ଅଷ୍ଟାଦଶ ଅଧ୍ୟାୟଃ

ମୋକ୍ଷ ସନ୍ନ୍ୟାସ ଯୋଗଃ

ତିନି ପ୍ରକାର ତ୍ୟାଗ

ନିଶ୍ଚୟଂଶୃଣୁ ମେ ତତ୍ର  ତ୍ୟାଗେ ଭରତସମ ।

ତ୍ୟାଗୋ ହି ପୁରୁଷ ବ୍ୟାଘ୍ର ତ୍ରିବିଧଃ ସଂପ୍ରକୀର୍ିତଃ ।ା୪ାା

ଯଜ୍ଞଦାନ ତପଃକର୍ମ ନ ତ୍ୟାଜ୍ୟଂ କାର୍ଯ୍ୟମେବ ତତ୍ ।

ଯଜେ୍ଞାଦାନଂ ତପଶ୍ଚୈବ ପାବନାନି ମନୀଷିଣାମ୍ ।ା୫ାା

ଏତାନ୍ୟପି ତୁ କର୍ମାଣି ସଙ୍ଗଂତ୍ୟକ୍ତ୍ୱା ଫଳାନି ଚ । 

କର୍ବ୍ୟାନୀତି ମେ ପାର୍ଥ ନିଶ୍ଚିତଂ ମତମୁମମ୍ ।ା୬ାା 

ନିୟତସ୍ୟ ତୁ ସନ୍ୟାସଃ କର୍ମଣୋ ମେ ନୋପପଦ୍ୟତେ ।

ମୋହାସ୍ୟ ପରିତ୍ୟାଗସ୍ତାମସଃ ପରିକୀର୍ିତଃ ।ା୭ାା

ଦୁଃଖମିତ୍ୟେବ ଯକôର୍ମ କାୟକ୍ଳେଶଭୟା୍ୟଜେତ । 

ସ କୃତ୍ୱା ରାଜସଂ ତ୍ୟାଗଂ ନୈବତ୍ୟାଗଫଳଂ ଲଭେତ୍ ।ା୮ାା

କାର୍ଯ୍ୟମିତ୍ୟେବ ଯକôର୍ମ  ନିୟତଂ କି୍ରୟତେଽର୍ଜୁନ ।

ସଙ୍ଗଂତ୍ୟକ୍ତ୍ୱା ଫଳଂ ଚୈବ ସ ତ୍ୟାଗଃ ସା୍ୱିକୋମତଃ ।ା୯ାା

ଅର୍ଥ : ହେ ଭରତ ଶ୍ରେଷ୍ଠ ! ଏହି ତ୍ୟାଗ ବିଷୟରେ ମୋର ନିର୍ଣ୍ଣୟ ତୁମେ ଶୁଣ । ହେ ପୁରୁଷ ବ୍ୟାଘ୍ର ! ତ୍ୟାଗ ତିନି ପ୍ରକାର ବୋଲି କୁହାଯାଇଛି ।ା୪ାା ଯଜ୍ଞ, ଦାନ ଓ ତପସ୍ୟା – ଏହି ତିନି ପ୍ରକାର କର୍ମ ତ୍ୟାଗ କରିବା ଅନୁଚିତ; ଏହା କରଣୀୟ ଅଟେ । ଯଜ୍ଞ, ଦାନ ଏବଂ ତପସ୍ୟା ବିବେକୀ ମନୁଷ୍ୟମାନଙ୍କୁ ପବିତ୍ର କରେ ।ା୫ାା ହେ ପାର୍ଥ ! ଏହି କର୍ମ ମଧ୍ୟ ଆସକ୍ତି ଏବଂ ଫଳାକାଂକ୍ଷା ତ୍ୟାଗ ପୂର୍ବକ କରିବା ଉଚିତ; ଏହା ମୋର ନିଶ୍ଚିତ ଓ ଉମ ମତ ।ା୬ାା ନିୟତ କର୍ମର ତ୍ୟାଗ ଉଚିତ ନୁହେଁ । ମୋହବଶତଃ ଯଦି ସେହି କର୍ମ ତ୍ୟାଗ କରାଯାଏ ତେବେ ସେହି ତ୍ୟାଗକୁ ତାମସ ବୋଲି କୁହାଯାଏ ।ା୭ାା ଯେଉଁ ମନୁଷ୍ୟ ଦୁଃଖ କାରକ ମନେ କରି ବା ଶାରୀରିକ କଷଣ ଭୟ ହେତୁ କୌଣସି କର୍ମର ତ୍ୟାଗ କରେ ତେବେ ସେହି ତ୍ୟାଗ ରାଜସ ଏବଂ ଏଥିପାଇଁ ତାକୁ କର୍ମ ତ୍ୟାଗର ଫଳ ପ୍ରାପ୍ତ ହୁଏ ନାହିଁ ।ା୮ାା ହେ ଅର୍ଜୁନ ! ""ଏହା କରିବା ମୋର କର୍ବ୍ୟ ''– ଏପରି ମନେ କରି ଆସକ୍ତି ଏବଂ ଫଳକାମନା ତ୍ୟାଗ ପୂର୍ବକ ଯଦି ନିୟତ କର୍ମ କରାଯାଏ, ତେବେ ତାକୁ ସା୍ୱିକ ତ୍ୟାଗ ବୋଲି ମନେ କରାଯାଏ ।ା୯ାା

ବ୍ୟାଖ୍ୟା : ସନ୍ନ୍ୟାସ ଓ ତ୍ୟାଗ ଉଭୟ ଶବ୍ଦ ତ୍ୟାଗ ଅର୍ଥରେ ବ୍ୟବହୃତ ହୋଇଥାଏ । କର୍ମର ସଂପୂର୍ଣ୍ଣ ତ୍ୟାଗକୁ ସନ୍ନ୍ୟାସ କୁହାଯାଏ; କିନ୍ତୁ କର୍ବ୍ୟ କର୍ମ କରି ମଧ୍ୟ କର୍ମ ଫଳରେ ଆସକ୍ତି ନ ରଖିବାକୁ ତ୍ୟାଗ କୁହାଯାଏ । କର୍ମ ସାଧାରଣତଃ ତିନି ପ୍ରକାର; ନିତ୍ୟ କର୍ମ, ନୈମିିକ କର୍ମ ଓ କାମ୍ୟ କର୍ମ । ଜୀବନ ଧାରଣ ଓ ଜୀବିକା ନିର୍ବାହ ପାଇଁ ଯେଉଁ ସବୁ କାମ କରାଯାଏ ତାହା ନିତ୍ୟ କର୍ମ । ଦାନ୍ତ ଘଷିବା, ସ୍ନାନ ଶୌଚ କରିବା, ପ୍ରାତଃ, ମଧ୍ୟାହ୍ନ ଓ ସନ୍ଧ୍ୟା କାଳରେ କିଛି ସମୟ ବାହାର କରି ଈଶ୍ୱରଙ୍କୁ ସ୍ମରଣ କରିବା, ଈଶ୍ୱରଙ୍କୁ ସମର୍ପଣ ପୂର୍ବକ ଭୋଜନ କରିବା ଆଦି ନିତ୍ୟ କର୍ମର ଅନ୍ତର୍ଗତ । କୌଣସି କାରଣକୁ ନିମି କରି ଯେଉଁ କର୍ମ କରାଯାଏ ତାହା ନୈମିିକ କର୍ମ । କୌଣସି ବିଶେଷ ତିଥିରେ ବ୍ରତ ଓ ଉପବାସ ରଖିବା, ପୂଜା କରିବା, ଜନ୍ମ ଦିନ ପାଳନ କରିବା, ପିତୃ ଶ୍ରାଦ୍ଧ କରିବା, କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଜୟନ୍ତୀ ପାଳନ କରିବା; ଜାତ ସଂସ୍କାର, ଶୁଦ୍ଧି କ୍ରିୟା, ବିବାହ, ବ୍ରତ, ଅତିଥି ସକôାର ଆଦି କର୍ମକୁ ନୈମିିକ କର୍ମ କୁହାଯାଏ । କାମନା ପୂିର୍ ପାଇଁ ଯେଉଁ ସବୁ କର୍ମ କରାଯାଏ ତାହାକୁ କାମ୍ୟ କର୍ମ କୁହାଯାଏ । ଯଥା – ସ୍ତ୍ରୀ, ପୁତ୍ର, ଧନ, ସୁଖ, ଭୋଗ, ବିଳାସ, ମାନ-ସମ୍ମାନ ପ୍ରାପ୍ତି ଆଶାରେ କିମ୍ବା ରୋଗ, ସଙ୍କଟ ଆଦିରୁ ମୁକ୍ତି ପାଇବା ପାଇଁ ପୂଜା, ଉପାସନା ବା ଯାଗ ଯଜ୍ଞ, ଦେବାଳୟ ପ୍ରତିଷ୍ଠା, ଭୂମି ଦାନ, ଧର୍ମଶାଳା ନିର୍ମାଣ, ଚିକିସôାଳୟ ସ୍ଥାପନ, ପୁଷ୍କରିଣୀ ଖନନ ଆଦି ହେଉଛି ସକାମ କର୍ମ । କାମ୍ୟ କର୍ମ; ବନ୍ଧନର କାରଣ; ତେଣୁ ମୁକ୍ତିକାମୀ ବ୍ୟକ୍ତି ଏଗୁଡିକୁ ସମ୍ପୂର୍ଣ୍ଣ ବର୍ଜନ କରିବା ଉଚିତ । ଏହାକୁ ସନ୍ନ୍ୟାସ କୁହାଯାଏ । ନିତ୍ୟ ଓ ନୈମିିକ କର୍ମକୁ ସମ୍ପୂର୍ଣ୍ଣ ତ୍ୟାଗ କରିବା ସମ୍ଭବ ନୁହେଁ । ତେଣୁ ଫଳ କାମନା ନ ରଖି ଏହି ସବୁ କର୍ମ ସମ୍ପାଦନ କରିବା ଉଚିିତ । ଏହାକୁ ତ୍ୟାଗ କୁହାଯାଏ । କେଉଁ କର୍ମ ତ୍ୟାଗ କରିବା ଉଚିତ ଓ କେଉଁ କର୍ମ ତ୍ୟାଗ କରିବା ଉଚିତ ନୁହେଁ – ଏ ବିଷୟରେ ପଣ୍ଡିତମାନଙ୍କ ମଧ୍ୟରେ ମତଭେଦ ଦେଖାଯାଏ । କେତେକ କହନ୍ତି କର୍ମ ଫଳରେ ବାସନା ତ୍ୟାଗ କରିବା ସର୍ବଥା ଅସମ୍ଭବ । ସେମାନଙ୍କ ମତରେ କର୍ମ ମାତ୍ରକେ ଦୋଷଯୁକ୍ତ; ତେଣୁ ସକଳ ପ୍ରକାର କର୍ମ ତ୍ୟାଗ କରିବା ଉଚିତ । ଅନ୍ୟ କେତେକ କହନ୍ତି ଯେ ଯାଗ ଯଜ୍ଞ; ଦାନ ଓ ତପସ୍ୟା ଆଦି ଧାର୍ମିକ ଓ ଲୋକ ହିତକର କର୍ମର ଆଚରଣ ଦ୍ୱାରା ଚି ନିର୍ମଳ ଓ ଶୁଦ୍ଧ ହୁଏ । ତେଣୁ ଏଗୁଡ଼ିକୁ ତ୍ୟାଗ କରିବା ଅନୁଚିତ । ପଣ୍ଡିତମାନଙ୍କ ମଧ୍ୟରେ ଥିବା ଏହି ମତଭେଦ, ତ୍ୟାଗ ବିଷୟରେ ସାଧାରଣ ଲୋକ ମନରେ ସନ୍ଦେହ ଜାତ କରାଏ । ତେଣୁ ଏ ବିଷୟରେ ଈଶ୍ୱରୀୟ ମତ କ'ଣ ତାହା ଜାଣିବା ଏକାନ୍ତ ଆବଶ୍ୟକ ।

ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସାମାଜିକ ଜୀବନରେ ପ୍ରତ୍ୟେକଙ୍କୁ କିଛି ନା କିଛି ତ୍ୟାଗ କରିବାକୁ ପଡ଼ିଥାଏ । ବ୍ୟକ୍ତି ଭେଦରେ ତ୍ୟାଗ ଭିନ୍ନ ଭିନ୍ନ ହୁଏ । ସା୍ୱିକ, ରାଜସିକ ଓ ତାମସିକ ଭେଦରେ ତ୍ୟାଗ ତିନି ପ୍ରକାର । ଷୋଡ଼ଶ ଅଧ୍ୟାୟରେ (ଶ୍ଳୋକ ୧-୩) ଯଜ୍ଞ, ଦାନ ଓ ତପର ବିଷଦ ବ୍ୟାଖ୍ୟା କରାଯାଇଛି । ଏଗୁଡ଼ିକ ଦୈବୀ ସମ୍ପଦର ଅନ୍ତର୍ଭୁକ୍ତ । ଏହି କର୍ମଗୁଡିକର ଆଚରଣ ଦ୍ୱାରା ବ୍ୟକ୍ତି ମନୁଷ୍ୟତ୍ୱରୁ ଦେବତ୍ୱ ପ୍ରାପ୍ତ ହୁଏ । କାରଣ ଏହା ଦ୍ୱାରା ମନ ଶୁଦ୍ଧ ଓ ପବିତ୍ର ହୁଏ ଏବଂ ବିଷୟ ବାସନା ପ୍ରତି ଆସକ୍ତି ତୁଟି ଯାଏ । ତେଣୁ ଯଜ୍ଞ, ଦାନ ଓ ତପ ରୂପକ କର୍ମ ତ୍ୟାଗ କରିବା ଉଚିତ ନୁହେଁ । ଗୀତା, ବାହ୍ୟ କର୍ମ ତ୍ୟାଗର ପକ୍ଷପାତୀ ନୁହେଁ । ଯେଉଁମାନେ ବାହ୍ୟ କର୍ମ ତ୍ୟାଗର ପକ୍ଷପାତୀ ସେମାନଙ୍କ ମଧ୍ୟରେ ତ୍ୟାଗର ସ୍ୱରୂପ ବିଷୟରେ ମତ ଭେଦ ଦେଖାଯାଏ । ଯେଉଁମାନେ ଶରୀର ଧାରଣ ପାଇଁ ପ୍ରୟୋଜନୀୟ ଭିକ୍ଷା, ଭୋଜନ ଏବଂ ଧ୍ୟାନ ଭିନ୍ନ ଅନ୍ୟ ସକଳ ପ୍ରକାର କର୍ମ ତ୍ୟାଗ କରନ୍ତି ସେମାନଙ୍କୁ ଶାସ୍ତ୍ର ମତରେ ସନ୍ନ୍ୟାସୀ ବୋଲି କୁହାଯାଇଛି । ଆଦି ଶଙ୍କରାଚାର୍ଯ୍ୟ ଏହି ମତର ସମର୍ଥକ ଅଟନ୍ତି । କିନ୍ତୁ ଗୀତା କହେ, ଯଜ୍ଞ, ଦାନ, ତପସ୍ୟା ଆଦି ସା୍ୱିକ କର୍ମ ତଥା ନିୟତ କର୍ମ ତ୍ୟାଗ କରିବା ଉଚିତ ନୁହେଁ । ଏଠାରେ ନିୟତ କର୍ମର ଅର୍ଥ ଶାସ୍ତ୍ରୋକ୍ତ ନିତ୍ୟକର୍ମ ନୁହେଁ । ନିୟତ କର୍ମର ଅର୍ଥ ହେଉଛି ଯଥାଯଥ ଭାବରେ ନିୟନ୍ତ୍ରିତ କର୍ମ, (ଗ୍ଧଷର କ୍ସସଶଷଗ୍ଧକ୍ଷଚ୍ଚ କ୍ସରଶଙ୍କକ୍ଷବଗ୍ଧରୟ ବମଗ୍ଧସକ୍ଟଦ୍ଭ) ଈଶ୍ୱରୀୟ ଜ୍ଞାନ ଆଧାରରେ ଯେଉଁ କର୍ମ ନିୟନ୍ତ୍ରିତ ହୋଇଥାଏ ତାହା ହେଉଛି ନିୟତ କର୍ମ ଓ ତାହା ତ୍ୟାଗ କରିବା ଉଚିତ ନହେଁ । ମୋହ ବଶତଃ ସା୍ୱିକ ବା ନିୟତ କର୍ମ ତ୍ୟାଗ କରିବାକୁ ତାମସ ତ୍ୟାଗ କୁହାଯାଏ । ମୋହର ଉପôି ତମୋଗୁଣରୁ ହୁଏ ବୋଲି ଗୀତାର ଚତୁର୍ଦ୍ଧଶ ଅଧ୍ୟାୟରେ କୁହାଯାଇଛି ।ା୧୪ା୧୬-୧୭ ।ା ମୋହ ଜନିତ କର୍ମ ହେଉ ବା କର୍ମ ତ୍ୟାଗ ହେଉ ତଦ୍ଧ୍ୱାରା ମନୁଷ୍ୟ କର୍ମ ବନ୍ଧନରେ ପଡେ ଓ ଅଧୋଗତି ପ୍ରାପ୍ତ ହୁଏ । ତମୋଗୁଣୀ ବ୍ୟକ୍ତି ଆଳସ୍ୟ ଓ ପ୍ରମାଦ ବଶତଃ କର୍ମତ୍ୟାଗ କରନ୍ତି । ରାଜସ ପ୍ରକୃତିର ବ୍ୟକ୍ତି କର୍ମକୁ ଦୁôଃଖ ସ୍ୱରୂପ ମନେ କରନ୍ତି । ସେମାନଙ୍କର କର୍ମ ପ୍ରତି କୌଣସି ବିତୃଷ୍ଣା ନ ଥାଏ । କିନ୍ତୁ ସେମାନେ ପରିଶ୍ରମ କାତର । କର୍ମ କରିବାକୁ ହେଲେ ଶାରୀରିକ ପରିଶ୍ରମ କରିବାକୁ ହେବ – ଏହି ଭୟରେ ସେମାନେ କର୍ମ ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରନ୍ତି । ସେମାନେ ସୁଖ ଓ ଆରାମ ପାଇବାକୁ କର୍ମ ତ୍ୟାଗ କରନ୍ତି । ଏ ପ୍ରକାର ତ୍ୟାଗକୁ ରାଜସ ତ୍ୟାଗ କୁହାଯାଏ । ଏହା ଦ୍ୱାରା କୌଣସି ଫଳ ମିଳେ ନାହିଁ । ବରଂ ଦୁଃଖ ମିଳେ । ରାଜସସ୍ତୁ ଫଳଂ ଦୁଃଖମ୍ । ୧୪/୧୬ ।ା କର୍ମ ଓ କର୍ମ ଫଳରେ ଆସକ୍ତି ନ ରଖି କର୍ବ୍ୟ ବୁଦ୍ଧିରେ କର୍ମ କରିବାକୁ ସା୍ୱିକ ତ୍ୟାଗ ବୋଲି କୁହାଯାଏ । ଏହା ହେଉଛି ଗୀତାରେ କର୍ମ ସମସ୍ୟାର ଉପଯୁକ୍ତ ସମାଧାନ । ଏଠାରେ ବାହ୍ୟତଃ କର୍ମ ହେଉଛି ତଥାପି ମଧ୍ୟ ତାକୁ ତ୍ୟାଗର ଅନ୍ତର୍ଭୁକ୍ତ କରାଯାଇଛି । ସା୍ୱିକ ତ୍ୟାଗରେ କର୍ାର କର୍ମ ସହିତ କୌଣସି ସମ୍ବନ୍ଧ ରହୁ ନାହିଁ । କାରଣ ଗୀତା ଅନୁସାରେ କର୍ମ ସହିତ ସମସ୍ତ ପ୍ରକାର ସମ୍ବନ୍ଧ ବିଚ୍ଛେଦ ହେବା ହିଁ ତ୍ୟାଗର ପରିଣାମ ଏବଂ ଏହା କେବଳ କର୍ମ ପ୍ରତି ଥିବା ମମତା, ଆସକ୍ତି ଓ କାମନା ତ୍ୟାଗ ଦ୍ୱାରା  ସମ୍ଭବ ହୁଏ । ଏହିପରି ତ୍ୟାଗର ଫଳ ହେଉଛି ଶାନ୍ତି । ତ୍ୟାଗାଚ୍ଛାନ୍ତିରନନ୍ତରମ୍ ।ା୧୨/୧୨ ।ା

ତ୍ୟାଗୀର ଲକ୍ଷଣ ଓ ଆଚରଣ

ନ ଦ୍ୱେଷ୍ଟ୍ୟ କୁଶଳଂ କର୍ମ କୁଶଳେ ନାନୁଷଜ୍ଜତେ ।

ତ୍ୟାଗୀ ସ୍ୱ ସମାବିଷ୍ଟୋ ମେଧାବୀ ଛିନ୍ନ ସଂଶୟଃ ।ା୧୦ାା

ନ ହି ଦେହ ଭୃତାତା ଶକ୍ୟଂ ତ୍ୟକ୍ତୁଂ କର୍ମାଣ୍ୟଶେଷତଃ । 

ଯସ୍ତୁ କର୍ମଫଳ ତ୍ୟାଗୀ ସତ୍ୟାଗୀତ୍ୟଭିଧୀୟତେ ।ା୧୧ାା

ଅନିଷ୍ଟମିଷ୍ଟଂ ମିଶ୍ରଂ ଚ ତ୍ରିବିଧଂ କର୍ମଣଃ ଫଳମ୍ ।

ଭବତ୍ୟତ୍ୟାଗିନାଂ ପ୍ରେତ୍ୟ ନ ତୁ ସନ୍ନ୍ୟାସିନାଂ କ୍ୱଚିତ ।ା୧୨ାା

ଅର୍ଥ : ସଂଶୟ ରହିତ, ଶୁଦ୍ଧ ଭାବନାଯୁକ୍ତ, ବୁଦ୍ଧିମାନ ଓ ତ୍ୟାଗୀ ପୁରୁଷ ଅକଲ୍ୟାଣକାରକ ଧର୍ମରେ ଦ୍ୱେଷ କରେ ନାହିଁ ଏବଂ କଲ୍ୟାଣ କାରକ କର୍ମରେ ପ୍ରସନ୍ନ ହୁଏ ନାହିଁ ।ା୧୦ାା ସମସ୍ତ କର୍ମକୁ ସର୍ବଥା ତ୍ୟାଗ କରିବା ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ । କିନ୍ତୁ ଯେଉଁ ମନୁଷ୍ୟ କର୍ମ ଫଳକୁ ତ୍ୟାଗ କରେ, ସେ ତ୍ୟାଗୀ ବୋଲି କଥିତ ହୁଏ ।ା୧୧ାା ଯେଉଁ ମନୁଷ୍ୟ ତ୍ୟାଗ କରେ ନାହିଁ, ମୃତୁ୍ୟ ପରେ ସେ ଶୁଭ, ଅଶୁଭ ଓ ଶୁଭ-ଅଶୁଭ ମିଶ୍ରିତ – ଏହି ପରି ତିନି ପ୍ରକାର କର୍ମଫଳ ଭୋଗ କରନ୍ତି । କିନ୍ତୁ ତ୍ୟାଗୀ ମନୁଷ୍ୟମାନଙ୍କର ଏପରି କେବେହେଲେ ହୁଏ ନାହିଁ ।ା୧୨ାା

ବ୍ୟାଖ୍ୟା : ତିନିପ୍ରକାର ତ୍ୟାଗକୁ ଆଧାର କରି ଲକ୍ଷଣ ଓ ଆଚରଣ ଭେଦରେ ତ୍ୟାଗୀକୁ ମଧ୍ୟ ତିନି ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଗୀତାରେ ସା୍ୱିକ ତ୍ୟାଗକୁ ପ୍ରକୃତ ତ୍ୟାଗ କୁହାଯାଇଛି । ତେଣୁ ଏଠାରେ କେବଳ ସା୍ୱିକ ତ୍ୟାଗୀର ଲକ୍ଷଣ ଓ ଆଚରଣ ବିଷୟରେ କୁହାଯାଇଛି । ପ୍ରକୃତ ତ୍ୟାଗୀ ବୁଦ୍ଧିମାନ; ସନ୍ଦେହ ରହିତ ଓ ସର୍ବଦା ଆତ୍ମିକ ସ୍ୱରୂପରେ ସ୍ଥିତ(ସ୍ୱସମାବିଷ୍ଟଃ)ଥାଏ । ଯାହାଙ୍କ ସମସ୍ତ କର୍ମ ବାସନାଶୂନ୍ୟ ଓ ଜ୍ଞାନ ରୂପକ ଅଗ୍ନି ଦ୍ୱାରା ଯାହାଙ୍କ ସମସ୍ତ କର୍ମ ଦଗ୍ଧ ହୋଇଛି ସେହିପରି ବ୍ୟକ୍ତିଙ୍କୁ ଜ୍ଞାନୀଗଣ ପଣ୍ଡିତ (ମେଧାବୀ, ବୁଦ୍ଧିମାନ) କହନ୍ତି । ଯସ୍ୟ ସର୍ବେ ସମାରମ୍ଭାଃ କାମ ସଂକଳ୍ପ ବର୍ଜିତାଃ । ଜ୍ଞାନାଗ୍ନି ଦଗ୍ଧ କର୍ମାଣଂ ତମାହୁଃ ପଣ୍ଡିତଂ ବୁଧାଃ ।ା୪/୧୯ାା ଏହିପରି ତ୍ୟାଗୀ ବ୍ୟକ୍ତିଙ୍କ ବୁଦ୍ଧି ସ୍ଥିର ଓ ଅଚଳ ରହେ । ତାଙ୍କର କର୍ମରେ କୌଣସି ପ୍ରକାର ଅହଙ୍କାର ନ ଥାଏ । ଅକୁଶଳ କର୍ମ ହେଲେ ମଧ୍ୟ ଦ୍ୱେଷ ପୂର୍ବକ ସେ ତ୍ୟାଗ କରନ୍ତି ନାହିଁ । କାରଣ ସେ ଜାଣନ୍ତି ଯେ ସା୍ୱିକତାରେ ଦ୍ୱେଷର ସ୍ଥାନ ନାହିଁ । ଅନ୍ୟପକ୍ଷରେ କୁଶଳ କର୍ମରେ ତାଙ୍କର ଆସକ୍ତି ମଧ୍ୟ ନଥାଏ । କୁଶଳ ଓ ଅକୁଶଳ ଉଭୟ କ୍ଷେତ୍ରରେ ସେ ସମଭାବାପନ୍ନ ରହନ୍ତି । ସଫଳତାରେ ଅଧୀର ଓ ବିଫଳତାରେ ସେ କାତର ହୁଅନ୍ତି ନାହିଁ । ଅନୁଚିତ ଆଗ୍ରହ ପ୍ରକାଶ କରି ସେ କୌଣସି କର୍ମରେ ଲିପ୍ତ ହୁଅନ୍ତି ନାହିଁ କି କର୍ବ୍ୟ କର୍ମକୁ ଅଶୁଭ ମନେ କରି ଘୃଣା କରନ୍ତି ନାହିଁ । କାରଣ ସେ ଦେହ ଓ ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ପରିସ୍ଥିତି ଓ ଘଟଣା ସହିତ ସମସ୍ତ ଲୌକିକ ସମ୍ବନ୍ଧ ଛିନ୍ନ କରି ସର୍ବଦା ଆତ୍ମିକ ସ୍ୱରୂପରେ ସ୍ଥିତ ଥାଆନ୍ତ୍ି । ଆତ୍ମା ମୌଳିକ ଭାବରେ ଜ୍ଞାନ ସ୍ୱରୂପ ହୋଇଥିବାରୁ ଆତ୍ମିକ ସ୍ୱରୂପରେ ସ୍ଥିତ ବ୍ୟକ୍ତି ସନ୍ଦେହ ରହିତ ହୁଏ । ଅଜ୍ଞାନତା ସନ୍ଦେହର କାରଣ । ଯେଉଁଠି ଜ୍ଞାନ ଥାଏ ସେଇଠି ସନ୍ଦେହର ଅବକାଶ ନ ଥାଏ ।

କୌଣସି ଦେହଧାରୀ ମନୁଷ୍ୟ ପକ୍ଷରେ ସମ୍ପୂର୍ଣ୍ଣ କର୍ମ ତ୍ୟାଗ କରିବା ସମ୍ଭବ ନୁହେଁ । କାରଣ ଖାଇବା ପିଇବା, ବୁଲାଚଲା କରିବା, ଅଙ୍ଗ ପ୍ରତ୍ୟଙ୍ଗ ଚାଳନା କରିବା, ସ୍ନାନ ଶୌଚ କରିବା କର୍ମର ଅନ୍ତର୍ଭୁକ୍ତ । ଜୀବନ ଯାପନ ପାଇଁ ମନୁଷ୍ୟକୁ ନାନାବିଧ କର୍ମ କରିବାକୁ ପଡେ । ମନୁଷ୍ୟ କର୍ମ ନ କରି କ୍ଷଣେ ମଧ୍ୟ ରହି ପାରିବ ନାହିଁ । ନ ହି କଶ୍ଚିତ କ୍ଷଣମପି ଜାତୁ ତିଷ୍ଠତ୍ୟ କର୍ମକୃତ ।ା ଗୀ-୩/୫ ।ା କାରଣ କର୍ମ ବିନା ଶରୀର ନିର୍ବାହ ହୋଇପାରେ ନାହିଁ । ଶରୀର ଯାତ୍ରାପି ଚ ତେ ନ ପ୍ରସିଦ୍ଧ୍ୟେଦକର୍ମଣଃ ।ାଗୀ-୩/୮ାା ପ୍ରକୃତରେ ଦେଖିବାକୁ ଗଲେ କର୍ମ ପ୍ରତି ଆସକ୍ତି ଓ କର୍ମଫଳ ଇଚ୍ଛା ମନୁଷ୍ୟକୁ ଦୁଃଖୀ କରାଏ । ତେଣୁ ଯେଉଁ ବ୍ୟକ୍ତି କେବଳ ଈଶ୍ୱରଙ୍କ ନିମି ହୋଇ ସେବା ଓ କର୍ବ୍ୟବୋଧରେ ଅନାସକ୍ତ ଭାବରେ ଫଳେଚ୍ଛା ନ ରଖି କର୍ମ କରିଯାଏ ସେ ହିଁ ପ୍ରକୃତ ତ୍ୟାଗୀ । ଫଳରେ ଆଶା ରଖିଲେ କର୍ମ ବନ୍ଧନରେ ପଡିବାକୁ ହୁଏ । କର୍ମ ଭେଦରେ ଫଳ ତିନି ପ୍ରକାର – ଇଷ୍ଟ (ଶୁଭ), ଅନିଷ୍ଟ(ଅଶୁଭ) ଓ ମିଶ୍ର (ଶୁଭଅଶୁଭ) । କୌଣସି କର୍ମ ଯଦି ବିଧି ପୂର୍ବକ କରାଯାଏ ତେବେ ତଦ୍ୱାରା ମନୋନୁକୂଳ ଫଳ ମିଳେ । ଅଭୀଷ୍ଟ ଫÿଳ ପ୍ରାପ୍ତିକୁ "ଇଷ୍ଟ କର୍ମ ଫଳ' କୁହାଯାଏ । ଅବିଧି ପୂର୍ବକ ସମ୍ପାଦିତ କର୍ମରେ "ଅନିଷ୍ଟ' ଫଳ ମିଳେ । ଅନେକ ସମୟରେ ଜ୍ଞାନୀ ମନୁଷ୍ୟ ମଧ୍ୟ ବିଧି ସମ୍ମତ କର୍ମ କରୁ କରୁ ଭ୍ରମବଶତଃ ପଥ ହୁଡି ଯାଏ । ଏପରି କ୍ଷେତ୍ରରେ ତାଙ୍କୁ "ମିଶ୍ର' ଫଳ ମିଳେ । କର୍ମର ଆରମ୍ଭ ଓ ଶେଷ ଅବଧିରେ ଯେଉଁ ଅଂଶ ସେ ବିଧି ପୂର୍ବକ କରିଛନ୍ତି ତା'ର "ଇଷ୍ଟ' ଓ ଯେଉଁ ଅଂଶ ଅବିଧି ପୂର୍ବକ କରିଛନ୍ତି ତାର "ଅନିଷ୍ଟ'ଫଳ ଭୋଗ କରନ୍ତି । କର୍ମର ଏହି ତିନି ପ୍ରକାର ଫଳ, ତ୍ୟାଗ କରୁ ନଥିବା ମନୁଷ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ । ସେମାନେ ଫଳ ଭୋଗ ପାଇଁ କର୍ମ କରୁଥିବାରୁ ସେମାନଙ୍କୁ ଭୋଗୀ କୁହାଯାଏ । "ଇଷ୍ଟ' ଫଳରେ ସୁଖ, "ଅନିଷ୍ଟ' ଫଳରେ ଦୁୁଃଖ ଓ "ମିଶ୍ର' ଫଳରେ ଉଭୟ ସୁଖ-ଦୁଃଖ ଭୋଗ କରୁଥିବାରୁ ସେମାନଙ୍କ ବୁଦ୍ଧି ସ୍ଥିର ରହି ପାରେ ନାହିଁ । ସେମାନେ ସୁଖରେ ଅଧୀର ଓ ଦୁଃଖରେ କାତର ହୋଇ ପଡ଼ନ୍ତି । ଭୋଗୀ ବ୍ୟକ୍ତି ଯୋଗୀ ହୋଇପାରେ ନାହିଁ । ଯିଏ ପ୍ରକୃତ ତ୍ୟାଗୀ ସେ ହିଁ ଯୋଗୀ ଏବଂ ଯିଏ ଯୋଗୀ ସେ ହିଁ ସନ୍ନ୍ୟାସୀ । ସନ୍ନ୍ୟାସୀମାନଙ୍କ କର୍ମ ଓ କର୍ମଫଳ ପ୍ରତି କୌଣସି ଆସକ୍ତି ନ ଥାଏ । ତେଣୁ ସେମାନେ ଇହ ବା ପର କେଉଁଠିବି ବନ୍ଧନରେ ପଡନ୍ତି ନାହିଁ   ।

କର୍ମର ପ କାରଣ

ପେ÷ତାନି ମହାବାହୋ  କାରଣାନି ନିବୋଧ ମେ ।

ସାଂଖ୍ୟେ କୃତାନ୍ତେ ପ୍ରୋକ୍ତାନି ସିଦ୍ଧୟେ ସର୍ବକର୍ମଣାମ୍ ।ା୧୩ାା

ଅଧିଷ୍ଠାନଂ ତଥା କର୍ା କରଣଂ ଚ ପୃଥଗ୍ବିଧମ୍ ।

ବିବିଧାଶ୍ଚ ପୃଥକ ଚେଷ୍ଟା ଦୈବଂ ଚୈବାତ୍ର ପମମ୍ ।ା୧୪ାା

ଶରୀରବାଙ୍ ମନୋଭିର୍ଯତ୍ କର୍ମ  ପ୍ରାରଭତେ ନରଃ ।

ନ୍ୟାଯ୍ୟଂ ବା ବିପରୀତଂ ବା ପେ÷ତେ ତସ୍ୟ ହେତବଃ ।ା୧୫ ।ା

ଅର୍ଥ : ହେ ମହାବାହୁ ! ପ୍ରତ୍ୟେକ କର୍ମର ସିଦ୍ଧି ପାଇଁ ସାଂଖ୍ୟ ଶାସ୍ତ୍ରରେ ଏହି ପା କାରଣ ବର୍ଣ୍ଣିତ ହୋଇଛି । ସେଗୁଡିକ ତୁମେ ମୋଠାରୁ ଜାଣି ନିଅ ।ା୧୩ାା ସେହି ପା କାରଣ ହେଲା: କ୍ଷେତ୍ର, କର୍ା, ଭିନ୍ନ ଭିନ୍ନ ସାଧନ; ଭିନ୍ନ ଭିନ୍ନ କ୍ରିୟା ଏବଂ ପମ ହେଉଛି ଦୈବ ।ା୧୪ାା ଶରୀର, ବାଣୀ ଅଥବା ମନ ଦ୍ୱାରା ମନୁଷ୍ୟ ଯାହା ସବୁ ଉଚିତ ବା ଅନୁଚିତ କର୍ମ କରେ; ଏହି ପା କାରଣ ତାହାର ହେତୁ ଅଟନ୍ତ୍ି ।ା୧୫ାା

ବ୍ୟାଖ୍ୟା : ସାଂଖ୍ୟର ଅର୍ଥ ହେଉଛି ଜ୍ଞାନ । ସମ୍ୟକ ଖ୍ୟାୟତେ ଜ୍ଞାୟତେ ପରମାମାôଽନେନେତି ସାଂଖ୍ୟଂ ତ୍ୱଜ୍ଞାନମ୍ । ଯେଉଁ ଶାସ୍ତ୍ରରେ ଜ୍ଞାନ-ଯୋଗର ସୂକ୍ଷ୍ମ ତ୍ୱଗୁଡିକ ପ୍ରତିପାଦନ କରାଯାଇଥାଏ ତାହାକୁ ସାଂଖ୍ୟ କୁହାଯାଏ । ଏଥିରେ କର୍ମର ପାଟି କାରଣ ଉଲ୍ଲେଖ କରାଯାଇଛି । ଯଥା – (୧) ଅଧିଷ୍ଠାନ (୨) କର୍ା (୩) କରଣ ସମୁଦାୟ (୪) ନାନାବିଧ ଭିନ୍ନ ଭିନ୍ନ ଚେଷ୍ଟା ଓ (୫) ଦୈବ । ଭୌତିକ ଶରୀରକୁ ଅଧିଷ୍ଠାନ ବୋଲି କୁହାଯାଏ । କାରଣ ଆତ୍ମା ଏହି ଶରୀରରେ ଅଧିଷ୍ଠିତ ହୋଇ କର୍ମ କରେ । ପ୍ରତ୍ୟେକ କର୍ମର କର୍ା ହେଉଛି ଜୀବାତ୍ମା । ଏଠାରେ ଦେହ ଓ ଦେହୀ (ଆତ୍ମା) ମଧ୍ୟରେ ଭିନ୍ନତା ପ୍ରତିପାଦିତ ହୋଇଛି । କିନ୍ତ୍ୁ ଅଜ୍ଞାନତା ବଶତଃ ବ୍ୟକ୍ତି ଆତ୍ମ ବିସ୍ମୃତ ହୋଇ ଦେହାଭିମାନୀ ହୋଇ ପଡ଼େ । ଏହା ଦ୍ୱାରା ପ୍ରତ୍ୟେକ କର୍ମରେ କର୍ୃତ୍ୱାଭିମାନ ଆସେ । କର୍ମରେ କର୍ା ପଣିଆର ଏହି ଅହଂକାର ମନୁଷ୍ୟକୁ କର୍ମ ଭ୍ରଷ୍ଟ ଓ ଧର୍ମ ଭ୍ରଷ୍ଟ କରାଏ । ମନ, ବୁଦ୍ଧି ଓ ଅହଙ୍କାର ଏ ତିନୋଟିକୁ ଅନ୍ତଃକରଣ କୁହାଯାଏ । ପାଣି, ପାଦ, ବାକ୍, ଉପସ୍ଥ ଓ ପାୟୁ ନାମକ ପ କର୍ମେନ୍ଦ୍ରିୟ ଏବଂ ଶ୍ରୋତ୍ର, ଚକ୍ଷୁ, ତ୍ୱକ୍, ରସନା ଓ ଘ୍ରାଣ ନାମକ ପ ଜ୍ଞାନେନ୍ଦ୍ରିୟ – ଏହି ଦଶଟିକୁ ବହିଃକରଣ କୁହାଯାଏ । ଏହିପରି ସମୁଦାୟ ତେରଟି କରଣ ଅଛି । ଏଗୁଡିକ ଦ୍ୱାରା ଭିନ୍ନ ଭିନ୍ନ ଚେଷ୍ଟା ହେଉଥାଏ । ଯଥା – ହାତ ଦ୍ୱାରା ନେବା ଆଣିବା କରିବା; ପାଦ ଦ୍ୱାରା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗମନାଗମନ କରିବା; ବାକ୍ ଦ୍ୱାରା କଥା କହିପାରିବା, ଉପସ୍ଥ ଦ୍ୱାରା ମୁତ୍ରତ୍ୟାଗ କରିବା, ପାୟୁ ବା ଗୁହ୍ୟ ଦ୍ୱାରା ମଳ ତ୍ୟାଗ କରିବା, ଶ୍ରୋତ୍ର ଦ୍ୱାରା ଶୁଣିବା; ଚକ୍ଷୁ ଦ୍ୱାରା ଦେଖିବା; ତ୍ୱକ୍ ଦ୍ୱାରା ସ୍ପର୍ଶ କରିବା; ରସନା ଦ୍ୱାରା ସ୍ୱାଦ ବାରିବା; ଘ୍ରାଣ ଦ୍ୱାରା ଆଘ୍ରାଣ କରିବା; ମନ ଦ୍ୱାରା ସଂକଳ୍ପ କରିବା; ବୁଦ୍ଧି ଦ୍ୱାରା ନିର୍ଣ୍ଣୟ ନେବା ତଥା ଅହଙ୍କାର ଦ୍ୱାରା କର୍ାପଣିଆର ଅଭିମାନ କରିବା । କର୍ମର ପମ କାରଣକୁ ଦୈବ ବୋଲି କୁହାଯାଇଛି । ଏହାର ଅର୍ଥ ସଂସ୍କାର  । ଆତ୍ମାରେ କର୍ମଫଳର ଅଭିଲେଖନ ପ୍ରକି୍ରୟାକୁ "ସଂସ୍କାର' କୁହାଯାଏ । ସଂସ୍କାର ଆଧାରରେ ବ୍ୟକ୍ତି ଶୁଭ ବା ଅଶୁଭ କିପରି କର୍ମ କରିବ ତାହା ନିର୍ଭର କରେ । ମୃତୁ୍ୟ ପରେ ମନ, ବୁଦ୍ଧି ଓ ସଂସ୍କାର ସହ ଆତ୍ମା ଅନ୍ୟ ଶରୀରରେ ପ୍ରବେଶ କରେ । ତେଣୁ ଏ ତିନୋଟି ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତି ମାତ୍ର । ମନ ଦ୍ୱାରା ଆତ୍ମା ସଂକଳ୍ପ କରେ ଏବଂ ତାହାକୁ କାର୍ଯ୍ୟକାରୀ କରିବ କି ନାହିଁ ତାହା ବୁଦ୍ଧି ଦ୍ୱାରା ନିର୍ଣ୍ଣୟ କରେ । ସଂକଳ୍ପ, କର୍ମରେ ପରିଣତ ହୋଇଗଲେ ଆତ୍ମାରେ ତାର ଯେଉଁ ଛାପ ପଡେ ତାକୁ ସଂସ୍କାର କୁହାଯାଏ ।

ସାରାଂଶରେ ଉଲ୍ଲେଖ କରାଯାଇପାରେ ଯେ କର୍ମ ପାଇଁ ଶରୀର ରୂପୀ ଆଧାର ଦରକାର । କର୍ମ ସମ୍ପାଦନ ପାଇଁ କର୍ା ଆବଶ୍ୟକ । ଶରୀର ହେଉଛି ଏକ ଜଡ଼, ଆତ୍ମା, ଚେତନ । ତେଣୁ ଜଡ ଶରୀରକୁ କାର୍ଯ୍ୟାନ୍ୱିତ କରିବା ପାଇଁ ଆତ୍ମାର ଚୈତନ୍ୟତା ଏକାନ୍ତ ଅପରିହାର୍ଯ୍ୟ । କରଣ ସମୁଦାୟ ହେଉଛି ଆତ୍ମାର କ୍ରିୟା କରିବାର ସାଧନ । ଏହି ସାଧନଗୁଡିକ ଦ୍ୱାରା ତଦ୍ ସମ୍ବନ୍ଧିତ ଯେଉଁ କାର୍ଯ୍ୟ କରାଯାଏ ତାହା ହେଉଛି ପ୍ରଚେଷ୍ଟା । ଇହ ବା ପର ଜନ୍ମର କର୍ମଫଳ ହିଁ କର୍ାର କ୍ରିୟାକୁ ନିୟନ୍ତ୍ରିତ କରେ । ଏହି ସିତ କର୍ମଫଳ ବା ପା୍ରରବ୍ଧ ହେଉଛି ସଂସ୍କାର । ଏହାକୁ ଦୈବ ବା ଅଦୃଷ୍ଟ ମଧ୍ୟ କୁହାଯାଏ । ଏହିପରି ଶରୀର, ମନ ଓ ବାକ୍ୟ ଦ୍ୱାରା ମନୁଷ୍ୟ ଯାହାବି ସତ୍ ବା ଅସତ୍ କର୍ମ କରେ ସେହି ପ୍ରତ୍ୟେକଟି କର୍ମର ହେତୁ ହେଉଛି ଉପର୍ଯୁ୍ୟକ୍ତ ପାଟି କାରଣ ।

କର୍ମର କର୍ା ଓ ପ୍ରେରକ

ତତୈ୍ରବଂ ସତି କର୍ାରମାତ୍ମାନଂ କେବଳଂ ତୁ ଯଃ ।

ପଶ୍ୟତ୍ୟକୃତ ବୁଦ୍ଧିତ୍ୱାନ୍ନ ସ ପଶ୍ୟତି ଦୁର୍ମତିଃ ।ା୧୬ାା

ଯସ୍ୟ ନାହଂକୃତୋ ଭାବୋ ବୁଦ୍ଧିର୍ଯସ୍ୟ ନ ଲିପ୍ୟତେ ।

ହତ୍ୱାପି ସ ଇମାଁ ଲ୍ଲୋକାନ୍ନ ହନ୍ତି ନ ନିବଧ୍ୟତେ ।ା୧୭ାା

ଜ୍ଞାନଂ ଜେ୍ଞୟଂ ପରିଜ୍ଞାତା ତ୍ରିବିଧା କର୍ମ  ଚୋଦନା ।

କରଣଂ କର୍ମ କେର୍ତି ତ୍ରିବିଧଃ କର୍ମ ସଂଗ୍ରହଃ ।ା୧୮ାା

ଅର୍ଥ : ଏହିପରି ହେଉଥିଲେ ମଧ୍ୟ ଅସଂସ୍କାରୀ ବୁଦ୍ଧି ହେତୁ ଯେଉଁ ମନୁଷ୍ୟ କେବଳ ନିଜକୁ କର୍ା ବୋଲି ମନେ କରେ, ସେହି ମୂଢ଼ ବୁଦ୍ଧି ମନୁଷ୍ୟ କିଛି ଜାଣେ ନାହିଁ ।ା୧୬ାା ଯେଉଁ ମନୁଷ୍ୟର (ମୁଁ କର୍ା ଅଟେ ଏହିପରି) ଅହଙ୍କାର ଭାବ ନାହିଁ; ଯାହାର ବୁଦ୍ଧି (ଆସକ୍ତି ହେତୁ) ମଳିନ ହୋଇ ନାହିଁ; ସେ ଏହି ସଂସାରକୁ ମାରି ମଧ୍ୟ ମାରେ ନାହିଁ ଏବଂ ବନ୍ଧନରେ ଆବଦ୍ଧ ହୁଏ ନାହିଁ ।ା୧୭ାା କର୍ମ ପ୍ରେରଣାରେ ତିନୋଟି ତ୍ୱ ସମାହିତ ଥାଏ; ଜ୍ଞାନ, ଜେ୍ଞୟ ଓ ପରିଜ୍ଞାତା । ସେହିପରି କର୍ମର ଅଙ୍ଗ ମଧ୍ୟ ତିନି ପ୍ରକାର ହୋଇଥାଏ; କରଣ, କର୍ମ ଓ କର୍ା ।ା୧୮ାା

ବ୍ୟାଖ୍ୟା : କଳ୍ପ ଆରମ୍ଭରେ ଆତ୍ମା ଶୁଦ୍ଧ ସ୍ୱରୂପରେ ଭୂପୃଷ୍ଠରେ ଅବତରଣ କରି ଶରୀର ଧାରଣ କରିଥାଏ । ସେତେବେଳେ ତା'ର ଦେହ ସହିତ କୌଣସି ତାଦାତ୍ମ୍ୟ ନ ଥାଏ । ତେଣୁ ସେ ଯାହାବି କର୍ମ କରେ ସେଥିରେ ତା'ର କର୍ୃତ୍ୱାଭିମାନ ରହେ ନାହିଁ । ତା'ର ପ୍ରତିଟି କର୍ମ ବନ୍ଧନ ମୁକ୍ତ ହୁଏ । ଶୁଦ୍ଧ ସୁବର୍ଣ୍ଣରେ ନିର୍ମିତ ଅଳଙ୍କାର ଅନେକ ଦିନ ବ୍ୟବହାର କଲେ ମଳିିନ ହୋଇଯାଏ । ସେହିପରି ବାରମ୍ବାର ଶରୀର ଧାରଣ କରିବା ଦ୍ୱାରା ଆତ୍ମାର ଶୁଦ୍ଧତା ହ୍ରାସ ହେବାକୁ ଲାଗେ ଓ ଶରୀର ସହିତ ତା'ର ତାଦାତ୍ମ୍ୟ ଆସିଯାଏ । ଦେହାଭିମାନ ହେତୁ ସେ ନିଜକୁ ପ୍ରତ୍ୟେକ କର୍ମର କର୍ା ବୋଲି ମନେ କରେ । ଅହଙ୍କାର ବିମୂଢ଼ାତ୍ମା କର୍ାହମିତି ମନ୍ୟତେ ।ାଗୀ-୩/୨୭ାା କର୍ୃତ୍ୱାଭିମାନ ହେତୁ ତା'ର ବୁଦ୍ଧି ଅଶୁଦ୍ଧ ହୋଇ ପଡେ । ଏପରି ବ୍ୟକ୍ତିକୁ ଦୁର୍ମତି ବୋଲି କୁହାଯାଇଛି । ସେ ଆତ୍ମା ଓ ଶରୀର ମଧ୍ୟରେ ପାର୍ଥକ୍ୟ ନିରୂପଣ କରିପାରେ ନାହିଁ । କର୍ମରେ କର୍ାପଣିଆର ଅହଙ୍କାର ହେତୁ ବ୍ୟକ୍ତି ତା'ର ଦୁଷ୍ପରିଣାମ ଭୋଗ କରେ । ଦେହ, ମନ ଓ ବୁଦ୍ଧିର ବନ୍ଧନରୁ ମୁକ୍ତ ହେଲେ ଆତ୍ମା ଶୁଦ୍ଧ ଓ ପବିତ୍ର ହୋଇଯାଏ । କାରଣ ଆତ୍ମା ମୂଳତଃ ଶୁଦ୍ଧ, ନିର୍ବିକାର ଓ ଅସଙ୍ଗ ଅଟେ । ଅସେଙ୍ଗାହ୍ୟୟଂ ପୁରୁଷଃ (ବୃ.ଉ ୪/୩/୧୫-୧୬) । ଅର୍ଥାତ ଏହି ଆତ୍ମା ବାସ୍ତବରେ ସର୍ବଥା ଅସଙ୍ଗ ଅଟେ । ଯିଏ ନିରନ୍ତର ଅଭ୍ୟାସ ଦ୍ୱାରା ଆତ୍ମାର ଏହି ଶୁଦ୍ଧ ସ୍ୱରୂପରେ ସର୍ବଦା ସ୍ଥିତ ଥାଆନ୍ତି ସିଏ ଶରୀର ଦ୍ୱାରା ଯାହା ଯାହା କରନ୍ତି ସେଥିରେ ତାଙ୍କର କର୍ୃତ୍ୱ ଓ ଭୋକ୍ତୃତ୍ୱ ନ ଥାଏ । ଶରୀରସ୍ଥୋଽପି କୌନ୍ତେୟ ନ କରୋତି ନ ଲିପ୍ୟତେ (ଗୀ ୧୩/୩୧) । ଏପରି ଜ୍ଞାନୀ ବ୍ୟକ୍ତି ନିରହଙ୍କାର ଓ ଅନାସକ୍ତ ଭାବରେ କର୍ବ୍ୟ ବୁଦ୍ଧିରେ କର୍ମ କରି ଯାଆନ୍ତି । କର୍ବ୍ୟର ତାଡନାରେ ତାଙ୍କୁ ଯଦି କାହାକୁ ହତ୍ୟା କରିବାକୁ ପଡେ ତେବେ ସୁଦ୍ଧା ତାଙ୍କୁ କୌଣସି ପାପ ଲାଗେ ନାହିଁ । ସାଧାରଣତଃ ଲୋକ ସୁରକ୍ଷା ବା ଦେଶ ସୁରକ୍ଷା ଦାୟିତ୍ୱରେ ଥିବା କର୍୍ବ୍ୟପରାୟଣ ଅହଙ୍କାର ଓ ଆସକ୍ତିଶୂନ୍ୟ ବ୍ୟକ୍ତି ପାଇଁ ଏହି କଥା ପ୍ରଜୁଯ୍ୟ ।

କର୍ମ ପାଇଁ କାରଣ ବ୍ୟତୀତ ପ୍ରେରଣା ମଧ୍ୟ ଆବଶ୍ୟକ । କେବଳ କାରଣ ଥିଲେ କର୍ମ ହୁଏ ନାହିଁ । ଭୋଜନ ପାଇଁ କ୍ଷୁଧା ହେଉଛି ପ୍ରେରଣା । ଜ୍ଞାନ, ଜେ୍ଞୟ ଓ ପରିଜ୍ଞାତା- ଏ ତିନୋଟିର ସମ୍ମିଶ୍ରଣରେ କର୍ମ ପ୍ରେରଣା ହୁଏ । ଏଗୁଡିକ ମଧ୍ୟରୁ ଯଦି କୌଣସି ଗୋଟିକର ମଧ୍ୟ ଅଭାବ ହୁଏ ତେବେ କର୍ମ ପ୍ରେରଣା ହୁଏ ନାହିଁ । ଉଦାହରଣ ସ୍ୱରୂପ ଭୋଜନ ପୂର୍ବରୁ କ୍ଷୁଧାର ଜ୍ଞାନ ହେବା ଉଚିତ । "କ୍ଷୁଧା' କ'ଣ ଜାଣିଲା ପରେ ବ୍ୟକ୍ତି ଉପଯୁକ୍ତ ଆହାର ଗ୍ରହଣ ଦ୍ୱାରା ତା'ର ନିବାରଣ କରେ । କ୍ଷୁଧା ପାଇଁ ଭୋଜନ ସାମଗ୍ରୀର ଯେଉଁ ଜ୍ଞାନ ହୁଏ ତାହାକୁ "ଜେ୍ଞୟ' କୁହାଯାଏ । କ୍ଷୁଧା ଓ ଭୋଜନ ସାମଗ୍ରୀ ବିଷୟରେ ଯାହାକୁ ଜ୍ଞାନ ହୁଏ ତାଙ୍କୁ "ପରିଜ୍ଞାତା' କୁହାଯାଏ । ଅନ୍ୟ ଅର୍ଥରେ କୌଣସି ପଦାର୍ଥ ବିଷୟରେ ସମ୍ୟକ (ସମ୍ପୂର୍ଣ୍ଣ) ଜାଣିବା ପାଇଁ ଇଚ୍ଛା କରୁଥିବା ବ୍ୟକ୍ତିକୁ ପରିଜ୍ଞାତା, ସେ ଯେଉଁ ବୃି ଦ୍ୱାରା ଯେଉଁ ପଦାର୍ଥର ସ୍ୱରୂପ ନିର୍ଣ୍ଣୟ କରନ୍ତି ତାହାର ନାମ ଜ୍ଞାନ ଏବଂ ଯେଉଁ ପଦାର୍ଥର ସ୍ୱରୂପ ନିର୍ଣ୍ଣୟ କରନ୍ତି ତାହାର ନାମ ଜେ୍ଞୟ ଅଟେ । ଏହି ଅଧ୍ୟାୟର ଚତୁର୍ଦ୍ଧଶ ଶ୍ଲୋକରେ କର୍ମର ପ କାରଣ ବର୍ଣ୍ଣନା ପ୍ରସଙ୍ଗରେ ଜୀବାତ୍ମାକୁ କର୍ା ବୋଲି କୁହାଯାଇଥିଲା । ଏଠାରେ ସେହି କର୍ାକୁ ପରିଜ୍ଞାତା ବୋଲି କୁହାଯାଇଛି । ଦେଖିବା, ଶୁଙ୍ଘିବା, ଶୁଣିବା, ସ୍ୱାଦ ବାରିବା, ସ୍ପର୍ଶ କରିବା, ଚିନ୍ତା କରିବା, କଳ୍ପନା କରିବା ଆଦି କ୍ରିୟା ଦ୍ୱାରା ବସ୍ତୁ ବା ପଦାର୍ଥ ସମ୍ବନ୍ଧରେ ଜ୍ଞାତାର ଯେଉଁ ଅଭିଜ୍ଞତା ହୁଏ ତାହା ହେଉଛି ଜ୍ଞାନ ଏବଂ ଯେଉଁ ପଦାର୍ଥ ବିଷୟରେ ଜ୍ଞାତାର ଜ୍ଞାନ ହୁଏ ତାହା ଜେ୍ଞୟ ଅଟେ । ତେଣୁ ଜ୍ଞାତା, ଜେ୍ଞୟ ଓ ଜ୍ଞାନର ମିଳନରୁ କର୍ମର ଉପôି ହୁଏ ।

 ଅଧିଷ୍ଠାନ, କର୍ା, କରଣ,ଚେଷ୍ଟା ଓ ଦୈବ – ଏହି ପ କରଣ ଏବଂ ଜ୍ଞାନ, ଜେ୍ଞୟ ଓ ପରିଜ୍ଞତା – ଏହି ତିନି ପ୍ରେରଣା ଦ୍ୱାରା ସିଦ୍ଧି ହୁଏ । କିନ୍ତୁ କର୍ମ ସଂଗ୍ରହ ପାଇଁ ମୁଖ୍ୟତଃ ତିନୋଟି ଉପାଦାନ ଦରକାର ହୁଏ । ସେହି ତିନୋଟି ହେଉଛି – କରଣ, କର୍ମ ଓ କର୍ା । କୌଣସି କର୍ମ କରିବା ପୂର୍ବରୁ ବ୍ୟକ୍ତି ମନରେ ତଦ୍ ବିଷୟକ ଏକ ଭାବ-ଚିତ୍ର ଅଙ୍କିତ ହୁଏ ଏବଂ ତତ୍ପରେ ସେ ଉକ୍ତ କର୍ମ କରିବକି ନାହିଁ ନିର୍ଣ୍ଣୟ ନିଏ । ଜେ୍ଞୟ ବସ୍ତୁ ଉପରେ କର୍ାର ଜ୍ଞାନ ଆଧାରରେ କର୍ମ ପ୍ରତି ତା'ର ପ୍ରବୃି ଓ ନିବୃି ନିର୍ଭର କରେ । କର୍ମରେ ପ୍ରବୃ ହେବାର ଇଚ୍ଛାକୁ କର୍ମ ପ୍ରେରଣା ଏବଂ କର୍ା ଦ୍ୱାରା କ୍ରିୟାନ୍ୱିତ କର୍ମର ଶୁଭାଶୁଭ ଫଳକୁ କର୍ମ ସଂଗ୍ରହ କୁହାଯାଏ । କରଣ, କର୍ମ ଓ କର୍ା ଭେଦରେ ଏହି କର୍ମ ସଂଗ୍ରହ ତିନି ପ୍ରକାର ହୋଇଥାଏ । ମନୁଷ୍ୟ ସ୍ୱୀୟ ବୋଧ ଜ୍ଞାନ ଦ୍ୱାରା ତଦ୍ ଜନିତ ବିଷୟବସ୍ତୁ ପ୍ରତି ଆକର୍ଷିତ ବା ବିମୁଖ ହୁଏ । ଜେ୍ଞୟ ବସ୍ତୁ ପ୍ରତି ଆକର୍ଷଣ ହେଲେ ତା'ର ଉପଯୋଗ ବା ଅନୁଭବ ପାଇଁ ବ୍ୟକ୍ତି (ଜ୍ଞାତା ବା କର୍ା) କର୍ମରେ ପ୍ରବୃ ହୁଏ । ଜ୍ଞାତା କର୍ମରେ ପ୍ରବୃ ହେଲେ ବା ତାଙ୍କ ଦ୍ୱାରା କୌଣସି କର୍ମ ସମ୍ପାଦିତ ହେଲେ ସେ "କର୍ା' ପଦବାଚ୍ୟ ହୁଅନ୍ତି । କର୍ମ ସମ୍ପାଦନରେ କରଣ ସମୂହ ହିଁ କର୍ାର ସହାୟକ ହୁଅନ୍ତି । କରଣ ସମୂହ ଦ୍ୱାରା କର୍ା ଯେଉଁ କ୍ରିୟା ଆଚରଣ କରେ ତାହାର ବାଚକ ହେଉଛି କର୍ମ । କର୍ା, କର୍ମ ଓ କର୍ମଫଳ ପ୍ରତି ଆସକ୍ତି କର୍ମ ସଂଗ୍ରହର (କର୍ମବନ୍ଧନ) କାରଣ ହୁଏ ।

ତିନି ପ୍ରକାର ଜ୍ଞାନ

ସର୍ବଭୂତେଷୁ ଯେନୈକଂ ଭାବ ମବ୍ୟୟମୀକ୍ଷତେ ।

ଅବିଭକ୍ତଂ ବିଭକ୍ତେଷୁ ତଜ୍ଜ୍ଞାନଂ ବିଦ୍ଧି ସା୍ୱିକମ୍ ।ା୨୦ାା

ପୃଥକ୍ତ୍ୱେନ ତୁ ଯଜ୍ଜ୍ଞାନଂ ନାନାଭାବାନ୍ ପୃଥଗ୍ ବିଧାନ୍ ।

ବେି ସର୍ବେଷୁ ଭୂତେଷୁ ତଜ୍ଜ୍ଞାନଂ ବିଦ୍ଧି ରାଜସମ୍ ।ା୨୧ାା

ଯୁକୃତ୍ସ୍ନ ବଦେକସ୍ମିନ୍ କାର୍ଯେ୍ୟ ସକ୍ତମହୈତୁକମ୍ ।

ଅତ୍ୱାର୍ଥବଦଳ୍ପଂଚ ତାମସ ମୁଦାହୃତମ୍ ।ା୨୨ାା

ଅର୍ଥ : ଯେଉଁ ଜ୍ଞାନ ଦ୍ୱାରା ମନୁଷ୍ୟ ସମସ୍ତ ଭୂତରେ ଏକାମାତ୍ର ଅବିନାଶୀ ଭାବର ତଥା ବିବିଧତା ମଧ୍ୟରେ ଏକତାର ଦର୍ଶନ କରେ, ସେହି ଜ୍ଞାନକୁ ସା୍ୱିକ ଜ୍ଞାନ ବୋଲି ଜାଣ ।ା୨୦ାା ଯେଉଁ ଜ୍ଞାନ ଦ୍ୱାରା ମନୁଷ୍ୟ ପୃଥକ୍ ପୃଥକ୍ ରୂପେ ସମସ୍ତ ଭୂତରେ ବିଭିନ୍ନ ପ୍ରକାରର ନାନାଭାବକୁ ଜାଣେ, ସେହି ଜ୍ଞାନକୁ ରାଜସିକ ବୋଲି ଜାଣ ।ା୨୧ାା ଯେଉଁ ଜ୍ଞାନ ଦ୍ୱାରା ବିନା କାରଣରେ କୌଣସି ଏକ ବସ୍ତୁରେ ସବୁ କିଛି ସମାହିତ ହୋଇଛି ମାନି ମନୁଷ୍ୟ ଆସକ୍ତ ହୁଏ ଏବଂ ଯେଉଁ ଜ୍ଞାନ ରହସ୍ୟହୀନ ତଥା ତୁଚ୍ଛ, ସେହି ଜ୍ଞାନକୁ ତାମସ କୁହାଯାଏ ।ା୨୨ାା

ବ୍ୟାଖ୍ୟା : ଜ୍ଞାନ, କର୍ମ ଓ କର୍ା ପ୍ରତ୍ୟେକକୁ ସ୍ୱ, ରଜ ଏବଂ ତମ ଗୁଣ ଭେଦରେ ତିନି ପ୍ରକାରେ ବିଭକ୍ତ କରାଯାଇପାରେ । ଏଠାରେ ସା୍ୱିକ, ରାଜସିକ ଓ ତାମସିକ ଜ୍ଞାନର ବ୍ୟାଖ୍ୟା କରାଯାଉଛି । ସା୍ୱିକ ଜ୍ଞାନ ସବୁଠାରୁ ନିର୍ମଳ ଓ ଶୁଦ୍ଧ । ବିବିଧତା ଓ ଅନେକତା ମଧ୍ୟରେ ଅବିନାଶୀ ଏବଂ ଐକ୍ୟ ଭାବ ଦେଖିବା ହେଉଛି ସା୍ୱିକ ଜ୍ଞାନ । ""ସର୍ବଭୂତେଷୁ ଯେନୈକଂ...(ଗୀ ୧୮/୨୦)''ଏହି ଶ୍ଲୋକ ଆଧାରରେ ଅନେକ ଟୀକାକାର ପରମାତ୍ମାଙ୍କ ସର୍ବବ୍ୟାପକ ସିଦ୍ଧାନ୍ତକୁ ପ୍ରତିପାଦନ କରିବାକୁ ଚେଷ୍ଟା କରିଛନ୍ତି । ସେମାନଙ୍କ ମତ ଅନୁସାରେ ଯେଉଁ ଜ୍ଞାନ ବଳରେ ବ୍ୟକ୍ତି ସ୍ଥୂଳ ଦୃଷ୍ଟିରେ ଭିନ୍ନ ଭିନ୍ନ ପ୍ରତୀତ ହେଉଥିବା ସମସ୍ତ ଚରାଚର ପ୍ରାଣୀ ଓ ବସ୍ତୁ ମଧ୍ୟରେ ବିଭିନ୍ନ ରୂପରେ ବ୍ୟାପ୍ତ ପରମାତ୍ମାଙ୍କୁ ଏକ ଅଦ୍ୱିତୀୟ ଓ ଅବିନାଶୀ ବୋଲି ଅନୁଭବ କରିବାକୁ ସମର୍ଥ ହୁଏ, ତାହାକୁ ସା୍ୱିକ ଜ୍ଞାନ କୁହାଯାଏ । କିନ୍ତୁ ଗୀତାର ମୌଳିକ ସିଦ୍ଧାନ୍ତକୁ ଦୃଷ୍ଟିରେ ରଖି ବିଚାର କଲେ ଏଠାରେ ସର୍ବବ୍ୟାପକ ସିଦ୍ଧାନ୍ତ ସିଦ୍ଧ ହେଉ ନାହିଁ । କାରଣ ଏହି ସିଦ୍ଧାନ୍ତ ଭାବ ପ୍ରଧାନ; ଜ୍ଞାନ ପ୍ରଧାନ ନୁହେଁ ।ଏଠାରେ ଜ୍ଞାନ ପ୍ରକରଣ ଚାଲିଛି । ଦେହାଭିମାନ ବଶତଃ ମନୁଷ୍ୟ ସମସ୍ତଙ୍କୁ ଦେହ ଦୃଷ୍ଟିରେ ଦେଖେ ।ଏହାଦ୍ୱାରା ସେ ସମଗ୍ର ମାନବ ସମାଜକୁ ସ୍ତ୍ରୀ-ପୁରୁଷ, ଧନୀ-ଦରିଦ୍ର, ସୁନ୍ଦର-ଅସୁନ୍ଦର, ନିଜ-ପର, ସାନ-ବଡ, ଜ୍ଞାନୀ-ଅଜ୍ଞାନ, ଏହିପରି ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗ, ବୟସ, ସମ୍ପ୍ରଦାୟ, ଭାଷା, ରାଷ୍ଟ୍ରୀୟତା ଆଧାରରେ ବିଭିନ୍ନ ବିଭାଗେରେ ବାିଦିଏ । କେବଳ ଏତିକି ନୁହେଁ ଦୈହିକ ଦୃଷ୍ଟି ହେତୁ ମନୁଷ୍ୟ ନିରାକାରୀ, ଅଶରୀରୀ ଓ ଅବିନାଶୀ ପରମାତ୍ମାଙ୍କ ନାନାବିଧ ରୂପ ଓ ଅବତାର ପରିକଳ୍ପନା କରେ । ଗୋଟିଏ ହାତୀକୁ ପାଟି ଅନ୍ଧ ପା ପ୍ରକାରେ ବର୍ଣ୍ଣନା କଲା ଭଳି ଜ୍ଞାନାଭିମାନୀ ବ୍ୟକ୍ତି ପରମାତ୍ମା ଏକ, ଅଦ୍ୱିତୀୟ ଓ ଅଶରୀରୀ ହୋଇଥିଲେ ମଧ୍ୟ ତାଙ୍କ ବିଷୟରେ ନାନାବିଧ ମତବାଦର ପ୍ରଣୟନ କରି ନିଜକୁ ତଥା ଅନ୍ୟମାନଙ୍କୁ ବିଭ୍ରାନ୍ତ କରେ । କିନ୍ତୁ ସା୍ୱିକ ଜ୍ଞାନୀ ଏ ବିଭ୍ରାନ୍ତି ମଧ୍ୟରେ ପଡ଼େ ନାହିଁ । ସେ ପରମାତ୍ମାଙ୍କୁ ଜ୍ଞାନ ନେତ୍ରରେ ଦର୍ଶନ କରେ । ସେ ସମଗ୍ର ମାନବ ସମାଜକୁ ଦେହ ଦୃଷ୍ଟିରେ ନ ଦେଖି ଆତ୍ମିକ ଦୃଷ୍ଟିରେ ଦେଖେ । ତାଙ୍କ ଦୃଷ୍ଟିରେ ଜାତି, ବର୍ଣ୍ଣ, ଧର୍ମ, ଭାଷା, ଲିଙ୍ଗ, ରାଷ୍ଟ୍ରୀୟତା ଆଦି ନିର୍ବିଶେଷରେ ସମସ୍ତେ ଏକ ପରମାତ୍ମାଙ୍କ ଆତ୍ମିକ ସନ୍ତାନ ଅଟନ୍ତି । ତେଣୁ ପରସ୍ପର ସମସ୍ତେ ଭାଇ ଭାଇ । ବସୁଧୈବ କୁଟୁମ୍ବକମ୍ । ଏହିପରି ଅନେକତା ମଧ୍ୟରେ ଏକତା ଦର୍ଶନ(ଙ୍କଦ୍ଭସଗ୍ଧଚ୍ଚ ସଦ୍ଭ ୟସଙ୍ଖରକ୍ସଗ୍ଦସଗ୍ଧଚ୍ଚ) ସା୍ୱିକ ଜ୍ଞାନର ପରିଚାୟକ । 

ରାଜସିକ ଜ୍ଞାନ ମନୁଷ୍ୟ ମଧ୍ୟରେ ବିବିଧତା ଓ ଅନେକତା ଭାବ ସୃଷ୍ଟି କରେ । ରାଜସିକ ଜ୍ଞାନ ସମ୍ପନ୍ନ ବ୍ୟକ୍ତି "ରାଗ' (ଅନୁରାଗ, ଆସକ୍ତି) ପ୍ରଧାନ ଅଟନ୍ତି । ଏହା ତାଙ୍କ ମଧ୍ୟରେ ନିଜ ପର ଭାବନାର ଉଦ୍ରେକ କରାଏ । ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ, ଭାଷା, ଲିଙ୍ଗ ଓ ରାଷ୍ଟ୍ର୍ରୀୟତା ଭେଦରେ ସେ ସମଗ୍ର ମାନବ ସମାଜକୁ ବିଭିନ୍ନ ଭାଗରେ ବର୍ଗୀକରଣ କରିଥାନ୍ତି । ଏପରି ବ୍ୟକ୍ତି ସାଧାରଣତଃ ସ୍ୱାର୍ଥପରାୟଣ ଓ ସଂକୀର୍ଣ୍ଣମନା ଅଟନ୍ତି । ରାଜସ ଜ୍ଞାନ ଧର୍ମକୁ ସାମ୍ପ୍ରଦାୟିକତାର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ରଖେ । ସା୍ୱିକ ଜ୍ଞାନ ଆତ୍ମିକ ଦୃଷ୍ଟି ଶିଖାଏ; କିନ୍ତୁ ରାଜସ ଜ୍ଞାନ ରାଗାତ୍ମକ ହୋଇଥିବା ହେତୁ ଆତ୍ମ ବିସ୍ମୃତି ଘଟାଏ ଯଦ୍ୱାରା ବ୍ୟକ୍ତି ସଂସାରକୁ କେବଳ ଶାରୀରିକ ଦୃଷ୍ଟିରେ ଦେଖେ । ଯେଉଁଠି ରାଗ ଥାଏ ସେଇଠି ଅବଶ୍ୟ ଦ୍ୱେଷ ଉପôନ୍ନ ହୁଏ । ଏହା ମନୁଷ୍ୟକୁ କ୍ରମଶଃ ଅଧୋପତନ ଆଡ଼କୁ ନେଇଯାଏ ।

ଆସୁରୀ ସମ୍ପିରେ ପରିପୂର୍ଣ୍ଣ ବ୍ୟକ୍ତିର ଜ୍ଞାନକୁ ତାମସ କୁହାଯାଏ । ଏହା ପ୍ରକୃତରେ ଅଜ୍ଞାନତା । ତାମସ ଜ୍ଞାନଯୁକ୍ତ ମନୁଷ୍ୟକୁ ଅଜ୍ଞାନ କୁହାଯାଏ । ସେ ଆତ୍ମା ଓ ପରମାତ୍ମାଙ୍କ ଅସ୍ତିତ୍ୱକୁ ସ୍ବୀକାର କରେ ନାହିଁ । ତେଣୁ ସେ ମୃତୁ୍ୟପର ଜୀବନକୁ ବିଶ୍ୱାସ କରେ ନାହିଁ । ତାପାଖରେ କୌଣସି ନୈତିକତା ନ ଥାଏ । ସେ ବିଷୟ-ବାସନାକୁ ଜୀବନର ଏକମାତ୍ର ଲକ୍ଷ୍ୟ ବୋଲି ବିଚାର କରେ । ସେ ନାସ୍ତିକ ହୋଇଥିବାରୁ ପାପ-ପୁଣ୍ୟର ବିଚାର କରେ ନାହିଁ । ଶରୀର ତା' ପାଇଁ ସର୍ବୋପରି । ଶରୀରର ସୁଖ ପାଇଁ ଯେକୌଣସି କର୍ମ କରିବାକୁ ସେ ପଶ୍ଚାତ୍ପଦ ହୁଏ ନାହିଁ । ଏହିପରି ଅଜ୍ଞାନ ବ୍ୟକ୍ତିର ବିଚାରକୁ ତାମସ ଜ୍ଞାନ କୁହାଯାଏ । ତାହା ଅଯୌକ୍ତିକ, ତ୍ୱରହିତ ଓ ତୁଚ୍ଛ । ତେଣୁ ତାହା ମନୁଷ୍ୟକୁ ଉଚିତ ଦିଗ୍ ଦର୍ଶନ ତଥା ଆତ୍ମ-ସଂଶୋଧନ ପାଇଁ ପ୍ରେରଣା ଦେବା ପରିବେର୍ ବାମ ମାର୍ଗରେ ପରିଚାଳିତ କରାଏ ।

ତିନି ପ୍ରକାର କର୍ମ

ନିୟତଂ ସଙ୍ଗରହିତମରାଗ ଦ୍ୱେଷତଃ କୃତମ୍ ।

ଅଫଳପ୍ରେପ୍ସୁନା କର୍ମ ଯତ୍ ସା୍ୱିକ ମୁଚ୍ୟତେ ।ା୨୩ାା

ଯୁକାମେପ୍ସୁନା କର୍ମ ସାହଙ୍କାରେଣ ବା ପୁନଃ ।

କ୍ରିୟତେ ବହୁଳାୟାସଂ ତଦ୍ରାଜସମୁଦାହୃତମ୍ ।ା୨୪ାା

ଅନୁବନ୍ଧଂ କ୍ଷୟଂ ହିଂସା ମନବେକ୍ଷ୍ୟ ଚ ପୌରୁଷମ୍ ।

ମୋହାଦାରଭ୍ୟତେ କର୍ମ ଯାମସମୁଚ୍ୟତେ ।ା୨୫ାା

ଅର୍ଥ : ଫଳାକାଂକ୍ଷା ରହିତ ପୁରୁଷ ଦ୍ୱାରା ଆସକ୍ତି ଓ ରାଗ ଦ୍ୱେଷ ଶୂନ୍ୟ ହୋଇ ଅନୁଷ୍ଠିତ ହେଉଥିବା ନିୟତ କର୍ମକୁ ସା୍ୱିକ କୁହାଯାଏ ।ା୨୩ାା କର୍ୃତ୍ୱାଭିମାନୀ ଓ ଫଳକାମୀ ମନୁଷ୍ୟ ଦ୍ୱାରା ଶକ୍ତିର ବୃଥା ଅପଚୟ କରି ଯେଉଁ ଆୟାସପୂର୍ଣ୍ଣ ଓ କ୍ଳେଶଯୁକ୍ତ କର୍ମ ଅନୁଷ୍ଠିତ ହୁଏ ତାକୁ ରାଜସ କର୍ମ କୁହାଯାଏ ।ା୨୪ାା ପରିଣାମ, କ୍ଷୟ-କ୍ଷତି, ହିଂସା ତଥା ନିଜ ସାମର୍ଥ୍ୟର ବିଚାର ନ କରି ମୋହ ବଶତଃ ମନୁଷ୍ୟ ଯେଉଁ କର୍ମ ଆରମ୍ଭ କରେ ତାହାକୁ ତାମସ କର୍ମ କୁହାଯାଏ ।ା୨୫ାା

ବ୍ୟାଖ୍ୟା : ମନୁଷ୍ୟର ପ୍ରକୃତି, ବିଶ୍ୱାସ ଓ ଧାରଣା ଆଧାରରେ ତା'ର କର୍ମ କି ପ୍ରକାର ହେବ ତାହା ନିର୍ଭର କରେ । ତେଣୁ ଜ୍ଞାନ ଭଳି କର୍ମ ମଧ୍ୟ ତିନି ପ୍ରକାର ହୋଇଥାଏ । ସା୍ୱିକ କର୍ମ ନିୟତ ଓ ରାଗ-ଦ୍ୱେଷ ରହିତ ହୋଇଥାଏ । ଅନାସକ୍ତ ଓ ନିଷ୍କାମୀ ବ୍ୟକ୍ତି ଏହି କର୍ମର ଅଧିକାରୀ ହୋଇଥାନ୍ତି । ଅନେକ ଟୀକାକାର ନିୟତ କର୍ମର ଅର୍ଥ ଶାସ୍ତ୍ର ବିହିତ ନିତ୍ୟ ନୈମିିକ କର୍ମ ବୋଲି ବ୍ୟାଖ୍ୟା କରିଛନ୍ତି । ଚଳିତ ପ୍ରକରଣରେ ଏପରି ବ୍ୟାଖ୍ୟା ରୁଢ଼ିବାଦିତାର ପରିଚାୟକ । ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରି ଯେଉଁ କର୍ମ କରାଯାଏ ତାହା ହେଉଛି ନିୟତ କର୍ମ । ତୃତୀୟ ଅଧ୍ୟାୟ ସପ୍ତମ ଶ୍ଳୋକର ""ଇନ୍ଦ୍ରିୟାଣି ମନସା ନିୟମ୍ୟ'' ବାକ୍ୟରେ ଇନ୍ଦ୍ରିୟମାନଙ୍କୁ ସଂଯମ କରି ଅନାସକ୍ତ ଭାବରେ କର୍ମ କରୁଥିବା ମନୁଷ୍ୟର ପ୍ରଶଂସା କରାଯାଇ ତା'ର ପରବର୍ୀ (ଅଷ୍ଟମ ଶ୍ଳୋକ) ଶ୍ଳୋକରେ ଅର୍ଜୁନକୁ ନିୟତ କର୍ମ କରିବାକୁ କୁହାଯାଇଛି । ତେଣୁ ଗୀତାରେ ଶାସ୍ତ୍ରୋକ୍ତ ନିତ୍ୟ ନୈମିିକ କର୍ମକୁ ନିୟତ କର୍ମ ବୋଲି କୁହାଯାଇ ନାହିଁ ।

ଅନାସକ୍ତ ଓ ନିଷ୍କାମ ଭାବରେ ନିୟତ କର୍ମ କଲେ ତାହା ସର୍ବଥା ରାଗ ଓ ଦ୍ୱେଷରୁ ମୁକ୍ତ ହୁଏ । ଏହିପରି ସା୍ୱିକ କର୍ମରେ କର୍ାର କୃର୍ତ୍ୱାଭିମାନ ନ ଥାଏ । ସେ କର୍ବ୍ୟ ବୁଦ୍ଧିରେ କର୍ମ କରିଯାଏ । କର୍ମ ଓ କର୍ମ ଫଳ ପ୍ରତି ତା'ର ଆସକ୍ତି ନ ଥିବାରୁ ସେ ସଫଳତାରେ ଅଧୀର ଓ ବିଫଳତାରେ କାତର ହୁଏ ନାହିଁ । କର୍ମ ତା'ର ଧର୍ମ ହୋଇଥାଏ । ସହଜ ସାଧ୍ୟ କାମକୁ ସେ ଅନୁରାଗ ପୂର୍ବକ କରନ୍ତି ନାହିଁ କି କଠିଣ କାମକୁ ଦ୍ୱେଷ ପୂର୍ବକ ତ୍ୟାଗ କରନ୍ତି ନାହିଁ । ସହଜ ଓ କଠିଣ ଉଭୟ କାମ ତାଙ୍କୁ ସୁଖ, ଆନନ୍ଦ ଓ ସନ୍ତୋଷ ପ୍ରଦାନ କରେ । ପଦମର୍ଯ୍ୟାଦା, ମାନ ସମ୍ମାନ, ଯଶ ଖ୍ୟାତି, ସୁଖ ସମୃଦ୍ଧି ଓ ପ୍ରସିଦ୍ଧି ପାଇବା ପାଇଁ ସେ କର୍ମ କରନ୍ତି ନାହିଁ । ଈଶ୍ୱରୀୟ ମର୍ଯ୍ୟାଦା ପାଳନ ପୂର୍ବକ ଯନ୍ତ୍ରବତ୍ ସେ ଈଶ୍ୱରଙ୍କ ନିମି ରୂପେ କର୍ମ ସମ୍ପାଦନ କରି ଯାଆନ୍ତି । ତେଣୁ ତାଙ୍କ ଦ୍ୱାରା କଠିଣ କାର୍ଯ୍ୟ ମଧ୍ୟ ଅନାୟାସରେ ହୋଇଯାଏ ।

ରାଜସିକ କର୍ମ, ଭୋଗ ପ୍ରଧାନ, କି୍ରୟା ବହୁଳ ଓ ବହୁ ଆୟାସ ଯୁକ୍ତ ଅଟେ । ରଜୋଗୁଣୀ ବ୍ୟକ୍ତି ଦେହ ସର୍ବସ୍ୱ ହୋଇଥିବାରୁ ଦୈହିକ ସୁଖ-ଶାନ୍ତି ପାଇବା ପାଇଁ ଯେତିକି ଦୁରୂହ କାର୍ଯ୍ୟ ହେଲେ ମଧ୍ୟ ତାହା କରିବାକୁ ସେ ପଶ୍ଚାତପଦ ହୁଅନ୍ତି ନାହିଁ । ରଜଗୁଣ ଅନୁରାଗାତ୍ମକ ହୋଇଥାଏ । ଯେଉଁଠି ତୃଷ୍ଣା ଥାଏ ସେଇଠି ତୃପ୍ତି ନ ଥାଏ । ଅତୃପ୍ତି ହେତୁ ମନୁଷ୍ୟର ଅଭାବ ତାଲିକା ବଢ଼ି ବଢ଼ି ଚାଲେ । ଏହି ଅଭାବଗୁଡିକୁ କିପରି ପୂରଣ କରିବ ମନୁଷ୍ୟ ସେଥିପାଇଁ ନାନାବିଧ କର୍ମ ଆରମ୍ଭ କରେ । ଏଥିପାଇଁ ରାଜସିକ ବ୍ୟକ୍ତି ଦ୍ୱାରା କର୍ମଗୁଡିକର ଅଧିକ ବିସ୍ତାର ହୁଏ । ଦୈହିକ ସୁଖକୁ ସେ ପ୍ରାଧାନ୍ୟ ଦେଉଥିବାରୁ କର୍ମ ଜନିତ ଶାରୀରିକ ଶ୍ରମ ତାଙ୍କୁ କଷ୍ଟ ଲାଗେ । ରାଜସିକ ବ୍ୟକ୍ତିର କର୍ମ ସା୍ୱିକ ବ୍ୟକ୍ତିର କର୍ମ ପରି ଇନ୍ଦ୍ରିୟ ଦ୍ୱାରା ନିୟନ୍ତ୍ରିତ (ନିୟତ) ହୁଏ ନାହିଁ । ନିୟତ ଓ ନିମି ଭାବରେ କ୍ରିୟାନ୍ୱିତ କର୍ମ ଅଧିକ ବିସ୍ତାର ହୁଏ ନାହିଁ । କିନ୍ତୁ ରାଜସ କର୍ମର କର୍ା ଆସକ୍ତି ଓ କାମନା ଦ୍ୱାରା ପ୍ରେରିତ ହୋଇ ନିତ୍ୟ ନୂତନ କର୍ମଗୁଡିକର ଆରମ୍ଭ କରୁଥିବାରୁ ସେଗୁଡିକ ଅଧିକରୁ ଅଧିକ ବିସ୍ତାରିତ ହୁଏ । ମାନ-ସମ୍ମାନ, ପଦ-ମର୍ଯ୍ୟାଦା, ସୁଖ-ସମୃଦ୍ଧି, ଆଦି ପାଇବାକୁ ସେ ଯାଗ-ଯଜ୍ଞ, ବ୍ରତ, ଉପବାସ, କଠୋର ଶାରୀରିକ ତପଶ୍ଚର୍ଯ୍ୟା ଆଦି କ୍ରିୟାବହୁଳ କର୍ମରେ ଲିପ୍ତ ରହନ୍ତି । ଏହାଦ୍ୱାରା ସେ ଲୋକଙ୍କଠାରୁ ପ୍ରଶଂସା ପାଆନ୍ତି । ନିଜ ଯୋଗ୍ୟତା ପାଇଁ ତାଙ୍କଠାରେ ଅହଙ୍କାର ଆସେ । କର୍ମର ସଫଳତାରେ ସେ ଉତ୍ଫୁଲ୍ଲିତ ଓ ବିଫଳତାରେ ଦୁଃଖିତ ହୋଇ ପଡନ୍ତି । ଦ୍ୱେଷ ଓ ବିଷମ ବୁଦ୍ଧି ହେତୁ ରାଜସିକ ବ୍ୟକ୍ତି ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ରହି ପାରନ୍ତି ନାହିଁ । ସା୍ୱିକ ବ୍ୟକ୍ତି ପରମାର୍ଥ ପରାୟଣ, କିନ୍ତୁ ରାଜସିକ ବ୍ୟକ୍ତି ସ୍ୱାର୍ଥ ପରାୟଣ ଅଟନ୍ତି ।

ତମୋଗୁଣ ଦ୍ୱାରା ବଶୀଭୂତ ମନୁଷ୍ୟ ସାଧାରଣତଃ ଅପରିଣାମଦର୍ଶୀ; ହିଂସା-ପରାୟଣ ଓ ଅହଙ୍କାରୀ ହୋଇଥାଏ । କର୍ାର ଗୁଣ ଓ ପ୍ରକୃତି ଅନୁସାରେ କର୍ମ ନିରୂପଣ ହୋଇଥାଏ । ତେଣୁ ତାମସ କର୍ମର କର୍ା କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତଦ୍ୱାରା କି କି ପରିଣାମ ହେବ ସେ କଥା ଚିନ୍ତା କରନ୍ତି ନାହିଁ । ସା୍ୱିକ ବ୍ୟକ୍ତି ମଧ୍ୟ ଲାଭ କ୍ଷତି ବିଚାର ନ କରି କର୍ମ କରନ୍ତି । କିନ୍ତୁ ସେ ଦେହାଭିମାନ ମୁକ୍ତ, ଆତ୍ମିକ ସ୍ଥିତି ସମ୍ପନ୍ନ, ନିରହଙ୍କାରୀ, କର୍ୃତ୍ୱାଭିମାନ ରହିତ, ଅନାସକ୍ତ ଓ ନିଃସ୍ୱାର୍ଥପର ଭାବରେ କେବଳ ପରମାର୍ଥ ପାଇଁ କର୍ମ କରୁଥିବାରୁ ତା'ର ପରିଣାମ ସର୍ବଦା ଜଗତ ପାଇଁ କଲ୍ୟାଣକାରକ ହୁଏ । ରାଜସିକ ବ୍ୟକ୍ତି ଫଳାକାଙ୍କ୍ଷୀ ହୋଇଥିବାରୁ ସେ ବୁଝି ବିଚାରି ବିଧିପୂର୍ବକ କର୍ମାନୁଷ୍ଠାନ କରନ୍ତି । କିନ୍ତୁ ତାମସିକ ବ୍ୟକ୍ତି ବିଧି ନିଷେଧର ପାଳନ ଓ କ୍ଷୟକ୍ଷତିର ବିଚାର କରନ୍ତି ନାହିଁ । ସେ ଅହଙ୍କାର ବଶତଃ ନିଜ ଶକ୍ତି ସାମର୍ଥ୍ୟର ବିଚାର ନ କରି କର୍ମ ଆରମ୍ଭ କରନ୍ତି । ତାମସିକ ଆହାର ପ୍ରତି ତାଙ୍କର ସ୍ୱଭାବିକ ଅଭିରୁଚି ହେତୁ ସେ ଜୀବ ହତ୍ୟା କରି ମାଂସ ଭକ୍ଷଣ କରନ୍ତି । ସେ ତାମସିକ ଯଜ୍ଞ ପ୍ରିୟ ହୋଇଥିବାରୁ ଯଜ୍ଞରେ ପଶୁବଳି ଦିଅନ୍ତି । ସେ କାମୀ ଓ କ୍ରୋଧୀ ହୋଇଥିବାରୁ ପର ସ୍ତ୍ରୀ ପ୍ରତି କାମୁକ ଦୃଷ୍ଟି ରଖନ୍ତି ; ସୁଯୋଗ ପାଇଲେ ଅନ୍ୟ ସ୍ତ୍ରୀକୁ ଦୁର୍ବ୍ୟବହାର ଓ ବଳକôାର କରନ୍ତି; ଅନ୍ୟମାନଙ୍କୁ ମାନସିକ ଓ ଶାରୀରିକ ଯାତନା ଦିଅନ୍ତି  । ଏହିପରି ହିଂସ୍ରକ କର୍ମରେ ସେ ଲିପ୍ତ ରହି ନିଜର ଧନ ଓ ଶକ୍ତିର ବୃଥା ଅପଚୟ କରନ୍ତି । ଏ ପ୍ରକାର କର୍ମ ତାଙ୍କ ନିଜ ପାଇଁ ତଥା ସମଗ୍ର ମନୁଷ୍ୟ ସମାଜ ପାଇଁ ଦୁଃଖର କାରଣ ହୋଇଥାଏ ।

ତିନି ପ୍ରକାର କର୍ା

ମୁକ୍ତ ସେଙ୍ଗାଽନହଂବାଦୀ ଧୃତୁ୍ୟସôାହସମନ୍ୱିତଃ ।

ସିଦ୍ଧ୍ୟ ସିଦ୍ଧ୍ୟୋନିର୍ବିକାରଃ କର୍ା ସା୍ୱିକ ଉଚ୍ୟତେ ।ା୨୬ାା

ରାଗୀ କର୍ମଫଳ ପ୍ରେପ୍ସୁର୍ଲୁବ୍ଧୋ ହିଂସାତ୍ମକୋଽଶୁଚିଃ ।

ହର୍ଷ ଶୋକାନ୍ୱିତଃ କର୍ା ରାଜସଃ ପରିକୀିର୍ତଃ ।ା୨୭ାା

ଅଯୁକ୍ତଃ ପ୍ରାକୃତଃସ୍ତବ୍ଧଃ ଶଠୋଽନୈଷ୍କୃତିକୋଽଳସଃ ।

ବିଷାଦୀ ଦୀର୍ଘସୂତ୍ରୀ ଚ କର୍ା ତାମସ ଉଚ୍ୟତେ ।ା୨୮ ।ା

ଅର୍ଥ : ଯିଏ ଆସକ୍ତି ଓ ଅହଙ୍କାର ରହିତ; ଯାହାଙ୍କଠାରେ ଦୃଢ଼ତା ଓ ଉସôାହ ଥାଏ ଏବଂ ଯିଏ ସଫଳତା ବା ଅସଫଳତାରେ ହର୍ଷ ବା ବିଷାଦଯୁକ୍ତ ହୁଅନ୍ତି ନାହିଁ, ସେ ସା୍ୱିକ କର୍ା ବୋଲି କଥିତ ହୁଅନ୍ତି ।ା୨୬ାା ରାଗୀ (ଆସକ୍ତିଯୁକ୍ତ); ଫଳାକାଙ୍କ୍ଷୀ; ଲୋଭୀ, ହିଂସ୍ରକ; ଅପବିତ୍ର ତଥା ହର୍ଷ ଓ ଶୋକଯୁକ୍ତ ବ୍ୟକ୍ତିକୁ ରାଜସ କର୍ା ବୋଲି କୁହାଯାଏ ।ା୨୭ାା ଯିଏ ଅସ୍ଥିରମନା(ଅବ୍ୟସ୍ଥିତ), ଅସଂସ୍କାରୀ, ଉଦ୍ଧତ, ଧୂର୍, ଦୁଷ୍ଟ, କ୍ରୁର, ଅଳସୁଆ; ବିଷାଦୀ ଓ ଦୀର୍ଘସୂତ୍ରୀ, ତାଙ୍କୁ ତାମସ କର୍ା କୁହାଯାଏ ।ା୨୮ାା

ବ୍ୟାଖ୍ୟା : ସା୍ୱିକ, ରାଜସିକ ଓ ତାମସିକ ଭେଦରେ କର୍ମର କର୍ାକୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ ।

ସା୍ୱିକ କର୍ାର ଛଅଟି ଲକ୍ଷଣ ଏଠାରେ ବର୍ଣ୍ଣନା କରାଯାଇଛି । ସେ ଆସକ୍ତି ଓ ଅହଙ୍କାର ମୁକ୍ତ; ଦୃଢ଼ତା ଓ ଉତ୍ସାହଯୁକ୍ତ ତଥା ସିଦ୍ଧି ଓ ଅସିଦ୍ଧିରେ ନିର୍ବିକାର ଅଟନ୍ତି । ମାନ, ସମ୍ମାନ, ପଦ-ମର୍ଯ୍ୟାଦା, ଯଶ-ଖ୍ୟାଦି ଆଦି କାମନା ରଖି ସେ କୌଣସି କର୍ମ କରନ୍ତି ନାହିଁ । ତାଙ୍କର ପ୍ରତ୍ୟେକ କର୍ମ ସତ୍ ଓ ନିୟତ ହୋଇଥାଏ । ଯେତେ ବଡ଼ କଠିଣ କାମ ହେଉନା କାହିଁକି ସେ ତାହା ଅତ୍ୟନ୍ତ ଯନô,ଉସôାହ ଓ ଧୈର୍ଯ୍ୟ ପୂର୍ବକ ସମ୍ପାଦନ କରନ୍ତି । ସେ କୃର୍ତ୍ୱାଭିମାନ ରହିତ ହୋଇଥିବାରୁ ନିଜକୁ ପରମାତ୍ମାଙ୍କ ନିମି ମନେ କରି ସ୍ୱାଭାବିକ ଭାବରେ ପ୍ରାପ୍ତ କର୍ମଗୁଡ଼ିକୁ କର୍ବ୍ୟବୋଧରେ ସମ୍ପାଦନ କରନ୍ତ୍ି । ""ଏହି କାମ ମୁଁ କରୁଛି,'' ମୁଁ କରି ନ ଥିଲେ ଏତେ ବଡ କାମ ହୋଇ ପାରି ନ ଥାନ୍ତା;'' ଏହିପରି ଅହଙ୍କାର ତାଙ୍କର ନ ଥାଏ । ଈଶ୍ୱରାଧୀନ ହୋଇ ଅନାସକ୍ତ ଭାବରେ କାମ କରୁଥିବାରୁ ସଫଳତାରେ ଅଧୀର ଓ ବିଫଳତାରେ ସେ କାତର ହୁଅନ୍ତି ନାହିଁ ।

ରାଜସିକ କର୍ା ରଜୋଗୁଣ ଦ୍ୱାରା ପ୍ରଭାବିତ ହୋଇ କର୍ମ କରନ୍ତି । ଏଠାରେ ରାଜସିକ କର୍ାର ମଧ୍ୟ ଛଅଟି ଲକ୍ଷଣ ବର୍ଣ୍ଣନା କରାଯାଇଛି । ସେ ରାଗୀ, କର୍ମ ଫଳାକାଙ୍କ୍ଷୀ, ହିଂସ୍ରକ, ଅପବିତ୍ର ଓ ହର୍ଷ-ଶୋକଯୁକ୍ତ ଅଟନ୍ତି । ରଜଗୁଣ ଅନୁରାଗାତ୍ମକ । ତେଣୁ ରାଜସିକ କର୍ାର ଉଭୟ କର୍ମ ଓ କର୍ମଫଳରେ ଅହେତୁକ ଆସକ୍ତି ଓ ମମତା ଥାଏ । ଏହି ଅନୁରାଗ ତାଙ୍କୁ କଠିଣରୁ କଠିଣ କର୍ମ କରିବାକୁ ପ୍ରେରିତ କରେ । ରାଜସିକ କର୍ା ସ୍ୱାର୍ଥ ପରାୟଣ । ନିଜ ସ୍ୱାର୍ଥ ପୂର୍ି ହେଉଥିବା କର୍ମରେ କେବଳ ସେ ହାତ ଦିଅନ୍ତି । କାରଣ କର୍ମ ତାଙ୍କ ପାଇଁ ସ୍ୱାର୍ଥ ପୂର୍ିର ଉପାୟ ବିଶେଷ ମାତ୍ର । ଧନ ସମ୍ପି ପ୍ରତି ଅତ୍ୟଧିକ ଆସକ୍ତି ତାଙ୍କୁ କୃପଣ କରିଦିଏ । ବିଷୟାନୁରକ୍ତି ହେତୁ ସେ ଭୋଗ-ବିଳାସ ପାଇଁ ଧନ ବ୍ୟୟ କରନ୍ତି; କିନ୍ତୁ କୃପଣତା ବଶତଃ ପଇସାଟିଏ ମଧ୍ୟ କୌଣସି ଦୁଃଖୀରଙ୍କୀଙ୍କୁ ଦାନ କରନ୍ତି ନାହିଁ । ନିଜ ପାଖରେ ଯଥେଷ୍ଟ ସମ୍ପି ଥାଇ ମଧ୍ୟ ସେ ଅନ୍ୟମାନଙ୍କୁ ବୋକା ବନାଇ କିପରି ସେମାନଙ୍କ ସମ୍ପିକୁ ନିଜର କରିନେବେ ସେହି ଉପାୟ ଖୋଜିିବାକୁ କୁଣ୍ଠିତ ହୁଅନ୍ତି ନାହିଁ । ଯେତେ ଧନ ଅର୍ଜନ କଲେ ମଧ୍ୟ ସେଥିରେ ତାଙ୍କର ସନ୍ତୋଷ ନ ଥାଏ । ଅଧିକରୁ ଅଧିକ ଧନ ପା୍ରପ୍ତି ପାଇଁ ସେ ନାନାବିଧ କର୍ମ ଜାଲରେ ଛନ୍ଦି ହୋଇ ପଡିଥାନ୍ତି । ଯେ କୌଣସି ଉପାୟରେ ହେଉ ସେ ନିଜର ଲକ୍ଷ ସାଧନରେ ତପôର ଥାଆନ୍ତି । ନିଜର ଉଦ୍ଧେଶ୍ୟ ପରିପୂର୍ି ପାଇଁ ସେ ଅନ୍ୟର ଅନିଷ୍ଠ କରିବାକୁ ତଥା ଯେକୌଣସି ଘୃଣିତ କର୍ମ କରିବାକୁ ମଧ୍ୟ ପଶ୍ଚାତପଦ ହୁଅନ୍ତି ନାହିଁ । ସେ ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ପବିତ୍ରତା ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ । କାମପୋଭୋଗପରାୟଣ ହୋଇ ସେ ସଦାଚାରକୁ ତ୍ୟାଗ କରନ୍ତି । କର୍ମ ଓ କର୍ମଫଳରେ ରାଗ-ଦ୍ୱେଷ ରହୁଥିବାରୁ ସେ ସଫଳତାରେ ହର୍ଷୋତ୍ଫୁଲ୍ଲିତ ଓ ବିଫଳତାରେ ଶୋକଗ୍ରସ୍ତ ହୋଇ ପଡନ୍ତି ।

ତାମସ କର୍ା ଅବ୍ୟବସ୍ଥିତ(ଅସ୍ଥିରମନା, ଅଯୁକ୍ତଃ), କୁସଂସ୍କାରୀ(ପ୍ରାକୃତଃ), ଉଦ୍ଧତ(ସ୍ତବ୍ଧଃ) ଧୂର୍(ଶଠ), ପ୍ରତାରକ(ଅନୈଷ୍କୃତିକଃ), ଅଳସୁଆ, ଶୋକଯୁକ୍ତ ଓ ଦୀର୍ଘସୂତ୍ରୀ ଅଟନ୍ତି । ଯାହାର ମନ ଓ ବୁଦ୍ଧି ପରମାତ୍ମାଙ୍କ ସହିତ ଯୁକ୍ତ ନୁହେଁ ତାକୁ ଅଯୁକ୍ତ କୁହାଯାଏ । ସମବୁଦ୍ଧିଯୁକ୍ତ ବ୍ୟକ୍ତିକୁ ଯୋଗୀ କୁହାଯାଏ । ତାଙ୍କର କଥାବାର୍ା, ଚାଲିଚଳନ, ଚିନ୍ତାଧାରା, ଆଚାର ବ୍ୟବହାର, ଆହାର ବିହାର ସବୁକିଛି ବ୍ୟବସ୍ଥିତ ଥାଏ । କିନ୍ତୁ ତମୋଗୁଣ ଦ୍ୱାରା ପ୍ରଭାବିତ ହେଲେ ମନୁଷ୍ୟର ସମ୍ପୂର୍ଣ୍ଣ ଜୀବନଧାରା ଅବ୍ୟବସ୍ଥିତ ହୋଇପଡେ । ତାଙ୍କର ମନ ବୁଦ୍ଧି ଓ ଇନ୍ଦ୍ରିୟଗଣ ଅନିୟନ୍ତ୍ରିତ ହୋଇ ପଡନ୍ତି । ସେ ଈଶ୍ୱର ବିମୁଖ ହୋଇ ପଡନ୍ତି । ତେଣୁ ତାଙ୍କଠାରେ ଆସୁରୀ ଗୁଣଗୁଡିକର ବିକାଶ ହୁଏ । ଉପଯୁକ୍ତ ଶିକ୍ଷା, ସ୍ୱଧ୍ୟାୟ, ସତ୍ସଙ୍ଗ ଅଭାବରେ ସେ କୁସଂସ୍କାରୀ ହୋଇ ପଡନ୍ତି । ଅଜ୍ଞାନତାରୁ ତମୋଗୁଣର ଉଦ୍ଭବ(ତମସ୍ତ୍ୱଜ୍ଞାନଜଂ ବିଦ୍ଧି....ାା୧୪/୮ାା) ହୋଇଥିବାରୁ ତାମସ ବ୍ୟକ୍ତିର ବୁଦ୍ଧିରେ ସତ୍ଜ୍ଞାନ ଧାରଣ ହୁଏ ନାହିଁ । ଉପ୍ତ ତାୱାରେ (ଲୌହ ପଟଳ)ଜଳ ବିନ୍ଦୁ ପଡିଲେ ଯେପରି ତତ୍କ୍ଷଣାତ୍ ତାହା ବାଷ୍ପୀଭୂତ ହୋଇଯାଏ, ସେହିପରି କାମ କ୍ରୋଧାଦି ବିକାର ତାପରେ ତାପିତ ତାମସ କର୍ାର ମନ ଓ ବୁଦ୍ଧି, ଜ୍ଞାନ ଗ୍ରହଣ କରିପାରେ ନାହିଁ  । ତେଣୁ ସମସ୍ତ ପ୍ରକାର ପ୍ରଯନô ସେ୍ୱ ମଧ୍ୟ ତାଙ୍କର ସଂସ୍କାର ଉନ୍ନତ ହୋଇପାରେ ନାହିଁ ଓ ସେ ଅଶିକ୍ଷିତ ରହି ଯାଆନ୍ତି । ଆସୁରୀ ସଂସ୍କାର ବଶତଃ ତାଙ୍କ ସ୍ୱଭାବ ଅତ୍ୟନ୍ତ କଠୋର ହୋଇଯାଏ । ତାଙ୍କ ନିକଟରେ ବିନୟ ଭାବର ସର୍ବଥା ଅଭାବ ଦେଖାଯାଏ । ପିତା-ମାତା, ଗୁରୁଜନ, ସାଧୁ-ସନ୍ଥଙ୍କ ପ୍ରତି ମଧ୍ୟ ସେ ଅତ୍ୟନ୍ତ ଉଦ୍ଧତପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରନ୍ତି । ଅନ୍ୟମାନଙ୍କ ଅନିଷ୍ଟ ତାଙ୍କର ଇଷ୍ଟବୃି ହୁଏ । ସେ ଏମିତି ଧୂର୍ ଯେ ଉପକାରୀ ବନ୍ଧୁମାନଙ୍କୁ ମଧ୍ୟ ପ୍ରତାରଣା କରିବାରେ କୁଣ୍ଠିତ ହୁଅନ୍ତି ନାହିଁ । ସେ ଅତ୍ୟନ୍ତ ଆଳସ୍ୟପରାୟଣ ଓ ଦୀର୍ଘସୂତ୍ରୀ । ଏପରି ବ୍ୟକ୍ତିର କର୍ମ ପ୍ରତି ସ୍ପୃହା ନ ଥାଏ । ଅନନ୍ୟୋପାୟ ହୋଇ ଯଦିବା କୌଣସି କାମ ତାଙ୍କୁ କରିବାକୁ ପଡେ ତାକୁ ସେ ଯଥା ସମୟରେ ସମ୍ପନ୍ନ କରି ପାରନ୍ତି ନାହିଁ । ନିଦ୍ରା, ଆଳସ୍ୟ ଓ ପ୍ରମାଦ ଦ୍ୱାରା ତମୋଗୁଣ, ମନୁଷ୍ୟକୁ ବନ୍ଧନରେ ପକାଏ (ଗୀ-୧୪/୮) । ବନ୍ଧନ ସର୍ବଦା ଦୁଃଖ ଓ ଶୋକର କାରଣ ହୋଇଥାଏ । ତେଣୁ ତାମସ ବ୍ୟକ୍ତି ସର୍ବଦା ବିଷାଦଗ୍ରସ୍ତ ଥାଆନ୍ତି । ପ୍ରକୃତ ସୁଖ, ଶାନ୍ତି ଓ ଆନନ୍ଦ କ'ଣ ସେ ଜାଣନ୍ତି ନାହିଁ ।

ତିନି ପ୍ରକାର ବୁଦ୍ଧି ଓ ଧୃତି

ବୁଦ୍ଧେର୍ଭେଦଂ ଧୃତେଶ୍ଚୈବ ଗୁଣତସ୍ତ୍ରିବିଧଂ ଶୃଣୁ ।

ପ୍ରୋଚ୍ୟମାନମଶେଷେଣ ପୃଥକ୍ତ୍ୱେନ ଧନଜ୍ଞୟ ।ା୨୯ାା

ପ୍ରବୃିଂ ଚ ନିବୃିଂ ଚ କାର୍ଯ୍ୟାକାର୍ଯେ୍ୟ ଭୟାଭୟେ ।

ବନ୍ଧଂ ମୋକ୍ଷଂ ଚ ଯା ବେି ବୁଦ୍ଧିଂ ସା ପାର୍ଥ ସା୍ୱିକୀୂ ।ା୩୦ାା

ଯୟା ଧର୍ମମଧର୍ମଂ ଚ କାର୍ଯ୍ୟଂ ଚାକାର୍ଯ୍ୟ ମେବଚ ।

ଅଯଥାବତ୍ ପ୍ରଜାନାତି ବୁଦ୍ଧିଃ ସା ପାର୍ଥ ରାଜସୀ ।ା୩୧ାା

ଅଧର୍ମଂ ଧର୍ମମିତି ଯା ମନ୍ୟତେ ତମସାବୃତା ।

ସର୍ବାର୍ଥାନ୍ ବିପରୀତାଂଶ୍ଚ ବୁଦ୍ଧିଃ ସାପାର୍ଥ ତାମସୀ ।ା୩୨ାା

ଧୃତ୍ୟା ଯୟା ଧାରୟତେ ମନଃ ପ୍ରାଣେନ୍ଦ୍ରିୟ କ୍ରିୟାଃ ।

ଯୋଗେନାବ୍ୟଭିଚାରିଣ୍ୟା ଧୃତିଃ ସା ପାର୍ଥ ସା୍ୱିକୀ ।ା୩୩ାା

ଯୟାତୁ ଧର୍ମ କାମାର୍ଥାନ୍ ଧୃତ୍ୟା ଧାରୟତେଽର୍ଜୁନ ।

ପ୍ରସେଙ୍ଗନ ଫଳାକାଙ୍କ୍ଷୀ ଧୃତିଃ ସା ପାର୍ଥ ରାଜସୀ ।ା୩୪ାା

ଯୟା ସ୍ୱପ୍ନଂ ଭୟଂ ଶୋକଂ ବିଷାଦଂ ମଦମେବ ଚ ।

ନ ବିମୁତି ଦୁର୍ମେଧା ଧୃତିଃ ସା ପାର୍ଥ ତାମସୀ ।ା୩୫ାା

ଅର୍ଥ : ହେ ଧନଞ୍ଜୟ ! ଏବେ ମୁଁ ଗୁଣ ଅନୁସାରେ ତିନି ପ୍ରକାର ବୁଦ୍ଧି ଓ ଧୃତି ବିଷୟରେ ବିସ୍ତାର ପୂର୍ବକ ପୃଥକ ପୃଥକ ଭାବରେ କହୁଛି, ତାହା ତୁମେ ଶୁଣ ।ା୨୯ାା ହେ ପାର୍ଥ ! ପ୍ରବୃି ଓ ନିବୃି, କାର୍ଯ୍ୟ ଓ ଅକାର୍ଯ୍ୟ, ଭୟ ଓ ଅଭୟ ତଥା ବନ୍ଧନ ଓ ମୋକ୍ଷର ଭେଦ ଯେଉଁ ବୁଦ୍ଧି ସମୁଚିତ ଭାବରେ ଜାଣେ, ତାହା ସା୍ୱିକୀ ବୁଦ୍ଧି ।ା୩୦ାା ହେ ପାର୍ଥ ! ଯେଉଁ ବୁଦ୍ଧି ଧର୍ମ ଓ ଅଧର୍ମ ତଥା କାର୍ଯ୍ୟ ଓ ଅକାର୍ଯ୍ୟର ଭେଦ ବୃଥାରେ କରେ ସେହି ବୁଦ୍ଧି ରାଜସୀ କଥିତ ହୁଏ ।ା୩୧ାାା ହେ ପାର୍ଥ ! ଯେଉଁ ବୁଦ୍ଧି ତମୋଗୁଣ ଦ୍ୱାରା ଆବୃ ହୋଇଥିବା ହେତୁ ଅଧର୍ମକୁ ଧର୍ମ ମନେ କରେ ଏବଂ ସବୁ ବିଷୟକୁ ବିପରୀତ ଦୃଷ୍ଟିରେ ଦେଖେ, ସେହି ବୁଦ୍ଧି ତାମସୀ ଅଟେ ।ା୩୨ାା ହେ ପାର୍ଥ ! ଯେଉଁ ଏକନିଷ୍ଠ ଧୃତି ଦ୍ୱାରା ମନୁଷ୍ୟ ମନ, ପ୍ରାଣ ଓ ଇନ୍ଦ୍ରିୟମାନଙ୍କର କ୍ରିୟାଗୁଡିକୁ ସାମ୍ୟ ବୁଦ୍ଧିରେ ଧାରଣ କରେ, ସେହି ଧୃତି ସା୍ୱିକୀ ଅଟେ ।ା୩୩ାା ହେ ପାର୍ଥ ! ଯେଉଁ ଧୃତି ଦ୍ୱାରା ମନୁଷ୍ୟ ଫଳକାମନା ପୂର୍ବକ ଧର୍ମ, ଅର୍ଥ ଓ କାମକୁ ଆସକ୍ତି ବଶତଃ ଧାରଣ କରେ, ସେହି ଧୃତି ରାଜସୀ ଅଟେ ।ା୩୪ାା ହେ ପାର୍ଥ ! ଯେଉଁ ଧୃତି ଦ୍ୱାରା ଦୁଷ୍ଟବୁଦ୍ଧି ମନୁଷ୍ୟ ନିଦ୍ରା, ଭୟ, ଚିନ୍ତା, ଦୁଃଖ ଓ ମଦ(ଅହଙ୍କାର) ତ୍ୟାଗ କରିପାରେ ନାହିଁ, ତାହା ତାମସୀ ଧୃତି ଅଟେ ।ା୩୫ାା

ବ୍ୟାଖ୍ୟା : ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତିର ନାମ ହେଉଛି ମନ, ବୁଦ୍ଧି ଓ ସଂସ୍କାର । ବିଚାର ବା ସଂକଳ୍ପ ଅଭିବ୍ୟକ୍ତିର ନାମ ମନ । ମନର ଆଭିଧାନିକ ଅର୍ଥ ହେଉଛି ଚି, ଚିବୃି, ଅନ୍ତଃକରଣ, ଇଚ୍ଛା, ପ୍ରବୃି, ମାନସିକ ପ୍ରକୃତି । ଆତ୍ମା କୌଣସି କର୍ମ କରିବା ପୂର୍ବରୁ ମନରେ ସଂକଳ୍ପ ଉପôନ୍ନ ହୁଏ । ଏହା କାର୍ଯ୍ୟକାରୀ ହେବ କି ନାହିଁ ତାହା ବୁଦ୍ଧି ନିର୍ଣ୍ଣୟ ନିଏ । ତେଣୁ ଆତ୍ମାର ନିର୍ଣ୍ଣୟ ଶକ୍ତିକୁ "ବୁଦ୍ଧି' କୁହାଯାଏ । ଅଭିଧାନ ଅନୁସାରେ ବୁଦ୍ଧିର ଅର୍ଥ ହେଉଛି ବୋଧଶକ୍ତି, ଚିବୃି, ବିବେଚନା ଶକ୍ତି । ମନରେ ଉପôନ୍ନ ହେଉଥିବା ସଂକଳ୍ପ ବୁଦ୍ଧିର ସ୍ୱୀକୃତି ପାଇଲା ପରେ ତାହା ଇନ୍ଦ୍ରିୟମାନଙ୍କ ଦ୍ୱାରା କର୍ମରେ ରୂପାନ୍ତରିତ ହୁଏ । ପ୍ରତ୍ୟେକ କର୍ମର ଭଲ ବା ମନ୍ଦ ଫଳ ଥାଏ । ଆତ୍ମାରେ କର୍ମଫଳର ଅଭିଲେଖନ ପ୍ରକ୍ରିୟାକୁ "ସଂସ୍କାର' କୁହାଯାଏ । ଏହା ହେଉଛି ଆତ୍ମାର ଅଭିଲେଖାଗାର । ଏଠାରେ ଜନ୍ମଜନ୍ମାନ୍ତରର କର୍ମ ଫଳ ସିତ ଥାଏ । ସଂକଳ୍ପରେ ସ୍ଥିରତା, ଦୃଢ଼ତା, ଧୈର୍ଯ୍ୟ, ଧାରଣ ଓ ଆତ୍ମବଳକୁ ଧୃତି କୁହାଯାଏ । ଧୃତି ଶକ୍ତି ସବଳ ଥିଲେ ବୁଦ୍ଧି ଦ୍ୱାରା ସ୍ୱୀକୃତ ଧ୍ୟେୟରେ ଆତ୍ମା ଦୃଢ଼ ରହେ । ତେଣୁ ଜ୍ଞାନ, କର୍ମ ଓ କର୍ା ବିଷୟରେ ଜାଣିବା ସେଙ୍ଗ ସେଙ୍ଗ ବୁଦ୍ଧି ଓ ଧୃତିର ପ୍ରଭେଦ ଜାଣିବା ଏକାନ୍ତ ପ୍ରୟୋଜନ । ସ୍ୱ, ରଜ ଓ ତମ ଗୁଣକୁ ଭିି କରି ମନୁଷ୍ୟର ବୁଦ୍ଧି ଓ ଧୃତି ମଧ୍ୟ ତିନି ପ୍ରକାର ହୋଇଥାଏ ।

ସ୍ୱଗୁଣ ନିର୍ମଳ ଓ ପ୍ରକାଶ କାରକ । ଯେଉଁଠି ପ୍ରକାଶ ଥାଏ ସେଇଠି ଅନ୍ଧକାରର ନାମ ନ ଥାଏ । ଅନ୍ଧକାରର ଅଭାବ ନାମ ହିଁ ପ୍ରକାଶ । ଅଜ୍ଞାନ ହେଉଛି ଅନ୍ଧକାରର ଦ୍ୟୋତକ । ଅଜ୍ଞାନତା ବଶତଃ ମନୁଷ୍ୟ ପାପକର୍ମରେ ପ୍ରବୃ ହୁଏ; ଅସତ୍ କାର୍ଯ୍ୟରେ ଲିପ୍ତ ରହେ; ଅଧର୍ମାଚରଣ ହେତୁ ସେ ସର୍ବଦା ଭୟଗ୍ରସ୍ତ ଜୀବନ ଯାପନ କରେ ଓ ସେଥିରୁ ମୁକ୍ତି ପାଇବା ପାଇଁ ଯାଗ, ଯଜ୍ଞ, ଦାନ, ବ୍ରତ ପ୍ରଭୃତିି ନାନାବିଧ କର୍ମାରମ୍ଭ କରି ବନ୍ଧନରେ ପଡେ । ସା୍ୱିକ ବୁଦ୍ଧିଯୁକ୍ତ ବ୍ୟକ୍ତିର ବୁଦ୍ଧି ପ୍ରକାଶମୟ ହେତୁ ସେ ପ୍ରବୃି-ନିବୃି, କାର୍ଯ୍ୟ-ଅକାର୍ଯ୍ୟ, ଭୟ-ଅଭୟ ଏବଂ ବନ୍ଧନ-ମୋକ୍ଷକୁ ଯଥାର୍ଥ ଭାବରେ ଜାଣିପାରନ୍ତି । ସତ୍ -ଅସତ୍, ପାପ-ପୂଣ୍ୟ, ଧର୍ମ-ଅଧର୍ମ, ଜ୍ଞାନ-ଅଜ୍ଞାନ – ଏହି ସବୁ ମଧ୍ୟରେ ଥିବା ପ୍ରଭେଦ ନ ଜାଣିବା ପର୍ଯ୍ୟନ୍ତ ମନୁଷ୍ୟ ଅସତ୍, ପାପ, ଅଧର୍ମ ଓ ଅଜ୍ଞାନ ମାର୍ଗରୁ ନିବୃ ହୋଇ ସତ୍ୟ, ପୁଣ୍ୟ, ଧର୍ମ ଏବଂ ଜ୍ଞାନ ମାର୍ଗରେ ପ୍ରବୃ ହୋଇ ପାରିବ ନାହିଁ । ସା୍ୱିକ ବୁଦ୍ଧି ମନୁଷ୍ୟକୁ ଅଧର୍ମ ମାର୍ଗରୁ ନିବୃ କରାଇ ଧର୍ମ ମାର୍ଗରେ ପ୍ରବୃ କରାଏ ଏବଂ ସତ୍-କର୍ମ ନିରୂପଣରେ ସହାୟକ ହୁଏ । ମନୁଷ୍ୟ ନିଜକୁ ଦେହ ମନେ କରି କାମ କ୍ରୋଧାଦି ଦୈହିକ ବୃିରେ ପ୍ରବୃ ହୁଏ । ସେ ଯେଉଁ ଦେହକୁ "ମୁଁ' ଭାବେ, ପ୍ରକୃତରେ ତାହା ସେ ସ୍ୱୟଂ ନୁହେଁ । ସେ ସ୍ୱୟଂ ହେଉଛି ଏକ ଜ୍ୟୋତିର୍ବିନ୍ଦୁ ସ୍ୱରୂପ ଚୈତନ୍ୟ ସା, ଆତ୍ମା । ତେଣୁ କାମ କ୍ରୋଧାଦି ମନୋବିକାର ସମୂହ ମନୁଷ୍ୟର ସ୍ୱ-ବୃି ନୁହେଁ । ଜ୍ଞାନ, ପବିତ୍ରତା, ଶାନ୍ତି, ପ୍ରେମ, ଆନନ୍ଦ, ସୁଖ, ଶକ୍ତି - ଏହି ସାତୋଟି ହେଉଛି ମନୁଷ୍ୟାତ୍ମାର ସ୍ୱ-ବୃି । ତେଣୁ ଦୈହିକ ବୁିରୁ ନିବୃ ହୋଇ ସ୍ୱ-ବୃିରେ ପ୍ରବୃ ହେବା ଅର୍ଥ ହେଉଛି ପ୍ରବୃି-ନିବୃିକୁ ଜାଣିବା । ବୈଦିକ ଶାସ୍ତ୍ରରେ ଘର-ସଂସାର ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ ପୂର୍ବକ ବଣ ଜଙ୍ଗଲରେ ରହି ଯମ-ନିୟମାଦି ଅଷ୍ଟାଙ୍ଗ ଯୋଗ ସାଧନା ସହିତ ଈଶ୍ୱରାଧନାକୁ ନିବୃି ମାର୍ଗ ବୋଲି ବର୍ଣ୍ଣନା କରାଯାଇଛି । ଗୀତା ଏହିପରି ନିବୃି ମାର୍ଗର୍କୁ ସ୍ୱୀକାର କରି ନାହିଁ । ପୌରାଣିକ ବର୍ଣ୍ଣନା ଅନୁସାରେ ରାଜା ଜନକ, ଅମ୍ବରୀଷ, ମହର୍ଷି ବଶିଷ୍ଠ, ଯାଜ୍ଞବଲକ୍ୟ ଆଦି ମହାମନୀଷୀଗଣ ଘର ଗୃହସ୍ଥରେ ଥାଇ ମଧ୍ୟ ପରମାତ୍ମାଙ୍କୁ ପ୍ରାପ୍ତ ହୋଇ ପାରିଥିଲେ । ଘର ସଂସାରରେ ରହିବା ପାପ ନୁହେଁ, କିନ୍ତୁ ନିଜ ମଧ୍ୟରେ ଘର ସଂସାରକୁ ରଖିବା ପାପ । ଗୀତା କହେ; ଘର ସଂସାର ମଧ୍ୟରେ ରହ, କିନ୍ତୁ ପଦ୍ମ ପତ୍ର ପରି ନିର୍ଲିପ୍ତ ଜୀବନ ଯାପନ କର । ଭୟପୂର୍ବକ ସଂସାରରୁ ସନ୍ନ୍ୟାସ ନେଇ ଈଶ୍ୱରାଧନା ନାମରେ ବଣଜଙ୍ଗଲକୁ ପଳାୟନ କରିବା କାପୁରୁଷତାର ନିଦର୍ଶନ ।

ଯେଉଁ କର୍ମ ଦ୍ୱାରା ମନୁଷ୍ୟର ବୁଦ୍ଧି ଈଶ୍ୱରପରାୟଣ ହୁଏ ତାହାକୁ ସତ୍ କର୍ମ କୁହାଯାଏ । କାମକ୍ରୋଧାଦି ମନୋବିକାର ସମୂହକୁ ତ୍ୟାଗ କରିବା, ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା, ଶୁଦ୍ଧ ଓ ସା୍ୱିକ ଭୋଜନ ଗ୍ରହଣ କରିବା, ନିତ୍ୟ-ନିରନ୍ତର ମନ-ବୁଦ୍ଧିକୁ ଈଶ୍ୱରୀୟ ସ୍ମୃତିରେ ମଗ୍ନ ରଖିବା, ସତ୍ସାହିତ୍ୟ ପଠନ କରିବା; ସର୍ବଦା ଜ୍ଞାନଯୁକ୍ତ ମଧୁର ସମ୍ଭାଷଣ କରିବା, କାହାର ମନରେ କଷ୍ଟ ନ ଦେବା, ପଶୁବଧ ଆଦି ହିଂସା ତ୍ୟାଗ କରିବା; ନିଃସ୍ୱାର୍ଥ ଭାବରେ ବିଶ୍ୱକଲ୍ୟାଣ ପାଇଁ କାର୍ଯ୍ୟ କରିବା; ଅନ୍ୟମାନଙ୍କୁ ଅଜ୍ଞାନ-ଅସତ୍ ମାର୍ଗରୁ ଓହରାଇ ଆଣି ସତ୍ ମାର୍ଗରେ ପ୍ରବୃ କରାଇବା ଆଦି ସତ୍କର୍ମର ପର୍ଯ୍ୟାୟଭୁକ୍ତ । ଏହାର ବିପରୀତ କର୍ମକୁ ଅସତକର୍ମ କୁହାଯାଏ । ସତ୍କର୍ମ ମୋକ୍ଷ ପ୍ରଦାୟକ ଓ ଅସତ୍ କର୍ମ ବନ୍ଧକାରକ । ମୋକ୍ଷର ଅର୍ଥ ମୋହ କ୍ଷୟ । ମୋହହିଁ ମନୁଷ୍ୟକୁ ବନ୍ଧନରେ ପକାଏ । ସାଧାରଣତଃ ମୃତୁ୍ୟପରେ ପୁନର୍ଜନ୍ମ ନ ହେବାକୁ ଅନେକ ମୋକ୍ଷପ୍ରାପ୍ତି ବୋଲି ବୁଝନ୍ତି । ଏହି ଧାରଣା ଭ୍ରମାତ୍ମକ । ବାସ୍ତବରେ ସଂସାର ମଧ୍ୟରେ ଥାଇ ସମସ୍ତ ପ୍ରକାର ମୋହରୁ ମୁକ୍ତ ହେବା ହେଉଛି ମୋକ୍ଷ ପ୍ରାପ୍ତି । କିନ୍ତୁ ମନୁଷ୍ୟ ଜୀବନ ସଂଗ୍ରାମର ଅବ୍ୟବହିତ ପୂର୍ବରୁ ମୋହବଶତଃ ଅହେତୁକ ଭାବରେ ଭୟଭୀତ ହୋଇପଡ଼େ । ସେ ତା'ଉପରେ ନ୍ୟସ୍ତ ଯାବତୀୟ ସାଂସାରିକ ଦାୟିତ୍ୱକୁ ଏକ ଭୟଙ୍କର ଓ ଦୁଃସାଧ୍ୟ କର୍ମ ଭାବି ସନ୍ନ୍ୟାସ ଗ୍ରହଣ କରେ । ସେ ଭାବେ କର୍ମ କରିବା ଦ୍ୱାରା ଏହାର ପରିଣାମ ସ୍ୱରୂପ ତାକୁ ପୁନଶ୍ଚ ପୁନର୍ଜନ୍ମ ନେବାକୁ ପଡ଼ିବ ଓ ଏହିପରି ବାରମ୍ବାର ସେ ଜନ୍ମମୃତୁ୍ୟ ଚକ୍ରରେ ଆତଯାତ ହୋଇ ସଂସାରର ଯାବତୀୟ ଜଞ୍ଜାଳରେ ଘାି ହେଉଥିବ । କେହି କେହି ମୃତୁ୍ୟ ପରେ ପଶୁ ପକ୍ଷୀ କୀଟ ପତଙ୍ଗ ବୃକ୍ଷଲତା ଆଦି ଚଉରାଶି ଲକ୍ଷ ଯୋନିରେ ଜନ୍ମ ହେବା କଥାର କପୋଳ କଳ୍ପନା କରିଛନ୍ତି । କର୍ମକୁ ଜନ୍ମ ମୃତୁ୍ୟର କାରଣ ବୋଲି ଭାବି ସେମାନେ କର୍ମତ୍ୟାଗ ବା ସନ୍ନ୍ୟାସ ଦ୍ୱାରା ମୋକ୍ଷ ବା ମୁକ୍ତି ପ୍ରାପ୍ତି ସମ୍ଭବ ବୋଲି ଯୁକ୍ତି କରନ୍ତି । କିନ୍ତୁ ଗୀତା ଏହାକୁ ଦୁର୍ବଳ ଅନ୍ତଃକରଣର କପୋଳ କଳ୍ପନା ବୋଲି କହି ଏହିପରି ଅହେତୁକ ଭୟରୁ ମୁକ୍ତ ହେବାକୁ ପ୍ରେରଣା ଦିଏ । ଗୀତାରେ "ଭୟ'କୁ ଆସୁରୀ ସମ୍ପଦ ଓ "ଅଭୟ'କୁ ଦୈବୀ ସମ୍ପଦ ତାଲିକାଭୁକ୍ତ କରାଯାଇଛି । ସା୍ୱିକ ବୁଦ୍ଧି ଦ୍ୱାରା ଏହିପରି ଦ୍ୱନ୍ଦାତ୍ମକ ବିଷୟଗୁଡ଼ିକୁ ଭଲ ଭାବରେ ବୁଝି ହୁଏ ଏବଂ ମନ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୁଏ ।

କୌଣସି କର୍ମର ସଫଳତା ନିର୍ଭର କରେ ମନୁଷ୍ୟର ଧୃତି ଶକ୍ତି ଉପରେ । ସାମାଜିକ ଜୀବନରେ ମନୁଷ୍ୟକୁ ଅନେକ ଝଡ-ଝଞ୍ଜା, ବିପଦ-ଆପଦ, ବାଧା-ବିଘ୍ନ ଆଦିର ସମ୍ମୁଖୀନ ହେବାକୁ ପଡେ । ସେହିପରି ଆଧ୍ୟାତ୍ମିକ ଜୀବନ ଓ ଯୋଗ ମାର୍ଗରେ ମଧ୍ୟ ତାକୁ ଅନେକ ଆଭ୍ୟନ୍ତରୀଣ ଓ ବାହ୍ୟ ସମସ୍ୟାଗୁଡିକ ସହିତ ସଂଘର୍ଷ କରିବାକୁ ପଡ଼େ । ବର୍ମାନ କଳିଯୁଗୀ ମନୁଷ୍ୟର ଜୀବନଯାତ୍ରା ପଥ କକମୟ ଅଟେ । ଜୀବନର ଚଲାପଥରେ ଅନେକ ମୋଡ଼ ଦେଇ ଗତି କରିବାକୁ ପଡ଼େ । କେତେବେଳେ କେଉଁ ମୋଡରେ ଦୁର୍ଘଟଣା ଓ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିବ ଏକଥା ପୂର୍ବରୁ ଜଣା ପଡ଼େ ନାହିଁ । ଏପରି ସମସ୍ୟା ମଧ୍ୟରେ ଧୃତି କେବଳ ତାକୁ ଅପୂର୍ବ ସାହସ ପ୍ରଦାନ କରେ । ସା୍ୱିକ, ରାଜସିକ ଓ ତାମସିକ ଗୁଣଯୁକ୍ତ ମନୁଷ୍ୟମାନଙ୍କର ଧୃତି ସେମାନଙ୍କ ଗୁଣ ଅନୁରୂପ ହୋଇଥାଏ । ସା୍ୱିକ ଧୃତି ଅବ୍ୟଭିଚାରିଣୀ ଅଟେ । ଧୃତି, ବୁଦ୍ଧିର ଅନୁଗମନ କରେ । ବୁଦ୍ଧି ଯେତେବେଳେ ଭିନ୍ନ ଭିନ୍ନ ଉଦ୍ଧେଶ୍ୟ ଓ ବିଷୟଗୁଡିକୁ ଧାରଣ କରେ ସେତେବେଳେ ଧୃତି ବ୍ୟଭିଚାରିଣୀ ହୋଇଯାଏ । ଏପରି ମନୁଷ୍ୟମାନେ ନିଜ ନିଜର ଇଷ୍ଟ ପ୍ରାପ୍ତି ପାଇଁ ପରମାତ୍ମାଙ୍କ ନାନା ପ୍ରକାର ସାକାର ରୂପ ତଥା ଭିନ୍ନ ଭିନ୍ନ କାଳ୍ପନିକ ଦେବୀଦେବତାଙ୍କର ପୂଜା ଉପାସନା କରନ୍ତି । କିନ୍ତୁ ସା୍ୱିକ ଧୃତି ସମ୍ପନ୍ନ ବ୍ୟକ୍ତି ମନ, ପ୍ରାଣ ଓ ଇନ୍ଦ୍ରିୟମାନଙ୍କ ସମସ୍ତ କ୍ରିୟାକୁ ସାଂସାରିକ ବିଷୟ ଭୋଗଗୁଡିକରୁ ଅପସାରଣ କରି ସ୍ଥିର ନିଶ୍ଚୟ ପୂର୍ବକ କେବଳ ଏକ ପରମାତ୍ମାଙ୍କ ସହିତ ବୁଦ୍ଧିକୁ ଯୋଗ ଯୁକ୍ତ ରଖନ୍ତି । ଏହିପରି ଧୃତିକୁ "ଅବ୍ୟଭିଚାରିଣୀ' କୁହାଯାଏ । ଈଶ୍ୱରୀୟ ମାର୍ଗରେ ଚାଲିଲାବେଳେ ଯାହାବି ବାଧାବିଘ୍ନ ଉପସ୍ଥିତ ହୁଏ ସେଥିରେ ସା୍ୱିକ ଧୃତି ଯୁକ୍ତ ବ୍ୟକ୍ତି ବିଚଳିତ ହୋଇ ପଥଭ୍ରଷ୍ଟ ହୁଏ ନାହିଁ । ଯୋଗାଭ୍ୟାସ ସମୟରେ ଉପôନ୍ନ ହେଉଥିବା ସଂକଳ୍ପ ବିକଳ୍ପର ପ୍ରବଳ ବେଗ ମଧ୍ୟ ତାଙ୍କୁ ଈଶ୍ୱରୀୟ ସ୍ମୃତିରୁ ବିଚୁ୍ୟତ କରିପାରେ ନାହିଁ । କାମ, କ୍ରୋଧାଦି ମନୋବିକାର ସମୂହ ତାଙ୍କର ଧୃତି ଶକ୍ତିର ସା୍ୱିକ ତେଜରେ ନିଷ୍ପ୍ରଭ ହୋଇ ଦୂରରୁ ପଳାୟନ କରନ୍ତି । ପ୍ରକୃତ ରାଜଯୋଗୀ ନିକଟରେ କେବଳ ଏହିପରି ସା୍ୱିକ ଧୃତି ସମ୍ଭବ । 

ସା୍ୱିକ ବୁଦ୍ଧି ସମ୍ପନ୍ନ ମନୁଷ୍ୟ ଧର୍ମ ଓ ଅଧର୍ମ ତଥା ସତ୍ କର୍ମ ଓ ଅସତ୍କର୍ମର ପ୍ରଭେଦକୁ ଜାଣି ପାରେ; ତେଣୁ ସେ ଧର୍ମ ମାର୍ଗରେ ପରିଚାଳିତ ହୋଇ ସତ୍କର୍ମ କରେ । କିନ୍ତୁ ରାଜସିକ ବୁଦ୍ଧି ରାଗ (ଆସକ୍ତି) ଦୋଷରେ ଦୂଷିତ ହୋଇଥିବାରୁ ଧର୍ମ ଓ କର୍ମର ପ୍ରକୃତ ସ୍ୱରୂପକୁ ଜାଣି ନ ପାରି ଅଧର୍ମ ମାର୍ଗ ଅବଲମ୍ବନ ପୂର୍ବକ ଅସତ୍ କର୍ମରେ ପ୍ରବୃ ହୁଏ । ସେ ଅଧର୍ମକୁ ଧର୍ମ ଓ ଅସତ୍ୟକୁ ସତ୍ୟ ବୋଲି ମନେ କରେ । ସାଂପ୍ରଦାୟିକ କର୍ମକାଣ୍ଡୀୟ ଉପାସନାକୁ ସେ ଧର୍ମ ଓ ତତ୍ ସମ୍ବନ୍ଧିତ କର୍ମକୁ ସତ୍ କର୍ମ ଭାବି ନିଷ୍ଠା ପୂର୍ବକ ଆଚରଣ କରେ । ଏହିପରି ଧର୍ମ ଓ କର୍ମରେ ପ୍ରବୃ ହେବା ପଛରେ ଇହ ଓ ପର କାଳରେ ସୁଖ-ସମୃଦ୍ଧି, ଭୋଗ-ବିଳାସ, ମାନ-ସମ୍ମାନ, ଯଶ-କୀିର୍ - ଆଦି ଫଳ ପ୍ର୍ରାପ୍ତିର ପ୍ରବଳ ଆକାଙ୍କ୍ଷା ଥାଏ । ତେଣୁ ସେ ଅବିଶ୍ରାନ୍ତ ଓ ଅକ୍ଳାନ୍ତ ପରିଶ୍ରମ କରେ । ଏହିପରି ବ୍ୟକ୍ତିର ଧୃତିକୁ ବ୍ୟଭିଚାରିଣୀ କୁହାଯାଏ । ବ୍ୟଭିଚାରିଣୀ ଧୃତି ରାଜସୀ ଅଟେ । କାରଣ ଆସକ୍ତି ଓ କାମନା ସୃଷ୍ଟି କରିବା ରଜଗୁଣର କାର୍ଯ୍ୟ ।

ସତ୍କର୍ମର ଆଚରଣ ଓ ଅସତ କର୍ମର ତ୍ୟାଗ କରିବା ହେଉଛି ଧର୍ମ । ଧର୍ମ, ସାଂପ୍ରଦାୟିକତାର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନୁହେଁ । ମନୁଷ୍ୟକୁ ଯାହା ଧାରଣ ପୂର୍ବକ ଉଦ୍ଧ୍ୱର୍ଗତି ପ୍ରଦାନ କରେ ତାହା ଧର୍ମ । ପୌରାଣିକ ଗ୍ରନ୍ଥରେ ଧର୍ମକୁ ବୃଷଭ ସହିତ ତୁଳନା କରାଯାଇଛି । ଏହି ଧର୍ମ ବୃଷଭର ଚାରି ପାଦ ହେଲା; ସତ୍ୟ, ଦୟା, ଶାନ୍ତି ଏବଂ ଅହିଂସା ।

ସତ୍ୟଂ ଦୟା ତଥା ଶାନ୍ତିରହିଂସା ଚେତି କୀର୍ିତ ାା

ଧର୍ମସ୍ୟବୟବାସ୍ତାତ ଚତ୍ୱାରଃ ପୂର୍ଣ୍ଣତାଂ ଗତାଃ ାା

(ବୃହତ୍ ଧର୍ମ ପୁରାଣ)

ସତ୍ୟ : ମିଥ୍ୟା ନ କହିବା; ପ୍ରତିଶୃତି ରକ୍ଷା କରିବା; ପ୍ରିୟ ବଚନ କହିବା; ଗୁରୁସେବା କରିବା; ଦୃଢ଼ତା ପୂର୍ବକ ନିୟମଗୁଡିକୁ ପାଳନ କରିବା; ଆସ୍ତିକତା, ସାଧୁ ସଙ୍ଗ; ମାତାପିତାଙ୍କର ପ୍ରିୟ ଭାଜନ ହେବା; ବାହ୍ୟ ଶୌଚ; ଆଭ୍ୟନ୍ତରୀଣ ଶୌଚ; ଲଜ୍ଜା ଏବଂ ଅପରିଗ୍ରହ – ଏପରି ସତ୍ୟର ଦ୍ୱାଦଶ ଭେଦ କରାଯାଇଛି ।

ଅମିଥ୍ୟା ବଚନଂ ସତ୍ୟଂ ସ୍ୱୀକାର ପ୍ରତିପାଳନମ୍ ।

ପ୍ରିୟବାକ୍ୟଂ ଗୁରୋଃ ସେବା ଦୃଢ଼ଂ ଚୈବ ବ୍ରତଂ କୃତମ୍ ।

ଆସ୍ତିକ୍ୟଂ ସାଧୁସଙ୍ଗଶ୍ଚ ପୁତୁର୍ମାତୁଃ  ପ୍ରିୟଙ୍କରଃ! ।

ଶୁଚିତ୍ୱଂ ଦ୍ୱିିବିଧଂ ଚୈବ ହ୍ରୀରସୟ  ଏବ ତ ।ା

 ଦୟା : ପରୋପକାର, ଦାନ, ସ୍ମିତ ଭାଷଣ, ବିନୟ, ଧନ, ମାନ ବିଦ୍ୟା ଆଦିରେ ପରିପୂର୍ଣ୍ଣ ଥାଇ ମଧ୍ୟ ନିଜକୁ ନୂ୍ୟନ ଭାବିବା ଏବଂ ସମତ୍ୱ ବୁଦ୍ଧି – ଏହିପରି ଦୟାର ସ୍ୱରୂପ ଛଅ ପ୍ରକାର ଅଟେ ।

ପରୋପକାରୋ ଦାନଂ ଚ ସର୍ବଦା ସ୍ମିତ ଭାଷଣମ୍

ବିନୟୋ ନୂ୍ୟନତା ଭାବ ସ୍ୱୀକାରଃ ସମତା ମତିଃ ାା

ଶାନ୍ତି : କାହାରି ଦୋଷ ନ ଦେଖିବା, ଅଳ୍ପରେ ସନ୍ତୋଷ ହେବା; ଇନ୍ଦି୍ରୟ ସଂଯମ, ଭୋଗରେ ଅନାସକ୍ତି; ମୌନ; ଦେବପୂଜାରେ ମନ ଦେବା (ଅର୍ଥାତ ନିଜ ମଧ୍ୟରେ ଦିବ୍ୟ ଗୁଣର ବିକାଶ କରିବା ); ନିର୍ଭୟତା, ଗମ୍ଭୀରତା, ମନର ସ୍ଥିରତା; ଋକ୍ଷତାର ଅଭାବ; ସର୍ବତ୍ର ନିଃସୃହତା; ନିଶ୍ଚୟାମ୍ôିକା ବୁଦ୍ଧି; ଅସତ୍କର୍ମ ତ୍ୟାଗ, ମାନ ଅପମାନରେ ସମଭାବ; ଅନ୍ୟମାନଙ୍କ ଗୁଣଗୁଡିକରେ ଶ୍ଳାଘ୍ରା; ଅସ୍ତେୟ(ଚୋରୀ ନ କରିବା) ବ୍ରହ୍ମଚର୍ଯ୍ୟ; ଧୈର୍ଯ୍ୟ; କ୍ଷମା; ଅତିଥି ସକôାର; ଜପ; ହୋମ, ତୀର୍ଥ ସେବା; ଜ୍ଞାନୀଜନଙ୍କୁ ସମ୍ମାନ ପୂର୍ବକ ସକôାର କରିବା; ଅମସôର; ବନ୍ଧନ ଓ ମୋକ୍ଷର ଯଥାର୍ଥ ଜ୍ଞାନ ଲାଭ; ସନ୍ନ୍ୟାସ ଭାବନା; ଅତି ଦୁଃଖରେ ମଧ୍ୟ ସହିଷ୍ଣୁତା; ଅକାର୍ପଣ୍ୟ ଏବଂ ମୂର୍ଖତାର ଅଭାବ -ଏହିପରି ଶାନ୍ତିର ତିରିଶଟି ଲକ୍ଷଣ କୁହାଯାଇଛି ।

ଅନସୂୟାଳ୍ପ ସନ୍ତାଷ ଇନ୍ଦ୍ରିୟାଣାଂ ଚ ସଂଯମଃ ।

ଅସଙ୍ଗମୋମୌନମେବଂ ଦେବପୂଜା ବିଧୌମତିଃ ।ା

ଅକୁତଶ୍ଚିଦ୍ଭୟତ୍ୱଂ ଚ ଗାମ୍ଭୀର୍ଯ୍ୟ ସ୍ଥିର ଚିତା ।

ଅରୁକ୍ଷଭାବଃ ସର୍ବତ୍ର ନିଃସ୍ପୃହତ୍ୱଂ ଦୃଢ଼ା ମତିଃ ।ା

ବିବର୍ଜନଂ ହ୍ୟକାର୍ଯ୍ୟାଣାଂ ସମଃ ପୂଜାପମାନୟୋଃ ।

ଶ୍ଳାଘାପରଗୁଣେଽସ୍ତେୟଂ ବ୍ରହ୍ମଚର୍ଯେ୍ୟଧୃତିଃକ୍ଷମା ।ା

ଆତିଥ୍ୟଂ ଚ ଜପୋ ହୋମସ୍ତୀର୍ଥ ସେବାଽଽର୍ଯ୍ୟ ସେବନମ୍ ।

ଅମସôରୋ ବନ୍ଧମୋକ୍ଷଜ୍ଞାନଂ ସନ୍ୟାସଭାବନା ।ା

ସହିଷ୍ଣୁତା ସୁଦୁଃଖେଷୁ  ଅକାର୍ପଣ୍ୟମ  ମୂର୍ଖତା ।

ଅହିଂସା : ଆସନ ଜୟ, କାହାରିକୁ ମନ, ବାଣୀ, ଶରୀର ଦ୍ୱାରା ଦୁଃଖ ନ ଦେବା, ଶ୍ରଦ୍ଧା, ଅତିଥି ସକôାର, ଶାାନ୍ତି ଭାବ ପ୍ରଦର୍ଶନ, ସର୍ବତ୍ର ଆତ୍ମୀୟତା ଏବଂ ଅନ୍ୟମାନଙ୍କଠାରେ ମଧ୍ୟ ଆତ୍ମବୁଦ୍ଧି – ଏହି ପ୍ରକାର ଅହିଂସାର ସାତ ଭାବ ରହିଛି ।

ଅହିଂସାତ୍ୱାସନଜୟଃ ପରପୀଡା ବିବର୍ଜନମ୍ ।

ଶ୍ରଦ୍ଧାଚାତିଥ୍ୟସେବା ଚ ଶାନ୍ତରୂପ ପ୍ରଦର୍ଶନମ୍ ।ା

ଆତ୍ମୀୟତା ଚ ସର୍ବତ୍ର ଆତ୍ମବୁଦ୍ଧିଃ ପରାତ୍ମସୁ ।

ସା୍ୱିକ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ଧର୍ମର ଏହି ଚାରି ସ୍ୱରୂପ ଜାଣି ତହିଁରେ ପ୍ରବୃ ହୁଅନ୍ତି; କିନ୍ତୁ ରାଜସିକ ବୁଦ୍ଧିଯୁକ୍ତ ବ୍ୟକ୍ତି ଏସବୁ କିଛି ଜାଣନ୍ତି ନାହିଁ । ଧର୍ମ ବିଷୟରେ ପ୍ରକୃତ ଜ୍ଞାନ ନ ଥିବାରୁ ରାଜସିକ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ଅଧର୍ମକୁ ମଧ୍ୟ ଠିକଭାବରେ ବୁଝି ପାରନ୍ତି ନାହିଁ । ରଜ ଗୁଣରେ ରାଗର ପ୍ରାଧାନ୍ୟ ଥିବା ହେତୁ ତାଙ୍କ ବୁଦ୍ଧି କୁଣ୍ଠିତ ହୋଇଯାଏ । ଏଥିପାଇଁ ସେ କେଉଁ କର୍ମ କଲେ ଧର୍ମ ଓ କେଉଁ କର୍ମ କଲେ ଅଧର୍ମ ହେବ ତାହା ଜାଣି ପାରନ୍ତି ନାହିଁ । ରଜଗୁଣ ପ୍ରଭାବ ହେତୁ ସେ ସାଂପ୍ରଦାୟିକ କର୍ମକାଣ୍ଡୀୟ ଉପାସନା ପଦ୍ଧତିକୁ ଧର୍ମ ବୋଲି ମନେ କରି ଅତ୍ୟନ୍ତ ଆସକ୍ତ୍ି ପୂର୍ବକ ତାହା ଅନୁସରଣ କରନ୍ତି । ପ୍ରତ୍ୟେକ ଧର୍ମ ସଂପ୍ରଦାୟରେ ଅଳ୍ପ ବହୁତ କିଛିନା କିଛି କର୍ମକାଣ୍ଡ ରହିଛି । କର୍ମକାଣ୍ଡୀୟ ଉପାସନା ପଦ୍ଧତିରେ ଫଳକାମନାର ପ୍ରାଧାନ୍ୟ ଥାଏ । ବୈଦିକ କର୍ମକାଣ୍ଡକୁ ଗୀତା କ୍ରିୟା ବିଶେଷ ବହୁଳା ବୋଲି କହିଛି । ଏଥିରେ ବିଭିନ୍ନ ପ୍ରକାର ଯାଗ, ଯଜ୍ଞ, ବ୍ରତ, ତପ, ଦାନ, ପୂଜା ଆଦିର ବର୍ଣ୍ଣନା ଓ ତା'ର ଫଳାଫଳ ବିଷୟରେ ବର୍ଣ୍ଣନା କରାଯାଇଛି । ପୌରାଣିକ ଗ୍ରନ୍ଥଗୁଡ଼ିକ ସାଧାରଣତଃ ବେଦକୁ ଅନୁସରଣ କରୁଥିବାରୁ ସେଗୁଡିକରେ ମଧ୍ୟ ନାନା ପ୍ରକାର ସକାମ କ୍ରିୟା କର୍ମଯୁକ୍ତ ଉପାସନା ପଦ୍ଧତି ଗୁଡିକର ବର୍ଣ୍ଣନା ଦେଖିବାକୁ ମିଳେ । ଏପରିକି ପ୍ରତ୍ୟେକ ପୁରାଣର ଅନ୍ତିମ ଅଧ୍ୟାୟରେ ତା'ର ମାହାତ୍ମ୍ୟ ବର୍ଣ୍ଣନା କରାଯାଇଥାଏ । ଗୀତାରେ ନିଃଷ୍କାମ କର୍ମଯୋଗର ପ୍ରାଧାନ୍ୟ ଥିଲେ ମଧ୍ୟ ଅନ୍ତ୍ିମ ପର୍ଯ୍ୟାୟରେ ଗ୍ରନ୍ଥ ପାଠର ଫଳଶୃତି ବର୍ଣ୍ଣନା କରାଯାଇଛି । ଏଥିରୁ ମନେ ହୁଏ ଯେ ବେଦାଦି ଶାସ୍ତ୍ରପୁରାଣ ରଚନା ସମୟରେ ସଂସାରରେ ରଜୋଗୁଣ ବିଶେଷ ଭାବରେ ବୃଦ୍ଧି ପାଇଥିଲା । ପୌରାଣିକ ଗ୍ରନ୍ଥାକାରଗଣ ମଧ୍ୟ ସେଥିରୁ ବାଦ ଯାଇ ନାହାନ୍ତି । ଏଥିପାଇଁ ଶାସ୍ତ୍ର ପୁରାଣ ଗୁଡିକରେ ସକାମ ଉପାସନାର ବର୍ଣ୍ଣନା ଦେଖାଯାଏ । ରାଜସୀ ଧୃତି ସମ୍ପନ୍ନ ବ୍ୟକ୍ତି ଯେଉଁ ଉପାସନା ପଦ୍ଧତିକୁ ନିଜର ଧର୍ମ ବୋଲି ଗ୍ରହଣ କରିଥାଏ ତାକୁ ସେ ନିଷ୍ଠାପୂର୍ବକ ପାଳନ କରେ । ତା'ର ସେଥିରେ ଏତିକି ଆସକ୍ତି ଥାଏ ଯେ ଅନ୍ୟମାନଙ୍କ ଉପାସନା ପଦ୍ଧତିକୁ ସେ ତୁଚ୍ଛ ଓ ଅଧର୍ମ ବୋଲି ମନେ କରେ । ଏହା ହେଉଛି ସାମ୍ପ୍ରଦାୟିକ ବିଦ୍ୱେଷର ମୂଳ କାରଣ । ରାଜସିକ ବ୍ୟକ୍ତି ଭୋଗ ବିଳାସକୁ ଜୀବନର ଲକ୍ଷ୍ୟ ମନେ କରୁଥିବାରୁ ତଥା ତାଙ୍କ ଦ୍ୱାରା ଅନୁସୃତ ଧାର୍ମିକ ଉପାସନା କ୍ରିୟା ବହୁଳ ହୋଇଥିବାରୁ ସେଥିପାଇଁ ସେ ପର୍ଯ୍ୟାପ୍ତ ଧନ ଆବଶ୍ୟକ କରନ୍ତି । ଏହି କାରଣ ହେତୁ ସେ ଧନ ଅର୍ଜନର ବିଭିନ୍ନ ସାଧନଗୁଡିକର ସାଧନାରେ ଲିପ୍ତ ରହନ୍ତି । ଏହିପରି ଧର୍ମ, କାମ ଓ ଅର୍ଥରେ ମନୁଷ୍ୟକୁ ଅତ୍ୟନ୍ତ ଆସକ୍ତି ପୂର୍ବକ ଧାରଣ କରାଇବା ହେଉଛି ରାଜସୀ ଧୃତି ।

ରଜଗୁଣ ଓ ତମଗୁଣ ଉଭୟ ଆସୁରୀ ସମ୍ପଦର ଅନ୍ତର୍ଭୁକ୍ତ । ରଜ ଗୁଣ ଶାସ୍ତ୍ରୀୟ ବିଧି ନିଷେଧକୁ ନିଷ୍ଠା ପୂର୍ବକ ପାଳନ କରିବାକୁ ପ୍ରେରିତ କରେ; କିନ୍ତୁ ତମଗୁଣ ମଣିଷକୁ ଏହାର ବିପରୀତ ମାର୍ଗରେ ପରିଚାଳିତ କରେ । ତାମସୀ ବୁଦ୍ଧି ଧର୍ମକୁ ଅଧର୍ମ, ସତ୍ୟକୁ ଅସତ୍ୟ, କର୍ବ୍ୟକୁ ଅକର୍ବ୍ୟ, ଅସତ୍କର୍ମକୁ ସତ୍ କର୍ମ, ଦୁଷ୍ଟକୁ ଶିଷ୍ଟ, ଶିଷ୍ଟକୁ ଦୁଷ୍ଟ, ଶ୍ରେଷ୍ଟକୁ ନିକୃଷ୍ଟ, ନିକୃଷ୍ଟକୁ ଶ୍ରେଷ୍ଠ – ଏହିପରି ପ୍ରତ୍ୟେକ ବିଷୟକୁ ବିପରୀତ ଭାବରେ ଗ୍ରହଣ କରେ । ବର୍ମାନ କଳିଯୁଗରେ ଅଧିକାଂଶ ମାନବ ତାମସୀ ବୁଦ୍ଧି ସମ୍ପନ୍ନ । ତମୋଗୁଣ ଦ୍ୱାରା ମନୁଷ୍ୟର ବୁଦ୍ଧି- ବିବେକ ଭ୍ରଷ୍ଟ ହୋଇଯାଏ ଓ ସେ ବାମ ମାର୍ଗରେ ପରିଚାଳିତ ହୁଏ । ରଜୋଗୁଣୀ ମନୁଷ୍ୟ ନିଜର ଆତ୍ମିକ ସ୍ୱରୂପକୁ ବିସ୍ମୃତ ହୋଇଯାଇଥାଏ । ଉପଯୁକ୍ତ ଜ୍ଞାନ ଓ ଶିକ୍ଷା ଦ୍ୱାରା ତା'ର ସ୍ମୃତି ଫେରି ଆସିବାର ସମ୍ଭାବନା ଥାଏ; କିନ୍ତୁ ତମୋଗୁଣୀ ମନୁଷ୍ୟର ଆତ୍ମିକ ସ୍ମୃତି ସମ୍ପୂର୍ଣ୍ଣ ଲୋପ ପାଇଯାଇଥାଏ । ତେଣୁ ସେ ଉଭୟ ଆତ୍ମା ଓ ପରମାତ୍ମା ବିଷୟକ ତଥ୍ୟକୁ ଗ୍ରହଣ କରି ପାରନ୍ତି ନାହିଁ । ସ୍ତ୍ରୀ ପୁରୁଷଙ୍କ ମୈଥୁନ କ୍ରିୟାରୁ ମନୁଷ୍ୟାଦି ପ୍ରାଣୀ ଜଗତର ସୃଷ୍ଟି ଏବଂ ଏହା ବ୍ୟତୀତ ଆଉ କିଛି କାରଣ ନାହିଁ ବୋଲି ସେ ମନେ କରନ୍ତି । ପର ସ୍ତ୍ରୀକୁ ବଳପୂର୍ବକ ରମଣ କରିବା ତାଙ୍କ ପାଇଁ ପୁରୁଷତ୍ୱର ପରିଚାୟକ । ସାଧୁ, ସନ୍ଥ ତଥା ଧର୍ମ ପରାୟଣ ଲୋକମାନଙ୍କୁ ପ୍ରତାଡନା କଲେ ତାଙ୍କୁ ଖୁସି ଲାଗେ । ଜୁଆ, ଚୋରୀ, ଲୁଣ୍ଠନ, ଡକାୟତି, ଅର୍ଥ ତୋଷାରପାତ, ଆତଙ୍କବାଦୀ କାର୍ଯ୍ୟକାଳାପ, ଅସାମାଜିକ କାର୍ଯ୍ୟକଳାପ, ଅନୈତିକ କର୍ମ, ମାଦକ ଦ୍ରବ୍ୟ ସେବନ ଆଦି ତାଙ୍କ ପାଇଁ ଆମୋଦଦାୟକ ବିଷୟ ଓ ବ୍ୟସନ ହୋଇଥାଏ । ସେ କୁମ୍ଭକର୍ଣ୍ଣ ପରି ନିଦ୍ରା ଓ ତାମସିକ ଆହାର ପ୍ରିୟ ଏବଂ ରାବଣ ପରି ଅହଙ୍କାରୀ କାମୀ ଓ ବିଳାସୀ ହୋଇଥାନ୍ତି । ଅତ୍ୟଧିକ ଆହାର ଓ ମୈଥୁନ ହେତୁ ସେ ନାନା ପ୍ରକାର ରୋଗରେ ପୀଡିତ ହୁଅନ୍ତି । ବିଳାସ ବ୍ୟସନ ହେତୁ ଅନେକ ଧନ ଅପବ୍ୟୟ କରନ୍ତି । ଅହଙ୍କାର ହେତୁ ସେ କାହାରି ପ୍ରିୟ ହୋଇ ପାରନ୍ତି ନାହିଁ । ଅସାମାଜିକ ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ପୋଲିସ ସର୍ବଦା ତାଙ୍କ ପଛରେ ଲାଗିଥାଏ । ଏହିପରି ସ୍ୱାସ୍ଥ୍ୟହାନି, ଧନହାନି, ମାନହାନି, ରାଜଦଣ୍ଡ ଆଦି ଭୟ ଓ ଚିନ୍ତାରେ ସେ କାଳାତିପାତ କରନ୍ତି । ଏସବୁ ସେ୍ୱ ମଧ୍ୟ ସେ ନିଦ୍ରା, ଭୟ, ଦୁôଃଖ ଓ ଅହଙ୍କାରରୁ ମୁକ୍ତ ହେବାର ଚେଷ୍ଟା କରନ୍ତି ନାହିଁ । ଏହିପରି ଦୁଷ୍ଟବୁଦ୍ଧି ଯୁକ୍ତ ମନୁଷ୍ୟର ଧୃତି ତାମସୀ ହୋଇଥାଏ । ସେହି ତାମସୀ ଧୃତିି ତାଙ୍କୁ ବାମମାର୍ଗରେ ଚାଲିବାକୁ ଶକ୍ତି ଓ ପ୍ରେରଣା ଦିଏ ।

ସାରାଂଶ : ମନୁଷ୍ୟର ବୁଦ୍ଧି ଓ ଇଚ୍ଛା ଶକ୍ତି (ଧୃତି) ହେଉଛି ତା'ର ବିଶିଷ୍ଟ ସମ୍ପଦ । ତା'ର ମନ ଅନୁରୂପ ବୁଦ୍ଧି ହୁଏ । ବୁଦ୍ଧି ବା ବୁଝିବାର ଶକ୍ତି ମନୁଷ୍ୟର କର୍ମ ନିର୍ବାଚନ କରେ । ଧୃତି ସେହି କର୍ମକୁ ଧରି ରଖିବାକୁ ସଙ୍ଗତି ଓ ସ୍ଥିତି ପ୍ରଦାନ କରେ । ବୁଦ୍ଧି ଓ ଧୃତି ମଧ୍ୟ ଗୁଣତ୍ରୟ ଦ୍ୱାରା ପ୍ରଭାବିତ ହୁଏ । ରାଜସିକ ବୁଦ୍ଧି ସ୍ୱାର୍ଥ ଓ ସୁଖର ସନ୍ଧାନରେ ଏବଂ ନିଜେ ଯେଉଁଟିକୁ ନ୍ୟାୟ ଓ ଧର୍ମ ବୋଲି ମନେ କରେ ତା'ର ସନ୍ଧାନରେ ବ୍ୟାପୃତ ରହେ । ନିଜ କାମନା ଓ ଆକାଙ୍କ୍ଷାର ଅନୁକୂଳ ହେବା ଭଳି ସେ ଧର୍ମ ଓ ନ୍ୟାୟର ପ୍ରୟୋଗ କରେ । ଯେଉଁସବୁ ପନ୍ଥା ତା' ପାଇଁ ସର୍ବାପେକ୍ଷା ଉପଯୋଗୀ ସେହି ସବୁକୁ ସେ ନ୍ୟାୟସଙ୍ଗତ ଓ ଯୁକ୍ତି ସଙ୍ଗତ ବୋଲି ବ୍ୟାଖ୍ୟା କରେ । ମାନବୀୟ ବୁଦ୍ଧିର ଅଧିକାଂଶ ମିଥ୍ୟା ଓ ଅନାଚାର ଏପରି ଭାବେ ପ୍ରକାଶିତ ହୁଏ । ମନୁଷ୍ୟର ଏହି ରାଜସିକ ପ୍ରବୃି ତାକୁ ମହାପାପ ଓ ବିପଥ ମାର୍ଗରେ ପରିଚାଳିତ କରେ । ଏଥିରୁ ନିବୃି ପାଇବାର ଏକମାତ୍ର ଉପାୟ ହେଲା ସା୍ୱିକ ବୁଦ୍ଧିର ବିକାଶ କରିବା । ଏହା ଦ୍ୱାରା ବ୍ୟକ୍ତି ଆତ୍ମିକ ସ୍ୱରୂପରେ ସ୍ଥିତରହି ନିତ୍ୟ ନିରନ୍ତର ପରମାତ୍ମାଙ୍କ ସହିତ ଅବିଚଳ ଯୋଗରେ ଆରୂଢ଼ ହୋଇପାରେ । ଏହିପରି ଯୋଗାରୂଢ଼ ବ୍ୟକ୍ତି ଯନ୍ତ୍ରବତ ପରମାତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଯେଉଁ ସବୁ କର୍ମ କରନ୍ତି ତାହା ଦିବ୍ୟ ହୋଇଯାଏ ।

ତିନି ପ୍ରକାର ସୁଖ 

ସୁଖଂ ତ୍ୱିଦାନିଂ ତ୍ରିବିଧଂ ଶୃଣୁ ମେ ଭରତର୍ଷଭ ।

ଅଭ୍ୟାସାତ୍ ରମତେ ଯତ୍ର ଦୁଃଖାନ୍ତ ନିଗଚ୍ଛତି ।ା୩୬ାା

ଯଦଗ୍ରେ ବିଷମିବ ପରିଣାମେଽମୃତୋପମ ।

ତତ୍ ସୁଖଂ ସା୍ୱିକଂ ପ୍ରୋକ୍ତଂ ଆତ୍ମବୁଦ୍ଧି ପ୍ରସାଦଜମ୍ ।ା୩୭ାା

ବିଷୟେନ୍ଦ୍ରିୟସଂଯୋଗାତ୍ ଯଦଗ୍ରେଽମୃତୋପମମ୍ ।

ପରିଣାମେ ବିଷମିବ ତତ୍ ସୁଖଂ ରାଜସଂ ସ୍ମୃତମ୍ ।ା୩୮

ଯଦଗ୍ରେ ଚାନୁବନ୍ଧେ ଚ ସୁଖଂ ମୋହନମାତ୍ମନଃ ।

ନିଦ୍ରାଳସ୍ୟ ପ୍ରମାଦୋତ୍ଥଂ ତାମସମୁଦାହୃତମ୍ ।ା୩୯ାା

ଅର୍ଥ : ହେ ଭରତ ଶ୍ରେଷ୍ଠ! ଏବେ ତିନି ପ୍ରକାର ସୁଖ ବିଷୟରେ କହୁଛି ଶୁଣ । ଅଭ୍ୟାସ ଦ୍ୱାରା ଯହିଁରୁ ମନୁଷ୍ୟ ଆନନ୍ଦିତ ହୁଏ, ଯଦ୍ୱାରା ତା'ର ଦୁଃଖର ଅବସାନ ହୁଏ; ଯାହା ଆରମ୍ଭରେ ବିଷତୁଲ୍ୟ ପ୍ରତୀତ ହୁଏ ଏବଂ ପରିଣାମରେ ଅମୃତ ସଦୃଶ ସିଦ୍ଧ ହୁଏ ତଥା ଯାହା ଆତ୍ମଜ୍ଞାନର ପ୍ରସନ୍ନତାରେ ଉପôନ୍ନ ହୁଏ, ସେହି ସୁଖକୁ ସା୍ୱିକ କୁହାଯାଏ ।ା୩୬-୩୭ ।ା ବିଷୟ ଏବଂ ଇନ୍ଦି୍ରୟର ସଂଯୋଗ ହେତୁ ଯେଉଁ ସୁଖ ପ୍ରଥମରୁ ଅମୃତ ଭଳି ମନେ ହୁଏ କିନ୍ତୁ ପରିଣାମରେ ବିଷତୁଲ୍ୟ ସିଦ୍ଧ ହୁଏ, ସେହି ସୁଖକୁ ରାଜସ କୁହାଯାଏ ।ା୩୮ାା ଯେଉଁ ସୁଖ ଆରମ୍ଭ ଓ ପରିଣାମରେ ଆତ୍ମାକୁ ମୋହଗ୍ରସ୍ତ କରାଏ ଏବଂ ନିଦ୍ରା ଆଳସ୍ୟ ତଥା ପ୍ରମାଦରୁ ଉପôନ୍ନ ହୋଇଥାଏ ତାହା ତାମସ ଦୁଃଖ ବୋଲି କଥିତ ହୁଏ ।ା୩୯ାା

ବ୍ୟାଖ୍ୟା : ସମସ୍ତେ ସୁୁଖ ଚାହାନ୍ତି । ସଂସାରରେ ଏପରି କେହି ନାହାନ୍ତି ଯିଏକି ଦୁଃଖ ପାଇଁ ଦୁଃଖ ଚାହେଁ । ମନୁଷ୍ୟର ପ୍ରକୃତିରେ ଯେଉଁ ଗୁଣର ପ୍ରାଧାନ୍ୟ ହୁଏ ତଦନୁଯାୟୀ ତା'ର ସୁଖ ଓ ଭୋଗ ବିଳାସ ମଧ୍ୟ ବିଭିନ୍ନ ପ୍ରକାର ହୁଏ । ଜ୍ଞାନ, କର୍ମ, କର୍ା, ବୁଦ୍ଧି ଓ ଧୃତି ପରି ଗୁଣ ଭେଦରେ ମନୁଷ୍ୟର ସୁଖ ମଧ୍ୟ ତିନି ପ୍ରକାର ।

ଦେହାଭିମାନରୁ ମନୁଷ୍ୟ ମଧ୍ୟରେ ରାଜସିକ ଓ ତାମସିକ ପ୍ରବୃି ଜାତ ହୁଏ । ବିଷୟ ଭୋଗରେ ଆସକ୍ତ ହେବାକୁ ତାମସିକ ପ୍ରବୃି ଓ ନିଦ୍ରା, ଆଳସ୍ୟ ଏବଂ ପ୍ରମାଦ ଜନିତ ସୁଖରେ ମୋହିତ ହେବାକୁ ତାମସିକ ପ୍ରବୃି କୁହାଯାଏ । ମଣିଷର ଏହି ପ୍ରବୃି ଦ୍ୱୟ ସା୍ୱିକ ସୁଖର ବାଧକ ହୁଅନ୍ତି । ଦେହ ଅଭିମାନ ତ୍ୟାଗ ପୂର୍ବକ ଆତ୍ମାର ମୂଳ ସ୍ୱରୂପରେ ସ୍ଥିତ ହେବା ଦ୍ୱାରା ସା୍ୱିକ ସୁଖ ପା୍ରପ୍ତ ହୁଏ । କାରଣ ଆତ୍ମା ମୂଳତଃ ଜ୍ଞାନ, ପବିତ୍ର, ସୁଖ, ଶାନ୍ତି, ଆନନ୍ଦ , ପ୍ରେମ ଓ ଶକ୍ତି ସ୍ୱରୂପ । ଏହିଗୁଡ଼ିକ ସ୍ୱଗୁଣର ଲକ୍ଷଣ । ବାରମ୍ବାର ଆବାଗମନ (ଜନ୍ମ ମୃତୁ୍ୟ) ଚକ୍ରରେ ଆବିର୍ତ ହେବା ଦ୍ୱାରା ଆତ୍ମା ମଧ୍ୟରେ ଦେହ ଅଭିମାନର ଯେଉଁ ଗଭୀର ଛାପ ପଡିଛି ତାହା ସହଜରେ ପରିଷ୍କାର ହୋଇ ପାରେ ନାହିଁ । ନିରନ୍ତର ରାଜଯୋଗ ଅଭ୍ୟାସ କରିବା ଦ୍ୱାରା ଦେହ ଅଭିମାନ ନଷ୍ଟହୋଇ ଆତ୍ମ ସ୍ମୃତି ଜାଗ୍ରତ ହୁଏ । ଜ୍ଞାନ, ଯୋଗ, ଧାରଣା ଓ ସେବା – ଏହି ଚାରୋଟି ହେଉଛି ରାଜଯୋଗର ପ୍ରଧାନ ଆଧାର ଶୀଳା । ଜ୍ଞାନ ମଣିଷକୁ ସତ୍ୟ ମାର୍ଗରେ ପରିଚାଳିତ କରେ । ଜ୍ଞାନର ପ୍ରକାଶରେ ଅଜ୍ଞାନ ଅନ୍ଧକାର ଦୂର ହୁଏ । ନିଜକୁ ଦେହ ମନେ କରିବା ଅଜ୍ଞାନତା । ନିଜକୁ ଦେହଠାରୁ ଭିନ୍ନ ଏକ ଚୈତନ୍ୟ ସା "ଆତ୍ମା' ବୋଲି ଜାଣି ଅନୁଭବ କରିବା ହେଉଛି ପ୍ରକୃତ ଜ୍ଞାନ । ନିଜକୁ ଆତ୍ମା ଅନୁଭବ କରି ପରମାତ୍ମାଙ୍କ ସହିତ ନିରନ୍ତର ମନ ଓ ବୁଦ୍ଧିକୁ ଯୁକ୍ତ କରିବାର ଅଭ୍ୟାସକୁ ଯୋଗ କୁହାଯାଏ । କାମକ୍ରୋଧାଦି ମନୋବିକାର ଦ୍ୱାରା ପ୍ରଭାବିତ ହେଲେ ଆତ୍ମା ନିରବଚ୍ଛିନ୍ନ ଓ ନିରଙ୍କୁଶ ଭାବରେ ଯୋଗଯୁକ୍ତ ରହିପାରେ ନାହିଁ । ଏଣୁ ଏଗୁଡିକୁ ତ୍ୟାଗ କରିବା ପାଇଁ ସତତ ପ୍ରୟାସ କରିବାକୁ ହୁଏ । ଯୋଗାଭ୍ୟାସ ଦ୍ୱାରା ଆତ୍ମା ମଧ୍ୟରେ ଥିବା ରାଜସ ଓ ତାମସ ବୃିଗୁଡ଼ିକ ଧୀରେ ଧୀରେ ଦୂର ହେବାକୁ ଲାଗନ୍ତି । ସା୍ୱିକ ଗୁଣଗୁଡିକୁ ଧାରଣ କରିବା ପାଇଁ ମଧ୍ୟ ନିରନ୍ତର ଅଭ୍ୟାସ ଆବଶ୍ୟକ । ଆତ୍ମା ସ୍ୱଗୁଣ ଯୁକ୍ତ ହେଲେ ସ୍ୱତଃ ତା'ଦ୍ୱାରା ଈଶ୍ୱରୀୟ ସେବା ହୁଏ । ସେବାର ଉଦ୍ଧେଶ୍ୟ ହେଉଛି ଅନ୍ୟକୁ ସୁଖ ପ୍ରଦାନ କରିବା । ଈଶ୍ୱରୀୟ ଜ୍ଞାନର ଉଦ୍ଧେଶ୍ୟ ହେଉଛି ମନୁଷ୍ୟ ମଧ୍ୟରେ ଥିବା ଆସୁରୀ ବୃିର ବିନାଶ ପୂର୍ବକ(ବିନାଶାୟ ଚ ଦୁଷ୍କୃତାଂ) ସାଧୁତ୍ୱର (ସ୍ୱଗୁଣ ବା ଦୈବୀ ଗୁଣ) ବିକାଶ କରିବା (ପରିତ୍ରାଣାୟ ସାଧୁନାଂ) । ଏହିପରି ଭାବରେ ଧର୍ମ ସଂସ୍ଥାପନ ହୁଏ । ଈଶ୍ୱରୀୟ କାର୍ଯ୍ୟରେ ତନୁ, ମନ, ଧନ ଓ ସମୟ ବିନିଯୋଗ ପୂର୍ବକ ସହଯୋଗ କରିବାକୁ ଈଶ୍ୱରୀୟ ସେବା କୁହାଯାଏ ।

ରାଜଯୋଗର ଅଭ୍ୟାସ ଦ୍ୱାରା ବ୍ୟକ୍ତିର ସା୍ୱିକ ସୁଖ ପ୍ରତି ଅଭିରୁଚି ବଢ଼େ ଏବଂ ଏହାଦ୍ୱାରା ତା'ର ସମସ୍ତ ଦୁଃଖର ଅବସାନ ହୁଏ । ଦୁଃଖ ଅନ୍ତ ନ ହେବା ପର୍ଯ୍ୟନ୍ତ ସୁଖ ଉପôନ୍ନ ହେବ କିପରି ? ଦୈହିକ ବୁଦ୍ଧିରୁ ଯେଉଁ ସୁଖ ଉପôନ୍ନ ହୁଏ ତାହା ନଶ୍ୱର । ଆତ୍ମା ଓ ପରମାତ୍ମା ବିଷୟକ ବୁଦ୍ଧିର ପ୍ରସନ୍ନତାରୁ ଉପôନ୍ନ ସା୍ୱିକ ସୁଖ କେବଳ ମନୁଷ୍ୟର ସମସ୍ତ ଦୁଃଖକୁ ସମାପ୍ତ କରିପାରେ । ଆତ୍ମା ସୁଖ ସ୍ୱରୂପ ଓ ପରମାତ୍ମା ସୁଖର ମହାସାଗର । ପରମାତ୍ମାଙ୍କ ସହିତ ଆତ୍ମାର ମିଳନ ହେଲେ ଜନ୍ମଜନ୍ମାନ୍ତରର ସମସ୍ତ ପାପ ଭସ୍ମ ହୋଇଯାଇ ଯେଉଁ ଅନିର୍ବଚନୀୟ ସୁଖ ଲାଭହୁଏ ତାହାକୁ ସା୍ୱିକ ସୁଖ କୁହାଯାଏ । ଏହି ସୁଖ ସ୍ୱଭାବିକ ଭାବରେ ଅନୁଭବ ହୁଏ ନାହିଁ । ଆୟାସଯୁକ୍ତ ନିରବଚ୍ଛିନ୍ନ ଅଭ୍ୟାସ ଦ୍ୱାରା ଏହା ପ୍ରାପ୍ତ ହୁଏ । ଏଥିପାଇଁ ଏହା ପ୍ରଥମେ ବିଷ ତୁଲ୍ୟ ମନେ ହୁଏ; କିନ୍ତୁ ନିରଳସ ଭାବରେ ଏହି ଅଭ୍ୟାସ (ପୁରୁଷାର୍ଥ) ଅବ୍ୟାହତ ରହିଲେ ପରିଣାମରେ ଅମୃତ ତୁଲ୍ୟ ଆନନ୍ଦ ଓ ସୁଖ ପ୍ରଦାୟକ ହୁଏ ଯଦ୍ଧ୍ୱାରା ସମସ୍ତ ପ୍ରକାର ଦୁଃଖର ଅବସାନ ହୋଇଯାଏ । ଯୋଗାଭ୍ୟାସ ଦ୍ୱାରା ଆତ୍ମା ରଜ ଓ ତମ ଗୁଣରୁ ମୁକ୍ତ ହେଲେ ସ୍ୱଗୁଣର ପ୍ରକାଶରେ ଆତ୍ମଜ୍ଞାନର ସ୍ପୁରଣ ହୁଏ । ଆତ୍ମଜ୍ଞାନ ହେତୁ ମନରେ ଯେଉଁ ପ୍ରସନ୍ନତା ଆସେ ତାହା ଅମୃତ ତୁଲ୍ୟ ମନେ ହୁଏ । ତେଣୁ ଏହା ଚିରସ୍ଥାୟୀ । ଦୈହିକ ସୁଖ ପରି ଏହା ନଶ୍ୱର ନୁହେଁ । କାରଣ ଏହା ଆତ୍ମା ଓ ପରମାତ୍ମାଙ୍କ ସମ୍ବନ୍ଧରୁ ଉପôନ୍ନ ହୁଏ ।

ଜନ୍ମଜନ୍ମାନ୍ତର ଧରି ମନୁଷ୍ୟ ଦେହ ଅଭିମାନ ବଶତଃ ଇନ୍ଦ୍ରିୟ ସୁଖ ଭୋଗ କରି ଆସିଛି । ତେଣୁ ଇହ ଜନ୍ମରେ ବିଷୟ ଓ ଇନ୍ଦ୍ରିୟଗଣଙ୍କ ସଂଯୋଗରୁ ଉପôନ୍ନ ସୁଖ ତାକୁ ସ୍ୱଭାବିକ ଭାବରେ ମିଳେ । ଏଥିପାଇଁ ଅଭ୍ୟାସର ଆବଶ୍ୟକତା ପଡ଼େ ନାହିଁ । ଅନାୟାସରେ ଏହା ପ୍ରାପ୍ତ ହେଉଥିବାରୁ ଆରମ୍ଭରେ ଅମୃତ ତୁଲ୍ୟ ପ୍ରତୀତ ହୁଏ । ମନୁଷ୍ୟର ଯେଉଁଥିରେ ଆସକ୍ତି ଥାଏ ତା'ର ପ୍ରାପ୍ତିରେ ତାକୁ ଖୁବ ଆନନ୍ଦ ଲାଗେ । ବିଷୟ ଭୋଗ ପ୍ରତି ଆସକ୍ତି ହେତୁ ତା'ର ଚିନ୍ତନ ମାତ୍ରକେ ଭୋଗୀ ବ୍ୟକ୍ତିର ମନରେ ଅମୃତୋପମ ସୁଖଦ ଉେଜନା ସୃଷ୍ଟି ହୁଏ । ଏହା ତାକୁ ବିଷୟ ଭୋଗ ପାଇଁ ଉସôାହିତ, ଉେଜିତ ଓ ଉନ୍ମାଦିତ କରେ । ଭୋଗର ପ୍ରାରମ୍ଭିକ କାଳ ଖୁବ ସୁଖଦ; ଏହାର ଅନ୍ତ ବିଷତୁଲ୍ୟ ଯନ୍ତ୍ରଣା ଦାୟକ । ଏହିପରି ଇନ୍ଦ୍ରିୟ ଓ ବିଷୟ ସଂଯୋଗରୁ ଜାତ ସୁଖକୁ ରାଜସ କୁହାଯାଏ । ମରୁଭୂମିରେ ମୃଗତୃଷ୍ଣା ଯେପରି ଜଳର ଭ୍ରମ ସୃଷ୍ଟି କରାଏ ବିଷୟାସକ୍ତ ଦ୍ୱାରା ସେହିପରି ସୁଖର ପ୍ରତୀତି ହୁଏ । ଆସକ୍ତି ହେଉଛି ରଜଗୁଣର ସ୍ୱରୂପ । ରଜଗୁଣ ଆସକ୍ତି ଦ୍ୱାରା ମନୁଷ୍ୟକୁ ବନ୍ଧନରେ ପକାଏ (ଗୀ-୧୪/୭) ଏବଂ ଏହା ହୋଇଥାଏ ସମସ୍ତ ଦୁଃଖର କାରଣ ।

କାମନାର ଅନ୍ତ ନାହିଁ । ତୃଷ୍ଣାର କେବେ ତୃପ୍ତି ହୁଏ ନାହିଁ । ଅନନ୍ତ କାମନାର ତୃଷ୍ଣାରେ ମନୁଷ୍ୟ ଇନ୍ଦ୍ରିୟମାନଙ୍କୁ ନାନା ବିଧ ବିଷୟ ଭୋଗରେ ଲିପ୍ତ ରଖେ । ଶରୀର ପ୍ରତି ମୁହୂର୍ରେ ମୃତୁ୍ୟ ଆଡକୁ ଧାବିତ ହେଉଛି, ଏକଥା ଭୋଗୀ ମନୁଷ୍ୟ ବୁଝିପାରେ ନାହିଁ । ବୟସ ବଢ଼ିବା ସେଙ୍ଗ ସେଙ୍ଗ ଇନ୍ଦ୍ରିୟଗଣ ଶିଥିଳ ହୋଇ ପଡନ୍ତି ଏବଂ ମନୁଷ୍ୟ ଭୋଗ କରିବାର ଶକ୍ତି ଓ ସାମର୍ଥ୍ୟ ହରାଇ ବସେ । ଶାରୀରିକ ସ୍ତରରେ ଭୋଗ କରିବାର ଶକ୍ତି ସାମର୍ଥ୍ୟ ତା'ର ଯେତିକି ହ୍ରାସ ହେଉଥାଏ ମାନସିକ ସ୍ତରରେ ଭୋଗ ପ୍ରତି ଲାଳସା ସେତିକି ବୃଦ୍ଧି ପାଉଥାଏ । ସମୟ କ୍ରମେ ଇନ୍ଦ୍ରିୟଗଣ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇ ପଡନ୍ତି ଓ ଭୋଗ କରିବାର ସାମର୍ଥ୍ୟ ଲୋପ ପାଇଯାଏ । କିନ୍ତୁ ମନରେ ଅନନ୍ତ କାମନା ଓ ବାସନାର ତୁଫାନ ଉଠୁଥାଏ । କ୍ଳାନ୍ତି, ଅବସାଦ, ନୈରାଶ୍ୟ ଓ ବ୍ୟର୍ଥତାରେ ସେ ନିଜକୁ ଅସହାୟ ମନେ କରେ । ଅନ୍ୟ ପକ୍ଷରେ ଅତୀତର ଅତ୍ୟଧିକ ଭୋଗ ହେତୁ ସେ ନାନା ପ୍ରକାର ରୋଗରେ ପୀଡିତ ହୁଏ । ଭୋଗ ହେଉଛି ରୋଗର କାରଣ । ଭୋଗ ଜନିତ ରୋଗର ଉପଶମ ସହଜ ସାଧ୍ୟ ନୁହେଁ । ଏହା ସାଙ୍ଗକୁ ଜରାବସ୍ଥା ଆସେ । ଜରା ବ୍ୟାଧିର କୌଣସି ଉପଚାର ନାହିଁ । ପ୍ରାରମ୍ଭରେ ଅମୃତୋପମ ମନେ ହେଉଥିବା ବିଷୟ ଭୋଗର ପରିଣାମ ଏହିପରି ବିଷମୟ ହୁଏ । ତେଣୁ ବିଷୟକୁ ବିଷ ସହିତ ତୁଳନା କରାଯାଏ ।

ଚତୁର୍ଦ୍ଧଶ ଅଧ୍ୟାୟ ଅଷ୍ଟମ ଶ୍ଳୋକରେ ତମୋଗୁଣ ନିଦ୍ରା, ଆଳସ୍ୟ ଓ ପ୍ରମାଦ ଦ୍ୱାରା ମନୁଷ୍ୟକୁ ବନ୍ଧନରେ ପକାଏ ବୋଲି କୁହାଯାଇଛି । ""ପ୍ରମାଦାଳସ୍ୟ ନିଦ୍ରାଭିସ୍ତନ୍ନିବଧ୍ନାତି ଭାରତ ।'' ଉପସ୍ଥିତ ପ୍ରକରଣରେ ଏହି ତିନୋଟିରୁ ଉପôନ୍ନ ସୁଖ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆତ୍ମାକୁ ମୋହିତ କରେ ବୋଲି ବର୍ଣ୍ଣିତ ହୋଇଛି । ରଜଗୁଣରେ ଆସକ୍ତିର (ରାଗ) ପ୍ରାଧାନ୍ୟ ଓ ତମଗୁଣରେ ମୋହର ପ୍ରାଧାନ୍ୟ ରହେ । ମୋହ ମନୁଷ୍ୟର ବୁଦ୍ଧି ଓ ବିବେକକୁ ମୂର୍ଚ୍ଛିତ କରିଦିଏ । ଫଳରେ ସେ କିଂକର୍ବ୍ୟ ବିମୂଢ଼ ହୋଇ ପଡେ । ଏହା ଦ୍ୱାରା ତା'ର ବୃିଗୁଡ଼ିକ ଭାରୀ ହୋଇ ପଡନ୍ତି; ତେଣୁ ବ୍ୟକ୍ତିକୁ ଶୋଇ ରହିବା ଭଲ ଲାଗେ । ନିଦ୍ରାବସ୍ଥାରେ ମନ ଓ ଇନ୍ଦ୍ରିୟମାନଙ୍କୁ ବିଶ୍ରାମ ମିଳୁଥିବାରୁ ମନୁଷ୍ୟକୁ ସୁଖ ପ୍ରତୀତ ହୁଏ । ମୋହରୁ ଉପôନ୍ନ ଏହି ନିଦ୍ରା ସୁଖକୁ ତାମସ ସୁଖ କୁହାଯାଏ । ଶାରୀରିକ କ୍ଳାନ୍ତି ଅପନୋଦନ ପାଇଁ ରାତ୍ରିରେ କିଛି ସମୟ ନିଦ୍ରା ପୂର୍ବକ ବିଶ୍ରାମ ନେବାକୁ ଏଠାରେ ତାମସ ସୁଖର ଅନ୍ତର୍ଭୁକ୍ତ କରାଯାଇ ନାହିଁ । କାରଣ ଏହା ପ୍ରତ୍ୟେକ ମନୁଷ୍ୟ ପାଇଁ ଅପରିହାର୍ଯ୍ୟ । ଗୀତାରେ ଯଥୋଚିତ ନିଦ୍ରା ଓ ଜାଗରଣ କରୁଥିବା ଯୋଗୀର ଯୋଗ ସମସ୍ତ ଦୁଃଖକୁ ନାଶ କରେ ବୋଲି କୁହାଯାଇଛି । ""ଯୁକ୍ତସ୍ୱପ୍ନାବବୋଧସ୍ୟ ଯୋଗ ଭବତି ଦୁଃଖହା ।'' ।ାଗୀ-୬/୧୭ ।ା ଏଠାରେ ଅନାବଶ୍ୟକ ଓ ପ୍ରମାଦଯୁକ୍ତ ନିଦ୍ରା ସୁଖକୁ ତାମସ ବୋଲି କୁହାଯାଇଛି । ଆଳସ୍ୟ ଓ ପ୍ରମାଦରେ ମଧ୍ୟ ନିଦ୍ରା ଭଳି କ୍ଷଣିକ ସୁଖ ମିଳେ । ଆଳସ୍ୟପରାୟଣ ବ୍ୟକ୍ତି ପରିଶ୍ରମକାତର । କୌଣସି କାମ ଧନ୍ଦା କରିବାରେ ତାଙ୍କର ଆଗ୍ରହ ନ ଥାଏ । ମାନସିକ ଓ ଶାରୀରିକ ଶ୍ରମ ଅଭାବରେ ତାଙ୍କର ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟଗୁଡ଼ିକୁ ଯେଉଁ ଆରାମ ବୋଧ ହୁଏ ତାହାକୁ ତାମସିକ ସୁଖ କୁହାଯାଏ । ପ୍ରବାଦ ଅଛି, ଅଳସୁଆ ବ୍ୟକ୍ତିର ମନରେ ସଇତାନ ବାସ କରେ । ଏହି ସଇତାନ ହେଉଛି ତମଗୁଣର ମୂର୍ିମନ୍ତ ପ୍ରତୀକ । ତମୋଗୁଣୀ ବ୍ୟକ୍ତି ଅଳସୁଆ ବୃି ହେତୁ କର୍ବ୍ୟ କର୍ମରେ ଅବହେଳା କରେ; କିନ୍ତୁ ନିଷିଦ୍ଧ କର୍ମ ପ୍ରତି ଆସକ୍ତ ହୋଇ ପଡେ । ଏହାକୁ ପ୍ରମାଦ କହନ୍ତି । ପ୍ରମାଦ ବଶତଃ ବ୍ୟକ୍ତି ମାଦକ ଦ୍ରବ୍ୟ ସେବନ; ତାମସିକ ଆହାର ଗ୍ରହଣ; ପର ସ୍ତ୍ରୀ ନିକଟକୁ ଗମନ; ପରସ୍ୱାପହରଣ; ଦୂ୍ୟତ କ୍ରୀଡା, କପଟାଚରଣ ଆଦିରେ ପ୍ରବୃ ହୁଏ । ନିଦ୍ରା, ଆଳସ୍ୟ ଓ ପ୍ରମାଦ – ଏ ତିନୋଟି ହେଉଛି ତାମସିକ ବୃି । ଏହା ଦ୍ୱାରା ମନୁଷ୍ୟର ସା୍ୱିକ ବୃିଗୁଡିକ ନିଷ୍କ୍ରିୟ ହୋଇ ପଡନ୍ତି । ବ୍ୟକ୍ତିର ବୁଦ୍ଧି ବିବେକ ଦ୍ୱାରା କର୍ବ୍ୟାକର୍ବ୍ୟ ବିବେଚନା ହୋଇ ପାରୁ ନଥିବାରୁ ସେ କର୍ବ୍ୟ କର୍ମକୁ ତ୍ୟାଗ କରି ନିଷିଦ୍ଧ କର୍ମରେ ପ୍ରବୃ ହୁଏ ଓ ସେଥିରୁ ତାକୁ ସୁଖ ମିଳେ । ପ୍ରମାଦ ଜନିତ ସୁଖକୁ ତାମସ ସୁଖ କୁହାଯାଏ । ଏହା ସ୍ୱପ୍ନବତ ଅଳୀକ । ଏହାର ଆଦ୍ୟାନ୍ତ ମୋହ କାରକ । ମୋହାଭିଭୂତ ମନୁଷ୍ୟ ନିନ୍ଦନୀୟ ତମୋଗୁଣ ଜନିତ ବୃିରେ ପ୍ରବୃ ହୋଇ ଅଧୋଗତିକୁ ପ୍ରାପ୍ତ ହୁଅନ୍ତି । ""ଜଘନ୍ୟ ଗୁଣବୁିସ୍ଥା ଅଧୋ ଗଚ୍ଛନ୍ତି ତାମସା ।'' ଏଣୁ ସଦ୍ଗତି ଚାହୁଁଥିବା ବ୍ୟକ୍ତି ତାମସିକ ସୁଖର ଏହି ମୋହ ଜାଲରୁ ମୁକ୍ତ ରହିବାର ପ୍ରୟାସ କରିବା ଉଚିିତ ।

ବ୍ରାହ୍ମଣାଦି ଚର୍ତୁବର୍ଣ୍ଣର କର୍ମ

ବ୍ରାହ୍ମଣ କ୍ଷତ୍ରିୟବିଶାଂ  ଶୂଦା୍ରଣାଂ ଚ ପରନ୍ତପ ।

କର୍ମାଣି ପ୍ରବିଭକ୍ତାନି ସ୍ୱଭାବ ପ୍ରଭବୈ ର୍ଗୁଣୈଃ ।ା୪୧ାାା

ଶମୋ ଦମସ୍ତପଃ ଶୈାଚଂ କ୍ଷାନ୍ତିରାର୍ଜବମେବ ଚ ।

ଜ୍ଞାନଂ ବିଜ୍ଞାନମାସ୍ତିକ୍ୟଂ ବ୍ରହ୍ମକର୍ମ ସ୍ୱଭାବଜମ୍ ।ା୪୨ାା

ଶୈାର୍ଯ୍ୟଂ ତେଜୋ ଧୃତିର୍ଦାକ୍ଷ୍ୟଂ ଯୁଦ୍ଧେ ଚାପ୍ୟପଳାୟନମ୍ ।

ଦାନମୀଶ୍ୱରଭାବଶ୍ଚ  କ୍ଷାତ୍ରଂ କର୍ମ ସ୍ୱଭାବଜମ୍ ।ା୪୩ାା

କୃଷିଗୌରକ୍ଷବାଣିଜ୍ୟଂ ବୈଶ୍ୟକର୍ମ ସ୍ୱଭାବଜମ୍ । 

ପରିଚର୍ଯ୍ୟାତ୍ମକଂ କର୍ମ ଶୂଦ୍ରସ୍ୟାପି ସ୍ୱଭାବଜମ୍ ।ା୪୪ାା

ଅର୍ଥ : ହେ ପରନ୍ତପ ! ବ୍ରାହ୍ମଣ, କ୍ଷତି୍ରୟ,ବୈଶ୍ୟ ଓ ଶୂଦ୍ରର କର୍ମଗୁଡିକ ମଧ୍ୟ ସେମାନଙ୍କ ସ୍ୱାଭାବଜନ୍ୟ ଗୁଣମାନଙ୍କ ଭେଦରେ ବିଭକ୍ତ କରାଯାଇଛି ।ା୪୧ାା ଶମ, ଦମ, ତପ, ଶୌଚ, କ୍ଷମା, ସରଳତା, ଜ୍ଞାନ, ବିଜ୍ଞାନ ଏବଂ ଆସ୍ତିକତା – ଏସବୁ ବ୍ରାହ୍ମଣମାନଙ୍କର ସ୍ୱଭାବଜନ୍ୟ କର୍ମ ଅଟେ ।ା୪୨ାା ଶୌର୍ଯ୍ୟ, ତେଜ, ଧୃତି. ଦକ୍ଷତା, ଯୁଦ୍ଧରେ ପଶ୍ଚାଦପଦ ନ ହେବା, ଦାନ ଓ ପ୍ରଭୁତ୍ୱ – ଏସବୁ କ୍ଷତ୍ରିୟର ସ୍ୱାଭାବଜନ୍ୟ କର୍ମ ଅଟେ ।ା୪୩ାା କୃଷି, ଗୋରକ୍ଷା, ବ୍ୟବସାୟ-ବାଣିଜ୍ୟ – ଏସବୁ ବୈଶ୍ୟର ସ୍ୱଭାବଜନ୍ୟ କର୍ମ ଏବଂ ସେବା-ଚାକରୀ କରିବା ହେଉଛି ଶୂଦ୍ରର ସ୍ୱଭାବଜନ୍ୟ କର୍ମ ।ା୪୪ାା

ବ୍ୟାଖ୍ୟା : ସ୍ୱଗୁଣର ବିକାଶ ଦ୍ୱାର ତମୋଗୁଣର ବିନାଶ ହୁଏ ଓ ମନୁଷ୍ୟ ଅସୁରରୁ ଦେବତା ହୋଇଯାଏ । ସଂସାରରେ ପ୍ରତ୍ୟେକ ବସ୍ତୁ ତିନିଗୁଣ ଦ୍ୱାରା ପ୍ରଭାବିତ । ଏହି ତିନି ଗୁଣର ତାରତମ୍ୟ ଅନୁସାରେ ମନୁଷ୍ୟର ବ୍ୟକ୍ତିତ୍ୱ, ଆଚରଣ, ଚରିତ୍ର ଓ ଦୃଷ୍ଟିଭଙ୍ଗୀ ନିୟନ୍ତ୍ରିତ ହୋଇଥାଏ । ଏହାକୁ ଭିିକରି ସମଗ୍ର ମାନବ ସମାଜକୁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଏହିପରି ଚାରୋଟି ବର୍ଣ୍ଣରେ ବିଭକ୍ତ କରାଯାଇଛି । ଚାତୁବର୍ଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମ ବିଭାଗଶଃ ।ା୪/୧୩ାା ସ୍ୱଗୁଣ ପ୍ରଧାନ ମଣିଷକୁ ବ୍ରାହ୍ମଣ, ସ୍ୱମିଶ୍ରିତ ରଜୋଗୁଣ ପ୍ରଧାନ ମନୁଷ୍ୟକୁ କ୍ଷତ୍ରିୟ, ତମୋ ଗୁଣ ମିଶ୍ରିତ ରଜୋଗୁଣ ପ୍ରଧାନ ମନୁଷ୍ୟକୁ ବୈଶ୍ୟ ଏବଂ ରଜୋ ମିଶ୍ରିତ ତମୋଗୁଣ ପ୍ରଧାନ ମନୁଷ୍ୟକୁ ଶୂଦ୍ର ବର୍ଣ୍ଣଭୁକ୍ତ କରାଯାଇଛି । ଏହା ସାକ୍ଷାତ ଭଗବାନଙ୍କ ଦ୍ୱାରା ପ୍ରଣୀତ ବର୍ଣ୍ଣ ବ୍ୟବସ୍ଥା ଏବଂ ସନାତନ ଧର୍ମର ଆଧାର ସ୍ତମ୍ଭ । ଏହା ମନୁଷ୍ୟକୃତ ବଂଶାନୁଗତ ଜାତି ପ୍ରଥା (ଉବଗ୍ଦଗ୍ଧର ଗ୍ଦଚ୍ଚଗ୍ଦଗ୍ଧରଜ୍ଞ)ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଗୀତା ଜାତି ଆଧାରିତ ବର୍ଣ୍ଣ ବ୍ୟବସ୍ଥାକୁ ସ୍ୱୀକାର କରେ ନାହିଁ । ସ୍ମୃତି ଶାସ୍ତ୍ର ପରି ସାମାଜିକ ବିଧି ବିଧାନ ପ୍ରଣୟନ କରିବା ଗୀତାର ଲକ୍ଷ୍ୟ ନୁହେଁ । ଗୀତା ହେଉଛି ଏକ ଆଧ୍ୟାତ୍ମ ଜ୍ଞାନ ଓ ଯୋଗ ଶାସ୍ତ୍ର । ମନୁଷ୍ୟର ଆଭ୍ୟନ୍ତରୀଣ ଜୀବନ ସହିତ ବାହ୍ୟ ଜୀବନ ଓ କର୍ମର କିପରି ସମ୍ବନ୍ଧ ହେଲେ ତା'ର ଆଧ୍ୟାତ୍ମିକ ବିକାଶ ହେବ ତାହା ଶିକ୍ଷା ଦେବା ଗୀତାର ଉଦ୍ଧେଶ୍ୟ । ପରମାତ୍ମା ପ୍ରଣୀତ ସେହି ପ୍ରାଚୀନ ବର୍ଣ୍ଣ ବ୍ୟବସ୍ଥା ବର୍ମାନ ଲୁପ୍ତ ହୋଇଯାଇଛି । ଗୀତା, ବର୍ଣ୍ଣ ବ୍ୟବସ୍ଥା ମୂଳରେ ଯେଉଁ ଚିରନ୍ତନ ସତ୍ୟ ଥିଲା ତାକୁ ଉଜ୍ଜୀବିତ କରିଛି । ଗୁଣ ଓ ସ୍ୱଭାବ ଅନୁସାରେ ମନୁଷ୍ୟର କର୍ମ ନିର୍ଦ୍ଧାରିତ ହେଲେ ଯାଇ ତା'ର ଆଧ୍ୟାତ୍ମିକ ବିକାଶ ସମ୍ଭବ ।

ମନୁ ସଂହିତା ବ୍ରାହ୍ମଣର ଯଜନ ଯାଜନ ଅଧ୍ୟୟନ ଅଧ୍ୟାପନା ଆଦି ବାହ୍ୟ କର୍ମର ଉଲ୍ଲେଖ କରିଛି । ଅଧ୍ୟାପନମଧ୍ୟୟନଂ ଯଜନଂ ଯାଜନଂ ତଥା ଦାନଂ ପ୍ରତିଗ୍ରହଂ ଚୈବ ବ୍ରାହ୍ମଣାନାମକଳ୍ପୟତ ।ାମନୁ-୧/୮୮ାା କିନ୍ତୁ ଗୀତା ଆଭ୍ୟନ୍ତରୀଣ ଗୁଣ ଓ ସ୍ୱଭାବ ଅନୁସାରେ ସେମାନଙ୍କ କର୍ମର ନିର୍ଦ୍ଧାରଣ କରିଛି । ମନୋନିଗ୍ରହ, ଇନ୍ଦ୍ରିୟ ସଂଯମ, ବାହ୍ୟ ଓ ଆନ୍ତରିକ ଶୁଦ୍ଧି, କ୍ଷମା, ସରଳତା, ଈଶ୍ୱରୀୟ ଜ୍ଞାନ, ବ୍ୟବହାରିକ ଜୀବନରେ ଜ୍ଞାନର ପ୍ରୟୋଗ (ବିଜ୍ଞାନ) ଓ ଆସ୍ତିକତା- ଏଗୁଡିକ ହେଉଛି ବ୍ରାହ୍ମଣର ସ୍ୱଭାବ ଜାତ କର୍ମ । ଏପରି ବ୍ୟକ୍ତି ପରମାତ୍ମାଙ୍କୁ ସର୍ବୋତଭାବରେ ଜାଣି ପାରନ୍ତି । ଅନ୍ୟ ଅର୍ଥରେ ପରମାତ୍ମାଙ୍କୁ ଜାଣିଥିବା ବ୍ୟକ୍ତି ବ୍ରାହ୍ମଣ ପଦବାଚ୍ୟ । ବ୍ରହ୍ମ ଜାନତି ଇତି ବ୍ରାହ୍ମଣଃ । ପରମାତ୍ମାଙ୍କ ମୁଖରୁ ବ୍ରାହ୍ମଣମାନଙ୍କର ଉପôି ହେଲା ବୋଲି ବେଦ କହେ । ବ୍ରାହ୍ମଣୋଽସ୍ୟ ମୁଖମାସୀଦ୍ ... ।ାଋଗ୍ ସଂ-୧୦/୯୦/୧୨ ।ା ଅଶରୀରୀ ପରମାତ୍ମାଙ୍କ ମୁଖର ପରିକଳ୍ପନା ଏକ କାବି୍ୟକ ବିଳାସ ମାତ୍ର । ଏହା ଏକ ଆଧ୍ୟାତ୍ମିକ ରହସ୍ୟର କାବି୍ୟକ ପରିପ୍ରକାଶ ଅଟେ । ଅଶରୀରୀ ପରମାତ୍ମା ମନୁଷ୍ୟାତ୍ମା ପରି ମାତୃ ଗର୍ଭରୁ ଜନ୍ମ ନିଅନ୍ତି ନାହିଁ । ଧର୍ମଗ୍ଳାନି ସମୟରେ (କଳିଯୁଗର ଅନ୍ତିମ ଚରଣରେ) ସେ ଏକ ବୃଦ୍ଧ ଓ ଅନୁଭବୀ ମନୁଷ୍ୟ ଶରୀରରେ ଅବତରଣ କରି ଈଶ୍ୱରୀୟ ଜ୍ଞାନ (ଗୀତା ଜ୍ଞାନ) ପ୍ରଦାନ କରନ୍ତି । ଏହି ଈଶ୍ୱରୀୟ ମାଧ୍ୟମର କର୍ବ୍ୟ ବାଚକ ନାମ ହେଉଛି ପ୍ରଜାପିତା ବ୍ରହ୍ମା । ପ୍ରଜାପିତା ବ୍ରହ୍ମାଙ୍କ ମୁଖ ମଣ୍ଡଳ ଦ୍ୱାରା ଉଚ୍ଚାରିତ ଈଶ୍ୱରୀୟ ଜ୍ଞାନ ପ୍ରାପ୍ତ ହୋଇ ଯେଉଁ ମନୁଷ୍ୟ ତଦନୁସାରେ ନିଜକୁ ପରିବର୍ନ କରନ୍ତି ତାଙ୍କୁ ଦ୍ୱିଜ କୁହାଯାଏ । ସଂସ୍କାରାତ୍ ଦ୍ୱିଜ ଉଚ୍ୟତେ । କିନ୍ତୁ ସେମାନେ ଯେତେବେଳେ ଶମ ଦମାଦି ବ୍ରହ୍ମକର୍ମ ଦ୍ୱାରା ପରମାତ୍ମାଙ୍କୁ ସାକ୍ଷାତ ଅନୁଭବ କରନ୍ତି ସେତେବେଳେ ସେମାନେ ବ୍ରାହ୍ମଣ ପଦବାଚ୍ୟ ହୁଅନ୍ତି । ବ୍ରହ୍ମାମୁଖ ନିଃସୃତ ଈଶ୍ୱରୀୟ ବାଣୀ ଆଧାରରେ ମନୁଷ୍ୟ ଶୁଦ୍ରରୁ ବ୍ରାହ୍ମଣ ହେଉଥିବାରୁ ସେମାନଙ୍କୁ ବ୍ରହ୍ମାମୁଖବଂଶୀ ବ୍ରାହ୍ମଣ ବୋଲି କୁହାଯାଏ । କଳ୍ପକଳ୍ପାନ୍ତର ଧରି ସେମାନେ ଏହିପରି ବ୍ରାହ୍ମଣ ହେଉଥିବାରୁ ସେମାନଙ୍କୁ ଶମ, ଦମ ଇତ୍ୟାଦି ବ୍ରାହ୍ମଣଙ୍କର ସ୍ୱାଭାବିକ କର୍ମ କରିବାକୁ କଷ୍ଟ ହୁଏ ନାହିଁ ।

ଈଶ୍ୱରୀୟ ଜ୍ଞାନ ଆଧାରରେ ଶମଦମାଦିର ବ୍ୟାଖ୍ୟା ନିମ୍ନରେ କରାଗଲା :

ଶମ : ଦେହ ଓ ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ, ଘଟଣା, ପରିସ୍ଥିତି ଆଦିରୁ ମନକୁ ଓହରାଇ ଆଣି ଆତ୍ମା ଓ ପରମାତ୍ମା ଚିନ୍ତନରେ ନିୟୋଜିତ କରିବାକୁ "ଶମ' କୁହାଯାଏ ।

ଦମ : ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟମାନଙ୍କୁ ବଶୀଭୂତ କରି ନିଜ ଇଚ୍ଛା ଅନୁରୂପ ସାଂସାରିକ କାର୍ଯ୍ୟରୁ ନିବୃ ଓ ଈଶ୍ୱରୀୟ କାର୍ଯ୍ୟରେ ପ୍ରବୃ କରିବାକୁ "ଦମ' କୁହାଯାଏ ।

ତପ : ଈଶ୍ୱରୀୟ ମାର୍ଗରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ବାଧା ବିଘ୍ନ ଗୁଡିକୁ ପରୀକ୍ଷା ସ୍ୱରୂପ ଗ୍ରହଣ କରି ଅବିଚଳିତ ଭାବରେ ନିଜ ଲକ୍ଷ୍ୟ ପଥରେ ଆଗେଇ ଯିବାକୁ "ତପ' କୁହାଯାଏ ।

ଶୌଚ : ତ୍ରୟୋଦଶ ଅଧ୍ୟାୟର ସପ୍ତମ ଶ୍ଳୋକ ଓ ଷୋଡଶ ଅଧ୍ୟାୟର ତୃତୀୟ ଶ୍ଳୋକରେ ଶୌଚ ବିଷୟରେ ଆଲୋଚନା କରାଯାଇଛି । ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା ହେଉଥିବା ପ୍ରତ୍ୟେକ କ୍ରିୟାକୁ ପବିତ୍ର ରଖିବା ହେଉଛି "ଶୌଚ' । ଏଥିପାଇଁ ବ୍ରାହ୍ମଣକୁ "ସଦା ଶୁଚି' କୁହାଯାଏ ।

କ୍ଷାନ୍ତି : ସଂସାରରେ ପ୍ରତ୍ୟେକ ଆତ୍ମା ନିଜ ନିଜ କର୍ମଫଳ ନେଇ ଜନ୍ମ ହୋଇଛନ୍ତି । କେଉଁ ଜନ୍ମରେ କାହା ସହିତ କି ପ୍ରକାର କର୍ମର ହିସାବ ଅଛି ତାହା ଇହ ଜନ୍ମରେ ଜାଣିବା ଉଚିତ । କର୍ମର ଏହି ବାକିଆ ହିସାବ ପରିଶୋଧ ପାଇଁ ଆମକୁ ବେଳେବେଳେ ବିନା ଅପରାଧରେ ମଧ୍ୟ ଅନ୍ୟମାନଙ୍କଠାରୁ ନିନ୍ଦା, ଅପମାନ, ଦୁଃଖ ଆଦି ପ୍ରାପ୍ତ ହୁଏ । ଏପରି ସ୍ଥଳେ ଅପରାଧୀ ପ୍ରତି ମନରେ କୌଣସି ଦ୍ୱେଷ ଭାବନା ନ ରଖି ନିଜଠାରେ ତାକୁ ଦଣ୍ଡ ଦେବାର ସମସ୍ତ ସାମର୍ଥ୍ୟ ଥାଇ ସୁଦ୍ଧା "କ୍ଷମା' କରିଦେବାକୁ "କ୍ଷାନ୍ତି' କୁହାଯାଏ । ଦଶମ ଅଧ୍ୟାୟର ଚତୁର୍ଥ ଶ୍ଳୋକ ଓ ତ୍ରୟୋଦଶ ଅଧ୍ୟାୟର ସପ୍ତମ ଶ୍ଲୋକ ବ୍ୟାଖ୍ୟାରେ ଏହାର ସବିସ୍ତାର ଆଲୋଚନା କରାଯାଇଛି ।

ଆର୍ଜବ : ଏହାର ଅର୍ଥ ସରଳତା । ନିଷ୍କପଟ ଓ ନିଷ୍ପାପ ଶିଶୁର ମନ ଯେପରି ଛଳନା, କପଟ, ଦୁର୍ଭାବନା, ଦୁରାଗ୍ରହ ଆଦିରୁ ମୁକ୍ତ ଥାଏ, ମନକୁ ସେହିପରି ସରଳ ରଖିବାକୁ "ଆର୍ଜବ' କୁହାଯାଏ । ଶାରୀରିକ ଭାବ ଭଙ୍ଗୀରେ ମଧ୍ୟ କୁଟିଳତାର ଅଭାବକୁ "ଆର୍ଜବ' କୁହଯାଏ । ତେଣୁ ଉଭୟ ମନ ଓ ଶରୀରର ସରଳତାର ନାମ "ଆର୍ଜବ ' ।

ଜ୍ଞାନ : ଯେଉଁ ବିଦ୍ୟା ଆଧାରରେ ମନୁଷ୍ୟ ସ୍ୱୟଂକୁ, ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତର ରହସ୍ୟକୁ ତଥା ପରମାତ୍ମାଙ୍କୁ ଜାଣିପାରେ ତାହାକୁ ଜ୍ଞାନ କୁହାଯାଏ । କେତେକ ଟୀକାକାର ବେଦ, ଶାସ୍ତ୍ର,ପୁରାଣ, ଇତିହାସରେ ପାରଙ୍ଗମ ହୋଇ ଅଧ୍ୟୟନ ଓ ଅଧ୍ୟାପନା କରିବାକୁ ଜ୍ଞାନ ଆଖ୍ୟା ଦେଇଛନ୍ତି । ଏହାର କାରଣ ହେଲା ସେମାନେ ମନୁ ସ୍ମୃତି ଆଧାରରେ ବଂଶାନୁଗତ ଜାତି ହିସାବରେ ବ୍ରାହ୍ମଣର ଅର୍ଥ କରିଛନ୍ତି । ଏପରି ବ୍ୟାଖ୍ୟା ଉପସ୍ଥିତ ପ୍ରକରଣରେ ଅପ୍ରାସଙ୍ଗିକ ମନେ ହୁୂଏ । ଗୀତା ଅନୁସାରେ ସାକ୍ଷାତ ପରମାତ୍ମାଙ୍କ ଦ୍ୱାରା କଥିତ ବାଣୀ ହେଉଛି ଜ୍ଞାନ । ପରମାତ୍ମା ସ୍ପଷ୍ଟ ଭାବରେ କହନ୍ତି ଯେ ମୋତେ ବେଦ, ତପ, ଦାନ ଓ ଯଜ୍ଞ ଦ୍ୱାରା କେହି ଦର୍ଶନ କରି ପାରିବେ ନାହିଁ । ""ନାହଂ ବେଦ÷ର୍ନ ତପସା ନ ଦାନେନ ନ ଚେଜ୍ୟୟା । ଶକ୍ୟ ଏବଂ ବିଧୋ ଦ୍ରଷ୍ଟୁଂ ଦୃଷ୍ଟବାନସି ମାଂ ଯଥା ''ାା ଗୀ ୧୧/୫୩ାା ତେଣୁ ବେଦାଦି ଶାସ୍ତ୍ରକୁ ଜ୍ଞାନର ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ ।

ବିଜ୍ଞାନ : ବେଦୋକ୍ତ ଯଜ୍ଞର ବିଧି ବିଧାନକୁ ଯଥାର୍ଥ ଭାବରେ ଜାଣିବାକୁ ବିଜ୍ଞାନ ବୋଲି ଅନେକ ଭାଷ୍ୟକାର ଅର୍ଥ କରିଛନ୍ତି । କିନ୍ତୁ, ବ୍ୟବହାରିକ ଜୀବନରେ ଈଶ୍ୱରୀୟ ଜ୍ଞାନର ପ୍ରୟୋଗକୁ "ବିଜ୍ଞାନ' ବୋଲି ଗୀତା କହେ । ଗୀତାର ଯଜ୍ଞ କର୍ମକାଣ୍ଡ ଆଧାରିତ ନୁହେଁ । ତେଣୁ ବେଦୋକ୍ତ ଯଜ୍ଞ ବା ଉପାସନା ଦ୍ୱାରା ମୋତେ ତୁମେ ପ୍ରାପ୍ତ କରି ପାରିବ ନାହିଁ ବୋଲି ପରମାତ୍ମାଙ୍କୁ କହିବାକୁ ପଡିଲା । ଯେହେତୁ ଉପସ୍ଥିତ ପ୍ରକରଣରେ ଗୁଣ ଓ କର୍ମ ଅନୁସାରେ ବା୍ରହ୍ମଣର ପରିଭାଷା କରାଯାଇଛି, ତେଣୁ ଏଠାରେ ଜାତି ଆଧାରିତ ଲୌକିକ ବ୍ରାହ୍ମଣମାନଙ୍କ ଦ୍ୱାରା ହେଉଥିବା କର୍ମକାଣ୍ଡୀୟ ଯଜ୍ଞକର୍ମର ପ୍ରସଙ୍ଗ ଅବତାରଣା କରିବା ଯୁକ୍ତିଯୁକ୍ତ ମନେ ହୁଏ ନାହିଁ । ବିଶେଷ ଜ୍ଞାନକୁ ବିଜ୍ଞାନ କୁହାଯାଏ । ତ୍ୱତଃ କୌଣସି ବିଷୟକୁ ଜାଣିବାର ନାମ ଜ୍ଞାନ; କିନ୍ତୁ ତାକୁ ଅନୁଭବ କରିବା ହେଉଛି ବିଜ୍ଞାନ । ଅନୁଭବ ବିନା ଜ୍ଞାନ ସିଦ୍ଧ ହୁଏ ନାହିଁ । ଆତ୍ମା ଓ ପରମାତ୍ମା ବିଷୟକ ତଥ୍ୟ ଜାଣିବା ଜ୍ଞାନ; କିନ୍ତୁ ନିରନ୍ତର ଅଭ୍ୟାସ ଦ୍ୱାରା ପରମାତ୍ମାଙ୍କ ସହିତ ଆତ୍ମାର ମନୋମିଳନ ହେଉଛି ବିଜ୍ଞାନ । ଗୀତା ଏକ ଯୋଗଶାସ୍ତ୍ର । ଜ୍ଞାନକୁ କିପରି ପ୍ରୟୋଗ କଲେ ଆତ୍ମା, ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇ ପାରିବ ତାହା ହେଉଛି ଗୀତାର ମୌଳିକ ଉଦ୍ଧେଶ୍ୟ । ତେଣୁ ଏଠାରେ ଯୋଗ ହେଉଛି ବିଜ୍ଞାନ । ଏହି ଜ୍ଞାନ-ବିଜ୍ଞାନ ଆଧାରରେ ବ୍ୟକ୍ତି ପରବ୍ରହ୍ମ ପରମାତ୍ମାଙ୍କୁ ଜାଣି ବ୍ରାହ୍ମଣ ପଦବାଚ୍ୟ ହୁଏ । 

ଆସ୍ତିକ୍ୟ : ପରମାତ୍ମାଙ୍କ ଅସ୍ତିତ୍ୱକୁ ସ୍ୱୀକାର କରି ତାଙ୍କୁ ଅନନ୍ୟ ଭାବରେ ସ୍ମରଣ ପୂର୍ବକ ତାଙ୍କ ନିର୍ଦ୍ଧେଶିତ ମାର୍ଗରେ ପରିଚାଳିତ ହେବାକୁ "ଆସ୍ତିକ' କୁହାଯାଏ । ଏହାର ବିପରୀତ ଭାବକୁ ନାସ୍ତିକ କୁହାଯାଏ ।

କ୍ଷତ୍ରିୟ ସ୍ୱଗୁଣ ମିଶ୍ରିତ ରଜୋଗୁଣ ପ୍ରଧାନ । ତେଣୁ କ୍ଷତ୍ରିୟଙ୍କ କର୍ମରେ ସ୍ୱଗୁଣ କମ୍ ଓ ରଜୋଗୁଣର ପ୍ରଭାବ ଅଧିକ ପଡ଼େ । କିନ୍ତୁ ରୁଟି ପ୍ରସ୍ତୁତି ପାଇଁ ଚକଟା ହୋଇଥିବା ଅଟାରେ ଲୁଣ ପଡିବା ଭଳି ରଜୋଗୁଣ ପ୍ରଭାବରୁ ଏହାର ସ୍ୱତନ୍ତ୍ର ଅସ୍ତିତ୍ୱ ଜାଣିହୁଏ ନାହିଁ । ସାବୁନରେ ସଫା କରି ସାରିଲା ପରେ ଲୁଗାର ଧବଳତାକୁ ଆହୁରି ଉଜ୍ଜ୍ୱଳ କରିବା ପାଇଁ ନୀଳ ତଥା ଏକ ପ୍ରକାର "ବ୍ଳିଚିଂ' ଉପାଦାନ ମିଶ୍ରିତ ଜଳରେ କିଛି ସମୟ ବୁଡ଼ାଇ ରଖାଯାଏ । ସେହିପରି କ୍ଷତ୍ରିୟମାନଙ୍କ ମଧ୍ୟରେ ଥିବା ରଜଗୁଣରେ ସ୍ୱଗୁଣ ମିଶି ତାକୁ ଶୁଦ୍ଧ ଓ ଉଜ୍ଜ୍ୱଳ କରିଦିଏ । ରଜ ଗୁଣରେ ସ୍ୱଗୁଣର ମିଶ୍ରଣ ହେତୁ କ୍ଷତ୍ରିୟମାନଙ୍କ ମଧ୍ୟରେ ତେଜ, ଦୟା, କ୍ଷମା, ପରୋପକାର, ଧର୍ମପରାୟଣତା, ଦାନଶୀଳତା ଆଦି ଗୁଣ ସ୍ୱାଭାବିକ ଭାବରେ ପ୍ରକାଶ ପାଏ । କିନ୍ତୁ ଏହା ରଜଗୁଣର ପ୍ରଭାବରେ ଥିବାରୁ ଦୈବୀ ସମ୍ପି ପରି ଶୁଦ୍ଧ ଓ ସା୍ୱିକ ହୋଇ ନ ଥାଏ ।

ଏଠାରେ ମନେ ରଖିବାକୁ ହେବ ଯେ କୌଣସି ଜାତି ବିଶେଷକୁ ଗୀତାରେ କ୍ଷତ୍ରିୟ ବୋଲି କୁହାଯାଇ ନାହିଁ । ଗୀତା ଅନୁସାରେ ଯେଉଁ ମନୁଷ୍ୟ ପାଖରେ ଶୌର୍ଯ୍ୟ, ତେଜ, ଧୃତି, ଦକ୍ଷତା, ଯୁଦ୍ଧରେ ପଘୁା ନ ଦେବା; ଦାନ ଓ ପ୍ରଭୁତା ଆଦି ଗୁଣ ସ୍ୱାଭାବିକ ଭାବେ ପ୍ରକାଶ ପାଏ ସେ ହେଉଛନ୍ତି ପ୍ରକୃତ କ୍ଷତ୍ରିୟ । ପୁରାଣ ଓ ଇତିହାସର ପୃଷ୍ଠା ଉନ୍ମୋଚନ କଲେ ଏକଥା ପ୍ରମାଣିତ ହୋଇଯିବ ଯେ କ୍ଷତ୍ରିୟ ଜାତିରେ ଜନ୍ମ ନ ହୋଇ ମଧ୍ୟ କେତେକ ବ୍ୟକ୍ତି ଉପରୋକ୍ତ କ୍ଷତ୍ରିୟ ଗୁଣ ବଳରେ ଅତି କୁଶଳତା ପୂର୍ବକ ରାଜ୍ୟ ଶାସନ କରି ମହିମା ମଣ୍ଡିତ ହୋଇ ପାରିଥିଲେ; ଅଥଚ କ୍ଷତ୍ରିୟବଂଶୋଦ୍ଭବ କେତେକ ରାଜାଙ୍କ କାପୁରୁଷତା ଯୋଗୁଁ ବିଦେଶୀ ଆକ୍ରମଣକାରୀମାନେ ଭାରତରେ ନିଜର ସାମ୍ରାଜ୍ୟ ସ୍ଥାପନ କରିଥିଲେ । ମହାତ୍ମା ଗାନ୍ଧୀଜୀ ବୈଶ୍ୟ ବଂଶଜ ହୋଇ ମଧ୍ୟ ନିଜର କ୍ଷାତ୍ରଗୁଣ ଦ୍ୱାରା ସ୍ୱାଧୀନତା ସଂଗ୍ରାମର ଏକଛତ୍ର ନାୟକ ସାଜି ଭାରତରୁ ଇଂରେଜମାନଙ୍କୁ ବିତାଡିତ କରି ପାରିଥିଲେ । ପର୍ଶୁରାମ ଜାତିରେ ବ୍ରାହ୍ମଣ ଥିଲେ, କିନ୍ତୁ ସେ ୨୧ ଥର କ୍ଷତ୍ରିୟକୁଳୋଦ୍ଭବ ରାଜାମାନଙ୍କୁ ପରାସ୍ତ କରିଥିଲେ । ବିଶ୍ୱାମିତ୍ର କ୍ଷତ୍ରିୟ ବଂଶଜ ହୋଇ ମଧ୍ୟ ନିଜର ତପସ୍ୟା ଦ୍ୱାରା ବ୍ରହ୍ମର୍ଷି ପଦ ପାଇଥିଲେ । ଏଥିରୁ ଏହା ପ୍ରମାଣତି ହୁଏ ଯେ ଗୀତା ବର୍ଣ୍ଣିତ ଭାରତର ପ୍ରାଚୀନ ବର୍ଣ୍ଣ ବ୍ୟବସ୍ଥା ଜାତି ଆଧାରିତ ନ ଥିଲା ।

ଶୌର୍ଯ୍ୟର ଅର୍ଥ ବୀରତା । ବୀରତାର ଅର୍ଥ କେବଳ ଶସ୍ତ୍ର ବିଦ୍ୟାରେ ନିପୂଣତା ନୁହେଁ । ମହାତ୍ମା ଗାନ୍ଧୀ ସ୍ୱାଧିନତା ସଂଗ୍ରାମରେ ଅହିଂସାକୁ ଅସ୍ତ୍ର କରି ଲଢ଼ିଥିଲେ । ଆଧ୍ୟାତ୍ମିକତା ଥିଲା ତାଙ୍କ ବଳ । ଶେଷ ପର୍ଯ୍ୟନ୍ତ ସେ ଅତ୍ୟନ୍ତ ଧୈର୍ଯ୍ୟ (ଧୃତି) ସହକାରେ ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ିଥିଲେ । ଅନେକ ବାଧା ବିଘ୍ନ ସମ୍ମୁଖୀନ ହୋଇ ମଧ୍ୟ କେବେହେଲେ ସେ ଏହି ମହା ସଂଗ୍ରାମରୁ ପଶ୍ଚାତ୍ଧାବନ କରି ନ ଥିଲେ । ଉକôଳମଣି ଗୋପବନ୍ଧୁ ସ୍ୱାଧୀନତା ସଂଗ୍ରାମକୁ ଆଧ୍ୟାତ୍ମିକ ଲଢ଼େଇ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ବୀରର ଆଖ୍ୟା ଦେଇଛନ୍ତି ।

ଆଧ୍ୟାତ୍ମ ବଳେ ଲାଗିଛି ଲଢ଼େଇ

ଭାଙ୍ଗିବାକୁ ପଶୁ ବଳର ବଡାଇ ।

ଙ୍ଘ  ଙ୍ଘ  ଙ୍ଘ 

ପଛଘୁା ନାହିଁ ବୀରର ଜାତକେ

ନ ମରେ କେବେ ସେ ପରାଣ ଆତେଙ୍କ ।ା

ଯିଏ ଶୌର୍ଯ୍ୟବାନ ସେ ସାହସୀ ଓ ବିକ୍ରମୀ ମଧ୍ୟ । ସାହସ ଓ ବିକ୍ରମ ନ ଥିଲେ ଜଣେ ବୀର ହୋଇ ପାରିବ ନାହିଁ । ଏପରି ବ୍ୟକ୍ତିକୁ ସୈନ୍ୟବାହିନୀରେ ପାଇ ଯେକୌଣସି ଦେଶ ଗର୍ବ ଅନୁଭବ କରେ । କାରଣ ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଯୁଦ୍ଧରେ ଶତ୍ରୁର ମୁକାବିଲା କରନ୍ତି । କୌଣସି ପରିସ୍ଥିିତିରେ ମଧ୍ୟ ସେ ଯୁଦ୍ଧରୁ ପଳାୟନ କରନ୍ତି ନାହିଁ । ପୃଥ୍ୱୀରାଜ ଚୌହାନ, ରାଣା ପ୍ରତାପ ସିଂହ, ଛତ୍ରପତୀ ଶିବାଜୀ, ରାଣୀ ଲକ୍ଷ୍ମୀବାଈ ଆଦିଙ୍କ ନାମ ସେମାନଙ୍କ ଶୂରବୀରତା ପାଇଁ ଇତିହାସର ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଯେଉଁ ଦେଶର ଶାସନ କର୍ା ଶୌର୍ଯ୍ୟବାନ ସେ ଦେଶ ପ୍ରତି କେବେ ହେଲେ ବି କୌଣସି ବିଦେଶୀ ଶକ୍ତି ଆକ୍ରମଣ କରିବା ତ ଦୂରର କଥା ଆଡ ଆଖିରେ ମଧ୍ୟ ଦେଖିବାକୁ ସାହସ କରେ ନାହିଁ । ବିଳାସ ବ୍ୟସନ ହେତୁ ଯେତେବେଳେ ଭାରତୀୟ ରାଜାମାନଙ୍କ ଶୌର୍ଯ୍ୟ କ୍ଷୀଣ ହୋଇ ପଡ଼ିଲା ସେତେବେଳେ ସେମାନେ ବିଦେଶୀ ଆକ୍ରମଣକାରୀମାନଙ୍କ ଦ୍ୱାରା ପରାଜିତ ହେଲେ । ଏହାର କୁପରିଣାମ ସ୍ୱରୂପ ଶତାଧିକ ବର୍ଷ ଧରି ଭାରତ ପରାଧିନତାର ଶୃଙ୍ଖଳରେ ଆବଦ୍ଧ ହୋଇ ରହିଲା । ବିଶ୍ୱ ଇତିହାସ ଅନୁଧ୍ୟାନ କଲେ ଦେଖାଯାଏ ଯେ ପ୍ରାଚୀନ କାଳରେ ସବୁଠାରୁ ଶକ୍ତିଶାଳୀ, ସାହସୀ, ବିକ୍ରମୀ ଓ ଦକ୍ଷ ବ୍ୟକ୍ତିକୁ ଜନ ସାଧାରଣ ଦେଶର ରକ୍ଷା ଭାର ଅର୍ପଣ କରି ତାଙ୍କୁ ନିଜର ରାଜା ବୋଲି ମାନୁଥିଲେ । ସେ ପ୍ରଜାମାନଙ୍କୁ ସମସ୍ତ ପ୍ରକାର ଦୁଃଖରୁ ରକ୍ଷା କରିବାର ଦାୟିତ୍ୱ ବହନ କରୁଥିବାରୁ ତାଙ୍କୁ "କ୍ଷତ୍ରିୟ' କୁହାଯାଉଥିଲା । କ୍ଷତ୍ରାତ୍ ତ୍ରାୟତେ ଇତି କ୍ଷତ୍ରିୟଃ । ତାଙ୍କର ପ୍ରଜାପାଳନ କର୍ମକୁ କ୍ଷାତ୍ରକର୍ମ କୁହାଯାଉଥିଲା । କାଳକ୍ରମେ ତାଙ୍କ ବଂଶଧରମାନେ ମଧ୍ୟ କ୍ଷତ୍ରିୟ ରୂପରେ ନିଜର ପରିଚୟ ଦେଲେ ଓ ବଂଶାନୁକ୍ରମିକ ଭାବରେ ରାଜ୍ୟଶାସନ କରିବାକୁ ଲାଗିଲେ । ସମୟ ଆଜି ପଟ୍ଟ ପରିବର୍ନ କରିଛି । ରାଜତନ୍ତ୍ରର ସମ୍ପୂର୍ଣ୍ଣ ଅବସାନ ଘଟିଛି । ପ୍ରଜାତନ୍ତ୍ରରେ ନିର୍ବାଚିତ ପ୍ରତିନିଧିମାନେ ଶାସନ ଭାର ଗ୍ରହଣ କରନ୍ତି । କିନ୍ତୁ ସେମାନଙ୍କ ପାଖରେ କ୍ଷାତ୍ର ଗୁଣ ଓ ଧର୍ମ ଦେଖାଯାଏ ନାହିଁ । ଦେଶର ରକ୍ଷା ଭାର ଆଜି କ୍ଷତ୍ରିୟମାନଙ୍କ ହାତରେ ନ୍ୟସ୍ତ ନ ଥିବାରୁ ସ୍ୱର୍ଣ୍ଣପ୍ରସୂ ଭାରତର ପ୍ରଜା ଆଜି ଦୀନ, ହୀନ, ଦରିଦ୍ର, ଅସହାୟ ଅରକ୍ଷିତ ଓ ବୁଭୂକ୍ଷିତ ।

ଯେଉଁ ଶକ୍ତି ବଳରେ ମନୁଷ୍ୟ ବିଶାଳ ଜନ ସମୁଦାୟକୁ ନିଜ ପ୍ରତି ଆକର୍ଷଣ କରିପାରେ; ଅନ୍ୟମାନେ ତା'ର ସମ୍ମୁଖରେ ଅନ୍ୟାୟ ଆଚରଣ କରିବାକୁ ସାହସ କରି ପାରନ୍ତି ନାହିଁ; ନିଜର କର୍ବ୍ୟ ପଥରେ ଆସୁଥିବା ପ୍ରତିଟି ବାଧାବିଘ୍ନକୁ ସାହସର ସହିତ ମୁକାବିଲା କରିପାରେ, ସେହି ଶକ୍ତି ବା ପ୍ରତାପର ନାମ "ତେଜ' । ଏହି କ୍ଷାତ୍ର ତେଜ ବ୍ୟକ୍ତିକୁ ଜନନାୟକ, ରାଷ୍ଟ୍ରନାୟକ, ରାଜନାୟକ ଓ ଧର୍ମନାୟକ ହେବାରେ ସାହାଯ୍ୟ କରେ ।

ଯେତେବଡ ବାଧାବିଘ୍ନ, ସଙ୍କଟ, ପରିସ୍ଥିତି ଓ ଦୁର୍ଘଟଣା ଘଟିଲେ ମଧ୍ୟ ନିଜ ମର୍ଯ୍ୟାଦା ରକ୍ଷାକରି କର୍ବ୍ୟ ପଥରୁ ବିଚୁ୍ୟତ ନ ହେବାର ଅଟଳ ଧୈର୍ଯ୍ୟକୁ "ଧୃତି' କୁହାଯାଏ । ସଫଳତା ସର୍ବଦା ଧୈର୍ଯ୍ୟବାନ ବ୍ୟକ୍ତିର ପଦଚୁମ୍ବନ କରିବାକୁ ତପôର ଥାଏ । ଜନସାଧାରଣ ସଫଳ ବ୍ୟକ୍ତିର ହିଁ ଜୟଗାନ କରନ୍ତି ।

ଦାକ୍ଷ୍ୟମର ଅର୍ଥ ଦକ୍ଷତା ଓ ଚତୁରତା । "ଦକ୍ଷ' ବ୍ୟକ୍ତିକୁ ଲୋକେ ଆଖିବୁଜି ଭରସା କରନ୍ତି । ଯାହା ଉପରେ ଭରସା ଥାଏ ତାଙ୍କ ଉପରେ ସମସ୍ତ ଦାୟିତ୍ୱ ନ୍ୟସ୍ତ କରାଯାଏ । ଦେଶର ପ୍ରଜା ଯାହାକୁ ଦକ୍ଷ ଭାବନ୍ତି ତାଙ୍କ ଉପରେ ଦେଶର ଭାର ନ୍ୟସ୍ତ କରନ୍ତି । ଦକ୍ଷତା କ୍ଷତ୍ରିୟର ଏକ ବିଶେଷ ଗୁଣ । ଦକ୍ଷ ବ୍ୟକ୍ତି ଉମ ଶାସକ ହୋଇପାରେ । ଦକ୍ଷତା ବିନା ମନୁଷ୍ୟ ଜୀବନ ସଂଗ୍ରାମରେ ମଧ୍ୟ ଜୟଯୁକ୍ତ ହୋଇପାରେ ନାହିଁ ।

କ୍ଷତ୍ରିୟ ଗୁଣ ଓ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ଯୁଦ୍ଧରୁ ପଳାୟନ କରନ୍ତି ନାହିଁ । ଯୁଦ୍ଧର ଆଭିଧାନିକ ଅର୍ଥ ହେଲା ସମର, କଳହ, ବିବାଦ,ସଂଘର୍ଷ, ଲଢ଼ାଇ । ଏହା ହିଂସ୍ରକ ଓ ଅହିଂସ୍ରକ ହୋଇପାରେ । ଦେଶରକ୍ଷା ଦାୟିତ୍ୱ ନ୍ୟସ୍ତ ଥିବା ସେନାପାଇଁ ଯୁଦ୍ଧର ଅର୍ଥ ହିଂସ୍ରକ ସମର । କାରଣ ଶତ୍ରୁ ଆକ୍ରମଣର ମୁକାବିଲା ପାଇଁ ଅସ୍ତ୍ରଶସ୍ତ୍ରର ପ୍ରୟୋଗ ଆବଶ୍ୟକ । ଏପରି କ୍ଷେତ୍ରରେ ଯେଉଁ ସୈନିକର ଶୌର୍ଯ୍ୟ, ଧୈର୍ଯ୍ୟ ଓ ଦକ୍ଷତା ଥାଏ ସେ ନିଜ ଜୀବନକୁ ବାଜି ଲଗାଇ ଯୁଦ୍ଧ କରେ । ଶତ୍ରୁ ପକ୍ଷ ଯେତେ ବଡ଼ ବଳବାନ ହୋଇ ଥାଆନ୍ତୁ ନା କାହିଁକି ଆବଶ୍ୟକ ପଡିଲେ ସେ ଏକାକୀ ମଧ୍ୟ ସେମାନଙ୍କ ମୁକାବିଲା କରିବାକୁ କୁଣ୍ଠିତ ହୁଅନ୍ତି ନାହିଁ । ଯୁଦ୍ଧଭୂମିରେ ସେ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ବିକ୍ରମ ସହିତ ଯୁଦ୍ଧରେ ରତ ଥାଆନ୍ତି । ପୁରାଣ ଇତିହାସରେ ଏପରି ଅନେକ "କ୍ଷତ୍ରିୟ' ଯୋଦ୍ଧାମାନଙ୍କର ଦୃଷ୍ଟାନ୍ତ ରହିଛି । ଭାରତୀୟ ସେନା ବାହିନୀରେ ମଧ୍ୟ ଏହିପରି ଅନେକ ସୈନ୍ୟ ନିଜର କ୍ଷତ୍ରିୟ ଧର୍ମ ପାଳନ କରି ଶହୀଦ ହୋଇଛନ୍ତି । ସେହି ବୀର ପୁରୁଷମାନଙ୍କ ପ୍ରତି ଦେଶ ସମ୍ମାନ ଜଣାଇଥାଏ ।

ଗୀତା ପ୍ରକରଣରେ ଯୁଦ୍ଧର ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ ଥିବା ଯୁଦ୍ଧ ପ୍ରସଙ୍ଗକୁ ହିଂସ୍ରକ ଯୁଦ୍ଧ ଅର୍ଥରେ ଗ୍ରହଣ କରିବା ଅନୁଚିତ । ମହାତ୍ମାଗାନ୍ଧୀ ଗୀତାର ଏକ ସୁପାଠକ ଥିଲେ । ଗୀତାରୁ ସେ ଅହିଂସା ମନ୍ତ୍ର ଶିଖିଥିଲେ । ହିଂସା ବିରୁଦ୍ଧରେ ଲଢ଼ିବାକୁ ସେ ଅହିଂସାକୁ ଅସ୍ତ୍ର ରୂପେ ବ୍ୟବହାର କରିଥିଲେ । ତାଙ୍କର ଏହି ପ୍ରୟୋଗକୁ ସେତେବେଳେ ତାଙ୍କର ଅନୁଗାମୀମାନେ ମଧ୍ୟ ସମ୍ପୂର୍ଣ୍ଣ ଭରସା କରିପାରି ନଥିଲେ । କିନ୍ତୁ ତାଙ୍କ ପାଖରେ ଥିବା ଶୌର୍ଯ୍ୟ, ତେଜ, ଧୈର୍ଯ୍ୟ, ଦକ୍ଷତା ଓ କୌଣସି କାମ ହାତକୁ ନେଲେ ସେଥିରୁ ପଛଘୁା ନ ଦେବା ଓ କୁଶଳ ନେତୃତ୍ୱ ହେତୁ ସେ ଦେଶବାସୀଙ୍କ ବିଶ୍ୱାସ ଭାଜନ ହୋଇ ପାରିଥିଲେ । ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଦୁର୍ଦ୍ଧର୍ଷ ବ୍ରିଟ୍ରିଶ ଶକ୍ତି ତାଙ୍କ ନିକଟରେ ହାର ମାନିବାକୁ ବାଧ୍ୟ ହୋଇଥିଲା । ସ୍ୱାଧିନତା ପରେ ସେ କୌଣସି ରାଜକୀୟ ପଦ ଗ୍ରହଣ କରି ନଥିଲେ; ତଥାପି ମଧ୍ୟ ଦେଶ ତାଙ୍କୁ ଏକ ସମ୍ରାଟ ଅପେକ୍ଷା ଅଧିକ ସମ୍ମାନ ଦେଉଥିଲା । ସେ ଥିଲେ ଭାରତର ମୁକୁଟ ବିହୀନ ସମ୍ରାଟ । ଏହା ହିଁ ପ୍ରକୃତ କ୍ଷତ୍ରିୟର ଲକ୍ଷଣ ।

ଜୀବନ ଯାତ୍ରାରେ ଅନେକ ବାଧାବିଘ୍ନ ଓ ସଂଘର୍ଷର ସମ୍ମୁଖୀନ ହେବାକୁ ପଡେ । ପାରିବାରିକ, ସାମାଜିକ ଓ ରାଜନୈତିକ ଜୀବନରେ ବ୍ୟକ୍ତିକୁ ପରିବାର, ସମାଜ ତଥା ଦେଶର କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପି ନେବାକୁ ପଡେ । ବ୍ୟକ୍ତି ମଧ୍ୟରେ ଥିବା ସ୍ୱାଭାବିକ କ୍ଷାତ୍ର ଶୌର୍ଯ୍ୟ, ତେଜ, ଧୃତି ଓ ଦକ୍ଷତା ତାଙ୍କୁ ତାଙ୍କ ଦ୍ୱାରା ଅଙ୍ଗୀକୃତ କାର୍ଯ୍ୟରେ ସଫଳତା ପ୍ରଦାନ କରେ । ଯେକୌଣସି ପ୍ରତିକୂଳ ପରିସ୍ଥିତି ଆସୁନା କାହିଁକି ସେ କାମଟିକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ତ୍ୟାଗ କରନ୍ତି ନାହିଁ । ବୈଜ୍ଞାନିକ, ଗବେଷକ, ଆବିଷ୍କାରକ ଆଦି ଏହି ଶ୍ରେଣୀର କ୍ଷତ୍ରିୟ ।

ଯୋଗୀମାନଙ୍କ ମଧ୍ୟରେ ବ୍ରାହ୍ମଣ ଓ କ୍ଷତ୍ରିୟ ଦୁଇ ଶ୍ରେଣୀର ବ୍ୟକ୍ତି ଦେଖାଯାଆନ୍ତି । ଯେଉଁ ବ୍ୟକ୍ତି ସ୍ୱ ପ୍ରଧାନ ତାଙ୍କ ବୁଦ୍ଧି ସ୍ୱାଭାବିକ ଭାବରେ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୁଏ । ଏହି ଶ୍ରେଣୀର ଯୋଗୀ ସତ୍ୟଯୁଗୀୟ ଆତ୍ମା । ଯେଉଁ ଯୋଗୀ ସ୍ୱ ମିଶ୍ରିତ ରଜୋଗୁଣ ପ୍ରଧାନ ତାଙ୍କୁ ଯୋଗ ମାର୍ଗରେ ମନୋବିକାର ସହିତ ସଂଘର୍ଷ କରିବାକୁ ପଡେ, କିନ୍ତୁ ତାଙ୍କ ମଧ୍ୟରେ ଥିବା ସ୍ୱାଭାବିକ କ୍ଷାତ୍ର ଗୁଣ ହେତୁ ସେ ଶେଷ ପର୍ଯ୍ୟନ୍ତ ପରାଜୟ ସ୍ୱୀକାର ନ କରି ପୁରୁଷାର୍ଥର୍ ଅବ୍ୟାହତ ରଖନ୍ତି । କଳିଯୁଗ ଓ ସତ୍ୟଯୁଗର ସନ୍ଧିକାଳରେ ପରମାତ୍ମା ଧରାବତରଣ କରି ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ଶିକ୍ଷା ଦିଅନ୍ତି । ପରମାତ୍ମାବତରଣର ଏହି ଯୁଗସନ୍ଧିକୁ ପୁରୁଷୋମ ସଙ୍ଗମ ଯୁଗ କୁହାଯାଏ । କାରଣ ଏହି ସମୟାବଧିରେ ପତିିତ ମନୁଷ୍ୟ ପୁରୁଷୋମ ହେବାର ଅବକାଶ ପାଏ । ବ୍ରାହ୍ମଣ ସ୍ୱଭାବର ବ୍ୟକ୍ତିକୁ ଈଶ୍ୱରୀୟ ମାର୍ଗରେ ବେଶୀ ସଂଘର୍ଷ କରିବାକୁ ପଡ଼େ ନାହିଁ । କିନ୍ତୁ ରଜୋଗୁଣ ଦ୍ୱାରା ପ୍ରଭାବିତ ହେଉଥିବାରୁ କ୍ଷତ୍ରିୟ ସ୍ୱଭାବଯୁକ୍ତ ଯୋଗୀକୁ ଦୁର୍ଜେୟ ମନୋବିକାରଗୁଡିକ ସହିତ ନିରନ୍ତର ଲଢ଼ାଇ କରିବାକୁ ପଡେ । କେହି କେହି ଏହି ମନୋ ସଂଗ୍ରାମରେ ପରାଜିତ ହୁଅନ୍ତି; କେହି କେହି ଅନ୍ତିମ କ୍ଷଣରେ ବିଜୟଶ୍ରୀ ହାସଲ କରନ୍ତି । ସେମାନଙ୍କ ମଧ୍ୟରେ ଥିବା ସ୍ୱାଭାବିକ କ୍ଷାତ୍ରଗୁଣ ହେତୁ ସେମାନଙ୍କୁ ଶେଷ ପର୍ଯ୍ୟନ୍ତ ମନୋସଂଘର୍ଷ କରିବାକୁ ପଡେ । ଯେଉଁମାନେ ଶେଷ ପର୍ଯ୍ୟନ୍ତ ପଛଘୁା ନ ଦେଇ ସଂଘର୍ଷ ଜାରି ରଖନ୍ତି ସେମାନେ ବିଜୟ ଲାଭ କରନ୍ତି । ପରମାତ୍ମା କହନ୍ତି, ""ଏହିପରି ଯୁଦ୍ଧ କରୁଁ କରୁଁ ଯଦି ତୁମର ମୃତୁ୍ୟ ହୋଇଯାଏ ତେବେ ତୁମେ ସ୍ୱର୍ଗ ସୁଖ ଭୋଗ କରିବ ଏବଂ ଯଦି ବିଜୟ ଲାଭ କର ତେବେ ସତ୍ୟଯୁଗୀୟ ସ୍ୱର୍ଗୀୟ ସାମ୍ରାଜ୍ୟର ଅଧିକାରୀ ଅବଶ୍ୟ ହେବ ।'' ହତୋ ବା ପ୍ରାପ୍ସ୍ୟସି ସ୍ୱର୍ଗଂ ଜିତ୍ୱା ବା ଭୋକ୍ଷସେ ମହୀମ୍ । ତସ୍ମାଦୁିଷ୍ଠ କୌନ୍ତେୟ ଯୁଦ୍ଧାୟ କୃତ ନିଶ୍ଚୟଃ ।ା୨/୩୭ାା ଏହିପରି କ୍ଷତ୍ରିୟ ସ୍ୱଭାବଯୁକ୍ତ ଯୋଗୀମାନେ ତ୍ରେତା ଯୁଗୀୟ ଆତ୍ମା ଅଟନ୍ତି । କଳ୍ପର ପୂର୍ବାର୍ଦ୍ଧକୁ (ସତ୍ୟ ଓ ତ୍ରେତାଯୁଗ) ସ୍ୱର୍ଗ କୁହାଯାଏ । ଯୋଗ ମାର୍ଗରେ ଚାଲୁ ଚାଲୁ ଯେଉଁମାନଙ୍କ ଅଧୋପତନ ହୁଏ ସେମାନେ ତ୍ରେତା ଯୁଗର ସାଧାରଣ ପ୍ରଜା ହୋଇ ସ୍ୱର୍ଗ ସୁଖ ଭୋଗ କରନ୍ତି । ଯେଉଁମାନେ ମନୋବିକାର ଉପରେ ବିଜୟ ଲାଭ କରନ୍ତି ସେମାନେ ନିଜ ନିଜ ପୁରୁଷାର୍ଥ ଅନୁସାରେ ରାଜ୍ୟ ଅଧିକାରୀ ହୁଅନ୍ତି ।

କ୍ଷତ୍ରିୟ ବୃିର ଅନ୍ୟ ଏକ ବିଶେଷତ୍ୱ ହେଉଛି "ଦାନଶୀଳତା ' । ଏପରି ବ୍ୟକ୍ତି ଉଦାର ହୃଦୟରେ ଦାନ କରନ୍ତି । ଏହା ସା୍ୱିକ ଦାନ ଅଟେ । କାରଣ ଦାନ ଦେବା ହେଉଛି କ୍ଷତ୍ରିୟର ଶୀଳ । ଶୀଳ ଅର୍ଥ ଅଭ୍ୟାସ, ଆଚରଣ, ଚରିତ୍ର, ପ୍ରକୃତି । ଦାନ ଦେବାକୁ ସେ ନିଜର କର୍ବ୍ୟ ମନେ କରନ୍ତି । ଯୋଗ୍ୟବ୍ୟକ୍ତି ଯୁଟିଲେ ସେ ନିଜର ସବୁ କିଛି ଦେଇ ଦେବାକୁ ମଧ୍ୟ ପଛାନ୍ତି ନାହିଁ । ଏହି ପ୍ରସଙ୍ଗରେ ପୁରାଣ ପ୍ରସିଦ୍ଧ ଦାନବୀର ରାଜା ହରିଶ୍ଚନ୍ଦ୍ରଙ୍କ ଦୃଷ୍ଟାନ୍ତ ଉଲ୍ଲେଖନୀୟ । ଆଧୁନିକ ଯୁଗରେ ମହାତ୍ମା ଗାନ୍ଧୀ, ବିନୋବାଭାବେ, ଉକôଳମଣି ତଥା ଗୋପବନ୍ଧୁଙ୍କ ଦାନଶୀଳତାର ଅବତାରଣା କରାଯାଇ ପାରେ । ସେମାନେ ନିଜର ତନୁ, ମନ, ଧନ ଓ ସମୟ ସବୁକିଛି ଦେଶବାସୀଙ୍କୁ ଉତ୍ସର୍ଗ କରି ଦେଇଥିଲେ । ଗୋପବନ୍ଧୁଙ୍କ ତ୍ୟାଗର ପଟାନ୍ତର ନାହିଁ । ନିଜର ଅସ୍ଥି ମଜ୍ଜାକୁ ମଧ୍ୟ ସେ ଦେଶବାସୀଙ୍କ ସେବାରେ ଲଗାଇବାକୁ ସଂକଳ୍ପବଦ୍ଧ ଥିଲେ । ତାଙ୍କ ଦ୍ୱାରା ରଚିତ କବିତାର କେତୋଟି ପଂକ୍ତିରୁ ଏହା ଜଣାପଡେ ।

ମିଶୁ ମୋର ଦେହ ଏ ଦେଶ ମାଟିରେ 

ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ାା

ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ 

ପୂରୁ ତହିଁ ପଡି ମୋର ମାଂସ ହାଡ ାା

"ଈଶ୍ୱର ଭାବ'ର ଅର୍ଥ ପ୍ରଭୁତ୍ୱ । ଏହା ହେଉଛି କ୍ଷତ୍ରିୟର ଏକ ବିଶେଷ ଗୁଣ । ପିଲାଟି ଦିନରୁ ତାଙ୍କ ପାଖରେ ଏହି ଗୁଣ ବିଶେଷ ଭାବରେ ଦେଖାଯାଇଥାଏ । ବାଲ୍ୟକାଳରେ ଖେଳ ସାଥିମାନେ ଓ ଶିକ୍ଷାୟତନରେ ସହପାଠୀମାନେ ତାଙ୍କୁ ନିଜର ନେତା ବୋଲି ଗ୍ରହଣ କରି ନିଅନ୍ତି । କାରଣ ସେ କେବେହେଲେ ଅନ୍ୟାୟ ଆଗରେ ମୁଣ୍ଡ ନୁଆନ୍ତି ନାହିଁ; କାହାରି ପ୍ରତି ଅନ୍ୟାୟ ଆଚରଣ କରନ୍ତି ନାହିଁ; ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ସଦା ତପôର ଥାଆନ୍ତି । ନିଜର ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କୁ ବିପଦରୁ ରକ୍ଷା କରନ୍ତି । “ଈଶ୍ୱର ଭାବ’ ଶବ୍ଦ ସୂଚିତ କରେ ଯେ କ୍ଷତ୍ରିୟଠାରେ ଥିବା ପ୍ରଭୁତ୍ୱ ଅହଙ୍କାର ଶୂନ୍ୟ । କାରଣ ସେମାନେ ଈଶ୍ୱରପରାୟଣ । ତେଣୁ ସେମାନେ ଧର୍ମ ଓ ମର୍ଯ୍ୟାଦାର ସୀମା ଲଙ୍ଘନ କରନ୍ତି ନାହିଁ । ଧର୍ମ ଓ ମର୍ଯ୍ୟାଦାର ରକ୍ଷା ପାଇଁ ଆବଶ୍ୟକ ପଡିଲେ ସେମାନେ ନିଜ ସ୍ତ୍ରୀ, ପୁତ୍ର, ରାଜ୍ୟ, ଜ୍ଞାତିକୁଟୁମ୍ବ ସମସ୍ତଙ୍କୁ ତ୍ୟାଗ କରିବାକୁ ପଶ୍ଚାତ୍ପଦ ହୁଅନ୍ତି ନାହିଁ । ଯେକୌଣସି ମୂଲ୍ୟ ବିିନିମୟରେ ମଧ୍ୟ ସେମାନେ ଧର୍ମ ଓ ମର୍ଯ୍ୟାଦାରୁ ଓହରି ଯାଆନ୍ତି ନାହିଁ । ଏହା ହିଁ ସେମାନଙ୍କ ପ୍ରଭୁତ୍ୱ । ରାମାୟଣ ବର୍ଣ୍ଣିତ ମର୍ଯ୍ୟାଦା ପୁରୁଷୋମ କ୍ଷତ୍ରିୟ କୁଳ ଗୌରବ ପ୍ରଜାବସôଳ ରାଜା ରାମଙ୍କ ଈଶ୍ୱରଭାବ ଏହି ପ୍ରକରଣରେ ସର୍ବୋକୃଷ୍ଟ ଦୃଷ୍ଟାନ୍ତ । ସେ ପିତୃ ସତ୍ୟ ରକ୍ଷା ପାଇଁ ରାଜ୍ୟ ତ୍ୟାଗ କରି ବନବାସକୁ ସହର୍ଷ ସ୍ୱୀକାର କରିଥିଲେ । ସେହିପରି ପ୍ରଜାରଞ୍ଜନ ପାଇଁ ନିଜ ପ୍ରାଣ ପ୍ରିୟା ସତୀ ଶିରୋମଣି ଦେବୀ ସୀତାଙ୍କୁ ମଧ୍ୟ ପରିତ୍ୟାଗ କରିବାକୁ କୁଣ୍ଠିତ ହୋଇ ନ ଥିଲେ । ଅନ୍ୟମାନଙ୍କୁ ନେତୃତ୍ୱ ଦେବାର ସହଜାତ ପ୍ରବୃି ପାଇଁ ଲାଲବାହାଦୁର ଶାସ୍ତ୍ରୀ ଓ ଜର୍ଜ ୱାସିଙ୍ଗଟନ୍ ଗରିବ ଘରର ପିଲା ହୋଇ ମଧ୍ୟ ନିଜ ନିଜ ଦେଶର ସର୍ବୋଚ୍ଚ ପଦବୀରେ ଅଳଙ୍କୃତ ହୋଇ ପାରିଥିଲେ ।

ମନୁସ୍ମୃତି ଜାତି ଆଧାରରେ ବର୍ଣ୍ଣ ବିଭାଗ କରିଥିବାରୁ ବ୍ୟକ୍ତିର ସ୍ୱାଭାବିକ ଗୁଣ ଅପେକ୍ଷା ତା'ର ବଂଶାନୁଗତ କର୍ମ ଉପରେ ବିଶେଷ ପ୍ରାଧାନ୍ୟ ଦେଇଥିବା ଜଣାଯାଏ । ସେଥିପାଇଁ ଚାରି ବର୍ଣ୍ଣର ଗୁଣ ଓ କର୍ମ ନିର୍ଣ୍ଣୟରେ ଏହାର ଗୀତା ସହିତ ମତ ଭିନ୍ନତା ଦେଖାଯାଏ । ଗୀତାରେ କେଉଁ କେଉଁ ସ୍ୱାଭାବିକ ଲକ୍ଷଣ ଥିଲେ ଜଣେ ବ୍ୟକ୍ତି ଚାରି ବର୍ଣ୍ଣ ମଧ୍ୟରୁ ଏକ ନିର୍ଦ୍ଧିଷ୍ଟ ଶ୍ରେଣୀଭୁକ୍ତ ହୋଇ ପାରିବ ବୋଲି ବର୍ଣ୍ଣନା କରାଯାଇଛି । କିନ୍ତୁ ମନୁ ସ୍ମୃତିରେ କେଉଁ ବର୍ଣ୍ଣର ବା ଜାତିର ବ୍ୟକ୍ତି ପାଇଁ କେଉଁ କେଉଁ କର୍ମ କରିବା ବିଧେୟ ସେହି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି । ତେଣୁ ମନୁ ସ୍ମୃତ୍ି କହେ, ପ୍ରଜାର ରକ୍ଷା କରିବା, ଦାନ ଦେବା, ଯଜ୍ଞ କରିବା, ବେଦାଧ୍ୟୟନ କରିବା ଓ ବିଷୟାସକ୍ତ ନ ହେବା କ୍ଷତ୍ରିୟର କର୍ମ । ପ୍ରଜାନାଂ ରକ୍ଷଣଂ ଦାନମିଜ୍ୟାଧ୍ୟୟନମେବ ଚ । ବିଷୟେଷ୍ୱପ୍ରସକ୍ତି ଶ୍ଚ କ୍ଷତ୍ରିୟସ୍ୟ ସମାସତଃ ।ା ମନୁ ୧/୮୧ାା ଏହି ଶ୍ଳୋକରେ କ୍ଷତ୍ରିୟର ସ୍ୱଭାବ ଓ ଗୁଣ ଅପେକ୍ଷା କର୍ମ ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି ।

ବୈଶ୍ୟ ଚରିତ୍ରରେ ତମଃ ମିଶ୍ରିତ ରଜୋଗୁଣର ଆଧିକ୍ୟ ଓ ଶୁଦ୍ରର ପ୍ରକୃତିରେ ରଜଃ ସଂମିଶ୍ରିତ ତମୋଗୁଣର ଆଧିକ୍ୟ ଦେଖାଯାଏ । ତେଣୁ ଗୀତାରେ ବୈଶ୍ୟ ଓ ଶୁଦ୍ରର ବାହ୍ୟ କର୍ମର ବର୍ଣ୍ଣନା କରଯାଇଛି । ବ୍ରାହ୍ମଣ ଓ କ୍ଷତ୍ରିୟଙ୍କ ପରି ସେମାନଙ୍କର ଆଭ୍ୟନ୍ତରୀଣ ସାର ବିକାଶ ହୋଇପାରେ ନାହିଁ । କୃଷି, ଗୋରକ୍ଷା ଓ ବାଣିଜ୍ୟ କରିବା ବୈଶ୍ୟଙ୍କର ସ୍ୱାଭାବିକ ଗୁଣ ଓ ସେବା କରିବା ଶୁଦ୍ରଙ୍କର ସ୍ୱାଭାବିକ ଗୁଣ ବୋଲି କୁହାଯାଇଛି । ଏହି ବର୍ଣ୍ଣନାରୁ ବୁଝାଯାଏ ଯେ ଆଧୁନିକ ଜାତି ଭେଦ ଓ ପ୍ରାଚୀନ ବର୍ଣ୍ଣ ବିଭାଗ ମଧ୍ୟରେ ସମ୍ପୂର୍ଣ୍ଣ ପାର୍ଥକ୍ୟ ରହିଛି । ସମସ୍ତ ପ୍ରକାର ଶିଳ୍ପ ଓ ବ୍ୟବସାୟକୁ ବାଣିଜ୍ୟ କୁହାଯାଏ; କିନ୍ତୁ ବର୍ମାନ ଅଧିକାଂଶ ଶିଳ୍ପୀ ଶୂଦ୍ର ବୋଲି ଗଣ୍ୟ ହୁଅନ୍ତି । ସମ୍ପ୍ରତି ଏକଥା ମଧ୍ୟ ଦେଖିବାକୁ ମିଳେ ଯେ ଚାଷ, ଶାସନ କାର୍ଯ୍ୟ ଚାକିରୀ (ସେବା) – ଏସବୁ ବୃି ବ୍ରାହ୍ମଣଠାରୁ ଶୁଦ୍ର ପର୍ଯ୍ୟନ୍ତ ସମସ୍ତେ ଅବଲମ୍ବନ କରୁଛନ୍ତି ।

ମନୁ ସ୍ମୃତିରେ କୃଷି, ଗୋପାଳନ ଓ ବାଣିଜ୍ୟ ବ୍ୟତୀତ ଯଜ୍ଞ, ଅଧ୍ୟୟନ, ଦାନ ଓ ସୁଧ ଗ୍ରହଣ ବୈଶ୍ୟମାନଙ୍କର ବୃି ବୋଲି ଉଲ୍ଲେଖ ରହିଛି । ଯଥା – ପଶୁନାଂ ରକ୍ଷଣଂ ଦାନମିଜ୍ୟାଧ୍ୟୟନମେବ ଚ । ବଣିକ୍ୟପଥଂକୁସୀଦଂ ଚ ବୈଶ୍ୟସ୍ୟ କୃଷିମେବ ଚ ।ା ମନୁ-୧/୯୦ ।ା ଶ୍ରୀମଦ୍ଭାଗବତରେ ବୈଶ୍ୟମାନଙ୍କର ଚାରୋଟି ବୃିର ଉଲ୍ଲେଖ ମିଳେ । କୃଷି ବାଣିଜ୍ୟ ଗୋରକ୍ଷଂକୁସୀଦଂତୁର୍ଯ୍ୟମୁଚ୍ୟତେ । ବାର୍ା ଚତୁର୍ବିଧା ତତ୍ର ....ାା ଶ୍ରୀମଭା ୧୦/୨୪/୨୧ାା ଅର୍ଥାତ କୃଷି, ବାଣିଜ୍ୟ, ଗୋପାଳନ ଓ ସୁଧଗ୍ରହଣ ଏହିପରି ବୈଶ୍ୟମାନଙ୍କର ବାର୍ାବୃି ଚାରିପ୍ରକାର ଅଟେ । ମନୁ ସ୍ମୃତିରେ ଯଜ୍ଞ ଓ ଅଧ୍ୟୟନ -ଏହି ଦୁଇଟି ଅଧିକ କର୍ମର ଉଲ୍ଲେଖ ମିଳେ । ଏହାର କାରଣ ହେଲା ମନୁ ସ୍ମୃତି ଜାତି ଆଧାରିତ ବର୍ଣ୍ଣ ବ୍ୟବସ୍ଥାର ପକ୍ଷଧର, କିନ୍ତୁ ଗୀତା ଗୁଣର ତାରତମ୍ୟରେ ମନୁଷ୍ୟମାନଙ୍କ ମଧ୍ୟରେ ଯେଉଁ ଯେଉଁ ସ୍ୱାଭାବିକ କର୍ମ ପ୍ରତି ଅଭିରୁଚି ଦେଖାଯାଏ ସେହି ଆଧାରରେ ବର୍ଣ୍ଣ ବିଭାଗ କରିଛି । ଜାତି ଆଧାରିତ ବର୍ଣ୍ଣାଶ୍ରମରେ ବଂଶାନୁଗତ କୌଳିକ ବୃିକୁ ସଂପୃକ୍ତ ବର୍ଣ୍ଣ ପାଇଁ ସ୍ୱାଭାବିକ କର୍ମ ବୋଲି ସ୍ୱୀକାର କରାଯାଏ ।

କୋ÷ଳିକ ବୃି ହିସାବରେ ବୈଶ୍ୟମାନେ ବ୍ୟବସାୟ ଓ ବାଣିଜ୍ୟ କରୁଥିବାରୁ ସାଧାରଣତଃ ସେମାନେ ଧନବାନ ଅଟନ୍ତି । ତେଣୁ ଯଜ୍ଞ ଓ ଦାନ କରିବା ପାଇଁ ସକ୍ଷମ । କିନ୍ତୁ ଏହା ସେମାନଙ୍କର ସ୍ୱାଭାବିକ କର୍ମ ନୁହେଁ । ନିଜ ନିଜ ଅଭୀଷ୍ଟ ସିଦ୍ଧି ପାଇଁ ବେଦର ପୁଷ୍ପିତ ବଚନରେ ପ୍ରଲୋଭିତ ହୋଇ ସେମାନେ ଏହା କରନ୍ତି । ଏଥିପାଇଁ ସେମାନେ ନିଜର ପୁରୋହିତ ହିସାବରେ ବ୍ରାହ୍ମଣମାନଙ୍କୁ ନିଯୁକ୍ତ କରନ୍ତି । ନିଜ ଯଜମାନ ପାଇଁ ଯଜ୍ଞ କରିବା, ପୂଜା କରିବା, ଦାନ ଗ୍ରହଣ କରିବା, ବିବାହ କରାଇବା, ଶୁଦ୍ଧିକ୍ରିୟା କରାଇବା ଆଦି ହେଉଛି ଜାତି ଆଧାରିତ ବ୍ରାହ୍ମଣର କୌଳିକ ବୃି । ଏଥିପାଇଁ ସେମାନେ ଯଜମାନଙ୍କଠାରୁ ପାରିଶ୍ରମିକ ସ୍ୱରୂପ ଉମ ଦକ୍ଷିଣା ମଧ୍ୟ ପାଆନ୍ତି । ଏସବୁ ବାହ୍ୟ କର୍ମ ପାଇଁ । ବଂଶାନୁଗତ ଗୁଣ ହେତୁ ନିଜ ନିଜ କୌଳିକ ବୃି ପ୍ରତି ମନୁଷ୍ୟର ସ୍ୱଭାବିକ ଅଭିରୁଚି ଆସିପାରେ; ନ ଆସିପାରେ ମଧ୍ୟ । କୌଣସି ଏକ ନିର୍ଦ୍ଧିଷ୍ଟ ଜାତିରେ ଜନ୍ମ ହୋଇଥିବା କାରଣରୁ ଜଣେ ବ୍ୟକ୍ତିକୁ ସେହି ଜାତି ଲାଗି ପ୍ରସ୍ତାବିତ ପାରମ୍ପରିକ କୌଳିକ ବୃି ଅବଲମ୍ବନ କରିବା ପାଇଁ ବାଧ୍ୟ କରାଯାଇ ନ ପାରେ । ଏହା ଦ୍ୱାରା ମନୁଷ୍ୟର ବିକାଶ ବାଧା ପ୍ରାପ୍ତ ହୁଏ । ଇହ ବା ପର ଜନ୍ମରେ କୃତ କର୍ମ ଦ୍ୱାରା ମନୁଷ୍ୟ ମଧ୍ୟରେ ଗୁଣମାନଙ୍କର ତାରତମ୍ୟ ଦେଖାଯାଏ । ତେଣୁ ଜଣେ ଏକ ନିର୍ଦ୍ଧିଷ୍ଟ ଜାତିରେ ଜନ୍ମ ହୋଇ ମଧ୍ୟ ଅନ୍ୟ ଜାତିର କର୍ମ ପ୍ରତି ତା'ର ଅଭିରୁଚି ଆସିପାରେ । ବର୍ମାନ ସମାଜରେ ପ୍ରଚଳିତ ଜାତି ପ୍ରଥାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ କୌଣସି ବ୍ୟକ୍ତି ନିଜ କୌଳିକ ବୃି ଅବଲମ୍ବନ ନ କରି ମଧ୍ୟ ସଂପୃକ୍ତ ବର୍ଣ୍ଣର ବୋଲି ପରିଚିତ ହେଉଛି । ଅର୍ଥାତ ବ୍ରାହ୍ମଣ ବଂଶରେ ଜନ୍ମିତ ବ୍ୟକ୍ତି ଶୂଦ୍ରର କର୍ମ ସମ୍ପାଦନ କରି ମଧ୍ୟ ବ୍ରାହ୍ମଣ ହୋଇ ରହୁଛି; ତାକୁ କେହି ଶୂଦ୍ର ବର୍ଣ୍ଣ ବୋଲି କହୁ ନାହି । ସେହିପରି ଜଣେ ଶୂଦ୍ର, ବ୍ରାହ୍ମଣ ପାଇଁ ନିର୍ଦ୍ଧିଷ୍ଟ ଆଚରଣ କଲେ ମଧ୍ୟ ସେ ବ୍ରାହ୍ମଣ ବର୍ଣ୍ଣ ପର୍ଯ୍ୟାୟଭୁକ୍ତ ନ ହୋଇ ଶୁଦ୍ର ଶ୍ରେଣୀର ପରିଗଣିତ ହେଉଛି । ଏହା ହେଉଛି ସମ୍ପ୍ରତି ବିକରାଳ ରୂପ ଧାରଣ କରିଥିବା ଜାତି ଭେଦ ଓ ବର୍ଣ୍ଣ ବୈଷମ୍ୟର ମୂଳ କାରଣ । ଏହି ସମସ୍ୟାର ସମାଧାନ ପାଇଁ ଗୀତା ପ୍ରଣୀତ ବର୍ଣ୍ଣ ବ୍ୟବସ୍ଥା ସର୍ବୋମ ।

ପୌରାଣିକ ଗ୍ରନ୍ଥମାନଙ୍କରେ କେତେକ ସ୍ଥଳରେ ଜାତି ଆଧାରିତ ବର୍ଣ୍ଣ ବିଭାଗକୁ ସ୍ୱୀକାର କରାଯାଏ ନାହିଁ । ଶ୍ରୀମଦ୍ଭାଗବତ ଓ ମହାଭାରତରେ କର୍ମ ଆଧାରରେ ମନୁଷ୍ୟର ଜାତି ଓ ବର୍ଣ୍ଣ ନିର୍ଦ୍ଧାରଣ କରାଯାଇଛି । ଏହି ସନ୍ଦର୍ଭରେ ନିମ୍ନରେ ପ୍ରଦ କେତେକ ଉଦାହରଣ ପ୍ରଣିଧାନଯୋଗ୍ୟ ।

ଯସ୍ୟ ଯଲ୍ଲକ୍ଷଣଂ ପ୍ରୋକ୍ତଂ ପୁଂସୋ ବର୍ଣ୍ଣାଭିବ୍ୟଞ୍ଜକମ୍ ।

ଯଦନ୍ୟତ୍ରାଣି ଦୃଶ୍ୟେତ ତତ୍ ତେନୈବ ବିନିର୍ବିଶେତ୍ ।

        ।ା ଶ୍ରୀମଭା ୭/୧୧/୩୫ାା

ଅର୍ଥାତ, ଯେଉଁ ବର୍ଣ୍ଣ ପାଇଁ ଯେଉଁ ଲକ୍ଷଣର କଥା କୁହାଗଲା ସେ ସବୁ ଲକ୍ଷଣ ଯଦି ଅନ୍ୟ ପୁୁରୁଷଠାରେ ଦେଖିବାକୁ ମିଳେ, ତା'ହେଲେ ତାକୁ ସେହି ଲକ୍ଷଣଯୁକ୍ତ ବର୍ଣ୍ଣର ପୁରୁଷ ବୋଲି ଧରାଯିବ । (ଅର୍ଥାତ ବ୍ରାହ୍ମଣ କୁଳରେ ଜନ୍ମ ହୋଇ ଶୂଦ୍ରର ଲକ୍ଷଣ ଥିଲେ ସେ ଶୂଦ୍ର ହେବ ଏବଂ ଶୂଦ୍ର କୁଳରେ ଜନ୍ମ ହୋଇ ବ୍ରାହ୍ମଣର ଲକ୍ଷଣ ଥିଲେ ସେ ବ୍ରାହ୍ମଣ ବୋଲି ଧରାଯିବ । ବର୍ଣ୍ଣ ଜାତିଗତ ନୁହେଁ; ଏହା ଆଚରଣ ସିଦ୍ଧ ।ା (ଅନୁବାଦ-ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ) ଅତି ବଡି ଜଗନ୍ନାଥ ଦାସଙ୍କ କୃତ ଶ୍ରୀମଦ ଭାଗବତ ମହାପୁରାଣରେ ଉପର୍ଯୁ୍ୟକ୍ତ ଶ୍ଳୋକର ପଦ୍ୟାନୁବାଦ ନିମ୍ନ ପ୍ରକାରେ ଦିଆଯାଇଛି, ""ଯେ ବର୍ଣ୍ଣେ ଯେମନ୍ତ ଲକ୍ଷଣ । ବେଦେ ବର୍ଣ୍ଣନ୍ତି ମୁନିଗଣ । ତା ଅଧୋ ଉର୍ଦ୍ଧେଯେବେ ଦେଖି । ସେ ବର୍ଣ୍ଣ ଧର୍ମେ ତାକୁ ଲେଖି ।ା୭/୧୧/୩୫ାା

ଶୁଦ୍ରେ ତୁ ଯଦ୍ଭବେଲ୍ଲକ୍ଷ୍ମ ଦ୍ୱିଜେ ତଚ୍ଚ ନ ବିଦ୍ୟତେ

ନ ବୈ ଶୂଦ୍ରୋ ଭବେ ଚ୍ଛୂଦ୍ରୋ ବ୍ରାହ୍ମଣୋ ନ ଚ ବ୍ରାହ୍ମଣଃ

         ।ାମହାଭାରତ- ବନପର୍ବ ୧୮୦/୨୫ ।ା

ଅର୍ଥାତ ଶୂଦ୍ର କୁଳରେ ଜନ୍ମ ହୋଇ ମଧ୍ୟ ଯଦି ଜଣକଠାରେ ଶ୍ରେଷ୍ଠ ଆଚରଣ ଦେଖାଯାଏ ତେବେ ତାକୁ ଶୁଦ୍ର କୁହାଯିବ ନାହିଁ ଏବଂ ବ୍ରାହ୍ମଣ କୁଳରେ ଜନ୍ମ ହୋଇ ଯଦି କେହି ବ୍ରାହ୍ମଣୋଚିତ କର୍ମ ନ କରନ୍ତି ତେବେ ସେ ବ୍ରାହ୍ମଣ ପଦବାଚ୍ୟ ନୁହନ୍ତି ।ା

ମନୁସ୍ମୃତି ଜାତି ଆଧାରିତ ବର୍ଣ୍ଣାଶ୍ରମର ସମର୍ଥକ ହେଲେ ମଧ୍ୟ ଧର୍ମ ଭ୍ରଷ୍ଟ ଓ କର୍ମଭ୍ରଷ୍ଟ ବ୍ରାହ୍ମଣମାନଙ୍କୁ କଠୋର ଭାଷାରେ ସମାଲୋଚନା କରିଛି । ଯେଉଁ ବ୍ରାହ୍ମଣ ପାଷାଣ୍ଡ, ପାପୀ, ବୈତାଳବ୍ରତୀ, ପ୍ରବକ, ହେତୁବାଦୀ, ବକବୃି ପରାୟଣ ତାଙ୍କୁ ବଚନ ଦ୍ୱାରା ମଧ୍ୟ ଅଭ୍ୟର୍ଥନା କରିବା ଉଚିତ ନୁହେଁ ।

ପାଷାଣ୍ଡିନୋ ବିକର୍ମ ସ୍ଥାନ ବୈତାଳବ୍ରତିକା‚ଠାନ୍

ହୈତୁକାନ୍ ବକବୃାଂଶ୍ଚ ବାଙ୍ମାତ୍ରେଣାପି ନାର୍ଚୟତେ ା 

              ।ା ମନୁ ୪/୩୦ାା

କେବଳ ଏତିକିରେ ମନୁସ୍ମୃତି ନୀରବ ରହି ନାହିଁ । ସେହି ଅଧ୍ୟାୟର ପରବର୍ୀ ଶ୍ଳୋକରେ କୁହାଯାଇଛି ଯେଉଁ ବ୍ରାହ୍ମଣ ବୈତାଳ ବୃି, ବକବ୍ରତୀ ଓ ଅଜ୍ଞାନ (ବେଦ ବିଷୟରେ ଅଜ୍ଞ) ତାକୁ ଧର୍ମ ବେା ଲୋକେ ଜଳ ଦ୍ୱାରା ମଧ୍ୟ ସକôାର କରିବା ଉଚିତ ନୁହେଁ ।

ନ ବାର୍ଯ୍ୟପି ପ୍ରୟଚ୍ଛେୁ ବୈତାଳ ବ୍ରତିକେ ଦ୍ୱିଜେ ।

ନ ଚ ବକବ୍ରତିକେ ବିପ୍ରେ ନାବେଦବିଦି ଧର୍ମବିତ୍ ।ା ମନୁ-୪/୧୯୨ାା

ପୂର୍ବ ଜନ୍ମର କର୍ମଫଳ ହେତୁ ମାନବାତ୍ମା ଉଚ୍ଚ ବା ନୀଚ କୁଳରେ ଜନ୍ମ ହୁଏ । ଶାରୀରିକ ଦୃଷ୍ଟିରୁ ବ୍ୟକ୍ତି ଯେଉଁ ଜାତି ବା କୁଳରେ ଜନ୍ମ ହୋଇଥାଆନ୍ତୁ ନା କାହିଁକି ପ୍ରତ୍ୟେକଙ୍କର ଆତ୍ମୋନ୍ନତି କରିବାର ଅଧିକାର ଅଛି । ଜାତି ଭେଦର ଚାରିକାନ୍ଥ ମଧ୍ୟରେ ଯଦି ମନୁଷ୍ୟ ଆବଦ୍ଧ ହୋଇ ରହିଯାଏ ତେବେ ସମାଜର ସର୍ବାଙ୍ଗୀନ ବିକାଶ ସମ୍ଭବ ନୁହେଁ । ଯେଉଁମାନେ ପରମାତ୍ମାପରାୟଣ ସେମାନଙ୍କ ଶାରୀରିକ ଜାତି ଗୋତ୍ର କିଛି ନ ଥାଏ । ସେ ଚଣ୍ଡାଳ ଜାତିର ହୋଇଥିଲେ ମଧ୍ୟ ସର୍ବଶ୍ରେଷ୍ଠ ।

ଅହୋବତ୍ଶ୍ୱପଚୋଽତୋ ଗରୀୟାନ୍ ଯଜ୍ଜିହାଗ୍ରେବର୍ତେ ନାମ ତୁଭ୍ୟମ ।

ତେପୁସ୍ତପସ୍ତେ ଜୁହୁବୁଃ ସସ୍ନୁରାର୍ଯ୍ୟା ବ୍ରହ୍ମାନୁଚୁର୍ନାମ ଗୃଣନ୍ତିୟେତେ ।ା 

ାା ଶ୍ରୀ ମଦ୍ଭା-୩/୩୩/୭ାା

ଅନୁବାଦ : ଯେଉଁ ପ୍ରାଣୀର ଜିଭ ଆଗରେ ଆପଣଙ୍କ ନାମ ଥାଏ ସେ ଚଣ୍ଡାଳ ହେଲେ ହେଁ ଗରିଷ୍ଠ । ଯେଉଁମାନେ ଆପଣଙ୍କ ନାମକୁ ଗୁଣି ହୁଅନ୍ତି ସେମାନେ ପୂର୍ବରୁ ତପସ୍ୟା, ହୋମ, ତୀର୍ଥ ସ୍ଥାନ, ବେଦାଧ୍ୟୟନ କରିଥାଆନ୍ତି । (ଅନୁବାଦ : ଜାନକୀ ବଲ୍ଲଭ ପଟ୍ଟନାୟକ )

ଏ କଥାକୁ ଅତି ବଡି ଜଗନ୍ନାଥ ଦାସ ତାଙ୍କ ରଚିତ ଓଡିଆ ଭାଗବତରେ ନିମ୍ନପ୍ରକାରେ କାବ୍ୟାନୁବାଦ କରିଛନ୍ତି –

ଚଣ୍ଡାଳ ଏଣୁ ଶ୍ରେଷ୍ଠ ହେଲା ଜିହ୍ୱାରେ ତୋ ନାମ ଧଇଲା

ଯେଣୁ ତୋ ନାମ ଉଚ୍ଚାରିଲା ସକଳ ତପ ସେହୁ କଲା

ହୋମାଦି କଲା ବେଦ ମନ୍ତ୍ରେ ସ୍ନାନ ସେ କଲା ନାନା ତୀର୍ଥେ

ତାପରେ ନାହିଁ ସଦାଚାର ତୋ ନାମ ଜିହ୍ୱାରେ ଯାହାର

ସମଗ୍ର ବେଦ ସେ ପଢ଼ିଲା ଯେ ତୁମ୍ଭ ନାମ ଉଚ୍ଚାରିଲା ।ା୩/୩୩/୭//

ଶ୍ରୀମଦ୍ଭାଗବତ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ଭଗବତ୍ ପରାୟଣ ଚଣ୍ଡାଳକୁ ଭଗବତ ବିମୁଖ ବ୍ରାହ୍ମଣଠାରୁ ଶ୍ରେଷ୍ଠ ବୋଲି କୁହାଯାଇଛି –

ବିପ୍ରାଦ୍ଦ୍ୱିଷଡ୍ଗୁଣଯୁତାଦରବିନ୍ଦନାଭ ପାଦାରବିନ୍ଦବିମୁଖାତ୍ ଶ୍ୱପଚଂ ବରିଷ୍ଠମ୍ । 

ମନ୍ୟେ ତଦର୍ପିତ ମନୋବଚନେ ହିତାର୍ଥ ପ୍ରାଣଂପୁନାତି ସ କୁଳଂ ନ ତୁ ଭୁରିମାନଃ ।ା

               (ଶ୍ରୀମଭା-୭/୯/୧୦)

ଅନୁବାଦ : ଭଗବାନ ପଦ୍ମନାଭଙ୍କ ପଦ୍ମପାଦ ପ୍ରତି ବିମୁଖ ଏପରି ଦ୍ୱାଦଶ ଗୁଣଯୁକ୍ତ ବ୍ରାହ୍ମଣଠାରୁ ଭଗବାନଙ୍କ ପାଦପଦ୍ମରେ ନିଜର ମନ, ବଚନ, କର୍ମ ଓ ପ୍ରାଣ ଅର୍ପଣ କରିଥିବା କୁକୁର ମାଂସ ଭୋଜୀ ଚାଣ୍ଡାଳ ମଧ୍ୟ ଶ୍ରେଷ୍ଠ । କାରଣ ସେ ନିଜର କୁଳକୁ ଭଗବତ୍ ଭକ୍ତି ଦ୍ୱାରା ପବିତ୍ର କରିଥାଏ ।ା କିନ୍ତୁ ବ୍ରାହ୍ମଣ ନିଜ କୁଳର ଅଭିମାନରେ ରହିଥାଏ । (ଅନୁବାଦ- ଜାନକୀବଲ୍ଲଭ ପଟ୍ଟନାୟକ)

ମହାଭାରତରେ ଭଗବତ୍ପରାୟଣ ଶୂଦ୍ରକୁ ବ୍ରାହ୍ମଣ ଓ ଭଗବତ୍ ଭକ୍ତି ରହିତ ସମସ୍ତ ମନୁଷ୍ୟକୁ ଶୂଦ୍ର ବୋଲି କୁହାଯାଇଛି ।

ନ ଶୂଦ୍ରା ଭଗବଭକ୍ତ୍ୟା ବିପ୍ରା ଭଗବତାଃ ସ୍ମୃତାଃ । 

ସର୍ବବର୍ଣ୍ଣେଷୁ ତେ ଶୂଦ୍ରା ଯେହ୍ୟ ଭକ୍ତାଜନାର୍ଦ୍ଧର୍ନେ ।ା ମହାଭାରତ ।ା

ଅର୍ଥାତ, ଭଗବତ୍ ଭକ୍ତ ଶୂଦ୍ର ନୁହେଁ, ବ୍ରାହ୍ମଣ ପଦବାଚ୍ୟ । ସମସ୍ତ ବର୍ଣ୍ଣରେ ଭଗବତ ଭକ୍ତି ରହିତ ବ୍ୟକ୍ତି ହେଉଛି ଶୂଦ୍ର ।

ରଜୋମିଶ୍ରିତ ତମୋଗୁଣର ଆଧିକ୍ୟ ହେଲେ ମନୁଷ୍ୟ ଶୂଦ୍ର ବର୍ଣ୍ଣ ପର୍ଯ୍ୟାୟଭୁକ୍ତ ହୁଏ । ତମୋଗୁଣର ପ୍ରଭାବ ହେତୁ ଶୂଦ୍ର ବର୍ଣ୍ଣ ବ୍ୟକ୍ତି ପ୍ରମାଦ, ଆଳସ୍ୟ, ନିଦ୍ରା, ଅପ୍ରବୃି ଓ ମୋହ ଏହିପରି ସାତଟି ଆସୁରୀ ସମ୍ପି ସମ୍ପନ୍ନ ହୋଇଥାନ୍ତି । ତେଣୁ ସେମାନଙ୍କ ଦ୍ୱାରା ଅନ୍ୟ ତିନି ବର୍ଣ୍ଣର ସ୍ୱଭାବିକ କର୍ମ ସମ୍ପାଦନ ହୋଇପାରେ ନାହିଁ । କିନ୍ତୁ ତମୋଗୁଣ ସହିତ ରଜଗୁଣର ମିଶ୍ରଣ ହୋଇଥିବାରୁ ସେମାନଙ୍କ ମଧ୍ୟରେ ଧନ ଅର୍ଜନ କରିବାର ସ୍ୱଭାବିକ ପ୍ରବୃି ଥାଏ । ଏହା ସେମାନଙ୍କୁ ଚାକିରୀ କିମ୍ବା ମଜୁରୀ କରିବା ପାଇଁ ପ୍ରେରିତ କରେ । ଧନ ବିନିମୟରେ ଅନ୍ୟ ତିନି ବର୍ଣ୍ଣର ସେବା କରି ସେମାନେ ନିଜର ଗୁଜୁରାଣ ମେାନ୍ତି । ତେଣୁ ସେମାନଙ୍କ କର୍ମକୁ ପରିଚର୍ଯ୍ୟାତ୍ମକ ବୋଲି କୁହାଯାଏ । ସମ୍ପ୍ରତି ଦେଖାଯାଏ ଯେ ବ୍ରାହ୍ମଣ ଜାତିରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକରେ ଚାକିରୀ କରୁଥିବା ଏକ ସାଧାରଣ କଥା । ସାଧାରଣତଃ ବ୍ରାହ୍ମଣ ଜାତିର ବ୍ୟକ୍ତି ଧନୀକ ଶ୍ରେଣୀର ପରିବାରରେ ରୋଷେୟା ଭାବରେ ଚାକିରୀ କରନ୍ତି । କିଛି ଗରୀବ ଶ୍ରେଣୀର ବ୍ରାହ୍ମଣ ପେଟ ପୋଷିବା ପାଇଁ ଭିକ୍ଷା ବୃି ଅବଲମ୍ବନ କରନ୍ତି । ଏପରି ବ୍ୟକ୍ତିମାନେ ଜାତିରେ ବ୍ରାହ୍ମଣ ହୋଇଥିଲେ ମଧ୍ୟ ବୃିରେ ଶୂଦ୍ର ଅଟନ୍ତ୍ି । ଗୁଣ ଓ କର୍ମ ଅଧାରିତ ବର୍ଣ୍ଣ ବିଭାଗ ଅନୁସାରେ ଯିଏ ଯେଉଁ ଜାତିର ହେଇଥାଉନା କାହିଁକି ଯଦି ଧନ ବିନିମୟରେ ଅନ୍ୟର ପରିଚର୍ଯ୍ୟାତ୍ମକ ବୃି ଅବଲମ୍ବନ କରନ୍ତି ତେବେ ସେ ଶୂଦ୍ର ପଦବାଚ୍ୟ । ମନୁସ୍ମୃତି ମଧ୍ୟ ଶୂଦ୍ରମାନଙ୍କ ପାଇଁ କେବଳ ସେବା ହିଁ ଏକମାତ୍ର ବୃି ବା କର୍ମ ବୋଲି ଉଲ୍ଲେଖ କରିଛି ।

ଏକମେବ ତୁ ଶୂଦ୍ରସ୍ୟ ପ୍ରଭୁଃ କର୍ମ ସମାଦିଶମ୍

ଏତେଷାମେବ ବର୍ଣ୍ଣାନାଂ ଶୁଶ୍ରୁଷାମନସୂୟୟ ାା 

            ମନୁସ୍ମୃତି ।୧/୯୧ାା

ଋଗ୍ବେଦରେ ପରମାତ୍ମାଙ୍କୁ ଏକ ବିରାଟ ପୁରୁଷ ରୂପେ ପରିକଳ୍ପନା କରାଯାଇ ତାଙ୍କର ମୁଖରୁ ବ୍ରାହ୍ମଣ, ବାହୁରୁ କ୍ଷତ୍ରିୟ, ଉରୁୁରୁ ବୈଶ୍ୟ ଏବଂ ଚରଣରୁ ଶୂଦ୍ରମାନଙ୍କର ଜନ୍ମ ହେଲା ବୋଲି ବର୍ଣ୍ଣନା କରାଯାଇଛି । ପରମାତ୍ମାଙ୍କ ଏହି ବିରାଟ ସ୍ୱରୂପକୁ ସମଗ୍ର ମାନବ ସମାଜ ସହିତ ତୁଳନା କରାଯାଇପାରେ । ଶରୀରର ବିଭିନ୍ନ ଅଂଶର ଯେପରି ପୃଥକ ପୃଥକ କାମ ରହିଛି; ସମାଜରେ ମଧ୍ୟ ଗୁଣର ତାରତମ୍ୟ ଅନୁସାରେ ମନୁଷ୍ୟମାନଙ୍କର ସ୍ୱାଭାବିକ କର୍ମ ଭିନ୍ନ ଭିନ୍ନ ହୋଇଥାଏ । ମୁଖମଣ୍ଡଳେରେ ସମସ୍ତ ଜ୍ଞାନେନ୍ଦ୍ରିୟ ଥାଏ । ତେଣୁ ଏହା ଜ୍ଞାନ ପ୍ରଧାନ । ସ୍ୱଗୁଣ ମଧ୍ୟ ପ୍ରକାଶ ବା ଜ୍ଞାନ ସ୍ୱରୂପ ଅଟେ । ସତ୍ତ୍ୱ ପ୍ରଧାନ ବ୍ୟକ୍ତିକୁ ବ୍ରାହ୍ମଣ ବର୍ଣ୍ଣ ପର୍ଯ୍ୟାୟଭୁକ୍ତ କରାଯାଇଛି । ତେଣୁ ବ୍ରାହ୍ମଣମାନଙ୍କୁ ମୁଖମଣ୍ଡଳ ସହିତ ତୁଳନା କରାଯାଇଛି । ବାହୁ ହେଉଛି ଶକ୍ତିର ପ୍ରତୀକ । ବାହୁବଳ ଦ୍ୱାରା ମଣିଷ ନିଜକୁ ରକ୍ଷା କରେ । ସମାଜର ରକ୍ଷା ଭାର କ୍ଷତ୍ରିୟମାନଙ୍କୁ ନ୍ୟସ୍ତ କରାଯାଇଥିବାରୁ ତାଙ୍କୁ ବାହୁ ସହିତ ତୁଳନା କରାଯାଇଛି । ଉଦର ସହିତି ଊରୁ ସଂଯୁକ୍ତ । ଉଦର ପୋଷଣ ପାଇଁ ଧନ ଆବଶ୍ୟକ । ଏଥିପାଇଁ ମନୁଷ୍ୟ ନାନା ପ୍ରକାର ବ୍ୟବସାୟ, ବାଣିଜ୍ୟ, କୃଷିକାର୍ଯ୍ୟ ଆଦି କାମ କରେ । ଏହି କର୍ମର ପ୍ରତୀକ ସ୍ୱରୂପ ଊରୁକୁ ବୈଶ୍ୟ ସହିିତ ତୁଳନା କରାଯାଏ । ଚରଣ ସମଗ୍ର ଶରୀରକୁ ବହନ କରେ । ଏହାବିନା ଶରୀର ଚଳପ୍ରଚଳ ହୋଇପାରେ ନାହିଁ । ଶରୀରର ଅନ୍ୟାନ୍ୟ ଭାଗ ଅପେକ୍ଷା ଚରଣକୁ (ପାଦ) ସବୁଠାରୁ ବେଶୀ ଶ୍ରମ କରିବାକୁ ପଡେ । ତେଣୁ ଏହାକୁ ଶ୍ରମଜୀବୀ ବା ପରିଚାରକ ଶୂଦ୍ର ରୂପରେ ତୁଳନା କରାଯାଇଛି । ଶୂଦ୍ରର ସେବା ଓ ପରିଚର୍ଯ୍ୟା ବ୍ୟତୀତ ଅନ୍ୟ ତିନି ବର୍ଣ୍ଣ କ୍ଷଣେ ହେଲେ ମଧ୍ୟ ଚଳି ପାରିବେ ନାହିଁ ।

ଉପରୋକ୍ତ ଆଲୋଚନାରୁ ଏକଥା ସ୍ପଷ୍ଟ ଜଣାଯାଏ ଯେ ଜାତି ଆଧାରରେ ମଣିଷ ଶ୍ରେଷ୍ଠ ବା ନିକୃଷ୍ଟ ହୁଏ ନାହିଁ; କର୍ମ ହେଉଛି ତା'ର ଜୀବନର ମାନଦଣ୍ଡ । ଉକôଳମଣି ଗୋପବନ୍ଧୁ ଯଥାର୍ଥରେ ଲେଖିଛନ୍ତି, ""ମାନବ ଜୀବନ ନୁହଇ କେବଳ ବର୍ଷ ମାସ ଦିନ ଦଣ୍ଡ । କର୍ମେ ଜିଏ ନର କର୍ମ ଏକା ତା'ର ଜୀବନର ମାନଦଣ୍ଡ ।'' କର୍ମ ମନୁଷ୍ୟକୁ ଦେବାତ୍ମା, ମହାତ୍ମା, ପୁଣ୍ୟାତ୍ମା ରୂପେ ଗଢ଼ି ତୋଳେ । ଗୁଣ ଅନୁସାରେ ସେ ନିଜ ନିଜ ସ୍ୱାଭାବିକ କର୍ମରେ ପ୍ରବୃ ହୁଏ ଏବଂ ଏହି ଆଧାରରେ ତାକୁ ବିଭିନ୍ନ ବର୍ଣ୍ଣରେ ବିଭାଜିତ କରାଯାଏ । କାଳକ୍ରମେ ମନୁଷ୍ୟ ଏକଥା ବିସ୍ମୃତ ହୋଇଗଲା ଓ ସମାଜରେ ଜାତି ଆଧାରିତ ବର୍ଣ୍ଣ ବ୍ୟବସ୍ଥାର ପ୍ରଚଳନ ହେବାକୁ ଲାଗିଲା ।

ସ୍ୱଧର୍ମ ଓ ପରଧର୍ମ

ସ୍ୱେ ସ୍ୱେ କର୍ମଣ୍ୟଭିରତଃ ସଂସିଦ୍ଧିଂ ଲଭତେ ନରଃ ।

ସ୍ୱକର୍ମ ନିରତଃ ସିଦ୍ଧିଂ ଯଥା ବିନ୍ଦତି ତଚ୍ଛୃଣୁ ।ା୪୫ ।ା

ଯତଃ ପ୍ରବୃିର୍ଭୂତାନାଂ ଯେନ ସର୍ବମିଦଂ ତତମ୍ ।

ସ୍ୱକର୍ମଣା ତମଭ୍ୟର୍ଚ୍ୟ ସିଦ୍ଧିଂ ବିନ୍ଦତି ମାନବଃ ।ା୪୬ାା

ଶ୍ରେୟାନ ସ୍ୱଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ୱନୁଷ୍ଠିତାତ୍ ।

ସ୍ୱଭାବନିୟତଂ କର୍ମ କୁର୍ବାନ୍ନାପ୍ନୋତି କିଳ୍ବିଷମ୍ ।ା୪୭ାା

ସହଜଂ କର୍ମ କୌନ୍ତେୟ ସଦୋଷମପି ନ ତ୍ୟଜେତ୍ ।

ସର୍ବାରମ୍ଭା ହି ଦୋଷେଣ ଧୂମେନାଗ୍ନିରିବାବୃତାଃ ।ା୪୮ାା

ଅର୍ଥ : ନିଜ ନିଜ କର୍ମରେ ରତ ହୋଇ ମନୁଷ୍ୟ ସିଦ୍ଧି ପ୍ରାପ୍ତ ହୁଏ । ନିଜ କର୍ମରେ ରତ ରହୁଥିବା ମନୁଷ୍ୟକୁ ସିଦ୍ଧି କିପରି ମିଳେ ତାହା ବର୍ମାନ ତୁମେ ଶୁଣ ।ା୪୫ାା ଯାହା ଦ୍ୱାରା ପ୍ରାଣୀମାନଙ୍କର ପ୍ରବୃି ହୁଏ; ଯାହା ଦ୍ୱାରା ଏହି ସମସ୍ତ ବିଶ୍ୱ ପରିବ୍ୟାପ୍ତ ତାଙ୍କୁ (ପରମାତ୍ମାଙ୍କୁ) ଯେଉଁ ମନୁଷ୍ୟ ନିଜ କର୍ମଦ୍ୱାରା ଅର୍ଚ୍ଚନା କରେ ସେ ସିଦ୍ଧି ଲାଭ କରେ ।ା୪୬ାା ପରଧର୍ମ ସରଳ ହୋଇଥିଲେ ମଧ୍ୟ ଗୁଣ ରହିତ ସ୍ୱଧର୍ମ ତା'ଠାରୁ ଶ୍ରେୟସ୍କର ବିଚାର କରାଯାଏ । ସ୍ୱଭାବ ଅନୁସାରେ ନିଶ୍ଚିତ ହୋଇଥିବା କର୍ମ କରିବା ଦ୍ୱାରା ମନୁଷ୍ୟ ପାପଭାଗୀ ହୁଏ ନାହିଁ ।ା୪୭ାା ହେ କୌନ୍ତେୟ ! ଯଦି ସହଜ ପ୍ରାପ୍ତ କର୍ମ ଦୋଷଯୁକ୍ତ ହୋଇଥାଏ ତଥାପି ମଧ୍ୟ ତାହାକୁ ତ୍ୟାଗ କରିବା ଉଚିତ ନୁହେଁ । ଯେପରି ନିଅାଁ ସହିତ ଧୂଅାଁ ଥାଏ ସେହିପରି ପ୍ରତ୍ୟେକ କର୍ମ ସହିତ ଦୋଷ ଲାଗି ରହିଥାଏ ।ା୪୮ାା

ବ୍ୟାଖ୍ୟା : ମନୁଷ୍ୟ କର୍ମ ବିନା କ୍ଷଣେ ରହି ପାରିବ ନାହିଁ । କର୍ମ ମନୁଷ୍ୟକୁ ସୁଖ ବା ଦୁଃଖ ପ୍ରଦାନ କରେ । ""କର୍ମଟି ସୁଖ ଦୁଃଖ ଦାତା, ବିଶ୍ୱ ସଂସାରେ ବଳବନ୍ତା ।'' ଗୁଣଗୁଡିକର ତାରତମ୍ୟ ଅନୁସାରେ ସମଗ୍ର ମାନବ ସମାଜକୁ ଚାରି ବର୍ଣ୍ଣରେ ବିଭକ୍ତ କରି ପ୍ରତ୍ୟେକ ବର୍ଣ୍ଣ ପାଇଁ କର୍ମ ନିର୍ଦ୍ଧାରଣ କରାଯାଇଛି । ପ୍ରତ୍ୟେକ ମନୁଷ୍ୟ ନିଜ ବର୍ଣ୍ଣ ଅନୁରୂପ ନିର୍ଦ୍ଧାରିତ ସ୍ୱାଭାବିକ କର୍ମକୁ ନିଷ୍କାମ ଚିରେ ତପôରତା ପୂର୍ବକ ପାଳନ କଲେ ସିଦ୍ଧି ପ୍ରାପ୍ତ ହୁଅନ୍ତି । ଏଠାରେ ସିଦ୍ଧିର ଅର୍ଥ ହେଉଛି ପରମାତ୍ମା ପ୍ରତ୍ୟକ୍ଷତା । ଗୀତା ଯୋଗଶାସ୍ତ୍ର ହୋଇଥିବାରୁ ଏହା ହେଉଛି ତା'ର ଚରମ ଲକ୍ଷ୍ୟ । ନିଷ୍କାମ ଚିରେ ନିଜ ନିଜ ସ୍ୱାଭାବିକ କର୍ମ ସମ୍ପାଦନ ଦ୍ୱାରା ମନୁଷ୍ୟ ମୁକ୍ତି ଓ ଜୀବନମୁକ୍ତି ପ୍ରାପ୍ତ ହୁଏ । ଏହା ହେଉଛି ଗୀତାର କର୍ମଯୋଗ । ଏହାଠାରୁ ସିଦ୍ଧି ପ୍ରାପ୍ତିର ସହଜ ବିଧି ଆଉ କ'ଣ ହୋଇପାରେ ? କିନ୍ତୁ କେବଳ କର୍ମ ସମ୍ପାଦନା ଦ୍ୱାରା ସିଦ୍ଧି ପ୍ରାପ୍ତ ହୁଏ ନାହିଁ । ଏଥିପାଇଁ ସ୍ୱଭାବିକ ଭାବରେ ପ୍ରାପ୍ତ କର୍ମକୁ ଯଦି ପରମାତ୍ମାଙ୍କ ଉଦ୍ଧେଶ୍ୟରେ ଯଜ୍ଞ ସ୍ୱରୂପ ସମ୍ପାଦନ କରାଯାଏ, ତେବେ ତାହା ଯେତେ ସାଧାରଣ ହୋଇଥାଉ ନା କାହିଁକି ସେଥିରେ ଅବଶ୍ୟ ସିଦ୍ଧି ପ୍ରାପ୍ତ ହୁଏ । କାରଣ କର୍ମରେ ଭାବ ହେଉଛି ମୁଖ୍ୟ । ମନୁଷ୍ୟ ଯଦି ତା'ର ପ୍ରଚେଷ୍ଠା, କି୍ରୟା ଓ କର୍ମ ସବୁକିଛି ଈଶ୍ୱରାର୍ପଣ କରିଦିଏ ତେବେ ତାହା ଉପାସନାରେ ପରିଣତ ହୋଇଯାଏ । ପରମାତ୍ମା ହେଉଛନ୍ତି ସୃଷ୍ଟିର ରଚୟିତା । ଈଶ୍ୱରୀୟ ଶକ୍ତି ବଳରେ ଏ ସୃଷ୍ଟି ପୁନରାବର୍ିତ ହେଉଥାଏ । ଈଶ୍ୱରୀୟ ନିୟମର ଅଧୀନ ହୋଇ ପ୍ରକୃତି ପ୍ରାଣୀମାନଙ୍କୁ ଉପôି କରେ । ତେଣୁ ଈଶ୍ୱରଙ୍କ ଦ୍ୱାରା ଏ ସମଗ୍ର ସଂସାର ବ୍ୟାପ୍ତ ହୋଇଛି ବୋଲି କୁହାଯାଏ । ସେହି ଈଶ୍ୱରଙ୍କ ଦ୍ୱାରା ପ୍ରଣୀତ କର୍ମ ସିଦ୍ଧାନ୍ତ ଅନୁସାରେ କର୍ମରେ ପ୍ରବୃ ହେବା ତାଙ୍କର ଇଚ୍ଛା ବା ଆଦେଶ ବୋଲି ବୁଝିବାକୁ ହେବ । କର୍ମତ୍ୟାଗୀ କିମ୍ବା କର୍ମ ଭ୍ରଷ୍ଟ ବ୍ୟକ୍ତି କେବେହେଲେ ପରମାତ୍ମା ପ୍ରାପ୍ତି ହୁଏ ନାହିଁ । ସ୍ୱକର୍ମ ବିମୁଖ ବ୍ୟକ୍ତି ପରମାତ୍ମା ବିମୁଖ ହୋଇଥାନ୍ତି । ସେ ଯେତେ ଯାଗ ଯଜ୍ଞ, ଜପ-ତପ,ଦାନ-ଧର୍ମ କରନ୍ତୁ ନା କାହିଁକି ତାଙ୍କ ପାଇଁ ସିଦ୍ଧି ପ୍ରାପ୍ତି ସୁଗମ ହୁଏ ନାହିଁ । ତେଣୁ ସ୍ୱକର୍ମ ପାଳନ ହେଉଛି ଶ୍ରେଷ୍ଠ ଭଗବତ୍ ଅର୍ଚ୍ଚନା ।

ମନୁଷ୍ୟ ନିଜର ସହଜାତ ଗୁଣ ଅନୁରୂପ କର୍ମରେ ପ୍ରବୃ ହେବା ହେଉଛି ତା'ର ସ୍ୱଧର୍ମ । ସାମାଜିକ ଜୀବନରେ ଜୀବନ ନିର୍ବାହ ପାଇଁ ଯିଏ ଯେଉଁ ବୃି ଅବଲମ୍ବନ କରୁଛନ୍ତି ତାହା ସୁଚାରୁ ଭାବରେ ସମ୍ପାଦନ କରିବା ମଧ୍ୟ ତାଙ୍କ ପାଇଁ ସ୍ୱଧର୍ମ ପାଳନ । ପାରିବାରିକ ଜୀବନରେ ମନୁଷ୍ୟ ପିତା-ପୁତ୍ର, ସ୍ୱାମୀ-ସ୍ତ୍ରୀ, ଭାଇ-ଭଉଣୀ ଆଦି ବିଭିନ୍ନ ସମ୍ବନ୍ଧରେ ସମ୍ବନ୍ଧିତ ଥାଏ । ପରିବାରର ପ୍ରତ୍ୟେକ ସଦସ୍ୟମାନଙ୍କର ପରସ୍ପର ପ୍ରତି କିଛି ନା କିଛି କର୍ବ୍ୟ ଥାଏ । ଗୃହସ୍ୱାମୀ ବା ପିତାଙ୍କ ଦାୟିତ୍ୱ ହେଉଛି ପରିବାର ପୋଷଣ ତଥା ଅନ୍ୟାନ୍ୟ ସଦସ୍ୟମାନଙ୍କର ଭଲମନ୍ଦ ଖବର ବୁଝିବା । ପୁତ୍ର ଓ କନ୍ୟାମାନଙ୍କର ଦାୟିତ୍ୱ ହେଉଛି ବୃଦ୍ଧ ପିତାମାତାଙ୍କ ସେବା ଶୁଶ୍ରୂଷା କରିବା । ସ୍ୱାମୀର ଦାୟିତ୍ୱ ହେଉଛି ନିଜ ସ୍ତ୍ରୀର ବ୍ୟକ୍ତିଗତ ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରତି ଦୃଷ୍ଟି ଦେବା ଓ ପନôୀଧର୍ମ ପାଳନରେ ତା'ଙ୍କ ସହାୟତା କରିବା । ପନôୀର ଦାୟିତ୍ୱ ହେଉଛି ସ୍ୱାମୀର ଧର୍ମ ଓ କର୍ମରେ ସହଯୋଗ କରିବା; ସ୍ୱାମୀକୁ ସତ୍ମାର୍ଗରେ ପରିଚାଳିତ ହେବା ପାଇଁ ପ୍ରେରଣା ଦେବା; ସ୍ୱାମୀଙ୍କ ପରିବାର ବର୍ଗଙ୍କୁ ଯଥାଯୋଗ୍ୟ ସେବା ପ୍ରଦାନ କରିବା । ପରିବାରରେ ସ୍ତ୍ରୀର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସନ୍ତାନ-ସନ୍ତତି ପ୍ରଜନନ କରୁଥିବାରୁ ତାଙ୍କୁ ଜନନୀ; ପତିକୁ ପତନରୁ ରକ୍ଷା କରି ସତ୍ମାର୍ଗରେ ପରିଚାଳିତ କରୁଥିବାରୁ ପନôୀ (ପତନାତ୍ ତ୍ରାୟତ ଇତି ପନôୀଃ), ସ୍ୱାମୀର ସମସ୍ତ ଭାର ବହନ କରୁଥିବାରୁ ଭାର୍ଯ୍ୟା(ଭାରଂ ବହତି ଇତି ଭାର୍ଯ୍ୟାଃ) । ଏହିପରି ପରିବାରରେ ଯିଏ ଯା'ର କର୍ବ୍ୟ କର୍ମକୁ ଯଥାଯଥ ଭାବରେ ସମ୍ପାଦନ କରିବା ମଧ୍ୟ ତାଙ୍କ ପାଇଁ ସ୍ୱଧର୍ମ । ଗୁଣ ଭେଦରେ ଯିଏ ନିଜକୁ ଯେଉଁ ବର୍ଣ୍ଣର ବୋଲି ମନେ କରନ୍ତି, ସେହି ବର୍ଣ୍ଣ ପାଇଁ ନିର୍ଦ୍ଧିଷ୍ଟ କର୍ମ ତାଙ୍କ ପାଇଁ ସ୍ୱଧର୍ମ ଅଟେ । "ସ୍ୱ'ର ଅର୍ଥ ହେଉଛି ଆତ୍ମା । ଜ୍ଞାନ, ପବିତ୍ରତା, ଶାନ୍ତି, ସୁଖ, ଆନନ୍ଦ, ପ୍ରେମ ଓ ଶକ୍ତି- ଏହି ସାତଟି ହେଉଛି ଆତ୍ମାର ମୌଳିକ ଗୁଣ ଓ ଧର୍ମ । ଆତ୍ମାର ଏହି ମୌଳିକ ଗୁଣ ଓ ଧର୍ମ ବ୍ୟବହାରିକ ଜୀବନରେ ପାଳନ କରିବା ପ୍ରତ୍ୟେକ ମନୁଷ୍ୟର ସ୍ୱଧର୍ମ । କାରଣ ଯେତେବଡ ଦୁରାଚାରୀ ଓ ପାପୀ ହେଉ ନା କାହିଁକି ସେ ଅଜ୍ଞାନତା, ଅପବିତ୍ରତା, ଅଶାନ୍ତି, ଦୁଃଖ, କଷ୍ଟ, ଆଦି ନକାରାତ୍ମକ ଗୁଣ ଆନ୍ତରିକ ଭାବରେ ଚାହେ ନାହିଁ । ତେଣୁ, ନିଷିଦ୍ଧ କର୍ମ, ଅନୈତିକ କର୍ମ ଓ ଅସତ୍ କର୍ମ କୌଣସି ମନୁଷ୍ୟର ସ୍ୱଧର୍ମ ନୁହେଁ ।

ଯେଉଁ କର୍ମ ନିଜ ବର୍ଣ୍ଣାନୁକୂଳ ନୁହେଁ; ଯେଉଁ କର୍ମ ସମ୍ପାଦନ କରିବାକୁ ନିଜର ଶିକ୍ଷା ବା ଅନୁଭବ ନାହିଁ; ଯେଉଁ କର୍ମ ମନୁଷ୍ୟ ପାଇଁ ସ୍ୱାଭାବିକ ନୁହେଁ; ତାହା ସେହି ମନୁଷ୍ୟ ପାଇଁ "ପରଧର୍ମ’ । ବ୍ରାହ୍ମଣ ବର୍ଣ୍ଣର ବ୍ୟକ୍ତି ପାଇଁ ଅନ୍ୟ ତିନି ବର୍ଣ୍ଣର କର୍ମ କରିବାକୁ ପରଧର୍ମ କୁହାଯାଏ । ବ୍ରାହ୍ମଣ ସ୍ୱଗୁଣ ପ୍ରଧାନ ହୋଇଥିବାରୁ ସା୍ୱିକ ଗୁଣ ସମ୍ପନ୍ନ କର୍ମ କରିବା ତା'ର ସ୍ୱଧର୍ମ । ଏହା ତା'ପାଇଁ ସ୍ୱାଭାବିକ ହୋଇଥିବାରୁ ତାହା ସେ କୁଶଳତା ପୂର୍ବକ ସମ୍ପାଦନ କରିପାରେ । ତା'ର ସ୍ୱଭାବ ବିପରୀତ କର୍ମ ତା'ପାଇଁ ପରଧର୍ମ । ଶିକ୍ଷକ ପାଇଁ ଶିକ୍ଷାଦାନ ଓ ଡାକ୍ତର ପାଇଁ ଚିକିସôା କରିବା ସେମାନଙ୍କର ସ୍ୱଧର୍ମ । କିନ୍ତୁ ଏହା ପରିବେର୍ ଯଦି ଶିକ୍ଷକ ଚିକିସôା କରନ୍ତି ଓ ଡାକ୍ତର ଶିକ୍ଷାଦାନ କରନ୍ତି ତାହା ଉଭୟଙ୍କ ପାଇଁ ପରଧର୍ମ । କାରଣ ତାହା ସେ ଦୁହିଁଙ୍କ ଅନୁଭବ ସିଦ୍ଧ ଓ ତାଲିମପ୍ରାପ୍ତ ବୃି ନୁହେଁ । ବ୍ୟକ୍ତି ସ୍ୱୟଂ ଶରୀର ନୁହେଁ । ସେ ସ୍ୱୟଂ ହେଉଛି ଏକ ଅଶରୀରୀ ଚୈତନ୍ୟ ଆତ୍ମା । ଆତ୍ମିକ ସ୍ଥିତିରେ ସ୍ଥିତ ହେବା ପ୍ରତ୍ୟେକ ମନୁଷ୍ୟାତ୍ମାର ସ୍ୱଧର୍ମ । କିନ୍ତୁ ଜନ୍ମଜନ୍ମାନ୍ତର ଶରୀର ଧାରଣ କରି ବ୍ୟକ୍ତି ତା'ର ଆତ୍ମିକ ସ୍ୱରୂପ ବିସ୍ମୃତ ହୋଇଯାଏ ଓ ନିଜକୁ ଶରୀର ମନେ କରେ । କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଇର୍ଷା, ଦ୍ୱେଷ, ଭୟ,ଆଳସ୍ୟ, ନିଦ୍ରା ଆଦି ମନୋବିକାର ସମୂହ ଦେହ ଅଭିମାନରୁ ଉପôନ୍ନ ହୁଅନ୍ତି । ଏହା ଆତ୍ମାର ମୌଳିକ ଗୁଣ ହୋଇ ନଥିବାରୁ କାମ, କ୍ରୋଧାଦି ମନୋବିକାରଗୁଡିକର ବଶୀଭୂତ ହୋଇ ମନୁଷ୍ୟ ଯେଉଁ କର୍ମ କରେ ତାହା ତା' ପାଇଁ ପରଧର୍ମ ବିବେଚିତ ହୁଏ । ନିଷ୍କାମ ଭାବରେ ସ୍ୱଧର୍ମ ପାଳନ ଦ୍ୱାରା ମନୁଷ୍ୟ ଉର୍ଦ୍ଧ୍ୱଗାମୀ ହୁଏ । ପରଧର୍ମ ପାଳନ ଦୋଷଯୁକ୍ତ ହୋଇଥିବାରୁ ତାହା ମନୁଷ୍ୟକୁ ନିମ୍ନଗାମୀ କରାଏ । ତେଣୁ ସ୍ୱଧର୍ମ ଯେତେ କଠିଣ ଓ ଦୁଷ୍କର ମନେ ହେଲେ ମଧ୍ୟ ତାହା ମନୁଷ୍ୟ ପାଇଁ କଲ୍ୟାଣକାରକ ହୋଇଥାଏ । ପରଧର୍ମ ସହଜ, ସୁନ୍ଦର ଓ ଲାଭପ୍ରଦ ଜଣାପଡୁଥିଲେମଧ୍ୟ ତା'ର ପରିଣାମ ଅତ୍ୟନ୍ତ ଭୟାଭୟ ହୁଏ । ଏଣୁ ତାହା ସର୍ବଥା ତ୍ୟାଜ୍ୟ ।

ସହଜ କର୍ମର ଅର୍ଥ ଅନେକେ କୌଳିକ ବୃି ବୋଲି ଅର୍ଥ କରନ୍ତି । ମନୁଷ୍ୟାତ୍ମା କେବଳ ନିଜ ବଂଶର ଗୁଣ ଓ ପ୍ରକୃତି ଧାରଣ କରି ଜନ୍ମ ହୁଏ ନାହିଁ । ପୂର୍ବ ଜନ୍ମରେ କରିଥିବା କର୍ମ ଦ୍ୱାରା ଆତ୍ମାର ଯେପରି ସ୍ୱଭାବ ଓ ସଂସ୍କାର ହୋଇଥାଏ ସେ ସବୁ ଧାରଣ କରି ସେ ପୁନର୍ଜନ୍ମ ନିଏ । ତେଣୁ ପିତାମାତା ବା ବଂଶରୁ ପ୍ରାପ୍ତ ଗୁଣ ଓ ପ୍ରକୃତି ଆତ୍ମାର ମୌଳିକ ସ୍ୱଭାବ ନୁହେଁ । ତାହା ବାହ୍ୟ ଲକ୍ଷଣ ମାତ୍ର । ତେଣୁ ଏଠାରେ "ସହଜ' ଶବ୍ଦର ଅର୍ଥ ହେଉଛି ଯାହା ଆତ୍ମାର ଜନ୍ମଗତ, ସ୍ୱଭାବଗତ ଓ ପ୍ରକୃତିଗତ ଗୁଣ । ଗୀତା ମଧ୍ୟ ସହଜ କର୍ମକୁ ସ୍ୱଭାବଜନ୍ୟ ବୋଲି ଗ୍ରହଣ କରିଛି । ""କର୍ମାଣି ପ୍ରବିଭକ୍ତାନି ସ୍ବଭାବପ୍ରଭବୈର୍ଗୁଣୈଃ ।ା ୧୮/୪୧ାା ତେଣୁ ଏହି ପ୍ରକରଣରେ ବ୍ୟବହୃତ "ସ୍ୱଧର୍ମ' ଓ "ସହଜ ଧର୍ମ' ସମାର୍ଥକ । ମନୁଷ୍ୟର କର୍ମ ନିର୍ଦ୍ଧାରିତ ହୁଏ ତା'ର ଗୁଣ ଦ୍ୱାରା । ଏହା ହେଉଛି ତା'ର ସ୍ୱଭାବରୁ ଉପôନ୍ନ କର୍ମ; ସ୍ୱଭାବଜମ୍ କର୍ମ, ସ୍ୱଭାବ ଦ୍ୱାରା ନିୟନ୍ତ୍ରିତ କର୍ମ; ସ୍ୱଭାବ ନିୟତମ । ତେଣୁ ଜାତି ଭିିକ କର୍ମକୁ ସ୍ୱଧର୍ମ ବୋଲି ବ୍ୟାଖ୍ୟା କରିବା ସମ୍ପୂର୍ଣ୍ଣ ଭ୍ରମାତ୍ମକ । ଯେଉଁମାନେ ଆତ୍ମାର ସ୍ୱଭାବଜାତ ଗୁଣ ଓ ପ୍ରକୃତିକୁ ଉପେକ୍ଷା କରି କେବଳ ବଂଶାନୁଗତ ପୈତୃକ ବୃି ଅନୁସରଣ କରିବାକୁ ସ୍ୱଧର୍ମ ଓ ଏହାର ଅନୁସରଣ ଦ୍ୱାରା ପରମ ସିଦ୍ଧି ପ୍ରାପ୍ତହୁଏ ବୋଲି ବ୍ୟାଖ୍ୟା କରନ୍ତି ସେମାନେ ଗୀତାର ମୌଳିକ ସିଦ୍ଧାନ୍ତକୁ ବୁଝି ନ ପାରି ପୂର୍ବାଗ୍ରହ ବଶତଃ ଜାତିବାଦକୁ ପ୍ରୋସôାହିତ କରିଛନ୍ତି ।

ପ୍ରତ୍ୟେକ ଆତ୍ମା ମଧ୍ୟରେ ବ୍ରାହ୍ମଣାଦି ଚାରିବର୍ଣ୍ଣର ଶକ୍ତି ସନ୍ନିହିତ ଥାଏ । ପୂର୍ବଜନ୍ମର କର୍ମଫଳ ବା ସଂସ୍କାର ଅନୁସାରେ ଗୁଣର ତାରତମ୍ୟ ଘଟି କୌଣସି ଗୋଟିଏ ବର୍ଣ୍ଣର ଶକ୍ତି ପ୍ରାଧାନ୍ୟ ଲାଭ କରେ । ସେହି ସ୍ୱଭାବିକ ଶକ୍ତିର ଯଥାଯଥ ଉପଯୋଗ କରି ପାରିଲେ ସ୍ୱତଃ ଅନ୍ୟ ତିନୋଟି ଶକ୍ତି ମଧ୍ୟ ବିକଶିତ ହୁଏ । ଆତ୍ମାର ଏହି ଚତୁର୍ବିଧ ଶକ୍ତିକୁ ବିକାଶ କରିବାର ପ୍ରୟାସ ଗୀତାର ଯୋଗ ଏବଂ ବ୍ୟବହାରିକ ଜୀବନରେ ଏହାର ପ୍ରୟୋଗ ଦ୍ୱାରା ଆତ୍ମାର ସର୍ବାଙ୍ଗୀନ କଲ୍ୟାଣ ସାଧିତ ହୁଏ । ଏହାକୁ ଗୀତାରେ ସିଦ୍ଧି ବୋଲି କୁହାଯାଇଛି । ତେଣୁ ଚତୁର୍ବିଧ କ୍ରିୟାର ପୂର୍ଣ୍ଣତା ପାଇଁ ସ୍ୱଧର୍ମର କ୍ରିୟାକୁ ଈଶ୍ୱରାଧନା ମନେକରି କର୍ମ ଓ କର୍ମର ଫଳକୁ ନୈବେଦ୍ୟ ସ୍ୱରୂପ ତାଙ୍କୁ ସମର୍ପଣ କରିଦେବା ଉଚିତ । ମୟି ସଂନସ୍ୟ କର୍ମଣି....ା ଏହିପରି ଗୁଣତ୍ରୟର ବନ୍ଧନରୁ ମୁକ୍ତ ମନୁଷ୍ୟ ଜାତି, ବର୍ଣ୍ଣ, ସମ୍ପ୍ରଦାୟ ଆଦିର ସଂକୀର୍ଣ୍ଣ ସୀମାକୁ ସହଜରେ ଅତିକ୍ରମ କରିଯାଏ ।

ନିଅାଁର ଧୂଆଁ ପରି ପ୍ରତ୍ୟେକ କର୍ମ କୌଣସି ନା କୌଣସି ଦୋଷରେ ଯୁକ୍ତ ଥାଏ । କାରଣ ମନୁଷ୍ୟର ଭାବନା ଦ୍ୱାରା କର୍ମ ପ୍ରଭାବିତ ହୁଏ । ଦେହାଭିମାନରୁ ଉପôନ୍ନ କାମନା ଓ ବାସନାର ବଶୀଭୂତ ହୋଇ ମଣିଷ କରୁଥିବା କର୍ମରେ ଦୋଷ ଉପôନ୍ନ ହୁଏ । କର୍ମକୁ ଦୋଷଯୁକ୍ତ ଭାବି ତ୍ୟାଗ କରିବା ଅନୁଚିତ । କାରଣ ପ୍ରକୃତି ବଶତଃ ମନୁଷ୍ୟ କିଛି ନା କିଛି କର୍ମ କରିବାକୁ ବାଧ୍ୟ । କର୍ମ ବିନା ସେ କ୍ଷଣେ ରହି ପାରିବ ନାହିଁ । ନହି କଶ୍ଚିତ କ୍ଷଣମପି ଜାତୁ ତିଷ୍ଠତ୍ୟକର୍ମକୃତ । କାର୍ଯ୍ୟତେ ହ୍ୟବଶଃ କର୍ମ ସର୍ବଃ ପ୍ରକୃତିଜୈର୍ଗୁଣୈଃ ।ାଗୀ-୩/୫ାା ତେଣୁ ସ୍ୱଭାବ ଦ୍ୱାରା ନିୟତ କର୍ମକୁ ନିଷ୍କାମ ଭାବରେ ସମ୍ପାଦନ କଲେ ସେଥିରେ ଦୋଷ ଜାତ ହୁଏ ନାହିଁ । ସ୍ୱସ୍ଥିତିରେ(ଆତ୍ମିକ ସ୍ୱରୂପରେ) ରହି କର୍ମ କଲେ ତାହା ସ୍ୱକର୍ମ ହୁଏ । ଏହି ସ୍ୱକର୍ମ ହିଁ ସ୍ୱଧର୍ମ ବା ସହଜ କର୍ମ ଅଟେ । ଏହା କୌଣସି ପରିସ୍ଥିତିରେ ମଧ୍ୟ ତ୍ୟାଗ କରିବା ଉଚିତ ନୁହେଁ । କାରଣ ସ୍ୱଧର୍ମ ପାଳନ ବିନା ମନୁଷ୍ୟର ଅଗ୍ରଗତି କରିବା ସର୍ବାଦୌ ଅସମ୍ଭବ ।

ଜ୍ଞାନଯୋଗ ଦ୍ୱାରା ଈଶ୍ୱର ପ୍ରାପ୍ତି

ଅସକ୍ତବୁଦ୍ଧିଃ ସର୍ବତ୍ର ଜିତାତ୍ମା  ବିଗତ ସ୍ପୃହଃ ।

ନୈଷ୍କର୍ମ୍ୟ ସିଦ୍ଧିଂ ପରମାଂ ସନ୍ୟାସେନାଧିଗଚ୍ଛତି ।ା୪୯ାା

ସିଦ୍ଧିଂ ପ୍ରାପ୍ତୋଯଥା ବ୍ରହ୍ମ ତଥାପ୍ନୋତି ନିବୋଧ ମେ ।

ସମାସେନୈବ କୌନ୍ତେୟ ନିଷ୍ଠା ଜ୍ଞାନସ୍ୟ ଯା ପରା ।ା୫୦ାା

ବୁଦ୍ଧ୍ୟା ବିଶୁଦ୍ଧୟା ଯୁକ୍ତୋ ଧୃତ୍ୟାତ୍ମାନଂ ନିୟମ୍ୟ ଚ ।

ଶବ୍ଦାଦୀନ୍ ବିଷୟାଂସ୍ତ୍ୟକ୍ତ୍ୱା ରାଗଦ୍ୱୈଷୌ ବୁ୍ୟଦସ୍ୟ ଚ ।ା୫୧ାା

ବିିବିକ୍ତ ସେବୀ ଲଘ୍ୱାଶୀ  ଯତବାକ୍କାୟମାନସଃ ।

ଧ୍ୟାନଯୋଗାପରୋ ନିତ୍ୟଂ ବୈରାଗ୍ୟଂ ସମୁପାଶ୍ରିତଃ ।ା୫୨ାା

ଅହଙ୍କାର ବଳଂ ଦର୍ପଂ କାମଂ କ୍ରୋଧଂ ପରିଗ୍ରହମ୍ଂ ।

ବିମୁଚ୍ୟ ନିର୍ମମଃ ଶାନ୍ତୋ ବ୍ରହ୍ମଭୂୟାୟ କଳ୍ପତେ ।ା୫୩ାା

ବ୍ରହ୍ମଭୂତଃ ପ୍ରସନ୍ନାତ୍ମା ନ ଶୋଚତି ନ କାଂକ୍ଷତି ।

ସମଃ ସର୍ବେଷୁ ଭୂତେଷୁ ମଦ୍ଭକ୍ତିଂ ଲଭତେ ପରାମ୍ ।ା୫୮ାା

ଭକ୍ତ୍ୟା ମାମଭିଜାନାତି ଯାବାନ୍ୟଶ୍ଚାସ୍ମି ତ୍ୱତଃ ।

ତତୋମାଂ ତ୍ୱତୋ ଜ୍ଞାତ୍ୱା ବିଶତେ ତଦନନ୍ତରମ୍ ।ା୫୫ାା

ଅର୍ଥ : ସମସ୍ତ ବିଷୟରେ ଅନାସକ୍ତ ବୁଦ୍ଧି, ନିସ୍ପୃହ ଓ ଜିତେନ୍ଦ୍ରିୟ ବ୍ୟକ୍ତି ସନ୍ନ୍ୟାସ ଦ୍ୱାରା ନୈଷ୍କର୍ମ୍ୟ-ରୂପ ପରମ ସିଦ୍ଧିକୁ ପ୍ରାପ୍ତ ହୁଏ ।ା ୪୯ାା ହେ କୌନ୍ତେୟ ! ଏହି ସିଦ୍ଧି ଲାଭ କରିଥିବା ବ୍ୟକ୍ତି କିପରି ବ୍ରହ୍ମକୁ (ପରାମାତ୍ମାଙ୍କୁ) ପ୍ରାପ୍ତ ହୁଏ; ତାହା ତୁମେ ମୋଠାରୁ ସଂକ୍ଷେପରେ ଶୁଣ । ଏହା ଜ୍ଞାନର ଚରମ ସୀମା ଅଟେ ।ା୫୦ାା ବିଶୁଦ୍ଧ ବୁଦ୍ଧିଯୁକ୍ତ ଯୋଗୀ ଦୃଢ଼ତା ପୂର୍ବକ ନିଜକୁ ସକ୍ଷମ ରଖି; ଶବ୍ଦ ରୂପ ରସ ଆଦି ବିଷୟକୁ ତ୍ୟାଗ କରି; ରାଗ-ଦ୍ୱେଷ ଉପରେ ବିଜୟ ପ୍ରାପ୍ତ କରି; ଏକାନ୍ତ ବାସ କରି ; ପରିମିତ ଆହାର ଗ୍ରହଣ କରି; ବାଣୀ-ଶରୀର ମନକୁ ସଂଯତ କରି; ନିତ୍ୟ ଧ୍ୟାନଯୋଗ ପରାୟଣ ହୋଇ ; ବୈରାଗ୍ୟର ଆଶ୍ରୟ ନେଇ; ଅହଙ୍କାର-ବଳ-ଦର୍ପ-କାମ-କ୍ରୋଧ ଓ ପରିଗ୍ରହ ତ୍ୟାଗ କରି ତଥା ମମତାରହିତ ଓ ଶାନ୍ତ ହୋଇ ପରମାତ୍ମାନୁଭୂତି (ବ୍ରହ୍ମଭାବ) ପାଇଁ ଯୋଗ୍ୟହୁଏ ।ା ୫୧-୫୨-୫୩ ।ା ଏହିପରି ବ୍ରହ୍ମଭାବ (ପରମାତ୍ମାନୁଭୂତି) ପ୍ରାପ୍ତ ପ୍ରସନ୍ନ ଚି ମନୁଷ୍ୟ ଶୋକ କରେ ନାହିଁ କିମ୍ବା କୌଣସି ବିଷୟରେ ଆକାଙ୍କ୍ଷା ରଖେ ନାହିଁ । ସେ ସମସ୍ତ ପ୍ରାଣୀଙ୍କଠାରେ ସମଭାବ ରଖି ମୋର ପରମ ଭକ୍ତିକୁ ପ୍ରାପ୍ତ ହୁଏ ।ା ୫୪ାା ମୁଁ କେତେ ମହାନ ଓ କିଏ, ଏ ବିଷୟ ସେ ଭକ୍ତି ଦ୍ୱାରା ଯଥାର୍ଥ ଭାବରେ ଜାଣେ ଏବଂ ମୋତେ ତ୍ୱତଃ ଜାଣି ମୋଠାରେ ପ୍ରବେଶ କରେ ।ା ୫୫ାା

ବ୍ୟାଖ୍ୟା : ଗୀତାର ସନ୍ନ୍ୟାସ ଶଙ୍କରାଚାର୍ଯ୍ୟଙ୍କ ମାୟାବାଦକୁ ସମର୍ଥନ କରେ ନାହିଁ । ଶଙ୍କରଙ୍କ ଅନୁସାରେ ଜଗତ ମିଥ୍ୟା; ବ୍ରହ୍ମ ହିଁ ଏକମାତ୍ର ସତ୍ୟ । ମିଥ୍ୟା ଜଗତର ତ୍ୟାଗ ଦ୍ୱାରାହିଁ ବ୍ରହ୍ମ (ପରମାତ୍ମା) ପ୍ରାପ୍ତି ସମ୍ଭବ । ଏହି ବିଚାରଧାରା ହେଉଛି କର୍ମ ସନ୍ନ୍ୟାସର ଭିି । କିନ୍ତୁ ଗୀତାର ସନ୍ନ୍ୟାସ ମାର୍ଗ ବାହ୍ୟକର୍ମ ତ୍ୟାଗ ଉପରେ ପର୍ଯ୍ୟବସିତ ନୁହେଁ । ଯଦିଓ ଗୀତା କର୍ମକୁ ଦୋଷଯୁକ୍ତ ବୋଲି କହିଛି; ତଥାପି ଏହାକୁ ତ୍ୟାଗ କରିବା ପରିବେର୍ ଏଥିରେ ଥିବା ଦୋଷର ନିବାରଣ ଉପାୟ ଦର୍ଶାଇ ଦେଇଛି । କାରଣ ମନୁଷ୍ୟ ପକ୍ଷେ ସମ୍ପୂର୍ଣ୍ଣ କର୍ମ ତ୍ୟାଗ ଅସମ୍ଭବ । ଏଣୁ ସମଗ୍ର ମନୁଷ୍ୟ ସମାଜକୁ ଗୁଣ ତ୍ରୟର ତାରତମ୍ୟ ଭେଦରେ ଚାରିବର୍ଣ୍ଣରେ ବିଭକ୍ତ କରି ପ୍ରତ୍ୟେକଙ୍କୁ ନିଜନିଜ ବର୍ଣ୍ଣ ଅନୁରୂପ କର୍ମ ଅବଲମ୍ବନ କରିବାକୁ ନିର୍ଦ୍ଧେଶ ଦେଇଛି । କାମନା ଦୋଷରେ କର୍ମ କଳୁଷିତ ହୁଏ । ଧୂଆଁ ଦ୍ୱାରା ନିଆଁ ଦୂଷିତ ହେଲା ପରି କାମନା ଦ୍ୱାରା କର୍ମ ପ୍ରଭାବିତ ହୁଏ । ସହଜ କର୍ମ ବା ସ୍ୱଧର୍ମ ଆତ୍ମାର ସହଜାତ ପ୍ରବୃି ହୋଇଥିବାରୁ ଏହା କାମନା ଦୋଷରୁ ମୁକ୍ତ ଥାଏ । ତଥାପି ମଧ୍ୟ ଏହାକୁ ଆହୁରି ପରିମାର୍ଜିତ, ଶୁଦ୍ଧ, ନିର୍ମଳ କରିବା ପାଇଁ ଅନାସକ୍ତ, ଆତ୍ମସଂଯମୀ ଓ ନିସ୍ପୃହ ହେବାକୁ ଗୀତା ନିର୍ଦ୍ଧେଶ ଦିଏ । କାମନା ସକଳ ଦୁଃଖର କାରଣ । ତେଣୁ ନିଷ୍କାମ ଭାବରେ ଇନ୍ଦ୍ରିୟମାନଙ୍କୁ ନିଜର ବଶୀଭୂତ କରି ସାଂସାରିକ ସମସ୍ତ ବିଷୟରୁ ଆସକ୍ତି ପରିହାର ପୂର୍ବକ ସ୍ୱଧର୍ମ ପାଳନ କଲେ ଆତ୍ମା ପାପମୁକ୍ତ ଓ ପବିତ୍ର ହୁଏ । ସେତେବେଳେ ବାହ୍ୟତଃ ସବୁକର୍ମ ହେଉଥିଲେ ମଧ୍ୟ ମନ ସ୍ଥିର ଓ ନିଶ୍ଚଳ ରହେ । ମନର ଏହି ଅବସ୍ଥାକୁ ନୈଷ୍କର୍ମ୍ୟ ସିଦ୍ଧି କୁହାଯାଏ । ଜ୍ଞାନ ଓ ଯୋଗ ମାର୍ଗ(ସନ୍ୟାସ) ଦ୍ୱାରା ଏହା ପ୍ରାପ୍ତ କରାଯାଇ ପାରେ ।

ଜ୍ଞାନ ଦ୍ୱାରା ପରମାତ୍ମାଙ୍କୁ ଜାଣିହୁଏ ଓ ଯୋଗ ଦ୍ୱାରା ତାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରାଯାଏ । ଜ୍ଞାନ ଅଭ୍ୟାସର ନାମ ଯୋଗ । ନୈଷ୍କର୍ମ୍ୟ ସିଦ୍ଧି ପ୍ରାପ୍ତି ପାଇଁ ଏହା ହେଉଛି ସାଧନା । ଏହି ସାଧନାରେ ସିଦ୍ଧ ବ୍ୟକ୍ତି ସର୍ବୋତ ଭାବରେ ପରମାତ୍ମାଙ୍କୁ ପା୍ରପ୍ତ ହୁଏ । ଏହା ହେଉଛି ଜ୍ଞାନ ଯୋଗର ଅନ୍ତିମ ସୀମା । ଏହାକୁ ଗୀତା, ଜ୍ଞାନର ପରାନିଷ୍ଠା ବୋଲି କହିଛି । ଏଥିପାଇଁ ବ୍ୟକ୍ତିକୁ ବାସନା ଓ ଅହଂଭାବପୂର୍ଣ୍ଣ ସାଧାରଣ ଜୀବନ ତ୍ୟାଗ କରିବାକୁ ହେବ । ଦେହ ସହିତ ଦେହର ସମସ୍ତ ସମ୍ବନ୍ଧ ସମ୍ପର୍କରୁ ଉଦ୍ଧ୍ୱର୍ରେ ରହି ସ୍ୱୀୟ ମନ ବୁଦ୍ଧିକୁ ଏକ ପରମାତ୍ମାଙ୍କ ସହିତ ଯୁକ୍ତ କରି ଯନ୍ତ୍ରବତ୍ ତାଙ୍କ ଇଚ୍ଛା ଅନୁସାରେ ପରିଚାଳିତ ହେବାକୁ ହେବ । ଦେହାଭିମାନ ତ୍ୟାଗ ବିନା ଏହା ସମ୍ଭବ ନୁହେଁ । ଜନ୍ମଜନ୍ମାନ୍ତରର ସଂସ୍କାର ବଶତଃ ମନୁଷ୍ୟ ସହଜରେ ଦେହାଭିମାନରୁ ମୁକ୍ତ ହୋଇ ପାରେ ନାହିଁ । ଏଥିପାଇଁ ଜ୍ଞାନର ପରାନିଷ୍ଠା ପ୍ରାପ୍ତ କରିବାକୁ ତାକୁ ମନୋବିକାର ସହିତ ସଂଘର୍ଷ କରିବାକୁ ପଡେ । କେଉଁ ଉପାୟ ଅବଲମ୍ବନ କଲେ ମଣିଷ ପରମାତ୍ମା ପ୍ରାପ୍ତି ପାଇଁ ଯୋଗ୍ୟ ହୋଇପାରିବ ଏଠାରେ ତାହା ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ।

ପରମାତ୍ମା ପ୍ରାପ୍ତିର ପ୍ରଥମ ସୋପାନ ହେଲା ବୁଦ୍ଧିକୁ ବିଶୁଦ୍ଧ କରିବା । ଦର୍ପଣରେ ଯେପରି ମଇଳା ଲାଗିଥିଲେ ନିଜ ପ୍ରତିବିମ୍ବ ସ୍ପଷ୍ଟ ଦେଖି ହୁଏ ନାହିଁ; ସେହିପରି ବୁଦ୍ଧି ଯଦି ରଜୋଗୁଣ ଓ ତମୋଗୁଣ ଦ୍ୱାରା ପ୍ରଭାବିତ ହୁଏ ତେବେ ତାହା ଦ୍ୱାରା ପରମାତ୍ମା ଦର୍ଶନ ହୋଇପାରେ ନାହିଁ । ଦେହ ଅଭିମାନରୁ ଉପôନ୍ନ ମନୋବିକାରଗୁଡିକ ଦ୍ୱାରା ମନୁଷ୍ୟର ବୁଦ୍ଧି ରାଜସ ବା ତାମସ ହୁଏ । ଏହି ଗୁଣଦ୍ୱୟ ତାକୁ ସଂସାର ପ୍ରତି ଆସକ୍ତ କରାଏ । ଆସକ୍ତି ରଜୋଗୁଣ ବାଚକ । ଏହାର ଅନ୍ତିମ ପରିଣତି ମୋହ । ଏହା ତମୋଗୁଣ । ମୋହରୁ ଉପôନ୍ନ ମୂଢ଼ତା ବା ଅଜ୍ଞାନତା ବଶତଃ ମନୁଷ୍ୟ ନାନା ପାପକର୍ମରେ ଲିପ୍ତ ହୁଏ । ପାପକର୍ମ ସଂସ୍କାର ରୂପରେ ଆତ୍ମାରେ ମୁଦ୍ରିତ ହୋଇ ରହିଯାଏ ଓ ଅନ୍ତଃକରଣ ବା ବୁଦ୍ଧିକୁ କଳୁଷିତ କରେ । ଏହିପରି ଜନ୍ମ ଜନ୍ମାନ୍ତରର ସିତ ପାପ ହେତୁ ମନୁଷ୍ୟର ବୁଦ୍ଧି-ବିବେକ କ୍ରମଶଃ କ୍ଷୀଣ ହୋଇ ଆସେ । ଜ୍ଞାନ ରୂପକ ଜଳ ଦ୍ୱାରା ମନ-ବୁଦ୍ଧି ନିର୍ମଳ ହୁଏ । ଯୋଗାଗ୍ନିରେ ଅନ୍ତଃକରଣର ସମସ୍ତ ଆବର୍ଜନା ଜଳି ପୋଡି ପାଉଁଶ ହୋଇଯାଏ । ପରମାତ୍ମାଙ୍କ ସହିତ ମନ-ବୁଦ୍ଧିକୁ ଯୁକ୍ତ କରିବାର ନାମ ଯୋଗ । ମନ-ବୁଦ୍ଧି ଉର୍ଦ୍ଧ୍ୱଗାମୀ ନ ହେବା ପର୍ଯ୍ୟନ୍ତ ପରମାତ୍ମାଙ୍କ ସହିତ ତାହା ମିଳିତ ହେବ କିପରି ? କିନ୍ତୁ ସାଂସାରିକ ମୋହମମତା ଯୋଗରେ ପ୍ରତିବନ୍ଧକ ସୃଷ୍ଟି କରେ । ଏହି ପ୍ରତିବନ୍ଧକକୁ ପ୍ରତିହତ କରିବା ପାଇଁ ବୈରାଗ୍ୟର ଆଶ୍ରିତ ହେବା ଉଚିିତ । ସଂସାର ସହିତ କୌଣସି ରାଗ ନରଖିବାର ନାମ ବୈରାଗ୍ୟ । ଏଥିପାଇଁ ସଂସାର ତ୍ୟାଗର ଆବଶ୍ୟକତା ନାହିଁ । କାରଣ ମଣିଷର ମନ-ବୁଦ୍ଧି-ସଂସ୍କାରରେ ସଂସାର ବାସ କରିଥାଏ । ସଂସାରରୁ ମନ-ବୁଦ୍ଧିକୁ ବିଯୁକ୍ତ କଲେ ଏହା ପରମାତ୍ମାଙ୍କ ସହିତ ଯୁକ୍ତ ହୁଏ । କିନ୍ତୁ ଏହାର ଅର୍ଥ କର୍ବ୍ୟବିମୁଖତା ନୁହେଁ । କାରଣ ସ୍ୱଧର୍ମ ପାଳନ ବିନା ଈଶ୍ୱରପରାୟଣ ହେବା ସମ୍ଭବ ନୁହେଁ । କଇଁଛ ଯେପରି ଆବଶ୍ୟକ ବେଳେ ନିଜ କର୍ମେନ୍ଦି୍ରିୟଗୁଡିକୁ ଖୋଳପାରୁ ବାହାର କରି କର୍ମରେ ନିଯୁକ୍ତ କରେ ଓ କର୍ମର ସମାପ୍ତି ପରେ ସେଗୁଡିକୁ ପୁନଶ୍ଚ ପ୍ରତ୍ୟାହାର କରିନିଏ ସେହିପରି ସ୍ୱଧର୍ମ ପାଳନ ପୂର୍ବକ ମନକୁ ଅନ୍ତର୍ମୁଖୀ କରାଇବା ଉଚିତ । ଅନ୍ତର୍ମୁଖୀ ହେବା ଦ୍ୱାରା ମନ ଓ ବୁଦ୍ଧି ଏକ ପରାମାତ୍ମାଙ୍କଠାରେ ମଗ୍ନ ହୋଇଯାଏ ଯାହାର ନାମ ଏକାନ୍ତ ଅବସ୍ଥା । ଏହିପରି ଏକାନ୍ତସେବୀ ବ୍ୟକ୍ତି ବା ଯୋଗୀ ସଂସାରର କୌଣସି ଘଟଣା, ଦୁର୍ଘଟଣା, ପରିସ୍ଥିତି ବା କୋଳାହଳ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଘର ସଂସାର ଛାଡି ନିକାନ ଜଙ୍ଗଲରେ ବାସକରି ମଧ୍ୟ ଯଦି ମନ ବୁଦ୍ଧି ପରମାତ୍ମାଙ୍କ ସହିତ ଏକାଗ୍ର ହୁଏ ନାହିଁ ତେବେ ତାହା ବୈରାଗ୍ୟ ଓ ଏକାନ୍ତସେବୀ ସ୍ଥିତି ନୁହେଁ । କାରଣ ଉଭୟର (ବୈରାଗ୍ୟ ଓ ଏକାନ୍ତସେବୀ) ସମ୍ବନ୍ଧ ମନ ଓ ବୁଦ୍ଧି ସହିତ ରହିଛି ।

ମନ ସହିତ ଅନ୍ନର ଅଙ୍ଗାଙ୍ଗୀ ସମ୍ପର୍କ ରହିଛି । ଯେପରି ଅନ୍ନ ସେପରି ମନ । ଶୁଦ୍ଧ ସା୍ୱିକ ଓ ପରିମିତ ଭୋଜନ ଦ୍ୱାରା ମନ ଶୁଦ୍ଧ ଓ ଶରୀର ଶକ୍ତିଶାଳୀ ହୁଏ । ସ୍ୱଧର୍ମ ପାଳନ ପାଇଁ ଶରୀର କାର୍ଯ୍ୟକ୍ଷମ ଓ ସ୍ୱସ୍ଥିତିରେ ସ୍ଥିତ ହେବା ପାଇଁ ମନ ଶୁଦ୍ଧ ହେବା ଆବଶ୍ୟକ । ବିବା ପାଇଁ ଯେତିକି ଖାଦ୍ୟ ଆବଶ୍ୟକ ତା'ଠାରୁ ଅଧିକ ଗ୍ରହଣ କରିବା ଉଚିତ ନୁହେଁ । ଖାଦ୍ୟ ପ୍ରତି ଆସକ୍ତି ଉଭୟ ମନ ଓ ଶରୀରକୁ ରୋଗାକ୍ରାନ୍ତ କରିଦିଏ । ଯୋଗାରୂଢ଼ ହେବା ପାଇଁ ମନକୁ ନିଜ ନିୟନ୍ତ୍ରଣରେ ରଖିବା ଏକାନ୍ତ ଆବଶ୍ୟକ । କାରଣ ମନ ହେଉଛି ଇନ୍ଦ୍ରିୟମାନଙ୍କର ରାଜା । ମନକୁ ଜୟ କରି ପାରିଲେ ବ୍ୟକ୍ତି ଇନ୍ଦ୍ରିୟ ସମୂହକୁ ନିଜ ପରିଚାରକ ସ୍ୱରୂପ ପରିଚାଳିତ କରିପାରେ । ଯିଏ ମନ ସହିତ ଇନ୍ଦ୍ରିୟମାନଙ୍କୁ ନିଜ ଅଧୀନସ୍ଥ କରି ପରିଚାଳନା କରେ ସିଏ ଯୋଗୀ ପଦବାଚ୍ୟ ହୁଏ । ଯିଏ ଇନ୍ଦ୍ରିୟମାନଙ୍କ ଦ୍ୱାରା ପରିଚାଳିତ ହୁଏ ସିଏ ଭୋଗୀ । ଶବ୍ଦ, ସ୍ପର୍ଶ, ରୂପ, ରସ ଓ ଗନ୍ଧ – ଏହି ପା ବିଷୟ ଇନ୍ଦ୍ରିୟାଧୀନ ହୋଇ ଭୋଗ କରିବା ଦ୍ୱାରା ବ୍ୟକ୍ତି ଅନ୍ତର୍ମୁଖୀ ହୋଇପାରେ ନାହିଁ । ଭୋଗ ଦ୍ୱାରା ମନୁଷ୍ୟର ବୃିଗୁଡିକ ବହିର୍ମୁଖୀ ହୁଅନ୍ତି ଏବଂ ଏହା ଦ୍ୱାରା ମନ ସର୍ବଦା ବିଷୟ ଚିନ୍ତନରେ ବ୍ୟସ୍ତ ରହେ । ବହିର୍ମୁଖତା ହେତୁ ମନ ଏକାନ୍ତ ହୋଇ ପାରେ ନାହିଁ । ଅର୍ନ୍ତମୁଖତା ଏକାଗ୍ରତା ଶକ୍ତି ବଢ଼ାଏ ଓ ପରମାତ୍ମାଭିମୁଖୀ କରାଏ । ତେଣୁ କୁହାଯାଏ, ଅନ୍ତର୍ମୁଖୀ ସଦା ସୁଖୀ ।

ଈଶ୍ୱରୀୟ ଜ୍ଞାନ ଓ ଯୋଗ ମାର୍ଗରେ ବ୍ୟକ୍ତି ଅନେକ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହୁଏ । ସାମାଜିକ ଓ ପାରିବାରିକ ଜୀବନରେ ଏମିତି ଏକ ସନ୍ଧିକ୍ଷଣ ଆସେ ଯେତେବେଳେ ବ୍ୟକ୍ତି କିଂକର୍ବ୍ୟବିମୂଢ଼ ହୋଇଯାଏ । ପୂର୍ବାଗ୍ରହ ବଶତଃ ତା'ର ମନ ସଂଶାୟାଭିଭୂତ ହୁଏ । ମନୋବିକାର ରୂପୀ ମାୟାର ମୋହିନୀ ଶକ୍ତିରେ ସେ ମୋହାଚ୍ଛନ୍ନ ହୋଇପଡେ । ଏପରି ବ୍ୟକ୍ତି ଗଣ ଜୀବନ ସଂଗ୍ରାମରେ ଭୀରୁ ବା କାପୁରୁଷ ଭଳି ଛତ୍ରଭଙ୍ଗ ଦିଅନ୍ତି । ମଣିଷର ଧୃତି ଯେତେବେଳେ ରଜ ଓ ତମ ଗୁଣ ଦ୍ୱାରା ପ୍ରଭାବିତ ହୁଏ ସେତେବେଳେ ସେ ଈଶ୍ୱର ପ୍ରାପ୍ତି ରୂପକ ସା୍ୱିକ ଧେୟରୁ ବିଚଳିତ ହୋଇପଡେ । ସା୍ୱିକ ଧୃତି ଦ୍ୱାରା ଇନ୍ଦ୍ରିୟଗଣ ନିୟନ୍ତ୍ରିତ ହୋଇ ସତ୍ କାର୍ଯ୍ୟରେ ପ୍ରବୃ ହୁଅନ୍ତି । ଶୁଦ୍ଧ-ସା୍ୱିକ ଅନ୍ନ ଭୋଜନ ଓ ନିରନ୍ତର ଈଶ୍ୱରୀୟ ଚିନ୍ତନ ଦ୍ୱାରା ଅନ୍ତଃକରଣ ପବିତ୍ର ଓ ନିର୍ମଳ ହୁଏ । ବିଷୟ ଚିନ୍ତନ ମନୁଷ୍ୟକୁ ବିଷୟୀ କରାଏ । ଈଶ୍ୱରୀୟ ଚିନ୍ତନ ଦ୍ୱାରା ମନୁଷ୍ୟ ଦେବାତ୍ମା ରୂପେ ପରିବିର୍ତ ହୁଏ । ଧ୍ୟେୟକୁ ନିରନ୍ତର ସ୍ମରଣ କରିବା ହେଉଛି ଧ୍ୟାନ । ପରମାତ୍ମା ଧ୍ୟାନର ବିଷୟ ହୋଇଗଲେ ମନ ସାଂସାରିକ ବିଷୟ ଭୋଗ ଚିନ୍ତନରୁ ନିବୃ ହୋଇଯାଏ । ସେତେବେଳେ ବ୍ୟକ୍ତିର ସାଂସାରିକ କୌଣସି ବିଷୟରେ ରାଗ ଓ ଦ୍ୱେଷ ରହେ ନାହିଁ । ରାଗ-ଦ୍ୱେଷରୁ ମୁକ୍ତ ହେବା ହିଁ ପ୍ରକୃତ ବୈରାଗ୍ୟ । ଏଥିପାଇଁ ଅଟଳ ଧାରଣ ଶକ୍ତି (ଧୃତି) ଦ୍ୱାରା ଇନ୍ଦ୍ରିୟମାନଙ୍କୁ ସାଂସାରିକ ଭୋଗଗୁଡ଼ିକରୁ ନିବୃ କରି ମନ, ବାଣୀ ଓ ଶରୀରକୁ ନିଜ ଆୟାଧୀନ କରିବା ଉଚିତ । ମନର ସ୍ୱାଭାବିକ ଧର୍ମ ହେଉଛି ଚଳତା । ଏହାକୁ କେବଳ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ବିଷୟ ଚିନ୍ତନରୁ ଓହରାଇ ଆଣି ଈଶ୍ୱରୀୟ ସ୍ମୃତିରେ ସ୍ଥିର ରଖିବାକୁ ହେବ । ବ୍ୟକ୍ତିର ମନୋଭାବ ବାଣୀ ଦ୍ୱାରା ପ୍ରକାଶ ପାଏ । ସେ ଯାହା ଦେଖେ ଓ କରେ ତାହା ତା'ର ସ୍ମୃତିରେ ଲାଖି ରହେ । ଅନାବଶ୍ୟକ କଥାବାର୍ା ଓ ବିନାକାରଣରେ ବିଭିନ୍ନ ସ୍ଥାନ ପରିଭ୍ରମଣ କରିବା ଦ୍ୱାରା ମନୋମସ୍ତିଷ୍କରେ ତତ୍ ସମ୍ବନ୍ଧିତ ସମସ୍ତ ବିଷୟ ଲିପିବଦ୍ଧ ହୋଇଯାଏ । ଯୋଗ ପାଇଁ ମନକୁ ଏକାଗ୍ର କରିବା ସମୟରେ ସେହି ସ୍ମୃତିଗୁଡ଼ିକ ଚଳଚ୍ଚିତ୍ର ପରି ଆପେ ଆପେ ଉଦ୍ଭାସିତ ହୁଅନ୍ତି । ତେଣୁ ସର୍ବଦା ସାରଯୁକ୍ତ, ମଧୁର, ସତ୍ୟ ଓ ପି୍ରୟ ବଚନ କହିବା ଉଚିତ । ନୟନ ସୁଖ ବା କର୍ଣ୍ଣସୁଖ ପାଇଁ ବିଭିନ୍ନ ସ୍ଥାନ ଭ୍ରମଣ କରି ସମୟ ସଂକଳ୍ପ, ଶକ୍ତି ଓ ସମ୍ପି ବୃଥା ଅପଚୟ କରିବା ଅନୁଚିତ । ନିଜର କର୍ମବ୍ୟସ୍ତ ଜୀବନରୁ ମିଳୁଥିବା ଅବସର ସମୟ ପରମାତ୍ମା ଚିନ୍ତନରେ ବିନିଯୋଗ କରିବା ଉଚିତ । କାରଣ ମନୁଷ୍ୟ ଜୀବନ ସୀମିତ ଓ ଅନିଶ୍ଚିତ ।

ଅହଙ୍କାର, ବଳ, ଦର୍ପ, କାମ, କ୍ରୋଧ ଓ ପରିଗ୍ରହ – ଏହି ମନୋବିକାରଗୁଡିକ ଈଶ୍ୱର ପ୍ରାପ୍ତିରେ ବାଧକ ଅଟନ୍ତି । ଦେହାଭିମାନରୁ ଏଗୁଡିକର ଆବିର୍ଭାବ ହୁଏ । ତେଣୁ ପୂର୍ବୋକ୍ତ ଉପାୟ ଅବଲମ୍ବନ କରିବା ଦ୍ୱାରା ଏଗୁଡିକ ଉପରେ ବିଜୟ ପ୍ରାପ୍ତ କରିହୁଏ । ଅହଂ କରୋମି ଇତି ଅହଂକାରଃ । ""ମୁଁ କରୁଛି  ।'' “ମୋ ପରି କେହି କରି ପାରିବେ ନାହିଁ ।'', ""ମୋ ଠାରୁ ଶ୍ରେଷ୍ଠ ଆଉ କେହି ନାହାନ୍ତି ।'' ଏହିପରି କର୍ୃତ୍ୱାଭିମାନକୁ ଅହଙ୍କାର କୁହାଯାଏ । ନିଜର ଶାରୀରିକ ଓ ଆର୍ଥିକ ସାମର୍ଥ୍ୟ, ସାମାଜିକ ପ୍ରତିଷ୍ଠା, ଲୋକପ୍ରିୟତା, କ୍ଷମତା ଆଦିର ଦୁରୁପଯୋଗ ପୂର୍ବକ ଅନୀତିପୂର୍ଣ୍ଣ ଓ ଦୁରୂହ କାର୍ଯ୍ୟ ସମ୍ପାଦନ କରିବା ସାହସକୁ ଏଠାରେ "ବଳ' ବୋଲି କୁହାଯାଇଛି । ଏହି କାରଣରୁ ଯେଉଁ ଗର୍ବ ଜାତହୁଏ ତାହା "ଦର୍ପ' ଅଟେ । ମାନ, ମର୍ଯ୍ୟାଦା ଆଦି ଶାରୀରିକ ସୁଖ ଭୋଗ ଇଚ୍ଛାର ନାମ "କାମ' ଓ ଏହାର ଅପ୍ରାପ୍ତି ହେତୁ ମନରେ ଯେଉଁ ହିଂସାତ୍ମକ ଉେଜନା ଉଦ୍ରେକ ହୁଏ ତାହା ହେଉଛି "କ୍ରୋଧ'ା ଲୋଭ ପରାୟଣ ହୋଇ ଆସକ୍ତି ପୂର୍ବକ ସଂଗୃହୀତ ସାଂସାରିକ ଭୋଗ୍ୟ ପଦାର୍ଥକୁ "ପରିଗ୍ରହ'କୁହାଯାଏ । ଏସବୁ ମନୋବିକାରଗୁଡିକ ଯୋଗରେ ମନକୁ ଅସ୍ଥିର କରାଏ । ପରମାତ୍ମାପରାୟଣ ବ୍ୟକ୍ତି ବା ଯୋଗୀ ଏଗୁଡ଼ିକୁ ସର୍ବଥା ତ୍ୟାଗ ପୂର୍ବକ ସଂସାର ପ୍ରତି ଥିବା ସମସ୍ତ ମମତାକୁ ଛିନ୍ନ କରିବା ଉଚିତ । ବ୍ୟକ୍ତି,ବସ୍ତୁ, ବୈଭବ ଆଦିରେ "ମୋହ' ଭାବ ଆସିବାକୁ "ମମତା 'କୁହାଯାଏ । ନିର୍ମମ ଅର୍ଥାତ ନ ମମ । ସଂସାର ସମ୍ବନ୍ଧିତ ବିଷୟ ବସ୍ତୁରେ ନିଜତ୍ୱଭାବକୁ ପରିହାର କରିବା ହେଉଛି ନିର୍ମମ । ମମତା ମନୁଷ୍ୟକୁ ସଂସାର ସହିତ ବାନ୍ଧି ରଖେ । ତେଣୁ ଏହାକୁ ଏକ ଶକ୍ତିଶାଳୀ "ପାଶ' ସହିତ ତୁଳନା କରାଯାଇ ପାରେ । "ଅସଙ୍ଗ' ଅସ୍ତ୍ର ଦ୍ୱାରା ଏହାକୁ ଛିନ୍ନ କରିବାକୁ ହେବ । ସଂସାର ପ୍ରତି ଥିବା ସମସ୍ତ ମୋହ-ମମତା ଛିନ୍ନ ହୋଇଗଲେ ମନ ଶାନ୍ତ ହୋଇଯାଏ ଓ ବ୍ୟକ୍ତି ଈଶ୍ୱରୀୟ ସ୍ମୃତିରେ (ଯୋଗ, ଧ୍ୟାନ) ତଲ୍ଲୀନ ହୋଇଯାଏ । ବ୍ରହ୍ମଭୂୟାୟ କଳ୍ପତେ ।

ଅନନ୍ୟ ଭକ୍ତିର ଫଳ ସ୍ୱରୂପ ଈଶ୍ୱରୀୟ ଜ୍ଞାନ ପ୍ରାପ୍ତି ହୁଏ । ଜ୍ଞାନ ପ୍ରାପ୍ତି ପରେ ବ୍ୟକ୍ତି ପାଇଁ ପରମାତ୍ମା ଆଉ ଆରାଧ୍ୟ ହୋଇ ରହନ୍ତି ନାହିଁ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ପୂଜ୍ୟ-ପୂଜକର ଦୈ÷୍ୱତ ଭାବ ସମାପ୍ତ ହୋଇଯାଏ । ପରମାତ୍ମା ତା'ପାଇଁ ହୋଇ ଯାଆନ୍ତି ପରମ ପିତା, ପରମ ଶିକ୍ଷକ, ପରମ ଗୁରୁ; ସବୁକିଛି । ସେ ନିଜେ ମଧ୍ୟ ନିଜର ହୋଇ ରହେ ନାହିଁ; ସେ ପାଲଟି ଯାଏ ଈଶ୍ୱରୀୟ କର୍ମର ଏକ ଯାନ୍ତ୍ରିକ ମାଧ୍ୟମ । ତା'ର ଅନ୍ତରରୁ ସ୍ୱତଃ ଝଙ୍କୃତ ହୁଏ ""ତ୍ୱମେବ ମାତାଶ୍ଚ ପିତା ତ୍ୱମେବ....ା'' ବାହ୍ୟତଃ ସେ ସ୍ୱଧର୍ମ ପାଳନ କରୁଥାଏ; କିନ୍ତୁ ତା'ର ମନ ପରମାତ୍ମାଙ୍କ ସହିତ ସତତ ଯୁକ୍ତ ଥାଏ । ସୁଖ-ଶାନ୍ତି ଆନନ୍ଦର ସିନ୍ଧୁ ପରମାତ୍ମାଙ୍କ ସହିତ ଏଭଳି ଏକାତ୍ମା ଭାବ ସ୍ଥାପିତ ହୋଇଗଲେ ମନ ସର୍ବଦା ପ୍ରସନ୍ନ ରହେ । ଯେଉଁଠି ପ୍ରକାଶ ଥାଏ; ସେଇଠି ଅନ୍ଧକାର ନ ଥାଏ । ଯିଏ ଜ୍ଞାନ ସୂର୍ଯ୍ୟ ପରମାତ୍ମାଙ୍କ ସହିତ ସର୍ବ ସମ୍ବନ୍ଧ ସ୍ଥାପନ କରିଛି ସେଇଠି ଅଜ୍ଞାନ ଅନ୍ଧକାର ରହିବ କିପରି ? ଅଜ୍ଞାନତା ବଶତଃ ମନୁଷ୍ୟ ଅସତ୍ମାର୍ଗରେ ପରିଚାଳିତ ହୋଇ ଦୁଃଖୀ ହୁଏ ଓ ଅନନ୍ତ କାମନାର ଜାଲରେ ବାନ୍ଧି ହୋଇ ଅଶାନ୍ତି ପୂର୍ବକ ଜୀବନ ଯାପନ କରେ । ଅଶାନ୍ତସ୍ୟ କୁତଃ ସୁଖମ୍ ? ଅଜ୍ଞାନତା ହେତୁ କାମନା, ବାସନା, ମୋହ ମମତା ଆଦିରେ ଛନ୍ଦିହୋଇ ମନୁଷ୍ୟ ଦୁଃଖ, ଶୋକ ଓ ଚିନ୍ତାରେ ଜର୍ଜରିତ ହୁଏ । ଅଜ୍ଞାନ ମନୁଷ୍ୟର ବୁଦ୍ଧି ଦେହାତୀତ ବିଷୟ ଗ୍ରହଣ କରି ପାରେ ନାହିଁ । ତେଣୁ ସେ ପର-ଆପଣା ମଧ୍ୟରେ ଭେଦଭାବ ରଖେ । ""ଅୟଂ ନିଜ ପରୋବେତି ଗଣନା ଲଘୁ ତେଚସାଂ; ଉଦାର ଚରିତାନାଂତୁ ବସୁଧୈବ କୁଟୁମ୍ବକମ୍ ।'' ଅଜ୍ଞାନତା ହେତୁ ମନୁଷ୍ୟ ଶାରୀରିକ ସମ୍ବନ୍ଧର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରୁ ଉଦ୍ଧ୍ୱର୍କୁ ଉଠିପାରେ ନାହିଁ । ଜ୍ଞାନୀ ବ୍ୟକ୍ତି ପାଇଁ ସମଗ୍ର ସଂସାର ତା'ର ପରିବାର ଅଟେ । କାରଣ ସେ ସ୍ରଷ୍ଟାକୁ ସର୍ବୋତଭାବରେ ନିଜର ବୋଲି ଜ୍ଞାନ କରେ । ଯେଉଁଠି ସ୍ରଷ୍ଟା ନିଜର ହୋଇ ଯାଆନ୍ତି ସେଇଠି ସୃଷ୍ଟି ପର ହେବ କିପରି ? ପରମାତ୍ମା ସର୍ବାତ୍ମାଙ୍କ ପରମ ପିତା, ସେହି ଦୃଷ୍ଟିରୁ ସମସ୍ତ ମାନବାତ୍ମା ପରସ୍ପର ଭାଇ ଭାଇ ଅଟନ୍ତି । ଏହି ଜ୍ଞାନ ସାଂସାରିକ ମୋହ ମମତା ଛିନ୍ନ କରେ; ଯଦ୍ୱାରା ପରମାତ୍ମା ପରାୟଣ ବ୍ୟକ୍ତି ସର୍ବଦା ପ୍ରସନ୍ନ ରହେ; କାହା ପାଇଁ ଶୋକ କରେ ନାହିଁ ଏବଂ କୌଣସି ବିଷୟ ପାଇବାକୁ ଇଚ୍ଛା କରେ ନାହିଁ ।

ବେଦ, ଉପନିଷଦ ଓ ପୌରାଣିକ ଗ୍ରନ୍ଥରେ ପରମାତ୍ମାଙ୍କୁ "ବ୍ରହ୍ମ' ବୋଲି କୁହାଯାଇଛି । ସମସ୍ତ ଗ୍ରନ୍ଥଗୁଡିକୁ ସୂକ୍ଷ୍ମ ଅନୁଧ୍ୟାନ କଲେ ଜଣାଯାଏ ଯେ ପରମାତ୍ମାଙ୍କ ବିଷୟରେ କେହି ସଠିକ ସୂକ୍ଷ୍ମ ତଥ୍ୟ ପ୍ରଦାନ କରି ପାରିନାହାନ୍ତି । ଗ୍ରନ୍ଥକର୍ାମାନେ ନିଜ ନିଜ ଦୃଷ୍ଟିକୋଣ ଓ ଜ୍ଞାନ ଆଧାରରେ ପରମାତ୍ମା ବିଷୟକ ତଥ୍ୟ ପରିବେଷଣ କରିଛନ୍ତି । ତେଣୁ ସେମାନଙ୍କ ମଧ୍ୟରେ ମତ ଭିନ୍ନତା ଦେଖାଯାଏ । ନାନା ମୁନିନାଂ ମତୟଶ୍ଚ ଭିନ୍ନା । ଯଦି ଗୋଟିଏ ନିର୍ଦ୍ଧିଷ୍ଟ ବସ୍ତୁ ବା ପଦାର୍ଥ ବିଷୟରେ ବିଭିନ୍ନ ବ୍ୟକ୍ତି ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି ତେବେ ବୁଝିବାକୁ ହେବ ଯେ ସେମାନେ କେହି ତା'ର ପ୍ରକୃତ ସ୍ୱରୂପ ଜାଣି ନାହାନ୍ତି । ପାଟି ଅନ୍ଧ ଗୋଟିଏ ହାତୀର ବିଭିନ୍ନ ଅଙ୍ଗ ସ୍ପର୍ଶ କରି ନିଜ ନିଜ ଅନୁଭବ ଆଧାରରେ ତା' ବିଷୟରେ ଭିନ୍ନ ଭିନ୍ନ ବର୍ଣ୍ଣନା କରିବା ଭଳି ମୁନି ଋଷି ଓ ବିଦ୍ୱାନମାନେ ନିଜ ନିଜ ଭାବନା ଅନୁରୂପ ପରମାତ୍ମାଙ୍କ ସ୍ୱରୂପକୁ ବର୍ଣ୍ଣନା କରି ଯାଇଛନ୍ତି । ଗୀତାରେ ଥିବା ଈଶ୍ୱରୀୟ ବାଣୀରୁ ଏକଥା ପ୍ରମାଣିତ ହୁଏ । ପରମାତ୍ମା ସ୍ୱୟଂ କହନ୍ତି, ""ନ ମେ ବିଦୁଃ ସୁରଗଣାଃ ପ୍ରଭବଂ ନ ମହର୍ଷୟଃ । ଅହମାଦିର୍ହି ଦେବାନାଂ ମହିର୍ଷୀଣାଂ ଚ ସର୍ବଶଃ ।ାଗୀ-୧୦/୨ାା ଅର୍ଥାତ ଦେବତା କିମ୍ବା ମୁନିଋଷିମାନେ ମୋର ପ୍ରକୃତ ସ୍ୱରୂପ ଜାଣନ୍ତି ନାହିଁ, କାରଣ ମୁଁ ହିଁ ଦେବତା ଓ ମହର୍ଷିମାନଙ୍କର ସର୍ବପ୍ରକାର ଆଦି କାରଣ ।'' ଏହି ପରିପ୍ରେକ୍ଷୀରେ ଏକଥା ବିଚାରଣୀୟ ଯେ ସତ୍-ଚିତ୍-ଆନନ୍ଦ ସ୍ୱରୂପ ପରମାତ୍ମାଙ୍କୁ "ବ୍ରହ୍ମ' ବୋଲି ବର୍ଣ୍ଣନା କରିବା ପ୍ରକୃତ ସତ୍ୟର ଅପଳାପ ବ୍ୟତୀତ ଆଉକିଛି ନୁହେଁ । କାରଣ ଗୀତାର ମୌଳିକ ତ୍ୱ ଅନୁସାରେ "ବ୍ରହ୍ମ' ହେଉଛି ଏକ ସୂକ୍ଷ୍ମ ପ୍ରକାଶ ତ୍ୱ । ପରମାତ୍ମାଙ୍କ ନିବାସ ସ୍ଥଳୀ ପରମଧାମରେ  । ଏହି ବ୍ରହ୍ମ ମହତ୍ୱ ସର୍ବତ୍ର ପରିବ୍ୟାପ୍ତ; ଭୌତିକ ଜଗତରେ ନୁହେଁ । ସମାଧିସ୍ଥ ଯୋଗୀ ଏହି ପ୍ରକାଶ ତ୍ୱ ବା ବ୍ରହ୍ମଲୋକକୁ ସାକ୍ଷାତ କରି ତାକୁ ପରମାତ୍ମା ମନେ କରିଛନ୍ତି । କିନ୍ତୁ ପ୍ରକୃତରେ ପରମାତ୍ମା ହେଉଛନ୍ତି ବ୍ରହ୍ମଲୋକ ନିବାସୀ । ବ୍ରହ୍ମଲୋକ ଅର୍ଥାତ ଯେଉଁ ଲୋକରେ ବ୍ରହ୍ମ ସର୍ବତ୍ର ଉଦ୍ଭାସିତ । ତାହା ସବୁଲୋକଠାରୁ ଉଦ୍ଧ୍ୱର୍ରେ ଥିବାରୁ ତାକୁ ପରମଧାମ କୁହାଯାଏ । ଏହି ଦୃଷ୍ଟିରୁ ଏଠାରେ "ବ୍ରହ୍ମଭୂତ'ର ଅର୍ଥ ଉପନିଷଦୀୟ ଦର୍ଶନ ଅନୁସାରେ "ଅହଂ ବ୍ରହ୍ମାସ୍ମି ଅର୍ଥାତ ମୁଁ ବ୍ରହ୍ମ ଅଟେ (ବୃହଦାରଣ୍ୟକ ଉ.୧/୪/୧୦) କିମ୍ବା ""ସୋଽହମସ୍ମି'' ଅର୍ଥାତ ସେହି ବ୍ରହ୍ମ ହିଁ ମୁଁ ଅଟେ''– ଏପରି ଅର୍ଥ କରିବା ଅପ୍ରାସଙ୍ଗିକ ମନେ ହୁଏ । ଗୀତା ଅନୁସାରେ ଆତ୍ମା ଓ ପରମାତ୍ମା ଉଭୟେ ପୃଥକ ଓ ଅବିନାଶୀ ସା ହୋଇଥିବାରୁୁ ଯେତେ ପୁରୁଷାର୍ଥ କଲେ ମଧ୍ୟ ମନୁଷ୍ୟାତ୍ମା ପରମାତ୍ମା ପଦବାଚ୍ୟ ବା ପରମାତ୍ମାଙ୍କ ସହିତ ଲୀନ(ବ୍ରହ୍ମଲୀନ) ହୋଇ ପାରିବ ନାହିଁ । ପରମାତ୍ମାଙ୍କ ସହିତ ଏକାତ୍ମ ଭାବକୁ ହିଁ ଏଠାରେ "ବ୍ରହ୍ମଭୂତ' ଅର୍ଥରେ ଗ୍ରହଣ କରିବା ପ୍ରାସଙ୍ଗିକ ହେବ । ଏପରି ବ୍ୟକ୍ତିର ମନ ଓ ବୁଦ୍ଧି ପ୍ରତିକ୍ଷଣ ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ ଥାଏ । ପରମାତ୍ମାଙ୍କ ସହିତ ଯୋଗୀର ପ୍ରେମ ପୂର୍ଣ୍ଣ ଆତ୍ମିକ ମିଳନର ଅଲୌକିକ ଆଗ୍ରହ ବା ଭାବର ନାମ "ପରାଭକ୍ତି' । ଏହା ପ୍ରାପ୍ତ ହୋଇଥିବା ବ୍ୟକ୍ତି ପରମାତ୍ମାଙ୍କ ଯଥାର୍ଥ ସ୍ୱରୂପ ତ୍ୱତଃ ଜାଣିପାରେ । "ପରମାତ୍ମା କିଏ ?' "ତାଙ୍କର ସ୍ୱରୂପ କ'ଣ ?' "ସେ କେବେ ଓ କିପରି ସଂସାରରେ ଆବିର୍ଭାବ ହୁଅନ୍ତି ?’ "ମନୁଷ୍ୟାତ୍ମା ସହିତ ତା'ଙ୍କର ସମ୍ବନ୍ଧ କଣ ?' ପରମାତ୍ମା ପ୍ରତ୍ୟକ୍ଷତା ସହ ଏ ସବୁ ବିଷୟରେ ପରିଜ୍ଞାତ ହେବା ହିଁ ଏଠାରେ ପରାଭକ୍ତି ଦ୍ୱାରା ତାଙ୍କୁ ତ୍ୱତଃ ଜାଣିବା । ଅଧ୍ୟୟନ ଓ ଶ୍ରବଣ ଦ୍ୱାରା ପରମାତ୍ମାଙ୍କ ବିଷୟରେ କେବଳ ଜାଣିବାକୁ "ଜ୍ଞାନ' କୁହାଯାଏ । କିନ୍ତୁ ଏହାର ମନନ ଓ ନିଦିଧ୍ୟାସନ ଦ୍ୱାରା ତାଙ୍କୁ ସାକ୍ଷାତ ଅନୁଭବ କରିବା ହେଉଛି "ପରାଭକ୍ତି 'ା ଏହା ଦ୍ୱାରା ପରମାତ୍ମାଙ୍କୁ ଜାଣିବା ଓ ଅନୁଭବ କରିବା ମଧ୍ୟରେ ଯେଉଁ ସମୟର ବ୍ୟବଧାନ ତାହା ତକôାଳ ଦୂର ହୋଇଯାଏ । ଏଠାରେ ବ୍ୟବହାର ହୋଇଥିବା "ବିଶତେ' କ୍ରିୟାପଦର ଆକ୍ଷରିକ ଅର୍ଥ ପ୍ରବିଷ୍ଟ ହେବା ପରିବେର୍ ""ନିରବଚ୍ଛିନ୍ନ ଈଶ୍ୱରୀୟ ସ୍ମୃତିରେ ତଲ୍ଲୀନ ହୋଇଯିବା'' ଭାବାର୍ଥରେ ଗ୍ରହଣ କରିବା ଉଚିତ । ଏହା ହେଉଛି ପରାଭକ୍ତିର ଚରମ ପରିଣତି ।

ଯୋଗର ସରଳ ବିଧି – "ସମର୍ପଣ'

ସର୍ବକର୍ମ୍ୟାଣ୍ୟପି ସଦା କୁର୍ବାଣୋ ମଦ୍ବ୍ୟାପଶ୍ରୟଃ ।

ମତ୍ ପ୍ରସାଦାଦବାପ୍ନୋତି ଶାଶ୍ୱତଂ ପଦମବ୍ୟୟଂ ।ା ୫୬ାା

ଚେତସା ସର୍ବକର୍ମାଣି ମୟି ସନ୍ନ୍ୟସ୍ୟ ମପôରଃ ।

ବୁଦ୍ଧିଯୋଗ ମୁପାଶ୍ରିତ୍ୟ ମଚ୍ଚିଃ ସତତଂ ଭବ ।ା୫୭ ।ା

ମଚ୍ଚିଃ ସର୍ବ ଦୁର୍ଗାଣି ମତ୍ପ୍ରସାଦାତ୍ ତରିଷ୍ୟସି ।

ଅଥ ଚେତ୍ୱମହଙ୍କାରାନ୍ନ ଶ୍ରୋଷ୍ୟସି ବିନଙ୍କ୍ଷସି ।ା୫୮ାା

ତମେବ ଶରଣଂ ଗଚ୍ଛ ସର୍ବଭାବେନ ଭାରତ ।

ତତ୍ ପ୍ରସାଦାତ୍ ପରାଂ ଶାନ୍ତିଂ ସ୍ଥାନଂ ପ୍ରାପ୍ସ୍ୟସି ଶାଶ୍ୱତମ୍ ।ା୬୨ାା

ମନ୍ମନା ଭବ ମଦ୍ଭକ୍ତୋ ମଦ୍ୟାଜୀ ମାଂ ନମସ୍କୁରୁ ।

ମାମେବୈଷ୍ୟସି ସତ୍ୟଂତେ ପ୍ରତିଜାନେ ପ୍ରିୟୋଽସିମେ ।ା୬୫ାା

ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ।

ଅହଂ ତ୍ୱା ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ ।ା୬୬ାା

ଅର୍ଥ : ମୋର ଆଶ୍ରିତ ମନୁଷ୍ୟ ସମସ୍ତ କର୍ମ କରି ମଧ୍ୟ ମୋ କୃପାରୁ ଶାଶ୍ୱତ, ଅବ୍ୟୟ ପଦକୁ ପ୍ରାପ୍ତ ହୁଏ । ୫୬ାା ମନ ଦ୍ୱାରା ସମସ୍ତ କର୍ମ ମୋଠାରେ ଅର୍ପଣ କରି, ମତ୍ପରାୟଣ ହୋଇ, ବୁଦ୍ଧିଯୋଗକୁ ଆଶ୍ରୟକରି ସର୍ବଦା ମୋଠାରେ ତୁମର ଚିକୁ ନିବିଷ୍ଟ କର ।ା୫୭ାା ମୋଠାରେ ଚି ନିବିଷ୍ଟ କରିବା ଦ୍ୱାରା ତୁମେ ସମସ୍ତ ପ୍ରକାର ବାଧାବିଘ୍ନକୁ ମୋର ଅନୁଗ୍ରହରୁ ପାର ହୋଇଯିବ । କିନ୍ତୁ ଯଦି ତୁମେ ଅହଂକାର ବଶତଃ ମୋ କଥା ଶୁଣିବ ନାହିଁ ତେବେ ତୁମେ ବିନଷ୍ଟ ହେବ (ଅର୍ଥାତ ଦୁର୍ଗତି ଲାଭ କରିବ) ।ା୫୮ାା ହେ ଭାରତ ! ତୁମେ ସର୍ବତୋଭାବରେ ତାଙ୍କର ଶରଣାପନ୍ନ ହୁଅ । ତାଙ୍କ କୃପାରୁ ତୁମେ ପରମ ଶାନ୍ତି ଓ ଅମର ପଦ ପ୍ରାପ୍ତ ହେବ ।ା୬୨ାା ତୁମେ ମୋଠାରେ ଚି ନିବେଶ କର; ମୋର ଭକ୍ତ ହୁଅ; ମୋର ଅର୍ଚ୍ଚନା କର । ମୋତେ ନମସ୍କାର କର । ତୁମେ ମୋତେ ପ୍ରାପ୍ତ ହେବ; ଏହା ମୋର ସତ୍ୟ ପ୍ରତିଜ୍ଞା । ତୁମେ ମୋର ପ୍ରିୟ ଅଟ ।ା୬୫ାା ସମସ୍ତ ଧର୍ମ ତ୍ୟାଗ କରି ତୁମେ କେବଳ ମୋର ଶରଣାପନ୍ନ ହୁଅ । ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତ କରିବି । ଏଥିପାଇଁ ତୁମେ ଅନୁଶୋଚନା କର ନାହିଁ ।ା୬୬ାା

ବ୍ୟାଖ୍ୟା : ବ୍ୟବହାରିକ ଜୀବନରେ ଜ୍ଞାନର ପ୍ରୟୋଗ ହିଁ ଗୀତାର ଯୋଗ । ଦାନ, ଧର୍ମ ଓ ଉପଭୋଗ ବିନା ଯେପରି ସିତ ଧନ ବ୍ୟର୍ଥ ସେପରି ପ୍ରୟୋଗ ବିହୀନ ଜ୍ଞାନ ନିରର୍ଥକ । ଜ୍ଞାନର ସିଦ୍ଧାନ୍ତଗୁଡିକ ଅଧ୍ୟୟନ କରି ଜାଣିଗଲେ ଜଣେ ବୈଜ୍ଞାନିକ ହୋଇଯାଏ ନାହିଁ । ଗବେଷଣା ଦ୍ୱାରା କେବେ ବୈଜ୍ଞାନିକ ସିଦ୍ଧାନ୍ତଗୁଡ଼ିକର ସତ୍ୟାସତ୍ୟ ବୁଝିହୁଏ । ମନୁଷ୍ୟ ଜୀବନ ହେଉଛି ଏକ ବିରାଟ ପ୍ରୟୋଗଶାଳା । ଆତ୍ମତ୍ୱ, ପରମାତ୍ମାତ୍ୱ ଓ ସୃଷ୍ଟିତ୍ୱ ବିଷୟରେ ମନୁଷ୍ୟ ନିଜ ବିଚାର ଅନୁରୂପ ଅନେକ ଗୁଡ଼ିଏ ସିଦ୍ଧାନ୍ତ ରଚନା କରିଛି । କିନ୍ତୁ, ସତ୍ୟ ଜ୍ଞାନ ଅଭାବରେ ସେଗୁଡିକ ମଧ୍ୟରେ ବିରୋଧାଭାସ ଦେଖାଯାଏ । ଈଶ୍ୱରଙ୍କ ପ୍ରତି ଥିବା ବିଶ୍ୱାସ, ନିଷ୍ଠା, ଶ୍ରଦ୍ଧା, ଭକ୍ତି ହେତୁ ମନୁଷ୍ୟ ଈଶ୍ୱରୀୟ ସାକୁ ଅନୁଭବ କରିଛି; କିନ୍ତୁ ତାଙ୍କ ବିଷୟରେ ଯଥାର୍ଥ ଜ୍ଞାନ ପାଇ ପାରିନାହିଁ । ପରମାତ୍ମା ଅନ୍ୱେଷଣରେ ମନୁଷ୍ୟ ବ୍ରହ୍ମଲୋକ ପର୍ଯ୍ୟନ୍ତ ପହି ପାରିଛି; କିନ୍ତୁ ଯଥାର୍ଥ ଜ୍ଞାନ ଅଭାବରେ ସେ ବ୍ରହ୍ମଲୋକ ନିବାସୀ ପରମାତ୍ମାଙ୍କୁ ପ୍ରତ୍ୟକ୍ଷ କରି ପାରିନାହିଁ । କାରଣ ମନୁଷ୍ୟ ନିଜ ନିଜ ବୁଦ୍ଧି ଆଧାରରେ ପରମାତ୍ମା ବିଷୟକ ସିଦ୍ଧାନ୍ତରେ ଉପନୀତ ହୋଇଛି । ଧର୍ମ ସ୍ଥାପକ, ସମାଜ ସଂସ୍କାରକ, ସାଧୁ, ସନ୍ଥ, ବିଦ୍ୱାନମାନଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ମତବାଦ ମଧ୍ୟରୁ ସାଧାରଣ ମନୁଷ୍ୟ କେଉଁଟିକୁ ସତ୍ୟ ରୂପେ ସ୍ୱୀକାର କରି ଆଧ୍ୟାତ୍ମିକ ମାର୍ଗରେ ଆଗେଇ ଚାଲିବ ତାହା ନିର୍ଣ୍ଣୟ କରି ପାରେନାହିଁ । ଏହା ହିଁ ମନୁଷ୍ୟର ଚାରିତ୍ରିକ ଅଧୋପତନର କାରଣ । ପତିତ ମନୁଷ୍ୟକୁ ପବିତ୍ର କରିବାକୁ ସାକ୍ଷାତ ପରମାତ୍ମାଙ୍କୁ ସୃଷ୍ଟିରେ ଅବତରଣ କରିବାକୁ ହୁଏ । କାରଣ ତାଙ୍କ ବିନା ତାଙ୍କ ବିଷୟରେ କିଏ ବା ଯଥାର୍ଥ ଭାବରେ କହି ପାରିବ ? ତାଙ୍କ ଦ୍ୱାରା କଥିତ ଜ୍ଞାନ ଦ୍ୱାରା ମନୁଷ୍ୟ ତାଙ୍କୁ ଜାଣିପାରେ ଓ ତାଙ୍କ ସହିତ ଯୋଗଯୁକ୍ତ ହୋଇପାରେ । ପୂର୍ବରୁ ଯୋଗ ବିଷୟକ ଅନେକ ସିଦ୍ଧାନ୍ତ ଓ ପ୍ରୟୋଗ ବିଧି ପରମାତ୍ମା ବର୍ଣ୍ଣନା କରି ସାରିଛନ୍ତି । ଆଲୋଚ୍ୟ ପ୍ରକରଣରେ ସେ ପୂର୍ବକଥିତ ଜ୍ଞାନର ନିଷ୍କର୍ଷ ସ୍ୱରୂପ ଯୋଗର ସରଳ ବିଧି – "ସମର୍ପଣ' ବିଷୟରେ କହି ତାଙ୍କ ବକ୍ତବ୍ୟର ଉପସଂହାର କରିଛନ୍ତି ।

ପୂର୍ବରୁ ସ୍ୱକର୍ମକୁ ସ୍ୱଧର୍ମ ବୋଲି କୁହାଯାଇଛି । ଏହି ସ୍ୱଧର୍ମ ଯଦି ଈଶ୍ୱରୀୟ ଜ୍ଞାନ ଅନୁରୂପ ନିୟନ୍ତ୍ରିତ ହୋଇ ପାଳିତ ହୁଏ ତାହା ସର୍ବୋଚ୍ଚ ଲକ୍ଷ୍ୟ ପ୍ରାପ୍ତିର କାରଣ ହୁଏ । ସୃଷ୍ଟିରେ ଈଶ୍ୱରୀୟ ଅବତରଣର ଆଭିମୁଖ୍ୟକୁ ଯଥାର୍ଥ ଭାବରେ ଅନୁଭବ କରି ତାଙ୍କ ଇଚ୍ଛା ଅନୁରୂପ ନିଜର ତନୁ, ମନ, ଧନ, ସମୟ ଓ ସଂକଳ୍ପ – ସବୁକିଛି ମାନବ କଲ୍ୟାଣରେ ବିନିଯୋଗ କରିବା ହେଉଛି ପ୍ରକୃତ ସମର୍ପଣ । ଏପରି ଆଚରଣ କଲେ ପରମାତ୍ମା ପରାୟଣ ବ୍ୟକ୍ତିର କର୍ୃତ୍ୱାଭିମାନ ରହେ ନାହିଁ । ସେ ସମସ୍ତ କର୍ମ ବନ୍ଧନରୁ ମୁକ୍ତ ହୁଏ । କାରଣ ସେ ନିଜକୁ ଈଶ୍ୱରୀୟ କର୍ମର ଏକ ଯାନ୍ତ୍ରିକ ମାଧ୍ୟମ ବୋଲି ମନେ କରେ । ସେ ସମସ୍ତ କର୍ମ ଓ କର୍ମର ଫଳ ପରମାତ୍ମାଙ୍କୁ ସମର୍ପଣ ପୂର୍ବକ ନିମି ଭାବରେ କରି ଯାଏ । ଏହା ହିଁ କର୍ମଯୋଗର ଲକ୍ଷଣ । ତା'ର କିଛି କାମନା ନଥାଏ; କିନ୍ତୁ ଈଶ୍ୱରୀୟ ଅନୁକମ୍ପା ବଶତଃ ତାକୁ ଶାଶ୍ୱତ ଅବିନାଶୀ ପଦ ପ୍ରାପ୍ତ ହୁଏ । ଶାଶ୍ୱତଂ ପଦମବ୍ୟୟମ । ପରମ ପଦର ଅର୍ଥ ପରମାତ୍ମା, ପରମଧାମ, ସତ୍ୟଲୋକ, ବୈକୁଣ୍ଠଲୋକ, ଗୋଲୋକ, ମୁକ୍ତି ବୋଲି ବିଭିନ୍ନ ଟୀକାକାର ବ୍ୟାଖ୍ୟା କରିଛନ୍ତି । କିନ୍ତୁ ସେମାନଙ୍କର ବ୍ୟାଖ୍ୟା ପରସ୍ପର ବିରୋଧୀ ଥିବା ହେତୁ ଗ୍ରହଣୀୟ ନୁହେଁ ।

ପତିିତ ମନୁଷ୍ୟାତ୍ମାକୁ ପବିତ୍ର କରିବା ପାଇଁ ପତିତ ଦୁନିଅାଁରେ ପରମାତ୍ମାଙ୍କୁ ଅବତୀର୍ଣ୍ଣ ହେବାକୁ ପଡେ । ପରମାତ୍ମାବତରଣ ପରେ ତାଙ୍କ ଅନ୍ୱେଷଣର ଆବଶ୍ୟକତା ନ ଥାଏ । ତାଙ୍କ ଦ୍ୱାରା ପ୍ରଦ ଜ୍ଞାନ ଯୋଗ ଆଧାରରେ ତାଙ୍କୁ ସହଜରେ ଜାଣି ହେଉଥିବାରୁ ସେ ଜୀବନର ଲକ୍ଷ୍ୟ ନୁହନ୍ତି । କାରଣ ତାଙ୍କୁ ନଜାଣିବା ପର୍ଯ୍ୟନ୍ତ ମନୁଷ୍ୟ କିପରି ତାଙ୍କ ସହିତ ଯୋଗ ସମ୍ପର୍କ ସ୍ଥାପନ କରି ପାରିବ ? ପରମାତ୍ମାଙ୍କୁ ଅବଜ୍ଞା କରୁଥିବା ମୂଢ଼ ବ୍ୟକ୍ତିମାନେ ମଧ୍ୟ ଧର୍ମରାଜ ଦ୍ୱାରା ଦଣ୍ଡିତ ହୋଇ ମହାବିନାଶ ପରେ ପରମଧାମକୁ ଫେରି ଯାଆନ୍ତି । ଦିବସାନ୍ତେ ପକ୍ଷୀ ଯେପରି ନୀଡକୁ ଫେରି ଆସେ ସେହିପରି କଳ୍ପାନ୍ତରେ ପ୍ରତ୍ୟେକ ଆତ୍ମା ପରମଧାମକୁ ପ୍ରତ୍ୟାବର୍ନ କରନ୍ତି । ଏହା ଏକ ଶାଶ୍ୱତ ନିୟମ । ତେଣୁ ପରମ ଧାମ ପ୍ରାପ୍ତି ମଧ୍ୟ ମାନବ ପାଇଁ ଅବ୍ୟୟ ପଦ ନୁହେଁ । ଗୀତା ଅନୁସାରେ ଜନ୍ମ ହେଲେ ମୃତୁ୍ୟ ସୁନିଶ୍ଚିତ; ମୃତୁ୍ୟପରେ ଜନ୍ମ ମଧ୍ୟ ଅବଶ୍ୟମ୍ଭାବୀ । ଏହି ଦୃଷ୍ଟିରୁ ମୁକ୍ତି ମଧ୍ୟ ମନୁଷ୍ୟ ଜୀବନର ଏକମାତ୍ର ଧ୍ୟେୟ ନୁହେଁ । ନିଷ୍କାମ ହେଉ ବା ସକାମ ହେଉ କର୍ମ କରିବା ମାତ୍ରେ ତା'ର ଫଳ ଭୋଗ କରିବାକୁ ପଡେ । ସକାମ କର୍ମ ମନୁଷ୍ୟକୁ ବନ୍ଧନରେ ପକାଏ । ନିଷ୍କାମ କର୍ମ ଦ୍ୱାରା ମନୁଷ୍ୟ ମନୋବିକାରରୁ ମୁକ୍ତ ହୋଇ ଶୁଦ୍ଧ ପବିତ୍ର ହୁଏ ଏବଂ ପରବର୍ୀ ସତ୍ୟଯୁଗରେ ସର୍ବୋଚ୍ଚ ପଦ ପାଇବାକୁ ଯୋଗ୍ୟ ହୁଏ । ନରରୁ ନାରାୟଣ ଓ ନାରୀରୁ ଲକ୍ଷ୍ମୀ ପଦ ପାଇବା ହେଉଛି ପରମ ପଦ । ସତ୍ୟଯୁଗୀୟ ଲକ୍ଷ୍ମୀନାରାୟଣଙ୍କୁ ଆଜି କଳିଯୁଗର ଏହି ଅନ୍ତିମ କ୍ଷଣରେ ମଧ୍ୟ ମନୁଷ୍ୟ ଅତ୍ୟନ୍ତ ଭକ୍ତି ପୂର୍ବକ ପୂଜାର୍ଚ୍ଚନା କରେ । ହିନ୍ଦିରେ ଏକ ପ୍ରବାଦ ଅଛି, ""ନର ଐସା କରନି କରେ ଯୋ ନାରାୟଣ ବନ୍ ଯାଏ; ନାରୀ ଐସା କରନି କରେ ଯୋ ଲକ୍ଷ୍ମୀ ବନ୍ ଯାଏ ।'' ଶ୍ରୀଲକ୍ଷ୍ମୀ ଓ ଶ୍ରୀ ନାରାୟଣ ହେଉଛନ୍ତି ମାନବ ଜୀବନର ଶ୍ରେଷ୍ଠ ଲକ୍ଷ୍ୟ ବା ସର୍ବୋଚ୍ଚ ପଦ । ଏହା ଶାଶ୍ୱତ ଏବଂ ଅବ୍ୟୟ ।

ପରମାତ୍ମାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିବାକୁ ହେଲେ ଚାରୋଟି ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ । ସମର୍ପଣ ହେଉଛି ଏକ ମାନସିକ କ୍ରିୟା । କର୍ୃତ୍ୱାଭିମାନ ହେତୁ କର୍ମ ଜନିତ ପରିଣାମରେ ରାଗ ବା ଦ୍ୱେଷ ଉପôନ୍ନ ହୁଏ । କର୍ମ ବନ୍ଧନରୁ ମୁକ୍ତ ହେବା ପାଇଁ ମାନସିକ ସ୍ତରରେ ସମସ୍ତ କର୍ମ ପରମାତ୍ମାଙ୍କୁ ଅର୍ପଣ କରିବାକୁ ହେବ । ""ଚେତସା ସର୍ବ କର୍ମାଣି ମୟି ସନ୍ନ୍ୟସ୍ୟ'' । ଏହା ଦ୍ୱାରା କର୍ମ ଓ କର୍ମଫଳ ପ୍ରତି ଆସକ୍ତି ସ୍ୱତଃ ଚାଲିଯିବ ଓ ସଫଳତା-ବିଫଳତା,ଜୟ-ପରାଜୟ, ଲାଭ-କ୍ଷତି ଏହିପରି ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ବୁଦ୍ଧି ସ୍ଥିର ରହିବ । ବୁଦ୍ଧିଯୋଗମୁପାଶ୍ରିତ୍ୟ । ବୁଦ୍ଧିରେ ସମତା ଆସିଗଲେ ଚି ସର୍ବଦା ସ୍ୱତଃ ଛିନ୍ନ ହୋଇଯାଏ । ଜଳରେ ପଦ୍ମ ପତ୍ର ପରି ସଂସାରରେ ଥାଇ ମଧ୍ୟ ଜୀବାତ୍ମା ନିର୍ଲିପ୍ତ ରହେ । ଈଶ୍ୱରୀୟ ସ୍ମୃତି, ଈଶ୍ୱରୀୟ ଆଭିମୁଖ୍ୟର ପରିପୁର୍ି ହିଁ ଏହିପରି ବ୍ୟକ୍ତିର ପରମ ଲକ୍ଷ୍ୟ ହୋଇଥାଏ । ଈଶ୍ୱରୀୟ ମହାବାକ୍ୟ ତାଙ୍କ ପାଇଁ ଆଦେଶ ସ୍ବରୂପ । ଈଶ୍ୱରୀୟ ସ୍ମୃତି, ଈଶ୍ୱରୀୟ ସେବା, ଈଶ୍ୱରୀୟ ମର୍ଯ୍ୟାଦା, ଈଶ୍ୱରୀୟ କାର୍ଯ୍ୟ ଆଦି ତାଙ୍କର ଏକମାତ୍ର ଧ୍ୟେୟ ହୁଏ । ସେ କାୟମନୋବାକ୍ୟରେ ଈଶ୍ୱରପରାୟଣ ହୋଇଯାଆନ୍ତି  । ମପôରଃ ।

ଉପସ୍ଥିତ ପ୍ରକରଣରେ ପରମାତ୍ମା ଯେପରି ଓଜସ୍ୱିନୀ ଭାଷାରେ ଯୋଗର ସରଳ ବିଧି ଶିକ୍ଷା ଦେଇଛନ୍ତି ତଦ୍ୱାରା ମନୁଷ୍ୟମାନଙ୍କ ପ୍ରତି ଥିବା ତାଙ୍କର ପୂର୍ଣ୍ଣତମ, ଘନିଷ୍ଠତମ ଓ ଜୀବନ୍ତ ସମ୍ବନ୍ଧର ପରିଚୟ ମିଳେ । ଏହା ହିଁ ସୃଷ୍ଟିରେ ପରମାତ୍ମାଙ୍କ ସାକ୍ଷାତ ଆର୍ବିଭାବ ବିଷୟକୁ ସୂଚିତ କରେ । ବେଦ, ପୁରାଣ, ଉପନିଷଦ ଆଦିରେ ବର୍ଣ୍ଣିତ ସର୍ବବ୍ୟାପକ ବ୍ରହ୍ମ ସହିତ ଏପରି ସମ୍ବନ୍ଧ ଏବଂ ପରମ ଆଶ୍ୱାସନା ବାଣୀ କଦାପି ସମ୍ଭବ ନୁହେଁ । ସେହି ପରବ୍ରହ୍ମ ପରମେଶ୍ୱର ହିଁ ସର୍ବାତ୍ମାଙ୍କ ପରମପିତା, ପରମ ଶିକ୍ଷକ, ପରମ ଗୁରୁ, ପରମ ବନ୍ଧୁ ଓ ସର୍ବ କର୍ମର ଅଧୀଶ୍ୱର ଅଟନ୍ତି । ତାଙ୍କ ନିକଟରେ ପରମ ଯୋଗୀ ନିଜକୁ ସର୍ବୋତଭାବରେ ସମର୍ପଣ କରିଦିଏ । ତାର ନିଜ ଇଚ୍ଛା ବୋଲି ଆଉ କିଛି ରହେ ନାହିଁ  । ତା'ଦ୍ୱାରା କ୍ରିୟାନ୍ୱିତ ପ୍ରତ୍ୟେକ କର୍ମର ପ୍ରେରଣା ଆସେ ଇଚ୍ଛାମୟଙ୍କଠାରୁ  । ଯେତେବେଳେ ଅହଂର ସମ୍ପୂର୍ଣ୍ଣ ଲୟ ହୁଏ ସେତେବେଳେ ପରମାତ୍ମାଙ୍କ ସହିତ ଗଭୀରତମ ମଧୁରତମ ଆତ୍ମିକ ସମ୍ବନ୍ଧ ସ୍ଥାପନ ହୁଏ । ଏହା ବ୍ରହ୍ମ ମଧ୍ୟରେ ବ୍ୟକ୍ତିଗତ ସାର ନିର୍ବାଣ ନୁହେଁ । ଏହା ହେଉଛି ପରମାତ୍ମାଙ୍କ ମଧ୍ୟରେ ଅହଂ ଓ ଅଜ୍ଞାନର ନିର୍ବାଣ  । ଜ୍ଞାନ ସୂର୍ଯ୍ୟ ପରମାତ୍ମାଙ୍କ ସହିତ ସମ୍ବନ୍ଧ ସ୍ଥାପିତ ହୋଇଗଲେ ଆତ୍ମା ମଧ୍ୟରେ ଆଚ୍ଛାଦିତ ସମସ୍ତ ଅଜ୍ଞାନ ଅନ୍ଧକାର ଦୁରୀଭୂତ ହୋଇଯାଏ ।

""ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ'' । ଯିଏ ନିଜର ତନୁ, ମନ, ଧନ ସବୁକିଛି ପରମାତ୍ମାର୍ପଣ କରିଦିଅନ୍ତି ତା'ର ରକ୍ଷାର ଭାର ସ୍ୱୟଂ ପରମାତ୍ମା ବହନ କରନ୍ତି  । ଯୋଗକ୍ଷେମଂ ବହାମ୍ୟହମ୍ ।ା୯/୨୨ାା ଯୋଗ ମାର୍ଗରେ ନାନା ପ୍ରକାର ବାଧା ବିଘ୍ନ ଆସେ; କିନ୍ତୁ ଯେଉଁ ଯୋଗୀର ମନ ପରମାତ୍ମାଙ୍କ ନିକଟରେ ଅବିଚଳିତ ରହେ ସେ ସମସ୍ତ ବାଧା ବିଘ୍ନ, ଦୁଃଖ-ଶୋକାଦିକୁ ଅତିକ୍ରମ କରିଯାଆନ୍ତି । କୃର୍ତ୍ୱାଭିମାନ ରହିତ ଓ ଈଶ୍ୱରୀୟ ସ୍ମୃତିରେ ନିମଜ୍ଜିତ ହୋଇ କର୍ମ କରିବା ଦ୍ୱାରା ବୁଦ୍ଧିରେ ବିକ୍ଷେପ ଆସେ ନାହିଁ  । ସାଂସାରିକ କୌଣସି ଚିନ୍ତା ମନରେ ପ୍ରବେଶ ହେବାକୁ ନ ଦେଇ କାୟମନୋବାକ୍ୟରେ ପରମାତ୍ମାଙ୍କୁ ଚିନ୍ତନ କରିବା ଦ୍ୱାରା ସ୍ୱତଃ ତାଙ୍କର ଅନୁଗ୍ରହ ପ୍ରାପ୍ତ ହୁଏ । ଈଶ୍ୱରୀୟ ଅନୁକମ୍ପା ପ୍ରାପ୍ତ ବ୍ୟକ୍ତି ପୁରୁଷାର୍ଥ ମାର୍ଗରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ବାଧା ବିଘ୍ନଗୁଡିକୁ ତୃଣବତ ପଦଦଳିତ କରି ଲକ୍ଷ୍ୟ ଅଭିମୁଖେ ଆଗେଇ ଚାଲନ୍ତି । ଜ୍ଞାନ ଓ ଯୋଗମାର୍ଗରେ ଅହଙ୍କାର ହେଉଛି ସବୁଠାରୁ ବଡ ପ୍ରତିବନ୍ଧକ । ସମର୍ପଣ ମନୁଷ୍ୟକୁ ହାଲୁକା କରି ଉଦ୍ଧ୍ୱାର୍ଭିମୁଖୀ କରାଏ । ଅହଙ୍କାରଠାରୁ ଭାରୀ ବସ୍ତୁ ସଂସାରରେ ଅନ୍ୟକିଛି ନାହିଁ । ଅହଙ୍କାରର କାରଣ ହେଉଛି ମୂଢ଼ତା ବା ଅଜ୍ଞାନତା । ମୂଢ଼ ବ୍ୟକ୍ତି ଈଶ୍ୱରୀୟ ଆଜ୍ଞାକୁ ଅବଜ୍ଞା କରେ । ଅବଜାନନ୍ତି ମା ମୂଢ଼ାଃ... ।ାଗୀ୯/୧୧ାା ଅହଙ୍କାର ବଶବର୍ୀ ହୋଇ ଯିଏ ପରମାତ୍ମାଙ୍କ ଦ୍ୱାରା ନିର୍ଦ୍ଧେଶିତ ମାର୍ଗ ଅବଲମ୍ବନ କରନ୍ତି ନାହିଁ, ତାଙ୍କର ଅଧଃପତନ ଘଟେ । ଜୀବନ ସଂଗ୍ରାମରେ ପରାଙ୍ମୁଖ ବ୍ୟକ୍ତି ଶାସ୍ତ୍ର ପୁରାଣର ଦ୍ୱାହି ଦେଇ କର୍ମ ସନ୍ନ୍ୟାସ ମାର୍ଗ ଅବଲମ୍ବନ କରନ୍ତି । ମନୁଷ୍ୟକୃତ ଶାସ୍ତ୍ରଜ୍ଞାନ ବ୍ୟକ୍ତି ମଧ୍ୟରେ ଅହଙ୍କାର ଉପôନ୍ନ କରାଏ । ଈଶ୍ୱରୀୟ ଜ୍ଞାନ ମନୁଷ୍ୟକୁ ନିରହଙ୍କାରୀ କରେ । ଶରୀରାଭ୍ୟନ୍ତରସ୍ଥ ଅସଂଖ୍ୟ ଜୀବକୋଷଗୁଡିକର ନିରନ୍ତର କ୍ରିୟାଶୀଳତା ହେତୁ ହିଁ ଜୀବନର ଅସ୍ତିତ୍ୱ ସମ୍ଭବ । କର୍ମବିନା ଜୀବନ ନିରର୍ଥକ । କର୍ମ ହେଉଛି ମାନବ ଜୀବନର ମାପଦଣ୍ଡ । କର୍ମ କରିବା ପାଇଁ ଆତ୍ମା ପରମଧାମରୁ ଏହି ସୃଷ୍ଟିକୁ ଆସି ଶରୀର ଧାରଣ କରିଛି । ଆତ୍ମା ଏକ ଚୈତନ୍ୟ ସା ରୂପେ ଶରୀରଧାରୀ ମନୁଷ୍ୟତ୍ମାକୁ କର୍ମ ପ୍ରବଣ କରାଏ । କର୍ମ ପ୍ରବଣତା ହେଉଛି ମନୁଷ୍ୟର ପ୍ରକୃତିଗତ । ତେଣୁ ସେ ଅରଣ୍ୟରେ ଥାଉ ବା ଗିରିକନ୍ଦରରେ ରହୁ ପ୍ରକୃତି ବଶତଃ କର୍ମ କରିବାକୁ ବାଧ୍ୟ । ଯେଉଁ ମନୁଷ୍ୟ ମିଥ୍ୟା ଜ୍ଞାନର ବଶବର୍ୀ ହୋଇ କର୍ମକ୍ଷେତ୍ରରୁ ପଳାୟନ କରେ ତା'ର ପତନ ସୁନିଶ୍ଚିତ  । କାରଣ ତା'ର କର୍ମ ତ୍ୟାଗ ପଛରେ ଅଜ୍ଞତା ଓ ଅହଙ୍କାର ହିଁ ପ୍ରେରକ ହୋଇଥାଏ ।

ଆତ୍ମା ରୂପକ ରଥୀ ଶରୀରରୂପକ ରଥକୁ ନିଜ ଇଚ୍ଛାନୁସାରେ ଚାଳନ କରେ । ଆତ୍ମାର ସଂଯୋଗ ହେଲେ ଜୀବ ଚୈତନ୍ୟ ଲାଭକରି ଗତିଶୀଳ ହୁଏ; କର୍ମ କରେ ଓ କର୍ମଫଳ ଭୋଗ କରେ । ଏହା ହେଉଛି ଚିରନ୍ତନ ଈଶ୍ୱରୀୟ ବିଧାନ  । ଏଥିପାଇଁ ପରମାତ୍ମାଙ୍କୁ ପ୍ରାଣୀମାନଙ୍କ ମଧ୍ୟରେ ପରିବ୍ୟାପ୍ତ ହେବାର କୌଣସି ଆବଶ୍ୟକତା ନାହିଁ । ଆତ୍ମା ସ୍ୱୀୟ କର୍ମଫଳ ବା ସଂସ୍କାର ଅଧୀନସ୍ଥ ହୋଇ ସୁଖ ବା ଦୁଃଖ ଭୋଗ କରେ  । ତେଣୁ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଏକ ପରମାତ୍ମା ହଁ ଆତ୍ମା ରୂପରେ ବିରାଜମାନ ହୋଇ ସେମାନଙ୍କୁ ସାଳିତ କରୁଛନ୍ତି କହିବା ଯୁକ୍ତି ସଙ୍ଗତ ମନେ ହୁଏ ନାହିଁ । ଯେଉଁମାନେ ଆତ୍ମା ଓ ପରମାତ୍ମାଙ୍କୁ ଏକ ଓ ଅଦ୍ୱିତୀୟ ମନେ କରନ୍ତି ସେମାନେ ଏହିପରି ତର୍କ କରନ୍ତି  । କିନ୍ତୁ ଗୀତା ଆତ୍ମା ଓ ପରମାତ୍ମାଙ୍କୁ ପୃଥକ ସା ରୂପେ ନିରୂପଣ କରିଛି । କାରଣ ଏହା ଏକ ଯୋଗ ଶାସ୍ତ୍ର । ଦୁଇଟି ଭିନ୍ନ ସାର ମିଳନକୁ ଯୋଗ କୁହାଯାଏ । ପତିତ ଆତ୍ମାକୁ ପବିତ୍ର କରିବା ପାଇଁ ପରମାତ୍ମା ଧରାପୃଷ୍ଠରେ ଅବତୀର୍ଣ୍ଣ ହୁଅନ୍ତି । ଯେଉଁମାନେ ତାଙ୍କୁ ଚିହ୍ନି ପାରି ନିଜ ବୁଦ୍ଧି ଡୋରି ତାଙ୍କ ହାତରେ ନ୍ୟସ୍ତ କରନ୍ତି ଅର୍ଥାତ ତାଙ୍କୁ ନିଜର ସାରଥି ରୂପରେ ସ୍ୱୀକାର କରନ୍ତି ସେମାନଙ୍କ ଜୀବନ ଯାତ୍ରା ସୁଗମ ହୁଏ । ସେମାନଙ୍କ ହୃଦୟ ସିଂହାସନରେ ପରମାତ୍ମା ଅଧିଷ୍ଠିତ ହୋଇ ସେମାନଙ୍କୁ ଉଚିତ ମାର୍ଗରେ ପରିଚାଳିତ କରନ୍ତି । ନିଜ ମନ ଓ ବୁଦ୍ଧିକୁ ସମ୍ପୂର୍ଣ୍ଣ ଭାବରେ ଈଶ୍ୱରାର୍ପିତ କରିବା ହେଉଛି ତାଙ୍କ ନିକଟରେ ସର୍ବଭାବରେ ଶରଣାପନ୍ନ ହେବା । ଏହିପରି ସମର୍ପିତ ବ୍ୟକ୍ତି ଈଶ୍ୱରୀୟ କୃପାର ଅଧିକାରୀ ହୁଅନ୍ତି ଏବଂ ଇହ ଜନ୍ମରେ ପରାଶାନ୍ତି ଓ ପରଜନ୍ମରେ ଶାଶ୍ୱତ ପଦ ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ।

ପରମାତ୍ମାବତରଣ ପୂର୍ବରୁ ତାଙ୍କ ବିଷୟରେ ନାନା ପ୍ରକାର ମତମତାନ୍ତର ପ୍ରଚଳିତ ଥାଏ । ଏହା ପରମାତ୍ମାଙ୍କ ବିଷୟରେ ମନୁଷ୍ୟର ଅଜ୍ଞତା ପ୍ରମାଣ କରେ । ଏଥିପାଇଁ ପରମାତ୍ମାଙ୍କୁ ସାକ୍ଷାତ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇ ଈଶ୍ୱରୀୟ ଜ୍ଞାନ ପ୍ରଦାନ କରିବାକୁ ପଡେ ।ଏହା ମନୁଷ୍ୟକୃତ ଶାସ୍ତ୍ରୀୟ ଜ୍ଞାନର ବହିର୍ଭୂତ ହୋଇଥିବାରୁ ଏହାକୁ ଗୁହ୍ୟରୁ ଗୁହ୍ୟତର ବୋଲି କୁହାଯାଇଛି । ପୂର୍ବାଗ୍ରହ ତ୍ୟାଗ ନ କରିବା ପର୍ଯ୍ୟନ୍ତ ଏହା ମନୁଷ୍ୟର ବୋଧଗମ୍ୟ ହୁଏ ନାହିଁ । ମନୁଷ୍ୟକୃତ କୌଣସି ମତବାଦ ଦ୍ୱାରା ପ୍ରଭାବିତ ନ ହୋଇ ଯେଉଁମାନେ ନିଷ୍ପକ୍ଷ ଭାବରେ ମନ ବୁଦ୍ଧିକୁ ଈଶ୍ୱରାର୍ପିତ କରି ଏହାର ସୂକ୍ଷ୍ମ ଅନୁଶୀଳନ କରନ୍ତି, ସେମାନେ ସ୍ୱଇଚ୍ଛାରେ ଈଶ୍ୱରୀୟ ମାର୍ଗ ଅନୁସରଣ କରନ୍ତି । ଗୀତା ଅନ୍ଧ ଭକ୍ତିର ସମର୍ଥକ ନୁହେଁ । ଜ୍ଞାନ ବିନା ଭକ୍ତି ଅନ୍ଧ । ଭକ୍ତି ବିନା ଜ୍ଞାନ ନୀରସ । ଗୀତାରେ ଜ୍ଞାନଯୁକ୍ତ ଭକ୍ତି କଥା କୁହାଯାଇଛି । ଜ୍ଞାନରେ ଭାବ ପ୍ରବଣତାର ସ୍ଥାନ ନାହିଁ । ମୋହର ଅନ୍ୟ ନାମ ଭାବପ୍ରବଣତା ଏବଂ ଏହାର ମୂଳ କାରଣ ଅଜ୍ଞାନତା । ତେଣୁ ପରମାତ୍ମା କହନ୍ତି, ""ମୋ ଦ୍ୱାରା କଥିତ ଜ୍ଞାନକୁ ଭଲଭାବରେ ମନନ ଚିନ୍ତନ କର; ତାପରେ ତୁମକୁ ଯାହା ଭଲ ଲାଗିବ ତାହା କର ।'' ବିମୃଣୈତବଶେଷେଣ ଯଥେଚ୍ଛସି ତଥା କୁରୁ ।ାଗୀ-୧୮/୬୩ ।ା

ପରମାତ୍ମାଙ୍କ ଦ୍ୱାରା କଥିତ ପ୍ରତ୍ୟେକ ମହାବାକ୍ୟ ଅତ୍ୟନ୍ତ ଗୂଢ଼ ଅର୍ଥଯୁକ୍ତ ଓ ରହସ୍ୟମୟ । କାରଣ ଏହା ପ୍ରଚଳିତ ଲୋକ ବିଶ୍ୱାସ ଓ ଶାସ୍ତ୍ରାଦି ଜ୍ଞାନର ବହିର୍ଭୂତ ଅଟେ । ରୁଢ଼ିବାଦୀ ମନୁଷ୍ୟ ପାଇଁ ଏହା ବୋଧଗମ୍ୟ ନୁହେଁ । ଏଭଳି ମନୁଷ୍ୟକୁ ଗୀତାରେ ମୂଢ଼, ଅବିବେକୀ, ନିର୍ବୋଧ ଆଦି ଶବ୍ଦରେ ଭର୍ସନା କରାଯାଇଛି । ଗୀତା ଜ୍ଞାନ ବା ଈଶ୍ୱରୀୟ ମହାବାକ୍ୟରେ ଥିବା ନିଗୂଢ଼ ତ୍ୱକୁ ବୁଝିବା ପାଇଁ ହେଲେ ପୂର୍ବାଗ୍ରହ ଶୂନ୍ୟ ଅବୋଧ ଶିଶୁ ଭଳି ନିରଭିମାନୀ ହେବା ଉଚିତ । ନିଜ ବକ୍ତବ୍ୟର ଗୁରୁତ୍ୱ ପ୍ରତିପାଦନ କରିବାକୁ ଯାଇ ପରମାତ୍ମା ଗୁହ୍ୟତମ(୯/୧); ରାଜ ଗୁହ୍ୟମ(୯/୨) ପରମ ବଚନ (୧୦/୧); ସର୍ବ ଗୁହ୍ୟତମ(୧୧/୬୪) ପଦ ଗୁଡିକର ବ୍ୟବହାର କରିଛନ୍ତି । ସାଧାରଣତଃ ଦେଖାଯାଏ ଯେ ଶ୍ରେଣୀ ପ୍ରକୋଷ୍ଠେରେ ଶିକ୍ଷକ କୌଣସି ଗୂଢ଼ ବିଷୟ ଉପସ୍ଥାପନ କରିବା ପୂର୍ବରୁ ଛାତ୍ରମାନଙ୍କୁ ""ଧ୍ୟାନ ଦିଅ''(ଇଗ୍ଧଗ୍ଧରଦ୍ଭଗ୍ଧସକ୍ଟଦ୍ଭ କ୍ଟ୍ରକ୍ଷରବଗ୍ଦର), ""ମନ ଦେଇ ଶୁଣ''(ଖସଗ୍ଦଗ୍ଧରଦ୍ଭ ଜ୍ଞର ମବକ୍ସରଲଙ୍କକ୍ଷକ୍ଷଚ୍ଚ) ଆଦି ବ୍ୟାକ୍ୟାଂଶ ବ୍ୟବହାର କରନ୍ତି । ପରମାତ୍ମା ହେଉଛନ୍ତି ପରମ ଶିକ୍ଷକ । ସେ ମାନବ ସମାଜକୁ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ (ରାଜ ବିଦ୍ୟା) ଶିକ୍ଷା ଦେବା ପାଇଁ ସୃଷ୍ଟିରେ ଅବତୀର୍ଣ୍ଣ ହୋଇଛନ୍ତି । ସେ ନିଜର ପ୍ରିୟ ଆତ୍ମିକ ସନ୍ତାନମାନଙ୍କର କଲ୍ୟାଣ ଚାହାନ୍ତି । ତେଣୁ ଯେଉଁ ବିଷୟ ପ୍ରତ୍ୟେକ ଆତ୍ମା ପାଇଁ କଲ୍ୟାଣପ୍ରଦ ଏବଂ ଯେଉଁ ଜ୍ଞାନ ଅଭାବରେ ମନୁଷ୍ୟ ଆଜି ପତିିତ ହୋଇଛି ତାହା ସେ ଅତ୍ୟନ୍ତ ସ୍ନେହ ବଶତଃ କହିବାକୁ ଚାହାନ୍ତି । ""ଯେହଂ ପ୍ରୀୟମାଣାୟ ବକ୍ଷ୍ୟାମି ହିତକାମ୍ୟୟା''ା ଗୀ ୧୦/୧ାା ଓ ""ଇଷ୍ଟୋସି ମେ ଦୃଢ଼ମିତି ତତୋ ବକ୍ଷ୍ୟାମି ତେ ହିତମ୍ '' ।ା୧୮/୬୪ାା ଏହି ମହାବାକ୍ୟ ଦ୍ୱୟରୁ ପରମାତ୍ମାଙ୍କ ମନୁଷ୍ୟମାନଙ୍କ ପ୍ରତି ଥିବା ଅତ୍ୟନ୍ତ ସ୍ନେହର ଝଲକ ମିଳେ । ଗୀତାଜ୍ଞାନ (ଈଶ୍ୱରୀୟ ମହାବାକ୍ୟ) ମନୁଷ୍ୟକୃତ ସାଂପ୍ରଦାୟିକ ମତବାଦର ଉଦ୍ଧ୍ୱର୍ରେ । ପରମାତ୍ମା କୌଣସି ସାଂପ୍ରଦାୟିକ ମତବାଦ ପ୍ରଣୟନ କରିବାକୁ ସୃଷ୍ଟିରେ ଆବିର୍ଭାବ ହୁଅନ୍ତି ନାହିଁ । ତେଣୁ ସାଂପ୍ରଦାୟିକ ମତବାଦ, ଲୋକାଚାର, ଦେଶାଚାର, ଶାସ୍ତ୍ରଜ୍ଞାନରୁ ଉଦ୍ଧ୍ୱର୍କୁ ଉଠି ନିଷ୍ପକ୍ଷ ଓ ନିଃସନ୍ଦେହ ହୋଇ ଈଶ୍ୱରୀୟ ଜ୍ଞାନକୁ ଅନୁସରଣ କଲେ ତାହା ପ୍ରତ୍ୟେକ ମାନବାତ୍ମାଙ୍କ ପରମପଦ ପ୍ରାପ୍ତିର କାରଣ ହେବ ।

ପରମାତ୍ମାଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଅଭାବ ହେତୁ ବେଦାଦି ଶାସ୍ତ୍ର ପୁରାଣରେ ମନୁଷ୍ୟ ତାଙ୍କୁ ଏକ ଲୋକାତୀତ ରହସ୍ୟ ରୂପରେ ବର୍ଣ୍ଣନା କରିଛି । ପରମାତ୍ମା ଯେତେବେଳେ ସୃଷ୍ଟିରେ ସାକ୍ଷାତ ପ୍ରକଟ ହୁଅନ୍ତି ସେତେବେଳେ ସେ ନିଜକୁ ପ୍ରତ୍ୟେକ ମନୁଷ୍ୟାତ୍ମାର ପରମପିତା ପରମ ଶିକ୍ଷକ ଓ ପରମଗୁରୁ ରୂପରେ ପରିଚୟ ଦିଅନ୍ତି । ସେ ମାନବାତ୍ମାମାନଙ୍କୁ ଆଦେଶ ଦିଅନ୍ତି – ""ମୋର ଭକ୍ତ ହୁଅ, ମୋଠାରେ ମନୋନିବେଶ କର । ମୋର ଉପାସକ ହୁଅ । ମୋତେ ନମସ୍କାର କର ଏବଂ ସମସ୍ତ ଧର୍ମ ପରିତ୍ୟାଗ କରି ମୋର ଶରଣାପନ୍ନ ହୁଅ । ଏପରି କରିବା ଦ୍ୱାରା ତୁମେ ସମସ୍ତ ପାପରୁ ମୁକ୍ତ ହୋଇ ମୋତେ ପ୍ରାପ୍ତ ହେବ ।'' ଏହା ହେଉଛି ପରମାତ୍ମାଙ୍କ ପରମ ଆଶ୍ୱାସନା (ମା ଶୁଚଃ ୧୮/୬୬) ଓ ଦୃଢ଼ ପ୍ରତିଜ୍ଞା (ସତ୍ୟଂତେ ପ୍ରତିଜାନେ....୧୮/୬୫) । ଏହା ହେଉଛି ପରମାତ୍ମାଙ୍କ ଦ୍ୱାର କଥିତ ଗୁହ୍ୟରୁ ଗୁହ୍ୟତର ଜ୍ଞାନ (୧୮/୬୩) ଏବଂ ସବୁଠାରୁ ଗୁହ୍ୟତମ ବଚନ (୧୮/୬୪) । ପରମାତ୍ମା ହେଉଛନ୍ତି ଆମର ପାରଲୌକିକ ପିତା । ତାଙ୍କୁ ପରମପିତା ରୂପରେ ଭକ୍ତି କଲେ ଶକ୍ତି ମିଳେ । ଈଶ୍ୱୀରୀୟ ମହାବାକ୍ୟକୁ ନିଃସନ୍ଦେହରେ ଓ ନିର୍ବିବାଦେରେ ପ୍ରେମପୂର୍ବକ ପାଳନ କରିବା ହେଉଛି ଯଥାର୍ଥ ପରମାତ୍ମା ଭକ୍ତି । ରାମାୟଣ ଗ୍ରନ୍ଥ ଅନୁସାରେ ପିତୃସତ୍ୟ ପାଳନ କରିବାକୁ ରାମଚନ୍ଦ୍ର ସହର୍ଷ ୧୪ ବର୍ଷ ବନବାସ କରିଥିଲେ । ଏଭଳି ପିତୃଭକ୍ତିର ପଟାନ୍ତର ନାହିଁ । ପରମାତ୍ମାଙ୍କୁ ପରମ ପିତା ମାନିବାର ଅର୍ଥ ଜାତି, ବର୍ଣ୍ଣ, ଭାଷା, ରାଷ୍ଟ୍ରୀୟତା ଓ ଲିଙ୍ଗ ନିର୍ବିଶେଷରେ ସମସ୍ତ ମାନବାତ୍ମାଙ୍କୁ ନିଜର ଆତ୍ମିକ ଭାଇ ମନେ କରିବା । କାରଣ ଏକ ପରମାତ୍ମାଙ୍କ ସନ୍ତାନ ହିସାବରେ ପ୍ରତ୍ୟେକ ମାନବାତ୍ମା ପରସ୍ପର ଭାଇଭାଇ । ଏହିପରି ବିଶ୍ୱ ଭାତୃତ୍ୱ ଭାବନା ଦ୍ୱାରା ସମଗ୍ର ବସୁଧା ଏକ କୁଟୁମ୍ବରେ ପରିଣତ ହେବ । ବସୁଧୈବ କୁଟୁମ୍ବକମ୍ । ଏହାହିଁ ହେଉଛି ଯଥାର୍ଥରେ ଈଶ୍ୱର ଭକ୍ତି । ପରମାତ୍ମା ପରମ ଶିକ୍ଷକ ରୂପରେ ଜ୍ଞାନ ପ୍ରଦାନ କରନ୍ତି । "ମନ୍ମ୍ନା'ର ଅର୍ଥ ସାକ୍ଷାତ ତାଙ୍କ ଦ୍ୱାରା ପ୍ରଦ ଈଶ୍ୱରୀୟ ଜ୍ଞାନର ମନନ କରି ତାଙ୍କୁ ଯଥା ସମୟରେ ବ୍ୟବହାରିକ ଜୀବନରେ ପ୍ରୟୋଗ କରିବା । ସଂସାର ହେଉଛି ଏକ ପରୀକ୍ଷାଗାର ଓ ପ୍ରୟୋଗ ଶାଳା । ସାଂସାରିକ ଜୀବନରେ ମନୁଷ୍ୟ ଅନେକ ବିଷମ ପରୀକ୍ଷାର ସମ୍ମୁଖୀନ ହୁଏ । ଉପଯୁକ୍ତ ଶିକ୍ଷାର ଅଭାବରେ ସେ କିଂକର୍ବ୍ୟ ବିମୂଢ଼ ହୋଇ ପଡେ । ଏପରି ସମୟରେ ଈଶ୍ୱରୀୟ ଶିକ୍ଷା ମନୁଷ୍ୟର ସମସ୍ତ ପ୍ରକାର ସମସ୍ୟାର ସମାଧାନ କରେ ଓ ସେ ଲକ୍ଷ୍ୟ ପ୍ରାପ୍ତିରେ କୃତକାର୍ଯ୍ୟ ହୁଏ । "ମଦ୍ୟାଜୀ' ବା ମୋର ଉପାସକ ହୁଅର ଅର୍ଥ ହେଉଛି ପରମ ସଦଗୁରୁ ପରମାତ୍ମାଙ୍କ ସେବା କାର୍ଯ୍ୟରେ ତନୁ, ମନ, ଧନ ସହିତ ନିଜକୁ ସମର୍ପିତ କରିବା । ଗୁରୁ ତାଙ୍କ ଶିଷ୍ୟକୁ ସତ୍ ମାର୍ଗରେ ପରିଚାଳିତ ହେବାକୁ ଉପଦେଶ ଦିଅନ୍ତି । ପରମାତ୍ମା ହେଉଛନ୍ତି ଗୁରୁମାନଙ୍କର ଗୁରୁ; ତେଣୁ ସେ ଗୁରୁ ଶ୍ରେଷ୍ଠ । ମାନବ ସମାଜକୁ ସତ୍ ମାର୍ଗରେ ପରିଚାଳିତ କରିବା ପାଇଁ ସେ ପାପମୟ ସଂସାରରେ ଅବତୀର୍ଣ୍ଣ ହୁଅନ୍ତି । ତେଣୁ ତାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗର ଅନୁସରଣ କରିବା ହେଉଛି ସର୍ବ ଶ୍ରେଷ୍ଠ ଉପାସନା । ପରମାତ୍ମାଙ୍କ ସହିତ ଆତ୍ମିକ ସମ୍ବନ୍ଧ ସ୍ଥାପନ କରିବା ଦ୍ୱାରା ମନୁଷ୍ୟ ମଧ୍ୟରେ ଥିବା କାମ କ୍ରୋଧାଦି ସମସ୍ତ ମନୋବିକାର ଦୂରୀଭୂତ ହୋଇଯାଏ । ସ୍ୱ ପରିବର୍ନ ଦ୍ୱାରା ବିଶ୍ୱ ପରିବର୍ନର ଆଧାର ହେବା ହେଉଛି ଈଶ୍ୱରୀୟ ସେବା । ଏହିପରି ସତ୍ପିତା, ସତ୍ଶିକ୍ଷକ ଓ ସତ୍ଗୁରୁଙ୍କୁ ନମସ୍କାର କରିବା ଉଚିତ । ଯୋଡ ହସ୍ତରେ ନମସ୍କାର କରାଯାଏ । ହସ୍ତ ହେଉଛି କ୍ରିୟା ଶକ୍ତିର ପ୍ରତୀକ । ନମସ୍କାର ହେଉଛି ନମ୍ରତା ଓ ସମର୍ପଣ ସୂଚକ । ନିରହଙ୍କାର, ନିରଭିମାନୀ, ନିର୍ବିକାରୀ ଓ ନିମି ଭାବରେ ପରମାର୍ଥ ପାଇଁ କର୍ମ କରିବା ହେଉଛି ପରମାତ୍ମାଙ୍କ ପ୍ରତି ଯଥାର୍ଥ ନମସ୍କାର ।

ସମସ୍ତ ଧର୍ମ ପରିତ୍ୟାଗ ପୂର୍ବକ ସର୍ବତୋଭାବରେ ପରମାତ୍ମାଙ୍କ ଶରଣାପନ୍ନ ହେବା ଦ୍ୱାରା ମନୁଷ୍ୟ ସମସ୍ତ ପାପରୁ ମୁକ୍ତ ହୋଇଯାଏ । ଏଥିରେ ସନ୍ଦେହର କୌଣସି କାରଣ ନାହିଁ । ଆଲୋଚ୍ୟ ପ୍ରକରଣରେ ଏହା ହେଉଛି ଶେଷ କଥା । ପୂର୍ବରୁ ସ୍ୱଧର୍ମ ଅର୍ଥ ନିୟତ କର୍ମ ବୋଲି କୁହାଯାଇଛି । ଗୀତାରେ କର୍ମ ତ୍ୟାଗ କଥା କେଉଁଠି ମଧ୍ୟ କୁହାଯାଇ ନାହିଁ । ତେଣୁ ""ସର୍ବଧର୍ମାନ୍ ପରିତ୍ୟଜ୍ୟର'' ଅର୍ଥ କର୍ମ ତ୍ୟାଗ ବୋଲି ଯେଉଁମାନେ ଅର୍ଥ କରନ୍ତି ସେମାନେ ଗୀତାକୁ ଭଲଭାବରେ ବୁଝି ପାରି ନାହାନ୍ତି ବୋଲି ମନେ ହୁଏ । ଏପରି ଅର୍ଥ ଏଠାରେ କଦାପି ପ୍ରଯୁଜ୍ୟ ନୁହେଁ । ସ୍ୱଧର୍ମ ପାଳନ କଲେ ମନୁଷ୍ୟ ପୁଣ୍ୟବାନ ହୁଏ । ଅନ୍ୟପକ୍ଷରେ ସମସ୍ତ ଧର୍ମର ପରିତ୍ୟାଗ ଦ୍ୱାରା ପାପକ୍ଷୟ ହୁଏ ବୋଲି କୁହାଯାଇଛି । ଏଠାରେ ଏହା ପ୍ରଣିଧାନ ଯୋଗ୍ୟ ଯେ ଉକ୍ତ ମହାବାକ୍ୟରେ "ଧର୍ମ' ଶବ୍ଦ ପୂର୍ବରୁ "ସ୍ୱ' ପରିବେର୍ "ସର୍ବ' ପଦ ଯୁକ୍ତ ହୋଇଛି । ଈଶ୍ୱରୀୟ ଅବତରଣ କରିବା ପୂର୍ବରୁ ମନୁଷ୍ୟ ଯେଉଁସବୁ କର୍ମକାଣ୍ଡୀୟ ରୀତି-ନୀତି ଦେଶାଚାର, ଲୋକାଚାରକୁ ଧର୍ମ ନାମରେ ପାଳନ କରୁଥିଲା ସେ ସବୁକୁ ପରମାତ୍ମା ଏଠାରେ "ସର୍ବ ଧର୍ମାନ୍ ' ବୋଲି କହିଛନ୍ତି । ପୂର୍ବରୁ ସେ କର୍ମକାଣ୍ଡୀୟ ପୂଜା ବିଧିକୁ "ଅବିଧି' ବୋଲି କହିଥିଲେ । ଯଜନ୍ତ୍ୟ ବିିଧିପୂର୍ବକମ୍ । ସେଗୁଡିକ ପାଳନ ଦ୍ୱାରା ମନୁଷ୍ୟ କ୍ରମଶଃ ପତିିତ ହୋଇ ଆସିଛି । ତେଣୁ ମନୁଷ୍ୟକୃତ ସମସ୍ତ ସାଂପ୍ରଦାୟିକ ଧର୍ମକୁ ପରିତ୍ୟାଗ କରି ଧର୍ମ ସଂସ୍ଥାପନ ପାଇଁ ସାକ୍ଷାତ ଅବତୀର୍ଣ୍ଣ ପରମାତ୍ମାଙ୍କ ଶରଣାପନ୍ନ ହେବା ପାଇଁ ଗୀତା ନିର୍ଦ୍ଧେଶ ଦିଏ । ତମେବ ଶରଣଂ ଗଚ୍ଛ ..... ।ା୧୮/୬୨ାା ଏହା ଦ୍ୱାରା ମନୁଷ୍ୟ ସମସ୍ତ ପାପରୁ ମୁକ୍ତ ହୋଇ ପରାଶକ୍ତି ଓ ଅବିନାଶୀ ପରମ ପଦ ପ୍ରାପ୍ତ ହୁଏ ।

ସ୍ୱଧର୍ମ ପାଳନ ଓ ପରଧର୍ମ ତ୍ୟାଗ କରିବା ଉଚିତ ବୋଲି ଗୀତା କହେ । କାମ କ୍ରୋଧାଦି ଦୈହିକ ଧର୍ମ ଓ ଉପାସନା ଭେଦରେ ବିଭିନ୍ନ ସାଂପ୍ରଦାୟିକ ଧର୍ମ ହେଉଛି ଆତ୍ମା ପାଇଁ ପରଧର୍ମ । ଯାହା ସ୍ୱଭାବ ଦ୍ୱାରା ନିୟତ ନୁହେଁ ତାହା ମଧ୍ୟ ପରଧର୍ମ । ""ସର୍ବ ଧର୍ମାନ୍ ପରିତ୍ୟଜ୍ୟ'' ବାକ୍ୟରେ ପରଧର୍ମ ତ୍ୟାଗ କରିବା ପାଇଁ କୁହାଯାଇଛି । ଦେହ ଅଭିମାନ ବଶତଃ ମନୁଷ୍ୟ ପାପକର୍ମରେ ଲିପ୍ତ ହୁଏ । ତେଣୁ ଦେହାଭିମାନ ତ୍ୟାଗ ନ କରିବା ପର୍ଯ୍ୟନ୍ତ ପାପମୁକ୍ତ ହେବା ସମ୍ଭବ ନୁହେଁ । ଦେହ ଅଭିମାନ ହେତୁ ମନୁଷ୍ୟ ସର୍ବତୋ ଭାବରେ ପରମାତ୍ମାଙ୍କ ଶରଣାପନ୍ନ ହୋଇ ପାରେ ନାହିଁ । ପରମାତ୍ମା ଅଶରୀରୀ ହୋଇଥିବାରୁ ତାଙ୍କ ସହିତ କେବଳ ମନୋମିଳନ ସମ୍ଭବ । ତେଣୁ ମନୁଷ୍ୟକୁ ଦେହ ସହିତ ସମସ୍ତ ପ୍ରକାର ଦୈହିକ ସମ୍ବନ୍ଧରୁ ଉଦ୍ଧ୍ୱର୍କୁ ଉଠି ଆତ୍ମିକ ସ୍ୱରୂପରେ (ସ୍ୱଧର୍ମରେ )ସ୍ଥିତ ହେବାକୁ ପଡିବ । ଆତ୍ମ ସଚେତନା ହିଁ ପରମାତ୍ମା ଅନୁଭୂତି ପାଇଁ ପଥ ପ୍ରଦର୍ଶନ କରେ । (ଝକ୍ଟଙ୍କକ୍ଷ ମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ କ୍ଷରବୟଗ୍ଦ ଗ୍ଧକ୍ଟ ଏକ୍ଟୟ ମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ .)

 

କ୍ସ




Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର