ତ୍ରୟୋଦଶୋଽଧ୍ୟାୟଃ

କ୍ଷେତ୍ର-କ୍ଷେତ୍ରଜ୍ଞ ବିଭାଗ ଯୋଗଃ

କ୍ଷେତ୍ର ଓ କ୍ଷେତ୍ରଜ୍ଞର ବିଭାଗ

ଇଦଂ ଶରୀରଂ କୌନ୍ତେୟ କ୍ଷେତ୍ରମିତ୍ୟଭିଧୀୟତେ ।

ଏତଦ୍ଯୋ ବେି ତଂ ପ୍ରାହୁଃ କ୍ଷେତ୍ରଜ୍ଞ ଇତି ତଦ୍ବିଦଃ ।ା୧ାା

ଅନୁବାଦ : ହେ କୌନ୍ତେୟ! ଏହି ଶରୀରକୁ କ୍ଷେତ୍ର କୁହାଯାଏ । ଏହାକୁ(କ୍ଷେତ୍ରକୁ) ଯିଏ ଜାଣେ ଜ୍ଞାନୀଲୋକେ ତାହାକୁ "କ୍ଷେତ୍ରଜ୍ଞ' କହନ୍ତି ।ା୧ାା

ବ୍ୟାଖ୍ୟା : ଶରୀର ହେଉଛି କ୍ଷେତ୍ର ଓ ଆତ୍ମା ହେଉଛି କ୍ଷେତ୍ରଜ୍ଞ । ""ଶୃହିଂସାୟାମ୍'' ଧାତୁରୁ "ଶରୀର' ଶବ୍ଦ ଗଠିତ । ସେହିପରି "କ୍ଷି କ୍ଷୟେ' ଧାତୁରୁ କ୍ଷେତ୍ର ଶବ୍ଦ ଗଠିତ ହୋଇଛି । ଶରୀର ବା କ୍ଷେତ୍ରର ତାପôର୍ଯ୍ୟ ହେଲା ଯାହା ପ୍ରତିକ୍ଷଣ ନଷ୍ଟ ଓ ପରିବିର୍ତ ହେଉଥାଏ । କ୍ଷେତରେ ବିହନ ବୁଣିଲେ ସମୟ କ୍ରମେ ତାହା ଅଙ୍କୁରିତ ହୋଇ ନିଜ ଅନୁରୂପ ଫଳ ପ୍ରଦାନ କରେ  । ଆତ୍ମାର କର୍ମରୁପକ ବୀଜ ତା'ର ଶରୀର ରୂପକ କ୍ଷେତରେ ଫଳୀଭୂତ ହୁଏ । ତେଣୁ ଶରୀରକୁ ଆତ୍ମାର କ୍ଷେତ୍ର କୁହାଯାଏ । ଏହାର "କ୍ଷର' ଭାବ ହେତୁ ଏହାକୁ "ପଦଶ' ଅଧ୍ୟାୟରେ "କ୍ଷରପୁରୁଷ' ବୋଲି କୁହାଯାଇଛି । ଏହା ଜଡ, ବିନାଶୀ ଓ ପରିବର୍ନଶୀଳ । ଆତ୍ମା ଚେତନଶୀଳ । ଜଡ ଶରୀରରେ ଆତ୍ମାର ସଂଯୋଗ ହେଲେ ତାହା କାର୍ଯ୍ୟକ୍ଷମ ହୁଏ । ତେଣୁ ଏହାକୁ କ୍ଷେତ୍ରଜ୍ଞ ବୋଲି କୁହାଯାଏ । ଆତ୍ମାହିଁ କହେ ଏହା ମୋର ଶରୀର, ମୋର ଆଖି, କାନ, ଅବୟବ ଇତ୍ୟାଦି । ଆତ୍ମା ଆଖି ଦ୍ୱାରା ଦେଖେ, କାନ ଦ୍ୱାରା ଶୁଣେ ଓ ଅଙ୍ଗ ପ୍ରତ୍ୟଙ୍ଗ ଦ୍ୱାରା କାମ କରେ । ଏହି ଚେତନ ଆତ୍ମାକୁ ସପ୍ତମ ଅଧ୍ୟାୟରେ "ପରା ପ୍ରକୃତି'(୭/୫), ଅଷ୍ଟମ ଅଧ୍ୟାୟରେ "ଅଧ୍ୟାତ୍ମ'(୮/୩) ଏବଂ ପନ୍ଦର ଅଧ୍ୟାୟରେ "ଅକ୍ଷର ପୁରୁଷ'(୧୫/୧୬)ବୋଲି କୁହାଯାଇଛି ।ା୧ାା

କ୍ଷେତ୍ରଜ୍ଞର ସ୍ୱରୂପ

କ୍ଷେତ୍ରଜ୍ଞଂ ଚାପି ମାଂ ବିଦ୍ଧି ସର୍ବକ୍ଷେତ୍ରେଷୁ ଭାରତ ।

କ୍ଷେତ୍ରକ୍ଷେତ୍ରଜ୍ଞୟୋର୍ଜ୍ଞାନଂ ଯଜ୍ଜ୍ଞାନଂ ମତଂ ମମ ।ା୨ାା

ଅର୍ଥ : ହେ ଭାରତ ! ସମସ୍ତ କ୍ଷେତ୍ରରେ ମୋତେ କ୍ଷେତ୍ରଜ୍ଞ ବୋଲି ଜାଣ; ଏବଂ କ୍ଷେତ୍ର ଓ କ୍ଷେତ୍ରଜ୍ଞ ବିଷୟକ ଜ୍ଞାନ ହେଉଛି ପ୍ରକୃତ ଜ୍ଞାନ, ଏହା ମୋର ଅଭିମତ ।ା୨ାାା

ବ୍ୟାଖ୍ୟା : ମନ, ବୁଦ୍ଧି, ଇନ୍ଦି୍ରୟ ଦ୍ୱାରା ଜାଣି ହେଉଥିବା ବିଷୟକୁ "ଜେ୍ଞୟ' କୁହାଯାଏ । ଦୃଶ୍ୟ ବିଷୟକୁ ଚକ୍ଷୁ, କର୍ଣ୍ଣ ଆଦି ଇନ୍ଦି୍ରୟ ଦ୍ୱାରା ଜାଣି ହୁଏ । ଅଦୃଶ୍ୟ ବିଷୟକୁ ମନ ବା ବୁଦ୍ଧି ଦ୍ୱାରା ଜାଣି ହୁଏ । ଆତ୍ମା ଅଦୃଶ୍ୟ । ଏହାକୁ ଶରୀରର ଇନ୍ଦ୍ରିୟ ଦ୍ୱାରା  ଜାଣି  ହୁଏ ନାହିଁ । ମନ ଓ ବୁଦ୍ଧି ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତି । ନିଜକୁ ଦେହଠାରୁ ପୃଥକ ଅନୁଭବ କରି ପାରିଲେ ମନ ଓ ବୁଦ୍ଧି ଦ୍ୱାରା ଆତ୍ମ ସାକ୍ଷାତକାର ହୁଏ । ଆତ୍ମା ପରମାତ୍ମାଙ୍କ ସନ୍ତାନ ହୋଇଥିବାରୁ ଉଭୟଙ୍କ ମଧ୍ୟରେ ଏକରୂପତା ଅଛି । ସେହିପରି ଶରୀର ସହିତ ସଂସାରର ସ୍ୱାଭାବିକ ଏକତା ଅଛି । ଜନ୍ମ ଜନ୍ମାନ୍ତର ଧରି ଆତ୍ମା ଶରୀର ଧାରଣ କରି ଆସୁଥିବାରୁ ନିଜକୁ ଶରୀର ବା ସଂସାରରୁ ପୃଥକ ଅନୁଭବ କରି ପାରୁ ନାହିଁ  । ଆତ୍ମା ନିଜକୁ ଶରୀରଠାରୁ ପୃଥକ ଅନୁଭବ କଲେ ପରମାତ୍ମାଙ୍କ ସହିତ ସ୍ୱାଭାବିକ ଭାବରେ ଏକତା ସ୍ଥାପିତ ହୋଇପାରେ । ସମସ୍ତ କ୍ଷେତ୍ରରେ ଥିବା କ୍ଷେତ୍ରଜ୍ଞ ଆତ୍ମାଙ୍କୁ ଜାଣିଲେ ପରମାତ୍ମାଙ୍କୁ  ଜାଣି  ହୁଏ । ସମସ୍ତ ଆତ୍ମାର ପିତା ହିସାବରେ ପରମାତ୍ମାଙ୍କୁ ମଧ୍ୟ "କ୍ଷେତ୍ରଜ୍ଞ' ବୋଲି କୁହାଯାଏ । ଆତ୍ମା, ପରମାତ୍ମା ଓ ପ୍ରକୃତି ବିଷୟକ ଜ୍ଞାନହିଁ ଯଥାର୍ଥ ଜ୍ଞାନ ଅଟେ ।

ଅଜ୍ଞାନତା ହେତୁ ମାନବ ନିଜ ଶରୀରକୁ ସମଗ୍ର ସା ବୋଲି ମନେ କେରେ । କିନ୍ତୁ ଯେତେବେଳେ ସେ ଜାଣେ ଯେ ପଭୂତରେ ନିର୍ମିତ ବିନାଶଶୀଳ ଏ ଶରୀର ମଧ୍ୟରେ ଏକ ଚୈତନ୍ୟ ଆତ୍ମା ବିରାଜିତ ସେତେବେଳେ ତାର ପ୍ରକୃତ ଜ୍ଞାନର ଆରମ୍ଭ ହୁଏ । ଆମେ ଯେତିକି ଆତ୍ମିକ ସ୍ମୃତିରେ ରହି ଅନ୍ତର୍ମୁଖୀ ରହିବା ଅଭ୍ୟାସ କରିବା ସେତିକି ଆତ୍ମା, ପରମାତ୍ମା, ସୃଷ୍ଟିଚକ୍ର, ପ୍ରକୃତି ଆଦି ବିଷୟରେ କ୍ରମେ କ୍ରମେ ଜ୍ଞାନ ଆହରଣ କରି ପାରିବା । ଯିଏ ଆତ୍ମା ଓ ପରମାତ୍ମା ଉଭୟଙ୍କ ବିଷୟରେ ଜାଣିଛି ସେହିଁ କ୍ଷେତ୍ର କ୍ଷେତ୍ରଜ୍ଞ ବିଷୟରେ ପୂର୍ଣ୍ଣ ଜ୍ଞାନ ଆହରଣ କରିଛି ।ା୨ାା

କ୍ଷେତ୍ରର ସ୍ୱରୂପ

ତତ୍ କ୍ଷେତ୍ରଂ ଯଚ୍ଚ ଯାଦୃକ୍ ଚ ଯଦ୍ବିକାରି ଯତଶ୍ଚ ଯତ୍ ।

ସ ଚ ଯୋ ଯତ୍ ପ୍ରଭାବଶ୍ଚ ତତ୍ସମାସେନ ମେ ଶୃଣୁ ।ା୩ାା

ଋଷିଭିର୍ବହୁଧା ଗୀତଂ ଛନ୍ଦୋଭିର୍ବିବିଧୈଃ ପୃଥକ୍ ।

ବ୍ରହ୍ମସୂତ୍ରପଦୈଶ୍ଚୈବ ହେତୁମଦ୍ଭିର୍ବିନିଶ୍ଚିତୈଃ ।ା୪ାା

ମହାଭୂତାନ୍ୟହଙ୍କାରୋ ବୁଦ୍ଧିରବ୍ୟକ୍ତମେବ ଚ ।

ଇନ୍ଦି୍ରୟାଣି ଦଶୈକଂ ଚ ପ ଚେନ୍ଦି୍ରୟଗୋଚରାଃ ।ା୫ାା

ଇଚ୍ଛା ଦ୍ୱେଷଃ ସୁଖଂ ଦୁଃଖଂ ସଂଘାତଶ୍ଚେତନା ଧୃତିଃ ।

ଏତତ୍ କ୍ଷେତ୍ରଂ ସମାସେନ ସବିକାରମୁଦାହୃତମ୍ ।ା୬ାା

ଅର୍ଥ : ଏହି କ୍ଷେତ୍ର କଣ, କିପରି, କେଉଁ ବିକାରଯୁକ୍ତ, କେଉଁଠାରୁ ଆସିଛି ତଥା କ୍ଷେତ୍ରଜ୍ଞ କିଏ ଏବଂ ତା'ର ଶକ୍ତି (ପ୍ରଭାବ) କେଉଁ ପ୍ରକାର, ସେସବୁ ତୁ ମୋଠାରୁ ସଂକ୍ଷେପରେ ଶୁଣ ।ା୩ାା ବିଭିନ୍ନ ପ୍ରକାରର ଛନ୍ଦ ଦ୍ୱାରା, ବିବିଧ ପ୍ରକାରେ ଋଷିଗଣ ଏହି ବିଷୟକୁ ଖୁବ୍ ଗାନ କରିଛନ୍ତି ଏବଂ ଉଦାହରଣ ତଥା ତର୍କ ଦ୍ୱାରା ନିଶ୍ଚୟପୂର୍ଣ୍ଣ ବ୍ରହ୍ମସୂଚକ ବାକ୍ୟମାନଙ୍କ ଦ୍ୱାରା ମଧ୍ୟ ଏହି ବିଷୟରେ ନିରୁପଣ କରାଯାଇଛି ।ା୪ାା ମହାଭୂତ, ଅହଙ୍କାର, ବୁଦ୍ଧି, ପ୍ରକୃତି, ଦଶ ଇନ୍ଦ୍ରିୟ, ଏକ ମନ, ପ ବିଷୟ; ତଥା ଇଚ୍ଛା, ଦ୍ୱେଷ, ସୁଖ, ଦୁଃଖ, ସଙ୍ଘାତ, ଚେତନ ଶକ୍ତି, ଧୃତି – ଏସବୁ ଗୁଡିକୁ ସେମାନଙ୍କର ବିକାର ସହିତ ସଂକ୍ଷେପରେ କ୍ଷେତ୍ର କୁହାଯାଇଛି ।ା୫-୬ାା

ବ୍ୟାଖ୍ୟା : ସପ୍ତମ ଅଧ୍ୟାୟରେ ପୃଥିବୀ, ଜଳ, ତେଜ, ବାୟୁ ଏବଂ ଆକାଶ ଏହି ପତ୍ୱକୁ ପା ମହାଭୂତ ବା ଅପରା ପ୍ରକୃତି ରୂପରେ ବର୍ଣ୍ଣନା କରାଯାଇଛି ।

ଭୂମିରାପୋଽନଳୋ ବାୟୁଃ ଖଂ ମନୋବୁଦ୍ଧିରେବ ଚ ।

ଅହଙ୍କାର ଇତୀୟଂ ମେ ଭିନ୍ନା ପ୍ରକୃତିରଷ୍ଟଧା ।ା୭/୪ାା

ଏହି ପ ମହାଭୂତକୁ ପ ତନ୍ମାତ୍ରା ମଧ୍ୟ କୁହାଯାଏ । ଶବ୍ଦ, ସ୍ପର୍ଶ, ରୂପ, ରସ ଓ ଗନ୍ଧ ଏହି ପା ବିଷୟକୁ ପତନମାତ୍ରା କୁହାଯାଏ । ମହାଭୂତ ଏଗୁଡିକର କାରଣ ହୋଇଥିବାରୁ ପ୍ରକୃତି ବୋଲି କଥିତ ହୁଏ ।

ଅହଙ୍କାର ଅର୍ଥାତ ଅହଂଭାବ । ଏହା ପତନ୍ମାତ୍ରା, ମନ, ପ ଜ୍ଞାନେନ୍ଦ୍ରିୟ ଓ ପ କର୍ମେନ୍ଦ୍ରିୟ, କରଣ ତଥା ପ ମହାଭୂତର କାର୍ଯ୍ୟ ଅଟେ । କାରଣ ଓ କାର୍ଯ୍ୟ ଭେଦରେ ଏହା ପ୍ରକୃତି-ବିକୃତି ଅଟେ । ଅହଙ୍କାର ପରି ସମଷ୍ଟି ଅନ୍ତକରଣର ଭେଦକୁ ବୁଦ୍ଧି କୁହାଯାଏ । ଏହାର ସ୍ୱରୂପ "ନିଶ୍ଚୟ' ଅଟେ । ଏହାକୁ ମହତ୍ୱ ଓ ସମଷ୍ଟି ବୁଦ୍ଧି କୁହାଯାଏ । ବୁଦ୍ଧି ଅହଙ୍କାରର କାରଣ ଓ ଏହା "ପ୍ରକୃତି' ଓ ମୂଳ ପ୍ରକୃତିର କାର୍ଯ୍ୟ ହୋଇଥିବାରୁ ଏହା ବିକୃତି । ଏହି ମୂଳ ପ୍ରକୃତିକୁ ଅବ୍ୟକ୍ତ କୁହାଯାଇଛି । ଏହା ମହତ୍ୱ ଆଦି ସମସ୍ତ ପଦାର୍ଥଗୁଡିକର କାରଣ ସ୍ୱରୂପ । ବାକ, ପାଣି, ପାଦ, ଉପସ୍ଥ ଓ ପାୟୁ-ଏହି ପାଟି କର୍ମେନ୍ଦି୍ରୟ । ଶ୍ରୋତ୍ର, ତ୍ୱଚା, ଚକ୍ଷୁ, ରସନା ଓ ଘ୍ରାଣ ଏହି ପାଟି ଜ୍ଞାନେନ୍ଦ୍ରିୟ । ଶବ୍ଦ, ସ୍ପର୍ଶ, ରୂପ ଓ ଗନ୍ଧ ଏହି ପ ତନ୍ମାତ୍ରା ପ ଜ୍ଞାନେନ୍ଦ୍ରିୟର ପାଟି ବିଷୟ । ସମଷ୍ଟି ଅନ୍ତଃକରଣର ସଂକଳ୍ପ ବା ବିକଳ୍ପ ସ୍ୱରୂପରେ ଯେଉଁ ମନନ ଚିନ୍ତନ ହୁଏ ସେହି ଶକ୍ତି ବିଶେଷର ନାମ "ମନ' । "ଏକମ୍' ପଦ ଦ୍ୱାରା ଏହି ମନକୁ ସୂଚିତ କରାଯାଇଛି ।

ଇଚ୍ଛା, ଦ୍ୱେଷ, ସୁଖ, ଦୁଃଖ, ସଂଘାତ (ସ୍ଥୂଳ ଦେହ) ଚେତନା ଏବଂ ଧୃତି- ଏଗୁଡିକ କ୍ଷେତ୍ରର ବିକାର ବୋଲି ଗୀତା ଉଲ୍ଲେଖ କରିଛି  । କୌଣସି ସୁଖଦାୟୀ ବା ଦୁଃଖଦାୟୀ ବସ୍ତୁ, ବ୍ୟକ୍ତି, ପରିସ୍ଥିତିର ପ୍ରାପ୍ତି ବା ଅପ୍ରାପ୍ତିର ଆସକ୍ତିଯୁକ୍ତ କାମନାକୁ "ଇଚ୍ଛା' କୁହାଯାଏ । ଏହାର ଅନେକ ଭେଦ ଅଛି । ଯଥା- ବାସନା, ତୃଷ୍ଣା, ଆଶା, ଲାଳସା, ସ୍ପୃହା ଇତ୍ୟାଦି । ଇଚ୍ଛାରୁ ସମସ୍ତ ସାଂସାରିକ କାମନା ଓ ବାସନାର ଉପôି ଏବଂ ଏହା ପାପ ଓ ଦୁଃଖର ମୂଳ କାରଣ ।

କୌଣସି ପଦାର୍ଥ, ବ୍ୟକ୍ତି ବା ପରିସ୍ଥିତିକୁ ଦୁଃଖର କାରଣ ବା ସୁଖର ବାଧକ ବିଚାର କରିବା ଦ୍ୱାରା ବୁଦ୍ଧିର ଯେଉଁ ବିରୋଧ ଭାବ ଉପôନ୍ନ ହୁଏ ତାକୁ "ଦ୍ୱେଷ' କୁହାଯାଏ । ବିକାର ଦ୍ୱାରା ଗ୍ରସିତ ବ୍ୟକ୍ତିଠାରେ ସ୍ଥୂଳ ଭାବରେ ତାହା ଶତ୍ରୁତା, ଈର୍ଷା, ଘୃଣା ଓ କ୍ରୋଧ ଦ୍ୱାରା ପ୍ରକାଶିତ ହୁଏ ।

ଅନୁକୂଳତାର ପ୍ରାପ୍ତି ଓ ପ୍ରତିକୂଳତାର ନିବୃି ହେଲେ ବ୍ୟକ୍ତି ମନରେ ଉପôନ୍ନ ହେଉଥିବା ପ୍ରସନ୍ନତାକୁ "ସୁଖ' ଏବଂ ଏହାର ବିପରୀତ ଅବସ୍ଥାରେ ଯେଉଁ ବିଷଣ୍ଣତା ବା ବ୍ୟଥା ଜାତ ହୁଏ ତାକୁ "ଦୁଃଖ' କୁହାଯାଏ ।

"ସଂଘାତ' ଅର୍ଥାତ ସ୍ଥୂଳ ଶରୀର । ଆତ୍ମା ଶରୀର ତ୍ୟାଗ କରିବା ପରେ ମୂଲ୍ୟହୀନ  ହୋଇଯାଏ । ଏହା ପଭୂତରେ ନିର୍ମିତ ହୋଇଥିବାରୁ ମୃତୁ୍ୟ ପରେ ସେଥିରେ ଲୀନ ହୋଇଯାଏ । ଯାହା ବିକାରଯୁକ୍ତ ତାହା ପରିବର୍ନଶୀଳ । ଆତ୍ମାର ଅବସ୍ଥାନ କାଳରେ ଶରୀର ପ୍ରତିକ୍ଷଣରେ ପରିବିର୍ତ ହେଉଥାଏ । ତେଣୁ ଏହାକୁ ବିକାରରେ ଗଣନା କରାଯାଇଛି । 

ଯେଉଁ ଚିତ୍ ଶକ୍ତି ଦ୍ୱାରା  ସୁଖ ବା ଦୁଃଖର ଅନୁଭବ କରି ହୁଏ ତାକୁ ଚେତନା କୁହାଯାଏ । ବ୍ୟକ୍ତି ଆତ୍ମିକ ସ୍ମୃତି ସମ୍ପନ୍ନ ହେଲେ ତା'ମଧ୍ୟରେ ସା୍ୱିକ ବୃିଗୁଡିକ ଉପôନ୍ନ ହୁଏ ଏବଂ ତାର ମନ ପ୍ରକୃତ ସୁଖ, ଶାନ୍ତି, ଆନନ୍ଦରେ ଭରପୂର ହୋଇଯାଏ । ଆତ୍ମ ବିସ୍ମୃତି ଅବସ୍ଥାରେ ବ୍ୟକ୍ତି ମଧ୍ୟରେ ଦେହ ଅଭିମାନ ପ୍ରବଳ ହୁଏ । ଏହାଦ୍ୱାରା  କାମ, କ୍ରୋଧ, ଲୋଭ, ମୋହ ଆଦି ବିକାର ଉପôନ୍ନ ହୁଏ । ତେଣୁ ଚେତନା ମଧ୍ୟ ସ୍ଥିର ବା ଅଚଳ ନୁହେଁ । ଏହା ସା୍ୱିକ ବା ତାମସିକ ବୃି ଆଧାରରେ ପରିବର୍ନ ହେଉଥିବାରୁ ଗୀତାରେ ତାହାକୁ ବିକାର ରୂପେ ଗଣନା କରାଯାଇଛି । 

ଆତ୍ମାର ଧାରଣ ଶକ୍ତିକୁ ଧୃତି କୁହାଯାଏ । ଗୀତାରେ ଏହାର  ସା୍ୱିକୀ, ରାଜସୀ ଓ ତାମସୀ – ଏହି ଗୁଣ ତ୍ର୍ରୟ  ଅନୁସାରେ ତିନୋଟି ପ୍ରଭେଦ କରାଯାଇଛି ।  ।ା୧୮/୩୩-୩୫ାା ଯାହାର ଧୃତି ସା୍ୱିକୀ ଗୁଣ ଦ୍ୱାରା ପ୍ରଭାବିତ ତା'ମଧ୍ୟରେ ଦୈବୀ ଗୁଣର ସାର ହୁଏ ।

ଅଜ୍ଞାନତା ହେତୁ ଆତ୍ମା ଯେତେବେଳେ ଦେହ ସହିତ ସମ୍ବନ୍ଧ ସ୍ଥାପନ କରେ ସେତେବେଳେ ତା'ମଧ୍ୟରେ ଇଚ୍ଛା, ଦ୍ୱେଷ, ସୁଖ, ଦୁଃଖ ପ୍ରଭୃତି ବିଭିନ୍ନ ବିକାର ଉପôନ୍ନ ହୁଏ । କିନ୍ତୁ ଆତ୍ମା ମୂଳତଃ ବିକାରଶୂନ୍ୟ । ଆତ୍ମ ବିସ୍ମୃତି ଓ ଦୈ÷ହିକ ସ୍ୱୀକୃତିହିଁ ବିକାରର ମୂଳ କାରଣ । ଆତ୍ମାକୁ ବିକାରମୁକ୍ତ କରି ପରମାତ୍ମାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବା ପାଇଁ ଦେହ(କ୍ଷେତ୍ର) ଓ ଆତ୍ମା (କ୍ଷେତ୍ରଜ୍ଞ) ମଧ୍ୟରେ ଥିବା ପ୍ରଭେଦକୁ ଅନୁଭବ କରିବା ଏକାନ୍ତ ବିଧେୟ । ନିଜକୁ ଶରୀରଠାରୁ ପୃଥକ ଏକ ଆତ୍ମା ଅନୁଭବ କଲେ ବିକାର ଉପôନ୍ନ ହେବାର ସମ୍ଭାବନା ନ ଥାଏ ।ା୩-୬ାା

ଜ୍ଞାନର ସ୍ୱରୂପ ଓ ଲକ୍ଷଣ

ଅମାନିତ୍ୱମଦମ୍ଭିତ୍ୱମହିଂସା କ୍ଷାନ୍ତିରାର୍ଜବମ୍ ।

ଆଚାର୍ଯେ୍ୟାପାସନଂ ଶୌଚଂ ସ୍ଥୈର୍ଯ୍ୟମାତ୍ମବିନିଗ୍ରହଃ ।ା୭ାା

ଇନ୍ଦି୍ରୟାର୍ଥେଷୁ ବୈରାଗ୍ୟମନହଙ୍କାର ଏବ ଚ ।

ଜନ୍ମମୃତ୍ୟୁ ଜରାବ୍ୟାଧିଦୁଃଖଦୋଷାନୁଦର୍ଶନମ୍ ।ା୮ାା

ଅସକ୍ତିରନଭିଷ୍ୱଙ୍ଗଃ ପୁତ୍ରଦାରଗୃହାଦିଷୁ ।

ନିତ୍ୟଂ ଚ ସମ ଚିତ୍ୱମିଷ୍ଟାନିଷ୍ଟୋପପିଷୁ ।ା୯ାା

ମୟି ଚାନନ୍ୟଯୋଗେନ ଭକ୍ତିରବ୍ୟଭିଚାରିଣୀ । 

ବିବିକ୍ତ ଦେଶସେବିତ୍ୱମରତିର୍ଜନସଂସଦି ।ା୧୦ାା

ଅଧ୍ୟାତ୍ମଜ୍ଞାନନିତ୍ୟତ୍ୱଂ ତ୍ୱଜ୍ଞାନାର୍ଥଦର୍ଶନମ୍ ।

ଏତଜଜ୍ଞାନମିତି ପ୍ରୋକ୍ତମଜ୍ଞାନଂ ଯଦତୋଽନ୍ୟଥା ।ା୧୧ାା

ଅର୍ଥ :  ଅଭିମାନ ଶୂନ୍ୟତା, ଅଦାମ୍ଭିକତା, ଅହିଂସା, କ୍ଷମା, ସରଳତା, ଜ୍ଞାନୀମାନଙ୍କୁ ଯଥୋଚିତ ସମ୍ମାନ; ଶୁଦ୍ଧତା; ସ୍ଥିରତା, ଆତ୍ମ ସଂଯମ, ଇନ୍ଦି୍ରୟମାନଙ୍କ ବିଷୟରୁ ବୈରାଗ୍ୟ ହେବା; ଅହଙ୍କାର ନ ହେବା; ଜନ୍ମ, ମୃତୁ୍ୟ, ବୃଦ୍ଧାବସ୍ଥା ଓ ବ୍ୟାଧିରେ ବାରମ୍ବାର ଦୁଃଖରୂପକ ଦୋଷ ଦର୍ଶନ କରିବା; ଆସକ୍ତି ରହିତ ହେବା; ପୁତ୍ର, ସ୍ତ୍ରୀ, ଗୃହାଦିରେ ଏକାତ୍ମ ଭାବ ନ ହେବା; ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିରେ ଚି ନିତ୍ୟ ସ୍ଥିର ରହିବା; ଅନନ୍ୟ ଯୋଗ ଦ୍ୱାରା ମୋ ପ୍ରତି ଅବ୍ୟଭିଚାରିଣୀ ଭକ୍ତି ଜାତ ହେବା; ଏକାନ୍ତ ବାସ କରିବାର ସ୍ୱଭାବ ହେବା; ଜନ ସମୁଦାୟରେ ପ୍ରୀତି ନ ହେବା; ଅଧ୍ୟାତ୍ମ ଜ୍ଞାନରେ ନିତ୍ୟ ନିରନ୍ତର ସ୍ଥିତ ହେବା; ତ୍ୱଜ୍ଞାନର ଅର୍ଥ ସ୍ୱରୂପ ପରମାତ୍ମାଙ୍କୁ କେବଳ ଦେଖିବା – ଏହି ସବୁକୁ ଜ୍ଞାନ କୁହାଯାଇଛି । ଏହାର ବିପରୀତ ହେଉଛି ଅଜ୍ଞାନ ।ା୭-୧୧ ।ା

ବ୍ୟାଖ୍ୟା : ଏହି ଅଧ୍ୟାୟର ଦ୍ୱିତୀୟ ଶ୍ଳୋକରେ ପରମାତ୍ମା କ୍ଷେତ୍ର କ୍ଷେତ୍ରଜ୍ଞ ବିଷୟକ ଜ୍ଞାନକୁ ଯଥାର୍ଥ ଜ୍ଞାନ ବୋଲି ମତ ବ୍ୟକ୍ତ କରିଥିଲେ । କିନ୍ତୁୂଏହି ଜ୍ଞାନ ପ୍ରାପ୍ତ ହେବାର ସାଧନ କ'ଣ ? ଏଠାରେ ସପ୍ତମରୁ ଏକାଦଶ ଶ୍ଳୋକ ପର୍ଯ୍ୟନ୍ତ ପାଟି ଶ୍ଳୋକରେ ଯେଉଁ କୋଡିଏଟି ସାଧନର ବର୍ଣ୍ଣନା କରାଯାଇଛି ସେଗୁଡିକୁ ଜ୍ଞାନ ଏବଂ ସେଗୁଡିକର ବିପରୀତକୁ ଅଜ୍ଞାନ କୁହାଯାଇଛି । ନିମ୍ନରେ ସେଗୁଡିକର ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି ।

ଅମାନିତ୍ୱଂ : ନିଜଠାରେ ଶ୍ରେଷ୍ଠତ୍ୱର ଅଭିମାନ ନ ରହିବାହିଁ ଅମାନିତ୍ୱ । କେହି କେହି ପ୍ରାରମ୍ଭିକ ଜୀବନରେ କଠିଣ ସାଧନା ଦ୍ୱାରା ସଫଳତାର ଶୀର୍ଷ ଦେଶେରେ ପହିଯାନ୍ତି । ତାଙ୍କଠାରୁ କିଛି ଉପଦେଶ ପାଇବା ଆଶାରେ, ତାଙ୍କୁ ଦର୍ଶନ କରିବା ପାଇଁ ବା ତାଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ ବା ତାଙ୍କ ସଭାରେ ବିଶାଳ ଜନ ସମାଗମ ହୋଇଥାଏ । ଲୋକେ ତାଙ୍କୁ ଭକ୍ତିପୂତ ହୃଦୟରେ ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନ କରନ୍ତି । ଅନ୍ୟ କେତେକ ପୂର୍ବ ଜନ୍ମ ପ୍ରାରବ୍ଧ ହେତୁ ବିନା ପ୍ରୟାସରେ ଲୋକମାନଙ୍କଠାରୁ ମାନ, ସମ୍ମାନ, ସ୍ନେହ, ଶ୍ରଦ୍ଧା ତଥା ଆଦର ଅଭ୍ୟର୍ଥନା ପାପ୍ତ ହୋଇଥାନ୍ତି । ଏହାଦ୍ୱାରା ବ୍ୟକ୍ତି ମନରେ ଶ୍ରେଷ୍ଠତ୍ୱର ଅଭିମାନ ଆସେ । ଅନ୍ୟମାନଙ୍କଠାରୁ ନିଜକୁ ସେ ଶ୍ରେଷ୍ଠ ଭାବନ୍ତି । ମାନ ସମ୍ମାନ, ପ୍ରତିଷ୍ଠା ଏବଂ ପୂଜାରେ ସେ ପ୍ରସନ୍ନ ହୁଅନ୍ତି ଓ ଏହାର ଅଭାବରେ ତାଙ୍କ ମନ ଅବସନ୍ନ ହୋଇ ପଡେ । ଏହାହିଁ "ମାନିତ୍ୱ'ଏବଂ ଜ୍ଞାନୀ ବ୍ୟକ୍ତିର ଏହା ଲକ୍ଷଣ ନୁହେଁ । ଜ୍ଞାନୀବ୍ୟକ୍ତି ସର୍ବଦା ଅମାନି ହୋଇଥାନ୍ତି । ସେ ସମସ୍ତଙ୍କୁ ସମାନ ଭାବରେ ସମ୍ମାନ କରନ୍ତି; ଅଥଚ ତାଙ୍କ ମଧ୍ୟରେ ସମ୍ମାନ ପାଇବାର ଲେଶମାତ୍ର ଇଚ୍ଛା ନଥାଏ । ""ସବହି ମାନ ପ୍ରଦ ଆପୁ ଅମାନୀ ।ା''(ମାନସ ୭/୩୮/୨)

ଅଦମ୍ଭିତ୍ୱମ : ସ୍ୱାର୍ଥ ସାଧନ ପାଇଁ ବା ମାନ, ସମ୍ମାନ ପ୍ରତିଷ୍ଠା ପ୍ରାପ୍ତି କାମନା ହେତୁ ଏବଂ ଲୋଭବଶତଃ ଅସତ୍ ଉପାୟରେ ଧନାଦି ପ୍ରାପ୍ତି ଅଭିଲାଷରେ ନିଜ ପାଖରେ ଯଥାଯୋଗ୍ୟ ଗୁଣ ବା ଯୋଗ୍ୟତା ନ ଥାଇ ମଧ୍ୟ ଲୋକ ଦେଖାଣିଆକୁ ସେ ସବୁର ବାହ୍ୟ ପ୍ରଦର୍ଶନ କରିବା ଦାମ୍ଭିକତା ଅଟେ । ଏହାର ସର୍ବଥା ଅଭାବର ନାମ ""ଅଦମ୍ଭିତ୍ୱ''ା ଏହା ଜ୍ଞାନ ଯୋଗ ମାର୍ଗରେ ଏକାନ୍ତ ଆବଶ୍ୟକ । "ଦମ୍ଭ' ଆଧ୍ୟାତ୍ମିକ ଜୀବନରେ ସଫଳତା ପ୍ରାପ୍ତି ପାଇଁ ବାଧକ ଅଟେ । "ଅଦମ୍ଭିତ୍ୱ' ଗୁଣ ଜୀବନରେ ପୂର୍ଣ୍ଣ ରୂପରେ  ଆସିଗଲେ ବ୍ୟକ୍ତି ଆନ୍ତରିକ ଭାବରେ ନିଜକୁ ଦିବ୍ୟ କରି ଗଢ଼ି ତୋଳିବାର ପ୍ରଯନô କରେ । ନିଜ ପାଖରେ ତା'ର ଯାହା ବି ଭଲ ଗୁଣ ଥାଉ ନା କାହିଁକି ତାହା ସେ ଅନ୍ୟ ସମ୍ମୁଖରେ ପ୍ରଦର୍ଶନ ବା ପ୍ରକଟ କରିବାରେ ସେଙ୍କାଚ ଅନୁଭବ କରେ ।

ଅହିଂସା : ମନ, ବଚନ, କର୍ମରେ କାହାରିକୁ କୌଣସି ପ୍ରକାର କଷ୍ଟ ନ ଦେବାର ନାମ "ଅହିଂସା'ା ଅନ୍ୟର ଅମଙ୍ଗଳ କାମନା କରିବା ତଥା ଅନ୍ୟର ରୂପ ଲାବଣ୍ୟରେ ଆକର୍ଷିତ ହୋଇ ତା' ପ୍ରତି କାମୁକ ଭାବ ମନରେ ପୋଷଣ କରିବା ହେଉଛି ମାନସିକ ହିଂସା । ଅନ୍ୟର ଦୋଷ ଦର୍ଶନ କରି ଗାଳି ଗୁଲଜ କରିବା, କର୍କଶ ବଚନ କହିବା, ନିନ୍ଦା କରିବା, ତଥା କାହାରିକୁ ଦୁଃଖଦାୟକ ଓ ଅହିତ ବଚନ କହିବାକୁ "ବାଚିକ ହିଂସା' କହନ୍ତି । କ୍ରୋଧବଶତଃ କାହାରିକୁ ମାଡ ମାରିବା ବା ତା'ର କୌଣସି ଶାରୀରିକ କ୍ଷତି ପହାଇବା ଶାରୀରିକ ହିଂସା କୁହାଯାଏ । ଯେଉଁ ବ୍ୟକ୍ତି ନିକଟରେ ଏହି ତିନି ପ୍ରକାର ହିଂସାର ସମ୍ପୂର୍ଣ୍ଣ ଅଭାବ ଥାଏ ସେ ପ୍ରକୃତରେ ଅହିଂସକ ପଦବାଚ୍ୟ । ଏହିପରି ଅହିଂସକ ବ୍ୟକ୍ତି ପାଖରେ ଥିବା ହିଂସକ ପ୍ରାଣୀମାନେ ମଧ୍ୟ ପରସ୍ପର ପ୍ରତି ବୈର ଭାବ ତ୍ୟାଗ କରନ୍ତି ।  ""ଅହିଂସା ପ୍ରତିଷ୍ଠାୟାଂ ତତ୍ସନ୍ନିଧୌ ବୈର ତ୍ୟାଗଃ ।'' (ଯୋଗ ଦର୍ଶନ ୨/୩୫)

କ୍ଷାନ୍ତିଃ : କ୍ଷମାଶୀଳତାକୁ "କ୍ଷାନ୍ତି' କୁହାଯାଏ । ନିଜର ଶକ୍ତି ସାମର୍ଥ୍ୟ ଥାଇ ମଧ୍ୟ ନିଜ ପ୍ରତି ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିକୁ ପ୍ରତିଶୋଧ ପରାୟଣ ହୋଇ କୌଣସି ପ୍ରକାର ଦଣ୍ଡ ଦେବାର ଭାବନା ମନରେ ନ ରଖିବା ହେଉଛି କ୍ଷମାଶୀଳତା । ଦଣ୍ଡିବା ଶକ୍ତି ଯାର ଥାଇ ସେ ଯେବେ କ୍ଷମା ଆଚରଇ... । କ୍ଷମାଶୀଳ ବ୍ୟକ୍ତି ସାଧାରଣତଃ ସହନଶୀଳ ଅଟେ । ଅନ୍ୟଥା ତା' ମଧ୍ୟରେ କ୍ଷମା ଭାବ ଉପôନ୍ନ ହେବା ସମ୍ଭବ ନୁହେଁ । ଏପରି ବ୍ୟକ୍ତି ଦୃଷ୍ଟିରେ ଶତ୍ରୁ ମିତ୍ର ସମାନ । ଅର୍ଥାତ ତା' ପାଇଁ କେହି ଶତ୍ରୁ ନୁହନ୍ତି । ଅପକାରୀ ବ୍ୟକ୍ତିର ଉପକାର କରିବା ପାଇଁ ମଧ୍ୟ ତାଙ୍କ ମନରେ ତିଳେ ହେଲେ କୁଣ୍ଠା ଆସେ ନାହିଁ । ଆତ୍ମିକ ସ୍ଥିତିରେ ଅବସ୍ଥାନ ଦ୍ୱାରା ସମ ଭାବରେ ମନକୁ ସ୍ଥିର ରଖି ହୁଏ । ଏହି ସ୍ଥିତିରେ ବ୍ୟକ୍ତି ସମସ୍ତଙ୍କୁ ଏକ ପରମାତ୍ମା ପିତାଙ୍କ ସନ୍ତାନ ଓ ନିଜର ଆତ୍ମିକ ଭାଇ ସ୍ୱରୂପରେ ଦେଖେ । ବିଶ୍ୱଭ୍ରାତୃତ୍ୱ ଭାବନା ବ୍ୟକ୍ତିଠାରେ ସହଜ ଓ ସ୍ୱାଭାବିକ କ୍ଷମାଗୁଣ ବିକାଶ କରାଏ । ତାଙ୍କୁ ଦୁଃଖ କଷ୍ଟ ଓ ଅପମାନ ଦେଉଥିବା ବ୍ୟକ୍ତିକୁ ଇହ ବା ପର କାଳରେ ମଧ୍ୟ କୌଶସି ଦଣ୍ଡ ମିଳୁ ଏପରି କଥା ମଧ୍ୟ ମନରେ ଆସେ ନାହିଁ ।

ଆର୍ଜବମ୍ : "ଆର୍ଜବମ୍'ର ଅର୍ଥ ସରଳତା । ପରମାତ୍ମାଙ୍କ ପ୍ରିୟଭାଜନ ହେବା ପାଇଁ ମନ ବଚନ କର୍ମରେ ସରଳ ଭାବ ରଖିବା ଏକାନ୍ତ ପ୍ରୟୋଜନ । ଯେଉଁଠି ସରଳତା ଥାଏ ସେଇଠି କୁଟିଳତାର ସର୍ବଥା ଅଭାବ ଥାଏ । ଏପରି  ବ୍ୟକ୍ତିର ମନ ସମସ୍ତ ପ୍ରକାର ଆବିଳତାରୁ ମୁକ୍ତ ଥାଏ : ତେଣୁ ସେ କାହା ପ୍ରତି ଛଳ, କପଟ, ଈର୍ଷା, ଦ୍ୱେଷ ପ୍ରକାଶ କରନ୍ତି ନାହିଁ । ସେ ଗର୍ବ ଓ ଅହଙ୍କାରରୁ ମୁକ୍ତ ହୋଇଥିବାରୁ ତାଙ୍କର ଚାଲିଚଳଣିରେ ନିରାଡମ୍ବରତା ଓ ବଚନରେ ମଧୁରତା ସ୍ୱାଭାବିକ ଭାବରେ ପ୍ରକଟିତ ହୁଏ । ସେ କୌଣସି ପରିସ୍ଥିତିରେ ମଧ୍ୟ କାହାରିକୁ ବ୍ୟଙ୍ଗ, ନିନ୍ଦା, ଅହିତକର ବଚନ କହନ୍ତି ନାହିଁ । ତାଙ୍କର ବାହ୍ୟାଭ୍ୟନ୍ତର ସର୍ବଦା ସମାନ ରହେ ଓ ବ୍ୟକ୍ତିତ୍ୱରେ ସରଳତାର ଦିବ୍ୟ ଝଲକ ସମସ୍ତଙ୍କୁ ସ୍ୱତଃ ଅନୁଭବ ହୁଏ ।

ଆଚାର୍ଯୋପାସନମ୍ : ପରମାତ୍ମାଙ୍କୁ ପ୍ରତ୍ୟକ୍ଷଭାବରେ ଅନୁଭବ କରି ତାଙ୍କ ପ୍ରଦ ଜ୍ଞାନକୁ ଜୀବନରେ ଆଚରଣ କରୁଥିବା ବ୍ୟକ୍ତି ଆଚାର୍ଯ୍ୟ ପଦବାଚ୍ୟ । ଏହିପରି ବ୍ୟକ୍ତିଙ୍କ ସାନ୍ନିଧ୍ୟ ଅନ୍ୟମାନଙ୍କୁ ପରମାତ୍ମାଙ୍କ ପ୍ରତ୍ୟକ୍ଷତା କରାଇପାରେ । କେବଳ ବେଦ ଶାସ୍ତ୍ରାଦିକୁ କଣ୍ଠସ୍ଥ କରିଦେଲେ ବା ଘରଗୃହସ୍ଥ ତ୍ୟାଗ କରି ସନ୍ୟାସୀ ହୋଇଗଲେ କେହି ଆଚାର୍ଯ୍ୟ ହୋଇଯାଏ ନାହିଁ । ବିଦ୍ୟାଳୟ ଡିଗ୍ରୀ ହାସଲ କରି ମଧ୍ୟ ବ୍ୟକ୍ତି ପ୍ରକୃତ ଆଚାର୍ଯ୍ୟ ପଦବାଚ୍ୟ ହୋଇ ପାରେ ନାହିଁ । ଅନୁଭବ ଓ ଅଭ୍ୟାସ ବିନା ଜ୍ଞାନ ସିଦ୍ଧ ହୁଏ ନାହିଁ । ଜ୍ଞାନକୁ ସୂକ୍ଷ୍ମ ଭାବରେ  ଅନୁଧ୍ୟାନ ଓ ମନନ କରି ଜୀବନରେ ଆଚରଣ କଲେ ତାହା କ୍ରମେ ଅଭ୍ୟାସରେ ପରିଣତ ହୁଏ । ବାରମ୍ବାର ଅଭ୍ୟାସ ଦ୍ୱାରା ଅନୁଭବ ହୁଏ । ବିନାଭ୍ୟାସେ ବିଷଂ ବିଦ୍ୟା । ମୁଁ ଶରୀର ନୁହେଁ; ଆତ୍ମା ଅଟେ; ପରମେଶ୍ୱରଙ୍କ ସନ୍ତାନ ଅଟେ ।''– ଏହି ଜ୍ଞାନ କେବଳ ଜାଣିଲେ ହେବ ନାହିଁ; ସହଜ ଓ ସ୍ୱାଭାବିକ ଭାବରେ ଅନୁଭବ କରିବାକୁ ହେବ । ଏଥିପାଇଁ ଅନୁଭବୀ ଆଚାର୍ଯ୍ୟ ବା ଜ୍ଞାନୀ ବ୍ୟକ୍ତିଙ୍କ ସଙ୍ଗ ଲାଭ କରିବା; ତାଙ୍କୁ ନମ୍ରତା ପୂର୍ବକ ନିଜର ସମସ୍ତ ସନ୍ଦେହ ଓ ସଂଶୟ ଜଣାଇ ସେଗୁଡିକୁ ନିରାକରଣ କରିବା ପାଇଁ ଉପାୟ ଜିଜ୍ଞାସା କରିବା ଓ ତାଙ୍କ ଦ୍ୱାରା ପ୍ରଦ ସମସ୍ତ ଉପଦେଶାବଳୀକୁ ଦୈନନ୍ଦିନ ଜୀବନରେ ଆଚରଣ କରିବା ହେଉଛି ଆଚାର୍ଯୋପାସନା ।

ସ୍ଥୈର୍ଯ୍ୟମ୍ : ଦେହ ଅଭିମାନ ସାଂସାରିକ ଭୋଗ ଓ ସଂଗ୍ରହରେ ଆସକ୍ତିର ମୂଳ କାରଣ । ଏହା ଦ୍ୱାରା ବ୍ୟକ୍ତିର ମନ ଓ ବୁଦ୍ଧି ଈଶ୍ୱରୀୟ ଜ୍ଞାନ ଉପରେ ଏକନିଶ୍ଚୟ ଓ ଦୃଢ଼ ହୋଇ ପାରେ ନାହିଁ । ଭୋଗୈଶ୍ଚର୍ଯ୍ୟପ୍ରସକ୍ତାନାଂ ତୟାପହୃତ ଚେତସାମ୍ । ବ୍ୟବସାୟାତ୍ମିକା ବୁଦ୍ଧି ସମାଧୌ ନ ବିଧୀୟତେ ।ା୨/୪୪ାା ତେଣୁ ଭୋଗ ଓ ଐଶ୍ୱର୍ଯ୍ୟର ଆସକ୍ତି ପରିତ୍ୟାଗ କରି ଯେ କୌଣସି ପରିସ୍ଥିତିରେ ମଧ୍ୟ ଈଶ୍ୱରୀୟ ମାର୍ଗରୁ ବିଚଳିତ ନ ହୋଇ ଧାର୍ଯ୍ୟ ଲକ୍ଷ୍ୟ ପ୍ରାପ୍ତି ପର୍ଯ୍ୟନ୍ତ ଏକନିଷ୍ଠ ଭାବରେ ସାଧନାରେ ତପôର ରହିବାକୁ "ସ୍ଥୈର୍ଯ୍ୟମ୍' ବା ସ୍ଥିରତା କୁହାଯାଏ ।

ଶୌଚମ୍ : "ଶୌଚମ୍'ର ଅର୍ଥ ଶୁଦ୍ଧି । ଶୁଦ୍ଧି ଦୁଇ ପ୍ରକାର; ବାହି୍ୟକ ଓ ଆଭ୍ୟନ୍ତରିକ । ସ୍ନାନ ସମୟରେ ସାବୁନ ଦ୍ୱାରା ଶରୀରକୁ ଘସି ମାଜି ସଫା କରିବା, ଝାଡା ଫେରି ସାରିବା ପରେ ଶୌଚ ହେବା ଓ ହାତକୁ ମାଟି ବା ସାବୁନରେ ସଫା କରିବା; ଯଥାସମୟରେ ବାଳ, ଦାଢ଼ି ଓ ନଖ କାଟିବା; ବାହାରୁ ଘରକୁ ଆସିଲେ ଗୋଡହାତ ଧୋଇବା; ସଫା ସୁତୁରା ପୋଷାକ ପରିଧାନ କରିବା; ଏସବୁ ବାହି୍ୟକ ଶୌଚ ବା ଶୁଦ୍ଧି । ଏଥିରେ ପ୍ରକୃତିରୁ ଉପôନ୍ନ ଜଳର ଆବଶ୍ୟକତା ହୁଏ । ବାରମ୍ବାର ଆବାଗମନ ଚକ୍ରରେ ଆସି ବ୍ୟକ୍ତିର ଅନ୍ତଃକରଣ ଅଶୁଦ୍ଧ ହୋଇ ପଡ଼େ । ଏହାଦ୍ୱାରା କାମ କ୍ରୋଧାଦି ବିକାରଗୁଡିକ ଉପôନ୍ନ ହୋଇ ଆତ୍ମାକୁ ମଳିନ କରିଦିଏ । ଏହି ମଳିନତାକୁ ଦୂର କରିବା ପାଇଁ ଈଶ୍ୱରୀୟ ଜ୍ଞାନ ରୂପକ ଜଳ ଓ ଈଶ୍ୱରୀୟ ସ୍ମୃତି ରୂପକ ଯୋଗାଗ୍ନି ଆବଶ୍ୟକ । ଆଭ୍ୟନ୍ତରିକ ଶୁଦ୍ଧି ପାଇଁ ଏହାହିଁ ଏକମାତ୍ର ସାଧନ ।

ଆତ୍ମବିନିଗ୍ରହ : ଗୀତାରେ ମନକୁ ଅତ୍ମାର ପର୍ଯ୍ୟାୟବାଚୀ ଶବ୍ଦ ରୂପରେ ବ୍ୟବହାର କରାଯାଇଛି । ତେଣୁ ମନକୁ ବଶୀଭୂତ କରିବାର ନାମ "ଆତ୍ମ ବିନିଗ୍ରହ' । ମନ ସମସ୍ତ ଇନ୍ଦି୍ରୟମାନଙ୍କ ରାଜା । ମନକୁ ବଶୀଭୂତ କରି ପାରିଲେ ବ୍ୟକ୍ତି ଇନ୍ଦ୍ରିୟମାନଙ୍କୁ ନିଜ ଇଚ୍ଛା ଅନୁସାରେ ପରିଚାଳିତ କରି ପାରିବ । ଆତ୍ମାର ସଙ୍କଳ୍ପ ଶକ୍ତିର ନାମ "ମନ' । ନିର୍ଣ୍ଣୟ ଶକ୍ତିର ନାମ "ବୁଦ୍ଧି'ଏବଂ କର୍ମର ଅଭିଲିଖନ ପ୍ରକ୍ରିୟାର ନାମ "ସଂସ୍କାର' । ଏହି ସଂସ୍କାର ଆଧାରରେ ବ୍ୟକ୍ତିର ଭଲ ବା ମନ୍ଦ ଗୁଣ ପ୍ରକଟିତ ହୁଏ । ସଂସ୍କାର ପରିଶୋଧନ ଦ୍ୱାରା ବ୍ୟକ୍ତି ପାପାତ୍ମାରୁ ପୁଣ୍ୟାତ୍ମା ବା ଦେବାତ୍ମା ହୋଇପାରେ । ଏଥିପାଇଁ ଦୃଢ଼ ସଂକଳ୍ପ ଶକ୍ତି ଆବଶ୍ୟକ । ମନ ପରିବର୍ନ ହେଲେ ବ୍ୟକ୍ତିର ବୁଦ୍ଧି ମଧ୍ୟ ତଦନୁସାରେ ନିର୍ଣ୍ଣୟ ନିଏ । ମନରେ ସକାରାତ୍ମକ ବିଚାର ଉପôି ହେଲେ ବୁଦ୍ଧି ସେହି ଅନୁସାରେ ପରିମାର୍ଜିତ ହୁଏ ଓ ବ୍ୟକ୍ତିର କର୍ମ କଲ୍ୟାଣକାରୀ ହୁଏ ।

ଇନ୍ଦି୍ରୟାର୍ଥେଷୁ ବୈରାଗ୍ୟମ୍ : ଦେହ ଅଭିମାନ ବ୍ୟକ୍ତିର ବିଷୟ ପ୍ରତି ଅନୁରାଗ ସୃଷ୍ଟି କରେ । ବିଷୟାନୁରାଗ ହେଉଛି ସମସ୍ତ ପାପର ମୂୂଳ କାରଣ । ଅଜ୍ଞାନତା ହେତୁ ଇନ୍ଦି୍ରୟ ଭୋଗ୍ୟ ପଦାର୍ଥଗୁଡିକୁ ମନୁଷ୍ୟ ସୁଖ ପ୍ରାପ୍ତିର କାରଣ ମନେକରେ । କିନ୍ତୁ; ପ୍ରକୃତରେ ସେଗୁଡିକ ଦୁଃଖର କାରଣ । ବୟସ ବୃଦ୍ଧି ସେଙ୍ଗସେଙ୍ଗ ଶରୀର ଦୁର୍ବଳ ହୋଇଯାଏ । ଭୋଗ କରିବାର ସାମର୍ଥ୍ୟ କମିଯାଏ । କିନ୍ତୁ ଇନ୍ଦ୍ରିୟଗୁଡିକ ନିଜ ନିଜ ଭୋଗ୍ୟ ବିଷୟ ଭୋଗ କରି ନ ପାରି ଅଧିକ ପ୍ରବଳ ହୋଇ ଉଠନ୍ତି । ବ୍ୟକ୍ତିର ମନ ଅଶାନ୍ତ ହୋଇ ଉଠେ । ଅଶାନ୍ତ ମନରେ ସୁଖ ବା କାହୁଁ ଆସିବ । ଅତୃପ୍ତ କାମ ବାସନା ମନରେ ଅତ୍ୟଧିକ ଚାପ ସୃଷ୍ଟି କରେ ଓ ଏହା ଦ୍ୱାରା ବିଭିନ୍ନ ପ୍ରକାର ମନୋଦୈହିକ ବ୍ୟାଧି ଉପôନ୍ନ ହୁଏ । ଏଥିପାଇଁ ଯୌବନ ସମୟରୁହିଁ ଇନ୍ଦି୍ରୟଗୁଡିକୁ ବଶୀଭୂତ କରି ରଖିବା ଉଚିତ । କୁହାଯାଏ; “ଯାହା ନ ହୁଏ ବାଳ କାଳେ; ତାହା କି ହେବ ପାଚିଲା ବାଳେ ।” ପରମାତ୍ମାନୁଭୂତି ପାଇଁ ବିଷୟାନୁରାଗ ସର୍ବାଦୌ ବର୍ଜନୀୟ ।

ଅନହଙ୍କାରଃ : ଆତ୍ମ ବିସ୍ମୃତି ହେତୁ ମଣିଷ ଦେହାଭିମାନଗ୍ରସ୍ତ ହୋଇପଡ଼େ । ଦେହାଭିମାନୀ ବ୍ୟକ୍ତି ନିଜକୁ ଅନ୍ୟଠାରୁ ସର୍ବଦା ଶ୍ରେଷ୍ଠ ଓ ଅନ୍ୟ ସମସ୍ତଙ୍କୁ ନିଜଠାରୁ ନିକୃଷ୍ଠ ମନେ କରେ । ସଂସାର ସହିତ ଶାରୀରିକ ସମ୍ବନ୍ଧ ଯୋଡି ଅନ୍ୟମାନଙ୍କୁ ନିଜଠାରୁ ନୂ୍ୟନ ଦୃଷ୍ଟିରେ ଦେଖିଲେ ବ୍ୟକ୍ତି ମନରେ ଅଭିମାନ ଓ ଅହଙ୍କାର ସୃଷ୍ଟି ହୁଏ । ଏହି ଅଭିମାନ ଓ ଅହଙ୍କାର ସର୍ବଥା ତ୍ୟାଗ "ଅନହଙ୍କାର' ଅଟେ । ଏଥିପାଇଁ ବ୍ୟକ୍ତ୍ି ଶରୀରକୁ ନିଜର ସ୍ୱରୂପ ମନେ ନ କରି ନିରନ୍ତର ଆତ୍ମିକ ସ୍ମୃତିର ଅଭ୍ୟାସ କରିବା ବିଧେୟ । ଆତ୍ମିକ ସ୍ମୃତି ସମ୍ପନ୍ନ ବ୍ୟକ୍ତିହିଁ ପରମାତ୍ମାନୁଭୂତି ପାଇଁ ସମର୍ଥ ।

ଜନ୍ମମୃତୁ୍ୟଜରାବ୍ୟାଧିଦୁଃଖ ଦୋଷାନୁଦର୍ଶନମ୍ : ଜନ୍ମ, ମୃତୁ୍ୟ, ଜରା ଏବଂ ବ୍ୟାଧିରେ ବାରମ୍ବାର ଦୁଃଖ ଓ ଦୋଷ ଦେଖିବା ଦ୍ୱାରା ଦେହ ଓ ସଂସାର ପ୍ରତି ଥିବା ମୋହ ଦୂର ହୁଏ । ମାନବ ଜୀବନର ଏହି ଚାରୋଟି ସତ୍ୟ ଦର୍ଶନ କରି ବୁଦ୍ଧଦେବ ସମସ୍ତ ଭୋଗ ଓ ଐଶ୍ୱର୍ଯ୍ୟ ତ୍ୟାଗ ପୂର୍ବକ ସନ୍ନ୍ୟାସ ଗ୍ରହଣ କରିଥିଲେ । ଜୀବାତ୍ମା ମାତୃଗର୍ଭରେ ପ୍ରବେଶ କରିବା ଦିନରୁ ଜନ୍ମ ପର୍ଯ୍ୟନ୍ତ ଅତ୍ୟନ୍ତ କଷ୍ଟ ପାଏ । ସେତେବେଳେ ତା'ର ପୂର୍ବ ଜନ୍ମ କଥା ମନେ ପଡେ  । ସେ ପ୍ରତିଜ୍ଞା କରେ ଯେ ଏ ଜନ୍ମରେ ସେ ଏପରି କିଛି ସତ୍ କର୍ମ କରିବ ଯଦ୍ଧ୍ୱାରା ତାକୁ ଆଉ ଏ ଗର୍ଭରେ ରହିବା କଷ୍ଟ ମିଳିବ ନାହିଁ । କିନ୍ତୁ ଭୂମିଷ୍ଠ ହେବା  ମାତ୍ରେ ସେ ସବୁ କିଛି ଭୁଲି ଯାଏ । ଚିରାଚରିତ ରୀତିରେ ତାର ଜୀବନଯାତ୍ରା ଚାଲେ । ଯୌବନ ସମୟ ବିଳାସବ୍ୟସନରେ ବ୍ୟତୀତ ହୋଇଯାଏ । ପ୍ରୌଢ଼ାବସ୍ଥାରେ ବିଭିନ୍ନ ଦୁରାରୋଗ୍ୟର ବ୍ୟାଧିର ଶିକାର ହୋଇ ଅସହ୍ୟ ଦୁଃଖ ଯନ୍ତ୍ରଣା ପାଏ । ମଣିଷ ଶରୀର ଏକ ରୋଗର ଭଣ୍ଡାର । ଶରୀରଂ ବ୍ୟାଧି ମନ୍ଦିରଂ । ଜରାବସ୍ଥାକୁ ମଧ୍ୟ ଏକ ବ୍ୟାଧି ସହିତ ତୁଳନା କରାଯାଏ । କାରଣ ଏହି ସମୟେରେ ଅଙ୍ଗପ୍ରତ୍ୟଙ୍ଗର ଶକ୍ତି କ୍ଷୀଣ  ହୋଇଯାଏ । କିନ୍ତୁ ଭୋଗେଚ୍ଛା ବୃଦ୍ଧି ପାଏ । ତା'ସାଙ୍ଗକୁ ବିଭିନ୍ନ ପ୍ରକାର ରୋଗ ବ୍ୟାଧି ତା'ର ଭୋଗେଚ୍ଛା ପୂରଣରେ ବାଧକ ହୁଏ । ଧନ ସମ୍ପିର ପ୍ରାଚୁର୍ଯ୍ୟ ଭିତରେ ଥାଇ ସୁଦ୍ଧା ଜରାବସ୍ଥାରେ ମଣିଷ ନିଜକୁ ଦୀନ, ହୀନ, ନିଃସ୍ୱ, ଅସହାୟ, ଦୁର୍ବଳ ମନେ କରେ  । ଖାଇବାକୁ ଘରେ ଅଭାବ ନାହିଁ; କିନ୍ତୁ ଯାହା ଖାଇଲେ ଜୀର୍ଣ୍ଣ ହେଉ ନାହିଁ ବା ଡାକ୍ତରଙ୍କ କଟକଣା ହେତୁ ପରିବାର ଲୋକେ ମନପସନ୍ଦ ଖାଦ୍ୟ ଦେବାକୁ ବାରଣ କରନ୍ତି । ଧନ ଅର୍ଜନର ସାମର୍ଥ୍ୟ ନ ଥିବାରୁ ସ୍ତ୍ରୀ ପୁତ୍ରାଦି ପରିବାରର ସଦସ୍ୟ ବର୍ଗଙ୍କଠାରୁ ଯଥୋଚିତ ସମ୍ମାନ ମିଳେ ନାହିଁ । ଏହିପରି ଦୁରାବସ୍ଥାରେ ଗତି କରି ଶେଷରେ ବ୍ୟକ୍ତି ମୃତୁ୍ୟର ଦ୍ୱାର ଦେଶରେ ଉପସ୍ଥିତ ହୁଏ । ଗର୍ଭାବସ୍ଥାରେ ତାର ପୂର୍ବ ଜନ୍ମର କୃତ କର୍ମ ପାଇଁ ଯେପରି ପଶ୍ଚାାପ ଆସୁଥିଲା ମୃତୁ୍ୟକୁ ସନ୍ନିକଟସ୍ଥ ଦେଖି ଠିକ୍ ସେହି ମନୋଦଶା ଉପôନ୍ନ ହୁଏ । ସେ ବିଳାପ କରି ଉଠେ । "ହାୟ, ମୋ ଜୀବନଟା ବ୍ୟର୍ଥରେ କଟିଗଲା ।' ଜୀବନଯାକ ପରିଶ୍ରମ କରି ଉପାର୍ଜନ କରିଥିବା ଧନ ସମ୍ପି ମୃତୁ୍ୟ ସମୟରେ ତା'ର କିଛି କାମରେ ଆସୁନାହିଁ । ଘର ସମ୍ପି ପରିବାର କେହି ସଙ୍ଗରେ ଯିବେ ନାହିଁ । ବଳ ବୟସ ଥାଉଁ ଥାଉଁ ଏହି ଚାରୋଟି କଥା ବିଷୟରେ ଗମ୍ଭୀରତା ସହକାରେ ବିଚାର କରି ମଣିଷକୁ ଦେହ ଓ ଏହା ସହିତ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ବୈଭବ ଆଦି ପ୍ରତି ମୋହ ମମତା ତ୍ୟାଗ କରିବା ଉଚିତ । କାରଣ ଦେହାଭିମାନରୁ ହିଁ ସମସ୍ତ ଦୋଷ ଉପôନ୍ନ ହୁଏ । ଦେହାଭିମାନିନି ସର୍ବେଦୋଷାଃ ପ୍ରାଦୁର୍ଭବନ୍ତି ।

ଅସକ୍ତିଃ : ସାଂସାରିକ ବିଷୟ ବସ୍ତୁ ବ୍ୟକ୍ତି ବା ବୈଭବ ଭୋଗ ସୁଖରୁ ସେଗୁଡିକ ପ୍ରତି ଯେଉଁ ଅନୁରାଗ ଉପôନ୍ନ ହୁଏ, ତାହାକୁ "ଆସକ୍ତି' କୁହାଯାଏ । ଦେହାଭିମାନୀ ବ୍ୟକ୍ତିର ଏ ସବୁରେ ବିଶେଷ ଆସକ୍ତି ଥାଏ । ଆସକ୍ତିର ସର୍ବଥା ଅଭାବର ନାମ "ଅସକ୍ତ୍ି' । ଈଶ୍ୱର ଅନୁରାଗୀ ବ୍ୟକ୍ତି ସାଂସାରିକ ଭୋଗ୍ୟ ବିଷୟଗୁଡିକରୁ ଆସକ୍ତି ତ୍ୟାଗ କରିବା ବିଧେୟ । କାରଣ ପ୍ରଥମେ ଏହା ଅମୃତ ତୁଲ୍ୟ ମନେ ହେଉଥିଲେ ମଧ୍ୟ ପରିଣାମରେ ବିଷତୁଲ୍ୟ ହୁଏ । ବିଷୟେନ୍ଦି୍ରୟସଂଯୋଗାଦ୍ୟଦଗ୍ରେଽମୃତୋପମ୍ । ପରିଣାମେ ବିଷମିବ ତତ୍ ସୁଖଂ ରାଜସଂ ସ୍ମୃତମ୍ ।ାଗୀ-୧୮-୩୮ାା

ପୁତ୍ରଦାରଗୃହାଦିଷୁ ଅନଭିଷ୍ୱଙ୍ଗଃ; ଇଷ୍ଟାନିଷ୍ଟୋପିଷୁ ନିତ୍ୟମ ସମଚିତ୍ୱମ୍ : ସ୍ତ୍ରୀ, ପୁତ୍ର ଗୃହାଦି ସହିିତ ବ୍ୟକ୍ତିର ବିଶେଷ ସମ୍ବନ୍ଧ ହେତୁ ସେମାନଙ୍କ ସହିତ ତା'ର ଅତ୍ୟଧିକ ମୋହ ଓ ମମତା ଆସିଥାଏ । ଏହି ତାଦାତ୍ମ୍ୟକୁ "ଅଭିଷ୍ୱଙ୍ଗ' କୁହାଯାଏ । ଏହା ଦ୍ୱାରା ବ୍ୟକ୍ତି ସେମାନଙ୍କ ସୁଖ, ଦୁଃଖ, ହାନି ଲାଭ ସହିତ ଅଙ୍ଗାଙ୍ଗୀ ଭାବରେ ଜଡିତ ହୋଇଯାଏ । ଏହି "ଅଭିଷ୍ୱଙ୍ଗ' ଯୋଗ ମାର୍ଗରେ ବାଧକ । ପୁତ୍ର, ସ୍ତ୍ରୀ ଗୃହାଦିରେ ଅଭିଷ୍ୱଙ୍ଗ ଜାତ ନ ହେବା ଅଥବା ସେମାନଙ୍କ ପ୍ରତି ମୋହ ମମତାର ଅଭାବହିଁ "ଅନଭିଷ୍ୱଙ୍ଗ' । ଏହା ଏକ ଉମ ଯୋଗୀର ଲକ୍ଷଣ । ଏହିପରି ବ୍ୟକ୍ତି ଇଷ୍ଟନିଷ୍ଟ ପ୍ରାପ୍ତିରେ ସମ ଚି ରହେ । ନିଜ ନିଜ ପ୍ରାରବ୍ଧ ଫଳ  ଅନୁସାରେ ମଣିଷ ଇଷ୍ଟ ବା ଅନିଷ୍ଟ ପ୍ରାପ୍ତ ହୁଏ । ଅନୁକୂଳ ବ୍ୟକ୍ତି, ବସ୍ତୁ, କ୍ରିୟା, ଘଟଣା ଆଦି ଯେଉଁଗୁଡିକର ସଂଯୋଗରେ ମନ ଆନନ୍ଦିତ ହୁଏ  ତାହାକୁ "ଇଷ୍ଟ' ଓ ଯେଉଁ ପ୍ରତିକୂଳ ବ୍ୟକ୍ତି, ବସ୍ତୁ ଆଦିର ସଂଯୋଗରେ ମନରେ ଦୁଃଖ ଶୋକାଦି ବିକାର ଉପôନ୍ନ ହୁଏ ତାହାକୁ "ଅନିଷ୍ଟ' କୁହାଯାଏ ।ା ଏହା ମନର ଏକାଗ୍ରତା ନଷ୍ଟ କରେ  ଓ ମନ ପରମାତ୍ମାଙ୍କ ସହିତ ଯୁକ୍ତ ହୋଇପାରେ ନାହିଁ । ତେଣୁ ସୁଖ, ଦୁଃଖ, ଅନୁକୂଳ, ପ୍ରତିକୂଳ ପ୍ରତ୍ୟେକ ପରିସ୍ଥିତିରେ ମନକୁ ସମଭାପନ୍ନ କରି ରଖିବା ଜ୍ଞାନୀ ଓ ଯୋଗୀର ଧ୍ୟେୟ ହେବା ଉଚିତ ।

ଅନନ୍ୟଯୋଗେନ ମୟି ଅବ୍ୟଭିଚାରିଣୀ ଭକ୍ତିଃ : ପରମାତ୍ମା ପ୍ରାପ୍ତିରେ ଦେହ ଅଭିମାନ ସବୁଠାରୁ ବଡ଼ ବାଧକ । କାରଣ ତାଙ୍କ ସହିତ ଦୈହିକ ମିଳନ ସମ୍ଭବ ନୁହେଁ । ପରମାତ୍ମାଙ୍କ ସହିତ ଆତ୍ମାର କେବଳ ମନୋମିଳନ ହୋଇପାରେ । ତେଣୁ ଦେହାଭିମାନ ତ୍ୟାଗ ପୂର୍ବକ ଆତ୍ମାଭିମାନୀ ହେବାର ଅଭ୍ୟାସ କରିବା ଆବଶ୍ୟକ । ଝକ୍ଟଙ୍କକ୍ଷ ମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ କ୍ଷରବୟଗ୍ଦ ଗ୍ଧକ୍ଟ ଏକ୍ଟୟ ମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ. ଅନନ୍ୟ ଈଶ୍ୱରୀୟ ପ୍ରୀତି ଓ ଭକ୍ତି ଦ୍ୱାରା ବ୍ୟକ୍ତି ଦେହ ଅଭିମାନରୁ ମୁକ୍ତ ହୁଏ । ଏକ ପରମାତ୍ମା ବ୍ୟତୀତ ଅନ୍ୟ କାହାରିକୁ ସ୍ମରଣ ନ କରିବା ହେଉଛି ଅନନ୍ୟ (ଅନ୍ୟ+ନ) ଯୋଗ ଓ ଅବ୍ୟଭିଚାରିଣୀ ଭକ୍ତ୍ି । କୌଣସି ସ୍ତ୍ରୀ ତା'ର ସ୍ୱାମୀ ବ୍ୟତୀତ ଅନ୍ୟ କୌଣସି ପୁରୁଷ ସହିତ ସମ୍ପର୍କ ରଖିଲେ ତାକୁ ବ୍ୟଭିଚାରିଣୀ ବୋଲି କୁହାଯାଏ । ସେହିପରି ଏକ ପରମାତ୍ମାଙ୍କ ବ୍ୟତୀତ ଅନ୍ୟାନ୍ୟ ଦେବୀଦେବତାଙ୍କ ଭକ୍ତି କରିବାକୁ ବ୍ୟଭିଚାରିଣୀ ଭକ୍ତି କୁହାଯାଏ । ଏଥିପାଇଁ ପରମାତ୍ମାଙ୍କ ସ୍ପଷ୍ଟ ନିର୍ଦ୍ଧେଶ ହେଲା, ""ମାମେକଂ ଶରଣଂ ବ୍ରଜ'' । ପରମାତ୍ମା ମିଳନ ପାଇଁ କେବଳ ଜ୍ଞାନ ଯଥେଷ୍ଟ ନୁହେଁ, ତାଙ୍କ ପ୍ରତି ଅନନ୍ୟ ପ୍ରୀତି ଓ ସମର୍ପଣ ଭାବନା ମଧ୍ୟ ଥିବା ଦରକାର ।

ବିବିକ୍ତଦେଶ ସେବିତ୍ୱମ୍ : ଅନନ୍ୟ ଯୋଗୀ ସର୍ବଦା ଏକାନ୍ତବାସୀ ହେବା ପାଇଁ ଆଗ୍ରହ ପ୍ରକାଶ କରେ । ଏକ ପରମାତ୍ମାଙ୍କ ପ୍ରୀତି ଓ ସ୍ମୃତିରେ ମନକୁ ଅନ୍ତ କରି ଦେବାର ନାମ ଏକାନ୍ତ । ତେଣୁ ଏଠାରେ "ଏକାନ୍ତର' ଅର୍ଥ ନିର୍ଜନତା ନୁହେଁ । ଶରୀର ଓ ସଂସାରର ଏକାତ୍ମତା ହେତୁ ଦେହାଭିମାନୀ ନିର୍ଜନ ଜଙ୍ଗଲରେ ବାସ କଲେ ମଧ୍ୟ ତା'ମନକୁ ସର୍ବଦା ସାଂସାରିକ କୋଳାହଳ  ହଲଚଲ କରୁଥାନ୍ତି । ଆତ୍ମାଭିମାନୀ ବ୍ୟକ୍ତିର ମନ ଏକ ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କିଛି ଚିନ୍ତା କରୁ ନ ଥିବାରୁ ସେ ସଂସାର ମଧ୍ୟରେ ଥାଇ ମଧ୍ୟ ଏକାନ୍ତ ବାସ କରନ୍ତି । ସାଂସାରିକ କøଣସି କଥା ଜାଣିବା ବା ଶୁଣିବାରେ ତାଙ୍କର କୌଣସି ଆଗ୍ରହ ନଥାଏ ।

ଜନ ସଂସଦି ଅରତିଃ : ଈଶ୍ୱରୀୟ ସ୍ମୃତିରେ ତଲ୍ଲୀନ ବ୍ୟକ୍ତି ପ୍ରମାଦୀ ଓ ବିଷୟାସକ୍ତ ସାଂସାରିକ ଜନ ସମୁଦାୟରେ ପ୍ରୀତି ଓ ରୁଚି ରଖନ୍ତି ନାହିଁ । ଏହାର ଅର୍ଥ ନୁହେଁ ଯେ ତାଙ୍କର ଲୋକ ସଂପର୍କ ନ ଥାଏ । ତାଙ୍କର ଲୋକ ସଂପର୍କ କେବଳ ମାବବ ସମାଜର କଲ୍ୟାଣ ପାଇଁ ଉଦ୍ଧିଷ୍ଟ । ଏଥିରେ ତାଙ୍କର କୌଣସି ଆସକ୍ତି ନ ଥାଏ ।

ଅଧ୍ୟାତ୍ମଜ୍ଞାନ ନିତ୍ୟତ୍ୱମ୍ : ଆତ୍ମାର ଯଥାର୍ଥ ସ୍ୱରୂପକୁ ଜାଣିବା ହେଉଛି ଅଧ୍ୟାତ୍ମଜ୍ଞାନ । ଆତ୍ମତ୍ୱ ବୋଧ ବିନା ଦେହ ଅଭିମାନ ତ୍ୟାଗ ହୁଏ ନାହିଁ । ଯେଉଁ ସାର ସଂଯୋଗରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଓ କର୍ମେନ୍ଦ୍ରିୟ ସମୂହ କାର୍ଯ୍ୟକ୍ଷମ  ହୁଏ ତାକୁ ଆତ୍ମା କୁହାଯାଏ । ଶରୀର ପରିବର୍ନଶୀଳ ଓ ବିନାଶୀ । କିନ୍ତୁ ଆତ୍ମା ନିତ୍ୟ ଓ ଅବିନାଶୀ ଏବଂ ସେ ଭିନ୍ନ ଭିନ୍ନ ଜନ୍ମରେ ଭିନ୍ନ ଭିନ୍ନ ନାମ ରୂପରେ ଶରୀର ଧାରଣ କରେ । ଆତ୍ମା ଓ ଶରୀର ମଧ୍ୟରେ ଥିବା ଏହି ପ୍ର୍ରଭେଦକୁ ଅନୁଭବ କରି ସତତ ଆତ୍ମିକ ସ୍ମୃତିରେ ରହିବାକୁ ଅଧ୍ୟାତ୍ମଜ୍ଞାନନିତ୍ୱମ୍ କୁହାଯାଏ ।

ତ୍ୱଜ୍ଞାନାର୍ଥ ଦର୍ଶନମ୍ : ଯାହା ଯେପରି ତାକୁ ଅବିକଳ ସେପରି ଜାଣି ଅନୁଭବ କରିବାକୁ "ତ୍ୱଜ୍ଞାନାର୍ଥ ଦର୍ଶନମ୍' କୁହାଯାଏ । ମଣିଷ ନିଜକୁ ଶରୀରଠାରୁ ପୃଥକ ଏକ ଚୈତନ୍ୟ ସା ଆତ୍ମା ବୋଲି ଅନୁଭବ କରି ପାରୁନଥିବାରୁ ପ୍ରତ୍ୟେକ ବ୍ୟକ୍ତି ବସ୍ତୁଗୁଡିକୁ ଶାରୀରିକ ଦୃଷ୍ଟିକୋଣରୁ ଦେଖନ୍ତି । କିନ୍ତୁ ତ୍ୱତଃ ବ୍ୟକ୍ତି ସ୍ୱୟଂ ଶରୀର ନୁହେଁ; ସେ ଏକ ଚୈତନ୍ୟ ଆତ୍ମା । ତ୍ୱଜ୍ଞାନୀ ଶରୀର ଓ ସଂସାରକୁ ଯଥାର୍ଥ ଭାବରେ ଜାଣିଥାନ୍ତି । ସେ କୌଣସି କଥାକୁ ଅନ୍ଧଭାବରେ ଗ୍ରହଣ କରନ୍ତି ନାହିଁ । ଅଜ୍ଞାନତା ବଶତଃ ଦେହାଭିମାନୀ ବ୍ୟକ୍ତି ପରମାତ୍ମାଙ୍କ ବିଭିନ୍ନ ପ୍ରକାର ନାମ ରୂପର ପରିକଳ୍ପନା କରେ । କିନ୍ତୁ ଜ୍ଞାନୀବ୍ୟକ୍ତି ପରମାତ୍ମାଙ୍କୁ ଅଜନ୍ମା, ଅକର୍ା, ଅଶରୀରୀ ଆଦି ଭାବରେ ଜାଣି ତାଙ୍କୁ ଅନୁଭବ କରେ । ଶରୀର ଓ ସଂସାରଠାରୁ ନିଜକୁ ପୃଥକ ଏକ ଚୈତନ୍ୟ ସା ଅନୁଭବ ନ କରିବା ପର୍ଯ୍ୟନ୍ତ ତା'ସହିତ ସମ୍ବନ୍ଧିତ ବିଷୟ ବସ୍ତୁ, ବ୍ୟକ୍ତି, କ୍ରିୟା, ଘଟଣା ଆଦିକୁ ଯଥାର୍ଥ ଭାବରେ ବ୍ୟକ୍ତି ଜାଣିପାରେ ନାହିଁ । ତେଣୁ ଆତ୍ମା ଓ ପରମାତ୍ମା ବ୍ୟତୀତ ଅନ୍ୟ କୌଣସି ବିଷୟ ସ୍ମୃତିକୁ ବିଭ୍ରମ ନ କରିବା ହେଉଛି "ତ୍ୱଜ୍ଞାନାର୍ଥ ଦର୍ଶନମ୍' ।

ଏହିପରି "ଅମାନିତ୍ୱମ୍'ରୁ ଆରମ୍ଭ କରି "ତ୍ୱଜ୍ଞାନାର୍ଥମ୍ ଦର୍ଶନମ୍'(ଶ୍ଳୋକ ୭-୧୧) ପର୍ଯ୍ୟନ୍ତ ଯେଉଁ ୨୦ଟି ଜ୍ଞାନ ପ୍ରାପ୍ତିର ସାଧନ ବିଷୟରେ ବର୍ଣ୍ଣନା କରାଯାଇଛି ସେଗୁଡିକୁ ଜ୍ଞାନ କୁହାଯାଏ । କାରଣ ଏଗୁଡିକ ମନୁଷ୍ୟକୁ କ୍ଷେତ୍ର (ବିନାଶୀ ଶରୀର) ଓ କ୍ଷେତ୍ରଜ୍ଞ (ଅବିନାଶୀ) ମଧ୍ୟରେ ଥିବା ପ୍ରଭେଦକୁ ଅନୁଭବ କରାଇ ପରମାତ୍ମାଙ୍କ ସହିତ ତାଦାତ୍ମ ହେବାରେ ସହାୟକ ହୁଏ । କେବଳ କୌଣସି ବିଷୟରେ ଜାଣିବା ଜ୍ଞାନ ନୁହେଁ । ଯେଉଁ ସତ୍ୟ ଜାଣିଲା ପରେ ତାହା ବ୍ୟବହାରିକ ଜୀବନରେ ଅଙ୍ଗୀକୃତ ହୋଇଯାଏ ଓ ପରମାତ୍ମାନୁଭୂତିରେ ସହାୟକ ହୁଏ ତାହାହିଁ ବାସ୍ତବରେ ଜ୍ଞାନ । ଏହାର ବିପରୀତ ଯାହା ଦେହ ଅଭିମାନ ଓ ଈଶ୍ୱର ବିମୁଖ କରାଏ ତାହା  ଅଜ୍ଞାନ । ଅନ୍ୟ ଅର୍ଥରେ ଅମାନିତ୍ୱ ଆଦି ଗୁଣଗୁଡିକର ଯାହାସବୁ ବିପରୀତ ଅଭିମାନ, ଦମ୍ଭ, କାମନା, ହିଂସା, କ୍ରୋଧ, କପଟତା, କୁଟିଳତା, ଅପବିତ୍ରତା, ଲୋଲୁପତା, ଆସକ୍ତି ଅହଙ୍କାର, ସମତା, ବିଷମତା, ଅଶ୍ରଦ୍ଧା ଆଦିକୁ ଅଜ୍ଞାନ କୁହାଯାଏ । ଏଗୁଡ଼ିକ ଦେହ ଅଭିମାନରୁ ସୃଷ୍ଟ ଓ ପରମାତ୍ମାନୁଭୂତି ପାଇଁ ବାଧକ ।

ଜେ୍ଞୟର ସ୍ୱରୂପ ଓ ଲକ୍ଷଣ

ଜେ୍ଞୟଂ ଯତ୍  ପ୍ରବକ୍ଷ୍ୟାମି  ଯଜ୍ଜ୍ଞାତ୍ୱାମୃତମଶ୍ନୁତେ ।

ଅନାଦିମପôରଂ ବ୍ରହ୍ମ ନ ସନ୍ନାସଦୁଚ୍ୟତେ ।ା୧୨ାା

ସର୍ବତଃ ପାଣିପାଦଂ ତତ୍ ସର୍ବତୋଽକ୍ଷିଶିରୋମୁଖମ୍ ।

ସର୍ବତଃ ଶ୍ରୁତିମଲ୍ଲୋକେ ସର୍ବମାବୃତ୍ୟ ତିଷ୍ଠତି ।ା୧୩ାା

ସର୍ବେନ୍ଦି୍ରୟଗୁଣାଭାସଂ ସର୍ବେନ୍ଦ୍ରିୟବିବର୍ଜିତମ୍ ।

ଅସକ୍ତଂ ସର୍ବଭୃଚ୍ଚୈବ ନିର୍ଗୁଣଂ ଗୁଣଭୋକ୍ତୃ ଚ ।ା୧୪ାା

ବହିରନ୍ତଶ୍ଚ ଭୂତାନାମଚରଂ ଚରମେବ ଚ ।

ସୂକ୍ଷ୍ମତ୍ୱାତ୍ତଦବିଜେ୍ଞୟଂ ଦୂରସ୍ଥଂ ଚାନ୍ତିକେ ଚ ତତ୍ ।ା୧୫ାା

ଅବିଭକ୍ତ ଭୂତେଷୁ ବିଭକ୍ତମିବ ଚ ସ୍ଥିତମ୍ ।

ଭୂତଭର୍ୃ ଚ ତଜ୍ଜେ୍ଞୟଂ ଗ୍ରସିଷ୍ଣୁ ପ୍ରଭବିଷ୍ଣୁ ଚ ।ା୧୬ାା

ଜ୍ୟୋତିଷାମପି ତଜ୍ଜ୍ୟୋତିସ୍ତମସଃ ପରମୁଚ୍ୟତେ ।

ଜ୍ଞାନଂ ଜେ୍ଞୟଂ ଜ୍ଞାନଗମ୍ୟଂ ହୃଦି ସର୍ବସ୍ୟ ବିଷ୍ଠିତମ୍ ।ା୧୭ାା

ଅର୍ଥ : ଯାହା ଜ୍ଞାତବ୍ୟ ଓ ଯାହା ଜାଣିଲେ ଜୀବାତ୍ମା ଅମୃତତ୍ୱ ଉପଭୋଗ କରେ ତାହା କହୁଛି । ତାହା  ଅନାଦି ଓ ନିର୍ବିଶେଷ ପରବ୍ରହ୍ମ ପରମାତ୍ମା; ତାହା ସତ୍ ନୁହେଁ କି ଅସତ୍ ନୁହେଁ ।ା୧୨ାା ତାଙ୍କର ହସ୍ତ, ପଦ, ମସ୍ତକ, ଚକ୍ଷୁ, ମୁଖ ଓ କର୍ଣ୍ଣ ସର୍ବତ୍ର ବିଦ୍ୟମାନ । ସଂସାରର ସବୁ ସ୍ଥାନକୁ ବ୍ୟାପ୍ତକରି ସେ ରହିଛନ୍ତି ।ା୧୩ାା ସେ ସମସ୍ତ ଇନ୍ଦ୍ରିୟରୁ ରହିତ ହୋଇ ମଧ୍ୟ ସମସ୍ତ ଇନ୍ଦ୍ରିୟ ବିଷୟର ପ୍ରକାଶକ; ସେ ଆସକ୍ତିରହିତ ହୋଇ ମଧ୍ୟ ସମସ୍ତ ଭୂତର ଆଧାରଭୂତ । ସ୍ୱୟଂ ଗୁଣାତୀତ ଅଥଚ ସମସ୍ତ ଗୁଣର ପାଳକ ।ା୧୪ାା ସେ ସମସ୍ତ ପ୍ରାଣୀ ଭିତରେ ଓ ବାହାରେ ସର୍ବତ୍ର ଅବସ୍ଥିତ । ସେ ଗତିମାନ ଓ ସ୍ଥିର ଅଟନ୍ତି । ସେ ସୂକ୍ଷ୍ମାତିସୂକ୍ଷ୍ମ ହୋଇଥିବାରୁ ଅବିଜେ୍ଞୟ । ସେ ଦୂୂରସ୍ଥ ଓ ଅତି ନିକଟସ୍ଥ ମଧ୍ୟ ।ା୧୫ାା ସେ ଅବିଭକ୍ତ ହୋଇଥିଲେ ମଧ୍ୟ ପ୍ରାଣୀମାନଙ୍କଠାରେ ବିଭକ୍ତ ପରି ରହନ୍ତି । ସେହି ଜେ୍ଞୟହିଁ(ପରମାତ୍ମା) ଭୂତ ପ୍ରାଣୀମାନଙ୍କର ପାଳନକାରୀ, ବିନାଶକାରୀ ଓ ସ୍ଥାପନାକାରୀ  ।ା୧୬ାା ତାଙ୍କୁ ଜ୍ୟୋତିମାନଙ୍କର ମଧ୍ୟ ଜ୍ୟୋତି ଏବଂ ଅନ୍ଧକାରର(ଅଜ୍ଞାନ) ଅତୀତ କୁହାଯାଇଛି । ସେ ଜ୍ଞାନ ଜେ୍ଞୟ, ଜ୍ଞାନ ଦ୍ୱାରା ପ୍ରାପ୍ତବ୍ୟ ଓ ସମସ୍ତଙ୍କ ହୃଦୟରେ ଅଧିଷ୍ଠିତ ।ା୧୭ାା

ବ୍ୟାଖ୍ୟା : ଜେ୍ଞୟ ଅର୍ଥାତ ଯାହା ନିଶ୍ଚିତ ଭାବରେ ଜାଣିବା ଉଚିତ । ସଂସାରରେ ଏକମାତ୍ର ଜେ୍ଞୟ ହେଉଛନ୍ତି ପରମାତ୍ମା । ତାଙ୍କୁ ଜାଣିଗଲା ପରେ ମନୁଷ୍ୟର ଦେହ ଅଭିମାନ ବିନଷ୍ଟ ହୋଇ ତା'ର ଅନାଦି ଓ ଅବିନାଶୀ ଆତ୍ମିକ ସ୍ୱରୂପର ଅନୁଭବ ହୋଇଯାଏ । ପରମାତ୍ମାଙ୍କ ପରି ଆତ୍ମା ମଧ୍ୟ ଅମର । କିନ୍ତୁ, ବାରମ୍ବାର ଶରୀର ଧାାରଣ କରି ଆତ୍ମା ନିଜ ସ୍ୱରୂପ ବିସ୍ମୃତ ହୋଇଯାଏ । ଈଶ୍ୱରୀୟ ଜ୍ଞାନ ପ୍ରାପ୍ତ ହୋଇ ସେ ତାର ଆତ୍ମିକ ସ୍ମୃତି ଫେରିପାଏ । ପରମାତ୍ମା  ଅଶରୀରୀ ଓ ଜ୍ୟୋତିର୍ବିନ୍ଦୁ ସ୍ୱରୂପ ହୋଇଥିବାରୁ ତାଙ୍କର ଆଦି,ଅନ୍ତ ଓ ମଧ୍ୟ ନ ଥାଏ । ତେଣୁ ତାଙ୍କୁ ଅନାଦି କୁହାଯାଏ । ବ୍ରହ୍ମ ଏକ ସୂକ୍ଷ୍ମାତିସୂକ୍ଷ୍ମ ଅଦୃଶ୍ୟ ପ୍ରକାଶ ତ୍ୱ  ଅଟେ । ସେହି ବ୍ରହ୍ମମହତ୍ୱ ହେଉଛି ପରମାତ୍ମାଙ୍କ ନିବାସ ସ୍ଥାନ । ମହାବିନାଶ ପରେ ଆତ୍ମା ପରମାତ୍ମାଙ୍କ ସହିତ ବ୍ରହ୍ମଲୋକକୁ ଫେରିଯାଏ । ବ୍ରହ୍ମଲୋକ ପ୍ରତ୍ୟାବର୍ନକୁ ଶାସ୍ତ୍ରପୁରାଣମାନଙ୍କରେ "ମୁକ୍ତି' ରୂପେ ବର୍ଣ୍ଣନା କରାଯାଏ । କାରଣ ଏଠାରେ ଆତ୍ମା  ଉଭୟ ସ୍ଥୂଳ ଓ ସୂକ୍ଷ୍ମ ଶରୀରର ବନ୍ଧନରୁ ମୁକ୍ତ ଏକ ଜ୍ୟୋର୍ତିବିନ୍ଦୁ ସ୍ୱରୂପ ହୋଇ ବିରାଜ କରେ । ପରମାତ୍ମା ବ୍ରହ୍ମଲୋକ ନିବାସୀ ସମସ୍ତ ଆତ୍ମାଙ୍କଠାରୁ ଶ୍ରେଷ୍ଠ ହୋଇଥିବାରୁ ତାଙ୍କୁ ପରବ୍ରହ୍ମ କୁହାଯାଏ । ସେ ପାର୍ଥିବ ବିନାଶଶୀଳ ପତ୍ୱ ସହିତ ଜଡ଼ିତ ହେଉ ନଥିବାରୁ ବା ଆବାଗମନ ଚକ୍ରରେ ଆସୁ ନଥିବାରୁ ସତ୍ ଅସତ୍ର ମଧ୍ୟ ଉଦ୍ଧ୍ୱର୍ରେ । ଏ ସୃଷ୍ଟି ପରିବର୍ନଶୀଳ । ଏଠାରେ କୌଣସି ସା ଚିରଦିନ ଗୋଟିଏ ସ୍ଥିତିରେ  ରହିପାରେ ନାହିଁ । ତେଣୁ ସତ୍ୟ ଓ ଅସତ୍ୟର ସ୍ଥିତି ମଧ୍ୟ ଏଠାରେ ପରିବର୍ନଶୀଳ । ସତ୍ୟ ଅର୍ଥାତ ଅସତ୍ୟର ଅଭାବ । ପରମାତ୍ମା ସଦା ସମ୍ପୂର୍ଣ୍ଣ । ତାଙ୍କଠାରେ ଅଭାବର କଳ୍ପନା ମଧ୍ୟ କରାଯାଇ ନ ପାରେ । ଯେଉଁ ବସ୍ତୁ ପ୍ରମାଣ ଦ୍ୱାରା ପ୍ରତିପାଦନ ହୁଏ  ତାକୁ ସତ୍ୟ କୁହାଯାଏ । ଯେଉଁ ବସ୍ତୁର ବାସ୍ତବରେ କୌଣସି ଅସ୍ତିତ୍ୱ ନ ଥାଏ ତାକୁ ଅସତ୍ୟ କୁହାଯାଏ । ପରମାତ୍ମାଙ୍କୁ ଶବ୍ଦ ଦ୍ୱାରା ପ୍ରମାଣ କରାଯାଇ ପାରିବ ନାହିଁ । କାରଣ ସେ ନିତ୍ୟ, ଅବିନାଶୀ, ଶାଶ୍ୱତ, ଚିରନ୍ତନ ଓ ଇନ୍ଦ୍ରିୟାତୀତ । ତେଣୁ ସେ ସତ୍ୟ ନୁହନ୍ତି  କି ଅସତ୍ୟ ମଧ୍ୟ ନୁହନ୍ତି ।ା୧୨ାା

ପରମାତ୍ମା ପରମଧାମ ନିବାସୀ । ପରମଧାମ ବା ବ୍ରହ୍ମଲୋକ ନକ୍ଷତ୍ରମଣ୍ଡଳର ଅତି ଉଦ୍ଧ୍ୱର୍ରେ ଅବସ୍ଥିତ । ତା'ଉପରକୁ ଆଉ କୌଣସି ଲୋକ ନାହିଁ । ପରମାତ୍ମାଙ୍କ ସ୍ଥିତି ଯେପରି ସର୍ବୋଚ୍ଚ ତାଙ୍କର ଗତି ମଧ୍ୟ ଅତୁଳନୀୟ । ଗୋଟିଏ ସେକେଣ୍ଡର ସହସ୍ରାଧିକ ଭାଗର ଏକ ଭାଗରୁ ମଧ୍ୟ କମ ସମୟ ମଧ୍ୟରେ ସେ ଅଖିଳ ବିଶ୍ୱ ବ୍ରହ୍ମାଣ୍ଡର ଯେକୌଣସି ସ୍ଥାନକୁ ଗତି କରି ପାରନ୍ତି । ସେ କାଳର ଅଧୀନ ନୁହନ୍ତି ବା କାଳ ଦ୍ୱାରା ତାଙ୍କ ଗତି ନିର୍ଣ୍ଣୟ କରାଯାଇ ପାରିବ ନାହିଁ । ପୃଥିବୀର ସମସ୍ତ ମନୁଷ୍ୟ ନିଜ ନିଜ ସ୍ଥାନରେ ଥାଇ ମଧ୍ୟ ତାଙ୍କୁ ସେହି ଏକା ସମୟରେ ଅନୁଭବ କରି ପାରିବେ । ମୁନି ଋଷିଗଣ ତାଙ୍କୁ ସର୍ବବ୍ୟାପୀ ପରିକଳ୍ପନା କରି ବେଦ ଉପନିଷଦ ଓ ପୁରାଣମାନଙ୍କରେ ତାଙ୍କର ସବୁ ସ୍ଥାନରେ  ହସ୍ତ, ପଦ, ନେତ୍ର, ଶିର, ମୁଖ ଓ କର୍ଣ୍ଣ ରହିଛି ବୋଲି ବର୍ଣ୍ଣନା କରିଛନ୍ତି । ବର୍ମାନ ଉପଲବ୍ଧ ଗୀତା, ଉପନିଷଦର ପରମାତ୍ମା ତ୍ୱ ଦ୍ୱାରା ପ୍ରଭାବିତ । ତେଣୁ ଏଥିରେ ଉଭୟ ସାକାର ଓ ନିରାକାରବାଦର ସମନ୍ୱୟ ଦେଖିବାକୁ ମିଳେ । ତେଣୁ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦରେ ପ୍ରସ୍ତୁତ ଗୀତା ସମ୍ଭବତଃ ପରବର୍ୀ ସଂସ୍କରଣ ଅଟେ । କାରଣ ଗୀତା ଜ୍ଞାନ ମୌଳିକ ଭାବରେ ପରମାତ୍ମାଙ୍କ ଦ୍ୱାରା ପ୍ରଦ । ପ୍ରଥମ ପୁରୁଷରେ ଯାହା ଜ୍ଞାନ ଶ୍ଳୋକ ରୂପରେ ରଚିତ ହୋଇଛି ସେ ସବୁହିଁ ପରମାତ୍ମାଙ୍କ ଦ୍ୱାରା କଥିତ ମୌଳିକ ଗୀତା ଜ୍ଞାନ । ତୃତୀୟ ପୁରୁଷରେ ବା ସମ୍ବାଦ ଶୈଳୀରେ ରଚିତ ଅନ୍ୟାନ୍ୟ ଶ୍ଳୋକଗୁଡିକ ପରବର୍ୀ ସମୟରେ ଗୀତାରେ ପ୍ରକ୍ଷେପ ହୋଇଛି । ଏଥିରେ ପରମାତ୍ମାଙ୍କ ସର୍ବବ୍ୟାପକତା ସିଦ୍ଧାନ୍ତକୁ ସ୍ୱୀକାର କରାଯାଇଛି । ସେ ଯାହା ହେଉ ଏହାକୁ ସ୍ଥୂଳ ଅର୍ଥରେ ଗ୍ରହଣ ନ କରି ଜ୍ୟୋର୍ତିବିନ୍ଦୁ ସ୍ୱରୂପ ପରମାତ୍ମାଙ୍କ ଆଳଙ୍କାରିକ ଚିତ୍ରଣ ରୂପରେ ଏହାକୁ ମାନିଲେ କୌଣସି କ୍ଷତି ନାହିଁ ।ା୧୩ାା

ପାରମାତ୍ମା ଇନ୍ଦି୍ରୟାତୀତ । କାରଣ ସେ ଅଶରୀରୀ । କିନ୍ତୁ ଧର୍ମ ଗ୍ଳାନି ସମୟରେ ସେ ଯେତେବେଳେ ମାନବ ଶରୀର ଆଧାରରେ ଅବତରଣ କରନ୍ତି ସେତେବେଳେ ମଧ୍ୟ ସେ ପ୍ରକୃତିର ଅଧୀନ ହୁଅନ୍ତି ନାହିଁ । ସେ କର୍ମର ଅଧୀନ ନୁହନ୍ତି । ତେଣୁ କର୍ମଫଳ ଭୋଗ ପାଇଁ ତାଙ୍କୁ ମାନବ ଶରୀର ଧାରଣ କରି ଜନ୍ମ ନେବାର ଆବଶ୍ୟକତା ନ ଥାଏ । ସେ ଯେଉଁ ଶରୀର ମାଧ୍ୟମରେ ଅବତରଣ କରନ୍ତି ତା'ର କୌଣସି ଗୁଣ ଓ କର୍ମ ଦ୍ୱାରା ପ୍ରଭାବିତ ହୁଅନ୍ତି ନାର୍ହିଁ । ପ୍ରକୃତିକୁ ଅଧୀନ କରି ସେ ତା'ମଧ୍ୟରେ ଆବିର୍ଭୁତ ହୁଅନ୍ତି । ଅଶରୀରୀ ହୋଇ ମଧ୍ୟ ସେ ସମସ୍ତ ଇନ୍ଦ୍ରିୟର ବିଷୟ ଗ୍ରହଣ କରି ପାରନ୍ତି । ତେଣୁ ଉପନିଷଦରେ କୁହାଯାଉଛି; ""ଅପାଣି ପାଦୋ ଜବନୋ ଗ୍ରହୀତା ପଶ୍ୟତ୍ୟଚକ୍ଷୁଃ ସ ଶୃଣୋତ୍ୟକର୍ଣ୍ଣଃ (ଶ୍ୱେତାଶ୍ୱତରୋପନିଷଦ ୩/୧୯) । ଅର୍ଥାତ ହାତ, ପାଦ, ନେତ୍ର, କର୍ଣ୍ଣ ଆଦି ରହିତ ହୋଇ ମଧ୍ୟ ସେ ସମସ୍ତ କାମ କରି ପାରନ୍ତି । ଏକଥାକୁ ଗୋସ୍ୱାମୀଜୀ ମାନସରେ ନିମ୍ନ ପ୍ରକାରେ ବର୍ଣ୍ଣନା କରିଛନ୍ତି;

ବିନୁପଦ ଚଲଇ ସୁନଇ ବିନୁ କାନା । କର ବିନୁ କରମ କରଇ ବିଧି ନାନା  ।ା

ଆନନ ରହିତ ସକଲ ରସ ଭୋଗୀ । ବିନୁ ବାନୀ ବକତା ବଡ ଜୋଗୀ   ।ା

ତନବିନୁ ପରସ ନୟନ ବିନୁ ଦେଖା । ଗ୍ରହଇ ଘ୍ରାନ ବିନୁ  ବାସ ଅସେଷା  ।ା                  (ମାନସ୧/୧୧୮/୩-୪)

ଯେଉଁମାନେ ଅବତାର ବାଦର ସମର୍ଥକ ସେମାନେ ଏଠାରେ ଉପରୋକ୍ତ କଥାର ସୂକ୍ଷ୍ମ ବିବେଚନା କରିବା ଉଚିତ । ସମସ୍ତ ଇନ୍ଦ୍ରିୟରୁ ରହିତ ହୋଇ ମଧ୍ୟ ସମସ୍ତ ଇନ୍ଦ୍ରିୟ ବିଷୟର ପ୍ରକାଶକ ଯେଉଁ ପରମାତ୍ମା ସା, ସେ କିପରି କୌଣସି ଶରୀର ଧାରଣ କରି ଅବତାର ରୂପେ ଜନ୍ମ ଗ୍ରହଣ କରିବେ ? ପ୍ରାରବ୍ଧ ଫଳ ଭୋଗ କରିବା ପାଇଁ ଜୀବାତ୍ମା ଶରୀର ଧାରଣ କରେ । ପୁରାଣରେ ବର୍ଣ୍ଣିତ ପ୍ରତ୍ୟେକ ଅବତାରଙ୍କ ନିଜସ୍ୱ ଶରୀର ଥିଲା ଏବଂ ସେମାନେ ନିଜ ନିଜ କର୍ମେନ୍ଦ୍ରିୟ ଓ ଜ୍ଞାନେନ୍ଦ୍ରିୟମାନଙ୍କର ଉପଯୋଗ କରିଛନ୍ତି । କିନ୍ତୁ, ଗୀତା ଅନୁସାରେ ପରମାତ୍ମା ଅଜନ୍ମା । ତେଣୁ ସେ ଅବତାର ନୁହେଁ; ଅବତରଣ କରନ୍ତି । ସେ କେବଳ ମନୁଷ୍ୟ ଶରୀର ମାଧ୍ୟମରେହିଁ ଅବତରଣ କରନ୍ତି । ଅବଜାନନ୍ତି ମା ମୂଢ଼ା ମାନୁଷୀତନୁମାଶ୍ରିତମ । ସେ ଅଶରୀରୀ ହୋଇଥିବାରୁୁ ଯେଉଁ ମନୁଷ୍ୟ ଶରୀରର ଆଶ୍ରୟ ନେଇ ଆବିର୍ଭାବ ହୁଅନ୍ତି ସେହି ବ୍ୟକ୍ତିର କର୍ମେନ୍ଦ୍ରିୟ ଓ ଜ୍ଞାନେନ୍ଦ୍ରିୟଗୁଡିକର ଉପଯୋଗ କରନ୍ତି । ସମଗ୍ର କଳ୍ପରେ କଳିଯୁଗର ଅନ୍ତିମ ଚରଣରେ ଯେତେବେଳେ ପୃଥିବୀ ଧର୍ମ ଗ୍ଳାନିର ଚରମ ଅବସ୍ଥାରେ ଉପନୀତ ହୁଏ ସେତେବେଳେ ପରମାତ୍ମା ପରକାୟା ପ୍ରବେଶ ରୀତିରେ ତାଙ୍କର ସାକାର ଲୀଳା ସମ୍ପାଦନ କରନ୍ତି । ଏହି ସମୟରେ ସେ ପୃଥିବୀରେ ଧର୍ମ ରାଜ୍ୟର ବା ସତ୍ୟଯୁଗୀୟ ସ୍ୱର୍ଗୀୟ ସାମ୍ରାଜ୍ୟର ପୁନର୍ସ୍ଥାପନା କରନ୍ତି  । 

ଯାହା ନିଜସ୍ୱ ଶରୀର ଥାଏ ତା'ର ଶରୀର ସହିତ ସମ୍ବନ୍ଧିତ ବ୍ୟକ୍ତି ବସ୍ତୁ ବା ବୈଭବ ପ୍ରତି ଆସକ୍ତି ଥାଏ ବା ତାକୁ ଅନାସକ୍ତ ହେବା ପାଇଁ ପୁରୁଷାର୍ଥ କରିବାକୁ ପଡେ । ପରମାତ୍ମା ଅଶରୀରୀ । ତେଣୁ ସେ ସମସ୍ତ ଜୀବାତ୍ମାଙ୍କ ପରମପିତା ହୋଇ ମଧ୍ୟ ଆସକ୍ତି ରହିତ ଅଟନ୍ତି । ଦେହାଭିମାନରୁ ଆସକ୍ତି ଜାତ ହୁଏ । ଆସକ୍ତି ସମସ୍ତ ଦୁଃଖ ଓ ବନ୍ଧନର କାରଣ । ପରମାତ୍ମା ସମସ୍ତ ମନୁଷ୍ୟାତ୍ମାଙ୍କୁ ଦୁଃଖ ଓ ବନ୍ଧନରୁ ମୁକ୍ତ କରିବା ପାଇଁ ମନୁଷ୍ୟ ଶରୀରରେ ଅବତରଣ କରନ୍ତି । ସେ ପିତା ରୂପରେ ସମସ୍ତଙ୍କୁ ଈଶ୍ୱରୀୟ ପାଳନା ଦିଅନ୍ତି; ଶିକ୍ଷକ ରୂପରେ ଈଶ୍ୱରୀୟ ଜ୍ଞାନର ଶିକ୍ଷା ଦିଅନ୍ତି ଏବଂ ଗୁରୁ ରୂପରେ ମୁକ୍ତି ଓ ଜୀବନ୍ମୁକ୍ତିର ପଥ ଦେଖାନ୍ତି । ଲୌକିକ ପିତା, ଶିକ୍ଷକ ବା ଗୁରୁଙ୍କ ନିଜ ପୁତ୍ର୍ର, ଛାତ୍ର ବା ଶିଷ୍ୟ ପ୍ରତି କିଛି ନା କିଛି ପାତର ଅନ୍ତର ଭାବନା ଥାଏ । ପ୍ରିୟ ଛାତ୍ର ବା ଶିଷ୍ୟଙ୍କ ପ୍ରତି ତାଙ୍କର ବିଶେଷ ଆସକ୍ତି ମଧ୍ୟ ଥାଏ । ପରମାତ୍ମାଙ୍କର ସେପରି ବ୍ୟବହାର ନ ଥାଏ । ତେଣୁ ତାଙ୍କୁ ପରମ ପିତା, ପରମ ଶିକ୍ଷକ ଓ ପରମ ସତ୍ଗୁରୁ କୁହାଯାଏ । ସେ ସର୍ବଗୁଣର ସାଗର । ତାଙ୍କର ଗୁଣ ବର୍ଣ୍ଣନାତୀତ । ତେଣୁ ଭକ୍ତମାନେ ତାଙ୍କୁ ନିର୍ଗୁଣ (ଗୁଣାତୀତ) ବୋଲି ପ୍ରାର୍ଥନା କରନ୍ତି । ଅନନ୍ୟ ଭାବରେ ତାଙ୍କୁ ସ୍ମରଣ କଲେ ଆତ୍ମା ମଧ୍ୟରେ ଦୈବୀ ଗୁଣଗୁଡିକର ବିକାଶ ହୁଏ । ମନୁଷ୍ୟମାନଙ୍କ ମଧ୍ୟରେ ଦିବ୍ୟ ଗୁଣ ଦେଖି ପରମାତ୍ମା ଖୁସି  ହୁଅନ୍ତି । ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ । ଦେଖି ସନ୍ତୋଷ ଭଗବାନ । ସୃଷ୍ଟିରେ ପରମାତ୍ମାଙ୍କ ଅବତରଣ ବିନା ମାନବ ଦିବି୍ୟକରଣ ସମ୍ଭବ ନୁହେଁ । ଏଥିପାଇଁ ତାଙ୍କୁ ଏକ ମାନବ ଶରୀରରେ ଅବତରଣ କରିବାକୁ ପଡେ । ଶରୀର ବିନା ଜ୍ଞାନ ବା ଗୁଣର ଅଭିବ୍ୟକ୍ତି ସମ୍ଭବ ନୁହେଁ । ଏହିପରି ସେ  ଗୁଣାତୀତ ହୋଇ ମଧ୍ୟ ସବୁ ଗୁଣର ଉପଭୋକ୍ତା ହୋଇଯାଆନ୍ତି ।ା୧୪ାା

ପରମାତ୍ମାଙ୍କ ସର୍ବବ୍ୟାପକତାର ସିଦ୍ଧାନ୍ତ ଭକ୍ତର ଭାବନାତ୍ମକ ଅଭିବ୍ୟକ୍ତି ମାତ୍ର । ମନସ୍ତା୍ୱିକ ସିଦ୍ଧାନ୍ତ ଅନୁସାରେ ଯିଏ ଯାହାକୁ ଅତ୍ୟନ୍ତ ଭଲପାଏ ବା ନିରନ୍ତର ସ୍ମରଣ କରୁଥାଏ ସିଏ ତାକୁ ସର୍ବତ୍ର ଦର୍ଶନ ହୁଏ । କାରଣ ତା' ମନରେ ସେହି ଏକ ବ୍ୟତୀତ ଆଉ ଅନ୍ୟ କିଛି ବିଚାର ନ ଥାଏ । ସେହି ନ୍ୟାୟରେ ଗୋସ୍ୱାମୀ ତୁଳସୀ ଦାସଙ୍କୁ କୃଷ୍ଣଙ୍କ ପ୍ରତିମୂର୍ି ମଧ୍ୟ ରାମଙ୍କ ପରି ଦିଶୁଥିଲା । ମୀରା ବାଈଙ୍କୁ ସର୍ବତ୍ର କୃଷ୍ଣ ଦର୍ଶନ ହେଉଥିଲା । କିନ୍ତୁ ଜ୍ଞାନ ଦୃଷ୍ଟିରୁ ପରମାତ୍ମା ଏକ ଦେଶୀୟ; ବହୁଦେଶୀୟ ନୁହେଁ । ସେ ସର୍ବଜ୍ଞ ଓ ସର୍ବଶକ୍ତିମାନ । ତେଣୁ ପରମଧାମ ନିବାସୀ ହୋଇ ମଧ୍ୟ ଏକକାଳୀନ ସର୍ବତ୍ର ସଚରାଚର ସମସ୍ତଙ୍କୁ ଏକା ସମୟରେ ଉପଲବ୍ଧ ହୋଇ ପାରନ୍ତି । ତାଙ୍କର ଅଭାବ କେଉଁଠି ମଧ୍ୟ ପରିଲକ୍ଷିତ ହୁଏ ନାହିଁ । ଅନନ୍ୟ ଭକ୍ତ ସଦାସର୍ବଦା ପରମାତ୍ମାଙ୍କ ଯେଉଁ ନିର୍ଦ୍ଧିଷ୍ଟ ପରିକଳ୍ପିତ ନାମ ରୂପରେ ଜପ, ଧ୍ୟାନ ବା ଭଜନରେ ତଲ୍ଲୀନ ହୋଇ ସେଥିରେ ତଦାକାର ହୋଇଯାଏ, ତା'ର ମନ ମନ୍ଦିରର ସେହି ଇଷ୍ଟଦେବ ତାଙ୍କୁ ସର୍ବତ୍ର ଦର୍ଶନ ହୁଏ । ତେଣୁ ପରମାତ୍ମାଙ୍କ ସର୍ବବ୍ୟାପକତା କେବଳ ଆଭାସ ମାତ୍ର; ବାସ୍ତବିକତା ନୁହେଁ । ମରୁଭୂମିରେ ଯାତାୟତ କରୁଥିବା ପଥିକକୁ ଦୂରରୁ ଜଳଛାୟା ଦେଖାଯାଏ । ତାହା ଜଳର ଆଭାସ ମାତ୍ର; ସତ୍ୟ ନୁହେଁ ।

ପରମାତ୍ମା ଏକ ସୂକ୍ଷ୍ମ ଜ୍ୟୋର୍ତିବିନ୍ଦୁ ସ୍ୱରୂପ । ସେ ଚନ୍ଦ୍ର, ସୂର୍ଯ୍ୟ ଓ ନକ୍ଷତ୍ରମଣ୍ଡଳଠାରୁ ମଧ୍ୟ କୋଟିକୋଟି ମାଇଲ ଦୂରବର୍ୀ ପରମଧାମ ନିବାସୀ ଅଟନ୍ତି । ଦେହାଭିମାନୀ ବ୍ୟକ୍ତି ତାଙ୍କୁ ଜାଣି ପାରେ ନାହିଁ । ବ୍ୟକ୍ତି ଯେତେବେଳେ ଦେହ ଓ ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ ବା ବୈଭବ ଆଦିକୁ ସମ୍ପୂର୍ଣ୍ଣ ବିସ୍ମୃତ ହୋଇ ନିଜର ବାସ୍ତବିକ ଆତ୍ମିକ ସ୍ୱରୂପରେ ସ୍ଥିତ ହୋଇଯାଏ  ସେତେବେଳେ ସେ ପରମାତ୍ମାଙ୍କ ସମୀପତା ଲାଭ କରେ । ଆତ୍ମା ହେଉଛି ଏକ ସୂକ୍ଷ୍ମ ଜ୍ୟୋର୍ତିର୍ବିନ୍ଦୁ ସ୍ୱରୂପ ଚୈତନ୍ୟ ସା । ଯିଏ ଆତ୍ମ ତ୍ୱ ଓ ପରମାତ୍ମା ତ୍ୱକୁ ଭଲଭାବେ ଜାଣିଛି ତା' ପାଇଁ ପରମାତ୍ମା ଅତି ନିକଟବର୍ୀ ଓ ଜେ୍ଞୟ । ପରମାତ୍ମାଙ୍କୁ ନିଜର ହୃଦୟ ସିଂହାସନରେ ଅଧିଷ୍ଠିତ କରାଇ ତାଙ୍କୁ ଯିଏ ନିତ୍ୟ ନିରନ୍ତର ସ୍ମରଣ କରୁଥାଏ ତାଙ୍କ ସହିତ ତା'ର ଏକତ୍ୱ ସ୍ଥାପିତ ହୋଇଥାଏ । ନିଜଠାରୁ ତାଙ୍କୁ ସେ ଅଭିନ୍ନ ମନେ କରେ । କିନ୍ତୁ ଦେହାଭିମାନୀ ବ୍ୟକ୍ତିଙ୍କ ପାଇଁ ପରମାତ୍ମା ଅତ୍ୟନ୍ତ ଦୂରବର୍ୀ ଓ ଅବିଜେ୍ଞୟ । କାରଣ ପରମାତ୍ମାଙ୍କୁ ଇନ୍ଦ୍ରିୟ ସମୂହ ଦ୍ୱାରା ଜାଣି ହୁଏ ନାହିଁ । ସେ ଇନ୍ଦ୍ରିୟାତୀତ । ସେ ଅତି ସୂକ୍ଷ୍ମାତିସୂକ୍ଷ୍ମ । ଏଥିପାଇଁ ସେ ଜେ୍ଞୟ ହୋଇ ମଧ୍ୟ ଅବିଜେ୍ଞୟ ଓ ଅତି ନିକଟବର୍ୀ ହୋଇ ମଧ୍ୟ କେତେକଙ୍କ ପାଇଁ ଅଲଭ୍ୟ ।ା୧୫ାା

ପ୍ରତ୍ୟେକ ଜୀବାତ୍ମା ପରମାତ୍ମାଙ୍କ ସନ୍ତାନ । ତେଣୁ ପରମାତ୍ମାଙ୍କ ରୂପ ଓ ଗୁଣର ସାଦୃଶ୍ୟ ଜୀବାତ୍ମାଠାରେ ଦେଖାଯାଏ । ସେଥିପାଇଁ ଉପନିଷଦ ଓ ପୁରାଣ ଶାସ୍ତ୍ରମାନଙ୍କରେ ଜୀବାତ୍ମାକୁ ପରମାତ୍ମାଙ୍କ ଅଂଶ (କ୍ଟ୍ରବକ୍ସଗ୍ଧ) ବୋଲି ବର୍ଣ୍ଣନା କରାଯାଇଛି । ମୌଳିକ ରୂପରେ ଗୀତାଜ୍ଞାନ ପରମାତ୍ମାଙ୍କ ଦ୍ୱାରା ପ୍ରଦ । କିନ୍ତୁ ବର୍ମାନ ଉପଲବ୍ଧ ଗୀତାରେ କେତେକ ସ୍ଥାନରେ ଉପନିଷଦର ସ୍ପଷ୍ଟ ଝଲକ ଦେଖିବାକୁ ମିଳେ । ଗୀତାରେ ମୁଖ୍ୟତଃ ଦୁଇ ପ୍ରକାର ଶୈଳୀର ଶ୍ଳୋକ ଦେଖାଯାଏ । ପରମାତ୍ମା ସ୍ୱୟଂ ଯେଉଁଠି ବକ୍ତା  ସେଇଠି ପ୍ରଥମ ପୁରୁଷ(୧ଗ୍ଦଗ୍ଧ କ୍ଟ୍ରରକ୍ସଗ୍ଦକ୍ଟଦ୍ଭ)ର ବ୍ୟବହାର କରାଯାଇଛି । ବିଦ୍ୱାନମାନଙ୍କ ମତରେ ଏହା ମୌଳିକ ଗୀତା ଜ୍ଞାନ । ଆଉ କେତେକ ସ୍ଥାନରେ ପରମାତ୍ମାଙ୍କ ଭିନ୍ନ ଅନ୍ୟ କେହି ବକ୍ତା ତାଙ୍କ ବିଷୟରେ କହୁଥିବା ଅନୁଭବ ହୁଏ । ସେଠାରେ ତୃତୀୟ ପୁରୁଷର (୩କ୍ସୟ କ୍ଟ୍ରରକ୍ସଗ୍ଦକ୍ଟଦ୍ଭ) ବ୍ୟବହାର କରାଯାଇଛି । ଏ ଶ୍ଳୋକଗୁଡିକର ଭାବ ଉପନିଷଦଗୁଡିକରୁ ଆସିଛି । ଗୀତାରେ କେତେକ ଶ୍ଳୋକରେ ଉପନିଷଦର ପଦାଂଶ, ବ୍ୟାକାଂଶ ଅବିକଳ ଭାବରେ ଉଦ୍ଧାର କରାଯାଇଛି । ବର୍ମାନ ପ୍ରକରଣରେ ସେଗୁଡିକର ବିସ୍ତୃତ ଆଲୋଚନା ଅନାବଶ୍ୟକ  ।

ବର୍ମାନ ପ୍ରକରଣରେ ଏହି ଅଧ୍ୟାୟର ୧୨ଶରୁ ୧୭ଶ ଶ୍ଳୋକ ପର୍ଯ୍ୟନ୍ତ ଛଅଟି ଶ୍ଳୋକରେ ଯେଉଁ ଜେ୍ଞୟ ତ୍ୱର ବର୍ଣ୍ଣନା ଚାଲିଛି ତାହା ତୃତୀୟ ପୁରୁଷରେ ରଚିତ । ଏଠାରେ ପରମାତ୍ମାଙ୍କ ଭିନ୍ନ ଅନ୍ୟ କେହି ଜଣେ ବକ୍ତା ପରମାତ୍ମା ତ୍ୱର ବର୍ଣ୍ଣନା କରୁଛନ୍ତି । ୧୬ଶ ଓ ୧୭ଶ ଶ୍ଳୋକରେ ପରମାତ୍ମାଙ୍କୁ ସର୍ବବ୍ୟାପୀ ସ୍ୱୀକାର କରି ସେ କହନ୍ତି ଯେ ପରମାତ୍ମା ସ୍ୱୟଂ ଅବିଭକ୍ତ ହୋଇଥିଲେ ମଧ୍ୟ ସବୁ ପ୍ରାଣୀଙ୍କଠାରେ ବିଭକ୍ତ ପରି ସ୍ଥିତ ଓ ସମସ୍ତଙ୍କ ହୃଦୟରେ ବିରାଜିତ । ପୂର୍ବରୁ ସ୍ପଷ୍ଟ କରାଯାଇଛି ଯେ ପରମାତ୍ମା ଏକଦେଶୀୟ (ପରମଧାମ ନିବାସୀ) ହେଲେ ମଧ୍ୟ ଏକକାଳୀନ ଅନେକ ସ୍ଥାନରେ ପ୍ରତିଭାତ ହୋଇ ପାରନ୍ତି । ଗୋଟିଏ ସେକେଣ୍ଡର ଏକ ସହସ୍ରାଂଶରୁ ମଧ୍ୟ କମ ସମୟରେ ସେ ପରମଧାମରୁ ପୃଥିବୀର  ଯେ କୌଣସି ସ୍ଥାନରେ ପହି ପାରନ୍ତି । ତେଣୁ ଜ୍ଞାନୀ ବ୍ୟକ୍ତି ବା ଯୋଗୀ ତାଙ୍କୁ ସର୍ବତ୍ର ସମାନ ଭାବରେ ଅନୁଭବ କରି ପାରନ୍ତି । ଆତ୍ମାଠାରେ ପରମାତ୍ମାଙ୍କ ସାଦୃଶ୍ୟ ଥିବାରୁ କେହି କେହି ଉଭୟଙ୍କୁ ଏକ ବୋଲି ବିଚାର କରନ୍ତି । ସଂସାରରେ ପୁତ୍ରଠାରେ ପିତାର ରୂପ ଓ ଗୁଣର ସାମଞ୍ଜସ୍ୟ ଦେଖାଯାଏ; କିନ୍ତୁ ସେ ଉଭୟେ ଭିନ୍ନ ଭିନ୍ନ ସା ଅଟନ୍ତି । ସୃଷ୍ଟିରେ ସ୍ରଷ୍ଟାର ରୂପ ଓ ଗୁଣର ସମାନତା ଥିଲେ ମଧ୍ୟ ସେଥିରେ ସେ ସ୍ୱୟଂ ବ୍ୟାପକ  ନଥାନ୍ତି । ପରମାତ୍ମା ପ୍ରକୃତରେ ପ ତ୍ୱରୁ ଉଦ୍ଧ୍ୱର୍ରେ ଥିବାରୁ ଆକାଶ ବା ବାୟୁ ଭଳି ସର୍ବତ୍ର ବ୍ୟାପକ ଭାବରେ ପରିପୂର୍ଣ୍ଣ ନୁହଁନ୍ତି । ସେ ସଂସାରର ସମସ୍ତ ଚରାଚରଙ୍କଠାରୁ ଏକ ଭିନ୍ନ ସ୍ୱତନ୍ତ୍ର ଚୈତନ୍ୟ ସା ଅଟନ୍ତି ।

ସମସ୍ତଙ୍କ ହୃଦୟରେ ପରମାତ୍ମା ବିରାଜମାନ ବୋଲି ଯାହା କୁହାଯାଇଛି ତାହା ମଣିଷ ଶରୀରର ହୃତପିଣ୍ଡ (ଐରବକ୍ସଗ୍ଧ) ଅର୍ଥରେ ବୁଝିବା ଉଚିତ ନୁହେଁ । "ହୃଦୟ' ଶବ୍ଦ ବିଭିନ୍ନ ଅର୍ଥରେ ବ୍ୟବହାର ହୁଏ । ମଣିଷ ଯାହାକୁ ଅତି ସ୍ନେହ, ସମ୍ମାନ ବା ଭକ୍ତି କରେ ତା ପ୍ରତି କହେ, ""ହେ ପ୍ରିୟ/ପ୍ରିୟା; ତୁମକୁ ମୁଁ ମୋର ହୃଦୟ ସିଂହାସନରେ ଅଧିଷ୍ଠିତ କରାଇଛି ।'' କାହାରି କଟୁ ବଚନରେ ମନ କଷ୍ଟ ହେଲେ ଆମେ କହୁ; ""ତୁମର କଥା ମୋର ହୃଦୟରେ ଗଭୀର ପୀଡା ଦେଲା ।'' ଇତ୍ୟାଦି । ଏଠାରେ ହୃଦୟ ଶବ୍ଦ ମର୍ମ ସ୍ଥଳ ବା ମନ ଅର୍ଥରେ ବ୍ୟବହାର ହୋଇଛି । ଏହି ଦୃଷ୍ଟିରୁ ପରମାତ୍ମା ସମସ୍ତ ପ୍ରାଣୀଙ୍କ ହୃଦୟରେ ବିରାଜମାନ କଥା କେବଳ ଆଳଙ୍କାରିକ ବର୍ଣ୍ଣନା ମାତ୍ର ।

ପାରମାତ୍ମା ବ୍ରହ୍ମା, ବିଷ୍ଣୁ ଓ ଶଙ୍କରଙ୍କ ମଧ୍ୟ ରଚୟିତା । ସେ ଏହି ତ୍ରିଦେବଙ୍କ ଦ୍ୱାରା ନୂତନ ସୃଷ୍ଟିର ସ୍ଥାପନା, କଳିଯୁଗୀୟ ଆସୁରୀ ସୃଷ୍ଟିର ବିନାଶ ଓ ସତ୍ୟଯୁଗୀୟ ସୃଷ୍ଟିର ପାଳନ କରାନ୍ତି । ସାଧାରଣତଃ ସ୍ଥାପନାର ଅର୍ଥ ବ୍ରହ୍ମାଙ୍କ ଦ୍ୱାରା ନୂତନ ଜୀବଜଗତର ସୃଷ୍ଟି ବୋଲି ବିଶ୍ୱାସ  କରାଯାଏ । କିନ୍ତୁ ପ୍ରଜାପିତା ବ୍ରହ୍ମାଙ୍କ ମୁଖକମଳ ଦ୍ୱାରା ସ୍ୱୟଂ ପରମ ପିତା ପରମାତ୍ମା ଶିବ କହନ୍ତି । ""ଏ ସୃଷ୍ଟି ଅବିନାଶୀ । ଏହା ଏକ ରଙ୍ଗମ ସଦୃଶ । ଏଠାରେ କେବଳ ଦୃଶ୍ୟ ପରିବର୍ନ ହୁଏ । କାଳର ଚକ୍ରାକାର ଗତି ହେତୁ ଏକ ନିର୍ଦ୍ଧିଷ୍ଟ ଅବଧି ମଧ୍ୟରେ  ପ୍ରତ୍ୟେକ ଘଟଣାବଳୀର ଅବିକଳ ପୁନରାବର୍ନ ହୁଏ ।'' ଏଥିପାଇଁ ଇଂରାଜୀରେ କୁହାଯାଏ, ଐସଗ୍ଦଗ୍ଧକ୍ଟକ୍ସଚ୍ଚ କ୍ସରକ୍ଟ୍ରରବଗ୍ଧଗ୍ଦ ସଗ୍ଧଗ୍ଦରକ୍ଷଲ  । ସୃଷ୍ଟିର ଏ ବୃାକାର ଗତି ହେତୁ ଏଠାରେ ପରିବର୍ନହିଁ ଚିରନ୍ତନ ସତ୍ୟ । ରସାୟନ ବିଜ୍ଞାନ ଅନୁସାରେ ପଦାର୍ଥର ଉପôି ବା ବିନାଶ ନାହିଁ; ଏହା କେବଳ ଗୋଟିଏ ରୂପରୁ ଅନ୍ୟ ରୂପକୁ ପରିବର୍ନ ହୋଇଥାଏ । ଗବଗ୍ଧଗ୍ଧରକ୍ସ ଦ୍ଭରସଗ୍ଧଷରକ୍ସ ମବଦ୍ଭ ଭର ମକ୍ସରବଗ୍ଧରୟ ଦ୍ଭକ୍ଟକ୍ସ ମବଦ୍ଭ ଭର ୟରଗ୍ଦଗ୍ଧକ୍ସକ୍ଟଚ୍ଚରୟ; ସଗ୍ଧ କ୍ଟଦ୍ଭକ୍ଷଚ୍ଚ ମଷବଦ୍ଭଶରଗ୍ଦ କ୍ଟଦ୍ଭର ଲକ୍ଟକ୍ସଜ୍ଞ ଗ୍ଧକ୍ଟ ବଦ୍ଭକ୍ଟଗ୍ଧଷରକ୍ସ  । ପ୍ରାକୃତିକ ନିୟମ ଅନୁସାରେ ସୃଷ୍ଟିର ସଚରାଚର ପ୍ରତ୍ୟେକଙ୍କର ଉପôି, ବୃଦ୍ଧି ଓ ଶେଷରେ ବିନାଶ ହୁଏ । ଏଥିରେ ପରମାତ୍ମାଙ୍କ କୌଣସି ଭୂମିକା ନାହିଁ । ମନୁଷ୍ୟର ସଂସ୍କାର ଓ କାର୍ଯ୍ୟ ବ୍ୟବହାର ଅନୁସାରେ ପ୍ରକୃତି ପ୍ରଭାବିତ ହୁଏ । ତେଣୁ ସୃଷ୍ଟି ଯେତେବେଳେ ତମୋପ୍ରଧାନ ଅବସ୍ଥାରେ ପହେ ସେତେବେଳେ ମନୁଷ୍ୟ ପରମାତ୍ମାଙ୍କ ଆବଶ୍ୟକତା ଅନୁଭବ କରେ । ପତିତ ମନୁଷ୍ୟକୁ ପବିତ୍ରତା ଶକ୍ତିରେ ସୁସମ୍ପନ୍ନ କରିବା ପାଇଁ ପରମାତ୍ମା ଧରାପୃଷ୍ଠରେ ଅବତରଣ କରନ୍ତି । ଏହାହିଁ ଧର୍ମ ସଂସ୍ଥାପନ କାର୍ଯ୍ୟ । ମନୁଷ୍ୟର ସଂସ୍କାର  ପରିବର୍ନକୁ ନୂତନ ଜନ୍ମ ସହିତ ତୁଳନା କରାଯାଇ ପାରେ । ପରମାତ୍ମା ଆସୁରୀ ସଂସ୍କାରଯୁକ୍ତ ମନୁଷ୍ୟାତ୍ମାକୁ ଦେବାତ୍ମାରେ ପରିବର୍ନ କରନ୍ତି । ଏଥିପାଇଁ ତାଙ୍କୁ ଭୂତ, ଭର୍ୃ ବା ସବୁ ପ୍ରାଣୀଙ୍କ ସ୍ୱାମୀ କୁହାଯାଏ । ଅଶରୀରୀ ପରମାତ୍ମା ଯେଉଁ ମାନବ ଶରୀର ଆଧାରରେ ଅବତୀର୍ଣ୍ଣ ହୋଇ ଏହି ଦିବ୍ୟ କର୍ବ୍ୟ କରନ୍ତି ତାଙ୍କୁ ପ୍ରଜାପିତା ବ୍ରହ୍ମା କୁହାଯାଏ । ପରମାତ୍ମାଙ୍କ ସାକ୍ଷାତ ସାନ୍ନିଧ୍ୟ ଲାଭ କରି ତଥା ନିରନ୍ତର ତାଙ୍କ ସହିତ ଯୋଗଯୁକ୍ତ ହୋଇ ମନୁଷ୍ୟାତ୍ମା ମଧ୍ୟରେ ଯେଉଁ ଐଶୀ ଶକ୍ତିର ସ୍ମରଣ ଘଟେ ତା'ର ଜନ୍ମଜନ୍ମାନ୍ତରର ସିତ ସମସ୍ତ ପାପ ରାଶିକୁ ଧ୍ୱଂସ କରିଦିଏ । ସେହି ତପଃ ଶକ୍ତିର ପ୍ରତୀକ ହେଉଛନ୍ତି "ଶଙ୍କର' । ତେଣୁ ଶଙ୍କରଙ୍କୁ ସର୍ବଦା ଯୋଗାରୂଢ଼ ଅବସ୍ଥାରେ ପ୍ରଦଶିତ କରାଯାଏ । କଳିଯୁଗ ସୃଷ୍ଟି ବା ସଭ୍ୟତାର ବିନାଶ ପରେ ଯେଉଁ ସତ୍ୟଯୁଗ ସାମ୍ରାଜ୍ୟର ପ୍ରତିଷ୍ଠା ହୁଏ ତା'ର ପରିଚାଳନା ଓ ଦାୟିତ୍ୱ ଯୁଗ୍ମ ଭାବରେ ବିଶ୍ୱ ମହାରାଣୀ ଶ୍ରୀ ଲକ୍ଷ୍ମୀ ଓ ବିଶ୍ୱମହାରାଜନ୍ ଶ୍ରୀ ନାରାୟଣଙ୍କ ଉପରେ ନ୍ୟସ୍ତ ହୁଏ । ଶ୍ରୀ ଲକ୍ଷ୍ମୀ ଓ ନାରାୟଣଙ୍କ ଯୁଗଳ ରୂପକୁ ଚତୁର୍ଭୁଜ ଶ୍ରୀ ବିଷ୍ଣୁ ବୋଲି ପରିକଳ୍ପନା କରାଯାଇଛି । ସୃଷ୍ଟିରେ ଅବତରଣ କରି ପରମାତ୍ମା ତ୍ରିଦେବଙ୍କ ଦ୍ୱାରା ଏହି ତିନି ଦିବ୍ୟ କର୍ବ୍ୟ କରୁଥିବାରୁ ତାଙ୍କୁ ତ୍ରିମୂର୍ି ଶିବ କୁହାଯାଏ । ଭାଗବତରେ ଯଥାର୍ଥରେ କୁହାଯାଇଛି; ""କରି କରାଉଥାଏ ମୁହିଁ; ମୋ ବିନୁ ଅନ୍ୟ ଗତି ନାହିଁ ।''

ଜ୍ୟୋତିର ଅର୍ଥ ପ୍ରକାଶ । ଜ୍ୟୋତି ତିନି ପ୍ରକାର । ଯଥା – ୧. ଲୌକିକ, ୨. ଅଲୌକିକ, ୩. ପାାରଲୌକିକ । ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର, ତାରା, ବିଦୁ୍ୟତ, ଅଗ୍ନି ଆଦିରୁ ପ୍ରାପ୍ତ ଜ୍ୟୋତି ଲୌକିକ ବା ଭୌତିକ । କାରଣ ଏହାଦ୍ୱାରା ଏହି ଲୋକର ବା ଭୌତିକ ଜଗତର ପଦାର୍ଥଗୁଡିକୁ ଦେଖି ବା ଜାଣି ହୁଏ । ଭୌତିକ ଜଗତ ବାହାରେ ଆଉ ଏକ ଅଲୌକିକ ଦୁନିଆ ଅଛି । ସେଠାରେ ଆତ୍ମା ସୂକ୍ଷ୍ମ ଶରୀରରେ ନିବାସ କରେ । ସୂକ୍ଷ୍ମ ଶରୀର ସ୍ୱୟଂ ପ୍ରକାଶିତ ଏକ ସୂକ୍ଷ୍ମ ପ୍ରକାଶ ତ୍ୱରେ ନିର୍ମିତ । ଏହାକୁ ସ୍ଥୂଳ ଚକ୍ଷୁ ଦ୍ୱାରା ଦେଖି ହୁଏ ନାହିଁ । ଆତ୍ମାର ଚକ୍ଷୁ, ମନ ଓ ବୁଦ୍ଧି ଦ୍ୱାରା ଏହାକୁ ଦେଖି ବା ଜାଣି ହୁଏ । ଆତ୍ମା ମଧ୍ୟ ସ୍ୱୟଂ ପ୍ରକାଶିତ ଏକ ଚୈତନ୍ୟ ଜ୍ୟୋତିର୍ବିନ୍ଦୁ । ଆତ୍ମିକ ସ୍ମୃତି ଓ ସ୍ଥିତିରେ ଅବସ୍ଥାନ ପୂର୍ବକ ଅଲୌକିକ ଜ୍ୟୋତି ଦ୍ୱାରା ଉଦ୍ଭାସିତ ଅଲୌକିକ ବ୍ୟକ୍ତି ବା ବସ୍ତୁ ଦେଖି ହୁଏ । ଏହାକୁ ଆଧ୍ୟାତ୍ମିକ ଜ୍ୟୋତି ମଧ୍ୟ କୁହାଯାଇପାରେ । ଏହି ଅଲୌକିକ ଜ୍ୟୋତିର ଦୁନିଆକୁ ଦେବଲୋକ କୁହାଯାଏ । "ଦେବ'ର ଆଭିଧାନିକ ଅର୍ଥ ହେଉଛି ସୂକ୍ଷ୍ମ  । ସେଠାରେ ସୂକ୍ଷ୍ମ ଶରୀରଧାରୀ ଜୀବାତ୍ମାମାନେ ବସବାସ କରନ୍ତି ।

ଗୋଟିଏ କଳ୍ପରେ ଜୀବାତ୍ମା କେତେ ଥର ଶରୀର ଧାରଣ କରି ଜନ୍ମ ନେଇ ପାରିବ ତାହା ପୂର୍ବ ନିର୍ଦ୍ଧିଷ୍ଟ ଥାଏ । ଈଶ୍ୱରୀୟ ଜ୍ଞାନ ଅନୁସାରେ ଗୋଟିଏ ଅତ୍ମା ସର୍ବାଧିକ ୮୪ଥର ଜନ୍ମ ନେଇ ପାରେ । କଳ୍ପର ଅନ୍ତିମ ଚରଣରେ ସମଗ୍ର ବିଶ୍ୱର ଆତ୍ମାମାନଙ୍କ ମଧ୍ୟରୁ ଯିଏ ପ୍ରଥମେ ୮୩ ଜନ୍ମ ସମ୍ପୂର୍ଣ୍ଣ କରି ଅନ୍ତିମ ଜନ୍ମରେ ଉପନୀତ ହୁଏ ସେହି ମାନବ ଶରୀରରେ ପରମାତ୍ମା ଶିବ ଅବତରଣ କରି ତାକୁ ସତ୍ୟଯୁଗୀୟ ଦୈବୀ ସାମ୍ରାଜ୍ୟ ସ୍ଥାପନର ନିମି କରାନ୍ତି । ସତ୍ୟଯୁଗୀୟ ପ୍ରଜା ରଚନା ପାଇଁ ସେ ଈଶ୍ୱରୀୟ ମାଧ୍ୟମ ରୂପେ କାର୍ଯ୍ୟ କରୁଥିବାରୁ ତା'ର କର୍ବ୍ୟ ବାଚକ ନାମ ପ୍ରଜାପିତା ବ୍ରହ୍ମା ରଖାଯାଏ । ଯେଉଁ ଆତ୍ମାର ୮୪ ଜନ୍ମ ପୂର୍ଣ୍ଣ ହୋଇଯାଏ ସେହି ଆତ୍ମା ସୂକ୍ଷ୍ମ ଶରୀର ଧାରଣ କରି ସୂକ୍ଷ୍ମଲୋକରେ ଅବସ୍ଥାନ ପୂର୍ବକ ମହାବିନାଶର ପ୍ରତୀକ୍ଷା କରେ । ମହାବିନାଶ ବେଳେ ଜୀବାତ୍ମା ସ୍ଥୂଳ ଶରୀର ତ୍ୟାଗ କରି ସୂକ୍ଷ୍ମ ଶରୀରେ ସୂକ୍ଷ୍ମଲୋକରେ କିଛି ସମୟ ରହେ । ସୃଷ୍ଟିର ଅନ୍ତିମ କ୍ଷଣରେ ମହାବିନାଶ କାର୍ଯ୍ୟ ଆରମ୍ଭ ହୁଏ । ଏକକାଳୀନ ଏହା ହୁଏ ନାହିଁ । ଯେଉଁ ଆତ୍ମା ଉପସ୍ଥିତ କଳ୍ପରେ ତା'ପାଇଁ ନିର୍ଦ୍ଧିଷ୍ଟ ଜନ୍ମ ସଂଖ୍ୟା ପୂରା କରେ ତାକୁହିଁ କେବଳ ସୂକ୍ଷ୍ମ ଶରୀର ଧାରଣ କରି ସୂକ୍ଷ୍ମପୁରୀରେ ଅବସ୍ଥାନ କରିବାକୁ ପଡ଼େ । କେତେକ ବ୍ୟକ୍ତିଙ୍କର କୌଣସି କାରଣରୁ ଅକାଳ ମୃତ୍ୟୁ ହେଲେ ତାଙ୍କର ଆଗାମୀ ଜନ୍ମ ପାଇଁ ନିର୍ଦ୍ଧିଷ୍ଟ ସମୟ ପର୍ଯନ୍ତ ତାଙ୍କୁ ସୂକ୍ଷ୍ମ ଶରୀର ଧାରଣ କରି ଭୂପୃଷ୍ଠରେ ଘୂରି ବୁଲିବାକୁ ହୋଇଥାଏ । ଏମାନଙ୍କୁ ପ୍ରେତ କୁହାଯାଏ । ସେମାନଙ୍କ ଜନ୍ମ ସଂଖ୍ୟା ପୂରଣ ହୋଇ ନ ଥିବାରୁ ସୂକ୍ଷ୍ମଲୋକକୁ ଯାଇ ପାରନ୍ତି ନାହିଁ । ମହାବିନାଶ ପରେ ସମସ୍ତ ଆତ୍ମାଙ୍କୁ ସଙ୍ଗରେ ନେଇ ପରମାତ୍ମା ପରମଧାମ ପ୍ରତ୍ୟାବର୍ନ କରନ୍ତି । ପରମଧାମ ପ୍ରତ୍ୟାବର୍ନ ପୂର୍ବରୁ ଏହି ସୂକ୍ଷ୍ମ ଲୋକରେ ଧର୍ମରାଜ ରୂପରେ ସେ ଆତ୍ମାମାନଙ୍କୁ ସେମାନଙ୍କ କୃତ କର୍ମର ଫଳାଫଳ ଘୋଷଣା କରନ୍ତି । କଳ୍ପରେ ଥରେ ଏହି ଧର୍ମରାଜଙ୍କ ଦରବାର ବସେ । ଏହି ଦରବାରରେ ପାପାତ୍ମା ଓ ପୁଣ୍ୟାତ୍ମାମାନଙ୍କର ବିଚାର ହୁଏ । ପୁଣ୍ୟାତ୍ମା ସ୍ୱର୍ଗଲୋକ ବା ସତ୍ୟଯୁଗରେ ଜନ୍ମ ନିଏ  ଏବଂ ପାପାତ୍ମା ନର୍କଲୋକ ବା କଳ୍ପର ଉରାର୍ଦ୍ଧରେ ଆସୁରୀ ସ୍ୱଭାବ ସଂସ୍କାରଯୁକ୍ତ ପରିବାରରେ ଜନ୍ମ ନିଏ । ପରମଧାମ ପ୍ରତ୍ୟାବର୍ନ ପୂର୍ବରୁ ଏହି ସୂକ୍ଷ୍ମ ଲୋକରେ ସମସ୍ତ ଜୀବାତ୍ମାମାନଙ୍କୁ ନିଜ ନିଜ ସୂକ୍ଷ୍ମ ଶରୀର ତ୍ୟାଗ କରିବାକୁ ପଡ଼େ । ସୂକ୍ଷ୍ମ ଶରୀର ତ୍ୟାଗ କରି ପରମଧାମକୁ ଆତ୍ମାର ପ୍ରତ୍ୟାବର୍ନ ପ୍ର୍ରକ୍ରିୟାକୁ ମୁକ୍ତି ବା ନିର୍ବାଣ କୁହାଯାଏ । ସୂକ୍ଷ୍ମଶରୀରର ବନ୍ଧନରୁ ମୁକ୍ତ ନ ହେବା ପର୍ଯ୍ୟନ୍ତ ଆତ୍ମା ମୁକ୍ତିଧାମ ବା ପରମଧାମକୁ ଯାଇ ପାରେ ନାହିଁ  ।

ପରମଧାମକୁ ବ୍ରହ୍ମଲୋକ କୁହାଯାଏ । ବ୍ରହ୍ମ ଏକ ରକ୍ତଭସ୍ୱର୍ଣ୍ଣିମ ପାରଲୌକିକ ସୂକ୍ଷ୍ମ ପ୍ରକାଶ ତ୍ୱ ଅଟେ । ଏହାକୁ ବ୍ରହ୍ମଲୋକ, ନିର୍ବାଣଧାମ ବା ମୁକ୍ତିଧାମ ମଧ୍ୟ କୁହାଯାଏ । ଆତ୍ମାମାନଙ୍କ ସହିତ ପରମାତ୍ମା ଏଠାରେ ନିବାସ କରନ୍ତି । ଆତ୍ମାଗଣ ଏଠାରେ କେବଳ ବିନ୍ଦୁ ରୂପରେ ସେମାନଙ୍କ ପାଇଁ ନିର୍ଦ୍ଧିଷ୍ଟ କକ୍ଷରେ ଅବସ୍ଥାନ କରନ୍ତି । ବ୍ରହ୍ମ ଓ ଆତ୍ମାର ଜ୍ୟୋତିକୁ ପାରଲୌକିକ ଜ୍ୟୋତି କୁହାଯାଏ । ପରମାତ୍ମା ଏହି ସମସ୍ତ ଜ୍ୟୋତିଠାରୁ ଶ୍ରେଷ୍ଠ ଓ ଉଜ୍ଜ୍ୱଳତମ । ତେଣୁ ତାଙ୍କୁ ସମସ୍ତ ଜ୍ୟୋତିର ଜ୍ୟୋତି କୁହାଯାଏ । ଆବାଗମନ ଚକ୍ରରେ ଆସୁଥିବାରୁ ଆତ୍ମାର ଜ୍ୟୋତି କ୍ଷୀଣ ହୋଇଯାଏ । ପରମାତ୍ମା ଅଜନ୍ମା ଓ ଅଶରୀରୀ ହୋଇଥିବାରୁ ସଦା ଜାଜ୍ଜ୍ୱଳ୍ୟମାନ । ଅନ୍ତରୀକ୍ଷରେ ଅସଂଖ୍ୟ ତାରା ଓ ନକ୍ଷତ୍ର ମଧ୍ୟରେ ସୂର୍ଯ୍ୟ ଯେପରି ସବୁଠାରୁ ଉଜ୍ଜ୍ୱଳ ଦେଖାଯାନ୍ତି  ଠିକ ସେହିପରି ବ୍ରହ୍ମଲୋକରେ ଆତ୍ମାମାନଙ୍କ ମଧ୍ୟରେ ପରମାତ୍ମା ଅଧିକ ପ୍ରକାଶମାନ ଅଟନ୍ତି । ସେହିପରି ଶିବ ରାତ୍ରୀରେ ଅସଂଖ୍ୟ ଛୋଟ ଛୋଟ ପ୍ରଜ୍ଜ୍ୱଳିତ ଦୀପ ମଧ୍ୟରେ ଏକ ବଡ ପ୍ରଦୀପ ପରମାତ୍ମାଙ୍କ ପ୍ରତୀକ ସ୍ୱରୂପ ରଖାଯାଇଥାଏ । ଏହାକୁ ମହାଦୀପ କୁହାଯାଏ । ଅସଂଖ୍ୟ ଦୀପ ମଧ୍ୟରୁ କେତେକ ଲିଭି ଯାଏ; ଅନ୍ୟ କେତେକ ମିଞ୍ଜି ମିଞ୍ଜି ଜଳୁଥାଏ । ମହାଦୀପ ଶେଷ ପର୍ଯ୍ୟନ୍ତ ଯେପରି ଅଖଣ୍ଡ ରହିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଏ । କାରଣ ଏହି ମହାଦୀପରୁ ବିଭିନ୍ନ ନୂଆ ଦୀପଗୁଡିକରେ ପ୍ରଥମେ ଅଗ୍ନି ସଂଯୋଗ ହୁଏ ଓ ଅର୍ଦ୍ଧରାତ୍ରର ଅନ୍ତିମ କ୍ଷଣରେ ଏହାକୁ ଆକାଶକୁ ଉେାଳନ କରାଯାଏ । ଛୋଟ ଛୋଟ ଦୀପ ଜୀବାତ୍ମାର ପ୍ରତୀକ । ଅନ୍ଧକାର ରାତ୍ରି କଳିଯୁଗର ପ୍ରତୀକ । ମହାଦୀପକୁ ଉଦ୍ଧ୍ୱର୍ାଭିମୁଖୀ  କରାଇବା ପରମାତ୍ମାଙ୍କ ପରମଧାମରୁ ଧରାବତରଣ ପ୍ରକରଣର ସେଙ୍କତ ବହନ କରେ । ମହାଦୀପରୁ ଅନ୍ୟ ଦୀପରେ ଅଗ୍ନି ସଂଯୋଗ କଥାରୁ ସ୍ପଷ୍ଟ ହୁଏ ଯେ ପରମ ଜ୍ୟୋତି ପରମାତ୍ମାହିଁ ସମସ୍ତ ଜୀବାତ୍ମାଙ୍କ ପ୍ରକାଶକ ଅଟନ୍ତି ।

ତମସଃ ଶବ୍ଦର ଆକ୍ଷରିକ ଅର୍ଥ ଅନ୍ଧକାର । ଆଧ୍ୟାତ୍ମିକ ଭାଷାରେ ଅନ୍ଧକାର ହେଉଛି ଅଜ୍ଞାନ ବାଚକ । ପରମାତ୍ମା ଜ୍ଞାନସୂର୍ଯ୍ୟ ଅଟନ୍ତି । ତେଣୁ ତାଙ୍କୁ ଅଜ୍ଞାନରୁ ଅତ୍ୟନ୍ତ ପର ବୋଲି କୁହାଯାଇଛି । ସେ ସ୍ୱୟଂ ଜ୍ଞାନର ମହାସାଗର ଅଟନ୍ତି । ଆତ୍ମା ନଦୀ ସ୍ୱରୂପ । ନଦୀ ରୌଦ୍ର ତାପରେ ଶୁଷ୍କ ହୋଇଯାଏ । ଆତ୍ମା ମଧ୍ୟ ବିକାର ସମୂହର ପ୍ରଭାବରେ ନିଷ୍ପ୍ରଭ ବା ଜ୍ଞାନହୀନ ହୋଇପଡ଼େ । ସମୁଦ୍ର ଗ୍ରୀଷ୍ମ ତାପରେ ଶୁଖେ ନାହିଁ କି ଅତ୍ୟନ୍ତ ବର୍ଷାରେ ଜଳାଧିକ୍ୟ ହେତୁ କୂଳ ଲଙ୍ଘନ କରେ ନାହିଁ । ସମୁଦ୍ରରୁ ଜଳ ବାଷ୍ପୀଭୂତ ହୋଇ ବର୍ଷା ହୁଏ । ସେହି ଜଳ ନଦୀମାନଙ୍କ ଦ୍ୱାରା ପ୍ରବାହିତ ହୋଇ ଶେଷରେ ସମୁଦ୍ରରେ ମିଶିଥାଏ । ନଦୀ ବିଭିନ୍ନ ପ୍ରକାର ଘାତ ପ୍ରତିଘାତ ଦେଇ ଗତି କରେ । ଆତ୍ମା ମଧ୍ୟ ଜନ୍ମ ମୃତୁ୍ୟ ଚକ୍ରରେ ଗତି କରେ ଓ ନଦୀ ପରି ଶେଷରେ ଜ୍ଞାନ ସାଗର ପରମାତ୍ମାଙ୍କ ପାଖକୁ ଫେରିଯାଏ । ତାଙ୍କୁ ଜାଣିବା ପାଇଁ ଏକମାତ୍ର ମାଧ୍ୟମ ହେଉଛି ଜ୍ଞାନ । ପୂର୍ବରୁ ଅମାନିତ୍ୱ ଆଦି କୋଡିଏଟି ଜ୍ଞାନର ସାଧନ କୁହାଯାଇଛି । ସେଗୁଡିକ ବିନା ପରମାତ୍ମାଙ୍କ ପ୍ରତ୍ୟକ୍ଷତା ସମ୍ଭବ ନୁହେଁ । ତାଙ୍କୁ ଜାଣିଗଲା ପରେ ଆଉ କିଛି ଜାଣିବା ପାଇଁ ଅବଶେଷ ରହେ ନାହିଁ । ତେଣୁ ତାଙ୍କୁ ଜେ୍ଞୟ ବା ଜାଣିବାର ଯୋଗ୍ୟ କୁହାଯାଇଛି ।ା୧୬-୧୭ାା

ପ୍ରକୃତି ପୁରୁଷଠାରୁ ଉପôନ୍ନ ସଂସାରର ସ୍ୱରୂପ 

ପ୍ରକୃତିଂ ପୁରୁଷେ÷ବ ବିଦ୍ଧ୍ୟନାଦୀ ଉଭାବପି ।

ବିକାରାଂଶ୍ଚ ଗୁଣାଂଶ୍ଚୈବ ବିଦ୍ଧି ପ୍ରକୃତିସମ୍ଭବାନ୍ ।ା୧୯ାା

କାର୍ଯ୍ୟକରଣକୃର୍ତ୍ୱେ ହେତୁଃ ପ୍ରକୃତିରୁଚ୍ୟତେ ।

ପୁରୁଷଃ ସୁଖଦୁଃଖାନାଂ ଭୋକ୍ତୃତ୍ୱେ ହେତୁରୁଚ୍ୟତେ ।ା୨୦ାା

ପୁରୁଷଃ ପ୍ରକୃତିସ୍ଥୋ ହି ଭୁଙ୍କ୍ତେ ପ୍ରକୃତିଜାନ୍ ଗୁଣାନ୍ ।

କାରଣଂ ଗୁଣସେଙ୍ଗାଽସ୍ୟ ସଦସଦ୍ଯୋନି ଜନ୍ମସୁ ।ା୨୧ାା

ଅର୍ଥ : ପ୍ରକୃତି ଓ ପୁରୁଷ ଉଭୟକୁ ଅନାଦି ବୋଲି ଜାଣିବ । ବିକାର ଓ ଗୁଣ ସମୂହ ପ୍ରକୃତିରୁ ଉପôନ୍ନ ବୋଲି ଜାଣିବ ।ା୧୯ାା ପ୍ରକୃତି କାର୍ଯ୍ୟ ଓ କରଣର କର୍ୃତ୍ୱଭାବର ସ୍ରଷ୍ଟା; ପୁରୁଷ ସୁଖ ଓ ଦୁଃଖର ଭୋକ୍ତା କଥିତ ହୁଏ ।ା୨୦ାା ପୁରୁଷ ପ୍ରକୃତିରେ ଅବସ୍ଥିତ ହୋଇ ପ୍ରକୃତିଜାତ ଗୁଣ ସମୂହ ଭୋଗ କରେ । ଗୁଣଗୁଡିକ ପ୍ରତି ଆସକ୍ତିହିଁ ଏହାର ସତ୍ ଓ ଅସତ୍ ଯୋନିରେ ଜନ୍ମ ଗ୍ରହଣ କରିବାର କାରଣ ।ା୨୧ାା

ବ୍ୟାଖ୍ୟା : ଉପସ୍ଥିତ ଅଧ୍ୟାୟରେ ପ୍ରଥମ ଶ୍ଳୋକରେ ଶରୀରକୁ କ୍ଷେତ୍ର ଓ ଆତ୍ମାକୁ କ୍ଷେତ୍ରଜ୍ଞ ବୋଲି କୁହାଯାଇଛି । ଏଠାରେ ସେହି କଥାକୁ ପୁନର୍ବାର ପ୍ରକୃତି ଓ ପୁରୁଷ ନାମରେ ବର୍ଣ୍ଣନା କରାଯାଇଛି । ଶରୀର ପ୍ରକୃତିରୁ  ଉପôନ୍ନ । କ୍ଷେତ୍ର ବା ମନୁଷ୍ୟ ଶରୀରର ଜ୍ଞାତାକୁ କ୍ଷ୍ରେତ୍ରଜ୍ଞ ଏବଂ ସମଗ୍ର କ୍ଷେତ୍ର(ଜଗତ)ର ମୂଳ କାରଣ ପ୍ର୍ରକୃତିକୁ ଜାଣୁଥିବା କ୍ଷେତ୍ରଜ୍ଞ ଏଠାରେ "ପୁରୁଷ' ପଦବାଚ୍ୟ । ଉଭୟ "କ୍ଷେତ୍ରଜ୍ଞ' ଓ "ପୁରୁଷ' ପଦ ମନୁଷ୍ୟ ଶରୀରରେ ବିଦ୍ୟମାନ ଜୀବାତ୍ମାର ବାଚକ । ପୁରୁଷ ଓ ପ୍ରକୃତି ଉଭୟେ ଅନାଦି । ପ୍ରକୃତି ପରମାତ୍ମାଙ୍କ ଅପରା (ଜଡ) ଶକ୍ତି ଓ ପୁରୁଷ ତାଙ୍କର ପରା (ଚୈତନ୍ୟ) ଶକ୍ତି । ଉଭୟ ପ୍ରକୃତି ଓ ପୁରୁଷର ସଂଯୋଗରେ ଶରୀର ବା ସଂସାରର  ସୃଷ୍ଟି । ପରା ଶକ୍ତି ହେତୁ ଆତ୍ମାଠାରେ ପରମାତ୍ମାଙ୍କ ଗୁଣର ଅଂଶ ବିଦ୍ୟମାନ । ଏହି ଦୃଷ୍ଟିରୁ ଆତ୍ମାକୁ ପରମାତ୍ମାଙ୍କ ଅଂଶ ବୋଲି ଗୀତାରେ କୁହାଯାଇଛି । କିନ୍ତୁ ପ୍ରଚଳିତ ମାନ୍ୟତା ଅନୁସାରେ ଏକ ପରମାତ୍ମା ଅନେକ ଭାଗରେ ବିଭାଜିତ ହୋଇ ଆତ୍ମା ରୂପରେ ସୃଷ୍ଟି ହୋଇଛନ୍ତି ବୋଲି ଯାହା ବିଶ୍ୱାସ କରାଯାଏ  ତାହା ଭ୍ରମାତ୍ମକ । ପରମାତ୍ମା ଅବିଭାଜ୍ୟ ହୋଇଥିବାରୁ ଆତ୍ମା ତାଙ୍କର ବିଭାଜିତ ଅଂଶ (କ୍ଟ୍ରବକ୍ସଗ୍ଧ) ହୋଇ ନ ପାରେ । ତେଣୁ ଆତ୍ମା ମଧ୍ୟରେ ପରମାତ୍ମାତ୍ୱ ଆରୋପ କରି ତାଙ୍କୁ ସର୍ବବ୍ୟାପକ କହିବା ସଂମ୍ପୂର୍ଣ୍ଣ ଅଜ୍ଞାନତା । ଆତ୍ମା ଓ ପରମାତ୍ମା ଭିନ୍ନ ଭିନ୍ନ ସା । ଉଭୟେ ଅନାଦି, ଅଜର, ଅମର ଓ ଅବିନାଶୀ ।

ପ୍ରକୃତିରେ ପରମାତ୍ମାଙ୍କ ଅପରା ଶକ୍ତି କାର୍ଯ୍ୟ କରୁଥିବାରୁ ତାକୁ ମଧ୍ୟ  ଅନାଦି କୁହାଯାଉଛି । ଶକ୍ତିର କେବେ ବିନାଶ ହୁଏ ନାହିଁ । କିନ୍ତୁ ଶକ୍ତିରେ ହ୍ରାସ, ବୃଦ୍ଧି ବା ବିକୃତି ଆସିପାରେ । ତେଣୁ ପ୍ରକୃତି ପରିବର୍ନଶୀଳ । ଜୀବାତ୍ମା ପ୍ରକୃତି ସହିତ ସମ୍ବନ୍ଧ ରଖୁଥିବାରୁ ତାଠାରେ ମଧ୍ୟ ଗୁଣାତ୍ମକ ପରିବର୍ନ ପରିଲକ୍ଷିତ ହୁଏ । ପରମାତ୍ମା ସର୍ବଶକ୍ତିମାନ ଓ ଅପରିବର୍ନୀୟ । ତେଣୁ ଉଭୟ ପରା ଓ ଅପରା ଶକ୍ତିରେ ବିକୃତି ଦେଖା ଦେଲେ ଅର୍ଥାତ୍ ସୃଷ୍ଟିରେ ଧର୍ମଗ୍ଳାନି ହେଲେ ପ୍ରକୃତିକୁ ବଶୀଭୂତ କରି ତାଙ୍କୁ ଏକ ମାନବ ଶରୀର ଆଧାରରେ  ଅବତରଣ କରିବାକୁ ହୁଏ । ପ୍ରକୃତିଂ ସ୍ୱାମାବଷ୍ଟଭ୍ୟ ବିସୃଜାମି ପୁନଃ ପୁନଃ ।ା୯/୮ାା କର୍ମ ଆଧାରରେ ଉଭୟ ପୁରୁଷ ଓ ପ୍ରକୃତିରେ ବିକୃତି ଦେଖାଯାଏ । ତେଣୁ ସତ୍ କର୍ମର ଆଚରଣ ଓ ବିକର୍ମର ବିନାଶ  ଦ୍ୱାରା ପୁନଶ୍ଚ ସତୋ ପ୍ରଧାନ ଦୁନିଆର ସ୍ଥାପନା ସମ୍ଭବ । ଏଥିପାଇଁ ମାନବ ଆଧାରରେ ପରମାତ୍ମାଙ୍କ ଅବତରଣ ଏକାନ୍ତ ଅପରିହାର୍ଯ୍ୟ ।

ସମସ୍ତ ବିକାର ଓ ଗୁଣ ପ୍ରକୃତିରୁ ଉପôନ୍ନ ହୁଅନ୍ତି । ଏହି ଅଧ୍ୟାୟର ୬ଷ୍ଠ ଶ୍ଳୋକରେ ଇଚ୍ଛା, ଦ୍ୱେଷ, ସୁଖ, ଦୁଃଖ, ସଂଘାତ, ଚେତନା ଓ ଧୃତି ଏହି ସାତୋଟି ବିକାର କଥା କୁହାଯାଉଛି । ସ୍ୱ, ରଜ ଓ ତମ ନାମକ ତିନୋଟି ଗୁଣ ଏବଂ ସେମାନଙ୍କ କାର୍ଯ୍ୟର ବାଚକ ହେଉଛି "ଗୁଣାନ୍' ପଦ । ଉଭୟ ବିକାର ଓ ଗୁଣ ସମୂହ ପ୍ରକୃତିରୁ ଉପôନ୍ନ । ପ୍ରକୃତିକୁ ଅନାଦି ପ୍ରମାଣିତ କରିବାକୁ ଏଠାରେ ଉଭୟକୁ ପ୍ରକୃତି ସମ୍ଭବ ବୋଲି କହିଛନ୍ତି ।

କାର୍ଯ୍ୟ ଓ କରଣକୁ ଉପôନ୍ନ କରିବାରେ ପ୍ରକୃତିକୁ ହେତୁ କୁହାଯାଏ । ଯାହା ଉପôନ୍ନ ହୁଏ ତାହା କାର୍ଯ୍ୟ । କାର୍ଯ୍ୟ ସିଦ୍ଧି ପାଇଁ ଯେଉଁ ଉପାଦାନଗୁଡିକର ପ୍ରୟୋଜନ ହୁଏ ତାହାକୁ "କରଣ' କୁହାଯାଏ । ପା ସୂକ୍ଷ୍ମ ମହାଭୂତ ବା ପ ତନ୍ମାତ୍ରା (ଅକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ) ଏବଂ ପେନ୍ଦି୍ରୟ ବିଷୟ (ଶବ୍ଦ, ସ୍ପର୍ଶ, ରୂପ, ରସ ଓ ଗନ୍ଧ) ଏହି ଦଶଟିକୁ କାର୍ଯ୍ୟ କୁହାଯାଏ । ତିନି ଅନ୍ତଃକରଣ (ମନ, ବୁଦ୍ଧି ଓ ଅହଙ୍କାର) ପା ଜ୍ଞାନେନ୍ଦ୍ରିୟ (କର୍ଣ୍ଣ, ତ୍ୱକ୍, ନେତ୍ର, ରସନା ଓ ଘ୍ରାଣ) ଓ ପା କର୍ମେନ୍ଦ୍ରିୟ(ବାଣୀ,ହସ୍ତ,ପାଦ,ଉପସ୍ଥ ଓ ଗୁହ୍ୟଦ୍ୱାର) - ଏହି ତେରଟିର ନାମ କରଣ । ଏହିପରି ଦଶଟି କାର୍ଯ୍ୟ ଓ ତେରଟି କରଣ ମୋଟ ତେଇଶ  ତ୍ୱ ପ୍ରକୃତିରୁ ଉପôନ୍ନ ବୋଲି କୁହାଯାଇଛି । 

ପୁରୁଷ ଶବ୍ଦ ଚେତନ ଆତ୍ମାର ବାଚକ । ପ୍ରକୃତି ଜଡ । ତେଣୁ ସୁଖ ଦୁଃଖ  ଭୋଗିବାରେ ପୁରୁଷକୁ ହେତୁ କୁହାଯାଏ । ଜଡ ପ୍ରକୃତିରେ ସୁଖ, ଦୁଃଖ ଭୋଗିବାର ସାମର୍ଥ୍ୟ ନ ଥାଏ । ପୁରୁଷ (ଆତ୍ମା) ପ୍ରକୃତି (ଦେହ)ର ସଂଯୋଗରେ ସୁଖ ଦୁଃଖ ଭୋଗ କରେ ।ା୧୯/୨୦)ାା

ପ୍ରକୃତିସ୍ଥ ପୁରୁଷହିଁ ପ୍ରକୃତିରୁ ଉପôନ୍ନ ଗୁଣଗୁଡିକର ଭୋକ୍ତା ହୁଏ । ପ୍ରକୃତି ଜଡ ଓ ପୁରୁଷ ଚେତନ ଆତ୍ମା । ଆତ୍ମା ଅଶରୀରୀ ହେତୁ ପ୍ରକୃତିରୁ ଉପôନ୍ନ ଗୁଣଗୁଡ଼ିକ ଭୋଗ କରିବାରେ ଅସମର୍ଥ । ପ୍ରକୃତି ଜନିତ ଗୁଣଗୁଡିକ ଭୋଗ କରିବା ପାଇଁ ଆତ୍ମାକୁ ପ୍ରକୃତିସ୍ଥ ଅର୍ଥାତ୍ ଦେହ ଧାରଣ କରିବାକୁ ପଡେ । ଆତ୍ମା ମୂଳତଃ ଅସଙ୍ଗ ଓ ଶୁଦ୍ଧ ଅଟେ । ଅସେଙ୍ଗା ହ୍ୟୟଂ ପୁରୁଷଃ(ବୃହଦା ୪/୩/୧୫) । ଗୁଣଗୁଡିକର ସଙ୍ଗହିଁ ଏହାର ଉଚ୍ଚ ନୀଚ ଯୋନିରେ ଜନ୍ମ ନେବାର କାରଣ ହୁଏ ।

ଅନେକ ଟୀକାକାର ସତ୍ ଅସତ୍ ବା ଉଚ୍ଚ ନୀଚ ଯୋନିର ବ୍ୟାଖ୍ୟା କରିବାକୁ ଯାଇ ଆତ୍ମାର ଦେବାଦି ଯୋନିରେ ଜନ୍ମକୁ "ସତ୍' ଓ ପଶୁ, ପକ୍ଷୀ, କୀଟ, ପତଙ୍ଗ, ବୃକ୍ଷଲତା ଆଦି ମନୁଷ୍ୟେତର ଯୋନିରେ ଜନ୍ମକୁ "ଅସତ୍' ବୋଲି କହିଛନ୍ତି । କିନ୍ତୁ ଏହା ବିବେକ ସମ୍ମତ ମନେ ହୁଏ ନାହିଁ । ମନୁଷ୍ୟାତ୍ମା କେବଳ ମନୁଷ୍ୟ ଶରୀର ଧାରଣ କରେ । ଆମ୍ବ ଟାକୁଆରୁ ଆମ୍ବ ଗଛ ଉପôନ୍ନ ହୁଏ । ବୀଜ ଅନୁରୂପ ବୃକ୍ଷ ଉପôନ୍ନ ହେବା ଏକ ପ୍ରାକୃତିକ ନିୟମ । ସେହିପରି ମନୁଷ୍ୟ ଆତ୍ମା ତା'ର ଗୁଣ ଓ କର୍ମ ଅନୁସାରେ ସୁଖ ବା ଦୁଃଖ ଭୋଗ କରିବାକୁ ମଣିଷ ଶରୀରରେହିଁ ଜନ୍ମ ନିଏ । ପୂର୍ବ ଜନ୍ମରେ ମନୁଷ୍ୟାତ୍ମା ସତ୍ କର୍ମ କରିଥିଲେ ପୁଣ୍ୟାତ୍ମା ବା ଧର୍ମାତ୍ମାଙ୍କ ଘରେ ଓ ଅସତ୍ କର୍ମ କରିଥିଲେ ପାପାମାôଙ୍କ ଘରେ ଜନ୍ମ ଗ୍ରହଣ କରେ । ସତ୍ ଅସତ୍ ଯୋନିକୁ ଉଚ୍ଚ କୁଳ ବା ନୀଚ କୁଳ ରୂପରେ ଗ୍ରହଣ କରାଯାଇ ପାରେ । କୌଣସି ପାପ କର୍ମର ଫଳ ଭୋଗ କରିବା ପାଇଁ କୀଟପତଙ୍ଗାଦି ନୀଚ ଯୋନିରେ ଜନ୍ମ ନେବାର କୌଣସି ଯଥାର୍ଥତା ନାହିଁ । ଉଦାହରଣ ସ୍ୱରୂପ  କୌଣସି ମନୁଷ୍ୟାତ୍ମା ତା'ର ପୂର୍ବ ଜନ୍ମର ପାପ କର୍ମ ହେତୁ ବର୍ମାନ ଗଧ ହୋଇ ଜନ୍ମ ହୋଇଛିି । ପଶୁମାନଙ୍କ ପାଖରେ ଭଲମନ୍ଦ ବିଚାର ଶକ୍ତି ନ ଥାଏ । ଯଦି ସେ ଅନୁଭବ କରିପାରିବ ନାହିଁଁ ଯେ ଏହି ଜନ୍ମଟି ତା'ର ପୂର୍ବ ଜନ୍ମର କର୍ମଫଳର ପରିଣାମ ତେବେ ପ୍ରକୃତ ଶାସ୍ତି ବିଧାନ ହେଲା କି ? ଯେତେ ବଡ଼ ଅପରାଧୀ ହୋଇଥାଉନା କାହିଁକି ଯଦି ସେ ପାଗଳ ହୋଇଯାଏ ଆଇନତଃ ତାକୁ ସମସ୍ତ ଦଣ୍ଡରୁ ମୁକ୍ତ  କରି ଦିଆଯାଏ । କାରଣ ଦଣ୍ଡବିଧାନର ଅର୍ଥ ହେଲା ମଣିଷ ତା'ର ପାପକର୍ମ ପାଇଁ ପଶ୍ଚାାପ କରୁ ଓ ନିଜକୁ ସଂଶୋଧନ କରୁ । ଏଥିପାଇଁ ମଣିଷ ଶରୀର ହେଉଛି ପ୍ରକୃଷ୍ଟ ମାଧ୍ୟମ । ଗଧ ବୋଝ ବହନ କରେ । ଜଣେ କୁଲି ବା ହେମାଲି ମଧ୍ୟ ବୋଝ ଉଠାଏ । ସେ ବ୍ୟକ୍ତି ଯେତେବେଳେ ଅତ୍ୟନ୍ତ କାମ କରି କ୍ଳାନ୍ତ ହୋଇଯାଏ ବା ଅକ୍ଳାନ୍ତ ପରିଶ୍ରମ ସେ୍ୱ ମଧ୍ୟ ଭଲ କରି ଦୁଇ ମୁଠା ତା'ର ପରିବାରକୁ ଦେଇ ପାରେ ନାହିଁ ତା ମନରେ ସ୍ୱତଃ ସଂକଳ୍ପ ଉପôନ୍ନ ହୁଏ, ""ହେ ଭଗବାନ ! କେଉଁ ଜନ୍ମର ପାପ ହେତୁ ମୋର ଏ ଦଶା ହୋଇଛି ?'' କିନ୍ତୁ ଗଧ ବା ପଶୁ ପକ୍ଷୀ ମାନଙ୍କର ଏହି ମନୋଦଶା  ନ ଥାଏ । ଖାଇବା ପାଇଁ ସେମାନଙ୍କୁ ସଙ୍ଘର୍ଷ କରିବାକୁ ପଡେ ନାହିଁ । ପକ୍ଷୀମାନଙ୍କର ଆନନ୍ଦ କଳରବ ଶୁଣି ଦୁଃଖୀ ମନୁଷ୍ୟ ମନରେ ବିଚାର ଆସେ, ""ଏମାନେ ସତରେ କେତେ ସୁଖୀ, ଆସନ୍ତା ଜନ୍ମରେ ମୁଁ ପକ୍ଷୀ ହୋଇ ଯାଆନ୍ତି କି ?'' ମଣିଷ ତା ନିଜ ଅପେକ୍ଷା ପଶୁ ପକ୍ଷୀମାନଙ୍କୁ ବେଶୀ ସୁଖୀ ମନେ କରେ । ତେଣୁ ମଣିଷ ଶରୀର ସତ୍ ବା ଅସତ୍ କର୍ମର ଫଳ ଭୋଗ କରିବା ପାଇଁ ଏକ ମାତ୍ର ଆଧାର ।

ଆତ୍ମା ମୂଳତଃ ଶୁଦ୍ଧ ସ୍ୱରୂପ ଥିଲେ ମଧ୍ୟ ପ୍ରକୃତିର ଗୁଣ ସଙ୍ଗରେ ଆସି ତଦନୁସାରେ ସୁଖ ବା ଦୁଃଖ ଭୋଗ କରେ । ଯେଉଁ ବ୍ୟକ୍ତିର ସ୍ୱ,ରଜ ଓ ତମ ଏହି ତିନି ଗୁଣ ଏବଂ ଏଥିରୁ ଉପôନ୍ନ ପଦାର୍ଥ ଓ କ୍ରିୟା ମଧ୍ୟରୁ ଯେଉଁ ଗୁଣ ବା ପଦାର୍ଥ ସହିତ ଆସକ୍ତି ଆସିଯାଏ ତା'ର କର୍ମ ମଧ୍ୟ ସେହି ଅନୁସାରେ ହୁଏ । କର୍ମ ଅନୁସାରେ ସଂସ୍କାର ଉପôନ୍ନ ହୁଏ । ଯା'ର ଯେପରି ସଂସ୍କାର ତା'ର ସେପରି ସ୍ମୃତି ହୁଏ । ମୃତ୍ୟୁ କାଳୀନ ଦେହ ତ୍ୟାଗ ସମୟର ସ୍ମୃତିହିଁ  କିଭଳି ପରିବାରରେ ବ୍ୟକ୍ତିର ଆଗାମୀ ଜନ୍ମ ହେବ ତାହା ନିର୍ଦ୍ଧାରଣ କରେ । ଏଣୁ ହିନ୍ଦିରେ କୁହାଯାଏ, ""ଅନ୍ତମତି ସୋ ଗତି  ।'' ।ା୨୧ାା

ପୁରୁଷର ପ୍ରକୃତ ସ୍ୱରୂପ

ଉପଦ୍ରଷ୍ଟାନୁମନ୍ତା ଚ ଭର୍ା ଭୋକ୍ତା ମହେଶ୍ୱରଃ ।

ପରମାତ୍ମେତି ଚାପୁ୍ୟକ୍ତୋ ଦେହେଽସ୍ମିନ ପୁରୁଷଃ ପରଃ ।ା୨୨ାା

ଯ ଏବଂ ବେି ପୁରୁଷଂ ପ୍ରକୃତି ଗୁଣୈଃ ସହ ।

ସର୍ବଥା ବର୍ମାନୋଽପି ନ ସ ଭୂୟୋଽଭିଜାୟତେ ।ା୨୩ାା

ଅର୍ଥ : ଏହି ଶରୀରରେ ଅବରିତ ପରମପୁରୁଷ ସମସ୍ତଙ୍କ ସାକ୍ଷୀ, ଅନୁମନ୍ତ, ଭର୍ା, ଭୋକ୍ତା, ମହେଶ୍ୱର ଓ ପରମେଶ୍ୱର ବୋଲି କଥିତ ହୁଅନ୍ତି ।ା୨୨ା ଯେଉଁ ମନୁଷ୍ୟ ଏହିପରି ପୁରୁଷକୁ ଓ ଗୁଣମୟୀ ପ୍ରକୃତିକୁ ଜାଣେ, ସେ ସବୁପ୍ରକାର କାର୍ଯ୍ୟ କରୁଥିଲେ ମଧ୍ୟ ସେହି କର୍ମର ବନ୍ଧନ ତାଙ୍କର ପୁନର୍ଜନ୍ମର କାରଣ ହୁଏ ନାହିଁ (ଅର୍ଥାତ ଜନ୍ମମରଣ ତାଙ୍କ ପାଇଁ ବନ୍ଧନ ନୁହେଁ) ।ା୨୩ାା

ବ୍ୟାଖ୍ୟା : ମାନବ ଶରୀର ହେଉଛି ବ୍ୟଷ୍ଟିଗତ କ୍ଷେତ୍ର ଏବଂ ସମଗ୍ର ଜଗତ ହେଉଛି ବିଶ୍ୱଗତ କ୍ଷେତ୍ର । ମୂଳ ପ୍ରକୃତିରୁ ଶରୀର ଓ ଜୀବ ଜଗତର ସୃଷ୍ଟି ହୋଇଛି । ଯାହା ପିଣ୍ଡରେ (ଶରୀରରେ) ଅଛି ତାହା ବ୍ରହ୍ମାଣ୍ଡରେ ଅଛି । ଦୁହିଁଙ୍କ ମଧ୍ୟରେ ଏକରୂପତା ଅଛି । ଶରୀର ମଧ୍ୟରେ ଆତ୍ମା ଓ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ପରମାତ୍ମା ହେଉଛନ୍ତି କ୍ଷେତ୍ରଜ୍ଞ । ପରମାତ୍ମା ପ୍ରକୃତିର ଉଦ୍ଧ୍ୱର୍ରେ । ସେ ଅଶରୀରୀ ହୋଇଥିବା ହେତୁ ପ୍ରକୃତିର ସମସ୍ତ କ୍ରିୟାକଳାପରେ ପ୍ରଭାବିତ  ନ ହୋଇ ସାକ୍ଷୀ ଦ୍ରଷ୍ଟା ଭାବରେ ନିରୀକ୍ଷଣ (ଉପଦ୍ରଷ୍ଟା) କରୁଥାନ୍ତି । ଆତ୍ମା ପରମାତ୍ମାଙ୍କ ସନ୍ତାନ ହୋଇଥିବାରୁ ଉଭୟଙ୍କ ମଧ୍ୟରେ ଏକରୂପତା ରହିଛି । ଆତ୍ମା ଯେତେବେଳେ ଦେହ ଅଭିମାନରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇ ବିଦେହୀ ସ୍ଥିତିରେ ରହେ ସେତେବେଳେ ସେ ସମସ୍ତ କର୍ମ ସାକ୍ଷୀଦ୍ରଷ୍ଟା ହୋଇ କରେ । ଧର୍ମ ସଂସ୍ଥାପନ ପାଇଁ ପରମାତ୍ମା ଏକ ମାନବ ଶରୀରର ଆଶ୍ରୟ ନିଅନ୍ତି । କିନ୍ତୁ ସେ ସାକ୍ଷୀଦ୍ରଷ୍ଟା ଭାବରେ ସମଗ୍ର ମାନବ ସମାଜର ଶୁଭାଶୁଭ ନିରୀକ୍ଷଣ କରନ୍ତି । ତାଙ୍କର କାହାରି ପ୍ରତି ରାଗ ଦ୍ୱେଷ ନଥାଏ । ସେ ଏକ ସତ୍ ଗୁରୁ ଓ ସତ୍ ଶିକ୍ଷକ ପରି ଆତ୍ମାର ମୁକ୍ତି ଓ ଜୀବନ୍ମୁକ୍ତି ପାଇଁ ସତ୍ ଜ୍ଞାନର ଶିକ୍ଷା ଦିଅନ୍ତି । ଉଚ୍ଚତର ଜୀବନ ଯାପନ ପାଇଁ ଏକ ମାର୍ଗ ଦର୍ଶନ ହିସାବରେ ମାନବାତ୍ମାମାନଙ୍କୁ ଧର୍ମ ମାର୍ଗରେ ପରିଚାଳିତ ହେବାକୁ ପଥ ପ୍ରଦର୍ଶନ କରୁଥିବାରୁ ତାଙ୍କୁ"ଅନୁମନ୍ତା'କୁହାଯାଏ । ବ୍ରହ୍ମା,ବିଷ୍ଣୁ ଓ ଶଙ୍କର ଏହି ତ୍ରିଦେବଙ୍କ ଦ୍ୱାରା ସୃଷ୍ଟିର ସ୍ଥାପନା ପାଳନା ଓ ବିନାଶ କରାଉ ଥିବାରୁ ତାଙ୍କୁ "ଭର୍ା' କୁହାଯାଏ । ପରମାତ୍ମା ପ୍ରତ୍ୟକ୍ଷ ଓ ସ୍ଥୂଳ ବା ସୂକ୍ଷ୍ମ ଭାବରେ କୌଣସି ଭୋଗ କରନ୍ତି ନାହିଁ । ତେଣୁ ଏହି ଅର୍ଥରେ ତାଙ୍କୁ ଅଭୋକ୍ତା କୁହାଯାଏ । କିନ୍ତୁ ସ୍ନେହ ଓ ପ୍ରେମ ବଶତଃ ତାଙ୍କର ଅନନ୍ୟ ଭକ୍ତ ପ୍ରଥମେ ତାଙ୍କୁ ସମର୍ପଣ କରି ତତ୍ ପଶ୍ଚାତ୍ ନିଜେ ଭୋଗ କରୁଥିବାରୁ ତାଙ୍କୁ "ଭୋକ୍ତା' ବୋଲି ମନେ କରେ । ତ୍ରିଦେବଙ୍କର ରଚୟିତା ଓ ତ୍ରିଲୋକର ଅଧୀଶ୍ୱର ହେତୁ ତାଙ୍କୁ ମହେଶ୍ୱର କୁହାଯାଏ । ସର୍ବାତ୍ମାଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇଥିବାରୁ ସେ "ପରମାତ୍ମା' ନାମରେ ସୁପ୍ରଖ୍ୟାତ । ଧର୍ମ ସଂସ୍ଥାପନ ପାଇଁ ସେ ମାନବ ଶରୀରରେ ଅବତରଣ କରୁଥିଲେ ମଧ୍ୟ ତାହା ସହିତ ତାଙ୍କର କୌଣସି ସମ୍ବନ୍ଧ ନ ଥାଏ । ଏହିପରି ଦେହଠାରୁ ଆତ୍ମାକୁ ଓ ପ୍ରକୃତିଠାରୁ ପରମାତ୍ମାଙ୍କୁ ସର୍ବଥା ଭିନ୍ନ ବୋଲି ଜାଣିବାହିଁ ଯଥାର୍ଥ ଜ୍ଞାନ । ଆତ୍ମା (କ୍ଷେତ୍ରଜ୍ଞ), ପରମାତ୍ମା (ଜେ୍ଞୟ) ଓ ପ୍ରକୃତି(ବ୍ୟଷ୍ଟି ଓ ସମଷ୍ଟି କ୍ଷେତ୍ର) ବିଷୟରେ ସମ୍ୟକ ଜ୍ଞାନ ପ୍ରଦାନ କରିବା ହେଉଛି ଏହି ପ୍ରକରଣର ମୁଖ୍ୟ ଉଦ୍ଧେଶ୍ୟ ।

ଶ୍ଳୋକ(୨୨ଶ) ଆଧାରରେ କେତେକ ବ୍ୟାଖ୍ୟାକାର ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ଅଭେଦ ଭାବର ସମର୍ଥନ କରି ବ୍ୟାଖ୍ୟା କରିଛନ୍ତି । କିନ୍ତୁ ଏହା ସର୍ବଥା ଅସମ୍ଭବ ମନେ ହୁଏ । ଏହାକୁ ସତ୍ୟ ସ୍ୱୀକାର କରିନେଲେ "ଯୋଗ' ଅର୍ଥ ନିରର୍ଥକ ହୋଇ ଯାଉଛି । ଗୀତାର ପ୍ରତ୍ୟେକ ଅଧ୍ୟାୟ ଏକ ଏକ ଯୋଗ ପ୍ରକରଣ । ଆତ୍ମବିସ୍ମୃତ ମନୁଷ୍ୟକୁ ଆତ୍ମା, ପରମାତ୍ମା ଓ ସୃଷ୍ଟି ତ୍ୱର ଯଥାର୍ଥ ଜ୍ଞାନ ଦ୍ୱାରା ପରମାତ୍ମାଙ୍କ ସହିତ ଯୋଗଯୁକ୍ତ କରାଇବାହିଁ ଗୀତାର ମୁଖ୍ୟ ଉଦ୍ଧେଶ୍ୟ । ଯଦି ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ ତେବେ ଯୋଗର ଆବଶ୍ୟକତା କେଉଁଠି ? ଆତ୍ମା,ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ହୋଇଯିବାକୁ ବା ଆତ୍ମା ଓ ପରମାତ୍ମାଙ୍କ ମିଳନକୁ ଯୋଗ କୁହାଯାଏ । ପ୍ରତ୍ୟେକ ପ୍ରାଣୀଙ୍କଠାରେ ଯଦି ପରମାତ୍ମା ଯଦି ଆତ୍ମାରୂପରେ ବିଦ୍ୟମାନ ତେବେ ଗୀତା ବର୍ଣ୍ଣିତ ରାଜଯୋଗ ଖଣ୍ଡିତ ହୋଇ ଯାଉଛି । ଉପନିଷଦ କହେ ଯେ ଆତ୍ମଦର୍ଶୀ ମୁନିଋଷିମାନେ ମଧ୍ୟ ଜନ୍ମ ଜନ୍ମାନ୍ତର୍ ସାଧନା କରି ପରମାତ୍ମା ପ୍ରତ୍ୟକ୍ଷତା କରି ପାରି ନ ଥିଲେ । କିନ୍ତୁ ଜଣେ ଯଦି କିଛି ଦିନ ନିିୟମ ପୂର୍ବକ ଅଭ୍ୟାସ କରିବ, ଦେହଠାରୁ ଆତ୍ମାକୁ ଏକ ପୃଥକ ସା ବୋଲି ଅନୁଭବ କରି ପାରିବ । ଆତ୍ମା ଓ ପରମାତ୍ମା ଯଦି ଏକ ଓ ଅଭିନ୍ନ ତେବେ ଯେଉଁମାନେ ଅଭ୍ୟାସ ଦ୍ୱାରା ନିଜକୁ ଦେହଠାରୁ ଭିନ୍ନ ଏକ ସା ବୋଲି ଅନୁଭବ କରିପାରନ୍ତି ଅର୍ଥାତ ଯେଉଁମାନେ ଆତ୍ମ ସାକ୍ଷାତକାର କରିଛନ୍ତି ସେମାନଙ୍କୁ ପରମାତ୍ମା ପ୍ରାପ୍ତିର ଫଳ ମିଳିଯିବା କଥା । ଏହା ହେଉଥିଲେ ପରମାତ୍ମାଙ୍କୁ ଧରାବତରଣ କରି ସାକ୍ଷାତ ନିଜର ପରିଚୟ ନିଜେ ଦେବାକୁ ପଡନ୍ତା ନାହିଁ ।

ଗୀତା ପରମାତ୍ମାଙ୍କ ମୁଖନିଃସୃତ ବାଣୀ ବୋଲି ସର୍ବଜନ ସ୍ୱୀକୃତ । ତେଣୁ ତାଙ୍କ ଦ୍ୱାରା କଥିତ ପ୍ରତ୍ୟେକ ଶ୍ଳୋକ ପ୍ରଥମ ପୁରୁଷରେ ରଚିତ ହେବା କଥା । କିନ୍ତୁ ଏଠାରେ ଶ୍ଳୋକଦ୍ୱୟ ତୃତୀୟ ପୁରୁଷରେ ରଚିତ ହୋଇଛି । ""ପରମାତ୍ମେତି ଚାପୁ୍ୟକ୍ତୋ ''– ଅର୍ଥାତ "ପରମାତ୍ମା ବୋଲି କଥିତ ହୁଅନ୍ତି' ଏହି ଉକ୍ତିରୁ ସ୍ପଷ୍ଟ ହୁଏ ଯେ ଏହାର ବକ୍ତା ପରମାତ୍ମା ନୁହନ୍ତି । ଅନ୍ୟ କେହି ଜଣେ ତାଙ୍କ ବିଷୟରେ ବର୍ଣ୍ଣନା କରୁଛି । ପୂର୍ବରୁ ୧୯ଶ,୨୦ଶ ଓ ୨୧ଶ ଶ୍ଳୋକରେ ପ୍ରଥମ ପୁରୁଷର ବ୍ୟବହାର ହୋଇଥିଲା । ସେଥିରେ ପ୍ରକୃତି ଓ ପୁରୁଷର ବର୍ଣ୍ଣନା ପରମାତ୍ମା କରୁଥିଲେ । ତା'ପରେ ହଠାତ ୨୨ଶ ଓ ୨୩ଶ ଶ୍ଳୋକରେ ତୃତୀୟ ପୁରୁଷର ବ୍ୟବହାର ଅପ୍ରାସଙ୍ଗିକ ଓ ଉପସ୍ଥିତ ପ୍ରକରଣର କ୍ରମଭଙ୍ଗ ବୋଲି ମନେ ହୁଏ । ଗୀତାରେ ଅନେକ ସ୍ଥାନରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳେ । ଏଥିରୁ ଜଣାଯାଏ ଯେ ଉପନିଷଦର ସର୍ବବ୍ୟାପକ ସିଦ୍ଧାନ୍ତକୁ ପରବର୍ର୍ୀ ସମୟରେ ମୌଳିକ ଗୀତାରେ ସନ୍ନିବେଶ କରିବାର ପ୍ରୟାସ କରାଯାଇଛି । ଏଣୁ ଗୀତାର ମୌଳିକ ଜ୍ଞାନ ବୁଝିବାକୁ ହେଲେ ଏଥିରେ ଥିବା ଶ୍ଳୋକ ଗୁଡିକ ବେଦ ଉପନିଷଦ ଗ୍ରନ୍ଥ ସମୂହ ସନ୍ଦର୍ଭରେ ଅର୍ଥ କରିବା ଅନୁଚିତ । ପରମାତ୍ମା ମନୁଷ୍ୟକୃତ ବେଦ ଉପନିଷଦ ଆଦି ଧର୍ମ ଗ୍ରନ୍ଥର ବ୍ୟାଖ୍ୟା କରିବାକୁ ସୃଷ୍ଟିରେ ଅବତରଣ କରନ୍ତି ନାହିଁ । ସେ ଜ୍ଞାନର ସାଗର । ମଣିଷ ଯେତେ ବଡ ଯୋଗୀ, ଜ୍ଞାନୀ ବା ଭକ୍ତ ହେଲେ ମଧ୍ୟ ଭୁଲ କରିବାର ସମ୍ଭାବନା ଥାଏ । ମୁନିରପି ମତିଭ୍ରମ ।  ଞକ୍ଟ ରକ୍ସକ୍ସ ସଗ୍ଦ ଷଙ୍କଜ୍ଞବଦ୍ଭ ମଣିଷକୃତ ଶାସ୍ତ୍ରୀୟ ପ୍ରମାଣ ଆଧାରରେ ଗୀତା ଜ୍ଞାନ ବୁଝିବା ସମ୍ଭବ ନୁହେଁ । ତେଣୁ ଯଥାର୍ଥରେ କୁହାଯାଇଛି,""ଗୀତା ସୁଗୀତା କର୍ବ୍ୟଂ କିମନୈ ଶାସ୍ତ୍ର ବିସ୍ତରୈଃ'' ।ା୨୨-୨୩ ।ା

ଆତ୍ମଜ୍ଞାନର ମାର୍ଗ

ଧ୍ୟାନେନାତ୍ମନି ପଶ୍ୟନ୍ତି କେଚିଦାତ୍ମାନମାତ୍ମନା ।

ଅନ୍ୟେ ସାଂଖ୍ୟେନ ଯୋଗେନ କର୍ମଯୋଗେନ ଚାପରେ ।ା୨୪ାା

ଅନ୍ୟେତ୍ୱେବମଜାନନ୍ତଃ ଶ୍ରୁତ୍ୱାନ୍ୟେଭ୍ୟ ଉପାସତେ ।

ତେଽପି ଚାତିତରନ୍ତ୍ୟେବ ମୃତୁ୍ୟଂ ଶ୍ରୁତି ପରାୟଣାଃ ।ା୨୫ାା

ଅର୍ଥ : କେତେକ ମନୁଷ୍ୟ ଧ୍ୟାନ ମାର୍ଗ ଦ୍ୱାରା, କେହି କେହି ଜ୍ଞାନ ମାର୍ଗ (ସାଂଖ୍ୟ) ଦ୍ୱାରା ଏବଂ ଅନ୍ୟ କେହି କେହି କର୍ମଯୋଗ ଦ୍ୱାରା ନିଜକୁ ନିଜେ ଆତ୍ମା ରୂପରେ ଦର୍ଶନ କରନ୍ତି ।ା୨୪ାା ଅଧିକନ୍ତୁ କେହି କେହି ଏହି ସମସ୍ତ ଯୋଗର ମାର୍ଗ ନ ଜାଣି ଅନ୍ୟମାନଙ୍କଠାରୁ  ପରମାତ୍ମାଙ୍କ ବିଷୟରେ ଶ୍ରବଣ କରି ଉପାସନା କରନ୍ତି ।  ସେହି ଶ୍ରବଣ ପରାୟଣ ମନୁଷ୍ୟ ମଧ୍ୟ ମୃତୁ୍ୟକୁ ଅତିକ୍ରମ କରି ପାରନ୍ତି ।ା୨୫ାା

ବ୍ୟାଖ୍ୟା : ଆତ୍ମାନୁଭୂତିହିଁ ପରମାତ୍ମା ପ୍ରତ୍ୟକ୍ଷତା ପଥ ପ୍ରଶସ୍ତ କରେ । ଆତ୍ମାନୁଭୂତି ବ୍ୟତୀତ ପରମାତ୍ମା ସାକ୍ଷାତକାର ସମ୍ଭବ ନୁହେଁ । ପରମାତ୍ମା ଅଶରୀରୀ ଅଟନ୍ତି । ମଣିଷ ଦେହାଭିମାନରୁ ସମ୍ପୂର୍ଣ୍ଣ ମୁକ୍ତ ନ ହେବା ପର୍ଯ୍ୟନ୍ତ ଅଶରୀରୀ ପରମାତ୍ମାଙ୍କ ଅନୁଭବ କରି ପାରେ ନାହିଁ । ତେଣୁ ରାଜଯୋଗର ପ୍ରଥମ ଚରଣରେ  ଆତ୍ମିକ ସ୍ଥିତି ଅନୁଭବର ଅଭ୍ୟାସ କରାଯାଏ । ଦେହଠାରୁ ଆତ୍ମାକୁ ଏକ ପୃଥକ ଚୈତନ୍ୟ ସା ଜାଣିବା ହେଉଛି ସାଂଖ୍ୟ ଯୋଗ । ଧ୍ୟାନ ଯୋଗରେ ମନ ଓ ବୁଦ୍ଧିକୁ ଏକାଗ୍ର କରି ପରମାତ୍ମାଙ୍କଠାରେ ନିବେଶ କରାଯାଏ । ଦେହ ତଥା ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ ଏବଂ ବୈଭବରୁ ପୃଥକ ହୋଇ ଯେତେବେଳେ ମନ ଓ ବୁଦ୍ଧି ଅଶରୀରୀ ପରମାତ୍ମାଙ୍କ ସହିତ ଏକ ହୋଇଯାଏ ସେତେବେଳେ ସ୍ୱତଃ ଆତ୍ମିକ ସ୍ଥିତି ଆସିଥାଏ । କର୍ମଯୋଗରେ କୌଣସି ଫଳପ୍ରାପ୍ତି ପାଇଁ କାମନା ନ ରଖି ନିମି ଭାବରେ କେବଳ ପରମାତ୍ମାଙ୍କ ଉଦ୍ଧେଶ୍ୟରେ କର୍ମ କରାଯାଏ । ଯାହାର ଅନ୍ତକରଣରେ ଅନନ୍ୟ ଈଶ୍ୱରୀୟ ପ୍ରେମ ଉପôନ୍ନ ହୁଏ ନାହିଁ ସେ କର୍ମ ଯୋଗେର ସଫଳ ହୋଇପାରେ ନାହିଁ । କର୍ମଯୋଗୀ ଜାତି ବର୍ଣ୍ଣ ନିର୍ବିଶେଷରେ ମାନବାତ୍ମାମାନଙ୍କୁ ପରମାତ୍ମାଙ୍କ ସନ୍ତାନ ଭାବି ଭ୍ରାତ୍ରୁବତ୍ ଆଚରଣ କରନ୍ତି । ତାଙ୍କ  ପାଇଁ ଶତ୍ରୁ ଓ ମିତ୍ର ଉଭୟେ ସମାନ । ସାଂଖ୍ୟ, ଧ୍ୟାନ ଓ କର୍ମଯୋଗ ବ୍ୟକ୍ତିର ଶ୍ରଦ୍ଧା, ବିଶ୍ୱାସ, ରୁଚି ଓ ଯୋଗ୍ୟତା ଅନୁସାରେ ସାଧନାର ଭିନ୍ନ ଭିନ୍ନ ଉପାୟ ବୋଲି ମନେ ହେଉଥିଲେ ମଧ୍ୟ ରାଜଯୋଗରେ ସେଗୁଡିକର ସମନ୍ୱୟ ଦେଖାଯାଏ । ସାଂଖ୍ୟ ଯୋଗ ଜ୍ଞାନ ପ୍ରଧାନ; ଧ୍ୟାନ ଯୋଗ ଭକ୍ତି ପ୍ରଧାନ ଓ କର୍ମଯୋଗ କର୍ମ ପ୍ରଧାନ ହେଲେ ମଧ୍ୟ ପ୍ରତ୍ୟେକ ସାଧନାର ପରିଣାମ ପରମାତ୍ମାନୁଭୂତି । ରାଜଯୋଗରେ ଜ୍ଞାନ, ଭକ୍ତି ଓ କର୍ମର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ । ଜ୍ଞାନ ବିନା ଭକ୍ତି ଅନ୍ଧ । ଜ୍ଞାନ ଓ ଭକ୍ତିର ସମନ୍ୱୟ ବିନା ଯୋଗରେ ସିଦ୍ଧି ପ୍ରାପ୍ତି ସମ୍ଭବ ନୁହେଁ । ପ୍ରକୃତିବଶତଃ ମଣିଷ କର୍ମ  ନକରି ରହି ପାରିବ ନାହିଁ । ଦେହାଭିମାନ ବଶତଃ କରାଯାଉଥିବା କର୍ମର ପରିଣାମ ଦୁଃଖଦାୟୀ ଓ ସଦ୍ଗତି ପାଇଁ ବାଧକ ହୁଏ । ଜ୍ଞାନ ଓ ଭକ୍ତି ସହିତ ଯେଉଁ କର୍ମ କରାଯାଏ ସେଥିରେ କର୍ମ ବନ୍ଧନ ନଥିବାରୁ ପୁଣ୍ୟ ପ୍ରଦାୟକ  । ରାଜଯୋଗ ଏପରି ଏକ ସହଜ ଓ ସରଳ ମାର୍ଗ ଯାହା ଦ୍ୱାରା ସାଂଖ୍ୟ ଯୋଗ, ଧ୍ୟାନ ଯୋଗ ବା କର୍ମଯୋଗ ବିଷୟରେ ବିଶେଷ ଜ୍ଞାନ ନ ଥାଇ ମଧ୍ୟ ଜଣେ ସାଧାରଣ ବ୍ୟକ୍ତି କୌଣସି ଅନୁଭବୀ ବ୍ୟକ୍ତିଠାରୁ ଏହାର ସାଧନା କୌଶଳ ଶ୍ରବଣ କରି ଶ୍ରଦ୍ଧାପୂର୍ବକ ତାହାର ଅନୁସରଣ କଲେ ଅବଶ୍ୟ ପରମାତ୍ମାନୁଭୂତି ଲାଭ କରି ପାରିବ ।ା୨୪-୨୫ାା

କ୍ଷେତ୍ର କ୍ଷେତ୍ରଜ୍ଞ ସଂଯୋଗରୁ ସ୍ଥାବର ଓ ଜଙ୍ଗମର ସୃଷ୍ଟି

ଯାବତ ସଂଜାୟତେ କିିତସ୍ୱଂ ସ୍ଥାବରଜଙ୍ଗମମ୍  ।

କ୍ଷେତ୍ରକ୍ଷେତ୍ରଜ୍ଞ ସଂଯୋଗାଦ୍ବିଦ୍ଧି ଭରତର୍ଷଭମ୍ ।ା୨୬ାା

ଅର୍ଥ : ହେ ଭରତର୍ଷଭ ! ଯାହା କିଛି ସ୍ଥାବର ଓ ଜଙ୍ଗମ ପଦାର୍ଥ ଉପôନ୍ନ ହୁଏ ତାହା କ୍ଷେତ୍ର ଓ କ୍ଷେତ୍ରଜ୍ଞର ମିଳନରୁ ହୋଇଥାଏ ବୋଲି ଜାଣ ।ା୨୬ାା

ବ୍ୟାଖ୍ୟା : କ୍ଷେତ୍ର ଓ କ୍ଷେତ୍ରଜ୍ଞ ମିଳନରୁ ସମସ୍ତ ସ୍ଥାବର ଓ ଜଙ୍ଗମ ପ୍ରାଣୀ ସମୁଦାୟର ସୃଷ୍ଟି । ଏହି ଅଧ୍ୟାୟର ପମ ଶ୍ଳୋକରେ ଯେଉଁ ୨୪ ତ୍ୱର ସମୁଦାୟକୁ କ୍ଷେତ୍ରର ସ୍ୱରୂପ ବୋଲି କୁହାଯାଇଛି ତାହା ଏଠାରେ "କ୍ଷେତ୍ର' ପଦବାଚ୍ୟ । ତାକୁ ଯିଏ ଜାଣିଛି ସିଏ "କ୍ଷେତ୍ରଜ୍ଞ' । ସପ୍ତମ ଅଧ୍ୟାୟର ପମ ଶ୍ଳୋକରେ ଯେଉଁ ଚେତନ ତ୍ୱ ପରା ପ୍ରକୃତିର ବର୍ଣ୍ଣନା କରାଯାଇଛି ତାହା ଏଠାରେ "କ୍ଷେତ୍ରଜ୍ଞ'ପଦବାଚ୍ୟ । "କ୍ଷେତ୍ର' ହେଉଛି  ଉପôି ଓ ବିନାଶଶୀଳ ପଦାର୍ଥ । କ୍ଷେତ୍ରଜ୍ଞ ହେଉଛି ଉପôି ଓ ବିନାଶ ରହିତ । କ୍ଷେତ୍ରଜ୍ଞ ଯେତେବେଳେ କ୍ଷେତ୍ର ସହିତ ସଂଯୋଗ ସ୍ଥାପନ କରେ ସେତେବେଳେ ସ୍ଥାବର ଜଙ୍ଗମାଦି ଭୂତ ସମୂହର ସୃଷ୍ଟି ହୁଏ । ଅନ୍ୟ ଅର୍ଥରେ ଜୀବ ସହିତ ଆତ୍ମାର ସଂଯୋଗ ହେଲେ ଜନ୍ମ ଲାଭ ହୁଏ ଓ ବିୟୋଗ ହେଲେ ମୃତୁ୍ୟ ହୁଏ । ବାରମ୍ବାର ଜନ୍ମ ଓ ମୃତୁ୍ୟ ଚକ୍ରରେ ଆସି ଦେହ ସହିତ ତାଦାତ୍ମ୍ୟ ଭାବ ରଖୁଥିବାରୁ ଜୀବାତ୍ମା ନିଜକୁ ଭୁଲି ଯାଏ ଓ ନିଜକୁ ଜନ୍ମ ମରଣଶୀଳ ମନେ କରେ । ।ା୨୬ାା

ଯଥାର୍ଥ ଦୃଷ୍ଟି

ସମଂ ସର୍ବେଷୁ ଭୂତେଷୁ ତିଷ୍ଠନ୍ତଂ ପରମେଶ୍ୱରମ୍ ।

ବିନଶ୍ୟତ୍ସ୍ୱବିନଶ୍ୟନ୍ତଂ ଯଃ ପଶ୍ୟତି ସ ପଶ୍ୟତି ।ା୨୭ାା

ସମଂ ପଶ୍ୟନ୍ ହି ସର୍ବତ୍ର ସମବସ୍ଥିତମୀଶ୍ୱରମ୍ ।

ନ ହିନସ୍ତ୍ୟାତ୍ମନାତ୍ମାନଂ ତତୋ ଯାତି ପରାଂ ଗତିମ୍ ।ା୨୮ାା

ପ୍ରକୃତୈ୍ୟବ ଚ କର୍ମାଣି କ୍ରିୟମାଣାନି ସର୍ବଶଃ  ।

ଯଃ ପଶ୍ୟତି ତଥାତ୍ମାନମକର୍ାରଂ ସ ପଶ୍ୟତି ।ା୨୯ାା

ଯଦା ଭୂତପୃଥଗ୍ଭାବମେକସ୍ଥମନୁ ପଶ୍ୟତି ।

ତତ ଏବ ଚ ବିସ୍ତାରଂ ବ୍ରହ୍ମ ସମ୍ପଦ୍ୟତେ ତଦା ।ା୩୦ାା

ଅର୍ଥ : ଯିଏ ବିନାଶଶୀଳ ପ୍ରାଣୀମାନଙ୍କଠାରେ ପରମାତ୍ମାଙ୍କୁ ସମଭାବାପନ୍ନ ଓ ବିନାଶ ରହିତ ଦେଖେ ସେ ବାସ୍ତବରେ ଠିକ ଦେଖେ ।ା୨୭ାା କାରଣ ସମସ୍ତ  ପ୍ରାଣୀଠାରେ ପରମାତ୍ମାଙ୍କୁ ସମଭାବାପନ୍ନ ବୋଲି ଦେଖୁଥିବା ବ୍ୟକ୍ତି ନିଜ ଦ୍ୱରା ନିଜର ହିଂସା କରେ ନାହିଁ; ତେଣୁ ସେ ପରମ ଗତି ପ୍ରାପ୍ତ ହୁଏ ।ା୨୮ାା ପ୍ରକୃତି ଦ୍ୱାରା ସମସ୍ତ କର୍ମ ସମ୍ପାଦିତ ହେଉଥିବା ଯିଏ ଦେଖେ ଏବଂ ନିଜକୁ ଅକର୍ା ବା ସାକ୍ଷୀ ରୂପରେ ଦେଖେ, ସେ ଯଥାର୍ଥ ଦେଖେ ।ା୨୯ାା ଯେତେବେଳେ ସେ ଭୂତ ସମୂହର ପୃଥକ ଭାବ ଏକତ୍ର ଅବସ୍ଥିତ ଦେଖନ୍ତି ଏବଂ ତାଠାରୁ ବିସ୍ତାର ଦର୍ଶନ କରନ୍ତି ସେତେବେଳେ ସେ ବ୍ରହ୍ମଙ୍କୁ ପ୍ରାପ୍ତ ହୁଅନ୍ତି ।ା ୩୦ାା

ବ୍ୟାଖ୍ୟା : ଶରୀର ବିନାଶଶୀଳ । ଆତ୍ମା ଅବିନାଶୀ । ସଚରାଚର ପ୍ରାଣୀମାନଙ୍କ ଶରୀରରେ ବିଭିନ୍ନତା ଥିଲେ ମଧ୍ୟ ସେମାନଙ୍କୁ ଚୈତନ୍ୟତା ପ୍ରଦାନକାରୀ ଆତ୍ମାମାନେ ସ୍ୱଭାବତଃ ସମାନ ଗୁଣ ସମ୍ପନ୍ନ । ସମସ୍ତ ଆତ୍ମାଙ୍କର ପରମପିତା ରୂପେ ପରମାତ୍ମା ପ୍ରତ୍ୟେକଙ୍କୁ ସମାନ ଭାବରେ ଦେଖନ୍ତି । ଜୀବାତ୍ମା ସ୍ୱୀୟ କର୍ମ ଆଧାରରେ କେତେବେଳେ ଧର୍ମାତ୍ମା ହୁଏ ତ କେତେବେଳେ ପାପାତ୍ମା ହୁଏ । କର୍ମର ଫଳ ଭୋଗ କରିବାକୁ ତାକୁ ବାରମ୍ବାର ଜନ୍ମ ମରଣ ଚକ୍ରରେ ଆସିବାକୁ ପଡେ । କିନ୍ତୁ ପରମାତ୍ମା ଅବିନାଶୀ  ଓ ବିନାଶୀ ପ୍ରାଣୀମାନଙ୍କଠାରେ ମଧ୍ୟ ନିତ୍ୟ ନିରନ୍ତର ସମଭାବାପନ୍ନ ରହନ୍ତି । ଦେହ ସର୍ବସ୍ୱ ମାନବ ପରମାତ୍ମାଙ୍କୁ ଶାରୀରିକ ଦୃଷ୍ଟିରେ ଭିନ୍ନ ଭିନ୍ନ ନାମ ରୂପରେ ପରିକଳ୍ପନା କରେ । ଯିଏ ନିଜ ମଧ୍ୟରେ ସ୍ଥିତ ଆତ୍ମାକୁ ଅନୁଭବ କରିପାରି ନାହିଁ ସିଏ ଆତ୍ମାର ପିତା ପରମାତ୍ମାଙ୍କୁ କିପରି ଜାଣିବ ? ତେଣୁ ଏହି ଅଧ୍ୟାୟର ଦ୍ୱିତୀୟ ଶ୍ଳୋକରେ ପରମାତ୍ମା କ୍ଷେତ୍ର ଓ କ୍ଷେତ୍ରଜ୍ଞ ବିଷୟକ ଜ୍ଞାନକୁ  ନିଜ ମତରେ ଯଥାର୍ଥ ଜ୍ଞାନ ବୋଲି କହିଥିଲେ । ସେହି ଅନୁସାରେ ଯିଏ ବିନାଶଶୀଳ ପ୍ରାଣୀମାନଙ୍କଠାରେ ପରମାତ୍ମାଙ୍କୁ ସମଭାବାପନ୍ନ ଓ ବିନାଶ ରହିତ ଦେଖେ ତାଙ୍କର ଦୃଷ୍ଟି ଯଥାର୍ଥ । ଏଠାରେ ଦୃଷ୍ଟି ଶବ୍ଦ ଜ୍ଞାନର ପର୍ଯ୍ୟାୟବାଚୀ ହିସାବରେ ବ୍ୟବହୃତ । ସମମ୍ "ତିଷ୍ଠନ୍ତମ୍'ର ଆକ୍ଷରିକ ଅର୍ଥ "ସମାନ ଭାବରେ ବିଦ୍ୟମାନ' । କିନ୍ତୁ ପୂର୍ବରୁ ପରମାତ୍ମାଙ୍କୁ ଏକ ଦେଶୀୟ ବୋଲି ପ୍ରମାଣ କରାଯାଇ ସାରିଛି । ତେଣୁ ଏଠାରେ "ସମମ୍  ତିଷ୍ଠନ୍ତମ'ର ଆକ୍ଷରିକ ଅର୍ଥ ପରିବେର୍ ଭାବାର୍ଥ କରାଯାଇଛି । ପରମାତ୍ମାଙ୍କ କାହାରି ପ୍ରତି ରାଗ ଦ୍ୱେଷ ନ ଥିବାରୁ ତାଙ୍କୁ ""ସମସ୍ତଙ୍କଠାରେ ସମଭାବାପନ୍ନ'' କହିବା ଯୁକ୍ତିଯୁକ୍ତ ମନେ ହୁଏ । ପରମାତ୍ମାଙ୍କୁ ସର୍ବତ୍ର ଦର୍ଶନ କରିବା ଅନନ୍ୟ ଭକ୍ତିର ଭାବାତ୍ମକ ଆଭାସ ମାତ୍ର । କେବଳ ଦର୍ଶନେନ୍ଦ୍ରିୟ ଦ୍ୱାରା ଦୃଷ୍ଟି ହୁଏ ନାହିଁ । ଚକ୍ଷୁ ଦ୍ୱାରା କେବଳ ଭୌତିକ ପଦାର୍ଥ ସମୂହକୁ ଦେଖି ହୁଏ । ପରମାତ୍ମା ଦର୍ଶନେନ୍ଦ୍ରିୟର ବିଷୟ ନୁହନ୍ତି  । ସେ ଜ୍ଞାନ ଚକ୍ଷୁ ଦ୍ୱାରା ପ୍ରତିଭାତ ହୁଅନ୍ତି । ଯିଏ ସଦା ସର୍ବଦା ନିଜ ମନ ମନ୍ଦିରରେ ପରମାତ୍ମାଙ୍କୁ ଅଧିଷ୍ଠିତ କରି ଅନନ୍ୟ ଭାବରେ ତାଙ୍କୁ ସ୍ମରଣ କରୁଥାଏ ତାକୁ ସ୍ଥୂଳ ପଦାର୍ଥ ସମୂହ କିପରି ଦର୍ଶନ ହେବ ? ତା'ର ମନୋଜଗତରେ ପରମାତ୍ମା ସର୍ବତ୍ର ସମାନ ଭାବରେ ଅବସ୍ଥିତ ଥାଆନ୍ତି । ସେଠାରେ କୌଣସି ବିଷମତା ନ ଥାଏ ।ା୨୭ାା

ସମସ୍ତ ଜୀବାତ୍ମାଙ୍କର ପରମ ପିତା ହିସାବରେ ପରମାତ୍ମା ସମାନ ଭାବରେ ସମସ୍ତଙ୍କ କଲ୍ୟାଣ ଚାହାନ୍ତି । ମନୁଷ୍ୟତ୍ମାମାନେ ନିଜ ନିଜ କର୍ମ ଆଧାରରେ ସୁଖ ଦୁଃଖ ଭୋଗ କରନ୍ତି । ଏଥିରେ ପରମାତ୍ମା କୌଣସି ହସ୍ତକ୍ଷେପ କରନ୍ତି ନାହିଁ । କିପରି କର୍ମ କଲେ ମନୁଷ୍ୟର ସର୍ବାଙ୍ଗୀନ କଲ୍ୟାଣ ହେବ କେବଳ ତା'ର ମାର୍ଗ ସେ ଦେଖାଇ ଦିଅନ୍ତି । ଏହା ହେଉଛି ଜ୍ଞାନ । ଯିଏ ନିଷ୍ଠାପୂର୍ବକ ଏହି ଜ୍ଞାନ ମାର୍ଗରେ ପରିଚାଳିତ ହୁଏ ତା'ର  କଲ୍ୟାଣ ହୁଏ; ଅନ୍ୟଥା ତାର ଅନିଷ୍ଠ ହୁଏ । ଏହି ଇଷ୍ଟାନିଷ୍ଟ ପ୍ରାପ୍ତିରେ ପରମାତ୍ମାଙ୍କ କୌଣସି ଭୂମିକା ନାହିଁ । ଏହା ଜାଣି ଯିଏ ନିଜର କର୍ମର ଧାରାକୁ ଈଶ୍ୱରାଜ୍ଞାନୁସାରେ ପରିଚାଳିତ କରେ ସେ ନିଜ ଦ୍ୱାରା ନିଜର ହିଂସା କରେ ନାହିଁ । ଅନ୍ୟ ଅର୍ଥରେ କହିଲେ ସେ ନିଜକୁ  ଅଧଃପତନରୁ ରକ୍ଷା କରେ । ପରମାତ୍ମାଙ୍କୁ ଯଥାର୍ଥ ସ୍ୱରୂପରେ ଜାଣିଥିବାରୁ ତାଙ୍କୁ ଶ୍ରେଷ୍ଠ ଗତି ବା ପଦ ପ୍ରାପ୍ତ ହୁଏ । ତତୋ ଯାତି ପରାଂ ଗତି ।ା୨୮ାା

ଆତ୍ମା ମୂଳତଃ ନିର୍ବିକାର, ଶୁଦ୍ଧ, ନିତ୍ୟ ଓ ମୁକ୍ତ ଅଟେ । ପ୍ରକୃତି ସହିତ ତା'ର ତାଦାତ୍ମ ନାହିଁ । କିନ୍ତୁ କର୍ମ କରିବା ପାଇଁ ଆତ୍ମାକୁ ପ୍ରକୃତିରୁ ସୃଷ୍ଟ ଶରୀର ଧାରଣ କରିବାକୁ ପଡେ । ବାରମ୍ବାର ଶରୀରରେ ଆତଜାତ ହେତୁ ପ୍ରକୃତି ତା'ର ମୂଳ ଗୁୁଣ ଭୁଲି ଯାଏ  ଓ ନିଜକୁ ଶରୀର ସହିତ ତାଦାତ୍ମ୍ୟ କରିଦିଏ । ଶରୀରର କ୍ଷୟ ବୃଦ୍ଧି, ହାନିଲାଭ, ରୋଗବ୍ୟାଧିକୁ ନିଜର ମନେ କରେ ଏବଂ ତଦନୁସାରେ ସୁଖୀ ବା ଦୁଃଖୀ ହୁଏ । ପ୍ରକୃତିର ସମ୍ପର୍କରେ ଆସୁଥିବା ପ୍ରତ୍ୟେକ ବିଷୟ ବା ପଦାର୍ଥ ସ୍ୱ, ରଜ ଓ ତମ – ତିନି ଅବସ୍ଥା  ଦେଇ ଗତି କରେ । କଳ୍ପ ଆରମ୍ଭରେ ଆତ୍ମା ଯେତେବେଳେ ଏ ସୃଷ୍ଟିରେ ଶରୀର ଧାରଣ ପୂର୍ବକ ପ୍ରଥମ ଜନ୍ମ ନେଲା ସେତେବେଳେ ସେ ସ୍ୱ ପ୍ରଧାନ ଥିଲା । ଜନ୍ମ ହେଲେ ମୃତୁ୍ୟ ସୁନିଶ୍ଚିତ । ଜାତସ୍ୟହି ଧୃର୍ବୋମୃତୁ୍ୟ । “ମର୍୍ୟମଣ୍ଡଳେ ଦେହ ବହି ଦେବତା ହେଲେ ହେଁ ମରଇ ।” ବାରମ୍ବାର ଆବାଗମନ ଚକ୍ରରେ ଆସିବା ଦ୍ୱାରା ସ୍ୱପ୍ରଧାନ ଆତ୍ମା କ୍ରମଶଃ ସ୍ୱ, ରଜ ଓ ତମ ଅବସ୍ଥା ଦେଇ ଗତି କରେ । ବର୍ମାନ କଳୀଯୁଗୀ ଆତ୍ମା  ତମୋପ୍ରଧାନ ଅବସ୍ଥାରେ ଉପନୀତ । ସତ୍ୟଯୁଗରେ ଆତ୍ମା ସ୍ୱ ପ୍ରଧାନ, ତ୍ରେତାଯୁଗରେ ସ୍ୱ ସାମାନ୍ୟ, ଦ୍ୱାପର ଯୁଗରେ ରଜ ପ୍ରଧାନ, କଳିଯୁଗର ପୂର୍ବାର୍ଦ୍ଧ ତମ ସାମାନ୍ୟ ଓ ଶେଷାର୍ଦ୍ଧରେ ତମ ପ୍ରଧାନ  ଅବସ୍ଥା ପ୍ରାପ୍ତ ହୁଏ । ଆତ୍ମା ତମ ପ୍ରଧାନ ଅବସ୍ଥା ପ୍ରାପ୍ତ ହେଲେ ତାକୁ ସ୍ୱ ପ୍ରଧାନ କରିବା ପାଇଁ ପରମାତ୍ମାଙ୍କୁ ସୃଷ୍ଟିରେ ଅବତରଣ କରିବାକୁ ପଡେ । କାରଣ ପତିତ ଆତ୍ମାଙ୍କୁ କେବଳ ପରମାତ୍ମା ପାବନ କରି ପାରନ୍ତି । ଏହି କାର୍ଯ୍ୟ କୌଣସି ଦେବାତ୍ମା, ମହାତ୍ମା, ପୂଣ୍ୟାତ୍ମା, ଧର୍ମାତ୍ମାଙ୍କ ଦ୍ୱାରା ସମ୍ଭବ ନୁହେଁ । ତେଣୁ ପରମାତ୍ମାଙ୍କୁ ପତିତପାବନ କୁହାଯାଏ । ଯେତେବେଳେ ଆତ୍ମା ସମସ୍ତ ପୂର୍ବାଗ୍ରହରୁ ମୁକ୍ତ ହୋଇ ସ୍ୱୟଂକୁ ପ୍ରକୃତି ବା ଦେହଠାରୁ ଭିନ୍ନ ମନେ କରେ ସେତେବେଳେ ତା'ର କର୍ମର ଧାରା ବଦଳି ଯାଏ । ସେ ଅନୁଭବ କରେ ଯେ ସମସ୍ତ କର୍ମ ସର୍ବୋତଭାବେ ପ୍ରକୃତିଦ୍ୱାରା ସାଧିତ ହେଉଛି । ପ୍ରକୃତି ସହିତ ତା'ର କୌଣସି ସମ୍ବନ୍ଧ ନାହିଁ । ନିଦ୍ରିତ ମନୁଷ୍ୟର ଆତ୍ମା ନିଦ୍ରାର କର୍ା ନୁହେଁ । ପ୍ରକୃତି ନିଦ୍ରାର କର୍ମ କରେ । ପ୍ରକୃତି ସହିତ ସମ୍ବନ୍ଧ ବିଚ୍ଛେଦ ହେବା ଦ୍ୱାରା ଆତ୍ମାର କର୍ୃତ୍ୱାଭିମାନ ନଷ୍ଟ ହୋଇଯାଏ । ଏହିପରି ନିରହଙ୍କାରୀ ବ୍ୟକ୍ତିର ଦୃଷ୍ଟି (ଜ୍ଞାନ) ଯଥାର୍ଥ ହୋଇଥାଏ ।ା୨୯ାା

ଚୈତନ୍ୟ ଏକ ଶକ୍ତି । ଚୈତନ୍ୟ ଶକ୍ତି ସୂକ୍ଷ୍ମ ଭାବରେ ପ୍ରକୃତିରେ କାର୍ଯ୍ୟ କରୁଥିବାରୁ ସ୍ୱତଃସ୍ଫୁର୍ ଭାବରେ ମନୁଷ୍ୟାଦି ସମସ୍ତ ପ୍ରାଣୀଙ୍କର ଶରୀର ନିର୍ମାଣ ହୁଏ । । ପ୍ର୍ରକୃତିର ଏହି ଶକ୍ତି ଯୋଗୁଁ ହିଁ ଶରୀରରେ ଆତ୍ମାର ସଂଯୋଗ ହେଲେ ତାହା ଚଳପ୍ରଚଳ ଓ କାର୍ଯକ୍ଷମ ହୋଇଥାଏ । ଆତ୍ମାର ବିୟୋଗରେ ସେହି ଶରୀର ପୁନଶ୍ଚ ପ୍ରକୃତିରେ ବିଲୀନ ହୋଇଯାଏ । ଏହି ଚେତନ ଶକ୍ତି ହେତୁୁ ଶରୀର ଶୈଶବାବସ୍ଥାରୁ କ୍ରମଶଃ ଜରାବସ୍ଥାରେ ଉପନୀତ ହୁଏ । ପ୍ରକୃତିଜାତ ପ୍ରତ୍ୟେକ ବିଷୟ ବା ପଦାର୍ଥ ପରିବର୍ନଶୀଳ । ସେଥିପାଇଁ ସେଗୁଡିକୁ ବିନାଶୀ ବୋଲି କୁହାଯାଏ । କିନ୍ତୁ ମୌଳିକ ସ୍ୱରୂପରେ କୌଣସି ବସ୍ତୁ ବା ପଦାର୍ଥର ବିନାଶ ହୁଏ ନାହିଁ । ତାହା କେବଳ ଗୋଟିଏ ଆକୃତିରୁ ଅନ୍ୟ ଏକ ଆକୃତିକୁ ପରିବର୍ନ  ହୁଏ । ଶରୀର ପଭୂତରେ ନିର୍ମିତ । ମୃତୁ୍ୟ ପରେ  ନଷ୍ଟ ହୋଇଯାଏ ସତ; କିନ୍ତୁ ଯେଉଁ ପାଟି ମୌଳିକ ଉପାଦାନରେ ତାହା ନିର୍ମିତ ହୋଇଥିଲା ସେଗୁଡିକର ଅସ୍ତିତ୍ୱ ଯଥାବତ୍ ରହେ । ସେହି ତ୍ୱ ପୁନଶ୍ଚ କୌଣସି ଏକ ମାତୃଗର୍ଭ ପାଇଁ ଶରୀର ସଂରଚନା କରେ ଭିନ୍ନ ନାମ ରୂପରେ । ଏହି ଦୃଷ୍ଟିରୁ ଆତ୍ମା ଓ ପରମାତ୍ମାଙ୍କ ପରି ମୂଳ ପ୍ରକୃତି ମଧ୍ୟ ଅବିନାଶୀ ଅଟେ । ଚେତନତା ଏକ ଶକ୍ତି । ଏହି ଶକ୍ତି ଦ୍ୱାରା ପ୍ରକୃତି ତା'ର କାର୍ଯ୍ୟ କରିବାକୁ ସକ୍ଷମ ହୁଏ । ଶକ୍ତିର କେବେ ବିନାଶ ହୁଏ ନାହିଁ । ଯେଉଁ  ବ୍ୟକ୍ତି ନିଜ ମଧ୍ୟରେ ଥିବା ଚୈତନ୍ୟ ଶକ୍ତିକୁ ପୃଥକ ଭାବରେ ଅନୁଭବ କରିପାରେ ତା'ପାଇଁ ପରମାତ୍ମା ପ୍ରାପ୍ତିର ପଥ ଉନ୍ମୁକ୍ତ ହୋଇଯାଏ । ଏହି ଅବସ୍ଥାରେ ଦେହ ସହିତ କୌଣସି ସମ୍ବନ୍ଧ ରହୁ ନଥିବାରୁ ପ୍ରକୃତିର ବିକୃତି ତାଙ୍କୁ ସ୍ପର୍ଶ କରି ପାରେ ନାହିଁ  ଓ ତାଙ୍କ ମନ ପରମାତ୍ମା ସ୍ମୃତିରେ ସର୍ବଦା ତଲ୍ଲୀନ ରହେ ।ା ୩୦ ।ା

ଆତ୍ମା ଓ ପରମାତ୍ମାଙ୍କ ସ୍ୱରୂପ

ଅନାଦିତ୍ୱାନ୍ନିର୍ଗୁଣତ୍ୱାତ୍ ପରମାତ୍ମାୟମବ୍ୟୟଃ ।

ଶରୀରସ୍ଥୋଽପି କୌନ୍ତେୟ ! ନ କରୋତି ନ ଲିପ୍ୟତେ ।ା୩୧ାାା

ଯଥା ସର୍ବଗତଂ ସୌକ୍ଷ୍ମ୍ୟାଦାକାଶଂ ନୋପଲିପ୍ୟତେ ।

ସର୍ବତ୍ରାବସ୍ଥିତୋ ଦେହେ ତଥାତ୍ମା ନୋପଲିପ୍ୟତେ ।ା୩୨ାା

ଯଥା ପ୍ରକାଶୟତ୍ୟେକଃ କୃତ୍ସ୍ନଂ ଲୋକମିମଂ ରବିଃ । 

କ୍ଷେତ୍ରଂ କ୍ଷେତ୍ରୀ ତଥା କୃତ୍ସ୍ନଂ ପ୍ରକାଶୟତି ଭାରତ ।ା୩୩ାା

ଅର୍ଥ : ହେ କୌନ୍ତେୟ! ଏହି ଅବିନାଶୀ ପରମାତ୍ମା ଅନାଦି ଏବଂ ନିର୍ଗୁଣ ହୋଇଥିବାରୁ ଶରୀରରେ ଅବତରିତ ହୋଇ ମଧ୍ୟ କିଛି କରେ ନାହିଁ କି କୌଣସିଥିରେ ଲିପ୍ତ ହୁଏ ନାହିଁ ।ା୩୧ାା ଯେପରି ସର୍ବତ୍ର ବ୍ୟାପକ ଥିବା ଆକାଶ ଅତ୍ୟନ୍ତ ସୂକ୍ଷ୍ମତା ହେତୁ କେଉଁଠାରେ ଲିପ୍ତ ହୁଏ ନାହିଁ ସେହିପରି ଶରୀରରେ ଥାଇ ମଧ୍ୟ ଆତ୍ମା ଲିପ୍ତ ହୁଏ ନାହିଁ ।ା୩୨ାା  ହେ ଭାରତ ! ଯେପରି ଏକ ସୂର୍ଯ୍ୟ ସମସ୍ତ ପୃଥିବୀକୁ ଆଲୋକିତ କରେ ସେହିପରି କ୍ଷେତ୍ରୀ ସମଗ୍ର କ୍ଷେତ୍ରକୁ ପ୍ରକାଶିତ କରେ ।ା୩୩ାା

ବ୍ୟାଖ୍ୟା : ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ପିତା ଓ ପୁତ୍ରର ସମ୍ପର୍କ ଦୃଷ୍ଟିରୁ ଉଭୟଙ୍କ ରୂପ, ଗୁଣ ଓ ଧର୍ମରେ ସାମଞ୍ଜସ୍ୟ ରହିବା ସ୍ୱାଭାବିକ । କର୍ମଫଳ ଭୋଗ କରିବାକୁ ଆତ୍ମା ବାରମ୍ବାର ଜନ୍ମ ନିଏ । ପରମାତ୍ମା ଅଜନ୍ମା, ଅକର୍ା ଓ ଅଭୋକ୍ତା ହୋଇଥିବାରୁ ଜନ୍ମ ନିଅନ୍ତି ନାହିଁ । କିନ୍ତୁ କଳିଯୁଗୀ ଆସୁରୀ ଦୁନିଆର ବିନାଶ ଓ ସତ୍ୟଯୁଗୀ ଦୈବୀ ଦୁନିଆର ସ୍ଥାପନା ପାଇଁ ତାଙ୍କୁ ଏକ ମାନବୀୟ ଶରୀର ମାଧ୍ୟମରେ ଅବତରଣ କରିବାକୁ ପଡେ । କିଛି ସମୟ ପାଇଁ ସେ ଏକ ନିର୍ଦ୍ଧିଷ୍ଟ ମାନବ ଶରୀରରେ ଅବତରଣ କରୁଥିଲେ ମଧ୍ୟ ବସ୍ତୁତଃ ସେ କୌଣସି ମାନବୀୟ କର୍ମ କରନ୍ତି ନାହିଁ କି ସଂପୃକ୍ତ ଶରୀରରେ ଲିପ୍ତ ହୁଅନ୍ତି ନାହିଁ । କାରଣ ସେ ସଦା ସର୍ବଦା ପ୍ରକୃତିରୁ ନିର୍ଲିପ୍ତ, ଅସଙ୍ଗ ଓ ଅବିନାଶୀ । ତାଙ୍କୁ କୌଣସି ମାନବୀୟ ଜ୍ଞାନ ଓ ଗୁଣ ସହିତ ତୁଳନା କରାଯାଇ ପାରିବ ନାହିଁ । ତାଙ୍କ ଜ୍ଞାନ ଓ ଗୁଣର ସୀମା ନିର୍ଦ୍ଧାରଣ କରିବା ମାନବ ପକ୍ଷରେ ଅସମ୍ଭବ ହେତୁ ତାଙ୍କୁ "ନିର୍ଗୁଣ' କୁହାଯାଇଛି । ସେ ଗୁଣ ସମୂହ ଦ୍ୱାରା ସୀମାବଦ୍ଧ ନୁହନ୍ତି । ପରମାତ୍ମାଙ୍କ ସହିତ ସାଧର୍ମ ଥିବାରୁ ଆତ୍ମା ମଧ୍ୟ ମୂଳତଃ ପ୍ରକୃତିଠାରୁ ସଦା ନିର୍ଲିପ୍ତ ଓ ଅସଙ୍ଗ ଅଟେ । କିନ୍ତୁ ଆବାଗମନ ଚକ୍ରରେ ବାରମ୍ବାର ପ୍ରକୃତି ସହିତ ସଂସର୍ଗ ହେଉଥିବାରୁ ଆତ୍ମା ତା'ର ମୂଳ ଧର୍ମ ବା ସ୍ୱଧର୍ମ ବିସ୍ମୃତ ହୋଇଯାଏ । ଦେହ ଅଭିିମାନ ତ୍ୟାଗ କରି ଆତ୍ମା ଯେତେବେଳେ ନିଜକୁ ଶରୀରଠାରୁ ଏକ ଭିନ୍ନ ସା ବୋଲି ଅନୁଭବ କରେ ସେତେବେଳେ ସେ ପ୍ରକୃତିର ସମସ୍ତ ବନ୍ଧନରୁ ମୁକ୍ତ ହୋଇଯାଏ । ସାଧନା ଦ୍ୱାରା ଏହି ଅବସ୍ଥା ପ୍ରାପ୍ତିକୁ ଜୀବନ୍ମୁକ୍ତି କୁହାଯାଏ । ଏହାକୁ ଗୀତାରେ "ସ୍ମୃତିଲବ୍ଧା' (୧୮/୭୩) କୁହାଯାଇଛି ।

ଆତ୍ମା, ମାନବ ଶରୀରରେ ଥାଇ ପ୍ରକୃତିର କ୍ରିୟାଗୁଡିକୁ ଉପଭୋଗ କରେ । ଯେତେବେଳେ ଶରୀର ଜରାଜୀର୍ଣ୍ଣ ହୋଇ କର୍ମ କରିବା ପାଇଁ ଅନୁପଯୋଗୀ ହୋଇଯାଏ ସେତେବେଳେ ଆତ୍ମା ସେହି ଶରୀର ତ୍ୟାଗ କରି ଅନ୍ୟ ଶରୀରକୁ ଚାଲି ଯାଏ । ଶରୀରର ମୃତତ୍ୱ ତାକୁ ସ୍ପର୍ଶ କରି ପାରେ ନାହିଁ । ଶରୀରର ସମସ୍ତ କ୍ରିୟା ପ୍ରକୃତିର କର୍ମ । ଏଥିରେ ଆତ୍ମାର କୌଣସି କର୍ୃତ୍ୱ ନ ଥାଏ । କର୍ାରମ ଅପି  ଅକର୍ାରମ । ଆତ୍ମା ପ୍ରକୃତି କର୍ୃକ ସମସ୍ତ କର୍ମ ଫଳରୁ ସମ୍ପୂର୍ଣ୍ଣ ମୁକ୍ତ ଥାଏ । ନ କରୋତି ନ ଲିପ୍ୟତେ । ଅର୍ଥାତ ମାତୃ ଗର୍ଭରେ ଆତ୍ମାର ପ୍ରବେଶଠାରୁ ଆରମ୍ଭ କରି ମୃତୁ୍ୟ ପର୍ଯ୍ୟନ୍ତ ଶରୀର ସଂରଚନାରେ ଯେଉଁ ପରିବର୍ନ ବା ବିକାଶ କ୍ରିୟା ଅନବରତ ଚାଲୁଥାଏ ଆତ୍ମାରେ ତା'ର କୌଣସି ପ୍ରଭାବ ପଡେନାହିଁ । ଶୈଶବ, ବାଲ୍ୟ, କୈଶୋର, ପୌଢ଼ ଓ ବୃଦ୍ଧାବସ୍ଥା ହେଉଛି ପ୍ରକୃତିର କ୍ରିୟା । ଏଥିରେ ଆତ୍ମାର କୌଣସି କୃର୍ତ୍ୱ ନାହିଁ ।ା୩୧ାା

ଆତ୍ମା ଓ ପରମାତ୍ମା ଉଭୟେ ଏକ ଏକ ଚୈତନ୍ୟ ସା । ଉଭୟଙ୍କ ମଧ୍ୟରେ ଥିବା ଚୈତନ୍ୟ ସାରେ କୌଣସି ପାର୍ଥକ୍ୟ ନାହିଁ । ଚୈତନ୍ୟ ସା ହେଉଛି ଏକ । କେବଳ ଗୁଣାତ୍ମକ ଦୃଷ୍ଟିରୁ ଉଭୟଙ୍କ ମଧ୍ୟରେ  ଯାହା ପ୍ରଭେଦ ରହିଛି । ଆତ୍ମା ବାରମ୍ବାର ଆବାଗମନ ଚକ୍ରରେ ଆସୁଥିବାରୁ ଦେହାଭିମାନୀ ହୋଇଯାଏ । ଏଥିପାଇଁ ସେ ତା'ର ସ୍ୱଧର୍ମ ବିସ୍ମୃତ ହୋଇଯାଏ । ଏକ ଭିନ୍ନ ସା ହୋଇଥିଲେ ମଧ୍ୟ ନିଜକୁ ସେ ଦେହ ବୋଲି ଧରି ନିଏ । ସେ ଶାରୀରିକ କ୍ରିୟା କଳାପ ସହିତ ନିଜକୁ ଜଡିତ କରିଦିଏ । ତା'ର କର୍ମର ଧାରା ବଦଳି ଯାଏ । ଦେହାଭିମାନ ବଶବର୍ୀ ହୋଇ କରୁଥିବା ପ୍ରତ୍ୟେକ କର୍ମ ଦ୍ୱାରା ବିକର୍ମ (ପାପ) ହୁଏ ଓ ତାହା ତା'ର ସଂସ୍କାରରେ ପରିଣତ ହୋଇଯାଏ । ବ୍ୟକ୍ତିର କର୍ମ ଏହି ସଂସ୍କାର ଅନୁରୂପ ପରିଚାଳିତ ଓ ସମ୍ପାଦିତ ହୁଏ । କିନ୍ତୁ ସୂକ୍ଷ୍ମ ସ୍ତରରେ ଆତ୍ମା ମଧ୍ୟରେ ଥିବା ଚିନ୍ମୟ ସାର କୌଣସି ପରିବର୍ନ ହୁଏ ନାହିଁ । ତେଣୁ ଆତ୍ମାକୁ ନିତ୍ୟ, ଶାଶ୍ୱତ, ବିକାର ରହିତ, ଅବିନାଶୀ ବେଲି କୁହାଯାଏ । ଯଥାର୍ଥ ଜ୍ଞାନ ଦ୍ୱାରା ଦେହ ଅଭିମାନ ନଷ୍ଟ ହୋଇ ଗଲେ ବ୍ୟକ୍ତି ନିଜକୁ ଦେହଠାରୁ ପୃଥକ ଏକ ଚିନ୍ମୟ ସା ରୂପେ ଅନୁଭବ କରି ପାରେ । ପ୍ରକୃତି ଏହି ଚିନ୍ମୟ ସା (ଚେତନ ଶକ୍ତି) ସାହାଯ୍ୟରେ ତା'ର ସମସ୍ତ କାର୍ଯ୍ୟ ସମ୍ପାଦନା କରେ । ଏହି ପରିପ୍ରେକ୍ଷୀରେ ଆଲୋଚ୍ୟ ଶ୍ଳୋକରେ ଏକ ସୁନ୍ଦର ଉଦାହରଣର ଅବତାରଣା କରାଯାଇଛି । ଆକାଶ ଏକ ସର୍ବବ୍ୟାପକ ତ୍ୱ । ଏହା ପ୍ରକୃତିର ସମସ୍ତ ତ୍ୱ ଅପେକ୍ଷା ସୂକ୍ଷ୍ମ । ତେଣୁ ସମସ୍ତ ତ୍ୱରେ ଆକାଶ ପରିବ୍ୟାପ୍ତ କିନ୍ତୁ ସେଗୁଡିକ ଆକାଶରେ ପରିବ୍ୟାପ୍ତ ନୁହନ୍ତି । ଆକାଶ ଅନେକ ରୂପ ପରିଗ୍ରହ କରି ମଧ୍ୟ ସେଥିରେ ବିକୃତି ବା ପରିବର୍ନ ହୁଏ ନାହିଁ । ସର୍ବଦା ତାହା ଏକ ଶୁଦ୍ଧ ମୌଳିକ ବସ୍ତୁ ରୂପରେ ବିଦ୍ୟମାନ ଥାଏ । ସେହିପରି ଆତ୍ମା ବିଭିନ୍ନ ଜନ୍ମରେ ବିଭିନ୍ନ ନାମ ରୂପ ଧାରଣ କରି ଓ ଜନ୍ମାନୁସାରେ ସମସ୍ତ କର୍ମ କରି ସୁଦ୍ଧା ତା'ମଧ୍ୟରେ ଥିବା ଚିନ୍ମୟ ସାରେ କୌଣସି ବିକୃତି ହୁଏ ନାହିଁ । ସବୁରି ମଧ୍ୟରେ ସେଇ ଏକ ଶୁଦ୍ଧ, ଅକ୍ଷୟ, ସୂକ୍ଷ୍ମ, ଅନନ୍ତ ସାର ବସ୍ତୁ ହୋଇ ରହେ । ତାହା ଜୀବର ପରା ଗତି । ତାହା ଦିବ୍ୟ ସା, ଦିବ୍ୟଭାବ ଓ ସଦ୍ଭାବ । ଯେକେହି ଅଧ୍ୟାତ୍ମ ଜ୍ଞାନ ଲାଭ କରେ ସେ ହିଁ ଶାଶ୍ୱତର ସେଇ ପରମ ଅମୃତତ୍ୱ ମଧ୍ୟରେ ଉୀର୍ଣ୍ଣ ହୋଇଯାଏ ।ା୩୨ାା

କ୍ଷେତ୍ର ଓ କ୍ଷେତ୍ରଜ୍ଞଙ୍କ ପ୍ରଭେଦ ନିର୍ଣ୍ଣୟ ପାଇଁ ସୂର୍ଯ୍ୟଙ୍କ ଉଦାହରଣ ଦେଇ ଏଠାରେ ଏହି ପ୍ରକରଣର ସମାପ୍ତି କରାଯାଇଛି । ଏକମାତ୍ର ସୂର୍ଯ୍ୟ ସମଗ୍ର ପୃଥିବୀକୁ ଆଲୋକିତ କରେ । ସେହିପରି କ୍ଷେତ୍ରର ଅଧୀଶ୍ୱର ଆତ୍ମା(କ୍ଷେତ୍ରୀ) ସମଗ୍ର କ୍ଷେତ୍ରକୁ (କୁତ୍ସ୍ନଂ କ୍ଷେତ୍ରଂ) ପ୍ରକାଶିତ କରିଥାଏ । ଅର୍ଥାତ କ୍ଷେତ୍ରରେ ହେଉଥିବା ସମସ୍ତ କ୍ରିୟାର ପ୍ରଚୋଦକ ଆତ୍ମା ଅଟେ । ଆତ୍ମା ଆଖି ଦ୍ୱାରା ଦେଖେ । କାନ ଦ୍ୱାରା ଶୁଣେ ଓ ବିଭିନ୍ନ କର୍ମେନ୍ଦ୍ରିୟ  ଦ୍ୱାରା କର୍ମ କରେ । ସୂର୍ଯ୍ୟ ଯେପରି ଗୋଟିଏ ସ୍ଥାନରେ ସ୍ଥିର ହୋଇ ସର୍ବତ୍ର ଆଲୋକ ବିକୀରଣ କରେ, ସେହିପରି ଆତ୍ମା ଭୃକୁଟୀ ମଧ୍ୟରେ  ଅବସ୍ଥାନ କରି ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗକୁ  ତା'ର ଚୈତନ୍ୟ ଶକ୍ତି ଦ୍ୱାରା ପରିଚାଳିତ କରେ । ଶରୀର ଆତ୍ମାର କେବଳ ଆଶ୍ରୟ ବା ଆଧାର ମାତ୍ର । କାରଣ କୌଣସି କ୍ରିୟା ଓ ବସ୍ତୁ ପାଇଁ ଆଶ୍ରୟ ଅନିବାର୍ଯ୍ୟ । ପ୍ରକାଶ ବିନା ପ୍ରତୀତି ନାହିଁ । ଆତ୍ମା ପ୍ରତୀତିର ଆଶ୍ରୟ ତଥା ପ୍ରକାଶକ । ଏହିପରି ଯିଏ କ୍ଷେତ୍ର ଓ କ୍ଷେତ୍ରଜ୍ଞର ପ୍ରଭେଦ ଏବଂ ଭୂତ ପ୍ରକୃତିରୁ ସ୍ୱୟଂକୁ ପୃଥକ କରିବାର ଉପାୟ ଜ୍ଞାନ ଚକ୍ଷୁ ଦ୍ୱାରା ଉପଲବ୍ଧି କରେ ସେ ପରମାତ୍ମାଙ୍କୁ ଅନୁଭବ କରି ପାରେ ।ା୩୩ାା 

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର