ଚତୁର୍ଦଶୋଽଧ୍ୟାୟଃ

ଗୁଣତ୍ରୟ ବିଭାଗଯୋଗଃ

ଈଶ୍ୱରୀୟ ଜ୍ଞାନର ମହିମା

ପରଂ ଭୂୟଃ ପ୍ରବକ୍ଷାମି  ଜ୍ଞାନାନାଂ ଜ୍ଞାନମୁମମ୍ ।

ଯଜ୍ଜ୍ଞାତ୍ୱା ମୁନୟଃ ସର୍ବେ ପରାଂ ସିଦ୍ଧିମିତୋ ଗତାଃ ।ା୧ାା

ଇଦଂ ଜ୍ଞାନମୁପାଶ୍ରିତ୍ୟ ମମ ସାଧର୍ମ୍ୟମାଗତାଃ ।

ସର୍ଗେଽପି ନୋପଜାୟନ୍ତେ ପ୍ରଳୟେ ନ ବ୍ୟଥନ୍ତି ଚ ।ା୨ାା

 ଅର୍ଥ : ସମସ୍ତ ଜ୍ଞାନ ମଧ୍ୟରେ ଶ୍ରେଷ୍ଠ ଓ ପରମ ଜ୍ଞାନ ପୁନର୍ବାର କହୁଛି, ଯାହାକୁ ଜାଣି ସମସ୍ତ ମୁନିଗଣ ଏହି ଦେହ ବନ୍ଧନରୁ ମୁକ୍ତ ହୋଇ ପରମ ଗତି (ସିଦ୍ଧି) ପ୍ରାପ୍ତ ହୋଇଛନ୍ତି ।ା୧ାା ଯେଉଁମାନେ ଏହି ଜ୍ଞାନର ଆଶ୍ରୟ ନିଅନ୍ତି ସେମାନେ ମୋର ସଧର୍ମତା ପ୍ରାପ୍ତ ହୋଇ ସୃଷ୍ଟି ସମୟରେ ଜନ୍ମ ହୁଅନ୍ତି ନାହିଁ କି ପ୍ରଳୟ କାଳରେ ବ୍ୟଥିତ ହୁଅନ୍ତି ନାହିଁ ।ା୨ାା

ବ୍ୟାଖ୍ୟା : ପରମାତ୍ମାଙ୍କ ସାଧର୍ମ୍ୟ ଲାଭ, ସାରେ ଓ ପ୍ରକୃତିରେ ପରମାତ୍ମାଙ୍କ ସହିତ ଏକ ହେବା, ଗୀତା ଅନୁସାରେ ଏହା ହିଁ ଅମୃତତ୍ୱ ବା ପରମ ସିଦ୍ଧି । ଯେଉଁ ଜ୍ଞାନ ଦ୍ୱାରା ଏହି ସିଦ୍ଧି ଲାଭ ହୋଇଥାଏ, ତାକୁ ଗୀତା ଶ୍ରେଷ୍ଠ ଜ୍ଞାନ କହିଛି । ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା ପ୍ରଦ ହୋଇଥିବାରୁ ଏହାକୁ ଈଶ୍ୱରୀୟ ଜ୍ଞାନ ମଧ୍ୟ କୁହାଯାଏ । ତ୍ରୟୋଦଶ ଅଧ୍ୟାୟରେ ପୁରୁଷ ଓ ପ୍ରକୃତି ତଥା ଜୀବାତ୍ମା ଓ ପରମାତ୍ମା ମଧ୍ୟରେ ପ୍ର୍ରଭେଦ ନିର୍ଣ୍ଣୟ କରି ଆଲୋଚନା କରାଯାଇଥିଲା । ଜୀବାତ୍ମା ପ୍ରକୃତିର ଗୁଣଗୁଡିକୁ ଭୋଗ କରି ବଦ୍ଧ ହୁଏ । ପ୍ରକୃତିର ଗୁଣ ସମୂହ ପରମାତ୍ମାଙ୍କୁ  ବଦ୍ଧ କରିପାରେ  ନାହିଁ । କାରଣ ସେ ହେଉଛି ଅଜନ୍ମା, ଅଶରୀରୀ, ଅକର୍ା ଓ ଅଭୋକ୍ତା । ଏହା ହେଉଛି ସେହି ଶ୍ରେଷ୍ଠ ଜ୍ଞାନ । ଏହି ରୂପେ ପରମାତ୍ମାଙ୍କୁ ଜାଣି ଜୀବାତ୍ମା ତାଙ୍କର ସ୍ୱରୂପ ଓ ସାଧର୍ମ୍ୟ ଲାଭ କରି ପାରିବ । ମୃତୁ୍ୟ ପରେ ମଧ୍ୟ ବର୍ମାନ ରହିବା ଅମୃତତ୍ୱ ନୁହେଁ , କାରଣ ସମସ୍ତ ଜୀବାତ୍ମା ଏହି ରୂପରେ ଅମର । ଜୀବାତ୍ମା ବାରମ୍ବାର  ଜନ୍ମ ଗ୍ରହଣ କରେ । ବିଭିନ୍ନ ନାମ ରୂପରେ ଶରୀର ଧାରଣ କରେ । କିନ୍ତୁ ସେ ନାମ ରୂପର ଉଦ୍ଧ୍ୱର୍କୁ ଉଠିପାରେ ନାହିଁ । ପରମାତ୍ମା ପ୍ରତି କଳ୍ପରେ ଯେଉଁ ଶରୀରରେ ଅବତରଣ କରନ୍ତି ସେ ତା'ର ନାମ ରୂପରେ ନିଜକୁ ସଂପୃକ୍ତ କରନ୍ତି ନାହିଁ । କାରଣ ସେ ପ୍ରକୃତିର ବଶୀଭୂତ ନୁହନ୍ତି । ଅନ୍ୟ ଶରୀରରେ ଅବସ୍ଥାନ କରି ମଧ୍ୟ ସେ ନିଜର ଈଶ୍ୱରୀୟ ସ୍ୱରୂପକୁ ବିସ୍ମୃତ ହୁଅନ୍ତି ନାହିଁ । ପରମାତ୍ମାଙ୍କ ପରି ନିଜର ଆତ୍ମିକ ସ୍ୱରୂପକୁ ନିତ୍ୟ ନିରନ୍ତର ସ୍ମରଣ ରଖିବା ହେଉଛି ପ୍ରକୃତ ଅମୃତତ୍ୱ । ବ୍ରହ୍ମସାରେ ଜୀବାତ୍ମା ଲୟ ହେବାକୁ ମୁକ୍ତି ବୋଲି ଗୀତା ସ୍ୱୀକାର କରି ନାହିଁ । ସା ଓ ଧର୍ମରେ ପରମାତ୍ମାଙ୍କ ସହିତ ଏକ ହୋଇ ତାଙ୍କ ମଧ୍ୟରେ ବାସ କରିବା; ଏହା ହେଉଛି ଗୀତା ଅନୁସାରେ ଶ୍ରେଷ୍ଠ ମୁକ୍ତି, ପରମ ସିଦ୍ଧି ଓ ଅମୃତତ୍ୱ ।

ପ୍ରତି ଚତୁର୍ଯୁଗରେ ଗୋଟିଏ କଳ୍ପ ହୁଏ । କଳ୍ପ  ଆରମ୍ଭକୁ ସର୍ଗ କୁହାଯାଏ । କଳ୍ପର ଶେଷ ସମୟରେ ପ୍ରକୃତିରେ ଏକ ବିରାଟ ହଲଚଲ ସୃଷ୍ଟି ହୁଏ । ଭୀଷଣ ବୃଷ୍ଟିପାତ ସାଙ୍ଗକୁ ସାମୁଦ୍ରିକ ତୋଫାନ ହେତୁ ପୃଥିବୀର ଅଧିକାଂଶ ଭାଗରେ ଜଳପ୍ଳାବନ ହୋଇଯାଏ । ଆଣବିକ ଯୁଦ୍ଧ ଏହାର କାରଣ । ଏହା ମହାଭାରତ ଯୁଦ୍ଧ ବା ମହାବିନାଶ । କଳ୍ପାନ୍ତରେ ପୃଥିବୀର ଅଧିକାଂଶ ଅଳ ଜଳପ୍ଳାବନ ଦ୍ୱାରା ଆଚ୍ଛାଦିତ ହେବା ପ୍ରକରଣକୁ ପୁରାଣକାରମାନେ ପ୍ରଳୟ ନାମରେ ନାମିତ କରିଛନ୍ତି । ଏହି ପ୍ରଳୟ ସେ୍ୱ ମଧ୍ୟ ପୃଥିବୀର କିଛି ଅଳ ଅକ୍ଷତ ରହେ । ଯେଉଁମାନେ ଈଶ୍ୱରୀୟ ଜ୍ଞାନ ଅନୁସରଣ କରି ପରମାତ୍ମାଙ୍କୁ ପ୍ରତ୍ୟକ୍ଷ କରିଥାନ୍ତି ସେହିମାନଙ୍କୁ ଏହି ପ୍ରଳୟ କୌଣସି ବ୍ୟଥା ପହାଇ ପାରେ ନାହିଁ । ସେମାନେ ଅକ୍ଷତ ଅବସ୍ଥାରେ ପ୍ରଳୟ ପୟୋଧିକୁ ଅତିକ୍ରମ କରି ଯାଆନ୍ତି । ଅନ୍ୟମାନଙ୍କ ପରି ସେମାନଙ୍କୁ ସର୍ଗରେ ବା କଳ୍ପ ଆରମ୍ଭରେ ଜନ୍ମ ନେବାକୁ ପଡେନାହିଁ । ସେମାନେ କଳ୍ପାରମ୍ଭ ବା ସତ୍ୟଯୁଗୀୟ ଆତ୍ମାମାନଙ୍କୁ ଜନ୍ମ ଦେବା ପାଇଁ ନିମି(କାରଣ) ହୋଇ ଯାଆନ୍ତି । ସର୍ଗେଽପିନୋପଜାୟନ୍ତେ ।ା୧୪/୨ାା  ଅନ୍ୟ ପ୍ରକାରେ ବିଚାର କଲେ ପରମାତ୍ମାଙ୍କ ସଧର୍ମତା ପ୍ରାପ୍ତ ବ୍ୟକ୍ତି ପାଇଁ ଜନ୍ମ ଓ ମୃତୁ୍ୟ ଅର୍ଥହୀନ ।ା୧୪/୨ାା

ପ୍ରକୃତି ଓ ପୁରୁଷର ସଂଯୋଗରୁହିଁ ଜଗତର ଉପôି

ମମ ଯୋନିର୍ମହଦ୍ ବ୍ରହ୍ମ ତସ୍ମିନ୍ ଗର୍ଭଂ ଦଧାମ୍ୟହମ୍ ।

ସମ୍ଭବଃ ସର୍ବଭୂତାନାଂ ତତୋ  ଭବତି ଭାରତ ାା ୩ ।ା

ସର୍ବଯୋନିଷୁ କୌନ୍ତେୟ ମୂର୍ୟଃ ସମ୍ଭବନ୍ତି ଯାଃ ।

ତାସାଂ ବ୍ରହ୍ମ ମହଦ୍ଯୋନିରହଂ ବୀଜପ୍ରଦଃ ପିତା ।ା ୪ାା

 ଅର୍ଥ : ହେ ଭାରତ ! ପ୍ରକୃତି ମୋର ଗର୍ଭାଧାନର ସ୍ଥାନ ହୋଇଥିବାରୁ ସେଥିରେ ମୁଁ ବୀଜ ନିକ୍ଷେପ କରେ । ତାହାଠାରୁ ସମସ୍ତ ଭୂତର ଉପôି ହୁଏ ।ା ୩ ।ା ହେ କୌନ୍ତେୟ ! ସମସ୍ତ ଯୋନିରେ ଯେଉଁ ସମସ୍ତ ଶରୀରଧାରୀ ପ୍ରାଣୀ ଉପôନ୍ନ ହୁଅନ୍ତି ସେମାନଙ୍କ ଗର୍ଭାଧାନ ସ୍ଥାନ ହେଉଛି ପ୍ରକୃତି ଓ ମୁଁ ଗର୍ଭାଧାନକର୍ା ପିତା ।ା ୪ ।ା

ବ୍ୟାଖ୍ୟା : ପ୍ରକୃତିର ସୃଜନୀ ଶକ୍ତି ଦ୍ୱାରା ସମସ୍ତ ଜୀବ ଜଗତ ଉପôନ୍ନ ହୁଅନ୍ତି । ଏଠାରେ ""ମହଦ୍ ବ୍ରହ୍ମ'' ଶବ୍ଦଟି ମୂଳ ପ୍ରକୃତିର ପର୍ଯ୍ୟାୟବାଚୀ । ପ୍ରକୃତିର ପଭୂତରୁ ମନୁଷ୍ୟ ଆଦି ସମସ୍ତ ଶରୀରର ସୃଷ୍ଟି ହୁଏ । ତେଣୁ ସମସ୍ତଙ୍କ ଉପôିର ଉପାଦାନ କାରଣ ବା ଆଧାର ହୋଇଥିବାରୁ ପ୍ରକୃତିକୁ "ଯୋନି' (ଗର୍ଭାଶୟ) କୁହାଯାଇଛି । ମହାବିନାଶ ସମୟରେ ସମସ୍ତ ଆତ୍ମା ପରମାତ୍ମାଙ୍କ ସହିତ ପରମଧାମକୁ ଯାଆନ୍ତି । ସେମାନଙ୍କ ସ୍ଥୂଳ ଓ ସୂକ୍ଷ୍ମ ଶରୀର ପ୍ରକୃତିରେ ଲୀନ ହୋଇଯାଏ ଓ ମହାସର୍ଗ ବା କଳ୍ପ ଆରମ୍ଭରେ ପ୍ରକୃତି ସେମାନଙ୍କୁ ପ୍ରାରବ୍ଧକର୍ମାନୁସାରେ ସେମାନଙ୍କ ପାଇଁ ଉଦ୍ଧିଷ୍ଟ ଶରୀର ଉପôନ୍ନ କରି ପ୍ରଦାନ କରେ (ଗୀ-୯/୭) । ସପ୍ତମ  ଅଧ୍ୟାୟରେ ପ୍ରକୃତିସ୍ଥ ଚିନ୍ମୟ ସା ବା ସୃଜନୀ ଶକ୍ତିକୁ "ପରା ପ୍ରକୃତି' କୁହାଯାଇଥିଲା । ପ୍ରକୃତିର ସେହି ପରା ଶକ୍ତିକୁ ଏଠାରେ "ଗର୍ଭ'ର ପର୍ଯ୍ୟାୟବାଚୀ ଶବ୍ଦ ରୂପେ ବ୍ୟବହାର କରା ଯାଇଛି । ପ୍ରକୃତରେ ପରମାତ୍ମାଙ୍କୁ ପ୍ରତ୍ୟକ୍ଷ ଭାବରେ କିଛି କରିବାକୁ ପଡେ ନାହିଁ । ତାଙ୍କ ଅଧ୍ୟକ୍ଷତାରେ ପ୍ରକୃତି ସବୁ କିଛି କରେ (୯/୧୦) । ସେ ଏପରି ବ୍ୟବସ୍ଥା କରିଛନ୍ତି ଯେ ସବୁ କିଛି ଆପଣା ଛାଏଁ ହୋଇ ଯାଉଥାଏ । ବିଭିନ୍ନ ଯୋନିରେ ସୃଷ୍ଟି ହେଉଥିବା ଶରୀର ସମୂହର ଉପାଦାନ କାରଣ ଓ ଗର୍ଭାଧାନର ଆଧାର ହେତୁ ମୂଳ ପ୍ରକୃତି ସମସ୍ତଙ୍କ ମାତା ତୁଲ୍ୟ । ପ୍ରକୃତି ସହିତ ଚୈତନ୍ୟ ଆତ୍ମା ବା ପୁରୁଷର ସଂଯୋଗ ହେଲେ ଜୀବ ସମୂହ ଜୀବନ ଲାଭ କରନ୍ତି । ପରମାତ୍ମାଙ୍କ ପରା ଶକ୍ତି  ହେତୁ ଆତ୍ମା ଚେତନା ଲାଭ କରିଥିବାରୁ ତାଙ୍କର ସନ୍ତାନ କଥିତ ହୁଏ । ଏହି  ଚିତ ଶକ୍ତି ରୂପକ ବୀଜ ସ୍ଥାପନ ଦ୍ୱାରା ଆତ୍ମା ପ୍ରକୃତି ଦ୍ୱାରା ସୃଷ୍ଟ ଶରୀରରେ ପ୍ରବେଶ କରିବା ପୂର୍ବକ ପ୍ରାରବ୍ଧ କର୍ମଫଳ ଭୋଗ କରିପାରେ । ତେଣୁ ପରମାତ୍ମାଙ୍କୁ ବୀଜ ପ୍ରଦ ପିତା ବୋଲି କୁହାଯାଇଛି ।ା ୩-୪ ।ା

ସ୍ୱ, ରଜ ଏବଂ ତମ ଗୁଣର ସ୍ୱରୂପ ଓ କାର୍ଯ୍ୟ

ସ୍ୱଂ ରଜସ୍ତମ ଇତି ଗୁଣାଃ ପ୍ରକୃତିସମ୍ଭବାଃ ।

ନିବଧ୍ନନ୍ତି ମହାବାହୋ ! ଦେହେ ଦେହିନମବ୍ୟୟମ୍ ।ା ୫ ।ା

ତତ୍ର ସ୍ୱଂ ନିର୍ମଳତ୍ୱାତ୍ ପ୍ରକାଶକମନାମୟମ୍ ।

ସୁଖସେଙ୍ଗନ ବଧ୍ନାତି ଜ୍ଞାନସେଙ୍ଗନ ଚାନଘ ।ା ୬ ।ା

ରଜୋ ରାଗାତ୍ମକଂ ବିଦ୍ଧି ତୃଷ୍ଣାସଙ୍ଗସମୁଦ୍ଭବମ୍ ।

ତନ୍ନିବଧ୍ନାତି କୌନ୍ତେୟ ! କର୍ମସେଙ୍ଗନ ଦେହିନମ୍ ।ା ୭ ।ା

ତମସ୍ତ୍ୱଜ୍ଞାନଜଂ ବିଦ୍ଧି ମୋହନଂ ସର୍ବଦେହିନାମ୍ ।

ପ୍ରମାଦାଳସ୍ୟନିଦ୍ରାଭିସ୍ତନ୍ନିବଧ୍ନାତି ଭାରତ ।ା ୮ ।ା

ସ୍ୱଂ ସୁଖେ ସଞ୍ଜୟତି ରଜଃ କର୍ମଣି ଭାରତ ।

ଜ୍ଞାନମାବୃତ୍ୟ ତୁ ତମଃ ପ୍ରମାଦେ ସଞ୍ଜୟତୁ୍ୟତ ।ା ୯ ।ା

ରଜସ୍ତମଶ୍ଚାଭିଭୂୟ ସ୍ୱଂ ଭବତି ଭାରତ  ।

ରଜଃସ୍ୱଂ ତମଶ୍ଚୈବ ତମଃ ସ୍ୱଂ ରଜସ୍ତଥା ।ା ୧୦ ।ା

ଅର୍ଥ : ହେ ମହାବାହୁ ! ପ୍ରକୃତିରୁ ଜାତ ସ୍ୱ, ରଜ ଓ ତମ ଗୁଣତ୍ରୟ ଅବିନାଶୀ ଜୀବାତ୍ମାକୁ ଦେହରେ ଆବଦ୍ଧ କରି ରଖେ ।ା ୫ ।ା ହେ ନିଷ୍ପାପ ! ଏହି ଗୁଣ ସମୂହ ମଧ୍ୟରେ ସ୍ୱଗୁଣ ତା'ର ନିର୍ମଳତା ପାଇଁ ଜ୍ଞାନ ପ୍ରକାଶର କାରଣ ହୁଏ ଓ ପ୍ରକୃତିରେ କୌଣସି ବ୍ୟାଧି ଓ ଯନ୍ତ୍ରଣାର ସୃଷ୍ଟି କରେନାହିଁ । ତାହା ସୁଖ ଓ ଜ୍ଞାନ ପ୍ରତି ଆସକ୍ତି ଦ୍ୱାରା ବନ୍ଧନ କରେ ।ା ୬ ।ା ହେ କୌନ୍ତେୟ ! ରଜୋଗୁଣକୁ ତୁମେ ଅନୁରାଗାତ୍ମକ ବୋଲି ଜାଣ (ଅନୁରାଗର ଆକର୍ଷଣ ଏହାର ମୂଳ ସ୍ୱରୂପ)  । ତୃଷ୍ଣା ଓ ଆସକ୍ତିରୁ ଏହାର ଉପôି; ତାହା ଦେହଧାରୀକୁ କର୍ମାସକ୍ତି ଦ୍ୱାରା ବନ୍ଧନ କରେ ।ା୭ାା ହେ ଭାରତ ! ଅଜ୍ଞାନରୁ ତମୋ ଗୁଣ ଉପôନ୍ନ ହୁଏ ଜାଣ  । ତେଣୁ ତାହା ସମସ୍ତ ଦେହଧାରୀକୁ ମୋହଗ୍ରସ୍ତ କରାଏ ଓ ପ୍ରମାଦ, ଆଳସ୍ୟ ତଥା ନିଦ୍ରା ଦ୍ୱାରା ବନ୍ଧନ କରେ ।ା ୮ ।ା ହେ ଭରତ ! ସ୍ୱ ଗୁଣ ସୁଖରେ ଓ ରଜଗୁଣ କର୍ମରେ ଆସକ୍ତି କରେ । ପରନ୍ତୁ ତମ ଗୁଣ ଜ୍ଞାନକୁ ଆବୃତ କରି ପ୍ରମାଦରେ ସଂଯୁକ୍ତ କରେ ।ା ୯ ।ା ହେ ଭାରତ ! ସ୍ୱଗୁଣ, ରଜ ଓ ତମ ଗୁଣକୁ ଅଭିଭୂତ କରି ପ୍ରବଳ ହୁଏ; ରଜଗୁଣ, ସ୍ୱ ଓ ତମଗୁଣକୁ ଅଭିଭୂତ କରି ପ୍ରବଳ ହୁଏ ଏବଂ ତମଗୁଣ, ସ୍ୱ ଓ ରଜ ଗୁଣକୁ ଅଭିଭୂତ କରି ପ୍ରବଳ ହୁଏ ।ା୧୦ ।ା

ବ୍ୟାଖ୍ୟା : ସ୍ୱ, ରଜ ଓ ତମ – ଏହି ତିନି ଗୁଣ ପ୍ରକୃତିଜାତ । ତିନିଗୁଣର ତାରତମ୍ୟ ହେତୁ ପ୍ରତ୍ୟେକ ଆତ୍ମାର କର୍ମ ଓ ସଂସ୍କାର ଭିନ୍ନ ଭିନ୍ନ ହୁଏ । ଏହି ଗୁଣତ୍ରୟ ହେତୁ ଅବିନାଶୀ ଜୀବାତ୍ମା ବିନାଶୀ ଦେହର ବନ୍ଧନରେ ବାନ୍ଧି ହୋଇଯାଏ । ଅର୍ଥାତ୍ ତ୍ରିଗୁଣ ଦ୍ୱାରା ଆବଦ୍ଧ ଆତ୍ମାର ଦେହାଭିମାନ ହେତୁ କରୁଥିବା ଯାବତୀୟ କର୍ମ ତା ପାଇଁ ବନ୍ଧନର କାରଣ ହୁଏ । ଏଥିପାଇଁ ଆତ୍ମା କ୍ରମଶଃ ବିକାରଗ୍ରସ୍ତ ହୋଇ ପଡ଼େ । ସେ ନିଜର ଅବିନାଶୀ ସ୍ୱରୂପକୁ ଭୁଲି ଯାଏ । ନିଜକୁ ଦେହ ମନେକରୁଥିବାରୁ ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, କ୍ରିୟା, ବୈଭବ ଆଦିର ପ୍ରଭାବରେ ପ୍ରଭାବିତ ହୁଏ । ଶରୀର ଜନିତ ରୋଗ ଦୁଃଖ, ଶୋକ, ଜରା, ମୃତୁ୍ୟକୁ ନିଜର ମନେକରେ  । ଫଳରେ ସେ ତାର ସତ୍ ଚିତ୍ ଓ ଆନନ୍ଦ ସ୍ୱରୂପକୁ ଉପଲବ୍ଧି କରିପାରେ ନାହିଁ । ତେଣୁ ଏହି ତିନି ଗୁଣର ସ୍ୱରୂପ ଓ କାର୍ଯ୍ୟକୁ ଯଥାର୍ଥ ଭାବରେ ଜାଣି ସେମାନଙ୍କ ବନ୍ଧନରୁ ମୁକ୍ତ ହେଲେ ସ୍ୱତଃ ସିଦ୍ଧ ଭାବରେ ପରମାତ୍ମା ତ୍ୱ ପ୍ରାପ୍ତି ସମ୍ଭବ ।

ସ୍ୱ ଗୁଣର ସ୍ୱରୂପ : ପୂର୍ବ ବର୍ଣ୍ଣିତ ତିନି ଗୁଣ ମଧ୍ୟରୁ ଏହାର  ସ୍ୱରୂପ ସର୍ବଥା ନିର୍ମଳ । ଏହା ସମସ୍ତ ପ୍ରକାର ଦୋଷରୁ ମୁକ୍ତ ହୋଇଥିବାରୁ ସ୍ୱଚ୍ଛ ଓ ବିକାର ରହିତ । ତେଣୁ ଏହା ପ୍ରକାଶକ । ଏଠାରେ ପ୍ରକାଶ ଶବ୍ଦ ଜ୍ଞାନର ପର୍ଯ୍ୟାୟବାଚୀ । ସ୍ୱଗୁଣ ଜ୍ଞାନମାର୍ଗରେ ପରିଚାଳିତ କରେ । ସ୍ୱଗୁଣ ବୃଦ୍ଧି ହେଲେ ବ୍ୟକ୍ତିର ଅନ୍ତଃକରଣ ଶୁଦ୍ଧ ହୁଏ ଓ ମନୋବିକାର ସମୂହ ଦୂର ହୋଇ ମନ ଓ ବୁଦ୍ଧିରେ ସ୍ଥିରତା ଆସେ । ଏହାଦ୍ୱାରା ବ୍ୟକ୍ତି ପରମ ଶାନ୍ତି  ଅନୁଭବ କରେ । ଯେତେବେଳେ ମଣିଷର ମନ ନିର୍ମଳ, ସ୍ୱଚ୍ଛ, ବିକାର ଶୂନ୍ୟ ଓ ବିକ୍ଷେପମୁକ୍ତ ହୋଇଯାଏ ସେତେବେଳେ ତା'ମଧ୍ୟରେ ଆତ୍ମଜ୍ୟୋତି ପ୍ରଜ୍ଜ୍ୱଳିତ ହୁଏ । ଅନ୍ୟ ଅର୍ଥରେ ଏହାକୁ ଜ୍ଞାନ ନେତ୍ର କୁହାଯାଇପାରେ । ପରମାତ୍ମାଙ୍କୁ ଜାଣିବା, ବୁଝିବା ଓ ପ୍ରତ୍ୟକ୍ଷ ଅନୁଭବ କରିବା ପାଇଁ ଜ୍ଞାନ  ହେଉଛି ଏକମାତ୍ର ମାଧ୍ୟମ । ସ୍ୱ ଗୁଣ ବୃଦ୍ଧି ହେଲେ ମଣିଷ ବିଷୟ ବାସନାରୁ ନିବୃ ହୁଏ । ଭୌତିକ ସୁଖ ସାଧନାରୁ ବିରକ୍ତ ମନ ପରମାତ୍ମାନୁରକ୍ତ ହୁଏ । ଏଥିପାଇଁ ସ୍ୱଗୁଣକୁ "ପ୍ରକାଶକ' କୁହାଯାଇଛି ।

ସ୍ୱଗୁଣ ଦୁଇ ପ୍ରକାର – (୧) ସ୍ୱ ପ୍ରଧାନ (୨) ସ୍ୱ ସାମାନ୍ୟ । ସ୍ୱପ୍ରଧାନ ବୁଦ୍ଧି ଅନାସକ୍ତ ହୁଏ । ସ୍ୱ ସାମାନ୍ୟ ବୁଦ୍ଧି ବେଳେ ବେଳେ ସୁଖାସକ୍ତି ଓ ଜ୍ଞାନାସକ୍ତି ଦ୍ୱାରା ବ୍ୟକ୍ତିକୁ ଅଭିମାନୀ କରିଦିଏ । ଅଭିମାନ ପୁରୁଷାର୍ଥ ମାର୍ଗରେ ବିଘ୍ନକାରକ । ସ୍ୱ ଗୁଣ ଦ୍ୱାରା ଯେଉଁ ସୁଖ ପ୍ରାପ୍ତି ହୁଏ ତାକୁ ସା୍ୱିକ ସୁଖ କୁହାଯାଏ । ଏହା ଗୀତାର ଅଠର ଅଧ୍ୟାୟର ଛତିଶ ଓ ସଇଁତିରିଶ ଶ୍ଳୋକରେ ବର୍ଣ୍ଣିତ ହୋଇଛି । ଏହି ସୁଖ ଭୋଗ ଦ୍ୱାରା ତା'ପ୍ରତି କେତେକଙ୍କ ମନରେ ସା୍ୱିକ ଅନୁରାଗ ଉପôନ୍ନ ହୁଏ । ଏହି ସୁଖ କୌଣସି କାରଣରୁ ଖଣ୍ଡିତ ହେଲେ ସେମାନଙ୍କ ମନ ବିଷର୍ଣ୍ଣ ହୋଇଯାଏ । ତାହା ପ୍ରାପ୍ତି ପାଇଁ ମନ ବ୍ୟାକୁଳ ହୋଇ ପଡେ । ସ୍ୱ ଗୁଣରେ ବ୍ୟକ୍ତି ଏହିପରି ବାନ୍ଧି ହୋଇଯାଏ । ସେହିପରି ସ୍ୱ ଗୁଣରୁ ଉପôନ୍ନ ଜ୍ଞାନ ବେଳେ ବେଳେ ବ୍ୟକ୍ତିକୁ ଅଭିମାନୀ କରିଦିଏ । ସେ ଅନ୍ୟମାନଙ୍କଠାରୁ ନିଜକୁ ଶ୍ରେଷ୍ଠ ଭାବେ । ସେ ସମଦର୍ଶୀ ହୋଇପାରେ ନାହିଁ । ବୁଦ୍ଧିରେ ସମତା ନ ରହିଲେ ମନ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ପାରିବ ନାହିଁ । ଜ୍ଞାନ ପ୍ରତି ଆସକ୍ତି ବ୍ୟକ୍ତିଠାରେ ପାଣ୍ଡିତ୍ୟ ପ୍ରଦର୍ଶନର ବୃି ଜାଗ୍ରତ କରେ । ଏହାଦ୍ୱାରା ସେ ଜ୍ଞାନ ବିଳାସୀ ହୋଇପଡେ  । ଭୋଗ ଓ ବିଳାସ ମଧ୍ୟରେ ଦୁଃଖ ଲୁଚି ରହିଥାଏ । କିନ୍ତୁ ଆସକ୍ତି ହେତୁ ବ୍ୟକ୍ତି ତାକୁ ସୁଖ ଭାବି ଆକଣ୍ଠ ଭୋଗରେ ରତ ରହେ । ଦୁଃଖକୁ ସୁଖ ପ୍ରାୟ ମଣି .... । ସେ ଭୁଲି ଯାଏ ଯେ ଏହି ଜ୍ଞାନ ବା ସୁଖ ଭୋଗ ତା'ର ଜୀବନର ଲକ୍ଷ୍ୟ ନୁହେଁ ।  କାରଣ ଏହା କାଳର ଅଧୀନ ହେତୁ ପରିବର୍ନଶୀଳ । ଆଜି ଅଛି,ଆସନ୍ତାକାଲି ନ ଥିବ ।""କାଳର ବଶ ଏ ଜଗତ, ପ୍ରାଣୀଏ କାଳର ଆୟ, ସେ କାଳ ବଶେ ସର୍ବେ ଚଳି, ପବନେ ଯେହ୍ନେଁ ଘନାବଳି –''ାା(ଭାଗବତ) ।ା ପରମାତ୍ମା କାଳାତୀତ । ତେଣୁ ତାଙ୍କୁ ଜୀବନର ଲକ୍ଷ୍ୟ ଭାବି ସ୍ୱ ଗୁଣରୁ ଉପôନ୍ନ ସୁଖ ବା ଜ୍ଞାନ ପ୍ରତି ସର୍ବଦା ଅନାସକ୍ତ ରହିବା ଉଚିତ । ଦୁଃଖେଷୁ ଅନୁଦ୍ବିଗ୍ନମନାଃ ସୁଖେଷୁ ବିଗତ ସ୍ପୃହା । କାରଣ କୌଣସି ବିଷୟରେ ଆସକ୍ତି ହେଉଛି ବନ୍ଧନକାରକ । ସ୍ୱ ଗୁଣ ସ୍ୱୟଂ ବନ୍ଧନକାରକ ନୁହେଁ ।ା

ରଜଗୁଣର ସ୍ୱରୂପ : ରଜଗୁଣ ସ୍ୱୟଂ ରାଗ ସ୍ୱରୂପ (ରାଗାତ୍ମକ) । ଏହା କାମନା ଓ ଆସକ୍ତିରୁ ଉପôନ୍ନ । କିନ୍ତୁ ଗୀତାର ଅନ୍ୟତ୍ର ରଜଗୁଣରୁ କାମନାର ଉପôି କଥା କୁହାଯାଇଛି । କାମ ଏଷ କ୍ରୋଧ ଏଷ ରଜୋଗୁଣ ସମୁଦ୍ଭବଃ ।ା୩/୩୭ାା ""ଲୋଭଃ ପ୍ରବୃିରାରମ୍ଭଃ କର୍ମଣାମଶମଃ ସୃହା । ରଜସ୍ୟେତାନି ଜାୟନ୍ତେ ବିବୃଦ୍ଧେ ଭାରତର୍ଷଭ ।ା୧୪/୧୨ାା'' ସୂକ୍ଷ୍ମ ଭାବରେ ବିଚାର କଲେ ଏହି ଉଭୟ କଥାରେ ପରସ୍ପର ମଧ୍ୟରେ କୌଣସି ବିରୋଧାଭାସ ନାହିଁ । କାମନା ଓ ଆସକ୍ତିରୁ ରଜ ଗୁଣ ବୃଦ୍ଧି ହେବା ଏବଂ ରଜୋଗୁଣରୁ କାମନା ଓ ଆସକ୍ତି ବଢ଼ିବା – ଏ ଦୁଇ କଥା ମଧ୍ୟରେ ପରସ୍ପର ବୀଜ ଓ ବୃକ୍ଷ ପରି ଅନ୍ୟୋନ୍ୟାଶ୍ରୟ ସମ୍ବନ୍ଧ ରହିଛି । ବୀଜରୁ ବୃକ୍ଷ ଜାତ ହୁଏ ଏବଂ ସେଥିରୁ ପୁନଶ୍ଚ ବୀଜ ଉପôନ୍ନ ହୁଏ । ଉଭୟେ ପରସ୍ପରର କାରଣ । ଏଠାରେ ରଜଗୁଣ ବୀଜ ସ୍ଥାନୀୟ ତଥା କାମନା ଓ ଆସକ୍ତି ବୃକ୍ଷ ସ୍ଥାନୀୟ । ତେଣୁ ରଜଗୁଣରୁ କାମନାଦିର ଏବଂ କାମନାଦିରୁ ରଜ ଗୁଣର ଉପôି ବୋଲି ଗୀତାର ଭିନ୍ନ ଭିନ୍ନ ସ୍ଥାନରେ ଯାହା କୁହାଯାଇଛି ତାହା ବୀଜ ବୃକ୍ଷ ନ୍ୟାୟରେ ପ୍ରାସଙ୍ଗିକ ମନେ ହୁଏ । ପ୍ରସଙ୍ଗାନୁସାରେ ଉଭୟ ଅର୍ଥ ଠିକ୍ ।

ରଜୋଗୁଣ ବୃଦ୍ଧି ଅନୁପାତରେ ମଣିଷର କାମନା ଓ ଆସକ୍ତି ମଧ୍ୟ ବଢ଼ିବାକୁ ଲାଗେ । ନାନାବିଧ ଭୋଗ ବିଳାସର  ସାମଗ୍ରୀ ପ୍ରାପ୍ତି ପାଇଁ  ତା'ର ମନ ବ୍ୟାକୁଳ ହୁଏ । ଏଥିପାଇଁ ଧନ ଆବଶ୍ୟକ । ଧନ ଉପାର୍ଜନ ପାଇଁ ସେ ବିଭିନ୍ନ ପ୍ରକାର କର୍ମରେ ପ୍ରବୃ ହୁଏ ।  ଧନ ବୃଦ୍ଧି ସହିତ ତା'ର ଆବଶ୍ୟକତା ମଧ୍ୟ ବଢ଼ି ବଢ଼ି ଯାଏ । ତା'ର ଅଭାବର ତାଲିକା କେବେ ପୂରଣ  ହୁଏ ନାହିଁ । ତୃଷ୍ଣାର ତୃପ୍ତି ନାହିଁ । କିନ୍ତୁ ରଜୋଗୁଣ ପ୍ରଭାବରେ ମଣିଷ ଏହା ବୁଝି ପାରେ ନାହିଁ । କାମନା ପୂରଣ ପାଇଁ  କର୍ମ କରୁ କରୁ ସେ ସେଥିରେ ଆସକ୍ତ ହୋଇ ପଡେ । ଏହା ହେଉଛି କର୍ମ ବନ୍ଧନ  ଓ ସକଳ ଦୁଃଖର କାରଣ । ବୁଦ୍ଧଦେବ ଯଥାର୍ଥରେ କହିଛନ୍ତି – ""କାମନାର ବିନାଶରେ ଦୁଃଖର ବିନାଶ ।'' ମଣିଷ କର୍ମ ନ କରି ରହି ପାରିବ ନାହିଁ । ତେଣୁ ଗୀତା କହେ, କର୍ମ କର; କିନ୍ତୁ ଫଳାସକ୍ତି ତ୍ୟାଗ କର ।'' କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ ।ା୨/୪୭ାା କର୍ମ ହେଉଛି ଜୀବନର ମାନଦଣ୍ଡ । ଗୋପବନ୍ଧୁଙ୍କ ଭାଷାରେ, ""ମଣିଷ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜିଏ ନର କର୍ମ ଏକା ତା'ର ଜୀବନର ମାନଦଣ୍ଡ ।'' ଧନ ଉପାର୍ଜନ ପାପ ନୁହେଁ, କିନ୍ତୁ ଏହା ସତ୍ ଉପାୟରେ ଓ ସତ୍ ଲକ୍ଷ୍ୟ ନେଇ ଅର୍ଜିତ ହେବା ଉଚିତ । ବର୍ମାନ ସମୟାନୁସାରେ ଜୀବନ ଯାପନ ପାଇଁ ପ୍ରତି ପଦକ୍ଷେପରେ ଧନର ଆବଶ୍ୟକତା ପଡୁଛି । ସେଥିପାଇଁ ସତ୍ ଉପାୟରେ ଧନ ଉପାର୍ଜନ କରିବାକୁ ହେବ । ମଣିଷର ସର୍ବନିମ୍ନ ଆବଶ୍ୟକତା ହେଉଛି ଖାଦ୍ୟ, ବସ୍ତ୍ର, ବାସଗୃହ ଓ ସ୍ୱାସ୍ଥ୍ୟ । ଏହା ବ୍ୟତୀତ ପାରିବାରିକ ଓ ସାମାଜିକ ଜୀବନରେ ବିଭିନ୍ନ ପର୍ବ ପର୍ବାଣୀ, ଯାନିଯାତ୍ରା, ଧର୍ମାନୁଷ୍ଠାନ ଆଦି ପାଇଁ ଧନର ଆବଶ୍ୟକତା ପଡେ । ଧନ ଉପାର୍ଜନର ଲକ୍ଷ୍ୟ ବିଳାସ ଓ ବ୍ୟସନ ହେଲେ  ତାହା ବନ୍ଧନର କାରଣ ହୁଏ । ଓଡିଆ ଭାଗବତରେ ଏକ ପଙ୍୍କ୍ତି  ଅଛି ""ଧନ ଅର୍ଜନେ ଧର୍ମ କରି, ଧର୍ମେ ପ୍ରାପତ ନରହରି ।'' ଉପର ବର୍ଣ୍ଣିତ ସର୍ବନିମ୍ନ ଆବଶ୍ୟକତା ପୂରଣ ହେବା ପରେ ବଳକା ଧନ ଈଶ୍ୱରୀୟ କାର୍ଯ୍ୟ (ଧର୍ମ)ରେ ବିନିଯୋଗ କରିବା ଉଚିତ ।

ତମୋଗୁଣର ସ୍ୱରୂପ : ଏହା ଅଜ୍ଞାନତାରୁ ଜାତ । ପ୍ରମାଦମୋହୌ ତମସୋ ଭବତୋଽଜ୍ଞାନମେବ ଚ ।ା ଗୀ-୧୪/୧୭ାା ଉଭୟ  ଅଜ୍ଞାନତା ଓ ତମୋଗୁଣ ଅନ୍ଧକାରର ଦ୍ୟୋତକ । ଅନ୍ଧକାରରେ ମଣିଷ ଠିକ ରାସ୍ତା ବାରି ପାରେ ନାହିଁ । ତମୋଗୁଣ ପ୍ର୍ରଭାବରେ ସେ ଜ୍ଞାନହୀନ ହୋଇପଡେ । ଈଶ୍ୱରୀୟ ମାର୍ଗରେ ପଥଭ୍ରଷ୍ଟ ନହେବା ପାଇଁ ଜ୍ଞାନ ଅଲୋକ ସ୍ତମ୍ଭ( ଖସଶଷଗ୍ଧ ଷକ୍ଟଙ୍କଗ୍ଦର) ପରି ମଣିଷକୁ ପରମାତ୍ମାଙ୍କ ପର୍ଯ୍ୟନ୍ତ ପହିବା ପାଇଁ ରାସ୍ତା ଦେଖାଏ । ଜ୍ଞାନହୀନ ବ୍ୟକ୍ତି ଅନ୍ଧ ସଦୃଶ । ଜୀବନ ଏକ ଯାତ୍ରା । ଏହାର ଲକ୍ଷ୍ୟ ହେଉଛି ନାରାୟଣତ୍ୱ ପ୍ରାପ୍ତି । ଏଥିପାଇଁ ପରମାତ୍ମାଙ୍କ ପାଖେରେ ପହିବା ଆବଶ୍ୟକ । କାରଣ ସେ ନରରୁ ନାରାୟଣ ସୃଷ୍ଟି ପାଇଁ ସକ୍ଷମ । ମଣିଷର ଜ୍ଞାନ ଚକ୍ଷୁରେ ପରଳ ପଡିଗଲେ ସେ ଜୀବନ ଯାତ୍ରାରେ ପଥ ବଣା ହୋଇଯାଏ । ତମୋଗୁଣର ପ୍ରାଦୁର୍ଭାବରୁ ସେ ଦେହାଭିମାନୀ ହୋଇପଡେ । ଦେହ ଅଭିମାନ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଈର୍ଷା ଦ୍ୱେଷ ଆଦି ମନୋବିକାର ଗୁଡିକର ଜନକ । ସମସ୍ତ ପ୍ରକାର ମାନସିକ ରୋଗ  ଓ ମନୋଦୈହିକ ବ୍ୟାଧିର  କାରଣ ହେଉଛି ଏହି ତମୋଗୁଣ । ସ୍ୱ ଗୁଣରେ ସୁଖାସକ୍ତି ଓ ଜ୍ଞାନାସକ୍ତି ଏବଂ ରଜୋଗୁଣରେ କର୍ମର୍ାସକ୍ତି ବନ୍ଧନର କାରଣ ଅଟେ । କିନ୍ତୁ ତମୋଗୁଣ ସ୍ୱୟଂ ବନ୍ଧନକାରକ । ତେଣୁ ଏହା ହେଉଛି ସବୁଠାରୁ ନିକୃଷ୍ଟ । 

 ତମୋଗୁଣ ପ୍ରମାଦ, ନିଦ୍ରାର ପ୍ରେରକ । ଏହି ତିନୋଟି ସମସ୍ତ ଦେହଧାରୀ ମଣିଷକୁ ବନ୍ଧନରେ ପକାନ୍ତି । ପ୍ରମାଦବଶତଃ ମଣିଷ ନିଜ କର୍ବ୍ୟ କର୍ମ କରେ ନାହିଁ ଏବଂ ଅକର୍ବ୍ୟ କର୍ମଗୁଡିକ ବିନା ଦ୍ୱିଧାରେ କରେ । ହିଂସା କରିବା, ଆତଙ୍କ ସୃଷ୍ଟି କରିବା, ଅସାମାଜିକ ଓ ଅନୈତିକକୁ କର୍ମରେ ଲିପ୍ତ ରହିବା, ଅଭକ୍ଷ ଭକ୍ଷଣ କରିବା, ବିନା କାରଣରେ ଅନ୍ୟମାନଙ୍କୁ କଷ୍ଟଦେବା, ପରସ୍ୱ ଅପହରଣ କରିବା ଭ୍ରଷ୍ଟାଚାର କରିବା, ମାଦକ ଦ୍ରବ୍ୟ ସେବନ କରିବା ଆଦି ପ୍ରମାଦଗ୍ରସ୍ତ ବ୍ୟକ୍ତିର ପ୍ରଧାନ ଲକ୍ଷଣ । ବ୍ୟକ୍ତିତ୍ୱର ବିକାଶ ବା ଲୋକ କଲ୍ୟାଣ କାର୍ଯ୍ୟରେ ସଫଳତା ପ୍ରାପ୍ତିର ପ୍ରଧାନ ଅନ୍ତରାୟ ହେଉଛି ଆଳସ୍ୟ । ତମୋଗୁଣ ଆଳସ୍ୟ ରୂପେ ତା'ର ମୋହିନୀ ଶକ୍ତିର ପରିପ୍ରକାଶ କରେ । ସମୟାନୁବର୍ିତାର ଅଭାବରେ ଅଳସୁଆ ବ୍ୟକ୍ତି କୌଣସି କାମ ଠିକ ସମୟରେ ସମ୍ପାଦନ କରି ନ ପାରି ଅନେକ କ୍ଷତି ସହେ । ସେ ବ୍ୟର୍ଥରେ ଶୋଇ ରହିବାକୁ ସୁଖ ପାଏ । ଅନାବଶ୍ୟକ ନିଦ୍ରା ମଧ୍ୟ ଏକ ବିକାର । ଏହା ଆସୁରୀ ପ୍ରବୃିର ଲକ୍ଷଣ । ତେଣୁ ଅଧିକ ଶୋଇବା ଲୋକଙ୍କୁ କୁମ୍ଭକର୍ଣ୍ଣ ବୋଲି ଆକ୍ଷେପ କରାଯାଏ । 

ସ୍ୱଗୁଣରୁ ସା୍ୱିକ ସୁଖ ମିଳେ । ସୁଖାନୁଭୂତି ବନ୍ଧନକାରକ ନୁହେଁ । ପୁରୁଷାର୍ଥ ବା ଯୋଗ ମାର୍ଗରେ ଆଗକୁ ବଢ଼ିବା ପାଇଁ ଏକ ପ୍ରେରକ ରୂୂପେ କେବଳ ଏହାକୁ ଗ୍ରହଣ କରିବା ଉଚିତ । ଏହା ଯୋଗୀର ଅନ୍ତିମ ଲକ୍ଷ୍ୟ ହେବା ଉଚିତ ନୁହେଁ । କିନ୍ତୁ ବେଳେ ବେଳେ ଯୋଗୀ ଏହି ସୁଖରେ ଆସକ୍ତ ହୋଇ ପଡେ । ସେତେବେଳେ ତା'ର ପୁରୁଷାର୍ଥର ଗତି ବାଧାପ୍ରାପ୍ତ ହୁଏ । ସେ ଲକ୍ଷ୍ୟ ଭ୍ରଷ୍ଟ ହୋଇ ସୁଖର ବନ୍ଧନରେ ବାନ୍ଧି ହୋଇ ପଡ଼େ । ଏହି ସୁଖାସକ୍ତି ହେଉଛି ମାୟାର ମୋହିନୀ ଶକ୍ତି । ଏହାଦ୍ୱାରା ସ୍ୱଗୁଣ ମନୁଷ୍ୟ ଉପରେ ବିଜୟ ପ୍ରାପ୍ତ କରେ ।

ରଜୋଗୁଣ ସମ୍ପନ୍ନ ବ୍ୟକ୍ତି କର୍ମ ପ୍ରିୟ । କର୍ମରେ ସେ ସୁଖ ପାଏ । ସେ ଚୁପ୍ ହୋଇ କ୍ଷଣେ ବସି ପାରେ ନାହିଁ । ଏଭଳି ବ୍ୟକ୍ତିମାନଙ୍କ ଦ୍ୱାରା ଯୋଗାଭ୍ୟାସ ହୁଏ ନାହିଁ । ସେ କର୍ମ ପ୍ରବଣ, କିନ୍ତୁ କର୍ମଯୋଗୀ ନୁହେଁ । କାରଣ କର୍ମ ପ୍ରତି ତା'ର ପ୍ରବଳ ଆସକ୍ତି ଥାଏ । କର୍ମର ସଫଳତାରେ ସେ ଖୁସି ହୁଏ ଓ ବିଫଳତାରେ ସେ ମି୍ରୟମାଣ ହୁଏ । କେବଳ ଫଳାସକ୍ତି ନୁହେଁ, କର୍ମରେ ମଧ୍ୟ ତା'ର ଆସକ୍ତି ଥାଏ । ସେ କେବଳ ନିଜ ମନୋନୁକୂଳ କର୍ମ କରେ । ନିଜ ରୁଚି ଓ ଆଗ୍ରହ ନ ଥିବା କର୍ମ ପ୍ରତି ସେ ଉଦାସୀନ ରହେ । କିନ୍ତୁ କର୍ମଯୋଗୀ ନିଷ୍କାମ ଭାବରେ କର୍ମ କରି ଚାଲେ । କର୍ମ ଓ କର୍ମଫଳ ଉଭୟରେ ତା'ର ଆସକ୍ତି ନ ଥାଏ । ତେଣୁ ଯେଉଁମାନେ ଯୋଗାରୂଢ଼ ହେବାକୁ ଚାହାଁନ୍ତି, ସେମାନେ ନିଷ୍କାମ ଭାବେ କର୍ମ କରିବା ଉଚିତ । ଯୋଗୀ ପାଇର୍ଁ କର୍ବ୍ୟ ପାଳନ ହେଉଛି ଯୋଗାରୂଢ଼ ହେବାର କାରଣ । ଆରୁରୁକ୍ଷୋର୍ମୁନେର୍ଯୋଗଂ କର୍ମ କାରଣ ମୁଚ୍ୟତେ ।ାଗୀ-୬/୩ାା ତେଣୁ ରଜୋଗୁଣର ଯଥାର୍ଥ ସ୍ୱରୂପ ଜାଣି କର୍ବ୍ୟ କର୍ମପ୍ରତି ଅନାସକ୍ତ ରହିବା ପ୍ରତ୍ୟେକ ଯୋଗାଭ୍ୟାସୀ ପାଇଁ ଏକାନ୍ତ ଆବଶ୍ୟକ । ନ କର୍ମସ୍ୱନୁଷଜ୍ଜତେ ।ା ଗୀ-୬/୪ ।ା

ତମୋଗୁଣ ବୃଦ୍ଧି ପାଇଲେ ମଣିଷର ହିତାହିତ ଜ୍ଞାନ ନଷ୍ଟ ହୋଇଯାଏ । ଏହା ଫଳରେ ତା'ର ବୁଦ୍ଧି ଠିକ ସମୟରେ ଠିକ ନିର୍ଣ୍ଣୟ କରି ପାରେ ନାହିଁ । ତମୋଗୁଣ ଅଜ୍ଞାନତାର ଜନ୍ମଦାତା । ଏହା ଆତ୍ମାର ଜ୍ୟୋତିକୁ ନିଷ୍ପ୍ରଭ କରିଦିଏ । ସୂର୍ଯ୍ୟ ମେଘାବୃତ ହେଲେ ଆକାଶ ଅନ୍ଧକାରାଚ୍ଛାନ୍ନ ହୋଇ ପଡ଼େ । ସେହିପରି ତମୋଗୁଣ ଦ୍ୱାରା ଆଚ୍ଛାଦିତ ଆତ୍ମାର ଅନ୍ତଃକରଣ ଓ ଇନ୍ଦ୍ରିୟ ସମୂହ ପ୍ରକାଶହୀନ ହୋଇଯାନ୍ତି । ଏଥିପାଇଁ ମଣିଷ ପ୍ରମାଦ,ଆଳସ୍ୟ ଓ ନିଦ୍ରା ଦ୍ୱାରା ଆକ୍ରାନ୍ତ ହୁଏ । ଜ୍ଞାନଯୁକ୍ତ କଥା ଶ୍ରବଣ ଓ ପଠନ ସେ୍ୱ ମଧ୍ୟ ତା'ର ଆଧ୍ୟାତ୍ମିକ ଚେତନା ଜାଗ୍ରତ ହୁଏ ନାହିଁ । କଳିଯୁଗରେ ତମୋଗୁଣର ପା୍ରଦୁର୍ଭାବ ବୃଦ୍ଧି ହୁଏ । ଏହାଫଳରେ ମଣିଷ ଧର୍ମଭ୍ରଷ୍ଟ ଓ କର୍ମଭ୍ରଷ୍ଟ ହୁଏ । ପବିତ୍ର ଆତ୍ମା ପତିତ ହୋଇଯାଏ । ଧର୍ମ ସଂପ୍ରଦାୟର କ୍ଷୁଦ୍ର ଗଣ୍ଡି ମଧ୍ୟରେ ଆବଦ୍ଧ ରହିଯାଏ । ଏପରି ଅବସ୍ଥାକୁ ଧର୍ମଗ୍ଳାନି ସମୟ କୁହାଯାଏ । ଏପରି ସଙ୍କଟ କ୍ଷଣରେ ପରମାତ୍ମାଙ୍କ ଦିବ୍ୟ ଅବତରଣ ହୁଏ । ଯଦା ଯଦାହି ଧର୍ମସ୍ୟ... । ପରମାତ୍ମାଙ୍କ ବ୍ୟତୀତ ପତିତ ମନୁଷ୍ୟକୁ ପାବନ କରିବାକୁ ଅନ୍ୟ କେହି ସମର୍ଥ ନୁହନ୍ତି । କାରଣ ସେ ତ୍ରିଗୁଣାତୀତ । ତାଙ୍କ ଶରଣ ବିନା ତମୋଗୁଣ ଉପରେ ବିଜୟ ପ୍ରାପ୍ତି କରିବା ଅସମ୍ଭବ । ଏଥିପାଇଁ ସମସ୍ତ ଦୈହିକ ଧର୍ମ ପରିତ୍ୟାଗ କରିବାକୁ ପଡିବ । ""ସର୍ବ ଧର୍ମାନ ପରିତେଜ୍ୟ ମାମେକଂ ଶରଣ ବ୍ରଜ ।'' ଏହା ସାକ୍ଷାତ ପରମାତ୍ମାଙ୍କ ଆଦେଶ । କିନ୍ତୁ ପରମାତ୍ମାଙ୍କ ମାନବୀୟ ଶରୀର ଆଶ୍ରୟରେ ଅବତରଣ ହେବା ରହସ୍ୟ ତମୋଗୁଣ ପ୍ରଭାବରେ ବ୍ୟକ୍ତି ଜାଣି  ନ ପାରି ତାଙ୍କ ନିର୍ଦ୍ଧେଶର ଅବମାନନା କରେ । ଅବଜାନନ୍ତି ମା ମୂଢ଼ାଃ ମାନୁଷୀତନୁମାଶ୍ରିତମ୍ । ସେମାନଙ୍କୁ ପରମାତ୍ମା ମୂଢ଼ ବୋଲି ଅଭିହିତ କରିଛନ୍ତି ।

ମଣିଷ ଆତ୍ମା ତ୍ରିଗୁଣାଧୀନ । ରାଜଯୋଗର ଆଭିମୁଖ୍ୟ ହେଲା ତ୍ରିଗୁଣାତୀତ ଅର୍ଥାତ ତିନି ଗୁଣର ବନ୍ଧନରୁ ମୁକ୍ତ ହେବା । ଅନ୍ୟଥା ପରମାତ୍ମାନୁଭୂତି ସମ୍ଭବ ନୁହେଁ । ତିନିଗୁଣର ବନ୍ଧନହିଁ ମନରେ ବିକ୍ଷେପ ସୃଷ୍ଟି କରେ । ଏହା ଯୋଗ ପାଇଁ ବାଧକ । ନିରବଚ୍ଛିନ୍ନ ଯୋଗ ବିନା ଆତ୍ମା ଜନ୍ମଜନ୍ମାନ୍ତର ବିକାରୀ ସଂସ୍କାର ସମୂହରୁ ବା ପାପରାଶିରୁ ମୁକ୍ତ ହୋଇ ପାରେ  ନାହିଁ । ତମୋପ୍ରଧାନ ପତିତ ମାନବାତ୍ମାଗଣଙ୍କୁ ସ୍ୱ ପ୍ରଧାନ ପବିତ୍ର ଦେବାତ୍ମା କରାଇ ସତ୍ୟଯୁଗୀୟ ସୃଷ୍ଟି ସ୍ଥାପନା କରିବା ହେଉଛି ଈଶ୍ୱରୀୟ ଅବତରଣର ଆଭିମୁଖ୍ୟ । ଏହା ଗୀତା ବର୍ଣ୍ଣିତ ପରମାତ୍ମା କର୍ୃକ ଧର୍ମ ସ୍ଥାପନା କାର୍ଯ୍ୟ । ତେଣୁ ଗୁଣତ୍ରୟକୁ ଭଲ ଭାବରେ ବୁଝି ସେମାନଙ୍କ ବନ୍ଧନରୁ ନିଜକୁୁ ମୁକ୍ତ ରଖିବା ଜଣେ ରାଜଯୋଗୀ ନିମନ୍ତେ ଏକାନ୍ତ ଆବଶ୍ୟକ ।

ଆତ୍ମା ମୂଳତଃ ପବିତ୍ର, ଜ୍ଞାନ,ସୁଖ, ଶାନ୍ତି, ଆନନ୍ଦ, ପ୍ରେମ ଓ ଶକ୍ତି ସ୍ୱରୂପ ହେଲେହେଁ ବାରମ୍ବାର ଆବାଗମନ ଚକ୍ରରେ (ପୂର୍ନଜନ୍ମ) ଆସିବା ଦ୍ୱାରା ଗୁଣତ୍ରୟର ପ୍ରଭାବରେ ପ୍ରଭାବିତ ହୋଇପଡେ । କୌଣସି ବିଷୟରେ ମନର ଆକର୍ଷଣ ବିକର୍ଷଣ ବନ୍ଧନର କାରଣ ହୋଇଥାଏ । ଜନ୍ମଜନ୍ମାନ୍ତର ଗୁଣତ୍ରୟର ବନ୍ଧନରେ ପଡି ଆତ୍ମା ନିଜକୁ ଅସହାୟ ମନେ କରେ । ଅଜ୍ଞାନତା ବଶତଃ ମନୁଷ୍ୟାତ୍ମା ବିଭିନ୍ନ ଜନ୍ମରେ ନାନା ପ୍ରକାର ପାପକର୍ମ (ବିକର୍ମ) କରିଥାଏ । ବିକର୍ମର ଫଳ ପ୍ରାରବ୍ଧ ରୂପେ ଆତ୍ମାରେ ସିତ ହୋଇ ରହିଥାଏ ଓ ପରବର୍ୀ ଜନ୍ମରେ ତାହା ଭୋଗ ହୁଏ । ଈଶ୍ୱରୀୟ ଜ୍ଞାନ ଆଧାରରେ ବ୍ୟକ୍ତି ଯେତେବେଳେ ରାଜଯୋଗର ଅଭ୍ୟାସ କରେ ଯୋଗାଗ୍ନି ଦ୍ୱାରା ଜନ୍ମଜନ୍ମାନ୍ତରରୁ ସିତ ଏବଂ ଘନୀଭୂତ ପ୍ରାରବ୍ଧ କର୍ମ ତରଳିବାକୁ ଲାଗେ । ଏହି ପ୍ରକ୍ରିୟାରେ ଯୋଗାଭ୍ୟାସୀ ବ୍ୟକ୍ତିର ଜୀବନରେ ବିଭିନ୍ନ ସମୟରେ ଗୁଣତ୍ରୟ ମଧ୍ୟରୁ କୌଣସି ନା କୌଣସି ଗୁଣ ବୃଦ୍ଧି ହୁଏ । କୌଣସି ଗୋଟିଏ ଗୁଣର ବୃଦ୍ଧି ହେଲେ ଅନ୍ୟ ଦୁଇ ଗୁଣ ନିଷ୍କି୍ରୟ ହୋଇ ପଡନ୍ତି । ରଜୋଗୁଣ ଓ ତମୋଗୁଣକୁ ଦମନ କରି ସ୍ୱଗୁଣ ବୃଦ୍ଧି ହୁଏ । ସେହିପରି ସ୍ୱଗୁଣ ଓ ରଜୋଗୁଣ ଅବଦମିତ ହେଲେ ତମୋଗୁଣର ବିକାଶ ହୁଏ । ଗୁଣତ୍ରୟ ପ୍ରକୃତିରୁ ସୃଷ୍ଟ; ତେଣୁ ପରିବର୍ନଶୀଳ । ଏଥିପାଇଁ ପ୍ରତ୍ୟେକ ପରିସ୍ଥିତିରେ ଯୋଗୀକୁ ତଟସ୍ଥ ରହିବା ଉଚିତ । ଦୁଃଖରେ ଉଦ୍ବିଗ୍ନ ଓ ସୁଖ ପ୍ରତି ଆସକ୍ତି ହେବା ସର୍ବାଦୌ  ଅନୁଚିତ । ସେଥିପାଇଁ ଗୀତାରେ କୁହାଯାଇଛି, ଦୁଃଖେଷ୍ୱନୁଦ୍ବିଗ୍ନମନାଃ ସୁଖେଷୁ ବିଗତ ସ୍ପୃହା ... ।

ତାକôାଳିକ ବୃଦ୍ଧିପ୍ରାପ୍ତ ଗୁଣଗୁଡିକର ଲକ୍ଷଣ

ସର୍ବଦ୍ୱାରେଷୁ ଦେହେସ୍ମିନ ପ୍ରକାଶ ଉପଜାୟତେ ।

ଜ୍ଞାନଂ ଯଦା ତଦା ବିଦ୍ୟାଦ୍ବିବୃଦ୍ଧଂ ସ୍ୱମିତୁ୍ୟତ ।ା ୧୧ାା

ଲୋଭଃପ୍ରବୃିରାରମ୍ଭଃ କର୍ମଣାମଶମଃ ସ୍ପୃହା ।

ରଜସ୍ୟେତାନି ଜାୟନ୍ତେ ବିବୃଦ୍ଧେ ଭରତର୍ଷଭ ।ା୧୨ ।ା

ଅପ୍ରକାଶୋଽପ୍ରବୃିଶ୍ଚ ପ୍ରମାଦୋ ମୋହ ଏବ ଚ ।

ତମସ୍ୟେତାନି ଜାୟନ୍ତେ ବିବୃଦ୍ଧେ କୁରୁ ନନ୍ଦନ ।ା୧୩ ।ା

ଅର୍ଥ : ଯେତେବେଳେ ସମସ୍ତ ଇନ୍ଦ୍ରିୟ ଦ୍ୱାରା ଏହି ଦେହରେ ପ୍ରକାଶ ଓ ଜ୍ଞାନ ଆବିର୍ଭୁତ ହୁଏ ସେତେବେଳେ ସ୍ୱଗୁଣର ବୃଦ୍ଧି ହୋଇଛି ବୋଲି ଜାଣିବା ଉଚିତ ।ା୧୧ାା ହେ ଭରତର୍ଷଭ ! ଲୋଭ, ଚେଷ୍ଟା (ପ୍ରବୃି) କର୍ମାରମ୍ଭ, ଅସ୍ଥିରତା ଓ ବାସନା – ଇତ୍ୟାଦି ରଜୋଗୁଣ ବୃଦ୍ଧି ପାଇଲେ ଉପôନ୍ନ ହୁଅନ୍ତି  ।ା୧୨ାା ହେ କୁରୁ ନନ୍ଦନ ! ଅଜ୍ଞାନ ଅନ୍ଧକାର (ଅପ୍ରକାଶ) ଚେଷ୍ଟାର ଅଭାବ(ଅପ୍ରବୃି), କର୍ବ୍ୟର ବିସ୍ମୃତି (ପ୍ରମାଦ) ଏବଂ ଭ୍ରାନ୍ତି (ମୋହ) ପ୍ରଭୃତି ତମୋଗୁଣର ପ୍ରାଧାନ୍ୟ ହେଲେ ଉପôନ୍ନ ହୁଅନ୍ତି ।ା୧୩ାା

ବ୍ୟାଖ୍ୟା : ବୃଦ୍ଧିପ୍ରାପ୍ତ ସ୍ୱଗୁଣର ଲକ୍ଷଣ – ସ୍ୱଗୁଣ ପ୍ରକାଶକାରକ । ଆତ୍ମାରେ ସ୍ୱଗୁଣର ବିକାଶ ହେଲେ ଇନ୍ଦ୍ରିୟ ସମୂହ ଓ ଅନ୍ତଃକରଣ ଶୁଦ୍ଧ ଓ ନିର୍ମଳ ହୋଇଯାଏ । ଏହା ଦ୍ୱାରା ବ୍ୟକ୍ତି ସମସ୍ତ ପ୍ରକାର ଅଜ୍ଞାନତାରୁ ମୁକ୍ତ ହୁଏ । ଅଜ୍ଞାନତା ରୂପକ କଳାମେଘ ଅପସାରିତ ହେଲେ ଆତ୍ମାର ମୂଳ ସ୍ୱରୂପ (ଜ୍ଞାନ) ପ୍ରତ୍ୟକ୍ଷ ହୁଏ । ଆତ୍ମା ମୂଳତଃ ଜ୍ଞାନ ସ୍ୱରୂପ । ତେଣୁ ବ୍ୟକ୍ତି ଯେତେବେଳେ ଆତ୍ମିକ ସ୍ୱରୂପରେ ସ୍ଥିତ ହୁଏ ସେତେବେଳେ ତା'ର ଜ୍ଞାନୋଦୟ ହୁଏ । ଜ୍ଞାନୋଦୟ ଅନ୍ୟ ଭାଷାରେ ବିବେକ ଶକ୍ତିର ଜାଗୃତି ବୋଲି କୁହାଯାଏ । ଏହା ଦ୍ୱାରା ଜଣେ ପ୍ରତ୍ୟେକ ବିଷୟକୁ ଯଥାର୍ଥ ଭାବରେ ମନନ ଓ ଚିନ୍ତନ କରି ପ୍ରକୃତ ସ୍ୱରୂପ ଜାଣିପାରେ । ବୁଦ୍ଧି ନିର୍ମଳ ହେବାରୁ ସତ୍ ଅସତ୍, କର୍ବ୍ୟ-ଅକର୍ବ୍ୟ, ଲାଭକ୍ଷତି, ହିତ ଅହିତ ଆଦି ବିଷୟକୁ ସଠିକ ଭାବରେ ନିର୍ଣ୍ଣୟ କରି ବ୍ୟକ୍ତି ତଦନୁସାରେ ନିଜକୁ ପରିଚାଳିତ କରେ । ତେଣୁ ତାର ପ୍ରତିଟି କର୍ମ ସତ୍ କର୍ମ ହୁଏ ଓ ସା୍ୱିକ ସୁଖ ପ୍ରଦାନ କରେ । କିନ୍ତୁ କ୍ଷଣିକ ସୁଖରେ ଆସକ୍ତ ନ ହୋଇ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ରାଜଯୋଗୀ ତା'ର ପୁରୁଷାର୍ଥ ଅବ୍ୟାହତ ରଖିବା ଉଚିତ । କାରଣ ଜନ୍ମଜନ୍ମାନ୍ତରର ପାପରାଶିକୁ ବିନଷ୍ଟ କରି ପରମ ପଦ ପ୍ରାପ୍ତ ହେବା ପାଇଁ ଏହା ହେଉଛି (ସ୍ୱଗୁଣ ଉଦୟ କାଳରେ) ପ୍ରକୃଷ୍ଠ ସମୟ । ଏହି କାଳରେ ଯୋଗାଭ୍ୟାସୀ ବ୍ୟକ୍ତିକୁ ମନୋବିକାର ସହିତ ବିଶେଷ ସଂଘର୍ଷ କରିବାକୁ ପଡେ ନାହିଁ । ତେଣୁ ଅନାୟାସରେ ଇପ୍ସିତ ଲକ୍ଷ୍ୟ ପ୍ରାପ୍ତ ହୋଇପାରେ । 

ବୃଦ୍ଧିପ୍ରାପ୍ତ ରଜୋଗୁଣର ଲକ୍ଷଣ : ବ୍ୟକ୍ତି ମଧ୍ୟରେ ରଜୋଗୁଣ ବୃଦ୍ଧି ହେଲେ ଲୋଭ, ପ୍ରବୃି, କର୍ମାରମ୍ଭ, ଅସ୍ଥିରତା (ଅଶାନ୍ତ) ଏବଂ କାମନା(ସ୍ପୃହା) ପ୍ରଭୃତି ଉପôନ୍ନ ହୁଅନ୍ତି । କୌଣସି ଆବଶ୍ୟକତା ନଥାଇ ମଧ୍ୟ ଧନ ସଂଗ୍ରହ ଲାଳସା, ପର୍ଯ୍ୟାପ୍ତ ଧନ ଥାଇ ସୁଦ୍ଧା ସମୁଚିତ ଅବସରରେ ଖର୍ଚ୍ଚ ନକରିବା ଏବଂ କର୍ବ୍ୟାକର୍ବ୍ୟର ବିବେଚନା ନକରି ଅସତ୍ ଉପାୟରେ ଧନ ଉପାର୍ଜନ କରିବା ଇଚ୍ଛାକୁ ""ଲୋଭ'' କୁହାଯାଏ । କିନ୍ତୁ ସତ୍ ଉପାୟରେ ସ୍ୱାଭାବିକ ଭାବେ ଧନ ଅର୍ଜନ ହୋଇ ବୃଦ୍ଧି ହେଲେ ତାହାକୁ ଲୋଭ ପର୍ଯ୍ୟାୟଭୁକ୍ତ କରାଯାଏ ନାହିଁ । ନାନାବିଧ କର୍ମରେ ପ୍ରବୃ ହେବାର ମାନସିକତାକୁ ""ପ୍ରବୃି'' କୁହାଯାଏ । ମାନ ସମ୍ମାନ, ପ୍ରତିଷ୍ଠା, ପ୍ରଶଂସା, ଭୋଗବିଳାସ, ସଂଗ୍ରହ  ଆଦି ସକାମ ଭାବରେ ବିଭିନ୍ନ ପ୍ରକାର ନୂଆ ନୂଆ କର୍ମାନୁଷ୍ଠାନ କରିବାକୁ "କର୍ମାରମ୍ଭ' କୁହାଯାଏ । ରଜୋଗୁଣ ଜନିତ ଏହି ବୃିଗୁଡିକ ଯୋଗ ମାର୍ଗରେ ଅନ୍ତରାୟ ସୃଷ୍ଟି କରନ୍ତି । ତେଣୁ ଗୀତାରେ ଏଗୁଡିକୁ ପରିତ୍ୟାଗ କରିବା ଉପରେ ଗୁରୁତ୍ୱ ଦିଆ ଯାଇଛି । (ଗୀ-୧୨/୧୬,୧୪/୨୫) କିନ୍ତୁ ପରମାର୍ଥିକ ଦୃଷ୍ଟିରୁ ନିଷ୍କାମ ଭାବରେ ଲୋକ କଲ୍ୟାଣ ପାଇଁ ଯେଉଁ ସବୁ କର୍ମ କରାଯାଏ ତାହା "କର୍ମାରମ୍ଭ' ନୁହେଁ । ଗୀତା କର୍ମ ଯୋଗର ପକ୍ଷଧର । କର୍ମରେ  ଆସକ୍ତି ହେଉଛି ବନ୍ଧନର କାରଣ । କର୍ମରୁ ଆସକ୍ତିକୁ ଦୂର କରି ଦେଲେ ତାହା ଆଉ ଦୋଷାବହ ହୁଏ ନାହିଁ । କର୍ମ ଯଦି ଈଶ୍ୱରୀୟ ଇଚ୍ଛାନୁରୂପ ସମ୍ପାଦିତ ହୁଏ ତେବେ ତାହା ଯୋଗ ପଦବାଚ୍ୟ ହୋଇଯାଏ ।

ରଜୋଗୁଣ ରାଗାତ୍ମକ । ରାଗ (ଆସକ୍ତି) ହେଉଛି ଲୋଭ, ପ୍ରବୃ୍ି, ଆରମ୍ଭ ଆଦିର ଜନକ । ଏଥିପାଇଁ ବ୍ୟକ୍ତି ମନରେ ଯେଉଁ ଅସ୍ଥିରତା ଉପôନ୍ନ ହୁଏ ତାହାକୁ "ଅଶାନ୍ତି' କୁହାଯାଏ । ସାଂସାରିକ ବିଷୟଗୁଡିକୁ ନିଜ ପାଇଁ ଆବଶ୍ୟକ ମନେ କରିବା "ସ୍ପୃହା', ରଜୋଗୁଣ ବୃଦ୍ଧି ହେଲେ ଜ୍ଞାନ ଜ୍ୟୋତି (ସ୍ୱଗୁଣ ଜନିତ ପ୍ରକାଶ) ନିଷ୍ପ୍ରଭ ହୋଇଯାଏ । ତେଣୁ ବ୍ୟକ୍ତି କର୍ବ୍ୟାକର୍ବ୍ୟ ନିରୂପଣ କରିପାରେ ନାହିଁ । ଅନ୍ୟ ପକ୍ଷରେ ରଜୋଗୁଣ ବୃଦ୍ଧି ହେଲେ ତମୋଗୁଣ ଅବଦମିତ ହେଉଥିବାରୁ ସେ ନିଦ୍ରା ଓ ଆଳସ୍ୟ ରହିତ ହୁଏ । ଲୋଭ, ପ୍ରବୃି ଓ ସ୍ପୃହା ନୂଆ ନୂଆ ସଂଗ୍ରହ ଲାଳସା ଉପôନ୍ନ କରାଏ । ଲୋଭବଶତଃ ବିଭିନ୍ନ କର୍ମ କରିବା ପାଇଁ ପ୍ରବୃି ସୃଷ୍ଟି ହୁଏ । ମନ ଚଳ ହୋଇ ଉଠେ । ମନର ଭାବ (ପ୍ରବୃି)  ଅନୁସାରେ କ୍ରିୟାର ଆରମ୍ଭ ହୁଏ । ଏହି ସବୁ ଜାଣି ଯୋଗାଭ୍ୟାସୀ ବ୍ୟକ୍ତି କ୍ରିୟା ଓ ପଦାର୍ଥରୁ ଅସଙ୍ଗ ହେବାର ପୁରୁଷାର୍ଥ କରିବା ଉଚିତ । ତାହା ହେଲେ ଯାଇ ଯୋଗାରୂଢ଼ ହେବା ସମ୍ଭବ । ""ଯଦାହିନେନ୍ଦି୍ରୟାର୍ଥେର୍ଷୁ ନ କର୍ମ ସ୍ୱନୁ ସଜ୍ଜତେ । ସର୍ବସଂକଳ୍ପ ସନ୍ୟାସୀ ଯୋଗାରୂଢ଼ ସ୍ତଦୋଚ୍ୟତେ ।ା ଗୀ ୬/୪ ।ା

ବୃଦ୍ଧିପ୍ରାପ୍ତ ତମୋଗୁଣର ଲକ୍ଷଣ : ଅପ୍ରକାଶ୍ୟ, ଅପ୍ରବୃି, ପ୍ରମାଦ ଓ ମୋହ -ଏଗୁଡିକ ତମୋଗୁଣର ବୃି; ଯାହାଦ୍ୱାରା ଇନ୍ଦ୍ରିୟ ଓ ଅନ୍ତଃକରଣ ପ୍ରକାଶିତ ବା ତେଜୋଦୀପ୍ତ ହୁଏ । ତାକୁ ଏଠାରେ "ପ୍ରକାଶ' ବୋଲି କୁହାଯାଇଛି । ସ୍ୱଗୁଣର ବୃଦ୍ଧି ଘଟିଲେ ଏହି ପ୍ରକାଶ ଦ୍ୱାରା ଇନ୍ଦ୍ରିୟ ଓ ଅନ୍ତଃକରଣ ସ୍ୱଚ୍ଛ ବା ନିର୍ମଳ ହୁଏ । "ପ୍ରକାଶ' ଶବ୍ଦ ନିର୍ମଳତା ବା ସ୍ୱଚ୍ଛ୍ୱତାର ଦ୍ୟୋତକ । ଏହାର ଅଭାବର ନାମ "ଅପ୍ରକାଶ' । ତମୋଗୁଣର ବୃଦ୍ଧି ହେଲେ "ଅପ୍ରକାଶ' ବୃିର ବିକାଶ ହୁଏ । ଏହା ଫଳରେ ବ୍ୟକ୍ତି ହିତାହିତ ଜ୍ଞାନ ଶୂନ୍ୟ ହୋଇଯାଏ । ସେ ଆତ୍ମ ବିସ୍ମୃତ ହୋଇଯାଏ । ଜ୍ଞାନହୀନ ହେତୁ ସେ ପଶୁତୁଲ୍ୟ ଜୀବନ ଯାପନ କରେ । ଜ୍ଞାନେନାହୀନା ପଶୁଭିଃ ସମାନା । ତମୋଗୁଣର ଅଭିବୃଦ୍ଧି ହେଲେ ସ୍ୱ ବା ରଜୋଗୁଣର କୌଣସି ବୃି ରହେ ନାହିଁ । ତେଣୁ ମଣିଷ ବିଷୟ ବିକାର ଓ ବିଭିନ୍ନ ଅପକର୍ମରେ ଲିପ୍ତ ରହେ । କଳି ଯୁଗରେ ପ୍ରାୟ ସମସ୍ତ ଆତ୍ମା ତମୋଗୁଣର ପ୍ରଭାବରେ ଆସିଥାନ୍ତି । ତେଣୁ ଏହାକୁ ତମୋଗୁଣୀ ବା ପତିତ ଦୁନିଆ କୁହାଯାଏ । କଳିଯୁଗର ଅନ୍ତିମ ସମୟରେ ତମୋଗୁଣ ବିଶେଷଭାବରେ ବୃଦ୍ଧି ପାଏ । ପାପାଚାର ଚରମ ସୀମାରେ ଉପନୀତ ହୁଏ । ମଣିଷ ଉପାୟଶୂନ୍ୟ ହୋଇଯାଏ । ସାଧୁ, ବିଦ୍ୱାନ୍ ଓ ପଣ୍ଡିତଗଣ ମଧ୍ୟ ତମୋଗୁଣ ସ୍ପର୍ଶରୁ ମୁକ୍ତ ହୋଇ ପାରନ୍ତି ନାହିଁ । ଏହିପରି ଏକ ଧର୍ମ ସଙ୍କଟ ସମୟରେ ପରମାତ୍ମାଙ୍କ ଅବତରଣ ହୁଏ । ସାଧାରଣ ଲୋକେ ଦିଗ୍ ଭ୍ରମିତ ହେଲେ ସାଧୁ ସନ୍ଥ ସେମାନଙ୍କୁ ଧର୍ମର ମାର୍ଗ ଦେଖାନ୍ତି । କିନ୍ତୁ ଯେତେବେଳେ ବୁଦ୍ଧିଜୀବୀ ମାନବ ସ୍ୱୟଂ ତମୋଗୁଣଯୁକ୍ତ  ବୃିଗୁଡିକ ଦ୍ୱାରା ଆକ୍ରାନ୍ତ ହୁଅନ୍ତି ସେତେବେଳେ ପରମାତ୍ମାଙ୍କ ବ୍ୟତୀତ ଆଉ କିଏ ବା ସେମାନଙ୍କୁ ପରିତ୍ରାଣ କରିବାକୁ ସମର୍ଥ ହେବ ? ପରିତ୍ରାଣାୟ ସାଧୁନାଂ... । ହିନ୍ଦିରେ ଏକ ଉକ୍ତି ଅଛି : ""ଜ୍ଞାନ ସୂର୍ଯ୍ୟ ପ୍ରଗଟା, ଅଜ୍ଞାନ ଅନ୍ଧେରା ବିନାଶ ।'' ପରମାତ୍ମା ଈଶ୍ୱରୀୟ ଜ୍ଞାନର ଅପୂର୍ବ ସମ୍ଭାର ନେଇ ସୃଷ୍ଟିରେ ଅବତରଣ କରନ୍ତି, ଯାହା ମଣିଷ ମଧ୍ୟରେ ବ୍ୟାପକ ଭାବେ ଥିବା ତମୋଗୁଣ ବା  ଅଜ୍ଞାନ ରୂପୀ ଅନ୍ଧକାରକୁ ଅପସାରଣ କରିବାକୁ ସମର୍ଥ ।

ରଜୋଗୁଣ ଜନିତ କାର୍ଯ୍ୟ ପ୍ରବୃିର ଅଭାବକୁ ଅପ୍ରବୃି କୁହାଯାଏ । ଏହାଦ୍ୱାରା ବ୍ୟକ୍ତି ମଧ୍ୟରେ ଆଳସ୍ୟ ବୃି ବୃଦ୍ଧି ପାଏ ଓ ତାହାର କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ । ସବୁବେଳେ ବସି ରହିବା କିମ୍ବା ଶୋଇ ରହିବାକୁ ଇଚ୍ଛା ହୁଏ । ଜୀବନ ନିର୍ବାହ ପାଇଁ ଜୀବିକା ଦରକାର । ଜୀବିକା ପାଇଁ କିଛି ନା କିଛି କର୍ମ କରିବାକୁ ପଡେ । ତମୋଗୁଣ ଜନିତ ଏହି ଅପ୍ରବୃି ମଣିଷକୁ ଏମିତି କର୍ମକୁଢ଼ କରି ଦିଏ ଯେ ସେ ନିଜ ଜୀବନ ନିର୍ବାହ ପାଇଁ କୌଣସି ଜୀବିକା କରିବାକୁ ମଧ୍ୟ ଆଗ୍ରହ ଦେଖାଏ ନାହିଁ । ଅନ୍ୟମାନଙ୍କ କୃପା ଭିକ୍ଷାରେ ବି ରହିବା ତା'ପାଇଁ ଲଜ୍ଜା ଜନକ ବୋଧ ହୁଏ ନାହିଁ । ଏପରି ବ୍ୟକ୍ତି ବିନାପରିଶ୍ରମରେ ଅନୈତିକ ଉପାୟରେ ଧନ ଅର୍ଜନ କରିବାକୁ କୁଣ୍ଠିତ ହୁଅନ୍ତି ନାହିଁ । ଧନକୁ ସେ ନିଶାଦ୍ରବ୍ୟ ସେବନ, ବିଳାସ ବ୍ୟସନ, ଜୁଆ ଆଦି  ଅସତ୍ କର୍ମରେ ଅପବ୍ୟୟ  କରନ୍ତି । ପ୍ରବାଦ ଅଛି : ""ଅଧର୍ମ ବି ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ ।'' ଏହିପରି ଅକରଣୀୟ ଓ ଅନାବଶ୍ୟକ କର୍ମରେ ପ୍ରବୃ ହେବାକୁ "ପ୍ରମାଦ' କୁହାଯାଏ । ପ୍ରମାଦଗ୍ରସ୍ତ ବ୍ୟକ୍ତିର ବୁଦ୍ଧି ବିବେକ ଠିକ ଭାବରେ କାମ କରେ ନାହିଁ । କୌଣସି ଭଲ କଥାକୁ ସେ ସହଜରେ ବୁଝି ପାରେ ନାହିଁ ବା ବୁଝିଲେ ବି ତାହା ବ୍ୟବହାରିକ ଜୀବନରେ ପ୍ରୟୋଗ କରିବାର ସାମର୍ଥ୍ୟ ନ ଥାଏ । ତା'ର ଆତ୍ମସ୍ମୃତି ଲୋପ ପାଇଯାଏ । ବିସ୍ମୃତିର ଅତଳ ଗହ୍ୱରରେ ନିପତିତ ହୋଇ ସେ କୂଳ କିନାରା ପାଏ ନାହିଁ । ଏହା ହେଉଛି "ମୋହ' । ତମୋଗୁଣରୁ ଉପôନ୍ନ ଏହି ମୋହ ମାଦକ ଦ୍ରବ୍ୟର ମାଦକତା ଭଳି ମଣିଷକୁ ମୋହିତ କରି ପ୍ରମାଦଗ୍ରସ୍ତ କରାଏ ।

ପରିଶିଷ୍ଟ ବ୍ୟାଖ୍ୟା

ସ୍ୱ, ରଜଃ, ତମଃ – ଏହି ତିନିଗୁଣ ପରିବର୍ନଶୀଳ । "ଗୁଣ' ଶବ୍ଦ "ରଜ୍ଜୁ'ର ପର୍ଯ୍ୟାୟବାଚୀ । ଏହା ଦ୍ୱାରା ବନ୍ଧନ କାର୍ଯ୍ୟ ହୁଏ । ତ୍ରିଗୁଣ ରଜ୍ଜୁକୁ ଛେଦନ କରିବା ପାଇଁ "ଅସଙ୍ଗ' ହେଉଛି ଏକମାତ୍ର ଅସ୍ତ୍ର । ତ୍ରିଗୁଣ ମଣିଷର କର୍ମ ନିର୍ଦ୍ଧାରଣ କରେ । କର୍ମରୁ ସଂସ୍କାର  ଜାତ ହୁଏ । ଏହା ହେଉଛି କର୍ମଫଳ ।  ସଂସ୍କାର ବୀଜ ସ୍ୱରୂପ । ବୀଜାବସ୍ଥାରେ ବୃକ୍ଷ ହୁଏ । ଏଠାରେ କର୍ମ ହେଉଛି ବୃକ୍ଷ ସଦୃଶ । ବୀଜ ଓ ବୃକ୍ଷ ନ୍ୟାୟରେ କର୍ମ ଓ ସଂସ୍କାର ପରସ୍ପର ପରିପୂରକ । ତେଣୁ କର୍ମର ଗୁହ୍ୟ ଗତି ବିଷୟରେ ଯଥାର୍ଥ ଜ୍ଞାନ ଦେଇ ପରମାତ୍ମା କଳି କଳୁଷିତ ତମୋପ୍ରଧାନ ମାନବମାନଙ୍କୁ ପରିତ୍ରାଣ କରନ୍ତି, ଅର୍ଥାତ ଆତ୍ମାକୁ ତ୍ରିଗୁଣର ବନ୍ଧନରୁ ମୁକ୍ତ କରନ୍ତି । ଗୁଣ ଅନୁରୂପ ଯେପରି ମଣିଷର ସଂସ୍କାର ହୁଏ, ସେହିପରି ସଂସ୍କାର ଅନୁସାରେ ତାର ଜନ୍ମ ସ୍ଥାନ, କାଳ ଓ ପାତ୍ର ନିର୍ଦ୍ଧାରଣ ହୁଏ ।  ସତୋପ୍ରଧାନ ଆତ୍ମା ସତ୍ୟଯୁଗ ଓ ତ୍ରେତାଯୁଗରେ ଏବଂ କଳିଯୁଗରେ ଧାର୍ମିକ ପରିବାରେରେ ଜନ୍ମ ହୁଏ । ସତ୍ୟଯୁଗ ଆରମ୍ଭରୁ ଜନ୍ମ ନେଇଥିବା ସତୋପ୍ରଧାନ ଆତ୍ମାର କଳା କ୍ରମଶଃ ହ୍ରାସ ହୋଇ ତ୍ରେତାଯୁଗରେ ସତୋ ସାମାନ୍ୟ, ଦ୍ୱାପର ପ୍ରଥମାର୍ଦ୍ଧରେ ରଜୋ ସାମାନ୍ୟ ଓ ଉରାର୍ଦ୍ଧରେ ରଜୋପ୍ରଧାନ ଏବଂ କଳିର ପ୍ରଥମାର୍ଦ୍ଧରେ ତମୋ ସାମାନ୍ୟ ଓ ଉରାର୍ଦ୍ଧରେ ତମୋପ୍ରଧାନ ଅବସ୍ଥା ପ୍ରାପ୍ତ ହୁଏ । 

ମନୁଷ୍ୟାତ୍ମାମାନଙ୍କ ମୂଳ ବାସସ୍ଥାନ ହେଉଛି ବ୍ରହ୍ମଲୋକ ବା ପରମଧାମ । ସେଠାରେ ଏକ ନିର୍ଦ୍ଧଷ୍ଟ ସଂଖ୍ୟକ ମନୁଷ୍ୟାତ୍ମା ବାସ କରନ୍ତି । ଆତ୍ମା, ଅଜର, ଅମର ଓ ଅବିନାଶୀ ହେତୁ ଏହି ସଂଖ୍ୟା ସର୍ବଦା ସ୍ଥିର ରହେ । ମନୁଷ୍ୟାତ୍ମା ନିଜ ପାଇଁ ପୂର୍ବ ନିର୍ଦ୍ଧିଷ୍ଟ ସମୟାନୁସାରେହିଁ ସୃଷ୍ଟିରେ ଅବତୀର୍ଣ୍ଣ ହୋଇ ଦେହ ଧାରଣ କରେ । ଏକକାଳୀନ ସମସ୍ତ ଆତ୍ମା ସୃଷ୍ଟିକୁ ଆସି ଜନ୍ମ ନିଅନ୍ତି ନାହିଁ । ଏକ ନିର୍ଦ୍ଧିଷ୍ଟ ସଂଖ୍ୟକ ଆତ୍ମାଙ୍କୁ ନେଇ ସତ୍ୟଯୁଗର ଅୟମାରମ୍ଭ ହୁଏ । ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ନିଜ ନିଜ ସମୟାନୁସାରେ ମନୁଷ୍ୟାତ୍ମାମାନେ ପରମଧାମରୁ ଆସି ଏହି ଧରାପୃଷ୍ଠରେ ଜନ୍ମ ହେଉଛନ୍ତି । ପରମଧାମରୁ ଥରେ ଓହ୍ଳାଇ ଆସି ଏଠାରେ ଜନ୍ମ ହେଲେ ମହାବିନାଶ ପର୍ଯ୍ୟନ୍ତ ମନୁଷ୍ୟାତ୍ମାକୁ ଜନ୍ମମରଣ ଚକ୍ରରେ ଘୂରିବାକୁ ପଡୁଥାଏ । ପରମଧାମରୁ ନୂତନ ଆତ୍ମାର ଆଗମନ ଓ ପୂର୍ବରୁ ଅବତୀର୍ଣ୍ଣ ଆତ୍ମାର ପୂର୍ନଜନ୍ମ ହେତୁ ଧରାପୃଷ୍ଠରେ ଏକ ନିର୍ଦ୍ଧିଷ୍ଟ ଆନୁପାତିକ ହାରରେ ଜନସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି । ସମସ୍ତ ପ୍ରକାର ମାନବୀୟ ଚେଷ୍ଟା ସେ୍ୱ ମଧ୍ୟ ଜନସଂଖ୍ୟା ବୃଦ୍ଧିକୁ ରୋକା ଯାଇପାରୁ ନାହିଁ । ଜନ୍ମ ମୃତ୍ୟୁ ନିୟନ୍ତ୍ରଣ ମାନବୀୟ ଶକ୍ତିର ବର୍ହିଭୂତ ବ୍ୟାପାର । ପରମଧାମରୁ ସମସ୍ତ ମନୁଷ୍ୟାତ୍ମା ଧରାପୃଷ୍ଠକୁ ଆସି ଜନ୍ମ ନେଇ ସାରିଲେ ମହାବିନାଶ ପ୍ରକ୍ରିୟା ଆରମ୍ଭ ହୋଇଯିବ ଏବଂ ଏହା ଏପରି ଅଚାନକ ହେବ ଯେ କେହି ତା'ର ପୂର୍ବାନୁମାନ କରି ପାରିବେ ନାହିଁ । ସେଥିପାଇଁ ବ୍ରହ୍ମାମୁଖ କମଳରେ ପରମାତ୍ମା କହନ୍ତି, ""ହେ ମୋର ଅମୃତ ସନ୍ତାନଗଣ ! ମହାବିନାଶ ତୁମ ସମ୍ମୁଖରେ । ତେଣୁ ପ୍ରତିଟି କ୍ଷଣ ସତ୍ କର୍ମ ଦ୍ୱାରା ସଫଳ କର ।''

ଈଶ୍ୱରୀୟ ଜ୍ଞାନ ଅନୁସାରେ ମନୁଷ୍ୟାତ୍ମା ଗୋଟିଏ କଳ୍ପରେ ସର୍ବାଧିକ ଚଉରାଶୀ ଓ ସର୍ବନିମ୍ନ ଏକ ଜନ୍ମ ନେଇ ପାରିବ । ପ୍ରତ୍ୟେକ ମନୁଷ୍ୟାତ୍ମାର ଜନ୍ମ ସଂଖ୍ୟା ପୂର୍ବ ନିର୍ଦ୍ଧିଷ୍ଟ । ଈଶ୍ୱରୀୟ ନିୟମ ଅନୁସାରେ ଏହି ସଂଖ୍ୟାରେ ହ୍ରାସ ଓ ବୃଦ୍ଧି ହୁଏ ନାହିଁ । ନିଜ ନିଜ ଜନ୍ମସଂଖ୍ୟା ହିସାବରେ କେଉଁ ମନୁଷ୍ୟାତ୍ମା କଳ୍ପର କେଉଁ ସମୟରେ ପୃଥିବୀକୁ ଆସିବ ତାହା ପୂର୍ବରୁ ନିର୍ଦ୍ଧିଷ୍ଟ ହୋଇଥାଏ । ସର୍ବାଧିକ ୮୪ ଜନ୍ମ ନେଉଥିବା ଆତ୍ମା ସତ୍ୟଯୁଗର ପ୍ରାରମ୍ଭରେ ଜନ୍ମ ହେବେ । ୮୩ ଜନ୍ମ ନେଉଥିବା ଆତ୍ମା ସତ୍ୟଯୁଗ ଭୋଗର ଏକ ନିର୍ଦ୍ଧଷ୍ଟ ଅବଧି ପରେ ଜନ୍ମ ହେବେ ଏବଂ ସର୍ବନିମ୍ନ ଏକ ଜନ୍ମ ନେଉଥିବା ଆତ୍ମା କଳିର ଅନ୍ତିମ କ୍ଷଣରେ ଜନ୍ମ ହେବେ । ଯେଉଁମାନେ ସତ୍ୟ ଓ ତ୍ରେତାଯୁଗୀୟ ଆତ୍ମା ସେମାନେ ଦ୍ୱାପର ଓ କଳିଯୁଗରେ ଗୁଣତ୍ରୟର ବନ୍ଧନରୁ ମୁକ୍ତ ହୋଇ ସତୋପ୍ରଧାନ ହେବା ପାଇଁ ପୁରୁଷାର୍ଥ କରନ୍ତି । ଦ୍ୱାପରଯୁଗୀୟ ଆତ୍ମା  ରଜୋଗୁଣର ପ୍ରଭାବରେ ଈଶ୍ୱରୀୟ ଜ୍ଞାନକୁ ବିରୋଧ ନ କଲେ ମଧ୍ୟ ବ୍ୟବହାରିକ ଜୀବନରେ ତା'ର ଉପଯୋଗ କରନ୍ତି ନାହିଁ । ସେମାନେ ଅଧିକରୁ ଅଧିକ ଧନ ଉପାର୍ଜନ ପାଇଁ ଆଗ୍ରହୀ ହୁଅନ୍ତି ଓ କର୍ମକାଣ୍ଡୀୟ ରୀତିନୀତି ଅନୁସରଣ କରି ବିଭିନ୍ନ ଦେବାଦେବୀଙ୍କ ପୂଜା ଉପାସନା କରନ୍ତି । ସେମାନେ ହୁଅନ୍ତି ଧନର ପୂଜାରୀ, ଜ୍ଞାନର ପୂଜାରୀ ନୁହନ୍ତି । ଯେଉଁମାନେ କଳିଯୁଗୀୟ ଆତ୍ମା, ସେମାନେ ତମୋଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି । ସେମାନେ ଆସୁରୀ ସଂସ୍କାରଯୁକ୍ତ ହୋଇଥାଆନ୍ତି । ବିନା ପରିଶ୍ରମରେ କିପରି ଧନ ଉପାର୍ଜନ କରି ହେବ ସେହି ଉପାୟ ସେମାନେ ଚିନ୍ତା କରନ୍ତି । ଏପରି ମନୁଷ୍ୟମାନେ ଚୋରୀ, ଲୁଣ୍ଠନ, ଜୁଆ, ହତ୍ୟା, ଧର୍ଷଣ, ଆତଙ୍କବାଦୀ କାର୍ଯ୍ୟକଳାପ ଆଦି ଅନୈତିକ କାର୍ଯ୍ୟରେ ଲିପ୍ତ ରହିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ସେମାନେ ଏପରି ଦୁଷ୍କର୍ମକୁ ପାପ ମନେ କରନ୍ତି ନାହିଁ । ଈଶ୍ୱରୀୟ ଜ୍ଞାନ ସେମାନଙ୍କୁ ପସନ୍ଦ ଲାଗେ ନାହିଁ । ସତ୍ମାର୍ଗରେ ଚାଲୁଥିବା ବ୍ୟକ୍ତିମାନଙ୍କୁ ସେମାନେ ଉପହାସ ଓ ଭର୍ସନା କରନ୍ତି ଏବଂ ଲା‚ନା ଦିଅନ୍ତି । ଏପରି ଚରିତ୍ର ସମ୍ପନ୍ନ ବ୍ୟକ୍ତିମାନଙ୍କୁ ପୁରାଣମାନଙ୍କରେ ରାକ୍ଷସ ବା ଅସୁର କୁହାଯାଇଛି ।

ମୃତୁ୍ୟ ସମୟରେ ବୃଦ୍ଧିପା୍ରପ୍ତ ଗୁଣଜନିତ ବୃିଗୁଡିକର ଫଳ

ଯଦା ସେ୍ୱ ପ୍ରବୃଦ୍ଧେ ତୁ ପ୍ରଳୟଂ ଯାତି ଦେହଭୃତ୍

ତଦୋମବିଦାଂ ଲୋକାନମଳାନ୍ ପ୍ରତିପଦ୍ୟତେ ାା୧୪ାା

ରଜସି ପ୍ରଳୟଂ ଗତ୍ୱା କର୍ମସଙ୍ଗିଷୁ ଜାୟତେଃ ।

ତଥା ପ୍ରଲୀନସ୍ତମସି ମୂଢ଼ଯୋନିଷୁ ଜାୟତେ ।ା୧୫ାା

ଅର୍ଥ : ସ୍ୱଗୁଣ ବୃଦ୍ଧି ପାଇଥିବାବେଳେ ଯଦି ମନୁଷ୍ୟର ମୃତୁ୍ୟ ହୁଏ ତେବେ ସେ ଶ୍ରେଷ୍ଠ ଜ୍ଞାନୀମାନଙ୍କର ନିର୍ମଳ ଲୋକଗୁଡିକୁ ପ୍ରାପ୍ତ ହୁଏ ।ା୧୪ାା ରଜୋଗୁଣ ବୃଦ୍ଧି ସମୟରେ ମୃତୁ୍ୟ ହେଲେ ବ୍ୟକ୍ତି କର୍ମସଙ୍ଗୀମାନଙ୍କ ଲୋକରେ ଜନ୍ମ ହୁଏ ଓ ତମୋଗୁଣ ବୃଦ୍ଧି କାଳରେ ମୃତ ବ୍ୟକ୍ତି ମୂଢ଼ ଯୋନିରେ ଜନ୍ମ ନିଏ ।ା୧୫ାା

ବ୍ୟାଖ୍ୟା : ଇହ ବା ପର କାଳରେ କର୍ମଫଳ ସ୍ୱରୂପ ମଣିଷର ସଂସ୍କାର ସା୍ୱିକ, ରାଜସିକ ବା ତାମସିକ ହୁଏ  । ସମଗ୍ର ଜୀବନ କାଳର ବିଭିନ୍ନ ସମୟରେ ତ୍ରିଗୁଣ ମଧ୍ୟରୁ କୌଣସି ନା କୌଣସି ଗୁଣ ଦ୍ୱାରା ସେ ପ୍ରଭାବିତ ହେଉଥାଏ । ତ୍ରିଗୁଣ ମଧ୍ୟରୁ  ସ୍ୱଗୁଣ ହେଉଛି ସର୍ବଶ୍ରେଷ୍ଠ । କଳ୍ପ ଆରମ୍ଭରେ ଅତ୍ମା ସ୍ୱ ପ୍ରଧାନ ହୁଏ । ଆବାଗମନ ଚକ୍ରରେ ଆବର୍ିତ ହୋଇ ବିଭିନ୍ନ ଜନ୍ମରେ ସେ ଯେଉଁ ପାପ ବା ପୁଣ୍ୟକର୍ମ କରି ଆସିଛି ତାହାର ଫଳ ସଂସ୍କାର ରୂପରେ ଆତ୍ମାରେ ସିତ ହୋଇଥାଏ । ପରଜନ୍ମରେ ପ୍ରାରବ୍ଧ କର୍ମଫଳ ରୂପରେ ସେ ତାହା ଭୋଗ କରେ । ପାପ କର୍ମର ଫଳ ପୁଣ୍ୟ କର୍ମ ଦ୍ୱାରା ନଷ୍ଟ ହୁଏ ନାହିଁ । ଉଭୟ କର୍ମଫଳ ଭୋଗ କରିବାକୁ ପଡ଼େ । ରାଜଯୋଗ  ଦ୍ୱାରା ପାପକର୍ମ ଜନିତ ଫଳର ତୀବ୍ରତା ଓ ଭୋଗ ଅବଧିକୁ ହ୍ରାସ କରି ହୁଏ । ଅନ୍ୟ ପକ୍ଷରେ ରାଜଯୋଗ ବ୍ୟକ୍ତି ମଧ୍ୟରେ ସ୍ୱଗୁଣ ବୃଦ୍ଧି ମଧ୍ୟ କରେ । ସ୍ୱଗୁଣ ବୃଦ୍ଧି ହେଲେ ଉଭୟ ରଜୋଗୁଣ ଓ ତମୋଗୁଣ ନିଷ୍କ୍ରିୟ ହୋଇଯାନ୍ତି ।ଏହିପରି ରଜୋଗୁଣ ଓ ତମୋଗୁଣର ପ୍ରଭାବକୁ ପ୍ରତିହତ କରି ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ସ୍ୱଗୁଣରେ ଅଟଳ ଓ ଅଚଳ ରହିଲେ ଆତ୍ମା ସଂମ୍ପୂର୍ଣ୍ଣ ପାପମୁକ୍ତ  ବା ନିର୍ମଳ ହୋଇ ସତ୍ୟଯୁଗୀୟ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ।

ମୃତୁ୍ୟପୋରାନ୍ତ ମଣିଷ କିଭଳି ଜୀବନ ଲାଭ କରିବ ତାହା ନିର୍ଭର କରେ ତା'ର ମୃତୁ୍ୟକାଳୀନ ବୃଦ୍ଧିପ୍ରାପ୍ତ ଗୁଣ ଜନିତ ବୃି ଉପରେ । “ପ୍ରାଣୀର ଭଲମନ୍ଦ ବାଣୀ, ମରଣ କାଳେ ତାହା ଜାଣି ।” ଭାଗବତର ଏହି ଉକ୍ତି ଆଲୋଚ୍ୟ ସନ୍ଦର୍ଭରେ ପ୍ରଣିଧାନଯୋଗ୍ୟ । ଗୀତାର ଅଷ୍ଟମ ଅଧ୍ୟାୟ ଷଷ୍ଠ ଶ୍ଳୋକରେ କୁହାଯାଇଛି, “ଯେଉଁ ଯେଉଁ ଭାବ ସ୍ମରଣ କରି ମନୁଷ୍ୟ ଦେହ ତ୍ୟାଗ କରେ ମୃତୁ୍ୟ ପରେ ସେ ସେହି ସେହି ଭାବ ପ୍ରାପ୍ତ ହୁଏ  ।” ଏହି ଦୃଷ୍ଟିରୁ ସ୍ୱଗୁଣ ବୃଦ୍ଧି ସମୟରେ ମୃତୁ୍ୟ ହେଲେ ଜୀବାତ୍ମା ପରବର୍ୀ ଜନ୍ମରେ ପୁଣ୍ୟାତ୍ମାମାନଙ୍କ ଲୋକ ଅର୍ଥାତ ଦେବଲୋକ ବା ସତ୍ୟଯୁଗରେ ଜନ୍ମ ହୋଇ ସୁଖ, ଶାନ୍ତି ପବିତ୍ରତା ଓ ସମୃଦ୍ଧି ଭୋଗ କରେ ।” ପ୍ରଜାପିତା ବ୍ରହ୍ମାମୁଖ କମଳରେ ପରମାତ୍ମା କହନ୍ତି, “ହେ ମୋର ଅମୃତ ସନ୍ତାନଗଣ, ମହାବିନାଶ ବର୍ମାନ ତୁମ ସମ୍ମୁଖରେ ଦଣ୍ଡାୟମାନ । କେଉଁ ମୁହୂର୍ରେ ତା'ର ସଂହାର ଲୀଳା  ଆରମ୍ଭ ହେବ ତା'ର ପୂର୍ବ ସୂଚନା ମିଳିବ ନାହିଁ । ସବୁକିଛି ଅଚାନକ ହୋଇଯିବ । ତୁମକୁ ପତିତରୁ ପାବନ ବନାଇ ପରମଧାମକୁ ଫେରାଇ ନେବା ପାଇଁ ମୁଁ ଏହି ବ୍ରହ୍ମା ଶରୀରରେ ଅବତରଣ କରିଛି । ଦେହ ସହିତ ତତ୍ ସମ୍ବନ୍ଧିତ ବ୍ୟକ୍ତି, ବସ୍ତ୍ୁ, ବୈଭବ, ଘଟଣା, ପରିସ୍ଥିତି ଆଦି ସମସ୍ତ ବିଷୟ ଭୁଲି ନିଜ ଆତ୍ମିକ ସ୍ୱରୂପର ସ୍ମୃତିରେ ରହ ଓ କେବଳ  ମୋର ପରମାତ୍ମା ସ୍ୱରୂପକୁ ନିରନ୍ତର ସ୍ମରଣ କର । ବର୍ମାନ ସୃଷ୍ଟିର (କଳ୍ପର) ଅନ୍ତିମ କ୍ଷଣ ଉପସ୍ଥିତ । ଏହି ଅନ୍ତିମ ସମୟରେ ତୁମର ସ୍ମୃତି ଯେପରି ହେବ ସେପରି ଗତି ପାଇବ (ଅନ୍ତିମତି ସୋ ଗତି) । ତେଣୁ ବିଳମ୍ବ ନ କରି ଉଠ, ଜାଗ୍ରତ ହୁଅ ଓ ପ୍ରତିକ୍ଷଣକୁ ସଫଳ କରିବା ପାଇଁ ପୁରୁଷାର୍ଥ ରତ ହୁଅ ।'' ବିଶ୍ୱର ବର୍ମାନ ଦୃଶ୍ୟପଟରେ ପରମାତ୍ମାଙ୍କ ଏହି ମହାବାକ୍ୟ ପ୍ରଣିଧାନଯୋଗ୍ୟ ।

ପୂର୍ବରୁ କୁହାଯାଇଛି ଯେ ରଜୋଗୁଣ ରାଗାତ୍ମିକା ଅର୍ଥାତ ଆସକ୍ତିରୁ ଉପôନ୍ନ । ରଜୋଗୁଣ ବୃଦ୍ଧି ସମୟରେ ମୃତୁ୍ୟ ହେଲେ ବା ମୃତୁ୍ୟ ସମୟରେ ଲୋଭ, ପ୍ରବୃି ଓ ସ୍ପୃୃହା ଇତ୍ୟାଦି ରଜୋଗୁଣ ଜନିତ ବୃିଗୁଡିକ ଦ୍ୱାରା ମନ ଓ ବୁଦ୍ଧି ବଶୀଭୂତ ହୋଇ ଯାଇଥାନ୍ତି ତେବେ ସେହି ସଂସ୍କାର ଧାରଣ କରି ଆତ୍ମା ତଦନୁରୂପ ପରିବାରରେ ଜନ୍ମ ନିଏ । ଏହି ଜନ୍ମେରେ ସେ ରଜୋଗୁଣ ଦ୍ୱାରା ପ୍ରଭାବିତ ହୋଇ ଜୀବନ ଯାପନ କରେ । ରଜୋଗୁଣ ଆବିର୍ଭାବର ସମୟ ହେଉଛି ଦ୍ୱାପର ଯୁଗ । ମହାବିନାଶ ସମୟରେ ଯେଉଁମାନେ ରଜୋଗୁଣର ବନ୍ଧନରେ ଥାଇ ମୃତୁ୍ୟ ପ୍ରାପ୍ତ ହୁଅନ୍ତି ସେମାନେ ସମସ୍ତେ ଦ୍ୱାପର ଯୁଗରେ ଜନ୍ମ ହୁଅନ୍ତି । ସତ୍ୟଯୁଗ ଓ ତ୍ରେତା ଯୁଗରେ ରଜୋଗୁଣ ଓ ତମୋଗୁଣ ନଥିଲା । ଦ୍ୱାପର ପ୍ରାରମ୍ଭରେ ସ୍ୱଗୁଣ କ୍ଷୀଣ ହୋଇ ରଜୋଗୁଣର ବଶବର୍ୀ ହୋଇ ମନୁଷ୍ୟ ପରମାତ୍ମାଙ୍କ ଭିନ୍ନ ଭିନ୍ନ ନାମ ରୂପର ପରିକଳ୍ପନା କରି କାମନାଯୁକ୍ତ ପୂଜା ଉପାସନା ଆରମ୍ଭ କଲା । ପୂଜା ଉପାସନାକୁ ନେଇ ବିଭିନ୍ନ ମତବାଦର ସୃଷ୍ଟି ହେଲା । ଏଥିରୁ ମନ୍ତ୍ର, ତନ୍ତ୍ର ଓ କର୍ମକାଣ୍ଡର ଉପôି ହେଲା । ପୂଜ୍ୟ ମନୁଷ୍ୟାତ୍ମା ସ୍ୱୟଂ ପୂଜା କରିବା ଆରମ୍ଭ କଲା । ଦିନେ ଯିଏ ସୁଖ, ଶାନ୍ତି, ସମ୍ପି ଓ ପବିତ୍ରତାରେ ସୁସମ୍ପନ୍ନ ଥିଲା ସେ ଆଜି ଭିକାରୀ ସାଜି ବିଭିନ୍ନ ଦେବୀ ଦେବତାଙ୍କ ପ୍ରତିମୂର୍ି ସାମ୍ନାରେ ହାତପାତି ମାଗୁଛି “ଧନଂ ଦେହି, ଯଶଂ ଦେହି, ପୁତ୍ରଂଦେହି... ଇତ୍ୟାଦି ।” ବିକାର ଦ୍ୱାରା ପୀଡିତ ହୋଇ ଅସହାୟ ଭାବରେ ନିଜକୁ ମୂର୍ଖ,ଖଳ,କାମୀ ବିଷୟୀ ଓ ପାପୀ ସ୍ୱୀକାର କରି ପ୍ରାର୍ଥନା କରୁଛି;'' ବିଷୟ ବିକାର ମିଟାଓ... ପାପ..ହରୋ ଦେବା...ମୈଁ ମୁରୁଖ ଖଲକାମୀ... କଷ୍ଟ ହରୋ ଦେବା...ା'' ଏହା ରଜୋଗୁଣ ଚରିତ୍ରର ଚିତ୍ର । ଭୌତିକ ସୁଖ ସମ୍ପି ପ୍ରତି ଆସକ୍ତି ହେଉଛି ରଜୋଗୁଣର ବୈଶିଷ୍ଟ୍ୟ । ତେଣୁ ଏହି ଗୁଣ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ଅଧିକରୁ ଅଧିକ ଉପାର୍ଜନ ପାଇଁ ବିଭିନ୍ନ କର୍ମାନୁଷ୍ଠାନର ପରିକଳ୍ପନା କରେ ଓ ତାହା କାର୍ଯ୍ୟକାରୀ କରିବା ପାଇଁ ଦିନରାତି ପରିଶ୍ରମ କରେ । କୌଣସି ବ୍ୟକ୍ତିର ରଜୋଗୁଣ ବୃଦ୍ଧି ସମୟରେ ମୃତୁ୍ୟ ହେଲେ ଏପରି କର୍ମସଙ୍ଗୀ ମନୁଷ୍ୟ ଘରେ ସେ ଜନ୍ମ ନିଏ ।

କଳିଯୁଗରେ ସ୍ୱ ଓ ରଜୋଗୁଣ ନିଷ୍କି୍ରୟ ହୋଇ ତମୋଗୁଣର ବୃଦ୍ଧି ହୁଏ । ଏଥିପାଇଁ କଳିଯୁଗରେ ଅଧିକାଂଶ ମନୁଷ୍ୟ ତମୋଗୁଣ ପ୍ରଧାନ । ସୃଷ୍ଟିରେ ସତ୍ୟ,ତ୍ରେତା ଓ ଦ୍ୱାପରଯୁଗ ପରେ କଳିଯୁଗ ଆସୁଥିବାରୁ ଏହି ସମୟରେ ସ୍ୱ, ରଜଃ ଓ ତମଃ – ଏହି ତିନିଗୁଣର ଅସ୍ତିତ୍ୱ ଦେଖାଯାଏ । ପରମାତ୍ମା କଳିଯୁଗର ଅନ୍ତିମ ଚରଣରେ ଅବତରଣ କରୁଥିବାରୁ ଗୁଣ ତ୍ରୟର ହ୍ରାସବୃଦ୍ଧି କଥା କହୁଛନ୍ତି । ସତ୍ୟ ଓ ତ୍ରେତାଯୁଗର ଆତ୍ମାମାନେ ଦ୍ୱାପର ଅତିକ୍ରମ କରି କଳି ଯୁଗ ଶେଷ ପର୍ଯ୍ୟନ୍ତ ଜନ୍ମ ଓ ମରଣ ଚକ୍ରରେ ଆସୁଥାନ୍ତି । ତେଣୁ ସେମାନଙ୍କ ମଧ୍ୟରେ ସମୟ ଓ ପରିସ୍ଥିତି ଭେଦରେ ତିନି ଗୁଣର ହ୍ରାସ ବୃଦ୍ଧି ହେଉଥାଏ । ଯେଉଁ ଆତ୍ମାମାନେ ଦ୍ୱାପର ପ୍ରାରମ୍ଭରୁ ଜନ୍ମ ନେଇଥାନ୍ତି ସେମାନେ କଳିଯୁଗରେ ଉଭୟ ରଜୋ ଓ ତମୋଗୁଣର ପ୍ରଭାବରେ ଆସନ୍ତି । ସେହିପରି ଯେଉଁ ଆତ୍ମାମାନେ କେବଳ କଳିଯୁଗରେ ଜନ୍ମ ନିଅନ୍ତି ସେମାନେ ସମ୍ପୂର୍ଣ୍ଣ ଭାବରେ ତମୋଗୁଣ ଯୁକ୍ତ । ସେମାନଙ୍କ ପାଖରେ ସ୍ୱ ଓ ରଜୋଗୁଣର ସର୍ବଥା ଅଭାବ ପରିଲକ୍ଷିତ ହୁଏ । ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା ପ୍ରଦ ଜ୍ଞାନ ମଧ୍ୟ ତାଙ୍କୁ ପରିବର୍ନ କରିବା ପାଇଁ ସକ୍ଷମ ହୋଇପାରେ ନାହିଁ । ସେମାନେ ପରମାତ୍ମାଙ୍କ ଅସ୍ତିତ୍ୱକୁ ବିଶ୍ୱାସ କରନ୍ତି ନାହିଁ । ଭଗବତ ପ୍ରେମୀ ଆତ୍ମାମାନଙ୍କୁ ପ୍ରତାରିତ କରିବାରେ ସେମାନେ ଆନନ୍ଦ ଅନୁଭବ କରନ୍ତି । ପୁରାଣମାନଙ୍କରେ ଏପରି ଶ୍ରେଣୀର ବ୍ୟକ୍ତିମାନଙ୍କୁ ଅସୁର ବା ରାକ୍ଷାସ ରୂପରେ ଚିତ୍ରଣ କରାଯାଇଛି । ଗୀତାେରେ ତମୋଗୁଣର ବ୍ୟକ୍ତିଙ୍କୁ "ମୂଢ଼' ବୋଲି କୁହାଯାଇଛି । ତମୋଗୁଣ ବୃଦ୍ଧି ସମୟରେ ବ୍ୟକ୍ତିର ମୃତୁ୍ୟ ହେଲେ ଏପରି "ମୂଢ଼' ପରିବାରରେ ତାଙ୍କର ଜନ୍ମ ହୁଏ ।

ପଶୁ, ପକ୍ଷୀ, କୀଟ, ପତଙ୍ଗ, ବୃକ୍ଷ, ଲତା ଆଦିଙ୍କୁ ମୂଢ଼ଯୋନି ବୋଲି କେତେକ ବିଦ୍ୱାନ ବ୍ୟାଖ୍ୟା କରିଛନ୍ତି । ଏହା ଯଥାର୍ଥ ନୁହେଁ । ପୂର୍ବରୁ ଏକଥା ସ୍ପଷ୍ଟ କରାଯାଇଛି ଯେ ମନୁଷ୍ୟାତ୍ମା କେବଳ ମନୁଷ୍ୟ ଶରୀରରେ ଜନ୍ମ ନିଏ । ତେଣୁ ଏଠାରେ ଏହାର ପୁନରାଲୋଚନା ଅନାବଶ୍ୟକ । ସତ୍ୟଯୁଗୀୟ ଓ ତ୍ରେତାଯୁଗୀୟ ଆତ୍ମାମାନେ କଳିଯୁଗରେ ତମୋଗୁଣ ବୃଦ୍ଧି  ସମୟରେ ଦେହ ତ୍ୟାଗ କରି ମୂଢ଼ଯୋନି ବା ଆସୁରୀ ସ୍ୱଭାବ ସଂସ୍କାରଯୁକ୍ତ ପରିବାରରେ ପୁନର୍ଜନ୍ମ ନେଲେ ମଧ୍ୟ ସେମାନେ ମୂଳତଃ ସ୍ୱଗୁଣ ସମ୍ପନ୍ନ ହୋଇଥିବାରୁ ସତ୍କର୍ମରେ ମନୋନିବେଶ କରନ୍ତି । ସେହିପରି ଦ୍ୱାପରଯୁଗୀୟ ଆତ୍ମାମାନେ ପୂର୍ବରୁ ସ୍ୱ ଓ ରଜୋଗୁଣର ସମ୍ପର୍କରେ ଆସିଥିବାରୁ କେବଳ ତମୋଗୁଣର ଅଧୀନ ହୋଇ କାର୍ଯ୍ୟ କରନ୍ତି ।

ସା୍ୱିକ, ରାଜସ ଓ ତାମସ କର୍ମର ଫଳ

କର୍ମଣଃ ସୁକୃତସ୍ୟାହୁଃ ସା୍ୱିକଂ ନିର୍ମଳଂ ଫଳମ୍ ।

ରଜସସ୍ତୁ ଫଳଂ ଦୁଃଖମଜ୍ଞାନଂ ତମସଃ ଫଳମ୍ ।ା୧୬ାା

ସ୍ୱାତ୍ ସଞ୍ଜାୟତେ ଜ୍ଞାନଂ ରଜସୋ ଲୋଭ ଏବ ଚ ।

ପ୍ରମାଦମୋହୌ ତମସୋ ଭବତୋଽଜ୍ଞାନମେବ ଚ ।ା୧୭ ।ା

ଉଦ୍ଧ୍ୱର୍ଂ ଗଚ୍ଛନ୍ତି ସ୍ୱସ୍ଥାଃ ମଧ୍ୟେ ତିଷ୍ଠନ୍ତି ରାଜସାଃ ।

ଜଘନ୍ୟଗୁଣ ବୃିସ୍ଥା ଅଧୋ ଗଚ୍ଛନ୍ତି ତାମସାଃ ।ା୧୮ାା 

ଅର୍ଥ : ପୁଣ୍ୟକର୍ମର ଫଳ ସା୍ୱିକ ଓ ନିର୍ମଳ, ରାଜସିକ କର୍ମର ଫଳ ଦୁଃଖ ଏବଂ ତାମସିିକ କର୍ମର ଫଳ ଅଜ୍ଞାନ ବୋଲି ତ୍ୱଦର୍ଶୀମାନେ କହନ୍ତି ।ା୧୬ାା ସ୍ୱଗୁଣରୁ ଜ୍ଞାନ ଉପôନ୍ନ ହୁଏ; ରଜୋଗୁଣରୁ ଲୋଭ ଓ ତମୋଗୁଣରୁ ପ୍ରମାଦ, ମୋହ ଓ ଅଜ୍ଞାନତା ଜାତ ହୁଏ ।ା୧୭ାା ସ୍ୱଗୁଣଯୁକ୍ତ ବ୍ୟକ୍ତିଗଣ ଉଦ୍ଧ୍ୱର୍ଲୋକକୁ ଗମନ କରନ୍ତି; ରଜୋଗୁଣଯୁକ୍ତ ମନୁଷ୍ୟ ମଧ୍ୟଲୋକରେ ଅବସ୍ଥାନ କରନ୍ତି ଏବଂ ନିକୃଷ୍ଠ ଗୁଣ ସମ୍ପନ୍ନ ତାମସିକ ଲୋକେ ଅଧୋଗତିକୁ ପ୍ରାପ୍ତ ହୁଅନ୍ତି ।

ବ୍ୟାଖ୍ୟା : ଗୁଣ ଓ କର୍ମ ପରସ୍ପରକୁ ଅନୁସରଣ କରନ୍ତି । ଗୁଣ ଅନୁସାରେ କର୍ମ ସମ୍ପାଦନ ହୁଏ  ଓ କର୍ମର ଫଳ ସଂସ୍କାର ରୂପରେ ଆତ୍ମାରେ ସିତ ହୁଏ । କର୍ମ ଆଧାରରେ ପ୍ରାପ୍ତ ସଂସ୍କାର ଅନୁରୂପ ବ୍ୟକ୍ତିର ଗୁଣ ସା୍ୱିକ, ରାଜସ ଓ ତାମସ ହୁଏ । ମଣିଷ ଯେପରି କର୍ମ କରେ ସେହି ଅନୁସାରେ ତା'ର ଗୁଣ ଦୃଢ଼ୀଭୂତ ହୁଏ । ସେହି ଗୁଣ ଅନୁଯାୟୀ ତା'ର ମୃତୁ୍ୟକାଳୀନ ଚିନ୍ତନ ହୁଏ । ଗୁଣ ଓ କର୍ମର ଅଙ୍ଗାଙ୍ଗୀ ସମ୍ପର୍କ ରହିଛି । ଗୁଣ ଓ କର୍ମ ଆଧାରରେ ମନୁଷ୍ୟର ଜନ୍ମ କେଉଁ କେଉଁ ବର୍ଣ୍ଣରେ ହେବ ତାହା ନିର୍ଭର କରେ । (ଗୀ-୪/୧୩) ସ୍ୱଗୁଣ ସମ୍ପନ୍ନ ବ୍ୟକ୍ତିର କର୍ମ ସା୍ୱିକ ହୁଏ । ସ୍ୱଗୁଣର ସ୍ୱରୂପ ନିର୍ମଳ, ସ୍ୱଚ୍ଛ ଓ ନିର୍ବିକାର । ସ୍ୱଗୁଣରୁ ଜ୍ଞାନ ଉଦୟ ହୁଏ । ସୂର୍ଯ୍ୟ ଉଦୟ ହେଲେ ଯେପରି ଅନ୍ଧକାର ଦୂରୀଭୂତ ହୁଏ; ସେହିପରି ମନୁଷ୍ୟର ଜ୍ଞାନୋଦୟ ହେଲେ ରଜୋଗୁଣ ଓ ତମୋଗୁଣରୁ ଉପôନ୍ନ ଅଜ୍ଞାନ ଅନ୍ଧକାର ଅପସରି ଯାଏ । ସ୍ୱଗୁଣର ପ୍ରକାଶରେ ବ୍ୟକ୍ତି ସତ୍ ଓ ଅସତ୍ କର୍ମ ମଧ୍ୟରେ ପ୍ରଭେଦ ନିର୍ଣ୍ଣୟ କରି କେବଳ ସତ୍ କର୍ମହିଁ କରେ । ସେହି ସତ୍ କର୍ମର ଫଳ ସା୍ୱିକ, ଶୁଦ୍ଧ, ନିର୍ମଳ ଓ ସୁଖଶାନ୍ତି ପ୍ରଦାୟକ ହୁଏ । ଯେଉଁମାନେ ସମଗ୍ର ଜୀବନ କାଳରେ କେବଳ ସା୍ୱିକ କର୍ମରେ ଲିପ୍ତ ଥାନ୍ତି ମୃତୁ୍ୟ ସମୟରେ ସେମାନଙ୍କର ସ୍ୱ ଗୁଣର ବୃଦ୍ଧି ହୁଏ ଓ ସେମାନେ ଉଦ୍ଧ୍ୱର୍ଲୋକକୁ ଯାଆନ୍ତି । ଉଦ୍ଧ୍ୱର୍ଲୋକର ତାପôର୍ଯ୍ୟ ଏଠାରେ ସତ୍ୟଯୁଗୀୟ ଦୈବୀଲୋକ । କାରଣ ବର୍ମାନ ଯେଉଁ ଜ୍ଞାନର ପ୍ରକରଣ ଚାଲିଛି ତାହା ପରମାତ୍ମାବତରଣ ବା ଧର୍ମଗ୍ଳାନି ସମୟର ପ୍ରସଙ୍ଗ  । ଚତୁର୍ଯୁଗ ମଧ୍ୟରେ କଳିଯୁଗର ଅନ୍ତିମ ଚରଣ ଅତ୍ୟନ୍ତ ଧର୍ମଗ୍ଳାନି ସମୟ । ବର୍ମାନ ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ପରମାତ୍ମାଙ୍କ ଅବତରଣ ହେଉଥିବାରୁ ଏହି ପ୍ରତ୍ୟକ୍ଷ ଘଟଣା ପାଇଁ ପ୍ରମାଣ ଦେବାର କୌଣସି ଆବଶ୍ୟକତା ନାହିଁ । ଯୁଗ କ୍ରମରେ କଳିଯୁଗର ଉଦ୍ଧ୍ୱର୍ଲୋକ ହେଉଛି ସତ୍ୟଯୁଗ । ଏହି ସତ୍ୟଯୁଗୀୟ ଦୈବୀ  ସାମ୍ରାଜ୍ୟ ପୁନଃସ୍ଥାପନ ପାଇଁ ପରମାତ୍ମାଙ୍କୁ କଳିର ଅନ୍ତିମ ଚରଣରେ ସୃଷ୍ଟିରେ ଅବତରଣ କରିବାକୁ ପଡେ । ଦୈବୀ ସାମ୍ରାଜ୍ୟରେ ସମସ୍ତ ଆତ୍ମା ଦୈବୀଗୁଣ ବା ସ୍ୱଗୁଣଯୁକ୍ତ  ହୁଅନ୍ତି । ସେଠାରେ ରଜୋଗୁଣୀ ବା ତମୋଗୁଣୀ ଆତ୍ମାର ଆବିର୍ଭାବ ସମ୍ଭବ ନୁହେଁ ।

କଳିଯୁଗରେ ଦେବୀଦେବତା ଗୁଣ ସମ୍ପନ୍ନ ଆତ୍ମାମାନେ ମଧ୍ୟ ତମୋଗୁଣ ଦ୍ୱାରା ପ୍ରଭାବିତ ହୋଇ ଆତ୍ମବିସ୍ମୃତ ହୋଇଯାଆନ୍ତି । ସେମାନଙ୍କର ଆତ୍ମସ୍ମୃତିର ଜାଗ୍ରତି ବିନା ଦୈବୀ ସାମ୍ରାଜ୍ୟ ସ୍ଥାପନା ସମ୍ଭବ ନୁହେଁ । ଈଶ୍ୱରୀୟ ଜ୍ଞାନହିଁ ସେମାନଙ୍କୁ ସେମାନଙ୍କ ପୂର୍ବର ଦେବୀଦେବତା ସ୍ମୃତିକୁ ଉଜ୍ଜୀବିତ କରେ । ମଣିଷ ମଧ୍ୟରେ ଉପôନ୍ନ ହେଉଥିବା ବିଚାର ଅନୁରୂପ ସେ କର୍ମରେ ପ୍ରବୃ ହୁଏ । ମଣିଷ ଯେତେବେଳେ ତା'ର ବାସ୍ତବିକ ସ୍ୱରୂପକୁ ପ୍ରତ୍ୟକ୍ଷ କରେ ସେତେବେଳେ ତା'ର ବିଚାର ପରିବର୍ନ ହୋଇଯାଏ । ଶୃଗାଳ ମେଳରେ ଲାଳିତ ପାଳିତ ସିଂହ ଶାବକ ଯେତେେବେଳେ ନିଜର ବାସ୍ତବିକ ସ୍ୱରୂପ ପ୍ରତ୍ୟକ୍ଷ କଲା ସେତେବେଳେ ତା'ମଧ୍ୟରେ ଥିବା ଶୃଗାଳତ୍ୱର ଅବସାନ ହେଲା ଓ ପୁନଶ୍ଚ ସେ ସିଂହ ପରି ଆଚରଣ କଲା । ଆଜି ଠିକ ସେହିପରି ମଣିଷ ତମୋଗୁଣ ଆସୁରିକ ପ୍ରବୃି ସମ୍ପନ୍ନ ସମାଜରେ ଲାଳିତ ପାଳିତ ହୋଇ ତାର ଦୈବୀ ସ୍ୱରୂପକୁ ଭୁଲି ଯାଇଛି । ଅଜ୍ଞାନ ଅନ୍ଧକାରରେ ସେ ପଥବଣା ହୋଇଯାଇଛି । ଈଶ୍ୱରୀୟ ଜ୍ଞାନ ସେମାନଙ୍କୁ ପୁନଶ୍ଚ ସା୍ୱିକ କର୍ମ ପାଇଁ ପ୍ରେରିତ କରେ । ସା୍ୱିକ କର୍ମ ସେମାନଙ୍କ ମଧ୍ୟରେ ସ୍ୱ ଗୁଣର ଅଭିବୃଦ୍ଧି କରାଏ । ସ୍ୱଗୁଣ ଜନିତ ପ୍ରକାଶ ସେମାନଙ୍କ ଅଜ୍ଞାନ ଅନ୍ଧକାରକୁ ଦୂର କରିଦିଏ । ଏହାଦ୍ୱାରା ସେମାନେ ନିଜର ଆତ୍ମିକ ସ୍ୱରୂପ ତଥା ଆତ୍ମାର ପିତା ପରମାତ୍ମାଙ୍କ ବାସ୍ତବିକ ସ୍ୱରୂପ ପ୍ରତ୍ୟକ୍ଷ କରିପାରନ୍ତି । ଯେତେବେଳେ କଳି କଳୁଷିତ ସତ୍ୟ ଓ ତ୍ରେତାଯୁଗୀୟ ସମସ୍ତ ଆତ୍ମା ଈଶ୍ୱରୀୟ ପାଳନା ଦ୍ୱାରା ପାପମୁକ୍ତ ହୋଇ ଦୈବୀଗୁଣ ସମ୍ପନ୍ନ ହୁଅନ୍ତି ସେତେବେଳେ ପରମାତ୍ମାଙ୍କ ଦିବ୍ୟ କର୍ବ୍ୟ ଅର୍ଥାତ ଧର୍ମ ସଂସ୍ଥାପନା କାର୍ଯ୍ୟର ପରିସମାପ୍ତି ହୁଏ । ଅନ୍ୟ ଆତ୍ମାଗଣ ନିଜ ନିଜ କର୍ମ ଅନୁସାରେ ଦ୍ୱାପର ବା କଳିଯୁଗରେ ଜନ୍ମ ନିଅନ୍ତି । କାରଣ ପ୍ରଳୟକାଳୀନ ଅନ୍ତିମ ଜନ୍ମରେ ସେମାନେ ରଜୋଗୁଣ ବା ତମୋଗୁଣ ଦ୍ୱାରା ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରନ୍ତି ।

"ଆସକ୍ତି' ହେଉଛି ରଜୋଗୁଣର ସ୍ୱରୂପ । ଏହା ହେଉଛି ସର୍ବବିଧ ଦୁଃଖର କାରଣ । ରଜୋଗୁଣୀ ବ୍ୟକ୍ତି ଇନ୍ଦ୍ରିୟ ପରିତୃପ୍ତି ପାଇଁ ବିଷୟ ବାସନାରେ ଲିପ୍ତ ହୁଏ । ସେଥିପାଇଁ ତାକୁ ପର୍ଯ୍ୟାପ୍ତ ଧନର ଆବଶ୍ୟକତା ହୁଏ । ଏହି ଆବଶ୍ୟକତା ହେତୁ ସେ ନାନାବିଧ କର୍ମରେ ଜଡିତ ହୋଇ ପଡେ । ଭୌତିକ ସୁଖ ଶାନ୍ତି ପ୍ରାପ୍ତି ତା'ର ଜୀବନର ଧ୍ୟେୟ ହୁଏ । ଏଥିପାଇଁ ସେ ନାନା ପ୍ରକାର ପୂଜା, ଉପାସନା, ଯାଗ ଯଜ୍ଞ ଆଦି କର୍ମକାଣ୍ଡୀୟ କ୍ରିୟାକଳାପ କରେ । କାମନାଯୁକ୍ତ ଉପାସନା ଆଧ୍ୟାତ୍ମିକ ମାର୍ଗର ପରିପନ୍ଥୀ । ଇନ୍ଦ୍ରିୟ-ବିଷୟର ସଂସ୍ପର୍ଶରେ ଉପôନ୍ନ ହେଉଥିବା ସମସ୍ତ ଭୋଗଗୁଡିକ ଦୁଃଖର କାରଣ ଅଟନ୍ତି । “ଯେ ହି ସଂସ୍ପର୍ଶଜା ଭୋଗା ଦୁଃଖଯୋନୟ ଏବ ତେ” ।ା ଗୀ-୫/୨୨ାା ଏହି ଦୁଃଖର ଅନ୍ୟ କାରଣ ହେଉଛି ଲୋଭ । ରଜୋଗୁଣରୁ ଲୋଭ ଉପôନ୍ନ ହୁଏ । ଲୋଭ ବୃି ହେତୁ ମଣିଷ ଶାରୀରିକ ସ୍ୱାସ୍ଥ୍ୟ ଓ ଆତ୍ମିକ କଲ୍ୟାଣ ପ୍ରତି ବିଶେଷ ଯନôଶୀଳ ନ ହୋଇ ଧନ ଉପାର୍ଜନରେ ଅଧିକାଂଶ ସମୟ ପ୍ରଦାନ କରେ । ଧନ ଅର୍ଜନର ଲକ୍ଷ୍ୟ ଯଦି ଧର୍ମ ହୁଏ ତେବେ ତାହା ସା୍ୱିକ ସୁଖ ପ୍ରଦାନ କରେ ।ା ""ଧନ ଅର୍ଜନେ ଧର୍ମ କରି, ଧର୍ମେ ପ୍ରାପତ ନରହରି ।ା'' ଭାଗବତ ।ା କିନ୍ତୁ ଧନ ଅର୍ଜନର ଲକ୍ଷ୍ୟ ଯଦି ଭୋଗ ବିଳାସ ବା କେବଳ ସଂଗ୍ରହ ହୁଏ ତେବେ ତାହା ଦୁଃଖଦାୟୀ ହୁଏ । ବିଳାସ ବ୍ୟସନ ରାଜସିକ କର୍ମ  । ଭୌତିକ ସୁଖ କାମନା ଓ ବିଷୟ ଭୋଗ ମଣିଷର ରଜୋଗୁଣକୁ ପରିପୁଷ୍ଟ କରି ଉରୋର ବୃଦ୍ଧି କରାଏ । ଏପରି ବ୍ୟକ୍ତି ରଜୋଗୁଣ ବୃଦ୍ଧି ସମୟରେ ମୃତୁ୍ୟ ବରଣ କରନ୍ତି ଓ ମଧ୍ୟମ ଗତି ପ୍ରାପ୍ତ ହୁଅନ୍ତି ।

ଦ୍ୱାପର ଯୁଗ ହେଉଛି ରଜୋଗୁଣ ପ୍ର୍ରଧାନ । ମଧ୍ୟମ ଗତି ପ୍ରାପ୍ତ ବ୍ୟକ୍ତିମାନଙ୍କର ଏହି ଯୁଗରୁ ଜନ୍ମ ଆରମ୍ଭ ହୁଏ । କଳିଯୁଗରେ ଏହି ଦ୍ୱାପରଯୁଗୀୟ ଆତ୍ମାମାନେ ରଜୋଗୁଣ ପ୍ରଧାନ ପରିବାରରେ ଜନ୍ମ ହୁଅନ୍ତି । ଗୁଣ ଭେଦରେ ସୃଷ୍ଟିର ବିଭିନ୍ନ ସମୟକୁ ଚାରୋଟି ଯୁଗ ବା ତିନୋଟି ଲୋକରେ ବିଭକ୍ତ କରାଯାଇପାରେ । ଗୋଟିଏ କଳ୍ପରେ ଦ୍ୱାପର ଓ କଳିଯୁଗ ଅପେକ୍ଷା ସତ୍ୟ ଓ ତ୍ରେତାଯୁଗ ଶ୍ରେଷ୍ଠ ହୋଇଥିବାରୁ ଏହି ଅବଧିକୁ ଉଦ୍ଧ୍ୱର୍ଲୋକ କୁହାଯାଇପାରେ । କଳିଯୁଗ ଅପେକ୍ଷା ଦ୍ୱାପର ଶ୍ରେଷ୍ଠ ତଥା ସତ୍ୟ ଓ ତ୍ରେତା ଯୁଗଠାରୁ ନିକୃଷ୍ଟ ହୋଇଥିବାରୁ ଏହାକୁ ମଧ୍ୟମ ଲୋକ କୁହାଯାଏ । କଳିଯୁଗ ସମସ୍ତଙ୍କ ଅପେକ୍ଷା ନିକୃଷ୍ଟ ତଥା ଅନ୍ତିମ ସମୟ ହୋଇଥିବାରୁ ତାକୁ ନିମ୍ନଲୋକ କୁହାଯାଏ । ସତ୍ୟଯୁଗ ସତୋପ୍ରଧାନ,ତ୍ରେତାଯୁଗ ସତୋସାମାନ୍ୟ, ଦ୍ୱାପରଯୁଗ ରଜୋପ୍ରଧାନ, କଳିଯୁଗ ତମୋପ୍ରଧାନ ବିଚାର କରାଯାଏ । ଜୀବାତ୍ମା ସ୍ୱକୀୟ ଗୁଣ ଓ କର୍ମ ଆଧାରରେ ଯେଉଁ ସମୟରେ ଓ ଯେପରି ପରିବାରରେ ଜନ୍ମ ହୁଅନ୍ତି  ତାକୁ ସେହି ଅନୁସାରେ କେଉଁ ଗତି ପ୍ରାପ୍ତ ହୁଏ ତାହା ନିର୍ଣ୍ଣୟ କରାଯାଏ । ସତୋଗୁଣୀ ଆତ୍ମା ସତ୍ୟ ଓ ତ୍ରେତାରେ, ରଜୋଗୁଣୀ ଆତ୍ମା ଦ୍ୱାପର ଯୁଗରେ ଓ ତମୋଗୁଣୀ ଆତ୍ମା କଳିଯୁଗରେ ଜନ୍ମଗ୍ରହଣ କରି ଯଥାକ୍ରମେ ଉଦ୍ଧ୍ୱର୍, ମଧ୍ୟ ଓ ନିମ୍ନ ଗତି ପ୍ରାପ୍ତ ହୁଅନ୍ତି ।

ତମୋଗୁଣ ଅଜ୍ଞାନ କାରକ । କଳିଯୁଗ ତମୋଗୁଣ ପ୍ରଧାନ ହୋଇଥିବାରୁ ଏଠାରେ ସମସ୍ତେ ଅଜ୍ଞାନାନ୍ଧକାରରେ ପଥବଣା ହୋଇ ପଡନ୍ତି । କଳି କଳୁଷିତ ମାନବ ସମାଜକୁ ମୁକ୍ତି ଓ ଜୀବନ୍ମୁକ୍ତି ପଥ ଦେଖାଇବା ପାଇଁ ଜ୍ଞାନ ସୂର୍ଯ୍ୟ ପରମାତ୍ମାଙ୍କୁ ଅବତରଣ କରିବାକୁ ପଡେ । ହିନ୍ଦିରେ ଏକ ପ୍ରବାଦ ଅଛି, ""ଜ୍ଞାନ ସୂରଜ ପ୍ରଗଟା, ଅଜ୍ଞାନ ଅନ୍ଧେରା ବିନାଶ ।'' ଅଜ୍ଞାନ ବ୍ୟତୀତ ପ୍ରମାଦ ଓ ମୋହ ମଧ୍ୟ ତମୋଗୁଣରୁ ଉପôନ୍ନ ହୁଏ । ଏହି ଗୁଣ ମନୁଷ୍ୟକୁ ପର ଅହିତ ଚିନ୍ତା, ପର ପୀଡ଼ନ, ମିଥ୍ୟା, ଚୋରୀ, ଡକାୟତି, ଜୁଆ, ମାଦକ ଦ୍ରବ୍ୟ ସେବନ, ଆତଙ୍କବାଦ ଆଦି ଜଘନ୍ୟ କର୍ମରେ ଲିପ୍ତ କରାଏ । ଏପରି ଅପକର୍ମର ଫଳ ସ୍ୱରୂପ ବ୍ୟକ୍ତି ଅଧୋଗତି ପ୍ରାପ୍ତ ହୁଏ । ଅର୍ଥାତ ସେପରି ବ୍ୟକ୍ତି କଳିଯୁଗରେ କୌଣସି ତମୋଗୁଣ ସମ୍ପନ୍ନ ପରିବାରରେ ଜନ୍ମ ନିଅନ୍ତି । କେତେକ ବିଦ୍ୱାନ ପଶୁ, ପକ୍ଷୀ, କୀଟ, ପତଙ୍ଗ, ବୃକ୍ଷ, ଲତା ଆଦି ଇତର ଯୋନିରେ ଜନ୍ମକୁ ଅଧୋଗତି ବୋଲି ଅର୍ଥ କରନ୍ତି । ଏହା ବିବେକ ସମ୍ମତ ମନେ ହୁଏ ନାହିଁ । "ବୀଜ ଅନୁରୂପ ବୃକ୍ଷ' ନ୍ୟାୟରେ ମାନବାତ୍ମା କେବଳ ମାନବ ଶରୀରରେ ଜନ୍ମ ଗ୍ରହଣ କରି କର୍ମାନୁସାରେ ସୁଖ ବା ଦୁଃଖ ଭୋଗ କରେ ।

କଳିଯୁଗ ତମୋପ୍ରଧାନ ହେଲେ ମଧ୍ୟ ସ୍ୱ ଓ ରଜୋଗୁଣ ଏହି ସମୟରେ ମନୁଷ୍ୟାତ୍ମାକୁ ପ୍ରଭାବିତ କରେ । କାରଣ ଏହି ସମୟରେ ସତ୍ୟ ଓ ତ୍ରେତାଯୁଗୀୟ ଆତ୍ମାମାନଙ୍କର ମଧ୍ୟ ପୁନର୍ଜନ୍ମ ହେଉଥାଏ । ସେହି ଆତ୍ମାମାନଙ୍କଠାରେ କେବଳ ସ୍ୱ, ରଜଃ ଓ ତମଃ – ଏହି ତିନିଗୁଣର ଏକତ୍ର ସାମାବେଶ ଦେଖାଯାଏ । ଦ୍ୱାପର ଯୁଗୀୟ ଆତ୍ମାଠାରେ ରଜଃ ଓ ତମଃ ଗୁଣ ଦ୍ୱୟର ସମାବେଶ ହୁଏ । କଳିଯୁଗୀୟ ଆତ୍ମାଠାରେ କେବଳ ତମୋଗୁଣର ହ୍ରାସ ବୃଦ୍ଧି ହେଉଥାଏ । ଯେତେବେଳେ ଯାହାଠାରେ ଯେଉଁଗୁଣ ବୃଦ୍ଧିପାଏ ସେହି ଅନୁସାରେ ତା'ର ସ୍ୱଭାବ ଓ କର୍ମ ହୁଏ ଏବଂ ମୃତୁ୍ୟପୋରାନ୍ତ ଗତି ନିର୍ଦ୍ଧାରଣ ହୁଏ ।

ଭଗବତ ପ୍ରାପ୍ତିର ଉପାୟ

ନାନ୍ୟଂ ଗୁଣେଭ୍ୟଃ କର୍ାରଂ ଯଦା ଦ୍ରଷ୍ଟାନୁପଶ୍ୟତି

ଗୁଣେଭ୍ୟଶ୍ଚ ପରଂ ବେି ମଦ୍ଭାବଂ ସୋଽଧିଗଚ୍ଛତି ାା୧୯ ।ା

ଗୁଣାନେତାନତୀତ୍ୟ ତ୍ରୀନ୍ଦେହୀ ଦେହସମୁଦ୍ଭବାନ୍ ।

ଜନ୍ମମୃତୁ୍ୟଜରା ଦୁଃଖୈର୍ବିମୁକ୍ତୋଽମୃତମଶ୍ନୁତେ ।ା୨୦ାା

 ଅର୍ଥ : ସାକ୍ଷୀ ଦ୍ରଷ୍ଟା ହୋଇ ବ୍ୟକ୍ତି ଯେତେବେଳେ ତ୍ରିଗୁଣ ବ୍ୟତୀତ ଅନ୍ୟ କାହାକୁ କର୍ା  ରୂପରେ ଦେଖେ ନାହିଁ ଏବଂ ଗୁଣ ଗୁଡିକର ଉଦ୍ଧ୍ୱର୍ରେ ଥିବା ସତ୍ୟକୁ ଜାଣେ; ସେତେବେଳେ ସେ ମୋର ଭାବକୁ ପ୍ରାପ୍ତ ହୁଏ ।ା୧୯ାା ଦେହାଭିମାନରୁ ଉପôନ୍ନ ଏହି ତିନିଗୁଣକୁ ଅତିକ୍ରମ କରି ଜୀବାତ୍ମା ଜନ୍ମ,ମୃତୁ୍ୟ ଓ ଜରା ରୂପକ ଦୁଃଖରୁ ମୁକ୍ତ ହୋଇ ଅମରତ୍ୱ ଆସ୍ୱାଦନ କରେ ।ା୨୦ ।ା

ବ୍ୟାଖ୍ୟା : ପ୍ରକୃତିର ତିନି ଗୁଣ (ସ୍ୱ,ରଜଃ ଓ ତମଃ) ଦ୍ୱାରା ପ୍ରଭାବିତ ହୋଇ ଜୀବାତ୍ମା ଯେଉଁ କର୍ମ କରେ ତାହା ତା'ପାଇଁ ବନ୍ଧନ କାରକ ହୁଏ । ଏହା ତା'ମନରେ କର୍ୃତ୍ୱର ଅଭିମାନ ସୃଷ୍ଟି କରେ । ମଣିଷକୁ ଭଲ ବା ମନ୍ଦ କର୍ମରେ ପ୍ରେରିତ କରୁଥିବା ଗୁଣ ତ୍ରୟ ସମସ୍ତ କ୍ରିୟା ଓ ପରିବର୍ନର ମୂଳ କାରଣ । ତେଣୁ ପ୍ରତ୍ୟେକ କର୍ମର ବାସ୍ତବିକ କର୍ା ହେଉଛି  ଏହି ତ୍ରିଗୁଣ । ମଣିଷ ଏହି ଗୁଣଗୁଡିକ ସହିତ ସମ୍ବନ୍ଧ ସ୍ଥାପନ କରୁଥିବାରୁ ନିଜକୁ କର୍ା ମନେ କରେ । ""ମୁଁ କରୁଛି'' ବୋଲି ଭାବିବା ବୃଥା ଅଭିମାନ । ଅହଂ କରୋମିତି ବୃଥାଭିମାନଂ । ମଣିଷ ଯେତେବେଳେ ଏକଥା ବୁଝିଯାଏ ସେତେବେଳେ ସେ ତ୍ରିଗୁଣର ବନ୍ଧନରୁ ମୁକ୍ତ ହୁଏ । ଗୁଣ ସମୂହ ଦ୍ୱାରା ପରିଚାଳିତ ନ ହେଲେ ସେ ନିଜକୁ  ଅକର୍ା ମନେ କରେ । ଅନାସକ୍ତ ଏବଂ ନିମି ଭାବରେ କର୍ମ କଲେ କର୍ୃତ୍ୱାଭିମାନ ରହେ ନାହିଁ । ଏହା ଅକର୍ା ଭାବ ବା ତି୍ରଗୁଣାତୀତ ଅବସ୍ଥା । ଏହି ଭାବ ବା ଅବସ୍ଥା ସମ୍ପନ୍ନ ବ୍ୟକ୍ତି ପରମାତ୍ମାଙ୍କୁ ସାକ୍ଷାତ ଅନୁଭବ କରିପାରେ । ଧରା ପୃଷ୍ଠରେ ତାଙ୍କର ଅବତରଣ ସେ୍ୱ ମଧ୍ୟ ଦେହାଭିମାନୀ ବ୍ୟକ୍ତି ତାଙ୍କୁ ଜାଣି ପାରେ ନାହିଁ । ତ୍ରିଗୁଣର ସଙ୍ଗ ମଣିଷକୁ ଦେହାଭିମାନୀ କରାଏ । କଳିଯୁଗରେ ତମୋଗୁଣର ପ୍ରଭାବରେ ସମସ୍ତ ମାନବାତ୍ମା ଆତ୍ମ ବିସ୍ମୃତ ହୋଇ ପଡ଼ନ୍ତି । ତେଣୁ ସେମାନେ ସତ୍ କର୍ମ ପଥରୁ ବିଚୁ୍ୟତ ହୋଇ  ଧର୍ମଭ୍ରଷ୍ଟ ହୁଅନ୍ତି । ଏହା ହେଉଛି ଧର୍ମଗ୍ଳାନିର ମୂଳ କାରଣ । ଏପରି ଅବସ୍ଥାରେ କେବଳ ପରମାତ୍ମା ମଣିଷକୁ ଦିବ୍ୟ ଜ୍ଞାନ ପ୍ରଦାନ କରି ତାର ଆତ୍ମ ସ୍ମୃତି ଜାଗ୍ରତ କରିବାକୁ ସମର୍ଥ । ସେ ସର୍ବଥା ଓ ସବୁ କାଳରେ ତ୍ରିଗୁଣର ପ୍ରଭାବରୁ ମୁକ୍ତ ଥାନ୍ତି । ତେଣୁ ତାଙ୍କ ଦ୍ୱାରା ପ୍ରଦ ଜ୍ଞାନର ନିରନ୍ତର ମନନ, ଚିନ୍ତନ ଓ ଅନୁସରଣ ଦ୍ୱାରା ବ୍ୟକ୍ତି ଆତ୍ମାଭିମୁଖୀ ହୋଇପାରେ । ଯେତେବେଳେ ବ୍ୟକ୍ତିର ଦେହାଭିମାନ ସମ୍ପୂର୍ଣ୍ଣ ଦୂର ହୋଇଯାଏ ସେତେବେଳେ ସେ ଗୁଣାତୀତ ହୋଇଯାଏ । ଗୁଣ ଓ ଶରୀର ପ୍ରକୃତିରୁ ଉପôନ୍ନ । ଶରୀର ସହିତ ସମ୍ବନ୍ଧ ଥିବା ପର୍ଯ୍ୟନ୍ତ ଗୁଣାତୀତ ହେବା ସମ୍ଭବ ନୁହେଁ । ପରମାତ୍ମାଙ୍କ ସନ୍ତାନ ହିସାବରେ ଜୀବାତ୍ମାର ତାଙ୍କ ସହିିତ ସ୍ୱତଃ ସିଦ୍ଧ ସମ୍ବନ୍ଧ ଥାଏ । ଯେତେବେଳେ ବ୍ୟକ୍ତି ନିଜର ଆତ୍ମିକ ସ୍ୱରୂପରେ ସ୍ଥିତ ହୁଏ ସେତେବେଳେ ସେ ସ୍ୱାଭାବିକ ଭାବରେ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇଯାଏ । ""ମଦ୍ଭାବଂ ସୋଽଧିଗଚ୍ଛତି'' (୧୪/୧୯)ବା ""ମମ ସାଧର୍ମ୍ୟମାଗତାଃ'' (୧୪/୨) ପଦର ଏହା ତାପôର୍ଯ୍ୟ ।

ପ୍ରକୃତି ତ୍ରିଗୁଣ ଦ୍ୱାରା ଜୀବାତ୍ମା ପାଇଁ ଶରୀର ନିର୍ମାଣ କରେ । ଆତ୍ମା  ଅଜର, ଅମର, ଅବିନାଶୀ, ଅନାଦି ଓ ସଦା ଚେତନଶୀଳ । ତେଣୁ ଏହା ବିନାଶୀ ପ୍ରାକୃତିକ ଉପାଦାନର ଉଦ୍ଧ୍ୱର୍ରେ । ଶରୀରର କ୍ଷୟ, ବୃଦ୍ଧି ବା କୌଣସି ପରିବର୍ନ  ଆତ୍ମାକୁ ପ୍ରଭାବିତ କରିପାରେ ନାହିଁ । ଆତ୍ମା ଯେତେବେଳେ ତ୍ରିଗୁଣର ବନ୍ଧନରେ ପଡେ ସେତେବେଳେ ସେ ତାର ଏହି ମୌଳିକ  ସ୍ୱରୂପକୁ ଭୁଲି ଯାଏ । ଗୁଣ ତ୍ରୟ ଦ୍ୱାରା ସମ୍ପାଦିତ କ୍ରିୟା ସମୂହର କାରକ ରୂପେ ନିଜକୁ ମନେ କରେ । ଏହି କୃର୍ତ୍ୱାଭିମାନ ଆତ୍ମବିସ୍ମୃତିର ମୂଳ କାରଣ । ଯେଉଁ ବ୍ୟକ୍ତି ଦେହ ଅଭିମାନ ସୃଷ୍ଟି କରୁଥିବା ଗୁଣତ୍ରୟକୁ ଅତିକ୍ରମ କରି ଯାଆନ୍ତି, ଅର୍ଥାତ ଦେହ ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ବୈଭବ ବା ଘଟଣା ପ୍ରତି ଆସକ୍ତି ତ୍ୟାଗ କରନ୍ତି, ସେ ପ୍ରକୃତରେ ଅମର । ତାଙ୍କ ପାଇଁ ଜନ୍ମ ମୁତୁ୍ୟ ଓ ଜରା ଦୁଃଖ କାରକ ନୁହେଁ । କାରଣ ସେ ଜାଣନ୍ତି ଏହା ଶରୀରର ସ୍ୱାଭାବିକ କ୍ରିୟା । ସେ କେବଳ ସାକ୍ଷୀ ଦ୍ରଷ୍ଟା ଭାବରେ ଶରୀରର ବିଭିନ୍ନ ଅବସ୍ଥାକୁ ଦର୍ଶନ କରନ୍ତି । ଶରୀରକୁ କର୍ମ କରିବାର ଏକ ମାଧ୍ୟମ ରୂପେ ସେ ବିବେଚନା କରନ୍ତି । ମୁତୁ୍ୟ ତାଙ୍କ ପାଇଁ ଜୀର୍ଣ୍ଣ ବସ୍ତ୍ର  ତ୍ୟାଗ ସ୍ୱରୂପ । ତ୍ରିଗୁଣାତୀତ ବ୍ୟକ୍ତି ସଦା ସର୍ବଦା ନିଜକୁ ଦେହଠାରୁ ପୃଥକ, ଅଜର, ଅମର, ଅବିନାଶୀ ସା ରୂପେ ମନେକରୁଥାନ୍ତି । ଏହା ଜୀବନ୍ମୁକ୍ତି ଅବସ୍ଥା ଏବଂ ପରମାତ୍ମା ପ୍ରାପ୍ତିର ଏକମାତ୍ର ପନ୍ଥା ।

ତ୍ରିଗୁଣାତୀତ ମନୁଷ୍ୟର ଲକ୍ଷଣ ଓ ଆଚରଣ

ପ୍ରକାଶଂ ଚ ପ୍ରବୃିଂଚ ମୋହମେବ ଚ ପାଣ୍ଡବ ।

ନ ଦ୍ୱେଷ୍ଟି ସମ୍ପ୍ରବୃାନି ନ ନିବୃାନି କାଙ୍କ୍ଷତି ।ା୨୨ାା

ଉଦାସୀନବଦାସୀନୋ ଗୁଣୈର୍ଯୋ ନ ବିଚାଲ୍ୟତେ ।

ଗୁଣାବର୍ନ୍ତ ଇତ୍ୟେବ ଯୋଽବତିଷ୍ଠତି ନେଙ୍ଗତେ ।ା୨୩ାା

ସମଦୁଃଖ ସୁଖଃ ସ୍ୱସ୍ଥଃ ସମଲୋଷ୍ଟାଶ୍ମକାନଃ ।

ତୁଲ୍ୟପ୍ରିୟା ପ୍ରିୟୋ ଧୀରସ୍ତୁଲ୍ୟ ନିନ୍ଦା ତ୍ମସଂସ୍ତୁତିଃ ।ା୨୪ାା

ମାନାପମାନୟୋ ସ୍ତୁଲ୍ୟ ସ୍ତୁଲ୍ୟୋ ମିତ୍ରାରିପକ୍ଷୟୋଃ ।

ସର୍ବାରମ୍ଭ ପରିତ୍ୟାଗୀ ଗୁଣାତୀତଃ ସ ଉଚ୍ୟତେ ।ା୨୫ ।ା

 ଅର୍ଥ : ହେ ପାଣ୍ଡବ ! ପ୍ରକାଶ, ପ୍ରବୃି ଓ ମୋହ ସମୁଦିତ ହେଲେ ଯିଏ ଦ୍ୱେଷ କରେ ନାହିଁ ଅଥବା ଏସବୁରୁ ନିବୃ ହେଲେ ଏଥିପାଇଁ ଇଚ୍ଛା କରେ ନାହିଁ; ଯିଏ ଉଦାସୀନ ଭଳି ସ୍ଥିର ରହନ୍ତି, ଯିଏ ଗୁଣ ଦ୍ୱାରା ବିଚଳିତ ହୁଅନ୍ତି ନାହିଁ, ""ଗୁଣଗୁଡିକହିଁ ସ୍ୱ ସ୍ୱ କାର୍ଯ୍ୟରେ ପ୍ରବୃ ହୁଅନ୍ତି'' – ଏହା ଭାବି ଯେ ଅବିଚଳିତ ରହନ୍ତି, ଯିଏ ସୁଖଦୁଃଖରେ ସମାନ, ସ୍ୱ ସ୍ଥିତିରେ ସ୍ଥିତ, ଯାହାଙ୍କ ନିକଟରେ ଲୋଷ୍ଟ୍ର (ମାଟି ଟେଳା) ପ୍ରସ୍ତର ଓ ସୁବର୍ଣ୍ଣ ସମାନ ମୂଲ୍ୟ; ପ୍ରିୟ ଓ ଅପ୍ରିୟରେ ଯାହାର ସମତୁଲ୍ୟ ଜ୍ଞାନ; ନିଜ ନିନ୍ଦାରେ ଓ ସ୍ତୁତିରେ ଯାହାର ସମାନ ଜ୍ଞାନ; ମାନ ଓ ଅପମାନରେ ଯିଏ ସମଭାବାପନ୍ନ, ମିତ୍ର ଓ ଶତ୍ରୁଙ୍କ ପକ୍ଷରେ ସମଜ୍ଞାନ ଯୁକ୍ତ; ଯିଏ ନିଜେ କୌଣସି କର୍ମ ଆରମ୍ଭ କରେ ନାହିଁ, ଏହିପରି ବୁଦ୍ଧିମାନ (ଧୀର) ବ୍ୟକ୍ତିଙ୍କୁ ଗୁଣାତୀତ କୁହାଯାଏ ।ା୨୨-୨୫ାା

ବ୍ୟାଖ୍ୟା : ପ୍ରକାଶ, ପ୍ରବୃି ଓ ମୋହ ଏ ତିନୋଟି ଯଥାକ୍ରମେ ସ୍ୱ, ରଜଃ ଓ ତମଃ ଗୁଣ ଜନିତ ପ୍ରଧାନ ବୃି ଅଟନ୍ତି । ସୂର୍ଯେ୍ୟାଦୟରେ ଯେପରି ଅନ୍ଧକାର ଅପସରି ଯାଏ, ସେହିପରି  ସ୍ୱଗୁଣର ଆବିର୍ଭାବ ହେଲେ ପ୍ରକାଶ ବୃି ଦ୍ୱାରା ମନୁଷ୍ୟାତ୍ମାର ସମସ୍ତ ମଳିନତା ପରିଷ୍କାର ହୋଇଯାଏ । ଏହାଦ୍ୱାରା ମନୁଷ୍ୟର ଅନ୍ତଃକରଣ ସ୍ୱଚ୍ଛ ଓ ନିର୍ମଳ ହୁଏ ଏବଂ ତା'ମନରେ ଜ୍ଞାନର ସ୍ଫୁରଣ ହୁଏ । ବେଳେବେଳେ ଜ୍ଞାନୀ ମନରେ ଶ୍ରେଷ୍ଠତ୍ୱର ଅଭିମାନ ଆସେ । ଯଦି କୌଣସି ସମୟରେ ସ୍ୱଗୁଣ ଜନିତ ଏହି ପ୍ର୍ରକାଶ ତିରୋହିତ ହୋଇଯାଏ ତେବେ ସେ ବ୍ୟତିବ୍ୟସ୍ତ ହୋଇ ପଡନ୍ତି ଓ ତାହା ଫେରି ପାଇବାକୁ ବ୍ୟାକୁଳ ହୋଇ ପଡ଼ନ୍ତି, ପ୍ରାପ୍ତିରେ ପ୍ରସନ୍ନତା ଓ ଅପ୍ରାପ୍ତିରେ ବିଷର୍ଣ୍ଣତା ମନର ସମତାକୁ କ୍ଷୁର୍ଣ୍ଣ କରୁଥିବାରୁ ଯୋଗର ବାଧକ । ପରମାତ୍ମା ଗୁଣାତୀତ । ତାଙ୍କ ସହିତ ମନୋମିଳନ ପାଇଁ ଯୋଗାଭ୍ୟାସୀ ବ୍ୟକ୍ତିକୁ ଗୁଣମାନଙ୍କ ହ୍ରାସ ବୃଦ୍ଧିରେ ମନର ସମତାକୁ ବଜାୟ ରଖିବାକୁ ହେବ । ମନ ସର୍ବଦା ଏକ ସ୍ଥିତିଯୁକ୍ତ ରହିଲେ ଗୁଣମାନଙ୍କ ଆତଯାତରେ ବିଚଳିତ ହୁଏ ନାହିଁ ।

କଳିଯୁଗୀ ମଣିଷ ମଧ୍ୟରେ ସ୍ୱ, ରଜ ଓ ତମଃ ଗୁଣ ଜନିତ ବୃି ସର୍ବଦା ସମାନ ରହେ ନାହିଁ । କିନ୍ତୁ ଯେଉଁମାନେ ଈଶ୍ୱରୀୟ ଜ୍ଞାନ ଓ ଯୋଗ ଦ୍ୱାରା ଗୁଣାତୀତ ଅବସ୍ଥା ପ୍ରାପ୍ତ ହୋଇ ସାରିଛନ୍ତି ସେମାନଙ୍କୁ ଏହି ବୃିଗୁଡିକର ଆତଯାତ ପ୍ରକ୍ରିୟା ପ୍ରଭାବିତ କରିପାରେ ନାହିଁ । ସେମାନେ ଏହାକୁ ସାକ୍ଷୀ ଦ୍ରଷ୍ଟା ସ୍ୱରୂପ ଦର୍ଶନ କରନ୍ତି ଓ ଲକ୍ଷ୍ୟ ପଥରେ ଅବିଚଳିତ ଭାବରେ ଆଗେଇ ଚାଲନ୍ତି  । ରେଲଗାଡି ବା ମୋଟର ଗାଡିରେ ଯାଉଥିବା ବେଳେ ଉଭୟ ପାଶ୍ୱର୍ରେ ଅନେକ ଦୃଶ୍ୟ ଆସେ; କିନ୍ତୁ ଯାତ୍ରୀ ତାହା ଦେଖି ଅଟକି ଯାଏ ନାହିଁ । ମାନବ ଜୀବନ ଏକ ଯାତ୍ରା । କେଉଁ ଅବାହମାନ କାଳରୁ ମନୁଷ୍ୟାତ୍ମା ବିଭିନ୍ନ ନାମ, ରୂପ, ଦେଶ, କାଳ ଅତିକ୍ର୍ରମ କରି ଆଗେଇ ଚାଲିଛି । ପରମାତ୍ମା ମିଳନ ତା'ର ଜୀବନ ଯାତ୍ରାର ଅନ୍ତିମ ଲକ୍ଷ୍ୟ, କିନ୍ତୁ ଗୁଣ ଦ୍ୱାରା ପ୍ରଭାବିତ ମଣିଷ ରାସ୍ତା ହୁଡି ଯାଏ । ଜୀବନ ଯାତ୍ରାରେ ନିଜକୁ ଏକ ଯାତ୍ରୀ ଭାବି ଲକ୍ଷ୍ୟ ସ୍ଥିର ରଖି ଅବିଚଳିତ ଭାବରେ ଆଗେଇ ଚାଲିଲେ ବ୍ୟକ୍ତି ସହଜ ଓ ସ୍ୱଭାବିକ ଭାବରେ ତ୍ରିଗୁଣର ବନ୍ଧନରୁ ମୁକ୍ତ ହୁଏ । ଏପରି ବ୍ୟକ୍ତି ନିଜକୁ ସମସ୍ତ ପ୍ରକାର ଦ୍ୱେଷ ଓ ଆକାଙ୍କ୍ଷାରୁ ମୁକ୍ତ ରଖନ୍ତି । ସ୍ୱଗୁଣର ପ୍ରକାଶ, ରଜୋଗୁଣର ପ୍ରବୃି ଓ ତମୋଗୁଣର ମୋହ ତାଙ୍କ ଯାତ୍ରା ପଥରେ ପାଶ୍ୱର୍ଦୃଶ୍ୟ ଭଳି ଆର୍ବିଭାବ ହୁଏ; କିନ୍ତୁ ସେ ନିର୍ବିକାର ଭାବରେ ଦେଖି ନ ଦେଖିଲା ଭଳି ଏଡାଇ ଚାଲନ୍ତି । ସାଧାରଣ ଲୋକ ଭଳି ତାଙ୍କ ନିକଟରେ କ୍ରିୟାଶୀଳତା ବା ପ୍ରବୃି ଦେଖା ଯାଉଥିଲେ ମଧ୍ୟ ତାହା ଆସକ୍ତି ଓ କାମନା ଶୂନ୍ୟ ହୋଇଥିବାରୁ ଦୋଷମୁକ୍ତ । ମାନସମ୍ମାନର କାମନା ବା ଧନ ବୃଦ୍ଧି ଲୋଭର ବଶବର୍ୀ ହୋଇ ସେ କୌଣସି କାର୍ଯ୍ୟାରମ୍ଭରେ ପ୍ରବୃ ହୁଅନ୍ତି ନାହିଁ । ଲୋକ କଲ୍ୟାଣ ଦୃଷ୍ଟିରୁ ଯଦି କୌଣସି କର୍ମର ସ୍ଫୁରଣ ତାଙ୍କ ମନରେ ଘଟେ ସେଥିରେ ସେ ଦ୍ୱେଷ ମଧ୍ୟ ପ୍ରକାଶ କରନ୍ତି ନାହିଁ । କାମ, ଲୋଭ, ସ୍ପୃହା, ଆସକ୍ତି  ଆଦି ରଜୋଗୁଣର ବୃି ତାଙ୍କ ପାଖରେ ସର୍ବଦା ଅଭାବ ଥାଏ । 

କଳିଯୁଗ ତମୋପ୍ରଧାନ ହୋଇଥିବାରୁ ପ୍ରତ୍ୟେକ ମନୁଷ୍ୟାତ୍ମା ତମଃଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି । ସାଧାରଣ ମନୁଷ୍ୟ ଅଜ୍ଞାନତାବଶତଃ ଏହାକୁ ସ୍ୱାଭାବିକ ଭାବି ଆପଣାର କରି ନିଅନ୍ତି । ଗୁଣାତୀତ ବ୍ୟକ୍ତିର ଅନ୍ତଃକରଣ ସର୍ବଦା ପ୍ରକାଶଯୁକ୍ତ ହୋଇଥିବାରୁ ତାଙ୍କ ମଧ୍ୟରେ ତମୋଗୁଣ ଜନିତ ଅଜ୍ଞାନ ଓ ପ୍ରମାଦ ନ ଥାଏ  । ଏଠାରେ ମୋହର ଅର୍ଥ ହେଉଛି ତନ୍ଦ୍ରା, ସ୍ୱପ୍ନ, ନିଦ୍ରା ଆଦି ବୃି । ଏହି ମୋହିନୀ ବୃି ମନୁଷ୍ୟାତ୍ମାର ପ୍ରକାଶକୁ ତିରୋହିତ କରିଦିଏ  ଏବଂ ସେ ପ୍ରମାଦଗ୍ରସ୍ତ ହୋଇ ପଡେ । ମନୁଷ୍ୟାତ୍ମା ପାଇଁ ଶରୀର ଏକ ଯାନ୍ତ୍ରିକ ମାଧ୍ୟମ ମାତ୍ର । ଶାରୀରିକ କ୍ଷମତାଠାରୁ ଅଧିକ କର୍ମର ଭାର ମଣିଷକୁ କ୍ଳାନ୍ତଶ୍ରାନ୍ତ କରିଦିଏ । ଶରୀର ବିଶ୍ରାମ ଦରକାର କରେ । ବିଶ୍ରାମର ପୂର୍ବାବସ୍ଥାର ନାମ ତନ୍ଦ୍ରା । ଗୁଣାତୀତ ବ୍ୟକ୍ତି କର୍ମ ଯୋଗୀ । ଅନ୍ୟମାନଙ୍କ ପରି ତାଙ୍କୁ ମଧ୍ୟ ତନ୍ଦ୍ରା, ନିଦ୍ରା, ସ୍ୱପ୍ନ ଆସେ । ସେଥିରେ ତାଙ୍କର କୌଣସି ଦ୍ୱେଷ ଥାଏ ନାହିଁ । କିନ୍ତୁ ସେ ତମୋଗୁଣୀ ବ୍ୟକ୍ତି ପରି ଅଳସୁଆ ବା ନିଦ୍ରାଳୁ ଓ ସ୍ୱପ୍ନବିଳାସୀ ନୁହନ୍ତି । ଅନାବଶ୍ୟକ ଭାବରେ ତନ୍ଦ୍ରାଚ୍ଛନ୍ନ ହୋଇ ଶୋଇ ରହିବାକୁ ସେ ଚାହାନ୍ତି ନାହିଁ । ତାଙ୍କର ସ୍ୱପ୍ନ ସ୍ୱାର୍ଥ ରହିତ ଓ ବିଶ୍ୱକଲ୍ୟାଣ ବା ପରମାର୍ଥ ପାଇଁ ଉଦ୍ଧିଷ୍ଟ ଥାଏ ।

ମନୁଷ୍ୟ ଯେତେବେଳେ ସ୍ୱୟଂକୁ ଏକ ଚିନ୍ମୟ ସା ଆତ୍ମା ରୂପେ ଅନୁଭବ କରିପାରେ ନାହିଁ ସେତେବେଳେ ତା'ର ନିଜ ଦେହ ଓ ତା' ସହିତ ସମ୍ବନ୍ଧିତ ବ୍ୟକ୍ତି ବସ୍ତୁ ବୈଭବ  ଆଦି ପ୍ରତି ମମତ୍ୱ ସୃଷ୍ଟି ହୁଏ । ତା' ମଧ୍ୟରେ ପର ଓ ଆପଣାର ଭେଦ ସୃଷ୍ଟି ହୁଏ । ଯାହା ନିଜର ନୁହେଁ ତା'ପ୍ରତି ସାଧାରଣତଃ ଉଦାସୀନ ଭାବ ଆସେ । ରାସ୍ତାରେ ଯାଉଥିବା ବେଳେ ଯଦି କେହି ନିଜ ଲୋକ ଦୁର୍ଘଟଣାଗ୍ରସ୍ତ ହୋଇଥାନ୍ତି ଆମେ ଅଟକି ଯାଉ ଓ ଅଯାଚିତ ଭାବରେ ଯଥା ସମ୍ଭବ ସାହାଯ୍ୟ କରିବାକୁ ପଶ୍ଚାପଦ ହୋଇ ନ ଥାଉ । କିନ୍ତୁ ସେ ଯଦି କେହି ଅଜଣା ଲୋକ ହୋଇଥାନ୍ତି ତେବେ ଦେଖି ନ ଦେଖିଲା ପରି ଆଗେଇ ଯାଉ । ଠିକ ସେହିପରି ଗୁଣାତୀତ ବ୍ୟକ୍ତି ଦେହ ବା ସଂସାରକୁ ନିଜର ମନେ କରନ୍ତି ନାହିଁ । ଜୀବନ ଯାତ୍ରାବେଳେ ସମ୍ମୁଖୀନ କୌଣସି ଘଟଣା ବା ଦୁର୍ଘଟଣାରେ ଅଟକି ନଯାଇ ସେ ନିରବଚ୍ଛିନ୍ନ ଭାବରେ ଆଗେଇ ଚାଲୁଥାନ୍ତି । କାହାରିକୁ ସେ ନିଜର ବା ପର ମନେ କରନ୍ତି ନାହିଁ । କାହାରି ସପକ୍ଷ ବା ବିପକ୍ଷରେ ସେ ମନ୍ତବ୍ୟ ଦିଅନ୍ତି ନାହିଁ । ସେ ସମ୍ପୂର୍ଣ୍ଣ ନିଷ୍ପକ୍ଷ । ତେଣୁ ତାଙ୍କୁ ଉଦାସୀନ ଭଳି ସି୍ଥତ(ଉଦାସୀନବଦାସୀନୋ) କୁହାଯାଇଛି । ସମସ୍ତ ଦୈହିକ ସମ୍ବନ୍ଧ ଓ ବନ୍ଧନରୁ ମୁକ୍ତ ଥିବାରୁ ତାଙ୍କୁ ଗୁଣତ୍ରୟ ବିଚଳିତ  କରିପାରନ୍ତି ନାହିଁ । କାରଣ ଗୁଣାତୀତ ପରମାତ୍ମାଙ୍କ ସହିତ ସେ ସର୍ବଦା ଯୋଗଯୁକ୍ତ ଥାଆନ୍ତି । ତାଙ୍କର ବୁଦ୍ଧି ସର୍ବଦା ଉଦ୍ଧ୍ୱର୍ାଭିମୁଖୀ ଥିବାରୁ ଶାରୀରିକ ଅବସ୍ଥାର ପରିବର୍ନ ବା ସାଂସାରିକ ପଦାର୍ଥ ସମୂହର ସଂଯୋଗ-ବିୟୋଗ ତାଙ୍କର ଯୋଗ ସ୍ଥିତିକୁ ହଲଚଲ କରିପାରେ ନାହଁ । ଗୁଣଗୁଡିିକ ହିଁ ଗୁଣରେ ପ୍ରବୃ ହେଉଛନ୍ତି ବୋଲି ଭାବି ସେ ନିଜ ଆତ୍ମିକ ସ୍ୱରୂପରେ ନିର୍ବିକାର ରୂପେ ସ୍ଥିତ ହୁଅନ୍ତି । ଗୁଣା ଗୁଣେଷୁ ବର୍ନ୍ତେ ।ା ଗୀ-୩/୨୮ ।ା କାରଣ ଶରୀର ଥିବା ପର୍ଯ୍ୟନ୍ତ ବା ଶରୀର ସହିତ ସମ୍ବନ୍ଧ ସ୍ଥାପନ ହେଉଥିବା ପର୍ଯ୍ୟନ୍ତ ଗୁଣଗୁଡିକ କ୍ରିୟାଶୀଳ ଥାଆନ୍ତି । ଗୁଣାତୀତ ବ୍ୟକ୍ତି ଶରୀର ଓ ସଂସାର ଉଭୟ ସହିତ ଅସଙ୍ଗ ରହୁଥିବାରୁ ସେ ସାକ୍ଷୀ ବା ଦ୍ରଷ୍ଟା ଭାବରେ ଗୁଣତ୍ରୟର କାର୍ଯ୍ୟକୁ କେବଳ ଅବଲୋକନ କରନ୍ତି । ତେଣୁ କୌଣସି କ୍ରିୟାର କର୍ୃତ୍ୱାଭିମାନ ତାଙ୍କର ରହେ ନାହିଁ ।

ଗୁଣାତୀତ ମନୁଷ୍ୟ ସଦା ସର୍ବଦା ସ୍ୱ ସ୍ଥିତିରେ ସ୍ଥିତ ଥାଆନ୍ତି । ସ୍ୱସ୍ଥ, ଅର୍ଥାତ ସ୍ୱୀୟ ଆତ୍ମିକ ସ୍ଥିତିକୁ ଯେକୌଣସି ପରିସ୍ଥିତିରେ ମଧ୍ୟ ବଜାୟ ରଖିବା । ଦେହାଭିମାନ ସ୍ଥିତିକୁ "ପ୍ରକୃତିସ୍ଥ' କୁହାଯାଏ । କାରଣ ଦେହାଭିମାନୀ ବ୍ୟକ୍ତି ପ୍ରକୃତିରୁ ସୃଷ୍ଟ ଦେହ ଓ ଗୁଣତ୍ରୟ ସଙ୍ଗ ଦ୍ୱାରା ପ୍ରଭାବିତ ହୋଇ ରାଗ ଦ୍ୱେଷାଦି ବିକାରରେ ପୀଡିତ ହୁଏ । ସୁଖ ଦୁଃଖ, ପି୍ରୟ-ଅପ୍ରିୟ, ନିନ୍ଦା-ପ୍ରଶଂସା ଓ ମାନ-ଅପମାନରେ ତାଙ୍କର ବିଷମତା ଆସିଯାଏ । ଗୁଣାତୀତ ବ୍ୟକ୍ତିର ଏ ସବୁରେ ରାଗ ଦ୍ୱେଷ ନ ଥାଏ । ସେ ସୁଖରେ ଅଧୀର ବା ଦୁଃଖରେ କାତର ହୁଅନ୍ତି ନାହିଁ । ତାଙ୍କ ପାଇଁ ଶୁଖିଲା କାଦୁଅ ଟେଳା (ଲୋଷ୍ଟ୍ର) ପଥର ଓ ସୁନା ସମାନ । ଏହାର ଅର୍ଥ ନୁହେଁ ଯେ ଗୁଣାତ୍ମକ ଦୃଷ୍ଟି କୋଣରୁ ଏହି ତିନି ପଦାର୍ଥକୁ ସେ ସମାନ ମୂଲ୍ୟରେ ବିଚାର କରନ୍ତି । ସେ ଜାଣନ୍ତି ଯେ ମାଟି ଟେଳା ବା ପଥରଠାରୁ ସୁନା ବହୁ ମୂଲ୍ୟବାନ । ଏହି ଜ୍ଞାନ ଥାଇ ମଧ୍ୟ ତା'ର ପ୍ରାପ୍ତି ଓ ଅପ୍ରାପ୍ତି ତାଙ୍କ ମନରେ ରାଗ ବା ଦ୍ୱେଷ ସୃଷ୍ଟି କରିପାରେ ନାହିଁ । କୌଣସି ବସ୍ତୁ ବା ପଦାର୍ଥ ଯେତେ ମୂଲ୍ୟବାନ ହେଉ ନା କାହିଁକି ତା' ପ୍ରତି ଯଦି ଆକର୍ଷଣ ବା ଅନୁରାଗ ନ ଥାଏ ତାହା ମାଟି ଟେଳା ବା ପଥର ସହିତ ସମାନ ମନେ ହୁଏ । ତେଣୁ ଏହାର ପ୍ରାପ୍ତିରେ ହର୍ଷ ଓ ଅପ୍ରାପ୍ତିରେ ବିଷାଦ ହୁଏ ନାହିଁ ।

ଗୁଣାତୀତ ବ୍ୟକ୍ତି ସର୍ବଦା ଆତ୍ମିକ ସ୍ଥିତିରେ ଅବସ୍ଥାନ କରୁଥିବାରୁ ସମସ୍ତଙ୍କୁ ସେହି ଦୃଷ୍ଟିରେ ଦେଖନ୍ତି । ଏକ ପରମାତ୍ମାଙ୍କ ସନ୍ତାନ ହିସାବରେ ସମସ୍ତଙ୍କୁ ଭ୍ରାତୃବତ ବ୍ୟବହାର କରନ୍ତି । ଦେହ ଦୃଷ୍ଟି ପ୍ରିୟ, ଅପ୍ରିୟ, ଶତ୍ରୁ ବା ମିତ୍ର ଭେଦ ସୃଷ୍ଟି କରେ । ମନୁଷ୍ୟ ଯାହାଠାରୁ ସୁଖ ପାଏ, ଉପକୃତ ହୁଏ ବା ଶାନ୍ତି ଲାଭ କରେ ତାକୁ ପ୍ରିୟ ବା ମିତ୍ର ଭାବେ । ଏହାର ବିପରୀତ ଫଳ ପାଉଥିବା ବ୍ୟକ୍ତି ବା ପଦାର୍ଥକୁ ସେ ଅପ୍ରିୟ ବା ଶତ୍ରୁ ବୋଲି ମନେ କରେ । ଗୁଣାତୀତ ବ୍ୟକ୍ତି ଦେହ ବା ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ ଓ ବୈଭବ ସହିତ କୌଣସି ସମ୍ବନ୍ଧ ରଖୁ ନଥିବାରୁ ତାଙ୍କର ଏ ଗୁଡିକରେ କୌଣସି ରାଗ ଦ୍ୱେଷ ନଥାଏ । ତେଣୁ କିଏ ନିନ୍ଦା ବା ଅପମାନ କଲେ ତାଙ୍କୁ ଦୁଃଖ ହୁଏ ନାହିଁଁ ବା କେହି ପ୍ରଶଂସା ବା ସମ୍ମାନ ପ୍ରଦାନ କଲେ ତାଙ୍କୁ ସୁଖ ହୁଏ ନାହିଁ । ସେ ଭଲ ଭାବରେ ଜାଣନ୍ତି ଯେ ମନୁଷ୍ୟ ନିଜ ନିଜ ସଂସ୍କାର ଅନୁଯାୟୀ କର୍ମ ବା ବ୍ୟବହାର କରେ । ସଂସାରକୁ ଏକ ରଙ୍ଗମ ମନେ କରି ପ୍ରତ୍ୟେକଙ୍କ ଭଲ ବା ମନ୍ଦ କାର୍ଯ୍ୟକୁ ସେ କେବଳ ଅଭିନୟ ଦୃଷ୍ଟିରେ ଉପଭୋଗ କରନ୍ତି । ତେଣୁ କାହାରିକୁ ସେ ଶତ୍ରୁ ବା ମିତ୍ର ଭେଦରେ ବିଚାର କରନ୍ତି ନାହିଁ । ସେ ଜାଣନ୍ତି ଯେ ସଂସାର ଅନିତ୍ୟ । ସାଂସାରିକ ସମସ୍ତ ଭୋଗ, ଐଶ୍ୱର୍ଯ୍ୟ, ପ୍ରଭୁତା କ୍ଷଣସ୍ଥାୟୀ । ତେଣୁ ସେସବୁ ପ୍ରାପ୍ତି ପାଇଁ ସେ କୌଣସି ଉଦ୍ୟମ କରନ୍ତି ନାହିଁ । ସ୍ୱତଃ ଯାହା ମିଳିଯାଏ ସେଥିରେ ସେ ସନ୍ତୁଷ୍ଟ ରହି କେବଳ ପରମାତ୍ମା ଚିନ୍ତନରେ ନିମଗ୍ନ ରହନ୍ତି ।

ଗୁଣାତୀତ ହେବାର ଉପାୟ

ମାଂ ଚ ଯୋବ୍ୟଭିଚାରେଣ ଭକ୍ତିଯୋଗେନ ସେବତେ ।

ସ ଗୁଣାନ୍ ସମତୀତୈତାନ୍ ବ୍ରହ୍ମଭୂୟାୟ  କଳ୍ପତେ ।ା୨୬ ।ା

ଅର୍ଥ : ଯିଏ ଅବ୍ୟଭିଚାରୀ ଭକ୍ତିଯୋଗ ଦ୍ୱାରା ମୋର ସେବା କରନ୍ତି ସେ ଏହି ଗୁଣଗୁଡ଼ିକୁ ଅତିକ୍ରମ କରି ବ୍ରହ୍ମଲୋକ ପାଇଁ ଯୋଗ୍ୟ ହୁଅନ୍ତି ।ା୨୬ାା

ବ୍ୟାଖ୍ୟା : ପରମାତ୍ମା ହେଉଛନ୍ତି ତ୍ରିଗୁଣାତୀତ । ଗୁଣାତୀତ ହେବାର ସହଜ ଉପାୟ ହେଉଛି ପରମାତ୍ମାଙ୍କ ପ୍ରତି ଅବ୍ୟଭିଚାରୀ ଭକ୍ତି । ଏଠାରେ ସାକାର ଓ ନିରାକାରବାଦୀଙ୍କ ମଧ୍ୟରେ ମତ ଭେଦ ଦେଖାଯାଏ । ""ଏତେ ଚାଂଶକଳାଃ ପୁଂସଃ କୃଷ୍ଣସ୍ତୁ ଭଗବାନ ସ୍ୱୟଂ'' (ଶ୍ରୀ ଭାଗ ୧/୩/୨୮) ଏହି ବାକ୍ୟ ଆଧାରରେ ସାକାରବାଦୀମାନେ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ ବ୍ରହ୍ମ ବୋଲି ମନେ କରନ୍ତି । କିନ୍ତୁ "ଭଗବାନ' ଓ "ବ୍ରହ୍ମ' ଏହି ଦୁଇ ଶବ୍ଦର ଅର୍ଥ ଏକା ନୁହେଁ । "ଭଗବାନ' ଶବ୍ଦର ଅର୍ଥ ସଂସାରର ପ୍ରଭୁ ବା ମାଲିକ ଯାହାଙ୍କ ଅଧୀନତା ସଂସାରର ସମସ୍ତ ମନୁଷ୍ୟ ସ୍ୱୀକାର କରନ୍ତି । ବିଷ୍ଣୁ ପୁରାଣ ଅନୁସାରେ ଯିଏ ପୃଥିବୀର ଉପôି, ବିନାଶ, ଭୂତ ପ୍ରାଣୀମାନଙ୍କର ଗତି, ଅଗତି, ବିଦ୍ୟା ଓ ଅବିଦ୍ୟା ବିଷୟରେ ସମ୍ୟକ (ସମ୍ପୂର୍ଣ୍ଣ) ଭାବରେ ଜାଣନ୍ତି ତାଙ୍କୁ "ଭଗବାନ' କୁହାଯାଏ । ""ଉପôିଂ ଚ ବିନାଶଂ ଚ ଭୂତାନାଂ ଅଗତି ଗତି । ବେି ବିଦ୍ୟା ଅବିଦ୍ୟାଂ ଚ ସଃ ବାଚ୍ୟ ଭଗବାନ ଇତି ।ା'' ଅନେକ ପୌରାଣିକ ଗ୍ରନ୍ଥରେ ତ୍ୱଜ୍ଞାନୀ ମୁନି ଋଷିମାନଙ୍କୁ ମଧ୍ୟ "ଭଗବାନ' ଶବ୍ଦରେ ସମ୍ବୋଧନ କରାଯାଇଛି । ବ୍ରହ୍ମ ଏକ ମହ୍ୱ ଅଟେ । ତ୍ୱ ମାତ୍ରକେ ଜଡ । ଏହା ପରବ୍ରହ୍ମ ପରାମାତ୍ମାଙ୍କ ନିବାସ ସ୍ଥଳ । ତେଣୁ "ଭଗବାନ' ଶବ୍ଦ ବ୍ରହ୍ମର ପର୍ଯ୍ୟାୟବାଚୀ ନୁହେଁ ।

ପରବର୍ୀ ଶ୍ଳୋକରେ ପରମାତ୍ମା ସ୍ୱୟଂ ନିଜର ସ୍ୱରୂପ ବର୍ଣ୍ଣନା କରିଛନ୍ତି । ପୂର୍ବାପର ସଙ୍ଗତି ରକ୍ଷା କରି ବିଚାର କଲେ "ଅବ୍ୟଭିଚାରୀ ଭକ୍ତି'ର ଅର୍ଥ କୃଷ୍ଣ ଉପାସନା ବୁଝାଉ ନାହିଁ । କୃଷ୍ଣ ବା ବିଷ୍ଣୁ ହିନ୍ଦୁ ଦୃଷ୍ଟିକୋଣରୁ ଭଗବାନ୍ ପଦବାଚ୍ୟ ହୋଇ ପାରନ୍ତି; କିନ୍ତୁ ଜାତି, ବର୍ଣ୍ଣ, ସଂପ୍ରଦାୟ ନିର୍ବିଶେଷରେ ସମସ୍ତ ମାନବାତ୍ମାଙ୍କ ପରମପିତା ପରମାତ୍ମା ରୂପେ ସେ କଦାପି ଗ୍ରାହ୍ୟ ହୋଇ ନ ପାରନ୍ତି । କାଳକ୍ରମେ ଗୀତା ଯଦିଓ ହିନ୍ଦୁ ଧର୍ମାବଲମ୍ବୀ ପଣ୍ଡିତମାନଙ୍କ ଦ୍ୱାରା ଏକ ସାଂପ୍ରଦାୟିକ ଗ୍ରନ୍ଥ ରୂପେ ପ୍ରସ୍ତୁତ ହୋଇ ପ୍ରଚାରିତ ହୋଇଛି, ଏଥିରେ ଥିବା ଜ୍ଞାନ ସମସ୍ତ ମାନବାତ୍ମାଙ୍କ ପାଇଁ ଉଦ୍ଧିଷ୍ଟ । ଗୀତାକୁ ସାମଗ୍ରୀକ ଦୃଷ୍ଟିକୋଣରୁ ଅନୁଧ୍ୟାନ କଲେ ମନେହୁଏ ଏହାର ଭଗବାନ ସର୍ବତ୍ମାଙ୍କ ପିିତା, ବ୍ରହ୍ମଲୋକ ନିବାସୀ, ଅଜନ୍ମା, ଅକର୍ା, ଅଶରୀରୀ, ଜ୍ୟୋତିର୍ବିନ୍ଦୁ ସ୍ୱରୂପ ପରମ ପିତା ପରମାତ୍ମା ଅଟନ୍ତି; ବସୁଦେବ ସୁତ ଶ୍ରୀକୃଷ୍ଣ ନୁହନ୍ତି । ପରମାତ୍ମା ଅବିଭାଜ୍ୟ । ତାଙ୍କର କୌଣସି ବିଭାଜିତ ଅଂଶ ମନୁଷ୍ୟ ବା ଅନ୍ୟ କୌଣସି ଶରୀର ଧାରଣ କରି ସୃଷ୍ଟିରେ ଅବତାର ଗ୍ରହଣ କରନ୍ତି ନାହିଁ । କୌଣସି ଶକ୍ତିଶାଳୀ, ପରାକ୍ରମୀ, ବିଦ୍ୱାନ, ଜ୍ଞାନୀ, ସାଧୁ ବା ସନ୍ଥ ଆତ୍ମାକୁ କୌଣସି ନିର୍ଦ୍ଧିଷ୍ଟ ମହାନ କାର୍ଯ୍ୟ ସାଧନା ପାଇଁ ଅବତାର ନେଇଛନ୍ତି ବା ଅବତୀର୍ଣ୍ଣ ହୋଇଛନ୍ତି ବୋଲି ସ୍ୱୀକାର କରିବାରେ ବାଧା ନାହିଁ; ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ "ଭଗବାନ' ଶବ୍ଦରେ ସମ୍ବୋଧନ କରିବାରେ ଅସଙ୍ଗତି ନାହିଁ; କିନ୍ତୁ ତାଙ୍କୁ "ପରମାତ୍ମା' ଅଭିହିତ କରାଯାଇ ନ ପାରେ । ଏହି ଦୃଷ୍ଟିରୁ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ ପରମାତ୍ମା ସ୍ୱରୂପ କହିବା ଅଜ୍ଞତା ସୂଚକ ଅଟେ ।

କୌଣସି ଦେବାତ୍ମା, ମହାତ୍ମା, ପୂଣ୍ୟାତ୍ମା ଆଦି ଦେହଧାରୀଙ୍କ ସ୍ମରଣ ଓ ପୂଜନ ନ କରି କେବଳ ଏକ ପରମାତ୍ମାଙ୍କୁ ଅନନ୍ୟ ଭକ୍ତି ପୂର୍ବକ ସ୍ମରଣ କରି ତାଙ୍କ ନିର୍ଦ୍ଧେଶିତ ମାର୍ଗରେ ପରିଚାଳିତ ହେବାକୁ ଅବ୍ୟଭିଚାରୀ ଭକ୍ତି ଯୋଗ କୁହାଯାଏ । ମାନବାତ୍ମାମାନଙ୍କୁ ଅବ୍ୟଭିଚାରୀ ଭକ୍ତିଯୋଗ ମାର୍ଗରେ ପରିଚାଳିତ କରିବା ପୁରୁଷାର୍ଥକୁ ଈଶ୍ୱରୀୟ ସେବା କୁହାଯାଏ । ପରମାତ୍ମା ଜଗତ ପିତା । ସେ ଗୁଣାତୀତ ଓ ବିକାର ରହିତ । ସେ କାହାରିକୁ ଅହେତୁକ କୃପା କରନ୍ତି ନାହିଁ କି କାହା ପ୍ରତି ଦ୍ୱେଷ କରନ୍ତି ନାହିଁ । ମଣିଷ ନିଜ ନିଜ କର୍ମ ଓ ଭାବନାନୁସାରେ ଫଳ ପାଏ । ଭାବନାର ବଶବର୍ୀ ହୋଇ କୌଣସି ଦେହଧାରୀ ମନୁଷ୍ୟାତ୍ମାକୁ ପରମାତ୍ମାଙ୍କ ଅବତାର ରୂପେ କର୍ମକାଣ୍ଡୀୟ ରୀତି ନୀତି ଅନୁସରଣ ପୂର୍ବକ ପୂଜା ଉପାସନା କରିବା ହେଉଛି ବ୍ୟଭିଚାରୀ ଭକ୍ତି । ଏହା ଦ୍ୱାରା ମଣିଷ ଗୁଣର ବନ୍ଧନରେ ପଡେ । ଅବ୍ୟଭିଚାରୀ ଭକ୍ତିଯୋଗ ଦ୍ୱାରା ଗୁଣାତୀତ ବ୍ୟକ୍ତି ସହଜରେ ପରମାତ୍ମାଙ୍କୁ ଲାଭ କରନ୍ତି । ""ବ୍ରହ୍ମଭୂୟାୟ କଳ୍ପତେ ।''

ପରମାତ୍ମାଙ୍କ ସ୍ୱରୂପ

ବ୍ରହ୍ମଣୋହି ପ୍ରତିଷ୍ଠାହମମୃତସ୍ୟାବ୍ୟୟସ୍ୟ ଚ ।

ଶାଶ୍ୱତସ୍ୟ ଚ ଧର୍ମସ୍ୟ ସୁଖ ସୈକାନ୍ତିକସ୍ୟ ଚ ।ା୨୭ାା

ଅର୍ଥ : କାରଣ ମୁଁ ଅବିନାଶୀ ବ୍ରହ୍ମର, ଅମୃତର, ଶାଶ୍ୱତ ଧର୍ମର ଓ ଐକାନ୍ତିକ ସୁଖର ଭିିଭୂମି ଅଟେ ।ା୨୭ାା

ବ୍ୟାଖ୍ୟା : ଅବିନାଶୀ ବ୍ରହ୍ମ, ଅମୃତ, ଶାଶ୍ୱତ ଧର୍ମ ଓ ଐକାନ୍ତିକ ସୁଖର ଆଶ୍ରୟ ହେଉଛନ୍ତି ପରମାତ୍ମା । ""ମୁଁ ଅବିନାଶୀ ବ୍ରହ୍ମର ଆଶ୍ରୟ'' – ପରମାତ୍ମାଙ୍କ ଏହି କଥନରୁ ଦୁଇଟି କଥା ବୁଝାଯାଉଛି । ପ୍ରଥମତଃ, ସେ ନିଜକୁ ବ୍ରହ୍ମଠାରୁ ପୃଥକ ଦର୍ଶାଇଛନ୍ତି । କେତେକ ଟୀକାକାର ଏଠାରେ ପରମାତ୍ମା ଓ ବ୍ରହ୍ମଙ୍କ ଅଭିନ୍ନତା ପ୍ରତିପାଦନ କରନ୍ତି । କିନ୍ତୁ ଆଶ୍ରିତ ଓ ଆଶ୍ରୟଦାତା କିପରି ଏକ ଓ ଅଭିନ୍ନ ହେବେ ତାହା ବିଚାର୍ଯ୍ୟ । ଏଠାରେ ପରମାତ୍ମା ନିଜକୁ ବ୍ରହ୍ମର ଆଶ୍ରୟଦାତା ରୂପେ ଉଲ୍ଲେଖ କରିଛନ୍ତି । ବ୍ରହ୍ମ ହେଉଛି ଏକ ସୂକ୍ଷ୍ମ ପ୍ରକାଶ ତ୍ୱ ଏବଂ ପରମାତ୍ମା ହେଉଛନ୍ତି ଏହାର ସ୍ୱାମୀ  । ପରମାତ୍ମାଙ୍କ ନିବାସ ସ୍ଥାନ ପରମଧାମକୁ ମଧ୍ୟ ବ୍ରହ୍ମଲୋକ କୁହାଯାଏ । କାରଣ ଏଠାରେ ସର୍ବତ୍ର ବ୍ରହ୍ମ ମହ୍ୱ ପରିବ୍ୟାପ୍ତ । ""ସର୍ବମିଦଂ ଖଲୁ ବ୍ରହ୍ମ '' – ଏହା ପରମଧାମ ପାଇଁ ଉଦ୍ଧିଷ୍ଟ; ଭୂଲୋକ ପାଇଁ ନୁହେଁ । ଏହି ଦୃଷ୍ଟିରୁ ବ୍ରହ୍ମ ହେଉଛି ପରମାତ୍ମାଙ୍କ ବାସସ୍ଥାନ । ତେଣୁ ବ୍ରହ୍ମ ଓ ପରମାତ୍ମାଙ୍କ ମଧ୍ୟରେ ଗୃହ ଓ ଗୃହମାଲିକର ସମ୍ପର୍କ । ଏପରି ସ୍ଥଳେ ଉଭୟଙ୍କ ମଧ୍ୟରେ ଐକ୍ୟତା ପ୍ରତିପାଦନ କରିବା କେତେ ବିବେକ ସମ୍ମତ ତାହା ପ୍ରଣିଧାନଯୋଗ୍ୟ । ବ୍ରହ୍ମକୁ ଅବିନାଶୀ କହି ପରମାତ୍ମା ନିଜର ଅବ୍ୟୟତ୍ୱ ବିଷୟରେ ସ୍ପଷ୍ଟ କରିଛନ୍ତି । କାରଣ ଯିଏ ବ୍ରହ୍ମ ପରି ଅବିନାଶୀ ମହ୍ୱର ସ୍ୱାମୀ, ସେ କିପରି ବା ବିନାଶୀ ହେବେ ?

""ମୁଁ ଅମୃତର ଆଶ୍ରୟ''– ଏହି ବାକ୍ୟରୁ ପରମାତ୍ମା ନିଜକୁ ଅମର ବୋଲି କହୁଛନ୍ତି । ଯେଉଁ ମାନବାତ୍ମା ତାଙ୍କୁ ଅବ୍ୟଭିଚାରୀ ଭକ୍ତି ଯୋଗରେ ସ୍ମରଣ କରେ ସେ ସ୍ୱୟଂ ଅମର ହୋଇଯାଏ । କାରଣ ପରମାତ୍ମା ସ୍ୱୟଂ ଅମୃତର ଭଣ୍ଡାର । ଜ୍ଞାନକୁ ଅମୃତର ପର୍ଯ୍ୟାୟବାଚୀ ରୂପେ ଗ୍ରହଣ କରାଯାଏ । ତେଣୁ ଅମୃତର ଅର୍ଥ ଜ୍ଞାନ ରୂପରେ ଗ୍ରହଣ କରିବାକୁ ହେବ । ପରମାତ୍ମା ଜ୍ଞାନର ମହାସାଗର । ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା ପ୍ରଦ ଜ୍ଞାନ ଆଧାରରେ ମନୁଷ୍ୟାତ୍ମା ଅମର ପଦ ବା ଦେବ ପଦ ପ୍ରାପ୍ତ ହୁଏ । 

ପରମାତ୍ମା ସନାତନ ଧର୍ମର ଆଧାର । ତେଣୁ ତାଙ୍କୁ ଏକାଦଶ ଅଧ୍ୟାୟରେ ଶାଶ୍ୱତ ଧର୍ମର ରକ୍ଷକ(ଶାଶ୍ୱତ ଧର୍ମଗୋପ୍ତା ୧୧/୧୮) ବୋଲି କୁହାଯାଇଛି । ଯେତେବେଳେ ଏହି ସନାତନ ଧର୍ମ ମାର୍ଗରୁ ବିଚୁ୍ୟତ ମାନବ ସମାଜ ବିଭିନ୍ନ ସମ୍ପ୍ରଦାୟରେ ବିଭକ୍ତ ହୋଇ ପରସ୍ପର ମଧ୍ୟରେ କଳହ କରନ୍ତି ସେତେବେଳେ ଏହାର ପୁନର୍ସ୍ଥାପନ ପାଇଁ ସେ ଧରାପୃଷ୍ଠରେ ଅବତରଣ କରନ୍ତି । (ଗୀ-୪/୮)

ଯାହା ପାଇଲେ ମାନବାତ୍ମା ଆଉ କୌଣସିଠାରୁ ସୁଖ ପ୍ରାପ୍ତିର କାମନା କରେ ନାହିଁ ତାହା ହେଉଛି ଐକାନ୍ତିକ ସୁଖ । ଏହାର କ୍ଷୟ ନ ଥିବାରୁ ଏହାକୁ ପମ ଅଧ୍ୟାୟର ଏକବିଂଶ ଶ୍ଳୋକରେ "ଅକ୍ଷୟ ସୁଖ' ବୋଲି ବର୍ଣ୍ଣନା କରାଯାଇଛି । ଏହି ଐକାନ୍ତିକ ସୁଖକୁ ଷଷ୍ଠ ଅଧ୍ୟାୟର ଏକବିଂଶ ଶ୍ଳୋକରେ "ଆତ୍ୟନ୍ତିକ ସୁଖ' ଓ ଅଷ୍ଟାଦଶ ଶ୍ଳୋକରେ "ଅତ୍ୟନ୍ତ ସୁଖ' ନାମରେ ବର୍ଣ୍ଣନା କରାଯାଇଛି । ଏହିପରି ସୁଖର ଏକମାତ୍ର ଆଧାର ହେଉଛନ୍ତି ପରମାତ୍ମା । ଯେଉଁ ବ୍ୟକ୍ତି ପରମାତ୍ମାଙ୍କୁ ପ୍ରାପ୍ତ ହୋଇଛି ତା'ପାଇଁ ସାଂସାରିକ ସମସ୍ତ ସୁଖ ଅସାର । ପୂର୍ବଶ୍ଳୋକରେ ଏହିପରି ସ୍ୱରୂପଯୁକ୍ତ ପରମାତ୍ମାଙ୍କୁ ପ୍ରାପ୍ତ କରିବା ପାଇଁ ଅବ୍ୟଭିଚାରୀ ଭକ୍ତି ଯୋଗର ଅନୁସରଣ କରିବାକୁ କୁହାଯାଇଛି ।

ପରିଶିଷ୍ଟ ବ୍ୟାଖ୍ୟା 

ପରମାତ୍ମା ସାଧର୍ମ୍ୟ ଲାଭ, ସାରେ ଓ ପ୍ରକୃତିରେ ତାଙ୍କ ସହିତ ଏକ ହେବା – ଗୀତା ଅନୁସାରେ ଏହା ହେଉଛି ଅମୃତତ୍ୱ ବା ପରମ ସିଦ୍ଧି । ଯେଉଁ ଜ୍ଞାନ ଦ୍ୱାରା ଏହି ସିଦ୍ଧି ଲାଭ କରାଯାଏ ତାକୁ ଶ୍ରେଷ୍ଠ ଜ୍ଞାନ କୁହାଯାଏ । ତ୍ରୟୋଦଶ ଅଧ୍ୟାୟରେ ପୁରୁଷ ଓ ପ୍ରକୃତି ମଧ୍ୟରେ ପ୍ରଭେଦ ନିର୍ଣ୍ଣୟ କରାଯାଇଛି ଯାହା ଜୀବାତ୍ମା ଓ ପରମାତ୍ମା ମଧ୍ୟରେ ଥିବା ଭେଦକୁ ସୂଚିତ କରେ । ଜୀବାତ୍ମା ପ୍ରକୃତିର ଗୁଣଗୁଡିକୁ ଭୋଗ କରି ବଦ୍ଧ ହୁଏ । କିନ୍ତୁ ପରମାତ୍ମା ଅଭୋକ୍ତା, ଅକର୍ା ।

ମନୁଷ୍ୟ ଯେଉଁ ଅଜ୍ଞାନ ଆବେଗରେ ନାନା ପ୍ରକାର ବାସନା ତୃପ୍ତି ପାଇଁ ଧାବିତ ହୁଏ ତାହାର ମୂଳ ହେଉଛି ରଜୋଗୁଣ । ଏହାର ଫଳ ହେଉଛି କର୍ମର ନିଶା । ଏହା ସବୁ ପ୍ରକାର ଦୁଃଖ ଓ ଅଶାନ୍ତିର କାରଣ । ଏଥିରେ ଜ୍ଞାନର ଅଭାବ ଥାଏ । ରଜୋଗୁଣୀ ବ୍ୟକ୍ତିର ଭୋଗ ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ପାଇଁ ତୀବ୍ର ଅଭିଳାଷ ଥାଏ । କିନ୍ତୁ ତାହା ଯଥାର୍ଥ ଭାବରେ କିପରି ପାଇବାକୁ ହେବ ବା ଯଥାର୍ଥ ଭାବରେ ଭୋଗ କରିବାକୁ ହେବ ତା'ର ନିଗୂଢ଼ ରହସ୍ୟ ସେ ଜାଣେ ନାହିଁ । ସ୍ୱଗୁଣ ଠିକ ଏହାର ବିପରୀତ । ଏହା ଜ୍ଞାନ, ସୁଖ ଓ ଶାନ୍ତି ନେଇ ଆସେ । ଏଥିରେ ଭୋଗ ଓ ଐଶ୍ୱର୍ଯ୍ୟ ପ୍ରାପ୍ତିର ଅଭିଳାଷ କିମ୍ବା ଦ୍ୱେଷ ନ ଥାଏ । ତଥାପି ମଧ୍ୟ ରଜୋଗୁଣ ଓ ତମୋଗୁଣ ପରି ଏହା ବନ୍ଧନର କାରଣ ହୋଇପାରେ । ଜ୍ଞାନୀ ବ୍ୟକ୍ତି ଅହଙ୍କାର ଓ ଅଭିମାନର ବଶବର୍ୀ ହେଲେ ତାହା ତାଙ୍କ ପାଇଁ ବନ୍ଧନର କାରଣ ହୁଏ । ତମୋଗୁଣ ହେଉଛି ସ୍ୱ ଓ ରଜଃ ଉଭୟର ବିପରୀତ । ଏଥିରେ ଉଭୟ ଜ୍ଞାନ ଓ କର୍ମ ପ୍ରବୃିର ଅଭାବ ଥାଏ ।

ପରମାତ୍ମାଙ୍କ ସ୍ୱରୂପ ଅନୁଭବ କରିବାକୁ ହେଲେ ତ୍ରିଗୁଣର କ୍ରିୟାରୁ ନିଜକୁ ମୁକ୍ତ ରଖିବାକୁ ହେବ । ରାଜସିକ ଓ ତାମସିକ କର୍ମରେ କୌଣସି ଲାଭ ନାହିଁ । ଏହାର ଫଳ ଦୁଃଖ କାରକ । ସା୍ୱିକ କର୍ମର ଫଳ ସୁଖମୟ । କିନ୍ତୁ ସେଥିରୁ ମଧ୍ୟ ଆସକ୍ତି ପରିତ୍ୟାଗ କରିବାକୁ ହେବ । କେବଳ କର୍ମର ଫଳ ନୁହେଁ; କର୍ମର ଆସକ୍ତି ପରିତ୍ୟାଗ କରିବାକୁ ହେବ । ସା୍ୱିକ, ରାଜସିକ ବା ତାମସିକ ଗୁଣ ଯାହାବି ହେଉନା କାହିଁକି ଯେଉଁଠି ଆସକ୍ତି ଥାଏ ତାହା ଅବଶ୍ୟ ବନ୍ଧନର କାରଣ ହୁଏ । କର୍ମର ନିଶା ହେଉଛି ତାମସିକ ଆସକ୍ତି ଏବଂ ସତ୍କର୍ମ ପ୍ରତି ପୁଣ୍ୟବାନ ଲୋକର ଯେଉଁ ଆକର୍ଷଣ ତାହା ସା୍ୱିକ ଆସକ୍ତି । ଏଥିରୁ ମୁକ୍ତ ହେବାର ଏକମାତ୍ର ଉପାୟ ହେଉଛି ସମସ୍ତ କର୍ମ ପରମାତ୍ମାର୍ପଣ ପୂର୍ବକ ତାଙ୍କ ଇଚ୍ଛାରେ ନିଷ୍କାମ ଓ ସମତାପୂର୍ଣ୍ଣ ଏକ ଯନ୍ତ୍ର ହେବା ।

ସୁଖ- ଦୁଃଖ, ଆଶା-ନିରାଶା, ଜୟ-ପରାଜୟ – ଏହିପରି ଦ୍ୱନ୍ଦ୍ୱପୂର୍ଣ୍ଣ ସାଧାରଣ ଜୀବନ ପ୍ରତି ମନୁଷ୍ୟର ଯେଉଁ ତୀବ୍ର ଆସକ୍ତି ତାହା ରାଜସିକ ବୃି । ଏହା ତାମସିକ ବୃି ଅପେକ୍ଷା ଶ୍ରେଷ୍ଠ । କାରଣ ତାମସିକତାର ବଶବର୍ୀ ମନୁଷ୍ୟ ଜୀବନ ଓ କର୍ମରେ ଉତ୍ସାହହୀନ ହୋଇ ଅଧୋଗତି ପ୍ରାପ୍ତ ହୁଏ । କର୍ମ ପ୍ରବୃି ମାନବ ଜୀବନରେ ସମସ୍ତ ଶକ୍ତିର ବିକାଶ ଘଟାଏ । ଏହି ବିକାଶ ପ୍ରକ୍ରିୟା ସା୍ୱିକ ଜୀବନ ଯାପନରେ ସମ୍ପୂର୍ଣ୍ଣ ହୁଏ । ମନୁଷ୍ୟ ଯଦି ଚିରକାଳ ରାଜସିକ ସ୍ତରରେ ସ୍ଥିର ରହେ ତେବେ ଆତ୍ମିକ ସ୍ତରରେ ତା'ର ବିକାଶ ପୂର୍ଣ୍ଣ ହେବ ନାହିଁ । ଏହାଦ୍ୱାରା ମାନବ ଜୀବନର ପରମ ଲକ୍ଷ୍ୟ ସିଦ୍ଧ ହେବ ନାହିଁ । ସେଥିପାଇଁ ସା୍ୱିକତାର ବିକାଶ କରି ଓ ଗୁଣାତୀତ ହୋଇ ପରମାତ୍ମାଙ୍କ ସାଧର୍ମ୍ୟ ଲାଭ କରିବାକୁ ହେବ ।

ଗୁଣାତୀତ ବ୍ୟକ୍ତି ଗୁଣାତ୍ମିକା ପ୍ରକୃତିର ଉଦ୍ଧ୍ୱର୍ରେ ଏକ ଉଚ୍ଚତର ଚୈତନ୍ୟରେ ପ୍ରତିଷ୍ଠିତ ଥାଆନ୍ତି । ସେହି ଉଦ୍ଧ୍ୱର୍ ସ୍ତରରେ ଥାଇ ସେ ଦେଖନ୍ତି ଯେ ପ୍ରକୃତିର ଗୁଣ ସମୂହ ସବୁ କରୁଛି । ଜୀବନର ସୁଖ-ଦୁଃଖ, ଝଡ-ଝଞ୍ଜା, ଶାନ୍ତି-ଅଶାନ୍ତି – ଏସବୁ ପ୍ରକୃତିର ଖେଳ । ସେ ଏସବୁର ଉଦ୍ଧ୍ୱର୍ରେ ରହି ନିଜକୁ ଅଟଳ, ଅକ୍ଷର ଓ ଶାଶ୍ୱତ ଆତ୍ମା ମନେ କରନ୍ତି । ଏହା ହେଉଛି ବ୍ରାହ୍ମୀ ସ୍ଥିତିର ନୈବ୍ୟକ୍ତିକତା । କିନ୍ତୁ ଯୋଗ ସାଧନାର ଏହା ଚରମ ଲକ୍ଷ୍ୟ ନୁହେଁ । ଯେ ପର୍ଯ୍ୟନ୍ତ ଆତ୍ମା ପରମାତ୍ମାଙ୍କ ସାଧର୍ମ୍ୟ ଲାଭ ନ କରିଛି ସେ ପର୍ଯ୍ୟନ୍ତ ତା'ର ଯୋଗ ଅସମ୍ପୂର୍ଣ୍ଣ । ତେଣୁ ପରମାତ୍ମାଙ୍କ ସ୍ୱରୂପ କଥନ ପରେ ଗୀତା ଏହି ଅଧ୍ୟାୟର ପରିସମାପ୍ତି କରିଛି ।


Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର