ପଦଶୋଽଧ୍ୟାୟଃ

ପୁରୁଷୋମଯୋଗଃ

ସଂସାର ରୂପକ ଅଶ୍ୱତ୍ଥ ବୃକ୍ଷ

ଉର୍ଦ୍ଧମୂଳମଧଃ ଶାଖମଶ୍ୱଂ ପ୍ରାହୁରବ୍ୟୟମ ।

ଛନ୍ଦାଂସି ଯସ୍ୟ ପର୍ଣ୍ଣାନି ଯସ୍ତଂ ବେଦ ସ ବେଦବିତ୍ ।ା୧ାା

ଅଧଶ୍ଚୋଦ୍ଧ୍ୱର୍ଂ ପ୍ରସୃତାସ୍ତସ୍ୟ ଶାଖା 

      ଗୁଣପ୍ରବୃଦ୍ଧା ବିଷୟପ୍ରବାଳାଃ ।

ଅଧଶ୍ଚମୂଳାନ୍ୟନୁସନ୍ତତାନି 

      କର୍ମାନୁବନ୍ଧାନି ମନୁଷ୍ୟଲୋକେ ।ା୨ାା

ନ ରୂପମସ୍ୟେହ ତଥୋପଲଭ୍ୟତେ 

      ନାନ୍ତୋନ ଚାଦିର୍ନ ଚ ସମ୍ପ୍ରତିଷ୍ଠା ।

ଅଶ୍ୱତ୍ଥମେନଂ ସୁବିରୂଢ଼ମୂଳ ମସଙ୍ଗ 

        ଶସ୍ତ୍ରେଣଦୃଢ଼େନ ଛି୍ୱା ।ା୩ାା

ଅର୍ଥ : ଉଦ୍ଧ୍ୱର୍ମୂଳ ଓ ଅଧଃଶାଖାଯୁକ୍ତ ସଂସାର ରୂପକ ଅଶ୍ୱ ବୃକ୍ଷକୁ ଅବିନାଶୀ କୁହନ୍ତି । ବେଦର ମହାବାକ୍ୟ ଗୁଡିକ ଏହାର ପତ୍ର ତୁଲ୍ୟ । ଏପରି ସଂସାର ବୃକ୍ଷକୁ ଯେ ଜାଣନ୍ତି, ସେ ବେଦବା ଅଟନ୍ତି ।ା ୧ାା ଗୁଣଗୁଡିକ ଦ୍ୱାରା ପ୍ରବୃଦ୍ଧ ଓ ବିଷୟରୂପୀ ପଲ୍ଲବ ଯୁକ୍ତ ଏହି ସଂସାର ରୂପକ ଅଶ୍ୱ ବୃକ୍ଷର ଶାଖାଗୁଡିକ ଅଧଃ ଓ ଉଦ୍ଧ୍ୱର୍ ଭାଗରେ ବ୍ୟାପି ରହିଛି । କର୍ମବନ୍ଧନ ଉପôନ୍ନକାରୀ ଏହାର ଚେର ସବୁ ମନୁଷ୍ୟଲୋକରେ ନିମ୍ନ ଦିଗରେ ବିସ୍ତୃତ ହୋଇଅଛି ।ା୨ାା ଏହି ବୃକ୍ଷର ପ୍ରକୃତ ସ୍ୱରୂପ ଦୃଷ୍ଟିଗୋଚର ହୁଏ ନାହିଁ, କାରଣ ଏହାର ଆଦି, ଅନ୍ତ ଓ ସ୍ଥିତି ନାହିଁ । ଏହି ସୁଦୃଢ଼ ମୂଳଯୁକ୍ତ ସଂସାର ରୂପୀ ଅଶ୍ୱ ବୃକ୍ଷକୁ ବୈରାଗ୍ୟ ରୂପକ ଶକ୍ତିଶାଳୀ ଅସ୍ତ୍ର ଦ୍ୱାରା ଛେଦନ କରି – ।ା ୩ ।ା

ବ୍ୟାଖ୍ୟା : ମାୟାବାଦୀ କର୍ମ ସନ୍ୟାସୀଗଣଙ୍କ ମତରେ ଏ ସଂସାର ହେଉଛି ଏକ ଭ୍ରମ (ଓକ୍ଷକ୍ଷଙ୍କଗ୍ଦସକ୍ଟଦ୍ଭ) । ଏହା ସ୍ୱପ୍ନବତ୍ ଅଳୀକ ଓ ମରୁଭୂମିର ମରୀଚିକା ସଦୃଶ ଅବାସ୍ତବ । କିନ୍ତୁ ଗୀତା ଅନୁସାରେ ଜଗତ୍ ମିଥ୍ୟା ନୁହେଁ । ଏହାର ଇତିହାସ ଓ ଭୂଗୋଳ ଏକ ନିର୍ଦ୍ଧିଷ୍ଟ ନିୟମ ଦ୍ୱାରା ପରିଚାଳିତ । ଏହାର ଆଦି; ମଧ୍ୟ ଓ ଅନ୍ତ ବିଷୟରେ ମନୁଷ୍ୟ ଜାଣି ନ ଥିବାରୁ ଏହାକୁ ମାୟା ବୋଲି କହେ । ମନୁଷ୍ୟ ଅଳ୍ପଜ୍ଞ । ପରମାତ୍ମା ସର୍ବଜ୍ଞ । କାରଣ ସମୟର ଏ ତିନୋଟି ଦୃଶ୍ୟ ସହିତ ସେ ସମ୍ପୂର୍ଣ୍ଣ ପରିଚିତ । ସେ ଆଦି, ମଧ୍ୟ ଓ ଅନ୍ତ ରହିତ । ତେଣୁ ତାଙ୍କୁ ଅନାଦି, ଆଦିମୂଳ ଓ ଅନନ୍ତ କୁହାଯାଏ ।

ସଂସାରର ସ୍ପଷ୍ଟ ଚିତ୍ର ପ୍ରଦାନ କରିବା ଉଦ୍ଧେଶ୍ୟରେ ପରମାତ୍ମା ଏହାକୁ ଏକ ବିରାଟ ଅଶ୍ୱ ବୃକ୍ଷ ସହିତ ତୁଳନା କରିଛନ୍ତି । ସାଧାରଣ ବୃକ୍ଷଠାରୁ ଏହା କେବଳ ଗୋଟିଏ ଗୁଣରେ ଭିନ୍ନ । ବୃକ୍ଷମାନଙ୍କର ମୂଳ ସାଧାରଣତଃ ତଳକୁ ଓ ଶାଖା ପ୍ରଶାଖା ଉପରକୁ ଲମ୍ବିଥାଏ । କିନ୍ତୁ ଏ ସଂସାର ରୂପକ ବୃକ୍ଷର ମୂଳ ଉଦ୍ଧ୍ୱର୍କୁ ଓ ଡାଳପତ୍ର ସବୁ ନିମ୍ନଭାଗକୁ ବିସ୍ତାରିତ । ଏହାର ମୂଳ ହେଉଛନ୍ତି ପରମାତ୍ମା । ଉଦ୍ଧ୍ୱର୍ମୂଳଃ । ଏହା ପରମାତ୍ମାଙ୍କ ସର୍ବୋଚ୍ଚତାକୁ ନିର୍ଦ୍ଧେଶ କରେ । ସଂସାର (ଜଗତ) ସତ୍ୟ ଓ ବାସ୍ତବ ହେଲେ ମଧ୍ୟ ଏହା କାଳ (ସମୟ) ଦ୍ୱାରା ପରିଚାଳିତ ହେଉଥିବାରୁ ପରିବର୍ନଶୀଳ । ଓଡ଼ିଆ ଭାଗବତେରେ କୁହାଯାଇଛି,""କାଳର ବଶ ଏ ଜଗତ । ପ୍ରାଣୀଏ କାଳର ଆୟ । ସେ କାଳ ବଶେ ସର୍ବେ ଚଳି । ପବନେ ଯେହ୍ନେ ଘନାବଳୀ ।'' ସଂସାରର ଗତିଶୀଳତା ଗୁଣ ହେତୁ ଏହାକୁ ଅଶ୍ୱ ବୃକ୍ଷ ସହିତ ତୁଳନା କରାଯାଇଛି । "ଶ୍ୱ' ଶବ୍ଦର ଅର୍ଥ ହେଉଛି ସକାଳ । ""ଶ୍ୱସ୍ଥିଷ୍ଠତୀତି ଶ୍ୱ''ା ଯାହା ସକାଳ ଯର୍ଯ୍ୟନ୍ତ ସ୍ଥିର ରହେ ତାହା ଶ୍ୱ । ""ନ ଶ୍ୱସ୍ଥିଷ୍ଠତୀତି ଅଶ୍ୱଃ ।'' ଯାହା ସକାଳ ପର୍ଯ୍ୟନ୍ତ ସ୍ଥିର ରହେ ନାହିଁ ତାକୁ ""ଅଶ୍ୱ'' କୁହାଯାଏ । ସଂସାର ସହିତ ସମ୍ବନ୍ଧିତ ପ୍ରତ୍ୟେକ ବ୍ୟକ୍ତି, ବସ୍ତୁ, ବୈଭବ, ଘଟଣା ଆଦି ନିତ୍ୟ ପରିବର୍ନଶୀଳ ।

କଠୋପନିଷଦରେ ମଧ୍ୟ ସଂସାରକୁ ଅଶ୍ୱ ବୃକ୍ଷ ସହିତ ତୁଳନା କରାଯାଇଛି । ""ଉଦ୍ଧ୍ୱର୍ମୂଳୋଽବାକ୍ଶାଖା ଏଷୋଽଶ୍ୱଃ ସନାତନଃ ''ା ପୌରାଣିକ ଗ୍ରନ୍ଥରେ ସଂସାର ରୂପକ ବୃକ୍ଷର ଏକ ସୁନ୍ଦର ଚିତ୍ର ପରିକଳ୍ପନା କରାଯାଇ କୁହାଯାଇଛି ଯେ –

ଅବ୍ୟକ୍ତ ମୂଳ ପ୍ରଭବ ସ୍ତସୈ୍ୟବାନୁଗ୍ରହୋିତଃ ।

ବୁଦ୍ଧି ସ୍କନ୍ଧ ମୟଶ୍ଚୈବ ଇନ୍ଦ୍ରିୟାନ୍ତର କୋଟରଃ ।ା

ମହାଭୂତ ବିଶାଖଶ୍ଚ ବିଷୟୈଃ ପତ୍ରବାଂସ୍ତଥା ।

ଧର୍ମାଧର୍ମ ସୁପୁଷ୍ଠଶ୍ଚ ସୁଖ ଦୁଃଖ ଫଳୋଦୟଃ ।ା

ଆଜୀବ୍ୟଃ ସର୍ବ ଭୂତାନାଂ ବ୍ରହ୍ମବୃକ୍ଷ ସନାତନଃ ।

ଏତଦ୍ ବ୍ରହ୍ମବନଂ ଚୈବ ବ୍ରହ୍ମ ଚରତି ନିତ୍ୟଶଃ ।ା

ଏତଚ୍ଛିତ୍ୱା ଚ ଭିତ୍ୱା ଚ ଜ୍ଞାନେନ ପରମାସିନା ।

ତତଶ୍ଚାତ୍ମରତି ପ୍ରାପ୍ୟ ତସ୍ମାନ୍ମା ବର୍ତତେ ପୁନଃ ।ା

ଅର୍ଥ : ଏହି ସଂସାର ବୃକ୍ଷ ଅବ୍ୟକ୍ତରୂପ (ପରମାତ୍ମା) ମୂଳରୁ ଉପôନ୍ନ ଓ ତାଙ୍କ ଅନୁଗ୍ରହରେ ବୃଦ୍ଧି ପ୍ରାପ୍ତ ହୋଇଛି । ବୁଦ୍ଧି ହେଉଛି ଏହାର ପ୍ରଧାନ ଶାଖା; ଇନ୍ଦି୍ରୟଗଣ ହେଉଛନ୍ତି କୋଟର, ମହାଭୂତ ହେଉଛି ବିଭିନ୍ନ ଶାଖା ପ୍ରଶାଖା, ବିଷୟ ହେଉଛି ପତ୍ର ସମୂହ । ଧର୍ମ ଓ ଅଧର୍ମ ହେଉଛି ସୁନ୍ଦର ପୁଷ୍ପ ତଥା ସୁଖଦୁଃଖ ହେଉଛି ଏହାର ଫଳ ସଦୃଶ । ଏହିପରି ସମସ୍ତ ଭୂତଗଣ ଯାହାର ଆଶ୍ରୟରେ ଜୀବିକା ନିର୍ବାହ କରନ୍ତି ତାହା ଏହି ବ୍ରହ୍ମବୃକ୍ଷ ଅଟେ । ଏହା ହିଁ ବ୍ରହ୍ମ ବନ; ବ୍ରହ୍ମ ଏଇଠି ସଦା ବାସ କରନ୍ତି । ଏହିପରି ଏହି ବ୍ରହ୍ମ ବୃକ୍ଷକୁ ଜ୍ଞାନରୂପ ଶ୍ରେଷ୍ଠ ଖଡ୍ଗ ଦ୍ୱାରା ଚ୍ଛେଦନ ଓ ଭେଦନ କରି ଏବଂ ଆତ୍ମାରେ ପ୍ରୀତିଲାଭ କରି ସେଠାରୁ ପୁନର୍ବାର ପ୍ରତ୍ୟାବର୍ନ କରେ ନାହିଁ ।

ସଂସାର କ୍ଷଣଭଙ୍ଗୁର, ଅନିତ୍ୟ ଓ ନିତ୍ୟ ପରିବର୍ନଶୀଳ ହୋଇଥିବାରୁ ଏହାକୁ ଅଶ୍ୱ ବୃକ୍ଷ ସହିତ ତୁଳନା କରାଯାଇଛି । କିନ୍ତୁ ଏହା ମରୀଚିକା ବା ମୃଗତୃଷ୍ଣା ଭଳି ଭ୍ରମ ବା ମିଥ୍ୟା ନୁହେଁ । ଯାହା ଯେଉଁ ଦେଶ ଓ କାଳରେ ପ୍ରତୀତ ହୋଇ ମଧ୍ୟ ସେଠାରେ ତା'ର ଅସ୍ତିତ୍ୱ ନ ଥାଏ, ତାକୁ ମିଥ୍ୟା ବା ଭ୍ରମ କୁହାଯାଏ । ଏହି ସିଦ୍ଧାନ୍ତ ମରୀଚିକା ପ୍ରତି ପ୍ରଯୁଜ୍ୟ; କିନ୍ତୁ ସଂସାର ପାଇଁ ନୁହେଁ । କାରଣ ସଂସାରରେ ଏକ ନିର୍ଦ୍ଧଷ୍ଟ ଅବଧି ମଧ୍ୟରେ ଏହାର ଐତିହାସିକ ଘଟଣା ଓ ଭୌଗୋଳିକ ଅବସ୍ଥିତିର ଅବିକଳ ପୁନରାବର୍ନ ହେଉଥାଏ । ସଂସାରକୁ ଏକ ରଙ୍ଗମ ସହିତ ମଧ୍ୟ ତୁଳନା କରାଯାଇପାରେ । ଏହି ରଙ୍ଗମରେ ଅଭିନୀତ ବିଶ୍ୱନାଟକ (ଡକ୍ଟକ୍ସକ୍ଷୟ ଊକ୍ସବଜ୍ଞବ)ର ବିଭିନ୍ନ ଅଙ୍କରେ ବିଭିନ୍ନ ଦୃଶ୍ୟର ପଟ୍ଟ ପରିବର୍ନ ହୁଏ । ଯବନିକା ପରେ ପୁନଶ୍ଚ ପ୍ରଥମ ଅଙ୍କର ପ୍ରଥମ ଦୃଶ୍ୟରୁ ଏହି ନାଟକ ଅବିକଳ ପୂର୍ବପରି ପୁନରାବର୍ିତ ହୁଏ । କୁହାଯାଏ, ""ଇତିହାସର ପୁନରାବର୍ନ ହୁଏ ।'' ଅନ୍ୟ ଏକ ଉଦାହରଣ ସ୍ୱରୂପ ସଂସାରକୁ ନଦୀ ସହିତ ମଧ୍ୟ ତୁଳନା କରାଯାଇ ପାରେ । ନଦୀର ଜଳ ଚିର ପ୍ରବହମାନ । ଏହାର ଆରମ୍ଭ ଓ ଅନ୍ତ ହେଉଛି ସମୁଦ୍ର । ସେହିପରି ସଂସାର ମଧ୍ୟ ଚିିର ପ୍ରବହମାନ । ଜ୍ଞାନ ସାଗର ପରମାତ୍ମା ଏହାର ଆରମ୍ଭ ଓ ଅନ୍ତର କାରଣ । ଅର୍ଥାତ ପରାମାତ୍ମାଙ୍କ ଦ୍ୱାରା ସଂସାରର ସ୍ଥାପନା ଓ ବିନାଶ ଉଭୟ କାର୍ଯ୍ୟ ସମ୍ପାଦିତ ହୁଏ । କାଳର ଚକ୍ରାକାର ଗତିରେ ସଂସାର ପରିଚାଳିତ ହେଉଥିବାରୁ ଏହାର ଶେଷ ଓ ଆରମ୍ଭ ବିନ୍ଦୁ ଏକ ଅଟେ । ଅର୍ଥାତ ଏହାର ବିନାଶ ଓ ସ୍ଥାପନା ଏକକାଳୀନ ହୁଏ । ଜନ୍ମ ପରେ ମୃତୁ୍ୟ ଓ ମୃତୁ୍ୟ ପରେ ପୁନର୍ଜନ୍ମ ପରି ସଂସାର ସ୍ଥାପନା, ବିନାଶ ଓ ପୁନର୍ସ୍ଥାପନା ମଧ୍ୟ ଏକ ଧ୍ରୁବ ସତ୍ୟ ଅଟେ । ତେଣୁ ସଂସାର ମିଥ୍ୟା ବା ଭ୍ରମ ନୁହେଁ । ଏହା ଅବିନାଶୀ (ପ୍ରାହୁରବ୍ୟୟମ -ଗୀ-୧୫/୧) ଅଟେ ।

ସଂସାର ରୂପକ ଏହି ଅଶ୍ୱ ବୃକ୍ଷର ମୂଳ ଉଦ୍ଧ୍ୱର୍ରେ ଓ ଶାଖା ପ୍ରଶାଖା ନିମ୍ନ ଭାଗକୁ ପ୍ରସାରିତ ହୋଇଥିବାରୁ ଏହାକୁ "ଓଲଟା ବୃକ୍ଷ' ମଧ୍ୟ କୁହାଯାଏ । ସମସ୍ତ ଲୋକ ଉପରେ "ବ୍ରହ୍ମଲୋକ' ଅବସ୍ଥିତ । ତାହା ହେଉଛି ଉଭୟ ଆତ୍ମା ଓ ପରମାତ୍ମାଙ୍କ ନିବାସ ସ୍ଥାନ । କଳ୍ପ ଆରମ୍ଭରେ ଆତ୍ମାଗଣ ସେଠାରୁ ସଂସାରରେ (ଭୂପୃଷ୍ଠରେ) ଅବତରିତ ହୋଇ ଶରୀର ଧାରଣ କରନ୍ତି ଓ କଳ୍ପଶେଷ ପର୍ଯ୍ୟନ୍ତ ଜନ୍ମମରଣ ଚକ୍ରରେ ଘୂରି ବୁଲନ୍ତି । ସଂସାର କ୍ଷରଣଶୀଳ ହୋଇଥିବାରୁ ତା'ର ଗତି କ୍ରମଶଃ ବିନାଶ ଆଡକୁ ହେଉଥାଏ । ମନୁଷ୍ୟ ସମାଜରେ ବିଭିନ୍ନ ସମୟରେ ଯେତେବେଳେ ସାମାଜିକ, ରାଜନୈତିକ, ଚାରିତ୍ରିକ ସଙ୍କଟ ଉପୂଜେ ସେତେବେଳେ ପରମାଧାମରୁ କୌଣସି ନା କୌଣସି ମହାନ୍ ଆତ୍ମା ସୃଷ୍ଟିରେ ଅବତରିତ ହୁଅନ୍ତି । ସେମାନେ ସାମୟିକ ଭାବରେ ମାନବ ସମାଜର ତତ୍କାଳୀନ ସଙ୍କଟକୁ ଦୂର କରନ୍ତି । କିନ୍ତୁ କଳ୍ପର ଅନ୍ତିମ ଚରଣରେ ସୃଷ୍ଟିର ଅବସ୍ଥା ଏପରି ସଙ୍କଟାପନ୍ନ ହୋଇପଡେ ଯେ ସେତେବେଳେ କୌଣସି ମହାତ୍ମାମାନଙ୍କ ଦ୍ୱାରା ସୁଧାରିବା ଆଉ ସମ୍ଭବ ହୁଏ ନାହିଁ । ଏପରି ଏକ ସନ୍ଧିକ୍ଷଣର୍ରେଁ ଜରାଜୀର୍ଣ୍ଣ ସୃଷ୍ଟିର ମହାବିନାଶ ଓ ନୂତନ ସୃଷ୍ଟିର ପୁନଃସ୍ଥାପନା ପାଇଁ ପରମାତ୍ମାଙ୍କୁ ପରମଧାମରୁ ଓହ୍ଳାଇ ଆସିବାକୁ ପଡ଼େ । ଏହିପରି କଳ୍ପକଳ୍ପାନ୍ତର ଧରି ବିନାଶ ଓ ପୁନର୍ସ୍ଥାପନା କାର୍ଯ୍ୟ କେଉଁ ଅନନ୍ତକାଳରୁ ଚାଲିଆସୁଛି । ଏହା ଏକ ଚିରନ୍ତନ ପ୍ରକ୍ରିୟା । ତେଣୁଏହି ସଂସାର ଅନିତ୍ୟ ଓ କ୍ଷଣଭଙ୍ଗୁର ହୋଇ ମଧ୍ୟ ଅବ୍ୟୟ ଏବଂ ଅବିନାଶୀ । ବୀଜରୁ ବୃକ୍ଷ ଓ ବୃକ୍ଷରୁ ପୁନଶ୍ଚ ବୀଜ ଉପôି ହେଲା ଭଳି ବ୍ରହ୍ମଲୋକରୁ ସଂସାରର ଆରମ୍ଭ ହୋଇ ଶେଷରେ ସେଠାରେ ସମାପ୍ତ ହୁଏ । ଗୋଟିଏ ବୃର ଆରମ୍ଭ ଯେଉଁଠି, ଅନ୍ତ ମଧ୍ୟ ସେଇଠି । ସଂସାରର ସୃଷ୍ଟି, ସ୍ଥିତି ଓ ଲୟ କାଳର ଗତି ଅନୁସାରେ ପୁନରାବର୍ନ ହେଉଥିବାରୁ ଏହାର ଆଦି ଓ ଅନ୍ତ ଜଣା ପଡେ ନାହିଁ । କେବଳ ମନୁଷ୍ୟ ସମାଜରେ ଚାରିତ୍ରିକ, ସାମାଜିକ, ରାଜନୈତିକ, ଆର୍ଥିକ ଓ ଭୌଗୋଳିକ ଅବସ୍ଥାର ଉାନ,ପନ ଏବଂ ପରିବର୍ନ ଅନୁସାରେ ଏହାର ଆଦି ଓ ଅନ୍ତ ସ୍ଥିର କରାଯାଏ । 

ପରମାତ୍ମା ସୃଷ୍ଟିର ଆଦି ଓ ଅନ୍ତର ସନ୍ଧିକ୍ଷଣରେ ଅବତରଣ କରନ୍ତି । ଏହା ହେଉଛି କଳିଯୁଗ ଓ ସତ୍ୟଯୁଗର ସଙ୍ଗମ କାଳ । ପରମାତ୍ମା ଈଶ୍ୱରୀୟ ଜ୍ଞାନ(ଗୀତାଜ୍ଞାନ) ପ୍ରଦାନ କରି ପତିତ ମାନବାତ୍ମାମାନଙ୍କୁ ପବିତ୍ର ହେବାକୁ ପ୍ରେରିତ କରନ୍ତି । ରାଜଯୋଗର ଶିକ୍ଷା ଦେଇ କଳିଯୁଗୀ ଦୁଷ୍ପ୍ରବୃିଗୁଡିକୁ ବିନାଶ କରାନ୍ତି । ଈଶ୍ୱରୀୟ ଅବତରଣର ଏହି ମାହେନ୍ଦ୍ର କ୍ଷଣରେ ମନୁଷ୍ୟ ନିଜକୁ ଉମରୂପେ ଗଢ଼ି ତୋଳିବାର ପୁରୁଷାର୍ଥ ଲାଭ କରୁଥିବାରୁ ଏହାକୁ""ପୁରୁଷୋମ ସଙ୍ଗମ ଯୁଗ'' ବୋଲି କୁହାଯାଏ । ଏହି ଅବଧି ହେଉଛି ସୃଷ୍ଟିରୂପକ ବୃକ୍ଷର ""ବୀଜାବସ୍ଥା'' । ଜ୍ଞାନ ଜଳ ଓ ଯୋଗ ଉାପ ଦ୍ୱାରା ଏହି ବୀଜର ଅଙ୍କୁରୋଦ୍ଗମ ହୁଏ । ପ୍ରଜାପିତା ବ୍ରହ୍ମା ହେଉଛନ୍ତି ସୃଷ୍ଟି ବୃକ୍ଷର ପ୍ରଧାନ ଶାଖା (ଞକ୍ସଙ୍କଦ୍ଭଳ) । ତାଙ୍କ ମାଧ୍ୟମରେ ପରମାତ୍ମା ସୃଷ୍ଟିରେ ଅବତରଣ କରି ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ଶିକ୍ଷା ଦ୍ୱାରା ନୂତନ ବିଶ୍ୱର ନିର୍ମାଣ କରନ୍ତି । ସୃଷ୍ଟି ବୃକ୍ଷର ପ୍ରଧାନ ଶାଖା ହେଉଛି ସତ୍ୟ ଓ ତ୍ରେତାଯୁଗର ଦ୍ୟୋତକ । କାରଣ ଏହି ସମୟାବଧିରେ ସମଗ୍ର ବିଶ୍ୱରେ କେବଳ ଏକ ଧର୍ମ ମତର ପ୍ରଚଳନ ଥିଲା । ସେହି ଧର୍ମକୁ ଆଦି ସନାତନ ଦେବୀ ଦେବତା ଧର୍ମ ନାମରେ ନାମିତ କରାଯାଇପାରେ । ଦ୍ୱାପର ଯୁଗ ପ୍ରାରମ୍ଭରେ ଏହି ପ୍ରଧାନ ଶାଖାରୁ ବିଭିନ୍ନ ଶାଖା ପ୍ରଶାଖାର ଉଦ୍ଗମ ହେଲା । ଅର୍ଥାତ ସଂସାରରେ ବିଭିନ୍ନ ଧର୍ମ ସମ୍ପ୍ରଦାୟଗୁଡିକର ସ୍ଥାପନା ହେଲା । କଳିଯୁଗ ଶେଷ ପର୍ଯ୍ୟନ୍ତ ଏହି ବୃକ୍ଷଟି ଉରୋର ବୃଦ୍ଧି ପାଇ ଏକ ବିଶାଳଦ୍ରୁମରେ ପରିଣତ ହୋଇଯାଏ । ସଂସାରରେ କୌଣସି ବିଷୟ ଚିରସ୍ଥାୟୀ ନୁହେଁ । ଏକ ନିର୍ଦ୍ଧିଷ୍ଟ ଅବଧି ପରେ ବୃକ୍ଷ ଜୀର୍ଣ୍ଣ ହେବାକୁ ଲାଗେ; ପତ୍ର ସମୂହ ଝଡି ଯାଏ ଓ ଶେଷରେ ବୃକ୍ଷଟି ଶୁଷ୍କ ହୋଇପଡେ । ସୂଷ୍ମ ଅନୁଶୀଳନ କଲେ ଜଣାଯାଏ ଯେ ବର୍ମାନ ସଂସାର ବୃକ୍ଷରୁ ପତ୍ର ଝଡିବା ଆରମ୍ଭ ହେଲାଣି । ଏଥିପାଇଁ ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ପରମାତ୍ମା ନୂତନ ସୃଷ୍ଟି ପାଇଁ ଚାରା ପ୍ରସ୍ତୁତି କାର୍ଯ୍ୟରେ ଲାଗିଛନ୍ତି ।

 ଆଲୋଚ୍ୟ ପ୍ରକରଣରେ "ବେଦ'କୁ ସଂସାର ବୃକ୍ଷର ପତ୍ର ବୋଲି ବର୍ଣ୍ଣନା କରାଯାଇଛି । ଏଠାରେ ବେଦର ଅର୍ଥ ସୃଷ୍ଟିରୂପୀ ଅଶ୍ୱ ଗଛର(କଳ୍ପବୃକ୍ଷ) ଯଥାର୍ଥ ଜ୍ଞାନ ବୋଲି ବୁଝିବାକୁ ହେବ । ଏହାକୁ ଯିଏ ଜାଣେ ତାକୁ ହିଁ ବେଦ୍ବିତ୍ ବୋଲି କୁହାଯାଇଛି । ଗୋଟିଏ ବୃକ୍ଷର ମୂଳ ଖାଦ୍ୟ ଆହରଣ କରି ପତ୍ରକୁ ପଠାଏ । ପତ୍ରରେ ରନ୍ଧନ କ୍ରିୟା ହୁଏ । ପତ୍ର ବିନା ବୃକ୍ଷର ଜୀବନଧାରଣ ଓ ବିସ୍ତାର ସମ୍ଭବ ନୁହେଁ । ଆତ୍ମା ମୂଳତଃ ଜ୍ଞାନ ସ୍ୱରୂପ ଅଟେ । ଦେହାଭିମାନ ହେତୁ ବ୍ୟକ୍ତି ନିଜର ମୂଳ ସ୍ୱରୂପକୁ ଜାଣି ପାରେ ନାହିଁ । ତେଣୁ କାମକ୍ରୋଧାଦି ମନୋବିକାର ସମୂହ ଦ୍ୱାରା ପୀଡ଼ିତ ହୋଇ ଦୁଃଖ ପାଏ । ଈଶ୍ୱରୀୟ ଜ୍ଞାନ(ବେଦ) ଦ୍ୱାରା ବ୍ୟକ୍ତିର ଆତ୍ମସ୍ମୃତି ଫେରି ଆସେ । ପ୍ରଜାପିତା ବ୍ରହ୍ମାଙ୍କୁ ସୃଷ୍ଟି ବୃକ୍ଷର ମୂଳ ଶାଖା କହିବାର ତାପôର୍ଯ୍ୟ ହେଉଛି ତାଙ୍କଠାରୁ ଆଦି ସନାତନ ଦେବୀ ଦେବତା ଧର୍ମର ଆରମ୍ଭ ହୁଏ । ଦ୍ୱାପରଯୁଗରୁ ମାନବ ସମାଜ ଜାତି, ବର୍ଣ୍ଣ, ଧର୍ମ ଓ ସମ୍ପ୍ରଦାୟରେ ବହୁଧା ବିଭକ୍ତ ହେବାକୁ ଲାଗିଲା । ଏହାକୁ ସୃଷ୍ଟି ବୃକ୍ଷର ବିଭିନ୍ନ ଶାଖା ଓ ପ୍ରଶାଖା କୁହାଯାଇଛି ।

ଗୁଣତ୍ରୟର ସଙ୍ଗ ହେତୁ ସଂସାର ବୃକ୍ଷଟି ପଲ୍ଲବିତ ହୋଇ ବୃଦ୍ଧିପ୍ରାପ୍ତ ହୁଏ । ସ୍ୱ, ରଜ ଓ ତମ ଏହି ତିନିଗୁଣର ପ୍ରଭାବରେ ମନୁଷ୍ୟ ନାନାବିଧ କର୍ମ କରେ । ଏହା ମନୁଷ୍ୟଲୋକରେ ବନ୍ଧନର କାରଣ । ବୃକ୍ଷର ବିଭିନ୍ନ ଶାଖା ପ୍ରଶାଖାରେ ନବ ପଲ୍ଲବିତ କୋମଳ ପଲ୍ଲବ ଅତି ମନୋରମ ଦିଶେ । ମନୁଷ୍ୟମାନଙ୍କର ବିଷୟ ବାସନା ଏହି ପଲ୍ଲବ ସଦୃଶ । ଛେଳି କଅଁଳିଆ ପତ୍ର ଖାଇବାକୁ ଖୁବ ଭଲ ପାଏ । ବିଷୟ ଭୋଗୀ ଇନ୍ଦ୍ରିୟଗଣ ଛେଳି ସଦୃଶ । ଛେଳିକୁ ଯେତେ ଖାଇବାକୁ ଦେଲେ ମଧ୍ୟ ତାର ପେଟ ପୂରେ ନାହିଁ । ସେହିପରି ଇନ୍ଦ୍ରିୟ ସକଳ ବିଷୟଭୋଗରେ କେବେ ତୃପ୍ତ ହୁଅନ୍ତି ନାହିଁ । ବୃକ୍ଷର କେତେକ ଡାଳ ତଳକୁ ଓ କେତେକ ଡାଳ ଉପରକୁ ଲମ୍ବିଥାଏ । ସଂସାର ବୃକ୍ଷରେ ଏହା ସତ୍ ଏବଂ ଅସତ୍ ପ୍ରବୃିର ଦ୍ୟୋତକ । ସତ୍ ପ୍ରବୃି ଦ୍ୱାରା ମଣିଷ ଉଦ୍ଧ୍ୱର୍ଗାମୀ ହୁଏ ଅର୍ଥାତ "ଦେବତ୍ୱ' ଲାଭ କରେ । ଅସତ୍ ପ୍ରବୃି ଅଧଃପନର କାରଣ । ଏହା ମନୁଷ୍ୟକୁ ବିଭିନ୍ନ ପ୍ରକାର ପାପକର୍ମ, ହୀନ କର୍ମ, ବା ଭ୍ରଷ୍ଟ କର୍ମରେ ଲିପ୍ତ କରାଏ । ଏହାର ପରିଣାମ ସ୍ୱରୂପ ସେ ଇହ ଓ ପରକାଳରେ ଦୁଃଖ ଭୋଗ କରେ ।

ମନୁଷ୍ୟ ନିଜ ନିଜ ପ୍ରବୃି ଓ ଦୃଷ୍ଟିକୋଣ ଅନୁସାରେ ସଂସାରରେ ବ୍ୟକ୍ତି, ବସ୍ତୁ, ବୈଭବ ବା ଘଟଣା ସମୂହକୁ ଦେଖେ । ଏମାନଙ୍କ ମଧ୍ୟରୁ ଅନେକ କେବଳ ବାହ୍ୟତଃ ସଂସାର ତ୍ୟାଗ କରିଥାନ୍ତି; କିନ୍ତୁ ସଂସାର ତାଙ୍କ ଅନ୍ତରରେ ଦୃଢ଼ଭାବରେ ମୂଳ ବିସ୍ତାର କରିଥାଏ । ସଂସାର ବିଷୟରେ ବିଭିନ୍ନ ଲୋକଙ୍କ ଭିନ୍ନ ଭିନ୍ନ ବିଚାର ଧାରା ଦେଖିବାକୁ ମିଳେ । ସଂସାରକୁ ମରୀଚିକା ବା ଭ୍ରମ ବୋଲି କେତେକ କହନ୍ତି । ଅନ୍ୟ କେତେକଙ୍କ ମତରେ ଏ ଭୌତିକ ଜଗତ ହେଉଛି ଚିଦ୍ଜଗତର ଏକ ପ୍ରତିବିମ୍ବ ମାତ୍ର । ଜଳାଶୟ ବା ନଦୀକୂଳରେ ଥିବା କୌଣସି ବିରାଟ ଦ୍ରୁମର ଛାୟା ଜଳରେ ପତିିତ ହୋଇ ଯେପରି ପ୍ରତିବିମ୍ବ ସୃଷ୍ଟି କରେ ସେହିପରି ଏ ସଂସାର ହେଉଛି ଚିଦ୍ଜଗତର ଛାୟା ମାତ୍ର । ଆଧାର ନ ରହିଲେ ପ୍ରତିବିମ୍ବ ବିମ୍ବରେ ଲୀନ ହୋଇଯିବା ପରି ଏ ସଂସାର ଚିଦ୍ ଜଗତରେ ମିଶିଯାଏ । ଏସବୁ ବିଚାରଧାରା ମନୁଷ୍ୟର ବୌଦ୍ଧିକ ପରିକଳ୍ପନା ମାତ୍ର । ତେଣୁ ପରମାତ୍ମା କହନ୍ତି ଏହି ସଂସାର ବୃକ୍ଷର ରୂପ ଯେପରି ଦୃଶ୍ୟ ହୁଏ ବାସ୍ତବିକ ତାହା ନୁହେଁ । ""ନ ରୂପମସ୍ୟେହ ତଥୋପଲଭ୍ୟତେ ।''(ଗୀ-୧୫/୩ ) ଅଜ୍ଞାନତା ହେତୁ ମନୁଷ୍ୟ ସଂସାର ବିଷୟରେ ନାନା ପ୍ରକାର କଳ୍ପନା ଜଳ୍ପନା କରେ । ସଂସାର ସହିତ ତାଦାତ୍ମ୍ୟ ଥିବା ପର୍ଯ୍ୟନ୍ତ ଏହା ବିଷୟରେ ସମ୍ୟକ ଜ୍ଞାନ ହେବା ସମ୍ଭବ ନୁହେଁ । ଏହା ପ୍ରତି ମନୁଷ୍ୟର ମୋହ, ମମତା ଓ ଆସକ୍ତି ହେଉଛି ସମସ୍ତ ଦୁଃଖର କାରଣ । ଜନ୍ମ ଜନ୍ମାନ୍ତର ଧରି ଏଗୁଡିକର ଚେର ମନୁଷ୍ୟାତ୍ମା ମଧ୍ୟରେ ଦୃଢ଼ ଭାବରେ ବିସ୍ତାର ଲାଭ କରିଛି । ଏହାକୁ ଛେଦନ କରିବା ପାଇଁ ତାକୁ ସର୍ବ ପ୍ରଥମେ ନିଜ ମଧ୍ୟରେ ଅସଙ୍ଗତା ବା ବୈରାଗ୍ୟ ଭାବ ସୃଷ୍ଟି କରିବାକୁ ହେବ । ଏହି ଭାବ ବା ବୃିର ନିରନ୍ତର ଅଭ୍ୟାସ ଦ୍ୱାରା ସେ ସଂସାରର ବାସ୍ତବିକ ସ୍ୱରୂପ ଦେଖିପାରିବ ।

ମନୁଷ୍ୟ ମଧ୍ୟରେ ବୈରାଗ୍ୟ ବୃିର ଉଦ୍ରେକ ହେବ କିପରି ? ଏଥିପାଇଁ ତାକୁ ଦୁଇଟି ସୋପାନ ଦେଇ ଗତି କରିବାକୁ ପଡିବ । ତାହା ହେଲା "ଭକ୍ତି' ଓ "ଜ୍ଞାନ' । ପରମାତ୍ମାଙ୍କ ଯଥାର୍ଥ ସ୍ୱରୂପ ଜାଣି ତାଙ୍କୁ ଅନନ୍ୟ ଭାବରେ ପ୍ରେମ ପୂର୍ବକ ସ୍ମରଣ କରିବାକୁ "ଭକ୍ତି' କୁହାଯାଏ । ଅନନ୍ୟ ଈଶ୍ୱରୀୟ ପ୍ରେମ ମନୁଷ୍ୟ ମଧ୍ୟରେ ଦିବ୍ୟ ଜ୍ଞାନ "ସ୍ଫୁରଣ' କରାଏ । କାରଣ ଆତ୍ମା ସ୍ୱୟଂ ଜ୍ଞାନ ସ୍ୱରୂପ । ତେହ ଅଭିମାନର ଅବସାନ ହେଲେ ବ୍ୟକ୍ତିର ଆତ୍ମିକ ସ୍ୱରୂପ ପ୍ରକଟିତ ହୁଏ । କୌଣସି ପୁସ୍ତକ ପଠନ, ଶ୍ରବଣ ବା ମାନସ ମନ୍ଥନରୁ ଆହରଣ ହୋଇଥିବା ଦର୍ଶନକୁ ଯଥାର୍ଥ ଜ୍ଞାନ କୁହାଯାଇ ପାରିବ ନାହିଁ । କେବଳ ଜାଣିବାକୁ "ଶିକ୍ଷା' ଓ ତାହା ଯଦି ଜୀବନକୁ ସତ୍ମାର୍ଗରେ ପରିଚାଳିତ କରେ, ତେବେ ତାକୁ ଜ୍ଞାନ କୁହାଯାଏ । ଯାହା ମଣିଷ ମଧ୍ୟରେ ଥିବା ସମସ୍ତ ଅନ୍ଧକାରକୁ ଦୂର କରି ତାକୁ ସତ୍ ମାର୍ଗରେ ପ୍ରେରିତ କରି ପାରେ ତାହାହିଁ ଯଥାର୍ଥ ଜ୍ଞାନ । ଏହି ଜ୍ଞାନ ଈଶ୍ୱର ଅନୁରକ୍ତି ବିନା ସମ୍ଭବ ନୁହେଁ । ପରମାତ୍ମାଙ୍କ ବିଷୟରେ ବିଭିନ୍ନ ମତମତାନ୍ତର ପ୍ର୍ରଚଳିତ ଥିବାରୁ ମଣିଷ ତାଙ୍କୁ ଅବ୍ୟଭିଚାରୀ ଭକ୍ତି କରି ପାରେ ନାହିଁଁ । ପରମାତ୍ମାବତରଣ ପରେ ମନୁଷ୍ୟାତ୍ମା ତାଙ୍କର ଯଥାର୍ଥ ପରିଚୟ ପାଏ ଏବଂ ତାଙ୍କୁ ଅବ୍ୟଭିଚାରୀ ଭକ୍ତି କରେ । ପରମାତ୍ମା ପ୍ରତ୍ୟକ୍ଷତା ଦ୍ୱାରା ମଣିଷର ଆତ୍ମ ସ୍ମୃତି ଫେରି ଆସେ, ସମସ୍ତ ସନ୍ଦେହ ଦୂର ହୋଇଯାଏ ଏବଂ ସଂସାର ପ୍ରତି ମୋହ ମମତା ନଷ୍ଟ ହୋଇଯାଏ (ଗୀତା୧୮/୭୩) । ସାକ୍ଷାତ ପରମାତ୍ମାଙ୍କଠାରୁ ପ୍ରାପ୍ତ ଜ୍ଞାନ ଦ୍ୱାରା ମଣିଷର ଯଥାର୍ଥ ବୈରାଗ୍ୟ ଭାବ ଜାଗ୍ରତ ହୁଏ । ସେ ସଂସାର ମଧ୍ୟରେ ଥାଇ ସୁଦ୍ଧା ପଦ୍ମ ପତ୍ର ପରି ଅଲିପ୍ତ ରହେ । ସମସ୍ତ କର୍ମ କରି ସୁଦ୍ଧା ସେ ଯୋଗୀ ଅଟେ । ଏପରି କର୍ମଯୋଗୀ ପାଇଁ ସଂସାର ଦୁଃଖ ସ୍ୱରୂପ ନୁହେଁ । ସଂସାର ରଙ୍ଗମରେ ସେ ନିଜକୁ ଏକ ଅଭିନେତା ରୂପେ ଅନୁଭବ କରେ । ସେ ସଂସାର ମଧ୍ୟରେ ଥାଇ କର୍ବ୍ୟ କର୍ମଗୁଡିକ ସମ୍ପାଦନ କରୁଥିଲେ ମଧ୍ୟ ତାଙ୍କ ମଧ୍ୟରେ ସଂସାର ଅଣୁମାତ୍ର ମଧ୍ୟ ନ ଥାଏ । ଏପରି ବ୍ୟକ୍ତି ଜରାଜୀର୍ଣ୍ଣ ସଂସାର ରୂପକ ଅଶ୍ୱ ବୃକ୍ଷ(କଳ୍ପବୃକ୍ଷ)କୁ ଛେଦନ କରି ଏହାର ପୁନର୍ରୋପଣ କାର୍ଯ୍ୟରେ ତନୁ, ମନ ଓ ଧନ ସହିତ ପରମାତ୍ମାଙ୍କୁ ସହଯୋଗ କରନ୍ତି । ଈଶ୍ୱରୀୟ କାର୍ଯ୍ୟରେ ସହଯୋଗୀ ହେଉଛି ପ୍ରକୃତ "ଯୋଗୀ' ।

ପରମ ପଦ

ତତଃ ପଦଂ ତତ୍ ପରିମାର୍ଗିତବ୍ୟଂ  ଯସ୍ମିନ୍ ଗତା ନ ନିବର୍ନ୍ତି ଭୂୟଃ ।

ତମେବ ଚାଦ୍ୟଂ ପୁରୁଷଂ ପ୍ରପଦ୍ୟେ  ଯତଃ ପ୍ରବୃିଃ ପ୍ରସୃତା ପୁରାଣୀ ।ା୪ାା

ନିର୍ମାନ ମୋହା ଜିତସଙ୍ଗଦୋଷା  ଅଧ୍ୟାତ୍ମନିତ୍ୟା ବିନିବୃକାମାଃ ।

ଦ୍ୱନ୍ଦ୍ୱୈର୍ବିମୁକ୍ତାଃ ସୁଖଦୁଃଖସଂଜେ୍ଞ÷- ର୍ଗଚ୍ଛନ୍ତ୍ୟମୂଢ଼ାଃ ପଦମବ୍ୟୟଂ ତତ୍ ।ା୫ାା

ନ ତଦ୍ଭାସୟତେ ସୂର୍ଯେ୍ୟା ନ ଶଶାେଙ୍କା ନ ପାବକଃ ।

ଯଦ୍ଗତ୍ୱା ନ ନିବର୍ନ୍ତେ ତଦ୍ଧାମ ପରମଂ ମମ ।ା୬ାା

ଅର୍ଥ : ତତ୍ପଶ୍ଚାତ୍ ସେହି ପଦ ପ୍ରାପ୍ତି ପାଇଁ ପ୍ରଯନô କରିବା ଉଚିତ ଯାହାକୁ ପ୍ରାପ୍ତ ହୋଇଥିବା ମନୁଷ୍ୟମାନେ ପୁନଶ୍ଚ ସଂସାରକୁ ପ୍ରତ୍ୟାବର୍ନ କରନ୍ତି ନାହିଁ । ଯାହାଙ୍କଠାରୁ ଅନାଦିକାଳରୁ ପ୍ରଚଳିତ ସୃଷ୍ଟି ପ୍ରସାରିତ ହୋଇଛି ସେହି ଆଦି ପୁରୁଷଙ୍କଠାରେ ମୁଁ ଶରଣାପନ୍ନ ହେଉଛି ।ା୪ାା ଯେଉଁମାନେ ମାନ ଓ ମୋହକୁ ତ୍ୟାଗ କରିଛନ୍ତି; ଇନ୍ଦ୍ରିୟ ସଙ୍ଗରୂପୀ ଦୋଷଗୁଡିକରୁ ରହିତ; ନିତ୍ୟନିରନ୍ତର ଆତ୍ମିକ ସ୍ଥିତିରେ ସ୍ଥିତ ରହି ପରମାତ୍ମାଙ୍କ ସ୍ମୃତିରେ ନିମଗ୍ନ; ଯେଉଁମାନଙ୍କ ବିଷୟକାମନା ନିବୃି ହୋଇଛି ଯେଉଁମାନେ ସୁଖ-ଦୁଃଖ ଦ୍ୱନ୍ଦ୍ୱରୁ ମୁକ୍ତ ସେହି ଜ୍ଞାନୀଲୋକମାନେ ଅବିନାଶୀ ପଦକୁ ପ୍ରାପ୍ତ ହୁଅନ୍ତି ।ା୫ାା

ବ୍ୟାଖ୍ୟା : ପୂର୍ବରୁ ସଂସାରକୁ ଅଶ୍ୱ ବୃକ୍ଷ ସହିତ ତୁଳନା କରାଯାଇ ତାକୁ ଛେଦନ କରିବା କଥା କୁହାଯାଇଥିଲା । କଳ୍ପ ଆରମ୍ଭର ପ୍ରାକ୍କାଳରେ ଏହି ସଂସାର ବୃକ୍ଷର ରୋପଣ ଓ କଳ୍ପାନ୍ତରରେ ଜରାଜୀର୍ଣ୍ଣ ଏହି ବୃକ୍ଷର ଛେଦନ ହୋଇ ପୁନର୍ରୋପଣ ହେଉଥିବାରୁ ଏହାକୁ "କଳ୍ପବୃକ୍ଷ' ମଧ୍ୟ କୁହାଯାଏ । ଅର୍ଥାତ ଗୋଟିଏ କଳ୍ପରେ ଏହାର ରୋପଣ, ବିସ୍ତାର, ବିନାଶ ଓ ବୀଜ ବପନ କାର୍ଯ୍ୟ ସମ୍ପନ୍ନ ହୁଏ । କୁହାଯାଏ ଯେ କଳ୍ପ ବୃକ୍ଷ ତଳେ ବସି ବ୍ୟକ୍ତି ଯାହା କାମନା କରେ ତାହା ତାକୁ ପ୍ରାପ୍ତ ହୁଏ । ଏକ କିମ୍ବଦନ୍ତୀ ଅନୁସାରେ ପ୍ରଜାପିତା ବ୍ରହ୍ମା ଓ ତାଙ୍କ ମୁଖ ବଂଶାବଳୀ ବ୍ରାହ୍ମଣମାନେ ନୂତନ ସୃଷ୍ଟି ସ୍ଥାପନାର କାମନା ନେଇ ତପସ୍ୟା କରିଥିଲେ । ଏହା ଦ୍ୱାରା ବିଶ୍ୱରେ ଏକ ସୁଖ, ଶାନ୍ତି, ପବିତ୍ରତା ଓ ସମୃଦ୍ଧିଶାଳୀ ଯୁଗର ଅୟମାରମ୍ଭ ହେଲା । କଳ୍ପର ଏହି ପା୍ରରମ୍ଭିକ ଯୁଗକୁ "ସତ୍ୟଯୁଗ' ନାମରେ ନାମିତ କରାଯାଏ । ପୂବର୍ରୁ ବିସ୍ତାର ଭାବରେ ସୃଷ୍ଟି ବୃକ୍ଷର ବର୍ଣ୍ଣନା କରାଯାଇଛି । କଳ୍ପ ବୃକ୍ଷ ମୂଳରେ ବସି ତପସ୍ୟା କରିବା କଥା କଳିଯୁଗର ଅନ୍ତିମ କ୍ଷଣ ବା କଳ୍ପାନ୍ତକୁ ବୁଝାଏ । ଏହି ସମୟରେ ପରମାତ୍ମାଙ୍କ ଦିବ୍ୟ ଅବତରଣ ହୁଏ ଓ ମନୁଷ୍ୟାତ୍ମା ତାଙ୍କ ତ୍ୱାବଧାନରେ ସତ୍ୟଯୁଗୀୟ ନୂତନ ସୃଷ୍ଟି ସ୍ଥାପନ ପାଇଁ ତପସ୍ୟାରତ ହୁଏ ।

""ଅଶ୍ୱମେନଂ ସୁବିଦୃଢ଼ମୂଳମସଙ୍ଗ ଶସ୍ତ୍ରେଣ ଦୃଢ଼େନ ଛିତ୍ୱା; (ଗୀ ୧୫/୩)

ତତଃ ପଦଂ ତପôରିମାର୍ଗିତବ୍ୟଂ ... (ଗୀ-୧୫/୪)

ଅର୍ଥାତ ଦୃଢ଼ମୂଳ ଯୁକ୍ତ ଏହି ଅଶ୍ୱ ବୃକ୍ଷକୁ ଅସଙ୍ଗ ଅସ୍ତ୍ର ଦ୍ାରା ଛେଦନ କରିସାରିଲା ପରେ ସେହି ପରମ ପଦକୁ ଅନ୍ୱେଷଣ କରିବା ଉଚିତ''ା ଏଠାରେ ବିଚାରଣୀୟ ଯେ ପ୍ରକୃତରେ "ଅସଙ୍ଗ'(ବୈରାଗ୍ୟ) କୌଣସି ଶସ୍ତ୍ର ନୁହେଁ ଏବଂ ସଂସାର ବାସ୍ତବ ସ୍ୱରୂପରେ ଏକ ଅଶ୍ୱ ବୃକ୍ଷ ମଧ୍ୟ ନୁହେଁ । ରୂପକ ଅଳଙ୍କାରରେ ପ୍ରସ୍ତୁତ ଏହି ବାକ୍ୟର ସୂକ୍ଷ୍ମ ଭାବ ହେଲା ଯେ ବୈରାଗ୍ୟ ଦ୍ୱାରା କେବଳ ଏହି ସଂସାରର ରହସ୍ୟ ବୁଝିହୁଏ । ସୃଷ୍ଟିକୁ ନ ଜାଣିବା ପର୍ଯ୍ୟନ୍ତ ସ୍ରଷ୍ଟାଙ୍କୁ ଜାଣି ହୁଏ ନାହିଁ । ସଂସାର ସହିତ ତାଦାତ୍ମତାକୁ ଛିନ୍ନ କରି ସାରିଲା ପରେ ପରମାତ୍ମା ଅନ୍ୱେଷଣ ମାର୍ଗ ପ୍ରଶସ୍ତ ହୁଏ । ଅନ୍ୱେଷଣର ଆକ୍ଷରିକ ଅର୍ଥ "ଖୋଜିବା' । ଏଠାରେ ଏହି ଅର୍ଥ ପ୍ରଯୁଜ୍ୟ ନୁହେଁ । କାରଣ ପରମାତ୍ମା ଯେଉଁଠି ପ୍ରତ୍ୟକ୍ଷ ଭାବରେ ଏହି କଥା କହୁଛନ୍ତି ସେଠାରେ "ଅନ୍ୱେଷଣ' ଶବ୍ଦର ଆକ୍ଷରିକ ଅର୍ଥ କରିବା ପ୍ରାସଙ୍ଗିକ ମନେ ହୁଏ ନାହିଁ । ପରମାତ୍ମାବତରଣ ପୂର୍ବରୁ ମନୁଷ୍ୟତ୍ମା ତାଙ୍କୁ ମନ୍ଦିର, ମସଜିଦ୍, ଗୁରୁଦ୍ୱାର, ଚର୍ଚ୍ଚ, ଗିରି କନ୍ଦର, ତୀର୍ଥସ୍ଥାନ ଆଦିରେ ଅନ୍ୱେଷଣ କରୁଥିଲା । ଅତି କରୁଣ ଭାବରେ ସେ ତାଙ୍କୁ ଆହ୍ୱାନ କରୁଥିଲା ""ଛୋଡଭି ଦେ ଆକାଶ ସିଂହାସନ ଇସ୍ ଧରତି ପର ଆ ଯାରେ... ।'' ପରମାତ୍ମାବତରଣ ପରେ ମଧ୍ୟ ସମସ୍ତେ ତାଙ୍କୁ ପ୍ରତ୍ୟକ୍ଷ କରି ପାରନ୍ତି ନାହିଁ । "" ନ ମେ ବିଦୁଃ ସୁରଗଣା ପ୍ରଭବା ନ ମହର୍ଷୟଃ ।'' ପୂର୍ବାଗ୍ରହ ଜନିତ ଅଜ୍ଞାନତା ହେଉଛି ଏହାର ମୂଳ କାରଣ । ପରମାତ୍ମାଙ୍କୁ ଜ୍ଞାନ ଦ୍ୱାରା ଜାଣି ହୁଏ । ଜ୍ଞାନ ଜେ୍ଞୟଂ । ଯୋଗ ଦ୍ୱାରା ତାଙ୍କୁ ଅନୁଭବ କରି ହୁଏ । ଅତ୍ୟନ୍ତ ପ୍ରେମ ବା ଭକ୍ତି ଦ୍ୱାରା ତାଙ୍କୁ ନିଜର କରି ହୁଏ । କେଉଁ ମାର୍ଗର ଅନୁସରଣ କଲେ ତାଙ୍କୁ ସହଜରେ ପ୍ରାପ୍ତ କରି ହେବ ସେ କଥା ସେ ସ୍ୱୟଂ କହିଛନ୍ତି । ତେଣୁ ସମସ୍ତ ମାନବୀୟ ମତବାଦକୁ ପରିହାର କରି ନିଷ୍ପକ୍ଷ ଭାବରେ ଈଶ୍ୱରୀୟ ମତର ଅନୁସରଣ ପୂର୍ବକ ନିତ୍ୟ ନିରନ୍ତର ତାଙ୍କଠାରେ ବୁଦ୍ଧି ନିବେଶ କରିବା ହେଉଛି "ଅନ୍ୱେଷଣ'ର ତାପôର୍ଯ୍ୟ । ଏହିପରି ଅନ୍ୱେଷଣକାରୀ ବ୍ୟକ୍ତି ପୁନଶ୍ଚ ସଂସାର ବନ୍ଧନରେ ପଡନ୍ତ୍ି ନାହିଁ । ନ ନିବର୍ନ୍ତି ଭୂୟଃ । ସାରାଂଶରେ କଳ୍ପବୃକ୍ଷ ତଳେ ବସି ତପସ୍ୟା କରିବାର ଅର୍ଥ ହେଲା ଈଶ୍ୱରୀୟ ଜ୍ଞାନ ଦ୍ୱାରା ପରମାତ୍ମା ପ୍ରତ୍ୟକ୍ଷତା କରି ନିଜ ଜୀବନକୁ ଦିବ୍ୟ କରି ଗଢ଼ି ତୋଳିବା । କାରଣ ସ୍ୱ ପରିବର୍ ନାହିଁ ବିଶ୍ୱ ପରବର୍ନର ଆଧାର ।

""ଯସ୍ମିନ୍ ଗତା ନ ନିବର୍ନ୍ତି ଭୂୟଃ''– ଏହାର ଅର୍ଥ ହେଲା; ""ଯାହା ପ୍ରାପ୍ତ ହେଲେ ବା ଯେଉଁଠିକୁ ଗଲେ ପୁନର୍ବାର ଆଉ ଫେରି ଆସିବାକୁ ପଡେ ନାହିଁ ।'' ଏହି ବାକ୍ୟର ବ୍ୟାଖ୍ୟା କରିବାକୁ ଯାଇ ସାଧାରଣତଃ ଟୀକାକାରମାନେ କହନ୍ତି ଯେ ପରମାତ୍ମାଙ୍କ ଅଂଶ ବିଶେଷ ହୋଇଥିବାରୁ ଆତ୍ମା ଶରୀରାଦି ବନ୍ଧନରୁ ମୁକ୍ତ ହେଲେ ତାଙ୍କ ସହିତ ଲୀନ ହୋଇଯାଏ ଏବଂ ଆଉ ପୃଥକ ହୋଇପାରେ ନାହିଁ ଅର୍ଥାତ ଆଉଥରେ ସଂସାରକୁ ଫେରେ ନାହିଁ । ଏହା ହେଉଛି ସେମାନଙ୍କ ମତରେ "ମୁକ୍ତି' । ଏହି ସିଦ୍ଧାନ୍ତକୁ ବୁଝାଇବା ପାଇଁ ବିଦ୍ୱାନମାନେ ଭିନ୍ନ ଭିନ୍ନ ଦୃଷ୍ଟାନ୍ତ ଦିଅନ୍ତି । ଯଥା ସମୁଦ୍ରରୁ ବାଷ୍ପୀଭୂତ ଜଳକଣା ଘନୀଭୂତ ହୋଇ ମେଘ ରୂପ ହୁଏ ଓ ଶେଷରେ ବର୍ଷା ବିନ୍ଦୁ ରୂପରେ ସମୁଦ୍ରରେ ନିପତିତ ହୋଇ ଲୀନ ହୋଇଯାଏ । ବର୍ଷାଜଳ ଭୂପୃଷ୍ଠରେ ପତିତ ହୋଇ ନଦୀ ନାଳ ଦେଇ ପୁନଶ୍ଚ ସମୁଦ୍ରରେ ମିଶେ । ଏହି ଜଳ ପ୍ରବାହ ସମୟରେ ଜଳସ୍ଫୋଟକ ଉପôନ୍ନ ହୁଏ । ସେଗୁଡିକ ମଧ୍ୟ ନଦୀ ସ୍ରୋତରେ ଭାସି ଚାଲୁଥାନ୍ତି ଓ କିଛି ସମୟପରେ ଫାଟି ଯାଇ ପୁଣି ଜଳରେ ମିଶି ଯାଆନ୍ତି । ଘଟରେ ଥିବା ଆକାଶ ଆଧାରହୀନ ହୋଇଗଲେ ଆକାଶରେ ମିଶି ଯାଏ । ଜଳସ୍ରୋତରେ ସୂର୍ଯ୍ୟଙ୍କ ପ୍ରତିବିମ୍ବ ଦେଖାଯାଏ । ପାତ୍ରରେ ଥିବା ଜଳ ନିଃଶେଷ ହୋଇଗଲେ ଏଥିରେ ନିପତିତ ପ୍ରତିବିମ୍ବ ତା'ର ବିମ୍ବରେ ଲୀନ ହୋଇଯାଏ । ଏହିପରି ପରମାତ୍ମାଙ୍କ ବିଚ୍ଛିନ୍ନାଂଶ ଆତ୍ମା ଶରୀରାଦି ଆଧାର ସହିତ ତାଦାତ୍ମ୍ୟ ନ ରଖିଲେ ଶେଷରେ ସେହି ମୂଳ ଅଂଶରେ ଲୀନ ହୋଇଯାଏ । ଉପରବର୍ଣ୍ଣିତ ଉଦାହରଣଗୁଡ଼ିକ ଅତ୍ୟନ୍ତ ରୋଚକ ହେଲେ ମଧ୍ୟ ପ୍ରାସଙ୍ଗିକ ମନେ ହୁଏ ନାହିଁ । ପୂର୍ବରୁ ପରମାତ୍ମା କହିଛନ୍ତି ଯେ ସେ କ୍ଷରରୁ ଅତୀତ । ତେଣୁ କ୍ଷର ସହିତ ସମ୍ବନ୍ଧିତ କୌଣସି କ୍ରିୟାର ଉଦାହରଣ ଏହି କ୍ଷେତ୍ରରେ ପ୍ରଯୁଜ୍ୟ ହେବ ନାହିଁ । ଆତ୍ମା ଓ ପରମାତ୍ମା ଉଭୟେ ଅଜର, ଅମର, ଅବିନାଶୀ ଓ ବିକାର ରହିତ । ବାଷ୍ପୀକରଣ ପ୍ରକ୍ରିୟାରୁ ସୃଷ୍ଟ ବର୍ଷାବିନ୍ଦୁ ଭଳି ପରମାତ୍ମାଙ୍କଠାରୁ ଆତ୍ମାର ସୃଷ୍ଟି ହୋଇନାହିଁ । ଉଭୟ ପୃଥକ ଓ ଭିନ୍ନ ଏକକ ସା ହୋଇଥିବାରୁ ଆତ୍ମା, ପରମାତ୍ମାଙ୍କର ପ୍ରତିବିମ୍ବ ହୋଇ ନ ପାରେ । ଆତ୍ମା ଅବିନାଶୀ; ତେଣୁ ଜଳ ଫୋଟକା ପରି କ୍ଷଣସ୍ଥାୟୀ ନୁହେଁ । ମାୟାବାଦୀମାନଙ୍କର ଏହି ମାୟାବାଦକୁ ଯଦି ଗ୍ରହଣ କରି ନିଆଯାଏ ତେବେ ଗୀତାରେ ପରମାତ୍ମାଙ୍କ ଦ୍ୱାରା କଥିତ ପୁନରାବର୍ନ ସିଦ୍ଧାନ୍ତ ଖଣ୍ଡନ ହେଉଛି । ମୁକ୍ତି ପରେ ଆତ୍ମା ଯଦି ପରମାତ୍ମାଙ୍କ ସହିତ ଲୀନ ହୋଇଯାଉଥାନ୍ତା ତେବେ ସୃଷ୍ଟିଚକ୍ର ଆଉ ପୁନରାବର୍ନ ହୁଅନ୍ତା ନାହିଁ ।

ଆବହମାନ କାଳରୁ ଏ ସୃଷ୍ଟି ପୁନରାବର୍ନ ହୋଇ ଆସୁଛି । ଏ ସଂସାରରେ ମନୁଷ୍ୟାତ୍ମାମାନଙ୍କ ଶରୀର ଧାରଣ କରିବା, ଜୀବନଯାପନ ପାଇଁ କର୍ମରେ ପ୍ରବୃ ହେବା; ପ୍ରାରବ୍ଧାନୁସାରେ ସୁଖ, ଦୁଃଖ, ମାନ ସମ୍ମାନ, ପ୍ରତିଷ୍ଠା କୀିର୍ ଆଦି ପ୍ରାପ୍ତ ହେବା ଏବଂ ପରିଶେଷରେ ଜୀର୍ଣ୍ଣ ଶରୀର ତ୍ୟାଗ କରି ନୂତନ ଶରୀରକୁ ଗମନ କରିବା – ଏସବୁ ଲୌକିକ କ୍ରିୟାକଳାପକୁ ଏକ ନାଟକର ବିଭିନ୍ନ ଦୃଶ୍ୟ ସହିତ ତୁଳନା କରାଯାଇପାରେ । ଗୀତାରେ ମନୁଷ୍ୟ ଶରୀରକୁ ବସ୍ତ୍ର ସହିତ ତୁଳନା କରାଯାଇଛି । ବିଶ୍ୱ ମହାନାଟକରେ ପ୍ରତ୍ୟେକ ମାନବାତ୍ମା ହେଉଛନ୍ତି ଅଭିନେତା ଓ ପରମାତ୍ମା ହେଉଛନ୍ତି ନିର୍ଦ୍ଧେଶକ । ଉଭୟଙ୍କର ଭୂମିକା ଭିନ୍ନ ଭିନ୍ନ । ଏଠାରେ ବିଚାରଣୀୟ ଯେ କୌଣସି ନାଟକର ଅଭିନେତାଗଣ ସେମାନଙ୍କର ଅଭିନୟର ସମାପ୍ତି ହେଲେ ନିର୍ଦ୍ଧେଶକଙ୍କ ସହିତ ମିଶି ଯାଆନ୍ତି କି ? ବର୍ଷା ବିନ୍ଦୁ ସମୁଦ୍ରରେ ମିଶି ତା'ର ଅସ୍ତିତ୍ୱ ହରାଇଲା ପରି ଯଦି ଆତ୍ମା ପରମାତ୍ମାଙ୍କ ସହିତ ଲୀନ ହୋଇଯାଏ ତେବେ ଏହାକୁ ଅମର, ଅବିନାଶୀ ଓ ଅକ୍ଷୟ କିପରି କୁହାଯାଇ ପାରିବ ? ଗୀତାରେ ପରମାତ୍ମାଙ୍କୁ ଅବିଭାଜ୍ୟ କୁହାଯାଇଛି । ତେବେ ଆତ୍ମାକୁ ପରମାତ୍ମାଙ୍କଠାରୁ ବିଚ୍ଛିନ୍ନ ଏକ ଅଂଶ ବୋଲି କିପରି କୁହାଯିବ ? ଇଚ୍ଛା ବା କାମନା ହେଉଛି ଆତ୍ମାର ଚିରନ୍ତନ ଗୁଣ । ଏଥିପାଇଁ ସେ ମୁକ୍ତି ଓ ଜୀବନ୍ମୁକ୍ତି କାମନା କରେ । ଏଥିରୁ ସୂଚିତ ହୁଏ ଯେ ଆତ୍ମା ଅବଶ୍ୟ କେବେ ମୁକ୍ତି ଓ ଜୀବନ୍ମୁକ୍ତି ଅନୁଭବ କରିଥିଲା; କିନ୍ତୁ ଏବେ ସେ ବନ୍ଧନ ଅବସ୍ଥାରେ ଅଛି । ଏଥିପାଇଁ ସଂସାର ପ୍ରତି ବୈରାଗ୍ୟ ଜାତ ହେଲେ ମନୁଷ୍ୟ ମଧ୍ୟରେ ସ୍ୱାଭାବିକ ଭାବରେ "ମୁକ୍ତି'ର କାମନା ଜାଗ୍ରତ ହୁଏ । ସେହିପରି ମୁକ୍ତାବସ୍ଥାରେ କିଛି କାଳ ରହିଲା ପରେ ପୂର୍ବରୁ ଅନୁଭବ କରିଥିବା ସୁଖ, ଶାନ୍ତି, ଆନନ୍ଦ ଆଦିର କାମନା ସ୍ୱତଃ ଆତ୍ମା ମଧ୍ୟରେ ସ୍ଫୁରଣ ହୁଏ । ଏହି କାମନା ମନୁଷ୍ୟାତ୍ମାମାନଙ୍କୁ ପୁନଶ୍ଚ ସଂସାରକୁ ଆସି ଶରୀର ଧାରଣ କରିବାକୁ ବାଧ୍ୟ କରେ । ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ହାରକୁ ଦେଖିଲେ ଜଣାଯାଏ ଯେ ପ୍ରତି ସେକେଣ୍ଡରେ ଜଣେ ଜଣେ ଶିଶୁ ଜନ୍ମ ହେଉଛନ୍ତି । ଏହା ପ୍ରମାଣ କରେ ଯେ ମୁକ୍ତିଧାମ ବା ବ୍ରହ୍ମଲୋକକୁ ପ୍ରୟାଣ କରିଥିବା ଆତ୍ମାଗଣ ବର୍ମାନ ମଧ୍ୟ ସୃଷ୍ଟିକୁ ଆସି ଶରୀର ଧାରଣ କରୁଛନ୍ତି । ସେଠାରେ ସେମାନେ ଚିରକାଳ ରହୁ ନାହାନ୍ତି ।

ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ପ୍ରଭେଦ ଏହି ଯେ ଆତ୍ମା, ପ୍ରାରବ୍ଧ କର୍ମଫଳ ଭୋଗ କରିବା ପାଇଁ ଶରୀର ଧାରଣ କରେ, ଶରୀର ଧାରଣ କଲେ କର୍ମ ନ କରି ରହି ପାରେ ନାହିଁ; କର୍ମଫଳ ଭୋଗ କରିବାକୁ ପୁନର୍ଜନ୍ମ ନିଏ । କିନ୍ତୁ ପରମାତ୍ମା ଅଶରୀରୀ ହେତୁ ଜନ୍ମ ମୃତୁ୍ୟ ଚକ୍ରରେ ଆସନ୍ତି ନାହିଁ । "ମୁକ୍ତି' ଆତ୍ମାର ଚିରନ୍ତନ ଗୁଣ ବା ସସ୍କାର ନୁହେଁ । ଯଦି ଏହା ହୋଇଥାନ୍ତା ତେବେ ଆତ୍ମା ଓ ପରମାତ୍ମା ମଧ୍ୟରେ କୌଣସି ପ୍ରଭେଦ ରହନ୍ତା ନାହିଁ ଏବଂ ବିଶ୍ୱ ନାଟକ (ଡଙଜଖଊ ଊଜଇଗଇ)ର ଆବଶ୍ୟକତା ନ ଥାନ୍ତା । ଗୀତାରେ ସୃଷ୍ଟିଚକ୍ର (ଡଙଜଖଊ ଉଣଉଖଋ)କୁ ଅବିନାଶୀ ବୋଲି କୁହାଯାଇଛି । ଏହା ବୃାକାରରେ ଗତିଶୀଳ ହୋଇଥିବାରୁ ଏକ ନିର୍ଦ୍ଧିଷ୍ଟ ଅବଧି ମଧ୍ୟରେ ପୁନରାବର୍ନ ହେବା ସ୍ୱାଭାବିକ । କେଉଁ ଅନନ୍ତ କାଳରୁ ସୃଷ୍ଟି ପୁନରାବର୍ନ ହୋଇଆସୁଛି । ଏକଥା ସୃଷ୍ଟି କର୍ାଙ୍କ ବ୍ୟତୀତ ଆଉ କିଏ ବା ଜାଣିବ ? ସୃଷ୍ଟି ବା ସଂସାର ସହିତ ବିଶ୍ୱ ନାଟକ ଅଙ୍ଗାଙ୍ଗୀ ଭାବେ ଜଡିତ । ଜନ୍ମଜନ୍ମାନ୍ତର ଧରି ମନୁଷ୍ୟାତ୍ମା ଏହି ବିଶ୍ୱ ରଙ୍ଗ ମରେ ଅଭିନୟ କରି ଆସୁଛି । ଆତ୍ମା ଯେତେବେଳେ କ୍ଳାନ୍ତ ଶ୍ରାନ୍ତ ହୋଇ ପଡେ ସେତେବେଳ ସେ କିଛି ସମୟ ବିଶ୍ରାମ ନେବାକୁ ଇଚ୍ଛା କରେ । ଏଥିପାଇଁ ସେ ପରମାତ୍ମôାଙ୍କୁ ପା୍ରର୍ଥନା କରେ । ବିଶ୍ୱ ନାଟକର ଶେଷ ଦୃଶ୍ୟରେ ପରମାତ୍ମାବତରଣ ହୁଏ । ପରମାତ୍ମା ସଦାମୁକ୍ତ ହୋଇ ଥିବାରୁ ତାଙ୍କ ସଙ୍ଗ ବା ଅନୁକମ୍ପା ଲାଭ କରି ଆତ୍ମା "ମୁକ୍ତି' ଲାଭ କରେ । ଆତ୍ମା ମଧ୍ୟରେ ଏହି ମୁକ୍ତିର କାମନା ପ୍ରମାଣ କରେ ଯେ ସେ ଏହା ଅବଶ୍ୟ କେବେ ଅନୁଭବ କରିଥିଲା, ଯାହାକି ବର୍ମାନ ତା'ପାଖରେ ଅଭାବ ରହିଛି । କୌଣସି ବସ୍ତୁ ବା ପଦାର୍ଥର ଅଭାବ ଅନୁଭବ ହେବା ହିଁ ଏଥିରେ ଥିବା ତା'ର ପୂର୍ବାବସ୍ଥାକୁ ସୂଚିତ କରେ ।

ସୃଷ୍ଟି ପ୍ରାରମ୍ଭରେ ଆତ୍ମା ବନ୍ଧନଯୁକ୍ତ ନ ଥିଲା । "ବନ୍ଧନ' ଯଦି ଆତ୍ମାର ଚିରନ୍ତନ ଗୁଣ ହୋଇଥାନ୍ତା ତେବେ ତା' ମଧ୍ୟରେ ମୁକ୍ତିର କାମନା ଉଦ୍ରେକ ହୁଅନ୍ତା ନାହିଁ । କାରଣ ଯା'ର କେବେ ବିନାଶ ନାହିଁ ତାହା ଚିରନ୍ତନ ଅଟେ । ସୃଷ୍ଟିରେ ଦେହଧାରଣ ପୂର୍ବରୁ ଆତ୍ମା ପରମାଧାମ ବା ମୁକ୍ତିଧାମରେ ସ୍ୱତନ୍ତ୍ର ଓ ମୁକ୍ତାବସ୍ଥାରେ ଥିଲା । କଳ୍ପର ପୂର୍ବାର୍ଦ୍ଧରେ ଦେହ ଧାରଣ କରି ମଧ୍ୟ ଆତ୍ମା "ଜୀବନ୍ମୁକ୍ତ' ଅବସ୍ଥାରେ ଜୀବନ ଯାପନ କରୁଥିଲା । ତା'ପାଇଁ କୌଣସି ଦୈହିକ ବନ୍ଧନ ନ ଥିଲା । ସଂକଳ୍ପ ମାତ୍ରକେ ସେ ଗୋଟିଏ ଜନ୍ମର ଅବଧି ଶେଷ ହୋଇଗଲେ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରି ପାରୁଥିଲା । ବାରମ୍ବାର ସୃଷ୍ଟିରେ ପୁନର୍ଜନ୍ମ ନେବା ଦ୍ୱାରା ସଂସାର ପ୍ରତି ତା'ର ମମତ୍ୱ ଆସିଲା । ଆତ୍ମ ବିସ୍ମୃତ ହୋଇ ସେ ଦେହ ସର୍ବସ୍ୱ ହୋଇଗଲା । ଏହା ହେଉଛି ସମସ୍ତ ବନ୍ଧନର କାରଣ । ଆତ୍ମା ଯଦି ପୁରୁଷାର୍ଥ ଦ୍ୱାରା ସମସ୍ତ ବନ୍ଧନରୁ ମୁକ୍ତ ହୋଇ ମୁକ୍ତିଧାମ ଚାଲିଯାଏ ତେବେ କାହିଁକି ଯେ ସେ ଏ ସୃଷ୍ଟିକୁ ଆଉ ଥରେ ନ ଆସିବ ତା'ର କୌଣସି କାରଣ ନାହିଁ । ଗୋଟିଏ କଳ୍ପର କାର୍ଯ୍ୟ କାଳ ପୂରିଯିବା ପରେ ସମସ୍ତ ମାନବାତ୍ମାଙ୍କୁ ସେମାନଙ୍କ ମୂଳ ବାସସ୍ଥାନ ପରମଧାମକୁ ଫେରାଇନେବା ପାଇଁ ସୃଷ୍ଟିରେ ପରମାତ୍ମା ଅବତରଣ କରନ୍ତି । ଯୋଗ ଦ୍ୱାରା ପାପ ମୁକ୍ତ ହୋଇ ବା ଦଣ୍ଡଭୋଗ ଦ୍ୱାରା ପ୍ରାୟଶ୍ଚି କରି ପରମାମାôଙ୍କ ସହିତ ଆତ୍ମାଗଣ ସମସ୍ତ କର୍ମ ବନ୍ଧନରୁ ମୁକ୍ତ ହୋଇ ନିର୍ବାଣଧାମକୁ (ମୁକ୍ତିଧାମ, ପରମଧାମ ବା ବ୍ରହ୍ମଲୋକ) ପ୍ରୟାଣ କରନ୍ତି । ସେଠାରେ ସେମାନଙ୍କର ମନ, ବୁଦ୍ଧି ଓ ସଂସ୍କାର ଅର୍ଦ୍ଧଚେତନ ବା ଅଚେତନ ଅବସ୍ଥାରେ ଥିବାରୁ କାର୍ଯ୍ୟକ୍ଷମ ହୁଏ ନାହିଁ । ସମୟକ୍ରମେ ଏହା ଜାଗ୍ରତ ହେଲେ ପୁନଶ୍ଚ ସେମାନେ ଶରୀର ଧାରଣ କରିବାର କାମନା କରନ୍ତି । ଏହି ମୌଳିକ ସ୍ୱଭାବ ହେତୁ ମାନବାତ୍ମା ପୁନର୍ବାର ସୃଷ୍ଟିରେ ଶରୀର ଧାରଣ କରେ ।

ଏହିପରି ସୃଷ୍ଟିରୂପୀ ଅଶ୍ୱ୍ ବୃକ୍ଷ ବା କଳ୍ପ ବୃକ୍ଷର ରହସ୍ୟକୁ ଭେଦ କରି ଅର୍ଥାତ ଗୋଟିଏ କଳ୍ପର ସମ୍ପୂର୍ଣ୍ଣ ଇତିବୃି ଜ୍ଞାତ ହୋଇ ଆଦିମୂଳ ପରମାତ୍ମାଙ୍କ ନିକଟରେ ସ୍ୱୀୟ ତନୁ, ମନ ଓ ଧନ ସବୁକିଛି ସମର୍ପଣ ପୂର୍ବକ କେବଳ ତାଙ୍କରି ଇଚ୍ଛାକୁ କାର୍ଯ୍ୟକାରୀ କରିବା ପାଇଁ ଯିଏ ଜୀବନ ନିର୍ବାହ କରେ ତା'ର ସମସ୍ତ ଇଚ୍ଛା ପରିପୂର୍ଣ୍ଣ ହୁଏ ।

ଅବ୍ୟୟପଦ କଣ ? 

କୌଣସି ଈପ୍ସିତ ଲକ୍ଷ୍ୟ ପ୍ରାପ୍ତି ପାଇଁ ବ୍ୟକ୍ତିକୁ ଅକ୍ଳାନ୍ତ ପୁରୁଷାର୍ଥ କରିବାକୁ ହୁଏ । ସଂସାରର ବିନାଶୀ ପଦ ମର୍ଯ୍ୟାଦା, ପ୍ରତିଷ୍ଠା, ମାନ, ସମ୍ମାନ ବା ଭୋଗ ଐଶ୍ୱର୍ଯ୍ୟ ପ୍ରାପ୍ତି ପାଇଁ ମଣିଷ ଦିନରାତି ଏକ କରି ପରିଶ୍ରମ କରେ । ପ୍ରତ୍ୟେକ କର୍ମ ପଛରେ କୌଣସି ନା କୌଣସି ଉଦ୍ଧେଶ୍ୟ ଥାଏ । ଏହି ଉଦ୍ଧେଶ୍ୟ ସ୍ୱାର୍ଥ ବା ପରମାର୍ଥ କୈନ୍ଦି୍ରକ ହୋଇପାରେ । ମଣିଷ ଜୀବନ ସହିତ କର୍ମ ଅଙ୍ଗାଙ୍ଗୀ ଭାବରେ ଜଡିତ । କର୍ମର ଧାରାକୁ ଯଦି ସ୍ୱାର୍ଥରୁ ପରମାର୍ଥ ଆଡକୁ ପରିବର୍ନ କରି ଦିଆଯାଏ ତେବେ ମଣିଷ ଅବ୍ୟୟ ପରମ ପଦ ଲାଭ କରି ପାରେ । ଅବ୍ୟୟପଦର ଦୁଇପ୍ରକାର ଅର୍ଥ କରାଯାଇପାରେ । ଗୋଟିକର ଅର୍ଥ ହେଉଛି ଇହଜନ୍ମରେ ସାକ୍ଷାତ ପରମାତ୍ମାଙ୍କ ସାନ୍ନିଧ୍ୟ ଲାଭକରି କର୍ମାତୀତ ଅବସ୍ଥା ପ୍ରାପ୍ତ ହେବା । ଅନ୍ୟ ଅର୍ଥରେ ଇହ ଜନ୍ମରେ ଈଶ୍ୱରୀୟ ନିର୍ଦ୍ଧେଶ ଅନୁସାରେ ପରିଚାଳିତ ହୋଇ କରିଥିବା ସତ୍କର୍ମର ପରିଣାମ ସ୍ୱରୂପ ପରବର୍ୀ ସତ୍ୟଯୁଗରେ ଶ୍ରେଷ୍ଠ ଦେବ ପଦ ଲାଭ କରିବା । ସେହି ଦେବୀ ଦେବତାମାନଙ୍କ ପ୍ରତିମୂର୍ି ଭବ୍ୟ ମନ୍ଦିରରେ ସ୍ଥାପନ କରି ମଣିଷ ଦ୍ୱାପରଯୁଗରୁ ଆଜି ପର୍ଯ୍ୟନ୍ତ ପୂଜା ଅର୍ଚ୍ଚନା କରି ଆସୁଛି । ପରମାତ୍ମାବତରଣକାଳୀନ (ସଙ୍ଗମଯୁଗ) ଗୋଟିଏ ଜନ୍ମର ପୁରୁଷାର୍ଥ ମନୁଷ୍ୟାତ୍ମାକୁ ସାରା କଳ୍ପ ଅମର ରଖୁଥିବାରୁ ଏହାକୁ "ଅବ୍ୟୟପଦ' କୁହାଯାଏ ।

ପରମାତ୍ମାଙ୍କ ପ୍ରକୃତ ସ୍ୱରୂପ ଜାଣି ସାରିଲା ପରେ ତାଙ୍କ ସାନ୍ନିଧ୍ୟ ପ୍ରାପ୍ତି ବା ତାଙ୍କ ସହିତ ଯୋଗଯୁକ୍ତ ହେବାର ପ୍ରଥମ ସୋପାନ ହେଉଛି ଦେହାଭିମାନ ତ୍ୟାଗ । ପରମାତ୍ମା ଇନ୍ଦ୍ରିୟାତୀତ । ତେଣୁ ବ୍ୟକ୍ତି ଯେତେବେଳେ ନିଜକୁ ଦେହଠାରୁ ଏକ ପୃଥକ ଚୈତନ୍ୟ ସା ଆତ୍ମା ରୂପେ ଅନୁଭବ କରେ ସେତେବେଳେ ତା'ର ମନ ଓ ବୁଦ୍ଧି ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇପାରେ । ଆତ୍ମାନୁଭବୀ ବ୍ୟକ୍ତି ନିଜକୁ ଶରୀର ରୂପୀ ଗୃହର ସ୍ୱାମୀ ବୋଲି ମନେ କରେ । ଅଜ୍ଞାନ ମଣିଷ ପାରିବାରିକ ଆଭିଜାତ୍ୟ, ସାମାଜିକ ପ୍ରତିଷ୍ଠା, ଧନ ସମ୍ପିର ପ୍ରାଚୁର୍ଯ୍ୟ; ଜ୍ଞାନର ଗାରିମା ଆଦିକୁ ଭିି କରି ଗର୍ବ କରେ ଓ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ମନେ କରେ । କିନ୍ତୁ ଯେଉଁମାନେ ନିଜର ତନୁ, ମନ ଓ ଧନ ସବୁକିଛି ପରମାତ୍ମାଙ୍କୁ ସମର୍ପଣ କରି ସାରିଛନ୍ତି ସେମାନଙ୍କ ନିଜ ଦେହ ଓ ସଂସାର ସହିତ ସମ୍ବନ୍ଧିତ ବ୍ୟକ୍ତି,ବସ୍ତୁ ବୈଭବ ଆଦିରେ କୌଣସି ମୋହ ମମତା ନ ଥାଏ । ଯେଉଁମାନେ ଏହିପରି ଅଭିମାନ ଓ ମୋହ ଶୂନ୍ୟ (ନିର୍ମାନ ମୋହାଃ) ସେମାନେ ପ୍ରକୃତରେ ପରମାତ୍ମାଙ୍କୁ ପ୍ରାପ୍ତ ହୁଅନ୍ତି । ସେପରି ବ୍ୟକ୍ତିର ନିଜସ୍ୱ କିଛି ଇଚ୍ଛା ବା ଅନିଚ୍ଛା ନ ଥାଏ । ତାଙ୍କ ମନ ଓ ବୁଦ୍ଧି ନିରନ୍ତର ପରମାତ୍ମାଙ୍କ ସହିତ ଯୁକ୍ତ (ଅଧ୍ୟାତ୍ମନିତ୍ୟା) ଥିବାରୁ ସେ ସୁଖ-ଦୁଃଖ ଦ୍ୱନ୍ଦରୁ ମୁକ୍ତ ରହନ୍ତି । ତାଙ୍କର ସୁଖରେ ସ୍ପୃହା ବା ଦୁଃଖରେ ଉଦ୍ବିଗ୍ନତା ନ ଥାଏ । ଦୁଃଖେଷ୍ୱନୁଦ୍ବିଗ୍ନମନାଃ ସୁଖେଷୁ ବିଗତସ୍ପୃହା.... ଏହିପରି ବ୍ୟକ୍ତିି ଯଥାର୍ଥରେ ଜ୍ଞାନୀ(ଅମୂଢ଼ାଃ) ପଦବାଚ୍ୟ । ଯାହା ଦ୍ୱାରା ସତ୍ୟ ଓ ଅସତ୍ୟର ଯଥାର୍ଥ ସ୍ୱରୂପ ଜାଣି ହୁଏ , ତାହା ଜ୍ଞାନ । ଯେଉଁ ବ୍ୟକ୍ତି ଅସତ୍ୟକୁ ତ୍ୟାଗ କରି କେବଳ ସତ୍ୟକୁ ଗ୍ରହଣ କରନ୍ତି ସେ ହେଉଛନ୍ତି ପ୍ରକୃତରେ ଜ୍ଞାନୀ । ସେ ପରମାତ୍ମାଙ୍କୁ ଅନ୍ୱେଷଣ କରୁ କରୁ ଶେଷରେ ତାଙ୍କୁ ପା୍ରପ୍ତ ହୁଅନ୍ତି । ଅଜ୍ଞାନ ବ୍ୟକ୍ତିର ଧ୍ୟେୟ ସାଂସାରିକ ସୁଖଭୋଗ ହୋଇଥିବାରୁ ସେ ପରମାତ୍ମାଙ୍କଠାରୁ ଦୂରେଇ ଯାଏ । "ରାମ'(ପରମାତ୍ମା) ଓ କାମ (ବିଷୟଭୋଗ) ଏ ଉଭୟର ଏକକାଳୀନ ପ୍ରାପ୍ତି ସମ୍ଭବ ନୁହେଁ । "ଜ୍ଞାନୀ' "ରାମ'ଙ୍କୁ ହିଁ ଚୟନ କରି ନିଜ ଜୀବନର ଗତିକୁ ତାଙ୍କ ଅଭିମୁଖେ ପରିଚାଳିତ କରେ । ଏହାର ପରିଣାମ ସ୍ୱରୂପ ସେ ଅଭିମାନ ଶୂନ୍ୟ ଓ ମୋହ ରହିତ (ନିର୍ମାନମୋହା!); ଆସକ୍ତି ଶୂନ୍ୟ (ଜିତସଙ୍ଗ ଦୋଷାଃ); ପରମାତ୍ମାଙ୍କ ସ୍ମୃତିରେ ତଲ୍ଲୀନ(ଆଧ୍ୟାତ୍ମନିତ୍ୟାଃ) ,ସାଂସାରିକ ବିଷୟ ଭୋଗ କାମନାରୁ ମୁକ୍ତ (ବିନିବୃକାମାଃ) ଓ ସୁଖ ଦୁଃଖ ଦ୍ୱନ୍ଦ୍ୱରୁ ମୁକ୍ତ ହୋଇଯାଆନ୍ତି । ""ଦ୍ୱନ୍ଦ୍ୱୈର୍ବିମୁକ୍ତାଃ ସୁଖ ଦୁଃଖ ସଂଜ୍ଞ÷ ...ା''

କୌଣସି ବ୍ୟକ୍ତି ପାଖରେ ପହିବାକୁ ହେଲେ ତାଙ୍କ ନାମ ଓ ଧାମର ସମ୍ପୂର୍ଣ୍ଣ ଠିକଣା ଏକାନ୍ତ ଆବଶ୍ୟକ । ଏହା ପରମାତ୍ମା ଅନ୍ୱେଷଣ ପାଇଁ ମଧ୍ୟ ପ୍ରଯୁଜ୍ୟ । ପରମାତ୍ମା କିଏ ? ତାଙ୍କ ନାମ କଣ ? ସେ କେଉଁଠି ରହନ୍ତି ? ତାଙ୍କ ପାଖରେ ପହିବାର ମାଧ୍ୟମ କଣ ? ଏହି ପ୍ରଶ୍ୱଗୁଡିକର ସମାଧାନ ବିନା ତାଙ୍କୁ କିପରି ସାକ୍ଷାତ କରିହେବ ? ବୈଦିକ ଯୁଗରୁ ଏ ଅନ୍ୱେଷଣ ଜାରି ରହିଛି । ଅନେକ ମୁନି ଋଷି ଯୋଗର ସମାଧି ଅବସ୍ଥାରେ ବ୍ରହ୍ମଲୋକ ପର୍ଯ୍ୟନ୍ତ ପହିଛନ୍ତି । କିନ୍ତୁ ସେମାନେ ବ୍ରହ୍ମକୁ ପରମାତ୍ମା ମନେକରି ସେମାନଙ୍କର ଅନ୍ୱେଷଣକୁ ସମାପ୍ତ କରିଦେଇଛନ୍ତି । ଯଥାର୍ଥ ଈଶ୍ୱରୀୟ ଜ୍ଞାନ ଅଭାବରେ ସେମାନେ ବ୍ରହ୍ମକୁ (ସୂକ୍ଷ୍ମରକ୍ତିମ ପ୍ରକାଶ ତ୍ୱ) ଭେଦ କରି ବ୍ରହ୍ମଲୋକ ନିବାସୀ ପରବ୍ରହ୍ମ ପରମାତ୍ମାଙ୍କ ପର୍ଯ୍ୟନ୍ତ ପହି ପାରିନାହାନ୍ତି । ତେଣୁ ନେତି ନେତି(ଏହା ନୁହେଁ ଏହା ନୁହେଁ) ମଧ୍ୟରେ ବେଦ, ଉପନିଷଦ ଓ ପୁରାଣଗୁଡିକର "ଇତି'(ସାମାପ୍ତ) ହୋଇଛି । 

""ତଦ୍ଧାମ ପରମଂ ମମ''– ତାହା ମୋର ଧାମ ଅଟେ । ""ମୁଁ ସ୍ୱୟଂ ପରମଧାମ'' – ଏକଥା ଏହି ବାକ୍ୟରୁ ଜଣା ପଡୁନାହିଁ । ତଥାପି ମଧ୍ୟ ପରମ ଧାମକୁ ପରମାତ୍ମାଙ୍କ ପର୍ଯ୍ୟାୟବାଚୀ ରୂପେ ବ୍ୟାଖ୍ୟା କରିବା ରୂଢ଼ିବାଦିତାର ପରିଚାୟକ ଅଟେ । "ଗୃହ' ଓ "ଗୃହସ୍ୱାମୀ'ଙ୍କୁ ଏକ ଓ ଅଭିନ୍ନ କହିବା ସମ୍ପୂର୍ଣ୍ଣ ଅଜ୍ଞାନତା ନୁହେଁ ତ ଆଉ କଣ ? ଏଥିପାଇଁ ହୁଏ ତ ଗୀତାରେ ପରମାତ୍ମାଙ୍କୁ କହିବାକୁ ପଡିଲା,""ମୋତେ ବିଦ୍ୱାନ ପଣ୍ଡିତ, ଦେବତା ଆଦି କେହି ଜାଣନ୍ତି ନାହିଁ ।'' ନ ମେ ବିଦୁଃ ସୁରଗଣା ପ୍ରଭବା ନ ମହର୍ଷିୟ ।'' ପରମଧାମ ସମସ୍ତ ଲୋକର ଉଦ୍ଧ୍ୱର୍ରେ ଅବସ୍ଥିତ । ସେ ପର୍ଯ୍ୟନ୍ତ ସୂର୍ଯ୍ୟ ରଶ୍ମି ମଧ୍ୟ ପହି ପାରେ ନାହିଁ । ସେପରି ସ୍ଥଳେ ଚନ୍ଦ୍ର ବା ଅଗ୍ନି କିପରି ସେ ସ୍ଥାନକୁ ପ୍ରକାଶିତ କରି ପାରିବ । ପରମଧାମ ବ୍ରହ୍ମ ମହତ୍ୱ ଦ୍ୱାରା ସ୍ୱୟଂ ପ୍ରକାଶିତ । ବ୍ରହ୍ମ ଏକ ସୂକ୍ଷ୍ମ ରକ୍ତ-ସ୍ୱର୍ଣ୍ଣିମ ପ୍ରକାଶ ତ୍ୱ ଅଟେ । ସେହି ପ୍ରକାଶ ଦ୍ୱାରା ପରମଧାମ ପ୍ରକାଶିତ ହେଉଥିବାରୁ ତାକୁ "ବ୍ରହ୍ମଲୋକ' କୁହାଯାଏ । ଜୀବନ ବନ୍ଧନରୁ ମୁକ୍ତ ହୋଇ ପରିଶେଷରେ ଆତ୍ମା ସେଠାକୁ ପ୍ରତ୍ୟାବର୍ନ କରୁଥିବାରୁୂ ତାକୁ "ମୁକ୍ତିଧାମ' କୁହାଯାଏ । ପରମାତ୍ମା କଳିଯୁଗର ଅନ୍ତିମ ପର୍ଯ୍ୟାୟରେ ଅବତରଣ କରୁଥିବାରୁ ଏହି ସମୟରେ ପରମଧାମ ପ୍ରତ୍ୟାବର୍ନ (ମୁକ୍ତି) ପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲେ । କର୍ମ ବନ୍ଧନରୁ ମୁକ୍ତ ହୋଇ ପରମାତ୍ମାଙ୍କ ସହିତ ସମସ୍ତ ଆତ୍ମା ପରମଧାମ ଫେରିଯିବା ପରେ ଗୋଟିଏ କଳ୍ପର ଅବସାନ ହୁଏ । ଏହା ହିଁ ପୌରାଣିକ ଭାଷାରେ "ପ୍ରଳୟ' । ସମସ୍ତ ଆତ୍ମା ଏକା ସାଙ୍ଗରେ ପରମଧାମ ବାହୁଡି ଯାଉଥିଲେ ମଧ୍ୟ ପ୍ରତ୍ୟେକେ ନିଜ ନିଜ ପାଇଁ ଉଦ୍ଧିଷ୍ଟ ସମୟରେ ସୃଷ୍ଟିକୁ ଆସି ଦେହ ଧାରଣ କରନ୍ତି ।

କଠୋପନିଷଦ ଓ ବୃହଜ୍ଜାବାଳ ଉପନିଷଦରେ ମଧ୍ୟ ପରମଧାମ ବିଷୟରେ ନିମ୍ନ ପ୍ରକାରେ ବର୍ଣ୍ଣନା କରାଯାଇଛି ।

ନ ତତ୍ର ସୂର୍ଯେ୍ୟାଭାତି ନ ଚନ୍ଦ୍ରତାରକଂ

    ନେମା ବିଦୁ୍ୟତୋ ଭାନ୍ତି କୁତୋଽମଗ୍ନିଃ ।

ତମେବ ଭାନ୍ତମନୁଭାତି ସର୍ବଂ ତସ୍ୟ ଭାସା ସର୍ବମିଦଂ ବିଭାତି ।ା କଠୋପନିଷଦ -୨/୨/୧୫ ।ା

ଅର୍ଥ : ସେଠାର ସୂର୍ଯ୍ୟ ପ୍ରକାଶ ହୁଅନ୍ତି ନାହିଁ, ଚନ୍ଦ୍ର ଓ ତାରା ପ୍ରକାଶିତ ହୁଅନ୍ତି ନାହିଁ; ବିଦୁ୍ୟତ ମଧ୍ୟ ପ୍ରକାଶମାନ ହୁଏ ନାହିଁ । ଏପରି ସ୍ଥଳେ ଅଗ୍ନି କଥା ବା କ'ଣ କହିବା ? କାରଣ ଏ ସମସ୍ତ ତାଙ୍କ (ସୂର୍ଯ୍ୟଙ୍କ) ପ୍ରକାଶରେ ହିଁ ପ୍ରକାଶିତ ହୁଅନ୍ତି । ସେହିପରି ପରମାତ୍ମାଙ୍କ ପ୍ରକାଶରେ ସମଗ୍ର ଜଗତ ପ୍ରକାଶିତ ହୁଏ ।

""ଯତ୍ର ନ ସୂର୍ଯ୍ୟ ସ୍ତପତି ଯତ୍ର ନ ବାୟୁର୍ବାତି ଯତ୍ର ନ ଚନ୍ଦ୍ରମା ଭାତି

ଯତ୍ର ନ ନକ୍ଷତ୍ରାଣି ଭାନ୍ତି ଯତ୍ର ନାଗ୍ନିର୍ଦହତି ଯତ୍ର ନ ମୃତୁ୍ୟ ପ୍ରବିଶତି 

ଯତ୍ର ନ ଦୁଃଖାନି ପ୍ରବିଶନ୍ତି ସଦାନନ୍ଦଂ ପରମାନନ୍ଦଂ ଶାନ୍ତଂ ଶାଶ୍ୱତଂ 

ସଦାଶିବଂ ବ୍ରହ୍ମାଦି ବନ୍ଦିତଂ ଯୋଗିଧ୍ୟେୟଂ ପରଂ ପଦଂ ଯତ୍ର ଗତ୍ୱା ନ ନିବର୍ନ୍ତେ ଯୋଗିନଃ । (ବୃହଜ୍ଜାବାଳ ଉପନିଷଦ -୮/୬)

ଅର୍ଥ : ଯେଉଁଠାରେ ସୂର୍ଯ୍ୟ ଉାପ ଦିଅନ୍ତି ନାହିଁ; ଯେଉଁଠାରେ ବାୟୁ ପ୍ରବାହ ହୁଏ ନାହିଁ; ଯେଉଁଠାରେ ଚନ୍ଦ୍ରମା ପ୍ରକାଶିତ ହୁଅନ୍ତି ନାହିଁ; ଯେଉଁଠାରେ ତାରାଗଣ ମିଞ୍ଜି ମିଞି ଆଲୋକରେ ଉଦ୍ଭାସିତ ହୁଅନ୍ତି ନାହିଁ; ଯେଉଁଠାରେ ଅଗ୍ନି ଦାହ କରିପାରେ ନାହିଁ; ଯେଉଁଠାରେ ଦୁଃଖର ପ୍ରବେଶ ନାହିଁ; ଯେଉଁଠିକୁ ଗଲେ ଯୋଗୀଗଣ ପ୍ରତ୍ୟାବର୍ନ କରନ୍ତି ନାହିଁ – ତାହା ହେଉଛି ସଦାନନ୍ଦ, ପରମାନନ୍ଦ, ଶାନ୍ତ, ସନାତନ, ସଦାକଲ୍ୟାଣକାରୀ ବ୍ରହ୍ମାଦିଙ୍କ ଦ୍ୱାରା ବନ୍ଦିତ ଯୋଗୀମାନଙ୍କର ଧ୍ୟେୟ “ପରମ ପଦ” ।

ଏହି ଶ୍ଳୋକ ଦ୍ୱୟରେ ବର୍ଣ୍ଣିତ "ପରମ ପଦ'କୁ ଟୀକାକାରମାନେ ପରମାତ୍ମାଙ୍କ ପର୍ଯ୍ୟାୟବାଚୀ ରୂପେ ବ୍ୟାଖ୍ୟା କରନ୍ତି । ଉପରୋକ୍ତ ଶ୍ଳୋକ ଦ୍ୱୟରେ "ତତ୍ର' ଓ "ଯତ୍ର' ଏହି ଦୁଇ ପଦ କୌଣସି ସ୍ଥାନ ବିଶେଷକୁ ନିର୍ଦ୍ଧେଶ କରେ; ପରମାତ୍ମାଙ୍କୁ ନୁହେଁ । ଏଠାରେ ପରମ "ପଦ'ର ଆଭିଧାନିକ ଅର୍ଥ ହେଲା "ଶ୍ରେଷ୍ଠ ଆଶ୍ରୟ ସ୍ଥଳ' । ବ୍ରହ୍ମ ହେଉଛି ପରମଧାମର ପର୍ଯ୍ୟାୟବାଚୀ । ଏଠାରେ ବ୍ରହ୍ମ ମହ୍ୱ ସର୍ବତ୍ର ବ୍ୟାପ୍ତ ହେଉଥିବାରୁ ଏହାକୁ ବ୍ରହ୍ମଲୋକ କୁହାଯାଏ । ତେଣୁ ପରମଧାମ ହେଉଛି ଜୀବାତ୍ମାମାନଙ୍କ ପାଇଁ ଶ୍ରେଷ୍ଠ ଆଶ୍ରୟ ସ୍ଥଳୀ ଏବଂ ପରବ୍ରହ୍ମ ପରମାତ୍ମା ହେଉଛନ୍ତି ସେମାନଙ୍କ ଆଶ୍ରୟ ଦାତା । ତେଣୁ ଉଭୟଙ୍କୁ ଉଭୟଙ୍କ ପର୍ଯ୍ୟାୟବାଚୀ ଭାବେ ଗ୍ରହଣ କରିବା ସମ୍ପୂର୍ଣ୍ଣ ଭ୍ରମାତ୍ମକ । ସଂସାରରେ ଥିବା ପର୍ଯ୍ୟନ୍ତ ଜୀବାତ୍ମା ଜନ୍ମ ମରଣ ଚକ୍ରରେ ଘୂରି ବୁଲେ । ଶରୀର ଓ ସଂସାର ଜୀବାମାôର ଅସ୍ଥାୟୀ ଆଶ୍ରୟ ସ୍ଥଳ । କଳ୍ପାରମ୍ଭରୁ ଶେଷ ପର୍ଯ୍ୟନ୍ତ ମନୁଷ୍ୟାତ୍ମା ଅନେକ ଶରୀର ଓ ଗୃହ ପରିବର୍ନ କରି ଆସିଛି । ପରମଧାମରେ ଆତ୍ମା ଅଶରୀରୀ ଅବସ୍ଥାରେ ରହୁଥିବାରୁ ସେଠାରେ ସେ ଜନ୍ମ-ମୃତୁ୍ୟ ଚକ୍ରରୁ ମୁକ୍ତ ରହେ । ଯେଉଁଠି ଅବିନାଶୀ ପରମାତ୍ମା ନିତ୍ୟ ନିରନ୍ତର ବାସ କରନ୍ତି ସେହି ସ୍ଥାନରେ ବିନାଶ କିପରି ହେବ ? ତେଣୁ ତାକୁ ଅବ୍ୟୟ ପଦ ମଧ୍ୟ କୁହାଯାଏ ।

ଜୀବାତ୍ମା

ମମୈବାଂଶୋ ଜୀବଲୋକେ ଜୀବଭୂତଃ ସନାତନଃ ।

ମନଃ ଷଷ୍ଠାନୀନ୍ଦ୍ରିୟାଣୀ ପ୍ରକୃତିସ୍ଥାନି କର୍ଷତି ।ା୭ାା

ଶରୀର୍ଂ ଯଦବାପ୍ନୋତି ଯଚ୍ଚାପୁ୍ୟତ୍କ୍ରାମତୀଶ୍ୱରଃ ।

ଗୃହୀତ୍ୱୈତାନି ସଂଯାତି ବାୟୁର୍ଗନ୍ଧାନିବାଶୟାତ୍ ।ା୮ାା

ଶ୍ରୋତ୍ରଂ ଚକ୍ଷୁଃ ସ୍ପର୍ଶନଂ ଚ ରସନଂ ଘ୍ରାଣମେବ ଚ ।

ଅଧିଷ୍ଠାୟ ମନଶ୍ଚାୟଂ ବିଷୟାନୁପସେବତେ ।ା୯ାା

ଉତ୍କ୍ରାମନ୍ତଂ ସ୍ଥିତଂ ବାପି ଭୁଞ୍ଜାନଂ ବା ଗୁଣାନ୍ୱିତମ୍ ।

ବିମୂଢ଼ା ନାନୁପଶ୍ୟନ୍ତି ପଶ୍ୟନ୍ତି ଜ୍ଞାନ ଚକ୍ଷୁଷଃ ।ା୧୦ାା

ଯତନ୍ତୋ ଯୋଗିନଶ୍ଚୈନଂ ପଶ୍ୟନ୍ତାାତ୍ମନ୍ୟବସ୍ଥିତମ ।

ଯତନ୍ତୋଽପ୍ୟକୃତାତ୍ମାନୋ ନୈନଂ ପଶ୍ୟନ୍ତ୍ୟଚେତସଃ ।ା୧୧ାା

ଅର୍ଥ : ମୋର ସନାତନ ଅଂଶ ଜୀବ ଲୋକରେ ଜୀବରୂପରେ ପ୍ରକୃତିସ୍ଥ ପେନ୍ଦ୍ରିୟ ଓ ମନକୁ ଆକର୍ଷଣ କରେ ।ା୭ାା ପୁଷ୍ପାଦି ସ୍ଥାନରୁ ବାୟୁ ଯେପରି ଗନ୍ଧ ବହନ କରି ନେଇ ଯାଏ ସେହିପରି ଶରୀରର ସ୍ୱାମୀ ଜୀବାତ୍ମା ଯେତେବେଳେ ଶରୀର ତ୍ୟାଗ କରେ ସେତେବେଳେ ସେଠାରୁ ଇନ୍ଦ୍ରିୟମାନଙ୍କ ସହିତ ମନକୁ ନିଜ ସାଙ୍ଗରେ ନେଇ ଅନ୍ୟ ଶରୀରକୁ ଗମନ କରେ ।ା୮ାା ଏହି ଜୀବାତ୍ମା କର୍ଣ୍ଣ, ଚକ୍ଷୁ, ଚର୍ମ, ଜିହ୍ୱା, ନାସିକା ଓ ମନକୁ ଆଶ୍ରୟ କରି ବିଷୟଗୁଡିକର ସେବନ କରେ ।ା୯ାା ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଏକ ଶରୀର ଗ୍ରହଣ ପୂର୍ବକ ଇନ୍ଦି୍ରୟମାନଙ୍କ ଦ୍ୱାରା ବିଷୟ ଭୋଗ କରୁଥିବା ତ୍ରିଗୁଣାତ୍ମିକା ଜୀବାତ୍ମାର ସ୍ୱରୂପକୁ ମୂଢ଼ଲୋକେ ଜାଣନ୍ତି ନାହିଁ; କେବଳ ଜ୍ଞାନ ଚକ୍ଷୁ ସମ୍ପନ୍ନ ଜ୍ଞାନୀଲୋକମାନେ ଜାଣନ୍ତି ।ା୧୦ାା ପ୍ରଚେଷ୍ଟାବାନ୍ ଯୋଗୀମାନେ ନିଜ ଶରୀରସ୍ଥ ଆତ୍ମାକୁ ଅନୁଭବ କରି ପାରନ୍ତି; କିନ୍ତୁ ଅଶୁଦ୍ଧ ଚି ଅବିବେକୀ ବ୍ୟକ୍ତି ଯେତେ ଚେଷ୍ଟା କଲେ ମଧ୍ୟ ଆତ୍ମାନୁଭୂତି ଲାଭ କରି ପାରନ୍ତି ନାହିଁ ।ା୧୧ାା

ବ୍ୟାଖ୍ୟା : କୌଣସି ବ୍ୟକ୍ତିର ପରିଚୟ ଜିଜ୍ଞାସା କଲାବେଳେ ସାଧାରଣତଃ ପ୍ରଶ୍ନ କରାଯାଏ, ଆପଣ କିଏ ? ଆପଣ କାହାର ପୁତ୍ର ? ଆପଣଙ୍କ ଘର କେଉଁଠି ? ଇତ୍ୟାଦି । ଏହା କେବଳ ବ୍ୟକ୍ତିର ଶାରୀରିକ ପରିଚୟ । କିନ୍ତୁ ମୁତୁ୍ୟ ହୋଇଗଲେ ସାଧାରଣତଃ କୁହାଯାଏ, "ଅମୁକ ଲୋକଟି ଚାଲିଗଲା ।' କିଏ ସେ ? ଶରୀର ତ ପଡିଛି; କିଏ ଚାଳିଗଲା, ଯା' ପାଇଁ ତା'ର ସ୍ୱଜନ ପରିବାର ଶୋକ କରୁଛନ୍ତି ? ମୋର ଶରୀର କହୁଥିବା "ମୁଁ' ଟି କିଏ ? ଶରୀର ମଧ୍ୟରେ ରହି ଚେତନା ପ୍ରଦାନ କରୁଥିବା ସେହି ଚିନ୍ମୟ ସାକୁ ଆଧ୍ୟାତ୍ମିକ ଭାଷାରେ "ଆତ୍ମା' କୁହାଯାଏ । ଆତ୍ମାର ସଂଯୋଗରେ ଜୀବ ସଂସାରରେ (ଜୀବଲୋକେ) କ୍ରିୟାଶୀଳ ହୁଏ । ଏହି ଆତ୍ମାର ବାସ୍ତବିକ ସ୍ୱରୂପ କଣ ? ଏହା ଉପରେ ଅନେକ ମତାନ୍ତର ଦେଖାଯାଏ । ଅଦ୍ୱୈତବାଦ ବା ମାୟାବାଦର ପ୍ରବକ୍ତା ଆଦି ଶଙ୍କରାଚାର୍ଯ୍ୟ ଜୀବାତ୍ମାକୁ ପ୍ରତିବିମ୍ବ ଓ ମୃଗତୃଷ୍ଣା ସହିତ ତୁଳନା କରି ଏହାର ବାସ୍ତବିକତାକୁ ଅସ୍ୱୀକାର କରିଛନ୍ତି । ତାଙ୍କ ମତେରେ, ଜଗତ ମିଥ୍ୟା; ବ୍ରହ୍ମ ହିଁ କେବଳ ସତ୍ୟ । ଜୀବାତ୍ମା ସର୍ବବ୍ୟାପୀ ପରମାତ୍ମାଙ୍କ ଏକ ଅଂଶ ବିଶେଷ (କ୍ଟ୍ରବକ୍ସଗ୍ଧ) ମାତ୍ର । ସୂର୍ଯ୍ୟଙ୍କ ପ୍ରତିବିମ୍ବର ଆଧାର ଜଳ ଶୁଷ୍କ ହୋଇଗଲା ପରେ ଯେପରି ଏହା ପୁନଶ୍ଚ ବିମ୍ବ ରୂପ ହୋଇଯାଏ ବା ଘଟ ବିନଷ୍ଟ ହୋଇଗଲେ ତା'ମଧ୍ୟରେ ଥିବା ଆକାଶର ଅଂଶ ଯେପରି ମହାକାଶରେ ବିଲୀନ ହୋଇଯାଏ ସେହିପରି ପରମାତ୍ମାଙ୍କ ଅଂଶ ଆତ୍ମା ଦେହାଦି ବନ୍ଧନରୁ ମୁକ୍ତ ହେଲେ ତାଙ୍କ ସହିତ ଲୀନ ହୋଇଯାଏ । ସେ ଆତ୍ମା ଓ ପରମାତ୍ମାଙ୍କୁ ଏକ ଓ ଅଭିନ୍ନ ବୋଲି ସ୍ୱୀକାର କରିଛନ୍ତି । ତାଙ୍କ ମତରେ ଅଜ୍ଞାନତା ବା ଅବିଦ୍ୟା ହେତୁ ମନୁଷ୍ୟ ପରମାତ୍ମାଙ୍କ ପ୍ରତିବିମ୍ବ ସ୍ୱରୂପ ଆତ୍ମାକୁ ତାଙ୍କଠାରୁ ଭିନ୍ନ ବୋଲି ମନେ କରେ । ଶଙ୍କରାଚାର୍ଯ୍ୟଙ୍କ ପରି ମହାନ ବିଦ୍ୱାନ ଓ ଆଚାର୍ଯ୍ୟ କେଉଁ ମହତ ଉଦ୍ଧେଶ୍ୟ ରଖି ଏହି ମାୟାବାଦର ପ୍ରବର୍ନ କରିଥିଲେ ତାହା ଅନ୍ୟ ଏକ ଆଲୋଚନାର ବିଷୟ । କିନ୍ତୁ ଏହା ସହିତ ଗୀତା ଏକମତ ନୁହେଁ । ଗୀତା ଅନୁସାରେ ଆତ୍ମା ଏକ ସ୍ୱତନ୍ତ୍ର ସା । ଏହା ନିତ୍ୟ ଓ ସନାତନ । ବ୍ରହ୍ମ ସୂତ୍ରରେ ଜୀବାତ୍ମାକୁ ଉପôିଶୂନ୍ୟ କୁହାଯାଇଛି । ""ନାତ୍ମାଶ୍ରୁତେର୍ନିତ୍ୟତ୍ୱାଚ୍ଚ ତାଭ୍ୟଃ '' ।ା ବ୍ର.ସୂ. ୨/୩/୧୭ ।ା ବ୍ରହ୍ମ ସୂତ୍ର ଭାଷ୍ୟ ଲେଖିଲାବେଳେ ଶଙ୍କରାଚାର୍ଯ୍ୟ ଏକ ସ୍ଥଳରେ ଉଲ୍ଲେଖ କରିଛନ୍ତି ଯେ ବାସ୍ତବରେ ଜୀବ ବ୍ରହ୍ମର ଅଂଶ ନୁହେଁ; ଅଂଶ ସଦୃଶ ଅଟେ । କାରଣ ନିରବୟବ ପରମାତ୍ମାଙ୍କ ଅଂଶ ହେବା ସମ୍ଭବ ନୁହେଁ । ""ଅଂଶ ଇବାଂଶୋ ନହି ନିରବୟବସ୍ୟ ମୁଖ୍ୟୋଂଶ ସମ୍ଭବତି ।ା''(ବ୍ର.ସୂ.୨/୩/୪୩ ଶଂ.ଭା.) ଏଠାରେ ଶଙ୍କରାଚାର୍ଯ୍ୟ ସ୍ୱୟଂ ନିଜେ ନିଜର ମାୟାବାଦକୁ ପରୋକ୍ଷଭାବରେ ଖଣ୍ଡନ କରିଛନ୍ତି । ଏଥିରୁ ସ୍ପଷ୍ଟ ହୁଏ ଯେ ଆତ୍ମା ପରମାତ୍ମାଙ୍କଠାରୁ ଉପôି ହୋଇ ନାହିଁ କିମ୍ବା ଏହା ଅବିଭାଜ୍ୟ ପରମାତ୍ମାଙ୍କ ବିଭାଜିତ ଅଂଶ ବିଶେଷ ନୁହେଁ । ପରମାତ୍ମାଙ୍କ ପରି ଆତ୍ମା ମଧ୍ୟ ଅନାଦି ଅଟେ (ଗୀ-୧୩/୧୯) ।

ସାଧାରଣତଃ ସନ୍ତାନସନ୍ତତିମାନଙ୍କୁ ସେମାନଙ୍କ ପିତାମାତାଙ୍କ ଅଂଶ ବୋଲି କୁହାଯାଏ । ପିତାମାତା ସେମାନଙ୍କ ସନ୍ତାନସନ୍ତତିମାନଙ୍କଠାରୁ ପୃଥକ ଓ ଭିନ୍ନ ଭିନ୍ନ ସା ଅଟନ୍ତି । ସେହିପରି ଆତ୍ମା ପରମାତ୍ମାଙ୍କ ସନ୍ତାନ ହୋଇଥିବାରୁ ଉଭୟଙ୍କ ମଧ୍ୟରେ ଅଂଶାଂଶୀ ସମ୍ପର୍କ ଅଛି । ଆଲୋଚ୍ୟ ଅଧ୍ୟାୟର ସପ୍ତମ ଶ୍ଳୋକେରେ ""ମମୈବାଂଶଃ'' କହିବାର ଏକମାତ୍ର ତାପôର୍ଯ୍ୟ ହେଉଛି ଆତ୍ମାର ସମ୍ବନ୍ଧ କେବଳ ପରମାତ୍ମାଙ୍କ ସହିତ ନିତ୍ୟ ଓ ଶାଶ୍ୱତ; ପ୍ରକୃତି ସହିତ ତା'ର ସମ୍ବନ୍ଧ ଅନିତ୍ୟ ଓ କ୍ଷଣସ୍ଥାୟୀ । ଆତ୍ମା ମଧ୍ୟରେ ପ୍ରକୃତିର ସାମାନ୍ୟତମ ଅଂଶ ନାହିଁ । ପରମାତ୍ମାଙ୍କ ପରି ଆତ୍ମା ମଧ୍ୟ ଅଶରୀର୍୍ୀ୍୍୍୍୍୍, ଜ୍ୟୋତିର୍ବିନ୍ଦୁ ସ୍ୱରୂପ ଓ ପରମଧାମ ନିବାସୀ । ପ୍ରଭେଦ ଏତିକି ଯେ ପରମାତ୍ମା ଜ୍ଞାନ ଗୁଣର ସାଗର; ଆତ୍ମା ସେସବୁର ସ୍ୱରୂପ ମାତ୍ର । ଆତ୍ମା କର୍ମ ବନ୍ଧନରେ ପଡୁଥିବାରୁ ଜନ୍ମ-ମୃତୁ୍ୟ ଚକ୍ରରେ ଘୁରି ବୁଲେ; କିନ୍ତୁ ପରମାତ୍ମା ଅଜନ୍ମା, ଅକର୍ା ଓ ଅଭୋକ୍ତା ହୋଇଥିବାରୁ ତାଙ୍କର ନିଜସ୍ୱ କର୍ମଜ ଶରୀର ନାହିଁ । ଆତ୍ମା ଶରୀର ଧାରଣ କଲେ ପ୍ରକୃତି ଦ୍ୱାରା ବଶୀଭୂତ ହୋଇ ନିଜର ସ୍ୱରୂପ ବିସ୍ମୃତ ହୋଇଯାଏ । ପରମାତ୍ମା ସର୍ବଜ୍ଞ; ତେଣୁ ବିସ୍ମୃତିର ଉଦ୍ଧ୍ୱର୍ରେ । ସେ ମନୁଷ୍ୟମାନଙ୍କର ସ୍ମୃତିଦାତା । କେବଳ କାହାରି ଔରସରୁ ଜନ୍ମ ହୋଇଥିଲେ ଯେ ତାଙ୍କୁ ପିତା କୁହାଯିବ ତାହା ନୁହେଁ । ବୟୋଜ୍ୟେଷ୍ଠ ଓ ହିତକାରୀ ବ୍ୟକ୍ତିକୁ ମଧ୍ୟ "ପିତା' ସମ୍ବୋଧନ କରାଯାଏ । ମହାତ୍ମା ଗାନ୍ଧୀ ଭାରତକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିଥିଲେ । ତେଣୁ ତାଙ୍କୁ "ରାଷ୍ଟ୍ର ପିତା' ବୋଲି କୁହାଗଲା । ଏଠାରେ ଜନ୍ମଦାତା ଅର୍ଥରେ ତାଙ୍କ ପାଇଁ ପିତା ଶବ୍ଦ ବ୍ୟବହାର କରାଯାଇ ନାହିଁ । ସେହିପରି ପରମାତ୍ମା ସୃଷ୍ଟିରେ ଅବତରଣ କରି ମନୁଷ୍ୟାତ୍ମାମାନଙ୍କ ଅଜ୍ଞାନ ଅନ୍ଧକାର ଦୂର କରନ୍ତି । ସେମାନଙ୍କୁ ମୁକ୍ତି ଓ ଜୀବନ୍ମୁକ୍ତି ପ୍ରଦାନ କରନ୍ତି । ପତିତ କଳିଯୁଗୀ ଦୁନିଆର ବିନାଶ କରି ସତ୍ୟଯୁଗୀ ଦୈବୀ ଦୁନିଆର ସ୍ଥାପନ କରନ୍ତି । ତେଣୁ ତାଙ୍କୁ "ଜଗନ୍ନାଥ' ଓ "ଜଗତ୍ପିିତା' କୁହାଯାଏ । ପୂର୍ବୋକ୍ତ ଶ୍ଳୋକରେ ପରମାତ୍ମା କହିବାକୁ ଚାହାନ୍ତି ଯେ ଆତ୍ମା ମୋ ପରି(ମମୈବାଂଶୋ) ସନାତନ ହୋଇଥିଲେ ମଧ୍ୟ ସଂସାରରେ (ଜୀବଲୋକେ) ଦେହ ଧାରଣ କରି (ଜୀବଭୂତଃ) ନିଜର ପ୍ରକୃତ ସ୍ୱରୂପକୁ ଭୁଲି ଯାଇ ମନ ଓ ଇନ୍ଦ୍ରିୟମାନଙ୍କ ଆକର୍ଷଣରେ ନିଜକୁ ଦେହ ବୋଲି ମନେକରେ । ""ମନଃ ଷଷ୍ଠାନୀନ୍ଦ୍ରିୟାଣୀ ପ୍ରକୃତିସ୍ଥାନି କର୍ଷତି '' ।

ଜୀବାତ୍ମା ଶରୀର ରୂପୀ ଗୃହର ସ୍ୱାମୀ (ଈଶ୍ୱରଃ) ସମସ୍ତ ଇନ୍ଦି୍ରୟଗଣ ତା'ର ପରିଚାରକ ସ୍ୱରୂପ । ଇନ୍ଦ୍ରିୟ ସମୂହ ପ୍ରକୃତିରୁ ଉପôନ୍ନ । ଆତ୍ମ ବିସ୍ମୃତ ହେଲେ ଜୀବାତ୍ମା ପ୍ରକୃତିର ଦାସ ହୋଇଯାଏ । ପ୍ରକୃତିରୁ ଉପôନ୍ନ ଶରୀର ଓ ସଂସାର ସହିତ ତାଦାତ୍ମ୍ୟ କରୁଥିବାରୁ ସେ ନିଜକୁ ଏକ ସ୍ୱତନ୍ତ୍ର ଓ ଚୈତନ୍ୟ ସା ରୂପେ ଅନୁଭବ କରିପାରେ ନାହିଁ । ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତିକୁ ମନ, ବୁଦ୍ଧି ଓ ସଂସ୍କାର କୁହାଯାଏ । ଆତ୍ମାର ସଂକଳ୍ପଶକ୍ତିର ନାମ "ମନ' ଓ ନିର୍ଣ୍ଣୟ ଶକ୍ତିର ନାମ "ବୁଦ୍ଧି' । ବ୍ୟକ୍ତି ଯାହା କର୍ମ କରେ ତା'ର ସ୍ମୃତି ଆତ୍ମାରେ ଲିପିବଦ୍ଧ ହୋଇଯାଏ । ଏହି ସ୍ମୃତିହିଁ ଆଉ ଥରେ ସେହି କାର୍ଯ୍ୟ କରିବାର ପ୍ରେରଣା ଦିଏ । ସଂସ୍କାର ହେଉଛି ଆତ୍ମାର "ଅଭିଲେଖାଗାର' । ଏଠାରେ ତାର ଇହ ଓ ପର ଉଭୟ ଜନ୍ମର ସ୍ମୃତି ଗଚ୍ଛିତ ଥାଏ । ସମଗ୍ର ମାନବୀୟ ଚେତନାକୁ ଚାରି ଭାଗରେ ବିଭକ୍ତ କରାଯାଇପାରେ । ଯଥା – (୧) ଜାଗ୍ରତ (୨) ଅର୍ଦ୍ଧଜାଗ୍ରତ (୩) ସୁସୁପ୍ତି ଓ (୪) ପରମଜାଗ୍ରତ । ମଣିଷ ସାଧାରଣତଃ ଚେତନାର ଜାଗ୍ରତ ଅଂଶକୁ ବହୁଳ ଭାବରେ ବ୍ୟବହାର କରେ । ଆମେ ଯାହା ପଢ଼ୁ ବା ଶୁଣୁ ତା'ର ଶତକଡା ଦଶ ଭାଗ ଜାଗ୍ରତ ଅଂଶ ଓ ୪୦ ଭାଗ ଅର୍ଦ୍ଧଜାଗ୍ରତ ଅଂଶରେ (ଝଙ୍କଭ ମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦ କ୍ଟ୍ରବକ୍ସଗ୍ଧ) ସଂରକ୍ଷିତ ଥାଏ । ଜାଗ୍ରତ ଅଂଶରେ ସଂରକ୍ଷିତ ବିଷୟବସ୍ତୁ ସେଙ୍ଗ ସେଙ୍ଗ ମନେ ପଡିଯାଏ । ମନର ଏକାଗ୍ରତା ସମୟରେ ଅର୍ଦ୍ଧଜାଗ୍ରତ ଅଂଶରେ ଥିବା ବିଷୟ ଜାଗ୍ରତ ଅଂଶରେ ପ୍ରତିଫଳିତ ହୁଏ । ଚେତନାର ବାକି ଅଂଶ ପଚାଶ ପ୍ରତିଶତକୁ ସୁଷୁପ୍ତି କହନ୍ତି । ଏହା ଜାଗ୍ରତ ଅଂଶକୁ ଆସି ପାରେ ନାହିଁ । ଏଥିରେ ପୂର୍ବଜନ୍ମର ସଂସ୍କାର ଓ ସ୍ମୃତି ଥାଏ । ଏହି ଅର୍ଦ୍ଧଜାଗ୍ରତ ଓ ସୁଷୁପ୍ତି ଅଂଶ ମିଶି ଶତକଡା ୯୦ ଭାଗ ହୋଇଥିବାରୁ ଏହା ବ୍ୟକ୍ତିର ଜୀବନ ଶୈଳୀକୁ ପ୍ରଭାବିତ କରେ ଏବଂ ଏହା ମଧ୍ୟରେ ସନ୍ନିହିତ ବିଷୟାନୁସାରେ ସେ କର୍ମରେ ପ୍ରବୃ ହୁଏ । ଅନେକ ଜନ୍ମର ଅନୁଭବ, ଅଭ୍ୟାସ ଓ ସିଦ୍ଧାନ୍ତରେ ପରିପୂର୍ଣ୍ଣ ଏହି ଅର୍ଦ୍ଧଜାଗ୍ରତ ଓ ସୁଷୁପ୍ତି ଅଂଶ ଜାଗ୍ରତ ଅଂଶକୁ ପ୍ରତି ମୁହୂର୍ରେ ପରୋକ୍ଷ ଭାବରେ ବା ପ୍ରତ୍ୟକ୍ଷ ଭବରେ ପ୍ରଭାବିତ କରୁଥାଏ । ମନ ଓ ବୁଦ୍ଧି ଚେତନାର ଜାଗ୍ରତ ଅଂଶରେ କେବଳ କାମ କରେ । ଏଥିପାଇଁ ଜାଗ୍ରତ ଅଂଶ ବାସ୍ତବିକତା ଅନୁରୂପ ଚିନ୍ତନ କରେ । ଅର୍ଦ୍ଧଜାଗ୍ରତ ଅଂଶରେ ମନ ଓ ବୁଦ୍ଧି ନ ଥିବାରୁ ଏହା ତର୍କ ସମ୍ମତ ଚିନ୍ତନ କରିପାରେ ନାହିଁ । ଏହା ଭାବନାତ୍ମକ ଅଟେ । ଭଲ ମନ୍ଦର ନିରୂପଣ କରିବାର କ୍ଷମତା ଏଥିରେ ନାହିଁ । ପୂର୍ବରୁ ତାହା ମଧ୍ୟରେ ଯାହା ମୁଦ୍ରିତ ଭାବରେ ରହି ଯାଇଛି ସେହି ଅନୁସାରେ ତା'ର ଅଭିବ୍ୟକ୍ତି ପ୍ରକଟିତ ହୁଏ । ଏଥିପାଇଁ ବ୍ୟକ୍ତି ଚାହିଲେ ମଧ୍ୟ ଅନେକ ଦିନର ବିଶୃଙ୍ଖଳିତ ଜୀବନ ଶୈଳୀକୁ ହଠାତ୍ ପରିବର୍ନ କରିପାରେ ନାହିଁ । ପରମ ଜାଗ୍ରତ ଅଂଶ(ଝଙ୍କକ୍ଟ୍ରରକ୍ସ ଉକ୍ଟଦ୍ଭଗ୍ଦମସକ୍ଟଙ୍କକ୍ସଗ୍ଦ କ୍ଟ୍ରବକ୍ସଗ୍ଧ) ଚେତନାର ସବୁଠାରୁ ଗଭୀରତମ ଅଂଶ । ଏହା ଚେତନାର ମାତ୍ର ୦.୧ ପ୍ରତିଶତ ଅଟେ । ଏହି ଅଂଶ ପରମ ବୁଦ୍ଧିଶାଳୀ ଓ ଅତ୍ୟନ୍ତ ଶକ୍ତି ସମ୍ପନ୍ନ ଅଟେ । ଏହାର ଜାଗୃତିରେ ବ୍ୟକ୍ତି ଅଲୌକିକ ଦୈବୀଗୁଣ ସମ୍ପନ୍ନ ହୁଏ ଏବଂ ତା'ର ଇପ୍ସିତ ଇଚ୍ଛା ପୂର୍ଣ୍ଣ ହୁଏ । ଯୋଗାଭ୍ୟାସ ଦ୍ୱାରା ବ୍ୟକ୍ତି ଯେତେବେଳେ ଦେହାତୀତ ହୋଇଯାଏ ସେତେବେଳେ ଏହା ଜାଗ୍ରତ ହୁଏ । ଏହା ଯୋଗୀର ସମାଧି ଅବସ୍ଥା ।

ଗୋଟିଏ ଦେହ ତ୍ୟାଗ କରି ଅନ୍ୟ ଏକ ଦେହ ଧାରଣ କରିବାର ପ୍ରକ୍ରିୟାକୁ ବାୟୁର ସାଳନ କ୍ରିୟା ସହିତ ତୁଳନା କରାଯାଇ ପାରେ । ବାୟୁ ଗୋଟିଏ ସ୍ଥାନରୁ ଗନ୍ଧ ବହନ କରି ଯେପରି ସ୍ଥାନାନ୍ତରକୁ ପ୍ରବାହିତ ହୁଏ ସେହିପରି ଜୀବାତ୍ମା ଦେହ ଛାଡିବା ବେଳେ ମନ, ବୁଦ୍ଧି ଓ ସଂସ୍କାରକୁ ସାଙ୍ଗରେ ନେଇ ଅନ୍ୟ ଶରୀରକୁ ପ୍ରବେଶ କରେ । କର୍ଣ୍ଣ, ଚକ୍ଷୁ, ତ୍ୱକ୍, ଜିହ୍ୱା ଓ ନାସିକା ଏହି ପେନ୍ଦ୍ରିୟ ଦ୍ୱାରା ସେ ବିଷୟ ସେବନ କରେ । ଏଠାରେ ଏହାକୁ ଆସୁରିକ ଭୋଗ ବିଳାସ ଅର୍ଥରେ ବୁଝିବା ଉଚିତ ହେବ ନାହିଁ । ଏହା ଇନ୍ଦ୍ରିୟମାନଙ୍କ ସ୍ୱାଭାବିକ କ୍ରିୟାକୁ ବୁଝାଉଛି । କର୍ଣ୍ଣର କାର୍ଯ୍ୟ ଶୁଣିବା, ଚକ୍ଷୁର ଦେଖିବା, ଚର୍ମର ସ୍ପର୍ଶ ଅନୁଭବ କରିବା, ଜିହ୍ୱାର ସ୍ୱାଦ ଗ୍ରହଣ କରିବା ଓ ନାକର କାର୍ଯ୍ୟ ହେଲା ଆଘ୍ରାଣ କରିବା । ଦେହାଭିମାନବଶତଃ ଆତ୍ମା ଯେତେବେଳେ ଏହି ସବୁ କ୍ରିୟା କରେ ତେବେ ତାହା ସବୁ ଦୂଷିତ ହୋଇପଡ଼େ । ଆତ୍ମସ୍ଥ ବ୍ୟକ୍ତିର ଇନ୍ଦ୍ରିୟଗୁଡ଼ିକ ସ୍ୱାଭାବିକ ଭାବରେ ସେମାନଙ୍କ କ୍ରିୟା କରନ୍ତି । ଏହି ପରିପ୍ରେକ୍ଷୀରେ ଭାଗବତରେ ବର୍ଣ୍ଣିତ ଏକ ପ୍ରସଙ୍ଗର ଉଦାହରଣ ଦିଆଯାଇପାରେ । ଏକଦା ଅର୍ଦ୍ଧ ଉଲଗ୍ନା ସ୍ନାନୋଦ୍ୟତା କତିପୟ ଦେବାଙ୍ଗନା ବ୍ୟାସଦେବଙ୍କ ଆଗମନ ଦେଖି ଲଜ୍ଜାବଶତଃ ନଦୀ ଜଳକୁ ପ୍ରବେଶ କଲେ । କିଛି ସମୟ ପରେ ବ୍ୟାସଦେବଙ୍କ ପୁତ୍ର ଶୁକଦେବ ସେହି ପଥ ଦେଇ ଆସିବା ଦେଖି ସେହି ଦେବାଙ୍ଗନାମାନେ ନିଃସେଙ୍କାଚରେ ତାଙ୍କ ନିକଟକୁ ଆସି ଅଭ୍ୟର୍ଥନା କଲେ । ଏହା ବ୍ୟାସଦେବଙ୍କୁ ଆଶ୍ଚର୍ଯ୍ୟ ଚକିତ କଲା । ଏହାର କାରଣ ଜିଜ୍ଞାସା କରିବାରୁ ଦେବାଙ୍ଗନାମାନେ କହିଲେ, ""ହେ ମୁନିଶ୍ରେଷ୍ଠ, ବୟୋବୃଦ୍ଧ ତପସ୍ୱୀ ହେଲେ ମଧ୍ୟ ଆପଣ ଦେହାଭିମାନରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇ ନାହାନ୍ତି । ଆପଣଙ୍କ ପୁତ୍ର ନିତ୍ୟ ନିରନ୍ତର ଆତ୍ମିକ ସ୍ଥିତିରେ ଅବସ୍ଥାନ କରନ୍ତି । ଆମର ଅର୍ଦ୍ଧ ବିବସନା ଶରୀର ଦେଖି ମଧ୍ୟ ତାଙ୍କ ମନରେ କୌଣସି ଦୂଷିତ ଭାବନା ସୃଷ୍ଟି ହେଉ ନାହିଁ । ଯୌବନରେ ଉପନୀତ ହୋଇ ମଧ୍ୟ ତାଙ୍କ ମନ ଏକ ଶିଶୁ ପରି ଶୁଦ୍ଧ ଓ ନିର୍ମଳ । ମାଆର ଅନାବୃତ ବକ୍ଷକୁ ଦେଖି ସ୍ତନ୍ୟପାୟୀ ଶିଶୁ ମନରେ ଯେପରି କୌଣସି ବିକୃତ ଭାବନା ସୃଷ୍ଟି ହୁଏ ନାହିଁ ଶୁକଦେବଙ୍କ ଦୃଷ୍ଟି ବୃି ଠିକ ସେପରି ହୋଇଥିବାରୁ ତାଙ୍କ ସମ୍ମୁଖକୁ ଆସିବା ପାଇଁ ଆମେ ଲଜ୍ଜାବୋଧ କଲୁଁ ନାହିଁ ।

ସଂସାରରେ ଜନ୍ମ ଓ ମୃତୁ୍ୟ ଏକ ନିତିଦିନିଆ ଘଟଣା । ଏହାର ଅନ୍ତରାଳରେ ଥିବା ବାସ୍ତବିକ ରହସ୍ୟକୁ ଅଜ୍ଞାନ ମନୁଷ୍ୟ ବୁଝିପାରେ ନାହିଁ । ସେମାନଙ୍କ ମଧ୍ୟରୁ କେତେକ କହନ୍ତି, ମୃତୁ୍ୟ ପରେ ଅଗ୍ନିଦ୍ୱାରା ଶରୀରକୁ ଭସ୍ମ କରିଦିଆଯାଏ । ତେଣୁ ଏହା ପୁନର୍ଜନ୍ମ କିପରି ନେବ ? ଭସ୍କୀଭୂତସ୍ୟ ଦେହସ୍ୟ ପୁନରାଗମନ କୁତଃ ? ସେମାନେ ମୁତୁ୍ୟ ପର ଜୀବନକୁ ବିଶ୍ୱାସ କରନ୍ତି ନାହିଁ । ତେଣୁ ବର୍ମାନ ଜୀବନକୁ ଭୋଗ ବିଳାସରେ କଟାଇବାକୁ ପସନ୍ଦ କରନ୍ତି । ବିଳାସ ବ୍ୟସନ ପାଇଁ ଆବଶ୍ୟକ ପଡୁଥିବା ଧନ ଆହରଣ କରିବାକୁ ସେମାନେ ଯେ କୌଣସି ପନ୍ଥାର ଆଶ୍ରୟ ନେବା ପାଇଁ କୁଣ୍ଠିତ ହୁଅନ୍ତି ନାହିଁ । ସେମାନଙ୍କର ଜୀବନର ଆଦର୍ଶ ହେଉଛି ; ""ଋଣ ପଛକେ କର; କିନ୍ତୁ ଯେତେଦିନ ବିଛ ସୁଖରେ ରହ ।'' ""ଋଣଂ କୃତ୍ୱା ଘୃତଂ ପିବେତ୍ ....ା'' ଯେଉଁ ଚୈତନ୍ୟ ସାର ସଂଯୋଗରେ ଏ ଶରୀର କ୍ରିୟାଶୀଳ ଓ ବିୟୋଗରେ ଅସ୍ପୃଶ୍ୟ ଶବ ପାଲଟିଯାଏ ତାହା ଦେହାଭିମାନୀ ବ୍ୟକ୍ତି ଦେଖିପାରେ ନାହିଁ । ସଂସାରରେ କିଛି ବ୍ୟକ୍ତି ଜନ୍ମରୁ ବିକଳାଙ୍ଗ, ରୋଗିଣା ବା ମନ୍ଦ ବୁଦ୍ଧି ଯୁକ୍ତ ହୋଇଥାନ୍ତି, ଅନ୍ୟ କେତେକ ସୁସ୍ଥ, ସବଳ, ସୁନ୍ଦର ଓ ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ହୁଅନ୍ତି । କେତେକ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ହେଲା ବେଳେ ଅନ୍ୟମାନେ ଭୋଗ ଐଶ୍ୱର୍ଯ୍ୟ ମଧ୍ୟରେ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି । ସଂସାରରେ ଏହି ତାରତମ୍ୟ କାହିଁକି ? ଏକଥା ଅଜ୍ଞାନମାନଙ୍କ ମନକୁ ସ୍ପର୍ଶ କରେ ନାହିଁ । ଜ୍ଞାନହୀନ ବ୍ୟକ୍ତି ପଶୁତୁଲ୍ୟ । ""ଜ୍ଞାନେନ ହୀନା ପଶୁଭି ସମାନା । ଶରୀର ମଧ୍ୟରେ ଆତଜାତ ହେଉଥିବା ଜୀବାମ୍ôାମାନଙ୍କୁ ଦେଖିବା ପାଇଁ ଆବଶ୍ୟକ ଜ୍ଞାନ ଚକ୍ଷୁ । ଜ୍ଞାନୀ ବ୍ୟକ୍ତି ଜ୍ଞାନ ଚକ୍ଷୁ ଦ୍ୱାରା ଶରୀର ଓ ସଂସାରର ଅନିତ୍ୟକୁ ଦେଖି ପାରନ୍ତି । ତେଣୁ ସେ ବିଷୟ ବିକାରରୁ ଦୂରେଇ ରହନ୍ତି । ଯଷ୍ଟିର ଆଶ୍ରୟରେ ଚାଲୁଥିବା ଏକ ଜରା ଜର୍ଜରିତ ବୃଦ୍ଧ, ରୋଗୀ ଓ ଶବ – ସଂସାରର ଏହି ତିନୋଟି ଦୁଃଖପୂର୍ଣ୍ଣ ଘଟଣା ଦେଖି ରାଜକୁମାର ଗୌତମଙ୍କ ଜ୍ଞାନ ଚକ୍ଷୁ ଉନ୍ମୀଳିତ ହୋଇଯାଇଥିଲା । ନବଜାତ ସନ୍ତାନ ଓ ନବଯୌବନା ସୁନ୍ଦରୀ ପନôୀଙ୍କୁ ତ୍ୟାଗ କରି ସେ ଜୀବନର ମହାନ ସତ୍ୟକୁ ଅନ୍ୱେଷଣ କରିବା ପାଇଁ କଠୋର ତପ ସାଧନା କରିଥିଲେ । ଏକ ସାମାନ୍ୟ ଘଟଣା ରାଜକୁମାର ଗୌତମଙ୍କୁ ମହାତ୍ମା ବୁଦ୍ଧରେ ପରିଣତ କରିଦେଲା ।

ଆତ୍ମାନୁଭୂତି ପରମାତ୍ମାନୁଭୂତି ପାଇଁ ପଥ ପ୍ରଦର୍ଶନ କରେ । ଝକ୍ଟଙ୍କକ୍ଷ ମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ କ୍ଷରବୟଗ୍ଦ ଗ୍ଧକ୍ଟ ଏକ୍ଟୟ ମକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ. ଦେହାଭିମାନୀ ବ୍ୟକ୍ତି ଯେତେ ପ୍ରଯନ୍ନ କଲେ ମଧ୍ୟ ପରମାତ୍ମାନୁଭୂତି କରି ପାରେ ନାହିଁ । ଦେହାଭିମାନବଶତଃ ଜନ୍ମଜନ୍ମାନ୍ତରରୁ ମନୁଷ୍ୟ କରି ଆସିଥିବା ପାପ କର୍ମ ହେତୁ ତା'ର ଅନ୍ତଃକରଣ ମଳିନ ହୋଇଯାଏ । ମେଘାବୃ ଆକାଶରେ ସୂର୍ଯ୍ୟ ଦେଖା ନ ଯିବା ପରି ଅଶୁଦ୍ଧ ଅନ୍ତଃକରଣଯୁକ୍ତ ବ୍ୟକ୍ତି ନିଜ ମଧ୍ୟରେ ଥିବା ଚିନ୍ମୟ ସା ଆତ୍ମାକୁ ଦେହଠାରୁ ପୃଥକ ଦେଖିପାରେ ନାହିଁ । ଆତ୍ମାନୁଭୂତି ପାଇଁ ପ୍ରଥମେ ଅନ୍ତଃକରଣର ଶୁଦ୍ଧି ଏକାନ୍ତ ଆବଶ୍ୟକ । ଏଥିପାଇଁ ବ୍ୟକ୍ତିକୁ ପ୍ରଥମେ ଚାରୋଟି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ । ସେଗୁଡିକ ହେଲା; (୧) ପବିତ୍ରତା ପାଳନ (୨) ଶୁଦ୍ଧ ଅନ୍ନ ଭୋଜନ (୩) ଦିବ୍ୟଗୁଣ ଧାରଣ ଓ (୪) ସତ୍ ସଙ୍ଗ । ପବିତ୍ରତା ଶବ୍ଦର ଅର୍ଥ ଅତି ବ୍ୟାପକ । ସାରାଂଶରେ ସମ୍ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ସର୍ବଦା ଶୁଦ୍ଧ ଚିନ୍ତନ, ସତ୍ୟ ଓ ମଧୁର ଭାଷଣ ଏବଂ ସତ୍କର୍ମର ଆଚରଣକୁ ପବିତ୍ରତା କୁହାଯାଏ । ଅନ୍ନ ଦ୍ୱାରା ମନ ପ୍ରଭାବିତ ହୁଏ । କୁହାଯାଏ, ""ଯେପରି ଅନ୍ନ ସେପରି ମନ '' । କ୍ରମାଗତ ଅଭ୍ୟାସ ଦ୍ୱାରା ଦିବ୍ୟଗୁଣଗୁଡ଼ିକ ଧାରଣ କଲେ ବ୍ୟକ୍ତି ସମସ୍ତ ଅବଗୁଣରୁ ମୁକ୍ତ ହୁଏ । ଦୈବୀଗୁଣ ଯୁକ୍ତ ମନୁଷ୍ୟକୁ ଦେବତା ଓ ଆସୁରିକ ଗୁଣଯୁକ୍ତ ମନୁଷ୍ୟକୁ "ଅସୁର' କହାଯାଏ । ଯେଉଁ ସଙ୍ଗ ଦ୍ୱାରା ମଣିଷର ମନ ସର୍ବତୋଭାବେ ଈଶ୍ୱରାଭିମୁଖୀ ହୁଏ ତାହା ସତ୍ ସଙ୍ଗ । ଈଶ୍ୱରୀୟ ଜ୍ଞାନର ଶ୍ରବଣ, ମନନ୍, ଚିନ୍ତନ,କଥନ ଆଦି ସତ୍ସଙ୍ଗର ଅନ୍ତର୍ଗତ । ଉପରୋକ୍ତ ଚାରୋଟି ବିଷୟକୁ ଯନô ପୂର୍ବକ ଜୀବନରେ ଆଚରଣ କରୁଥିବା ବ୍ୟକ୍ତି ପ୍ରକୃତ ଯୋଗୀ ପଦବାଚ୍ୟ । କାରଣ ଏ ଚାରୋଟି ହେଉଛି ଯୋଗର ଚାରୋଟି ସ୍ତମ୍ଭ ।

ଯେଉଁମାନଙ୍କ ମଧ୍ୟରେ ଆତ୍ମିକ ଚେତନା ଜାଗ୍ରତ ହୋଇନାହିଁ ସେମାନେ "ଅଚେତସଃ' । ସେମାନଙ୍କ ଚି ସର୍ବଦା ବିଷୟ ବିକାରରେ ପରିପୂର୍ଣ୍ଣ । ଯେଉଁମାନଙ୍କ ଚିରେ କାମ ଅଧିଷ୍ଠାନ କରିଛି ସେଠାରେ ପରମାତ୍ମା "ରାମ'ଙ୍କ ସ୍ଥାନ କେଉଁଠି ? ହିନ୍ଦିରେ ଏକ ଉକ୍ତି ପ୍ରସିଦ୍ଧ ଯେ; "ଯହାଁ କାମ ହୈ ୱାହାଁ ରାମ ନହିଁ ।'' ଅଶୁଦ୍ଧ ଅନ୍ତଃକରଣଯୁକ୍ତ ବ୍ୟକ୍ତିମାନଙ୍କୁ "ଅକୃତାତ୍ମାନଃ' କୁହାଯାଏ । ଦେବାଳୟକୁ ଗଲେ ସ୍ନାନଶୌଚାଦି ସମାପନ ଦ୍ୱାରା ଶରୀରକୁ ପବିତ୍ର କରି ଯିବାକୁ ହୁଏ । କିନ୍ତୁ ପରମାତ୍ମାଙ୍କ ଘରକୁ ଯିବା ପାଇଁ ଅନ୍ତଃକରଣର ଶୁଦ୍ଧତା ଆବଶ୍ୟକ । କାରଣ ସେଠାକୁ ଦେହ ସହିତ ଯାଇ ହୁଏ ନାହିଁ । ସେଥିପାଇଁ ଭକ୍ତ ଗାଏ, ""ମୈଲି ଚଦର ଓଢ଼କେ କୈସେ ଦ୍ୱାର ତୁମ୍ଭାରେ ଆଉଁ; ହେ ପାବନ ପରମେଶ୍ୱର ମେରେ ମନହି ମନ ସରମାଉଁ ।'' ଏଠାରେ "ମୈଲି ଚଦର'ର ଅର୍ଥ ଅଶୁଦ୍ଧ ଅନ୍ତଃକରଣ । ପରମାତ୍ମା ଦେହାତୀତ । ତେଣୁ ତାଙ୍କୁ ସ୍ଥୂଳ ଇନ୍ଦ୍ରିୟଗୁଡିକ ଦ୍ୱାରା ଅନୁଭବ କରିହୁଏ ନାହିଁ । ତେଣୁ ଯେତେ ପ୍ରଯନô କଲେ ମଧ୍ୟ ଆତ୍ମିକ ଚେତନାହୀନ ଓ ଅଶୁଦ୍ଧ ଅନ୍ତଃକରଣ ଯୁକ୍ତ ବ୍ୟକ୍ତି ପରମାତ୍ମାନୁଭୂତି କରିପାରେ ନାହିଁ ।

ପରମାତ୍ମାଙ୍କ ପ୍ରଭାବ

ଯଦାଦିତ୍ୟଗତଂ ତେଜୋ ଜଗଦ୍ଭାସୟତେଽଖିଳମ ।

ଯଚ୍ଚନ୍ଦ୍ରମସି ଯଚ୍ଚାଗ୍ନୌ ତେଜୋ ବିଦ୍ଧି ମାମକମ୍ ।ା୧୨ାା

ଗାମାବିଶ୍ୟ ଚ ଭୂତାନି ଧାରୟାମ୍ୟହମୋଜସା ।

ପୁଷ୍ପାମି ଚୌଷଧୀଃ ସର୍ବାଃ ସୋମୋ ଭୂତ୍ୱା ରସାତ୍ମକଃ ।ା୧୩ାା

ଅହଂ ବୈଶ୍ୱାନରୋ ଭୂତ୍ୱା ପ୍ରାଣିନାଂ ଦେହମାଶ୍ରିତଃ ।

ପ୍ରାଣାପାନସମାଯୁକ୍ତଃ ପଚାମ୍ୟନ୍ନଂ ଚତୁର୍ବିଧଂ ।ା୧୪ାା

ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ

      ମଃ ସ୍ମୃତି ର୍ଜ୍ଞାନମପୋହନଂ ଚ । 

ବେଦୈଶ୍ଚ ସର୍ବୈ ରହମେବ ବେଦ୍ୟୋ

    ବେଦାନ୍ତକୃଦ୍ବେଦବିଦେମ ଚାହମ୍ ।ା୧୫ାା

ଅର୍ଥ : ସୂର୍ଯ୍ୟର ଜ୍ୟୋତି ସମସ୍ତ ଜଗତକୁ ଆଲାକିତ କରେ ଏବଂ ଯେଉଁ ଜ୍ୟୋତି ଚନ୍ଦ୍ରମା ଓ ଅଗ୍ନିରେ ରହିଛି ତାହାକୁ ତୁ ମୋର ଜ୍ୟୋତି ବୋଲି ଜାଣ ।ା୧୨ାା ପୃଥିବୀରେ ପ୍ରବିଷ୍ଟ ହୋଇ ସ୍ୱୀୟ ଶକ୍ତି ଦ୍ୱାରା ମୁଁ ସମସ୍ତ ପ୍ରାଣୀଙ୍କୁ ଧାରଣ କରେ ଏବଂ ରସ ଉପôନ୍ନକାରୀ ଚନ୍ଦ୍ରମା ରୂପେ ସମସ୍ତ ବନସ୍ପତିକୁ ପରିପୁଷ୍ଟ କରେ ।ା୧୩ାା ଜଠରାଗ୍ନି ରୂପରେ ପ୍ରାଣୀମାନଙ୍କ ଦେହରେ ଆଶ୍ରୟନେଇ ମୁଁ ପ୍ରାଣ ଓ ଅପାନ ବାୟୁ ଦ୍ୱାରା ଚର୍ତୁବିଧ ଅନ୍ନକୁ ପରିପାକ କରିଥାଏ ।ା୧୪ାାସମସ୍ତଙ୍କ ହୃଦୟରେ ମୁଁ ଅଧିଷ୍ଠିତ । ମୋଠାରୁ ସ୍ମୃତି, ଜ୍ଞାନ ତଥା ସେଗୁଡିକର ଅଭାବ ହୁଏ । ସମସ୍ତ ବେଦ ଦ୍ୱାରା ଜାଣିବା ଯୋଗ୍ୟ ମୁଁ ହିଁ ଅଟେ । ସମସ୍ତ ବେଦର ଜ୍ଞାତା ଓ ବେଦାନ୍ତ କର୍ା ମଧ୍ୟ ମୁଁ ଅଟେ ।ା୧୫ାା

ବ୍ୟାଖ୍ୟା : ଯାହାଠାରୁ ଲାଭ ଓ ସୁଖ ମିଳେ ତା'ପ୍ରତି ମନରେ ଆକର୍ଷଣ ସୃଷ୍ଟି ହୁଏ । ନିଜଠାରୁ ଶକ୍ତିଶାଳୀ ବା ପ୍ରଭାବଶାଳୀ ବ୍ୟକ୍ତି ବା ସା ପ୍ରତି ମନରେ ଭୟ ବା ଭକ୍ତି ହୁଏ । ବେଦର ଉପାସନା କାଣ୍ଡରେ ଥିବା ବିଭିନ୍ନ ମନ୍ତ୍ରଗୁଡିକ ମନୁଷ୍ୟ ମନରେ ପ୍ରକୃତି ପ୍ରତି ଥିବା ଭୟ ବା ଭକ୍ତିର ଅଭିବ୍ୟକ୍ତି ମାତ୍ର । ସେଥିରେ ଅଗ୍ନି, ବରୁଣ, ଇନ୍ଦ୍ର, ଯମ, ବାୟୁ, ସୂର୍ଯ୍ୟ, ପୃଥିବୀ ଆଦିଙ୍କୁ ପ୍ରକୃତି ଦ୍ୱାରା ସମ୍ପାଦିତ ବିଭିନ୍ନ କ୍ରିୟାର ଦେବତା ରୂପେ ବର୍ଣ୍ଣନା କରି ପ୍ରାର୍ଥନା କରାଯାଇଛି । ବେଦୋକ୍ତ ମନ୍ତ୍ର ସାହାଯ୍ୟରେ ସଂପୃକ୍ତ ଦେବତାମାନଙ୍କୁ ସନ୍ତୁଷ୍ଟ କରି ନିଜ ଅଭିଷ୍ଟ ସାଧନ ପାଇଁ ମଣିଷ ହୋମ ଯଜ୍ଞର ଅନୁଷ୍ଠାନ କରେ । ସାଧାରଣ ଲୋକ ବୈଦିକ ମନ୍ତ୍ର ଜାଣେ ନାହିଁ । ଏହାର ସୁଯୋଗ ନେଇ ପୁରୋହିତ ବର୍ଗ କର୍ମକାଣ୍ଡକୁ ନିଜର ଜୀବିକା ରୂପେ ଗ୍ରହଣ କଲେ । ସେଥିପାଇଁ ବ୍ରାହ୍ମଣ ବ୍ୟତୀତ ଅନ୍ୟମାନଙ୍କ ପାଇଁ ବେଦପାଠକୁ ନିଷିଦ୍ଧ କରି ଦିଆଗଲା । ପୁରୋହିତ ବର୍ଗଙ୍କ ଲୋଭନୀୟ ପ୍ରଚାର ଦ୍ୱାରା ମାନବ ସମାଜରେ କର୍ମକାଣ୍ଡର ବହୁଳ ପ୍ରସାର ହେଲା । ଲୋକେ କର୍ମ(ପୁରୁଷାର୍ଥ) ଅପେକ୍ଷା କର୍ମକାଣ୍ଡ ଉପରେ ଅଧିକ ନିର୍ଭରଶୀଳ ହେଲେ । ଏପରିକି ପୁତ୍ର ସନ୍ତାନ ପ୍ରାପ୍ତି ପାଇଁ, ଝିଅ ପାଇଁ ଭଲ ପାତ୍ରଟିଏ ମିଳିବା ପାଇଁ; କୌଣସି ଦୁରାରୋଗ୍ୟରୁ ମୁକ୍ତି ପାଇବା ପାଇଁ; ଶତ୍ରୁର ବିନାଶ ପାଇଁ; ବ୍ୟବସାୟରେ ଅଧିକରୁ ଅଧିକ ଲାଭ ପାଇବା ପାଇଁ, ମାଲିମୋକଦମାରେ ନିଜ ସପକ୍ଷରେ ଡିଗ୍ରୀ ପାଇବା ପାଇଁ; ଚୋର ପୋଲିସଠାରୁ ରକ୍ଷା ପାଇବା ପାଇଁ; ପୋଲିସ ବା ଅନ୍ୟ କର୍ମଚାରୀ ଲା ନେଇ ଧରା ନ ପଡିବା ପାଇଁ; ନେତା ଭୋଟ ପାଇଁ; ଚାଷୀ ଭଲ ବର୍ଷା ପାଇଁ; ଛାତ୍ର ଭଲ ଡିଭିଜନରେ ପାସ କରିବା ପାଇଁ ଏବଂ ବେକାର ବ୍ୟକ୍ତି ଚାକିରୀ ପାଇଁ ପ୍ରତ୍ୟେକ କଥାରେ ଦେବୀ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କର୍ମ କାଣ୍ଡୀୟ ରୀତିନୀତିର ଜାଲରେ ମଣିଷ ଛନ୍ଦି ହୋଇ ପଡିଲା । ଗୀତା ବେଦୋକ୍ତ ଏହି କ୍ରିୟାବହୁଳ କର୍ମକାଣ୍ଡର ମୃଦୁ ଭର୍ତ୍ସନା କରିଛି । ଗୀତାରେ ପରମାତ୍ମା ସ୍ପଷ୍ଟ ଭାବରେ କହିଛନ୍ତି ଯେ କର୍ମକାଣ୍ଡ ସମ୍ମତ ପୂଜାପାଠ ହେଉଛି ସମ୍ପୁର୍ଣ୍ଣ ଅବିଧି । ମଣିଷ ମନରେ ଥିବା ଭକ୍ତି ଦେଖି ସେ ହିଁ ସେମାନଙ୍କୁ ଯଥାଯୋଗ୍ୟ ଫଳ ପ୍ରଦାନ କରନ୍ତି । କର୍ମକାଣ୍ଡୀୟ ରୀତିନୀତିରେ ଆସକ୍ତ ମନୁଷ୍ୟର ବୁଦ୍ଧିକୁ ପରମାତ୍ମାଭିମୁଖୀ କରାଇବା ପାଇଁ ପରମାତ୍ମା ଏଠାରେ ନିଜର ପ୍ରଭାବଗୁଡ଼ିକର ବର୍ଣ୍ଣନା କରିଛନ୍ତି ।

ଦେହାଭିମାନୀ ବ୍ୟକ୍ତିର ବୁଦ୍ଧି ଇନ୍ଦ୍ରିୟ ଗ୍ରାହ୍ୟ ବିଷୟ ବସ୍ତୁ,ଘଟଣା ଓ କ୍ରିୟା ପର୍ଯ୍ୟନ୍ତ ସୀମିତ ରହେ । ସେମାନେ ଦେହାଭ୍ୟନ୍ତରସ୍ଥ ଚିନ୍ମୟ ସା ଆତ୍ମାକୁ ଅନୁଭବ କରିପାରନ୍ତି ନାହିଁ । ସେମାନଙ୍କର ପ୍ରକୃତି ସହିତ ତାଦାତ୍ମ୍ୟ ରହୁଥିବାରୁ ପ୍ରକୃତିର ସମସ୍ତ କାର୍ଯ୍ୟକଳାପକୁ କେବଳ ସ୍ଥୂଳ ଦୃଷ୍ଟିରେ ଦେଖନ୍ତି । ଜଡ ପ୍ରକୃତିର ଅନ୍ତରାଳରେ କାର୍ଯ୍ୟ କରୁଥିବା ସୂକ୍ଷ୍ମ ଶକ୍ତିର ଯଥାର୍ଥ ସ୍ୱରୂପ ବିଷୟରେ ସେମାନେ ଜାଣି ପାରନ୍ତି ନାହିଁ । ବିଜ୍ଞାନ କେବଳ ପ୍ରକୃତିର ଭୌତିକ ଶକ୍ତିକୁ ଆବିଷ୍କାର କରି ଉପଯୋଗ କରି ପାରିଛି । ପ୍ରକୃତିର ବିଚିତ୍ର ଲୀଳା ସବୁକୁ ଆଜି ମଧ୍ୟ ବିଜ୍ଞାନ ବୁଝିବାକୁ ଅସମର୍ଥ । ପ୍ରକୃତି ମଧ୍ୟରେ ସଙ୍ଘଟିତ ଅନେକ ଅଦ୍ଭୁତ କ୍ରିୟାକଳାପ ଦେଖି ମନୁଷ୍ୟ ସେ ସବୁକୁ ଈଶ୍ୱରୀୟ ଲୀଳା ବୋଲି ମନେ କଲା । ଏହା ଉପରେ ଗଭୀର ଚିନ୍ତନ ଚାଲିଲା । ବିଭିନ୍ନ ବ୍ୟକ୍ତି ବିଭିନ୍ନ ସିଦ୍ଧାନ୍ତରେ ପହିଲେ । ମଣିଷର ଭାବନାତ୍ମକ ଅଭିବ୍ୟକ୍ତି ଯେତେବେଳେ ଶବ୍ଦରେ ପ୍ରକାଶ ପାଏ ତାହା ଅଧିକାଂଶ ସମୟରେ କାବ୍ୟାତ୍ମକ ହୋଇଥାଏ । ଜଣେ ଦାର୍ଶନିକ କବିଙ୍କ ମତରେ କବିତାର ପରିଭାଷା ହେଉଛି ମଣିଷର ସ୍ୱତଃସ୍ଫୁର୍ ଶକ୍ତିଶାଳୀ ଭାବ ପ୍ରବାହ । ଚକ୍ଟରଗ୍ଧକ୍ସଚ୍ଚ ସଗ୍ଦ ଗ୍ଧଷର ଗ୍ଦକ୍ଟ୍ରକ୍ଟଦ୍ଭଗ୍ଧବଦ୍ଭରକ୍ଟଙ୍କଗ୍ଦ କ୍ଟଙ୍ଖରକ୍ସଲକ୍ଷକ୍ଟଙ୍ଗ କ୍ଟଲ କ୍ଟ୍ରକ୍ଟଙ୍ଗରକ୍ସଲଙ୍କକ୍ଷ ଲରରକ୍ଷସଦ୍ଭଶ. ଏହି ଦୃଷ୍ଟିରୁ ବୈଦିକ ସାହିତ୍ୟ ହେଉଛି ତତ୍କାଳୀନ ମୁନିଋଷିମାନଙ୍କ ମନୋଭାବର କାବି୍ୟକ ରୂପାନ୍ତର ମାତ୍ର । ସେଥିରେ ବୈଦିକ ଋଷିଗଣ ଈଶ୍ୱରଙ୍କ ବିଷୟରେ ନିଜ ନିଜ ଅନୁଭବ ବ୍ୟକ୍ତ କରିଛନ୍ତି । ସମସ୍ତେ ନିଜ ନିଜ ଅନୁସାରେ ପରମାତ୍ମାନ୍ୱେଷଣ କରିଛନ୍ତି; କିନ୍ତୁ କେହି ତାଙ୍କ ପର୍ଯ୍ୟନ୍ତ ପହି ପାରି ନାହାନ୍ତି । ତେଣୁ ସମସ୍ତଙ୍କ ମତ ଭିନ୍ନ ଭିନ୍ନ ହୋଇଛି । ""ବେଦା ବିଭିନ୍ନା ଶ୍ରୁତି ବିଭିନ୍ନା ନ ଏକ ମୁନି ଯସ୍ୟ ମତ ନ ଭିନ୍ନ ।'' କିନ୍ତୁ ଗୀତା ହେଉଛି ସାକ୍ଷାତ୍ ପରମାତ୍ମାଙ୍କ ବାଣୀ । ବୈଦିକ ସାହିତ୍ୟ ପରମାତ୍ମାଙ୍କ ସଠିକ ପରିଚୟ ଦେଇ ପାରିଲା ନାହିଁ ବୋଲି ଧର୍ମରେ ଗ୍ଳାନି ଦେଖାଦେଲା । ସେଥିପାଇଁ ମଣିଷର ସମସ୍ତ ଭ୍ରାନ୍ତିକୁ ଦୂର କରିବା ପାଇଁ ସାକ୍ଷାତ ପରମାତ୍ମାଙ୍କୁ ଭୂପୃଷ୍ଠରେ ଅବତରଣ କରି ଈଶ୍ୱରୀୟ ଜ୍ଞାନ (ଗୀତା) ଦେବାକୁ ପଡ଼ିଲା । ସାକ୍ଷାତ୍ କଥୟତ ସ୍ୱୟଂ । ବୈଦିକ ସାହିତ୍ୟରେ ଗଭୀର ପାଣ୍ଡିତ୍ୟ ଥିବା ବିଦ୍ୱାନମାନଙ୍କ ଦ୍ୱାରା ଗୀତା ଯେତେବେଳେ ସଙ୍କଳିତ ହୋଇ ଗ୍ରନ୍ଥ ରୂପ ନେଲା ବା ଆଧୁନିକ ଯୁଗରେ ପୁସ୍ତକ ରୂପେ ମୁଦ୍ରିତ ହେଲା, ସେହି ସମୟରେ ଅନେକ ନୂତନ ଶ୍ଳୋକ ଏଥିରେ ପ୍ରକ୍ଷିପ୍ତ କରାଗଲା ଓ କିଛି ମୂଳ ଶ୍ଲୋକକୁ ବାଦ ଦିଆଗଲା । ବୈଦିକ ସାହିତ୍ୟ ଦ୍ୱାରା ପ୍ରଭାବିତ ବିଦ୍ୱାନମାନେ ନିଜ ନିଜ ବିଚାରଧାରା ଦ୍ୱାରା ଅନୁପ୍ରାଣିତ ହୋଇ ଗୀତାର ଭାଷ୍ୟ ରଚନା କରିଥିବାରୁ ଅନେକ ସ୍ଥାନରେ ସେମାନେ ଏହାର ମୌଳିକ ସତ୍ୟଠାରୁ ବହୁତ ଦୂରକୁ ଚାଲିଯାଇଥିବା ଲକ୍ଷ୍ୟ କରାଯାଏ । ଈଶ୍ୱରୀୟ ଦୃଷ୍ଟିକୋଣ ବିନା ଗୀତାକୁ ଠିକ୍ ଭାବରେ ବୁଝିହେବ ନାହିଁ । ""ଗୀତା ସୁଗୀତା କର୍ବ୍ୟଂ... ।''

ବୈଦିକ ବିଚାରଧାରା ଦ୍ୱାରା ପ୍ରଭାବିତ ଅନେକ କ୍ଷେପକ ଶ୍ଳୋକ ଗୀତାରେ ସନ୍ନିବେଶିତ କରାଯାଇଛି ଯାହା ନିମ୍ନ କେତୋଟି ଉଦାହରଣରୁ ସ୍ପଷ୍ଟ ବୁଝି ହେବ । ଆଲୋଚ୍ୟ ପ୍ରସଙ୍ଗରେ""ଯଦାଦିତ୍ୟଗତଂ ......ାା ଗୀ-୧୫/୧୨ ।ା ଶ୍ଳୋକଟି ମୁଣ୍ଡକ ଉପନିଷଦର ""ତମେବ ଭାନ୍ତମନୁଭାତି ସର୍ବ ତସ୍ୟ ଭାସା ସର୍ବମିଦଂ ବିଭାତି ''– ।ା ମୁ.୨/୨/୧୦ ।ା ବାକ୍ୟର ଭାବରୁ ଆନୀତ । ""ଗାମାବିଶ୍ୟ ତ ଭୁତାନି....... ।ା ଗୀ-୧୫/୧୩ ।ା ଶ୍ଳୋକଟି ଯର୍ଜୁବେଦର ""ଯେନ ଦୌରୁଦ୍ୟା ପୃଥିବୀ ତ ଦୃଢ଼ା......... ''ା ଯଜୁ ୩୨/୬ ।ା ମନ୍ତ୍ରର ଭାବରୁ ନିଆଯାଇଛି । ""ଅହଂ ବୈଶ୍ୱାନରୋ .....''ାାଗୀ-୧୫/୧୪ାା ଶ୍ଳୋକଟି ବୃହଦାରଣ୍ୟକ ଉପନିଷଦର ""ଅୟମଗ୍ନି ବୈଶ୍ୱାନରୋ ଯୋଽୟମନ୍ତଃ ପୁରୁଷେ ଯେନେଦମନ୍ନଂ ପଚ୍ୟତେ ଯଦିଦମଦ୍ୟତେ ...''ା ବୃହଦାରଣ୍ୟକ ।ା୫/୯/୧ାାବାକ୍ୟର ରୂପାନ୍ତର ମାତ୍ର । ଟୀକାକାରମାନେ ଏହି ଶ୍ଳୋକଗୁଡିକୁ ଉପରୋକ୍ତ ଦୃଷ୍ଟାନ୍ତ ଅନୁସାରେ ବୈଦିକ ବିଚାରଧାରା ଛାୟାରେ ହିଁ ବ୍ୟାଖ୍ୟା କରିଛନ୍ତି । ଗୀତାର ମୌଳିକତାକୁ ଦୃଷ୍ଟିରେ ରଖି ବିଚାର କଲେ ଆଲୋଚ୍ୟ ଶ୍ଳୋକ ତ୍ରୟର ଆଭିମୁଖ୍ୟ ହେଲା ମଣିଷର ବୁଦ୍ଧିକୁ ପ୍ରକୃତିରୁ ଅପସାରଣ କରି ପରମାତ୍ମାଭିମୁଖୀ କରାଇବା । ସୂର୍ଯ୍ୟଙ୍କ ପ୍ରକାଶ ଶକ୍ତି, ଅଗ୍ନିର ଦାହିକା ଶକ୍ତି ଓ ପାଚନ ଶକ୍ତି, ଚନ୍ଦ୍ରଙ୍କର ପ୍ରକାଶିକା ଓ ପୋଷଣ ଶକ୍ତି, ପୃଥିବୀର ଧାରଣ ଓ ସୃଜନୀ ଶକ୍ତି ହେତୁ ମନୁଷ୍ୟ ସେମାନଙ୍କ ପୂଜା ଉପାସନା କରେ । ଏଠାରେ ପରମାତ୍ମାଙ୍କ କହିବା ଅନୁସାରେ ଏ ଶକ୍ତି ଏମାନଙ୍କ ନିଜସ୍ୱ ନୁହେଁ । ଏ ସମସ୍ତେ ତାଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇ ନିଜ ନିଜ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ତେଣୁ ଭୌତିକ ବସ୍ତୁ ଓ କ୍ରିୟାକଳାପରୁ ମନକୁ ଅପସାରଣ କରି ସମସ୍ତ ଶକ୍ତିର ଉତ୍ସ ପରମାତ୍ମାଙ୍କୁ କେବଳ ସ୍ମରଣ କରିବା ଉଚିତ ।

""ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟଃ ''– ଏହାର ଆକ୍ଷରିକ ଅନୁବାଦ ହେଲା, ""ମୁଁ ପ୍ରତ୍ୟେକ ପ୍ରାଣୀଙ୍କର ହୃଦୟରେ ବିରାଜମାନ ।’’ ଅନେକ ବ୍ୟାଖ୍ୟାକାର ଏହାକୁ ଏପରି ଅର୍ଥ କରିଥାନ୍ତି । କେତେକ ଉପନିଷଦରେ ମଧ୍ୟ ଏହାର ସମାନାର୍ଥ ବାଚକ ଶ୍ଳୋକ ଦେଖାଯାଏ । "ଦ୍ୱା ସୁପର୍ଣ୍ଣା ସଜୁଜା ସଖାୟା ସମାନଂ ବୃକ୍ଷଂ ପରିଷସ୍ୱଜାତୋ ।''(ମୁଣ୍ଡକ ୩/୧/୧;ଶ୍ୱେତାଶ୍ୱେତର ୪/୬) କିନ୍ତୁ ଏହାର ଆକ୍ଷରିକ ଅର୍ଥ ଗ୍ରହଣ କରିବା ବିବେକ ସମ୍ମତ ମନେ ହୁଏ ନାହିଁ । କାରଣ ଏଠାରେ ହୃଦୟ ଶବ୍ଦକୁ ମଣିଷ ଶରୀରର କୌଣସି ଅଙ୍ଗ ବିଶେଷ ଅର୍ଥରେ ଗ୍ରହଣ କରାଯାଇ ନ ପାରେ । କେତେକ ଏହି ଶ୍ଳୋକର ଉଦାହରଣ ପ୍ରସ୍ତୁତ କରି ପରମାତ୍ମାଙ୍କ ସର୍ବବ୍ୟାପକତାକୁ ପ୍ରମାଣ କରିଥାନ୍ତି । ସୂକ୍ଷ୍ମଭାବରେ ଅନୁଶୀଳନ କଲେ ଉଭୟ କଥା (ପରମାତ୍ମାଙ୍କ ସମସ୍ତଙ୍କ ହୃଦୟରେ ବିରାଜିତ ଓ ସର୍ବବ୍ୟାପକ) ପରସ୍ପର ବିରୋଧୀ । ପରମାତ୍ମା ଯଦି କେବଳ ସମସ୍ତଙ୍କ ହୃଦୟରେ ବିରାଜିତ, ତେବେ ଏହା ପରୋକ୍ଷରେ ସୂଚିତ କରେ ଯେ ସେ ଅନ୍ୟତ୍ର କେଉଁଠି ନାହାନ୍ତି । ତେଣୁ ଏଠାରେ "ହୃଦୟ' ଶବ୍ଦକୁ "ହୃଦ୍ପିଣ୍ଡ'(ଐରବକ୍ସଗ୍ଧ) ଅର୍ଥରେ ଗ୍ରହଣ କରିବା ଠିକ ହେବ ନାହିଁ । ଓଡିଆରେ "ହୃଦୟ' ଶବ୍ଦ ଏବଂ ଇଂରାଜୀରେ "ଐରବକ୍ସଗ୍ଧ'ଶବ୍ଦ କେବଳ ପ୍ରାଣୀମାନଙ୍କ ଅଙ୍ଗବିଶେଷକୁ ନ ବୁଝାଇ ସ୍ଥଳ ବିଶେଷରେ ବିଭିନ୍ନ ଅର୍ଥ ପ୍ରକାଶ କରେ । ""ସହରର ଠିକ ମଝିରେ ମୋର ଘର ଅଛି ।'' ଏହି ବାକ୍ୟର ଇଂରାଜୀ ଅନୁବାଦ ହେବ – "" ଗଚ୍ଚ ଷକ୍ଟଙ୍କଗ୍ଦର ସଗ୍ଦ ଗ୍ଦସଗ୍ଧଙ୍କବଗ୍ଧରୟ ସଦ୍ଭ ଗ୍ଧଷର ଷରବକ୍ସଗ୍ଧ କ୍ଟଲ ଗ୍ଧଷର ଗ୍ଧକ୍ଟଙ୍ଗଦ୍ଭ.'' । କେତେକ ସ୍ଥଳରେ "ହୃଦୟ' ଶବ୍ଦକୁ "ମନ'ର ପର୍ଯ୍ୟାୟବାଚୀ ରୂପେ ବ୍ୟବହାର କରାଯାଏ । ""ତୁମର ଏ କଥା ମୋର ହୃଦୟକୁ ଖୁବ ବାଧିଲା''; ""ତୁମକୁ ମୁଁ କିପରି ଭୁଲିବି; ତୁମେ ତ ମୋର ହୃଦୟରେ ସଦା ବିରାଜିତ''; ଇତ୍ୟାଦି । ତେଣୁ "ହୃଦୟ' ଶବ୍ଦର ଆକ୍ଷରିକ ଅର୍ଥ କରିବା ଅପ୍ରସାଙ୍ଗିକ ମନେ ହୁଏ । ଏକ ପ୍ରସଙ୍ଗରେ ଭଗବାନ ନାରଦକୁ କହିଛନ୍ତି; ""ନାହଂ ତିଷ୍ଠାମି ବୈକୁଣ୍ଠେ,ଯୋଗୀନାଂ ହୃଦୟେ ନ ଚ .....ା'' ଅର୍ଥାତ ମୁଁ ବୈକୁଣ୍ଠ ଓ ଯୋଗୀମାନଙ୍କ ହୃଦୟରେ ନ ଥାଏ । ଏହି ବାକ୍ୟ ""ସର୍ବସ୍ୟ ଚାହଂ ହୃଦି ସନ୍ନବିଷ୍ଟୋ'' ଶ୍ଳୋକଟି ବିରୋଧାତ୍ମକ ଅଟେ । ପରମାତ୍ମାଙ୍କ କେଉଁ କଥାକୁ ସତ୍ୟ ବୋଲି ଗ୍ରହଣ କରାଯିବ ? ଗୀତା ପରମାତ୍ମାଙ୍କ ସ୍ୱକଥିତ ବାଣୀ । ଈଶ୍ୱରୀୟ ବାଣୀ ସଙ୍ଗୀତର ମଧୂର ରାଗିଣୀ ପରି ସିଧା ସଳଖ ହୃଦୟକୁ ସ୍ପର୍ଶ କରେ ଏବଂ ଏକ ଅନିର୍ବଚନୀୟ ପୁଲକରେ ମନ ପୁଲକିତ ହୋଇଉଠେ । ଏଥିପାଇଁ ଏହାକୁ "ଗୀତା' କୁହାଯାଏ । ତାଙ୍କର ବାଣୀ ସମସ୍ତ ବାଦ ବିବାଦର ଉଦ୍ଧ୍ୱର୍ରେ । ସେ ସତ୍ୟ ସନାତନ ଧର୍ମର ସଂସ୍ଥାପକ । ଶାଶ୍ୱତ ଧର୍ମଗୋପ୍ତା । କଳିଯୁଗୀୟ କୌଣସି ଧର୍ମ ସମ୍ପ୍ରଦାୟ ଦ୍ୱାରା ଅନୁସୃତ ଧର୍ମ ପୁସ୍ତକ ଆଧାରରେ ସେ ଜ୍ଞାନ ଶୁଣାନ୍ତି ନାହିଁ । ତେଣୁ ଉପନିଷଦୀୟ ଦୃଷ୍ଟିକୋଣ ଅନୁସାରେ "ଗୀତା' ପାଠ ଘୋର ଅନର୍ଥର କାରଣ । ଏହି ହେତୁ ଏଠାରେ "ହୃଦୟ' ଶବ୍ଦକୁ ମଣିଷ ମନର ଭାବନା ଅର୍ଥରେ ଗ୍ରହଣ କଲେ ପ୍ରାସଙ୍ଗିକ ହେବ । "ହୃଦୟ' ଏକ ଦର୍ପଣ ଭଳି । ହୃଦୟ ନିର୍ମଳ ହେଲେ ବ୍ୟକ୍ତି ପରମାତ୍ମାଙ୍କୁ ଅନୁଭବ କରିପାରେ । ଅନନ୍ୟ ପ୍ରେମ ଓ ଅବ୍ୟଭିଚାରୀ ଭକ୍ତି ଦ୍ୱାରା ଯୋଗୀ ତାଙ୍କୁ ନିଜ ହୃଦୟ ସିଂହାସନରେ ବସାଏ । ଅର୍ଥାତ ତା'ର ମନ ଓ ବୁଦ୍ଧି ନିତ୍ୟ ପରମାତ୍ମାଙ୍କ ସ୍ମୃତିରେ ଯୁକ୍ତ ଥାଏ । 

ସ୍ମୃତି, ଜ୍ଞାନ ଓ ବିସ୍ମୃତି (ଅପୋହନ) ଏ ତିନୋଟି ଶକ୍ତିର ଉତ୍ସ ମଧ୍ୟ ପରମାତ୍ମା । ସ୍ମୃତି ଶକ୍ତି ହେତୁ ମଣିଷ ଅତୀତର ଅନେକ କଥା ମନେ ରଖି ପାରେ । ଏହା ଜ୍ଞାନର ବିକାଶ କରାଏ । ଆତ୍ମା ମୂଳତଃ ଜ୍ଞାନ ସ୍ୱରୂପ । ତେଣୁ ଆତ୍ମିକ ସ୍ମୃତି ସମ୍ପନ୍ନ ବ୍ୟକ୍ତି ପ୍ରକୃତ ଜ୍ଞାନୀ ପଦବାଚ୍ୟ । ମନୁଷ୍ୟର ସ୍ମୃତି ଶକ୍ତି ଜାଗ୍ରତ ନ ହେବା ପର୍ଯ୍ୟନ୍ତ ସେ ସତ୍ୟ ଓ ଅସତ୍ୟର ପ୍ରଭେଦ ଜାଣିପାରେ ନାହିଁ । ପୁରାତନ ବିଷୟ ସ୍ମୃତି ହୁଏ । ଯେଉଁ ବ୍ୟକ୍ତି, ବସ୍ତୁ ବା ଘଟଣା ସହିତ ଏକଦା ମଣିଷର ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପର୍କ ଥିଲା; କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ ସେଗୁଡିକ ସହିତ ଆଉ ତା'ର କୌଣସି ସମ୍ବନ୍ଧ ନ ରହି ବର୍ମାନ ସ୍ମରଣ ହେଉ ନାହିଁ; ଏହି ବିସ୍ମରଣ ପ୍ରକ୍ରିୟାକୁ "ବିସ୍ମୃତି' କୁହାଯାଏ । ମନୁଷ୍ୟାତ୍ମା ବାରମ୍ବାର ସୃଷ୍ଟିରେ ଦେହଧାରଣ କରି ନିଜର ମୂଳ ସ୍ୱରୂପକୁ ଭୁଲିଯାଏ । ଗୋଟିଏ ଜନ୍ମର କଥା ପର ଜନ୍ମକୁ ସ୍ମରଣ ହୁଏ ନାର୍ହିଁ । ବିସ୍ମୃତିହିଁ ଅଜ୍ଞାନ ଓ ମୋହର କାରଣ । ସମସ୍ତ ମନୁଷ୍ୟାତ୍ମାମାନଙ୍କ କଲ୍ୟାଣ ପାଇଁ ପରମାତ୍ମା ଈଶ୍ୱରୀୟ ଜ୍ଞାନ ବିତରଣ କରୁଥିଲେ ମଧ୍ୟ ପ୍ରତ୍ୟେକେ ନିଜ ନିଜ ପୂର୍ବ ସ୍ମୃତି ଅନୁସାରେ ଏହା ଆହରଣ କରିପାରନ୍ତି । ଶିକ୍ଷକ ଶ୍ରେଣୀରେ ସମସ୍ତଙ୍କୁ ସମାନ ଭାବରେ ବିଦ୍ୟା ଦାନ କରୁଥିଲେ ମଧ୍ୟ ପରୀକ୍ଷା ବେଳେ ଛାତ୍ରମାନେ ସମାନ ଫଳ ପାଆନ୍ତି ନାହିଁ । ଏହା ହେଉଛି "ସ୍ମୃତି' ଓ "ବିସ୍ମୃତି'ର ଖେଳ । ସୃଷ୍ଟି ଚକ୍ର ଅବିନାଶୀ । ଏଠାରେ ନୂଆ କିଛି ହୁଏ ନାହିଁ । ଆଜି ଯାହା ବର୍ମାନ ଉପସ୍ଥିତ ତାହା ପୁରାତନର ପୁନରାବୃି ମାତ୍ର । ଆତ୍ମବିସ୍ମୃତ ମନୁଷ୍ୟର ସ୍ମୃତି ଫେରାଇ ଆଣିବା ପାଇଁ ପରମାତ୍ମା ଭୂପୃଷ୍ଠରେ ଅବତରଣ କରନ୍ତି । ତେଣୁ ତାଙ୍କୁ ଜ୍ଞାନଦାତା ନ କହି "ସ୍ମୃତିଦାତା' କହିଲେ ଅଧିକ ପ୍ରାସଙ୍ଗିକ ହେବ । ""ନଷ୍ଟମୋହା ସ୍ମୃତିଲବ୍ଧା......''ାା ଗୀ-୧୮/୭୩ ।ା ପ୍ରକାଶର ଆବିର୍ଭାବରେ ଯେପରି ଅନ୍ଧକାର ତିରୋହିତ ହୋଇଯାଏ ସେହିପରି ମଣିଷର "ସ୍ମୃତି' ଉଦୟ ହେଲେ ତା'ର ସମସ୍ତ ଅଜ୍ଞାନତା ଓ ମୋହ ଦୂରୀଭୂତ ହୁଏ । ଶୃଗାଳ ଦଳରେ ପରିପାଳିତ ସିଂହ ଶାବକର ସ୍ମୃତି ଫେରି ଆସିବା ପରେ ତା' ମଧ୍ୟରେ ଥିବା ଶୃଗାଳର ଆଚରଣ ପରିବର୍ନ ହୋଇଗଲା । ସେହିପରି ମନୁଷ୍ୟ ଯେତେବେଳେ ନିଜର ସତ୍ୟଯୁଗୀ ଓ ତ୍ରେତାଯୁଗୀ ଦୈବୀ ଜୀବନର ସ୍ମୃତି ଫେରିପାଏ ସେତେବେଳେ ତା ମଧ୍ୟରେ ଥିବା ସମସ୍ତ ଆସୁରିକ ସଂସ୍କାର ଲୁପ୍ତ ହୋଇଯାଏ ଓ ସେ ପୁନର୍ବାର ନିଜ ଜୀବନକୁ ଦିବ୍ୟ କରି ଗଢ଼ି ତୋଳେ । "ସ୍ମୃତି ଶକ୍ତି' ପରି "ବିସ୍ମୃତି ଶକ୍ତି' ମଧ୍ୟ ମଣିଷ ପାଇଁ କଲ୍ୟାଣ ପ୍ରଦ । ଯଦି ମଣିଷର ଏହି "ବିସ୍ମୃତି ଶକ୍ତି' ନ ଥାନ୍ତା ତେବେ ତା'ର ଜୀବନ ଦୁର୍ବିସହ ହୋଇପଡ଼ନ୍ତା । "ସ୍ମୃତି' ଓ "ବିସ୍ମୃତି' ସମାନ୍ତରାଳ ଭାବରେ କାମ କରେ । ଦେହର "ବିସ୍ମୃତି' ହେଲେ ଆତ୍ମିକ "ସ୍ମୃତି' ଜାଗ୍ରତ ହୁଏ, ତେଣୁ କୁହାଯାଇଛି,""ମଃ ସ୍ମୃତି ର୍ଜ୍ଞାନମପୋହନଂ ଚ''ାା ଗୀ-୧୫/୧୫ ।ା

ବେଦ ଶବ୍ଦ ଜ୍ଞାନାର୍ଥ ବାଚକ । କେବଳ କେତେକ ସଂସ୍କୃତ ଶ୍ଳୋକର ସମାହାରକୁ "ବେଦ' କୁହାଯାଇ ପାରିବ ନାହିଁ । ଯେଉଁ ଜ୍ଞାନ ଦ୍ୱାରା ମନୁଷ୍ୟାତ୍ମା ପରମାତ୍ମାଙ୍କୁ ଯଥାର୍ଥ ଭାବରେ ଜାଣି ଅନୁଭବ କରିପାରେ ତାହା "ବେଦ' ପଦବାଚ୍ୟ । ପରମାତ୍ମାଙ୍କୁ କେବଳ ଜ୍ଞାନ ଦ୍ୱାରା ଜାଣି ହୁଏ । ଜ୍ଞାନ ଜେ୍ଞୟଂ । ଶାସ୍ତ୍ରବାଦୀମାନେ ନିଜ ନିଜ ପାଣ୍ଡିତ୍ୟର ପରାକାଷ୍ଠା ପ୍ରଦର୍ଶନ ପାଇଁ ବୈଦିକ ଜ୍ଞାନକୁ ଶସ୍ତ୍ର ପରି ବ୍ୟବହାର କରନ୍ତି । ବେଦ ଓ ଶାସ୍ତ୍ରଗୁଡ଼ିକ ମନୁଷ୍ୟକୃତ ହୋଇଥିବାରୁ ପରସ୍ପରର ବିରୋଧୀ । ଏହା ମନୁଷ୍ୟର ବୁଦ୍ଧିକୁ ବିଭ୍ରାନ୍ତ କରିଦିଏ ଓ ସେ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇପାରେ ନାହିଁ । ""ଶ୍ରୁତିବିପ୍ରତିପନ୍ନା ....''ାା ଗୀ-୨/୫୩ ।ା ତେଣୁ ବେଦରେ ଥିବା ପୁଷ୍ପିତ ବଚନରେ (ମନୋହର) ପ୍ରଭାବିତ ନ ହୋଇ ବୁଦ୍ଧିକୁ ପରମାତ୍ମାଭିମୁଖୀ କରାଇବା ଉତିତ । ଯାମିମାଂ ପୁଷ୍ପିତାଂ ବାଚଂ .....''ାା ଗୀ-୨/୪୧ ।ା କାରଣ ପରମାତ୍ମା ସମସ୍ତ ବେଦର ଜେ୍ଞୟ ତ୍ୱ, ଜ୍ଞାତା ଓ ତ୍ୱ ନିର୍ଣ୍ଣାୟକ ଅଟନ୍ତି । ""ବେଦୈଶ୍ଚ ସର୍ବୈରହମେବ ବେଦ୍ୟୋ ବେଦାନ୍ତକୃତ୍ବେଦବିଦେବ ଚାହମ୍ ''ାା ଗୀ ୧୫/୧୫ ।ା

କ୍ଷର ଓ ଅକ୍ଷର ପୁରୁଷର ସ୍ୱଭାବ

ଦ୍ୱାବିମୌ ପୁରୁଷୌ ଲୋକେ କ୍ଷରଶ୍ଚାକ୍ଷର ଏବ ଚ

କ୍ଷରଃ ସର୍ବାଣି ଭୂତାନି କୂଟସ୍ଥୋଽକ୍ଷର ଉଚ୍ୟତେ ।ା୧୬ାା

ଅର୍ଥ : ସଂସାରରେ କ୍ଷର(ନାଶବାନ) ଓ ଅକ୍ଷର (ଅବିନାଶୀ) ଏହିପରି ଦୁଇ ପ୍ରକାର ପୁରୁଷ ଅଛନ୍ତି । ସମସ୍ତ ଜୀବ କ୍ଷର ଏବଂ ସେମାନଙ୍କ ମଧ୍ୟରେ ସ୍ଥିତ ଆତ୍ମା ଅକ୍ଷର ବୋଲି କଥିତ ହୁଏ ।ା ୧୬ ।ା 

ବ୍ୟାଖ୍ୟା : ଗୀତା ଏକ ଯୋଗ ଶାସ୍ତ୍ର । ଯୋଗର ଆକ୍ଷରିକ ଅର୍ଥର୍ ହେଉଛି ଦୁଇଟି ବସ୍ତୁ ବା ସାର ମିଳନ । ମନୁଷ୍ୟ ଯାହାକୁ ଭଲପାଏ, ଘୃଣା କରେ, ଭୟ କରେ, ତାକୁ ସହଜରେ ଭୁଲିପାରେ ନାହିଁ । ଏହି ଭୁଲି ନ ପାରିବା ବା ସ୍ମରଣ ରଖିବା ହେଉଛି ଏକ ପ୍ରକାର ଯୋଗ । ଏହି ଦୃଷ୍ଟିରୁ ସମସ୍ତ ମନୁଷ୍ୟ ଜଣେ ଜଣେ ଯୋଗୀ । କିନ୍ତୁ ସଂସାରର ପ୍ରତ୍ୟେକ ବସ୍ତୁ ବିନାଶଶୀଳ । ଆମର ଏହି ଦେହ ମଧ୍ୟ ସଂସାରର ଏକ ଅଂଶ । ଉଭୟେ ସେହି ପ ମହାଭୂତରୁ ସୃଷ୍ଟ । ""ପିଣ୍ଡ ବ୍ରହ୍ମାଣ୍ଡ ଏକ ମତ ।’’ ମନୁଷ୍ୟର ବୁଦ୍ଧିଯୋଗ ବିନାଶଶୀଳ ବ୍ୟକ୍ତି ଓ ବସ୍ତୁ ସହିତ ଥିବାରୁ ତା'ର ପ୍ରାପ୍ତିରେ ସୁଖ ଏବଂ ଅପ୍ରାପ୍ତିରେ ଦୁଃଖ ଭୋଗ ହୁଏ । ସଂସାର ସହିତ ବୁଦ୍ଧିଯୋଗକୁ ଆସକ୍ତି (ମୋହ) କୁହାଯାଏ । ସ୍ୱୀୟ ଆତ୍ମିକ ସ୍ୱରୂପର ବିସ୍ମୃତି ହେତୁ ବ୍ୟକ୍ତିର ଶରୀର ଓ ସଂସାର ସହିତ ତାଦାତ୍ମ୍ୟ ହୁଏ । ମଣିଷର ବୁଦ୍ଧିକୁ ବିନାଶୀ ତ୍ୱରୁ ଅପସାରିତ କରି ଅବିନାଶୀ ତ୍ୱ ସହିତ ଯୁକ୍ତ କରିବା ହେଉଛି ଗୀତାର ଯୋଗ । ତେଣୁ ପ୍ରସଙ୍ଗକ୍ରମେ ବିଭିନ୍ନ ଅଧ୍ୟାୟରେ ପ୍ରକୃତି,ଆତ୍ମା ଓ ପରମାତ୍ମା ଏ ତିନି ତ୍ୱକୁ ଭିନ୍ନ ଭିନ୍ନ ନାମରେ ବର୍ଣ୍ଣନା କରାଯାଇଛି ।

ଆଲୋଚ୍ୟ ପ୍ରସଙ୍ଗରେ ଶରୀରକୁ କ୍ଷର ଓ ଜୀବାତ୍ମାକୁ ଅକ୍ଷର ପୁରୁଷ ବୋଲି କୁହାଯାଇଛି । ଏହି ଅଧ୍ୟାୟର ଆରମ୍ଭରେ ପରମାତ୍ମା ଯେଉଁ ଅଶ୍ୱ ବୃକ୍ଷରୂପେ ସଂସାରକୁ ଛେଦନ କରିବା କଥା କହିଥିଲେ ଏଠାରେ ତାହାକୁ "କ୍ଷରଃ' ପଦରେ ବର୍ଣ୍ଣନା କରାଯାଇଛି । ""ମମୈବାଂଶୋ ଜୀବାଲୋକେ ଜୀବ ଭୂତଃ ସନାତନଃ ।'' (ଗୀ-୧୫/୭ ।) ବାକ୍ୟରେ ଯେଉଁ "" ଜୀବାତ୍ମାକୁ ସନାତନ ବୋଲି କୁହାଯାଇଥିଲା ଏଠାରେ ତା'ର ପର୍ଯ୍ୟାୟବାଚୀ ରୂପେ "ଅକ୍ଷରଃ' ପଦର ବ୍ୟବହାର କରାଯାଇଛି । "କ୍ଷର' ଓ "ଅକ୍ଷର' ଏହି ଦୁଇ ତ୍ୱର ବାଚକ ହେଉଛି "ପୁରୁଷ' । ଏହାକୁ ସପ୍ତମ ଅଧ୍ୟାୟରେ "ଅପରା' ଓ "ପରା ' ପ୍ରକୃତି (୭/୪-୫); ଅଷ୍ଟମ ଅଧ୍ୟାୟରେ "ଅଧିଭୂତ' ଓ ଅଧ୍ୟାତ୍ମ(୮/୪-୩); ଏବଂ ତ୍ରୟୋଦଶ ଅଧ୍ୟାୟରେ "କ୍ଷେତ୍ର' ଓ "କ୍ଷେତ୍ରଜ୍ଞ' ନାମରେ ବର୍ଣ୍ଣନା କରାଯାଇଛି । 

"କ୍ଷର' ସହିତ "ଅକ୍ଷର'ର ସଂଯୋଗରୁ ସଂସାରର ସୃଷ୍ଟି । "କ୍ଷର' ହେଉଛି "ଜଡ' । "ଅକ୍ଷର' ସ୍ୱୟଂ ଚିନ୍ମୟ ସା । ପ୍ରକୃତି "ଜଡ' । କିନ୍ତୁ ଯେଉଁ ସୃଜନ ଶକ୍ତିର ସଂଯୋଗରେ ଏହା କି୍ରୟାଶୀଳ ହୁଏ ତାହା, "ଅକ୍ଷର' ା ଜୀବ ସହିତ ଆତ୍ମାର ସଂଯୋଗ ହେଲେ ଜୀବାତ୍ମା ହୁଏ । ଆତ୍ମାର ଅଭାବରେ "ଜୀବ' ଶବରେ ପରିଣତ ହୁଏ । କହିବାର ତାପôର୍ଯ୍ୟ ହେଉଛି ଯେଉଁ ବିନାଶୀ ତ୍ୱ ସହିତ ତାଦାତ୍ମ୍ୟ ରଖି ମନୁଷ୍ୟ ତାକୁ ନିଜର ମନେ କରେ ତା'ର କୌଣସି ମହ୍ୱ ନାହିଁ । ତେଣୁ ଦେହ ଓ ଦେହ ସମ୍ବନ୍ଧିତ ବ୍ୟକ୍ତି, ବସ୍ତୁ ଓ ବୈଭବରେ ଥିବା ମୋହ ମମତାକୁ ତ୍ୟାଗ ପୂର୍ବକ ନିଜକୁ ଅବିନାଶୀ ଆତ୍ମା ମନେ କରି କେବଳ ଏକ ପରମାତ୍ମାଙ୍କୁ ସ୍ମରଣ କଲେ ମନୁଷ୍ୟର ଇହ ଜନ୍ମରେ ସମସ୍ତ ପାପ ତାପ ହରଣ ହୁଏ ଏବଂ ପରଜନ୍ମରେ ସେ ସ୍ୱର୍ଗୀୟ ସୁଖ ଭୋଗ କରେ ।

ପରମାତ୍ମା ହିଁ ପୁରୁଷୋମ

ଉମ ପୁରୁଷସ୍ତ୍ୱନ୍ୟଃ ପରମାତ୍ମେତୁ୍ୟଦାହୃତଃ ।

ଯୋ ଲୋକ ତ୍ରୟମାବିଶ୍ୟ ବିଭର୍୍ୟବ୍ୟୟ ଈଶ୍ୱରଃ ।ା୧୭ ।ା

ଯସ୍ମାତ୍କ୍ଷର ମତୀତୋଽହମକ୍ଷରାଦପି ଚୋମଃ ।

ଅତୋଽସ୍ମି ଲୋକେ ବେଦେ ଚ ପ୍ରଥିତଃ ପୁରୁଷୋମଃ ।ା୧୮ାା

ଯୋ ମାମେବମସଂମୂଢ଼ୋ ଜାନାତି ପୁରୁଷୋମମ୍ ।

ସ ସର୍ବବିଭଜତି ମାଂ ସର୍ବଭାବେନ ଭାରତ ।ା୧୯ାା

ଅର୍ଥ : ଏମାନଙ୍କ ବ୍ୟତୀତ ଏକ ଉମ ପୁରୁଷ ଅଛନ୍ତି । ତାଙ୍କୁ ପରମାତ୍ମା କୁହାଯାଏ । ସେହି ଅବିନାଶୀ ଈଶ୍ୱର ତିନିଲୋକରେ ପ୍ରବିଷ୍ଟ ହୋଇ ସମସ୍ତଙ୍କର ପାଳନ କରନ୍ତି ।ା୧୭ାା ଯେହେତୁ ମୁଁ କ୍ଷରଠାରୁ ଅତୀତ ଏବଂ ଅକ୍ଷରଠାରୁ ମଧ୍ୟ ଉମ ଅଟେ; ତେଣୁ ବେଦରେ ଓ ସଂସାରରେ ମୁଁ ପୁରୁଷୋମ ନାମରେ ପ୍ରସିଦ୍ଧ ।ା୧୮ାା ହେ ଭାରତ ! ଯେଉଁ ମନୁଷ୍ୟ ମୋହ ରହିତ ହୋଇ ମୋତେ ପୁରୁଷୋମ ରୂପରେ ଜାଣେ ସେ ସବୁ କିଛି ଜାଣେ ଓ ମୋତେ ପୂର୍ଣ୍ଣ ଭାବରେ ସ୍ମରଣ କରେ ।ା୧୯ାା

ବ୍ୟାଖ୍ୟା : ପରମାତ୍ମାଙ୍କ ଯଥାର୍ଥ ପରିଚୟ ଜାଣିବା ପୂର୍ବରୁ ବ୍ୟକ୍ତି ପ୍ରଥମେ ନିଜକୁ ଚିହ୍ନିବା ଉଚିତ । ""ମୁଁ ଏକ ଆତ୍ମା; ଶରୀରଠାରୁ ଭିନ୍ନ ଏକ ଚୈତନ୍ୟ ସା'' – ଏହା ଅନୁଭବ ହୋଇଗଲା ପରେ ପରମାତ୍ମାଙ୍କୁ ଚିହ୍ନିବା ସହଜ ହୋଇଯାଏ । ପୂର୍ବରୁ "କ୍ଷର' ଓ "ଅକ୍ଷର' ଦୁଇଟି ପୁରୁଷ କଥା କୁହାଯାଇଥିଲା । "କ୍ଷର' ଶବ୍ଦ ଶରୀର ଓ ସଂସାର ଏବଂ "ଅକ୍ଷର' ଶବ୍ଦ ଜୀବାତ୍ମାର ପର୍ଯ୍ୟାୟବାଚୀ । ଏ ଦୁଇଟିରୁ ଭିନ୍ନ ଆଉ ଜଣେ ଉମ ପୁରୁଷ ଅଛନ୍ତି । ସେ ହେଉଛନ୍ତି ପରମାତ୍ମା । ସେ ସମସ୍ତ ଆତ୍ମାମାନଙ୍କ ମଧ୍ୟରେ ପରମ ହୋଇଥିବାରୁ ତାଙ୍କୁ "ପରମାତ୍ମା' କୁହାଯାଏ । କେତେକ ବିଦ୍ୱାନ କହନ୍ତି ଏହି ତୃତୀୟ ପୁରୁଷଟି ସମସ୍ତ ଜୀବଙ୍କ ଆତ୍ମା ହୋଇଥିବାରୁ ପରମାତ୍ମା ଅଟନ୍ତି । ଏଠାରେ ମନରେ ପ୍ରଶ୍ନ ଉଠେ ଯଦି ସମସ୍ତ ଜୀବର ଆତ୍ମା ରୂପରେ ପରମାତ୍ମା ବିଦ୍ୟମାନ ତେବେ ଜୀବାତ୍ମାର କୌଣସି ସ୍ୱତନ୍ତ୍ର ସା ଓ ବ୍ୟକ୍ତିତ୍ୱ ନାହିଁ ବୋଲି ବୁଝିବାକୁ ହେବ । ଏହା ଅଦ୍ୱେତବାଦୀ ବିଚାରଧାରା । ଗୀତା ଏହି ବିଚାରଧାରାର ପକ୍ଷପାତୀ ନୁହେଁ । ଆଲୋଚ୍ୟ ପ୍ରସଙ୍ଗରେ "କ୍ଷର' ଓ "ଅକ୍ଷର' ଏ ଉଭୟଠାରୁ ପରମାତ୍ମାଙ୍କୁ ଭିନ୍ନ ଓ ଉମ ବୋଲି ପ୍ରତିପାଦନ କରାଯାଇଛି । ପୂର୍ବ କଥିତ ଦୁଇ ପୁରୁଷଙ୍କଠାରୁ ଉମ ହୋଇଥିବାରୁ ସେ ହେଉଛନ୍ତି ପୁରୁଷୋମ । ସେ ମନୁଷ୍ୟଲୋକ, ସୂକ୍ଷ୍ମ ଲୋକ ଓ ବ୍ରହ୍ମଲୋକର ନିୟାମକ ହୋଇଥିବାରୁ ତାଙ୍କୁ ତୈଲୋକେଶ୍ୱର କୁହାଯାଏ । ତେଣୁ "ଈଶ୍ୱର' ଶବ୍ଦ ମଧ୍ୟ ସେହି ଏକ ପରମାତ୍ମା ଓ ପୁରୁଷୋମ ବାଚକ । କେହି କେହି ପରମାତ୍ମା ଶବ୍ଦକୁ ନିର୍ଗୁଣ ଓ ନିରାକାର, ଈଶ୍ୱର ଶବ୍ଦକୁ ସଗୁଣ ଓ ସାକାର ଏବଂ ପୁରୁଷୋମ ଶବ୍ଦକୁ ନିର୍ଗୁଣ, ସଗୁଣ, ନିରାକାର ଓ ସାକାର – ଏସମସ୍ତଙ୍କର ବାଚକ ବୋଲି ବ୍ୟାଖ୍ୟା କରିଛନ୍ତି । ଏହା ଏକ ଅଦଭୁତ ପରିକଳ୍ପନା ପରି ମନେ ହୁଏ ।

""ଯୋ ଲୋକ ତ୍ରୟମାବିଶ୍ୟ ବିଭର୍୍ୟବ୍ୟୟ ଈଶ୍ୱରଃ '' – ଏହାର ଆକ୍ଷରିକ ଅନୁବାଦ ହେଲା, ଅବିନାଶୀ ଈଶ୍ୱର ତିନି ଲୋକରେ ପ୍ରବେଶ କରି ଭରଣ ପୋଷଣ କରନ୍ତି । ଏଠାରେ ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ଉପଲବ୍ଧ କରାଇବାକୁ ଭରଣପୋଷଣ(ବିଭର୍ି) ଅର୍ଥରେ ଗ୍ରହଣ କରିବା ଉଚିତ ନୁହେଁ । ଶରୀର ଓ ସଂସାରର ସମସ୍ତ କି୍ରୟାକଳାପ ଏବଂ ଆବଶ୍ୟକତା ପ୍ରକୃତି ଦ୍ୱାରା ସମ୍ପାଦିତ ହୁଏ । ସପ୍ତମ ଅଧ୍ୟାୟରେ "ପରା' ଓ "ଅପରା' ପ୍ରକୃତି ବିଷୟରେ ବର୍ଣ୍ଣନା କରାଯାଇଛି (୭/୪-୫) । ପରମାତ୍ମାଙ୍କ ଅପରାଶକ୍ତି ଦ୍ୱାରା ପ୍ରକୃତିର ସମସ୍ତ କାର୍ଯ୍ୟ ସ୍ୱୟଂକ୍ରିୟ ଭାବରେ ହୁଏ । ପ୍ରକୃତିର କୌଣସି କାର୍ଯ୍ୟରେ ପରମାତ୍ମା ହସ୍ତକ୍ଷେପ କରନ୍ତି ନାହିଁ । ଏଠାରେ "ଅପରା'କୁ "କ୍ଷର' ଓ "ପରା'କୁ "ଅକ୍ଷର' ଭାବରେ ବର୍ଣ୍ଣନା କରି ପରମାତ୍ମା ନିଜକୁ ଏ ଦୁଇଠାରୁ ପୃଥକ ଓ ଉମ ବୋଲି ବର୍ଣ୍ଣନା କରିଛନ୍ତି । ସେ ତିନିଲୋକର "ଈଶ୍ୱର' ଓ ସେଗୁଡିକର ଉଦ୍ଧ୍ୱର୍ରେ ଅବସ୍ଥାନ କରୁଥିବାରୁ ଯେତେବେଳେ ଯେଉଁ ସ୍ଥାନକୁ ଇଚ୍ଛା ଯାଇ ପାରନ୍ତି । କାରଣ ସେ ସର୍ବ ସମର୍ଥ; ସଦା ମୁକ୍ତ ଓ ସର୍ବଶକ୍ତିମାନ ଅଟନ୍ତି । ସମସ୍ତ ଲୋକରେ ସେ ଅବାଧ ପ୍ରବେଶ କରି ପାରୁଥିବାରୁ ତାଙ୍କୁ ସର୍ବତ୍ର ସାମାନ ଭାବେ ନିତ୍ୟ ବ୍ୟାପ୍ତ କହିବା ଠିକ ନୁହେଁ । ଅନ୍ତରୀକ୍ଷ ଓ ପୃଥିବୀର ସର୍ବତ୍ର ସୂର୍ଯ୍ୟକିରଣ ପ୍ରବେଶ କରିପାରେ । ଏହାର ଅର୍ଥ ନୁହେଁ ଯେ ସୂର୍ଯ୍ୟ ପ୍ରତ୍ୟକ୍ଷ ରୂପେ ସର୍ବତ୍ର ସମାନ ଭାବରେ ବ୍ୟାପ୍ତ ।

ପରମାତ୍ମା ଅଜନ୍ମା ଓ ଅଶରୀରୀ । ତେଣୁ ସେ ଅନ୍ୟ ଏକ ମନୁଷ୍ୟ ଶରୀରରେ ଅବତରଣ କରି କଳି କଳୁଷିତ ପତିତ ମନୁଷ୍ୟାତ୍ମାମାନଙ୍କୁ ଈଶ୍ୱରୀୟ ଜ୍ଞାନ(ଗୀତା ଜ୍ଞାନ) ଓ ରାଜଯୋଗ ଶିକ୍ଷା ଦେଇ ପବିତ୍ର କରନ୍ତି । ଜନ୍ମଜନ୍ମାନ୍ତର ଧରି ଗତାନୁଗତିକ ମାନବୀୟ ମତବାଦ ଦ୍ୱାରା ଅଭ୍ୟସ୍ତ ମଣିଷର ମନ ଓ ବୁଦ୍ଧି ହଠାତ ଈଶ୍ୱରୀୟ ଜ୍ଞାନର ଧାରଣା କରିପାରେ ନାହିଁ । କିନ୍ତୁ ସେମାନଙ୍କ ମଧ୍ୟରୁ ପ୍ରକୃତରେ ଯେଉଁମାନେ ପରମାତ୍ମାନ୍ୱେଷଣରେ ରତ ଥାଆନ୍ତି ସେମାନେ କୌତୁହଳ ବଶତଃ ବା ପରୀକ୍ଷା କରିବା ପାଇଁ ଈଶ୍ୱରୀୟ ଜ୍ଞାନ ଆହରଣ କରନ୍ତି । ଈଶ୍ୱରୀୟ ମାର୍ଗ ଅନୁସରଣ କରି ସେମାନେ ଯେତେବେଳେ ଏକ ସାଧାରଣ ମନୁଷ୍ୟ ଶରୀରରେ ଅବତରିତ ପରମାତ୍ମାଙ୍କୁ ପ୍ରତ୍ୟକ୍ଷ କରନ୍ତି; ସଙ୍କଟ ସମୟରେ ତାଙ୍କଠାରୁ ଉଚିତ ମାର୍ଗଦର୍ଶନ ପାଆନ୍ତି; ସେତେବେଳେ ସେମାନେ ସମସ୍ତ ସଂଶୟ ଓ ପୂର୍ବାଗ୍ରହରୁ ମୁକ୍ତ ହୋଇ ଯାଆନ୍ତି । ଅନେକ ଜନ୍ମର ଜ୍ଞାନ ପିପାସୁ ଆତ୍ମା ଜ୍ଞାନାମୃତ ପାନ କରି ତୃପ୍ତ ହୁଏ । ଆସୁରୀ ସଂସ୍କାର ଦ୍ୱାରା ବଶୀଭୂତ ଆତ୍ମାଗଣ ମୋହମୁକ୍ତ (ମୋକ୍ଷ) ହୁଅନ୍ତି । ଈଶ୍ୱରୀୟ ଜ୍ଞାନ ହେଉଛି ଆତ୍ମାର ସୁଷମ ଖାଦ୍ୟ ସଦୃଶ । ମନ ଦ୍ୱାରା ଜ୍ଞାନର ଚର୍ବଣ (ମନ୍ଥନ) ହୁଏ । ବୁଦ୍ଧି ରୂପକ ଜଠରରେ ଏହା ପରିପକ୍ୱ ହୁଏ । ଯୋଗ ରୂପକ ଅଗ୍ନି ଦ୍ୱାରା ଜ୍ଞାନର ପାଚନ ହୁଏ । ଜ୍ଞାନ ଠିକ ଭାବରେ ହଜମ ହେଲେ ଯାଇ ତାହା ଆତ୍ମାକୁ ସୁସ୍ଥ, ସବଳ ଓ ପବିତ୍ର କରାଏ । କେବଳ ପଠନ ଓ ଶ୍ରବଣ ଦ୍ୱାରା ଜ୍ଞାନ ଆହରଣ କରି ମଣିଷ ଜ୍ଞାନୀ ହୋଇଯାଏ ନାହିଁ । ପରମାତ୍ମାଙ୍କ ପ୍ରତ୍ୟକ୍ଷ ତ୍ୱାବଧାନ ବିନା ମନୁଷ୍ୟ ମଧ୍ୟରେ ଥିବା ଜନ୍ମଜନ୍ମାନ୍ତର କୁସଂସ୍କାର ଦୂର ହେବା ସମ୍ଭବ ନୁହେଁ । ସେଥିପାଇଁ ତାଙ୍କୁ ଭୂପୃଷ୍ଠରେ ଅବତରଣ କରି ମାନବାତ୍ମାମାନଙ୍କୁ ପିତା ତୁଲ୍ୟ ସ୍ନେହପୂର୍ଣ୍ଣ ପାଳନା, ଶିକ୍ଷକ ଭାବରେ ଈଶ୍ୱରୀୟ ଜ୍ଞାନ ଶିକ୍ଷା ଓ ଗୁରୁ ରୂପରେ ମୁକ୍ତି ଏବଂ ଜୀବନ୍ମୁକ୍ତିର ମାର୍ଗ ପ୍ରଦର୍ଶନ କରିବାକୁ ପଡ଼େ । ଏହାର ପରିଣାମ ସ୍ୱରୂପ ସୃଷ୍ଟିରେ ଦୈବୀ ସଂସ୍କୃତିର ଅୟମାରମ୍ଭ ହୁଏ ଏବଂ ମାନବାତ୍ମାଗଣ ପରବର୍ୀ ନୂତନ କଳ୍ପର ଅର୍ଦ୍ଧେକ ସମୟ ସ୍ୱର୍ଗୀୟ ସୁଖ ଭୋଗ କରନ୍ତି । ପରମାତ୍ମା ଏହିପରି ଜ୍ଞାନର ପାଳନା (ବିଭିର୍) ଦେଉଥିବାରୁ ତାଙ୍କୁ "ଈଶ୍ୱର'(ପାଳନ କର୍ା) କୁହାଯାଏ ।ା ଗୀ-୧୫/୧୭ ।ା

ପରମାତ୍ମା କ୍ଷରରୁ ଅତୀତ । କ୍ଷରମ୍ ଅତୀତଃ । ଏଥିରୁ ସ୍ପଷ୍ଟ ହୁଏ ଯେ ସେ ଶରୀର ଧାରଣ କରି ସାଧାରଣ ଜୀବ ପରି ମାତୃଗର୍ଭରୁ ଜନ୍ମ ହୁଅନ୍ତି ନାହିଁ । ଏଠାରେ ପୁରାଣ ବର୍ଣ୍ଣିତ ଅବତାର ବାଦର ଖଣ୍ଡନ ହେଉଛି । ପାପ ବା ପୂଣ୍ୟକର୍ମର ଫଳ ଭୋଗ କରିବାକୁ ଜୀବାତ୍ମାକୁ ଶରୀର ଧାରଣ କରିବାକୁ ପଡେ । ଶରୀର ଧାରଣ କଲେ ଆତ୍ମା କର୍ମ ନ କରି ରହିପାରେ ନାହିଁ । ପରମାତ୍ମା, କର୍ମ, ଅକର୍ମ ଓ ବିକର୍ମର ଉଦ୍ଧ୍ୱର୍ରେ । ତେଣୁ ସେ ଅକ୍ଷରରୁ ମଧ୍ୟ ଉମ ଅଟନ୍ତି । ଅକ୍ଷରାତ୍ ଉମଃ । ଏହା ପ୍ରମାଣିତ କରେ ଯେ ଆତ୍ମା ଓ ପରମାତ୍ମା ଉଭୟେ ପୃଥକ ଓ ଭିନ୍ନ ଭିନ୍ନ ସା ଅଟନ୍ତି । ଉଭୟଙ୍କ ଅସ୍ତିତ୍ୱ ଓ ବ୍ୟକ୍ତିତ୍ୱ ମଧ୍ୟ ଭିନ୍ନ ଭିନ୍ନ । ପରମାତ୍ମାଙ୍କ ଏହି କଥନ ମାୟାବାଦକୁ ଭୁଲ ପ୍ରମାଣ କରେ ।

କ୍ଷରରୁ ଅତୀତ ଓ ଅକ୍ଷରରୁ ଉମ ହୋଇଥିବା ହେତୁ ପରମାତ୍ମାଙ୍କୁ "ପୁରୁଷୋମ' କୁହାଯାଏ । ଏହା ପରମାତ୍ମାଙ୍କ ସର୍ବବ୍ୟାପକ ସିଦ୍ଧାନ୍ତକୁ ଖଣ୍ଡନ କରେ । ଦୁଇଟି ସା ପୃଥକ ଓ ଭିନ୍ନ ହେଲେ ଯାଇ ଗୋଟିଏ ଅନ୍ୟଟିରୁ ଅତୀତ ଓ ଉମ ହୋଇ ପାରିବ । ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ କେତେକ ବିଶେଷ ପାର୍ଥକ୍ୟ ରହିଛି । ଆତ୍ମା, କର୍ମଫଳ ଭୋଗ କରିବା ପାଇଁ ଶରୀର ଧାରଣ କରେ । ପରମାତ୍ମା ଅନ୍ୟ ଜଣକ ଶରୀର ମାଧ୍ୟମରେ ଅବତରଣ କରନ୍ତି । ଆତ୍ମା ପ୍ରକୃତି ଦ୍ୱାରା ବଶୀଭୂତ ହୋଇ (ଗୀ-୧୫/୭) ଜନ୍ମ ନିଏ (ଗୀ-୮/୧୯)  । ପରମାତ୍ମା ପ୍ରକୃତିକୁ ଅଧୀନ କରି (ଗୀ-୪/୬;୯/୯) ଅବତରଣ କରନ୍ତି । ପରମାତ୍ମା ଜ୍ଞାନ ଓ ଗୁଣର ସିନ୍ଧୁ; ଆତ୍ମା କେବଳ ବିନ୍ଦୁ ମାତ୍ର । ଆତ୍ମା ପାପ କର୍ମ କରି ପତିତ ହୁଏ । ପରମାତ୍ମା ପତିତ ଆତ୍ମାକୁ ପବିତ୍ର କରୁଥିବାରୁ ପତିତପାବନ ଅଟନ୍ତି । ଆତ୍ମା ସହିତ ପରମାତ୍ମାଙ୍କ କିଛି ସମାନତା ମଧ୍ୟ ଅଛି । ପରମାତ୍ମା ପରି ଆତ୍ମା ମଧ୍ୟ ଅଜର, ଅମର, ଅକ୍ଷର, ଅବିନାଶୀ ଓ ଜ୍ୟୋତିର୍ବିନ୍ଦୁ ସ୍ୱରୂପ । ତେଣୁ ତାଙ୍କୁ ଅକ୍ଷରରୁ ଅତୀତ କୁହାଯାଇନାହିଁ । ଆତ୍ମା ଅପେକ୍ଷା ସେ ସର୍ବୋମ ହୋଇଥିବାରୁ ତାଙ୍କୁ ପୁରୁଷୋମ କୁହାଯାଇଛି ।

ପରମାତ୍ମାଙ୍କୁ ଜାଣିବା ପାଇଁ ଶରୀର ଓ ସଂସାର ପ୍ରତି ଥିବା ମୋହକୁ ତ୍ୟାଗ କରିବା ଉଚିତ । ମୋହ ରହିତ ବ୍ୟକ୍ତି (ଅସମ୍ମୂଢ଼ଃ) ପରମାତ୍ମାଙ୍କ ପୁରୁଷୋମ ସ୍ୱରୂପକୁ ଜାଣିପାରେ । ଏହିପରି ବ୍ୟକ୍ତିି ଯଥାର୍ଥରେ ସର୍ବଜ୍ଞ । କ୍ଷରରୁ ଅତୀତ ଓ ଅକ୍ଷରରୁ ଉମ ସର୍ବଜନ ବନ୍ଦ୍ୟ ପୁରୁଷୋମ ପରମାତ୍ମାଙ୍କୁ ଯିଏ ସର୍ବତୋଭାବେ ଜାଣିଛି ତା'ର ଆଉ ଜାଣିବାକୁ ବାକି କିଛି ନ ଥାଏ । ପରମାତ୍ମାଙ୍କ ବାସ୍ତବିକ ସ୍ୱରୂପ ଜାଣି ନ ଥିବାରୁ ମନୁଷ୍ୟ ସମାଜ ଜାତି, ବର୍ଣ୍ଣ, ଧର୍ମ ସମ୍ପ୍ରଦାୟରେ ବହୁଧା ବିଭକ୍ତ େହାଇଛି । ପରମାତ୍ମାଙ୍କୁ କ୍ଷରରୁ ଅତୀତ(ଦେହାତୀତ) ଜାଣିବା ଦ୍ୱାରା ମନୁଷ୍ୟର ବୁଦ୍ଧିରେ ଗତାନୁଗତିକ ଭାବରେ ତାଙ୍କ ବିଷୟରେ ଯେଉଁ ଭ୍ରମ ଧାରଣା ଥାଏ ତାହା ଦୂର ହୋଇଯାଏ । ସମସ୍ତ ବାଦ ବିବାଦର ବହୁ ଉଦ୍ଧ୍ୱର୍କୁ ସେ ଉଠିଯାଏ । କ୍ଷରରୁ ମନ ନିବୃ ହୋଇଗଲେ କେବଳ ତା'ର ଅକ୍ଷର ସ୍ୱରୂପ ଅବଶେଷ ରହିଯାଏ । ଏପରି ସ୍ଥିତିରେ ମନୁଷ୍ୟର ବୁଦ୍ଧି କେବଳ ଏକ ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ରହେ ।

କଳ୍ପର ଅନ୍ତିମ ପର୍ଯ୍ୟାୟରେ ଧର୍ମ ସଂସ୍ଥାପନ ପାଇଁ ପରମାତ୍ମା ଏକ ସାଧାରଣ ମନୁଷ୍ୟ ଶରୀର ମାଧ୍ୟମରେ ଅବତରଣ କରନ୍ତି । ମନୁଷ୍ୟ ଶରୀରରେ ଆଶ୍ରିତ (ମାନୁଷୀତନୁମାଶ୍ରିତଂ) ପରମାତ୍ମା ହେଉଛନ୍ତି ଗୀତାର ପୁରୁଷୋମ । ଏହି ସମୟକୁ ପୁରୁଷୋମ ସଙ୍ଗମ ଯୁଗ କୁହାଯାଏ । କାରଣ ଏହି ସମୟରେ ମନୁଷ୍ୟ ନରରୁ ନାରାୟଣ ଓ ନାରୀରୁ ଲକ୍ଷ୍ମୀ ଅର୍ଥାତ ପୁରୁଷୋମ ସ୍ୱରୂପ ହୋଇଥାଏ । 

Comments

Popular posts from this blog

ଚେତନା ପ୍ରବାହ

SEVENDAYS COURSE ON GODLY KNOWLEDGE-LESSON 1-WHO AM I

ରାଜଯୋଗ---- ବ୍ରହ୍ମାକୁମାର ଡ଼ା: ସୁଧାଂଶୁ ଶେଖର ମିଶ୍ର