ଦିବ୍ୟ ଜୀବନ

ଶ୍ରୀ ଅରବିନ୍ଦ

ଦିବ୍ୟ ଜୀବନର ଅର୍ଥ

ମନୁଷ୍ୟ ବର୍ମାନ ଚେତନାର ଯେଉଁ ସ୍ତରରେ ଅଛି ତା’ଠୁଁ ବୃହର ଓ ଉଚ୍ଚତର ଚେତନା ଯୁକ୍ତ ଜୀବନ ହେଉଛି ଦିବ୍ୟ ଜୀବନ । ଦିବ୍ୟ ଜୀବନ ପ୍ରାପ୍ତ ମନୁଷ୍ୟ ସୁଖ ସ୍ବାଚ୍ଛନ୍ଦ୍ୟରେ ସୁନ୍ଦର ଓ ସହଜ ଭାବରେ ଆନନ୍ଦରେ ଜୀବନ ଯାପନ କରିବାକୁ ସକ୍ଷମ ହେବ । ଅତୀତରେ ଓ ବର୍ମାନ ମଧ୍ୟ ଏପରି ଦିବ୍ୟ ଜୀବନ ଲାଭ ପାଇଁ ସାଧନା କରି କେତେକ  ସଫଳତା ପ୍ରାପ୍ତ ହୋଇଛନ୍ତି । କିନ୍ତୁ ଏମାନଙ୍କ ସଂଖ୍ୟା ନଗଣ୍ୟ । ସେମାନଙ୍କ ସାଧନା ସେମାନଙ୍କୁ ଦିବ୍ୟ ଜୀବନରେ ଉଚ୍ଚ ସ୍ତରକୁ ଉନ୍ନୀତ କରାଇଛି ସତ, କିନ୍ତୁ ଏହାଦ୍ୱାରା ମାନବ ସମାଜରେ କିଛି ପରିବର୍ନ ହୋଇ ନାହିଁ । ବର୍ମାନ ମନୁଷ୍ୟ ଜଗତର ଯେପରି ଅବସ୍ଥା ରହିଛି ତାହା ସଂପୂର୍ଣ୍ଣ ବଦଳିଯିବା ଆବଶ୍ୟକ । ଅନେକ ବୁଦ୍ଧିମାନ ମନୁଷ୍ୟ ଏପରି ପରିବର୍ନ ·ହିଁଛନ୍ତି । ତଥାପି କାହିଁକି ଆଜିକାଲିର ଏଇ ଅବା‚ିତ ଅବସ୍ଥା ଆଦୌ ବଦଳି ଯାଉ ନାହିଁ? ବୁଦ୍ଧି ଥାଇ ମଧ୍ୟ ମନୁଷ୍ୟ କାହିଁକି ବୁଝି ପାରୁ ନାହିଁ ଯେ ପରସ୍ପର ପ୍ରତି ସ୍ବାର୍ଥପରତା ଓ ଯୁଦ୍ଧ ଲଢ଼େଇ କରିବା ଦ୍ୱାରା ତା’ର ଅନିଷ୍ଟ ହେଉଛି? ସୁଖ ପାଇ ମଧ୍ୟ ସେ ସୁଖୀ ନୁହେଁ କାହିଁକି? କେହି ଖାଦ୍ୟାଭାବରୁ ଅସୁଖୀ, କାହାର ଖାଦ୍ୟ ଥିଲେ ମଧ୍ୟ ଅସୁଖୀ, ଏପରି କାହିଁକି? ସବୁ ପ୍ରକାର ସୁଖର ଉପାୟ ଆବିଷ୍କାର କରି ମଧ୍ୟ ତା’ର ଦୁଃଖ ଅପସାରିତ ହେଉ ନାହିଁ କାହିଁକି? ଏସବୁ ସମସ୍ୟା ନିରାକରଣ ସେତେବେଳେ ସମ୍ଭବ ଯେତେବେଳେ ମାନବ ସମାଜର ଅଧିକାଂଶ ବ୍ୟକ୍ତି ଦିବ୍ୟ ଜୀବନ ପ୍ରାପ୍ତ ହେବେ ।

ଅତିମାନସ

ଏକଥା ମନେରଖିବାକୁ ହେବ ଯେ ବର୍ମାନ ପର୍ଯ୍ୟନ୍ତ ମନୁଷ୍ୟର ବୁଦ୍ଧି ଅପରିଣତ ଓ ତାର ଜ୍ଞାନ ଅସମ୍ପୂର୍ଣ୍ଣ । ତା’ର ବୁଦ୍ଧି ଓ ଜ୍ଞାନ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରସ୍ଫୁଟିତ ହୋଇ ନାହିଁ । ଏପର୍ଯ୍ୟନ୍ତ କେବଳ ତା’ର ବୁଦ୍ଧିର ପାଖୁଡା ଖୋଲିଛି । କିନ୍ତୁ ବୁଦ୍ଧି ହେଉଛି ଏକ ପ୍ରକାର ଏକ ଚକ୍ଷୁ ବିଶିଷ୍ଟ ଖଣ୍ଡ ଚେତନା । ଏହା ବଳରେ ସେ ନିଜ ବିଷୟ ଓ ନିଜ ସମ୍ବନ୍ଧିତ ବିଷୟ ଖୁବ ଜୋରରେ ଭାବି ପାରେ । ନିଜର ସୁରକ୍ଷା ପାଇଁ ଅନ୍ୟର ବିନାଶର ଉପାୟ ସେ ଚିନ୍ତା କରେ ଓ ଏଥିପାଇଁ ଆଣବିକ ଓ ଦାନବିକ ଅସ୍ତ୍ରାଦିର ଆବିଷ୍କାର କରି ପାରେ । ଏହାଠାରୁ ଅଧିକ କିଛି କରିବାକୁ ସେ ସକ୍ଷମ ନୁହେଁ । ତେଣୁ ବୁଦ୍ଧିଠାରୁ ଆହୁରି ଉପର ସ୍ତରକୁ ଉଠିବାକୁ ହେବ । ଏହି ଉପର ସ୍ତରର ବନ୍ଦ ପାଖୁଡାକୁ ପ୍ରସ୍ଫୁଟିତ କରାଇବାକୁ ହେବ । ମାତ୍ର ଜଣେ ଦୁଇଜଣଙ୍କ ମଧ୍ୟରେ ନୁହେଁ, ଅନେକଙ୍କ ମଧ୍ୟରେ । ବୁଦ୍ଧି ଉପରର ଏହି ସ୍ତର ହେଉଛି “ବିଜ୍ଞାନ”ର ସ୍ତର । ଆମେ ଯାହାକୁ ସାଇନ୍ସ ବୋଲି କହୁ ଏହା ତାହା ନୁହେଁ । ବିଜ୍ଞାନର ଅର୍ଥ ବିଶେଷ ରକମର ଜ୍ଞାନ ଯେଉଁଥିରେ ହିସାବ - ବୁଦ୍ଧିର, ଯୁକ୍ତି - ବି·ରର କୌଣସି ଦରକାର ହୁଏ ନାହିଁ । ଏହା ହେଉଛି ସହଜ ବୋଧର ସ୍ବତଃସ୍ଫୁର୍ ପରିପ୍ରକାଶ ।

ସହଜ ବୋଧ ଦ୍ୱାରା ଜ୍ଞାନର ସ୍ବତଃ ପରିସ୍ଫୁଟନ ହୋଇଥିଲା ଶ୍ରୀରାମ କୃଷ୍ଣଙ୍କ କ୍ଷେତ୍ରରେ । ସେ କୌଣସି ପାର୍ଥିବ ବିଦ୍ୟା ଶିକ୍ଷା କରି ନ ଥିଲେ । ତଥାପି ମଧ୍ୟ ସେ ପ୍ରକାର ଜଟିଳ ପ୍ରଶ୍ନର ସହଜ ଓ ସୁନ୍ଦର ସମାଧାନ କରିପାରୁଥିଲେ । ଏହି “ବିଜ୍ଞାନ” ସମ୍ବନ୍ଧରେ ସାଧାରଣ ମନୁଷ୍ୟ ଧାରଣା କରିବା ପାଇଁ ବର୍ମାନ ପର୍ଯ୍ୟନ୍ତ ସକ୍ଷମ ହୋଇ ନାହିଁ । ତାହା ସେତେବେଳେ ଜ୍ଞାତ ହେବ ଯେତେବେଳେ ଅନ୍ତରରେ ପ୍ରକାଶିତ ହେବ । ତା’ ପୂର୍ବରୁ ଏହାକୁ ଜାଣିବା ସମ୍ଭବ ନୁହେଁ । ପୃଥିବୀରେ ଯେତେବେଳେ କେବଳ ଜଡର ରାଜ୍ୟ ଥିଲା ସେତେବେଳେ ପ୍ରାଣ ସମ୍ବନ୍ଧରେ କାହାରି ଧାରଣା ନ ଥିଲା । ପୃଥିବୀରେ ଯେତେବେଳେ କେବଳ ପଶୁମାନଙ୍କ ରାଜ୍ୟ ସେତେବେଳେ ମନ ଓ ବୁୁଦ୍ଧି କିପରି ଜିନିଷ ସେହି ବିଷୟରେ କୌଣସି ଧାରଣା କରାଯାଇ ପାରୁ ନ ଥିଲା । ମନଃ ସମ୍ପନ୍ନ ମନୁଷ୍ୟମାନେ ଯେ ହଠାତ ପଶୁମାନଙ୍କଠୁଁ ବଡ଼ ହୋଇ ଆବିର୍ଭାବ ହେବେ ଏହା ସେତେବେଳେ କଳ୍ପନାତୀତ ଥିଲା । ଗୋଟିଏ ଗୋଟିଏ ଯୁଗ ଯେତେବେଳେ ପୃଥିବୀରେ ·ଲୁଥାଏ ସେତେବେଳେ ତା’ପର ଯୁଗ ସମ୍ବନ୍ଧରେ ପୂର୍ବରୁ କିଛି ଜଣାଯାଏ ନାହିଁ । ପ୍ରଥମେ ଥିଲା ଜଡର ଯୁଗ, ତାପରେ ଆସିଲା ପ୍ରାଣର ଯୁଗ, ଏବଂ ତା’ପରେ ବର୍ମାନ ମନ ଓ ବୁଦ୍ଧିର ଯୁଗ ଏହି ଭାବରେ ବିବର୍ନର କ୍ରମବିକାଶ ଧୀରେ ଧୀରେ ଆଗେଇ ·ଲିଛି ।

ବର୍ମାନ ମନୁଷ୍ୟ ବୁଦ୍ଧିର ଚରମ ସୀମାରେ ଉପନୀତ । ଏହି ଯାତ୍ରାର ପରବର୍ର୍ୀ ସ୍ତର ହେଉଛି ବିଜ୍ଞାନ ଏବଂ ଏହାର ଉପର ସ୍ତର ହେଉଛି ଅତିମାନସ ବା ଝଙ୍କକ୍ଟ୍ରରକ୍ସ ଜ୍ଞସଦ୍ଭୟ ଏହାର ତାପôର୍ଯ୍ୟ ହେଉଛି ଭଗବାନଙ୍କ ମହାମନ । ଅନ୍ୟ ଅର୍ଥରେ ଯେଉଁ ମନ ନେଇ ଭଗବାନ ତାଙ୍କ କାର୍ଯ୍ୟ କରନ୍ତି ତାହା ହେଉଛି ଅତିମାନସ  । ମଣିଷର ସମସ୍ତ କାର୍ଯ୍ୟ ସାଧାରଣ ମନ ଦ୍ୱାରା ସମ୍ପନ୍ନ ହୋଇଥାଏ । ଭଗବାନ କାର୍ଯ୍ୟ କରନ୍ତି ତାଙ୍କର ଅତିମାନସ ଦ୍ୱାରା । ସେହି ଅତିମାନସ ଜ୍ୟୋତି ଯେତେବେଳେ ମଣିଷମାନଙ୍କ  ମଧ୍ୟରେ ଅବତରି ଆସିବ ସେତେବେଳେ ସେମାନେ ଦିବ୍ୟ ଜୀବନ ଲାଭ କରିବେ । ସେତେବେଳେ ମଣିଷ ବୁଝି ପାରିବ ଯେ ସଂକୀର୍ଣ୍ଣ ମନ-ବୁଦ୍ଧି ଆଧାରରେ ସେ ଏପର୍ଯ୍ୟନ୍ତ ଯାହା କରି ଆସିଥିଲା ତାହା ଥିଲା ତାର ବାଲ୍ୟ ଚପଳତା ଏବଂ ତା’ର ନିଜର ବୋଲି କିିଛି ନାହିଁ । ପ୍ରକୃତରେ ସବୁ କିଛି ହେଲା ଜଣକର । ପ୍ରତ୍ୟେକ ମଣିଷ ସେହି ଜଣକଠୁଁ ଆସିଛି ଓ ସେହି ଜଣକର ଇଚ୍ଛା ହିଁ ପାଳନ କରି ·ଲିଛି । ତାଙ୍କରି କାର୍ଯ୍ୟକୁ ନିଜର ବ୍ୟକ୍ତିଗତ କାର୍ଯ୍ୟ ଓ ତାଙ୍କରି ଶକ୍ତିକୁ ନିଜର ବ୍ୟକ୍ତିଗତ ଶକ୍ତି ବୋଲି ମନେ କରିଆସିଛି । ପ୍ରଚେଷ୍ଟା ଦ୍ୱାରା ଏହା ବୁଝିପାରିବା କଥା ନୁହେଁ । ନିଜ ଭିତରୁ ବୋଧ ନ ଆସିବା ପର୍ଯ୍ୟନ୍ତ ଏହା ବୁଝି ହେବ ନାହିଁ । ଏହି ଜ୍ଞାନ ଯେତେବେଳେ ସବୁ ସମୟରେ ମନରେ ଲାଖି ରହିବ ଓ ତଦନୁସାରେ ମଣିଷର ଜୀବନକାର୍ଯ୍ୟ ପରି·ଳିତ ହେବ ସେବେତେଳେ ଦିବ୍ୟ ଜୀବନ ଯୁଗର ଅୟମାରମ୍ଭ ହେବ । ଶାସ୍ତ୍ର ପୁରାଣରେ ଜଗତର ସେହି ଅବସ୍ଥାକୁ ସତ୍ୟଯୁଗ ବୋଲି କୁହାଯାଇଛି । ତାହା ହେଉଛି ଯୀଶୁଖ୍ରୀଷ୍ଟଙ୍କ କଥିତ ସ୍ବର୍ଗ ରାଜ୍ୟ ଓ ମହାତ୍ମା ଗାନ୍ଧୀଙ୍କ ପରିକଳ୍ପିତ ରାମ ରାଜ୍ୟ ।

ଅବତରଣ ଓ ଆରୋହରଣ :

ଅତିମାନସ ଚେତନାର ଅବତରଣ ଦ୍ୱାରା ମଣିଷମାନଙ୍କ ମଧ୍ୟରେ ଦିବ୍ୟ ଜୀବନର ସ୍ଫୁରଣ ହେବା ଅବଶ୍ୟମ୍ଭାବୀ । କିନ୍ତୁ କୌଣସି ଏକ କି୍ରୟା ଦୁଇ ତରଫରୁ ହେଲେ ତାହା ଯେପରି ସହଜରେ ସମ୍ପନ୍ନ ହୋଇପାରେ ଏକ ତରଫ ହେଲେ ସେପରି ହୁଏ ନାହିଁ । ଭଗବାନଙ୍କ ନିଜ କଥାଗୁଡ଼ିକ ଶୁଣିବାକୁ ପଡିବ । ଅନ୍ୟଥା ସେ ଯେତେ ହିଁ ଚେତନାର ବାଣୀ ଢ଼ାଳନ୍ତୁ ନା କାହିଁକି କିଛି ବି ମସ୍ତିଷ୍କରେ ପ୍ରବେଶ କରିବ ନାହିଁ । ଉଚ୍ଚତର ଅବତରଣ ପାଇଁ ମାନବୀୟ ବୁଦ୍ଧିର ବନ୍ଧନରୁ ନିଜକୁ ମୁକ୍ତ କରିବାକୁ ହେବ । ଏଥିପାଇଁ ପ୍ରତ୍ୟେକଙ୍କୁ ପ୍ରୟାସ କରିବାକୁ ହେବ । ଏହି ପ୍ରଚେଷ୍ଟାର ନାମ ହେଉଛି ଆରୋହଣ ବା ଇଗ୍ଦମରଦ୍ଭଗ୍ଧ  । ମଣିଷ ଯଦି ଉଚ୍ଚ ଚେତାନା ମଧ୍ୟକୁ ଆରୋହଣ କରିବାକୁ ଚେଷ୍ଟା କରେ ତା’ହେଲେ କାର୍ଯ୍ୟ ଖୁବ ଦୃଢ଼ତର ଓ ସହଜ ହୋଇଯିବ । ଉପରର ଚେଷ୍ଟା ପୂର୍ବରୁ ରହିଛି । ଉଚ୍ଚତର ଚେତନା ସମସ୍ତଙ୍କ ମୁଣ୍ଡ ଉପରେ ପ୍ରତୀକ୍ଷା କରିଛି । ବର୍ମାନ ମଣିଷ ମାନଙ୍କ ତରଫରୁ ଆରୋହଣ ଚେଷ୍ଟା ଦରକାର । 

ଆରୋହଣ ଫଳ ସ୍ବରୂପ ଖୁବ୍ ଶ୍ରୀଘ୍ର ଭଗବାନଙ୍କ ସାନ୍ନିଧ୍ୟ ମିଳେ ଓ ବିବର୍ନର ଅନ୍ତିମ ପାହାଚରେ ପହି ହୁଏ । ତା’ନ ହେଲେ ବହୁ ଜନ୍ମ ସେଙ୍ଗ ସେଙ୍ଗ ବହୁ ବିଳମ୍ବ ହୁଏ । ଗୋଟିଏ ଜୀବନରେ କେତୋଟି ବର୍ଷ ଭିତରେ ଅନ୍ତିମ ଲକ୍ଷ୍ୟ ଆଡକୁ ବେଶୀ ଦୂର ଆଗେଇବା ସମ୍ଭବ ନୁହେଁ । କାର୍ଯ୍ୟତଃ ବିବର୍ନର ସ୍ଥିତି ଆରୋହଣ କରି ବାରମ୍ବାର ଜନ୍ମ ଗ୍ରହଣ କରିବାକୁ ହୋଇଥାଏ । ସମସ୍ତ ମନୁଷ୍ୟ ସମାନ ନୁହନ୍ତି, ତାହାର କାରଣ ବିବର୍ନ ପଥରେ କିଏ ବା କିଛି ଦୂର ଆଗେଇ ଯାଇଛି, କିଏ ବା ପଛେଇ ଯାଇଛି । କିନ୍ତୁ ସେମାନେ ଅର୍ଥାତ ସେମାନଙ୍କର ଆତ୍ମା ଯୋଗ ସାଧନା ଦ୍ୱାରା ଦ୍ରୁତ ଭାବରେ ଅନେକ ଆଗେଇ ଯାଇପାରେ, ଦଶ ଜନ୍ମର କାର୍ଯ୍ୟ ଗୋଟିଏ ଜନ୍ମ ଭିତରେ ହୋଇପାରେ । ତେଣୁ ଯୋଗ ହିଁ ମନୁଷ୍ୟ ପକ୍ଷରେ ଆରୋହଣର ସର୍ବୋକୃଷ୍ଟ ଓ ଶୀଘ୍ରତମ ପନ୍ଥା ।

(ବି:ଦ୍ର: ଶଂସିତ ପ୍ରବନ୍ଧଟି ଶ୍ରୀ ପଶୁପତି ଭଟ୍ଟା·ର୍ଯ୍ୟଙ୍କ ବଙ୍ଗଳା ଭାଷାରେ ରଚିତ “ବାଂଲାର ମହାପୁରୁଷ ଶ୍ରୀ ଅରବିନ୍ଦ” ପୁସ୍ତକ  ସହାୟତାରେ ସମ୍ପାଦିତ)

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର