ୍ୟର ସମୀପକୁ ·ଲି ଆସିଲେ । ତାଙ୍କୁ ମୃଗବାଳକ କଥା ବାରମ୍ବାର ସ୍ମରଣ ହେବାକୁ ଲାଗିଲା । ପରମାତ୍ମା ସ୍ମୃତି ବିସ୍ମୃତ ହୋଇଗଲା । ମୃଗ ଶାବକ କଥା ଚିନ୍ତା କରୁ କରୁ ତାଙ୍କର ପ୍ରାଣ ଶରୀର ତ୍ୟାଗ କରି ·ଲିଗଲା । ଶାସ୍ତ୍ର କହେ ମୃତୁ୍ୟକାଳୀନ ଚିନ୍ତା ଓ ଚେତନା ଆଧାରରେ ପରବର୍ୀ ଜନ୍ମ ନିର୍ଦ୍ଧାରିତ ହୁଏ । ଏହି ନ୍ୟାୟରେ ଭରତ ପରବର୍ୀ ଜନ୍ମରେ ମୃଗ ଶରୀର ଲାଭ କଲେ ବୋଲି ଭାଗବତରେ ବର୍ଣ୍ଣନା କରାଯାଇଛି । ପଶୁ ଯୋନି ପ୍ରାପ୍ତ ହୋଇ ସୁଦ୍ଧା ଭରତଙ୍କ ପୂର୍ବ ଜନ୍ମ କଥା ମନେ ଥିଲା । ତେଣୁ ସେ ଏହି ଜନ୍ମ ବଡ ସତର୍କତା ଓ ସା୍ୱିକ ଭାବରେ ବ୍ୟତୀତ କଲେ । କାଳକ୍ରମେ ମୃଗଦେହ ତ୍ୟାଗ କରି ସେ ଏକ ବ୍ରାହ୍ମଣ ଘରେ ଜନ୍ମ ନେଲେ । ଏହି ଜନ୍ମରେ ମଧ୍ୟ ତାଙ୍କର ପୂର୍ବ ଦୁଇ ଜନ୍ମ କଥା ମନେ ଥିଲା । ପୂର୍ବ ଜନ୍ମରେ ମୃଗ ସହିତ ଆସକ୍ତି ପୂର୍ବକ ସମ୍ବନ୍ଧ ରଖିଥିବାରୁ ତାଙ୍କୁ ପଶୁ ଜନ୍ମ ମିଳିଥିଲା । ଏହି କଥା ସ୍ମରଣ କରି ସେ ନିଷ୍ପି ନେଲେ ଯେ ଏ ଜନ୍ମରେ କାହାରି ସହିତ କଥାବାର୍ା କରିବେ ନାହିଁ । ତେଣୁ ସେ ଜଡ ଭରତ ନାମରେ ପରିଚିତ ହେଲେ ।
(କ୍ରମଶଃ)
Comments
Post a Comment